14.12.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମ
ପାଖରେ ମନମନାଭବ ଓ ମଧ୍ୟାଜୀଭବ ରୂପକ ତୀକ୍ଷ୍ଣ ବାଣ ରହିଛି, ଏହି ବାଣ ଦ୍ୱାରା ତୁମେ ମାୟା ଉପରେ
ବିଜୟ ପ୍ରାପ୍ତ କରିପାରିବ ।”
ପ୍ରଶ୍ନ:-
ବାବାଙ୍କର
ସାହାଯ୍ୟ କେଉଁ ଆଧାରରେ ପିଲାମାନଙ୍କୁ ମିଳିଥାଏ? ପିଲାମାନେ କେଉଁ ରୂପରେ ବାବାଙ୍କ ପ୍ରତି
କୃତଜ୍ଞତା ଜ୍ଞାପନ କରିଥାଆନ୍ତି?
ଉତ୍ତର:-
ଯେଉଁ ପିଲାମାନେ ଯେତେ ସ୍ନେହର ସହିତ ବାବାଙ୍କୁ ମନେପକାଇଥା’ନ୍ତି ତାଙ୍କୁ ସେତିକି ବାବାଙ୍କର
ସାହାଯ୍ୟ ମିଳିଥାଏ । ତେଣୁ ବାବାଙ୍କ ସହିତ ସ୍ନେହପୂର୍ଣ୍ଣ ବାର୍ତ୍ତାଳାପ କର । ନିଜର ଯୋଗାଯୋଗ
ଠିକ୍ ରଖ, ଶ୍ରୀମତ୍ ଅନୁସାରେ ଚାଲୁଥାଅ, ତେବେ ବାବା ମଧ୍ୟ ସାହାଯ୍ୟ କରି ଚାଲିବେ । ପିଲାମାନେ
ମଧ୍ୟ ବାବାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି କହୁଛନ୍ତି - ବାବା ଆପଣ ପରମଧାମରୁ ଆସି ଆମକୁ
ପତିତରୁ ପାବନ କରୁଛନ୍ତି, ଆପଣଙ୍କଠାରୁ ଆମକୁ କେତେ ସୁଖ ମିଳୁଛି । ଏହିଭଳି କହୁ କହୁ ଆଖିରେ
ପ୍ରେମର ଲୁହ ମଧ୍ୟ ଆସିଯାଇଥାଏ ।
ଓମ୍ ଶାନ୍ତି ।
ପିଲାଙ୍କୁ
ସବୁଠାରୁ ପ୍ରିୟ ଲାଗିଥା’ନ୍ତି ମା ଏବଂ ବାପା । ଆଉ ମାଆ-ବାପାଙ୍କୁ ପିଲା ହିଁ ସବୁଠାରୁ ପ୍ରିୟ
ଲାଗିଥାଆନ୍ତି । ତେବେ ଆମମାନଙ୍କର ପ୍ରିୟ ହେଉଛନ୍ତି ବାବା ଯାହାଙ୍କୁ ତ୍ୱମେବ ମାତାଶ୍ଚ ପିତା
କୁହାଯାଏ । ଲୌକିକ ମା-ବାପାଙ୍କୁ ତ ଏପରି କେହି କହିବେ ନାହିଁ । ଏହି ମହିମା ନିଶ୍ଚୟ ଅଛି,
କିନ୍ତୁ କାହାର - ତାହା କେହି ଜାଣିନାହାଁନ୍ତି । ଯଦି ଜାଣିଥାନ୍ତେ ତାହେଲେ ସେଠାକୁ ଚାଲି
ଯାଇଥାନ୍ତେ, ଆଉ ବହୁତଙ୍କୁ ମଧ୍ୟ ନେଇଯାଇଥାନ୍ତେ । କିନ୍ତୁ ଡ୍ରାମାରେ ଏପରି ନିର୍ଦ୍ଧାରିତ ହୋଇଛି
। ଯେତେବେଳେ ଡ୍ରାମା ପୁରା ହୋଇଯାଏ, ସେତେବେଳେ ହିଁ ଆସିଥାଆନ୍ତି । ଆଗରୁ ମୁଭି (ନାଟକ)
ଚାଲୁଥିଲା । ଯେତେବେଳେ ନାଟକ ସଂପୂର୍ଣ୍ଣ ହେଉଥିଲା, ସେତେବେଳେ ସବୁ ଅଭିନେତା (ଆକ୍ଟରମାନେ)
ମଞ୍ଚ ଉପରେ ଛିଡା ହୋଇଯାଉଥିଲେ । ଏହା ମଧ୍ୟ ବେହଦର ଏକ ବଡ ନାଟକ । ଏହି ସବୁ କଥା ପିଲାଙ୍କ
ବୁଦ୍ଧିରେ ଆସିବା ଉଚିତ୍ - ସତ୍ୟଯୁଗ, ତ୍ରେତା, ଦ୍ୱାପର, କଳିଯୁଗ । ଏହା ସୃଷ୍ଟିଚକ୍ର ଅଟେ ।
ଏମିତି ନୁହେଁ ଯେ ବ୍ରହ୍ମଲୋକ, ସୂକ୍ଷ୍ମଲୋକରେ ଚକ୍ର ଘୂରୁଛି, ସୃଷ୍ଟିର ଚକ୍ର ଏହିଠାରେ ହିଁ
ଘୂରୁଛି ।
ଗାୟନ ମଧ୍ୟ ଅଛି ଏକ
ଓଁକାର ସତ୍ନାମ... ଏହି ମହିମା କାହାର? ଯଦିଓ ଗ୍ରନ୍ଥରେ ଶିଖ୍ମାନେ ମହିମା କରିଥାଆନ୍ତି ।
ଗୁରୁନାନକ ଉବାଚ... ଏକ ଓଁକାର ଏହା ତ ସେହି ଏକମାତ୍ର ନିରାକାର ପରମାତ୍ମାଙ୍କର ହିଁ ମହିମା ଅଟେ
। କିନ୍ତୁ ଏମାନେ ପରମାତ୍ମାଙ୍କର ମହିମାକୁ ଭୁଲି ଗୁରୁ ନାନକଙ୍କର ମହିମା କରୁଛନ୍ତି, ତାଙ୍କୁ
ହିଁ ସତ୍ଗୁରୁ ଭାବି ନେଇଛନ୍ତି । ବାସ୍ତବରେ ସାରା ସୃଷ୍ଟିରେ ଯେତେ ବି ମହିମା କରାଯାଉଛି, ସେହି
ଜଣଙ୍କର ହିଁ କରାଯାଉଛି ଆଉ କାହାର ମହିମା ହିଁ ନାହିଁ । ଏବେ ଦେଖ ବ୍ରହ୍ମାଙ୍କଠାରେ ଯଦି
ବାବାଙ୍କର ପ୍ରବେଶତା ନ ହୋଇଥାଆନ୍ତା ତେବେ ସେ କଉଡି ତୁଲ୍ୟ ହୋଇଥାଆନ୍ତେ । ଏବେ ତୁମେ ପରମପିତା
ପରମାତ୍ମାଙ୍କ ଦ୍ୱାରା କଉଡିରୁ ହୀରାତୁଲ୍ୟ ହେଉଛ । ଏବେ ହେଉଛି ପତିତ ଦୁନିଆ, ବ୍ରହ୍ମାଙ୍କର
ରାତ୍ରି । ପତିତ ଦୁନିଆରେ ଯେବେ ବାବା ଆସନ୍ତି ଏବଂ ଯିଏ ତାଙ୍କୁ ଚିହ୍ନିପାରିଥା’ନ୍ତି ସେମାନେ
ତାଙ୍କ ଉପରେ ସମର୍ପଣ ହୋଇଯାଆନ୍ତି । ଆଜିର ଦୁନିଆରେ ପିଲାମାନେ ମଧ୍ୟ ଉଶୃଙ୍ଖଳ (ଧୁନ୍ଦୁକାରୀ)
ହୋଇଯାଉଛନ୍ତି । ଦେବତାମାନେ କେତେ ଭଲ ଥିଲେ । ଏବେ ସେମାନେ ପୁନର୍ଜନ୍ମ ନେଇ ନେଇ ତମଃପ୍ରଧାନ
ହୋଇଯାଇଛନ୍ତି । ସନ୍ନ୍ୟାସୀ ମଧ୍ୟ ପୂର୍ବରୁ ବହୁତ ଭଲ ଥିଲେ, ପବିତ୍ର ଥିଲେ । ଭାରତକୁ ପବିତ୍ରତା
ରୂପକ ବଳର ସହଯୋଗ କରୁଥିଲେ । ଭାରତରେ ଯଦି ପିବତ୍ରତା ରହିବ ନାହିଁ ତେବେ କାମ ଚିତାରେ ଜଳିଯିବେ
। ସତ୍ୟଯୁଗରେ କାମ ବିକାର ନ ଥାଏ । ଏହି କଳିଯୁଗରେ ସମସ୍ତେ କାମ ଅଗ୍ନିର କଣ୍ଟା ଉପରେ ବସିଛନ୍ତି
। ସତ୍ୟଯୁଗରେ ତ ଏପରି କୁହାଯିବ ନାହିଁ । ସେଠାରେ ଏହି ବିଷ (ବିକାର) ହିଁ ନାହିଁ । କୁହାଯାଏ ନା
ଅମୃତ ଛାଡି ବିଷ କାହିଁକି ଖାଇଲ । ବିକାରୀକୁ ହିଁ ପତିତ କୁହାଯାଏ । ଆଜିକାଲି ମନୁଷ୍ୟମାନଙ୍କୁ
ଦେଖ ୧୦-୧୨ ପିଲା ଜନ୍ମ କରି ଚାଲିଛନ୍ତି । କୌଣସି ନିୟମ ହିଁ ନାହିଁ । ସତ୍ୟଯୁଗରେ ଯେତେବେଳେ
ପିଲା ଜନ୍ମ ହୁଏ ତା ପୂର୍ବରୁ ସାକ୍ଷାତ୍କାର ହୋଇଥାଏ । ଶରୀର ଛାଡିବା ପୂର୍ବରୁ ମଧ୍ୟ ସାକ୍ଷାତ୍କାର
ହୋଇଥାଏ କି ମୁଁ ଏହି ଶରୀର ଛାଡି ଯାଇ ଶିଶୁ ହେବି ଏବଂ ଗୋଟିଏ ସନ୍ତାନ ହିଁ ହୋଇଥାଏ, ଅଧିକ ନୁହେଁ
। ଏହା ନିୟମ ପ୍ରମାଣ ଚାଲିଥାଏ । ବୃଦ୍ଧି ତ ନିଶ୍ଚିତ ହେବାର ଅଛି । କିନ୍ତୁ ସେଠାରେ ବିକାର ନ
ଥାଏ । ବହୁତ ଲୋକ ପଚାରନ୍ତି ତେବେ ସେଠାରେ ପିଲା ଜନ୍ମ କିପରି ହୋଇଥାଏ? ତାଙ୍କୁ କହିବା ଦରକାର
ସେଠାରେ ଯୋଗବଳ ଦ୍ୱାରା ସବୁ କାର୍ଯ୍ୟ ହୋଇଥାଏ । ଯୋଗବଳ ଦ୍ୱାରା ହିଁ ଆମେ ସୃଷ୍ଟିର ରାଜ୍ୟତ୍ୱ
ନେଉଛୁ । ବାହୁବଳ ଦ୍ୱାରା ସୃଷ୍ଟିର ରାଜପଦ ମିଳିପାରିବ ନାହିଁ ।
ବାବା ବୁଝାଇଛନ୍ତି ଯଦି
ଖ୍ରୀଷ୍ଟିୟାନମାନେ ପରସ୍ପର ସହିତ ମିଶିଯିବେ ତାହେଲେ ସାରା ସୃଷ୍ଟିରେ ରାଜତ୍ୱ କରିପାରିବେ,
କିନ୍ତୁ ସେମାନେ ପରସ୍ପର ମଧ୍ୟରେ ମିଶିପାରିବେ ହିଁ ନାହିଁ, ନିୟମ କହୁନାହିଁ, ଏଥିପାଇଁ ବାବା
କହୁଛନ୍ତି - ଦୁଇଟି ବିଲେଇ ପରସ୍ପର ସହିତ ଲଢିଲେ ଆଉ ଲହୁଣୀ ଅର୍ଥାତ୍ ବିଶ୍ୱର ରାଜତ୍ୱ ତୁମ
ପିଲାମାନଙ୍କୁ ମିଳିଯାଉଛି । କୃଷ୍ଣଙ୍କ ମୁଖରେ ଲହୁଣୀ ଦେଖାଯାଇଛି । ତେବେ ଏହା ହେଉଛି ସୃଷ୍ଟି
ରୂପୀ ଲହୁଣୀ ।
ବେହଦର ବାବା କହୁଛନ୍ତି
ଏହି ଯୋଗବଳ ରୂପୀ ଲଢେଇର ଗାୟନ ଶାସ୍ତ୍ରରେ ରହିଛି, ବାହୁବଳର ନୁହେଁ । ସେମାନେ ପୁଣି ଶାସ୍ତ୍ରରେ
ହିଂସକ ଯୁଦ୍ଧ ଦେଖାଇଛନ୍ତି । ସେଥି ସହିତ ଆମର କୌଣସି ସମ୍ବନ୍ଧ ନାହିଁ । ବାସ୍ତବରେ ପାଣ୍ଡବ
କୌରବମାନଙ୍କର ଲଢେଇ ହୋଇନାହିଁ । ଏହି ଅନେକ ଧର୍ମ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଥିଲା, ଯେଉଁମାନେ
କି ନିଜ ନିଜ ମଧ୍ୟରେ ଲଢି ବିନାଶ ହୋଇଥିଲେ । ପାଣ୍ଡବମାନେ ଦେବୀ-ଦେବତା ଧର୍ମର ସ୍ଥାପନା କରିଥିଲେ
। ଏହା ହେଉଛି ଯୋଗବଳ, ଯାହା ଦ୍ୱାରା ସୃଷ୍ଟିର ରାଜତ୍ୱ ମିଳିଥାଏ । ସେଠାରେ ମାୟାଜିତ୍ ଜଗତ୍ଜିତ୍
ହୋଇଥାଆନ୍ତି । ସତ୍ୟଯୁଗରେ ମାୟା ରାବଣ ନ ଥାଏ । ସେଠାରେ ରାବଣର କୁଶ ପୁତଳିକା ତିଆରି କରି
ଜଳାଇବେ ନାହିଁ । ଏଠାରେ ରାବଣର କୁଶ ପୁତ୍ତଳିକ ଦେଖ କିପରି ସବୁ ତିଆରି କରୁଛନ୍ତି । ଏମିତି
କୌଣସି ଦୈତ୍ୟ ବା ଅସୁର ନ ଥାନ୍ତି । ମନୁଷ୍ୟ ଏହା ମଧ୍ୟ ବୁଝୁନାହାଁନ୍ତି ଯେ ୫ ବିକାର ସ୍ତ୍ରୀର
ଏବଂ ୫ ବିକାର ପୁରୁଷର ଅଟେ । ତାକୁ ମିଶାଇ ୧୦ ମୁଣ୍ଡଧାରୀ ରାବଣ ଗଢିଦେଇଛନ୍ତି । ଯେମିତି
ବିଷ୍ଣୁଙ୍କୁ ମଧ୍ୟ ୪ ଭୁଜା ଦେଇ ଦେଇଛନ୍ତି । ମନୁଷ୍ୟ ତ ଏହି ସାଧାରଣ କଥାକୁ ମଧ୍ୟ ବୁଝିପାରୁ
ନାହାଁନ୍ତି । ବଡ ରାବଣ ତିଆରି କରି ଜଳାଉଛନ୍ତି । ଅତିପ୍ରିୟ ସନ୍ତାନମାନଙ୍କୁ ଏବେ ବେହଦର ବାବା
ବୁଝାଉଛନ୍ତି । ବାବାଙ୍କୁ ସନ୍ତାନମାନେ କ୍ରମାନ୍ୱୟରେ ସ୍ନେହୀ ଲାଗିଥା’ନ୍ତି । କେହି ତ ବହୁତ
ସ୍ନେହୀ ଅଟନ୍ତି ଆଉ କେହି ଅଳ୍ପ ସ୍ନେହୀ ଅଟନ୍ତି । ଯେତେ ସିକିଲଧା (ବିଚ୍ଛେଦୀ) ପିଲା ହୋଇଥିବ,
ସେତେ ଅଧିକ ସ୍ନେହ ରହିବ । ଏଠାରେ ମଧ୍ୟ ଯିଏ ସେବାରେ ତତ୍ପର ରହୁଛନ୍ତି, ଦୟାଶୀଳ ହୋଇଥା’ନ୍ତି,
ସେମାନେ ସ୍ନେହୀ ଲାଗିଥା’ନ୍ତି । ଭକ୍ତିମାର୍ଗରେ ଦୟା ମାଗିଥାଆନ୍ତି ନା! ଡାକନ୍ତି ଖୁଦା ଦୟା କର,
ମୋ ଉପରେ କୃପା କର । କିନ୍ତୁ ଡ୍ରାମାକୁ କେହି ଜାଣିନାହାଁନ୍ତି । ଯେତେବେଳେ ଅଧିକ ତମଃପ୍ରଧାନ
ହୋଇଯାଆନ୍ତି, ସେତେବେଳେ ବାବାଙ୍କର ଆସିବାର ଯୋଜନା ହୁଏ । ଏମିତି ନୁହେଁ ଯେ ଈଶ୍ୱର ଯାହା
ଚାହିଁବେ ତାହା କରିପାରିବେ ବା ଯେତେବେଳେ ଚାହିଁବେ ସେତେବେଳେ ଆସିପାରିବେ । ଯଦି ଏପରି ଶକ୍ତି
ଥାଆନ୍ତା ତେବେ ଏତେ ଗାଳି କାହିଁକି ମିଳୁଥା’ନ୍ତା? ବନବାସ କାହିଁକି ମିଳିଥା’ନ୍ତା? ଏହି କଥା
ବହୁତ ଗୁପ୍ତ ଅଟେ । କୃଷ୍ଣଙ୍କୁ ତ ଗାଳି ମିଳି ପାରିବ ନାହିଁ । କହନ୍ତି ଭଗବାନ ଏପରି କରିପାରିବେ
ନାହିଁ! କିନ୍ତୁ ବିନାଶ ତ ହେବାର ଅଛି । ଏଥିରେ ବଞ୍ଚେଇବାର କଥା ହିଁ ନାହିଁ । ସମସ୍ତଙ୍କୁ ଘରକୁ
ନେବାର ଅଛି । ସ୍ଥାପନା ଏବଂ ବିନାଶ କରାଉଛନ୍ତି ତେବେ ନିଶ୍ଚିତ ଭଗବାନ ହୋଇଥିବେ ନା । ପରମପିତା
ପରମାତ୍ମା ସ୍ଥାପନା କରୁଛନ୍ତି, କାହାର? ଏହି ମୁଖ୍ୟ କଥା ତୁମେ ପଚାର କି ଗୀତାର ଭଗବାନ କିଏ?
ସାରା ଦୁନିଆ ଏହି କଥାରେ ଦ୍ୱନ୍ଦ୍ୱରେ ଅଛନ୍ତି । ସେମାନେ ତ ମନୁଷ୍ୟର ନାମ ଲେଖି ଦେଇଛନ୍ତି । ଆଦି
ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ତ ଭଗବାନଙ୍କ ବ୍ୟତୀତ ଅନ୍ୟ କେହି କରିପାରିବେ ନାହିଁ । ପୁଣି
ତୁମେ କିପରି କହୁଛ ଯେ କୃଷ୍ଣ ଗୀତାର ଭଗବାନ ଅଟନ୍ତି । ବିନାଶ ଓ ସ୍ଥାପନା କରିବା କାହାର କାମ?
ଗୀତାର ଭଗବାନଙ୍କୁ ଭୁଲି ଗୀତାକୁ ହିଁ ଖଣ୍ଡନ କରିଦେଇଛନ୍ତି । ଏହା ସବୁଠାରୁ ବଡ ଭୁଲ ଅଟେ ।
ଦ୍ୱିତୀୟରେ ପୁଣି ଜଗନ୍ନାଥ ପୁରୀରେ ଦେବତାମାନଙ୍କର ବହୁତ ଖରାପ ଚିତ୍ର ତିଆରି କରାଯାଇଛି । ଖରାପ
ଚିତ୍ର ରଖିବା ପାଇଁ ସରକାରଙ୍କର ବାରଣ ରହିଛି । ତେବେ ଏହା ଉପରେ ବୁଝାଇବା ଦରକାର । ଏହି
ମନ୍ଦିରମାନଙ୍କ ପ୍ରତି କାହାର ବୁଦ୍ଧିରେ ଏପରି କଥା ଆସୁନାହିଁ । ଏହି କଥା ବାବା ହିଁ ବସି
ବୁଝାଉଛନ୍ତି ।
ଦେଖ, କନ୍ୟାମାନେ କେତେ
ପ୍ରତିଜ୍ଞା ପତ୍ର ମଧ୍ୟ ଲେଖୁଛନ୍ତି । ରକ୍ତରେ ମଧ୍ୟ ଲେଖୁଛନ୍ତି । ମହାଭାରତରେ ଉଲ୍ଲେଖ ଅଛି ନା
କୃଷ୍ଣଙ୍କର ରକ୍ତ ବାହାରିଲା ତେଣୁ ଦ୍ରୌପଦୀ ନିଜର ବସ୍ତ୍ର ଚିରି ବାନ୍ଧି ଦେଇଥିଲେ । ଏହା ସ୍ନେହ
ଅଟେ ନା । ତୁମର ସ୍ନେହ ଅଛି ଶିବବାବା ସାଥିରେ । ୟାଙ୍କର (ବ୍ରହ୍ମାଙ୍କର) ରକ୍ତ ବାହାରି ପାରେ,
ୟାଙ୍କୁ ଦୁଃଖ ମଧ୍ୟ ହୋଇପାରେ କିନ୍ତୁ ଶିବବାବାଙ୍କୁ କେବେ ଦୁଃଖ ହୁଏ ନାହିଁ କାରଣ ତାଙ୍କର ନିଜର
ଶରୀର ହିଁ ନାହିଁ । କୃଷ୍ଣଙ୍କୁ ଯଦି କଷ୍ଟ ଲାଗିବ ତେବେ ସେ ଦୁଃଖୀ ହେବେ ନା । ତେବେ ତାଙ୍କୁ
ପରମାତ୍ମା କିପରି କହିପାରିବା । ବାବା କହୁଛନ୍ତି ମୁଁ ତ ଦୁଃଖ ଓ ସୁଖରୁ ଅଲଗା ଅଟେ । ହଁ,
ପିଲାମାନଙ୍କୁ ଆସି ସଦା ସୁଖୀ କରୁଛି । ସଦାଶିବ ବୋଲି ଗାୟନ ଅଛି ନା । ସଦାଶିବ, ସୁଖଦାତା
କହୁଛନ୍ତି - ମୋର ମିଠା ମିଠା ସିକିଲଧେ ସନ୍ତାନମାନେ ଯେଉଁମାନେ ସୁପୁତ୍ର ଅଟନ୍ତି, ଜ୍ଞାନ ଧାରଣ
କରି ପବିତ୍ର ରୁହନ୍ତି, ସଚ୍ଚା ଯୋଗୀ ଓ ଜ୍ଞାନୀ ଅଟନ୍ତି, ସିଏ ମୋତେ ପ୍ରିୟ ଲାଗିଥା’ନ୍ତି ।
ଲୌକିକ ପିତାଙ୍କର କେହି ଭଲ କେହି ଖରାପ ପିଲା ବି ଥାଆନ୍ତି, କେହି କୁଳରେ କଳଙ୍କ ମଧ୍ୟ
ଲଗାଇଥାଆନ୍ତି । ବହୁତ ଖରାପ ହୋଇଯାଆନ୍ତି । ଏଠାରେ ମଧ୍ୟ ସେହିପରି ଅଛନ୍ତି । ଆଶ୍ଚର୍ଯ୍ୟବତ୍
ସନ୍ତାନ ହୁଅନ୍ତି, ଶୁଣନ୍ତି, କୁହନ୍ତି ପୁଣି ଛାଡପତ୍ର ଦିଅନ୍ତି... ଏଥିପାଇଁ ହିଁ ନିଶ୍ଚୟ ପତ୍ର
ଲେଖାଯାଇଥାଏ । କାରଣ ସେହି ପତ୍ର ପୁଣି ଆବଶ୍ୟକ ହେଲେ ସମ୍ମୁଖରେ ରଖାଯିବ (ଦେଖାଇ ଦିଆଯିବ) ।
ରକ୍ତରେ ବି ଲେଖିକରି ଦିଅନ୍ତି । ରକ୍ତରେ ଲେଖି ପ୍ରତିଜ୍ଞା କରିଥାନ୍ତି । ଆଜିକାଲି ତ ସତ୍ୟପାଠ
ମଧ୍ୟ କରାଉଛନ୍ତି । କିନ୍ତୁ ତାହା ହେଉଛି ମିଛ ଶପଥ । ଈଶ୍ୱରଙ୍କୁ ହାଜିର-ନାଜିର ଜାଣିବା ଅର୍ଥାତ୍
ଇଏ ମଧ୍ୟ ଈଶ୍ୱର, ମୁଁ ମଧ୍ୟ ଈଶ୍ୱର ପ୍ରତିଜ୍ଞା କରୁଛି । ବାବା କହୁଛନ୍ତି ଏବେ ତୁମେ ବାସ୍ତବରେ
ହାଜିର-ନାଜିର ଜାଣୁଛ । ବାବା ଏହି ଆଖି ରୂପୀ ଝରକାରେ ଦେଖୁଛନ୍ତି । ଏହା ଅନ୍ୟର ଶରୀର ଅଟେ ।
ଲୋନ୍ରେ ନେଇଛନ୍ତି । ବାବା ଭଡାଟିଆ ଅଟନ୍ତି । ଘରକୁ କାମରେ ଲଗାଯାଏ ନା । ତେଣୁ ବାବା କହୁଛନ୍ତି
ମୁଁ ଏହି ଶରୀରକୁ କାମରେ ଲଗାଉଛି । ବାବା ଏହି ଆଖି ରୂପୀ ଝରକାରେ ଦେଖୁଛନ୍ତି ।
ହାଜିର-ନାଜିର(ଉପସ୍ଥିତ)ଅଟନ୍ତି । ଆତ୍ମା ନିଶ୍ଚିତ କର୍ମେନ୍ଦ୍ରିୟ ଦ୍ୱାରା ହିଁ କାମ କରିବ ନା ।
ମୁଁ ଆସିଛି ତେବେ ନିଶ୍ଚୟ ଶୁଣାଇବି ନା । ଏହି କର୍ମେନ୍ଦ୍ରିୟକୁ ବ୍ୟବହାର କରୁଛି ତେଣୁ ନିଶ୍ଚୟ
ଭଡା ମଧ୍ୟ ଦେବାକୁ ପଡିବ ।
ତୁମେ ସନ୍ତାନମାନେ ଏବେ
ନର୍କକୁ ସ୍ୱର୍ଗରେ ପରିଣତ କରୁଛ ଅଟ । ତୁମେ ଆଲୋକଦାତା ଓ ଜାଗ୍ରତ କରିବା ବାଲା ଅଟ । ଆଉ ସମସ୍ତେ
ତ କୁମ୍ଭକର୍ଣ୍ଣ ନିଦରେ ଶୋଇ ପଡିଛନ୍ତି । ତୁମେ ମାତାମାନେ ସେମାନଙ୍କୁ ଜାଗ୍ରତ କରୁଛ । ସ୍ୱର୍ଗର
ମାଲିକ କରୁଛ । ଏଥିରେ ମାତାମାନଙ୍କର ସଂଖ୍ୟା ଅଧିକ ରହିଛି । ତେଣୁ ବନ୍ଦେ ମାତରମ୍ କୁହାଯାଏ ।
ଭୀଷ୍ମ ପିତାମହ (ବଡ ବଡ ସନ୍ନ୍ୟାସୀ) ଆଦିଙ୍କୁ ମଧ୍ୟ ତୁମେ ହିଁ ବାଣ ମାରିଛ । ମନ୍ମନାଭବ-ମଧ୍ୟାଜୀଭବର
ବାଣ ମାରିବା କେତେ ସହଜ । ଏହି ବାଣ ଦ୍ୱାରା ତୁମେ ମାୟା ଉପରେ ମଧ୍ୟ ବିଜୟ ପ୍ରାପ୍ତ କରୁଛ ।
ତୁମକୁ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାକୁ ହେବ ଏବଂ ତାଙ୍କରି ଶ୍ରୀମତରେ ହିଁ ଚାଲିବାକୁ
ହେବ । ବାବା ତୁମକୁ ଏପରି ଶ୍ରେଷ୍ଠ କର୍ମ ଶିଖାଉଛନ୍ତି, ଯାହା ଦ୍ୱାରା ୨୧ ଜନ୍ମ କେବେହେଲେ ତୁମକୁ
କର୍ମ କୁଟିବାକୁ (ପରିଶ୍ରମ କରି ପେଟ ପୋଷିବାକୁ) ପଡିବ ନାହିଁ । ତୁମେ ସଦା ସୁସ୍ଥ ସଦା
ସମ୍ପତ୍ତିବାନ୍ ହୋଇଯାଉଛ । ଅନେକ ଥର ତୁମେ ସ୍ୱର୍ଗର ମାଲିକ ହୋଇଛ । ରାଜ୍ୟ ନେଇଛ ପୁଣି ହରାଇଛ ।
ତୁମେ ବ୍ରାହ୍ମଣ କୁଳ ଭୂଷଣ ହିଁ ହିରୋ-ହିରୋଇନ୍ର ଅଭିନୟ କରୁଛ । ଡ୍ରାମାରେ ସବୁଠାରୁ ଶ୍ରେଷ୍ଠ
ପାର୍ଟ ତୁମ ପିଲାମାନଙ୍କର ଅଟେ । ତେଣୁ ଏପରି ଶ୍ରେଷ୍ଠ କରି ଗଢୁଥିବା ବାବାଙ୍କ ସହିତ ବହୁତ
ସ୍ନେହ ରହିବା ଉଚିତ୍ । ବାବା ଆପଣ କମାଲ କରୁଛନ୍ତି । ନା ମନରେ, ନା ଚିତ୍ତରେ, ଆମକୁ କଣ ଜଣା
ଥିଲା କି ଆମେ ହିଁ ନାରାୟଣ ଥିଲୁ । ବାବା କହୁଛନ୍ତି ତୁମେ ହିଁ ନାରାୟଣ ଅଥବା ସେହି ଲକ୍ଷ୍ମୀ
ଦେବୀ-ଦେବତା ଥିଲ ପୁଣି ପୁନର୍ଜନ୍ମ ନେଇ-ନେଇ ଅସୁର ହୋଇଯାଇଛ । ଏବେ ପୁଣି ପୁରୁଷାର୍ଥ କରି
ସମ୍ପତ୍ତି ପ୍ରାପ୍ତ କର । ଯିଏ ଯେତେ ପୁରୁଷାର୍ଥ କରୁଛନ୍ତି, ତା’ର ସାକ୍ଷାତ୍କାର ମଧ୍ୟ ହେଉଛି
।
ରାଜଯୋଗ କେବଳ ଏକ ବାବା
ହିଁ ଶିଖାଇଥିଲେ । ସତ୍ୟ-ସତ୍ୟ ସହଜ ରାଜଯୋଗ ତ ତୁମେ ଏବେ ଶିଖାଇପାରିବ । ତୁମର କର୍ତ୍ତବ୍ୟ ହେଉଛି
ବାବାଙ୍କର ପରିଚୟ ସମସ୍ତଙ୍କୁ ଦେବା । ସମସ୍ତେ ଅନାଥ ହୋଇପଡିଛନ୍ତି । ଏହି କଥା ମଧ୍ୟ କଳ୍ପ
ପୂର୍ବର କୋଟିକରେ ଗୋଟିଏ ଆତ୍ମା ହିଁ ବୁଝିବେ । ବାବା ବୁଝାଇଛନ୍ତି, ସାରା ଦୁନିଆରେ ମହାନ
ମୁର୍ଖକୁ ଦେଖିବାର ଅଛି ତ ଏହିଠାରେ ଦେଖ । ବାବା ଯାହାଙ୍କଠାରୁ ୨୧ ଜନ୍ମର ସମ୍ପତ୍ତି ମିଳୁଛି,
ତାଙ୍କୁ ମଧ୍ୟ ଛାଡପତ୍ର ଦେଇଦେଉଛନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏବେ ତୁମେ
ସ୍ୱୟଂ ଈଶ୍ୱରଙ୍କର ସନ୍ତାନ ଅଟ । ପୁଣି ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ରଙ୍କର ସନ୍ତାନ ହେବ ।
ଏବେ ଆସୁରୀ ସନ୍ତାନରୁ ଈଶ୍ୱରୀୟ ସନ୍ତାନ ହୋଇଛ । ବାବା ପରମଧାମରୁ ଆସି ପତିତରୁ ପାବନ କରାଉଛନ୍ତି,
ତେଣୁ ତାଙ୍କୁ କେତେ ଧନ୍ୟବାଦ ଦେବା ଉଚିତ୍ । ଭକ୍ତିମାର୍ଗରେ ମଧ୍ୟ ଧନ୍ୟବାଦ ଅର୍ପଣ କରିଥାନ୍ତି
। ଦୁଃଖରେ କ’ଣ କେହି ଧନ୍ୟବାଦ ଦେବେ? ଏବେ ତୁମକୁ କେତେ ସୁଖ ମିଳୁଛି ତେବେ ବହୁତ ସ୍ନେହ ରହିବା
ଦରକାର । ଆମେ ବାବାଙ୍କ ସହିତ ଯଦି ସ୍ନେହରେ କଥା ହେବା ତେବେ ସିଏ କାହିଁକି ନ ଶୁଣିବେ । ତୁମର
ତାଙ୍କ ସହିତ ସମ୍ବନ୍ଧ ଅଛି ନା । ରାତିରୁ (ଅମୃତବେଳାରୁ) ଉଠି ବାବାଙ୍କ ସହ କଥା ହେବା ଉଚିତ୍ ।
ବ୍ରହ୍ମାବାବା ନିଜର ଅନୁଭବ କହୁଛନ୍ତି । ମୁଁ ବାବାଙ୍କୁ ବହୁତ ମନେ ପକାଉଛି । ବାବାଙ୍କ ସ୍ମୃତିରେ
ଲୁହ ମଧ୍ୟ ଆସିଯାଉଛି । ମୁଁ କ’ଣ ଥିଲି, ବାବା କଣ କରିଦେଲେ-ତତ୍ତ୍ୱମ୍ । ତୁମେ ମଧ୍ୟ ସେହିପରି
ହେଉଛ । ଯୋଗରେ ରହୁଥିବା ପିଲାମାନଙ୍କୁ ବାବା ସାହାଯ୍ୟ ମଧ୍ୟ କରିଥା’ନ୍ତି । ଆପେ ଆପେ ଆଖି
ଖୋଲିଯିବ । ଖଟିଆ ହଲିଯିବ । ବାବା ବହୁତଙ୍କୁ ଉଠାଇଥାଆନ୍ତି । ବେହଦର ବାବା କେତେ କରୁଣା
କରିଥାଆନ୍ତି । ତୁମେ ଏଠାକୁ କାହିଁକି ଆସିଛ? କହୁଛ, ବାବା ଭବିଷ୍ୟତରେ ଶ୍ରୀ ନାରାୟଣଙ୍କୁ ବରଣ
କରିବାର ଶିକ୍ଷା ନେବାକୁ ଆସିଛୁ ଅଥବା ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ଏହି ପରୀକ୍ଷା ପାସ୍
କରିବାକୁ ଆସିଛୁ । କେତେ ଆଶ୍ଚର୍ଯ୍ୟଜନକ ବିଦ୍ୟାଳୟ । କେତେ ଆଶ୍ଚର୍ଯ୍ୟଜନକ କଥା ଶୁଣାଉଛନ୍ତି ।
ଏହା ସବୁଠାରୁ ବଡ ବିଶ୍ୱବିଦ୍ୟାଳୟ ଅଟେ । କିନ୍ତୁ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ନାମ ରଖିବାକୁ
ସରକାର ଦେଉନାହାଁନ୍ତି । ଦିନେ ନିଶ୍ଚିତ ମାନିବେ । ଏଠାକୁ ଆସିବାକୁ ଲାଗିବେ । କହିବେ ବାସ୍ତବରେ
ଏହା କେତେ ବଡ ବିଶ୍ୱବିଦ୍ୟାଳୟ ଅଟେ । ବାବା ତ ତୁମକୁ ନିଜ ନୟନରେ ବସାଇ ପଢାଉଛନ୍ତି । କହୁଛନ୍ତି
ତୁମକୁ ସ୍ୱର୍ଗରେ ପହଞ୍ଚାଇ ଦେବି । ତେବେ ଏପରି ବାବାଙ୍କ ସହିତ କେତେ କଥାବାର୍ତ୍ତା ହେବା ଦରକାର
। ତା ହେଲେ ବାବା ବହୁତ ସାହାଯ୍ୟ କରିବେ । ଯାହାଙ୍କର ଗଳା ଖୋଲୁନାହିଁ, ତାଙ୍କର ତାଲା ଖୋଲିଦେବେ
। ରାତିରେ ବାବାଙ୍କୁ ସ୍ମରଣ କଲେ ବହୁତ ମଜା ଆସିବ । ବ୍ରହ୍ମାବାବା ତାଙ୍କର ଅନୁଭବ ଶୁଣାଉଛନ୍ତି,
ମୁଁ ଅମୃତବେଳାରେ କିପରି କଥା ହୋଇଥାଏ ।
ବାବା ପିଲାମାନଙ୍କୁ
ବୁଝାଉଛନ୍ତି ସାବଧାନ ରୁହ । କୁଳକୁ କଳଙ୍କିତ କର ନାହିଁ । ୫ ବିକାର ଦାନ ଦେଇ ପୁଣି ଫେରାଇ ନିଅ
ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କର
ପ୍ରିୟ ପାତ୍ର ହେବା ପାଇଁ ଦୟାଶୀଳ ହୋଇ ସେବାରେ ତତ୍ପର ରହିବାକୁ ହେବ । ସୁପୁତ୍ର, ଆଜ୍ଞାକାରୀ
ହୋଇ ସଚ୍ଚା ଯୋଗୀ ବା ଜ୍ଞାନୀ ହେବାକୁ ପଡିବ ।
(୨) ଅମୃତବେଳାରେ ଉଠି
ବାବାଙ୍କ ସହିତ ବହୁତ ମିଠା-ମିଠା କଥା ହେବାକୁ ପଡିବ, ବାବାଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ
ହେବ । ବାବାଙ୍କର ସହଯୋଗର ଅନୁଭବ କରିବା ପାଇଁ ପରମ ପ୍ରିୟ ବାବାଙ୍କୁ ବହୁତ ସ୍ନେହରେ
ମନେପକାଇବାକୁ ହେବ ।
ବରଦାନ:-
ସର୍ବଦା
ଉମଙ୍ଗ-ଉତ୍ସାହରେ ରହି ମନ ଦ୍ୱାରା ଖୁସିର ଗୀତ ଗାଉଥିବା ଅବିନାଶୀ ସୌଭାଗ୍ୟଶାଳୀ ହୁଅ ।
ତୁମେ ସୌଭାଗ୍ୟଶାଳୀ
ପିଲାମାନେ ଅବିନାଶୀ ବିଧି ଦ୍ୱାରା ଅବିନାଶୀ ସିଦ୍ଧିଗୁଡିକୁ ପ୍ରାପ୍ତ କରୁଛ । ତୁମମାନଙ୍କର ମନ
ଭିତରେ ସର୍ବଦା ବାଃ ବାଃ ର ଗୀତ ବାଜିବାରେ ଲାଗିଛି । ବାଃ ବାବା! ବାଃ ମୋର ଭାଗ୍ୟ! ବାଃ ମିଠା
ପରିବାର! ବାଃ ଶ୍ରେଷ୍ଠ ସଂଗମଯୁଗର କଲ୍ୟାଣକାରୀ ସମୟ! ଏଠାରେ ସବୁ କର୍ମ ବାଃ ବାଃ ଅଟେ, ସେଥିପାଇଁ
ତୁମେମାନେ ଅବିନାଶୀ ସୌଭାଗ୍ୟଶାଳୀ ଅଟ । ତୁମମାନଙ୍କର ମନ ଭିତରେ କେବେ ବି ହ୍ୱାଇ ଅର୍ଥାତ୍
କାହିଁକି, ଆଇ ଅର୍ଥାତ୍ ମୁଁ ଶବ୍ଦ ଆସିପାରିବ ନାହିଁ । ହ୍ୱାଇ ବଦଳରେ ବାଃ ବାଃ ଶବ୍ଦ ଏବଂ ଆଇ
ବଦଳରେ ବାବା-ବାବା ଶବ୍ଦ ହିଁ ଆସୁଛି ।
ସ୍ଲୋଗାନ:-
ଯାହା ବି
ସଂକଳ୍ପ କରୁଛ ସେଥିରେ ଯଦି ଅବିନାଶୀ ସରକାରଙ୍କର ଷ୍ଟାମ୍ପ ଲଗାଇ ଦେବ ତେବେ ସର୍ବଦା ଅଟଳ ରହିବ ।