15.02.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ତୁମମାନଙ୍କୁ ଦୈବୀଧର୍ମ ଏବଂ ଶ୍ରେଷ୍ଠକର୍ମ ଶିଖାଉଛନ୍ତି ସେଥିପାଇଁ ତୁମ ଦ୍ୱାରା କୌଣସି ଆସୁରୀ କର୍ମ ହେବା ଉଚିତ୍ ନୁହେଁ, ବୁଦ୍ଧି ବହୁତ ଶୁଦ୍ଧ ହେବା ଦରକାର ।”

ପ୍ରଶ୍ନ:-
ଦେହ-ଅଭିମାନରେ ଆସିଲେ ପ୍ରଥମେ କେଉଁ ପାପ ହୋଇଥାଏ?

ଉତ୍ତର:-
ଯଦି ଦେହ-ଅଭିମାନ ରହିଛି ତେବେ ବାବାଙ୍କୁ ମନେପକାଇବା ବଦଳରେ ଦେହଧାରୀଙ୍କ କଥା ମନେ ପଡିବ, ଦୃଷ୍ଟି ଖରାପ ହେବ, ମନରେ ଖରାପ ବିଚାର ଆସିବ । ଏହା ବହୁତ ବଡ ପାପ ଅଟେ । ତେଣୁ ବୁଝିବା ଦରକାର ଯେ, ମୋ ଉପରେ ମାୟା ଆକ୍ରମଣ କରୁଛି । ତେଣୁ ତୁରନ୍ତ ସାବଧାନ ହୋଇଯିବା ଉଚିତ୍ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ତେବେ ଆତ୍ମିକ ପିତା କେଉଁଠାରୁ ଆସିଲେ? ଆତ୍ମିକ ଦୁନିଆରୁ । ଯାହାକୁ ନିର୍ବାଣଧାମ ଅଥବା ଶାନ୍ତିଧାମ ମଧ୍ୟ କୁହନ୍ତି । ଏହା ତ ହେଉଛି ଗୀତାର କଥା । ଅନ୍ୟମାନେ ତୁମକୁ ପଚାରୁଛନ୍ତି - ଏହି ଜ୍ଞାନ କେଉଁଠାରୁ ଆସିଛି? କୁହ, ଏହା ତ ସେହି ଗୀତାର ଜ୍ଞାନ ଅଟେ । ଗୀତାର ପାର୍ଟ ଚାଲୁଛି ଏବଂ ବାବା ପାଠ ପଢାଉଛନ୍ତି । ଗୀତାରେ ଭଗବାନୁବାଚ ରହିଛି ନା ଏବଂ ଭଗବାନ କେବଳ ଜଣେ ହିଁ ଅଟନ୍ତି । ସିଏ ଶାନ୍ତିର ସାଗର ଅଟନ୍ତି, ଶାନ୍ତିଧାମରେ ରହିଥା’ନ୍ତି । ଯେଉଁଠାରେ ଆମେ ମଧ୍ୟ ରହିଥାଉ । ବାବା ବୁଝାଉଛନ୍ତି ଏହା ପତିତ, ପାପ ଆତ୍ମାମାନଙ୍କର ତମଃପ୍ରଧାନ ଦୁନିଆ ଅଟେ । ତୁମେ ମଧ୍ୟ ଜାଣୁଛ ବାସ୍ତବରେ ଆମେ ଆତ୍ମାମାନେ ଏହି ସମୟରେ ତମଃପ୍ରଧାନ ଅଟୁ । ୮୪ ଜନ୍ମର ଚକ୍ର ଲଗାଇ ସତ୍ତ୍ୱପ୍ରଧାନରୁ ଏବେ ତମଃପ୍ରଧାନ ଅବସ୍ଥାକୁ ଆସିଛୁ । ଏହା ପୁରୁଣା ଅଥବା କଳିଯୁଗୀ ଦୁନିଆ ଅଟେ ନା । ଏହି ନାମ ସବୁ ବର୍ତ୍ତମାନ ସମୟର ଅଟେ । ପୁରୁଣା ଦୁନିଆ ପରେ ପୁଣି ନୂଆ ଦୁନିଆ ଆସିଥାଏ । ଭାରତବାସୀମାନେ ଏହା ମଧ୍ୟ ଜାଣିଛନ୍ତି ଯେ ମହାଭାରତ ଲଢେଇ ମଧ୍ୟ ସେତେବେଳେ ଲାଗିଥିଲା ଯେତେବେଳେ କି ଦୁନିଆ ବଦଳିବାର ଥିଲା, ସେତେବେଳେ ହିଁ ବାବା ଆସି ରାଜଯୋଗ ଶିଖାଇଥିଲେ । ତେବେ ଭୁଲ କ’ଣ ହୋଇଯାଇଛି? ପ୍ରଥମେ ତ କଳ୍ପର ଆୟୁଷକୁ ଭୁଲି ଗଲେ ଏବଂ ଗୀତାର ଭଗବାନଙ୍କୁ ମଧ୍ୟ ଭୁଲି ଗଲେ । ଶ୍ରୀକୃଷ୍ଣଙ୍କୁ ତ ଗଡ୍ ଫାଦର (ଈଶ୍ୱର ପିତା) କୁହାଯାଇ ପାରିବ ନାହିଁ । ଆତ୍ମା କହୁଛି ଗଡ ଫାଦର, ତେବେ ସିଏ ନିରାକାର ହୋଇଗଲେ । ନିରାକାର ବାବା ଆତ୍ମାମାନଙ୍କୁ କହିଥା’ନ୍ତି ମୋତେ ମନେ ପକାଅ । ମୁଁ ହିଁ ପତିତ-ପାବନ ଅଟେ, ମୋତେ ହିଁ ଡାକିଥା’ନ୍ତି - ହେ ପତିତ ପାବନ । କୃଷ୍ଣ ତ ଦେହଧାରୀ ଅଟନ୍ତି ନା । ମୋର ତ କୌଣସି ଶରୀର ନାହିଁ । ମୁଁ ନିରାକାର । ମୁଁ ମନୁଷ୍ୟମାନଙ୍କର ପିତା ନୁହେଁ, ଆତ୍ମାମାନଙ୍କର ପିତା ଅଟେ । ଏହା ତ ପକ୍କା ନିଶ୍ଚୟ କରିନେବା ଦରକାର । ଘଡି ଘଡି (ପ୍ରତିମୂହୁର୍ତ୍ତରେ) ଆମେ ଆତ୍ମାମାନେ ଏହି ବାବାଙ୍କ ଠାରୁ ବର୍ସା (ସମ୍ପତ୍ତି) ନେଉଛୁ । ବର୍ତ୍ତମାନ ୮୪ ଜନ୍ମ ପୁରା ହେବାକୁ ଯାଉଛି, ବାବା ଆସିଛନ୍ତି । ତେଣୁ ତୁମେମାନେ ବାବା-ବାବା ହିଁ କରୁଥାଅ । ବାବାଙ୍କୁ ବହୁତ ମନେପକାଇବା ଦରକାର । ସାରା କଳ୍ପ ଶାରୀରିକ ପିତାଙ୍କୁ ମନେ ପକାଇ ଆସିଛ । ବର୍ତ୍ତମାନ ବାବା ଆସିଛନ୍ତି ଏବଂ ମନୁଷ୍ୟ ସୃଷ୍ଟିରୁ ସମସ୍ତ ଆତ୍ମାମାନଙ୍କୁ ଘରକୁ ନେଇଯାଉଛନ୍ତି, କାରଣ ରାବଣ ରାଜ୍ୟରେ ମନୁଷ୍ୟମାନଙ୍କର ଦୁର୍ଗତି ହୋଇଯାଇଛି ସେଥିପାଇଁ ଏବେ ବାବାଙ୍କୁ ମନେ ପକାଇବା ଦରକାର । ଏକଥା ମଧ୍ୟ କୌଣସି ମନୁଷ୍ୟ ବୁଝୁନାହାଁନ୍ତି ଯେ ବର୍ତ୍ତମାନ ରାବଣ ରାଜ୍ୟ ଅଟେ । ରାବଣର ଅର୍ଥକୁ ବି କେହି ବୁଝୁ ନାହାଁନ୍ତି । ଦଶହରା ପାଳନ କରିବା କେବଳ ଗୋଟିଏ ପ୍ରଥା ହୋଇଯାଇଛି । ତୁମେମାନେ ମଧ୍ୟ ଏହାର ଅର୍ଥକୁ କିଛି ବୁଝି ନ ଥିଲ । ବର୍ତ୍ତମାନ ତୁମମାନଙ୍କୁ ଜ୍ଞାନ ମିଳିଛି ଅନ୍ୟମାନଙ୍କୁ ଜ୍ଞାନ ଦେବା ପାଇଁ । ଯଦି ଅନ୍ୟକୁ ବୁଝାଇ ପାରୁ ନାହଁ ତେବେ ବୁଝିଯିବା ଦରକାର ଯେ, ନିଜେ କିଛି ବୁଝିନାହଁ । ବାବାଙ୍କ ପାଖରେ ସୃଷ୍ଟିଚକ୍ରର ଜ୍ଞାନ ଅଛି । ଆମେ ତାଙ୍କର ସନ୍ତାନ ଅଟୁ, ତେଣୁ ଆମମାନଙ୍କ ପାଖରେ ମଧ୍ୟ ସେହି ଜ୍ଞାନ ରହିବା ଦରକାର ।

ତୁମର ଏହା ଗୀତାପାଠଶାଳା ଅଟେ । ଉଦ୍ଦେଶ୍ୟ କ’ଣ? ଲକ୍ଷ୍ମୀ-ନାରାୟଣ ହେବା । ଏହା ରାଜଯୋଗ ଅଟେ ନା । ଏହି ଜ୍ଞାନ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବାର ଜ୍ଞାନ । ସେମାନେ କାହାଣୀ ସବୁ ଶୁଣାଇଥା’ନ୍ତି । ଏଠାରେ ତ ଆମେ ପାଠ ପଢୁଛୁ, ଆମକୁ ବାବା ରାଜଯୋଗ ଶିଖାଉଛନ୍ତି ଏବଂ ତାହା ମଧ୍ୟ କଳ୍ପର ସଂଗମଯୁଗରେ । ବାବା କହୁଛନ୍ତି ମୁଁ ପୁରୁଣା ଦୁନିଆକୁ ବଦଳାଇ ନୂଆ ଦୁନିଆ କରିବା ପାଇଁ ଆସିଛି । ନୂଆ ଦୁନିଆରେ ଏହାଙ୍କର ରାଜ୍ୟ ଥିଲା, ପୁରୁଣାରେ ନାହିଁ, ପୁଣି ନିଶ୍ଚିତ ଭାବେ ହେବା ଦରକାର । ଚକ୍ରକୁ ତ ଜାଣିଯାଇଛ । ମୁଖ୍ୟ ଧର୍ମ ହେଉଛି ଚାରିଟି । ବର୍ତ୍ତମାନ ଦୈବୀ ଧର୍ମ ନାହିଁ । ଦୈବୀ ଧର୍ମ ଭ୍ରଷ୍ଟ ଏବଂ ଦୈବୀ କର୍ମ ଭ୍ରଷ୍ଟ ହୋଇଯାଇଛି । ବର୍ତ୍ତମାନ ପୁଣି ତୁମକୁ ଦୈବୀ ଧର୍ମ ଶ୍ରେଷ୍ଠ ଏବଂ କର୍ମଶ୍ରେଷ୍ଠ ହେବାର ଶିକ୍ଷା ଦେଉଛନ୍ତି ତେଣୁ ନିଜ ଉପରେ ଧ୍ୟାନ ରଖିବା ଦରକାର ଯେ, ମୋ ଦ୍ୱାରା କୌଣସି ଆସୁରୀ କର୍ମ ହେଉନାହିଁ ତ ? ମାୟାର ପ୍ରଭାବରୁ କୌଣସି ଖରାପ ବିଚାର ବୁଦ୍ଧିରେ ଆସୁନାହିଁ ତ? କୁଦୃଷ୍ଟି ରହୁନାହିଁ ତ? ଯଦି ଦେଖୁଛ କାହାର କୁଦୃଷ୍ଟି ରହୁଛି ଅଥବା ଖରାପ ବିଚାର ଆସୁଛି ତେବେ ତାଙ୍କୁ ତୁରନ୍ତ ସାବଧାନ କରିଦେବା ଦରକାର । ତାଙ୍କୁ ସହଯୋଗ ଦେବା ଉଚିତ୍ ନୁହେଁ । ତାଙ୍କୁ ସାବଧାନ କରିବା ଦରକାର - ତୁମଠାରେ ମାୟାର ପ୍ରବେଶତା ହେବା କାରଣରୁ ଖରାପ ବିଚାର ଆସୁଛି । ଯୋଗରେ ବସି ଯଦି ବାବାଙ୍କ ପରିବର୍ତ୍ତେ କାହାର ଦେହ ପ୍ରତି ବୁଦ୍ଧି ଯାଉଛି, ତେବେ ବୁଝିଯିବା ଦରକାର ଯେ ମାୟାର ଆକ୍ରମଣ ହେଉଛି, ମୁଁ ପାପ କରୁଛି । ଏଥିରେ ତ ବୁଦ୍ଧି ବହୁତ ଶୁଦ୍ଧ ହେବା ଦରକାର । ଥଟ୍ଟା ମଜାରେ ମଧ୍ୟ ବହୁତ କ୍ଷତି ହୋଇଥାଏ, ଏଥିପାଇଁ ତୁମର ମୁଖରୁ ସର୍ବଦା ଶୁଦ୍ଧ ବଚନ ବାହାରିବା ଦରକାର, କୁବଚନ ନୁହେଁ । ଥଟ୍ଟାମଜା ଆଦି ମଧ୍ୟ କରିବା ଉଚିତ୍ ନୁହେଁ । ଏମିତି ନୁହେଁ କି ମୁଁ ତ ମଜାରେ କରିଦେଲି.... ତା’ ଦ୍ୱାରା ମଧ୍ୟ କ୍ଷତି ହୋଇଯାଇଥାଏ । ହସିବା ମଧ୍ୟ ଏମିତି ହେବା ଉଚିତ୍ ନୁହେଁ କି ଯେଉଁଥିରେ ବିକାରର ଦୁର୍ଗନ୍ଧ ଥିବ । ତୁମମାନଙ୍କୁ ବହୁତ ଖବରଦାର ରହିବାକୁ ହେବ । ତୁମେମାନେ ଜାଣିଛ ନାଗା ଲୋକମାନେ ମଧ୍ୟ ଅଛନ୍ତି ଯେଉଁମାନଙ୍କର ବୁଦ୍ଧି ବିକାର ଆଡକୁ କେବେ ବି ଯାଏ ନାହିଁ । ରହନ୍ତି ମଧ୍ୟ ଅଲଗା । କିନ୍ତୁ କର୍ମେନ୍ଦ୍ରିୟର ଚଞ୍ଚଳତା ଯୋଗ ବିନା କେବେ ବି ଯିବ ନାହିଁ । କାମ ବିକାର ଏପରି ଶତ୍ରୁ ଯେ ଯଦି ଯାହାକୁ ବି ଦେଖିବ ଯୋଗ ପୁରା ନ ଥିବ ତେବେ ମନ ନିଶ୍ଚିତ ଚଞ୍ଚଳ ହେବ । ତେଣୁ ନିଜର ପରୀକ୍ଷା ନେବା ଦରକାର । ସେଥିପାଇଁ ବାବାଙ୍କ ୟାଦରେ ରୁହ ତେବେ କୌଣସି ପ୍ରକାରର ବେମାରୀ ରହିବ ନାହିଁ । ଯୋଗଯୁକ୍ତ ହୋଇ ରହିଲେ ଏଭଳି ହେବ ନାହିଁ । ସତ୍ୟଯୁଗରେ କୌଣସି ପ୍ରକାରର ବିକାର ରହିବ ନାହିଁ । ସେଠାରେ ରାବଣର ଚଞ୍ଚଳତା ହିଁ ନ ଥାଏ ଯାହାଦ୍ୱାରା ମନଚଞ୍ଚଳ ହେବ । ସେଠାରେ ଯୋଗୀ ଜୀବନ ରହିଥାଏ । ଏଠାରେ ମଧ୍ୟ ଅବସ୍ଥା ବହୁତ ପକ୍କା ହେବା ଆବଶ୍ୟକ । ଯୋଗଦ୍ୱାରା ଏହି ସବୁ ବେମାରୀ ବନ୍ଦ ହୋଇଯିବ । ସେଥିପାଇଁ ବହୁତ ପରିଶ୍ରମ ଦରକାର । ରାଜ୍ୟ ନେବା କୌଣସି ମାଉସୀ ଘର କଥା ନୁହେଁ । ପୁରୁଷାର୍ଥ ତ କରିବାକୁ ହେବ ନା । ଏପରି ନୁହେଁ ଯେ ଯାହା ଭାଗ୍ୟରେ ଥିବ ତାହା ମିଳିବ । ଯଦି ଜ୍ଞାନର ଧାରଣା କରିବ ନାହିଁ ତେବେ ପାଇପଇସାକର ପଦ ପାଇବାର ଯୋଗ୍ୟ ହେବ । ସବଜେକ୍ଟ (ବିଷୟ) ତ ବହୁତ ଅଛି ନା । କେହି ଡ୍ରଇଁରେ କେହି ଖେଳରେ ନମ୍ବର ନେଇଥାଆନ୍ତି । ତାହା ହେଉଛି କମନ (ସାଧାରଣ) ବିଷୟ । ଏହିପରି ଏଠାରେ ମଧ୍ୟ ବିଷୟ ରହିଛି । କିଛି ନା କିଛି ମିଳିବ । ବାକି ବାଦଶାହୀ ମିଳିପାରିବ ନାହିଁ । ସେବା ବହୁତ କରିବେ ତେବେ ଯାଇ ବାଦଶାହୀ ମିଳିବ । ସେଥିପାଇଁ ବହୁତ ପରିଶ୍ରମ ଦରକାର । କିନ୍ତୁ ଅନେକଙ୍କର ବୁଦ୍ଧିରେ ଏ କଥା ରହେ ନାହିଁ । ଯେପରି ଖାଦ୍ୟ ହଜମ ହିଁ ହୋଇ ନ ଥାଏ । ଉଚ୍ଚ ପଦ ପାଇବାର ସାହସ ନାହିଁ, ଏହାକୁ ମଧ୍ୟ ବେମାର ବୋଲି କୁହାଯିବ ନା । ତୁମେ କୌଣସି କଥାକୁ ଦେଖି ମଧ୍ୟ ନ ଦେଖିଲା ପରି ରୁହ । ପରମ ପିତାଙ୍କ ସ୍ମୃତିରେ ରହି ଅନ୍ୟକୁ ରାସ୍ତା ଦେଖାଇବାକୁ ହେବ, ଅନ୍ଧର ବାଡି (ସାହାରା)ହୁଅ । ତୁମେ ତ ରାସ୍ତା ଜାଣିଛ । ରଚୟିତା ଏବଂ ରଚନାର ଜ୍ଞାନ, ମୁକ୍ତି ଏବଂ ଜୀବନମୁକ୍ତି ସେହିମାନଙ୍କ ବୁଦ୍ଧିରେ ଘୂରୁଛି, ଯିଏ ଯିଏ ମହାରଥୀ ଅଟନ୍ତି । ପିଲାମାନଙ୍କ ଅବସ୍ଥାରେ ମଧ୍ୟ ରାତି ଦିନର ଫରକ ରହିଥାଏ । କେଉଁଠି ବହୁତ ଧନବାନ ହୋଇଯାଉଛନ୍ତି, କେଉଁଠି ବିଲକୁଲ୍ ଗରୀବ । ରାଜ ପଦରେ ତ ପାର୍ଥକ୍ୟ ରହିଛି ନା । ବାକି ହଁ, ସେଠାରେ ରାବଣ ନ ଥିବା କାରଣରୁ ଦୁଃଖ ହୋଇ ନ ଥାଏ । ବାକି ସମ୍ପତ୍ତିରେ ତ ପାର୍ଥକ୍ୟ ରହିଥାଏ ଏବଂ ସମ୍ପତ୍ତିରେ ହିଁ ସୁଖ ରହିଥାଏ ।

ଯେତେ ଯୋଗଯୁକ୍ତ ହୋଇ ରହିବ ସେତେ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ସେଥିପାଇଁ ପରିଶ୍ରମ କରିବାକୁ ହେବ । ଅନେକଙ୍କର ତ ଚାଲିଚଳନ ଏପରି ହୋଇଥାଏ ଯେପରି ଅଜ୍ଞାନୀ ମନୁଷ୍ୟଙ୍କର ହୋଇଥାଏ । ସେମାନେ କାହାରି କଲ୍ୟାଣ କରିପାରିବେ ନାହିଁ । ଯେତେବେଳେ ପରୀକ୍ଷା ହୋଇଥାଏ ସେତେବେଳେ ଜଣାପଡିଯାଏ ଯେ କିଏ କେତେ ମାର୍କସ ନେଇ ପାସ୍ କରିବେ, ପୁଣି ସେ ସମୟରେ ହାଏ ହାଏ କରିବାକୁ ପଡିବ । ବାପଦାଦା ଉଭୟ ମିଶି କେତେ ବୁଝାଉଛନ୍ତି । ବାବା ହିଁ ଆସିଛନ୍ତି ତୁମମାନଙ୍କର କଲ୍ୟାଣ କରିବା ପାଇଁ । ତେଣୁ ତୁମେମାନଙ୍କୁ ନିଜର କଲ୍ୟାଣ କରିବା ସହିତ ଅନ୍ୟର ମଧ୍ୟ କରିବାକୁ ହେବ । ବାବାଙ୍କୁ ମଧ୍ୟ ଡାକୁଛ ଏଠାକୁ ଆସ, ଆସି ଆମ ପତିତମାନଙ୍କୁ ପାବନ ହେବାର ରାସ୍ତା ବତାଅ । ତେଣୁ ବାବା ଶ୍ରୀମତ ଦେଉଛନ୍ତି - ତୁମେ ନିଜକୁ ଆତ୍ମା ନିଶ୍ଚୟ କରି ଦେହ-ଅଭିମାନ ଛାଡି ମୋତେ ମନେ ପକାଅ । ଏହା କେତେ ସହଜ ଔଷଧ । ତୁମେମାନେ କୁହ, ଆମେ କେବଳ ଏକ ଭଗବାନ ବାବାଙ୍କୁ ମାନିଥାଉ । ସେ କହୁଛନ୍ତି ମୋତେ ଡାକୁଛ କି ଆସି ପତିତମାନଙ୍କୁ ପାବନ କରାଅ ସେଥିପାଇଁ ମୋତେ ଆସିବାକୁ ପଡିଥାଏ । ବ୍ରହ୍ମାଙ୍କଠାରୁ ତୁମକୁ କିଛି ବି ମିଳିବ ନାହିଁ । ସେ ତ ଦାଦା ଅଟନ୍ତି, ବାବା ବି ନୁହଁନ୍ତି । ବାବାଙ୍କ ଠାରୁ ତ ବର୍ସା (ସମ୍ପତ୍ତି) ମିଳିଥାଏ । ବ୍ରହ୍ମାଙ୍କଠାରୁ କ’ଣ ବର୍ସା ମିଳେ କି? ନିରାକାର ବାବା ଏହାଙ୍କ ଦ୍ୱାରା ଏଡାପ୍ଟ ଅର୍ଥାତ୍ ପୋଷ୍ୟ କରି ଆମ ଆତ୍ମାମାନଙ୍କୁ ପାଠ ପଢାଇଥା’ନ୍ତି । ଏହାଙ୍କୁ (ବ୍ରହ୍ମାଙ୍କୁ) ମଧ୍ୟ ପଢାଇଥା’ନ୍ତି । ତେବେ ବ୍ରହ୍ମାଙ୍କଠାରୁ ତ କିଛି ବି ମିଳିବାର ନାହିଁ । ସମ୍ପତ୍ତି ତ ବାବାଙ୍କଠାରୁ ହିଁ ମିଳିବ ଏବଂ ବାବା ଏହାଙ୍କ ଦ୍ୱାରା ହିଁ ଦେଇଥା’ନ୍ତି । ଦେଲାବାଲା ଜଣେ, ଏ ସବୁ ହେଲା ତାଙ୍କର ହିଁ ମହିମା । ସିଏ ହିଁ ସମସ୍ତଙ୍କର ସଦଗତିଦାତା ଅଟନ୍ତି । ଇଏ ତ ପୂଜ୍ୟରୁ ପୂଜାରୀ ହୋଇଥା’ନ୍ତି । ସତ୍ୟଯୁଗରେ ଜନ୍ମ ନେଇଥିଲେ, ପୁଣି ୮୪ ଜନ୍ମ ଭୋଗ କରି ଏବେ ପତିତ ହୋଇଯାଇଛନ୍ତି ପୁଣି ଏବେ ପୂଜ୍ୟ ପବିତ୍ର ହେଉଛନ୍ତି । ଆମେ ବାବାଙ୍କ ଠାରୁ ଶୁଣୁଛୁ । କୌଣସି ମନୁଷ୍ୟଙ୍କଠାରୁ ଶୁଣୁ ନାହୁଁ । ମନୁଷ୍ୟମାନଙ୍କର ହେଲା ହିଁ ଭକ୍ତିମାର୍ଗର କଥା । ଏହା ହେଲା ଆଧ୍ୟାତ୍ମିକ ଜ୍ଞାନମାର୍ଗ । ଏହି ଜ୍ଞାନ ଏକମାତ୍ର ଜ୍ଞାନ ସାଗରଙ୍କ ପାଖରେ ହିଁ ଅଛି । ବାକି ଏହି ସବୁ ଶାସ୍ତ୍ର ଇତ୍ୟାଦି ଭକ୍ତିର ଅଟେ । ଶାସ୍ତ୍ର ଆଦି ପଢିବା - ଏସବୁ ହେଉଛି ଭକ୍ତିମାର୍ଗ । ଜ୍ଞାନର ସାଗର ତ ଏକମାତ୍ର ବାବା ହିଁ ଅଟନ୍ତି, ଆମେ ସବୁ ଜ୍ଞାନ ନଦୀ ଜ୍ଞାନ ସାଗରଙ୍କଠାରୁ ବାହାରିଛୁ । ବାକି ତାହା ହେଉଛି ପାଣିର ସାଗର ଓ ନଦୀ ଗୁଡିକ । ପିଲାମାନଙ୍କର ଏହିସବୁ କଥା ଉପରେ ବିଚାର ଚାଲିବା ଦରକାର । ଅନ୍ତର୍ମୁ୍‌ଖୀ ହୋଇ ବୁଦ୍ଧି ଚଲାଇବା ଦରକାର । ନିଜେ ନିଜକୁ ସୁଧାରିବା ପାଇଁ ଅନ୍ତର୍ମୁଖୀ ହୋଇ ନିଜକୁ ଯାଞ୍ଚ କର । ଯଦି ମୁଖଦ୍ୱାରା କୌଣସି କୁବଚନ ବାହାରେ ବା କୁଦୃଷ୍ଟି ଯାଏ ତେବେ ନିଜକୁ ନିଜେ ଧିକ୍କାର କରିବା ଦରକାର - ଯେ ମୋ ମୁଖରୁ କୁବଚନ କାହିଁକି ବାହାରିଲା, ମୋର କୁଦୃଷ୍ଟି କାହିଁକି ଗଲା? ନିଜକୁ ଚାପୁଡା ମଧ୍ୟ ମାରିବା ଦରକାର, ବାରମ୍ବାର ସାବଧାନ କରିବା ଆବଶ୍ୟକ ତେବେ ଯାଇ ଉଚ୍ଚପଦ ପାଇପାରିବ । ମୁଖରୁ ଯେପରି କୌଣସି କଟୁବଚନ ନ ବାହାରୁ । ବାବାଙ୍କୁ ତ ସବୁ ପ୍ରକାରର ଶିକ୍ଷା ଦେବାକୁ ପଡିଥାଏ । କାହାକୁ ପାଗଳ କହିବା ମଧ୍ୟ କୁବଚନ ଅଟେ ।

ମନୁଷ୍ୟ ତ ଯାହା ପାଇଁ ଯାହା ଆସୁଛି ତାହା କହିଦେଉଛନ୍ତି । କିଛି ବି ଜାଣିପାରନ୍ତି ନାହିଁ ଯେ ମୁଁ କାହାର ମହିମା ଗାନ କରୁଛି । ଏକମାତ୍ର ପତିତ-ପାବନ ବାବାଙ୍କର ହିଁ ମହିମା କରିବା ଦରକାର । ଆଉ ତ କେହି ନାହାଁନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ପତିତ-ପାବନ କୁହାଯାଇ ପାରିବ ନାହିଁ । ଏମାନେ ତ କାହାକୁ ପାବନ କରନ୍ତି ନାହିଁ । ପତିତରୁ ପବିତ୍ର ଏକମାତ୍ର ବାବା ହିଁ କରିଥା’ନ୍ତି । ଯାହାକୁ ହିଁ ନୂଆ ଦୁନିଆ କୁହାଯାଇଥାଏ । ତାହା ତ ବର୍ତ୍ତମାନ ନାହିଁ । ପବିତ୍ରତା ତ କେବଳ ସ୍ୱର୍ଗରେ ହିଁ ରହିଥାଏ । ପବିତ୍ରତାର ସାଗର ଶିବବାବା ମଧ୍ୟ ଏବେ ଏଠାରେ ଅଛନ୍ତି । ଇଏ ତ ହେଉଛି ରାବଣ ରାଜ୍ୟ । ତେବେ ପିଲାମାନଙ୍କୁ ଆତ୍ମ-ଅଭିମାନୀ ହେବା ପାଇଁ ବହୁତ ପରିଶ୍ରମ କରିବା ଦରକାର । ମୁଖରୁ କୌଣସି ପଥର ବା କୁବଚନ ବାହାରିବା ଉଚିତ୍ ନୁହେଁ । ସମସ୍ତଙ୍କ ସହିତ ବହୁତ ସ୍ନେହରେ ଚାଲିବା ଦରକାର । କୁଦୃଷ୍ଟି ମଧ୍ୟ ବହୁତ କ୍ଷତି କରିଦେଇଥାଏ । ବହୁତ ମେହନତ ଦରକାର । ଆତ୍ମ-ଅଭିମାନ ହେଉଛି ଅବିନାଶୀ ଅଭିମାନ । ଦେହ ତ ବିନାଶୀ ଅଟେ । ତେବେ ଆତ୍ମାକୁ କେହି ବି ଜାଣି ନାହାଁନ୍ତି । ଆତ୍ମାର ମଧ୍ୟ ପିତା ନିଶ୍ଚିତ କେହି ଥିବେ ନା । କହୁଛନ୍ତି ମଧ୍ୟ ସମସ୍ତେ ଭାଇ ଭାଇ ଅଟନ୍ତି । ତେବେ ସମସ୍ତଙ୍କ ଭିତରେ ପରମାତ୍ମା ପିତା କିପରି ବିରାଜମାନ ହୋଇପାରିବେ? ସମସ୍ତେ ପିତା କିପରି ହୋଇ ପାରିବେ? ଏତିକି ବି ଅକଲ ନାହିଁ । ସମସ୍ତ ଆତ୍ମାମାନଙ୍କର ପିତା ତ ଜଣେ ଅଟନ୍ତି, ତାଙ୍କଠାରୁ ହିଁ ସମ୍ପତ୍ତି ମିଳିଥାଏ । ତାଙ୍କର ନାମ ହେଲା ଶିବ । ଶିବରାତ୍ରୀ ମଧ୍ୟ ପାଳନ କରିଥା’ନ୍ତି । ରୁଦ୍ର ରାତ୍ରି ବା ଶ୍ରୀକୃଷ୍ଣ ରାତ୍ରି କୁହାଯାଏ ନାହିଁ । ମନୁଷ୍ୟ ତ କିଛି ବି ବୁଝନ୍ତି ନାହିଁ । କହିବେ ଏସବୁ ତାଙ୍କର ରୂପ, ତାଙ୍କର ହିଁ ଲୀଳା ଅଟେ ।

ତୁମେ ବର୍ତ୍ତମାନ ବୁଝୁଛ ବେହଦର ପିତାଙ୍କଠାରୁ ବେହଦର ବର୍ସା ମିଳିଥାଏ ତେବେ ସେହି ପିତାଙ୍କ ଶ୍ରୀମତରେ ଚାଲିବା ଦରକାର ନା । ବାବା କହୁଛନ୍ତି ମୋତେ ମନେ ପକାଅ । ଲେବର୍ସଙ୍କୁ (ମୂଲିଆମାନଙ୍କୁ) ମଧ୍ୟ ଶିକ୍ଷା ଦେବା ଆବଶ୍ୟକ ତେବେ ସେମାନଙ୍କର ମଧ୍ୟ କିଛି କଲ୍ୟାଣ ହୋଇପାରିବ । କିନ୍ତୁ ଯଦି ନିଜେ ବାବାଙ୍କୁ ମନେ ନ ପକାଇବେ ତେବେ ଅନ୍ୟକୁ କ’ଣ ଯୋଗ ଶିଖାଇବେ । ରାବଣ ଏକଦମ୍ ପତିତ କରିଦିଏ, ପୁଣି ବାବା ଆସି ପରିସ୍ତାନୀ କରାଇଥା’ନ୍ତି । କେତେ ଆଶ୍ଚର୍ଯ୍ୟ କଥା ନା । କିନ୍ତୁ ଏକଥା କାହାର ବୁଦ୍ଧିରେ ନାହିଁ । ଏହି ଲକ୍ଷ୍ମୀ-ନାରାୟଣ କେତେ ଉଚ୍ଚ ପରିସ୍ତାନୀରୁ ପୁଣି କେତେ ପତିତ ହୋଇଯାଇଥା’ନ୍ତି, ଏଥିପାଇଁ ବ୍ରହ୍ମାଙ୍କ ଦିନ, ବ୍ରହ୍ମାଙ୍କ ରାତ୍ରିର ଗାୟନ ହେଉଛି । ଶିବଙ୍କ ମନ୍ଦିରରେ ମଧ୍ୟ ତୁମେମାନେ ବହୁତ ସେବା କରିପାରିବ । ବାବା କହୁଛନ୍ତି ତୁମେ ମୋତେ ମନେ ପକାଅ । ଏଣେତେଣେ ଘୁରିବା ଛାଡିଦିଅ । ଏହି ଜ୍ଞାନ ହେଉଛି ଶାନ୍ତିର । ବାବାଙ୍କୁ ମନେ ପକାଇଲେ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ବାସ୍ ଏହି ମନ୍ତ୍ର ସମସ୍ତଙ୍କୁ ଦେଇଚାଲ । ଯେ ପର୍ଯ୍ୟନ୍ତ ପକ୍କା ନ ହୋଇଛନ୍ତି ସେ ପର୍ଯ୍ୟନ୍ତ କାହାଠାରୁ ପଇସା ନିଅ ନାହିଁ । ସେମାନଙ୍କୁ କୁହ ପ୍ରତିଜ୍ଞା କର, ଆମେ ପବିତ୍ର ରହିବୁ, ତେବେ ଆମେ ତୁମ ହାତରୁ ଖାଇପାରିବୁ, କିଛି ବି ନେଇପାରିବୁ । ଭାରତରେ ମନ୍ଦିର ତ ବହୁତ ଅଛି । ବିଦେଶ ଆଦିରୁ ଯିଏ ବି ଆସୁଛନ୍ତି ସେମାନଙ୍କୁ ଏହି ସନ୍ଦେଶ ତୁମେ ଦେଇପାରିବ କି ବାବାଙ୍କୁ ମନେ ପକାଅ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କେବେ ହେଲେ ଏପରି ହସମଜା କର ନାହିଁ ଯେଉଁଥିରେ ବିକାରର ଦୁର୍ଗନ୍ଧ ଥିବ । ନିଜକୁ ବହୁତ ସାବଧାନ ରଖିବାକୁ ହେବ, ମୁଖରୁ କେବେ ବି କଟୁବଚନ ବାହାର କରିବାର ନାହିଁ ।

(୨) ଆତ୍ମ-ଅଭିମାନୀ ହେବାର ବହୁତ ବହୁତ ଅଭ୍ୟାସ କରିବାକୁ ହେବ । ସମସ୍ତଙ୍କ ସହିତ ସ୍ନେହରେ ଚାଲିବାକୁ ହେବ । କାହା ପ୍ରତି କୁଦୃଷ୍ଟି ରଖିବାର ନାହିଁ । ଯଦି କୁଦୃଷ୍ଟି ଯାଉଛି ତେବେ ନିଜେ ହିଁ ନିଜକୁ ଦଣ୍ଡ ଦେବାକୁ ହେବ ।

ବରଦାନ:-
ନିରନ୍ତର ଯୋଗ ଏବଂ ସେବାର ସନ୍ତୁଳନ ଦ୍ୱାରା ପିଲାଳିଆ ନଖରାମୀକୁ ସମାପ୍ତ କରୁଥିବା ବାନପ୍ରସ୍ଥୀ ଭବ ।

ଛୋଟ ଛୋଟ କଥାରେ ସଂଗମଯୁଗର ଅମୂଲ୍ୟ ସମୟକୁ ନଷ୍ଟ କରିବା ପିଲାଳିଆ ନଖରାମୀ ଅଟେ । ଏବେ ଆଉ ଏହିଭଳି ନଖରାମୀ ତୁମମାନଙ୍କୁ ଶୋଭା ପାଉ ନାହିଁ - ବାନପ୍ରସ୍ଥ ଅବସ୍ଥାରେ କେବଳ ଗୋଟିଏ କାମ ବାକି ରହିଛି ତାହା ହେଲା ବାବାଙ୍କୁ ମନେ ପକାଇବା ଏବଂ ସେବା କରିବା । ଏହା ବ୍ୟତୀତ ଅନ୍ୟ କିଛି ବି ମନେ ନ ରହୁ । ଉଠିବା ମାତ୍ରକେ ଯୋଗ ଏବଂ ସେବା, ଶୋଇବା ବେଳେ ମଧ୍ୟ ଯୋଗ ଏବଂ ସେବା - ନିରନ୍ତର ଭାବରେ ଏହି ସନ୍ତୁଳନ କାଏମ ରହିଥାଉ । ତ୍ରିକାଳଦର୍ଶୀ ହୋଇ ପିଲାଦିନର କଥା ସବୁ ବା ପିଲାଦିନର ସଂସ୍କାର ଗୁଡିକର ସମାପ୍ତି ସମାରୋହ ପାଳନ କର, ତେବେ କୁହାଯିବ ବାନପ୍ରସ୍ଥି ।

ସ୍ଲୋଗାନ:-
ସର୍ବପ୍ରାପ୍ତିରେ ସମ୍ପନ୍ନ ଆତ୍ମାର ଲକ୍ଷଣ ହେଲା ସନ୍ତୁଷ୍ଟତା, ତେଣୁ ସନ୍ତୁଷ୍ଟ ରୁହ ଏବଂ ସନ୍ତୁଷ୍ଟ କର ।