15.03.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ତୁମମାନଙ୍କୁ ନିଜର ଘରକୁ ଫେରିବାକୁ ହେବ, ସେଥିପାଇଁ ଦେହ ସହିତ ଦେହର ସର୍ବ ସମ୍ବନ୍ଧକୁ ଭୁଲି
ଏକମାତ୍ର ବାବାଙ୍କୁ ହିଁ ମନେପକାଅ, ଏହା ହେଉଛି ସତ୍ୟ ଗୀତା ଜ୍ଞାନର ପ୍ରକୃତ ସାରାଂଶ ।”
ପ୍ରଶ୍ନ:-
ତୁମମାନଙ୍କର
ସହଜ ପୁରୁଷାର୍ଥ କ’ଣ?
ଉତ୍ତର:-
ବାବା କହୁଛନ୍ତି ତୁମେମାନେ ସଦାସର୍ବଦା ବିଲ୍କୁଲ୍ ଚୁପ୍ ରୁହ, ଚୁପ୍ ରହିଲେ ହିଁ ବାବାଙ୍କର
ସମ୍ପତ୍ତି ନେଇପାରିବ । ବାବାଙ୍କୁ ସର୍ବଦା ମନେ ପକାଇବାକୁ ହେବ ଏବଂ ସୃଷ୍ଟିଚକ୍ରକୁ ବୁଦ୍ଧିରେ
ଘୂରାଇବାକୁ ହେବ । ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ତୁମର ବିକର୍ମ ବିନାଶ ହେବ, ଆୟୁ ବୃଦ୍ଧି
ହେବ ଏବଂ ସୃଷ୍ଟିଚକ୍ରକୁ ଜାଣିବା ଦ୍ୱାରା ଚକ୍ରବର୍ତ୍ତୀ ରାଜା ହୋଇଯିବ - ଏହା ହିଁ ହେଉଛି ସହଜ
ପୁରୁଷାର୍ଥ ।
ଓମ୍ ଶାନ୍ତି ।
ମିଠା-ମିଠା
ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ପୁନର୍ବାର ପ୍ରତିଦିନ ବୁଝାଉଛନ୍ତି । ପିଲାମାନେ ତ
ବୁଝୁଛନ୍ତି ଯେ ପ୍ରକୃତରେ ଆମେ କଳ୍ପପୂର୍ବ ଭଳି ଗୀତା ଜ୍ଞାନର ପାଠ ପଢୁଛୁ । କିନ୍ତୁ ପାଠ
ଶ୍ରୀକୃଷ୍ଣ ପଢାଉ ନାହାଁନ୍ତି, ପରମପିତା ପରମାତ୍ମା ଆମକୁ ପଢାଉଛନ୍ତି । ସିଏ ହିଁ ଆମକୁ
ପୁନର୍ବାର ରାଜଯୋଗ ଶିଖାଉଛନ୍ତି । ଏବେ ତୁମେ ସିଧାସଳଖ ଭଗବାନଙ୍କ ଠାରୁ ଶୁଣୁଛ ।
ଭାରତବାସୀମାନଙ୍କର ସବୁ କଥା ନିର୍ଭର କରୁଛି ଗୀତା ଉପରେ, ସେହି ଗୀତାରେ ମଧ୍ୟ ଲେଖା ହୋଇଛି ଯେ
ରୁଦ୍ର ଜ୍ଞାନ ଯଜ୍ଞ ରଚନା ହୋଇଥିଲା । ଏହା ଯଜ୍ଞ ମଧ୍ୟ ଅଟେ ଏବଂ ପାଠଶାଳା ମଧ୍ୟ ଅଟେ । ଯେବେ
ବାବା ଆସି ସତ୍ୟ ଗୀତା ଶୁଣାନ୍ତି, ତେବେ ଆମର ସଦ୍ଗତି ହୁଏ । ଏହା ମନୁଷ୍ୟମାନେ ଜାଣନ୍ତି ନାହିଁ
। ବାବା, ଯିଏକି ସମସ୍ତଙ୍କର ସଦଗତି ଦାତା ଅଟନ୍ତି, ଏବେ ତାଙ୍କୁ ହିଁ ମନେ ପକାଇବାକୁ ହେବ ।
ଯଦିଓ ଜନ୍ମଜନ୍ମାନ୍ତର ଗୀତା ପଢି ଆସୁଛନ୍ତି କିନ୍ତୁ ରଚୟିତା ଓ ରଚନାକୁ ନ ଜାଣିବା କାରଣରୁ
ନେତୀ-ନେତୀ (ଆମେ ଜାଣିନାହୁଁ) ବୋଲି କହୁଛନ୍ତି । ସତ୍ୟ ଗୀତା ତ ସତ୍ୟ ପିତା ହିଁ ଆସି
ଶୁଣାଉଛନ୍ତି, ଏସବୁ ବିଚାର ସାଗର ମନ୍ଥନ କରିବାର କଥା । ଯିଏ ସେବାଧାରୀ, ତାଙ୍କର ଭଲ ଭାବେ
ଏଥିପ୍ରତି ଧ୍ୟାନ ଯିବ । ବାବା କହିଛନ୍ତି, ପ୍ରତ୍ୟେକ ଚିତ୍ରରେ ନିଶ୍ଚୟ ଲେଖା ହେଉ, ଜ୍ଞାନର
ସାଗର ପତିତ-ପାବନ, ଗୀତା ଜ୍ଞାନଦାତା ପରମପ୍ରିୟ ପରମପିତା, ପରମ ଶିକ୍ଷକ, ପରମ ସତ୍ଗୁରୁ ଶିବ
ଭଗବନୁବାଚ । ଏହି ଶବ୍ଦ ନିଶ୍ଚୟ ଲେଖ, ଯାହାକି ମନୁଷ୍ୟ ବୁଝିଯିବେ ଯେ ତ୍ରିମୂର୍ତ୍ତି ଶିବ
ପରମାତ୍ମା ହିଁ ଗୀତାର ଭଗବାନ ଅଟନ୍ତି, ଶ୍ରୀକୃଷ୍ଣ ନୁହଁନ୍ତି । ଏହା ଉପରେ ମତାମତ ମଧ୍ୟ ଲେଖା
କରାନ୍ତି । ଆମର ମୁଖ୍ୟ ହେଉଛି ଗୀତା । ବାବା ଦିନକୁ ଦିନ ନୂଆ-ନୂଆ ତଥ୍ୟ ମଧ୍ୟ ଶୁଣାଉଛନ୍ତି ।
ଏପରି ଚିନ୍ତନ ଆସିବା ଅନୁଚିତ୍ ଯେ ବାବା ପୂର୍ବରୁ କାହିଁକି ନ କହିଲେ? ଡ୍ରାମାରେ ନ ଥିଲା ।
ବାବାଙ୍କ ମୁରଲୀରୁ ନୂଆ-ନୂଆ ତଥ୍ୟ ବାହାର କରିବା ଦରକାର । ରାଇଜ୍ ଏବଂ ଫଲ୍ (ଉତ୍ଥାନ ଏବଂ ପତନ)
ବୋଲି ଲେଖାଯାଇଥାଏ । ହିନ୍ଦିରେ କହନ୍ତି, ଭାରତର ଉତ୍ଥାନ ଏବଂ ପତନ । ଉତ୍ଥାନ ଅର୍ଥାତ୍ ଦୈବୀ
ଦୁନିଆର ନିର୍ମାଣ, ୧୦୦ ଶତକଡା ପବିତ୍ରତା, ଶାନ୍ତି, ସମୃଦ୍ଧିର ସ୍ଥାପନା ହେଉଛି ପୁଣି ଅଧାକଳ୍ପ
ପରେ ପତନ ହେଉଛି । ଆସୁରୀ ଦୁନିଆର ପତନ । ଉତ୍ଥାନ ଏବଂ ନିର୍ମାଣ ଦୈବୀ ଦୁନିଆର ହୁଏ । ପତନ
ସହିତ ବିନାଶ ମଧ୍ୟ ଲେଖିବାକୁ ହେବ ।
ତୁମର ସବୁ କିଛି ନିର୍ଭର
କରୁଛି ଗୀତା ଉପରେ । ବାବା ଆସି ସତ୍ୟ ଗୀତା ଶୁଣାଉଛନ୍ତି । ପ୍ରତ୍ୟେକ ଦିନ ବାବା ଏହା ଉପରେ ହିଁ
ବୁଝାଉଛନ୍ତି । ପିଲାମାନେ ତ ଅତ୍ମା ହିଁ ଅଟନ୍ତି । ବାବା କହୁଛନ୍ତି ଏହି ଦେହର ସାରା ବିସ୍ତାରକୁ
ଭୁଲି ନିଜକୁ ଆତ୍ମା ନିଶ୍ଚୟ କର । ଆତ୍ମା ଶରୀରରୁ ଅଲଗା ହୋଇଗଲେ ସବୁ ସମ୍ବନ୍ଧ ଭୁଲିଯାଏ । ତେଣୁ
ବାବା ମଧ୍ୟ କହୁଛନ୍ତି, ଦେହର ସବୁ ସମ୍ବନ୍ଧକୁ ଛାଡି ନିଜକୁ ଆତ୍ମା ମନେ କରି ମୋତେ ମନେପକାଅ ।
ବର୍ତ୍ତମାନ ଘରକୁ ଯିବାକୁ ହେବ ନା! ଘରକୁ ଫେରିବା ପାଇଁ ହିଁ ଅଧାକଳ୍ପ ଏତେ ଭକ୍ତି ଆଦି କରିଛ ।
ସତ୍ୟଯୁଗରେ ତ କେହି ଫେରିବା ପାଇଁ ପୁରୁଷାର୍ଥ କରନ୍ତି ନାହିଁ । ସେଠାରେ ତ ସୁଖ ହିଁ ସୁଖ ଅଛି ।
କଥାରେ ଅଛି ସମସ୍ତେ ଦୁଃଖରେ ସ୍ମରଣ କରନ୍ତି, ସୁଖରେ କେହି କରନ୍ତି ନାହିଁ । କିନ୍ତୁ ସୁଖ କେବେ
ଥାଏ, ଦୁଃଖ କେବେ ଥାଏ - ଏ କଥା କେହି ବି ଜାଣିନାହାଁନ୍ତି । ଆମର ସବୁ କଥା ଗୁପ୍ତ ଅଟେ । ଆମେ
ମଧ୍ୟ ଆତ୍ମିକ ସୈନିକ ଅଟୁ ନା । ଶିବବାବାଙ୍କ ଶକ୍ତି ସେନା ଅଟୁ । ଏହାର ଅର୍ଥ ମଧ୍ୟ କେହି ବୁଝି
ପାରିବେ ନାହିଁ । ଦେବୀମାନଙ୍କର ଏତେ ପୂଜା ହେଉଛି କିନ୍ତୁ କାହାର ହେଲେ ଜୀବନ କାହାଣୀକୁ ଜାଣି
ନାହାଁନ୍ତି । ଯାହାର ପୂଜା କରୁଛନ୍ତି, ତାଙ୍କର ଜୀବନ କାହାଣୀକୁ ଜାଣିବା ଦରକାର ନା । ସର୍ବୋଚ୍ଚ
ଶିବବାବାଙ୍କର ହିଁ ପ୍ରଥମେ ପୂଜା ହେଉଛି, ପୁଣି ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର, ପୁଣି
ଲକ୍ଷ୍ମୀ-ନାରାୟଣ, ରାଧା-କୃଷ୍ଣଙ୍କର ମନ୍ଦିର ରହିଛି । ଆଉ ତ କେହି ପୂଜ୍ୟ ନାହାଁନ୍ତି ।
ଏକମାତ୍ର ଶିବବାବାଙ୍କର କେତେ ଭିନ୍ନ-ଭିନ୍ନ ନାମ ରଖି ମନ୍ଦିର ତିଆରି କରିଛନ୍ତି । ଏବେ ତୁମ
ବୁଦ୍ଧିରେ ସାରା ଚକ୍ରର ଜ୍ଞାନ ରହିଛି । ଡ୍ରାମାରେ ମୁଖ୍ୟ ଅଭିନେତା ମଧ୍ୟ ଥାଆନ୍ତି ନା । ତାହା
ହେଉଛି ସିମୀତ ସମୟର ଛୋଟ ଡ୍ରାମା । ଏହା ହେଉଛି ବେହଦର ବିଶାଳ ଡ୍ରାମା । ଏଥିରେ ମୁଖ୍ୟ କିଏ-କିଏ
ଅଛନ୍ତି, ଏକଥା ତୁମେ ଜାଣିଛ । ମନୁଷ୍ୟ ତ କହି ଦିଅନ୍ତି ହେ - ରାମଜୀ ସଂସାର ତିଆରି ହୋଇ ହିଁ
ନାହିଁ । ଏହା ଉପରେ ମଧ୍ୟ ଏକ ଶାସ୍ତ୍ର ତିଆରି ହୋଇଛି । କିନ୍ତୁ ଏହାର ଅର୍ଥ କିଛି ବି ଜାଣନ୍ତି
ନାହିଁ ।
ବାବା, ତୁମ୍ଭମାନଙ୍କୁ
ବହୁତ ସହଜ ପୁରୁଷାର୍ଥ ଶିଖାଇଛନ୍ତି । ସବୁଠାରୁ ସହଜ ପୁରୁଷାର୍ଥ ହେଉଛି - ତୁମେ ବିଲ୍କୁଲ୍ ଚୁପ୍
ରୁହ । ଚୁପ୍ ରହିଲେ ହିଁ ବାବାଙ୍କର ସମ୍ପତ୍ତି ନେଇପାରିବ । କେବଳ ବାବାଙ୍କୁ ମନେ ପକାଇବାକୁ ହେବ
ଏବଂ ସୃଷ୍ଟିଚକ୍ରକୁ ମନେ ପକାଇବାକୁ ହେବ । ବାବାଙ୍କ ସ୍ମୃତି ଦ୍ୱାରା ତୁମର ବିକର୍ମ ବିନାଶ ହେବ
। ତୁମେ ନିରୋଗୀ ହେବ । ଆୟୁଷ ମଧ୍ୟ ବୃଦ୍ଧି ହେବ । ଚକ୍ରକୁ ଜାଣିବା ଦ୍ୱାରା ଚକ୍ରବର୍ତ୍ତି ରାଜା
ହେବ । ଏବେ ନର୍କର ମାଲିକ ଅଛ ପୁଣି ସ୍ୱର୍ଗର ମାଲିକ ହେବ । ସ୍ୱର୍ଗର ମାଲିକ ତ ତୁମେ ସମସ୍ତେ
ହେବ କିନ୍ତୁ ସେଥିରେ ପଦ ରହିଛି । ଅନ୍ୟକୁ ଯେତେ ନିଜ ସମାନ କରିବ, ସେତିକି ଉଚ୍ଚ ପଦ ମିଳିବ ।
ଯଦି ଅବିନାଶୀ ଜ୍ଞାନ ରତ୍ନର ଦାନ ହିଁ କରିବ ନାହିଁ, ତେବେ କ’ଣ ପାଇବ? କେହି ଯଦି ସାହୁକାର
ହୋଇଥାନ୍ତି, ତେବେ କୁହାଯାଏ, ଇଏ ପୂର୍ବ ଜନ୍ମରେ ବହୁତ ଦାନ-ପୁଣ୍ୟ କରିଛନ୍ତି । ଏବେ ପିଲାମାନେ
ଜାଣନ୍ତି, ରାବଣ ରାଜ୍ୟରେ ତ ସମସ୍ତେ ପାପ ହିଁ କରନ୍ତି, ସବୁଠାରୁ ପୁଣ୍ୟ ଆତ୍ମା ହେଉଛନ୍ତି ଶ୍ରୀ
ଲକ୍ଷ୍ମୀ-ନାରାୟଣ । ହଁ, ବ୍ରାହ୍ମଣମାନଙ୍କୁ ମଧ୍ୟ ଉଚ୍ଚରେ ରଖାଯିବ, ଯିଏ କି ସମସ୍ତଙ୍କୁ
ଶ୍ରେଷ୍ଠ କରୁଛନ୍ତି । ଦୈବୀପଦ ହେଉଛି ତୁମର ପ୍ରାରବ୍ଧ । ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ କୁଳ
ଭୂଷଣ ଶ୍ରୀମତ ଆଧାରରେ ଏହି ଶ୍ରେଷ୍ଠ କର୍ତ୍ତବ୍ୟ କରୁଛନ୍ତି । ବ୍ରହ୍ମାଙ୍କର ନାମ ହେଉଛି ମୁଖ୍ୟ
। ତ୍ରିମୂର୍ତ୍ତି ବ୍ରହ୍ମା କହନ୍ତି ନା । ଏବେ ତ ତୁମକୁ ପ୍ରତ୍ୟେକ କଥାରେ ତ୍ରିମୂର୍ତ୍ତି ଶିବ
କହିବାକୁ ପଡିବ । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ - ଏହା ତ ଗାୟନ ଅଛି
ନା । ବିରାଟ ରୂପ ମଧ୍ୟ ତିଆରି କରୁଛନ୍ତି, କିନ୍ତୁ ସେଥିରେ ନା ଶିବଙ୍କୁ ଦେଖାନ୍ତି, ନା
ବ୍ରାହ୍ମଣଙ୍କୁ ଦେଖାନ୍ତି । ଏହା ମଧ୍ୟ ତୁମ ପିଲାମାନଙ୍କୁ ବୁଝାଇବାକୁ ହେବ । ତୁମମାନଙ୍କ ଭିତରୁ
ମଧ୍ୟ ଯଥାର୍ଥ ରୀତିରେ କ୍ୱଚିତ୍ କାହାର ବୁଦ୍ଧିରେ ଧାରଣା ହେଉଛି । ଅନେକ ତଥ୍ୟ ଅଛି ନା, ଯାହାକୁ
ଟପିକ୍ (ବିଷୟବସ୍ତୁ) ମଧ୍ୟ କୁହାଯାଏ । କେତେ ଟପିକ୍ ମିଳୁଛି । ଭଗବାନଙ୍କ ଦ୍ୱାରା ସତ୍ୟ ଗୀତା
ଶୁଣିବା ଦ୍ୱାରା ମନୁଷ୍ୟରୁ ଦେବତା, ବିଶ୍ୱର ମାଲିକ ହୋଇଯାଉଛନ୍ତି । ଏହା କେତେ ଭଲ ବିଷୟବସ୍ତୁ ।
କିନ୍ତୁ ବୁଝାଇବା ପାଇଁ ମଧ୍ୟ ବୁଦ୍ଧି ଦରକାର ନା । ଏହି କଥା ସ୍ପଷ୍ଟ ଲେଖିବା ଉଚିତ୍ ଯାହାଦ୍ୱାରା
ମନୁଷ୍ୟ ବୁଝିଯିବେ ଏବଂ ପଚାରିବେ । କେତେ ସହଜ କଥା । ଗୋଟିଏ-ଗୋଟିଏ ଜ୍ଞାନର ତଥ୍ୟ ହେଉଛି
ଲକ୍ଷ-ଲକ୍ଷ, କୋଟି-କୋଟି ଟଙ୍କାର ମୂଲ୍ୟ, ଯାହା ଦ୍ୱାରା ତୁମେ କ’ଣରୁ କ’ଣ ହୋଇଯାଉଛ! ତୁମର ପ୍ରତି
ପାଦରେ ପଦ୍ମର ରୋଜଗାର ହେଉଛି, ତେଣୁ ଦେବତାମାନଙ୍କର ହାତରେ ପଦ୍ମ ଫୁଲ ଦେଖାଇଛନ୍ତି । ତୁମ
ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣମାନଙ୍କର ନାମକୁ ଗୁପ୍ତ କରିଦେଇଛନ୍ତି । ସେହି
ବ୍ରାହ୍ମଣମାନଙ୍କ କାଖରେ ଗୀତା ପୁସ୍ତକ ଥାଏ । ଏବେ ତୁମେ ହେଉଛ ସତ୍ୟ ବ୍ରାହ୍ମଣ । ତୁମ କାଖରେ
ଅର୍ଥାତ୍ ବୁଦ୍ଧିରେ ସତ୍ୟଗୀତା ଜ୍ଞାନ ରହିଛି । ତାଙ୍କ କାଖରେ ଶାସ୍ତ୍ର । ତେବେ ତୁମକୁ ନିଶା ଚଢି
ରହିବା ଦରକାର - ଆମେ ତ ଶ୍ରୀମତ ଆଧାରରେ ସ୍ୱର୍ଗ ତିଆରି କରୁଛୁ, ବାବା ରାଜଯୋଗ ଶିଖାଉଛନ୍ତି ।
ତୁମ ପାଖରେ କୌଣସି ପୁସ୍ତକ ନାହିଁ । କିନ୍ତୁ ଏହି ସାଧାରଣ ବ୍ୟାଜ୍ ହେଉଛି ତୁମର ସତ୍ୟ ଗୀତା,
ଏଥିରେ ତ୍ରିମୂର୍ତ୍ତିର ମଧ୍ୟ ଚିତ୍ର ଅଛି । ତେଣୁ ସାରା ଗୀତା ଏହିଥିରେ ଆସି ଯାଉଛି । ସେକେଣ୍ଡରେ
ସାରା ଗୀତା ବୁଝାଇ ପାରିବ । ଏହି ବ୍ୟାଜ୍ ଦ୍ୱାରା ମଧ୍ୟ ତୁମେ ଗୋଟିଏ ସେକେଣ୍ଡରେ କାହାକୁ ବି
ବୁଝାଇପାରିବ । ଇଏ ତୁମର ପିତା, ୟା’ଙ୍କୁ ମନେପକାଇଲେ ତୁମର ପାପ ବିନାଶ ହେବ । ଟ୍ରେନ୍ରେ ଯିବା
ସମୟରେ, ଚାଲିଲା-ବୁଲିଲା ବେଳେ କେହି ବି ମିଳୁଛନ୍ତି, ତେବେ ତୁମେ ତାଙ୍କୁ ଭଲ ଭାବରେ ବୁଝାଅ ।
କୃଷ୍ଣପୁରୀକୁ ତ ସମସ୍ତେ ଯିବାକୁ ଚାହୁଁଛନ୍ତି ନା । କୁହ ଏହି ପାଠପଢା ଦ୍ୱାରା ଏପରି ଦେବତା
ହୋଇପାରିବ । ପାଠପଢା ଦ୍ୱାରା ରାଜଧାନୀ ସ୍ଥାପନ ହୁଏ । ଅନ୍ୟ ଧର୍ମ ସ୍ଥାପକ କେହି ରାଜଧାନୀ
ସ୍ଥାପନ କରନ୍ତି ନାହିଁ । ତୁମେ ଜାଣୁଛ - ଆମେ ଭବିଷ୍ୟ ୨୧ ଜନ୍ମ ସୁଖ ପାଇବା ପାଇଁ ରାଜଯୋଗ
ଶିଖୁଛୁ । ଏହା କେତେ ଶ୍ରେଷ୍ଠ ପାଠପଢା! ପ୍ରତ୍ୟେକ ଦିନ କେବଳ ଏକ ଘଣ୍ଟା ପଢ । ବାସ୍ । ସେହି
ପାଠପଢା ୪-୫ ଘଣ୍ଟା ପାଇଁ ପଢନ୍ତି । ଏଠାରେ ଗୋଟିଏ ଘଣ୍ଟା ମଧ୍ୟ ଯଥେଷ୍ଟ । ତାହା ମଧ୍ୟ ସକାଳ
ସମୟରେ, ଯେତେବେଳେ ସମେସ୍ତ ଫ୍ରି ଥାନ୍ତି । ବାକି ଯଦି କେହି ବନ୍ଧନଯୁକ୍ତ ଅଛନ୍ତି, ସକାଳେ ଆସି
ପାରନ୍ତି ନାହିଁ, ତେବେ ଅନ୍ୟ ସମୟ ରଖାଯାଇଛି । ବ୍ୟାଜ୍ ପାଖରେ ଥାଉ, କେଉଁଠାକୁ ବି ଯାଅ, ଏହି
ସନ୍ଦେଶ ଦେଇ ଚାଲ । ଖବରକାଗଜରେ ତ ବ୍ୟାଜ୍ ଛପାଇ ପାରିବ ନାହିଁ । ଗୋଟିଏ ପଟରେ ଛପାଯାଇ ପାରିବ ।
ସମ୍ମୁଖରେ ନ ବୁଝାଇଲେ, ମନୁଷ୍ୟ ଚିତ୍ର ଦେଖି କିଛି ବୁଝି ପାରିବେ ନାହିଁ । ଏହା ତ ବହୁତ ସହଜ ।
ଏହି ଧନ୍ଦା ତ କେହି ବି କରି ପାରିବେ । ଆଚ୍ଛା, ଯଦି ନିଜେ ଯୋଗ କରୁ ନାହାଁନ୍ତି କିନ୍ତୁ ଅନ୍ୟକୁ
ସ୍ମରଣ ମନେ ପକାଇ ଦିଅନ୍ତୁ । ତାହା ମଧ୍ୟ ଭଲ । ଅନ୍ୟକୁ କହିବ ଦେହୀ-ଅଭିମାନୀ ହୁଅ ଆଉ ନିଜେ
ଦେହ-ଅଭିମାନୀ ହେବ, ତେବେ କିଛି ନା କିଛି ବିକର୍ମ ତ ହେଉଥିବ । ପ୍ରଥମେ-ପ୍ରଥମେ ମନରେ ତୋଫାନ୍
ଆସେ, ପୁଣି କର୍ମରେ ଆସେ । ମନରେ ବହୁତ ଆସିବ, କିନ୍ତୁ ବୁଦ୍ଧି ଖର୍ଚ୍ଚ କରି କାମ କରିବାର ଅଛି,
ଖରାପ କାମ କେବେ ବି କରିବାର ନାହିଁ । ଭଲ କର୍ମ କରିବାର ଅଛି । ସଂକଳ୍ପ ଭଲ ବି ଆସେ, ଖରାପ ବି
ଆସେ । ଖରାପକୁ ବିରାମ ଲଗାଇବା ଉଚିତ୍ । ଏହି ବୁଦ୍ଧି ବାବା ଦେଇଛନ୍ତି । ଅନ୍ୟ କେହି ବି ଏକଥା
ବୁଝିପାରିବେ ନାହିଁ । ସେମାନେ ଭୂଲ୍ କାମ ହିଁ କରି ଚାଲିଛନ୍ତି । ବର୍ତ୍ତମାନ ତୁମକୁ ଠିକ୍ କାମ
ହିଁ କରିବାକୁ ହେବ । ଭଲ ପୁରୁଷାର୍ଥ ଦ୍ୱାରା ଠିକ୍ କାମ ହୋଇଥାଏ । ବାବା ତ ପ୍ରତ୍ୟେକ କଥାକୁ ଭଲ
ଭାବେ ବୁଝାଇ ଚାଲିଛନ୍ତି । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି
ଗୋଟିଏ-ଗୋଟିଏ ଅବିନାଶୀ ଜ୍ଞାନ ରତ୍ନର ମୂଲ୍ୟ ଲକ୍ଷ-ଲକ୍ଷ ବା କୋଟି-କୋଟି ଟଙ୍କାର ମୂଲ୍ୟ ଅଟେ ।
ଏହାକୁ ଦାନ କରି ପ୍ରତିପାଦରେ ପଦ୍ମର ରୋଜଗାର ଜମା କରିବାକୁ ହେବ । ଅନ୍ୟମାନଙ୍କୁ ନିଜ ସମାନ କରି
ଉଚ୍ଚ ପଦ ନେବାକୁ ହେବ ।
(୨) ବିକର୍ମରୁ ଦୂରେଇ
ରହିବା ପାଇଁ ଦେହୀ-ଅଭିମାନୀ ହୋଇ ରହିବାର ପୁରୁଷାର୍ଥ କରିବାକୁ ହେବ । ଯଦି ମନରେ କେବେ ଖରାପ
ସଂକଳ୍ପ ଆସୁଛି, ତେବେ ତାକୁ ରୋକିବାକୁ ହେବ ଏବଂ ଶ୍ରେଷ୍ଠ ସଂକଳ୍ପ କରିବାକୁ ହେବ ।
କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କେବେ ବି କୌଣସି ଓଲଟା କର୍ମ କରିବାର ନାହିଁ ।
ବରଦାନ:-
ଆତ୍ମିକ
ସ୍ଥିତିର ପ୍ରଭାବ ଦ୍ୱାରା ଫରିସ୍ତା ପଣିଆର ମେକପ କରୁଥିବା ସମସ୍ତଙ୍କର ସ୍ନେହୀ ହୁଅ ।
ଯେଉଁ ପିଲାମାନେ ସର୍ବଦା
ବାପଦାଦାଙ୍କର ସଙ୍ଗରେ ରହୁଛନ୍ତି - ସେମାନଙ୍କୁ ସଙ୍ଗର ରଙ୍ଗ ଏଭଳି ଲାଗିଯାଉଛି ଯାହାକି
ପ୍ରତ୍ୟେକଙ୍କର ଚେହେରାରେ ଆତ୍ମିକ ସ୍ଥିତିର ପ୍ରଭାବ ଦେଖାଯାଉଛି । ଯେଉଁ ଆତ୍ମିକ ସ୍ଥିତିରେ
ରହିବା କାରଣରୁ ଫରିସ୍ତା ପଣିଆର ମେକପ୍ ଆପେ ହିଁ ହୋଇଯାଉଛି । ଯେପରି ମେକପ୍ କରିବା ପରେ ଯିଏ
ଯେମିତି ବି ହୋଇଥିଲେ ମଧ୍ୟ ବଦଳି ଯାଇଥାଆନ୍ତି ଏବଂ ସୁନ୍ଦର ମଧ୍ୟ ଲାଗିଥାଆନ୍ତି । ଏଠାରେ ମଧ୍ୟ
ତୁମେମାନେ ଫରିସ୍ତା ପଣିଆର ମେକପ୍ ଦ୍ୱାରା ଚମକିବାକୁ ଲାଗିବ ଏବଂ ଏହି ଆତ୍ମିକ ମେକପ୍
ସମସ୍ତଙ୍କର ସ୍ନେହୀ କରିଦେବ ।
ସ୍ଲୋଗାନ:-
ବ୍ରହ୍ମଚର୍ଯ୍ୟ
ବ୍ରତ, ଯୋଗ ତଥା ଦିବ୍ୟଗୁଣର ଧାରଣା ହିଁ ବାସ୍ତବିକ ପୁରୁଷାର୍ଥ ଅଟେ ।
ମାତେଶ୍ୱରୀଜୀଙ୍କର
ଅନମୋଲ୍ ମହାବାକ୍ୟ
“କର୍ମବନ୍ଧନରୁ ମୁକ୍ତ
ହେବାର ପୁରୁଷାର୍ଥ”:-
ବହୁତ ମନୁଷ୍ୟ ପ୍ରଶ୍ନ
କରନ୍ତି ଯେ, ଆମକୁ କ’ଣ କରିବାକୁ ହେବ, ଆମେ କିପରି ନିଜର କର୍ମବନ୍ଧନରୁ ମୁକ୍ତି ପାଇବୁ? ବାବା
ସମସ୍ତଙ୍କର ଜନ୍ମପତ୍ରୀକୁ ଜାଣିଛନ୍ତି । ପିଲାମାନଙ୍କର କାମ ହେଲା ହୃଦୟର ସହିତ ବାବାଙ୍କଠାରେ
ସମ୍ପୂର୍ଣ୍ଣ ସମର୍ପଣ ହୋଇଯିବା, ନିଜର ସବୁ ଦାୟିତ୍ୱ ତାଙ୍କ ହାତରେ ଦେଇଦେବା । ତା’ପରେ ବାବା
ଶ୍ରୀମତ ଦେବେ ତୁମକୁ କ’ଣ କରିବାକୁ ହେବ, ସାହାରା ମଧ୍ୟ ପ୍ରତ୍ୟକ୍ଷ ରୂପରେ ନେବାକୁ ହେବ, ଏମିତି
ନୁହେଁ କି ବାବାଙ୍କଠାରୁ ଶୁଣୁଥିବ ଏବଂ ନିଜ ମତରେ ମଧ୍ୟ ଚାଲୁଥିବ । ବାବା ସାକାର ରୂପ ଧାରଣ
କରିଛନ୍ତି ତେଣୁ ପିଲାମାନଙ୍କୁ ମଧ୍ୟ ସ୍ଥୂଳ ରୂପରେ ସାକାର (ବ୍ରହ୍ମା) ବାବାଙ୍କ ମାଧ୍ୟମରେ
ଶିକ୍ଷକ ଏବଂ ଗୁରୁ ରୂପରେ ସାହାରା ନେବାକୁ ହେବ । ଏପରି ନୁହେଁ କି ଶ୍ରୀମତ ମିଳୁଥିବ କିନ୍ତୁ
ଆଜ୍ଞାକୁ ପାଳନ କରିପାରୁ ନ ଥିବ, ତେବେ ତ ଆହୁରି ଅକଲ୍ୟାଣ ହୋଇଯିବ । ତେବେ ଶ୍ରୀମତକୁ ପାଳନ
କରିବାର ସାହସ ମଧ୍ୟ ଦରକାର । ଆମକୁ ଚଳାଇବାବାଲା ତ ସର୍ବଶ୍ରେଷ୍ଠ ବୁଦ୍ଧିମାନ ଅଟନ୍ତି । ସେ
ଜାଣିଛନ୍ତି ଏହାଙ୍କର କଲ୍ୟାଣ କେଉଁଥିରେ ହୋଇପାରିବ, ତେଣୁ ସିଏ ସେହିଭଳି ନିର୍ଦ୍ଦେଶ ବା ଶ୍ରୀମତ
ଦେବେ, ଯେଉଁଥିରେ ଆମେ କର୍ମବନ୍ଧନରୁ ମୁକ୍ତ ହୋଇପାରିବା । ପୁଣି ଏଭଳି ବିଚାର ଆସିବା ଉଚିତ୍ ନୁହେଁ
ଯେ ଘରେ ପିଲାମାନଙ୍କର ଅବସ୍ଥା କ’ଣ ହେବ? ଏଠାରେ ଘରଦ୍ୱାର ଛାଡିବାର କୌଣସି ଆବଶ୍ୟକତା ନାହିଁ ।
ଡ୍ରାମାରେ ଘର ଛାଡିବାର ପାର୍ଟ ବହୁତ କମ ଆତ୍ମାମାନଙ୍କର ଥିଲା । ଯଦି ଏଭଳି ହୋଇ ନ ଥା’ନ୍ତା ତେବେ
ଏବେ ତୁମମାନଙ୍କର ଯେଉଁ ସେବା ହେଉଛି ତାହା କିପରି ହୋଇଥାଆନ୍ତା । ବାସ୍ତବରେ ଘର ଛାଡିବାର କୌଣସି
ଆବଶ୍ୟକତା ନାହିଁ କିନ୍ତୁ ପରମାତ୍ମାଙ୍କର ହୋଇଯାଅ, କୌଣସି ଡର ରଖ ନାହିଁ, ସାହସ ରଖ । ବାକି
ଯେଉଁମାନେ ଡରୁଛନ୍ତି, ସେମାନେ ନା ଖୁସିରେ ରହୁଛନ୍ତି, ନା ବାବାଙ୍କର ସହଯୋଗୀ ହୋଇପାରୁଛନ୍ତି ।
ଏଠାରେ ତ ବାବାଙ୍କର ସମ୍ପୂର୍ଣ୍ଣ ସହଯୋଗୀ ହେବାକୁ ପଡିବ ଏବଂ ତାହା ମଧ୍ୟ ସେତେବେଳେ ହୋଇପାରିବ,
ଯେତେବେଳେ ବଞ୍ଚି ଥାଉ ଥାଉ ମରିବାର ଅଭ୍ୟାସ ଥିବ । ଯଦିଓ କେଉଁଠି କାରଣ ବଶତଃ ଅଟକିଯିବ, ତେବେ
ବାବା ସହଯୋଗ ଦେଇ ପାରି କରିନେବେ । ତେଣୁ ମନ-ବଚନ-କର୍ମରେ ବାବାଙ୍କର ସହଯୋଗୀ ହୋଇ ରହିବାକୁ
ପଡିବ । ଯଦି ଟିକିଏ ବି ମୋହର ଆକର୍ଷଣ ରହିବ, ତେବେ ତଳକୁ ଖସିଯିବ । ତେଣୁ ସାହାସ ରଖ ଏବଂ ଆଗକୁ
ବଢିଚାଲ । ଯଦି ସାହସ କମ୍ଜୋର୍ ହେବ ତେବେ ସଂଶୟ ଆସିବ । ସେଥିପାଇଁ ନିଜର ବୁଦ୍ଧିକୁ ବିଲକୁଲ୍
ପବିତ୍ର କରିବାକୁ ହେବ, ଯେପରି ବିକାରର ଅଂଶ ମାତ୍ର ନ ରହିବ । ଲକ୍ଷ୍ୟ ସ୍ଥଳ ବେଶୀ ଦୂର ନୁହେଁ,
ବାକି ରାସ୍ତା ଟିକେ ଅଙ୍କାବଙ୍କା, ସେଥିପାଇଁ ଯଦି ସମର୍ଥ ବାବାଙ୍କର ସାହାରା ନେବ ତେବେ ନା ଡର
ରହିବ ନା ଥକ୍କା ଲାଗିବ । ଆଚ୍ଛା!
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୧୫) ଆପଣଙ୍କର ବାଣୀ ଏବଂ
ସ୍ୱରୂପ ଉଭୟ ଏକତ୍ର ରହିବା ଆବଶ୍ୟକ - ବାଣୀ ସ୍ପଷ୍ଟ ହୋଇଥାଉ, ସେଥିରେ ସ୍ନେହ ବି ଥାଉ, ନମ୍ରତା
ମଧୁରତା ଏବଂ ସତ୍ୟତା ବି ଥାଉ କିନ୍ତୁ ସ୍ୱରୂପରେ ନମ୍ରତା ମଧ୍ୟ ଥାଉ । ଏହି ରୂପ ଦ୍ୱାରା
ବାବାଙ୍କୁ ପ୍ରତ୍ୟକ୍ଷ କରିପାରିବ । ନିର୍ଭୟ ହୁଅନ୍ତୁ କିନ୍ତୁ ବାଣୀ ମର୍ଯ୍ୟାଦା ଭିତରେ ରହିବା
ଆବଶ୍ୟକ, ତେବେ ଆପଣଙ୍କର ବାଣୀ ମଧୁର ଲାଗିବ, କଡା ଲାଗିବ ନାହିଁ ।