15.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ତୁମର
ସ୍ୱଧର୍ମ ହେଲା ଶାନ୍ତି କିନ୍ତୁ ପ୍ରକୃତ ଶାନ୍ତି ତ ଶାନ୍ତିଧାମରେ ହିଁ ମିଳିପାରିବ, ଏହି କଥା
ସମସ୍ତଙ୍କୁ ଶୁଣାଇବାକୁ ହେବ ଏବଂ ନିଜର ସ୍ୱଧର୍ମରେ ରହିବାକୁ ହେବ । ”
ପ୍ରଶ୍ନ:-
କେଉଁ ଜ୍ଞାନ
ଏକମାତ୍ର ବାବାଙ୍କ ପାଖରେ ହିଁ ଅଛି, ଯାହାକୁ ଏବେ ତୁମେମାନେ ପଢୁଛ?
ଉତ୍ତର:-
ପାପ ଓ ପୁଣ୍ୟର ଜ୍ଞାନ । ଭାରତବାସୀ ଯେତେବେଳେ ବାବାଙ୍କୁ ଗାଳି ଦେଉଛନ୍ତି, ସେତେବେଳେ ପାପ ଆତ୍ମା
ହୋଇଯାଉଛନ୍ତି ଏବଂ ଯେତେବେଳେ ବାବା ଏବଂ ଡ଼୍ରାମାକୁ ଜାଣିଯାଉଛନ୍ତି, ସେତେବେଳେ ପୁଣ୍ୟ ଆତ୍ମା
ହୋଇଯାଉଛନ୍ତି । ଏହି ପାଠ ତୁମେମାନେ ବର୍ତ୍ତମାନ ହିଁ ପଢୁଛ । ତୁମେ ଜାଣିଛ ଯେ ସମସ୍ତଙ୍କର ସଦ୍ଗତିଦାତା
ଏକମାତ୍ର ବାବା ହିଁ ଅଟନ୍ତି । ମନୁଷ୍ୟ, ମନୁଷ୍ୟକୁ ସଦ୍ଗତି ଅର୍ଥାତ୍ ମୁକ୍ତି-ଜୀବନମୁକ୍ତି ଦେଇ
ପାରିବେ ନାହିଁ ।
ଗୀତ:-
ଇସ୍ ପାପ କି
ଦୁନିଆ ସେ ....
ଓମ୍ ଶାନ୍ତି ।
ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି ଯେ ଏହା ହେଉଛି ପାପ ଆତ୍ମାମାନଙ୍କର ଦୁନିଆ । ଭାରତକୁ ହିଁ
କୁହାଯାଉଛି ଯେ ଭାରତ ପୁଣ୍ୟ ଆତ୍ମାମାନଙ୍କର ଦୁନିଆ ଥିଲା, ଯେଉଁଠି ଦେବୀ-ଦେବତା ମାନଙ୍କର ରାଜ୍ୟ
ଥିଲା । ଏହି ଭାରତ ସୁଖଧାମ ଥିଲା, ସେ ସମୟରେ ଆଉ କୌଣସି ରାଷ୍ଟ୍ର ନ ଥିଲା, ଏକମାତ୍ର ହିଁ ଭାରତ
ଥିଲା । ଶାନ୍ତି ଅଥବା ସୁଖ ସତ୍ୟଯୁଗରେ ଥିଲା, ଯାହାକୁ ସ୍ୱର୍ଗ ବୋଲି କହୁଛନ୍ତି । ଏହା ହେଉଛି
ନର୍କ । ଭାରତ ହିଁ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି । ନର୍କରେ ସୁଖ-ଶାନ୍ତି କୁଆଡ଼ୁ ଆସିବ ।
କଳିଯୁଗକୁ ନର୍କ କୁହାଯାଉଛି । କଳିଯୁଗର ଅନ୍ତକୁ ଆହୁରି ହିଁ ରୌରବ ନର୍କ, ଦୁଃଖଧାମ ବୋଲି
କୁହାଯାଉଛି । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜତ୍ୱ ସମୟରେ ଭାରତ ହିଁ ସୁଖଧାମ ଥିଲା ।
ଭାରତବାସୀମାନଙ୍କର ଗୃହସ୍ଥ ଧର୍ମ ପବିତ୍ର ଥିଲା । ପବିତ୍ରତା, ସୁଖ-ଶାନ୍ତି, ସମ୍ପତ୍ତି ମଧ୍ୟ
ବହୁତ ଥିଲା । ଏବେ ସେହି ଭାରତ ପତିତ ହୋଇଯାଇଛି, ସମସ୍ତେ ବିକାରୀ ହୋଇଯାଇଛନ୍ତି । ଏହା ହେଉଛି
ଦୁଃଖଧାମ । ଭାରତ ସୁଖଧାମ ଥିଲା ଏବଂ ଆମ ଆତ୍ମାମାନଙ୍କର ନିବାସ ସ୍ଥଳୀ ହେଉଛି-ଶାନ୍ତିଧାମ ।
ଶାନ୍ତି ଶାନ୍ତିଧାମରେ ହିଁ ମିଳିପାରିବ । ସେହିଠାରେ ହିଁ ଆତ୍ମା ଶାନ୍ତ ହୋଇ ରହିପାରିବ, ଯାହାକୁ
ସୁଇଟ୍ ହୋମ (ମିଠାଘର) ନିରାକାରୀ ଦୁନିଆ କୁହାଯାଉଛି । ତାହା ହେଉଛି ଆତ୍ମାମାନଙ୍କର ଘର । ସେଠାରେ
ରହିବା ସମୟରେ ଆତ୍ମା ଶାନ୍ତିରେ ରହୁଛି । ବାକି ଶାନ୍ତି କୌଣସି ଜଙ୍ଗଲ ଆଦିକୁ ଯିବା ଦ୍ୱାରା
ମିଳିବ ନାହିଁ । ତାହା ହିଁ ଶାନ୍ତିଧାମ ଅଟେ । ସତ୍ୟଯୁଗରେ ସୁଖ ଓ ଶାନ୍ତି ଉଭୟ ରହିବ । ଏହି
ଦୁଃଖଧାମରେ ଶାନ୍ତି ମିଳିପାରିବ ନାହିଁ । ଶାନ୍ତିଧାମରେ ହିଁ ଶାନ୍ତି ମିଳିପାରିବ । ସୁଖଧାମରେ
ମଧ୍ୟ କର୍ମ କରିବାକୁ ହୁଏ, ଶରୀର ଦ୍ୱାରା ଅଭିନୟ କରିବାକୁ ପଡିଥାଏ । ଏହି ଦୁଃଖଧାମରେ ଜଣେ ହେଲେ
ମନୁଷ୍ୟ ନାହାଁନ୍ତି, ଯାହାଙ୍କ ପାଖରେ ସୁଖ-ଶାନ୍ତି ଥିବ । ଏହା ହେଉଛି ଭ୍ରଷ୍ଟାଚାରୀ ପତିତ ଧାମ,
ସେଥିପାଇଁ ତ ପତିତ-ପାବନଙ୍କୁ ଡ଼ାକୁଛନ୍ତି । କିନ୍ତୁ ସେହି ବାବାଙ୍କୁ କେହି ଜାଣିନାହାନ୍ତି
ସେଥିପାଇଁ ଅନାଥ ହୋଇଯାଇଛନ୍ତି । ଅନାଥ ହେବା ଯୋଗୁଁ ପରସ୍ପର ମଧ୍ୟରେ ଲଢେଇ ଝଗଡ଼ା କରୁଛନ୍ତି ।
କେତେ ଦୁଃଖ-ଅଶାନ୍ତି, ମାଡପିଟ୍ ହେଉଛନ୍ତି । ଏହା ହିଁ ହେଉଛି ରାବଣ ରାଜ୍ୟ । ସେଥିପାଇଁ
ରାମରାଜ୍ୟ ଚାହୁଁଛନ୍ତି । ରାବଣ ରାଜ୍ୟରେ ନା ସୁଖ ଅଛି ନା ଶାନ୍ତି । ରାମ ରାଜ୍ୟରେ ସୁଖ-ଶାନ୍ତି
ଉଭୟ ଥିଲା । ପରସ୍ପର ମଧ୍ୟରେ କେବେ ଲଢେଇ-ଝଗଡ଼ା କରୁ ନ ଥିଲେ, ସେଠାରେ ୫ ବିକାର ହିଁ ନ ଥିଲା ।
ଏଠାରେ ୫ ବିକାର ରହିଛି । ପ୍ରଥମ ହେଉଛି ଦେହ - ଅଭିମାନ ମୁଖ୍ୟ । ପୁଣି କାମ, କ୍ରୋଧ । ଭାରତ
ସ୍ୱର୍ଗ ଥିବା ସମୟରେ ଏହି ୫ ବିକାର ନ ଥିଲା । ସେଠାରେ ସମସ୍ତେ ଦେହୀ-ଅଭିମାନୀ ଥିଲେ ।
ବର୍ତ୍ତମାନ ସବୁ ମନୁଷ୍ୟ ଦେହ-ଅଭିମାନୀ ଅଟନ୍ତି । ଦେବତାମାନେ ଦେହୀ-ଅଭିମାନୀ ଥିଲେ ।
ଦେହ-ଅଭିମାନୀ ମନୁଷ୍ୟ କେବେ କାହାକୁ ସୁଖ ଦେଇପାରିବେ ନାହିଁ, ପରସ୍ପରକୁ କେବଳ ଦୁଃଖ ହିଁ
ଦେଇଥାନ୍ତି । ଏପରି ଭାବ ନାହିଁ ଲକ୍ଷପତି, କୋଟି ପତି, ପଦମପତି ମାନେ ସୁଖୀ ଅଟନ୍ତି । ନା, ଏସବୁ
ତ ହେଉଛି ମାୟାର ଆକର୍ଷଣ । ମାୟାର ରାଜ୍ୟ । ଏବେ ତାହାର ବିନାଶ ପାଇଁ ମହାଭାରତ ଲଢେଇ ସମ୍ମୁଖରେ
ଉପସ୍ଥିତ । ଏହା ପରେ ପୁଣି ସ୍ୱର୍ଗର ଦ୍ୱାର ଖୋଲିବ । ଅଧାକଳ୍ପ ପରେ ପୁଣି ନର୍କର ଦ୍ୱାର ଖୋଲୁଛି
। ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ଭାରତବାସୀ କହୁଛନ୍ତି ଭକ୍ତି କଲେ ଭଗବାନ ମିଳିବେ । ବାବା
କହୁଛନ୍ତି ଯେବେ ଭକ୍ତି କରି-କରି ବିଲକୁଲ୍ ତଳକୁ ଆସୁଛନ୍ତି, ସେତେବେଳେ ମୋତେ ଆସିବାକୁ ପଡ଼ୁଛି -
ସ୍ୱର୍ଗର ସ୍ଥାପନା କରିବା ପାଇଁ ଅର୍ଥାତ୍ ଭାରତକୁ ସ୍ୱର୍ଗ କରିବା ପାଇଁ । ଯେଉଁ ଭାରତ ସ୍ୱର୍ଗ
ଥିଲା, ତାହା ନର୍କ କିପରି ହେଲା? ରାବଣ ହିଁ କଲା । ଗୀତାର ଭଗବାନଙ୍କଠାରୁ ତୁମକୁ ରାଜ୍ୟ ମିଳିଲା,
୨୧ ଜନ୍ମ ତୁମେ ସ୍ୱର୍ଗରେ ରାଜ୍ୟ କଲ । ପୁଣି ଭାରତ ଦ୍ୱାପରରୁ କଳିଯୁଗକୁ ଆସିଗଲା ଅର୍ଥାତ୍
ଅବତରଣ କଳା ହୋଇଗଲା, ସେଥିପାଇଁ ସମସ୍ତେ ଡ଼ାକୁଛନ୍ତି - ହେ ପତିତ-ପାବନ ଆସ । ପତିତ ମନୁଷ୍ୟକୁ
ପତିତ ଦୁନିଆରେ ସୁଖ-ଶାନ୍ତି ମିଳିପାରିବ ନାହିଁ । କେତେ ଦୁଃଖ ଭୋଗ କରୁଛନ୍ତି । ଆଜି ପଇସା ଚୋରୀ
ହେଲା, ଦେବାଳିଆ ହେଲେ, ଆଜି ରୋଗୀ ହେଲେ । ଏଠାରେ ଦୁଃଖ ହିଁ ଦୁଃଖ ରହିଛି ନା । ଏବେ ତୁମେ
ସୁଖ-ଶାନ୍ତିର ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରୁଛ, ବାବାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେବା
ପାଇଁ ପୁରୁଷାର୍ଥ କରୁଛ । ଏକମାତ୍ର ବାବା ହିଁ ସଦା ସୁଖୀ କରାଉଛନ୍ତି । ରାବଣ ସଦା ଦୁଃଖୀ କରାଉଛି
। ଏ କଥା ଭାରତବାସୀମାନେ ଜାଣି ନାହାଁନ୍ତି । ସତ୍ୟଯୁଗରେ ଦୁଃଖର କଥା ରହିବ ନାହିଁ । କେବେ
କାନ୍ଦିବାକୁ ପଡ଼ିବ ନାହିଁ । ସର୍ବଦା ସୁଖ ହିଁ ସୁଖ ରହିବ । ସେଠାରେ ଦେହ-ଅଭିମାନ ଅଥବା କାମ,
କ୍ରୋଧ ଆଦି ରହିବ ନାହିଁ । ୫ ବିକାରର ଦାନ ନ ଦେବା ପର୍ଯ୍ୟନ୍ତ ଦୁଃଖର ଗ୍ରହଣ ଦୂର ହେବ ନାହିଁ ।
କହନ୍ତି ନା ଦାନ ଦେଲେ ଗ୍ରହଣ ଛାଡ଼ିବ । ବର୍ତ୍ତମାନ ସାରା ଭାରତକୁ ୫ ବିକାରର ଗ୍ରହଣ ଲାଗିଛି ।
ଯେ ପର୍ଯ୍ୟନ୍ତ ପାଞ୍ଚ ବିକାରର ଦାନ ନ ଦେଇଛ ସେ ପର୍ଯ୍ୟନ୍ତ ୧୬ କଳା ସମ୍ପୂର୍ଣ୍ଣ ଦେବତା
ହୋଇପାରିବ ନାହିଁ । ବାବା ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । କହୁଛନ୍ତି ଗୁରୁ ବିନା ଗତି ନାହିଁ
। କିନ୍ତୁ ଗତିର ମଧ୍ୟ ଅର୍ଥ ବୁଝୁନାହାଁନ୍ତି । ମନୁଷ୍ୟମାନଙ୍କୁ ଗତି-ସଦ୍ଗତି ଅର୍ଥାତ୍
ମୁକ୍ତି-ଜୀବନମୁକ୍ତି କେବଳ ବାବା ହିଁ ଦେଇପାରିବେ । ବର୍ତ୍ତମାନ ସମସ୍ତଙ୍କର ସଦ୍ଗତି ହେଉଛି ।
ଦିଲ୍ଲୀକୁ ନୂଆ ଦିଲ୍ଲୀ, ପୁରୁଣା ଦିଲ୍ଲୀ କହୁଛନ୍ତି । କିନ୍ତୁ ଏବେ ତ ନୂଆ ଦିଲ୍ଲୀ ନାହିଁ ।
ନୂଆ ଦୁନିଆରେ ନୂଆ ଦିଲ୍ଲୀ ହେବ । ପୁରୁଣା ଦୁନିଆରେ ପୁରୁଣା ଦିଲ୍ଲୀ ରହିଛି । ବାସ୍ତବରେ ଯମୁନା
କୂଳରେ ଦିଲ୍ଲୀ ପରିସ୍ତାନ ଅର୍ଥାତ୍ ସ୍ୱର୍ଗ ଥିଲା । ସତ୍ୟଯୁଗ ଥିଲା ନା । ସେଠାରେ
ଦେବୀ-ଦେବତାମାନେ ରାଜତ୍ୱ କରୁଥିଲେ । ଏବେ ତ ପୁରୁଣା ଦୁନିଆରେ ପୁରୁଣା ଦିଲ୍ଲୀ ରହିଛି । ନୂଆ
ଦୁନିଆରେ ତ ଏହି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ଥିଲା । ଭାରତବାସୀ ଏହାକୁ ଭୁଲିଯାଇଛନ୍ତି । ନୂଆ
ଭାରତ, ନୂଆ ଦିଲ୍ଲୀରେ ଦେବୀ-ଦେବତାଙ୍କର ରାଜ୍ୟ ଥିଲା, ସେଠାରେ ଅନ୍ୟ କୌଣସି ରାଷ୍ଟ୍ର ନ ଥିଲା ।
ଏ କଥା କେହି ହେଲେ ଜାଣିନାହାଁନ୍ତି । ସରକାର ଏହି ପାଠ ପଢାଉନାହାଁନ୍ତି । ଜାଣିଛନ୍ତି ଯେ ଏହି
ଇତିହାସ ତ ହେଉଛି ଅଧା । ଯେବେଠାରୁ ଇସ୍ଲାମୀ, ବୌଦ୍ଧିମାନେ ଆସିଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କ
ରାଜ୍ୟ ବିଷୟରେ କାହାକୁ ଜଣାନାହିଁ । ଏହି ବାବା ହିଁ ବସି ବୁଝାଉଛନ୍ତି ଯେ ସାରା ସୃଷ୍ଟିର ଚକ୍ର
କିପରି ଘୂରୁଛି । ଭାରତ ସ୍ୱର୍ଗ ଥିବା ସମୟରେ ସ୍ୱର୍ଣ୍ଣିମ ଦୁନିଆ ଥିଲା । ଏବେ ସେହି ଭାରତ ଦେଖ
କ’ଣ ହୋଇଗଲାଣି । ପୁଣି ଭାରତକୁ ହୀରା ତୁଲ୍ୟ କିଏ କରାଇବ? ବାବା କହୁଛନ୍ତି ଯେବେ ତୁମେ ବହୁତ
ପାପ ଆତ୍ମା ହୋଇଯାଉଛ, ତେବେ ମୁଁ ପୂଣ୍ୟ ଆତ୍ମା କରିବାକୁ ଆସୁଛି । ଏହିପରି ଡ଼୍ରାମା ତିଆରି ହୋଇଛି,
ଯାହାକୁ କେହି ବି ଜାଣିନାହାଁନ୍ତି । ବାବାଙ୍କ ବିନା ଏହି ଜ୍ଞାନ ଅନ୍ୟ କେହି ଦେଇପାରିବେ ନାହିଁ
। ଜ୍ଞାନର ସାଗର ବାବା ହିଁ ଆସି ପଢାଉଛନ୍ତି । ମନୁଷ୍ୟ, ମନୁଷ୍ୟକୁ କେବେ ସଦ୍ଗତି ଦେଇପାରିବେ
ନାହିଁ । ଯେତେବେଳେ ଦେବୀ-ଦେବତାମାନେ ଥିଲେ, ତେବେ ସମସ୍ତେ ପରସ୍ପରକୁ ସୁଖ ହିଁ ଦେଉଥିଲେ । କେହି
ବି ରୋଗୀ ବେମାର ହେଉ ନ ଥିଲେ । ବର୍ତ୍ତମାନ ଏଠାରେ ତ ସମସ୍ତେ ରୋଗୀ ଅଟନ୍ତି । ଏବେ ବାବା
ପୁନର୍ବାର ସ୍ୱର୍ଗ ଗଢିବାକୁ ଆସିଛନ୍ତି । ବାବା ସ୍ୱର୍ଗ କରୁଛନ୍ତି, ରାବଣ ନର୍କ କରୁଛି । ଏହି
ଖେଳକୁ କେହି ହେଲେ ଜାଣି ନାହାଁନ୍ତି । ଶାସ୍ତ୍ରର ଜ୍ଞାନ ହେଉଛି ଦର୍ଶନତତ୍ତ୍ୱ, ଭକ୍ତିମାର୍ଗ ।
ତାହା ସଦ୍ଗତିର ମାର୍ଗ ନୁହେଁ । ଏହା କୌଣସି ଶାସ୍ତ୍ରର ଦର୍ଶନତତ୍ତ୍ୱ ନୁହେଁ । ବାବା ଶାସ୍ତ୍ର
ଶୁଣାଉନାହାଁନ୍ତି । ଏଠାରେ ଆଧ୍ୟାତ୍ମିକ ଜ୍ଞାନ ରହିଛି । ବାବାଙ୍କୁ ଆଧ୍ୟାତ୍ମିକ ପିତା ବୋଲି
କୁହାଯାଉଛି । ସେ ଆତ୍ମାମାନଙ୍କର ପିତା । ବାବା କହୁଛନ୍ତି ମୁଁ ମନୁଷ୍ୟ ସୃଷ୍ଟିର ବୀଜରୂପ
ସେଥିପାଇଁ ଜ୍ଞାନର ସାଗର ଅଟେ । ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ଆୟୁଷ କେତେ, କିପରି ବୃଦ୍ଧି
ହେଉଛି ପୁଣି ଭକ୍ତିମାର୍ଗ କିପରି ଆରମ୍ଭ ହେଉଛି, ଏକଥା ମୁଁ ଜାଣିଛି । ତୁମକୁ ଏହି ଜ୍ଞାନ ଦେଇ
ସ୍ୱର୍ଗର ମାଲିକ କରାଉଛି, ପୁଣି ତୁମେ ମାଲିକ ହୋଇ ଯାଉଛ । ଏହି ଜ୍ଞାନ ତୁମକୁ ଥରେ ମାତ୍ର
ପ୍ରାପ୍ତ ହୋଇ ଗୁପ୍ତ ହୋଇଯାଉଛି, ପୁଣି ସତ୍ୟଯୁଗ ତ୍ରେତା ଯୁଗରେ ଏହି ଜ୍ଞାନର ଆବଶ୍ୟକତା ରହିବ
ନାହିଁ । ଏହି ଜ୍ଞାନ କେବଳ ତୁମ ବ୍ରାହ୍ମଣମାନଙ୍କ ପାଇଁ ଉଦ୍ଦିଷ୍ଟ । ଦେବତାମାନଙ୍କ ପାଖରେ ଏହି
ଜ୍ଞାନ ନାହିଁ । ତେବେ ପରମ୍ପରାରୁ ଏହି ଜ୍ଞାନ ଆସିପାରିବ ନାହିଁ । ଏହା କେବଳ ତୁମକୁ ଥରେ ମାତ୍ର
ମିଳୁଛି, ଯାହା ଦ୍ୱାରା ତୁମେ ଜୀବନ ମୁକ୍ତ ହୋଇଯାଉଛ । ବାବାଙ୍କଠାରୁ ସମ୍ପତ୍ତି ପାଉଛ । ତୁମ
ପାଖକୁ ବହୁତ ଆସୁଛନ୍ତି, କହୁଛନ୍ତି ଯେ ମନର ଶାନ୍ତି କିପରି ମିଳିବ । କିନ୍ତୁ ଏହା କହିବା ଭୁଲ ।
ମନ-ବୁଦ୍ଧି ଆତ୍ମାର କର୍ମେନ୍ଦ୍ରିୟ, ଯେପରି ଶରୀରର କର୍ମେନ୍ଦ୍ରିୟ ରହିଛି । ଆତ୍ମାକୁ
ପଥରବୁଦ୍ଧିରୁ ପାରସବୁଦ୍ଧି ବାବା ହିଁ ଆସି କରାଉଛନ୍ତି - ଯାହା ସତ୍ୟଯୁଗ ତ୍ରେତାଯୁଗ ପର୍ଯ୍ୟନ୍ତ
ଚାଲୁଛି । ପୁଣି ପଥର ବୁଦ୍ଧି ହୋଇଯାଉଛନ୍ତି । ଏବେ ପୁଣି ତୁମେ ପଥରବୁଦ୍ଧିରୁ ପାରସବୁଦ୍ଧି ହେଉଛ
। ତୁମ ପାରସ ବୁଦ୍ଧିରେ ଖାଦ ମିଶିଯାଇଛି । ଏବେ ପୁଣି ପାରସବୁଦ୍ଧି କିପରି ହେବ? ବାବା କହୁଛନ୍ତି,
ହେ ଆତ୍ମା ମୋତେ ମନେ ପକାଅ । ଯୋଗର ଯାତ୍ରା ଦ୍ୱାରା ତୁମେ ପବିତ୍ର ହୋଇ ମୋ ପାଖକୁ ଆସିଯିବ ।
ବାକି ଯେଉଁମାନେ କହୁଛନ୍ତି ଯେ ମନର ଶାନ୍ତି କିପରି ମିଳିବ? ତାଙ୍କୁ କୁହ ଏଠାରେ କିପରି ଶାନ୍ତି
ମିଳିପାରିବ, ଏହା ହେଉଛି ହିଁ ଦୁଃଖଧାମ କାହିଁକିନା ବିକାରର ପ୍ରବେଶତା ହୋଇଛି । ଏହା ତ ବେହଦର
ବାବାଙ୍କଠାରୁ ହିଁ ସମ୍ପତ୍ତି ରୂପରେ ମିଳିପାରିବ । ପୁଣି ରାବଣ ସହିତ ମିଶିବା ଦ୍ୱାରା ପତିତ
ହୋଇଯାଉଛ, ପୁଣି ବାବାଙ୍କ ଦ୍ୱାରା ପବିତ୍ର ହେବାରେ ଗୋଟିଏ ସେକେଣ୍ଡ ଲାଗୁଛି । ଏବେ ତୁମେ ଆସିଛ
ବାବାଙ୍କଠାରୁ ଜୀବନ ମୁକ୍ତିର ସମ୍ପତ୍ତି ନେବା ପାଇଁ । ବାବା ଜୀବନମୁକ୍ତିର ସମ୍ପତ୍ତି ଦେଉଛନ୍ତି
ଓ ରାବଣ ଜୀବନବନ୍ଧନର ଅଭିଶାପ ଦେଉଛି ସେଥିପାଇଁ ଦୁଃଖ ହିଁ ଦୁଃଖ ମିଳୁଛି । ଡ଼୍ରାମାକୁ ମଧ୍ୟ
ଜାଣିବାକୁ ହେବ । ଦୁଃଖଧାମରେ କାହାକୁ ସୁଖ-ଶାନ୍ତି ମିଳିପାରିବ ନାହିଁ । ଶାନ୍ତି ଆମ
ଆତ୍ମାମାନଙ୍କର ସ୍ୱଧର୍ମ, ଶାନ୍ତିଧାମ ଆତ୍ମାର ଘର ଅଟେ । ଆତ୍ମା କହୁଛି - ଆମର ସ୍ୱଧର୍ମ ଶାନ୍ତି
। ଏହି କର୍ମେନ୍ଦ୍ରିୟ ଦ୍ୱାରା ଏବେ କର୍ମ ନ କରି ବସିଯାଉଛି । କିନ୍ତୁ କେଉଁ ପର୍ଯ୍ୟନ୍ତ ବସି
ରହିବ । କର୍ମ ତ କରିବାକୁ ହିଁ ହେବ ନା । ମନୁଷ୍ୟ ଡ୍ରାମାକୁ ନ ବୁଝିବା ପର୍ଯ୍ୟନ୍ତ ଦୁଃଖୀ ହୋଇ
ରହୁଛନ୍ତି । ବାବା କହୁଛନ୍ତି ମୁଁ ହେଉଛି ଦୀନବନ୍ଧୁ । ଏଠାକୁ ଗରୀବମାନେ ହିଁ ଆସିବେ ।
ସାହୁକାରଙ୍କ ପାଇଁ ତ ଏହିଠାରେ ହିଁ ସ୍ୱର୍ଗ ଅଟେ । ତାଙ୍କ ଭାଗ୍ୟରେ ସ୍ୱର୍ଗର ସୁଖ ନାହିଁ । ବାବା
କହୁଛନ୍ତି ମୁଁ ଦୀନବନ୍ଧୁ । ସାହୁକାରଙ୍କୁ ଗରିବ ଓ ଗରିବଙ୍କୁ ସାହୁକାର କରାଉଛି । ସାହୁକାର ଏତେ
ଉଚ୍ଚପଦ ପାଇପାରିବେ ନାହିଁ କାହିଁକିନା ଏଠାରେ ସାହୁକାରଙ୍କର ନିଶା ରହିଛି । ହଁ ସେମାନେ ପ୍ରଜାରେ
ଆସିଯିବେ । ସ୍ୱର୍ଗକୁ ତ ନିଶ୍ଚୟ ଆସିବେ । କିନ୍ତୁ ଗରିବମାନେ ଉଚ୍ଚପଦ ପାଇବେ । ଗରିବ ସାହୁକାର
ହୋଇଯାଉଛନ୍ତି । ସେମାନଙ୍କର ଦେହ ଅଭିମାନ ଥାଏ ଯେ ଆମେ ଧନବାନ ଅଟୁ । କିନ୍ତୁ ବାବା କହୁଛନ୍ତି -
ଏହି ଧନ-ମାଲ ସବୁ ମାଟିରେ ମିଶିଯିବ । ବିନାଶ ହୋଇଯିବ, ଦେହୀ-ଅଭିମାନୀ ହେବାରେ ବହୁତ ମେହନତ
ରହିଛି । ବର୍ତ୍ତମାନ ସମସ୍ତେ ଦେହ-ଅଭିମାନୀ ଅଟନ୍ତି । ଏବେ ତୁମକୁ ଦେହୀ-ଅଭିମାନୀ ହେବାକୁ ପଡ଼ିବ
। ଆତ୍ମା କହୁଛି ମୁଁ ୮୪ ଜନ୍ମ ପୁରା କରିଛି । ନାଟକ ସମାପ୍ତ ହେଉଛି, ଏବେ ଘରକୁ ଯିବାକୁ ହେବ ।
ଏବେ କଳିଯୁଗର ଅନ୍ତ, ସତ୍ୟଯୁଗ ଆଦିର ସଙ୍ଗମ ଅଟେ । ବାବା କହୁଛନ୍ତି, ପ୍ରତ୍ୟେକ ୫ ହଜାର ବର୍ଷ
ପରେ ମୁଁ ଆସୁଛି, ଭାରତକୁ ହୀରା ତୁଲ୍ୟ କରିବା ପାଇଁ । ଏହି ଇତିହାସ ଭୂଗୋଳ ବାବା ହିଁ ବତାଇ
ପାରିବେ । ଆଚ୍ଛା -
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ବାବାଙ୍କଠାରୁ ଜୀବନମୁକ୍ତିର ସମ୍ପତ୍ତି ନେବା ପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ । ଡ଼୍ରାମାର
ଜ୍ଞାନକୁ ବୁଦ୍ଧିରେ ରଖି ଦୁଃଖଧାମରେ ରହି ମଧ୍ୟ ଦୁଃଖରୁ ମୁକ୍ତ ହେବାକୁ ପଡ଼ିବ ।
(୨) ଧନ ସମ୍ପତ୍ତିର ଅଥବା
ସାହୁକାରୀର ନିଶା ଛାଡ଼ି ଦେହୀ-ଅଭିମାନୀ ହେବାର ପୁରୁଷାର୍ଥ କରିବାକୁ ହେବ ।
ବରଦାନ:-
ବିକାର ଗୁଡିକର
ବଂଶର ଅଂଶକୁ ମଧ୍ୟ ସମାପ୍ତ କରୁଥିବା ସର୍ବ ସମର୍ପଣ ବା ଟ୍ରଷ୍ଟୀ ହୁଅ ।
ଯେଉଁମାନେ ପୁରୁଣା
ସଂସ୍କାର ରୂପୀ ସମ୍ପତ୍ତିକୁ ଅସୁବିଧା ସମୟରେ କାର୍ଯ୍ୟରେ ଲଗାଇବା ପାଇଁ ଲୁଚାଇ ରଖିଥାଆନ୍ତି ମାୟା
ତା’କୁ କୌଣସି ନା କୌଣସି ପ୍ରକାରରେ ଖୋଜି ବାହାର କରିଦେଇଥାଏ । ପୁରୁଣା ଖାତାର ଛୋଟିଆ ଅଂଶଟିରୁ
ମଧ୍ୟ ଧରାପଡିଯିବ କାହିଁକିନା ମାୟା ବଡ ଚତୁର ଅଟେ, ତା’ର ଜାଣିପାରିବାର ଶକ୍ତି କିଛି କମ୍ ନୁହେଁ,
ସେଥିପାଇଁ ବିକାର ଗୁଡିକର ବଂଶର ଅଂଶକୁ ମଧ୍ୟ ସମାପ୍ତ କର । କୌଣସି କୋଣରେ ମଧ୍ୟ ପୁରୁଣା
ସମ୍ପତ୍ତିର ଟିକିଏ ବି ଅଂଶ ନ ରହୁ - ତେବେ କୁହାଯିବ ସର୍ବ ସମର୍ପଣ, ଟ୍ରଷ୍ଟୀ ବା ଯଜ୍ଞର ସ୍ନେହୀ
ସହଯୋଗୀ ।
ସ୍ଲୋଗାନ:-
କାହାର ବିଶେଷତା
କାରଣରୁ ତା’ ପ୍ରତି ବିଶେଷ ସ୍ନେହ ରଖିବା - ଏହା ମଧ୍ୟ ମୋହର ଆକର୍ଷଣ ଅଟେ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ମଧୁରତା ହିଁ ମହାନତା ଅଟେ
। ଏହା ଦ୍ୱାରା ମନର ଏବଂ ମୁଖର ତିକ୍ତତା ସମାପ୍ତ ହୋଇଯାଇଥାଏ । କ୍ରୋଧ ଅଗ୍ନି ଶୀତଳ ହୋଇଯାଇଥାଏ
। ବାପଦାଦା ନିଜର ସବୁ ପିଲାଙ୍କୁ ଶୀତଳ ଦେବତା କରିବାକୁ ଚାହୁଁଛନ୍ତି ସେଥିପାଇଁ ମଧୁରତାର ଗୁଣକୁ
ଧାରଣ କର । ତୁମମାନଙ୍କର ମୁଖମଣ୍ଡଳ ମଧ୍ୟ ମିଠା ହେବା ଦରକାର, ତେଣୁ ମଧୁରତାର ଗୁଣରେ ଭରପୂର ହୁଅ
। ଯିଏବି ତୁମ ସମ୍ପର୍କରେ ଆସୁଛନ୍ତି ତାଙ୍କୁ ମଧୁର ବାଣୀ ବା ଶକ୍ତିଶାଳୀ ଦୃଷ୍ଟି ଦ୍ୱାରା ଭରପୂର
କର ।