15.07.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଦେହ-ଅଭିମାନ ଆସୁରୀ ସ୍ୱଭାବ ଅଟେ, ତେଣୁ ତାକୁ ପରିବର୍ତ୍ତନ କରି ଦୈବୀ ସ୍ୱଭାବ ଧାରଣ କର ତେବେ
ରାବଣର ଜେଲ୍ରୁ ମୁକ୍ତ ହୋଇଯିବ ।”
ପ୍ରଶ୍ନ:-
ପ୍ରତ୍ୟେକ ଆତ୍ମା
ନିଜର ପାପ କର୍ମର ଦଣ୍ଡ କିପରି ଭୋଗ କରିଥାଏ, ସେଥିରୁ ରକ୍ଷା ପାଇବାର ଉପାୟ କ’ଣ?
ଉତ୍ତର:-
ପ୍ରତ୍ୟେକ ଆତ୍ମା ନିଜର ପାପ କର୍ମର ଦଣ୍ଡ ପ୍ରଥମେ ଗର୍ଭ ଜେଲ୍ ଭିତରେ ଭୋଗ କରିଥାଏ । ଦ୍ୱିତୀୟରେ
ରାବଣର ଜେଲ୍ରେ ଅର୍ଥାତ୍ ଦୁଃଖ ଦୁନିଆରେ ଅନେକ ପ୍ରକାରର ଦୁଃଖ ଭୋଗ କରିଥାଏ । ଏବେ ବାବା
ତୁମମାନଙ୍କୁ ଏହି ସବୁ ଜେଲ୍ରୁ ମୁକ୍ତ କରିବା ପାଇଁ ଆସିଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ
ନିଜର ଦୃଷ୍ଟିକୁ ପବିତ୍ର କର ।
ଓମ୍ ଶାନ୍ତି ।
ଡ୍ରାମାର ପ୍ଲାନ
ଅନୁସାରେ ବାବା ଆସି ତୁମମାନଙ୍କୁ ବୁଝାଉଛନ୍ତି । ତୁମମାନଙ୍କୁ ରାବଣର ଜେଲ୍ରୁ ମୁକୁଳାଉଛନ୍ତି
କାରଣ ବର୍ତ୍ତମାନ ସମସ୍ତେ ବିକାରୀ, ପାପ ଆତ୍ମା ହୋଇଯାଇଛନ୍ତି । ସାରା ଦୁନିଆର ମନୁଷ୍ୟ ବିକାରୀ
ହେବା କାରଣରୁ ରାବଣର ଜେଲ୍ରେ ଅଛନ୍ତି । ଯେତେବେଳେ ଶରୀର ତ୍ୟାଗ କରୁଛନ୍ତି ପୁଣି ଗର୍ଭଜେଲ୍
ଭିତରକୁ ଯାଉଛନ୍ତି । ବାବା ଆସି ଉଭୟ ଜେଲ୍ରୁ ମୁକ୍ତ କରୁଛନ୍ତି ପୁଣି ତୁମେ ଅଧାକଳ୍ପ
ପର୍ଯ୍ୟନ୍ତ ରାବଣର ଜେଲ୍କୁ କିମ୍ବା ଗର୍ଭ ଜେଲ୍କୁ ଯିବ ନାହିଁ । ତୁମେମାନେ ଜାଣିଛ - ବାବା
ଧୀରେ ଧୀରେ ଆମକୁ ଆମର ପୁରୁଷାର୍ଥ ଅନୁସାରେ ରାବଣର ଜେଲରୁ ଏବଂ ଗର୍ଭଜେଲ୍ରୁ ମୁକ୍ତ କରୁଛନ୍ତି
। ବାବା କହୁଛନ୍ତି, ତୁମେ ସମସ୍ତେ ରାବଣ ରାଜ୍ୟରେ ବିକାରୀ ହୋଇଯାଇଛ । ପୁଣି ରାମ ରାଜ୍ୟରେ
ସମସ୍ତେ ନିର୍ବିକାରୀ ହେଉଛନ୍ତି । ସେଠାରେ କୌଣସି ଭୂତ(ବିକାର)ର ପ୍ରବେଶତା ହୁଏ ନାହିଁ । ଦେହର
ଅହଂକାର ଆସିବା ଦ୍ୱାରା ହିଁ ଅନ୍ୟ ଭୂତ ମାନଙ୍କର ପ୍ରବେଶତା ହୁଏ । ଏବେ ତୁମେ ପିଲାମାନଙ୍କୁ
ପୁରୁଷାର୍ଥ କରି ଦେହୀ-ଅଭିମାନୀ ହେବାକୁ ପଡିବ । ଯେତେବେଳେ ଏଭଳି (ଲକ୍ଷ୍ମୀ-ନାରାୟଣ) ହୋଇଯିବ
ସେତେବେଳେ ଯାଇ ନିଜକୁ ଦେବତା ବୋଲି କହିପାରିବ । ଏବେ ତ ତୁମେମାନେ ନିଜକୁ ବ୍ରାହ୍ମଣ ବୋଲି କହୁଛ
। ରାବଣର ଜେଲ୍ରୁ ମୁକ୍ତ କରିବା ପାଇଁ ବାବା ଆସି ଏବେ ଆମକୁ ପାଠ ପଢାଉଛନ୍ତି ଏବଂ ଯେଉଁମାନଙ୍କର
ଚରିତ୍ର ବିଗିଡିଯାଇଛି, ସେମାନଙ୍କୁ ମଧ୍ୟ ସୁଧାରୁଛନ୍ତି । ଅଧାକଳ୍ପରୁ ଚରିତ୍ର ଧୀରେ ଧୀରେ
ବିଗିଡିଯାଇଛି, ସେମାନଙ୍କୁ ମଧ୍ୟ ସୁଧାରୁଛନ୍ତି । ଅଧାକଳ୍ପରୁ ଚରିତ୍ର ଧୀରେ ଧୀରେ ବିଗିଡି
ବର୍ତ୍ତମାନ ସମ୍ପୂର୍ଣ୍ଣ ବିଗିଡି ଯାଇଛି । ବର୍ତ୍ତମାନ ସମୟରେ ସମସ୍ତଙ୍କର ଚରିତ୍ର ତମଃପ୍ରଧାନ
ହୋଇଯାଇଛି । ଦୈବୀ ଚରିତ୍ର ଏବଂ ଆସୁରୀ ଚରିତ୍ର ମଧ୍ୟରେ ନିଶ୍ଚିତ ଭାବରେ ରାତି-ଦିନର ପାର୍ଥକ୍ୟ
ରହିଛି । ବର୍ତ୍ତମାନ ବାବା ବୁଝାଉଛନ୍ତି - ଏବେ ପୁରୁଷାର୍ଥ କରି ନିଜର ଚରିତ୍ରକୁ ଦୈବୀ କରିବା
ଦରକାର, ତେବେ ଯାଇ ଆସୁରୀ ଚରିତ୍ର ସମାପ୍ତ ହେବ । ଆସୁରୀ ଚରିତ୍ର ଭିତରେ ପ୍ରଥମ ନମ୍ବର ହେଉଛି
ଦେହ-ଅଭିମାନ । ଦେହୀ-ଅଭିମାନୀମାନଙ୍କର ଚରିତ୍ର କେବେ ବି ବିଗିଡି ନ ଥାଏ । ତେବେ ସବୁକିଛି
ଚରିତ୍ର ଉପରେ ନିର୍ଭର କରୁଛି । ଦେବତାମାନଙ୍କର ଚରିତ୍ର କିପରି ବିଗିଡିଯାଉଛି? ଯେତେବେଳେ ସେମାନେ
ବାମମାର୍ଗରେ ଯାଉଛନ୍ତି ସେତେବେଳେ ବିକାରୀ ହେଉଛନ୍ତି । ଜଗନ୍ନାଥ ମନ୍ଦିରରେ ବାମମାର୍ଗରେ ଯିବାର
ଚିତ୍ର ଦର୍ଶାଇଛନ୍ତି । ଏହି ମନ୍ଦିର ତ ବହୁତ ବର୍ଷର ପୁରୁଣା, ବେଶଭୂଷା ଦେବତାମାନଙ୍କର ରହିଛି ।
ଦେବତାମାନେ ବାମମାର୍ଗରେ କିପରି ଯାଉଛନ୍ତି ସେଠାରେ ଦେଖାଇଛନ୍ତି । କାମ ବିକାରର ବଶୀଭୂତ ହୋଇ
ପ୍ରଥମେ ପ୍ରଥମେ ବିକାରୀ କର୍ମ କରିଥା’ନ୍ତି । ତା’ପରେ ଆତ୍ମାର ସଂସ୍କାର ପରିବର୍ତ୍ତନ ହୋଇ
ସମ୍ପୂର୍ଣ୍ଣ କଳା ଅର୍ଥାତ୍ ବିକାରୀ ହୋଇଯାଏ । ପ୍ରଥମେ ପ୍ରଥମେ ସ୍ୱର୍ଣ୍ଣିମ ଯୁଗରେ ସମ୍ପୂର୍ଣ୍ଣ
ଗୋରା ଅର୍ଥାତ୍ ପବିତ୍ର ହେଉଛନ୍ତି, ପୁଣି ଦୁଇକଳା କମ୍ ହୋଇଯାଉଛି । ତ୍ରେତାଯୁଗକୁ ତ ସ୍ୱର୍ଗ
କୁହାଯିବ ନାହିଁ, ତାହା ହେଉଛି ସେମି ସ୍ୱର୍ଗ । ବାବା ବୁଝାଉଛନ୍ତି - ରାବଣ ଆସିବାରୁ ହିଁ ତୁମ
ଉପରେ କଳଙ୍କି ଲାଗିବା ଆରମ୍ଭ ହେଲା । ସମ୍ପୂର୍ଣ୍ଣ ବିକାରୀ ତୁମେ ଅନ୍ତିମ ସମୟରେ ହେଉଛ । ଏବେ
ତୁମକୁ ୧୦୦ ପ୍ରତିଶତ ବିକାରୀ କୁହାଯିବ । ତୁମେ ୧୦୦ ପ୍ରତିଶତ ନିର୍ବିକାରୀ ଥିଲ ପୁଣି ୧୦୦
ପ୍ରତିଶତ ବିକାରୀ ହୋଇଯାଇଛ । ତେଣୁ ବାବା କହୁଛନ୍ତି ପିଲାମାନେ, ସୁଧୁରିଯାଅ, ଏହି ରାବଣର ଜେଲ୍
ବହୁତ ବିଶାଳ । ଏଠାରେ ସମସ୍ତଙ୍କୁ ବିକାରୀ କୁହାଯିବ କାହିଁକି ନା ରାବଣ ରାଜ୍ୟରେ ଅଛନ୍ତି ନା ।
ସେମାନେ ରାମ ରାଜ୍ୟ ଏବଂ ରାବଣ ରାଜ୍ୟ ବିଷୟରେ କିଛି ବି ଜାଣି ନାହାଁନ୍ତି । ଏବେ ତୁମେ ରାମ
ରାଜ୍ୟକୁ ଯିବା ପାଇଁ ପୁରୁଷାର୍ଥ କରୁଛ । କେହି ତ ସମ୍ପୂର୍ଣ୍ଣ ହୋଇ ନାହାଁନ୍ତି । କେହି ପ୍ରଥମ,
କେହି ଦ୍ୱିତୀୟ, କେହି ତୃତୀୟ ନମ୍ବରରେ ଅଛନ୍ତି । ଏବେ ବାବା ତୁମକୁ ପାଠ ପଢାଉଛନ୍ତି, ଦୈବୀଗୁଣ
ଧାରଣ କରାଉଛନ୍ତି । ଦେହ-ଅଭିମାନ ତ ସମସ୍ତଙ୍କ ଭିତରେ ଅଛି । ଯେତେ ଯେତେ ତୁମେ ସେବାରେ ତତ୍ପର
ରହିବ ସେତେ ସେତେ ଦେହ-ଅଭିମାନ କମି କମି ଯିବ । ସେବା କରିବା ଦ୍ୱାରା ହିଁ ଦେହ-ଅଭିମାନ କମିଯିବ
। ଦେହୀ-ଅଭିମାନୀମାନେ ବଡ ବଡ ସେବା କରିବେ । ବାବା ଦେହୀ-ଅଭିମାନୀ, ତେଣୁ କେତେ ଭଲ ସେବା
କରୁଛନ୍ତି । ସମସ୍ତଙ୍କୁ ବିକାରୀ ରାବଣର ଜେଲ୍ରୁ ମୁକ୍ତ କରାଇ ସଦ୍ଗତି ପ୍ରାପ୍ତ କରାଉଛନ୍ତି,
ସେଠାରେ ପୁଣି ଉଭୟ ଜେଲ୍ ରହିବ ନାହିଁ । ଏଠାରେ ଉଭୟ ଜେଲ୍ ଅଛି, ସତ୍ୟଯୁଗରେ ନା କଚେରୀ ବସିବ ନା
ପାପ ଆତ୍ମା ରହିବେ, ନା ରାବଣର ଜେଲ୍ ରହିବ । ରାବଣର ବେହଦର ଜେଲ୍ ରହିଛି । ସମସ୍ତେ ୫ ବିକାର
ରୂପୀ ରସିରେ ବାନ୍ଧି ହୋଇ ରହିଛନ୍ତି । ତେଣୁ ଅପରମଅପାର ଦୁଃଖ ଭୋଗ କରୁଛନ୍ତି । ଦିନକୁ ଦିନ
ଦୁଃଖ ଆହୁରି ବଢି ବଢି ଚାଲିଛି ।
ସତ୍ୟଯୁଗକୁ
ସ୍ୱର୍ଣ୍ଣିମଯୁଗ ଏବଂ ତ୍ରେତାଯୁଗକୁ ରୌପ୍ୟଯୁଗ କୁହାଯାଏ । ସତ୍ୟଯୁଗୀ ସୁଖ ତ୍ରେତାଯୁଗରେ
ମିଳିପାରିବ ନାହିଁ କାରଣ ଆତ୍ମାର ଦୁଇ କଳା କମ୍ ହୋଇଯାଉଛି । ଆତ୍ମାର କଳା କମିଯିବା ଦ୍ୱାରା
ଶରୀର ମଧ୍ୟ ସେହିଭଳି ହୋଇଯାଉଛି, ତେବେ ଏହା ବୁଝିବା ଦରକାର ଯେ, ବାସ୍ତବରେ ଆମେ ରାବଣ ରାଜ୍ୟରେ
ଦେହ-ଅଭିମାନୀ ହୋଇଯାଉଛୁ । ଏବେ ବାବା ରାବଣ ରାଜ୍ୟରୁ ମୁକ୍ତ କରିବା ପାଇଁ ଆସିଛନ୍ତି ।
ଅଧାକଳ୍ପର ଦେହ-ଅଭିମାନକୁ ଛଡାଇବାରେ କିଛି ତ ସମୟ ଲାଗିବ, ସେଥିପାଇଁ ବହୁତ ମେହନତ କରିବାକୁ
ପଡୁଛି । ଯେଉଁମାନେ ଜଲଦି ଶରୀର ଛାଡି ଯାଇଛନ୍ତି, ସେମାନେ ପୁଣି ପରବର୍ତ୍ତୀ ଜନ୍ମରେ ଆସି ଜ୍ଞାନ
ଶୁଣିଥା’ନ୍ତି । ଯଦି ବିଳମ୍ବ ହେବ ତେବେ ପୁଣି ପୁରୁଷାର୍ଥ କରିପାରିବେ ନାହିଁ । କେହି ଯଦି ଶରୀର
ଛାଡିଲା ପରେ ପୁରୁଷାର୍ଥ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ତାଙ୍କର କର୍ମେନ୍ଦ୍ରିୟ ଗୁଡିକ ବଡ
ହେବା ଦରକାର । ଜ୍ଞାନକୁ ବୁଝିବା ଦରକାର ତେବେ ଯାଇ କିଛି କରିପାରିବେ । ଯିଏ ବିଳମ୍ବରେ ଯିବେ
ସିଏ ତ କିଛି ବି ଶିଖିପାରିବେ ନାହିଁ । ପୂର୍ବଜନ୍ମରେ ଯେତିକି ଶିଖିଥିଲେ ଏହି ଜନ୍ମରେ ମଧ୍ୟ
ସେତିକି ଶିଖିଲେ, ସେଥିପାଇଁ ମରିବା ପୂର୍ବରୁ ପୁରୁଷାର୍ଥ କରିବା ଦରକାର, ଯେତେ ଦୂର ସମ୍ଭବ ଏହି
ମାର୍ଗକୁ ଆସିବାକୁ ଚେଷ୍ଟା ନିଶ୍ଚିତ କରିବେ । ଏପରି ଅବସ୍ଥାରେ ବହୁତ ଆସିବେ ପୁଣି ଏହି ବୃକ୍ଷ
ବୃଦ୍ଧି ପ୍ରାପ୍ତ ହେବ । ଏହି ଜ୍ଞାନ ତ ବହୁତ ସହଜ । ବମ୍ବେ ସହରରେ ବାବାଙ୍କ ପରିଚୟ ଦେବା ପାଇଁ
ବହୁତ ଭଲ ସୁଯୋଗ ମିଳୁଛି - ସେମାନଙ୍କୁ କୁହ, ଇଏ ଆମ ସମସ୍ତଙ୍କର ପିତା ତେଣୁ, ତାଙ୍କଠାରୁ
ସ୍ୱର୍ଗର ସମ୍ପତ୍ତି ନିଶ୍ଚିତ ପ୍ରାପ୍ତ କରିବା ଦରକାର । ଏହା କେତେ ସହଜ । ମନ ଭିତରେ ଖୁସିରେ
ନାଚିବା ଉଚିତ୍ ଯେ ଇଏ ଆମକୁ ପାଠପଢାଉଛନ୍ତି । ଏହା ହିଁ ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଆମେ
ପ୍ରଥମେ ସଦ୍ଗତିରେ ଥିଲୁ ପୁଣି ଦୁର୍ଗତିରେ ଆସିଲୁ ଏବେ ପୁଣି ଦୁର୍ଗତିରୁ ସଦ୍ଗତିକୁ ଯାଉଛୁ ।
ଶିବବାବା କହୁଛନ୍ତି - କେବଳ ମୋତେ ମନେ ପକାଅ ତେବେ ଯାଇ ତୁମର ଜନ୍ମ ଜନ୍ମାନ୍ତରର ପାପ ଭସ୍ମ ହେବ
।
ତୁମେ ପିଲାମାନେ ଜାଣିଛ
- ଦ୍ୱାପର ଯୁଗରୁ ରାବଣର ରାଜ୍ୟ ଚାଲୁଛି, ତେଣୁ ବିକାର ରୂପୀ ରାବଣ ସର୍ବବ୍ୟାପୀ ହୋଇଯାଇଛି ।
ଯେଉଁଠାରେ ବିକାର ସର୍ବବ୍ୟାପୀ ସେଠାରେ ବାବା କିପରି ସର୍ବବ୍ୟାପୀ ହୋଇପାରିବେ । ଏଠାରେ ସବୁ
ମନୁଷ୍ୟ ପାପ ଆତ୍ମା ଅଟନ୍ତି ନା । ବର୍ତ୍ତମାନ ବାବା ସମ୍ମୁଖରେ ଅଛନ୍ତି, ତେଣୁ ତ ଏପରି କହୁଛନ୍ତି
- ମୁଁ ଏଭଳି କିଛି କହି ହିଁ ନାହିଁ, କିନ୍ତୁ ଓଲଟା ବୁଝୁଛନ୍ତି । ଓଲଟା ବୁଝୁ ବୁଝୁ ବିକାରରେ
ଯାଇ ତଳକୁ ଖସି ଖସି ତାଙ୍କୁ (ବାବାଙ୍କୁ) ଗାଳି ଦେଇ ଦେଇ ଭାରତର ଏହିଭଳି ଅବସ୍ଥା ହୋଇଯାଇଛି ।
ଖ୍ରୀଷ୍ଟିୟାନମାନେ ମଧ୍ୟ ଜାଣିଛନ୍ତି ଯେ, ୫ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା, ସମସ୍ତେ
ସତ୍ତ୍ୱପ୍ରଧାନ ଥିଲେ । ଭାରତବାସୀମାନେ ତ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି କାହିଁକି ନା ବୁଦ୍ଧି
ତମୋପ୍ରଧାନ ହୋଇଯାଇଛି । ଖ୍ରୀଷ୍ଟିୟାନମାନେ ନା ଏତେ ଉଚ୍ଚ ହେଉଛନ୍ତି ନା ଏତେ ନୀଚ୍ଚ ହେଉଛନ୍ତି
। ସେମାନେ ତ ବୁଝୁଛନ୍ତି ଯେ ବାସ୍ତବରେ ସ୍ୱର୍ଗ ଥିଲା । ତେଣୁ ବାବା କହୁଛନ୍ତି, ସେମାନେ ଠିକ୍
କହୁଛନ୍ତି, ୫ ହଜାର ବର୍ଷ ପୂର୍ବେ ମଧ୍ୟ ମୁଁ ତୁମମାନଙ୍କୁ ରାବଣର ଜେଲ୍ରୁ ମୁକ୍ତ କରିବା ପାଇଁ
ଆସିଥିଲି, ଏବେ ପୁଣି ଆସିଛି । ଅଧାକଳ୍ପ ରାମ ରାଜ୍ୟ, ଆଉ ଅଧାକଳ୍ପ ହେଉଛି ରାବଣ ରାଜ୍ୟ ।
ପିଲାମାନଙ୍କୁ ତ ବହୁତ ସୁଯୋଗ ମିଳୁଛି ତେଣୁ ଏସବୁ ବୁଝାଇବା ଦରକାର ।
ବାବା ମଧ୍ୟ ତୁମମାନଙ୍କୁ
ବୁଝାଉଛନ୍ତି - ପିଲାମାନେ, ଏଭଳି-ଏଭଳି ବୁଝାଅ । ଏତେ ଅପରମଅପାର ଦୁଃଖ କାହିଁକି ହୋଇଛି? ପ୍ରଥମେ
ତ ଅପରମଅପାର ସୁଖ ଥିଲା ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏମାନେ ସର୍ବଗୁଣ
ସମ୍ପନ୍ନ ଥିଲେ । ଏବେ ବାବା ଯେଉଁ ଜ୍ଞାନ ଦେଉଛନ୍ତି ତାହା ହେଉଛି ନରରୁ ନାରାୟଣ ହେବାର ଜ୍ଞାନ ।
ଏହା ହିଁ ହେଉଛି ପାଠପଢା, ଏହା ଦ୍ୱାରା ଦୈବୀ ଚରିତ୍ର ହେଉଛି । ବର୍ତ୍ତମାନ ସମୟରେ ରାବଣ ରାଜ୍ୟରେ
ସମସ୍ତଙ୍କର ଚରିତ୍ର ବିଗିଡିଯାଇଛି । ତେବେ ସମସ୍ତଙ୍କର ଚରିତ୍ର ଏକମାତ୍ର ରାମ ହିଁ ସୁଧାରୁଛନ୍ତି
। ବର୍ତ୍ତମାନ ସମୟରେ କେତେ ଧର୍ମ ରହିଛି, ମନୁଷ୍ୟମାନଙ୍କର କେତେ ବୃଦ୍ଧି ହୋଇ ଚାଲିଛି । ଯଦି
ଏଭଳି ବୃଦ୍ଧି ହୋଇ ଚାଲିବ ତେବେ ଖାଦ୍ୟ କେଉଁ ଠାରୁ ଆସିବ! ସତ୍ୟଯୁଗରେ ତ ଏଭଳି କିଛି ହୁଏ ନାହିଁ
। ସେଠାରେ ଦୁଃଖର କଥା ହିଁ ନାହିଁ । ଏହା ହେଉଛି କଳିଯୁଗ ଦୁଃଖଧାମ, ଏଠାରେ ସମସ୍ତେ ବିକାରୀ
ହୋଇଯାଇଛନ୍ତି । ତାହା ହେଉଛି ସୁଖଧାମ, ସେଠାରେ ସମସ୍ତେ ସମ୍ପୂର୍ଣ୍ଣ ନିର୍ବିକାରୀ । ଏ କଥା
ଲୋକମାନଙ୍କୁ ଘଡି ଘଡି ବୁଝାଇବା ଦରକାର ତେବେ କିଛି ବୁଝିବେ । ବାବା କହୁଛନ୍ତି - ମୁଁ
ପତିତ-ପାବନ, ମୋତେ ମନେ ପକାଇବା ଦ୍ୱାରା ତୁମର ଜନ୍ମ-ଜନ୍ମାନ୍ତରର ପାପ କଟିଯିବ । ତେବେ ଏକଥା
ବାବା କିପରି କହିବେ! ନିଶ୍ଚିତ ଶରୀର ଧାରଣ କରି କହିବେ ନା । ପତିତ-ପାବନ ସମସ୍ତଙ୍କର ସଦ୍ଗତିଦାତା
ଏକମାତ୍ର ବାବା ହିଁ ଅଟନ୍ତି, ତେବେ ନିଶ୍ଚିତ ସିଏ କାହା ଶରୀରରେ ଆସିଥିବେ । ବାବା କହୁଛନ୍ତି -
ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ଆସୁଛି । ଯିଏକି ନିଜ ଜନ୍ମକୁ ହିଁ ଜାଣିନାହାଁନ୍ତି । ବାବା
ବୁଝାଉଛନ୍ତି - ଏହା ହେଉଛି ୮୪ ଜନ୍ମର ଖେଳ । ଯେଉଁମାନେ ପ୍ରଥମେ ପ୍ରଥମେ ଏଠାକୁ ଆସିଥିବେ ପୁଣି
ସେହିମାନେ ହିଁ ଆସିବେ । ସେମାନଙ୍କର ହିଁ ବହୁତ ଜନ୍ମ ହେବ ଏବଂ ଯେଉଁ ମାନେ ପଛରେ ଆସିଥିବେ
ସେମାନଙ୍କର କମ୍ ଜନ୍ମ ହେବ । ପ୍ରଥମେ ଦେବତାମାନେ ଆସିଲେ । ବାବା ପିଲାମାନଙ୍କୁ ଭାଷଣ କରିବା
ଶିଖାଉଛନ୍ତି - ଲୋକମାନଙ୍କୁ ଏହିଭଳି ଭାବେ ବୁଝାଇବା ଦରକାର । ଯଦି ଭଲ ଭାବରେ ବାବାଙ୍କୁ ମନେ
ପକାଇବ, ଦେହ-ଅଭିମାନ ନଥିବ ତେବେ ଭାଷଣ ଭଲ ଭାବରେ କରିପାରିବ । ଶିବବାବା ଦେହୀ-ଅଭିମାନୀ ଅଟନ୍ତି
ନା । ସିଏ ସର୍ବଦା କହିବାରେ ଲାଗିଛନ୍ତି - ପିଲାମାନେ ଦେହୀ-ଅଭିମାନୀ ହୁଅ । ତୁମ ଭିତରେ କୌଣସି
ବିକାର ନ ରହୁ । ଭିତରେ କୌଣସି ଆସୁରୀ ଗୁଣ ନ ରହୁ । ତୁମେ କାହାକୁ ବି ଦୁଃଖ ଦିଅ ନାହିଁ ।
କାହାର ନିନ୍ଦା କର ନାହିଁ । ତୁମମାନଙ୍କୁ କେବେହେଲେ ଶୁଣା କଥା ଉପରେ ବିଶ୍ୱାସ କରିବା ଉଚିତ୍
ନୁହେଁ । ଯଦି କେହି ଶୁଣାଉଛନ୍ତି ତେବେ ବାବାଙ୍କୁ ପଚାର - ଅମୁକ ଏଭଳି କହୁଛନ୍ତି, ଏହା କ’ଣ ସତ?
ବାବା ତୁରନ୍ତ କହିଦେବେ । ନଚେତ୍ ବହୁତ ଅଛନ୍ତି ଯିଏକି ମିଛ କଥା କହିବାରେ ପ୍ରବୀଣ ଅଟନ୍ତି -
କହିବେ, ଅମୁକ ତୁମ ବିଷୟରେ ଏଭଳି ଏଭଳି କହୁଥିଲା, ଏହିଭଳି କଥା ସବୁ କହି ତାଙ୍କୁ ନିରାଶ କରିଦେବେ
। ବାବା ଜାଣିଛନ୍ତି, ଏଭଳି ବହୁତ ହେଉଛି । ଓଲଟା କଥା ଶୁଣାଇ ମନକୁ ଖରାପ କରିଦେଉଛନ୍ତି,
ସେଥିପାଇଁ କେବେହେଲେ ମିଛ କଥା ଶୁଣି ଭିତରେ ଜଳିବା ଉଚିତ୍ ନୁହେଁ ବରଂ ତାଙ୍କୁ କୁହ ଅମୁକ ମୋ
ବିଷୟରେ ଏପରି କହିଲେ? ନିଜର ମନ ନିର୍ମଳ ଥିବା ଦରକାର । ଅନେକ ପିଲା ଶୁଣା କଥା ଉପରେ ମଧ୍ୟ
ପରସ୍ପର ଭିତରେ ଶତ୍ରୁତା ରଖୁଛନ୍ତି । ବର୍ତ୍ତମାନ ବାବା ମିଳିଛନ୍ତି ତେଣୁ ତାଙ୍କୁ ପଚାରିବା
ଦରକାର ନା । ବ୍ରହ୍ମାବାବାଙ୍କ ଉପରେ ମଧ୍ୟ ଅନେକଙ୍କର ବିଶ୍ୱାସ ହେଉନାହିଁ । ଶିବବାବାଙ୍କୁ ମଧ୍ୟ
ଭୁଲିଯାଉଛନ୍ତି । ବାବା ତ ସମସ୍ତଙ୍କୁ ଉଚ୍ଚ କରିବା ପାଇଁ ଆସିଛନ୍ତି । ବହୁତ ସ୍ନେହର ସହିତ
ସମସ୍ତଙ୍କୁ ଉପରକୁ ଉଠାଉଛନ୍ତି । ତେଣୁ ତାଙ୍କଠାରୁ ଈଶ୍ୱରୀୟ ମତ ନେବା ଦରକାର । ଯଦି ନିଶ୍ଚୟ
ହିଁ ନାହିଁ ତେଣୁ ବାବାଙ୍କୁ ପଚାରିବେ ନାହିଁ ଏବଂ ବାବା ମଧ୍ୟ ତା’ର କୌଣସି ଉତ୍ତର ଦେବେ ନାହିଁ
। ତେଣୁ ବାବା ଯାହା ବୁଝାଉଛନ୍ତି ତାକୁ ଧାରଣ କରିବା ଦରକାର ।
ତୁମେ ପିଲାମାନେ ବିଶ୍ୱରେ
ଶାନ୍ତି ସ୍ଥାପନ କରିବାରେ ନିମିତ୍ତ ହୋଇଛ । ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାର ମତ ଉଚ୍ଚରୁ
ଉଚ୍ଚ କରିପାରିବ ନାହିଁ । ଉଚ୍ଚରୁ ଉଚ୍ଚ ମତ କେବଳ ଭଗବାନଙ୍କର । ଯାହା ଦ୍ୱାରା ପଦ ମଧ୍ୟ ଉଚ୍ଚ
ମିଳୁଛି । ବାବା କହୁଛନ୍ତି, ନିଜର କଲ୍ୟାଣ କରି ଉଚ୍ଚ ପଦ ପ୍ରାପ୍ତ କର, ମହାରଥି ହୁଅ । ଯଦି
ପଢିବ ନାହିଁ ତେବେ ବି ପଦ ପାଇବ । ଏହା ହେଉଛି କଳ୍ପ-କଳ୍ପାନ୍ତରର କଥା । ସତ୍ୟଯୁଗରେ ଦାସ-ଦାସୀ
ମଧ୍ୟ କ୍ରମାନୁସାରେ ହୋଇଥା’ନ୍ତି । ବାବା ତ ଆସିଛନ୍ତି ଶ୍ରେଷ୍ଠ କରିବା ପାଇଁ କିନ୍ତୁ ଯଦି ତୁମେ
ପଢିବ ନାହିଁ ତେବେ କେଉଁ ପଦ ପାଇବ । ପ୍ରଜାମାନଙ୍କ ଭିତରେ ମଧ୍ୟ ଉଚ୍ଚ-ନୀଚ୍ଚ ପଦ ଥାଏ ନା ।
ଏହାକୁ ବୁଦ୍ଧିରେ ଧାରଣ କରିବାକୁ ହେବ । ମନୁଷ୍ୟମାନଙ୍କୁ ଜଣାନାହିଁ ଯେ, ଆମେ କେଉଁ ଆଡେ ଯାଉଛୁ
। ଉପରକୁ ଯାଉଛୁ ନା ତଳକୁ ଖସୁଛୁ । ବର୍ତ୍ତମାନ ବାବା ଆସି ତୁମମାନଙ୍କୁ ବୁଝାଉଛନ୍ତି - କିପରି
ତୁମେ ସ୍ୱର୍ଣ୍ଣିମ ଯୁଗ, ରୌପ୍ୟ ଯୁଗରେ ଥିଲ ଆଉ ଏବେ କିପରି ଲୌହ ଯୁଗରେ ଆସି ପହଞ୍ଚିଛ ।
ବର୍ତ୍ତମାନ ସମୟରେ ତ ମନୁଷ୍ୟ, ମନୁଷ୍ୟକୁ ହିଁ ଖାଇ ଦେଉଛନ୍ତି । ଏବେ ଯଦି ଏହି କଥାକୁ ବୁଝିଯିବେ
ତେବେ ବୁଝିଯିବେ ଯେ, ଜ୍ଞାନ କାହାକୁ କୁହାଯାଏ । କେତେକ ପିଲା ତ ଗୋଟିଏ କାନରେ ଶୁଣି ଅନ୍ୟ କାନରେ
ବାହାର କରିଦେଉଛନ୍ତି । ଭଲ ଭଲ ସେବାକେନ୍ଦ୍ରରେ ଭଲ ଭଲ ପିଲାମାନଙ୍କର ମଧ୍ୟ ବିକାରୀ ଦୃଷ୍ଟି ଥାଏ
। ଲାଭ, କ୍ଷତି ତଥା ନିଜର ସମ୍ମାନର ମଧ୍ୟ ଖାତିରୀ କରନ୍ତି ନାହିଁ । ମୁଖ୍ୟ କଥା ହେଉଛି ହିଁ
ବିକାରୀ ଦୃଷ୍ଟିର । ବାବା ବୁଝାଉଛନ୍ତି, କାମ ବିକାର ମହାଶତ୍ରୁ ଅଟେ । ଏହା ଉପରେ ବିଜୟ ପ୍ରାପ୍ତ
କରିବା ପାଇଁ କେତେ ପରିଶ୍ରମ କରିବାକୁ ପଡୁଛି । ମୁଖ୍ୟ କଥା ହେଉଛି ପବିତ୍ରତାର । ଏହା ଉପରେ ହିଁ
କେତେ ଝଗଡା ହେଉଛି । ତେଣୁ ବାବା କହୁଛନ୍ତି ଏହି କାମ ବିକାର ହେଉଛି ତୁମର ବଡଶତ୍ରୁ । ଏହା ଉପରେ
ବିଜୟ ପ୍ରାପ୍ତ କର ତେବେ ଯାଇ ଜଗତଜୀତ୍ ହୋଇପାରିବ । ଦେବତାମାନେ ସମ୍ପୂର୍ଣ୍ଣ ନିର୍ବିକାରୀ
ଅଟନ୍ତି ନା । ଆଗକୁ ଗଲେ ସବୁ କିଛି ବୁଝିଯିବେ ଏବଂ ସତ୍ୟଯୁଗର ସ୍ଥାପନା ମଧ୍ୟ ହୋଇଯିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କେବେ ବି
ଶୁଣା କଥାରେ ବିଶ୍ୱାସ କରି ନିଜର ସ୍ଥିତିକୁ ଖରାପ କରିବାର ନାହିଁ । ନିଜର ଅନ୍ତରକୁ ସ୍ୱଚ୍ଛ
ରଖିବାକୁ ହେବ । ମିଥ୍ୟା କଥାକୁ ଶୁଣି ଭିତରେ ଭିତରେ ଜଳିବା ଉଚିତ୍ ନୁହେଁ, ଈଶ୍ୱରୀୟ ମତ ନେବାର
ଅଛି ।
(୨) ଦେହୀ-ଅଭିମାନୀ
ହେବାର ପୂରା-ପୂରା ପୁରୁଷାର୍ଥ କରିବାକୁ ହେବ, କାହାର ନିନ୍ଦା କରିବା ଉଚିତ୍ ନୁହେଁ । ଲାଭ,
କ୍ଷତି ଓ ଇଜ୍ଜତକୁ ଧ୍ୟାନରେ ରଖି ବିକାରୀ ଦୃଷ୍ଟିକୁ ସମାପ୍ତ କରିବା ଉଚିତ୍ । ବାବା ଯାହା ସବୁ
ଶୁଣାଉଛନ୍ତି ସେଗୁଡିକୁ ଗୋଟିଏ କାନରେ ଶୁଣି ଅନ୍ୟ ପଟେ ବାହାର କରିଦେବା ଉଚିତ୍ ନୁହେଁ ।
ବରଦାନ:-
ତ୍ରିକାଳଦର୍ଶୀର
ଆସନ ଉପରେ ବିରାଜମାନ ହୋଇ ପ୍ରତ୍ୟେକ କର୍ମ କରୁଥିବା ଶକ୍ତିଶାଳୀ ଆତ୍ମା ଭବ ।
ଯେଉଁ ପିଲାମାନେ
ତ୍ରିକାଳଦର୍ଶୀ ସ୍ଥିତିର ଆସନ ଉପରେ ବିରାଜମାନ ହୋଇ ସବୁ ସମୟରେ, ସବୁ କର୍ମ କରନ୍ତି ସେମାନେ
ଜାଣିଥା’ନ୍ତି ଯେ କଥା ବା ସମସ୍ୟା ଗୁଡିକ ତ ଅନେକ ଆସିବ ବା ଘଟିବ, ଚାହେଁ ନିଜ ଦ୍ୱାରା ହେଉ ବା
ଅନ୍ୟମାନଙ୍କ ଦ୍ୱାରା ହେଉ, ମାୟା ଦ୍ୱାରା ହେଉ ବା ପ୍ରକୃତି ଦ୍ୱାରା ହେଉ, ପରିସ୍ଥିତି ଗୁଡିକ ତ
ନିଶ୍ଚିତ ଆସିବ କିନ୍ତୁ ଯଦି ସ୍ୱସ୍ଥିତି ମଜବୁତ ଥିବ ତେବେ ପରସ୍ଥିତି ତା’ ନିକଟରେ କିଛି ବି
ଅନୁଭବ ହେବ ନାହିଁ । କେବଳ ପ୍ରତ୍ୟେକ କର୍ମ କରିବା ପୂର୍ବରୁ ତା’ର ଆଦି-ମଧ୍ୟ-ଅନ୍ତ ଅର୍ଥାତ୍
ତିନିକାଳକୁ ଜାଣି, ଭାବି-ଚିନ୍ତି କର୍ମ କର, ତାହା ହେଲେ ଶକ୍ତିଶାଳୀ ହୋଇ ପରସ୍ଥିତିଗୁଡିକୁ ସହଜରେ
ଅତିକ୍ରମ କରିଯିବ ।
ସ୍ଲୋଗାନ:-
ସର୍ବଶକ୍ତିରେ
ବା ଜ୍ଞାନରେ ସମ୍ପନ୍ନ ହେବା ହିଁ ସଂଗମଯୁଗର ପ୍ରାରବ୍ଧ ଅଟେ ।