15.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଆତ୍ମା
ରୂପୀ ବ୍ୟାଟେରୀ ୮୪ଟି ମୋଟର ଅର୍ଥାତ୍ ଶରୀରରେ ବ୍ୟବହାର ହୋଇଥିବା କାରଣରୁ ଶକ୍ତିହୀନ ହୋଇଯାଇଛି,
ଏବେ ତାହାକୁ ଯୋଗର ଯାତ୍ରାରେ ରହି ଭରପୂର କର ।”
ପ୍ରଶ୍ନ:-
ବାବା କେଉଁ
ସନ୍ତାନମାନଙ୍କୁ ବହୁତ-ବହୁତ ଭାଗ୍ୟଶାଳୀ ମନେ କରୁଛନ୍ତି?
ଉତ୍ତର:-
ଯାହାଙ୍କ ପାଖରେ କୌଣସି ଜଞ୍ଜାଳ ନାହିଁ, ଯିଏ ନିର୍ବନ୍ଧନ ଅଟନ୍ତି, ଏହିପରି ସନ୍ତାନମାନଙ୍କୁ ବାବା
କହୁଛନ୍ତି ତୁମେ ବହୁତ-ବହୁତ ଭାଗ୍ୟଶାଳୀ ଅଟ, ତୁମେ ଯୋଗର ଯାତ୍ରାରେ ରହି ନିଜର ବ୍ୟାଟେରୀକୁ ଫୁଲ୍
ଚାର୍ଜ କରିପାରିବ । ଯଦି ଯୋଗ ନ ଥାଇ, କେବଳ ଜ୍ଞାନ ଶୁଣାଇବ, ତେବେ ତୀର ଲାଗିବ ନାହିଁ । କେହି
କେତେ ବି ଆଡମ୍ବରର ସହିତ ନିଜର ଅନୁଭବ ଶୁଣାଉଥା’ନ୍ତୁ କିନ୍ତୁ ନିଜେ ଯଦି ଧାରଣା କରୁ ନ ଥିବେ,
ତେବେ ଭିତରେ ଭିତରେ ମନ ଖାଇଥାଏ ।
ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି । ଆତ୍ମିକ ପିତାଙ୍କର ନାମ କ’ଣ?
ଶିବବାବା । ସେ ବେହଦର ପିତା ଏବଂ ଭଗବାନ ଅଟନ୍ତି । ମନୁଷ୍ୟମାନଙ୍କୁ କେବେ ବି ବେହଦର ବାବା ଅଥବା
ଈଶ୍ୱର ବା ଭଗବାନ କୁହାଯାଇପାରିବ ନାହିଁ । ଯଦିଓ ବହୁତଙ୍କର ନାମ ଶିବ ରହିଛି, କିନ୍ତୁ ସେମାନେ
ସମସ୍ତେ ଦେହଧାରୀ ଅଟନ୍ତି ସେଥିପାଇଁ ତାଙ୍କୁ ଭଗବାନ ବୋଲି କୁହାଯାଇପାରିବ ନାହିଁ । ବାବା ବସି
ସନ୍ତାନମାନଙ୍କୁ ଏହି କଥା ବୁଝାଉଛନ୍ତି, ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରିଛି, ତାଙ୍କର ଏହା
ବହୁତ ଜନ୍ମର ଶେଷ ଜନ୍ମ ଅଟେ । ତୁମ୍ଭମାନଙ୍କୁ କେହି କେହି ପଚାରୁଛନ୍ତି - ତୁମେ ୟା’ଙ୍କୁ ଭଗବାନ
ବୋଲି କାହିଁକି କହୁଛ? ବାବା ପ୍ରଥମରୁ ହିଁ ବୁଝାଉଛନ୍ତି, କୌଣସି ସ୍ଥୂଳ ବା ସୂକ୍ଷ୍ମ
ଦେହଧାରୀମାନଙ୍କୁ ଭଗବାନ କୁହାଯିବ ନାହିଁ । ସୂକ୍ଷ୍ମ ଦେହଧାରୀମାନେ ହେଲେ ସୂକ୍ଷ୍ମଲୋକ ନିବାସୀ
ତାଙ୍କୁ ଦେବତା କୁହାଯାଉଛି । ଭଗବାନ ହେଉଛନ୍ତି ଉଚ୍ଚରୁ ଉଚ୍ଚ, ପରମପିତା । ତାଙ୍କର ନାମ ଉଚ୍ଚରୁ
ଉଚ୍ଚ ଏବଂ ଧାମ ମଧ୍ୟ ଉଚ୍ଚରୁ ଉଚ୍ଚ ପରମଧାମ ଅଟେ । ବାବା ସବୁ ଆତ୍ମାମାନଙ୍କ ସହିତ ସେଠାରେ
ନିବାସ କରନ୍ତି । ତାଙ୍କର ବସିବା ସ୍ଥାନ ମଧ୍ୟ ଉଚ୍ଚ ଅଟେ । ବାସ୍ତବରେ ତାହା କୌଣସି ବସିବାର
ସ୍ଥାନ ନୁହେଁ । ଯେପରି ଷ୍ଟାର (ତାରା)କେଉଁଠି କ’ଣ ବସିଛି କି? ଛିଡା ହୋଇଛି ନା । ତୁମେ
ଆତ୍ମାମାନେ ମଧ୍ୟ ନିଜ ଶକ୍ତି ଆଧାରରେ ସେଠାରେ ଛିଡା ହୋଇଛ । ଏପରି ଶକ୍ତି ମିଳୁଛି ଯେ ସେଠାରେ
ଯାଇ ଛିଡା ହୋଇଥା’ନ୍ତି । ବାପାଙ୍କ ନାମ ହେଉଛି ସର୍ବଶକ୍ତିମାନ, ତାଙ୍କଠାରୁ ଶକ୍ତି ମିଳୁଛି ।
ଆତ୍ମା ତାଙ୍କୁ ମନେପକାଉଛି । ଯାହାଦ୍ୱାରା ଆତ୍ମାରୂପି ବ୍ୟାଟେରୀ ଚାର୍ଜ ହୋଇଯାଉଛି । ଯେପରି
ମୋଟର ଗାଡିରେ ବ୍ୟାଟେରୀ ଥାଏ, ତା’ ଶକ୍ତିରେ ହିଁ ମୋଟର ଚାଲିଥାଏ । ବ୍ୟାଟେରୀରେ କରେଣ୍ଟ୍
ଭର୍ତ୍ତି ହୋଇ ରହିଥାଏ ପୁଣି ଚାଲୁଚାଲୁ ତାହା କମ୍ଜୋର ହୋଇଯାଏ । ପୁଣି ବ୍ୟାଟେରୀକୁ ମେନ୍
ପାୱାରରେ ଚାର୍ଜ କରି ମୋଟରରେ ରଖିଥା’ନ୍ତି । ତାହା ହେଉଛି ହଦର କଥା । ଏହା ହେଲା ବେହଦ୍ର କଥା
। ତୁମର ଆତ୍ମାରୂପୀ ବ୍ୟାଟେରୀ ତ’ ୫ ହଜାର ବର୍ଷ ପର୍ଯ୍ୟନ୍ତ ଚାଲୁଛି । ଚାଲି-ଚାଲି ପୁଣି ଖାଲି
ହୋଇଯାଉଛି । ଜଣା ପଡିଯାଏ - ସମ୍ପୂର୍ଣ୍ଣ ଶେଷ ହୁଏ ନାହିଁ କିଛି ନା କିଛି ରହିଥାଏ । ଯେପରି
ଟର୍ଚ୍ଚର ଲାଇଟ୍ କମ୍ ହୋଇଯାଇଥାଏ ନା । ଆତ୍ମା ତ’ ହେଉଛି ଏହି ଶରୀରର ବ୍ୟାଟେରୀ । ଏହା ମଧ୍ୟ
କମଜୋର ହୋଇଯାଉଛି । ବ୍ୟାଟେରୀ ଏହି ଶରୀରରୁ ବାହାରି, ପୁଣି ଦ୍ୱିତୀୟ ତୃତୀୟ ମୋଟରରେ ଯାଇ
ଲାଗିଥାଏ । ୮୪ଟି ମୋଟରରେ ତାକୁ ଲଗାଯାଇଥାଏ ତେଣୁ ଏବେ ବାବା କହୁଛନ୍ତି ତୁମେ କେତେ ପଥରବୁଦ୍ଧି
ଅର୍ଥାତ୍ ବୁଦ୍ଧିହୀନ ହୋଇଯାଇଛ । ଏବେ ପୁନର୍ବାର ନିଜର ବ୍ୟାଟେରୀକୁ ଭରପୁର କର । ତେବେ ଯୋଗବଳ
ବିନା ଆତ୍ମା କେବେ ବି ପବିତ୍ର ହୋଇପାରିବ ନାହିଁ । ଏକମାତ୍ର ବାବା ହିଁ ସର୍ବଶକ୍ତିବାନ ଅଟନ୍ତି,
ଯାହାଙ୍କ ସହିତ ଯୋଗ ଲଗାଇବାକୁ ହେବ । ବାବା ନିଜେ ନିଜର ପରିଚୟ ଦେଉଛନ୍ତି ଯେ ମୁଁ କିଏ, କିପରି
ଅଟେ? ତୁମ ଆତ୍ମାର ବ୍ୟାଟେରୀ କିପରି କମଜୋର ହୋଇଯାଉଛି । ଏବେ ତୁମକୁ ମତ ଦେଉଛି - ମୋତେ
ମନେପକାଅ, ତେବେ ବ୍ୟାଟେରୀ ସତ୍ତ୍ୱପ୍ରଧାନ ଫାଷ୍ଟକ୍ଲାସ ହୋଇଯିବ । ଆତ୍ମା ପବିତ୍ର ହେଲେ ୨୪
କ୍ୟାରେଟ୍ର ହୋଇଯାଇଥାଏ । ଏବେ ତୁମେ ଖାଦଯୁକ୍ତ ହୋଇଯାଇଛ । ଶକ୍ତି ବିଲ୍କୁଲ୍ ଶେଷ ହୋଇଯାଇଛି
। ଆଉ ସେହି ଶୋଭା ନାହିଁ । ବର୍ତ୍ତମାନ ବାବା ତୁମ୍ଭମାନଙ୍କୁ ବୁଝାଉଛନ୍ତି ଯେ ପିଲାମାନେ ମୁଖ୍ୟ
କଥା ହେଉଛି ଯୋଗଯୁକ୍ତ ହୋଇ ରହିବା ଏବଂ ପବିତ୍ର ହେବା । ନ ହେଲେ ତ’ ବ୍ୟାଟେରୀ ଚାର୍ଜ ହେବ ନାହିଁ
। ଯୋଗ ଲାଗିବ ନାହିଁ । ଭଲେ କୁକୁଡା ଭଳି ଜ୍ଞାନୀ ତ’ ବହୁତ ଅଛନ୍ତି (କୁକୁଡା ଯିଏକି
ଅନ୍ୟମାନଙ୍କୁ ଉଠାଇଦିଏ ଏବଂ ନିଜେ ଶୋଇପଡେ) । ଜ୍ଞାନ ତ ବହୁତ ଭଲ ଶୁଣାନ୍ତି କିନ୍ତୁ ସେଭଳି
ଅବସ୍ଥା ନ ଥାଏ । ବହୁତ ଆଡମ୍ବର ସହିତ ଅନୁଭବ ଶୁଣାନ୍ତି କିନ୍ତୁ ମନ ଭିତରେ ଭିତରେ ଖାଉଥାଏ ।
ଯାହା ମୁଁ ବର୍ଣ୍ଣନା କରୁଛି, ସେପରି ଅବସ୍ଥା ତ’ ମୋର ନାହିଁ । କେହି ପୁଣି କେତେକ ଯୋଗୀ ତୁ
ଆତ୍ମା ମଧ୍ୟ ଅଛନ୍ତି । ବାବା ତ’ ସନ୍ତାନମାନଙ୍କର ବହୁତ ମହିମା କରୁଛନ୍ତି । ବାବା କହୁଛନ୍ତି -
ପିଲାମାନେ, ତୁମେମାନେ ବହୁତ-ବହୁତ ଭାଗ୍ୟଶାଳୀ ଅଟ । ତୁମର ତ ବେଶୀ କିଛି ଜଞ୍ଜାଳ ନାହିଁ ।
ଯାହାର ଅନେକ ସନ୍ତାନ ଥାଆନ୍ତି, ତାଙ୍କର ବନ୍ଧନ ମଧ୍ୟ ରହିଥାଏ । ବାବାଙ୍କର କେତେ ସନ୍ତାନ ଅଛନ୍ତି
। ସମସ୍ତଙ୍କୁ ଦେଖା-ରେଖା କରି ସମ୍ଭାଳିବାକୁ ପଡୁଛି । ବାବାଙ୍କୁ ମଧ୍ୟ ମନେପକାଇବାକୁ ହେବ ।
ପ୍ରେମିକଙ୍କର ସ୍ମୃତି ତ’ ବିଲକୁଲ୍ ପକ୍କା ରହିବା ଦରକାର । ତୁମେ ଭକ୍ତି ମାର୍ଗରେ ବାବାଙ୍କୁ
କେତେ ସ୍ମରଣ କରି ଆସିଛ - ହେ ଭଗବାନ, ପ୍ରଥମେ-ପ୍ରଥମେ ତାଙ୍କର ପୂଜା ମଧ୍ୟ କରିଛ । ପ୍ରଥମେ
ନିରାକାର ଭଗବାନଙ୍କର ହିଁ ପୂଜା କରିଥା’ନ୍ତି । ଏପରି ନୁହେଁ ଯେ ସେ ସମୟରେ ତୁମେ ଆତ୍ମ-ଅଭିମାନୀ
ହୋଇ ରହୁଛ । ଆତ୍ମ-ଅଭିମାନୀମାନେ କ’ଣ ପୂଜା କରିବେ!
ବାବା ବୁଝାଉଛନ୍ତି, ସର୍ବ ପ୍ରଥମେ ଯେତେବେଳେ ଭକ୍ତି ଆରମ୍ଭ ହୁଏ ସେତେବେଳେ ଏକମାତ୍ର ବାବାଙ୍କୁ
ହିଁ ପୂଜା କରିଥା’ନ୍ତି । ଏକମାତ୍ର ଶିବଙ୍କର ହିଁ ପୂଜା କରନ୍ତି । ଯେପରି ରାଜାରାଣୀ, ସେହିପରି
ପ୍ରଜା । ଭଗବାନ ହେଉଛନ୍ତି ସର୍ବୋଚ୍ଚ, ତାଙ୍କୁ ହିଁ ସ୍ମରଣ କରିବାକୁ ହେବ । ଅନ୍ୟ ଯେଉଁମାନେ
ତାଙ୍କ ତଳକୁ ଅଛନ୍ତି - ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ ମନେପକାଇବା ଦରକାର ନାହିଁ । ଉଚ୍ଚରୁ
ଉଚ୍ଚ ବାବାଙ୍କୁ ହିଁ ମନେପକାଇବାକୁ ହେବ । କିନ୍ତୁ ଡ୍ରାମାର ପାର୍ଟ ଏପରି ଯେ ତୁମେ ତଳକୁ
ଆସିବାକୁ ବନ୍ଧା ହୋଇ ରହିଛ । ତୁମେ କିପରି ତଳକୁ ଓହ୍ଲାଉଛ ସେ କଥା ବାବା ବୁଝାଉଛନ୍ତି । ବାବା
ପ୍ରତ୍ୟେକ କଥା ଆଦିରୁ ଅନ୍ତ, ଉପରୁ ତଳ ପର୍ଯ୍ୟନ୍ତ ବୁଝାଉଛନ୍ତି । ପ୍ରଥମେ ଭକ୍ତି ମଧ୍ୟ
ସତ୍ତ୍ୱପ୍ରଧାନ ଥାଏ, ପୁଣି ସତ୍ତ୍ୱ-ରଜୋ-ତମୋ ହୁଏ । ଏବେ ତୁମେ ପୁଣି ସତ୍ତ୍ୱପ୍ରଧାନ ହେଉଛ,
ଏହିଥିରେ ହିଁ ପରିଶ୍ରମ ରହିଛି । ତୁମମାନଙ୍କୁ ପବିତ୍ର ହେବାକୁ ପଡିବ । ନିଜକୁ ଦେଖ, ମାୟା
କେଉଁଠି ଧୋକା ତ’ ଦେଉନାହିଁ? ମୋର ଦୃଷ୍ଟି ବିକାରୀ ତ’ ହେଉନାହିଁ? କୌଣସି ପାପର ଖିଆଲ୍ ତ’
ଆସୁନାହିଁ? ଗାୟନ ମଧ୍ୟ ଅଛି ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ-ବ୍ରାହ୍ମଣୀ, ତେଣୁ
ଭାଇ-ଭଉଣୀ ହେଲେ ନା । ଏଠାକାର ବ୍ରାହ୍ମଣ ମଧ୍ୟ ନିଜକୁ ବ୍ରହ୍ମାଙ୍କର ସନ୍ତାନ ବୋଲି କହିଥା’ନ୍ତି
। ତୁମେ ମଧ୍ୟ ବ୍ରାହ୍ମଣ ଭାଇ-ଭଉଣୀ ହେଲ ନା । ପୁଣି ବିକାରୀ ଦୃଷ୍ଟି କାହିଁକି ରଖୁଛ ।
ବ୍ରାହ୍ମଣମାନଙ୍କୁ ତ’ ତୁମେମାନେ ଭଲ ରୂପେ ଦୃଷ୍ଟି ଦେଇପାରିବ । ବର୍ତ୍ତମାନ ତୁମେମାନେ ହିଁ
ଜାଣୁଛ ଯେ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣୀ-ବ୍ରାହ୍ମଣୀ ହୋଇ ସତ୍ୟଯୁଗରେ ପୁଣି ଦେବତା ହେଉଛନ୍ତି
। କହୁଛନ୍ତି ମଧ୍ୟ ଯେ ବାବା ଆସି ବ୍ରାହ୍ମଣ ଦେବୀ-ଦେବତା ଧର୍ମର ସ୍ଥାପନ କରିଥା’ନ୍ତି । ଏହା
ବୁଝିବା କଥା ଅଟେ ନା । ବ୍ରହ୍ମାଙ୍କର ସନ୍ତାନ ଆମେ ଭାଇ-ଭଉଣୀ ହୋଇଗଲୁ ତେଣୁ କଦାପି କୁଦୃଷ୍ଟି
ଯିବା ଅନୁଚିତ୍ । ତାହା ରୋକିବା ଦରକାର । ଇଏ ମଧ୍ୟ ମୋର ମିଠା ଭଉଣୀ ଅଟନ୍ତି । ସେଇ ସ୍ନେହ ରହିବା
ଉଚିତ । ଯେପରି ବ୍ଲଡ କନେକସନ୍(ରକ୍ତର ସମ୍ପର୍କ)ର ସ୍ନେହ ରହିଥାଏ, ତାହା ପରିବର୍ତ୍ତନ ହୋଇ
ଆତ୍ମିକ ସ୍ନେହ ହୋଇଯାଉ । ଏଥିରେ ବହୁତ-ବହୁତ ପରିଶ୍ରମ ରହିଛି । ଯୋଗ ମଧ୍ୟ ବହୁତ ସହଜ । ନିଜକୁ
ଆତ୍ମା ଭାବି ବାବାଙ୍କୁ ମନେପକାଇବାକୁ ହେବ । ବିକାରୀ ଦୃଷ୍ଟି ରଖିବା ଉଚିତ୍ ନୁହେଁ । ବାବା
ବୁଝାଇଛନ୍ତି ଯେ - ଏହି ଆଖି ବହୁତ ଧୋକା ଦେଇଥାଏ, ଏହାକୁ ପରିବର୍ତ୍ତନ କରିବାକୁ ହେବ । ମୁଁ
ହେଉଛି ଆତ୍ମା । ବର୍ତ୍ତମାନ ମୁଁ ଶିବବାବାଙ୍କର ସନ୍ତାନ । ତାଙ୍କ ଦ୍ୱାରା ପୋଷ୍ୟ ହୋଇଥିବା ଆମେ
ଭାଇ-ଭଉଣୀ ଅଟୁ । ଆମେ ନିଜକୁ ବି.କେ. ବୋଲି କହୁଛୁ । ଚାଲି-ଚଳନରେ ଅନ୍ତର ତ’ ରହୁଛି ନା ।
ଶିକ୍ଷକଙ୍କର କାମ ହେଲା, କ୍ଲାସ୍ରେ ସମସ୍ତକୁ ପଚାରିବା - ତୁମେମାନେ ଜାଣି ପାରୁଛ, ଆମର
ଭାଇ-ଭଉଣୀର ଦୃଷ୍ଟି ଅଛି ନା କିଛି ଚଞ୍ଚଳତା ରହୁଛି? ସତ୍ୟ ବାବାଙ୍କ ପାଖରେ ସତ ନ କହି ଯଦି ମିଛ
କହିଲ ତେବେ ବହୁତ ଦଣ୍ଡ ମିଳିବ । କୋର୍ଟରେ ଶପଥ ପାଠ କରନ୍ତି ନା । ସତ୍ୟ ଇଶ୍ୱର ବାବାଙ୍କ ପାଖରେ
ସତ୍ୟ କହିବୁ । ସତ୍ୟ ବାବାଙ୍କର ସନ୍ତାନ ମଧ୍ୟ ସତ୍ୟ ଅଟନ୍ତି । ବାବା ସତ୍ୟ ଅଟନ୍ତି ନା । ସିଏ
ସତ୍ୟ ହିଁ କହୁଛନ୍ତି । ବାକି ସବୁ ହେଉଛି ଗପ । ନିଜକୁ ଶ୍ରୀ ଶ୍ରୀ ୧୦୮ ବୋଲି କହୁଛନ୍ତି ।
ବାସ୍ତବରେ ଏହା ତ ମାଳା, ଯାହାକୁ ସ୍ମରଣ କରୁଛନ୍ତି । ଏକଥା ମଧ୍ୟ ଜାଣନ୍ତି ନାହିଁ ଯେ ଆମେ
କାହିଁକି ସ୍ମରଣ କରୁଛୁ । ବୌଦ୍ଧମାନଙ୍କର ଏବଂ ଖ୍ରୀଷ୍ଟିୟାନ୍ମାନଙ୍କର ମଧ୍ୟ ମାଳା ଥାଏ ।
ପ୍ରତ୍ୟେକ ନିଜ ନିଜର ପ୍ରଥା ଅନୁସାରେ ମାଳା ଗଡାନ୍ତି । ତୁମ୍ଭମାନଙ୍କୁ ଏବେ ଜ୍ଞାନ ମିଳିଯାଇଛି
। ସେମାନଙ୍କୁ କୁହ, ଯେଉଁ ୧୦୮ର ମାଳା ରହିଛି, ତା ଉପରେ ଥିବା ଫୁଲ ତ’ ହେଉଛନ୍ତି ନିରାକାର ।
ତାଙ୍କୁ ହିଁ ସମସ୍ତେ ମନେପକାଉଛନ୍ତି । ତାଙ୍କୁ ସ୍ମରଣ କରି ଆମେ ସ୍ୱର୍ଗର ପାଟରାଣୀ ଅର୍ଥାତ୍
ମହାରାଣୀ ହେଉଛୁ । ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବା - ଏହା ହେଉଛି ସୂର୍ଯ୍ୟବଂଶୀ ମଖମଲ ଭଳି
ପାଟରାଣୀ ହେବା, ପୁଣି ପରେ ଖଦି ଭଳି ହୋଇଯାଆନ୍ତି । ତେଣୁ ଏଭଳି ପଏଣ୍ଟ୍ ବୁଦ୍ଧିରେ ରଖି ବୁଝାଇବା
ଉଚିତ୍ । ତେବେ ତୁମର ନାମ ବହୁତ ପ୍ରସିଦ୍ଧ ହେବ । କଥା କହିବାରେ ସିଂହୀ ପରି ସାହସୀ ହୁଅ । ତୁମେ
ହେଉଛ ଶିବଶକ୍ତି ସେନା ନା । ଅନେକ ପ୍ରକାରର ସେନା ଅଛନ୍ତି ନା । ତୁମେମାନେ ମଧ୍ୟ ସେଠାକୁ ଯାଇ
ଦେଖ କ’ଣ ଶିଖାଉଛନ୍ତି । ଲକ୍ଷ-ଲକ୍ଷ ମଣିଷ ଯାଆନ୍ତି । ବାବା ବୁଝାଇଛନ୍ତି - କ୍ରିମିନାଲ (ବିକାରୀ)
ଆଖି ବହୁତ ଧୋକା ଦେଇଥାଏ । ନିଜର ସ୍ଥିତିର ବର୍ଣ୍ଣନା କରିବା ଉଚିତ । ଅନୁଭବ ଶୁଣାଇବା ଦରକାର ଯେ
ଆମେ ଘରେ କିପରି ରହୁଛୁ? ଅବସ୍ଥାରେ କ’ଣ ପ୍ରଭାବ ପଡୁଛି? ଡାଇରି ରଖ - ଏହି ଅବସ୍ଥାରେ ମୁଁ କେତେ
ସମୟ ରହୁଛି? ବାବା ବୁଝାଉଛନ୍ତି ଯେ ବଳବାନ ସହିତ ମାୟା ମଧ୍ୟ ବଳବାନ୍ ହୋଇ ଲଢିଥାଏ । ଏହା
ଯୁଦ୍ଧକ୍ଷେତ୍ର ଅଟେ ନା । ମାୟା ବହୁତ ବଳବାନ । ମାୟା ଅର୍ଥାତ ୫ ବିକାର । ଧନକୁ ସମ୍ପତ୍ତି ବୋଲି
ମଧ୍ୟ କୁହାଯାଏ, ଯାହା ପାଖରେ ଅଧିକ ସମ୍ପତ୍ତି ଥାଏ ସିଏ ଅଧିକ ଅଜାମିଳ ସଦୃଶ ମହାପାପୀ ମଧ୍ୟ
ହୋଇଥାଏ ।
ବାବା କହୁଛନ୍ତି - ସର୍ବପ୍ରଥମେ ତୁମେ ବେଶ୍ୟାମାନଙ୍କୁ ତ’ ଉଦ୍ଧାର କର । ତେବେ ସେମାନେ ପୁଣି
ନିଜର ସଂଗଠନ ତିଆରି କରିବେ । ଆମକୁ ତ’ ବାବାଙ୍କଠାରୁ ବର୍ସା ନେବାକୁ ହେବ । ବାବା କହୁଛନ୍ତି
ମୁଁ ତୁମକୁ ଶିବାଳୟର ମାଲିକ କରିବା ପାଇଁ ଆସିଛି । ଏହା ତୁମମାନଙ୍କର ଅନ୍ତିମ ଜନ୍ମ ଅଟେ ।
ବେଶ୍ୟାମାନଙ୍କୁ ବୁଝାଇବା ଦରକାର ଯେ, ତୁମ୍ଭମାନଙ୍କ ଯୋଗୁଁ ଭାରତର ଇଜ୍ଜତ ଏତେ ଚାଲିଯାଇଛି । ଏବେ
ଶିବାଳୟକୁ ନେଇଯିବା ପାଇଁ ବାବା ଆସିଛନ୍ତି । ଆମେ ଶ୍ରୀମତ ଅନୁସାରେ ତୁମ ପାଖକୁ ଆସିଛୁ ।
ବର୍ତ୍ତମାନ ତୁମେ ବିଶ୍ୱର ମାଲିକ ହୋଇଯାଅ । ଆମ ସଦୃଶ ଭାରତର ଗୌରବ ରକ୍ଷା କର । ଆମେ ମଧ୍ୟ
ବାବାଙ୍କୁ ମନେପକାଇବା ଦ୍ୱାରା ପବିତ୍ର ହେଉଛୁ । ତୁମେ ବି ଏହି ବିକାରୀ କାମ ଗୋଟିଏ ଜନ୍ମ ପାଇଁ
ଛାଡି ଦିଅ । ଦୟା ତ’ କରିବାକୁ ହେବ ନା । ତେବେ ତୁମର ବହୁତ ମହିମା ହୋଇଯିବ । ତେବେ କହିବେ ଯେ
ଏହାଙ୍କ ପାଖରେ ତ ଏପରି ଶକ୍ତି ଅଛି ଯେ ଏମାନଙ୍କଠାରୁ ଏଭଳି ଖରାପ ଧନ୍ଦା ମଧ୍ୟ ଛଡାଇ ଦେଲେ ।
ସମସ୍ତଙ୍କର ସଂଗଠନ ରହିଛି । ତୁମେ ନିଜର ସଂଗଠନ କରି ସରକାରଙ୍କ ଠାରୁ ଯାହା ସାହାଯ୍ୟ ଚାହିଁବ
ତାହା ନେଇପାରିବ । ତେଣୁ ବର୍ତ୍ତମାନ ଏପରି ବିକାରୀ, ଯେଉଁମାନେ ଭାରତର ନାମ ବଦନାମ କରିଛନ୍ତି,
ତାଙ୍କର ସେବା କର । ତୁମର ମଧ୍ୟ ସଂଗଠନ ବହୁତ ପକ୍କା ହେବା ଦରକାର । ଯେପରି ୧୦-୧୨ ଜଣ ମିଳିମିଶି
ଯାଇ ବୁଝାଇବେ । ଭଲ ଭଲ ମାତାମାନେ ମଧ୍ୟ ଥିବା ଦରକାର । କେହି ନୂଆ ଯୁଗଳ ଥିଲେ, କହନ୍ତୁ ଯେ ଆମେ
ପବିତ୍ର ରହୁଛୁ । ପବିତ୍ର ରହିଲେ ହିଁ ବିଶ୍ୱର ମାଲିକ ହେବ । ତେବେ ପବିତ୍ର କାହିଁକି ନ ରହିବ?
ସମସ୍ତେ ଦଳବଦ୍ଧ ହୋଇଯାଅ । ସେଠାକୁ ଯାଇ ବହୁତ ନମ୍ରତାର ସହିତ କୁହ, ଯେ ଆମେ ଆପଣଙ୍କୁ ପରମପିତା
ପରମାତ୍ମାଙ୍କର ସନ୍ଦେଶ ଦେବାକୁ ଆସିଛୁ । ଏବେ ବିନାଶ ସମ୍ମୁଖରେ (ଖୁବ୍ ନିକଟରେ) ଉପସ୍ଥିତ
ହୋଇଗଲାଣି । ବାବା କହୁଛନ୍ତି, ମୁଁ ସମସ୍ତଙ୍କର ଉଦ୍ଧାର କରିବା ପାଇଁ ଆସିଛି । ତୁମେ ବି ଏହି
ଗୋଟିଏ ଜନ୍ମ ବିକାରରେ ଯାଅ ନାହିଁ । ତୁମେ ବୁଝାଇପାରିବ ଯେ ଆମେ
ବ୍ରହ୍ମାକୁମାର-ବ୍ରାହ୍ମାକୁମାରୀମାନେ ନିଜର ହିଁ ତନ-ମନ-ଧନ ଆଧାରରେ ସେବା କରୁଛୁ । ଆମେ ତ’ ଭିକ
ମାଗୁନାହୁଁ । ଆମେ ଈଶ୍ୱରଙ୍କର ସନ୍ତାନ ଅଟୁ । ଏହିପରି ଭାବେ ଯୋଜନା କର । ଏପରି ନୁହେଁ ଯେ ତୁମେ
ସାହାଯ୍ୟ କରିପାରିବ ନାହିଁ । ଏପରି କାମ କର, ଯେପରି ବାଃ-ବାଃ ମିଳିବ । ସାହାଯ୍ୟ କରିବା ପାଇଁ
ହଜାର-ହଜାର ବାହାରି ଆସିବେ । ଏହିଭଳି ନିଜର ସଂଗଠନ ବନାଅ । ମୁଖ୍ୟ-ମୁଖ୍ୟମାନଙ୍କୁ ଚୟନ କରି
ଆଲୋଚନା କର । ପିଲାମାନଙ୍କୁ ସମ୍ଭାଳିବା ପାଇଁ ତ’ ବହୁତ ବାହାରିବେ । ତୁମେ ଈଶ୍ୱରୀୟ ସେବାରେ
ଲାଗି ଯାଅ । ଏପରି ବିଶାଳ ହୃଦୟ ହେବା ଦରକାର ଯେପରି ସେବା ପାଇଁ ତତ୍କ୍ଷଣାତ୍ ବାହାରି ପଡିବେ ।
ଗୋଟିଏ ପାର୍ଶ୍ୱରେ ଏହି ସେବା ଏବଂ ଅନ୍ୟ ପାର୍ଶ୍ୱରେ ଗୀତା, ଏହି କଥାକୁ ମିଶାଇ କୁହ । ତୁମେ ଏହି
ଲକ୍ଷ୍ମୀ-ନାରାୟଣ ହେବା ପାଇଁ ପାଠ ପଢୁଛ । ତେଣୁ ତୁମ୍ଭମାନଙ୍କ ପରସ୍ପର ଭିତରେ ଏପରି ମତ ଭେଦ
ରହିବା ଅନୁଚିତ୍ । ଯଦି କୌଣସି କଥା ବାବାଙ୍କୁ ଲୁଚାଉଛ, ସତ୍ୟ କହୁନାହଁ ତେବେ ନିଜର ହିଁ କ୍ଷତି
କରୁଛ ଆହୁରି ଶହେଗୁଣା ପାପ ଚଢିଯିବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆମେ ମିଠା
ବାବାଙ୍କର ସନ୍ତାନ ଅଟୁ, ତେଣୁ ପରସ୍ପର ମଧ୍ୟରେ ମିଠା ଭଉଣୀ-ଭାଇ ହୋଇ ରହିବାକୁ ହେବ । କେବେ ବି
ବିକାରର ଦୃଷ୍ଟି ରଖିବାର ନାହିଁ । ଦୃଷ୍ଟିରେ ଯଦି କୌଣସି ଚଞ୍ଚଳତା ଆସୁଛି ତେବେ ରୁହାନୀ
ଡାକ୍ତରଙ୍କୁ ସତ୍ୟ କଥା ଶୁଣାଇବାକୁ ହେବ ।
(୨) ପରସ୍ପର ମଧ୍ୟରେ
କେବେ ବି ମତଭେଦରେ ଆସିବାର ନାହିଁ । ଖୋଲା ହୃଦୟର ସହିତ ସେବା କରିବାର ଅଛି । ନିଜର ତନ-ମନ-ଧନ
ଦ୍ୱାରା ବହୁତ-ବହୁତ ନମ୍ରତାର ସହିତ ସେବା କରି ସମସ୍ତଙ୍କୁ ବାବାଙ୍କର ପରିଚୟ ବା ସନ୍ଦେଶ ଦେବାକୁ
ହେବ ।
ବରଦାନ:-
ନିଜର ପ୍ରତ୍ୟେକ
କର୍ମକୁ ଚରିତ୍ର ରୂପରେ ଗାୟନ ଯୋଗ୍ୟ କରୁଥିବା ମହାନ ଆତ୍ମା ଭବ ।
ମହାନ ଆତ୍ମା ତାଙ୍କୁ
କୁହାଯିବ ଯାହାଙ୍କର ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ କର୍ମ ମହାନ ହୋଇଥିବ, ଗୋଟିଏ ବି ସଂକଳ୍ପ
ସାଧାରଣ ବା ବ୍ୟର୍ଥ ହୋଇ ନ ଥିବ । କୌଣସି ବି କର୍ମ ସାଧାରଣ ବା ନିରର୍ଥକ ହୋଇ ନ ଥିବ ।
କର୍ମେନ୍ଦ୍ରିୟ ଗୁଡିକ ଦ୍ୱାରା ଯାହା ବି କର୍ମ ହେଉଥିବ ତାହା ଅର୍ଥ ସହିତ ହେଉଥିବ, ସମୟ ମଧ୍ୟ
ମହାନ କାର୍ଯ୍ୟରେ ସଫଳ ହେଉଥିବ, ତେବେ ଯାଇ ପ୍ରତ୍ୟେକ ଚରିତ୍ର ଗାୟନ ଯୋଗ୍ୟ ହେବ । ମହାନ
ଆତ୍ମାମାନଙ୍କର ହିଁ ସ୍ମାରକୀ ହର୍ଷିତ ମୂରତ, ଆକର୍ଷଣ ମୂରତ ଏବଂ ଅବ୍ୟକ୍ତ ମୂରତ ରୂପରେ ରହିଛି ।
ସ୍ଲୋଗାନ:-
ଯଦି ମାନ-ଶାନ
ପାଇବାର ଇଚ୍ଛାକୁ ଛାଡି ସ୍ୱମାନରେ ସ୍ଥିତ ହୋଇଯିବ ତେବେ ସମ୍ମାନ ଛାଇ ଭଳି ତୁମ ପଛେ ପଛେ ଆସିବ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ଯେ କୌଣସି ସ୍ଥୁଳ
କାର୍ଯ୍ୟ କରିବା ସହିତ ସଂକଳ୍ପ ଦ୍ୱାରା ଶ୍ରେଷ୍ଠ ପ୍ରକମ୍ପନ ବିଚ୍ଛୁରିତ କରିବାର ସେବା କର ।
ଯେପରି ବ୍ୟବସାୟ କରୁଥିବା ବ୍ୟକ୍ତି ସ୍ୱପ୍ନରେ ମଧ୍ୟ ନିଜର ବ୍ୟବସାୟକୁ ଦେଖିଥାଏ, ସେହିପରି ତୁମର
କାମ ହେଲା - ବିଶ୍ୱର କଲ୍ୟାଣ କରିବା । ଏହା ହିଁ ତୁମମାନଙ୍କର ଆକ୍ୟୁପେଶନ୍ ଅର୍ଥାତ୍ ବୃତ୍ତି ଅଟେ
। ଏହି ଆକ୍ୟୁପେଶନକୁ ସ୍ମୃତିରେ ରଖି ସର୍ବଦା ସେବାରେ ବ୍ୟସ୍ତ ରୁହ । ଯଦି ସେବାର ଫଳ ମିଳିଯିବ
ତେବେ ମାୟାଜିତ୍ ସହଜରେ ହୋଇଯିବ । ସେଥିପାଇଁ ଯେତେବେଳେ ବି ବୁଦ୍ଧିକୁ ଅବସର ମିଳୁଛି ସେବା
କରିବାରେ ଲାଗିପଡ ।