15.12.24 Avyakt Bapdada Odia Murli 28.02.2003 Om Shanti Madhuban
“ସେବା କରିବା ସହିତ ଏବେ
ସମ୍ପନ୍ନ ହେବାର ଯୋଜନା କର ଏବଂ କର୍ମାତୀତ ହେବାର ନିରନ୍ତର ପ୍ରୟାସ ଜାରି ରଖ”
ଆଜି ଶିବ ପିତା ନିଜର
ଶାଳଗ୍ରାମ ପିଲାମାନଙ୍କ ସହିତ ନିଜର ଏବଂ ପିଲାମାନଙ୍କର ଅବତରଣର ଜୟନ୍ତୀ ପାଳନ କରିବା ପାଇଁ
ଆସିଛନ୍ତି । ଏହି ଅବତରଣର ଜୟନ୍ତୀ କେତେ ବିଚିତ୍ର ଅଟେ ଯାହାକି ବାବା ପିଲାମାନଙ୍କୁ ଏବଂ
ପିଲାମାନେ ବାବାଙ୍କୁ ପଦ୍ମପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି । ଚାରିଆଡର ପିଲାମାନେ ଖୁସିରେ
ନାଚିବାରେ ଲାଗିଛନ୍ତି, କହୁଛନ୍ତି ବାଃ ବାବା ବାଃ, ବାଃ ଆମେ ଶାଳଗ୍ରାମ ଆତ୍ମାମାନେ ବାଃ! ଏହିଭଳି
ବାଃ ବାଃର ଗୀତ ଗାଉଛନ୍ତି । ତୁମମାନଙ୍କର ଏହି ଜନ୍ମ ଦିନର ସ୍ମାରକୀକୁ ଦ୍ୱାପରଯୁଗ ଠାରୁ ଆଜି
ପର୍ଯ୍ୟନ୍ତ ଭକ୍ତମାନେ ମଧ୍ୟ ପାଳନ କରିଚାଲିଛନ୍ତି । ତେବେ ଭକ୍ତମାନେ ମଧ୍ୟ ଭାବନା ରଖିବାରେ କିଛି
କମ୍ ନୁହଁନ୍ତି କିନ୍ତୁ ସେମାନେ ଭକ୍ତ ଅଟନ୍ତି, ସନ୍ତାନ ନୁହଁନ୍ତି । ସେମାନେ ତ ପ୍ରତିବର୍ଷ
ସ୍ମାରକୀ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ତୁମେମାନେ ସାରା କଳ୍ପରେ ଥରେ ମାତ୍ର ଏହି ଅବତରଣର
ମହତ୍ୱକୁ ଜାଣି ପାଳନ କରୁଛ । ସେମାନେ ପ୍ରତିବର୍ଷ ବ୍ରତ ରଖିଥାଆନ୍ତି ଏବଂ ବ୍ରତ ପାଳନ କରିବା
ସହିତ କିଛି ନା କିଛି ବ୍ରତ ଅର୍ଥାତ୍ ପ୍ରତିଜ୍ଞା ମଧ୍ୟ କରିଥାଆନ୍ତି । ତୁମେମାନେ ତ ଥରେ ମାତ୍ର
ବ୍ରତ ଧାରଣ କରିନେଉଛ ଯାହାକି ସେମାନେ ତୁମମାନଙ୍କୁ ହିଁ କପି କରିଛନ୍ତି କିନ୍ତୁ ତୁମମାନଙ୍କର
ମହତ୍ୱ ଏବଂ ସେମାନଙ୍କର ସ୍କାରକୀ ପାଳନ କରିବାର ମହତ୍ୱରେ ଅନ୍ତର ରହିଛି । ସେମାନେ ମଧ୍ୟ
ପବିତ୍ରତାର ବ୍ରତ ପାଳନ କରିଥାଆନ୍ତି କିନ୍ତୁ ପ୍ରତି ବର୍ଷ କେବଳ ଗୋଟିଏ ଦିନ ପାଇଁ ହିଁ ବ୍ରତ
ରଖିଥାଆନ୍ତି । ତୁମେମାନେ ମଧ୍ୟ ଜନ୍ମ ହେବା ମାତ୍ରକେ ଗୋଟିଏ ଥର ହିଁ ପବ୍ରିତତାର ବ୍ରତକୁ ଧାରଣ
କରିଛ ନା! କ’ଣ ବ୍ରତ ଧାରଣ କରିନେଇଛ, ନା ଏବେ ଧାରଣ କରିବ? କରିନେଇଛ । ଥରେ ମାତ୍ର ଧାରଣ କରୁଛ
କିନ୍ତୁ ସେମାନେ ପ୍ରତିବର୍ଷ ପାଳନ କରୁଛନ୍ତି । କ’ଣ ସମସ୍ତେ ବ୍ରତ ଧାରଣ କରିଛ ତ? କେବଳ
ବ୍ରହ୍ମଚର୍ଯ୍ୟ ବ୍ରତ ନୁହେଁ କିନ୍ତୁ ସମ୍ପୂର୍ଣ୍ଣ ପବିତ୍ରତାର ବ୍ରତ ଧାରଣ କରିଛ । କ’ଣ
ପାଣ୍ଡବମାନେ ସମ୍ପୂର୍ଣ୍ଣ ପବିତ୍ରତାର ବ୍ରତ ଧାରଣ କରିଛ ତ? ନା କେବଳ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ
କରିନେଲେ ଚଳିବ? ତେବେ ବ୍ରହ୍ମଚର୍ଯ୍ୟ ତ ମୂଳଦୁଆ ଅଟେ କିନ୍ତୁ କେବଳ ବ୍ରହ୍ମଚର୍ଯ୍ୟ ନୁହେଁ ତା’
ସହିତ ଆଉ ଚାରିଟି ବ୍ରତ ରହିଛି । କ’ଣ ଚାରୋଟିଯାକର ବ୍ରତ ରଖିଛ, ନା କେବଳ ଗୋଟିଏର ବ୍ରତ ରଖିଛ?
ଚେକ୍ କର । କ୍ରୋଧ କରିବା ପାଇଁ କ’ଣ ଅନୁମତି ମିଳିଛି? ନା, ଆଦୌ ଅନୁମତି ନାହିଁ । କିଛି କିଛି
କ୍ରୋଧ କରିବାକୁ ପଡୁଛି କି, ନା ପଡୁ ନାହିଁ? ପାଣ୍ଡବମାନେ କୁହ, କରିବାକୁ ପଡୁନାହିଁ? କରିବାକୁ
ତ ପଡୁଛି ନା! ଆଚ୍ଛା ଠିକ୍ ଅଛି - ବାପଦାଦା ଦେଖୁଛନ୍ତି ଯେ କ୍ରୋଧ ଏବଂ ତା’ର ସବୁ ସାଥୀମାନେ
ଯେଉଁମାନେ ଅଛନ୍ତି, ତେବେ ମହାଭୂତକୁ ତ ତ୍ୟାଗ କରିଦେଇଛ କିନ୍ତୁ ଯେପରି ମାତାମାନଙ୍କୁ ବା
ଗୃହସ୍ଥରେ ରହୁଥିବା ଆତ୍ମାମାନଙ୍କୁ ବଡ ବଡ ପିଲାଙ୍କ ପ୍ରତି ସେତେ ଅଧିକ ସ୍ନେହ ନ ଥାଏ ବା ମୋହ ନ
ଥାଏ । କିନ୍ତୁ ନାତିନାତୁଣୀ ପ୍ରତି ବହୁତ ମୋହ ରହିଥାଏ । ଛୋଟ ଛୋଟ ପିଲାମାନେ ବହୁତ ପ୍ରିୟ
ଲାଗିଥା’ନ୍ତି । ସେହିପରି ବାପଦାଦା ଦେଖିଛନ୍ତି ଯେ ବ୍ରାହ୍ମଣ ପିଲାମାନଙ୍କୁ ମଧ୍ୟ ଏହି ବିକାର
ଗୁଡିକର ଯେଉଁ ସବୁ ପିଲାଛୁଆ ଅଛନ୍ତି, ଛୋଟ ଛୋଟ ଅଂଶମାତ୍ରରେ, ବଂଶମାତ୍ରରେ ଅଛନ୍ତି ସେମାନଙ୍କ
ପ୍ରତି ଏବେ ମଧ୍ୟ କିଛି କିଛି ସ୍ନେହ ରହିଛି । କ’ଣ ସ୍ନେହ ଅଛି ନା! କେବେ କେବେ ତ ସ୍ନେହ ଆସି
ଯାଉଛି ନା! ମାତାମାନେ କ’ଣ କହୁଛ? ଡବଲ ବିଦେଶୀମାନେ କ’ଣ କହୁଛ - କ୍ରୋଧ ଆସୁନାହିଁ? କେତେକ ପିଲା
ତ ବଡରୁ ବଡ କଥା କହିଥାଆନ୍ତି, ଶୁଣାଇବୁ କ’ଣ କୁହନ୍ତି? ଯଦି ଶୁଣାଇବୁ ତେବେ ଆଜି ହିଁ ତା’କୁ
ଛାଡିବାକୁ ପଡିବ । ପ୍ରସ୍ତୁତ ଅଛ ତ? ଛାଡିବା ପାଇଁ ହେବ? ନା କେଳବ ଫାଲଇ୍ରେ କାଗଜ ଜମା
କରିଚାଲିଥିବ? ଯେପରି ପ୍ରତିବର୍ଷ କରୁଛ । ବାବାଙ୍କ ନିକଟରେ ପ୍ରତିଜ୍ଞାର ଫାଇଲ୍ ବହୁତ ବଡ ବଡ
ହୋଇଗଲାଣି । ତେଣୁ ଏମିତି ନୁହେଁ ତ ଆଉ ଗୋଟିଏ ପ୍ରତିଜ୍ଞାର କାଗଜ ସେହି ଫାଇଲ୍ରେ ଯୋଡିଦେବ!
ତେଣୁ ଏହାକୁ, ଫାଇନାଲ୍ କରିବ ନା ଫାଇଲ୍ରେ ରଖିଦେବ? କ’ଣ କରିବ? ଟୀଚରମାନେ କୁହ କ’ଣ କରିବ?
ଫାଇନାଲ୍ କରିବ? ହାତ ଉଠାଅ । ଏମିତି ମିଥ୍ୟା ପ୍ରତିଶ୍ରୃତି ଦେବାର ନାହିଁ । ନଚେତ୍ ବାପଦାଦାଙ୍କୁ
ମଧ୍ୟ କିଛି କରିବାକୁ ପଡିବ । ଠିକ୍ ଅଛି ନା । କ’ଣ କହୁଛ ଡବଲ ବିଦେଶୀମାନେ - ଫାଇନାଲ୍ କରିବ ତ?
ଯେଉଁମାନେ ଭାବୁଛନ୍ତି ଆମେ ଫାଇନାଲ୍ କରିବୁ ସେମାନେ ହାତ ଉଠାଅ । ଟିଭି, କ୍ୟାମେରାରେ ଏମାନଙ୍କର
ଫଟୋ ଉଠାଅ । ତ୍ରେତାଯୁଗୀଙ୍କ ଭଳି ଛୋଟ ହାତ ଉଠାଅ ନାହିଁ । ବଡ ହାତ ଉଠାଅ, ଆଚ୍ଛା । ଠିକ୍ ଅଛି
।
ଏବେ ଶୁଣ ବାବା ଏବଂ
ପିଲାମାନଙ୍କ ଭିତରେ କ’ଣ କଥାବାର୍ତ୍ତା ହେଉଛି? ଯାହାକୁ ଶୁଣି ବାବାଙ୍କୁ ମଧ୍ୟ ହସ ଲାଗୁଛି! ଯଦି
ବାବା କହିବେ କ୍ରୋଧ କାହିଁକି କରିଲ, ତେବେ କହିବେ ମୁଁ କ୍ରୋଧ କରିନାହିଁ । କିନ୍ତୁ ମୋତେ କ୍ରୋଧ
କରାଇ ଦିଆଯାଇଛି, ଏଥିରେ ବାବା କ’ଣ କହିବେ? ପୁଣି କ’ଣ କୁହନ୍ତି - ଯଦି ମୋ ବଦଳରେ ଆପଣ ବି
ଥାଆନ୍ତେ ତେବେ ଆପଣଙ୍କୁ ମଧ୍ୟ କ୍ରୋଧ ଆସିଥା’ନ୍ତା । ଏହିଭଳି ମିଠା ମିଠା ବାର୍ତ୍ତାଳାପ
କରିଥାଆନ୍ତି ନା! ପୁଣି କୁହନ୍ତି ଆପଣ ନିରାକାରରୁ ସାକାର ଶରୀର ନେଇ ଦେଖନ୍ତୁ ତ । ଏବେ କୁହ
ଏହିଭଳି ମିଠା ପିଲାମାନଙ୍କୁ ବାବା କ’ଣ ବା କହିବେ! ବାବାଙ୍କୁ ପୁଣି ବି ଦୟାଳୁ ହେବାକୁ ହିଁ
ପଡୁଛି । କୁହନ୍ତି ଆଚ୍ଛା - ଏବେ ତ କ୍ଷମା କରିଛି କିନ୍ତୁ ଆଗକୁ ଆଉ କ୍ରୋଧ କରିବ ନାହିଁ । ତେବେ
ପିଲାମାନେ ବହୁତ ଭଲ ଭଲ ଉତ୍ତର ଦେଉଛନ୍ତି ।
ତେଣୁ ପବିତ୍ରତା ତୁମ
ବ୍ରାହ୍ମଣମାନଙ୍କର ସବୁଠାରୁ ବଡରୁ ବଡ ଶୃଙ୍ଗାର ଅଟେ, ସେଥିପାଇଁ ତୁମମାନଙ୍କର ଜଡ ଚିତ୍ରର କେତେ
ଶୃଙ୍ଗାର କରୁଛନ୍ତି । ଏହି ପବିତ୍ରତାର ସ୍ମାରକୀ ରୂପରେ ହିଁ ତୁମମାନଙ୍କର ଶୃଙ୍ଗାର ହେଉଛି ।
ପବିତ୍ରତା ମଧ୍ୟ ସମ୍ପୂର୍ଣ୍ଣ ହେବା ଦରକାର, କାମଚଳା ନୁହେଁ । ତେବେ ସମ୍ପୂର୍ଣ୍ଣ ପବିତ୍ରତା
ବ୍ରାହ୍ମଣ ଜୀବନର ସବୁଠାରୁ ବଡରୁ ବଡ ସମ୍ପତ୍ତି ମଧ୍ୟ ଅଟେ, ରାଜକୀୟତା ମଧ୍ୟ ଅଟେ ଏବଂ ବ୍ୟକ୍ତିତ୍ୱ
ମଧ୍ୟ ଅଟେ । ସେଥିପାଇଁ ଭକ୍ତମାନେ ମଧ୍ୟ ଗୋଟିଏ ଦିନ ପାଇଁ ପବିତ୍ରତାର ବ୍ରତ ରଖିଥାଆନ୍ତି ।
ଏହାକୁ ସେମାନେ ତୁମମାନଙ୍କଠାରୁ କପି କରିଛନ୍ତି । ଆଉ ଗୋଟିଏ ବ୍ରତ ରଖିଥାଆନ୍ତି - ଖାଇବା
ପିଇବାର । ତାହା ମଧ୍ୟ ଆବଶ୍ୟକ ଅଟେ, କାହିଁକି ଜାଣିଛ? ତୁମେ ବ୍ରାହ୍ମଣମାନେ ମଧ୍ୟ
ଖାଇବା-ପିଇବାର ପକ୍କା ବ୍ରତ କରୁଛ ନା! ଯେତେବେଳେ ମଧୁବନ ଆସିବା ପାଇଁ ସମସ୍ତଙ୍କଠାରୁ ଫର୍ମ
ପୂରଣ କରାଉଛ, ସେତେବେଳେ ମଧ୍ୟ ଫର୍ମରେ ଲେଖାଉଛ - ଖାଇବା-ପିଇବା ଶୁଦ୍ଧ ଅଛ ତ? ଏହିଭଳି ପୂରଣ
କରାଉଛ ନା! ତେବେ ସମସ୍ତଙ୍କର ଖାଇବା-ପିଇବାର ବ୍ରତ ପକ୍କା ଅଛି ତ? ନା କେବେ କେବେ କଞ୍ଚା
ହୋଇଯାଉଛି? ଡବଲ ବିଦେଶୀମାନଙ୍କର ଧାରଣା ତ ଡବଲ ପକ୍କା ହୋଇଥିବ ନା! କ’ଣ ଡବଲ ପକ୍କା ଅଛି, ନା
ଟିକିଏ ଥକିଗଲେ ଭାବୁଛ ଆଜି ଟିକିଏ ଖାଇଦେବି, ବା ଧାରଣାକୁ ଟିକିଏ ଢିଲା କରିଦେବି । ନା ।
ତୁମେମାନେ ଖାଇବା-ପିଇବାରେ ମଧ୍ୟ ପକ୍କା ଅଟ ସେଥିପାଇଁ ଭକ୍ତମାନେ ମଧ୍ୟ ଖାଇବା ପିଇବାର ବ୍ରତ
ରଖୁଛନ୍ତି । ତୃତୀୟ ବ୍ରତ ରଖିଥାଆନ୍ତି ଜାଗରଣର । ରାତ୍ରି ଉଜାଗର ରହିଥା’ନ୍ତି ନା! ତେବେ ତୁମେ
ବ୍ରାହ୍ମଣମାନେ ମଧ୍ୟ ଅଜ୍ଞାନ ନିଦ୍ରାରୁ ଜାଗ୍ରତ ହେବାର ବ୍ରତ ଧାରଣ କରୁଛ । ମଝିରେ ମଝିରେ
ଅଜ୍ଞାନ ରୂପୀ ନିଦ ଆସିଯାଉ ନାହିଁ ତ! ଭକ୍ତମାନେ ତ ତୁମକୁ କପି କରୁଛନ୍ତି, ତେବେ ତୁମେମାନେ
ପକ୍କା ହୋଇଥିବାରୁ ତ ଭକ୍ତମାନେ ତୁମକୁ କପି କରୁଛନ୍ତି! ତେଣୁ କେବେ ବି ତୁମ ଭିତରେ ଅଜ୍ଞାନର
ଅର୍ଥାତ୍ ଦୁର୍ବଳତାର, ଅବହେଳା ପଣିଆର, ଆଳସ୍ୟର ନିଦ ଆସିବା ଉଚିତ୍ ନୁହେଁ । ନ କିଛି କିଛି
ଢୁଳେଇ ପଡିଲେ ମଧ୍ୟ କିଛି ଆପତ୍ତି ନାହିଁ? କ’ଣ ଢୁଳେଇ ପଡୁଛ କି? ଏହିଭଳି ଅମୃତବେଳାରେ ମଧ୍ୟ
କେହି କେହି ଢୁଳାଇ ପଡନ୍ତି କିନ୍ତୁ ଟିକିଏ ଚିନ୍ତା କର ଯେ ମୋ’ର ସ୍କାରକୀରେ ଭକ୍ତମାନେ କ’ଣ କ’ଣ
ସବୁ କପି କରୁଛନ୍ତି! ସେମାନେ ଏତେ ପକ୍କା ରହିଥାଆନ୍ତି ଯେ କୌଣସି ପରିସ୍ଥିତିରେ ବ୍ରତକୁ ଖଣ୍ଡନ
କରନ୍ତି ନାହିଁ । ଆଜି ଦିନରେ ଭକ୍ତମାନେ ଖାଇବା ପିଇବାର ମଧ୍ୟ ବ୍ରତ ରଖିବେ, ତେଣୁ ତୁମେମାନେ ଆଜି
କ’ଣ କରିବ? ପିକ୍ନିକ୍ କରିବ? ସେମାନେ ବ୍ରତ ପାଳନ କରିବେ, ତୁମେମାନେ ପିକ୍ନିକ୍ କରିବ, କେକ୍
କାଟିବ ନା! ପିକ୍ନିକ୍ ମଧ୍ୟ କରିବ କେକ୍ ମଧ୍ୟ କାଟିବ କାହିଁକି ନା ତୁମେମାନେ ଜନ୍ମ ହେବା
ମାତ୍ରକେ ବ୍ରତ ଧାରଣ କରିନେଇଛ ସେଥିପାଇଁ ଆଜି ଦିନରେ ପିକ୍ନିକ୍ କରିବ ।
ତାହା ହେଲେ ବାପଦାଦା ଏବେ
ପିଲାମାନଙ୍କଠାରୁ କ’ଣ ଆଶା କରୁଛନ୍ତି? ତୁମେ ତ ଜାଣିଛ ନା! ସଂକଳ୍ପ ମଧ୍ୟ ବହୁତ ଭଲ ଭଲ କରୁଛ,
ଏତେ ଭଲ ଭଲ ସଂକଳ୍ପ କରୁଛ ଯାହାକି ଶୁଣିବା ମାତ୍ରକେ ମନ ଖୁସି ହୋଇଯାଉଛି । ତେବେ ସଂକଳ୍ପ ତ
କରୁଛ କିନ୍ତୁ ପରେ ପୁଣି କ’ଣ ହେଉଛି? ସଂକଳ୍ପ ଦୁର୍ବଳ କାହିଁକି ହୋଇଯାଉଛି? ଯେବେକି ତୁମେ ଚାହୁଁ
ନାହଁ କାହିଁକି ନା ବାବାଙ୍କ ସହିତ ବହୁତ ସ୍ନେହ ଅଛି ନା, ବାବା ମଧ୍ୟ ଜାଣିଛନ୍ତି ଯେ ସବୁ
ପିଲାଙ୍କର ବାବାଙ୍କ ପ୍ରତି ଆନ୍ତରିକ ସ୍ନେହ ରହିଛି ଏବଂ ଏଥିରେ ସମସ୍ତେ ହାତ ଉଠାଇଥାଆନ୍ତି ଯେ
ମୋ’ର ୧୦୦ ପ୍ରତିଶତ ତ ନିଶ୍ଚିତ ଅଛି ବରଂ ତା’ଠାରୁ ଅଧିକ ମଧ୍ୟ ଅଛି ଏବଂ ବାବା ମଧ୍ୟ ସ୍ବୀକାର
କରୁଛନ୍ତି ଯେ ସ୍ନେହ ରଖିବାରେ ସମସ୍ତେ ପାସ୍ ଅଟନ୍ତି କିନ୍ତୁ ପୁଣି କ’ଣ ହେଉଛି? ଏଥିରେ କିନ୍ତୁ
କାହିଁକି ଆସୁଛି? କ’ଣ ପାଣ୍ଡବମାନେ - ମଝିରେ ମଝିରେ କିନ୍ତୁ ଆସିଯାଉଛି ନା? ଏଥିରେ କେହି ବି ନା
କହୁ ନାହାଁନ୍ତି, ତେଣୁ ହଁ କହୁଛନ୍ତି । ବାପଦାଦା ଅଧିକାଂଶ ପିଲାମାନଙ୍କ ଭିତରେ ଗୋଟିଏ କଥା
ଦେଖୁଛନ୍ତି ଯେ ପ୍ରତିଜ୍ଞା ଦୁର୍ବଳ ହେବାର ଗୋଟିଏ ହିଁ କାରଣ ରହିଛି, ତାହା ମଧ୍ୟ ଗୋଟିଏ ହିଁ
ଶବ୍ଦ ଅଟେ, ଏବେ ଚିନ୍ତା କର ସେହି ଗୋଟିଏ ଶବ୍ଦ କ’ଣ? ଟୀଚରମାନେ କୁହ ସେହି ଗୋଟିଏ ଶବ୍ଦ କ’ଣ?
ପାଣ୍ଡବମାନେ କୁହ ସେହି ଶବ୍ଦଟି କ’ଣ? ମନ ଭିତରେ ତ ଆସିସାରିବଣି ନା! ସେହି ଗୋଟିଏ ଶବ୍ଦ ହେଲା -
ମୁଁ । ଅଭିମାନ ରୂପରେ ମଧ୍ୟ ମୁଁ ଶବ୍ଦ ଆସୁଛି ଏବଂ ଦୁର୍ବଳ କରିବାରେ ମଧ୍ୟ ମୁଁ ଶବ୍ଦ ଆସୁଛି ।
ମୁଁ ଯାହା କହୁଛି, ମୁଁ ଯାହା କରିଛି, ମୁଁ ଯାହା ବୁଝିଛି ତାହା ହିଁ ଠିକ୍ ଏବଂ ତାହା ହିଁ ହେବା
ଦରକାର । ଏହା ହେଲା ଅଭିମାନଯୁକ୍ତ ମୁଁ । ଏହିଭଳି ମୁଁ ପଣିଆ ଯଦି କାମ ନ କରିଲା ତେବେ ନୈରାଶ୍ୟ
ଭାବର ମୁଁ ପଣିଆ ଆସିଯାଏ । ମୁଁ ଏହା କରିପାରିବି ନାହିଁ, ଚାଲିପାରିବି ନାହିଁ, ବହୁତ କଷ୍ଟକର ।
ତେଣୁ ଏହି ଗୋଟିଏ ଦେହ-ଅଭିମାନ ମଧ୍ୟ ଯୁକ୍ତ ମୁଁ ଯଦି ପରିବର୍ତ୍ତନ ହୋଇଯିବ ତେବେ ସେହି ମୁଁ
ଶବ୍ଦ ସ୍ୱମାନର ମଧ୍ୟ ସ୍ମରଣ କରାଇଥାଏ ଏବଂ ସେହି ମୁଁ ଶବ୍ଦ ଦେହ-ଅଭିମାନକୁ ନେଇ ଆସିଥାଏ । ମୁଁ
ଶବ୍ଦ ନିରାଶ ମଧ୍ୟ କରିଥାଏ ଏବଂ ମନ ଖୁସି ମଧ୍ୟ କରିଥାଏ । ତେବେ ଦେହ-ଅଭିମାନର ଲକ୍ଷଣ କ’ଣ -
ତାହା ତ ଜାଣିଛ? କେବେ ବି, କାହା ଭିତରେ ବି ଦେହ-ଅଭିମାନ ଅଂଶ ମାତ୍ରାରେ ମଧ୍ୟ ରହିଛି ତେବେ
ତା’ର ଲକ୍ଷଣ କ’ଣ ଦେଖାଯିବ? ସେ ନିଜର ଅପମାନ ସହନ କରିପାରିବ ନାହିଁ । କାରର ଅଭିମାନ କେବେ ବି
ଅପମାନ ସହନ କରିବାକୁ ଦେବ ନାହିଁ । ଯଦି ଟିକିଏ ବି କେହି କହିବ ଯେ ଏହା ଠିକ୍ ନୁହେଁ ତୁମେ
ଟିକିଏ ନିର୍ମାଣ ହୋଇଯାଅ, ତେବେ ତାଙ୍କୁ ଅପମାନ ଲାଗିବ । ଏହା ହେଉଛି ଅଭିମାନର ଚିହ୍ନ ।
ବାପଦାଦା ଆଜି ବତନରେ ବସି
ମୁରୁକୀ ହସୁଥିଲେ, ଦେଖୁଥିଲେ ପିଲାମାନେ ଶିବରାତ୍ରିରେ ଏଣେ ତେଣେ ଭାଷଣ କରିବାକୁ ଯାଉଛନ୍ତି ନା,
ଏବେ ତ ବହୁତ ଭାଷଣ କରୁଛନ୍ତି ସେଥିପାଇଁ ବାପଦାଦାଙ୍କୁ ପିଲାମାନଙ୍କର ଭାଷଣର ଗୋଟିଏ ପଏଣ୍ଟ ମନେ
ପଡିଗଲା, ତାହା ହେଲା ଶିବରାତ୍ରିର କେହି କେହି ବୋଦା ବଳି ଦେଇଥାଆନ୍ତି କାରଣ ବୋଦା ବହୁତ ମେଁ
ମେଁ କରିଥାଏ ନା! ତେଣୁ ଏହିଭଳି ଶିବରାତ୍ରି ଅବସରରେ ତୁମେମାନେ ମଧ୍ୟ ନିଜର ମେଁ ମେଁ ଅର୍ଥାତ୍
ମୁଁ ପଣିଆକୁ ବଳି ଚଢାଇଦିଅ । ତେଣୁ ବାବା ଏହା ସବୁ ଶୁଣି ମୁରୁକୀ ହସୁଥିଲେ ତେଣୁ ତୁମେମାନେ
ମଧ୍ୟ ଏହି ଦେହ-ଅଭିମାନର ମୁଁ କୁ ବଳି ଚଢାଇଦିଅ । କ’ଣ ଏହାକୁ ସମର୍ପଣ କରିପାରିବ? କରିପାରିବ?
ପାଣ୍ଡବମାନେ କରିପାରିବ? ଡବଲ ବିଦେଶୀ କରିପାରିବ? ସମ୍ପୂର୍ଣ୍ଣ ସମର୍ପଣ, ନା ସାଧାରଣ ସମର୍ପଣ?
ସମ୍ପୂର୍ଣ୍ଣ ସମର୍ପଣ । ଆଜି ବାପଦାଦା ପତାକା ଉତ୍ତୋଳନ କରିବା ସମୟରେ ଏମିତି-ସେମିତି ପ୍ରତିଜ୍ଞା
କରାଇବେ ନାହିଁ । ଆଜି ପ୍ରତିଜ୍ଞା କରୁଥିବ କାଲିକୁ ସେହି ପ୍ରତିଜ୍ଞାର କାଗଜକୁ ଫାଇଲ୍ରେ ଜମା
କରିବାକୁ ପଡୁଥିବ - ଏଭଳି ପ୍ରତିଜ୍ଞା କରାଇବେ ନାହିଁ । କ’ଣ ଭାବୁଛ ଦାଦିମାନେ, ଆଜି ବି ଏହିଭଳି
ପ୍ରତିଜ୍ଞା କରାଇବା? ଫାଇନାଲ୍ କରିବ ନା ଫାଇଲରେ ଜମା କରିବ? କୁହ, (ଫାଇନାଲ୍ କରାନ୍ତୁ) ସାହସ
ଅଛି ତ? ଅଛି ସାହାସ? ଶୁଣିବାରେ ସମସ୍ତେ ମଗନ ହୋଇଯାଇଛନ୍ତି ତେଣୁ ହାତ ଉଠାଉ ନାହାଁନ୍ତି ।
ଭାବୁଛନ୍ତି କାଲିକୁ କିଛି ହୋଇଯିବ ନାହିଁ ତ? ନୁହେଁ ନା! କାଲିକୁ ତ ମାୟା ମଧ୍ୟ ଚକ୍ର ଲଗାଇବା
ପାଇଁ ଆସିବ । ମାୟାର ମଧ୍ୟ ତୁମମାନଙ୍କ ପ୍ରତି ବହୁତ ସ୍ନେହ ଅଛି ନା, କାହିଁକି ନା ଆଜିକାଲି ତ
ସମସ୍ତେ ବହୁତ ଧୁମ୍ଧାମରେ ସେବାର ଯୋଜନା ସବୁ କରୁଛନ୍ତି! ଯଦି ଜୋର-ଶୋରରେ ସେବା କରିବାକୁ
ଚାହୁଁଛ ତେବେ ଖୁବ୍ ଜୋରରେ କର ଅର୍ଥାତ୍ ସମ୍ପୂର୍ଣ୍ଣ ସମାପ୍ତିର ସମୟକୁ ନିକଟକୁ ତ ଆଣିବାକୁ ହେବ
ନା । କିନ୍ତୁ ଏଭଳି ଭାବ ନାହିଁ ଯେ ଆମେ ତ ଭାଷଣ ଦେଇଆସିଲୁ କିନ୍ତୁ ତାହା ନୁହେଁ ଭାଷଣ କରିବା
ଅର୍ଥ ସମାପ୍ତିର ସମୟକୁ ନିକଟକୁ ଆଣିବା । ସେବା ମଧ୍ୟ ଭଲ କରୁଛ ତେଣୁ ବାପଦାଦା ଖୁସି ମଧ୍ୟ
ଅଛନ୍ତି କିନ୍ତୁ ବାପଦାଦା ଦେଖୁଛନ୍ତି ଯେ ସମୟ ଧୀରେ ଧୀରେ ପାଖେଇ ଆସୁଛି ଏବଂ ତୁମେମାନେ ହିଁ
ସମୟକୁ ନିକଟକୁ ଆଣୁଛ । ଏମିତି ବିନା କାରଣରେ ଲକ୍ଷେ ଦେଢ ଲକ୍ଷ ଆତ୍ମାଙ୍କୁ ଏକାଠି କରାଯାଇ ନଥିଲା,
ଏହାଦ୍ୱାରା ସମୟକୁ ନିକଟକୁ ଆଣିଛ । ଏବେ ଗୁଜୁରାଟରେ କରିଲ, ଆଗକୁ ବମ୍ବେ ମଧ୍ୟ କରିବ, ଅନ୍ୟମାନେ
ମଧ୍ୟ କରୁଛନ୍ତି । ଠିକ୍ ଅଛି ଲକ୍ଷେ ନ ହେଲେ ୫୦ ହଜାର ମଧ୍ୟ ଏକାଠି ହୁଅନ୍ତୁ । କିନ୍ତୁ ସନ୍ଦେଶ
ତ ଦେଉଛ ହେଲେ ସନ୍ଦେଶ ଦେବା ସହିତ ନିଜର ସମ୍ପନ୍ନତାର ମଧ୍ୟ ପ୍ରସ୍ତୁତି କରୁଛ ତ? କ’ଣ ପ୍ରସ୍ତୁତି
କରୁଛ ତ? ଯଦି ବିନାଶକୁ ଆବାହନ କରୁଛ ତେବେ ସେଥିପାଇଁ ନିଜର ମଧ୍ୟ ପ୍ରସ୍ତୁତି ରହିବା ଦରକାର ।
ଦାଦୀ ପଚାରିଥିଲେ ଯେ ଏବେ ଏଭଳି କ’ଣ ସେବା କରିବୁ ଯାହାଦ୍ୱାରା ଶୀଘ୍ର ଶୀଘ୍ର ପ୍ରତ୍ୟକ୍ଷତା
ହୋଇଯିବ? ତେଣୁ ବାପଦାଦା କହୁଛନ୍ତି - ପ୍ରତ୍ୟକ୍ଷତା ତ ଗୋଟିଏ ସେକେଣ୍ଡର କଥା କିନ୍ତୁ
ପ୍ରତ୍ୟକ୍ଷତା ହେବା ପୂର୍ବରୁ ବାପଦାଦା ପଚାରୁଛନ୍ତି ସ୍ଥାପନା କରିବାବାଲା ପ୍ରସ୍ତୁତ ଅଛନ୍ତି ତ?
ଏବେ ପରଦା ଖୋଲିବା ତ? ନା କିଏ କାନର ଶୃଙ୍ଗାର କରୁଥିବ, ଆଉ କେହି ମଥାକୁ ସଜାଉଥିବ! କ’ଣ
ପ୍ରସ୍ତୁତ ଅଛ ତ? (ହୋଇଯିବୁ), କିନ୍ତୁ କେବେ? ତାରିଖ ତ କୁହ ଏବେ ଯେପରି ତାରିଖ ନିଧାର୍ଯ୍ୟ
କରିଛ ନା! ଏହି ମାସ ଭିତରେ ହିଁ ସନ୍ଦେଶ ଦେବାକୁ ହେବ । ଏହିଭଳି ସମସ୍ତେ ସଦା ପ୍ରସ୍ତୁତ ହୋଇଯାଅ
। ଅତି କମରେ ୧୬ ହଜାର ଆତ୍ମା ତ ପ୍ରସ୍ତୁତ ହୋଇଯାଅ, ୯ ଲକ୍ଷଙ୍କ କଥା ଛାଡ । ୧୬ ହଜାର ଆତ୍ମା ତ
ପ୍ରସ୍ତୁତ ହୋଇଯାଆନ୍ତୁ? କ’ଣ ପ୍ରସ୍ତୁତ ଅଛ? ତାଳି ବାଜାଇବା ତୁଚ୍ଛାଟାରେ ହଁ କରିଦିଅ ନାହିଁ ।
ଯଦି ତୁମେମାନେ ସଦା ପ୍ରସ୍ତୁତ ହୋଇଯିବ ତେବେ ବାପଦାଦା ମଧ୍ୟ ବିନାଶ କରିବାବାଲାଙ୍କୁ ଟଚ୍ କରାଇବେ
ଅର୍ଥାତ୍ ସୂକ୍ଷ୍ମ ପ୍ରେରଣା ଦେବେ, ପ୍ରକୃତି ମଧ୍ୟ ନିଜର କାର୍ଯ୍ୟ ଆରମ୍ଭ କରିଦେବ । ବିଜ୍ଞାନ
ବାଲା ମଧ୍ୟ ସେମାନଙ୍କର କାମ ଆରମ୍ଭ କରିଦେବେ । ଏଥିରେ ବିଳମ୍ବ ହେବ ନାହିଁ କାରଣ ସବୁ କିଛି
ପ୍ରସ୍ତୁତ ହୋଇ ରହିଛି । କ’ଣ ୧୬ ହଜାର ମାଳା ପ୍ରସ୍ତୁତ ଅଛି ତ? ହୋଇଯିବ ତ? (ଆପଣଙ୍କୁ ତ ଅଧିକ
ଜଣାଅଛି ) ଏହା ତ ନିଜକୁ ଖସାଇ ନେବା ହୋଇଗଲା । ତେବେ ୧୬ ହଜାର ଆତ୍ମାଙ୍କର ସମ୍ପୂର୍ଣ୍ଣ
ପବିତ୍ରତାରେ ସମ୍ପନ୍ନ ହେବାରେ ରିପୋର୍ଟ ଆସିବା ଦରକାର । ବାଦଦାଦାଙ୍କୁ ତାଳି ବଜାଇବା ପାଇଁ
ବିଳମ୍ବ କରିବାର ଆବଶ୍ୟକତା ନାହିଁ । ତୁମେମାନେ କେବଳ ତାରିଖ ଶୁଣାଅ । (ଆପଣ ତାରିଖ ଦିଅନ୍ତୁ)
ସମସ୍ତଙ୍କୁ ପଚାର । ଦେଖ ହେବାକୁ ତ ପଡିବ ନିଶ୍ଚିତ କିନ୍ତୁ ଏବେ ଯାହା ଶୁଣାଇଲୁ କେବଳ ଗୋଟିଏ
“ମୁଁ” ଶବ୍ଦକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ପଡିବ ତେବେ ଯାଇ ବାବାଙ୍କ ସାଥୀରେ ଯିବ ନଚେତ୍
ପଛେ ପଛେ ଯିବାକୁ ପଡିବ । ବାପଦାଦା ଏଥିପାଇଁ ହିଁ ଏବେ ଗେଟ୍ ଖୋଲୁ ନାହାଁନ୍ତି କାହିଁକି ନା
ଏକାଠି ଯିବାର ଅଛି ।
ବ୍ରହ୍ମାବାବା ମଧ୍ୟ ସବୁ
ପିଲାଙ୍କୁ ପଚାରୁଛନ୍ତି ଯେ ଗେଟ୍ ଖୋଲିବାର ତାରିଖ ତ କୁହ । ଗେଟ୍ ତ ଖୋଲିବାକୁ ପଡିବ ନା! ଯିବାକୁ
ତ ପଡିବ ନା! ତେଣୁ ଆଜି ପାଳନ କରିବା ଅର୍ଥ ହୋଇଯିବା । କେବଳ କେକ୍ କାଟି ଦେଲେ ହେବ ନାହିଁ
କିନ୍ତୁ ମୁଁ କୁ ସମାପ୍ତ କରିବାକୁ ହେବ । କ’ଣ ଏବେ ଭାବୁଛ, ନା ଭାବି ସାରିଛ? କାହିଁକି ନା
ବାପଦାଦାଙ୍କ ପାଖରେ ଅମୃତ ବେଳାରେ ସମସ୍ତଙ୍କର ଭିନ୍ନ ଭିନ୍ନ ସଂକଳ୍ପ ପହଞ୍ଚୁଛି । ତେଣୁ ପରସ୍ପର
ଭିତରେ ବିଚାର ବିମର୍ଶ କରି ବାବାଙ୍କୁ ତାରିଖ ଜଣାଇବ । ଯେତେବେଳ ପର୍ଯ୍ୟନ୍ତ ତାରିଖ ନିଧାର୍ଯ୍ୟ
କରିନାହଁ ସେପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ପ୍ରଥମେ ମହାରଥୀମାନେ ପରସ୍ପର ବସି
ତାରିଖ ନିଧାର୍ଯ୍ୟ କର, ତା’ପରେ ସମସ୍ତେ ତୁମକୁ ଅନୁକରଣ କରିବେ । ଅନୁକରଣ କରିବାବାଲା ତ
ପ୍ରସ୍ତୁତ ଅଛନ୍ତି କେବଳ ତୁମମାନଙ୍କର ସାହାସ ପାଇଲେ ସେମାନଙ୍କୁ ଆହୁରି ଅଧିକ ବଳ ମିଳିଯିବ ।
ଯେପରି ଦେଖ ଏବେ ସମସ୍ତଙ୍କୁ ଉମଙ୍ଗ-ଉତ୍ସାହ ଦେବା ଦ୍ୱାରା ସମସ୍ତେ ପ୍ରସ୍ତୁତ ହୋଇଗଲେ ନା ।
ସେହିପରି ସମ୍ପନ୍ନ ହେବାର ମଧ୍ୟ ଯୋଜନା କର ଏବଂ ନିରନ୍ତର ପ୍ରୟାସ ଜାରୀ ରଖ । ମୋତେ କର୍ମାତୀତ
ହେବାକୁ ହିଁ ପଡିବ । ଯାହା ବି ହୋଇଯାଉ ହେବାକୁ ହିଁ ପଡିବ, କରିବାକୁ ହିଁ ପଡିବ । ତେବେ
ବୈଜ୍ଞାନିକମାନଙ୍କର ଏବଂ ବିନାଶ କରିବାବାଲାଙ୍କର ବିଚାରର ଶବ୍ଦ ମଧ୍ୟ ବାବାଙ୍କ କାନରେ ପଡୁଛି ।
ସେମାନେ ମଧ୍ୟ କହୁଛନ୍ତି ଆମକୁ କାହିଁକି ବାଧା ଦେଉଛ? ଆଡଭାନ୍ସ ପାର୍ଟିବାଲା ମଧ୍ୟ କହୁଛନ୍ତି
ତାରିଖ ନିଧାର୍ଯ୍ୟ କର, ବ୍ରହ୍ମାବାବା ମଧ୍ୟ କହୁଛନ୍ତି ତାରିଖ ନିଧାର୍ଯ୍ୟ କର । ତେଣୁ ଏହାର
ମଧ୍ୟ ମିଟିଙ୍ଗ୍ କର । ବାପଦାଦା ଏବେ ଆଉ ଏତେ ଦୁଃଖ ଦେଖିପାରୁ ନାହାଁନ୍ତି । ପ୍ରଥମେ ତ ତୁମେ
ଶକ୍ତିମାନଙ୍କୁ ଏବଂ ଦେବତା ସ୍ୱରୂପ ପାଣ୍ଡବମାନଙ୍କୁ ଦୟା ଲାଗିବା ଦରକାର । ସେମାନେ କେତେ
ଚିତ୍କାର କରୁଛନ୍ତି । ଏବେ ତ ସେମାନଙ୍କର ଡାକରାରେ ଶବ୍ଦ ତୁମମାନଙ୍କ କାନରେ ଗୁଞ୍ଚରିତ ହେବା
ଉଚିତ୍ । “ସମୟର ଆହ୍ୱାନ”ର କାର୍ଯ୍ୟକ୍ରମ କରୁଛ ନା! ଏବେ ଭକ୍ତମାନଙ୍କର ଡାକରା ମଧ୍ୟ ଶୁଣ ।
ଦୁଃଖୀ ଆତ୍ମାଙ୍କର ଡାକରା ମଧ୍ୟ ଶୁଣ । ସେବା କରିବାରେ ନମ୍ବର ମଧ୍ୟ ଭଲ ନେଉଛ, ଏଥିରେ ତ ବାପଦାଦା
ମଧ୍ୟ ସାର୍ଟିଫିକେଟ୍ ଦେଉଛନ୍ତି । ଉମଙ୍ଗ-ଉତ୍ସାହ ମଧ୍ୟ ଭଲ ଅଛି । ଗୁଜୁରାଟ ତ ନମ୍ବରୱାନ ହୋଇଗଲା,
ତେଣୁ ସେମାନଙ୍କୁ ମଧ୍ୟ ନମ୍ବରୱାନ ଅଭିନନ୍ଦନ । ଏବେ କିଛି କିଛି ଡାକରା ତ ଶୁଣ ନା! ବିଚରା
ଆତ୍ମମାନେ ବହୁତ ଚିତ୍କାର କରୁଛନ୍ତି ହୃଦୟର ସହିତ ଡାକୁଛନ୍ତି । ଡହଳ-ବିକଳ ହେଉଛନ୍ତି ।
ବୈଜ୍ଞାନିକମାନେ ମଧ୍ୟ ବହୁତ ଚିତ୍କାର କରୁଛନ୍ତି, କେବେ କରିବୁ... କେବେ କରିବୁ କହି ଡାକ
ଛାଡୁଛନ୍ତି । ଯଦିଓ ଆଜି କେକ୍ କାଟିଦିଅ କିନ୍ତୁ କାଲିଠାରୁ ଡାକରା ଶୁଣ । ପର୍ବପର୍ବାଣୀ ପାଳନ
କରିବା ତ ସଂଗମଯୁଗର ଆନନ୍ଦ ଉତ୍ସବ ଅଟେ । ଗୋଟିଏ ପଟେ ପାଳନ କରିବା ଆଉ ଗୋଟିଏ ପଟେ ଆତ୍ମାମାନଙ୍କୁ
ପ୍ରସ୍ତୁତ କରିବା । ଆଚ୍ଛା! ତେବେ କ’ଣ ଶୁଣିଲ?
ତୁମମାନଙ୍କର ଗୋଟିଏ ଗୀତ
ଅଛି ନା “ଦୁଃଖୀୟୋଁ ପର କୁଛ ରହମ୍ କରୋ” ତେବେ ତୁମମାନଙ୍କ ବ୍ୟତୀତ ଆଉ କେହି ବି ରହମ ଅର୍ଥାତ୍
ଦୟା କରିପାରିବ ନାହିଁ । ସେଥିପାଇଁ ଏବେ ସମୟ ଅନୁସାରେ ଦୟାର ମାଷ୍ଟର ସାଗର ହୁଅ । ନିଜ ଉପରେ
ମଧ୍ୟ ଦୟା କର, ଅନ୍ୟ ଆତ୍ମାମାନଙ୍କ ଉପରେ ମଧ୍ୟ ଦୟା କର । ଏବେ ନିଜର ଏହି ସ୍ୱରୂପର ଲାଇଟ୍ ହାଉସ୍
ହୋଇ ଲାଇଟ୍ର ଭିନ୍ନ ଭିନ୍ନ କିରଣ ଦିଅ । ସାରା ବିଶ୍ୱର ଅପ୍ରାପ୍ତ ଆତ୍ମାମାନଙ୍କୁ ପ୍ରାପ୍ତିର
ଆଞ୍ଚୁଳୀର କିରଣ ଦିଅ । ଆଚ୍ଛା!
ସମସ୍ତ ସାକ୍ଷାତ୍
ବାବାଙ୍କ ଭଳି ମୂରତ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ଉମଙ୍ଗ-ଉତ୍ସାହରେ ରହୁଥିବା ବାବାଙ୍କର
ସମୀପ ଆତ୍ମାମାନଙ୍କୁ, ସର୍ବଦା ସବୁ ପଦକ୍ଷେପକୁ ବାବାଙ୍କ ସମାନ କରୁଥିବା ପିଲାମାନଙ୍କୁ,
ଚାରିଆଡର ବ୍ରାହ୍ମଣ ଜନ୍ମର ଅଭିନନ୍ଦନର ପାତ୍ର ପିଲାମାନଙ୍କୁ, ସର୍ବଦା ଏକାଗ୍ରତାର ଶକ୍ତି
ସମ୍ପନ୍ନ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ପଦ୍ମାପଦ୍ମ ଗୁଣା ଜନ୍ମ
ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ ଏବଂ ନମସ୍ତେ ।
ପ୍ରାଣପ୍ରିୟ ଅବ୍ୟକ୍ତ
ବାପଦାଦା ନିଜର ହସ୍ତ ଦ୍ୱାରା ଶିବଧ୍ୱଜା ଉତ୍ତୋଳନ କରିବା ସହିତ ସମସ୍ତଙ୍କୁ ଅଭିନନ୍ଦନ ଦେଲେ:-
ଆଜିର ଦିନରେ ସମସ୍ତେ
ନିଜ ନିଜର ଜନ୍ମ ଦିନର ଅଭିନନ୍ଦନ ଦେଇଛନ୍ତି ଏବଂ ନେଇଛନ୍ତି, ତା ସହିତ ପତାକା ମଧ୍ୟ ଉତ୍ତୋଳନ
କରିଛନ୍ତି କିନ୍ତୁ ଏବେ ସେହି ଦିନକୁ ଖୁବ୍ ଶୀଘ୍ର ପାଖେଇ ଆଣିବାକୁ ହେବ ଯେଉଁ ଦିନ ବିଶ୍ୱର
ଗ୍ଲୋବ ଉପରେ ସର୍ବ ଆତ୍ମାମାନେ ଛିଡା ହୋଇ ତୁମମାନଙ୍କ ମୁଖମଣ୍ଡଳରେ ବାପଦାଦାଙ୍କର ପତାକାର ଦର୍ଶନ
କରିବେ, ତେବେ ଏହି କପଡାର ପତାକା ତ ନିମିତ୍ତ ମାତ୍ର ଅଟେ କିନ୍ତୁ ପ୍ରତ୍ୟେକ ସନ୍ତାନର ଚେହେରା
ବାବାଙ୍କର ଚିତ୍ରକୁ ଦର୍ଶାଉଥିବ, ଏହିଭଳି ଧ୍ୱଜା ଉତ୍ତୋଳନ କରିବାକୁ ହେବ । ସେହି ଦିନକୁ ମଧ୍ୟ
ବହୁତ ବହୁତ ଶୀଘ୍ର ଆଣିବାକୁ ହେବ ଏବଂ ଆସିବ, ଆସିବ, ଆସିବ । ଓମ୍ ଶାନ୍ତି ।
ବରଦାନ:-
ରାଜକୀୟ ବିନାଶୀ
ଇଚ୍ଛା ଗୁଡିକରୁ ମୁକ୍ତ ରହି ସେବା କରୁଥିବା ନିଃସ୍ୱାର୍ଥ ସେବାଧାରୀ ହୁଅ ।
ଯେପରି ବ୍ରହ୍ମାବାବା
କର୍ମର ବନ୍ଧନରୁ ମୁକ୍ତ, ସ୍ୱତନ୍ତ୍ର ହେବାର ପ୍ରମାଣ ଦେଇଛନ୍ତି - କେବଳ ସେବା ଅର୍ଥେ ସ୍ନେହର
ବନ୍ଧନ ବ୍ୟତୀତ ଅନ୍ୟ କୌଣସି ବନ୍ଧନ ନ ଥିଲା । ସେବାରେ ଯେଉଁ ସବୁ ରାଜକୀୟ ଅର୍ଥାତ୍ ସୂକ୍ଷ୍ମ
ବିନାଶୀ ଇଚ୍ଛା ରହିଥାଏ ତାହା ମଧ୍ୟ ହିସାବ-କିତାବର ବନ୍ଧନରେ ବାନ୍ଧି ଦେଇଥାଏ । ସଚ୍ଚା ସେବାଧାରୀ
ଆତ୍ମା ଏହିଭଳି ହିସାବ-କିତାବଠାରୁ ମଧ୍ୟ ମୁକ୍ତ ରହିଥାଆନ୍ତି । ଯେପରି ଦେହର ବନ୍ଧନ, ଦେହର
ସମ୍ବନ୍ଧର ବନ୍ଧନ ରହିଥାଏ, ସେହିପରି ସେବାରେ ସ୍ୱାର୍ଥଭାବ ରହିବା ମଧ୍ୟ ବନ୍ଧନ ଅଟେ । ତେଣୁ ଏହି
ବନ୍ଧନଠାରୁ ବା ସୂକ୍ଷ୍ମ ହିସାବ କିତାବର ବନ୍ଧନଠାରୁ ମୁକ୍ତ ନିଃସ୍ୱାର୍ଥ ସେବାଧାରୀ ହୁଅ ।
ସ୍ଲୋଗାନ:-
ପ୍ରତିଜ୍ଞାକୁ
ଫାଇଲ୍ ଭିତରେ ରଖ ନାହିଁ, ଫାଇନାଲ୍ ହୋଇ ଦେଖାଅ ।
ସୂଚନା:- ଆଜି ମାସର
ତୃତୀୟ ରବିବାର ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ । ସମସ୍ତ ବ୍ରହ୍ମାବତ୍ସମାନେ ସଂଗଠିତ ରୂପରେ
ସନ୍ଧ୍ୟା ୬.୩୦ ମି. ଠାରୁ ୭.୩୦ ମି. ପର୍ଯ୍ୟନ୍ତ ବିଶେଷ କରି ଶାନ୍ତିଧାମର ଗହନ ଶାନ୍ତିର ଅନୁଭବ
କରିବା ସହିତ ମନ ବୁଦ୍ଧିକୁ ଏକାଗ୍ର କରି ଜ୍ୱାଳା ସ୍ୱରୂପରେ ସ୍ଥିତ ହୋଇ ସମ୍ପନ୍ନତା ଏବଂ
ସମ୍ପୂର୍ଣ୍ଣତାର ଅନୁଭବ କରିବା ହେବେ ।