15.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଏବେ ଆତ୍ମିକ ପିତାଙ୍କ ଦ୍ୱାରା ଆତ୍ମିକ ଡ୍ରିଲ୍ ଶିଖୁଛ, ଏହି ଡ୍ରିଲ୍ କରିବା ଦ୍ୱାରା
ତୁମେ ମୁକ୍ତିଧାମ, ଶାନ୍ତିଧାମକୁ ଚାଲିଯିବ’’ ।
ପ୍ରଶ୍ନ:-
ବାବା
ପିଲାମାନଙ୍କୁ ପୁରୁଷାର୍ଥ ତ କରାଇ ଚାଲିଛନ୍ତି କିନ୍ତୁ ପିଲାମାନଙ୍କୁ କେଉଁ କଥାରେ ବହୁତ
ଷ୍ଟ୍ରିକ୍ଟ ଅର୍ଥାତ୍ ନିୟମନିଷ୍ଠ ରହିବା ଦରକାର?
ଉତ୍ତର:-
ପୁରୁଣା ଦୁନିଆକୁ ନିଆଁ ଲାଗିବା ପୂର୍ବରୁ ପ୍ରସ୍ତୁତ ହୋଇ ରୁହନ୍ତୁ, ନିଜକୁ ଆତ୍ମା ମନେ କରି
ବାବାଙ୍କୁ ମନେ ପକାଇ ବାବାଙ୍କଠାରୁ ପୂରା-ପୂରା ସମ୍ପତ୍ତି ନେବାରେ ବହୁତ ନିୟମନିଷ୍ଠ ରହିବାକୁ
ହେବ । ଫେଲ୍ ହେବାର ନାହିଁ, ଯେପରି ସେହି ଛାତ୍ରମାନେ ଫେଲ୍ ହୋଇଗଲେ ପଶ୍ଚାତାପ କରିଥା’ନ୍ତି,
ଭାବନ୍ତି ଯେ ଆମର ବର୍ଷଟିଏ ତୁଚ୍ଛାଟାରେ ଚାଲିଗଲା । ଆଉ କେହି କେହି ତ କହିଥା’ନ୍ତି ନ ପଢିଲେ
କ’ଣ ହୋଇଗଲା! କିନ୍ତୁ ପାଠପଢାରେ ତୁମକୁ ବହୁତ ଷ୍ଟ୍ରିକ୍ଟ (ନିୟମନିଷ୍ଠ) ରହିବାକୁ ହେବ ।
ଶିକ୍ଷକ ଏପରି ନ କୁହନ୍ତୁ ଯେ ଅତି ବିଳମ୍ବ ହୋଇଗଲା ।
ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପାଠାଶାଳାରେ ନିର୍ଦ୍ଦେଶ ଦେଉଛନ୍ତି ଅଥବା ଏପରି
କହିବା ଯେ ପିଲାମାନଙ୍କୁ ଡ୍ରିଲ୍ ଶିଖାଉଛନ୍ତି । ଯେପରି ଶିକ୍ଷକ ନିର୍ଦ୍ଦେଶ ଦେଇଥା’ନ୍ତି ବା
ଡ୍ରିଲ୍ ଶିଖାଇଥାନ୍ତି ନା । ଏହି ଆତ୍ମିକ ପିତା ମଧ୍ୟ ପିଲାମାନଙ୍କୁ ସିଧାସଳଖ କହୁଛନ୍ତି । କ’ଣ
କହୁଛନ୍ତି? ମନମନାଭବ । ଯେପରି ସେମାନେ କହିଥା’ନ୍ତି - ଆଟେନ୍ସନ୍ ପ୍ଲିଜ୍, ସେହିପରି ବାବା
କହୁଛନ୍ତି ମନମନାଭବ । ଏହା ଯେପରି ପ୍ରତ୍ୟେକ ନିଜ ଉପରେ ଦୟା କରୁଛନ୍ତି । ବାବା କହୁଛନ୍ତି
ପିଲାମାନେ କେବଳ ମୋତେ ମନେ ପକାଅ ଏବଂ ଅଶରୀରୀ ହୋଇଯାଅ । ଏହି ଆତ୍ମିକ ଅଭ୍ୟାସ ଆତ୍ମାମାନଙ୍କୁ
ଆତ୍ମିକ ପିତା ହିଁ ଶିଖାଉଛନ୍ତି । ସେ ହେଉଛନ୍ତି ପରମ ଶିକ୍ଷକ । ତୁମେ ହେଲ ନାୟବ ଅର୍ଥାତ୍
ସହଯୋଗୀ ଶିକ୍ଷକ । ତୁମେ ମଧ୍ୟ ସମସ୍ତଙ୍କୁ କହୁଛ ଯେ ନିଜକୁ ଆତ୍ମା ଭାବ, ବାବାଙ୍କୁ ମନେ ପକାଅ,
ଦେହୀ-ଅଭିମାନୀ ହୁଅ । ଏହା ହିଁ ମନମନାଭବର ଅର୍ଥ । ବାବା ପିଲାମାନଙ୍କର କଲ୍ୟାଣ ନିମନ୍ତେ
ଡାଇରେକ୍ସନ୍ (ନିର୍ଦ୍ଦେଶ) ଦେଉଛନ୍ତି । ନିଜେ କାହାଠାରୁ ଶିଖି ନାହାଁନ୍ତି । ଅନ୍ୟ ସବୁ
ଶିକ୍ଷକମାନେ ତ ନିଜେ ଶିଖିକରି ପୁଣି ଶିଖାଇଥା’ନ୍ତି । ଇଏ ତ କୌଣସି ସ୍କୁଲ୍ ଆଦିରେ ପାଠ ପଢି
ଶିଖି ନାହାଁନ୍ତି । ଇଏ କେବଳ ଶିଖାଉଛନ୍ତି । କହୁଛନ୍ତି ମୁଁ ତୁମ ଆତ୍ମାମାନଙ୍କୁ ରୁହାନୀ ଡ୍ରିଲ୍
ଶିଖାଉଛି । ସେମାନେ ସମସ୍ତେ ଶାରରୀକ ସନ୍ତାନମାନଙ୍କୁ ଶାରୀରୀକ ଡ୍ରିଲ୍ ଶିଖାଇଥାନ୍ତି ।
ସେମାନଙ୍କୁ ଡ୍ରିଲ୍ ଆଦି ମଧ୍ୟ ଶରୀର ଦ୍ୱାରା ହିଁ କରିବାକୁ ପଡିଥାଏ । ଏଥିରେ ତ ଶରୀରର କୌଣସି
କଥା ହିଁ ନାହିଁ । ବାବା କହୁଛନ୍ତି ମୋର କୌଣସି ଶରୀର ନାହିଁ । ମୁଁ ତ ଡ୍ରିଲ୍ ଶିଖାଉଛି,
ନିର୍ଦ୍ଦେଶ ଦେଉଛି । ତାଙ୍କ ଭିତରେ ଡ୍ରିଲ୍ ଶିଖାଇବାର ପାର୍ଟ ଡ୍ରାମା ପ୍ଲାନ୍ ଅନୁସାରେ ଭରି
ରହିଛି । ସେବାର ପାର୍ଟ ଭରି ରହିଛି । ଡ୍ରିଲ୍ ଶିଖାଇବାକୁ ହିଁ ଆସୁଛନ୍ତି । ତୁମକୁ ତମୋପ୍ରଧାନରୁ
ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଏହା ତ ବହୁତ ସହଜ କଥା । ସିଡିର ଚିତ୍ର ତୁମ ବୁଦ୍ଧିରେ ରହିଛି
ଯେ କିପରି ଆମେ ୮୪ ଜନ୍ମର ଚକ୍ର ଲଗାଇ ତଳକୁ ଓହ୍ଲାଇଛୁ । ଏବେ ବାବା କହୁଛନ୍ତି ତୁମକୁ ଘରକୁ
ଯିବାକୁ ହେବ । ଏହିପରି କେହି ନିଜର ଶିଷ୍ୟ ଅଥବା ବିଦ୍ୟାର୍ଥୀଙ୍କୁ କହିବେ ନାହିଁ ଯେ ରୁହାନୀ
ସନ୍ତାନମାନେ ଏବେ ଘରକୁ ଯିବାକୁ ହେବ । ରୁହାନୀ ବାବାଙ୍କ ବିନା କେହି ହେଲେ ବୁଝାଇପାରିବେ ନାହିଁ
। ପିଲାମାନେ ଜାଣିଛନ୍ତି ଯେ ଏବେ ଆମକୁ ଘରକୁ ଫେରି ଯିବାକୁ ହେବ । ଏହି ଦୁନିଆ ହିଁ ଏବେ
ତମୋପ୍ରଧାନ ହୋଇଯାଇଛି । ଆମେ ସତ୍ତ୍ୱପ୍ରଧାନ ଦୁନିଆର ମାଲିକ ଥିଲୁ ପୁଣି ୮୪ ଜନ୍ମର ଚକ୍ର ଲଗାଇ
ତମୋପ୍ରଧାନ ଦୁନିଆର ମାଲିକ ହୋଇଛୁ । ଏଠାରେ ଦୁଃଖ ହିଁ ଦୁଃଖ ରହିଛି । ବାବାଙ୍କୁ ଦୁଃଖହର୍ତ୍ତା,
ସୁଖକର୍ତ୍ତା କୁହାଯାଉଛି ଅର୍ଥାତ୍ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ଏକମାତ୍ର ବାବା ହିଁ କରିଥା’ନ୍ତି
। ତୁମେମାନେ ଜାଣିଛ ଯେ ଆମେ ବହୁତ ସୁଖ ଦେଖିଛୁ । କିପରି ଆମେ ରାଜତ୍ୱ କରିଛୁ ତାହା ମନେ ନାହିଁ
କିନ୍ତୁ ଲକ୍ଷ୍ୟ ଉଦ୍ଦେଶ୍ୟ ତ ସମ୍ମୁଖରେ ରହିଛି । ସତ୍ୟଯୁଗ ହେଉଛି ଫୁଲର ବଗିଚା । ଏବେ ଆମେ
କଣ୍ଟାରୁ ଫୁଲ ହେଉଛୁ ।
ତୁମେ ଏପରି କହିବ ନାହିଁ ଯେ କିପରି ନିଶ୍ଚୟ କରିବୁ । ଯଦି ସଂଶୟ ଆସିଲା ତେବେ ବିନଶ୍ୟନ୍ତୀ
ଅର୍ଥାତ୍ ବିନାଶକୁ ପ୍ରାପ୍ତ ହେବ । ଯଦି ସ୍କୁଲରୁ ପାଦ ଉଠାଇବ ତେବେ ପାଠପଢା ବନ୍ଦ ହୋଇଯିବ । ପଦ
ମଧ୍ୟ ବିନଶ୍ୟନ୍ତୀ ହୋଇଯିବ । ବହୁତ କ୍ଷତି ହୋଇଯିବ । ପ୍ରଜାରେ ମଧ୍ୟ କମ୍ ପଦ ହୋଇଯିବ । ମୂଳକଥା
ହେଉଛି ସତ୍ତ୍ୱପ୍ରଧାନ ପୂଜ୍ୟ ଦେବୀ-ଦେବତା ହେବା । ଏବେ ତ’ ଦେବତା ନୁହଁ ନା । ତୁମେ
ବ୍ରାହ୍ମଣମାନେ ହିଁ ବୁଝୁଛ । ବ୍ରାହ୍ମଣ ହିଁ ଆସି ବାବାଙ୍କଠାରୁ ଏହି ଡ୍ରିଲ୍ ଶିଖୁଛନ୍ତି ।
ଭିତରେ ଖୁସି ମଧ୍ୟ ରହୁଛି । ଏହି ପାଠପଢା ଭଲ ଲାଗୁଛି ନା । ଭଗବାନୁବାଚ - ଯଦିଓ ସେମାନେ
ଶ୍ରୀକୃଷ୍ଣଙ୍କ ନାମ ଲେଖିଦେଇଛନ୍ତି କିନ୍ତୁ ତୁମେ ବୁଝୁଛ ଯେ ଶ୍ରୀକୃଷ୍ଣ ଏହି ଡ୍ରିଲ୍ ଅର୍ଥାତ୍
ଯୋଗ ଶିଖାଇ ନାହାଁନ୍ତି, ଏହାକୁ ତ ବାବା ଶିଖାଉଛନ୍ତି । କୃଷ୍ଣଙ୍କ ଆତ୍ମା ଯିଏକି ଭିନ୍ନ ଭିନ୍ନ
ନାମ-ରୂପ ଧାରଣ କରି ତମୋପ୍ରଧାନ ହୋଇଯାଇଛନ୍ତି, ତାଙ୍କୁ ମଧ୍ୟ ଶିଖାଉଛନ୍ତି । ନିଜେ ଶିଖୁ
ନାହାଁନ୍ତି, ଆଉ ସମସ୍ତେ କାହାଠାରୁ ନା କାହାଠାରୁ ନିଶ୍ଚୟ ଶିଖିଥା’ନ୍ତି । ଇଏ ହିଁ ହେଉଛନ୍ତି
ଶିଖାଇଲାବାଲା ରୁହାନୀ ବାବା । ତୁମକୁ ଶିଖାଉଛନ୍ତି, ତୁମେ ପୁଣି ଅନ୍ୟମାନଙ୍କୁ ଶିଖାଉଛ । ତୁମେ
୮୪ ଜନ୍ମ ନେଇ ପତିତ ହୋଇଯାଇଛ, ଏବେ ପୁଣି ପବିତ୍ର ହେବାକୁ ପଡିବ । ସେଥିପାଇଁ ଆତ୍ମିକ ପିତାଙ୍କୁ
ମନେ ପକାଅ । ଭକ୍ତିମାର୍ଗରେ ତୁମେ ଗାୟନ କରିଆସିଛ ହେ ପତିତ-ପାବନ - ଏବେ ମଧ୍ୟ ତୁମେ କେଉଁଠାକୁ
ବି ଯାଇ ଦେଖ ଯେ କିପରି ମୋତେ ଆହ୍ୱାନ କରୁଛନ୍ତି । ତୁମେ ରାଜଋଷି ଅଟ ନା । କେଉଁଠାକୁ ବି ତୁମେ
ଯାଇ ପାରିବ । ତୁମର କୌଣସି ବନ୍ଧନ ନାହିଁ । ତୁମମାନଙ୍କର ଏହି ନିଶ୍ଚୟ ରହିଛି ଯେ - ବେହଦର ବାବା
ସେବା କରିବା ପାଇଁ ଆସିଛନ୍ତି । ବାବା ପିଲାମାନଙ୍କଠାରୁ ପାଠପଢାର ପ୍ରତିଦାନ କିପରି ନେବେ ।
ଛାତ୍ର ଯଦି ଶିକ୍ଷକଙ୍କର ସନ୍ତାନ ହୋଇଥାଏ, ତେବେ ସେ ତ ମାଗଣାରେ ପଢାଇବେ ନା । ଇଏ ମଧ୍ୟ ମାଗଣାରେ
ପଢାଉଛନ୍ତି । ଏପରି ଭାବ ନାହିଁ ଯେ ଆମେ କିଛି ଦେଉଛୁ । ଏହା ଫିସ୍ ନୁହେଁ । ତୁମେ କିଛି ବି ଦେଉ
ନାହଁ, କିନ୍ତୁ ଦେବା ପରିବର୍ତ୍ତେ ବହୁତ କିଛି ନେଉଛ । ମନୁଷ୍ୟ ଦାନ-ପୁଣ୍ୟ କରୁଛନ୍ତି,
ଭାବୁଛନ୍ତି ଆମକୁ ପ୍ରତିଦାନ ପର ଜନ୍ମରେ ମିଳିବ । ତାହା ମଧ୍ୟ ଅଳ୍ପକାଳ ପାଇଁ କ୍ଷଣଭଙ୍ଗୁର ସୁଖ
ମିଳିଥାଏ । ଯଦିଓ ପରଜନ୍ମରେ ମିଳୁଛି, କିନ୍ତୁ ତାହା ପତନ ହେଉଥିବା ଜନ୍ମରେ ମିଳୁଛି । ସିଡି
ଓହ୍ଲାଇ ଚାଲିଛ ନା । ଏବେ ତୁମେ ଯାହା କରୁଛ ତାହା ହେଲା ଉନ୍ନତି କଳାକୁ ଯିବା ପାଇଁ । କର୍ମର ଫଳ
କହୁଛନ୍ତି ନା । ଆତ୍ମାକୁ କର୍ମର ଫଳ ମିଳିଥାଏ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ କର୍ମର ହିଁ
ଫଳ ମିଳିଲା ନା । ବେହଦର ବାବାଙ୍କଠାରୁ ବେହଦର ଫଳ ମିଳୁଛି । ତାହା ଇନ୍ଡାଇରେକ୍ଟ ମିଳୁଛି ।
ଏସବୁ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏହା ମଧ୍ୟ ପୂର୍ବ-ପ୍ରସ୍ତୁତ ଡ୍ରାମା ଅଟେ । ତୁମେ ଜାଣିଛ
ଆମେ କଳ୍ପ ପରେ ଆସି ବାବାଙ୍କଠାରୁ ବେହଦର ସମ୍ପତ୍ତି ନେବୁ । ବାବା ଆମ ପାଇଁ ଏହି ସ୍କୁଲ୍ ତିଆରି
କରିଛନ୍ତି । ତୁମେମାନେ ତ ଭିନ୍ନ-ଭିନ୍ନ ପ୍ରକାରର ପାଠ ଅଧାକଳ୍ପ ପଢି ଆସିଲ । ଏବେ ବାବା ୨୧
ଜନ୍ମ ପାଇଁ ସବୁ ଦୁଃଖ ଦୂର କରିବା ପାଇଁ ପାଠପଢାଉଛନ୍ତି । ସେଠାରେ ତ ରାଜତ୍ୱ ରହିଛି । ସେଠାରେ
ତୁମେମାନେ କ୍ରମାନ୍ୱୟରେ ହିଁ ଆସିବ । ଯେପରି ଏଠାରେ ମଧ୍ୟ ରାଜା-ରାଣୀ, ମନ୍ତ୍ରୀ, ପ୍ରଜା ଆଦି
ସମସ୍ତେ କ୍ରମ ଅନୁସାରେ ରହିଛନ୍ତି । ଏସବୁ ଅଛନ୍ତି ପୁରୁଣା ଦୁନିଆରେ, ନୂଆ ଦୁନିଆରେ ତ ବହୁତ କମ୍
ରହିବେ । ସେଠାରେ ବହୁତ ସୁଖ ରହିବ, ତୁମେ ବିଶ୍ୱର ମାଲିକ ହେଉଛ । ରାଜା-ମହାରାଜାମାନେ ଏଠାରେ
ରାଜ୍ୟ କରିଯାଇଛନ୍ତି । ସେମାନେ କେତେ ଖୁସି ପାଳନ କରିଛନ୍ତି । କିନ୍ତୁ ବାବା କହୁଛନ୍ତି
ସେମାନଙ୍କୁ ତ ତଳକୁ ଖସିବାକୁ ହିଁ ହେବ । ସମସ୍ତେ ତ ତଳକୁ ଆସିବେ ନା । ଦେବତାମାନଙ୍କର ମଧ୍ୟ
ଧିରେ-ଧିରେ କଳା କମ୍ ହେଉଛି । କିନ୍ତୁ ସେଠାରେ ରାବଣ ରାଜ୍ୟ ହିଁ ନାହିଁ ସେଥିପାଇଁ ସୁଖ ହିଁ
ସୁଖ ରହୁଛି । ଏଠାରେ ରାବଣ ରାଜ୍ୟ ରହିଛି । ତୁମେ ଯେପରି ଚଢ଼ୁଛ ସେହିପରି ତଳକୁ ମଧ୍ୟ ଖସୁଛ ।
ଆତ୍ମାମାନେ ମଧ୍ୟ ନାମ-ରୂପ ଧାରଣ କରି-କରି ତଳକୁ ଖସି ଆସିଛନ୍ତି । ଡ୍ରାମାର ପ୍ଲାନ୍ ଅନୁସାରେ
କଳ୍ପ ପୂର୍ବ ସଦୃଶ ତଳକୁ ଖସି ତମୋପ୍ରଧାନ ହୋଇଯାଇଛନ୍ତି । କାମ ଚିତାରେ ଜଳିବା ଦ୍ୱାରା ହିଁ
ଦୁଃଖ ଆରମ୍ଭ ହୋଇଥାଏ । ଏବେ ଅତି ଦୁଃଖର ସମୟ ଚାଲିଛି । ସେଠାରେ ପୁଣି ଅତି ସୁଖ ହେବ । ତୁମେ
ହେଲ ରାଜଋଷି । ସେମାନଙ୍କର ହେଉଛି ହଠଯୋଗ । ତୁମେ କାହାକୁ ହେଲେ ପଚାର - ରଚୟିତା ଏବଂ ରଚନାର
ଆଦି-ମଧ୍ୟ-ଅନ୍ତକୁ ଜାଣିଛ? ତେବେ ନାହିଁ କହିବେ । ପଚାରିବେ ମଧ୍ୟ ସେହିମାନେ ଯେଉଁମାନେ ଜାଣିଥିବେ
। ନିଜେ ନ ଜାଣିଥିଲେ କିପରି ପଚାରିପାରିବେ । ତୁମେ ଜାଣିଛ ଯେ ଋଷି-ମୁନି ଆଦି କେହି ମଧ୍ୟ
ତ୍ରିକାଳଦର୍ଶୀ ନଥିଲେ । ବାବା ଆମକୁ ତ୍ରିକାଳଦର୍ଶୀ କରାଉଛନ୍ତି । ଏହି ବ୍ରହ୍ମାବାବା ଯିଏକି
ବିଶ୍ୱର ମାଲିକ ଥିଲେ ୟା’ଙ୍କର ମଧ୍ୟ ଏହି ଜ୍ଞାନ ନଥିଲା । ଏହି ଜନ୍ମରେ ମଧ୍ୟ ୬୦ ବର୍ଷ
ପର୍ଯ୍ୟନ୍ତ ଜ୍ଞାନ ନଥିଲା । ବାବା ଆସିବା ଦିନଠାରୁ ଧିରେ ଧିରେ ଏହି ସବୁ କଥା ଶୁଣାଉଛନ୍ତି ।
ନିଶ୍ଚୟ ବୁଦ୍ଧି ହୋଇଗଲେ ମଧ୍ୟ ମାୟା ବହୁତଙ୍କୁ ତଳକୁ ଖସାଇ ଚାଲିଛି । କାହାର ନାମ ଶୁଣାଇ ପାରିବି
ନାହିଁ, ନଚେତ୍ ନିରାଶ ହୋଇଯିବେ । ସମାଚାର ତ ଆସୁଛି ନା । ଖରାପ ସଙ୍ଗ ଲାଗିଗଲା, ନୂଆ
ବିବାହିତଙ୍କ ସାଙ୍ଗରେ ସାଙ୍ଗ ହେଲେ ବୁଦ୍ଧି ଚଳାୟମାନ ହୋଇଗଲା । କହିବେ ଆମେ ବିବାହ କରିବା ବିନା
ରହିପାରିବୁ ନାହିଁ । ଭଲ ଭଲ ମହାରଥୀ ଯିଏକି ପ୍ରତ୍ୟହ ଆସୁଛନ୍ତି, ଏଠାକୁ ମଧ୍ୟ କେତେ ଥର ଆସି
ଯାଇଛନ୍ତି, ତାଙ୍କୁ ମଧ୍ୟ ମାୟାରୂପୀ କୁମ୍ଭୀର ଧରୁଛି । ଏହିପରି ବହୁତ କେସ୍ ହେଉଛି । ଏବେ
ବିବାହ କରି ନାହାଁନ୍ତି । କିନ୍ତୁ ମାୟା ମୁହଁରେ ପୁରାଇ ଗିଳୁଛି । ସ୍ତ୍ରୀ ରୂପୀ ମାୟା ଟାଣୁଛି
। କୁମ୍ଭୀର ମୁହଁରେ ଆସି ପଡିଛନ୍ତି, ପୁଣି ଧିରେ ଧିରେ ଗିଳିଦେବ । କେହି କେହି ଭୁଲ୍ କରୁଛନ୍ତି
ବା ଦେଖିବା ଦ୍ୱାରା ବୁଦ୍ଧି ଚଞ୍ଚଳ ହେଉଛି । ଜାଣୁଛନ୍ତି ଯେ ମୁଁ ଉପରୁ ଏକଦମ୍ ତଳକୁ ଗାତ ଭିତରେ
ପଡିଯିବି । କୁହାଯିବ ପିଲାଟା ବହୁତ ଭଲ ଥିଲା । ଏବେ ବିଚରା ଗଲା । ନିର୍ବନ୍ଧ ହେଲା ଅର୍ଥାତ୍ ମଲା
। ବାବା ତ ପିଲାମାନଙ୍କୁ ସର୍ବଦା ଚିଠି ଲେଖୁଛନ୍ତି ବଞ୍ଚି ରୁହ । କିଏ ଜାଣେ ମାୟାର ଆକ୍ରମଣ
ଜୋରରେ ନ ଆସିବ ବୋଲି । ଶାସ୍ତ୍ରରେ ମଧ୍ୟ ଏହି କଥା କିଛି ଅଛି ନା । ବର୍ତ୍ତମାନର ଏହି କଥାର ପରେ
ଗାୟନ କରାଯିବ । ତେବେ ତୁମେ ପୁରୁଷାର୍ଥ କରାଉଛ । ଏପରି ନ ହେଉ ଯେ ମାୟା ରୂପୀ କୁମ୍ଭୀର
ଗିଳିଦେଉ । ଭିନ୍ନ-ଭିନ୍ନ ପ୍ରକାରରେ ମାୟା ଧରୁଛି । ମୂଳ ହେଉଛି କାମ ବିକାର ମହାଶତ୍ରୁ, ଏହାଠାରୁ
ବହୁତ ସମ୍ଭାଳି ରହିବାକୁ ହେବ । ପତିତ ଦୁନିଆ ପୁଣି ପବିତ୍ର ଦୁନିଆ କିପରି ହେଉଛି, ତୁମେ ଦେଖୁଛ
। ଏଥିରେ ଦ୍ୱନ୍ଦ୍ୱର କଥା ହିଁ ନାହିଁ । କେବଳ ନିଜକୁ ଆତ୍ମା ବୋଲି ଭାବି ବାବାଙ୍କୁ ମନେ ପକାଇବା
ଦ୍ୱାରା ସବୁ ଦୁଃଖ ଦୂର ହୋଇଯିବ । ବାବା ହିଁ ହେଉଛନ୍ତି ପତିତ-ପାବନ । ଏହା ହେଉଛି ଯୋଗବଳ ।
ଭାରତର ପ୍ରାଚୀନ ରାଜଯୋଗ ବହୁତ ପ୍ରସିଦ୍ଧ ଅଟେ । ଜାଣିଛନ୍ତି ଯେ ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ
ପୂର୍ବରୁ ପାରାଡାଇଜ୍ (ସ୍ୱର୍ଗ) ଥିଲା । ତେବେ ନିଶ୍ଚୟ ଅନ୍ୟ କୌଣସି ଧର୍ମ ନ ଥିବ । କେତେ ସହଜ
କଥା । କିନ୍ତୁ କିଛି ବି ବୁଝୁ ନାହାଁନ୍ତି । ଏବେ ତୁମେ ବୁଝୁଛ ଯେ ସେହି ରାଜ୍ୟ ପୁନର୍ବାର
ସ୍ଥାପନ କରିବା ପାଇଁ ବାବା ଆସିଛନ୍ତି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଶିବବାବା ଆସିଥିଲେ ।
ନିଶ୍ଚୟ ଏହି ଜ୍ଞାନ ଦେଇଥିବେ, ଯେପରି ଏବେ ଦେଉଛନ୍ତି । ବାବା ନିଜେ କହୁଛନ୍ତି ମୁଁ କଳ୍ପ-କଳ୍ପ
ସଂଗମରେ ସାଧାରଣ ଶରୀରରେ ଆସି ରାଜଯୋଗ ଶିଖାଉଛି । ତୁମେ ହେଲ ରାଜଋଷି । ପୂର୍ବରୁ ନଥିଲ । ବାବା
ଆସିବା ପରଠାରୁ ବାବାଙ୍କ ପାଖରେ ରହିଛ । ପଢିବା ସହିତ ସେବା ମଧ୍ୟ କରୁଛ - ସ୍ଥୂଳ ଏବଂ ସୂକ୍ଷ୍ମ
ସେବା । ଭକ୍ତିମାର୍ଗରେ ମଧ୍ୟ ସେବା କରିବା ସହିତ ଘରଦ୍ୱାର ମଧ୍ୟ ସମ୍ଭାଳିଥାନ୍ତି । ବାବା
କହୁଛନ୍ତି ଏବେ ଭକ୍ତି ପୂରା ହେଲା, ଜ୍ଞାନ ଆରମ୍ଭ ହେଉଛି । ମୁଁ ଆସୁଛି, ଜ୍ଞାନ ଦ୍ୱାରା ସଦ୍ଗତି
ଦେବା ପାଇଁ । ତୁମ ବୁଦ୍ଧିରେ ଅଛି ଯେ ଆମକୁ ବାବା ପବିତ୍ର କରାଉଛନ୍ତି । ବାବା କହୁଛନ୍ତି -
ଡ୍ରାମା ଅନୁସାରେ ତୁମକୁ ରାସ୍ତା ବତାଇବାକୁ ଆସିଛି । ଶିକ୍ଷକ ପଢାଉଛନ୍ତି, ଲକ୍ଷ୍ୟ ଉଦ୍ଦେଶ୍ୟ
ସମ୍ମୁଖରେ ରହିଛି । ଏହା ହେଉଛି ସବୁଠାରୁ ଉଚ୍ଚ ପାଠପଢା । ଯେପରି କଳ୍ପ ପୂର୍ବରୁ ମଧ୍ୟ
ବୁଝାଇଥିଲି, ତାହା ହିଁ ବୁଝାଉଛି । ଡ୍ରାମା ଟିକ୍-ଟିକ୍ କରି ଅନବରତ ଚାଲୁଛି । ସେକେଣ୍ଡକୁ
ସେକେଣ୍ଡ ଯାହା ବିତୁଛି ତାହାର ପୁଣି ୫ ହଜାର ବର୍ଷ ପରେ ପୁନରାବୃତ୍ତି ହେବ । ଦିନ ବିତି ଚାଲିଛି
। ଏହି ଖିଆଲ ଆଉ କାହାରି ବୁଦ୍ଧିରେ ନାହିଁ । ସତ୍ୟଯୁଗ, ତ୍ରେତା, ଦ୍ୱାପର, କଳିଯୁଗ ବିତିଗଲା
ତାହାର ପୁଣି ପୁନରାବୃତ୍ତି ହେବ । ବିତିଲା ମଧ୍ୟ ତାହା ଯାହା କଳ୍ପ ପୂର୍ବେ ବିତିଥିଲା । ବାକି
ଅଳ୍ପ ଦିନ ରହିଛି । ସେମାନେ ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି, ତାଙ୍କ ତୁଳନାରେ ତୁମେ କହୁଛ ବାକି
କିଛି ଘଣ୍ଟା ରହିଛି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଯେତେବେଳେ ନିଆଁ ଲାଗିଯିବ
ସେତେବେଳେ ଜାଗ୍ରତ ହେବେ । ପୁଣି ତ ଅତିବିଳମ୍ବ ହୋଇଯିବ । ତେଣୁ ବାବା ପୁରୁଷାର୍ଥ କରାଇ
ଚାଲିଛନ୍ତି । ପ୍ରସ୍ତୁତ ହୋଇ ବସ । ଶିକ୍ଷକଙ୍କୁ ଏପରି କହିବାକୁ ନ ପଡୁ ଯେ ଠୁଲେଟ୍, ଯେଉଁମାନେ
ଫେଲ୍ ହେଉଛନ୍ତି ସେମାନଙ୍କୁ ବହୁତ ପଶ୍ଚାତାପ କରିବାକୁ ପଡୁଛି । ଭାବନ୍ତି ଯେ ଆମର ବର୍ଷଟିଏ
ତୁଚ୍ଛାଟାରେ ଚାଲିଗଲା । କେହି ତ କହୁଛନ୍ତି ନ ପଢିଲେ କ’ଣ ହେଲା! କିନ୍ତୁ ପାଠପଢାରେ ତୁମକୁ
ନିୟମନିଷ୍ଠ ରହିବାକୁ ପଡିବ । ଆମେ ତ ବାବାଙ୍କଠାରୁ ପୂରା ବର୍ସା ନେବୁ । ତେଣୁ ନିଜକୁ ଆତ୍ମା
ଭାବି ବାବାଙ୍କୁ ମନେ ପକାଇବାକୁ ହେବ । ଏଥିରେ କୌଣସି ଅସୁବିଧା ହେଲେ ବାବାଙ୍କୁ ପଚାରିପାରିବ ।
ଏହା ହିଁ ମୁଖ୍ୟ କଥା । ବାବା ଆଜକୁ ୫ ହଜାର ବର୍ଷ ପୂର୍ବେ ମଧ୍ୟ କହିଥିଲେ - ମାମେକମ୍ ୟାଦ କରୋ
ଅର୍ଥାତ୍ କେବଳ ମୋତେ ମନେ ପକାଅ । ମୁଁ ପତିତ ପାବନ ସମସ୍ତଙ୍କର ପିତା ଅଟେ । ଶ୍ରୀକୃଷ୍ଣ ତ
ସମସ୍ତଙ୍କର ପିତା ନୁହଁନ୍ତି । ତୁମେ ଶିବଙ୍କର, ଶ୍ରୀକୃଷ୍ଣଙ୍କର ପୂଜାରୀମାନଙ୍କୁ ଏହି ଜ୍ଞାନ
ଶୁଣାଇପାରିବ । ଆତ୍ମା ପୂଜ୍ୟ ନ ହୋଇଥିଲେ ତୁମେ ଯେତେ ମୁଣ୍ଡ ପିଟିଲେ ମଧ୍ୟ ବୁଝିବେ ନାହିଁ । ଏବେ
ନାସ୍ତିକ ହେଉଛନ୍ତି ବୋଧହୁଏ ଆଗକୁ ଗଲେ ଆସ୍ତିକ ହୋଇଯିବେ । ମନେକର ବିବାହ କରି ପତିତ ହେଉଛନ୍ତି,
ପୁଣି ମଧ୍ୟ ଆସି ଜ୍ଞାନ ଧାରଣ କରିବେ । କିନ୍ତୁ ବର୍ସା ବହୁତ କମ୍ ହୋଇଯିବ କାହିଁକି ନା ବୁଦ୍ଧିରେ
ଅନ୍ୟର ସ୍ମୃତି ମଧ୍ୟ ରହିଲା । ତାକୁ ବାହାର କରିବା ବହୁତ ମୁସ୍କିଲ୍ ହୋଇଥାଏ । ପ୍ରଥମେ
ସ୍ତ୍ରୀ’ର ସ୍ମୃତି ତା’ପରେ ପିଲାର ସ୍ମୃତି ଆସିବ । ପିଲାଠାରୁ ମଧ୍ୟ ସ୍ତ୍ରୀ ଅଧିକ ଆକର୍ଷଣ
କରିଥାଏ କାହିଁକି ନା ବହୁତ ସମୟର ସ୍ମୃତି ରହିଥାଏ ନା । ପିଲା ତ ପଛରେ ଜନ୍ମ ହୋଇଥାଏ ପୁଣି
ମିତ୍ର ସମ୍ବନ୍ଧୀ ଶ୍ୱଶୁରଘର ମଧ୍ୟ ମନେ ପଡିଥାଏ । ପ୍ରଥମେ ସ୍ତ୍ରୀ ଯିଏକି ବହୁତ ସମୟ ସାଥୀରେ
ରହିଥାଏ, ଏହା ମଧ୍ୟ ସେହିପରି ଅଟେ । ତୁମେ କହୁଛ ଆମେ ଦେବତାମାନଙ୍କ ସହିତ ବହୁତ ସମୟ ଥିଲୁ ।
ଏପରି ତ କହୁଛ ଶିବବାବାଙ୍କ ସହିତ ବହୁତ ସମୟରୁ ସ୍ନେହ ରହିଛି । ଯିଏକି ୫ ହଜାର ବର୍ଷ ପୂର୍ବରୁ
ମଧ୍ୟ ଆମକୁ ପବିତ୍ର କରାଇଥିଲେ । କଳ୍ପ-କଳ୍ପ ଆସି ଆମକୁ ରକ୍ଷା କରୁଛନ୍ତି, ସେଥିପାଇଁ ତ ତାଙ୍କୁ
ଦୁଃଖହର୍ତ୍ତା, ସୁଖକର୍ତ୍ତା କୁହାଯାଉଛି । ତୁମକୁ ବହୁତ ସ୍ୱଚ୍ଛ ହେବାକୁ ପଡିବ । ବାବା କହୁଛନ୍ତି
ଏହି ଆଖି ଦ୍ୱାରା ଯାହା କିଛି ତୁମେ ଦେଖୁଛ ତାହା ସବୁ ତ ମାଟିରେ ମିଶିଯିବ । ଏବେ ତୁମେ ସଂଗମରେ
ଅଛ । ପୁଣି ଅମରଲୋକକୁ ଆସିବ । ଏବେ ଆମେ ପୁରୁଷୋତ୍ତମ ହେବା ପାଇଁ ପୁରୁଷାର୍ଥ କରୁଛୁ । ଏହା
ହେଉଛି କଲ୍ୟାଣକାରୀ ପୁରୁଷୋତ୍ତମ ସଂଗମଯୁଗ । ଦୁନିଆରେ ଦେଖୁଛ ନା, କ’ଣ-କ’ଣ ସବୁ ହେଉଛି । ଏବେ
ବାବା ଆସିଛନ୍ତି, ତେଣୁ ପୁରୁଣା ଦୁନିଆର ମଧ୍ୟ ବିନାଶ ହୋଇଯିବ । ଆଗକୁ ଗଲେ ବହୁତଙ୍କର ଖିଆଲରେ
ଆସିବ । ନିଶ୍ଚୟ କେହି ଆସିଛନ୍ତି ଯିଏକି ଦୁନିଆକୁ ପରିବର୍ତ୍ତନ କରୁଛନ୍ତି । ଏହା ସେହି ମହାଭାରତ
ଲଢେଇ ଅଟେ । ତୁମେ ମଧ୍ୟ କେତେ ବୁଦ୍ଧିମାନ ହୋଇଛ । ଏହା ବହୁତ ମନ୍ଥନ କରିବାର କଥା । ନିଜର
ଗୋଟିଏ ଗୋଟିଏ ମୁହୂର୍ତ୍ତକୁ ବ୍ୟର୍ଥରେ ହରାଅ ନାହିଁ । ତୁମେ ଜାଣିଛ ଯେ ଜ୍ଞାନ ଦ୍ୱାରା
ପ୍ରତ୍ୟେକ ଶ୍ୱାସ ସଫଳ ହୋଇଥାଏ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମାୟାଠାରୁ
ରକ୍ଷା ପାଇବା ପାଇଁ ସଙ୍ଗ ଦୋଷରୁ ନିଜକୁ ବହୁତ ବହୁତ ଦୂରେଇ ରଖିବାକୁ ହେବ । ନିଜର ବୁଦ୍ଧିର
ଲାଇନ୍ କ୍ଲିଅର ରଖିବାକୁ ହେବ । ପ୍ରତ୍ୟେକ ଶ୍ୱାସକୁ ବ୍ୟର୍ଥରେ ନ ହରାଇ ଜ୍ଞାନ ଦ୍ୱାରା ସଫଳ
କରିବାକୁ ହେବ ।
(୨) ଯେତିକି ସମୟ ମିଳୁଛି
- ଯୋଗବଳ ଜମା କରିବା ପାଇଁ ଆତ୍ମିକ ଡ୍ରିଲ୍ର ଅଭ୍ୟାସ କରିବାକୁ ହେବ । ଏବେ ଆଉ କୌଣସି ନୂଆ
ବନ୍ଧନ ସୃଷ୍ଟି କରିବାର ନାହିଁ ।
ବରଦାନ:-
ବାବାଙ୍କର
ଛତ୍ରଛାୟାର ଅନୁଭବ ଦ୍ୱାରା ବିଘ୍ନ ବିନାଶକର ଡିଗ୍ରୀ ପ୍ରାପ୍ତ କରୁଥିବା ଅନୁଭବୀ ମୂରତ ଭବ ।
ଯେଉଁଠି ବାବା ସାଥୀରେ
ଅଛନ୍ତି ସେଠାରେ କେହି କିଛି ବି କରି ପାରିବ ନାହିଁ । ଏହିଭଳି ସଂଗର ଅନୁଭବ ହିଁ ଛତ୍ରଛାୟା
ହୋଇଯାଏ । ବାପଦାଦା ସଦାସର୍ବଦା ପିଲାମାନଙ୍କର ରକ୍ଷା କରିଥାଆନ୍ତି । ତେବେ ପରୀକ୍ଷା ଗୁଡିକ ତ
ତୁମକୁ ଅନୁଭବୀ କରିବା ପାଇଁ ହିଁ ଆସୁଛି, ସେଥିପାଇଁ ସର୍ବଦା ଏହି କଥା ଭାବିବା ଦରକାର ଯେ ଏହି
ପରୀକ୍ଷା ଗୁଡିକ ମୋତେ ଉପର କ୍ଲାସକୁ ନେଇ ଯିବା ପାଇଁ ଆସୁଛି । ଏହାଦ୍ୱାରା ସବୁ ଦିନ ପାଇଁ
ବିଘ୍ନ ବିନାଶକ ହେବାର ଡିଗ୍ରୀ ଏବଂ ଅନୁଭବୀ ମୂରତ ହେବାର ବରଦାନ ମିଳୁଛି । ଯଦି ଏବେ କେହି
ଟିକିଏ ପାଟିତୁଣ୍ଡ କରୁଛନ୍ତି ବା ବିଘ୍ନ ପକାଉଛନ୍ତି ତେବେ ସେ ମଧ୍ୟ ଧୀରେ ଧୀରେ ଥଣ୍ଡା ହୋଇଯିବେ
।
ସ୍ଲୋଗାନ:-
ଯେଉଁମାନେ
ଆବଶ୍ୟକ ସମୟରେ ସହଯୋଗୀ ହୋଇଥାଆନ୍ତି, ସେମାନଙ୍କୁ ଗୋଟିଏର ଶହେଗୁଣା ଫଳ ମିଳିଯାଏ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
ଯେପରି ଦେଖିବା, ଶୁଣିବା
ଏବଂ ଶୁଣାଇବା - ଏହିସବୁ ବିଶେଷ କର୍ମଗୁଡିକ ସହଜରେ ଅଭ୍ୟାସ ହୋଇଯାଇଛି, ସେହିପରି କର୍ମାତୀତ
ହେବାର ସ୍ଥିତି ଅର୍ଥାତ୍ କର୍ମକୁ ଏକତ୍ରିତ କରିନେବା ବା ସଂକୁଚିତ କରିନେବାର ଶକ୍ତି ଦ୍ୱାରା
ଅକର୍ମୀ ଅର୍ଥାତ୍ କର୍ମାତୀତ ହୋଇଯାଅ । ଗୋଟିଏ ହେଲା କର୍ମର ଅଧୀନ ହେବାର ସ୍ଥିତି, ଆଉ ଗୋଟିଏ
ହେଲା କର୍ମାତୀତ ଅର୍ଥାତ୍ କର୍ମ-ଅଧିକାରୀର ସ୍ଥିତି । ତେବେ ଚେକ୍ କର ଯେ ମୋ ଭଳି
କର୍ମେନ୍ଦ୍ରିୟଜିତ୍ ସ୍ୱରାଜ୍ୟ ଅଧିକାରୀ ରାଜାର ରାଜ୍ୟ କାରବାର ଠିକ୍ ଚାଲିଛି ତ?