16.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯୋଗର
ଚାର୍ଟ ରଖ, ଯେତିକି-ଯେତିକି ଯୋଗଯୁକ୍ତ ସ୍ଥିତିରେ ରହିବାର ଅଭ୍ୟାସ ହୋଇ ଚାଲିବ ସେତେ ସେତେ ପାପ
କଟି ଚାଲିବ, କର୍ମାତୀତ ଅବସ୍ଥା ନିକଟତର ହୋଇଯିବ ।”
ପ୍ରଶ୍ନ:-
ଯୋଗର ଚାର୍ଟ
ଠିକ୍ ଅଛି କି ନାହିଁ, ଏହାର ଚିହ୍ନଟ କେଉଁ ୪ଟି କଥାରୁ କରାଯାଇଥାଏ?
ଉତ୍ତର:-
(୧) ଆସାମୀ(ବ୍ୟକ୍ତିତ୍ୱ) (୨) ଚାଲି-ଚଳଣି (୩) ସେବା ଏବଂ (୪) ଖୁସି । ବାପଦାଦା ଏହି ଚାରୋଟି
କଥାକୁ ଦେଖି କହିଥା’ନ୍ତି କି ଏହାଙ୍କର ଚାର୍ଟ ଠିକ୍ ଅଛି କି ନାହିଁ? ଯେଉଁ ପିଲାମାନେ
ମିୟ୍ୟୁଜିୟମ୍ ଅଥବା ପ୍ରଦର୍ଶନୀ ବୁଝାଇବାର ସେବାରେ ରହୁଛନ୍ତି, ଯାହାଙ୍କର ଚାଲି-ଚଳଣି ରାଜକୀୟ
ଅଟେ, ଯେଉଁମାନେ ବହୁତ ଖୁସିରେ ରହୁଛନ୍ତି, ସେମାନଙ୍କର ନିଶ୍ଚିତ ଭାବରେ ଚାର୍ଟ ଠିକ୍ ଥିବ ।
ଗୀତ:-
ମୁଖଡା ଦେଖ ଲେ
ପ୍ରାଣୀ....
ଓମ୍ ଶାନ୍ତି ।
ପିଲାମାନେ ଗୀତ
ଶୁଣିଲେ, ଏହାର ଅର୍ଥ ମଧ୍ୟ ଜାଣିବା ଉଚିତ୍ ଯେ କେତେ ପାପ ବାକି ରହିଲା, କେତେ ପୁଣ୍ୟ ଜମା ହେଲା
ଅର୍ଥାତ୍ ଆତ୍ମାକୁ ସତ୍ତ୍ୱପ୍ରଧାନ ହେବା ପାଇଁ କେତେ ସମୟ ବାକି ରହିଲା? ଏବେ କେତେ ପର୍ଯ୍ୟନ୍ତ
ପବିତ୍ର ହୋଇଛ - ଏ କଥା ତ ବୁଝି ପାରୁଛ ନା? ଚାର୍ଟରେ କେହି ଲେଖୁଛନ୍ତି ମୁଁ ଦୁଇ-ତିନି ଘଣ୍ଟା
ବାବାଙ୍କୁ ମନେ ପକାଉଛି, କେହି ପୁଣି ଲେଖୁଛନ୍ତି ମୁଁ ଗୋଟିଏ ଘଣ୍ଟା ମନେ ପକାଉଛି । ଏହା ତ ବହୁତ
କମ୍ ହୋଇଗଲା । ବାବାଙ୍କୁ କମ୍ ସମୟ ମନେ ପକାଇଲେ, କମ୍ ପାପ କଟିବ । ଏବେ ତ ବହୁତ ପାପ ଅଛି ନା,
ଯାହାକି କଟି ନାହିଁ । ଆତ୍ମାକୁ ହିଁ ପ୍ରାଣୀ ବୋଲି କୁହାଯାଏ । ତେଣୁ ଏବେ ବାବା କହୁଛନ୍ତି - ହେ
ଆତ୍ମା, ନିଜକୁ ପଚାର ଏହି ହିସାବରେ କେତେ ପାପ କଟିଥିବ? ଚାର୍ଟ ଦ୍ୱାରା ଜଣାପଡିଥାଏ - ଆମେ କେତେ
ପୁଣ୍ୟ ଆତ୍ମା ହୋଇଛୁ? ଏ କଥା ତ ବାବା ବୁଝାଉଛନ୍ତି ଯେ, ଅନ୍ତିମ ସମୟରେ ହିଁ କର୍ମାତୀତ ଅବସ୍ଥା
ହେବ । ବାବାଙ୍କୁ ମନେ ପକାଇବାର ଅଭ୍ୟାସ ହୋଇ ଗଲେ ପୁଣି ଅଧିକ ପାପ କଟିବାରେ ଲାଗିବ । ନିଜର
ଯାଞ୍ଚ କରିବା ଦରକାର ଯେ ମୁଁ ବାବାଙ୍କ ସ୍ମୃତିରେ କେତେ ସମୟ ରହୁଛି? ଏଥିରେ ଗପ (ଫୁଟାଣି)
ମାରିବାର କୌଣସି କଥା ହିଁ ନାହିଁ । ଏଠାରେ ତ ନିଜର ଯାଞ୍ଚ କରିବାକୁ ହେବ । ନିଜର ଚାର୍ଟ ଲେଖି
ବାବାଙ୍କୁ ଦେଲେ ବାବା ତୁରନ୍ତ କହିପାରିବେ ଯେ ଏହି ଚାର୍ଟ ଠିକ୍ ଅଛି ନା ନାହିଁ? ଆସାମୀ,
ଚାଲିଚଳଣି, ସେବା ଓ ଖୁସିକୁ ଦେଖି ବାବା ତୁରନ୍ତ ବୁଝିଯାଆନ୍ତି ଯେ ୟାଙ୍କର ଚାର୍ଟ କିପରି ଥିବ!
ନିରନ୍ତର ସ୍ମୃତି କେଉଁ ସନ୍ତାନମାନଙ୍କର ରହୁଥିବ? ଯେଉଁମାନେ ମିୟ୍ୟୁଜିୟମ୍ ଅଥବା ପ୍ରଦର୍ଶନୀର
ସେବାରେ ରହୁଛନ୍ତି । ମିୟ୍ୟୁଜିୟମକୁ ତ ସାରା ଦିନ ଯିବା-ଆସିବା ଲାଗି ରହିଥାଏ । ଦିଲ୍ଲୀକୁ ତ
ବହୁତ ଆସିବେ । ବାରମ୍ବାର ବାବାଙ୍କ ପରିଚୟ ଦେବାକୁ ପଡିଥାଏ । ଧରିନିଅ କାହାକୁ ତୁମେ କହୁଛ
ବିନାଶ ହେବା ପାଇଁ ଆଉ ଅଳ୍ପ ବର୍ଷ ବାକି ଅଛି । ସେମାନେ କହୁଛନ୍ତି ଏହା କିପରି ହୋଇପାରିବ?
ତୁରନ୍ତ କହିବା ଦରକାର୍, ଏ କଥା ଆମେ କହୁନାହୁଁ । ଭଗବାନୁବାଚ ଅଟେ ନା । ଭଗବାନୁବାଚ ତ
ନିଶ୍ଚିତ ସତ୍ୟ ହିଁ ହେବ ନା, ସେଥିପାଇଁ ବାବା ବୁଝାଉଛନ୍ତି ବାରମ୍ବାର କୁହ - ଏହା ଶିବବାବାଙ୍କ
ଶ୍ରୀମତ ଅଟେ । ଆମେ କହୁନାହୁଁ, ଶ୍ରୀମତ ତାଙ୍କର ଅଟେ । ସେ ହିଁ ସତ୍ୟ ଅଟନ୍ତି । ପ୍ରଥମେ-ପ୍ରଥମେ
ତ ବାବାଙ୍କ ପରିଚୟ ନିଶ୍ଚିତ ଦେବାକୁ ପଡିବ ସେଥିପାଇଁ ବାବା କହୁଛନ୍ତି ପ୍ରତ୍ୟେକ ଚିତ୍ରରେ ଲେଖି
ଦିଅ - ଶିବ ଭଗବାନୁବାଚ । ସିଏ ତ ସଠିକ୍ ହିଁ କହିବେ, ଆମେ କ’ଣ ଜାଣିଥିଲୁ କି । ବାବା କହୁଥିବାରୁ
ଆମେ କହୁଛୁ । କେବେ-କେବେ ଖବର କାଗଜରେ ମଧ୍ୟ ବାହାର କରିଥା’ନ୍ତି ଯେ - ଅମୁକ ଭବିଷ୍ୟତବାଣୀ
କରିଛନ୍ତି ଯେ ବିନାଶ ଜଲ୍ଦି ହେବ ।
ବର୍ତ୍ତମାନ ତ ତୁମେ ବେହଦ (ପାରଲୌକିକ) ବାବାଙ୍କର ସନ୍ତାନ ଅଟ । ପ୍ରଜାପିତା
ବ୍ରହ୍ମାକୁମାର-କୁମାରୀ ତ ବେହଦର ଅଟନ୍ତି ନା । ତୁମେ କହୁଛ ଆମେ ବେହଦ ବାବାଙ୍କର ସନ୍ତାନ ଅଟୁ ।
ସିଏ ହିଁ ପତିତ-ପାବନ ଜ୍ଞାନର ସାଗର ଅଟନ୍ତି । ପ୍ରଥମେ ଏହି କଥା ବୁଝାଇ, ପକ୍କା କରି ପୁଣି ଆଗକୁ
ବୁଝାଇବା ଉଚିତ୍ । ଶିବବାବା ଏ କଥା କହିଛନ୍ତି - ଯାଦବ, କୌରବ ଆଦିମାନଙ୍କର ବିନାଶ କାଳେ ବୀପରୀତ
ବୁଦ୍ଧି । ଶିବବାବାଙ୍କ ନାମ ବାରମ୍ବାର କହିଥିଲେ ଏହାଦ୍ୱାରା ପିଲାମାନଙ୍କର ହିଁ କଲ୍ୟାଣ ହେବ,
ଏବଂ ତା’ ସହିତ ଶିବବାବାଙ୍କର ସ୍ମୃତି ମଧ୍ୟ ରହିବ । ବାବା ଯାହା ତୁମକୁ ବୁଝାଇଛନ୍ତି, ତାହା ତୁମେ
ପୁଣି ଅନ୍ୟମାନଙ୍କୁ ବୁଝାଇଚାଲ । ତେବେ ସେବାଧାରୀମାନଙ୍କର ଚାର୍ଟ ଭଲ ରହୁଥିବ । ସେମାନେ ସାରା
ଦିନରେ ୮ ଘଣ୍ଟା ସେବାରେ ବ୍ୟସ୍ତ ରହିଥାନ୍ତି । ଅତି ବେଶୀରେ ୧ ଘଣ୍ଟା ବିଶ୍ରାମ ନେଉଥିବେ ।
ତଥାପି ବି ୭ ଘଣ୍ଟା ତ ସେବାରେ ରହିଥା’ନ୍ତି ନା । ତେଣୁ ବୁଝିବା ଦରକାର ଯେ ତାଙ୍କର ବିକର୍ମ
ବହୁତ ବିନାଶ ହେଉଥିବ । ବହୁତଙ୍କୁ ଘଡି-ଘଡି ବାବାଙ୍କର ପରିଚୟ ଦେଉଛନ୍ତି ତେଣୁ ଏପରି ସେବାଧାରୀ
ସନ୍ତାନମାନେ ନିଶ୍ଚିତ ଭାବେ ବାବାଙ୍କର ମଧ୍ୟ ପ୍ରିୟ ହୋଇଥାନ୍ତି । ବାବା ଦେଖୁଛନ୍ତି ଇଏ ତ
ଅନେକଙ୍କର କଲ୍ୟାଣ କରୁଛନ୍ତି, ରାତି-ଦିନ ୟାଙ୍କର ଏହି ଚିନ୍ତନ ରହିଛି - ମୋତେ ଅନେକଙ୍କର
କଲ୍ୟାଣ କରିବାକୁ ହେବ । ବହୁତଙ୍କର କଲ୍ୟାଣ କରିବାର ଅର୍ଥ ନିଜର କଲ୍ୟାଣ କରିବା । ସେହିମାନଙ୍କୁ
ହିଁ ବୃତ୍ତି ମିଳିବ ଯିଏ ବହୁତଙ୍କର କଲ୍ୟାଣ କରୁଛନ୍ତି । ଏହା ହିଁ ପିଲାମାନଙ୍କର ଧନ୍ଦା ଅଟେ ।
ଶିକ୍ଷକ ହୋଇ ଅନେକଙ୍କୁ ରାସ୍ତା ବତାଇବାକୁ ହେବ । ପ୍ରଥମତଃ ଏହି ଜ୍ଞାନକୁ ପୂରା ଧାରଣ କରିବାକୁ
ପଡିବ । କାହାର କଲ୍ୟାଣ କରୁ ନ ଥିଲେ ବୁଝାଯାଏ ୟାଙ୍କ ଭାଗ୍ୟରେ ନାହିଁ । ପିଲାମାନେ କହୁଛନ୍ତି -
ବାବା, ଆମକୁ ଚାକିରୀରୁ ମୁକ୍ତ କର, ଆମେ ଏହି ସେବାରେ ଲାଗିଯିବୁ । ବାବା ମଧ୍ୟ ଦେଖିବେ ବାସ୍ତବରେ
ଇଏ ସେବାଯୋଗ୍ୟ ବି ଅଟନ୍ତି ଏକ ବନ୍ଧନମୁକ୍ତ ମଧ୍ୟ ଅଟନ୍ତି, ତେବେ ଯାଇ କହିବେ ଭଲେ ୫୦୦-୧୦୦୦
ରୋଜଗାର କରିବା ଅପେକ୍ଷା ଏହି ସେବାରେ ଲାଗି ବହୁତଙ୍କର କଲ୍ୟାଣ କର । ଯଦିବା ତୁମେ ବନ୍ଧନମୁକ୍ତ
ଅଛ । ତେବେ ବି ବାବା ସେବା କରିବାର ଯୋଗ୍ୟତା ଥିବାରେ ଦେଖିଲେ ହିଁ ରାୟ ଦେବେ । ସେବାଧାରୀ
ସନ୍ତାନମାନଙ୍କୁ ତ ସବୁ ସ୍ଥାନକୁ ଡାକିଥା’ନ୍ତି । ସ୍କୁଲରେ ଛାତ୍ରମାନେ ପଢିଥା’ନ୍ତି ନା, ଏହା
ମଧ୍ୟ ପାଠପଢା ଅଟେ । ଏହା କୌଣସି ସାଧାରଣ ମତ ନୁହେଁ । ସତ ଅର୍ଥାତ୍ ଯିଏ ସତ୍ୟ କହିଥାନ୍ତି । ଆମେ
ଶ୍ରୀମତ ଅନୁସାରେ ଆପଣଙ୍କୁ ଏ କଥା ବୁଝାଉଛୁ । ଈଶ୍ୱରଙ୍କ ମତ ଏବେ ହିଁ ତୁମକୁ ମିଳୁଛି ।
ବାବା କହୁଛନ୍ତି ତୁମକୁ ଘରକୁ ଫେରିଯିବାକୁ ହେବ । ଏବେ ଅବିନାଶୀ ସୁଖର ସମ୍ପତ୍ତି ନିଅ ।
କଳ୍ପ-କଳ୍ପ ତୁମକୁ ସମ୍ପତ୍ତି ମିଳିଆସୁଛି, କାହିଁକି ନା ସ୍ୱର୍ଗର ସ୍ଥାପନା ତ କଳ୍ପ-କଳ୍ପ ହେଉଛି
ନା । ଏ କଥା କେହି ଜାଣିନାହାଁନ୍ତି ଯେ ଏହି ସୃଷ୍ଟି ଚକ୍ର ୫ ହଜାର ବର୍ଷର ଅଟେ । ମନୁଷ୍ୟ ତ ବିଲ୍କୁଲ୍
ହିଁ ଘୋର ଅନ୍ଧକାରରେ ଅଛନ୍ତି । ତୁମେ ଏବେ ସଂପୂର୍ଣ୍ଣ ଆଲୋକରେ ଅଛ । ସ୍ୱର୍ଗର ସ୍ଥାପନା ତ ବାବା
ହିଁ କରିବେ । ଏ କଥା ତ ଗାୟନ ରହିଛି ଯେ ପାଳ ଗଦାରେ ନିଆଁ ଲାଗି ଗଲାଣି ତେବେ ମଧ୍ୟ ଅଜ୍ଞାନ
ନିଦ୍ରାରେ ଶୋଇ ରହିଛନ୍ତି । ତୁମେମାନେ ଜାଣିଛ ବେହଦର ପିତା ଜ୍ଞାନର ସାଗର ଅଟନ୍ତି । ସର୍ବୋଚ୍ଚ
ବାବାଙ୍କର କର୍ତ୍ତବ୍ୟ ମଧ୍ୟ ସର୍ବୋଚ୍ଚ ଅଟେ । ଏପରି ନୁହେଁ ଯେ, ଈଶ୍ୱର ତ ସମର୍ଥ ଅଟନ୍ତି, ଯାହା
ଚାହିଁବେ ତାହା କରିପାରିବେ । ନା, ଏହିପରି ଅନାଦି ଡ୍ରାମା ତିଆରି ହୋଇଛି । ସବୁକିଛି ଡ୍ରାମା
ଅନୁସାରେ ହିଁ ଚାଲୁଛି । ଯୁଦ୍ଧ ସମୟରେ କେତେ ମୃତ୍ୟୁବରଣ କରୁଛନ୍ତି । ଏହା ମଧ୍ୟ ଡ୍ରାମାରେ
ନିର୍ଦ୍ଧାରିତ ହୋଇ ରହିଛି । ଏଥିରେ ଭଗବାନ କ’ଣ କରିପାରିବେ । ଭୂମିକମ୍ପ ଇତ୍ୟାଦି ହେଲେ କେତେ
ଚିତ୍କାର କରିଥା’ନ୍ତି - ହେ ଭଗବାନ, କିନ୍ତୁ ଭଗବାନ କ’ଣ କରିପାରିବେ । ଭଗବାନଙ୍କୁ ତ ତୁମେ
ଡାକିଛ - ଆସି ବିନାଶ କର ତୁମେ ତାଙ୍କୁ ପତିତ ଦୁନିଆକୁ ଡାକିଛ, କହୁଛ ନୂଆ ଦୁନିଆର ସ୍ଥାପନା କରି
ସମସ୍ତଙ୍କର ବିନାଶ କର । ମୁଁ କରୁନାହିଁ, ଏହା ତ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ରକ୍ତର
ହୋଲି ଖେଳ ହେବ । ଏଥିରେ ରକ୍ଷା କରିବାର କୌଣସି କଥା ହିଁ ନାହିଁ । ତୁମେ କହୁଛ - ଦୁନିଆକୁ
ପବିତ୍ର କର ତେବେ ନିଶ୍ଚିତ ପତିତ ଆତ୍ମାମାନେ ଯିବେ ନା । କେହି-କେହି ତ ବିଲ୍କୁଲ୍
ବୁଝୁନାହାଁନ୍ତି । ଶ୍ରୀମତର ଅର୍ଥ ମଧ୍ୟ ବୁଝୁନାହାଁନ୍ତି, ଭଗବାନ କ’ଣ, କିଛି ହେଲେ ବୁଝିପାରୁ
ନାହାଁନ୍ତି । କୌଣସି ପିଲା ଯଦି ଠିକ୍ରେ ପାଠ ନ ପଢନ୍ତି ତେବେ ମାତା-ପିତା କୁହନ୍ତି ତୁମେ ତ
ପଥର ବୁଦ୍ଧି ଅଟ । ସତ୍ୟଯୁଗରେ ତ ଏପରି କହିବେ ନାହିଁ । କଳିଯୁଗରେ ହିଁ ପଥରବୁଦ୍ଧି ହୋଇଯାଇଛନ୍ତି
। ଏଠାରେ କେହି ପାରସବୁଦ୍ଧି (ପାରସମଣି ଭଳି ବୁଦ୍ଧି) ହୋଇ ପାରିବେ ନାହିଁ । ଆଜିକାଲି ତ ଦେଖ
ମନୁଷ୍ୟମାନେ କ’ଣ-କ’ଣ ସବୁ କରିଚାଲିଛନ୍ତି । ଅସ୍ତ୍ରୋପଚାରରେ ଗୋଟିଏ ହୃଦୟ (ହାର୍ଟ) ବାହାର କରି
ଆଉ ଗୋଟିଏ ରୋପଣ କରିଦେଉଛନ୍ତି । ଆଚ୍ଛା, ଏତେ ମେହନତ କରି ଏପରି କଲ କିନ୍ତୁ ଏହା ଦ୍ୱାରା ଲାଭ
କ’ଣ? ଅତି ବେଶୀରେ ଆଉ ଅଳ୍ପ କିଛି ଦିନ ଅଧିକ ବଞ୍ଚି ରହିବ । ବହୁତ ରିଦ୍ଧି-ସିଦ୍ଧି (ତନ୍ତ୍ରବିଦ୍ୟା)
ଶିଖି ଆସୁଛନ୍ତି, ଫାଇଦା ତ କିଛି ହେଉ ନାହିଁ । ସେଥିପାଇଁ ହିଁ ଭଗବାନଙ୍କୁ ମନେ ପକାଉଛନ୍ତି ଯେ
ଆସି ଆମକୁ ପବିତ୍ର ଦୁନିଆର ମାଲିକ କର । ଆମେ ପତିତ ଦୁନିଆରେ ରହି ବହୁତ ଦୁଃଖୀ ହୋଇଯାଇଛୁ ।
ସତ୍ୟଯୁଗରେ ତ କୌଣସି ରୋଗ ହେବ ନାହିଁ କି ଦୁଃଖର କୌଣସି କଥା ରହିବ ନାହିଁ । ଏବେ ବାବାଙ୍କ
ଦ୍ୱାରା ତୁମେ କେତେ ଉଚ୍ଚପଦ ପ୍ରାପ୍ତ କରୁଛ । ଏଠାରେ ମଧ୍ୟ ମନୁଷ୍ୟ ପାଠପଢା ଦ୍ୱାରା ହିଁ ଉଚ୍ଚ
ଡିଗ୍ରୀ ପ୍ରାପ୍ତ କରୁଛନ୍ତି । ବହୁତ ଖୁସିରେ ରହୁଛନ୍ତି । ତୁମେ ସନ୍ତାନମାନେ ବୁଝୁଛ ଏମାନେ ତ
ଆଉ ଅଳ୍ପ ଦିନ ବଞ୍ଚିବେ । ମୁଣ୍ଡ ଉପରେ ବହୁତ ପାପର ବୋଝ ରହିଛି । ବହୁତ ଦଣ୍ଡ ଭୋଗ କରିବେ ।
ନିଜକୁ ପତିତ ତ କହୁଛନ୍ତି ନା । ବିକାରଗ୍ରସ୍ତ ହେବାକୁ ପାପ ବୋଲି ଭାବୁ ନାହାଁନ୍ତି । ପାପ ଆତ୍ମା
ତ ହେଉଛନ୍ତି ନା । କହୁଛନ୍ତି ଗୃହସ୍ଥ ଆଶ୍ରମ ତ ଅନାଦି କାଳରୁ ଚାଲି ଆସୁଛି । ତାଙ୍କୁ ବୁଝାଇ
ଦିଆଯାଉଛି ସତ୍ୟଯୁଗ-ତ୍ରେତାଯୁଗରେ ହିଁ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା । ସେଠାରେ ପାପ ଆତ୍ମାମାନେ
ନ ଥିଲେ । ଏଠାରେ ପାପ ଆତ୍ମାମାନେ ଅଛନ୍ତି, ସେଥିପାଇଁ ଦୁଃଖୀ ହୋଇଯାଇଛନ୍ତି । ଏଠାରେ ତ
ଅଳ୍ପକାଳର ସୁଖ ରହିଛି, ରୋଗ ହେଲା ଏବଂ ମୃତ୍ୟୁବରଣ କଲେ । ମୃତ୍ୟୁ ତ ପାଟି ଖୋଲା କରି ଛିଡା
ହୋଇଛି । ଅଚାନକ ହୃଦଘାତ ହୋଇଯାଉଛି । ଏଠାରେ ତ ସୁଖ କାକ ବିଷ୍ଠା ସମାନ । ସେଠାରେ ତ ତୁମକୁ
ଅସରନ୍ତି ସୁଖ ମିଳିବ । ତୁମେ ସାରା ବିଶ୍ୱର ମାଲିକ ହେଉଛ । କୌଣସି ବି ପ୍ରକାରର ଦୁଃଖ ହେବ ନାହିଁ
। ନା ଗରମ ହେବ, ନା ଥଣ୍ଡା ହେବ ସର୍ବଦା ବସନ୍ତ ଋତୁ ରହିବ । ତତ୍ତ୍ୱ ମଧ୍ୟ ବ୍ୟବସ୍ଥିତ ହୋଇ
ରହିବେ । ସ୍ୱର୍ଗ ତ ସ୍ୱର୍ଗ ହିଁ ଅଟେ, ଏଥିରେ ରାତି-ଦିନର ଫରକ ରହିଛି । ତୁମେ ସ୍ୱର୍ଗର ସ୍ଥାପନା
କରିବା ପାଇଁ ହିଁ ବାବାଙ୍କୁ ଡାକୁଛ, କହୁଛ - ଆସି ପବିତ୍ର ଦୁନିଆ ସ୍ଥାପନ କର । ଆମକୁ ପବିତ୍ର
କର ।
ତେଣୁ ପ୍ରତ୍ୟେକ ଚିତ୍ରରେ ଶିବ ଭଗବାନୁବାଚ ଲେଖା ହେବା ଉଚିତ୍ । ଏହା ଦ୍ୱାରା ସବୁବେଳେ ଶିବବାବା
ମନେ ପଡିବେ । ଜ୍ଞାନ ମଧ୍ୟ ଦେଇ ଚାଲିବେ । ମିୟ୍ୟୁଜିୟମ (ସଂଗ୍ରହାଳୟ) ଅଥବା ପ୍ରଦର୍ଶନୀର ସେବାରେ
ଜ୍ଞାନ ଓ ଯୋଗ ଉଭୟ ଏକତ୍ର ଚାଲିଥାଏ । ଯୋଗରେ ରହିବା ଦ୍ୱାରା ନିଶା ଚଢିବ । ତୁମେ ପବିତ୍ର ହୋଇ
ସାରା ବିଶ୍ୱକୁ ପବିତ୍ର କରୁଛ । ଯେତେବେଳେ ତୁମେ ପବିତ୍ର ହୋଇଯିବ, ସେତେବେଳେ ନିଶ୍ଚିତ ତୁମ ପାଇଁ
ସୃଷ୍ଟି ମଧ୍ୟ ପବିତ୍ର ହେବା ଦରକାର । ଶେଷ ସମୟରେ ବିନାଶର ସମୟ ହୋଇଥିବା କାରଣରୁ ସମସ୍ତଙ୍କର
ହିସାବ-କିତାବ ଚୁକ୍ତ ହୋଇଯିବ । ତୁମ ପାଇଁ ମୋତେ ନୂଆ ସୃଷ୍ଟିର ଉଦ୍ଘାଟନ କରିବାକୁ ପଡୁଛି ।
ପୁଣି ଶାଖା ଖୋଲି ଚାଲିଛି । ପବିତ୍ର କରାଇବା ପାଇଁ ନୂଆ ଦୁନିଆ ସତ୍ୟଯୁଗର ମୂଳଦୁଆ ତ ବାବାଙ୍କ
ବିନା କେହି ପକାଇ ପାରିବେ ନାହିଁ । ତେଣୁ ଏଭଳି ବାବାଙ୍କୁ ମନେ ମଧ୍ୟ ପକାଇବା ଦରକାର । ତୁମେ
ମିୟ୍ୟୁଜିୟମ୍ ଆଦିର ଉଦ୍ଘାଟନ ବଡଲୋକଙ୍କ ଦ୍ୱାରା କରାଇଲେ ଅଧିକ ପ୍ରଚାର ହେବ । ଲୋକମାନେ ଜାଣିବେ
ଏଠାକୁ ଏମାନେ ମଧ୍ୟ ଆସୁଛନ୍ତି । କେହି-କେହି କହୁଛନ୍ତି ତୁମେ ଲେଖିକରି ଦିଅ, ଆମେ କହିବୁ ଇଏ
ମଧ୍ୟ ଭୁଲ୍ ହୋଇଯାଉଛି । ଭଲ ଭାବରେ ବୁଝି ମୌଖିକ ଭାବେ କହିବା ତ ବହୁତ ଭଲ । କେହି କେହି ତ ଭାଷଣ
ମଧ୍ୟ ସଠିକ୍ ହେବା ପାଇଁ ହାତ ଲେଖା ପଢି ଶୁଣାଇଥା’ନ୍ତି । ତୁମ ସନ୍ତାନମାନଙ୍କୁ ତ ମୌଖିକ ଭାବେ
ବୁଝାଇବାକୁ ପଡିବ । ତୁମ ଆତ୍ମାରେ ତ ସମସ୍ତ ଜ୍ଞାନ ରହିଛି ନା । ପୁଣି ତୁମେ ଅନ୍ୟମାନଙ୍କୁ ଦେଉଛ
। ଯାହା ଦ୍ୱାରା ପ୍ରଜାମାନଙ୍କର ବୃଦ୍ଧି ହୋଇ ଚାଲିଛି । ଲୋକସଂଖ୍ୟା ମଧ୍ୟ ବଢି ଚାଲିଛି ନା । ସବୁ
ଜିନିଷ ବଢି ଚାଲିଛି । ସାରା ବୃକ୍ଷ ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲାଣି । ଯେଉଁମାନେ ଆମ ଧର୍ମର ହୋଇଥିବେ
ସେମାନେ ବାବାଙ୍କୁ ଜାଣିଯିବେ । କ୍ରମାନୁସାରେ ତ ରହିବେ ନା । ସମସ୍ତେ ଏକାପରି ପଢିପାରିବେ ନାହିଁ
। କେହି ତ ୧୦୦ ନମ୍ବରରୁ ୧ ନମ୍ବର ମଧ୍ୟ ପାଇବେ, ଅଳ୍ପ ଶୁଣିଲେ, ୧ ମାର୍କ ମିଳିଗଲା ତେବେ
ସ୍ୱର୍ଗକୁ ଚାଲିଯିବେ । ଏହା ହେଉଛି ବେହଦର ପାଠପଢା, ଯାହାକୁ ବେହଦର ବାବା ହିଁ ପଢାଉଛନ୍ତି ।
ଯେଉଁମାନେ ଏହି ଧର୍ମର ହୋଇଥିବେ ସେମାନେ ବାବାଙ୍କର ହୋଇଯିବେ । ପ୍ରଥମେ ତ ସମସ୍ତଙ୍କୁ ନିଜର
ମୁକ୍ତିଧାମ ଘରକୁ ଯିବାକୁ ହେବ ପୁଣି କ୍ରମାନୁସାରେ ଏଠାକୁ ଆସିଚାଲିବେ । କେହି କେହି ତ ତ୍ରେତାର
ଅନ୍ତରେ ମଧ୍ୟ ଆସିବେ । ଯଦିଓ ବ୍ରାହ୍ମଣ ହେବେ କିନ୍ତୁ ସବୁ ବ୍ରାହ୍ମଣ ସତ୍ୟଯୁଗକୁ ଯିବେ ନାହିଁ,
ତ୍ରେତାଯୁଗର ଶେଷ ପର୍ଯ୍ୟନ୍ତ ମଧ୍ୟ ଆସିବେ । ଏହି କଥା ବୁଝିବା ଦରକାର । ବାବା ଜାଣିଛନ୍ତି
ରାଜଧାନୀ ସ୍ଥାପନ ହେଉଛି, ସମସ୍ତେ ଏକା ଭଳି ହୋଇପାରିବେ ନାହିଁ । ରାଜଧାନୀରେ ତ ଭିନ୍ନ ଭିନ୍ନ
ପ୍ରକାରର ପଦ ଦରକାର ନା । ପ୍ରଜାଙ୍କୁ ବାହାରବାଲା କୁହାଯାଏ । ବାବା ବୁଝାଇଥିଲେ ସେଠାରେ ମନ୍ତ୍ରୀ
ଆଦିଙ୍କର ଆବଶ୍ୟକତା ପଡିବ ନାହିଁ । ସେମାନଙ୍କୁ ଏବେ ଶ୍ରୀମତ ମିଳି ଯାଇଛି, ଯାହାଦ୍ୱାରା ଏପରି
ହୋଇଛନ୍ତି । ସେମାନେ କାହାଠାରୁ ରାୟ ନେବେ ନାହିଁ । ମନ୍ତ୍ରୀ ଆଦି କେହି ରହିବେ ନାହିଁ । ପୁଣି
ଯେତେବେଳେ ପତିତ ହେବେ ସେତେବେଳେ ଜଣେ ମନ୍ତ୍ରୀ, ଜଣେ ରାଜା-ରାଣୀ ରହିବେ । ଏବେ ତ କେତେ ମନ୍ତ୍ରୀ
ରହିଛନ୍ତି । ଏଠାରେ ତ ପଞ୍ଚାୟତି ରାଜ୍ୟ ଚାଲିଛି ନା । ଜଣଙ୍କର ମତ ଅନ୍ୟ ଜଣଙ୍କ ସହିତ ମିଶୁନାହିଁ
। ଜଣଙ୍କ ସହିତ ବନ୍ଧୁ୍ତ୍ୱ ରଖ, ବୁଝାଅ, ତେବେ ସିଏ କାମ କରିଦେବେ । ଅନ୍ୟ କେହି ଯଦି ଆସିଲେ,
ତାଙ୍କ ମନକୁ ତୁମ କଥା ଯଦି ପସନ୍ଦ ନ ଆସିଲା କେବେ କାମକୁ ଆହୁରି ବିଗାଡି ଦେବେ । ଜଣଙ୍କର ବୁଦ୍ଧି
ଅନ୍ୟ ଜଣଙ୍କ ସହିତ ମିଶିପାରିବ ନାହିଁ । ସେଠାରେ ତ ତୁମର ସବୁ କାମନା ପୂର୍ଣ୍ଣ ହୋଇଯିବ । ତୁମେ
କେତେ ଦୁଃଖ ଭୋଗ କରିଛ, ଏହାର ନାମ ହିଁ ହେଉଛି ଦୁଃଖଧାମ । ଭକ୍ତିମାର୍ଗରେ କେତେ ଧକ୍କା ଖାଇଛ ।
ଏହା ମଧ୍ୟ ଡ୍ରାମା ଅଟେ । ଯେତେବେଳେ ଦୁଃଖୀ ହୋଇଯାଉଛନ୍ତି ସେତେବେଳେ ବାବା ଆସି ସୁଖର ସମ୍ପତ୍ତି
ଦେଉଛନ୍ତି । ବାବା ତୁମର ବୁଦ୍ଧିକୁ ଖୋଲି ଦେଇଛନ୍ତି । ମନୁଷ୍ୟମାନେ ତ କହୁଛନ୍ତି
ସାହୁକାରମାନଙ୍କ ନିମନ୍ତେ ଏହା ସ୍ୱର୍ଗ ଏବଂ ଗରୀବମାନଙ୍କ ପାଇଁ ନର୍କ ଅଟେ । ତୁମେ ଯଥାର୍ଥ ଭାବେ
ଜାଣିଛ - ସ୍ୱର୍ଗ କାହାକୁ କୁହାଯାଉଛି । ସତ୍ୟଯୁଗରେ କେହି ଦୟାର ସାଗର କହି ଡାକିବେ ନାହିଁ ।
ଏଠାରେ ଡାକୁଛନ୍ତି – ଦୟା କର, ମୁକ୍ତ କର । ବାବା ହିଁ ସମସ୍ତଙ୍କୁ ଶାନ୍ତିଧାମ, ସୁଖଧାମକୁ
ନେଇଯାଇଥା’ନ୍ତି । ଅଜ୍ଞାନ କାଳରେ ତୁମେ ମଧ୍ୟ କିଛି ଜାଣି ନ ଥିଲ । ଯିଏ ନମ୍ବରୱାନ ତମଃପ୍ରଧାନ
ହୋଇଥିଲେ, ସିଏ ପୁଣି ନମ୍ବରୱାନ ସତ୍ତ୍ୱପ୍ରଧାନ ହୋଇଥାନ୍ତି । ବ୍ରହ୍ମାବାବା ନିଜର ବଡିମା
କରୁନାହାଁନ୍ତି । ବଡପଣିଆ ତ ଜଣଙ୍କର ହିଁ ଅଟେ । ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ ସିଏ ହିଁ ଏହିପରି
କରିଛନ୍ତି ନା । ସିଏ ସର୍ବୋଚ୍ଚ ଭଗବାନ ଅଟନ୍ତି । ସିଏ ଆମକୁ ମଧ୍ୟ ଶ୍ରେଷ୍ଠ କରୁଛନ୍ତି । ବାବା
ଜାଣିଛନ୍ତି, ସମସ୍ତେ ତ ଶ୍ରେଷ୍ଠ ହୋଇପାରିବେ ନାହିଁ । ତଥାପି ମଧ୍ୟ ପୁରୁଷାର୍ଥ କରିବାକୁ ପଡିବ
। ଏଠାକୁ ତୁମେ ନରରୁ ନାରାୟଣ ହେବା ପାଇଁ ହିଁ ଆସୁଛ । କହୁଛନ୍ତି - ବାବା, ଆମେ ତ ସ୍ୱର୍ଗର
ବାଦଶାହୀ ନେବୁ । ଆମେ ସତ୍ୟ ନାରାୟଣଙ୍କ ସତ୍ୟ କଥା ଶୁଣିବାକୁ ଆସିଛୁ । ବାବା କହୁଛନ୍ତି - ଆଚ୍ଛା,
ତୁମ ମୁଖରେ ଗୁଲାବ ଅର୍ଥାତ୍ ତୁମ ତୁଣ୍ଡ ସୁତୁଣ୍ଡ ହେଉ, ସେଥିପାଇଁ ମେହନତ କର । ସମସ୍ତେ ତ
ଲକ୍ଷ୍ମୀ-ନାରାୟଣ ହୋଇ ପାରିବେ ନାହିଁ । ଏହି ରାଜଧାନୀ ଏବେ ସ୍ଥାପନ ହେଉଛି । ରାଜବଂଶର,
ପ୍ରଜାବଂଶର ତ ବହୁତ ଆତ୍ମା ଦରକାର ନା । ଆଶ୍ଚର୍ଯ୍ୟଭାବେ ଶୁଣୁଛନ୍ତି, କହୁଛନ୍ତି ପୁଣି ଛାଡି
ଚାଲିଯାଉଛନ୍ତି... ପୁଣି ଫେରି ମଧ୍ୟ ଆସୁଛନ୍ତି । ଯେଉଁ ପିଲାମାନେ ନିଜର କିଛି ନା କିଛି ଉନ୍ନତି
କରୁଛନ୍ତି, ତେବେ ସିଏ ଉପରକୁ ଚଢୁଛନ୍ତି । ଗରୀବମାନେ ହିଁ ସର୍ମପଣ ହୋଇଥା’ନ୍ତି । ଦେହ ସହିତ ଆଉ
କିଛି ମଧ୍ୟ ମନେ ନ ପଡୁ, ଏହା ବହୁତ ବଡ ଲକ୍ଷ୍ୟ ଅଟେ । ଯଦି କାହା ସହିତ ସମ୍ବନ୍ଧ ଯୋଡି ହୋଇଥିବ,
ତେବେ ସେ ନିଶ୍ଚିତ ମନେ ପଡିବେ । ବାବାଙ୍କର କ’ଣ ମନେ ପଡିବ? ସାରାଦିନ ବେହଦରେ ହିଁ ବୁଦ୍ଧି
ରହିଥାଏ । କେତେ ପରିଶ୍ରମ କରିବାକୁ ପଡୁଛି । ବାବା କହୁଛନ୍ତି ମୋ ପିଲାମାନଙ୍କ ମଧ୍ୟରେ ଉତ୍ତମ,
ମଧ୍ୟମ, କନିଷ୍ଠ ମଧ୍ୟ ଅଛନ୍ତି । ଅନ୍ୟ କେହି ଆସିଲେ ବି ଜାଣିପାରନ୍ତି ଯେ ଇଏ ପତିତ ଦୁନିଆର
ଅଟନ୍ତି । ତଥାପି ମଧ୍ୟ ଯଜ୍ଞର ସେବା କରୁଥିବାରୁ ସମ୍ମାନ ଦେବାକୁ ପଡିଥାଏ । ବାବା ଯୁକ୍ତିବାଜ
ଅର୍ଥାତ୍ ଉପାୟ ବତାଇବାବାଲା ତ ଅଟନ୍ତି ନା । ନ ହେଲେ ଇଏ ତ ଶାନ୍ତିର ସ୍ତମ୍ଭ, ସର୍ବଶ୍ରେଷ୍ଠ
ପବିତ୍ରତାର ସ୍ତମ୍ଭ ଅଟନ୍ତି, ଯେଉଁଠାରେ ବି ପବିତ୍ରତାର ସାଗର ଶିବବାବା ବ୍ରହ୍ମାବାବାଙ୍କ ଶରୀରରେ
ପ୍ରବେଶ କରି ସାରା ବିଶ୍ୱକୁ ପବିତ୍ର କରୁଛନ୍ତି । ଏଠାକୁ କେହି ପତିତ ଆସିପାରିବେ ନାହିଁ ।
କିନ୍ତୁ ବାବା କହୁଛନ୍ତି ମୁଁ ଆସିଛି ସବୁ ପତିତମାନଙ୍କୁ ପବିତ୍ର କରାଇବା ପାଇଁ । ଏହି ଖେଳରେ
ମୋର ମଧ୍ୟ ପାର୍ଟ ରହିଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ଚାର୍ଟକୁ ଦେଖି ଯାଞ୍ଚ କରିବାକୁ ହେବ କି ମୋ ଦ୍ୱାରା କେତେ ପୁଣ୍ୟର ଖାତା ଜମା ହୋଇଛି? ଆତ୍ମା
କେତେ ସତ୍ତ୍ୱପ୍ରଧାନ ହୋଇଛି? ସର୍ବଦା ଯୋଗଯୁକ୍ତ ହୋଇ ରହି ସବୁ ହିସାବ-କିତାବକୁ ଚୁକ୍ତ କରିବାକୁ
ହେବ ।
(୨) ପାଠପଢାରେ ବୃତ୍ତି
ପାଇବା ପାଇଁ ଯୋଗ୍ୟ ସେବାଧାରୀ ହୋଇ ବହୁତଙ୍କର କଲ୍ୟାଣ କରିବାକୁ ହେବ । ବାବାଙ୍କର ପ୍ରିୟ ହେବାକୁ
ପଡିବ । ଶିକ୍ଷକ ହୋଇ ବହୁତଙ୍କୁ ରାସ୍ତା ବତାଇବାକୁ ହେବ ।
ବରଦାନ:-
ନିଜର ଫରିସ୍ତା
ସ୍ୱରୂପ ଦ୍ୱାରା ସମସ୍ତଙ୍କୁ ସମ୍ପତ୍ତିର ଅଧିକାର ପ୍ରାପ୍ତ କରାଉଥିବା ଆକର୍ଷଣମୂରତ ହୁଅ ।
ଫରିସ୍ତା ସ୍ୱରୂପର ଏଭଳି
ଚମକଦାର ପୋଷାକ ପିନ୍ଧିଦିଅ ଯାହାକି ବହୁତ ଦୂର ପର୍ଯ୍ୟନ୍ତ ଆତ୍ମାମାନଙ୍କୁ ନିଜ ଆଡକୁ ଆକର୍ଷିତ
କରୁଥି୍ବ ଏବଂ ସମସ୍ତଙ୍କୁ ଭିକାରୀ ପଣିଆରୁ ମୁକ୍ତ କରାଇ ସମ୍ପତ୍ତିର ଅଧିକାରୀ କରିଦେବ ।
ଏଥିପାଇଁ ତୁମମାନେ ଜ୍ଞାନର ମୂର୍ତ୍ତି, ଯୋଗର ମୂର୍ତ୍ତି ତଥା ସର୍ବ ଦିବ୍ୟଗୁଣର ମୂର୍ତ୍ତି ହୋଇ
ଉଡିବା କଳାରେ ସ୍ଥିତ ରହିବାର ଅଭ୍ୟାସକୁ ବଢାଇଚାଲ । ତୁମମାନଙ୍କର ଉଡିବାର କଳା ସମସ୍ତଙ୍କୁ
ଚାଲୁଥିବା, ବୁଲୁଥିବା ଫରିସ୍ତା ତଥା ଦେବତା ସ୍ୱରୂପର ସାକ୍ଷାତ୍କାର କରାଇବ । ଏହା ହିଁ ହେଉଛି
ବିଧାତା ଏବଂ ବରଦାତା ପଣିଆର ସ୍ଥିତି ।
ସ୍ଲୋଗାନ:-
ଅନ୍ୟମାନଙ୍କର
ମନର ଭାବକୁ ଅର୍ଥାତ୍ ଉଦ୍ଦେଶ୍ୟକୁ ଜାଣିବା ପାଇଁ ହେଲେ ସର୍ବଦା ମନମନାଭବର ସ୍ଥିତିରେ ସ୍ଥିତ ହୋଇ
ରୁହ ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର
(୧୬) ବ୍ୟକ୍ତିର ମାନସିକ
ଶକ୍ତିର ବା ସଂକଳ୍ପର ଦର୍ପଣ ହେଲା ତା’ର ବାଣୀ ଏବଂ କର୍ମ । ଚାହେଁ ଅଜ୍ଞାନୀ ଆତ୍ମା ହୋଇଥାଉ ବା
ଜ୍ଞାନୀ ଆତ୍ମା ହୋଇଥାଉ ଉଭୟଙ୍କ ସହିତ ସମ୍ବନ୍ଧ-ସମ୍ପର୍କରେ ଆସିବା ସମୟରେ ତୁମର ବାଣୀ ଏବଂ କର୍ମ
ଶୁଭଭାବନା ଏବଂ ଶୁଭକାମନା ସମ୍ପନ୍ନ ହେବା ଉଚିତ୍ । ତେବେ ଯେଉଁମାନଙ୍କର ମାନସିକ ସଂକଳ୍ପ
ଶକ୍ତିଶାଳୀ ବା ଶୁଭ ହୋଇଥିବ ସେମାନଙ୍କର ବାଣୀ ଏବଂ କର୍ମ ସ୍ୱତଃ ହିଁ ଶକ୍ତିଶାଳୀ ଏବଂ ଶୁଦ୍ଧ
ହୋଇଥିବ ଏବଂ ଶୁଭଭାବନାଯୁକ୍ତ ହୋଇଥିବ । ତେବେ ମାନସିକ ସ୍ଥିତି ଶକ୍ତିଶାଳୀ ହେବାର ଅର୍ଥ ହେଲା
ସେମାନଙ୍କର ଯୋଗ କରିବାର ଶକ୍ତି ଶ୍ରେଷ୍ଠ ହୋଇଥିବ, ଶକ୍ତିଶାଳୀ ହୋଇଥିବ ଏବଂ ସେମାନେ ସହଜଯୋଗୀ
ହୋଇଥିବେ ।