16.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଯେଉଁ ସବୁ କର୍ମ କରୁଛ ତା’ର ଫଳ ମଧ୍ୟ ନିଶ୍ଚିତ ମିଳୁଛି, ନିଷ୍କାମ ସେବା ତ କେବଳ
ଏକମାତ୍ର ବାବା ହିଁ କରୁଛନ୍ତି ” ।
ପ୍ରଶ୍ନ:-
ଏହି ପାଠଶାଳା
ବହୁତ ବିଚିତ୍ର ଅଟେ, କିପରି? ଏଠାରେ କେଉଁ ମୁଖ୍ୟ ମେହନତ କରିବାକୁ ପଡିଥାଏ?
ଉତ୍ତର:-
ଏହା ହିଁ ହେଉଛି ଏକମାତ୍ର ପାଠଶାଳା ଯେଉଁଠି ଛୋଟ ପିଲାଙ୍କ ସହିତ ବୁଢାମାନେ ମଧ୍ୟ ପାଠ ପଢୁଛନ୍ତି
। ଏହା ଏପରି ବିଚିତ୍ର ପାଠଶାଳା ଯେଉଁଠି ଦିନେ ଅହଲ୍ୟା, କୁବ୍ଜାମାନଙ୍କ ସହିତ ସାଧୁମାନେ ମଧ୍ୟ
ଆସି ବସିବେ । ଏଠାରେ ଯୋଗ କରିବାରେ ହିଁ ମୁଖ୍ୟ ମେହନତ ରହିଛି । ଯୋଗବଳ ଦ୍ୱାରା ହିଁ ଆତ୍ମାର ଏବଂ
ଶରୀରର ପ୍ରାକୃତିକ ଉପଚାର ହେଉଛି କିନ୍ତୁ ଯୋଗ କରିବା ପାଇଁ ମଧ୍ୟ ଜ୍ଞାନ ଦରକାର ।
ଗୀତ:-
ରାତ କେ ରାହୀ
...
ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଗୀତ ଶୁଣିଲେ । ଆତ୍ମିକ ପିତା ସନ୍ତାନମାନଙ୍କୁ ଏହାର ଅର୍ଥ ମଧ୍ୟ ବୁଝାଉଛନ୍ତି
। ଆଶ୍ଚର୍ଯ୍ୟର କଥା ଏହା ଯେ ଗୀତା ଏବଂ ଶାସ୍ତ୍ରର ଲେଖକ ମଧ୍ୟ ଏହାର ଅର୍ଥ ଜାଣି ନାହାଁନ୍ତି ।
ପ୍ରତ୍ୟେକ କଥାର ଅନର୍ଥ ହିଁ ବାହାର କରୁଛନ୍ତି । ଆତ୍ମିକ ପିତା ଯିଏକି ଜ୍ଞାନର ସାଗର ପତିତ-ପାବନ
ଅଟନ୍ତି, ସେ ବସି ଏହାର ଅର୍ଥ ବତାଉଛନ୍ତି । ରାଜଯୋଗ ମଧ୍ୟ ବାବା ହିଁ ଶିଖାଉଛନ୍ତି । ତୁମେମାନେ
ଜାଣିଛ - ଏବେ ଆମେ ପୁନର୍ବାର ରାଜାମାନଙ୍କର ରାଜା ହେଉଛୁ, ଅନ୍ୟ ସ୍କୁଲ୍ରେ ଏପରି କହିବେ ନାହିଁ
ଯେ ଆମେ ପୁନର୍ବାର ବାରିଷ୍ଟର ହେଉଛୁ । ‘ପୁନର୍ବାର’, ଅକ୍ଷର କାହାର ମୁଖରେ ଶୋଭା ପାଇବ ନାହିଁ ।
ତୁମେ କହୁଛ ଯେ ଆମେ ୫ ହଜାର ବର୍ଷ ପୂର୍ବ ପରି ବେହଦ ବାବାଙ୍କ ପାଖରେ ପଢୁଛୁ । ଏହି ବିନାଶ ମଧ୍ୟ
ପୁନର୍ବାର ନିଶ୍ଚୟ ହେବ । କେତେ ବଡ-ବଡ ଶକ୍ତିଶାଳୀ ବମ୍ ତିଆରି କରୁଛନ୍ତି । ଏସବୁ ରଖିବା ପାଇଁ
ତ ତିଆରି କରୁନାହାଁନ୍ତି ନା । ଏହି ବିନାଶ ମଧ୍ୟ ଶୁଭ କାର୍ଯ୍ୟ ପାଇଁ ହେଉଛି ନା । ତୁମର ଡରିବାର
କୌଣସି ଆବଶ୍ୟକତା ନାହିଁ । ଏହା ହେଉଛି କଲ୍ୟାଣକାରୀ ଲଢେଇ । ବାବା ଆସୁଛନ୍ତି କଲ୍ୟାଣ କରିବା
ନିମନ୍ତେ । କହୁଛନ୍ତି ମଧ୍ୟ ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା
ବିନାଶର କାର୍ଯ୍ୟ କରୁଛନ୍ତି । ତେଣୁ ଏହି ବମ୍ ଆଦି ବିନାଶ ପାଇଁ ରହିଛି । ଏହାଠାରୁ ଅଧିକ
ଶକ୍ତିଶାଳୀ ଆଉ କୌଣସି ଜିନିଷ ନାହିଁ । ତା ସହିତ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ । ଏହାକୁ
ଈଶ୍ୱରୀୟ ବିପର୍ଯ୍ୟୟ ବୋଲି କୁହାଯିବ ନାହିଁ । ଏହି ପ୍ରାକୃତିକ ବିପର୍ଯ୍ୟୟ ଡ୍ରାମାରେ
ନିଧାର୍ଯ୍ୟ ହୋଇ ରହିଛି । ଏହା କୌଣସି ନୂଆ କଥା ନୁହେଁ । କେତେ ବଡ-ବଡ ଶକ୍ତିଶାଳୀ ବମ୍ ତିଆରି
କରୁଛନ୍ତି । କହୁଛନ୍ତି ଆମେ ସହରକୁ ସହର ନଷ୍ଟ କରିଦେବୁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନ
ସହିତ ଲଢେଇ ସମୟରେ ଯେଉଁ ବମ୍ ପକାଇଥିଲେ - ତାହା ତ ବହୁତ ଛୋଟ ଥିଲା । ଏବେ ତ ବଡ-ବଡ ବମ୍ ତିଆରି
କରିଛନ୍ତି । ଯେବେ ଅଧିକ ଅସୁବିଧାରେ ପଡୁଛନ୍ତି, ସ୍ଥିତି ଅସମ୍ଭାଳ ହେଉଛି ତେବେ ବମ୍ ପକାଇବା
ଆରମ୍ଭ କରୁଛନ୍ତି । କେତେ କ୍ଷତି ହେବ, ତାହା ମଧ୍ୟ ପରୀକ୍ଷା କରି ଦେଖୁଛନ୍ତି । ଅରବ ଟଙ୍କା
ଖର୍ଚ୍ଚ କରୁଛନ୍ତି । ଏହାକୁ ତିଆରି କରୁଥିବା ବୈଜ୍ଞାନିକମାନଙ୍କର ଦରମା ମଧ୍ୟ ବହୁତ ଅଟେ । ତେଣୁ
ତୁମେ ଖୁସି ହେବା ଉଚିତ୍ ଯେ ପୁରୁଣା ଦୁନିଆର ବିନାଶ ହେବ । ତୁମେମାନେ ନୂଆ ଦୁନିଆ ପାଇଁ
ପୁରୁଷାର୍ଥ କରୁଛ । ବିବେକ ମଧ୍ୟ କହୁଛି ପୁରୁଣା ଦୁନିଆର ନିଶ୍ଚୟ ବିନାଶ ହେବ । ପିଲାମାନେ
ଜାଣିଛନ୍ତି କଳିଯୁଗରେ କ’ଣ ଅଛି ଏବଂ ସତ୍ୟଯୁଗରେ କ’ଣ ହେବ । ତୁମେ ଏବେ ସଂଗମରେ ଛିଡା ହୋଇଛ ।
ଜାଣିଛ ଯେ ସତ୍ୟଯୁଗରେ ଏତେ ମନୁଷ୍ୟ ରହିବେ ନାହିଁ, ତେଣୁ ଏମାନଙ୍କର ବିନାଶ ହେବ । ଏହି
ପ୍ରାକୃତିକ ବିପର୍ଯ୍ୟୟ କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା । ପୁରୁଣା ଦୁନିଆର ନିଶ୍ଚୟ ବିନାଶ ହେବ ।
ପ୍ରାକୃତିକ ବିପର୍ଯ୍ୟୟ ତ ପୂର୍ବରୁ ମଧ୍ୟ ଏହିପରି ବହୁତ ହୋଇ ଆସିଛି । କିନ୍ତୁ ତାହା ଅଳ୍ପ
ପରିମାଣର ହୋଇଛି । ଏବେ ତ ପୁରୁଣା ଦୁନିଆ ସମ୍ପୂର୍ଣ୍ଣ ରୂପେ ବିନାଶ ହୋଇଯିବ । ତୁମ
ସନ୍ତାନମାନଙ୍କୁ ତ ବହୁତ ଖୁସି ହେବା ଦରକାର । ଆମ ଆତ୍ମିକ ସନ୍ତାନମାନଙ୍କୁ ପରମପିତା ପରମାତ୍ମା
ବସି ବୁଝାଉଛନ୍ତି, ଏହି ବିନାଶ ତୁମ ପାଇଁ ହିଁ ହେଉଛି । ଏହିପରି ଗାୟନ ମଧ୍ୟ ରହିଛି ଯେ ରୁଦ୍ର
ଜ୍ଞାନ ଯଜ୍ଞରୁ ବିନାଶର ଜ୍ୱାଳା ପ୍ରଜ୍ଜ୍ୱଳିତ ହେଲା । ଗୀତାରେ ଥିବା କେତେକ କଥାର ଅର୍ଥ ବହୁତ
ଭଲ ରହିଛି, କିନ୍ତୁ କେହି ହେଲେ ଏହାକୁ ବୁଝୁ ନାହାଁନ୍ତି । ସେମାନେ ଶାନ୍ତି ମାଗୁଛନ୍ତି । ତୁମେ
କହୁଛ ଜଲ୍ଦି ବିନାଶ ହେଲେ ଆମେ ଯାଇ ସୁଖୀ ହେବୁ । ବାବା କହୁଛନ୍ତି ସତ୍ତ୍ୱପ୍ରଧାନ ହେଲେ ସୁଖୀ
ହେବ । ବାବା ଅନେକ ପ୍ରକାରର ପଏଣ୍ଟସ୍ ଦେଉଛନ୍ତି, ପୁଣି କାହାର ବୁଦ୍ଧିରେ ଭଲ ଭାବରେ ରହୁଛି,
କାହାର କମ୍ । ବୁଢୀ ମାତାମାନେ ଭାବୁଛନ୍ତି ଶିବବାବାଙ୍କୁ ମନେ ପକାଇବାକୁ ହେବ, ବାସ୍ ତାଙ୍କ
ନିମନ୍ତେ ବୁଝାଯାଉଛି - ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ତଥାପି ବି ସମ୍ପତ୍ତି ତ
ପାଇଯାଉଛନ୍ତି । ସାଥିରେ ରହୁଛନ୍ତି । ପ୍ରଦର୍ଶନୀକୁ ତ ସମସ୍ତେ ଆସିବେ । ଅଜାମିଳ ପରି ପାପୀ,
ଗଣିକା ଆଦି ସମସ୍ତଙ୍କର ଉଦ୍ଧାର ହେବ । ମେହେନ୍ତର ମଧ୍ୟ ଭଲ ପୋଷାକ ପିନ୍ଧି ଆସୁଛନ୍ତି ।
ଗାନ୍ଧୀଜୀ ତ ଅଛୁଁଆ ମାନଙ୍କୁ ମୁକ୍ତ କରିଦେଇଛନ୍ତି । ତାଙ୍କ ସାଥିରେ ଖାଉଛନ୍ତି ମଧ୍ୟ । ବାବା ତ
ଏହାକୁ ମନା କରୁ ନାହାଁନ୍ତି । ଭାବୁଛନ୍ତି ଏମାନଙ୍କର ମଧ୍ୟ ଉଦ୍ଧାର କରିବାକୁ ହେବ । କର୍ମଧନ୍ଦା
ସହିତ କୌଣସି ସମ୍ପର୍କ ନାହିଁ । ଏଥିରେ ସବୁ କିଛିର ଆଧାର ହେଉଛି ବାବାଙ୍କ ସହିତ ବୁଦ୍ଧିଯୋଗ
ଲଗାଇବା । ବାବାଙ୍କୁ ମନେ ପକାଇବାକୁ ହେବ । ଆତ୍ମା ନିଜକୁ ଅଛୁଆଁ କହୁଛି । ଏବେ ଜାଣୁଛୁ ଆମେ
ସତ୍ତ୍ୱପ୍ରଧାନ ଦେବୀ-ଦେବତା ଥିଲୁ ପୁଣି ପୁନର୍ଜନ୍ମ ନେଇ-ନେଇ ଅନ୍ତରେ ଆସି ପତିତ ହୋଇଛୁ । ଏବେ
ପୁଣି ମୁଁ ଆତ୍ମାକୁ ପବିତ୍ର ହେବାକୁ ପଡିବ । ତୁମେ ଜାଣିଛ - ସିନ୍ଧ୍ରେ ଜଣେ ଶବରୀ ଆସୁଥିଲା,
ଧ୍ୟାନରେ ଯାଉଥିଲା । ଦୌଡି କରି ଆସି ମିଶୁଥିଲା । ବୁଝାଯାଉଥିଲା - ଏହାଙ୍କ ଆତ୍ମାର ମଧ୍ୟ ହକ୍
ରହିଛି, ନିଜ ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ । ତାଙ୍କ ଘର ଲୋକଙ୍କୁ କୁହାଗଲା - ଏହାଙ୍କୁ
ଜ୍ଞାନ ମାର୍ଗରେ ଯିବାକୁ ଦିଅ । କହିଲେ ଆମ କୁଟୁମ୍ବରେ ହଙ୍ଗାମା ହୋଇଯିବ । ଭୟରେ ତାଙ୍କୁ ନେଇଗଲେ
। ତେଣୁ ତୁମ ପାଖକୁ ଆସୁଛନ୍ତି, ତୁମେ କାହାକୁ ମନା କରିପାରିବ ନାହିଁ । ଗାୟନ ରହିଛି ଅବଳା,
ଗଣିକା, ଶବରୀ, ସାଧୁ ଆଦି ସମସ୍ତଙ୍କର ଉଦ୍ଧାର କରିଥାଆନ୍ତି । ସାଧୁଙ୍କଠାରୁ ଆରମ୍ଭ କରି ଶବରୀ
ପର୍ଯ୍ୟନ୍ତ ।
ତୁମେମାନେ ଏବେ ଯଜ୍ଞ ସେବା କରୁଛ ଏହି ସେବା ଦ୍ୱାରା ବହୁତ ପ୍ରାପ୍ତି ହେଉଛି । ବହୁତଙ୍କର
କଲ୍ୟାଣ ହୋଇଯାଉଛି । ଦିନକୁ ଦିନ ପ୍ରଦର୍ଶନୀ ସେବା ଆଦି ବହୁତ ବଢିଚାଲିବ । ବାବା ବ୍ୟାଜ୍ ମଧ୍ୟ
ତିଆରି କରାଉଛନ୍ତି । ଯେଉଁ ସ୍ଥାନକୁ ଗଲେ ଏହା ଉପରେ ବୁଝାଇବାକୁ ହେବ । ଇଏ ବାବା, ଇଏ ଦାଦା, ଏହା
ବାବାଙ୍କର ସମ୍ପତ୍ତି । ଏବେ ବାବା କହୁଛନ୍ତି - ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ ।
ଗୀତାରେ ମଧ୍ୟ ରହିଛି - ମୋତେ ସ୍ମରଣ କର । ସେଥିରେ କେବଳ ମୋ ନାମ ପରିବର୍ତ୍ତନ କରି
ଶ୍ରୀକୃଷ୍ଣଙ୍କ ନାମ ଦେଇ ଦେଇଛନ୍ତି । ଭାରତବାସୀଙ୍କୁ ମଧ୍ୟ ଏକଥା ଜଣା ନାହିଁ ଯେ
ରାଧା-କୃଷ୍ଣଙ୍କର ପରସ୍ପର ମଧ୍ୟରେ କି ସମ୍ବନ୍ଧ ରହିଛି । ତାଙ୍କ ବିବାହ ଆଦିର ଇତିହାସ କିଛି ହେଲେ
କହୁ ନାହାଁନ୍ତି । ଉଭୟ ଅଲଗା-ଅଲଗା ରାଜଧାନୀର ଅଟନ୍ତି । ଏହି କଥା ବାବା ବସି ବୁଝାଉଛନ୍ତି । ଏହା
ଯଦି ବୁଝିଯିବେ ଏବଂ କହିଦେବେ ଯେ ଶିବ ଭଗବାନୁବାଚ, ତେବେ ସମସ୍ତେ ତାଙ୍କୁ ଦୂରେଇ ଦେବେ । କହିବେ
ଏହା ତୁମେ ପୁଣି କେଉଁଠାରୁ ଶିଖିଛ? ସେ କେଉଁ ଗୁରୁ ଅଟନ୍ତି? ବି.କେ. କହିଲେ ସମସ୍ତେ ବିଗିଡି
ଯିବେ । ଏହି ଗୁରୁମାନଙ୍କର ରାଜତ୍ୱ ଚାଲିଯିବ । ଏହିପରି ବହୁତ ଆସୁଛନ୍ତି । ଲେଖିକରି ମଧ୍ୟ
ଦେଉଛନ୍ତି, ପୁଣି ଦୂରେଇ ଯାଉଛନ୍ତି ।
ବାବା ସନ୍ତାନମାନଙ୍କୁ କୌଣସି ବି କଷ୍ଟ ଦେଉ ନାହାଁନ୍ତି । ବହୁତ ସହଜ ଯୁକ୍ତି ବତାଉଛନ୍ତି ।
କାହାର ସନ୍ତାନ ନଥିଲେ କହୁଛନ୍ତି ଭଗବାନ ଆମକୁ ସନ୍ତାନ ଦିଅ । ପୁଣି ସନ୍ତାନ ମିଳିଲେ ତାଙ୍କର
ବହୁତ ଭଲ ଲାଳନ ପାଳନ କରିଥା’ନ୍ତି । ପାଠ ପଢାଇଥା’ନ୍ତି । ପୁଣି ବଡ ହେଲେ କହିବେ ଏବେ ନିଜର
ଧନ୍ଦା କର । ପିତା ସନ୍ତାନର ଲାଳନା ପାଳନା କରି ଯୋଗ୍ୟ କରାଉଥିବାରୁ ସେ ପିଲାମାନଙ୍କର ସେବାଧାରୀ
ଅଟନ୍ତି ନା । ଏହି ବାବା ତ ପିଲାମାନଙ୍କର ସେବା କରି ସାଥିରେ ନେଇଯିବେ । ଲୌକିକ ପିତା ତ ଭାବନ୍ତି
ଯେ ପିଲାମାନେ ବଡ ହୋଇ ନିଜ ଧନ୍ଦାରେ ଲାଗିଯିବେ, ମୁଁ ବୁଢା ହେଲେ ମୋର ସେବା କରିବେ । ଏହି ବାବା
ତ ସେବା ମାଗୁ ନାହାଁନ୍ତି । ଇଏ ନିଷ୍କାମ ଅଟନ୍ତି । ଲୌକିକ ପିତା ଭାବିଥା’ନ୍ତି - ଆମେ
ବଞ୍ଚିଥିବା ପର୍ଯ୍ୟନ୍ତ ପିଲାମାନଙ୍କର କର୍ତ୍ତବ୍ୟ ହେଉଛି ଆମର ଦାୟିତ୍ୱ ନେବା । ଏହି କାମନା
ରଖିଥା’ନ୍ତି । ଏହି ବାବା ତ କହୁଛନ୍ତି ମୁଁ ନିଷ୍କାମ ସେବା କରୁଛି । ମୁଁ ରାଜତ୍ୱ କରିବି ନାହିଁ
। ମୁଁ କେତେ ନିଷ୍କାମୀ ଅଟେ । ଅନ୍ୟମାନେ ଯେଉଁ କାର୍ଯ୍ୟ କରୁଛନ୍ତି ତା’ର ଫଳ ତାଙ୍କୁ ତ ନିଶ୍ଚୟ
ମିଳୁଛି । ଇଏ ତ ସମସ୍ତଙ୍କର ପିତା ଅଟନ୍ତି । କହୁଛନ୍ତି ମୁଁ ତୁମକୁ ସ୍ୱର୍ଗର ରାଜତ୍ୱ ଦେଉଛି ।
ତୁମେ କେତେ ଉଚ୍ଚ ପଦ ପ୍ରାପ୍ତ କରୁଛ । ମୁଁ ତ କେବଳ ବ୍ରହ୍ମାଣ୍ଡର ମାଲିକ ତାହା ତ ତୁମେ ମଧ୍ୟ
ଅଟ କିନ୍ତୁ ତୁମେ ରାଜତ୍ୱ ନେଉଛୁ ପୁଣି ହରାଉଛ । ମୁଁ ରାଜତ୍ୱ ନେଉ ନାହିଁ କିମ୍ବା ହରାଉ ନାହିଁ
। ମୋର ଡ୍ରାମାରେ ଏହି ଅଭିନୟ ରହିଛି । ତୁମେମାନେ ସୁଖର ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ
କରୁଛ । ବାକି ସମସ୍ତେ କେବଳ ଶାନ୍ତି ମାଗୁଛନ୍ତି । ଗୁରୁମାନେ ସୁଖକୁ କାକ ବିଷ୍ଠା ସମାନ
କ୍ଷଣସ୍ଥାୟୀ କହିଥା’ନ୍ତି । ସେଥିପାଇଁ ସେମାନେ କେବଳ ଶାନ୍ତି ଚାହିଁଥାନ୍ତି । ସେମାନେ ଏହି
ଜ୍ଞାନକୁ ଧାରଣା କରିପାରିବେ ନାହିଁ । ତାଙ୍କୁ ସୁଖ ବିଷୟରେ ଜଣା ହିଁ ନାହିଁ । ବାବା ବୁଝାଉଛନ୍ତି
କେବଳ ମୁଁ ହିଁ ଶାନ୍ତି ଏବଂ ସୁଖର ସମ୍ପତ୍ତି ଦେଉଛି । ସତ୍ୟଯୁଗ-ତ୍ରେତାରେ ଗୁରୁ ରହିବେ ନାହିଁ,
ସେଠାରେ ରାବଣ ହିଁ ନାହିଁ । ତାହା ହେଉଛି ଈଶ୍ୱରୀୟ ରାଜ୍ୟ । ଏହିପରି ଡ୍ରାମା ତିଆରି କରାଯାଇଛି
। ଏହି କଥା ଆଉ କାହାରି ବୁଦ୍ଧିରେ ଆସିବ ନାହିଁ । ତେଣୁ ପିଲାମାନଙ୍କୁ ଭଲ ଭାବରେ ଧାରଣ କରି
ଉଚ୍ଚ ପଦ ପାଇବାକୁ ହେବ । ଏବେ ତୁମେ ସଂଗମରେ ଅଛ । ଜାଣିଛ ନୂଆ ଦୁନିଆର ରାଜଧାନୀ ସ୍ଥାପନ ହେଉଛି
। ତୁମେ ସଂଗମଯୁଗରେ ଅଛ ବାକି ସମସ୍ତେ କଳିଯୁଗରେ ଅଛନ୍ତି । ସେମାନେ ତ କଳ୍ପର ଆୟୁଷକୁ ହିଁ
ଲକ୍ଷ-ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି । ଘୋର ଅନ୍ଧକାରରେ ଅଛନ୍ତି ନା । ଗାୟନ ମଧ୍ୟ ରହିଛି
କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି । ପାଣ୍ଡବମାନଙ୍କ ବିଜୟର ତ ଗାୟନ ରହିଛି ।
ତୁମେ ହେଉଛ ବ୍ରାହ୍ମଣ । ବ୍ରାହ୍ମଣମାନେ ହିଁ ଯଜ୍ଞ ରଚନା କରିଥାନ୍ତି । ଏହା ତ ହେଉଛି ସବୁଠାରୁ
ଉଚ୍ଚ ଈଶ୍ୱରୀୟ ରୁଦ୍ର ଯଜ୍ଞ । ସ୍ଥୂଳ ଯଜ୍ଞ ଅନେକ ପ୍ରକାରର ରହିଛି । ଏହି ରୁଦ୍ର ଯଜ୍ଞ ଥରେ
ମାତ୍ର ହେଉଛି । ସତ୍ୟଯୁଗ-ତ୍ରେତାରେ ପୁଣି କୌଣସି ଯଜ୍ଞ ହେବ ନାହିଁ କାହିଁକି ନା ସେଠାରେ କୌଣସି
ବିପଦର କଥା ହିଁ ନାହିଁ । ସେସବୁ ହେଉଛି ସ୍ଥୂଳ ଯଜ୍ଞ । ଏହା ହେଉଛି ବେହଦର ସୂକ୍ଷ୍ମଯଜ୍ଞ । ଏହା
ବେହଦ ବାବାଙ୍କ ଦ୍ୱାରା ରଚିତ ଯଜ୍ଞ ଅଟେ, ଯେଉଁଥିରେ ବେହଦର ଆହୁତି ପଡିବ । ପୁଣି ଅଧାକଳ୍ପ କୌଣସି
ଯଜ୍ଞ ହେବ ନାହିଁ । ସେଠାରେ ରାବଣ ରାଜ୍ୟ ହିଁ ନାହିଁ । ରାବଣ ରାଜ୍ୟ ଆରମ୍ଭ ହେବା ଦ୍ୱାରା ଏସବୁ
ଆରମ୍ଭ ହେଉଛି । ସଂଗମରେ ଥରେ ମାତ୍ର ବେହଦର ଯଜ୍ଞ ହେଉଛି, ଏଥିରେ ସବୁ ପୁରୁଣା ଦୁନିଆ ସ୍ୱାହା
ହୋଇଯିବ । ଏହା ହେଉଛି ବେହଦର ରୁଦ୍ର ଜ୍ଞାନ ଯଜ୍ଞ । ଏଥିରେ ମୁଖ୍ୟ ଜ୍ଞାନ ଏବଂ ଯୋଗର କଥା ରହିଛି
। ଯୋଗ ଅର୍ଥାତ୍ ୟାଦ । ୟାଦ ଅକ୍ଷର ବହୁତ ମଧୁର ଅଟେ । ଯୋଗ ଅକ୍ଷର ତ ସାଧାରଣ ହୋଇଗଲାଣି । ଯୋଗ
କହିଲେ କେହି ହେଲେ ଯଥାର୍ଥ ଭାବେ ବୁଝୁ ନାହାଁନ୍ତି । ତୁମେ ବୁଝାଇପାରିବ ଯୋଗ ଅର୍ଥାତ୍ ବାବାଙ୍କୁ
ମନେ ପକାଇବା । ବାବା ଆପଣ ତ ଆମକୁ ବେହଦର ସମ୍ପତ୍ତି ଦେଉଛନ୍ତି । ଆତ୍ମା ବାବାଙ୍କ ସହ କଥା ହେଉଛି
- ବାବା, ଆପଣ ପୁନର୍ବାର ଆସିଛନ୍ତି । ଆମେ ତ ଆପଣଙ୍କୁ ଭୁଲିଯାଇଥିଲୁ । ଆପଣ ଆମକୁ ବାଦଶାହୀ
ଦେଇଥିଲେ । ଏବେ ପୁଣି ଆସି ମିଶୁଛନ୍ତି । ଆପଣଙ୍କର ଶ୍ରୀମତ ଆମେ ନିଶ୍ଚୟ ପାଳନ କରିବୁ । ଏହିପରି
ନିଜ ସହିତ ନିଜେ କଥା ହେବା ଉଚିତ୍ । ବାବା, ଆପଣ ତ ଆମକୁ ବହୁତ ଭଲ ରାସ୍ତା ବତାଉଛନ୍ତି । ଆମେ
କଳ୍ପ-କଳ୍ପ ଏସବୁ ଭୁଲିଯାଉଛୁ । ଏବେ ବାବା ପୁନର୍ବାର ଅଭୁଲ କରାଉଛନ୍ତି ସେଥିପାଇଁ ଏବେ ବାବାଙ୍କୁ
ହିଁ ମନେ ପକାଇବାକୁ ହେବ । ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ସମ୍ପତ୍ତି ମିଳିବ । ମୁଁ
ସମ୍ମୁଖକୁ ଆସି ତୁମକୁ ବୁଝାଉଛି । ବାବା ଆସିବା ପର୍ଯ୍ୟନ୍ତ ଗାନ କରୁଛନ୍ତି - ତୁମେ ଦୁଃଖହର୍ତ୍ତା,
ସୁଖକର୍ତ୍ତା ଅଟ । ମହିମା ତ ଗାନ କରୁଛନ୍ତି କିନ୍ତୁ ଆତ୍ମା ଅଥବା ପରମାତ୍ମାଙ୍କୁ ଜାଣି
ନାହାଁନ୍ତି । ଏବେ ତୁମେ ଜାଣୁଛ - ଏତେ ଛୋଟ ବିନ୍ଦୁରେ ଅବିନାଶୀ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି
। ଏ କଥା ମଧ୍ୟ ବାବା ବୁଝାଉଛନ୍ତି । ତାଙ୍କୁ ପରମପିତା ପରମାତ୍ମା ଅର୍ଥାତ୍ ପରମ ଆତ୍ମା ବୋଲି
କୁହାଯାଉଛି । କିନ୍ତୁ ମୁଁ ହଜାର ସୂର୍ଯ୍ୟ ସଦୃଶ ନୁହେଁ । ମୁଁ ତ ଶିକ୍ଷକ ସଦୃଶ ପଢାଉଛି । କେତେ
ଢେର ସନ୍ତାନ ରହିଛନ୍ତି । ଏହି ପାଠଶାଳା ଦେଖ ବହୁତ ବିଚିତ୍ର ଅଟେ । ଏଠାରେ କିଏ-କିଏ ପଢୁଛନ୍ତି?
ଅବଳା, କୁବ୍ଜା, ସାଧୁମାନେ ମଧ୍ୟ ଆସି ଦିନେ ବସିବେ । ବୁଢୀ ମାତା, ଛୋଟ ପିଲା ଆଦି ସମସ୍ତେ
ବସିଛନ୍ତି । ଏପରି ସ୍କୁଲ କେବେ ଦେଖିଛ । ଏଠାରେ ୟାଦର ମେହନତ କରିବାକୁ ହେବ । ୟାଦ କରିବାରେ
ହିଁ ସମୟ ଲାଗୁଛି । ୟାଦର ପୁରୁଷାର୍ଥ କରିବା ମଧ୍ୟ ଜ୍ଞାନ ଅଟେ ନା । ୟାଦ କରିବା ନିମନ୍ତେ
ଜ୍ଞାନ ଆବଶ୍ୟକ । ଚକ୍ରକୁ ବୁଝାଇବା ନିମନ୍ତେ ମଧ୍ୟ ଜ୍ଞାନ ଦରକାର । ପ୍ରାକୃତିକ ଉପାୟରେ ସଚ୍ଚା
ସଚ୍ଚା ସଂସ୍କାର ପରିବର୍ତ୍ତନ ଏହାକୁ ହିଁ କୁହାଯାଉଛି । ତୁମର ଆତ୍ମା ବିଲ୍କୁଲ୍ ପବିତ୍ର
ହୋଇଯାଉଛି । ତାହା ଶରୀରର ଶୁଦ୍ଧିକରଣ, ଏଠାରେ ଆତ୍ମାର ଶୁଦ୍ଧିକରଣ ହେଉଛି । ଆତ୍ମାରେ ହିଁ ଖାଦ
ପଡୁଛି ନା । ଖାଣ୍ଟି ସୁନାରେ ଖାଣ୍ଟି ଅଳଙ୍କାର ହୋଇଥାଏ । ବର୍ତ୍ତମାନ ଏଠାରେ ପିଲାମାନେ
ଜାଣିଛନ୍ତି ଯେ ଶିବବାବା ସମ୍ମୁଖକୁ ଆସିଛନ୍ତି । ପିଲାମାନେ ବାବାଙ୍କୁ ନିଶ୍ଚୟ ମନେ ପକାଇବା
ଉଚିତ୍ । ଆମକୁ ଏବେ ଘରକୁ ଫେରିବାକୁ ହେବ । ଏ ପାରିରୁ ସେ ପାରିକୁ ଯିବାକୁ ହେବ । ବାବାଙ୍କୁ,
ସମ୍ପତ୍ତିକୁ ଏବଂ ଘରକୁ ମଧ୍ୟ ମନେ ପକାଅ । ତାହା ହେଉଛି ସୁଇଟ୍ ସାଇଲେନ୍ସ ହୋମ୍ । ଅଶାନ୍ତି
ଦ୍ୱାରା ଦୁଃଖ, ଶାନ୍ତି ଦ୍ୱାରା ସୁଖ ମିଳିଥାଏ । ସତ୍ୟଯୁଗରେ ସୁଖ-ଶାନ୍ତି-ସମ୍ପତ୍ତି ସବୁ କିଛି
ରହିବ । ସେଠାରେ ଲଢେଇ-ଝଗଡାର କୌଣସି କଥା ରହିବ ନାହିଁ । ପିଲାମାନଙ୍କର ଏହି ଚିନ୍ତା ରହିବା
ଉଚିତ୍ - ମୋତେ ସତ୍ତ୍ୱପ୍ରଧାନ ଖାଣ୍ଟି ସୁନା ହେବାକୁ ପଡିବ ତେବେ ଯାଇ ଉଚ୍ଚ ପଦ ପାଇବି ।
ବର୍ତ୍ତମାନ ଏହି ଆତ୍ମିକ ଭୋଜନ ମିଳୁଛି, ତାକୁ ପୁଣି ବୁଦ୍ଧିରେ ମନ୍ଥନ କରିବାକୁ ପଡିବ । ଆଜି
କେଉଁ, କେଉଁ ମୁଖ୍ୟ ପଏଣ୍ଟସ୍ ଶୁଣିଲି! ଏକଥା ମଧ୍ୟ ବୁଝାଯାଇଛି - ଆତ୍ମିକ ଏବଂ ଶାରୀରିକ ଦୁଇଟି
ଯାତ୍ରା ରହିଛି । ଏହି ଆତ୍ମିକ ଯାତ୍ରା ହିଁ କାମରେ ଆସିବ । ଭଗବାନୁବାଚ-ମନମନାଭବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ବିନାଶ
ମଧ୍ୟ ଶୁଭ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ, ସେଥିପାଇଁ ଡରିବାର ଆବଶ୍ୟକତା ନାହିଁ, କଲ୍ୟାଣକାରୀ ବାବା
ସର୍ବଦା କଲ୍ୟାଣର କାର୍ଯ୍ୟ ହିଁ କରାଉଛନ୍ତି, ଏହି ସ୍ମୃତିରେ ସର୍ବଦା ଖୁସିରେ ରହିବାକୁ ହେବ ।
(୨) ସର୍ବଦା ଗୋଟିଏ ହିଁ
ଚିନ୍ତା ରହିବା ଉଚିତ୍ ଯେ ମୋତେ ସତ୍ତ୍ୱପ୍ରଧାନ ଖାଣ୍ଟି ସୁନା ହୋଇ ଉଚ୍ଚ ପଦ ପାଇବାକୁ ହେବ ।
ପ୍ରତିଦିନ ଆତ୍ମାକୁ ଯେଉଁ ରୁହାନୀ ଭୋଜନ ମିଳୁଛି ତା’କୁ ବୁଦ୍ଧିରେ ଚିନ୍ତନ-ମନ୍ଥନ କରିବାକୁ ହେବ
।
ବରଦାନ:-
ନିଜକୁ ଦାୟିତ୍ୱ
ସମ୍ପନ୍ନ ଆତ୍ମା ମନେକରି ପ୍ରତ୍ୟେକ କର୍ମ ଯଥାର୍ଥ ବିଧି ପୂର୍ବକ କରୁଥିବା ସମ୍ପୂର୍ଣ୍ଣ ସିଦ୍ଧି
ସ୍ୱରୂପ ହୁଅ ।
ବର୍ତ୍ତମାନ ସମୟରେ ତୁମେ
ସଂଗମଯୁଗୀ ଶ୍ରେଷ୍ଠ ଆତ୍ମାମାନଙ୍କର ପ୍ରତ୍ୟେକ ଶ୍ରେଷ୍ଠ କର୍ମ ସାରା କଳ୍ପ ପାଇଁ ବିଧାନ ଅର୍ଥାତ୍
ନିୟମ ବା ରୀତିରେ ପରିଣତ ହୋଇଯାଉଛି । ତେଣୁ ନିଜକୁ ବିଧାନର ରଚୟିତା ମନେ କରି ପ୍ରତ୍ୟେକ କର୍ମ
କର, ଏହାଦ୍ୱାରା ଅବହେଳାପଣିଆ ସ୍ୱତଃ ହିଁ ସମାପ୍ତ ହୋଇଯିବ । ଏହି ସଂଗମଯୁଗରେ ଆମେମାନେ ବିଧାନର
ରଚୟିତା, ଦାୟିତ୍ୱ ସମ୍ପନ୍ନ ଆତ୍ମା ଅଟୁ - ଯଦି ଏହିଭଳି ନିଶ୍ଚୟ ରଖି ପ୍ରତ୍ୟେକ କର୍ମ କରିବ ତେବେ
ଯଥାର୍ଥ ବିଧିପୂର୍ବକ କରିଥିବା କର୍ମର ସମ୍ପୂର୍ଣ୍ଣ ସିଦ୍ଧି ନିଶ୍ଚିତ ପ୍ରାପ୍ତ ହେବ ।
ସ୍ଲୋଗାନ:-
ଯଦି
ସର୍ବଶକ୍ତିମାନ ପିତା ସାଥୀରେ ଥିବେ ତେବେ ମାୟା କାଗଜର ବାଘ ଭଳି ହୋଇଯିବ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ସର୍ବଦା ଜୀବନମୁକ୍ତ
ସ୍ଥିତିରେ ରହିବାର ସହଜ ସାଧନ ହେଲା - “ମୁଁ ଏବଂ ମୋ’ର ବାବା”! କାହିଁକି ନା ସବୁଠାରେ
ମୋ’ର-ମୋ’ରର ହିଁ ବନ୍ଧନ ରହିଛି । ଯଦି ବାବା ମୋ’ର ହୋଇଗଲେ ତେବେ ଅନ୍ୟ ସବୁ ମୋ’ର ମୋ’ର ସମାପ୍ତ
ହୋଇଗଲା । ଯଦି ଗୋଟିଏ ମୋ’ର ଭିତରେ ସବୁ ମୋ’ର ମୋ’ର ସମାସ୍ତ ହୋଇଗଲା, ତେବେ ତୁମେ ବନ୍ଧନମୁକ୍ତ
ହୋଇଗଲ । ତେଣୁ ସର୍ବଦା ଏହି କଥା ମନେ ରଖ ଯେ ମୁଁ ବ୍ରାହ୍ମଣ ଜୀବନମୁକ୍ତ ଅଟେ ।