16.03.25 Avyakt Bapdada Odia Murli 05.03.2004 Om Shanti Madhuban
“ଦୁର୍ବଳ ସଂସ୍କାରଗୁଡ଼ିକୁ
ଦାହ ସଂସ୍କାର କରି ପ୍ରକୃତ ହୋଲୀ ପାଳନ କର, ତେବେ ଯାଇ ସଂସାର ପରିବର୍ତ୍ତନ ହେବ”
ଆଜି ବାପଦାଦା ନିଜର
ଚାରିଆଡ଼ର ରାଜକୁମାର ପିଲାମାନଙ୍କୁ ଦେଖୁଛନ୍ତି । ଏହିଭଳି ପରମାତ୍ମ ସ୍ନେହ ତୁମ ଭଳି କୋଟିକ ଭିତରେ
କେହି କେହି ଶ୍ରେଷ୍ଠ ଆତ୍ମାମାନଙ୍କୁ ହିଁ ପ୍ରାପ୍ତ ହେଉଛି । ଆଜି ବାପଦାଦା ପ୍ରତ୍ୟେକ ସନ୍ତାନର
ତିନୋଟି ରାଜ ସିଂହାସନକୁ ଦେଖୁଛନ୍ତି । ଏହି ତିନୋଟି ସିଂହାସନ ସାରା କଳ୍ପ ଭିତରେ ଏହି
ସଙ୍ଗମଯୁଗରେ ହିଁ ତୁମମାନଙ୍କୁ ପ୍ରାପ୍ତ ହୋଇଥାଏ । କ’ଣ ଏହି ତିନୋଟି ଯାକ ସିଂହାସନ ତୁମମାନଙ୍କୁ
ଦେଖାଯାଉଛି ତ? ଗୋଟିଏ ହେଲା ଏହି ଭୃକୁଟୀ ରୂପୀ ସିଂହାସନ ଯାହା ଉପରେ ବସି ଆତ୍ମା ଚମକୁଛି ।
ଦ୍ୱିତୀୟଟି ହେଲା ପରମାତ୍ମାଙ୍କର ହୃଦୟ ସିଂହାସନ । ସମସ୍ତେ ହୃଦୟ ସିଂହାସନ ଅଧିକାରୀ ଅଟ ନା! ଏବଂ
ତୃତୀୟଟି ହେଲା - ଭବିଷ୍ୟତର ବିଶ୍ୱ-ରାଜ୍ୟ ସିଂହାସନ । କିନ୍ତୁ ଭଗବାନଙ୍କର ହୃଦୟ ସିଂହାସନ
ଅଧିକାରୀ ହେବା ଦ୍ୱାରା ହିଁ ତୁମେମାନେ ସବୁଠାରୁ ଭାଗ୍ୟବାନ ହୋଇଯାଇଛ । ଏହିଭଳି ପରମାତ୍ମାଙ୍କର
ହୃଦୟ ସିଂହାସନ ତୁମେ ଭାଗ୍ୟବାନ ପିଲାମାନଙ୍କୁ ହିଁ ପ୍ରାପ୍ତ ହେଉଛି । ଭବିଷ୍ୟତରେ ବିଶ୍ୱର
ରାଜ୍ୟ ସିଂହାସନ ତ ନିଶ୍ଚିତ ମିଳିବ କିନ୍ତୁ ତା’ର ଅଧିକାରୀ କିଏ ହେବ? ଯିଏ ଏହି ସମୟରେ
ସ୍ୱରାଜ୍ୟ ଅଧିକାରୀ ହୋଇଥିବ । ଯଦି ସ୍ୱରାଜ୍ୟ ନାହିଁ ତେବେ ବିଶ୍ୱ ରାଜ୍ୟ ମଧ୍ୟ ନାହିଁ,
କାହିଁକିନା ଏହି ସମୟର ସ୍ୱରାଜ୍ୟ ଦ୍ୱାରା ହିଁ ଭବିଷ୍ୟତର ବିଶ୍ୱରାଜ୍ୟ ପ୍ରାପ୍ତ ହୋଇଥାଏ । ତେବେ
ବିଶ୍ୱ ଉପରେ ରାଜ୍ୟ କରିବାର ସବୁ ପ୍ରକାରର ସଂସ୍କାର ଏହି ସମୟରେ ହିଁ ଧାରଣ କରୁଛ । ତେଣୁ ସମସ୍ତେ
ନିଜକୁ ସଦା ସ୍ୱରାଜ୍ୟ ଅଧିକାରୀ ଅନୁଭବ କରୁଛ ତ? ଭବିଷ୍ୟତ ରାଜ୍ୟର ଯେଉଁଭଳି ଗାୟନ ରହିଛି ତା’କୁ
ତ ଜାଣିଛ ନା! ଏକ ଧର୍ମ, ଏକ ରାଜ୍ୟ, ଆଇନ୍ ଶୃଙ୍ଖଳା ସମ୍ପନ୍ନ ତଥା ସୁଖ, ଶାନ୍ତି ଏବଂ ସମ୍ପତିରେ
ଭରପୂର ରାଜ୍ୟ ମନେ ପଡ଼ୁଛି ତ? କେତେଥର ଏହିଭଳି ସ୍ୱରାଜ୍ୟ ଏବଂ ବିଶ୍ୱ ଉପରେ ରାଜ୍ୟ କରିଛ? କ’ଣ
ମନେ ପଡ଼ୁଛି, କେତେଥର ରାଜ୍ୟ କରିଛ? ସ୍ପଷ୍ଟ ମନେ ପଡ଼ୁଛି ତ? ନା ମନେ ପକାଇଲେ ଯାଇ ମନେ ପଡ଼ୁଛି?
ଗତକାଲି ରାଜ୍ୟ କରିଥିଲ, ପୁଣି ଆସନ୍ତା କାଲି ମଧ୍ୟ ରାଜ୍ୟ କରିବ - ଏହିଭଳି ସ୍ପଷ୍ଟ ସ୍ମୃତି
ଆସୁଛି ତ? ଏହିଭଳି ସ୍ପଷ୍ଟ ସ୍ମୃତି ସେହି ଆତ୍ମା ଭିତରେ ଆସିବ ଯିଏ ବର୍ତ୍ତମାନ ସଦା ସ୍ୱରାଜ୍ୟ
ଅଧିକାରୀ ହୋଇଥିବ । ତେଣୁ ତୁମେମାନେ ସ୍ୱରାଜ୍ୟ ଅଧିକାରୀ ଅଟ ତ? ସଦା ଅଟ ନା କେବେ କେବେ ଅଟ?
କ’ଣ କହୁଛ? ସଦା ସ୍ୱରାଜ୍ୟ ଅଧିକାରୀ ଅଟ ତ? ଡବଲ ବିଦେଶୀମାନଙ୍କର ପାଳି ଅଟେ ନା । କ’ଣ ସଦା
ସ୍ୱରାଜ୍ୟ ଅଧିକାରୀ ଅଟ ତ? ପାଣ୍ଡବମାନେ ସଦା ଅଟ ତ? ସଦା ଶବ୍ଦ ହିଁ ପଚରା ଯାଉଛି, କାହିଁକି
ଜାଣିଛ? ଯଦି ଏହି ଗୋଟିଏ ଜନ୍ମରେ, ଛୋଟିଆ ଜନ୍ମ ତ ଅଟେ ନା, ତେବେ ଏହି ଛୋଟିଆ ଜନ୍ମରେ ଯଦି ସଦା
ସ୍ୱରାଜ୍ୟ ଅଧିକାରୀ ନୁହେଁ, ତେବେ ୨୧ ଜନ୍ମର ସଦା ସ୍ୱରାଜ୍ୟ କିପରି ପ୍ରାପ୍ତ ହେବ? ତେବେ ୨୧
ଜନ୍ମର ରାଜ୍ୟ ଅଧିକାରୀ ହେବାକୁ ଚାହୁଁଛ, ନା କେବେ କେବେ ହେବାକୁ ଚାହୁଁଛ? ତୁମକୁ କ’ଣ ପସନ୍ଦ?
ସଦାକାଳ ପାଇଁ ହେବାକୁ ଚାହୁଁଛ ତ? ସଦାକାଳ? ମୁଣ୍ଡ ତ ହଲାଅ । ଆଚ୍ଛା ତେବେ ୨୧ ଜନ୍ମର ରାଜ୍ୟ
ଅଧିକାରୀ ହେବାକୁ ଚାହୁଁଛ ତ? ରାଜ୍ୟ ଅଧିକାରୀ ଅର୍ଥାତ୍ ରାଜ ପରିବାରରେ ମଧ୍ୟ ରାଜ୍ୟ ଅଧିକାରୀ ।
ତେବେ ସିଂହାସନ ଉପରେ ତ ଖୁବ୍ କମ୍ ଆତ୍ମା ବସିବେ ନା! କିନ୍ତୁ ସେଠାରେ ସିଂହାସନ ଅଧିକାରୀର
ଯେତିକି ସମ୍ମାନ ରାଜ ପରିବାରର ସଦସ୍ୟମାନଙ୍କର ମଧ୍ୟ ସେତିକି ସମ୍ମାନ ରହିବ । ସେମାନଙ୍କୁ ମଧ୍ୟ
ରାଜ୍ୟ ଅଧିକାରୀ କୁହାଯିବ । କିନ୍ତୁ ଏହା ହିସାବ ମଧ୍ୟ ବର୍ତ୍ତମାନର ପୁରୁଷାର୍ଥ ସହିତ
ସମ୍ବନ୍ଧିତ ଅଟେ । ଏବେ ଯଦି କେବେ କେବେ ସ୍ୱରାଜ୍ୟ ଅଧିକାରୀ ହେଉଛ, ତେବେ ସେଠାରେ ମଧ୍ୟ କେବେ
କେବେ ରାଜ୍ୟ ଅଧିକାରୀ ହେବ । ଯଦି ଏଠାରେ ସଦାକାଳ ତେବେ ସେଠାରେ ମଧ୍ୟ ସଦାକାଳ । ତେବେ
ବାପଦାଦାଙ୍କଠାରୁ ସମ୍ପୂର୍ଣ୍ଣ ଅଧିକାର ନେବା ଅର୍ଥ ବର୍ତ୍ତମାନ ଏବଂ ଭବିଷ୍ୟତର ପୂରା ପୂରା ୨୧
ଜନ୍ମ ରାଜ୍ୟ ଅଧିକାରୀ ହେବା । ତେବେ ଡବଲ ବିଦେଶୀମାନେ ପୂରା ଅଧିକାର ନେବାବାଲା ଅଟ, ନା ଅଧାବାଲା
ଅଟ, ନା ଅଳ୍ପ କିଛି ନେବାବାଲା ଅଟ? କ’ଣ ଅଟ? କ’ଣ ପୂରା ଅଧିକାର ନେବାର ଅଛି ତ? ପୂରା, ଗୋଟିଏ
ଜନ୍ମ ମଧ୍ୟ କମ୍ ନୁହେଁ । ତେବେ କ’ଣ କରିବାକୁ ପଡ଼ିବ?
ବାପଦାଦା ତ ସବୁ
ପିଲାଙ୍କୁ ସମ୍ପୂର୍ଣ୍ଣ ଅଧିକାରୀ କରୁଛନ୍ତି । ହୋଇଛ ନା? ପକ୍କା? ନା ହେବୁ କି ନ ହେବୁ ଜଣାନାହିଁ?
କେବେ କେବେ ପ୍ରଶ୍ନ ଉଠୁଛି କି - କିଏ ଜାଣେ ହେବୁ କି ନ ହେବୁ? ହେବାକୁ ହିଁ ପଡ଼ିବ । ପକ୍କା ତ?
ଆଚ୍ଛା! ଯେଉଁମାନେ ଭାବୁଛନ୍ତି ହେବାକୁ ହିଁ ପଡ଼ିବ ସେମାନେ ହାତ ଉଠାଅ । କ’ଣ ହେବାକୁ ହିଁ ପଡ଼ିବ
ନା? ଆଚ୍ଛା, ଏମାନେ ସମସ୍ତେ କେଉଁ ମାଳାର ଦାନା ହେବେ? କ’ଣ ୧୦୮ ର? ଏଠାକୁ ତ କେତେ ପିଲା
ଆସିଛନ୍ତି? କ’ଣ ସମସ୍ତେ ୧୦୮ ଭିତରେ ଆସିବେ? ତେବେ ଏମାନେ ତ ୧୮୦୦ ଅଛନ୍ତି । ତେବେ କ’ଣ ୧୦୮ ର
ମାଳାକୁ ବଢ଼ାଇ ଦେବା କି? ଆଚ୍ଛା । ୧୬ ହଜାରରେ ଆସିବାକୁ ଭଲ ଲାଗୁନାହିଁ । କ’ଣ ୧୬ ହଜାର ଭିତରେ
ଯିବ କି? ଯିବ ନାହିଁ ନା! ଏହା ସୁନିଶ୍ଚିତ ମଧ୍ୟ ଅଟେ ଏବଂ ଏଥିରେ ନିଶ୍ଚୟ ମଧ୍ୟ ରହିବା ଦରକାର,
ଏହିଭଳି ଅନୁଭବ ହେଉ । ଆମେ ନ ହେବୁ ତ ଆଉ କିଏ ହେବ? କ’ଣ ନିଶା ଅଛି ତ? ଯଦି ତୁମେମାନେ ନ ହେବ
ତେବେ ଆଉ ତ କେହି ହୋଇପାରିବେ ନାହିଁ ନା । ତୁମେମାନେ ହିଁ ତ ହେବ ନା! କୁହ- ତୁମେମାନେ ହିଁ ଅଟ
ନା! କ’ଣ କହୁଛ ପାଣ୍ଡବମାନେ, ତୁମେମାନେ ହିଁ ହେବ ନା? ଆଚ୍ଛା । ଦର୍ପଣରେ ନିଜର ସାକ୍ଷାତ୍କାର
କରିଛ ତ? ବାପଦାଦା ତ ପିଲାମାନଙ୍କର ନିଶ୍ଚୟକୁ ଦେଖି ପିଲାମାନଙ୍କ ନିକଟରେ ନିଜକୁ ସମର୍ପଣ କରି
ଦେଉଛନ୍ତି । ବାଃ ବାଃ ପିଲାମାନେ ବାଃ ବାଃ! ସମସ୍ତେ ବାଃ ବାଃ ବାଲା ଅଟ ନା! କ’ଣ ବାଃ ବାଃ ନା
ହ୍ୱାଏ, ହ୍ୱାଏ? ହ୍ୱାଏ ତ ନୁହେଁ ନା ଅର୍ଥାତ୍ କାହିଁକି କାହିଁକି ତ କରୁନାହଁ ନା! କ’ଣ କେବେ
କେବେ ହ୍ୱାଏ ହୋଇଯାଉଛି କି । ଲୋକମାନେ ହୁଏତ ହ୍ୱାଏ କହିଥାନ୍ତି ନଚେତ୍ ହାଏ କହିଥା’ନ୍ତି, ନଚେତ୍
କ୍ରାଏ କରିଥା’ନ୍ତି ଅର୍ଥାତ୍ କାନ୍ଦିଥା’ନ୍ତି । କିନ୍ତୁ ତୁମେମାନେ ତ ବାଃ ବାଃ ବାଲା ଅଟ ନା!
ବାପଦାଦା ଡବଲ ବିଦେଶୀମାନଙ୍କ ଉପରେ ବିଶେଷ ଗର୍ବ କରୁଛନ୍ତି । କାହିଁକି ଜାଣିଛ? ଭାରତବାସୀ
ପିଲାମାନେ ତ ବାବାଙ୍କୁ ଭାରତକୁ ଡାକି ଆଣିଛନ୍ତି କିନ୍ତୁ ଡବଲ ବିଦେଶୀମାନଙ୍କ ଉପରେ ଏଥିପାଇଁ
ଗର୍ବ କରୁଛନ୍ତି ଯେ ଏମାନେ ବାପଦାଦାଙ୍କୁ ନିଜର ସଚ୍ଚା ସ୍ନେହର ବନ୍ଧନରେ ବାନ୍ଧି ଦେଇଛନ୍ତି ।
ଅଧିକାଂଶ ପିଲା ସଚ୍ଚା ଅଟନ୍ତି । କେହି କେହି ତ ନିଜର ଦୋଷ ଦୁର୍ବଳତାଗୁଡ଼ିକୁ ଲୁଚାଇଥା’ନ୍ତି
କିନ୍ତୁ ଅଧିକାଂଶ ପିଲା ନିଜର ଦୁର୍ବଳତାଗୁଡ଼ିକୁ ସତ୍ୟତା ପୂର୍ବକ ବାପଦାଦାଙ୍କୁ ଶୁଣାଇଥା’ନ୍ତି ।
ତେବେ ବାପଦାଦାଙ୍କୁ ସତ୍ୟତା ହିଁ ସବୁଠାରୁ ପ୍ରିୟ ଲାଗେ, ସେଥିପାଇଁ ଭକ୍ତି ମାର୍ଗରେ କହିଥା’ନ୍ତି
ଗଡ୍ ଇଜ୍ ଟ୍ରୁଥ୍ ଅର୍ଥାତ୍ ଈଶ୍ୱର ହିଁ ସତ୍ୟ । ତେଣୁ ସବୁଠାରୁ ପ୍ରିୟ ଜିନିଷ ହେଲା ସତ୍ୟତା
କାହିଁକିନା ଯାହା ଭିତରେ ସତ୍ୟତା ରହିଛି ତା’ ଭିତରେ ସ୍ୱଚ୍ଛତା ମଧ୍ୟ ଅଛି । ସତ୍ୟତା ଏବଂ
ସ୍ୱଚ୍ଛତା ଉଭୟ ରହୁଥିବା କାରଣରୁ ଡବଲ ବିଦେଶୀମାନଙ୍କର ସଚ୍ଚା ସ୍ନେହର ରସୀ ବାପଦାଦାଙ୍କୁ
ଆକର୍ଷିତ କରୁଛି । ଏମିତି ଅଳ୍ପ କେହି କେହି ଅଛନ୍ତି ଯେଉଁମାନଙ୍କର ଟିକିଏ ମିଶାମିଶି ରହୁଛି ।
ତେଣୁ ଡବଲ ବିଦେଶୀମାନଙ୍କୁ ନିଜର ଏହି ସତ୍ୟତାର ବିଶେଷତାକୁ କେବେବି ଛାଡ଼ିବାର ନାହିଁ, କାରଣ
ସତ୍ୟତାର ଶକ୍ତି ଲିଫ୍ଟ ଭଳି କାମ କରିଥାଏ । ତେବେ ସମସ୍ତଙ୍କୁ ସତ୍ୟତା ଭଲ ଲାଗିଥାଏ ନା! କ’ଣ
ପାଣ୍ଡବମାନଙ୍କୁ ଭଲ ଲାଗୁଛି? ଏମିତି ତ ମଧୁବନବାଲାଙ୍କୁ ମଧ୍ୟ ଭଲ ଲାଗୁଛି । ମଧୁବନର ସବୁ
ସ୍ଥାନର ପିଲାମାନେ ହାତ ଉଠାଅ । ଦାଦି କହୁଛିନା ଏମାନେ ଭୁଜା ଅଟନ୍ତି । ତେଣୁ ମଧୁବନର,
ଶାନ୍ତିବନର ସମସ୍ତେ ହାତ ଉଠାଅ । ବଡ଼ ହାତ ଉଠାଅ । କ’ଣ ମଧୁବନବାଲାଙ୍କୁ ସତ୍ୟତା ଭଲ ଲାଗୁଛି ତ?
ଯାହା ଭିତରେ ସତ୍ୟତା ଥିବ ତାଙ୍କୁ ବାବାଙ୍କୁ ମନେ ପକାଇବା ବହୁତ ସହଜ ଲାଗିବ । କାହିଁକି ଜାଣିଛ?
ବାବା ମଧ୍ୟ ସତ୍ୟ ଅଟନ୍ତି ନା! ତେଣୁ ସତ୍ୟ ପିତାଙ୍କୁ ମନେ ପକାଇବା ସଚ୍ଚା ପିଲାମାନଙ୍କ ଦ୍ୱାରା
ଶୀଘ୍ର ହୋଇଥାଏ । ସେମାନଙ୍କୁ ମେହନତ କରିବାକୁ ପଡ଼େ ନାହିଁ । ଯଦି ଏବେ ବି ଯୋଗ କରିବା ପାଇଁ
ମେହନତର ଅନୁଭବ ହେଉଛି, ତେବେ ଜାଣିନିଅ ଯେ କୌଣସି ନା କୌଣସି ସୂକ୍ଷ୍ମ ସଂକଳ୍ପ ମାତ୍ରରେ ହେଉ ବା
ସ୍ୱପ୍ନ ମାତ୍ରରେ ହେଉ ସତ୍ୟତାରେ କମୀ ରହିଛି । ଯେଉଁଠାରେ ସତ୍ୟତା ଅଛି ସେଠାରେ ଯଦି କେବଳ
ସଂକଳ୍ପ କରିବ - ବାବା, ତେବେ ହଜୁର ହାଜୀର ହୋଇଯିବେ, ସେଥିପାଇଁ ବାପଦାଦାଙ୍କୁ ସତ୍ୟତା ବହୁତ
ପ୍ରିୟ ଅଟେ । ତେଣୁ ବାପଦାଦା ସବୁପିଲାଙ୍କୁ ଏହି ସଙ୍କେତ ଦେଉଛନ୍ତି ଯେ, ଯଦି ୨୧ ଜନ୍ମ ପାଇଁ
ପୂରା ସମ୍ପତି ନେବାକୁ ଚାହୁଁଛ, ତେବେ ବର୍ତ୍ତମାନ ନିଜର ସ୍ୱରାଜ୍ୟକୁ ଚେକ୍ କର । ବର୍ତ୍ତମାନ ଯଦି
ସ୍ୱରାଜ୍ୟ ଅଧିକାରୀ ହେବ, ଯେତିକି ଏବଂ ଯେପରି ହେବ ସେହି ଅନୁସାରେ ହିଁ ଭବିଷ୍ୟତର ଅଧିକାର
ପ୍ରାପ୍ତ ହେବ । ତେଣୁ ଚେକ୍ କର - ଯେପରି ଗାୟନ ରହୁଛି ଏକ ରାଜ୍ୟ...., କେବଳ ଗୋଟିଏ ହିଁ ରାଜ୍ୟ
ଥିବ, ଦୁଇ ନୁହେଁ । ତେଣୁ ବର୍ତ୍ତମାନ ସ୍ୱରାଜ୍ୟର ସ୍ଥିତିରେ ସର୍ବଦା ଏକ ରାଜ୍ୟ ଅଛି ତ?
ସ୍ୱରାଜ୍ୟ ଅଛି ନା କେବେ କେବେ ପର ରାଜ୍ୟ ମଧ୍ୟ ହୋଇଯାଉଛି? ଯଦି କେବେ ମାୟାର ରାଜ୍ୟ ହୋଇଯାଉଛି,
ତେବେ ତା’କୁ ପର ରାଜ୍ୟ କୁହାଯିବ, ନା ସ୍ୱରାଜ୍ୟ କୁହାଯିବ? ତେଣୁ ସର୍ବଦା ଏକ ରାଜ୍ୟ ଅଟେ ତ,
ପର-ଅଧୀନ ହୋଇଯାଉନାହିଁ ତ? ନା, କେବେ ମାୟାର, କେବେ ସ୍ୱ ର? ଏଥିରୁ ଜାଣିନିଅ ଯେ ସମ୍ପୂର୍ଣ୍ଣ
ସମ୍ପତି ବର୍ତ୍ତମାନ ହିଁ ପ୍ରାପ୍ତ ହେଉଛି, ହୋଇସାରି ନାହିଁ, ଏବେ ହିଁ ହେଉଛି । ତେଣୁ ଚେକ୍ କର
ଯେ ସର୍ବଦା ଏକରାଜ୍ୟ ଅଛି ତ? ଏକ ଧର୍ମ ମଧ୍ୟ ରହିବ - ଧର୍ମ ଅର୍ଥାତ୍ ଧାରଣା । ତେବେ ଏବେ ବିଶେଷ
ଧାରଣା ମଧ୍ୟ କ’ଣ କରୁଛ? ପବିତ୍ରତାର ଧାରଣା । ତେଣୁ ଗୋଟିଏ ଧର୍ମର ଅର୍ଥ ହେଲା ସଂକଳ୍ପରେ ଏବଂ
ସ୍ୱପ୍ନରେ ମଧ୍ୟ ପବିତ୍ରତା ଅଛି ତ? ସଂକଳ୍ପରେ ଏବଂ ସ୍ୱପ୍ନରେ ଯଦି ଅପବିତ୍ରତାର ଛାଇ ପଡ଼ିଛି ତେବେ
କ’ଣ କୁହାଯିବ? କ’ଣ ଗୋଟିଏ ଧର୍ମ କହିବା? ତେଣୁ ପବିତ୍ରତା ସମ୍ପୂର୍ଣ୍ଣ ଅଛି ତ? ତେବେ ଚେକ୍ କର,
କାହିଁକି ଜାଣିଛ? କାହିଁକିନା ସମୟ ତୀବ୍ରଗତିରେ ଆଗକୁ ବଢ଼ିଚାଲିଛି । ଏବେ ଯଦି ନିଜର ଗତି ଧୀର
ହୋଇଥିବ, ତେବେ ସମୟ ଅନୁସାରେ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବ ତ? ସେଥିପାଇଁ ବାରମ୍ବାର ଚେକ୍ କର
ଏକ ରାଜ୍ୟ, ଏକ ଧର୍ମ ଅଛି ତ? ‘ଲ’ ଏବଂ ଅର୍ଡର ଅର୍ଥାତ୍ ଆଇନ୍ ଶୃଙ୍ଖଳା ଠିକ୍ ଅଛି ତ? ନା ମାୟା
ନିଜର ଅର୍ଡର ଚଲାଉଛି? ତେବେ ପରମାତ୍ମାଙ୍କର ପିଲାମାନେ ଶ୍ରୀମତର ଲ ଅର୍ଥାତ୍ ଆଇନ୍ ଏବଂ ଅର୍ଡର୍
ଅର୍ଥାତ୍ ଶୃଙ୍ଖଳା ଅନୁସାରେ ଚାଲିବା ବାଲା ଅଟନ୍ତି ନା । ମାୟାର ଲ ଏବଂ ଅର୍ଡର ଅନୁସାରେ ନୁହେଁ
। ତେଣୁ ଚେକ୍ କର ଯେ ଭବିଷ୍ୟତର ସବୁ ସଂସ୍କାର ଏବେଠାରୁ ହିଁ ଦେଖାଯିବା ଦରକାର, କାହିଁକିନା
ସଂସ୍କାରଗୁଡ଼ିକୁ ଏହିଠାରେ ହିଁ ଭରିବାକୁ ହେବ, ସେଠାରେ ନୁହେଁ । ଏହିଠାରେ ହିଁ ଭରିବାକୁ ହେବ ।
ସୁଖ ଅଛି ତ, ଶାନ୍ତି ଅଛି ତ, ସମ୍ପତିବାନ ଅଟ ତ? ସୁଖ ମଧ୍ୟ କୌଣସି ସାଧନଗୁଡ଼ିକର ଆଧାର ଉପରେ
ନିର୍ଭର ନୁହେଁ ତ? ଅତୀନ୍ଦ୍ରିୟ ସୁଖ ଅଛି ତ? ସାଧନ ଗୁଡ଼ିକର ସୁଖ ଇନ୍ଦ୍ରିୟ ଆଧାରରେ ଅନୁଭବ
ହୋଇଥାଏ କିନ୍ତୁ ଅତିନ୍ଦ୍ରିୟ ସୁଖ ସାଧନ ଗୁଡ଼ିକର ଆଧାର ଉପରେ ମିଳିନଥାଏ । ତେଣୁ ଅଖଣ୍ଡ ଶାନ୍ତି
ଅଛି ତ? ଖଣ୍ଡିତ ହେଉ ନାହିଁ ତ? କାହିଁକିନା ସତ୍ୟଯୁଗର ରାଜ୍ୟର ମହିମା କ’ଣ? ଅଖଣ୍ଡ ଅଟଳ ଶାନ୍ତି
। ସମ୍ପନ୍ନତା ଅଛି ତ? ତେବେ ସମ୍ପତ୍ତି ଦ୍ୱାରା କ’ଣ ହୋଇଥାଏ? ସମ୍ପନ୍ନତା ପ୍ରାପ୍ତ ହୋଇଥାଏ ।
ତେବେ ସର୍ବ ସମ୍ପତ୍ତି ଅଛି ତ? ଗୁଣ, ଶକ୍ତି, ଜ୍ଞାନ - ଏଗୁଡ଼ିକ ସବୁ ସମ୍ପତି ଅଟେ ନା । ତେବେ
ଏହାର ଲକ୍ଷଣ କ’ଣ ହୋଇଥିବ? ଯଦି ମୁଁ ସମ୍ପତ୍ତିରେ ସମ୍ପନ୍ନ ଅଟେ, ତେବେ ତା’ର ଚିହ୍ନ କ’ଣ?
ସନ୍ତୁଷ୍ଟତା । ସର୍ବପ୍ରାପ୍ତିର ଆଧାର ହେଲା ସନ୍ତୁଷ୍ଟତା, ଅସନ୍ତୁଷ୍ଟତା ଅପ୍ରାପ୍ତିର ସାଧନ ଅଟେ
। ତେବେ ଚେକ୍ କର ଗୋଟିଏ ବି ବିଶେଷତା ଯେପରି କମ୍ ହେବା ଉଚିତ୍ ନୁହେଁ । କ’ଣ ଏତିକି ଚେକ୍ କରୁଛ
ତ? ସାରା ସଂସାରକୁ ତୁମେମାନେ ନିଜର ବର୍ତ୍ତମାନର ସଂସ୍କାର ଦ୍ୱାରା ହିଁ ନିର୍ମାଣ କରୁଛ । ତେବେ
ବର୍ତ୍ତମାନର ସଂସ୍କାର ଅନୁସାରେ ହିଁ ଭବିଷ୍ୟତର ସଂସାର ତିଆରି ହେବ । ତେଣୁ ତୁମେମାନେ କ’ଣ କହୁଛ?
ତୁମେମାନେ କିଏ ଅଟ? ବିଶ୍ୱ-ପରିବର୍ତ୍ତକ ଅଟ ନା! କ’ଣ ଅଟ ତ? ତେବେ ବିଶ୍ୱ-ପରିବର୍ତ୍ତକ ହେବା
ପୂର୍ବରୁ ସ୍ୱ-ପରିବର୍ତ୍ତକ ହେବା ଆବଶ୍ୟକ । ତେଣୁ ଏହିସବୁ ସଂସ୍କାରଗୁଡ଼ିକୁ ନିଜ ଭିତରେ ଚେକ୍ କର
। ଏହିଥିରୁ ବୁଝିନିଅ ଯେ ମୁଁ ୧୦୮ ର ମାଳାରେ ଅଛି ନା ଆଗରେ ପଛରେ ଅଛି? ଏହି ଚେକିଂ ମଧ୍ୟ ଗୋଟିଏ
ଦର୍ପଣ ଅଟେ, ଏହି ଦର୍ପଣରେ ନିଜର ବର୍ତ୍ତମାନକୁ ଏବଂ ଭବିଷ୍ୟତକୁ ଦେଖ । କ’ଣ ଦେଖିପାରିବ ତ? ଏବେ
ତ ହୋଲୀ ପାଳନ କରିବା ପାଇଁ ଆସିଛ ନା! ଆଚ୍ଛା । ହୋଲୀର ଅର୍ଥକୁ ବର୍ଣ୍ଣନା ତ କରୁଛ ନା! ତେଣୁ
ବାପଦାଦା ଆଜି ବିଶେଷ କରି ଡବଲ ବିଦେଶୀମାନଙ୍କୁ କହୁଛନ୍ତି, ମଧୁବନ ନିବାସୀ ମଧ୍ୟ ସାଥୀରେ ଅଛନ୍ତି,
ଏହା ତ ବହୁତ ଭଲ କଥା, ମଧୁବନ ନିବାସୀଙ୍କୁ ମଧ୍ୟ ଏକାଠି କହୁଛୁ । ଯେଉଁମାନେ ବି ଆସିଛନ୍ତି, ଚାହେଁ
ବମ୍ବେରୁ ଆସିଛନ୍ତି, ଚାହେଁ ଦିଲ୍ଲୀରୁ ଆସିଛନ୍ତି, କିନ୍ତୁ ଏହି ସମୟରେ ତ ମଧୁବନ ନିବାସୀ ଅଟ ନା
। ଡବଲ ବିଦେଶୀମାନେ ମଧ୍ୟ ଏହି ସମୟରେ କେଉଁଠିକାର ଅଟ? ମଧୁବନ-ନିବାସୀ ଅଟ ନା! ମଧୁବନ ନିବାସୀ
ହେବା ତ ଭଲ କଥା ନା! ତେବେ ସବୁ ପିଲାଙ୍କୁ ଚାହେଁ ଏଠାରେ ସମ୍ମୁଖରେ ବସିଥା’ନ୍ତୁ ବା ଚାରିଆଡ଼ର
ନିଜ ନିଜ ସ୍ଥାନରେ ବସିଥା’ନ୍ତୁ, ବାପଦାଦା ଗୋଟିଏ ପରିବର୍ତ୍ତନ ଚାହୁଁଛନ୍ତି - ଯଦି ସାହସ ଅଛି
ତେବେ ବାପଦାଦା ଶୁଣାଇବେ । କ’ଣ ସାହସ ଅଛି, ସାହସ ଅଛି, ସାହସ ଅଛି? କରିବାକୁ ପଡ଼ିବ । ଏମିତି
ନୁହେଁ ଯେ ହାତ ଉଠାଇ ଦେଲେ ହୋଇଗଲା, ଏହା ନୁହେଁ । ତେବେ ହାତ ଉଠାଇବା ମଧ୍ୟ ବହୁତ ଭଲ କିନ୍ତୁ
ମନର ହାତ ଉଠାଅ । ଆଜି କେବଳ ଏହି ହାତ ଉଠାଅ ନାହିଁ, ମନର ହାତ ମଧ୍ୟ ଉଠାଅ ।
ଡବଲ ବିଦେଶୀମାନେ ପାଖରେ
ବସିଛନ୍ତି ନା, ତେଣୁ ପାଖବାଲାଙ୍କୁ ହିଁ ଦିଲ୍ର କଥା ଶୁଣାଇଥା’ନ୍ତି । ଦେଖିବାକୁ ମିଳୁଛି
ଅଧିକାଂଶ ପିଲାଙ୍କର ବାପଦାଦାଙ୍କ ସହିତ ଏବଂ ସେବା ସହିତ ବହୁତ ଭଲ ସ୍ନେହ ଅଛି । ବାବାଙ୍କର
ସ୍ନେହ ବିନା ମଧ୍ୟ ରହିପାରିବେ ନାହିଁ ଏବଂ ସେବା ବିନା ମଧ୍ୟ ରହିପାରିବେ ନାହିଁ । ଏହିଭଳି
ଅଧିକାଂଶ ପିଲାଙ୍କର ସାର୍ଟିଫିକେଟ୍ ମଧ୍ୟ ଠିକ୍ ଅଛି । ବାପଦାଦା ତ ଚାରିଆଡ଼କୁ ଦେଖୁଛନ୍ତି କିନ୍ତୁ
......, କିନ୍ତୁ ଆସିଯାଉଛି । ଅଧିକାଂଶ ପିଲାଙ୍କ ଭିତରୁ ଏହି ଶବ୍ଦ ଶୁଣାଯାଉଛି ଯେ କୌଣସି ନା
କୌଣସି ଏଭଳି ସଂସ୍କାର, ପୁରୁଣା ସଂସ୍କାର ଯାହାକୁ ଚାହୁଁବି ନାହାନ୍ତି କିନ୍ତୁ ସେହି ପୁରୁଣା
ସଂସ୍କାର ଏବେ ପର୍ଯ୍ୟନ୍ତ ମଧ୍ୟ ଆକର୍ଷିତ କରିନେଉଛି । ତେଣୁ ଯେହେତୁ ହୋଲୀ ପାଳନ କରିବା ପାଇଁ
ଆସିଛ ତେବେ ହୋଲୀର ଅର୍ଥ ହେଲା - ଯାହା ବିତି ଯାଇଛି ତାକୁ ବିତି କରିଦେବା । ହୋ ଲୀ ଅର୍ଥାତ୍
ହୋଇଯାଇଛି । ତେବେ କୌଣସି ବି ପୁରୁଣା ସଂସ୍କାର ଯଦି ୫ ପ୍ରତିଶତ ମଧ୍ୟ ରହିଥିବ, ୧୦ ପ୍ରତିଶତ
ମଧ୍ୟ ରହିଥିବ, ୫୦ ପ୍ରତିଶତ ମଧ୍ୟ ରହିଥିବ, ଯାହାବି ଥିବ, ଅତି କମ୍ରେ ଯଦି ୫ ପ୍ରତିଶତ ମଧ୍ୟ
ରହିଛି ତେବେ ଆଜି ସେହି ସଂସ୍କାରର ହୋଲୀ ଜଳାଅ । ଯେଉଁ ସଂସ୍କାରକୁ ଭାବୁଛ ଯେ ଏହି ସଂସ୍କାର ମୋତେ
ମଝିରେ ମଝିରେ ହଲ୍ଚଲ୍ କରୁଛି ତାକୁ ଜଳାଇ ଦିଅ । ସମସ୍ତେ ଜାଣି ତ ପାରୁଛ ନା । ତେବେ ଗୋଟିଏ
ହୋଲୀ ହେଲା ଯାହାକୁ ଜଳାଇଥା’ନ୍ତି, ଆଉ ଗୋଟିଏ ହେଲା ରଙ୍ଗ ବୋଳି ହୋଇଥା’ନ୍ତି । ତେବେ ଦୁଇ
ପ୍ରକାରର ହୋଲୀ ପାଳନ କରିଥା’ନ୍ତି ନା ତେବେ ହୋଲୀର ଅର୍ଥ ହେଲା ଯାହା ବିତି ଯାଇଛି ତାକୁ ବିତି
କରିଦିଅ । ତେଣୁ ବାପଦାଦା ଚାହୁଁଛନ୍ତି ଯଦି ସେଭଳି କୌଣସି ସଂସ୍କାର ରହିଯାଇଛି, ଯେଉଁ କାରଣରୁ
ସଂସାର ପରିବର୍ତ୍ତନ ହୋଇପାରୁନାହିଁ, ତେବେ ଆଜି ସେହି ଦୁର୍ବଳ ସଂସ୍କାରକୁ ଜଳାଇ ଦିଅ ଅର୍ଥାତ୍
ଦାହ ସଂସ୍କାର କରିଦିଅ । ଜଳାଇବାକୁ ମଧ୍ୟ ସଂସ୍କାର କୁହାଯାଏ । ଯେତେବେଳେ କେହି ମନୁଷ୍ୟ ମରିଯାଏ,
କୁହନ୍ତି ଏହାକୁ ସଂସ୍କାର କରାଯିବ ଅର୍ଥାତ୍ ସଦାକାଳ ପାଇଁ ସମାପ୍ତ କରି ଦିଆଯିବ । ତେବେ କ’ଣ ଆଜି
ନିଜର ସଂସ୍କାରଗୁଡ଼ିକର ମଧ୍ୟ ସଂସ୍କାର କରିପାରିବ? ତୁମେମାନେ କହୁଛ ଆମେ ତ ଚାହୁଁ ନାହୁଁ ଯେ ଏହି
ସଂସ୍କାରଗୁଡ଼ିକ ଆସୁ ବୋଲି, କିନ୍ତୁ ଆସିଯାଉଛି ତେବେ କ’ଣ କରିବୁ? ଏହିଭଳି ଭାବୁଛ ନା । ଆଚ୍ଛା ।
କ’ଣ ଭୁଲ୍ରେ ଆସିଯାଉଛି? ଯଦି କାହାକୁ ଦାନ କରି ଦେଇଥିବା ଜିନିଷ ଭୁଲ୍ରେ ବି ତୁମ ପାଖକୁ ଆସି
ଯାଉଛି ତେବେ କ’ଣ କରୁଛ? କ’ଣ ତାକୁ ଯତ୍ନର ସହିତ ଆଲମାରୀରେ ରଖି ଦେଉଛ? ତେଣୁ ଯଦି ଆସି ବି ଯାଉଛି
ତେବେ ତାକୁ ଦିଲ୍ ଭିତରେ ରଖ ନାହିଁ କାହିଁକି ନା ଦିଲ୍ ଭିତରେ ବାବା ବସିଛନ୍ତି ନା! ତେବେ
ବାବାଙ୍କ ସାଙ୍ଗରେ ଯଦି ସେହି ସଂସ୍କାରଗୁଡ଼ିକୁ ମଧ୍ୟ ରଖିବ ତେବେ କ’ଣ ଭଲ ଲାଗିବ? ନାହିଁ ନା?
ସେଥିପାଇଁ ଯଦି ଭୁଲ୍ରେ ବି ଆସିଯାଉଛି, ତେବେ ଦିଲ୍ର ସହିତ କୁହ ବାବା, ବାବା, ବାବା-ବସ୍,
ସମାପ୍ତ ହୋଇଯିବ, ବିନ୍ଦୁ ଲାଗିଯିବ । କାରଣ ବାବା ମଧ୍ୟ କ’ଣ ଅଟନ୍ତି? ବିନ୍ଦୁ । ତେଣୁ ବିନ୍ଦୁ
ଲାଗିଯିବ । କିନ୍ତୁ ଯଦି ଦିଲ୍ର ସହିତ କହିବ ତେବେ ବିନ୍ଦୁ ଲାଗିଯିବ । ବାକି ଏମିତି ଯଦି କୌଣସି
ସ୍ୱାର୍ଥ ପାଇଁ ମନେ ପକାଇବ, ବାବା ଏହାକୁ ନେଇଯାଅ ନା, ନେଇଯାଅ ନା, ରଖିଛ ନିଜ ପାଖରେ ଆଉ କହୁଛ
ନେଇଯାଅ ନା, ନେଇଯାଅ ନା ....... ତେବେ କିପରି ନେବୁ! ତୁମ ଜିନିଷ କିପରି ନେବୁ? ପ୍ରଥମେ
ତୁମେମାନେ ନିଜର ଜିନିଷ ବୋଲି ଭାବନାହିଁ ତେବେ ଯାଇ ତ ନେବୁ, ଏମିତି ତ ନୁହେଁ ଯେ ଅନ୍ୟର ଜିନିଷକୁ
ନେଇଯିବୁ! ତେଣୁ ଏବେ କ’ଣ କରିବ? ହୋଲୀ ପାଳନ କରିବ? ହୋ ଲୀ ହୋ ଲୀ ..... ଆଚ୍ଛା, ଯେଉଁମାନେ
ଭାବୁଛନ୍ତି ଯେ ଆମେ ଦୃଢ଼-ସଂକଳ୍ପ କରୁଛୁ ସେମାନେ ହାତ ଉଠାଅ । ଯଦି ତୁମେମାନେ ତାକୁ ବାରମ୍ବାର
ବାହାର କରିଦେବ ତେବେ ନିଶ୍ଚିତ ବାହାରିଯିବ । ତେଣୁ ସେଗୁଡ଼ିକୁ ଭିତରେ ରଖ ନାହିଁ, କ’ଣ କରିବି,
କିପରି କରିବି, ବାହାରୁ ନାହିଁ ତ । ଏହା ନୁହେଁ ଯେ ଆଦୌ ବାହାରି ଯାଇ ପାରିବ ନାହିଁ । ତେବେ
ଦୃଢ଼-ସଂକଳ୍ପ କରିବ ତ? ଯେଉଁମାନେ କରିବ ସେମାନେ ମନେ ମନେ ହାତ ଉଠାଅ, ବାହାରେ ହାତ ଉଠାଅ ନାହିଁ
। ମନ ଭିତରେ ଉଠାଅ । (କେହି କେହି ଉଠାଉ ନାହାନ୍ତି) ଏମାନେ ଉଠାଉ ନାହାନ୍ତି । (ସମସ୍ତେ ଉଠାଇଲେ)
ବହୁତ ଭଲ, ଅଭିନନ୍ଦନ, ଅଭିନନ୍ଦନ । କଥା କ’ଣ କି ଆଡ୍ଭାନ୍ସ ପାର୍ଟି ବାପଦାଦାଙ୍କୁ ବାରମ୍ବାର
ପଚାରୁଛନ୍ତି - ଆଉ କେତେ ଦିନ, ଆଉ କେତେ ଦିନ, ଆଉ କେତେ ଦିନ ......? ଦ୍ୱିତୀୟରେ ପ୍ରକୃତି
ମଧ୍ୟ ବାବାଙ୍କୁ ନିବେଦନ କରୁଛି - ଏବେ ପରିବର୍ତ୍ତନ କର । ବ୍ରହ୍ମାବାବା ମଧ୍ୟ କହୁଛନ୍ତି କେବେ
ପରମଧାମର ଫାଟକ ଖୋଲିବ? ସାଥୀରେ ଯିବାର ଅଛି ନା, ରହିବାର ତ ନାହିଁ ନା! ସାଥୀରେ ଯିବ ନା! କ’ଣ
ସାଥୀ ହୋଇ ଗେଟ୍ ଖୋଲିବା! ଯଦିଓ ଚାବୀ ବ୍ରହ୍ମାବାବା ଲଗାଇବେ କିନ୍ତୁ ତୁମେମାନେ ସାଥୀରେ ତ ଥିବ
ନା! ତେଣୁ ଏବେ ଏଗୁଡ଼ିକୁ ପରିବର୍ତ୍ତନ କର । ବାସ୍, ଆଉ କେବେ ବି ପୁରୁଣା ସଂସ୍କାରଗୁଡ଼ିକୁ
ବ୍ୟବହାର କରିବାର ନାହିଁ । ତାହା ତ ତୁମର ଜିନିଷ ହିଁ ନୁହେଁ ଅନ୍ୟର ଜିନିଷ ବା ରାବଣର ଜିନିଷକୁ
କାହିଁକି ରଖିଛ! ଅନ୍ୟର ଜିନିଷକୁ କ’ଣ ରଖାଯାଏ କି? ତେବେ ଏହା କାହାର ଜିନିଷ? ରାବଣର ଅଟେ ନା?
ତା’ ଜିନିଷକୁ ତୁମେମାନେ କାହିଁକି ରଖିଛ? କ’ଣ ଏହାକୁ ରଖିବାର ଅଛି କି? ନାହିଁ ନା, ପକ୍କା ଅଟେ
ତ? ଆଚ୍ଛା । ତେବେ ରଙ୍ଗ ବୋଳି ହେବାର ହୋଲୀ ପଛେ ପାଳନ କର କିନ୍ତୁ ପ୍ରଥମେ ଏହି ହୋଲୀ ପାଳନ କର
। ତୁମେମାନେ ତ ଦେଖୁଛ, ଭକ୍ତମାନେ ତୁମକୁ ହେ ଦୟାଳୁ, ହେ କୃପାଳୁ କହି ଡାକୁଛନ୍ତି । କାରଣ
ତୁମେମାନେ କୃପାଳୁ ଦେବୀ ଏବଂ ଦେବତା ଅଟ ନା! କ’ଣ ତୁମମାନଙ୍କୁ ଦୟା ଲାଗୁନାହିଁ? ତୁମର
ଭାଇ-ଭଉଣୀମାନେ ଏତେ ଦୁଃଖୀ ଅଟନ୍ତି, ସେମାନଙ୍କୁ ଦେଖି ଦୟା ଲାଗୁନାହିଁ? କ’ଣ ଦୟା ଲାଗୁଛି ନା?
ତେଣୁ ପ୍ରଥମେ ନିଜର ସଂସ୍କାରକୁ ବଦଳାଅ ତେବେ ଯାଇ ସଂସାର ବଦଳିବ । ଯେପର୍ଯ୍ୟନ୍ତ ସଂସ୍କାରକୁ
ପରିବର୍ତ୍ତନ କରିନାହଁ ସେପର୍ଯ୍ୟନ୍ତ ସଂସାର ପରିବର୍ତ୍ତନ ହୋଇପାରିବ ନାହିଁ । ତେଣୁ ଏବେ କ’ଣ
କରିବ?
ଆଜି ଗୋଟିଏ ଖୁସିର ଖବର
ଶୁଣୁଛୁ ଯେ ସମସ୍ତଙ୍କୁ ଦୃଷ୍ଟି ନେବାର ଅଛି । ବହୁତ ଭଲ କଥା । ବାପଦାଦା ତ ପିଲାମାନଙ୍କର
ଆଜ୍ଞାକାରୀ ଅଟନ୍ତି କିନ୍ତୁ .... କିନ୍ତୁ ଶବ୍ଦ ଶୁଣି ହସୁଛନ୍ତି । ଠିକ୍ ଅଛି ହସ । ଦୃଷ୍ଟି
ପାଇଁ ଗାୟନ ରହିଛି – ଦୃଷ୍ଟି ଦ୍ୱାରା ସୃଷ୍ଟି ବଦଳିଥାଏ । ତେଣୁ ଆଜିର ଦୃଷ୍ଟି ଦ୍ୱାରା ସୃଷ୍ଟି
ପରିବର୍ତ୍ତନ କରିବାକୁ ହେବ, କାହିଁକି ନା ସମ୍ପନ୍ନତା ହେଉ ବା ଯାହାବି ସବୁ ପ୍ରାପ୍ତିଗୁଡ଼ିକ ଆଜି
ପର୍ଯ୍ୟନ୍ତ ହୋଇଆସିଛି ତା’ର ବହୁତ ସମୟର ଅଭ୍ୟାସ ରହିବା ଦରକାର । ଏମିତି ନୁହେଁ ଯେ ସମୟ ଅନୁସାରେ
ଆପେ ଆପେ ହୋଇଯିବ, ନା । ଯଦି ବହୁତ ସମୟର ରାଜ୍ୟ-ଭାଗ୍ୟ ନେବାର ଅଛି, ତେବେ ବହୁତ ସମୟର
ସମ୍ପନ୍ନତା ମଧ୍ୟ ଆବଶ୍ୟକ । ଠିକ୍ କଥା ନା? ଡବଲ ବିଦେଶୀମାନେ ଖୁସି ଅଛ ତ? ଆଚ୍ଛା ।
ଚାରିଆଡ଼ର ସମସ୍ତ ତିନୋଟି
ସିଂହାସନର ଅଧିକାରୀ ବିଶେଷ ଆତ୍ମାମାନଙ୍କୁ, ସଦା ସ୍ୱରାଜ୍ୟ ଅଧିକାରୀ ବିଶେଷ ଆତ୍ମାମାନଙ୍କୁ,
ସର୍ବଦା ଦୟାଳୁ ହୋଇ ଦୁଃଖୀ ଆତ୍ମାମାନଙ୍କୁ ସୁଖ-ଶାନ୍ତିର ଆଞ୍ଜୁଳୀ ଦେଉଥିବା ମହାଦାନୀ
ଆତ୍ମାମାନଙ୍କୁ, ସର୍ବଦା ଦୃଢ଼ତା ଏବଂ ସଫଳତାର ଅନୁଭବ କରୁଥିବା ବାପ ସମାନ ଆତ୍ମାମାନଙ୍କୁ
ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ । ।
ବରଦାନ:-
ସଂକଳ୍ପ ଏବଂ
ବାଣୀର ବିସ୍ତାରକୁ ସାରାଂଶ ରୂପକୁ ଆଣୁଥିବା ଅନ୍ତର୍ମୁଖୀ ଭବ ।
ବ୍ୟର୍ଥ ସଂକଳ୍ପର
ବିସ୍ତାରକୁ ସଂକୁଚିତ କରି ତା’ର ସାର ସ୍ୱରୂପରେ ସ୍ଥିତ ହେବା ତଥା ମୁଖର ବାଣୀର ବ୍ୟର୍ଥକୁ
ସଂକୁଚିତ କରି ସମର୍ଥ ଅର୍ଥାତ୍ ସାରାଂଶ ରୂପରେ ଶୁଣାଇବା ଏହା ହିଁ ହେଉଛି - ଅର୍ନ୍ତମୁଖୀ ।
ଏହିଭଳି ଅର୍ନ୍ତମୁଖତା ପିଲାମାନେ ହିଁ ନିରବତା ବା ଶାନ୍ତିର ଶକ୍ତି ଦ୍ୱାରା ଭଟକୁଥିବା
ଆତ୍ମାମାନଙ୍କୁ ପ୍ରକୃତ ଲକ୍ଷ୍ୟ ସ୍ଥଳର ରାସ୍ତା ଦେଖାଇ ପାରିବେ । ଏହି ଶାନ୍ତିର ଶକ୍ତି ଅନେକ
ପ୍ରକାରର ଆଧ୍ୟାତ୍ମିକ ଚମତ୍କାରୀ ଦେଖାଇଥାଏ । ଶାନ୍ତିର ଶକ୍ତି ଦ୍ୱାରା ପ୍ରତ୍ୟେକ ଆତ୍ମାର ମନର
କଥା ଏତେ ନିକଟରେ ଶୁଣି ହୁଏ, ଯେପରି କେହି ସମ୍ମୁଖରେ ଶୁଣାଉଛି ।
ସ୍ଲୋଗାନ:-
ସ୍ୱଭାବ-ସଂସ୍କାର-ସମ୍ବନ୍ଧ-ସମ୍ପର୍କରେ ହାଲୁକା ରହିବା ଅର୍ଥାତ୍ ଫରିସ୍ତା ହେବା ।
ସୂଚନା:- ଆଜି
ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ତୃତୀୟ ରବିବାର ଅଟେ, ସନ୍ଧ୍ୟା ୬.୩୦ ରୁ ୭.୩୦ ପର୍ଯ୍ୟନ୍ତ ସମସ୍ତ
ଭାଇ-ଭଉଣୀମାନେ ସଂଗଠିତ ରୂପରେ ଏକତ୍ରିତ ହୋଇ ଯୋଗର ଅଭ୍ୟାସ କରିବା ସମୟରେ ସର୍ବ ଆତ୍ମାଙ୍କ ପ୍ରତି
ଶୁଭଭାବନା ରଖିବା - ସର୍ବ ଆତ୍ମାମାନଙ୍କର କଲ୍ୟାଣ ହେଉ, ସର୍ବ ଆତ୍ମାମାନେ ସତ୍ମାର୍ଗରେ ଚାଲି
ପରମାତ୍ମ ସମ୍ପତ୍ତିର ଅଧିକାର ପ୍ରାପ୍ତ କରି ନିଅନ୍ତୁ । ମୁଁ ବାବାଙ୍କ ସମାନ ସର୍ବ ଆତ୍ମାମାନଙ୍କୁ
ମୁକ୍ତି-ଜୀବନମୁକ୍ତିର ବରଦାନ ଦେଲାବାଲା ଆତ୍ମା ଅଟେ । ଅବ୍ୟକ୍ତ ଈଶାରା - “ସତ୍ୟତା ଏବଂ ସଭ୍ୟତା
ରୂପୀ କଲଚରକୁ ଆପଣାଅ” (୧୬) ସଚ୍ଚା ହୃଦୟବାଲା ସତ୍ୟବାଦୀ ପିଲାମାନେ ସତ୍ୟତାର ମହାନତା କାରଣରୁ
ଗୋଟିଏ ସେକେଣ୍ଡରେ ବିନ୍ଦୁ ହୋଇ ବିନ୍ଦୁ ସ୍ୱରୂପ ବାବାଙ୍କୁ ମନେ ପକାଇପାରିବେ । ସଚ୍ଚା ହୃଦୟବାଲା
ଆତ୍ମା ସଚ୍ଚା ସାହେବଙ୍କୁ ରାଜୀ ଅର୍ଥାତ୍ ସନ୍ତୁଷ୍ଟ କରୁଥିବା କାରଣରୁ, ବାବାଙ୍କର ବିଶେଷ
ଆଶୀର୍ବାଦ ଥିବା କାରଣରୁ ସମୟ ଅନୁସାରେ ସେମାନଙ୍କର ବୁଦ୍ଧି ଯୁକ୍ତିଯୁକ୍ତ ଏବଂ ଯଥାର୍ଥ କାର୍ଯ୍ୟ
ସ୍ୱତଃ ହିଁ କରିଥାଏ କାହିଁକି ନା ବୁଦ୍ଧିମାନଙ୍କର ବୁଦ୍ଧି (ବାବା)ଙ୍କୁ ସନ୍ତୁଷ୍ଟ କରିଦେଇଛି ।