16.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଏବେ ସଚ୍ଚା-ସଚ୍ଚା ରାଜଯୋଗୀ ଅଟ, ତୁମକୁ ରାଜଋଷି ମଧ୍ୟ କୁହାଯାଉଛି, ରାଜଋଷିର ଅର୍ଥ
ହିଁ ପବିତ୍ର ।”
ପ୍ରଶ୍ନ:-
ତୁମେ
ସନ୍ତାନମାନେ ମନୁଷ୍ୟମାନଙ୍କୁ ମାୟା ରୂପୀ ରାବଣର ପଙ୍କରୁ କେବେ ବାହାର କରିପାରିବ?
ଉତ୍ତର:-
ଯେତେବେଳେ ତୁମେମାନେ ନିଜେ ସେହି ପଙ୍କରୁ ବାହାରି ଯାଇଥିବ । ପଙ୍କରୁ ବାହାରି ଆସିଥିବା
ଆତ୍ମାଙ୍କର ଲକ୍ଷଣ ହେଲା - ଇଚ୍ଛା ମାତ୍ରମ୍ ଅବିଦ୍ୟା ଅର୍ଥାତ୍ ସମ୍ପୂର୍ଣ୍ଣ ଅନାସକ୍ତ ବୃତ୍ତି ।
ଏକମାତ୍ର ବାବାଙ୍କ ବିନା ଆଉ କିଛି ବି ମନେ ନ ପଡୁ । ଭଲ ପୋଷାକ ପିନ୍ଧିବି, ଭଲ ଜିନିଷ ଖାଇବି...
ଏହି ସବୁ ଲାଳସା ନ ରହୁ, ତୁମେ ବର୍ତ୍ତମାନ ସମ୍ପୂର୍ଣ୍ଣ ବନବାସରେ ଅଛ । ଏହି ଶରୀରକୁ ମଧ୍ୟ
ଭୁଲିଯାଅ, ମୋର କିଛି ବି ନାହିଁ, ମୁଁ ଆତ୍ମା ଅଟେ - ଏହିପରି ଆତ୍ମ-ଅଭିମାନୀ ପିଲାମାନେ ହିଁ
ରାବଣର ପଙ୍କରୁ ମନୁଷ୍ୟମାନଙ୍କୁ ବାହାର କରିପାରିବେ ।
ଗୀତ:-
ତୁ ପ୍ୟାର କା
ସାଗର ହୈ...
ଓମ୍ ଶାନ୍ତି ।
କୌଣସି ସମୟରେ ଯେତେବେଳେ ଗୀତ ବାଜୁଥିଲା ସେତେବେଳେ ପିଲାମାନଙ୍କୁ ଗୀତର ଅର୍ଥ ମଧ୍ୟ ପଚାରୁଥିଲେ
। ଏବେ କୁହ ତୁମେ କେବେଠାରୁ ରାସ୍ତା ଭୁଲିଛ? (କେହି କହିଲେ ଦ୍ୱାପରରୁ, କେହି କହିଲେ ସତ୍ୟଯୁଗରୁ)
ଯେଉଁମାନେ କହୁଛନ୍ତି ଦ୍ୱାପରଠାରୁ ଭୁଲିଛୁ, ସେମାନେ ଭୁଲ୍ କହୁଛନ୍ତି । ତୁମେମାନେ ସତ୍ୟଯୁଗରୁ
ରାସ୍ତା ଭୁଲିଯାଇଛ । ଏବେ ତ ତୁମକୁ ମାର୍ଗଦର୍ଶକ ମିଳିଛନ୍ତି । ସତ୍ୟଯୁଗରେ ମାର୍ଗ ଦର୍ଶକଙ୍କୁ
ତୁମେ ଜାଣି ନ ଥିଲ । ସେଠାରେ କେହି ବାବାଙ୍କୁ ଜାଣି ହିଁ ନାହାଁନ୍ତି ଅର୍ଥାତ୍ ଭୁଲିଯାଇଛନ୍ତି ।
ଭୁଲିବା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ପୁଣି ଏବେ ସେ ରାସ୍ତା ବତାଇବାକୁ ଆସିଛନ୍ତି
। କହିଥାନ୍ତି ନା ପ୍ରଭୁ ରାସ୍ତା ବତାଅ । ଆମେ ସତ୍ୟଯୁଗରୁ ଆରମ୍ଭ କରି ବାବାଙ୍କୁ ଭୁଲିଯାଇଛୁ ।
ବୁଦ୍ଧିକୁ କ୍ରୀୟାଶୀଳ କରିବା ପାଇଁ ବାବା ପ୍ରଶ୍ନ ପଚାରୁଛନ୍ତି । ଏହି ଜ୍ଞାନ ହିଁ ନିଆରା ଅଟେ,
ଜ୍ଞାନର ସାଗର ବାବା ହିଁ ଅଟନ୍ତି । ବାବା ସମ୍ମୁଖରେ ବୁଝାଉଛନ୍ତି । ମୁଁ ହିଁ ଜ୍ଞାନର ସାଗର,
ସୁଖର ସାଗର ଅଟେ । ତୁମେ ମଧ୍ୟ ଜାଣିଛ - ବାସ୍ତବରେ ପତିତ-ପାବନ ମଧ୍ୟ ଏକମାତ୍ର ବାବା ହିଁ ଅଟନ୍ତି
। ଏକଥା ତ ଭକ୍ତି କରୁଥିବା ଆତ୍ମାମାନେ ମଧ୍ୟ ମାନୁଛନ୍ତି । ଶାନ୍ତିଧାମ ଏବଂ ସୁଖଧାମ ହେଲା
ପବିତ୍ର ଦୁନିଆ । ତେବେ ସୁଖଧାମ ଏବଂ ଦୁଃଖଧାମ ତ ଅଧା-ଅଧା । ଏକଥା ତ ପିଲାମାନେ ଭଲ ଭାବରେ
ଜାଣିଛନ୍ତି । ବାବା ସ୍ନେହର ସାଗର ଅଟନ୍ତି, ସେଇଥିପାଇଁ ତ ସମସ୍ତେ ତାଙ୍କୁ ପିତା ବୋଲି
ଡାକୁଛନ୍ତି କିନ୍ତୁ ସେ କିଏ, କିପରି ଆସୁଛନ୍ତି, ଏକଥା ଭୁଲିଯାଇଛନ୍ତି । ୫ ହଜାର ବର୍ଷର କଥା,
ବାସ୍ତବରେ ସେତେବେଳେ ଏହି ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ସତ୍ୟଯୁଗରେ ଥାଏ ସଦ୍ଗତି ପୁଣି
ଦୁର୍ଗତି କିପରି ହେଉଛି, ଏ କଥା କିଏ କହିବ? ବାବା ହିଁ ଆସି ବୁଝାଉଛନ୍ତି, ଦ୍ୱାପରରୁ ତୁମର
ଦୁର୍ଗତି ହୋଇଛି ସେଥିପାଇଁ ତ ବାବାଙ୍କୁ ଡାକୁଛନ୍ତି । ତୁମେ ଜାଣିଛ ଯେ ଏହା କୌଣସି ନୂଆ କଥା
ନୁହେଁ । ବାବା କଳ୍ପ-କଳ୍ପ ଆସୁଛନ୍ତି । ଏବେ ନିରାକାର ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି । କେହି
ବି ନିଜର ଆତ୍ମାକୁ ଜାଣିନାହାଁନ୍ତି । ଏପରି କେବେ କେହି କହିବେ ନାହିଁ ଯେ ମୋ ଆତ୍ମାରେ ସମସ୍ତ
ପାର୍ଟ ଭରି ହୋଇ ରହିଛି । କେବେ ହେଲେ କହିବେ ନାହିଁ ଯେ ମୁଁ ଅନେକ ଥର ଏହିପରି ହୋଇଛି । ଅଭିନୟ
କରିଛି । ସେମାନେ ଡ୍ରାମାକୁ ଜାଣି ହିଁ ନାହାଁନ୍ତି । ଯଦିଓ ସେମାନେ ଲକ୍ଷ-ଲକ୍ଷ ହଜାର-ହଜାର
ବର୍ଷ ବୋଲି କହୁଛନ୍ତି ତଥାପି ଏହା ତ ଡ୍ରାମା ଅଟେ ନା । ଡ୍ରାମାର ପୁନରାବୃତ୍ତି ହେଉଛି । ଏହି
କଥା ତ କହିବେ ନା । ଏହି ଜ୍ଞାନ ବାବା ହିଁ ପିଲାମାନଙ୍କୁ ସମ୍ମୁଖରେ ଦେଉଛନ୍ତି । ମୁଖ ଦ୍ୱାରା
କଥା ହେଉଛନ୍ତି । ତୁମେ ଜାଣିଛ ଆମକୁ ଶିବବାବା ବ୍ରହ୍ମାଙ୍କ ଦ୍ୱାରା ନିଜର କରି ବ୍ରାହ୍ମଣ
କରାଇଛନ୍ତି । ଇଏ ଶିବବାବାଙ୍କର ସନ୍ତାନ ମଧ୍ୟ ଅଟନ୍ତି । ସ୍ତ୍ରୀ ମଧ୍ୟ ଅଟନ୍ତି । ଦେଖ କେତେ
ପିଲାଙ୍କୁ ସମ୍ଭାଳୁଛନ୍ତି । ଏକୁଟିଆ ପୁରୁଷ ହୋଇଥିବା କାରଣରୁ ପିଲାମାନଙ୍କୁ ସମ୍ଭାଳିବା ପାଇଁ
ସରସ୍ୱତୀଙ୍କୁ ସହଯୋଗୀ ରୂପରେ ଦାୟିତ୍ୱ ଦିଆଗଲା । ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ଏହା
ହେଉଛି ବାସ୍ତବିକତା । ବାବା ହିଁ ରାଜଯୋଗ ଶିଖାଉଛନ୍ତି, ଯେଉଁମାନଙ୍କୁ ରାଜଯୋଗ ଶିଖାଇଲେ, ସେମାନେ
ରାଜା ହେଲେ । ୮୪ ଜନ୍ମ ନେଲେ । ବାଇବେଲ୍, କୋରାନ, ବେଦ-ଶାସ୍ତ୍ର ଆଦି ତ ବହୁତ ପଢୁଛନ୍ତି
କିନ୍ତୁ କିଛ ହେଲେ ବି ବୁଝୁନାହାଁନ୍ତି । ତୁମେ କୌଣସି ତତ୍ତ୍ୱଯୋଗୀ ନୁହଁ । ତୁମର ତ ବାବାଙ୍କ
ସହିତ ଯୋଗ ରହିଛି ଅର୍ଥାତ୍ ବାବାଙ୍କୁ ମନେ ପକାଉଛ । ତୁମେ ଏବେ ରାଜଯୋଗୀ ରାଜଋଷି ଅଟ ଅର୍ଥାତ୍
ଯୋଗୀରାଜ ଅଟ । ଯିଏ ପବିତ୍ର ରୁହନ୍ତି ତାଙ୍କୁ ଯୋଗୀ କୁହାଯାଏ । ସ୍ୱର୍ଗର ରାଜତ୍ତ୍ୱ ନେବା ପାଇଁ
ତୁମେ ଯୋଗୀ ହୋଇଛ । ବାବା ପ୍ରଥମେ ପ୍ରଥମେ କହୁଛନ୍ତି ପବିତ୍ର ହୁଅ । ତାଙ୍କର ନାମ ହିଁ ଯୋଗୀ ଅଟେ
। ତୁମେ ସବୁ ରାଜଯୋଗୀ ଅଟ । ଏହା ତୁମ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣମାନଙ୍କର କଥା । ତୁମକୁ
ରାଜଯୋଗ ଶିଖାଉଛନ୍ତି, ତେଣୁ ତୁମେ ବିଦ୍ୟାର୍ଥୀ ହୋଇଗଲ ନା । ବିଦ୍ୟାର୍ଥୀକୁ ଶିକ୍ଷକ କ’ଣ କେବେ
ଭୁଲିପାରିବେ? ଜାଣିଛ ଯେ ଶିବବାବା ଆମକୁ ପାଠ ପଢାଉଛନ୍ତି । କିନ୍ତୁ ପୁଣି ବି ମାୟା ଭୁଲାଇ ଦେଉଛି
। ତୁମେ ତୁମର ପଢାଇଲାବାଲା ଶିକ୍ଷକଙ୍କୁ ଭୁଲିଯାଉଛ । ଭଗବାନ ପଢାଉଛନ୍ତି - ଏହି କଥା ବୁଝିଗଲେ
ଯାଇ ନିଶା ଚଢିବ । ସ୍କୁଲରେ ଆଇ.ସି. ଏସ୍ ପଢିଲେ କେତେ ନିଶା ରହିଥାଏ । ତୁମେ ସନ୍ତାନମାନେ ତ ୨୧
ଜନ୍ମ ପାଇଁ ଏହି ରାଜଯୋଗର ପାଠ ପଢୁଛ । ତଥାପି ତ ପାଠ ପଢିବାକୁ ବି ପଡିବ । ରାଜବିଦ୍ୟା ମଧ୍ୟ
ପଢିବାକୁ ପଡିବ, ଭାଷା ଆଦି ଶିଖିବାକୁ ପଡିବ ।
ତୁମେ ଜାଣିଛ ଯେ ସତ୍ୟଯୁଗରୁ ଆମେ ଏହି ରାସ୍ତା ଭୁଲିବା ଆରମ୍ଭ କରିଛୁ । ପୁଣି ଗୋଟିଏ ଗୋଟିଏ ପିଢି,
ଜନ୍ମ ପରେ ଜନ୍ମ ତଳକୁ ଓହ୍ଲାଉଛୁ । ଏବେ ତୁମର ସବୁ କିଛି ମନେ ପଡିଛି । କିପରି ଆମେ ଚଢୁଛୁ,
କିପରି ଆମେ ଓହ୍ଲାଉଛୁ । ଏହି ସିଢିର ଚିତ୍ରକୁ ଭଲ ଭାବରେ ମନେ ପକାଅ । ୮୪ ଜନ୍ମ ପୂରା ହେଲା, ଏବେ
ଆମକୁ ଘରକୁ ଯିବାକୁ ହେବ । ତେଣୁ ଖୁସି ହେଉଛି, ଏହା ହେଉଛି ବେହଦର ନାଟକ । ଆତ୍ମା କେତେ ଛୋଟ ।
ଅଭିନୟ କରି କରି ଆତ୍ମା ଥକିଗଲେ କହୁଛି ବାବା ରାସ୍ତା ବତାଅ ଯାହା ଫଳରେ ଆମେ ବିଶ୍ରାମ ପାଇବୁ,
ସୁଖ-ଶାନ୍ତି ପାଇବୁ । ତୁମେ ସୁଖଧାମରେ ଥିବା ସମୟରେ ତୁମ ପାଇଁ ସେଠାରେ ସୁଖ-ଶାନ୍ତି ମଧ୍ୟ ଥାଏ
। ସେଠାରେ କୌଣସି ଗଣ୍ଡଗୋଳ ନାହିଁ । ଆତ୍ମାକୁ ସେଠାରେ ଶାନ୍ତି ମିଳିଥାଏ । ଶାନ୍ତିର ଦୁଇଟି
ସ୍ଥାନ ରହିଛି - ଶାନ୍ତିଧାମ ଓ ସୁଖଧାମ । ଦୁଃଖଧାମରେ ଅଶାନ୍ତି ରହିଛି । ଏହା ପାଠପଢା ଅଟେ ।
ତୁମେ ଜାଣିଛ ଆମକୁ ବାବା ସୁଖଧାମକୁ ଭାୟା ଶାନ୍ତିଧାମ ନେଇଯାଉଛନ୍ତି । ତୁମକୁ କହିବାର ଆବଶ୍ୟକତା
ନାହିଁ । ତୁମେ ଜାଣିଛ ଆମେ ଏଠାକୁ ଅଭିନୟ କରିବାକୁ ଆସିଛୁ ପୁଣି ଘରକୁ ଯିବୁ । ଏହି ଖୁସି ରହିଛି
। ଶାନ୍ତି ପାଉଛୁ ବୋଲି ଖୁସି ହେଉନାହୁଁ । ଅଭିନୟ କରିବା ପାଇଁ ଆମକୁ ମଜା ଲାଗୁଛି, ଖୁସି ହେଉଛୁ
। ଜାଣିଛୁ ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ବିକର୍ମ ବିନାଶ ହେବ । କେହି କେହି କହୁଛନ୍ତି ଆମକୁ
ମନର ଶାନ୍ତି ମିଳୁ । କିନ୍ତୁ ଏ କଥା ମଧ୍ୟ ଭୁଲ୍ ଅଟେ । ବିକର୍ମ କିପରି ବିନାଶ ହେବ, ସେଥିପାଇଁ
ଆମେ ବାବାଙ୍କୁ ମନେ ପକାଉଛୁ । ମନ ତ ଶାନ୍ତ ହୋଇ ରହିପାରିବ ନାହିଁ । କର୍ମ ବିନା ରହିପାରିବ ନାହିଁ
। ବାକି ଅନୁଭବ ହେଉଛି, ଆମେ ବାବାଙ୍କଠାରୁ ପବିତ୍ରତା, ସୁଖ-ଶାନ୍ତିର ସମ୍ପତ୍ତି ନେଉଛୁ, ତେଣୁ
ଖୁସି ହେବା ଦରକାର । ଏହା ତ ହେଲା ଦୁଃଖଧାମ । ଏଠାରେ ସୁଖ ହୋଇପାରିବ ନାହିଁ । ମନୁଷ୍ୟ
ଶାନ୍ତିଧାମ, ସୁଖଧାମକୁ ଭୁଲିଯାଇଛନ୍ତି । ତେବେ ଯାହାଙ୍କ ପାଖରେ ବହୁତ ପଇସା ଅଛି, ସେମାନେ
ଭାବୁଛନ୍ତି ଆମେ ସୁଖରେ ଅଛୁ, ସନ୍ନ୍ୟାସୀ ତ ଘରଦ୍ୱାର ଛାଡି ଜଙ୍ଗଲକୁ ଚାଲିଯାଇଥାନ୍ତି । ସେଠାରେ
କୌଣସି ଗଣ୍ଡଗୋଳ ତ ହେଉନାହିଁ । ତେବେ ଶାନ୍ତ ତ ହୋଇଯାଇଥାନ୍ତି କିନ୍ତୁ ତାହା ହେଲା ଅଳ୍ପକାଳ
ପାଇଁ । ଆତ୍ମାର ସ୍ୱଧର୍ମ ଯାହାକି ଶାନ୍ତି ଅଟେ, ସେଥିରେ ତୁମେ ଶାନ୍ତିରେ ରହିଥାଅ । ଏଠାରେ ତ
ପ୍ରବୃତ୍ତିରେ ଆସିବାକୁ ହିଁ ପଡିବ । ଅଭିନୟ କରିବାକୁ ହିଁ ପଡିବ । ଏଠାକୁ କର୍ମ କରିବା ପାଇଁ
ହିଁ ଆସିଥା’ନ୍ତି । କର୍ମ କରିବା ପାଇଁ ତ ଆତ୍ମାକୁ ନିଶ୍ଚିତ ଆସିବାକୁ ହିଁ ହେବ । ତୁମେ
ସନ୍ତାନମାନେ ଜାଣିଛ ଯେ - ଏହି ଜ୍ଞାନ ବେହଦର ବାବା ଦେଉଛନ୍ତି । ନିରାକାର ଭଗବାନୁବାଚ - ଏବେ
ତୁମେ ଜାଣୁଛ ଆମେ ହେଲୁ ଆତ୍ମା, ଆମର ପିତା ପରମଆତ୍ମା ଅଟନ୍ତି । ପରମଆତ୍ମା ଅର୍ଥାତ୍ ପରମାତ୍ମା
। ତାଙ୍କୁ ଏହି ଆତ୍ମା ଡାକୁଛି । ସେହି ବାବା ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ଏବେ
ବାବା କହୁଛନ୍ତି - ପିଲାମାନେ ଦେହୀ-ଅଭିମାନୀ ହୁଅ । ଏହା ହିଁ ପରିଶ୍ରମ ଅଟେ । ଅଧାକଳ୍ପରୁ ଯେଉଁ
ଖାଦ ପଡିଛି ତାହା ଏହି ଯୋଗବଳ ଦ୍ୱାରା ହିଁ ବାହାରିବ । ତୁମକୁ ଖାଣ୍ଟି ସୁନା ହେବାକୁ ପଡିବ ।
ଯେପରି ଖାଣ୍ଟି ସୁନାରେ ଖାଦ ମିଶାଇ ଅଳଙ୍କାର ତିଆରି କରିଥା’ନ୍ତି । ତୁମେ ଅସଲରେ ଖାଣ୍ଟି ସୁନା
ଥିଲ, ପୁଣି ତୁମଠାରେ ଖାଦ ପଡିଥାଏ । ଏବେ ତୁମର ବୁଦ୍ଧିରେ ଅଛି, ଆମେ ଅଭିନୟ କରିଲୁ । ଏବେ ଆମେ
ବାପ ଘରକୁ ଯାଉଛୁ । ଯେପରି ବିଦେଶରୁ ନିଜ ଘରକୁ ଫେରିଲେ ଖୁସି ହୋଇଥାନ୍ତି, ତୁମେ ମଧ୍ୟ ଖୁସି
ହେଉଛ, ତୁମେ ଜାଣିଛ ଯେ ବାବା ଆମ ପାଇଁ ସ୍ୱର୍ଗ ଆଣିଛନ୍ତି । ବେହଦ ବାବାଙ୍କର ଉପହାର ହେଲା -
ବେହଦର ବାଦଶାହୀ ଅର୍ଥାତ୍ ସଦ୍ଗତି । ସନ୍ନ୍ୟାସୀମାନେ ମୁକ୍ତିର ଉପହାରକୁ ପସନ୍ଦ କରିଥାନ୍ତି ।
କେହି ମରିଗଲେ କହିଥା’ନ୍ତି ଯେ ସ୍ୱର୍ଗବାସୀ ହେଲା । ସନ୍ନ୍ୟାସୀ କହିବେ ଜ୍ୟୋତି ଜ୍ୟୋତିରେ
ମିଶିଗଲା, ଯେଉଁଥିରେ ସମସ୍ତେ ମିଶିଯିବେ । ବ୍ରହ୍ମ ତ ରହିବାର ସ୍ଥାନ ଅଟେ, ଯେଉଁଠାରେ ଆମେ
ଆତ୍ମାମାନେ ରହିଥାଉ । ବାକି କୌଣସି ଜ୍ୟୋତି ଅଥବା ନିଆଁ ନାହିଁ, ଯେଉଁଥିରେ ସମସ୍ତେ ମିଶିଯିବେ ।
ତାହା ବ୍ରହ୍ମ ମହତତ୍ତ୍ୱ ଅଟେ, ଯେଉଁଠି ଆତ୍ମାମାନେ ରହିଥା’ନ୍ତି । ବାବା ମଧ୍ୟ ସେଠାରେ
ରହିଥା’ନ୍ତି । ସେ ମଧ୍ୟ ବିନ୍ଦୁ ଅଟନ୍ତି । କାହାକୁ ଯଦି ବିନ୍ଦୁର ସାକ୍ଷାତ୍କାର ହେବ, ତେବେ
ସେ କିଛି ବୁଝିପାରିବେ ନାହିଁ । ବହୁତ ପିଲାମାନେ କହୁଛନ୍ତି - ବାବା ଆପଣଙ୍କୁ ମନେ ପକାଇବାରେ
ମୁସକିଲ ହେଉଛି । ବିନ୍ଦୁ ରୂପକୁ କିପରି ମନେ ପକାଇବୁ । ଅଧାକଳ୍ପ ତ ବଡ ଲିଙ୍ଗ ରୂପକୁ ମନେ ପକାଇ
ଆସିଲୁ । ଏହା ମଧ୍ୟ ବାବା ବୁଝାଉଛନ୍ତି । ବିନ୍ଦୁର ତ ପୂଜା ହୋଇପାରିବ ନାହିଁ । ଏହାଙ୍କର
ମନ୍ଦିର କିପରି ତିଆରି କରିବ? ବିନ୍ଦୁକୁ ତ ଭଲ ଭାବରେ ଦେଖି ବି ହୋଇ ନ ଥାଏ, ସେଥିପାଇଁ
ଶିବଲିଙ୍ଗକୁ ବଡ କରି ତିଆରି କରିଥାନ୍ତି । ବାକି ଆତ୍ମାମାନଙ୍କର ପ୍ରତୀକ ଶାଳଗ୍ରାମ ତ ବହୁତ
ଛୋଟ-ଛୋଟ ତିଆରି କରିଥାନ୍ତି । ଅଣ୍ଡା ଭଳି ତିଆରି କରନ୍ତି । କହିବେ ପୂର୍ବରୁ କାହିଁକି ଏହା
କହିଲ ନାହିଁ - ଯେ ପରମାତ୍ମା ବିନ୍ଦୁ ଭଳି ଅଟନ୍ତି । ବାବା କହୁଛନ୍ତି - ସେ ସମୟରେ ଏ କଥା
କହିବାର ଅଭିନୟ ହିଁ ନ ଥିଲା । ଆରେ ତୁମେ ଆଇ.ସି.ଏସ ଆରମ୍ଭରୁ କାହିଁକି ପଢୁନାହଁ? ପାଠପଢାର
ମଧ୍ୟ କାଇଦା ଅଛି ନା । କେହି ଏପରି କଥା କହିଲେ ତୁମେ କହିପାରିବ - ଆଚ୍ଛା ବାବାଙ୍କୁ ପଚାରିବୁ
ଅଥବା ଆମଠାରୁ ବଡ ଶିକ୍ଷକ ଅଛନ୍ତି ତାଙ୍କୁ ଲେଖିକରି ପଚାରିବୁ । ବାବାଙ୍କର ଯଦି ବତାଇବାର ଥିବ
ତେବେ ବତାଇବେ ଅଥବା କହିବେ ଆଗକୁ ଗଲେ ବୁଝିପାରିବ । ଗୋଟିଏ ସମୟରେ ତ ସବୁ କଥା ଶୁଣାଇବେ ନାହିଁ
। ଏସବୁ ନୂଆ କଥା । ତୁମର ବେଦ ଶାସ୍ତ୍ରରେ ଯାହା ଅଛି - ବାବା ବସି ତାର ସାରାଂଶ ବତାଉଛନ୍ତି ।
ଏହା ମଧ୍ୟ ଭକ୍ତିମାର୍ଗରେ ନିର୍ଦ୍ଧାରିତ ରହିଛି, ପୁଣି ମଧ୍ୟ ତୁମକୁ ପଢିବାକୁ ହିଁ ହେବ । ଏହି
ଭକ୍ତିର ତଥା ପତିତ ହେବାର ଅଭିନୟ କରିବାକୁ ପଡିବ । କହନ୍ତି ଭକ୍ତିର ପଙ୍କରେ ଫସିଯାଇଛୁ । ବାହାରୁ
ତ ବହୁତ ସୁନ୍ଦର ଦେଖାଯାଉଛି । ଯେପରି ମୃଗତୃଷ୍ଣାର ଉଦାହରଣ ଦେଉଛନ୍ତି । ଭକ୍ତି ମଧ୍ୟ ବହୁତ
ଆକର୍ଷକ ହୋଇଥାଏ । ବାବା କହୁଛନ୍ତି ଏହା ମୃଗତୃଷ୍ଣା ଅଟେ । ମୃଗତୃଷ୍ଣା ସମାନ ଏହି ପଙ୍କରେ
ବୁଡିଯାଉଛନ୍ତି । ପୁଣି ବାହାରିବା ହିଁ ମୁସକିଲ ହୋଇଯାଉଛି, ଏକଦମ ବୁଡିଯାଉଛନ୍ତି । ଅନ୍ୟକୁ
ପଙ୍କରୁ ବାହାର କରିବାକୁ ଯାଉଛନ୍ତି ପୁଣି ନିଜେ ହିଁ ଫସିଯାଉଛନ୍ତି । ଏହିଭଳି ବହୁତ ଫସିଗଲେ ।
ଆଶ୍ଚର୍ଯ୍ୟଜନକ ଭାବେ ଶୁଣୁଛନ୍ତି, କହୁଛନ୍ତି, ଅନ୍ୟକୁ ବାହାର କରୁଛନ୍ତି, ଚାଲୁ-ଚାଲୁ ପୁଣି ନିଜେ
ହିଁ ପଙ୍କରେ ବୁଡି ଯାଉଛନ୍ତି । କେତେ ଭଲ-ଭଲ ଫାଷ୍ଟକ୍ଲାସ ପିଲାମାନେ ଥିଲେ । ପୁଣି ସେମାନଙ୍କୁ
ବାହାର କରିବା ବହୁତ ମୁସକିଲ ହୋଇଯାଉଛି । ବାବାଙ୍କୁ ଭୁଲିଯାଇଥିବାରୁ, ପଙ୍କରୁ ବାହାର କରିବା
ପାଇଁ କେତେ ପରିଶ୍ରମ କରିବାକୁ ପଡୁଛି । ଯେତେ ବୁଝାଇଲେ ବି ବୁଦ୍ଧିରେ ରହୁନାହିଁ । ଏବେ ତୁମେ
ବୁଝିପାରୁଛ ଯେ ଆମେ ମାୟା ରୂପୀ ରାବଣର ପଙ୍କରୁ କେତେ ବାହାରିପାରିଛୁ । ଯେତେ-ଯେତେ ତୁମେ ପଙ୍କରୁ
ବାହାରିଯିବ, ସେତିକି-ସେତିକି ଖୁସି ହେବ । ଯିଏ ନିଜେ ପଙ୍କରୁ ବାହାରିଥିବେ ଅନ୍ୟମାନଙ୍କୁ ବାହାର
କରିବା ପାଇଁ ତାଙ୍କ ପାଖରେ ନିଶ୍ଚିତ ଶକ୍ତି ଥିବ । ତୀର ଚାଳକ କେହି କେହି ବହୁତ କୁଶଳୀ ଯୋଦ୍ଧା
ହୋଇଥାନ୍ତି, କେହି ପୁଣି ଦୁର୍ବଳ ହୋଇଥାନ୍ତି । ଏକଲବ୍ୟ ଏବଂ ଅର୍ଜୁନଙ୍କର ମଧ୍ୟ ଉଦାହରଣ ରହିଛି
ନା । ଅର୍ଜୁନ ସାଥିରେ ରହୁଥିଲେ । ଅର୍ଜୁନ ଜଣଙ୍କୁ କୁହାଯାଉନାହିଁ, ଯିଏ ବାବାଙ୍କର ହୋଇ
ବାବାଙ୍କ ସାଥିରେ ରହିଥାନ୍ତି, ତାଙ୍କୁ ଅର୍ଜୁନ କୁହାଯାଏ । ସାଥିରେ ରହିଲାବାଲା ଏବଂ ବାହାରେ
ରହିଲାବାଲାଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଉଛି । ଏକଲବ୍ୟ ଅର୍ଥାତ୍ ଗୃହସ୍ଥରେ ରହୁଥିବା ଆତ୍ମା
ଆଗକୁ ଚାଲିଗଲା । ଶାସ୍ତ୍ରରେ ଜଣଙ୍କର ଦୃଷ୍ଟାନ୍ତ ଦିଆଯାଇଛି । କିନ୍ତୁ କଥା ତ ଅନେକଙ୍କର ଅଟେ ।
ଏହି ତୀର ମଧ୍ୟ ଜ୍ଞାନର ଅଟେ । ପ୍ରତ୍ୟେକେ ନିଜକୁ ଜାଣିପାରିବେ, ଆମେ କେତେ ବାବାଙ୍କୁ ମନେ
ପକାଉଛୁ, ଆଉ କାହାର ସ୍ମୃତି ଆସୁନାହିଁ ତ! ଭଲ ଭଲ ପିନ୍ଧିବା ଓ ଖାଇବାରେ ଲାଳସା ରହୁ ନାହିଁ ତ!
ଏଠାରେ ଯଦି ଭଲ ପିନ୍ଧିବ, ତେବେ ସତ୍ୟଯୁଗରେ କମ୍ ହୋଇଯିବ । ଆମକୁ ଏଠାରେ ତ ବନବାସରେ ରହିବାକୁ
ହେବ । ବାବା କହୁଛନ୍ତି ତୁମେ ନିଜର ଏହି ଶରୀରକୁ ମଧ୍ୟ ଭୁଲିଯାଅ । ଏହା ତ ପୁରୁଣା ତମୋପ୍ରଧାନ
ଶରୀର ଅଟେ । ତୁମେ ସ୍ୱର୍ଗର ମାଲିକ ହେଉଛ । ଇଚ୍ଛା ମାତ୍ରମ୍ ଅବିଦ୍ୟା ।
ବାବା କହୁଛନ୍ତି - ତୁମେ ଏଠାରେ ଅଳଙ୍କାର ଆଦି ମଧ୍ୟ ପିନ୍ଧ ନାହିଁ । ଏପରି କାହିଁକି କହୁଛନ୍ତି?
ଏହାର ମଧ୍ୟ ଅନେକ କାରଣ ଅଛି । କାହାର ଅଳଙ୍କାର ହଜିଗଲେ କହିବେ ସେଠାରେ ବି.କେ.ଙ୍କୁ ଦେଇକରି
ଆସିଛି ଏବଂ ପୁଣି ଚୋର-ତସ୍କର ମଧ୍ୟ ରାସ୍ତାରେ ଚାଲିବା ସମୟରେ ଛଡାଇ ନେଉଛନ୍ତି । ଆଜିକାଲି
ମାଇମାନେ (ନାରୀମାନେ) ମଧ୍ୟ ବହୁତ ଲୁଟେରା ବାହାରିଛନ୍ତି । ସ୍ତ୍ରୀ ଲୋକମାନେ ମଧ୍ୟ ଡକାୟତି
କରୁଛନ୍ତି । ଦୁନିଆର ଅବସ୍ଥା ଦେଖ କ’ଣ ହେଲାଣି? ତୁମେ ଜାଣିଛ ଯେ, ଏହି ଦୁନିଆ ବିଲକୁଲ୍
ବେଶ୍ୟାଳୟ ହୋଇଯାଇଛି । ଆମେ ଏଠାରେ ଶିବାଳୟରେ ବସିଛୁ - ଶିବବାବାଙ୍କ ସହିତ । ସେ ସତ୍ୟ ଅଟନ୍ତି,
ଚୈତନ୍ୟ ଅଟନ୍ତି, ଆନନ୍ଦ ସ୍ୱରୂପ ଅଟନ୍ତି । ଏହା ଆତ୍ମାର ହିଁ ମହିମା ଅଟେ । ଆତ୍ମା ହିଁ କହୁଛି
ମୁଁ ରାଷ୍ଟ୍ରପତି, ମୁଁ ଅମୁକ ଏବଂ ତୁମର ଆତ୍ମା କହୁଛି ମୁଁ ବ୍ରାହ୍ମଣ । ବାବାଙ୍କଠାରୁ ସମ୍ପତ୍ତି
ନେଉଛି । ତେଣୁ ଆତ୍ମ-ଅଭିମାନରେ ରହିବାକୁ ହେବ, ଏଥିରେ ହିଁ ପରିଶ୍ରମ ରହିଛି । ଇଏ ମୋର ଅମୁକ ଅଟେ,
ଏହା ମୋର ଅଟେ... ସାରା ଦିନ ଏହି କଥା ମନେ ରହିଥାଏ କିନ୍ତୁ ଆମେ ଆତ୍ମା ଭାଇ ଭାଇ ଅଟୁ, ଏକଥା
ଭୁଲିଯାଉଛନ୍ତି । ଏଠାରେ ମୋର ମୋର କହିବା ଛାଡିବାକୁ ପଡିବ । ମୁଁ ଆତ୍ମା ଅଟେ, ଏହାଙ୍କର ଆତ୍ମା
ମଧ୍ୟ ଜାଣିଛି । ବାବା ବୁଝାଉଛନ୍ତି, ମୁଁ ମଧ୍ୟ ଶୁଣି ଚାଲିଛି । ପ୍ରଥମେ ମୁଁ ଶୁଣୁଛି, ଯଦିଓ
ମୁଁ ମଧ୍ୟ ଶୁଣାଇ ପାରିବି କିନ୍ତୁ ପିଲାମାନଙ୍କ କଲ୍ୟାଣ ଅର୍ଥେ କହୁଛି - ତୁମେ ସର୍ବଦା ଭାବ ଯେ
ଶିବବାବା ବୁଝାଉଛନ୍ତି । ବିଚାର-ସାଗର ମନ୍ଥନ କରିବା ପିଲାମାନଙ୍କର କାମ ଅଟେ । ଯେପରି ତୁମେ
କରୁଛ, ସେହିପରି ମୁଁ ମଧ୍ୟ କରୁଛି । ନଚେତ୍ ପ୍ରଥମ ନମ୍ବରରେ କିପରି ଯିବି, କିନ୍ତୁ ନିଜକୁ
ଗୁପ୍ତ ରଖୁଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମୋର-ମୋର
ଛାଡି ନିଜକୁ ଆତ୍ମା ଭାବିବାକୁ ହେବ । ଆତ୍ମ-ଅଭିମାନୀ ହୋଇ ରହିବାର ମେହନତ କରିବାକୁ ପଡିବ ।
ଏଠାରେ ବିଲ୍କୁଲ୍ ବନବାସୀ ଅବସ୍ଥାରେ ରହିବାକୁ ପଡିବ । କୌଣସି ବି ପିନ୍ଧିବା, ଖାଇବାର ଇଚ୍ଛାରୁ
ଇଚ୍ଛା ମାତ୍ରମ୍ ଅବିଦ୍ୟା ହେବାକୁ ପଡିବ ।
(୨) ଅଭିନୟ କରିବା ସହିତ
ବା କର୍ମ କରି ମଧ୍ୟ ନିଜର ଶାନ୍ତି ସ୍ୱଧର୍ମରେ ସ୍ଥିତ ହୋଇ ରହିବାକୁ ହେବ । ଶାନ୍ତିଧାମ ଏବଂ
ସୁଖଧାମକୁ ସ୍ମରଣ କରିବାକୁ ହେବ । ଏହି ଦୁଃଖଧାମକୁ ଭୁଲିଯିବାକୁ ହେବ ।
ବରଦାନ:-
ରୁହାବ ଅର୍ଥାତ୍
ଆତ୍ମିକ ନିଶା ଏବଂ ରହମ ଅର୍ଥାତ୍ ଦୟାଭାବର ଗୁଣଦ୍ୱାରା ବିଶ୍ୱର ନିବନିର୍ମାଣ କରୁଥିବା
ବିଶ୍ୱକଲ୍ୟାଣକାରୀ ଭବ ।
ବିଶ୍ୱକଲ୍ୟାଣକାରୀ ହେବା
ପାଇଁ ମୁଖ୍ୟ ରୂପରେ ଦୁଇଟି ଧାରଣା ଆବଶ୍ୟକ, ଗୋଟିଏ ହେଲା ଈଶ୍ୱରୀୟ ରୁହାବ ଏବଂ ଅନ୍ୟଟି ରହମ ।
ଯଦି ଏହି ଦୁଇଟିଯାକ ଏକାଠି ଥିବ ଏବଂ ସମାନ ଭାବରେ ଥିବ ତେବେ ଆତ୍ମ-ଅଭିମାନୀ ସ୍ଥିତିର ନିର୍ମାଣ
ହୋଇଯିବ । ତେଣୁ ଯେବେ ବି କୌଣସି କର୍ତ୍ତବ୍ୟ କରୁଛ ବା ମୁଖ ଦ୍ୱାରା ଶବ୍ଦଗୁଡିକ ବର୍ଣ୍ଣନା କରୁଛ
ତେବେ ଚେକ୍ କର ଯେ ରହମ ଏବଂ ରୁହାବ ଦୁଇଟିଯାକ ସମାନ ରୂପରେ ଅଛି ତ? ଶକ୍ତିମାନଙ୍କର ଚିତ୍ରରେ ଏହି
ଦୁଇଟି ଯାକ ଗୁଣର ସମାନତା ଦେଖାଯାଇଛି ଏବଂ ଏହି ଦୁଇଟିର ଆଧାରରେ ବିଶ୍ୱ ନବ ନିର୍ମାଣ କାର୍ଯ୍ୟରେ
ନିମିତ୍ତ ହୋଇପାରିବ ।
ସ୍ଲୋଗାନ:-
ବାବାଙ୍କର
ସ୍ନେହ ପାଇବା ପାଇଁ ବ୍ୟର୍ଥ ସଂକଳ୍ପ ଗୁଡିକୁ ତ୍ୟାଗ କରିଦିଅ - ଏହା ହିଁ ହେଉଛି ପ୍ରକୃତ ବଳିଦାନ
।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ଯିଏ ନିଜେ ଯେତିକି ସରଳ
ହୋଇଥିବ ସେହି ଅନୁସାରେ ତାଙ୍କର ଯୋଗ ମଧ୍ୟ ସରଳ ହୋଇଥିବ । ଯିଏ ଯେତିକି ସବୁ କଥାରେ ସ୍ପଷ୍ଟ
ଅର୍ଥାତ୍ ସଫା ଥିବ ସେତିକି ସରଳ ମଧ୍ୟ ହୋଇଥିବ । ଯିଏ ନିଜେ ଯେପରି ହୋଇଥାଏ ତାଙ୍କର ରଚନା
ମାନଙ୍କ ଭିତରେ ମଧ୍ୟ ସେହି ସଂସ୍କାର ରହିଥାଏ । ତେଣୁ ପ୍ରତ୍ୟେକ ଗୁଣର ବାସ୍ତବିକ ସ୍ୱରୂପର
ଦୃଷ୍ଟାନ୍ତ ହୁଅ ।