16.07.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଡ୍ରାମାର ଯଥାର୍ଥ ଜ୍ଞାନ ଦ୍ୱାରା ହିଁ ତୁମେ ଅଚଳ-ଅଟଳ ଏବଂ ଏକରସ ଅର୍ଥାତ୍ ସ୍ଥିର ରହିପାରିବ,
ମାୟାର ତୋଫାନ ତୁମକୁ ହଲଚଲ୍ କରିପାରିବ ନାହିଁ ।”
ପ୍ରଶ୍ନ:-
ଦେବତାମାନଙ୍କର
କେଉଁ ଗୋଟିଏ ମୁଖ୍ୟ ଗୁଣ ତୁମମାନଙ୍କ ଭିତରେ ସଦାସର୍ବଦା ଦେଖାଯିବା ଉଚିତ୍?
ଉତ୍ତର:-
ହର୍ଷିତ ରହିବା । ଦେବତାମାନଙ୍କର ସର୍ବଦା ହର୍ଷିତ ମୁଖମଣ୍ଡଳ ଦେଖାଇଥା’ନ୍ତି । ସେହିଭଳି
ତୁମମାନଙ୍କୁ ମଧ୍ୟ ସର୍ବଦା ହର୍ଷିତ ହୋଇ ରହିବାକୁ ହେବ, କଥା ଯେଭଳି ବି ହୋଇଥାଉ କିନ୍ତୁ ତୁମେ
ହର୍ଷିତ ହୋଇ ରୁହ । କେବେହେଲେ ଦୁଃଖୀ ହେବା ବା କ୍ରୋଧ କରିବା ଉଚିତ୍ ନୁହେଁ । ଯେପରି ବାବା
ତୁମମାନଙ୍କୁ ଭୁଲ୍-ଠିକ୍ର ଜ୍ଞାନ ଦେଉଛନ୍ତି, କେବେ କ୍ରୋଧ କରୁନାହାଁନ୍ତି କି ଦୁଃଖୀ
ହେଉନାହାଁନ୍ତି, ସେହିଭଳି ତୁମମାନଙ୍କୁ ମଧ୍ୟ କେବେ ଦୁଃଖୀ ହେବାର ନାହିଁ ।
ଓମ୍ ଶାନ୍ତି ।
ବେହଦର ବାବା
ବେହଦର ପିଲାମାନଙ୍କୁ ବୁଝାଉଛନ୍ତି । ଲୌକିକ ପିତା ତ ଏପରି କହିବେ ନାହିଁ । ତାଙ୍କର ଅତି ବେଶୀରେ
୫-୬ଟି ସନ୍ତାନ ହେବେ । ଏଠାରେ ଯେତେ ଆତ୍ମା ଅଛନ୍ତି ସମସ୍ତେ ପରସ୍ପର ଭାଇ-ଭାଇ । ତେବେ
ସେମାନଙ୍କର ନିଶ୍ଚିତ କେହି ପିତା ଥିବେ । ସମସ୍ତେ କହୁଛନ୍ତି ନା ଆମେ ସବୁ ଭାଇ-ଭାଇ । ଏକଥା
ସମସ୍ତଙ୍କ ପାଇଁ କୁହାଯାଏ । ଯିଏ ବି ଆସନ୍ତୁ ତାଙ୍କୁ ମଧ୍ୟ ଆତ୍ମା-ଆତ୍ମା ଭାଇ-ଭାଇ ବୋଲି
କୁହାଯିବ । ଡ୍ରାମାରେ ତ ସମସ୍ତେ ବାନ୍ଧି ହୋଇ ରହିଛନ୍ତି, ଯାହାକୁ କେହି ଜାଣି ନାହାଁନ୍ତି । ଏ
କଥା ନ ଜାଣିବା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ଯାହା ବାବା ଆସି ଶୁଣାଉଛନ୍ତି । କଥା ଆଦି
ଯେତେବେଳେ ଶୁଣାଉଛନ୍ତି ସେତେବେଳେ କହୁଛନ୍ତି ପରମପିତା ପରମାତ୍ମାୟେ ନମଃ । ତେବେ ସିଏ କିଏ-ଏ କଥା
କେହି ଜାଣନ୍ତି ନାହିଁ । ବ୍ରହ୍ମା ଦେବତା, ବିଷ୍ଣୁ ଦେବତା, ଶଙ୍କର ଦେବତା ବୋଲି କହୁଛନ୍ତି
କିନ୍ତୁ କିଛି ବୁଝୁ ନାହାଁନ୍ତି । ବାସ୍ତବରେ ବ୍ରହ୍ମାଙ୍କୁ ଦେବତା କୁହାଯିବ ନାହିଁ । ଦେବତା ତ
ବିଷ୍ଣୁଙ୍କୁ କୁହାଯାଏ । ବ୍ରହ୍ମାଙ୍କ ବିଷୟରେ କାହାକୁ ମଧ୍ୟ ଜଣାନାହିଁ । ବିଷ୍ଣୁ ଦେବତା କହିବା
ଠିକ୍ ଅଟେ । କିନ୍ତୁ ଶଙ୍କରଙ୍କର ତ କିଛି ବି ପାର୍ଟ ନାହିଁ । ତାଙ୍କର ଜୀବନ କାହାଣୀ କିଛି ନାହିଁ,
ଶିବବାବାଙ୍କର ଜୀବନ କାହାଣୀ ଅଛି । ସିଏ ପତିତମାନଙ୍କୁ ପବିତ୍ର କରିବା ପାଇଁ, ନୂଆ ଦୁନିଆ
ସ୍ଥାପନ କରିବା ପାଇଁ ଆସୁଛନ୍ତି । ଏବେ ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ଏବଂ
ଅନ୍ୟ ସବୁ ଧର୍ମର ବିନାଶ ହେଉଛି । ତେବେ ସମସ୍ତେ କେଉଁଠାକୁ ଯିବେ ? ଶାନ୍ତିଧାମ । ସମସ୍ତଙ୍କର
ଶରୀର ତ ବିନାଶ ହୋଇଯିବ । କେବଳ ତୁମେମାନେ ହିଁ ନୂଆ ଦୁନିଆରେ ରହିବ । ଯେଉଁ ମୁଖ୍ୟ ଧର୍ମ ସବୁ
ରହିଛି, ତାକୁ ତୁମେମାନେ ହିଁ ଜାଣିଛ । ସମସ୍ତଙ୍କର ନାମ ତ କହି ହେବ ନାହିଁ । ଛୋଟ-ଛୋଟ ମଠ-ପନ୍ଥ
ମଧ୍ୟ ବହୁତ ରହିଛି । ପ୍ରଥମେ ପ୍ରଥମେ ହେଉଛି ଦେବତା ଧର୍ମ, ତାପରେ ପୁଣି ଇସ୍ଲାମ ଧର୍ମ । ଏହି
କଥା ତୁମମାନଙ୍କ ବ୍ୟତୀତ ଅନ୍ୟ କାହା ବୁଦ୍ଧିରେ ନାହିଁ । ଏବେ ସେହି ଆଦି ସନାତନ ଦେବୀ-ଦେବତା
ଧର୍ମ ପ୍ରାୟତଃ ଲୋପ ହୋଇଯାଇଛି ସେଥିପାଇଁ ବରଗଛର ଉଦାହରଣ ଦିଆଯାଉଛି । ସମ୍ପୂର୍ଣ୍ଣ ବୃକ୍ଷ ଛିଡା
ହୋଇଛି କିନ୍ତୁ ତାର ମୂଳଦୁଆ ନାହିଁ । ସବୁଠାରୁ ଅଧିକ ବୟସ ଏହି କଳ୍ପବୃକ୍ଷର ଅଟେ । ତେବେ ଏହି
ସୃଷ୍ଟି ରୂପୀ କଳ୍ପ ବୃକ୍ଷରେ ସବୁଠାରୁ ଅଧିକ ଆୟୁଷ ଆଦି ସନାତନ ଦେବୀ-ଦେବତା ଧର୍ମର । ତେବେ ଏହି
ଧର୍ମ ଯେତେବେଳେ ପ୍ରାୟ ଲୋପ ହୋଇଯିବ ସେତେବେଳେ ବାବା ଆସି ଗୋଟିଏ ଧର୍ମର ସ୍ଥାପନା ଏବଂ ଅନ୍ୟ
ଧର୍ମଗୁଡିକର ବିନାଶ ହେବାର ଉପାୟ ବତାଇବେ ସେଥିପାଇଁ ତ୍ରିମୂର୍ତ୍ତୀ ଚିତ୍ର ମଧ୍ୟ ତିଆରି ହୋଇଛି
। କିନ୍ତୁ ତା’ର ଅର୍ଥକୁ କେହି ବୁଝୁନାହାଁନ୍ତି । ତୁମେ ପିଲାମାନେ ଜାଣିଛ ଉଚ୍ଚରୁ ଉଚ୍ଚ
ହେଉଛନ୍ତି ଭଗବାନ ପୁଣି ତାପରେ ବ୍ରହ୍ମା, ବିଷ୍ଣୁ, ଶଙ୍କର, ତା’ପରେ ସୃଷ୍ଟିକୁ ଆସୁଥିବା
ଦେବୀ-ଦେବତାମାନେ । ତେବେ ସେତେବେଳେ ଦେବୀ-ଦେବତା ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ନ ଥାଏ ।
ଭକ୍ତିମାର୍ଗ ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ପ୍ରଥମେ ଶିବଙ୍କର ଭକ୍ତି କଲେ ପୁଣି
ତା’ପରେ ଦେବତାମାନଙ୍କ କରିଲେ । ତେବେ ଏ ସବୁ ଭାରତର ହିଁ କଥା । ବାକି ଅନ୍ୟମାନେ ତ ସମସ୍ତେ
ଜାଣିଛନ୍ତି ଆମର ଧର୍ମ, ମଠ, ପନ୍ଥ କେବେ ସ୍ଥାପନ ହୋଇଥିଲା । ଯେମିତି ଆର୍ଯ୍ୟମାନେ କହୁଛନ୍ତି -
ଆମେ ବହୁତ ପୁରୁଣା । ବାସ୍ତବରେ ସବୁଠାରୁ ପୁରୁଣା ହେଉଛି ଆଦି-ସନାତନ ଦେବୀ-ଦେବତା ଧର୍ମ । ତୁମେ
ଯଦି ଅନ୍ୟମାନଙ୍କୁ କଳ୍ପ ବୃକ୍ଷ ବିଷୟରେ ବୁଝାଇବ ତେବେ ସେମାନେ ନିଜେ ବୁଝିଯିବେ ଯେ, ଆମର ଧର୍ମ
ଅମୁକ ସମୟରେ ଆସିବ । ସମସ୍ତଙ୍କୁ ଯେଉଁ ଅନାଦି ଅବିନାଶୀ ପାର୍ଟ ମିଳୁଛି ତାକୁ ତ ବଜାଇବାକୁ ପଡିବ,
ଏଥିରେ କାହାରି ଦୋଷ କିମ୍ବା ଭୁଲ୍ ବୋଲି କୁହାଯାଇ ପାରିବ ନାହିଁ । କେବଳ ଏତିକି ବୁଝାଯାଉଛି ଯେ,
ଆମେମାନେ ପାପ ଆତ୍ମା କିପରି ହୋଇଛନ୍ତି । ମନୁଷ୍ୟ କହିବେ ଆମେ ସମସ୍ତେ ବେହଦ ବାବାଙ୍କର ସନ୍ତାନ,
ସମସ୍ତ ଆତ୍ମା ରୂପୀ ଭାଇମାନେ ସତ୍ୟଯୁଗକୁ କାହିଁକି ଯିବେ ନାହିଁ ? କିନ୍ତୁ ଡ୍ରାମାରେ ଏଭଳି
ପାର୍ଟ ନାହିଁ । ଏହା ହେଉଛି ଅନାଦି ଏବଂ ପୂର୍ବ ନିର୍ଦ୍ଧାରିତ ଡ୍ରାମା, ଏଥିରେ ନିଶ୍ଚୟ ରଖ,
ଅନ୍ୟ କୌଣସି ପ୍ରଶ୍ନ ଉଠାଅ ନାହିଁ । ସୃଷ୍ଟିଚକ୍ର କିପରି ଘୂରୁଛି ତାହା ମଧ୍ୟ ଦେଖାଇଛନ୍ତି ।
କଳ୍ପ ବୃକ୍ଷର ଚିତ୍ର ମଧ୍ୟ ଅଛି । କିନ୍ତୁ ଏକଥା କେହି ଜାଣିନାହାଁନ୍ତି ଯେ ଏହାର ଆୟୁଷ କେତେ ।
ବାବା କାହାର ନିନ୍ଦା କରୁ ନାହାଁନ୍ତି । ସିଏ ତ ତୁମମାନଙ୍କୁ ବୁଝାଉଛନ୍ତି । ତୁମେ କେତେ ପବିତ୍ର
ଥିଲ, ଏବେ ପତିତ ହୋଇଯାଇଛ, ସେଥିପାଇଁ ଡାକୁଛ - ହେ ପତିତ ପାବନ ଆସ । ପ୍ରଥମେ ତ ତୁମ ସମସ୍ତଙ୍କୁ
ପବିତ୍ର ହେବାକୁ ପଡିବ । ପୁଣି କ୍ରମାନୁସାରେ ପାର୍ଟ ବଜାଇବା ପାଇଁ ଆସିବାକୁ ହେବ । ଆତ୍ମାମାନେ
ଉପରେ ରୁହନ୍ତି ବାବା ମଧ୍ୟ ଉପରେ ରୁହନ୍ତି, ତାଙ୍କୁ ହିଁ ସମସ୍ତେ ଡାକୁଛନ୍ତି । ଏମିତି ଡାକିଲେ
ସିଏ ଆସନ୍ତି ନାହିଁ । କିନ୍ତୁ ବାବା କହୁଛନ୍ତି ମୋର ପାର୍ଟ ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ
ରହିଛି । ଯେମିତି ହଦର ଡ୍ରାମାରେ ବଡ ବଡ ମୁଖ୍ୟ ଅଭିନେତାମାନଙ୍କର ପାର୍ଟ ଥାଏ, ସେମିତି ଏହା
ହେଉଛି ବେହଦର ଡ୍ରାମା । ସମସ୍ତେ ଡ୍ରାମାର ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି, ତା’ର ଅର୍ଥ ଏହା
ନୁହେଁ ଯେ ସୂତାରେ ବାନ୍ଧି ହୋଇ ରହିଛନ୍ତି, ନା । ଏ କଥା ବାବା ବୁଝାଉଛନ୍ତି । ତାହା ହେଉଛି ଜଡ
ବୃକ୍ଷ । ଯଦି ବୀଜ ଚୈତନ୍ୟ ହୋଇଥିବ ତେବେ ତାଙ୍କୁ ଜଣାଥିବ ନା ଯେ, ଏହି ବୃକ୍ଷ କିପରି ବଡ ହେଉଛି
ଏବଂ କିପରି ଫଳ ଦେଉଛି । କିନ୍ତୁ ଇଏ ହେଉଛନ୍ତି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ଚୈତନ୍ୟ ବୀଜ,
ଏହାକୁ ଓଲଟା ବୃକ୍ଷ କୁହାଯାଏ । ବାବା ତ ଜ୍ଞାନର ସାଗର, ତାଙ୍କ ପାଖରେ ସାରା ବୃକ୍ଷର ଜ୍ଞାନ
ରହିଛି । ଏହା ସେହି ଗୀତାର ଜ୍ଞାନ । କିଛି ନୂଆ କଥା ନୁହେଁ । ଏଠାରେ ବାବା କୌଣସି ଶ୍ଳୋକ ଆଦି
ଉଚ୍ଚାରଣ କରୁ ନାହାଁନ୍ତି । ଦୁନିଆରେ ସାଧୁ ସନ୍ଥମାନେ ଗ୍ରନ୍ଥ ପାଠ କରି ତା’ର ଅର୍ଥ ବସି
ଶୁଣାଉଛନ୍ତି । ବାବା କହୁଛନ୍ତି - ଏହା ପାଠପଢା, ଏଥିରେ ଶ୍ଳୋକ ଆଦିର ଆବଶ୍ୟକତା ନାହିଁ ।
ଦୁନିଆର ଶାସ୍ତ୍ର ପଢାରେ କୌଣସି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନ ଥାଏ । କଥାରେ କୁହାଯାଏ ନା ଜ୍ଞାନ,
ଭକ୍ତି ଏବଂ ବୈରାଗ୍ୟ । ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ସନ୍ନ୍ୟାସୀମାନଙ୍କର ହଦର ବୈରାଗ୍ୟ
କିନ୍ତୁ ତୁମମାନଙ୍କର ହେଉଛି ବେହଦର ବୈରାଗ୍ୟ । ଯେତେବେଳେ ଶଙ୍କରାଚାର୍ଯ୍ୟ ଆସିଥା’ନ୍ତି
ସେତେବେଳେ ତୁମମାନଙ୍କୁ ଘର ଦୁଆରର ବୈରାଗ୍ୟ ଶିଖାଉଛନ୍ତି । ସିଏ ମଧ୍ୟ ଆରମ୍ଭରୁ ଶାସ୍ତ୍ର ଆଦି
ପଢାଉ ନାହାଁନ୍ତି । ଯେତେବେଳେ ଲୋକ ସଂଖ୍ୟା ବୃଦ୍ଧି ହୋଇଯାଉଛି ସେତେବେଳେ ଶାସ୍ତ୍ର ତିଆରି କରିବା
ଆରମ୍ଭ କରୁଛନ୍ତି । ପ୍ରଥମେ ପ୍ରଥମେ ଜଣେ ଧର୍ମସ୍ଥାପକ ଆସିଥା’ନ୍ତି, ପୁଣି ଧିରେ-ଧିରେ ବୃଦ୍ଧି
ହୋଇଚାଲନ୍ତି । ଏହି ଜ୍ଞାନକୁ ମଧ୍ୟ ବୁଝିବାକୁ ହେବ ଯେ ସୃଷ୍ଟିରେ ପ୍ରଥମେ-ପ୍ରଥମେ କେଉଁ ଧର୍ମ
ଥିଲା । ଏବେ ତ ଅନେକ ଧର୍ମ ରହିଛି । ପ୍ରଥମେ ଆଦି-ସନାତନ ଦେବୀ-ଦେବତା ଧର୍ମ ଥିଲା ଯାହାକୁ
ସ୍ୱର୍ଗ କୁହାଯାଏ । ତୁମେ ପିଲାମାନେ ରଚୟିତା ଏବଂ ରଚନାକୁ ଜାଣିବା ଦ୍ୱାରା ଆସ୍ତିକ ହେଇଯାଇଛ ।
ନାସ୍ତିକ ପଣିଆରେ କେତେ ଦୁଃଖ ଭୋଗ କରିବାକୁ ପଡିଥାଏ, କାରଣ ଅନାଥ ହୋଇଯାଇଥା’ନ୍ତି । ତେଣୁ
ପରସ୍ପର ଭିତରେ କେତେ ଲଢେଇ ଝଗଡା କରିଥା’ନ୍ତି । ଯଦି କେହି ଲଢେଇ ଝଗଡା କରନ୍ତି ତେବେ ତାଙ୍କୁ
କହିଥା’ନ୍ତି ନା - ତୁମର କ’ଣ ମାତା ପିତା ନାହାଁନ୍ତି? ତେବେ ବର୍ତ୍ତମାନ ସମୟରେ ସମସ୍ତେ ଅନାଥ
ହୋଇଯାଇଛନ୍ତି । ନୂଆ ଦୁନିଆରେ ପବିତ୍ରତା, ସୁଖ, ଶାନ୍ତି, ସବୁ ଥିଲା । ଅସୀମ ସୁଖ ଥିଲା । ଏଠାରେ
କିନ୍ତୁ ଅପରମଅପାର ଦୁଃଖ ରହିଛି । ତାହା ସତ୍ୟଯୁଗ, ଏହା କଳିଯୁଗ । କିନ୍ତୁ ଏବେ ତୁମ ପାଇଁ
ପୁରୁଷୋତ୍ତମ ସଙ୍ଗମଯୁଗ । ଏହି ଯୁଗ ମାତ୍ର ଗୋଟିଏ ଥର ହୋଇଥାଏ । ସତ୍ୟଯୁଗ-ତ୍ରେତୟା ଯୁଗର
ସଙ୍ଗମକୁ ପୁରୁଷୋତ୍ତମ କୁହାଯିବ ନାହିଁ । ଏଠାରେ ସମସ୍ତେ ଅସୁର ଏବଂ ସତ୍ୟଯୁଗରେ ସମସ୍ତେ ଦେବତା
। ତୁମେମାନେ ଜାଣିଛ, ଏହା ରାବଣ ରାଜ୍ୟ । ରାବଣ ଉପରେ ଗଧର ମୁଣ୍ଡ ଦେଖାଇଥା’ନ୍ତି ନା । ଗଧକୁ
ତୁମେ କେତେ ବି ସଫାକର ତା’ ଉପରେ କପଡା ଇତ୍ୟାଦି ରଖ ତଥାପି ସେ ମାଟିରେ ଗଡି କପଡା ଖରାପ କରିଦେବ
। ବର୍ତ୍ତମାନ ବାବା ତୁମର ଶରୀର ରୂପୀ କପଡାକୁ ସଫା କରି ତୁମକୁ ଫୁଲ ଭଳି ସୁନ୍ଦର କରୁଛନ୍ତି ।
ପୁଣି ତୁମେ ରାବଣ ରାଜ୍ୟରେ ବିକାର ରୂପୀ ପଙ୍କରେ ଗଡି ଅପବିତ୍ର ହୋଇଯାଉଛ । ଆତ୍ମା ଏବଂ ଶରୀର
ଉଭୟ ଅପବିତ୍ର ହେଇଯାଉଛି । ବାବା କହୁଛନ୍ତି ତୁମେ ସାରା ଶୃଙ୍ଗାରକୁ ହରାଇ ଦେଇଛ । ସମସ୍ତେ
ବାବାଙ୍କୁ ପତିତ-ପାବନ କହୁଛନ୍ତି, ତୁମେ ବଡ ବଡ ସଭା କହିପାରିବ ଯେ ଆମେମାନେ ସ୍ୱର୍ଣ୍ଣିମ ଯୁଗରେ
ଦିବ୍ୟଗୁଣରେ କେତେ ସଜେଇ ହୋଇ ରହିଥିଲେ । ଆମର କେତେ ଫାଷ୍ଟକ୍ଳାସ ରାଜ୍ୟଭାଗ୍ୟ ଥିଲା । ପୁଣି
ମାୟା ରୂପୀ ଧୂଳିରେ ଲଟପଟ ହୋଇ ମଇଳା ହୋଇଗଲେ ।
ବାବା କହୁଛନ୍ତି ଏହା ହେଉଛି ଅନ୍ଧାର ନଗରୀ କାରଣ ଭଗବାନଙ୍କୁ ସର୍ବବ୍ୟାପୀ ବୋଲି କହିଦେଇଛନ୍ତି ।
ତେବେ ଯାହା କିଛି ହୋଇଛି ତାହା ସବୁର ଅବିକଳ ପୁନରାବୃତ୍ତି ହେବ । ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ
। ଜଣେ ପିଲା ..୫ ହଜାର ବର୍ଷରେ କେତେ ମିନିଟ୍ କେତେ ଘଣ୍ଟା ସେକେଣ୍ଡ ବାହାର କରି ପଠାଇଥିଲା ।
ଏଥିରେ ମଧ୍ୟ ବୁଦ୍ଧି ବ୍ୟର୍ଥରେ ଖଟାଇ କରିଥିବ । ବାବା ତ କେବଳ ଏତିକି ବୁଝାଉଛନ୍ତି ଯେ-ଦୁନିଆ
କିପରି ଚାଲୁଛି ।
ପ୍ରଜାପିତା ବ୍ରହ୍ମା ହେଉଛନ୍ତି ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ୍ ଫାଦର (ଆଦି ପିତା) । ତାଙ୍କର
କର୍ତ୍ତବ୍ୟ ବିଷୟରେ କେହି ଜାଣି ନାହାଁନ୍ତି । ବିରାଟ ରୂପରେ ପ୍ରଜାପିତା ବ୍ରହ୍ମାଙ୍କୁ ଦର୍ଶାଇ
ନାହାଁନ୍ତି । କାରଣ ବାବା ଏବଂ ବ୍ରାହ୍ମଣମାନଙ୍କୁ ଯଥାର୍ଥ ଭାବରେ ଜାଣିନାହାଁନ୍ତି । ତାଙ୍କୁ
ସମସ୍ତେ ଆଦିଦେବ ବୋଲି କହୁଛନ୍ତି । ବାବା ବୁଝାଉଛନ୍ତି - ମୁଁ ହେଉଛି ଏହି ସୃଷ୍ଟି ରୂପୀ ବୃକ୍ଷର
ଚୈତନ୍ୟ ବୀଜରୂପ । ଏହା ହେଉଛି ଓଲଟା ବୃକ୍ଷ । ବାବା ସତ୍ୟ, ଚୈତନ୍ୟ, ଜ୍ଞାନର ସାଗର । ତାଙ୍କର
ହିଁ ମହିମା ଗାନ କରାଯାଉଛି । ଯଦି ଶରୀରରେ ଆତ୍ମା ନ ଥିବ ତେବେ ଚାଲିବୁଲି ପାରିବ ନାହିଁ ।
ଗର୍ଭରେ ମଧ୍ୟ ୫-୬ ମାସ ପରେ ଆତ୍ମା ପ୍ରବେଶ କରିଥାଏ । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇଛି
। ପୁଣି ଯେତେବେଳେ ଆତ୍ମା ଚାଲିଯାଉଛି ସବୁକିଛି ଶେଷ ହୋଇଯାଉଛି । ଆତ୍ମା ହେଉଛି ଅବିନାଶୀ, ସିଏ
ଶରୀରରେ ପ୍ରବେଶ କରି ଅଭିନୟ କରୁଛି - ଏକଥା ବାବା ଆସି ଅନୁଭବ କରାଉଛନ୍ତି । ଆତ୍ମା ଏତେ ଛୋଟ
ବିନ୍ଦୁ ସ୍ୱରୂପ, ସେଥିରେ ଏତେ ଅବିନାଶୀ ପାର୍ଟ ଭରି ହୋଇ ରହିଛି । ପରମପିତା ମଧ୍ୟ ଆତ୍ମା ଅଟନ୍ତି
। ତାଙ୍କୁ ଜ୍ଞାନର ସାଗର କୁହାଯାଉଛି । ସିଏ ଆସି ଆତ୍ମ ଜ୍ଞାନ ଦେଉଛନ୍ତି । ଦୁନିଆରେ ସମସ୍ତେ
କେବଳ କହୁଛନ୍ତି - ପରମାତ୍ମା ସର୍ବଶକ୍ତିମାନ, ହଜାର ସୂର୍ଯ୍ୟଠାରୁ ତେଜୋମୟ । କିନ୍ତୁ କିଛି
ବୁଝୁନାହାଁନ୍ତି । ବାବା କହୁଛନ୍ତି - ଏ ସବୁ ଭକ୍ତିମାର୍ଗରେ ବର୍ଣ୍ଣନା ହୋଇଛି । ଶାସ୍ତ୍ର
ଗୁଡିକରେ ଦର୍ଶାଯାଇଛି ଯେ - ଅର୍ଜୁନଙ୍କୁ ସାକ୍ଷାତ୍କାର ହୋଇଥିଲା, ସିଏ କହିଥିଲେ ମୁଁ ଏତେ ତେଜ
ସହନ କରିପାରିବି ନାହିଁ, ତେବେ ଏହି କଥା ମନୁଷ୍ୟମାନଙ୍କ ବୁଦ୍ଧିରେ ରହିଯାଇଛି । ଯଦି ଏତେ
ତେଜୋମୟ କାହା ଶରୀରରେ ପ୍ରବେଶ କରିବେ ତେବେ ସିଏ ଫାଟିଯିବ । ସେମାନଙ୍କ ଭିତରେ ଜ୍ଞାନ ତ ନାହିଁ
ନା । ତେଣୁ ଭାବୁଛନ୍ତି ପରମାତ୍ମା ହଜାର ସୂର୍ଯ୍ୟଠାରୁ ତେଜୋମୟ, ଆମେ ତାଙ୍କୁ ସାକ୍ଷାତକାର
କରିବାକୁ ଚାହୁଁଛୁ । ଭକ୍ତିର ଭାବନା ରହିଛି, ତେଣୁ ତାଙ୍କୁ ସାକ୍ଷାତକାର ମଧ୍ୟ ହେଉଛି । ଆରମ୍ଭରେ
ମଧ୍ୟ ତୁମେମାନେ ଏପରି ବହୁତ ସାକ୍ଷାତ୍କାର କରିଛ, ଆଖି ଏକଦମ୍ ଲାଲ ହୋଇଯାଉଥିଲା । ଯେଉଁମାନେ
ସାକ୍ଷାତକାର କରିଥିଲେ ସେମାନେ ଆଜି ଏଠାରେ ନାହାଁନ୍ତି । ସାକ୍ଷାତ୍କାର ଭକ୍ତିମାର୍ଗର କଥା ଅଟେ
। ବର୍ତ୍ତମାନ ଏ ସବୁ କଥା ବାବା ବୁଝାଉଛନ୍ତି, ଏଥିରେ ଗ୍ଳାନୀର କିଛି କଥା ନାହିଁ । ପିଲାମାନଙ୍କୁ
ସର୍ବଦା ହର୍ଷିତ ହୋଇ ରହିବାକୁ ହେବ । ଏହି ଡ୍ରାମା ତ ପୂର୍ବ ପ୍ରସ୍ତୁତ ଅଟେ । ମୋତେ ମନୁଷ୍ୟମାନେ
କେତେ ଗାଳି ଦେଉଛନ୍ତି, ପୁଣି ମୁଁ କ’ଣ କରୁଛି ? ମୋତେ କ’ଣ ରାଗ ଆସୁଛି ! ମୁଁ ଜାଣିଛି, ଏମାନେ
ଡ୍ରାମା ଅନୁସାରେ ଭକ୍ତିମାର୍ଗରେ ବାନ୍ଧି ହୋଇ ରହିଛନ୍ତି । ଏମାନଙ୍କ ଉପରେ ନାରାଜ ହେବାର କିଛି
କଥା ନାହିଁ । କାରଣ ଡ୍ରାମା ଏହିଭଳି ହୋଇଛି । ତେଣୁ ସେମାନଙ୍କୁ ସ୍ନେହର ସହିତ ବୁଝାଇବାକୁ
ପଡିଥାଏ । ବିଚରାମାନେ ଅଜ୍ଞାନ ଅନ୍ଧକାରରେ ପଡିଛନ୍ତି, କିଛି ବି ବୁଝୁନାହାନ୍ତି, ତେଣୁ ତାଙ୍କ
ଉପରେ ଦୟା ମଧ୍ୟ ଆସୁଛି । ତୁମକୁ ସର୍ବଦା ହର୍ଷିତମୁଖ ହୋଇ ରହିବା ଉଚିତ୍ । ଏମାନେ ବିଚରା
ସ୍ୱର୍ଗର ଦ୍ୱାରକୁ ଆସିପାରିବେ ନାହିଁ, ଏମାନେ ସବୁ ଶାନ୍ତିଧାମରେ ରହିବେ । କାରଣ ସେମାନେ କେବଳ
ଶାନ୍ତି ହିଁ ଚାହୁଁଛନ୍ତି । ବର୍ତ୍ତମାନ ବାବା ତୁମକୁ ସବୁ ସତ୍ୟ ଶୁଣାଉଛନ୍ତି । ଏବେ ତୁମେମାନେ
ଜାଣୁଛ ଯେ, ଏହି ଖେଳ ପୂର୍ବପ୍ରସ୍ତୁତ ଅଟେ । ଡ୍ରାମାରେ ପ୍ରତ୍ୟେକଙ୍କୁ ପାର୍ଟ ମିଳିଛି । ତେଣୁ
ଏଥିରେ ବହୁତ ଅଟଳ, ସ୍ଥିର ବୁଦ୍ଧି ଦରକାର । ଯେପର୍ଯ୍ୟନ୍ତ ଅଟଳ, ଅଚଳ, ଏକରସ ଅବସ୍ଥା ହୋଇନାହିଁ
ସେ ପର୍ଯ୍ୟନ୍ତ ପୁରୁଷାର୍ଥ କିପରି କରିବ । କିଛି ବି ହୋଇଯାଉ ଭଲେ ତୋଫାନ ବି ଆସୁ କିନ୍ତୁ ତୁମକୁ
ସ୍ଥିର ହୋଇ ରହିବାକୁ ହେବ । ମାୟାର ତୋଫାନ ତ ବହୁତ ଆସିବ ଏବଂ ଅନ୍ତିମ ସମୟ ପର୍ଯ୍ୟନ୍ତ ଆସିବ
କିନ୍ତୁ ତୁମର ଅବସ୍ଥା ମଜବୁତ୍ ହେବା ଦରକାର । ଏହା ହିଁ ହେଉଛି ଗୁପ୍ତ ମେହନତ । କେତେକ ସନ୍ତାନ
ଆସୁଥିବା ବିଘ୍ନକୁ ପୁରୁଷାର୍ଥ କରି ଏଡାଇ ଦେଉଛନ୍ତି । ତେଣୁ ଯିଏ ଯେତେ ଉତ୍ତୀର୍ଣ୍ଣ ହେବେ ସେତେ
ଉଚ୍ଚ ପଦ ପ୍ରାପ୍ତ କରିବେ । ରାଜଧାନୀରେ ପଦ ତ ବହୁତ ରହିଛି ।
ସବୁଠାରୁ ଭଲ ଚିତ୍ର ହେଉଛି ତ୍ରିମୂର୍ତ୍ତି, ସୃଷ୍ଟିଚକ୍ର ଏବଂ କଳ୍ପବୃକ୍ଷ । ଏହା ଆରମ୍ଭରୁ ତିଆରି
ହୋଇଛି । ବିଦେଶ ସେବା ପାଇଁ ମଧ୍ୟ ଏହି ଦୁଇ ଚିତ୍ର ନେବା ଦରକାର । ଏହା ଉପରେ ହିଁ ସେମାନେ ବହୁତ
ଭଲ ଭାବରେ ବୁଝାଇ ପାରିବେ । ବାବା ଚାହୁଁଛନ୍ତି ଏହି ଚିତ୍ର ଗୁଡିକ କପଡାରେ ତିଆରି ହେଉ, ତାହା
ମଧ୍ୟ ଧିରେ ଧିରେ ହୋଇଯିବ । ତୁମେ ଅନ୍ୟମାନଙ୍କୁ ବୁଝାଇବ ଯେ, ଏହା କିପରି ସ୍ଥାପନା ହେଉଛି । ଏହି
କଥାକୁ ଯଦି ତୁମେମାନେ ବୁଝିଯିବ ତେବେ ନିଜ ଧର୍ମରେ ଉଚ୍ଚ ପଦ ପ୍ରାପ୍ତ କରିପାରିବ । ଯଦି
ଖ୍ରୀଷ୍ଟିୟାନ ଧର୍ମରେ ଆପଣ ଉଚ୍ଚ ପଦ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଏହାକୁ ଭଲ ଭାବରେ
ବୁଝ । ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି
ପୁରୁଷୋତ୍ତମ ସଂଗମଯୁଗରେ ପବିତ୍ର ହୋଇ ନିଜର ଶୃଙ୍ଗାର କରିବାକୁ ହେବ । କେବେ ବି ମାୟାର ଧୂଳିରେ
ଲଟପଟ ହୋଇ ନିଜର ଶୃଙ୍ଗାରକୁ ବିଗାଡିବା ଉଚିତ୍ ନୁହେଁ ।
(୨) ଏହି ଡ୍ରାମାକୁ
ଯଥାର୍ଥ ଭାବରେ ବୁଝି ନିଜର ଅବସ୍ଥାକୁ ଅଚଳ, ଅଟଳ ଏବଂ ସ୍ଥିର କରିବାକୁ ହେବ । କେବେ ବି ସଂଶୟରେ
ପଡିବା ଉଚିତ୍ ନୁହେଁ, ସର୍ବଦା ହର୍ଷିତ ରହିବା ଉଚିତ୍ ।
ବରଦାନ:-
ଭଲ ଭାବରେ
ଭାବି-ଚିନ୍ତି ପ୍ରତ୍ୟେକ କର୍ମ କରୁଥିବା ପଶ୍ଚାତାପ ଠାରୁ ମୁକ୍ତ ଜ୍ଞାନୀ ତୁ ଆତ୍ମା ହୁଅ ।
ଦୁନିଆରେ ମଧ୍ୟ
କହିଥାଆନ୍ତି ପ୍ରଥମେ ଚିନ୍ତା କର ତା’ପରେ କର । ଯେଉଁମାନେ କର୍ମ କରିବା ପୂର୍ବରୁ ଚିନ୍ତା କରନ୍ତି
ନାହିଁ, କରି ସାରିବା ପରେ ଚିନ୍ତା କରନ୍ତି ତାକୁ ପଶ୍ଚାତାପ କୁହାଯାଏ । ପରେ ଚିନ୍ତା କରିବା, ଏହା
ପଶ୍ଚାତାପର ରୂପ ଏବଂ ପ୍ରଥମେ ଚିନ୍ତା କରିବା - ଏହା ଜ୍ଞାନୀ ଆତ୍ମାର ବିଶେଷ ଗୁଣ । ଦ୍ୱାପର
କଳିଯୁଗରେ ତ ଅନେକ ପ୍ରକାରର ପଶ୍ଚାତାପ ହିଁ କରି କରି ଆସିଛ କିନ୍ତୁ ଏବେ ସଂଗମଯୁଗରେ ଏଭଳି ଭାବି
ଚିନ୍ତି ସଂକଳ୍ପ କର ବା କର୍ମ କର ଯାହାକି କେବେ ମନ ଭିତରେ ମଧ୍ୟ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ
ପଶ୍ଚାତାପ କରିବାକୁ ନ ପଡୁ, ତେବେ କୁହାଯିବ ଜ୍ଞାନୀ ତୁ ଆତ୍ମା ।
ସ୍ଲୋଗାନ:-
ଦୟାଶୀଳ ହୋଇ
ସର୍ବ ଗୁଣର ଏବଂ ସର୍ବ ଶକ୍ତିର ଦାନ ଦେବାବାଲା ହିଁ ମାଷ୍ଟର ଦାତା ଅଟନ୍ତି ।