16.10.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏକାନ୍ତରେ ବସି ଏବେ ଏପରି ଅଭ୍ୟାସ କର ଯେପରି ଅନୁଭବ ହେବ ଯେ ମୁଁ ଶରୀର ଠାରୁ ଭିନ୍ନ ଆତ୍ମା ଅଟେ, ଏହାକୁ ହିଁ ଜୀବିତ ଥାଇ ମରିବା କୁହାଯାଏ ।”

ପ୍ରଶ୍ନ:-
ଏକାନ୍ତର ଅର୍ଥ କ’ଣ? ଏକାନ୍ତରେ ବସି ତୁମମାନଙ୍କୁ କେଉଁ ଅନୁଭବ କରିବାକୁ ହେବ?

ଉତ୍ତର:-
ଏକାନ୍ତର ଅର୍ଥ ହେଉଛି ଜଣଙ୍କର ସ୍ମୃତିରେ ଏହି ଶରୀରର ଅନ୍ତ ହେଉ ଅର୍ଥାତ୍ ଏକାନ୍ତରେ ବସି ଏପରି ଅନୁଭବ କର କି ମୁଁ ଆତ୍ମା ଏହି ଶରୀର ରୂପୀ ଚମଡାକୁ ଛାଡି ବାବାଙ୍କ ପାଖକୁ ଯାଉଛି । କେହି ବି ମନେ ନ ପଡନ୍ତୁ । ବସି ବସି ଅଶରୀରୀ ହୋଇଯାଅ । ଯେପରି କି ମୁଁ ଏହି ଶରୀରରୁ ମରିଗଲି । ବାସ୍ ମୁଁ ଏକ ଆତ୍ମା, ଶିବବାବାଙ୍କର ସନ୍ତାନ । ଏହିଭଳି ଅଭ୍ୟାସ କରିବା ଦ୍ୱାରା ଦେହ ଅଭିମାନ ତୁଟିଯିବ ।

ଓମ୍ ଶାନ୍ତି ।
ପିଲାମାନଙ୍କୁ ବାବା ପ୍ରଥମେ ବୁଝାଉଛନ୍ତି ଯେ ମିଠା ମିଠା ସନ୍ତାନମାନେ ଯେତେବେଳେ ଏଠାରେ ବସୁଛ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ଆଉ କୌଣସି ଆଡକୁ ବୁଦ୍ଧି ଯିବା ଅନୁଚିତ୍ । ଏକଥା ତୁମେ ଜାଣିଛ ଯେ ଆମେ ଆତ୍ମା ଅଟୁ । ଆମେ ଆତ୍ମା ଏହି ଶରୀର ଦ୍ୱାରା ଅଭିନୟ କରୁଛୁ । ଆତ୍ମା ଅବିନାଶୀ, ଶରୀର ବିନାଶୀ । ତେଣୁ ତୁମ ପିଲାମାନଙ୍କୁ ଦେହୀ-ଅଭିମାନୀ ହୋଇ ବାବାଙ୍କ ସ୍ମୃତିରେ ରହିବାକୁ ହେବ । ଆମେ ଆତ୍ମା ଚାହିଁଲେ ଏହି କର୍ମେନ୍ଦ୍ରିୟ ଦ୍ୱାରା କାମ କରିବୁ ଅଥବା ନ କରିବୁ । ନିଜକୁ ଶରୀରରୁ ଅଲଗା ଭାବିବା ଦରକାର । ବାବା କହୁଛନ୍ତି ନିଜକୁ ଆତ୍ମା ବୋଲି ବୁଝ । ଦେହକୁ ଭୁଲିଯାଅ । ମୁଁ ଆତ୍ମା ସ୍ୱାଧୀନ ଅଟେ । ମୋତେ ଏକମାତ୍ର ବାବାଙ୍କ ବିନା କାହାକୁ ମନେ ପକାଇବାର ନାହିଁ । ବଞ୍ଚି ଥାଇ ମଧ୍ୟ ସମସ୍ତ ଦେହ-ଅଭିମାନରୁ ଦୂରେଇ ରହିବାକୁ ହେବ । ଆମ ଆତ୍ମାର ଯୋଗ ଏକମାତ୍ର ବାବାଙ୍କ ସହିତ ରହିବା ଦରକାର । ତୁମେ ତ ଦୁନିଆ ପ୍ରତି ଓ ଘର ପରିବାରରୁ ମରିଗଲ । କୁହାଯାଏ ନା ନିଜେ ମଲେ ଦୁନିଆ ମରିଗଲା । ଏବେ ତୁମକୁ ଜୀଇଁ ଥାଉ ଥାଉ ମରିବାକୁ ହେବ । ଆମେ ଆତ୍ମା ଶିବବାବାଙ୍କର ସନ୍ତାନ ଅଟୁ । ତେଣୁ ଶରୀରର ଅଭିମାନ (ଚେତନା) ସମାପ୍ତ କରିଦେବା ଉଚିତ୍ । ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ଶରୀରର ଅଭିମାନ ଛାଡ । ଏହା ପୁରୁଣା ଶରୀର ଅଟେ ନା । ପୁରୁଣା ଜିନିଷକୁ ତ୍ୟାଗ କରାଯାଇଥାଏ ନା । ନିଜକୁ ଅଶରୀରୀ ମନେ କର । ଏବେ ତୁମକୁ ବାବାଙ୍କୁ ମନେ ପକାଇ ପକାଇ ବାବାଙ୍କ ପାଖକୁ ଯିବାକୁ ହେବ । ଏପରି କରୁ-କରୁ ତୁମର ପୁଣି ଅଭ୍ୟାସ ହୋଇଯିବ । ଏବେ ତ’ ତୁମକୁ ଘରକୁ ଯିବାକୁ ହେବ ପୁଣି ଏହି ପୁରୁଣା ଦୁନିଆକୁ କାହିଁକି ମନେ ପକାଉଛ । ଏକାନ୍ତରେ ବସି ଏହିପରି ନିଜ ସହିତ କଥାବାର୍ତ୍ତା କରିବା ଉଚିତ୍ । ଭକ୍ତିମାର୍ଗରେ ମଧ୍ୟ କୋଠରୀରେ ବସି ମାଳା ଗଡାଇ ପୂଜା କରିଥାନ୍ତି । ତୁମେ ମଧ୍ୟ ଏକାନ୍ତରେ ବସି ଏହି ଚେଷ୍ଟା କର ତେବେ ତୁମର ଅଭ୍ୟାସ ହୋଇଯିବ । ତୁମକୁ ମୁଖ ଦ୍ୱାରା ତ କିଛି କହିବାର ନାହିଁ । ଏଥିରେ ହିଁ ବୁଦ୍ଧିର କଥା ରହିଛି । ଶିବବାବା ତ ଶିଖାଉଛନ୍ତି । ତାଙ୍କୁ ତ ପୁରୁଷାର୍ଥ କରିବାର ନାହିଁ । ଏହି ବ୍ରହ୍ମାବାବା ପୁରୁଷାର୍ଥ କରୁଛନ୍ତି, ପୁଣି ତୁମମାନଙ୍କୁ ମଧ୍ୟ ବୁଝାଉଛନ୍ତି । ତେଣୁ ଯେତେ ସମ୍ଭବ ଏହିପରି ବସି ବିଚାର କର - ଏବେ ଆମକୁ ଘରକୁ ଯିବାକୁ ହେବ । ଏହି ଶରୀରକୁ ତ’ ଏଠାରେ ଛାଡିବାକୁ ହେବ । ବାବାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ ଏବଂ ଆୟୁଷ ମଧ୍ୟ ବଢିବ । ଭିତରେ ଏହି ଚିନ୍ତନ ଚାଲିବା ଉଚିତ୍ । ମୁଖ ଦ୍ୱାରା କିଛି କହିବାର ନାହିଁ । ଭକ୍ତିମାର୍ଗରେ ମଧ୍ୟ ବ୍ରହ୍ମତତ୍ତ୍ୱକୁ ଅଥବା କେହି କେହି ଶିବଙ୍କୁ ମଧ୍ୟ ମନେ ପକାଇଥା’ନ୍ତି । କିନ୍ତୁ ଏହା କୌଣସି ଯଥାର୍ଥ ଯୋଗ ନୁହେଁ । ବାବାଙ୍କର ପରିଚୟ ହିଁ ନାହିଁ ତେବେ କିପରି ମନେ ପକାଇବେ । ତୁମକୁ ଏବେ ବାବାଙ୍କର ପରିଚୟ ମିଳିଛି । ସକାଳୁ-ସକାଳୁ ଉଠି ଏକାନ୍ତରେ ଏହିପରି ନିଜ ସହିତ କଥା ହୁଅ । ବିଚାର ସାଗର ମନ୍ଥନ କର, ବାବାଙ୍କୁ ମନେ ପକାଅ । ବାବା ମୁଁ ବର୍ତ୍ତମାନ ଆପଣଙ୍କର ସୁଖଦାୟୀ କୋଳକୁ ଯାଉଛି । ତାହା ହେଉଛି ଆତ୍ମିକ କୋଳ । ତେଣୁ ଏହିପରି ନିଜ ସହିତ କଥା ହେବା ଉଚିତ୍ । ବର୍ତ୍ତମାନ ବାବା ଆସିଛନ୍ତି । ବାବା କଳ୍ପ-କଳ୍ପ ଆସି ଆମକୁ ରାଜଯୋଗ ଶିଖାଉଛନ୍ତି । ବାବା କହୁଛନ୍ତି - ମୋତେ ଏବଂ ସୃଷ୍ଟିଚକ୍ରକୁ ମନେ ପକାଅ । ତୁମକୁ ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ । ବାବାଙ୍କ ପାଖରେ ହିଁ ଚକ୍ରର ସମସ୍ତ ଜ୍ଞାନର ରହିଛି ନା । ସେ ପୁଣି ତୁମକୁ ଦେଉଛନ୍ତି । ତୁମକୁ ତ୍ରିକାଳଦର୍ଶୀ କରାଉଛନ୍ତି । ତିନି କାଳ ଅର୍ଥାତ୍ ଆଦି-ମଧ୍ୟ-ଅନ୍ତକୁ ତୁମେ ଜାଣିଛ । ବାବା ମଧ୍ୟ ପରମ ଆତ୍ମା ଅଟନ୍ତି । ତାଙ୍କର ଶରୀର ତ ନାହିଁ । ଏବେ ଏହି ଶରୀରରେ ବସି ତୁମକୁ ବୁଝାଉଛନ୍ତି । ଏହା ଆଶ୍ଚର୍ଯ୍ୟଜନକ କଥା ଅଟେ । ଭାଗୀରଥ ଉପରେ ବିରାଜମାନ ହେବେ ତେବେ ନିଶ୍ଚୟ ଅନ୍ୟ ଆତ୍ମା ହୋଇଥିବେ । ୟାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ । ନମ୍ବରୱାନ୍ ପବିତ୍ର ପୁଣି ନମ୍ବରୱାନ ପତିତ ହେଉଛନ୍ତି । ସେ ନିଜକୁ ଭଗବାନ, ବିଷ୍ଣୁ ଆଦି ତ’ କହୁନାହାଁନ୍ତି । ଏଠାରେ ଜଣେ ହେଲେ ଆତ୍ମା ପବିତ୍ର ନାହାଁନ୍ତି, ସମସ୍ତେ ପତିତ ଅଟନ୍ତି । ତେଣୁ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି - ଏପରି ଭାବରେ ବିଚାର ସାଗର ମନ୍ଥନ କର, ଏଥିରେ ତୁମକୁ ଖୁସି ମିଳିବ । ଏଥିରେ ଏକାନ୍ତ ମଧ୍ୟ ନିଶ୍ଚୟ ଆବଶ୍ୟକ । ଜଣଙ୍କର ସ୍ମୃତିରେ ରହି ଶରୀରର ଚେତନା ଭୁଲିଯିବାକୁ ଏକାନ୍ତ କୁହାଯାଏ । ବୁଦ୍ଧିରେ ଆତ୍ମା ଚମଡା ଶରୀରରୁ ଅଲଗା ହୋଇଯାଏ । ସନ୍ନ୍ୟାସୀ ମଧ୍ୟ ବ୍ରହ୍ମ ଅଥବା ତତ୍ତ୍ୱର ସ୍ମୃତିରେ ରହିଥା’ନ୍ତି, ସେହି ସ୍ମୃତିରେ ରହି-ରହି ଶରୀରର ଅଭିମାନ ତୁଟିଯାଏ । ବାସ୍ ମୋତେ ବ୍ରହ୍ମରେ ଲୀନ ହେବାକୁ ପଡିବ । ଏହିପରି ନିଷ୍ଠାରେ ବସି ଯାଇଥାଆନ୍ତି । ତପସ୍ୟାରେ ବସି-ବସି ଶରୀର ଛାଡି ଦିଅନ୍ତି । ଭକ୍ତିରେ ତ’ ମନୁଷ୍ୟ ବହୁତ ଧକ୍କା ଖାଇଥା’ନ୍ତି । ଏଥିରେ ଧକ୍କା ଖାଇବାର କୌଣସି କଥା ନାହିଁ । ବାବାଙ୍କ ସ୍ମୃତିରେ ହିଁ ରହିବାକୁ ହେବ । ପଛକୁ କାହାର ସ୍ମୃତି ନ ଆସୁ । ଘର ଗୃହସ୍ଥରେ ତ’ ରହିବାକୁ ପଡିବ । ବାକି ସମୟ ବାହାର କରିବାକୁ ହେବ । ବିଦ୍ୟାର୍ଥୀଙ୍କର ପାଠପଢାର ସଉକ ରହିଥାଏ ନା । ଏହା ହେଉଛି ପାଠପଢା, ନିଜକୁ ଆତ୍ମା ନ ଭାବିବା ଦ୍ୱାରା ପିତା-ଶିକ୍ଷକ-ଗୁରୁ ସମସ୍ତଙ୍କୁ ଭୁଲିଯାଉଛନ୍ତି । ଏକାନ୍ତରେ ବସି ଏହିପରି ବିଚାର କର । ଗୃହସ୍ଥୀ ଘରେ ତ’ ବାତାବରଣ ଠିକ୍ ନ ଥାଏ । ଯଦି ଅଲଗା ପ୍ରବନ୍ଧ ଅଛି, ତେବେ ଗୋଟିଏ କୋଠରୀରେ ଏକାନ୍ତରେ ବସିଯାଅ । ମାତାମାନଙ୍କୁ ତ ଦିନରେ ମଧ୍ୟ ସମୟ ମିଳିଥାଏ । ସେହି ସମୟରେ ପିଲାମାନେ ସ୍କୁଲ୍‌କୁ ଚାଲିଯାଆନ୍ତି । ତେଣୁ ଯେତେ ସମୟ ମିଳୁଛି ଏକାନ୍ତରେ ବସି ବାବାଙ୍କୁ ମନେ ପକାଇବାକ ଚେଷ୍ଟା କର । ତୁମର ତ ଗୋଟିଏ ଘର, ବାବାଙ୍କର ତ କେତେ ଢେର ଦୋକାନ ରହିଛି, ଆହୁରି ହିଁ ବୃଦ୍ଧି ହୋଇ ଚାଲିବ । ମନୁଷ୍ୟମାନଙ୍କର ଧନ୍ଦା ଆଦିର ଚିନ୍ତା ରହିଲେ ନିଦ ମଧ୍ୟ ଭାଙ୍ଗିଯାଏ । ଏହା ମଧ୍ୟ ବ୍ୟବସାୟ ଅଟେ ନା । ଇଏ କେତେ ବଡ ଦଲାଲ୍ ଅଟନ୍ତି । କେତେ ଅଦଳବଦଳ କରୁଛନ୍ତି । ପୁରୁଣା ଶରୀର ନେଇ ନୂଆ ଦେଉଛନ୍ତି, ସମସ୍ତଙ୍କୁ ରାସ୍ତା ବତାଉଛନ୍ତି । ଏହି ଧନ୍ଦା ମଧ୍ୟ ତାଙ୍କୁ କରିବାକୁ ହେବ । ଏହି ବ୍ୟବସାୟ ତ ବହୁତ ବଡ । ବ୍ୟବସାୟୀଙ୍କୁ ବ୍ୟବସାୟର ହିଁ ଖିଆଲ ରହିଥାଏ । ବାବା ଏହିପରି ଅଭ୍ୟାସ କରି ପୁଣି କହୁଛନ୍ତି - ଏଭଳି କର । ଯେତେ ତୁମେ ବାବାଙ୍କ ସ୍ମୃତିରେ ରହିବ ସ୍ୱତଃ ହିଁ ନିଦ ଭାଙ୍ଗିଯିବ । ରୋଜଗାରରେ ଆତ୍ମାକୁ ବହୁତ ମଜା ଲାଗିଥାଏ । ରୋଜଗାର ପାଇଁ ମନୁଷ୍ୟ ରାତ୍ରିରେ ମଧ୍ୟ ଉଜାଗର ରହିଥାନ୍ତି । ସିଜନ୍ ସମୟରେ ସାରା ରାତି ମଧ୍ୟ ଦୋକାନ ଖୋଲା ରହିଥାଏ । ତୁମର ରୋଜଗାର ମଧ୍ୟ ରାତ୍ରିରେ ଏବଂ ସକାଳେ ବହୁତ ଭଲ ହେବ । ତୁମେ ସ୍ୱଦର୍ଶନ ଚକ୍ରଧାରୀ ଏବଂ ତ୍ରିକାଳଦର୍ଶୀ ହେଉଛ । ୨୧ ଜନ୍ମ ପାଇଁ ଧନ ଏକତ୍ର କରୁଛ । ମନୁଷ୍ୟ ସାହୁକାର ହେବା ପାଇଁ ପୁରୁଷାର୍ଥ କରିଥା’ନ୍ତି । ତୁମେ ମଧ୍ୟ ବାବାଙ୍କୁ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ ଏବଂ ବଳ ମଧ୍ୟ ମିଳିବ । ଯୋଗର ଯାତ୍ରାରେ ନ ରହିଲେ ବହୁତ କ୍ଷତି ହେବ କାହିଁକି ନା ମୁଣ୍ଡ ଉପରେ ପାପର ବୋଝ ବହୁତ ରହିଛି । ସେଥିପାଇଁ ଏବେ ଜମା କରିବାକୁ ହେବ, ଜଣଙ୍କୁ ହିଁ ମନେ ପକାଇ ତ୍ରିକାଳଦର୍ଶୀ ହେବାକୁ ପଡିବ । ଏହି ଅବିନାଶୀ ଧନ ଅଧାକଳ୍ପ ପାଇଁ ଏକତ୍ର କରିବାକୁ ହେବ । ଏହା ତ ବହୁତ ମୂଲ୍ୟବାନ ଅଟେ । ତେଣୁ ବିଚାର ସାଗର ମନ୍ଥନ କରି ରତ୍ନ ବାହାର କରିବାକୁ ହେବ । ବାବା ନିଜେ ବିଚାର ସାଗର ମନ୍ଥନ କରିବା ସହିତ ପିଲାମାନଙ୍କୁ ମଧ୍ୟ ଯୁକ୍ତି ବତାଉଛନ୍ତି । କହୁଛନ୍ତି ବାବା ମାୟାର ବହୁତ ତୋଫାନ ଆସୁଛି ।

ବାବା କହୁଛନ୍ତି ଯେତେ ଦୂର ସମ୍ଭବ ନିଜର ରୋଜଗାର କର, ଏହି ରୋଜଗାର ହିଁ କାମରେ ଆସିବ । ଏକାନ୍ତରେ ବସି ବାବାଙ୍କୁ ମନେ ପକାଇବାକୁ ହେବ । ଫୁରସତ୍ ଥିଲେ ମନ୍ଦିର ଆଦିରେ ମଧ୍ୟ ବହୁତ ସେବା କରିପାରିବ । ସେଥିପାଇଁ ସର୍ବଦା ବ୍ୟାଜ୍ ପିନ୍ଧିଥିବା ଦରକାର । ସମସ୍ତେ ବୁଝିଯିବେ ଏମାନେ ହେଲେ ଆତ୍ମିକ ସେନା । ତୁମେ ଲେଖୁଛ ମଧ୍ୟ - ଆମେ ସ୍ୱର୍ଗର ସ୍ଥାପନା କରୁଛୁ । ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ଏବେ ନାହିଁ ଯାହାକୁ ପୁଣି ସ୍ଥାପନ କରୁଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟନ୍ତି ନା । କେବେ କେବେ ଏହା ଟ୍ରାନ୍‌ସଲାଇଟ୍‌ର ଚିତ୍ର ବ୍ୟାଟେରୀ ସହିତ ନେଇ ପରିକ୍ରମା କରି ସମସ୍ତଙ୍କୁ କୁହ, ଏହି ରାଜ୍ୟ ଆମେ ସ୍ଥାପନ କରୁଛୁ । ଏହି ଚିତ୍ର ସବୁଠାରୁ ଫାଷ୍ଟ କ୍ଲାସ୍ ଅଟେ । ଏହି ଚିତ୍ର ବହୁତ ପ୍ରସିଦ୍ଧ ହୋଇଯିବ । କେବଳ ଜଣେ ଲକ୍ଷ୍ମୀ-ନାରାୟଣ ନ ଥିଲେ, ତାଙ୍କର ରାଜଧାନୀ ଥିଲା ନା । ଏହି ସ୍ୱରାଜ୍ୟ ବର୍ତ୍ତମାନ ସ୍ଥାପନ ହେଉଛି । ତେଣୁ ବାବା କହୁଛନ୍ତି ମନମନାଭବ । ବାବାଙ୍କୁ ମନେ ପକାଅ ତେବେ ଯାଇ ବିକର୍ମ ବିନାଶ ହେବ । କହୁଛନ୍ତି ଆମେ ଗୀତାର ସପ୍ତାହ ପାଳନ କରିବୁ । ଏହି ସବୁ ଯୋଜନା କଳ୍ପ ପୂର୍ବ ସଦୃଶ ପ୍ରସ୍ତୁତ ହେଉଛି । ପରିକ୍ରମାରେ ଏହି ଚିତ୍ର ନେବାକୁ ପଡିବ । ଏହାଙ୍କୁ ଦେଖି ସମସ୍ତେ ଖୁସି ହେବେ । ତୁମେ କହିବ ବାବାଙ୍କୁ ଏବଂ ସ୍ୱର୍ଗକୁ ମନେ ପକାଅ, ମନମନାଭବ । ଏହା ଗୀତାର ଅକ୍ଷର ନା । ଭଗବାନ ଶିବବାବା ଅଟନ୍ତି, ସେ କହୁଛନ୍ତି ମୋତେ ୟାଦ କଲେ ବିକର୍ମ ବିନାଶ ହେବ । ୮୪ ଜନ୍ମର ଚକ୍ରକୁ ସ୍ମୃତିରେ ଆଣ ତେବେ ଏହିପରି ଲକ୍ଷ୍ମୀ-ନାରାୟଣ ହୋଇଯିବ । ଲିଟ୍‌ରେଚର ମଧ୍ୟ ତୁମେ ଉପହାରରେ ଦିଅ । ଶିବବାବାଙ୍କ ଭଣ୍ଡାର ତ ସର୍ବଦା ଭରପୂର ରହିଛି । ଆଗକୁ ଗଲେ ବହୁତ ସେବା ହେବ । ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ କେତେ ସ୍ପଷ୍ଟ ଅଟେ । ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ଥିଲା, ବହୁତ ସାହୁକାର ଥିଲ । ମନୁଷ୍ୟମାନେ ଚାହୁଁଛନ୍ତି ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ହେଉ । ମନୁଷ୍ୟ ଯାହା ଚାହୁଁଛନ୍ତି ତା’ର ଲକ୍ଷଣ ଏବେ ଦେଖାଯାଉଛି ପୁଣି ଧିରେ-ଧିରେ ବୁଝିଯିବେ ଯେ ଏମାନେ ତ’ ଠିକ୍ କହୁଛନ୍ତି । ଶତ ପ୍ରତିଶତ ପବିତ୍ରତା, ସୁଖ, ଶାନ୍ତିର ରାଜ୍ୟ ପୁନର୍ବାର ସ୍ଥାପନ କରୁଛନ୍ତି ପୁଣି ତୁମର ଖୁସି ମଧ୍ୟ ରହିବ । ବାବାଙ୍କ ସ୍ମୃତିରେ ରହିଲେ ହିଁ ତୀର ଲାଗିବ । ଶାନ୍ତିରେ ରହି ଅଳ୍ପ କଥା କହିବା ଉଚିତ୍ । ଅଧିକ ଆବାଜ କରିବାର ନାହିଁ । ଗୀତ, କବିତା ଆଦି କିଛି ବି ବାବା ପସନ୍ଦ କରୁ ନାହାଁନ୍ତି । ବାହାରର ମନୁଷ୍ୟମାନଙ୍କ ସହିତ କ୍ରୋଧ କରିବା ଉଚିତ୍ ନୁହେଁ । ତୁମର କଥା ହିଁ ଅଲଗା । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ ବାସ୍ । ଭଲ ସ୍ଲୋଗାନ ମଧ୍ୟ ଥିବା ଦରକାର ଯେପରି ମନୁଷ୍ୟ ପଢି ଜାଗ୍ରତ ହେବେ । ପିଲାମାନଙ୍କର ବୃଦ୍ଧି ହୋଇ ଚାଲିଛି । ସମ୍ପତ୍ତି ତ ଭରପୂର ରହିଛି । ପିଲାମାନେ ଯାହା ଦେଇଛନ୍ତି ତାହା ପୁଣି ତାଙ୍କରି କାମରେ ହିଁ ଆସୁଛି । ବାବା ତ ପଇସା ନେଉ ନାହାଁନ୍ତି । ତୁମ ଜିନିଷ ତୁମ କାମରେ ହିଁ ଆସୁଛି । ଭାରତବାସୀ ଜାଣିଛନ୍ତି ଆମେ ବହୁତ ସୁଧାରୁଛୁ । ୫ ବର୍ଷ ଭିତରେ ଏତେ ଶସ୍ୟ ହେବ ଯେ ଶସ୍ୟର କେବେହେଲେ ଅଭାବ ରହିବ ନାହିଁ । ତୁମେ ଜାଣିଛ ଏପରି ଅବସ୍ଥା ହେବ ଖାଇବାକୁ ଅନ୍ନ ମଧ୍ୟ ମିଳିବ ନାହିଁ । ଏପରି ନୁହେଁ ଯେ ଶସ୍ୟ ଶସ୍ତା ହୋଇଯିବ ।

ତୁମେମାନେ ଜାଣିଛ ଯେ ଆମେ ୨୧ ଜନ୍ମ ପାଇଁ ନିଜର ରାଜ୍ୟ-ଭାଗ୍ୟ ପ୍ରାପ୍ତ କରୁଛୁ । ଅଳ୍ପ ବହୁତ ଅସୁବିଧା ତ’ ସହନ କରିବାକୁ ହିଁ ହେବ । କୁହାଯାଏ ଖୁସି ପରି ଭୋଜନ ନାହିଁ । ଅତିନ୍ଦ୍ରିୟ ସୁଖ ପାଇଁ ଗୋପ-ଗୋପୀଙ୍କର ଗାୟନ ରହିଛି । ଢେର ସନ୍ତାନ ହୋଇଯିବେ । ଯେଉଁମାନେ ଏହି ଦେବୀ-ଦେବତା ଧର୍ମର ହୋଇଥିବେ ସେମାନେ ଆସିଯିବେ । ଏହିଠାରେ ହିଁ ବୃକ୍ଷ ବଢିବ ନା । ବର୍ତ୍ତମାନ ସ୍ଥାପନା ହେଉଛି । ଅନ୍ୟ ଧର୍ମରେ ଏପରି ହେଉ ନାହିଁ । ସେମାନେ ତ ଉପରୁ ଆସୁଛନ୍ତି । ଏହା ତ’ ଯେପରି ବୃକ୍ଷ ସ୍ଥାପନ ହୋଇ ହିଁ ରହିଛି । ଏଥିରେ ପୁଣି କ୍ରମାନ୍ୱୟରେ ଆସି ବୃଦ୍ଧି ହୋଇଚାଲିବେ । ଅସୁବିଧା କିଛି ହେଲେ ନାହିଁ । ସେମାନଙ୍କୁ ତ ଉପରୁ ଆସି ଅଭିନୟ କରିବାକୁ ହିଁ ପଡିବ, ଏଥିରେ ମହିମାର କ’ଣ କଥା ରହିଛି । ଧର୍ମସ୍ଥାପକଙ୍କର ପଛରେ ଆସି ଚାଲିଛନ୍ତି । ସେମାନେ ସଦ୍‌ଗତିର କ’ଣ ଶିକ୍ଷା ଦେବେ? କିଛି ବି ନୁହେଁ । ଏଠାରେ ତ ବାବା ଭବିଷ୍ୟତ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ସଂଗମଯୁଗରେ ନୂଆ ଚାରା ଲଗାଉଛନ୍ତି ନା । ପ୍ରଥମେ ଚାରାକୁ କୁଣ୍ଡରେ ଲଗାଇ ପୁଣି ତଳେ ଲଗାଇ ଦେଇଥାନ୍ତି । ଏହା ପୁଣି ବୃଦ୍ଧି ହେବାକୁ ଲାଗେ । ତୁମେ ମଧ୍ୟ ଏବେ ଗଛ ଲଗାଉଛ ଅର୍ଥାତ୍ ଅନ୍ୟମାନଙ୍କୁ ବୁଝାଉଛ ପୁଣି ସତ୍ୟଯୁଗରେ ବୃଦ୍ଧି ହୋଇ ହୋଇ ରାଜ୍ୟ-ଭାଗ୍ୟ ପ୍ରାପ୍ତ କରିବେ । ତୁମେ ନୂଆ ଦୁନିଆର ସ୍ଥାପନା କରୁଛ । ମନୁଷ୍ୟ ଭାବୁଛନ୍ତି - କଳିଯୁଗରେ ଏବେ ବହୁତ ବର୍ଷ ବାକି ରହିଛି କାହିଁକି ନା ଶାସ୍ତ୍ରରେ ଲକ୍ଷ ଲକ୍ଷ ବର୍ଷ ଲେଖି ଦେଇଛନ୍ତି । ଭାବୁଛନ୍ତି କଳିଯୁଗ ଏବେ ୪୦ ହଜାର ବର୍ଷ ବାକି ରହିଛି ପୁଣି ବାବା ଆସି ନୂଆ ଦୁନିଆ କରାଇବେ । କେହି କେହି ଭାବୁଛନ୍ତି ଏହା ସେହି ମହାଭାରତ ଲଢେଇ ଅଟେ । ଗୀତାର ଭଗବାନ ମଧ୍ୟ ନିଶ୍ଚୟ ରହିଥିବେ । ତୁମେ କହୁଛ ଶ୍ରୀକୃଷ୍ଣ ତ’ ନ ଥିଲେ । ବାବା ବୁଝାଉଛନ୍ତି - ଶ୍ରୀକୃଷ୍ଣ ତ ୮୪ ଜନ୍ମ ନେଉଛନ୍ତି । ଜଣଙ୍କର ଚେହେରା ଅନ୍ୟ ଜଣଙ୍କ ସହିତ ମିଶିପାରିବ ନାହିଁ । ତେବେ ଏଠାକୁ ପୁଣି ଶ୍ରୀକୃଷ୍ଣ କିପରି ଆସିବେ । କେହି ମଧ୍ୟ ଏହି କଥା ଉପରେ ବିଚାର କରୁ ନାହାଁନ୍ତି । ତୁମେ ଜାଣୁଛ ଶ୍ରୀକୃଷ୍ଣ ସ୍ୱର୍ଗର ରାଜକୁମାର ଥିଲେ ପୁଣି ସେ ଦ୍ୱାପରରେ କୁଆଡୁ ଆସିବେ । ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ରକୁ ଦେଖିଲେ ହିଁ ବୁଝିହୁଏ ଯେ - ଶିବବାବା ଏହି ସମ୍ପତ୍ତି ଦେଉଛନ୍ତି । ସତ୍ୟଯୁଗର ସ୍ଥାପନା ବାବା ହିଁ କରୁଛନ୍ତି । ଏହି ସୃଷ୍ଟିଚକ୍ର, ବୃକ୍ଷ ଆଦିର ଚିତ୍ର କ’ଣ କମ୍ କି । ଏକଦା ତୁମ ପାଖରେ ଏହି ଚିତ୍ର ଟ୍ରାନସ୍‌ଲାଇଟ୍‌ର ତିଆରି ହୋଇଯିବ । ପୁଣି ସମସ୍ତେ କହିବେ ଆମର ଏହିପରି ଚିତ୍ର ଦରକାର । ଏହି ଚିତ୍ର ଦ୍ୱାରା ପୁଣି ବିହଙ୍ଗ ମାର୍ଗର ସେବା ହେବ । ତୁମ ପାଖକୁ ଏତେ ସନ୍ତାନ ଆସିବେ ଯେ ଫୁରସତ ମିଳିବ ନାହିଁ । ଢେର ଆସିବେ । ତୁମକୁ ବହୁତ ଖୁସି ଲାଗିବ । ଦିନକୁ ଦିନ ତୁମର ଶକ୍ତି ବଢିଚାଲିବ । ଡ୍ରାମା ଅନୁସାରେ ଯେଉଁମାନେ ଫୁଲ ହେବେ ତାଙ୍କୁ ଅନୁଭବ ହେବ । ତୁମକୁ ଏପରି କହିବାକୁ ପଡିବ ନାହିଁ ଯେ ବାବା ଏହାଙ୍କୁ ଅନୁଭବ କରାଅ । ବାବା କ’ଣ ଅନୁଭବ କରାନ୍ତି କି । ଉଚିତ୍ ସମୟରେ ସ୍ୱତଃ ଅନୁଭବ ହେବ । ବାବା ତ’ ରାସ୍ତା ବତାଇବେ ନା । ବହୁତ ମାତାମାନେ ଲେଖୁଛନ୍ତି ଯେ - ଆମର ସ୍ୱାମୀଙ୍କୁ ଅନୁଭବ କରାଅ । ଏପରି ସମସ୍ତଙ୍କୁ ଅନୁଭବ କରାଇବି ତେବେ ତ ସମସ୍ତେ ସ୍ୱର୍ଗରେ ଏକତ୍ର ହୋଇଯିବେ । ପାଠପଢାରେ ହିଁ ପରିଶ୍ରମ ରହିଛି । ତୁମେ ଈଶ୍ୱରୀୟ ସେବାଧାରୀ ଅଟ ନା । ସତ୍ୟକଥା ବାବା ପୂର୍ବରୁ ହିଁ ବତାଇ ଦେଉଛନ୍ତି - କ’ଣ କ’ଣ ସବୁ କରିବାକୁ ହେବ । ଏହିପରି ଚିତ୍ର ନେଇଯିବାକୁ ପଡିବ । ସିଡିର ଚିତ୍ର ମଧ୍ୟ ନେବାକୁ ପଡିବ । ଡ୍ରାମା ଅନୁସାରେ ସ୍ଥାପନା ତ’ ନିଶ୍ଚିତ ହେବ । ବାବା ସେବା ପାଇଁ ଯେଉଁ ନିର୍ଦ୍ଦେଶ ଦେଉଛନ୍ତି - ସେଥିପ୍ରତି ଧ୍ୟାନ ଦେବାକୁ ହେବ । ବାବା କହୁଛନ୍ତି ଭିନ୍ନ-ଭିନ୍ନ ପ୍ରକାରର ଲକ୍ଷ-ଲକ୍ଷ ବ୍ୟାଜ୍ ବନାଅ । ଟ୍ରେନ୍‌ରେ ଟିକେଟ୍ କରି ୧୦୦ ମାଇଲ୍ ପର୍ଯ୍ୟନ୍ତ ସେବା କରି କରି ଆସ । ଗୋଟିଏ ଡବାରୁ ଦ୍ୱିତୀୟ ଡବା, ପୁଣି ତୃତୀୟ ଡବା, ଏହିଭଳି ସେବା କର, ଏହା ବହୁତ ସହଜ ଅଟେ । ପିଲାମାନଙ୍କୁ ସେବାର ସଉକ ରହିବା ଦରକାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବିଚାର ସାଗର ମନ୍ଥନ କରି ଭଲ-ଭଲ ରତ୍ନ ବାହାର କରିବାକୁ ହେବ, ରୋଜଗାର ଜମା କରିବାକୁ ହେବ । ସଚ୍ଚା-ସଚ୍ଚା ଈଶ୍ୱରୀୟ ସେବାଧାରୀ ହୋଇ ସେବା କରିବାକୁ ପଡିବ ।

(୨) ପାଠପଢା ପ୍ରତି ବହୁତ ସଉକ ରଖିବାକୁ ହେବ । ଯେତେବେଳେ ବି ସମୟ ମିଳୁଛି ଏକାନ୍ତକୁ ଚାଲିଯିବା ଦରକାର । ଏପରି ଅଭ୍ୟାସ ହେଉ ଯେପରି ଜୀବିତ ଥାଇ ମଧ୍ୟ ଏହି ଶରୀରରୁ ମରିଯାଇଛୁ, ଏହିଭଳି ସ୍ଥିତିର ଅନୁଭବ ହେଉ । ଦେହର ସ୍ମୃତି ମଧ୍ୟ ଭୁଲି ହୋଇଯାଉ ।

ବରଦାନ:-
ନିଜର ମୂଳ ସଂସ୍କାର ଗୁଡିକୁ ପରିବର୍ତ୍ତନ କରି ବିଶ୍ୱର ପରିବର୍ତ୍ତନ କରୁଥିବା ଉଦାହରଣ ସ୍ୱରୂପ ହୁଅ ।

ସମସ୍ତଙ୍କ ଭିତରେ ନିଜ ନିଜର ଯେଉଁ ସବୁ ମୂଳ ସଂସ୍କାର ରହିଛି, ଯାହାକୁ ତୁମେମାନେ ନେଚର ବା ସ୍ୱଭାବ ବୋଲି କହୁଛି, ଯାହାକି ସମୟ ସମୟରେ ତୁମକୁ ଆଗକୁ ବଢିବାରେ ବାଧା ସୃଷ୍ଟି କରୁଛି, ସେହି ମୂଳ ସଂସ୍କାରର ପରିବର୍ତ୍ତନ କରୁଥିବା ଉଦାହରଣ ସ୍ୱରୂପ ହୁଅ ତେବେ ଯାଇ ସମ୍ପୂର୍ଣ୍ଣ ବିଶ୍ୱର ପରିବର୍ତ୍ତନ ହେବ । ଏବେ ଏଭଳି ନିଜକୁ ପରିବର୍ତ୍ତନ କର ଯାହାକି କେହି ଏଭଳି ନ କହୁ ଯେ ୟାଙ୍କର ଏହି ସଂସ୍କାର ତ ଆରମ୍ଭରୁ ହିଁ ରହିଛି । ଯେତେବେଳେ ପୁରୁଣା ସ୍ୱଭାବ-ସଂସ୍କାର ଅଂଶ ମାତ୍ରାରେ ମଧ୍ୟ ଦେଖା ନ ଯିବ ବା କେହି ଆଲୋଚନା ନ କରିବେ ତେବେ କୁହାଯିବ ଇଏ ସମ୍ପୂର୍ଣ୍ଣ ପରିବର୍ତ୍ତନର ଦୃଷ୍ଟାନ୍ତ ସ୍ୱରୂପ ଆତ୍ମା ।

ସ୍ଲୋଗାନ:-
ଏବେ ଚେଷ୍ଟା କରିବାର ସମୟ ବିତିଗଲାଣି, ସେଥିପାଇଁ ଦିଲ୍‌ର ସହିତ ପ୍ରତିଜ୍ଞା କରି ଜୀବନର ପରିବର୍ତ୍ତନ କର ।

ଅବ୍ୟକ୍ତ ଈଶାରା:- ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।

ଯେପରି ବିଜ୍ଞାନର ସାଧନଗୁଡିକ ଯେତେବେଳେ ପ୍ରୟୋଗରେ ଆସୁଛି ସେତେବେଳେ କହୁଛନ୍ତି ବିଜ୍ଞାନ ବହୁତ ଭଲ କାମ କରୁଛି, ସେହିପରି ଶାନ୍ତିର ଶକ୍ତିକୁ ପ୍ରୟୋଗ କର, ଏଥିପାଇଁ ଏକାଗ୍ରତାର ଅଭ୍ୟାସକୁ ବଢାଅ । ତେବେ ଏକାଗ୍ରତାର ମୂଳ ଆଧାର ହେଲା - ମନକୁ ନିୟନ୍ତ୍ରଣ କରିବାର ଶକ୍ତି, ଯାହାଦ୍ୱାରା ମନୋବଳ ବୃଦ୍ଧି ହୋଇଥାଏ, ସେଥିପାଇଁ ଏକାନ୍ତବାସୀ ହୁଅ ।