16.11.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ଆତ୍ମିକ କୌଶଳ ଶିଖାଇବା ପାଇଁ ଆସିଛନ୍ତି, ଯେଉଁ କୌଶଳ ଦ୍ୱାରା ତୁମେ
ସୂର୍ଯ୍ୟ-ଚନ୍ଦ୍ରଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଥିବା ଶାନ୍ତିଧାମକୁ ଯାଉଛ ।”
ପ୍ରଶ୍ନ:-
ବିଜ୍ଞାନର
ଅଭିମାନ ଏବଂ ଶାନ୍ତିର ଅଭିମାନ ମଧ୍ୟରେ କେଉଁ ଅନ୍ତର ରହିଛି?
ଉତ୍ତର:-
ବିଜ୍ଞାନର ଅହଂକାରୀମାନେ ଗ୍ରହ ନକ୍ଷତ୍ର ବା ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ କେତେ ଖର୍ଚ୍ଚ କରୁଛନ୍ତି
। ଶରୀର ପାଇଁ ବିପଦ ଥାଇ ମଧ୍ୟ ଯାଉଛନ୍ତି । ସେମାନଙ୍କର ଏହି ଭୟ ରହିଥାଏ ଯେ ରକେଟ୍ କେଉଁଠି
ବନ୍ଦ ହୋଇ ନ ଯାଉ । ତୁମେ ସନ୍ତାନମାନେ ଶାନ୍ତିର ଅଭିମାନରେ ରହୁଥିବା ପିଲାମାନେ କଉଡିଟିଏ ମଧ୍ୟ
ଖର୍ଚ୍ଚ ନ କରି ସୂର୍ଯ୍ୟ-ଚନ୍ଦ୍ରଠାରୁ ମଧ୍ୟ ଉର୍ଦ୍ଧ୍ୱ ମୂଳବତନ ଅର୍ଥାତ୍ ପରମଧାମକୁ ଚାଲିଯାଉଛ ।
ତୁମକୁ କୌଣସି ଭୟ ନାହିଁ କାହିଁକିନା ତୁମେ ଶରୀରକୁ ଏହିଠାରେ ହିଁ ଛାଡି କରି ଯାଉଛ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ସନ୍ତାନମାନେ ତ’ ଶୁଣୁଛନ୍ତି ଯେ ବୈଜ୍ଞାନିକମାନେ
ଚନ୍ଦ୍ରକୁ ଯିବା ପାଇଁ ଚେଷ୍ଟା କରିଚାଲିଛନ୍ତି । କିନ୍ତୁ ସେମାନେ ତ’ କେବଳ ଚନ୍ଦ୍ର ପର୍ଯ୍ୟନ୍ତ
ଯିବା ପାଇଁ ଚେଷ୍ଟା କରୁଛନ୍ତି, ସେଥିପାଇଁ କେତେ ଖର୍ଚ୍ଚ କରୁଛନ୍ତି । ଉପରକୁ ଯିବାରେ ବହୁତ ଡର
ମଧ୍ୟ ରହୁଛି । ଏବେ ତୁମେ ନିଜ କଥା ବିଚାର କର, ତୁମେ କେଉଁଠାର ବାସିନ୍ଦା ଅଟ? ସେମାନେ ତ’
ଚନ୍ଦ୍ରମା ପର୍ଯ୍ୟନ୍ତ ଯାଉଛନ୍ତି । ତୁମେ ତ’ ସୂର୍ଯ୍ୟ-ଚନ୍ଦ୍ରଠାରୁ ମଧ୍ୟ ଉର୍ଦ୍ଧ୍ୱକୁ ପୂରା
ମୂଳବତନକୁ ଯାଉଛ । ସେମାନେ ତ’ ଉପରକୁ ଯାଉଛନ୍ତି, ସେଥିପାଇଁ ତାଙ୍କୁ ବହୁତ ପଇସା ମିଳୁଛି ।
ଅନ୍ତରୀକ୍ଷ ପରିକ୍ରମା କରି ଆସିଲେ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଉପହାର ମିଳେ । ଶରୀର ପାଇଁ ବିପଦ
ଥିଲେ ମଧ୍ୟ ଯାଇଥାଆନ୍ତି । ସେମାନଙ୍କର ହେଉଛି ବିଜ୍ଞାନର ଅହମିକା । ତୁମର ହେଉଛି ନିରବତାର
ଅହମିକା । ତୁମେ ଜାଣୁଛ, ଆମେ ଆତ୍ମାମାନେ ନିଜର ଶାନ୍ତିଧାମ ବ୍ରହ୍ମାଣ୍ଡକୁ ଯାଉଛୁ । ଆତ୍ମା ହିଁ
ସବୁକିଛି କରିଥାଏ । ତାଙ୍କର ଆତ୍ମା ମଧ୍ୟ ଶରୀର ସହିତ ଉପରକୁ ଯାଏ । ତାହା ବଡ ବିପଦଜନକ ଯାତ୍ରା
ଅଟେ । ଡର ମଧ୍ୟ ରହିଥାଏ ଯେ ଉପରୁ ଖସିଲେ ତ’ ଜୀବନ ଶେଷ ହୋଇଯିବ । ତାହା ହେଉଛି ସବୁ ଶାରୀରିକ
କଳାକୌଶଳ । ତୁମକୁ ବାବା ଆତ୍ମିକ କଳା ଶିଖାଉଛନ୍ତି । ଏହି କଳା ଶିଖିବା ଦ୍ୱାରା ତୁମକୁ କେତେ ବଡ
ପୁରସ୍କାର ମିଳୁଛି । ପୁରୁଷାର୍ଥର କ୍ରମାନୁସାରେ ତୁମକୁ ୨୧ ଜନ୍ମର ପୁରସ୍କାର ମିଳୁଛି । ଆଜିକାଲି
ସରକାର ଲଟେରୀ ମଧ୍ୟ ବାହାର କରୁଛନ୍ତି ନା । ଏହି ବାବା ତୁମକୁ ପୁରସ୍କାର ଦେଉଛନ୍ତି । ଆଉ କ’ଣ
ଶିଖାଉଛନ୍ତି? ତୁମକୁ ପୁରା ଉର୍ଦ୍ଧ୍ୱକୁ ନେଇଯାଉଛନ୍ତି, ଯେଉଁଠି ତୁମର ଘର ରହିଛି । ଏବେ ତୁମକୁ
ମନେପଡୁଛି ନା ଆମର ଘର କେଉଁଠି ଅଛି ଏବଂ ଯେଉଁ ରାଜଧାନୀ ହରାଇଛୁ, ତାହା କେଉଁଠି ଅଛି । ସେହି
ରାଜଧାନୀ ରାବଣ ହିଁ ଛଡାଇ ନେଇଛି । ଏବେ ପୁନର୍ବାର ଆମେ ନିଜର ଅସଲି ଘରକୁ ମଧ୍ୟ ଯାଉଛୁ ଏବଂ
ରାଜ୍ୟପଦ ମଧ୍ୟ ପାଉଛୁ । ମୁକ୍ତିଧାମ ହେଉଛି ଆମର ଘର - ଏହା କାହାକୁ ଜଣାନାହିଁ । ଦେଖ, ଏବେ
ତୁମମାନଙ୍କୁ ଶିଖାଇବା ପାଇଁ ବାବା କେଉଁଠାରୁ ଆସୁଛନ୍ତି, କେତେ ଦୂରରୁ ଆସୁଛନ୍ତି । ଆତ୍ମା ମଧ୍ୟ
ଏକ ତୀବ୍ର ରକେଟ୍ ଅଟେ । ସେମାନେ ଚେଷ୍ଟା କରୁଛନ୍ତି ଉପରକୁ ଯାଇ ଦେଖିବା, ଚନ୍ଦ୍ରମାରେ କ’ଣ ଅଛି?
ତାରାମାନଙ୍କରେ କ’ଣ ଅଛି? ତୁମେ ସନ୍ତାନମାନେ ଜାଣିଛ, ଏଗୁଡିକ ତ’ ଏହି ରଙ୍ଗମଞ୍ଚର
ଆଲୋକପ୍ରଦାନକାରୀ ବତୀ ଅଟନ୍ତି । ଯେପରି ରଙ୍ଗମଞ୍ଚରେ ବିଜୁଳି ବତୀ ଲଗାଇଥା’ନ୍ତି । ମ୍ୟୁଜିୟମ୍ରେ
ମଧ୍ୟ ତୁମେ ମୋତି ସଦୃଶ ବତୀର ମାଳ ଲଗାଉଛ ନା । ଏହା ପୁଣି ହେଉଛି ବେହଦର ଦୁନିଆ । ଏଥିରେ ଆଲୋକ
ପ୍ରଦାନ କରିବା ପାଇଁ ଏହି ସୂର୍ଯ୍ୟ, ଚନ୍ଦ୍ର, ତାରାମାନେ ଅଛନ୍ତି । ମନୁଷ୍ୟମାନେ ଭାବୁଛନ୍ତି,
ଏହି ସୂର୍ଯ୍ୟ, ଚନ୍ଦ୍ର ସବୁ ଦେବତା ଅଟନ୍ତି । କିନ୍ତୁ ଏମାନେ ତ’ ବାସ୍ତବରେ ଦେବତା ନୁହଁନ୍ତି ।
ଏବେ ତୁମେ ଜାଣୁଛ, ବାବା କିପରି ଆସି ଆମକୁ ମନୁଷ୍ୟରୁ ଦେବତା କରୁଛନ୍ତି । ଶିବବାବା ହେଲେ ଜ୍ଞାନ
ସୂର୍ଯ୍ୟ, ବ୍ରହ୍ମାବାବା ଜ୍ଞାନ ଚନ୍ଦ୍ରମା ଓ ପିଲାମାନେ ଜ୍ଞାନର ଭାଗ୍ୟବାନ ତାରକା । ଜ୍ଞାନ
ଦ୍ୱାରା ହିଁ ତୁମମାନଙ୍କର ସଦ୍ଗତି ହେଉଛି । ତୁମେ କେତେ ଉର୍ଦ୍ଧ୍ୱକୁ ଯାଉଛ । ବାବା ହିଁ ଘରକୁ
ଯିବାର ରାସ୍ତା ବତାଇଛନ୍ତି । ବାବାଙ୍କ ବିନା କୌଣସି ବି ଆତ୍ମା ନିଜ ଘରକୁ ଫେରି ଯାଇପାରିବେ ନାହିଁ
। ଯେବେ ବାବା ଆସି ଶିକ୍ଷା ଦିଅନ୍ତି, ତେବେ ତୁମେ ସବୁ କଥା ଜାଣିଥାଅ । ଏହା ମଧ୍ୟ ବୁଝୁଛନ୍ତି
ଯେ ଆମେ ଆତ୍ମା ପବିତ୍ର ହେଲେ ହିଁ ନିଜ ଘରକୁ ଯାଇପାରିବୁ । ପୁଣି ଯୋଗବଳ ଦ୍ୱାରା ହେଉ ନଚେତ୍
ଦଣ୍ଡ ଦ୍ୱାରା ହେଉ ପବିତ୍ର ନିଶ୍ଚିତ ହେବାକୁ ହେବ । ବାବା ତ’ ବୁଝାଇ ଚାଲିଛନ୍ତି ଯେ, ଯେତେ
ବାବାଙ୍କୁ ମନେ ପକାଇବ ସେତେ ତୁମେ ପବିତ୍ର ହେବ । ଯଦି ମନେପକାଇବ ନାହିଁ, ତେବେ ପତିତ ହିଁ
ରହିଯିବ, ପୁଣି ବହୁତ ଦଣ୍ଡ ଭୋଗିବାକୁ ପଡିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ବାବା ନିଜେ ବସି
ତୁମକୁ ବୁଝାଉଛନ୍ତି । ତୁମେ ଏହି ଉପାୟରେ ପବିତ୍ର ହୋଇ ଘରକୁ ଯାଇପାରିବ । ବ୍ରହ୍ମାଣ୍ଡ କ’ଣ,
ସୂକ୍ଷ୍ମବତନ କ’ଣ, କିଛି ବି ଜଣାନାହିଁ । ଷ୍ଟୁଡେଣ୍ଟ୍ କ’ଣ ପ୍ରଥମରୁ କିଛି ଜାଣିଥାନ୍ତି କି,
ଯେତେବେଳେ ପାଠପଢ଼ିବା ଆରମ୍ଭ କରନ୍ତି, ସେତେବେଳେ ଜ୍ଞାନ ମିଳିଥାଏ । ପାଠ ମଧ୍ୟ କେଉଁଠି କମ୍,
କେଉଁଠି ବେଶି ହୋଇଥାଏ । ଆଈ.ସି.ଏସ୍.ର ପରୀକ୍ଷା ଦେଲେ କହିବେ ବିଜ୍ଞ ବ୍ୟକ୍ତି । ଏହାଠାରୁ
ଉଚ୍ଚ ଜ୍ଞାନ ଆଉ କିଛି ନାହିଁ । ଏବେ ତୁମେ ମଧ୍ୟ କେତେ ଉଚ୍ଚ ଜ୍ଞାନ ଶିଖୁଛ । ବାବା ତୁମକୁ
ପବିତ୍ର ହେବାର ଉପାୟ ବତାଉଛନ୍ତି କି ସନ୍ତାନମାନେ ମୋତେ ସର୍ବଦା ମନେପକାଅ, ତେବେ ତୁମେ ପତିତରୁ
ପବିତ୍ର ହୋଇଯିବ । ଅସଲରେ ତୁମେ ଆତ୍ମାମାନେ ପବିତ୍ର ଥିଲ । ଉପରେ, ନିଜ ଘରେ ରହୁଥିଲ, ଯେବେ ତୁମେ
ସତ୍ୟଯୁଗରେ ଜୀବନମୁକ୍ତିରେ ରହିଥାଅ, ସେତେବେଳେ ଅନ୍ୟ ସମସ୍ତ ଆତ୍ମା ମୁକ୍ତିଧାମରେ ରହିଥାନ୍ତି ।
ମୁକ୍ତିଧାମ ଓ ଜୀବନମୁକ୍ତିଧାମ, ଉଭୟକୁ ଆମେ ଶିବାଳୟ କହିପାରିବା । ମୁକ୍ତିଧାମରେ ଶିବବାବା ମଧ୍ୟ
ରୁହନ୍ତି, ଆମେ ସନ୍ତାନମାନେ (ଆତ୍ମାମାନେ) ମଧ୍ୟ ରହୁ । ଏହା ହେଉଛି ସର୍ବୋଚ୍ଚ ଆଧ୍ୟାତ୍ମିକ
ଜ୍ଞାନ । ସେମାନେ କହନ୍ତି, ଆମେ ଚନ୍ଦ୍ରରେ ଯାଇ ରହିବୁ । କେତେ ବୁଦ୍ଧି ଖେଳାଉଛନ୍ତି । ବାହାଦୂରୀ
ଦେଖାଉଛନ୍ତି । କେତେ କୋଟି କୋଟି ମାଇଲ୍ ଉପରକୁ ଯାଆନ୍ତି, କିନ୍ତୁ ତାଙ୍କର ଆଶା ପୂର୍ଣ୍ଣ ହେଉ
ନାହିଁ କିନ୍ତୁ ତୁମର ଆଶା ପୂର୍ଣ୍ଣ ହୋଇଯାଉଛି । ତାଙ୍କର ହେଉଛି ମିଛ ଦେହ ଅହଂକାର । ତୁମର ହେଉଛି
ଆତ୍ମିକ ଶୁଦ୍ଧ ଅହଂକାର । ସେମାନେ କେତେ ମାୟାର ବାହାଦୂରୀ ଦେଖାଉଛନ୍ତି । ସେମାନଙ୍କ ପାଇଁ
ମନୁଷ୍ୟ କେତେ ତାଳି ବଜାନ୍ତି, ଅଭିନନ୍ଦନ ଜଣାନ୍ତି । ତାଙ୍କୁ ବହୁତ ଧନ ମିଳିଥାଏ । ଅତିବେଶୀରେ
୫-୧୦ କୋଟି ମିଳିବ । ତୁମେମାନେ ଜାଣିଛ ସେମାନଙ୍କୁ ଯେଉଁ ପଇସା ମିଳୁଛି, ସେ ସବୁ ଶେଷ ହୋଇଯିବ ।
ବାକି ଆଉ ଅଳ୍ପ କିଛି ଦିନ ଅଛି ବୋଲି ଜାଣ । ଆଜି କ’ଣ ଅଛି, କାଲି କ’ଣ ହେବ! ଆଜି ତୁମେ ନର୍କବାସୀ
ହୋଇଛ, କାଲି ସ୍ୱର୍ଗବାସୀ ହୋଇଯିବ । ସମୟ କିଛି ଅଧିକ ଲାଗେ ନାହିଁ, ତେଣୁ ତାଙ୍କର ହେଲା
ଶାରୀରିକ ବଳ ଆଉ ତୁମର ହେଉଛି ଆତ୍ମକ ବଳ । ଯାହାକି କେବଳ ତୁମେ ହିଁ ଜାଣିଛ । ସେମାନେ ଶାରୀରିକ
ଶକ୍ତି ଦ୍ୱାରା କେତେ ପର୍ଯ୍ୟନ୍ତ ଯିବେ । ଚନ୍ଦ୍ର, ତାରା ପର୍ଯ୍ୟନ୍ତ ପହଞ୍ଚିବେ ତା’ପରେ ଲଢ଼େଇ
ଆରମ୍ଭ ହୋଇଯିବ ପୁଣି ସେ ସବୁ ଶେଷ ହୋଇଯିବ । ତାଙ୍କର କଳା ଏହିଠାରେ ହିଁ ଶେଷ ହୋଇଯିବ । ତାଙ୍କର
ହେଉଛି ଶାରୀରିକ ସର୍ବୋଚ୍ଚ କଳା, ତୁମର ହେଉଛି ଆତ୍ମିକ ସର୍ବୋଚ୍ଚ କଳା । ତୁମେ ଶାନ୍ତିଧାମକୁ
ଯାଉଛ । ତା’ର ନାମ ହିଁ ହେଉଛି ସୁଇଟ୍ ହୋମ୍ । ସେମାନେ କେତେ ଉପରକୁ ଯାଆନ୍ତି ଆଉ ତୁମେ ନିଜର
ହିସାବ କର - ତୁମେ କେତେ ମାଇଲ୍ ଉପରକୁ ଯାଉଛ? ତୁମେ କିଏ? ଆତ୍ମାମାନେ । ବାବା କହୁଛନ୍ତି, ମୁଁ
କେତେ ମାଇଲ୍ ଉପରେ ରହୁଛି । ତା’ର ହିସାବ କରିପାରିବ! ବୈଜ୍ଞାନିକମାନଙ୍କ ପାଖରେ ତ’ ହିସାବ ଅଛି,
ଜଣାନ୍ତି ଯେ ଏତେ ମାଇଲ୍ ଉପରକୁ ଗଲେ, ପୁଣି ଫେରିଆସନ୍ତି । ବହୁତ ଖବରଦାରି ରଖିଥା’ନ୍ତି, କିପରି
ଓହ୍ଲାଇବେ କ’ଣ କରିବେ, ଏହାର ବହୁତ ପ୍ରଚାର କରାଯାଇଥାଏ । ତୁମର କିଭଳି ପ୍ରଚାର ହେବ । ତୁମେ
କେଉଁଠାକୁ ଯାଉଛ, ପୁଣି କିପରି ଆସୁଛ, କିଛି ଜଣାନାହିଁ । ତୁମକୁ କ’ଣ ପ୍ରାଇଜ୍ ମିଳୁଛି, ଏହା
ମଧ୍ୟ ତୁମେ ହିଁ ଜାଣୁଛ । ଏହା ହେଉଛି ଆଶ୍ଚର୍ଯ୍ୟଜନକ କଥା । ଏ ସବୁ ବାବାଙ୍କର ଚମତ୍କାରୀ ଅଟେ,
ଅନ୍ୟ କାହାକୁ ବି ଜଣାନାହିଁ । ତୁମେ ତ’ କହିବ ଯେ ଏହା କ’ଣ ନୂଆ କଥା କି! ପ୍ରତି ୫ ହଜାର ବର୍ଷ
ପରେ ସେମାନେ ନିଜର ଏହି ଅଭ୍ୟାସ କରିଥା’ନ୍ତି । ତୁମେ ଏହି ସୃଷ୍ଟି ରୂପୀ ଡ୍ରାମାର
ଆଦି-ମଧ୍ୟ-ଅନ୍ତର ଅବଧିକୁ ଭଲ ଭାବରେ ଜାଣିଛ । ତେବେ ତୁମକୁ ଆନ୍ତରିକ ଶୁଦ୍ଧ ଅଭିମାନ ରହିବା
ଉଚିତ୍ - ବାବା ଆମକୁ କ’ଣ ଶିଖାଉଛନ୍ତି । ଏବେ ଆମେ ବହୁତ ଉଚ୍ଚ ପୁରୁଷାର୍ଥ କରୁଛୁ ପୁଣି ୫
ହଜାର ବର୍ଷ ପରେ ମଧ୍ୟ କରିବୁ । ଏହି ସବୁ କଥା ଆଉ କେହି ଜାଣନ୍ତି ନାହିଁ । ବାବା ହେଉଛନ୍ତି
ଗୁପ୍ତ । ପ୍ରତିଦିନ ତୁମକୁ କେତେ କଥା ବୁଝାଉଛନ୍ତି । ତୁମକୁ କେତେ ଜ୍ଞାନ ଦେଉଛନ୍ତି ।
ସେମାନଙ୍କର ଯାତ୍ରା ସିମୀତ ଅଟେ । ତୁମର ଯାତ୍ରା ସିମାହୀନ । ସେମାନେ ଚନ୍ଦ୍ରମା ପର୍ଯ୍ୟନ୍ତ
ଯାଆନ୍ତି, ତାହା ତ ବଡ ବଡ ବତୀ ସଦୃଶ ଅଟେ, ଆଉ ତ’ କିଛି ନାହିଁ । ମହାକାଶଚାରୀଙ୍କୁ ପୃଥିବୀ
ବହୁତ ଛୋଟ ଦେଖାଯାଏ । ତେବେ ତାଙ୍କର ଶାରୀରିକ ଜ୍ଞାନ, ଆଉ ତୁମ ଜ୍ଞାନ ମଧ୍ୟରେ କେତେ ପ୍ରଭେଦ
ରହିଛି । ତୁମର ଆତ୍ମା କେତେ ଛୋଟ, କିନ୍ତୁ ରକେଟ୍ ବଡ ଦ୍ରୃତଗାମୀ ଅଟେ । ଆତ୍ମାମାନେ ଉପରେ
ରହିଥା’ନ୍ତି ପୁଣି ଅଭିନୟ କରିବା ପାଇଁ ଏଠାକୁ ଆସିଥା’ନ୍ତି । ବାବା ମଧ୍ୟ ପରମଆତ୍ମା ଅଟନ୍ତି ।
ସେ ତ ଏତେ ସୂକ୍ଷ୍ମ ତେଣୁ ତାଙ୍କର ପୂଜା କିପରି ହେବ । ଭକ୍ତି ତ ନିଶ୍ଚୟ ହେବ ନା ।
ବାବା ବୁଝାଇଛନ୍ତି,
ଅଧାକଳ୍ପ ହେଉଛି ଜ୍ଞାନ ଦିନ, ଅଧାକଳ୍ପ ଭକ୍ତି ରାତି । ଏବେ ସଙ୍ଗମ ଯୁଗରେ ତୁମେ ଜ୍ଞାନ ପ୍ରାପ୍ତ
କରୁଛ । ସତ୍ୟଯୁଗରେ ତ’ ଜ୍ଞାନ ନ ଥାଏ, ତେଣୁ ଏହାକୁ ପୁରୁଷୋତ୍ତମ ସଙ୍ଗମଯୁଗ କୁହାଯାଏ । ବାବା
ସମସ୍ତଙ୍କୁ ପୁରୁଷୋତ୍ତମ କରୁଛନ୍ତି । ତୁମର ଆତ୍ମା କେତେ ଦୂର ଦୂରସ୍ଥାନକୁ ଯାଉଛି, ତୁମକୁ ଖୁସି
ଲାଗୁଛି ନା । ସେମାନେ କଳା ପ୍ରଦର୍ଶନ କରୁଛନ୍ତି ତେଣୁ ତାଙ୍କୁ ବହୁତ ପଇସା ମିଳିଥାଏ । ଯେତେ ବି
ମିଳୁ କିନ୍ତୁ ତୁମେ ବୁଝୁଛ ଯେ ତାହା କିଛି ବି ସାଥିରେ ଯିବାର ନାହିଁ । ଏବେ ସମସ୍ତେ ମଲେ କି ମଲେ
। ସବୁକିଛି ଶେଷ ହୋଇଯିବାର ଅଛି । ଏବେ ତୁମକୁ କେତେ ମୂଲ୍ୟବାନ ରତ୍ନ ମିଳୁଛି, ଏହାର
ମୂଲ୍ୟାଙ୍କନ କରାଯାଇପାରିବ ନାହିଁ । ଗୋଟିଏ ଗୋଟିଏ ବାକ୍ୟର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । କେତେ
ସମୟ ଧରି ତୁମେ ଶୁଣି ଆସୁଛ । ଗୀତାରେ କେତେ ମୂଲ୍ୟବାନ୍ ଜ୍ଞାନ ଅଛି । ଏକମାତ୍ର ଗୀତାକୁ ହିଁ
ସର୍ବଶ୍ରେଷ୍ଠ ମୂଲ୍ୟବାନ୍ କୁହାଯାଏ । ସର୍ବଶାସ୍ତ୍ରର ମାତାପିତା ଶିରୋମଣୀ ଶ୍ରୀମଦ ଭଗବତ୍ ଗୀତା
ଅଟେ । ସେମାନେ ଯଦିଓ ପଢ଼ୁଛନ୍ତି କିନ୍ତୁ ଅର୍ଥ କ’ଣ କିଛି ବୁଝିଛନ୍ତି । ଗୀତା ପଢ଼ିଲେ କ’ଣ ହେବ ।
ଏବେ ବାବା କହୁଛନ୍ତି, ମୋତେ ମନେପକାଅ, ତେବେ ତୁମେ ପାବନ ହୋଇଯିବ । ଯଦି ବି ସେମାନେ ଗୀତା
ପଢୁଛନ୍ତି କିନ୍ତୁ ଜଣଙ୍କର ବି ବାବାଙ୍କ ସହିତ ଯୋଗ ନାହିଁ । ବାବାଙ୍କୁ ହିଁ ସର୍ବବ୍ୟାପୀ
କହିଦେଉଛନ୍ତି । ତେଣୁ ପାବନ ମଧ୍ୟ ହୋଇପାରିବେ ନାହିଁ । ଏବେ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର
ତୁମ ସମ୍ମୁଖରେ ଅଛି । ଏମାନଙ୍କୁ ଦେବତା କୁହାଯାଉଛି, କାହିଁକି ନା ତାଙ୍କ ପାଖରେ ଦୈବୀଗୁଣ ଅଛି
। ତୁମ ଆତ୍ମାମାନଙ୍କୁ ପବିତ୍ର ହୋଇ ସମସ୍ତଙ୍କୁ ନିଜ ନିଜର ଘରକୁ ଯିବାକୁ ହେବ । ନୂଆ ଦୁନିଆରେ
ତ’ ଏତେ ମନୁଷ୍ୟ ନ ଥାନ୍ତି । ବାକି ସବୁ ଆତ୍ମାମାନଙ୍କୁ ନିଜ ଘରକୁ ଯିବାକୁ ହେବ । ତୁମକୁ ବାବା
ମଧ୍ୟ ଚମତ୍କାର ଜ୍ଞାନ ଦେଉଛନ୍ତି, ଯାହା ଦ୍ୱାରା ତୁମେ ମନୁଷ୍ୟରୁ ଦେବତା, ବହୁତ ଶ୍ରେଷ୍ଠ ହେଉଛ
। ତେଣୁ ଏପରି ପାଠପଢ଼ା ପ୍ରତି ବହୁତ ଧ୍ୟାନ ମଧ୍ୟ ଦେବା ଦରକାର । ଏହା ମଧ୍ୟ ବୁଝୁଛ, ଯିଏ ଯେପରି
କଳ୍ପ ପୂର୍ବେ ଧ୍ୟାନ ଦେଇଛନ୍ତି, ସେହିପରି ଦେବେ । ଏ ସବୁ ଜଣାପଡିଯାଏ । ବାବା ସେବା ସମାଚାର
ଶୁଣି ଖୁସୀ ମଧ୍ୟ ହୁଅନ୍ତି । କେହି ଯଦି ବାବାଙ୍କୁ କେବେ ଚିଠି ନ ଲେଖନ୍ତି, ତେବେ ବାବା
ବୁଝିଯାନ୍ତି ତା’ର ବୁଦ୍ଧିଯୋଗ କୌଣସି ମୂଲ୍ୟହୀନ ବସ୍ତୁରେ ଲାଗିଯାଇଛି । ଦେହ ଅଭିମାନ ଆସିଯାଇଛି,
ବାବାଙ୍କୁ ଭୁଲିଯାଇଛି । ନ ହେଲେ ନିଜେ ବିଚାର କର, ଯଦି ଲଭ୍ ମ୍ୟାରେଜ୍ ହୋଇଥାଏ, ତେବେ ତାଙ୍କର
ପରସ୍ପର ମଧ୍ୟରେ କେତେ ସ୍ନେହ ଥାଏ । ହଁ, କେତେକଙ୍କର ବିଚାର ମଧ୍ୟ ବଦଳିଯାଇଥାଏ, ତେଣୁ ସ୍ତ୍ରୀକୁ
ମଧ୍ୟ ମାରିଦିଅନ୍ତି । ଏହା ହେଉଛି ତୁମର ବାବାଙ୍କ ସହିତ ଲଭ୍ ମ୍ୟାରେଜ୍ । ବାବା ଆସି ତୁମକୁ
ନିଜର ପରିଚୟ ଦେଉଛନ୍ତି । ତୁମେ ନିଜେ ନିଜେ ପରିଚୟ ପାଇ ପାର ନାହିଁ । ତେଣୁ ବାବାଙ୍କୁ ଆସିବାକୁ
ପଡିଥାଏ । ବାବା ସେତେବେଳେ ଆସିବେ ଯେତେବେଳେ ଦୁନିଆ ପୁରୁଣା ହୋଇଯିବ । ପୁରୁଣା ଦୁନିଆକୁ ନୂଆ
କରିବା ପାଇଁ ନିଶ୍ଚୟ ସଙ୍ଗମରେ ହିଁ ଆସିବେ । ନୂଆ ଦୁନିଆ ସ୍ଥାପନ କରିବା ହେଉଛି ବାବାଙ୍କର
କର୍ତ୍ତବ୍ୟ । ତୁମକୁ ସ୍ୱର୍ଗର ମାଲିକ କରାଇଦେଉଛନ୍ତି, ତେଣୁ ଏପରି ବାପାଙ୍କ ସହିତ କେତେ ସ୍ନେହ
ରହିବା ଦରକାର୍, ପୁଣି କାହିଁକି କହୁଛ ଯେ ବାବା ଆମେ ଆପଣଙ୍କୁ ଭୁଲିଯାଉଛୁ । କେତେ ଉଚ୍ଚରୁ
ଉଚ୍ଚ ପିତା ଅଟନ୍ତି । ଏହାଙ୍କଠାରୁ ଉଚ୍ଚ କେହି ବି ନାହାଁନ୍ତି । ମନୁଷ୍ୟ ମୁକ୍ତି ପାଇଁ କେତେ
ମୁଣ୍ଡ ପିଟୁଛନ୍ତି, ଉପାୟ କରୁଛନ୍ତି । କେତେ ମିଛ ଠକାମୀ ଚାଲିଛି । ମହର୍ଷି ଆଦିଙ୍କର କେତେ ନାମ
ବିଖ୍ୟାତ ହୋଇଯାଇଛି । ସରକାର ସେମାନଙ୍କୁ ୧୦-୨୦ ଏକର ଜମି ମଧ୍ୟ ଦେଇଦେଉଛି । ଏପରି ନୁହେଁ କି
ସରକାର କୌଣସି ଧର୍ମ ବିରୋଧୀ ଅଟେ । ସରକାରରେ ଥିବା କେତେକ ମନ୍ତ୍ରୀ ଧାର୍ମିକ ଅଛନ୍ତି, କେତେକ
ଅଧର୍ମୀ ଅଛନ୍ତି । କେହି କେହି ଧର୍ମକୁ ମାନନ୍ତି ହିଁ ନାହିଁ । କୁହାଯାଏ ଧର୍ମରେ ହିଁ ଶକ୍ତି
ରହିଛି । ଖ୍ରୀଷ୍ଟିୟାନ୍ଙ୍କ ପାଖରେ ଶକ୍ତି ଥିଲା ନା । ସାରା ଭାରତକୁ ହପ୍ (ଗ୍ରାସ) କରି
ଚାଲିଗଲେ । ଏବେ ଭାରତର କୌଣସି ଶକ୍ତି ନାହିଁ । କେତେ ଝଗଡା ମରାମରୀ ଲାଗିଛି । ଏହି ଭାରତ ଦିନେ
କ’ଣ ଥିଲା । ବାବା କିପରି, କେଉଁଠାକୁ ଆସନ୍ତି, ଏ କଥା କାହାକୁ କିଛି ବି ଜଣାନାହିଁ । ତୁମେ
ଜାଣୁଛ, ବାବା ମଗଧ ଦେଶରେ ଆସନ୍ତି, ଯେଉଁଠି ମଗର ଅର୍ଥାତ୍ କୁମ୍ଭୀର ଥାଆନ୍ତି । ବର୍ତ୍ତମାନର
ମନୁଷ୍ୟ ଏପରି ଅଟନ୍ତି, ଯେମିତିକି ସବୁକିଛି ଖାଇଯିବେ । ସବୁଠାରୁ ଅଧିକ ବୈଷ୍ଣବ ଭାରତ ଥିଲା ।
ଏହା ହେଉଛି ବୈଷ୍ଣବ ରାଜ୍ୟ ନା । କାହିଁ ଏହି ମହାନ୍ ପବିତ୍ର ଦେବତାମାନେ ଆଉ କେଉଁଠି ଆଜିକାଲିର
ମଣିଷ । ଦେଖ କ’ଣ କ’ଣ ଖାଇ ଯାଉଛନ୍ତି । ଆଦମଖୋର ଅର୍ଥାତ୍ ନରଭକ୍ଷୀ ମଧ୍ୟ ହୋଇଯାଉଛନ୍ତି ।
ଭାରତର କ’ଣ ଅବସ୍ଥା ହୋଇଯାଇଛି । ବାବା ଏବେ ତୁମକୁ ସାରା ରହସ୍ୟ ବୁଝାଉଛନ୍ତି । ଉଚ୍ଚରୁ ଉଚ୍ଚ
ନୀଚ୍ଚ ପର୍ଯ୍ୟନ୍ତ ସମସ୍ତ ଜ୍ଞାନ ଦେଉଛନ୍ତି । ପ୍ରଥମେ ପ୍ରଥମେ ତୁମେ ହିଁ ଏହି ପୃଥିବୀକୁ
ଆସିଥାଅ, ପୁଣି ମନୁଷ୍ୟମାନଙ୍କର ବୃଦ୍ଧି ହୋଇଥାଏ । ଆଉ ଅଳ୍ପ ସମୟ ମଧ୍ୟରେ ହାହାକାର ହୋଇଯିବ ପୁଣି
ସମସ୍ତେ ହାୟ ହାୟ କରୁଥିବେ । ସ୍ୱର୍ଗରେ ଦେଖ କେତେ ସୁଖ ରହିଛି । ଏହି ଲକ୍ଷ୍ୟ ଉଦ୍ଦେଶ୍ୟର
ଚିହ୍ନ (ବିଷ୍ଣୁଙ୍କ ଆୟୁଧ).... ସବୁ ଦେଖ । ଏ ସବୁ ତୁମ ସନ୍ତାନମାନଙ୍କୁ ଧାରଣ କରିବାର ଅଛି ।
ଏହା କେତେ ଶ୍ରେଷ୍ଠ ପାଠପଢ଼ା । ବାବା କେତେ ସ୍ପଷ୍ଟ କରି ବୁଝାଉଛନ୍ତି । ମାଳାର ରହସ୍ୟ ମଧ୍ୟ
ବୁଝାଇଛନ୍ତି । ଉପରେ ଫୁଲ ରହିଛି ଯିଏକି ଶିବବାବା, ପୁଣି ମେରୁ ଯୁଗଳଦାନା... ପ୍ରବୃତ୍ତିମାର୍ଗ
ଅଟେ ନା । ନିବୃତ୍ତିମାର୍ଗୀଙ୍କୁ ତ’ ମାଳା ଗଡାଇବାର ହୁକୁମ୍ ନାହିଁ । ଏହା ହେଉଛି
ଦେବତାମାନଙ୍କର ମାଳା, ସେମାନେ କିପରି ରାଜ୍ୟ ନେଇଛନ୍ତି, ତୁମମାନଙ୍କ ମଧ୍ୟରେ ବି କ୍ରମାନୁସାରେ
ଅଛନ୍ତି । କେହି କେହି ଅଛନ୍ତି, ଯିଏକି ନିର୍ଭିକ ଭାବରେ କାହାକୁ ମଧ୍ୟ ବୁଝାଇପାରିବେ - ଆସନ୍ତୁ,
ମୁଁ ଆପଣଙ୍କୁ ଏପରି କଥା ଶୁଣାଇବି, ଯାହାକି ଆଉ କେହି ଶୁଣାଇପାରିବେ ନାହିଁ । ଏ ଜ୍ଞାନ
ଶିବବାବାଙ୍କ ବିନା ଆଉ କେହି ଜାଣନ୍ତି ହିଁ ନାହିଁ । ଲକ୍ଷ୍ମୀ-ନାରାୟଣଙ୍କୁ ଏହି ରାଜଯୋଗ କିଏ
ଶିଖାଇଲା । ବହୁତ ବିଭୋର ହୋଇ ବୁଝାଇବା ଦରକାର । ଏମାନେ ୮୪ ଜନ୍ମ କିପରି ନିଅନ୍ତି, ଦେବତା
କ୍ଷତ୍ରୀୟ, ବୈଶ୍ୟ, ଶୁଦ୍ର... । ବାବା କେତେ ସହଜ ଜ୍ଞାନ ବତାଉଛନ୍ତି ଏବଂ କହୁଛନ୍ତି ପବିତ୍ର
ମଧ୍ୟ ହେବାର ଅଛି, ତେବେ ଯାଇ ଉଚ୍ଚ ପଦ ପାଇପାରିବ । ସାରା ବିଶ୍ୱରେ ଶାନ୍ତିର ସ୍ଥାପନକର୍ତ୍ତା
ତୁମେ ହିଁ ଅଟ । ବାବା ତୁମକୁ ରାଜ୍ୟ ଭାଗ୍ୟ ଦେଉଛନ୍ତି । ବାବା ଦାତା ଅଟନ୍ତି ନା । ସିଏ କିଛି
ନିଅନ୍ତି ନାହିଁ । ଏହା ହେଉଛି, ତୁମର ପାଠପଢ଼ାର ପ୍ରାଇଜ୍ । ଏପରି ପ୍ରାଇଜ୍ ତ’ ଆଉ କେହି
ଦେଇପାରିବେ ନାହିଁ । ତେବେ ଏପରି ବାବାଙ୍କୁ ସ୍ନେହରେ ୟାଦ କାହିଁକି କରୁନାହାଁନ୍ତି? ଲୌକିକ
ବାପାଙ୍କୁ ତ’ ସାରା ଜୀବନ ୟାଦ କରୁଛ । ପାରଲୌକିକ ବାପାଙ୍କୁ କାହିଁକି ମନେ ପକାଉନାହଁ । ବାବା
ବତାଇଛନ୍ତି, ଏହା ହେଉଛି ଯୁଦ୍ଧକ୍ଷେତ୍ର, ପବିତ୍ର ହେବା ପାଇଁ ସମୟ ଲାଗିଥାଏ । ଲଢେଇ ଶେଷ ହେବା
ପର୍ଯ୍ୟନ୍ତ ସମୟ ଲାଗିଯାଇଥାଏ । ଏପରି ନୁହେଁ କି, ଯିଏ ଆରମ୍ଭରୁ ଆସିଛନ୍ତି, ସେମାନେ ପୁରା
ପବିତ୍ର ହୋଇଥିବେ । ବାବା କହୁଛନ୍ତି, ମାୟାର ଲଢ଼େଇ ବହୁତ ଜୋର୍ରେ ଚାଲେ । ଭଲ ଭଲ ଆତ୍ମାମାନଙ୍କୁ
ମଧ୍ୟ ମାୟା ଜିତିଯାଇଥ,ଏ । ମାୟା ଏତେ ବଳବାନ୍ ଅଟେ! ଯେଉଁମାନେ ବିକାରୀ ହୋଇଯାଆନ୍ତି ସେମାନେ
ପୁଣି ମୁରଲୀ କେଉଁଠାରୁ ଶୁଣିବେ । ସେଣ୍ଟରକୁ ତ’ ଆସନ୍ତି ହିଁ ନାହିଁ, ତେବେ ତାଙ୍କୁ କିପରି
ଜଣାପଡିବ । ମାୟା ପୁରା ମୂଲ୍ୟହୀନ କରିଦିଏ । ମୁରଲୀ ଯଦି ପଢ଼ିବେ, ତେବେ ସିନା ସଜାଗ ହେବେ ।
ଖରାପ କାମରେ ଲାଗିଯାଇଥାଆନ୍ତି । କେହି ଜ୍ଞାନବାନ ସନ୍ତାନ ହୋଇଥିଲେ, ତାଙ୍କୁ ଯାଇ ବୁଝାଇ ପାରିବେ
- ତୁମେ ମାୟାଠାରୁ କିପରି ହାରିଯାଇଛ । ବାବା ତୁମକୁ କ’ଣ ଶୁଣାଉଛନ୍ତି, ତୁମେ ପୁଣି କେଉଁଠାକୁ
ଯାଉଛ? ଯଦି ଦେଖୁଛ ୟାଙ୍କୁ ମାୟା ଗ୍ରାସ କରୁଛି, ତେବେ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା
ଉଚିତ୍ । ଯେପରି ମାୟା ପୁରା ଗ୍ରାସ କରି ନ ଦେଉ । ପୁନର୍ବାର ସଜାଗ ହୋଇଯାନ୍ତୁ । ନ ହେଲେ
ଉଚ୍ଚପଦ ପାଇବେ ନାହିଁ । ସତଗୁରୁଙ୍କ ନିନ୍ଦା କରାଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ବାବାଙ୍କଠାରୁ ଶାନ୍ତିର ଶକ୍ତିର କୌଶଳ ଶିକ୍ଷା କରି ଏହି ବିନାଶୀ ହଦ (ସୀମାବଦ୍ଧ) ସଂସାରଠାରୁ
ଉର୍ଦ୍ଧ୍ୱରେ ବେହଦ (ସୀମାହୀନ) ସଂସାରର ସ୍ମୃତିରେ ରହିବାକୁ ହେବ । ନିଶା ରହୁ ଯେ ବାବା ଆମକୁ
କେତେ ଚମତ୍କାର ଜ୍ଞାନ ଦେଇ, କେତେ ବଡ ଉପହାର ଦେଉଛନ୍ତି ।
(୨) ନିର୍ଭୀକ ହୋଇ ବହୁତ
ମନୋରଞ୍ଜକ ବିଧିରେ ସେବା କରିବାକୁ ହେବ । ମାୟାର ଲଢ଼େଇରେ ବଳବାନ୍ ହୋଇ ବିଜୟୀ ହେବାକୁ ପଡିବ ।
ମୁରଲୀକୁ ଶୁଣି ନିଜେ ସଜାଗ ହେବା ସହିତ ଅନ୍ୟ ସମସ୍ତଙ୍କୁ ସଜାଗ କରିବାକୁ ହେବ ।
ବରଦାନ:-
ପରମ ପୂଜ୍ୟ
ଆତ୍ମା ହୋଇ ପରମାତ୍ମ ସ୍ନେହର ଅଧିକାର ପ୍ରାପ୍ତ କରୁଥିବା ସମ୍ପୂର୍ଣ୍ଣ ସ୍ୱଚ୍ଛ ଆତ୍ମା ଭବ ।
ସର୍ବଦା ଏହି ସ୍ମୃତିକୁ
ଜୀବନରେ ସମାହିତ କରିନିଅ ଯେ - ମୁଁ ଏକ ପୂଜ୍ୟ ଆତ୍ମା ଯିଏକି ଏହି ଶରୀର ରୂପୀ ମନ୍ଦିରରେ
ବିରାଜମାନ ଅଟେ । ଏହିଭଳି ପୂଜ୍ୟ ଆତ୍ମାମାନେ ହିଁ ସମସ୍ତଙ୍କର ପ୍ରିୟ ଅଟନ୍ତି । ସେମାନଙ୍କର ଜଡ
ମୂର୍ତ୍ତି ମଧ୍ୟ ସମସ୍ତଙ୍କୁ ପ୍ରିୟ ଲାଗିବ । ଯିଏ ଯେତେ ବି ପରସ୍ପର ସହିତ ଲଢେଇ ଝଗଡା କରୁଥାନ୍ତୁ
କିନ୍ତୁ ମନ୍ଦିରର ମୂର୍ତ୍ତିକୁ ସମସ୍ତେ ଆଦର କରିଥାଆନ୍ତି କାହିଁକି ନା ତାଙ୍କ ଭିତରେ ପବିତ୍ରତା
ଅଛି । ତେଣୁ ନିଜେ ନିଜକୁ ପଚାର ଯେ ମୋର ମନ-ବୁଦ୍ଧି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୋଇଗଲାଣି? ସେଥିରେ
ଟିକିଏ ବି ଅସ୍ୱଚ୍ଛତା ମିଶି ରହିଯାଇନାହିଁ ତ? ତେବେ ଯେଉଁମାନେ ଏହିଭଳି ସ୍ୱଚ୍ଛ ଆତ୍ମା ସେହିମାନେ
ହିଁ ପରମାତ୍ମ ସ୍ନେହର ଅଧିକାରୀ ଅଟନ୍ତି ।
ସ୍ଲୋଗାନ:-
ଜ୍ଞାନ ରୂପୀ
ସମ୍ପତ୍ତିକୁ ନିଜ ଭିତରେ ଧାରଣ କରି ସର୍ବଦା ସବୁ କାର୍ଯ୍ୟକୁ ଜ୍ଞାନବାନ୍ ହୋଇ କରୁଥିବା
ଆତ୍ମାମାନେ ହିଁ ଜ୍ଞାନୀ ଆତ୍ମା ଅଟନ୍ତି ।