16.12.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ପବିତ୍ର ହେବାର ପାଠପଢା ସବୁ ପାଠପଢା ଠାରୁ ସହଜ ଅଟେ, ଏହାକୁ ଛୋଟ ପିଲା, ଯୁବକ, ବୃଦ୍ଧ ସମସ୍ତେ
ପଢି ପାରିବେ, ଏଥିପାଇଁ କେବଳ ୮୪ ଜନ୍ମକୁ ଜାଣିବାକୁ ହେବ ।”
ପ୍ରଶ୍ନ:-
ପ୍ରତ୍ୟେକ ଛୋଟ
ହୁଅନ୍ତୁ ବା ବୟସ୍କ ହୁଅନ୍ତୁ ସମସ୍ତଙ୍କୁ କେଉଁ ଅଭ୍ୟାସ ନିଶ୍ଚିତ କରିବା ଦରକାର?
ଉତ୍ତର:-
ପ୍ରତ୍ୟେକଙ୍କୁ ମୁରଲୀ ଶୁଣାଇବାର ଅଭ୍ୟାସ ନିଶ୍ଚିତ କରିବା ଦରକାର, କାରଣ ତୁମେ ମୁରଲୀଧରଙ୍କର
ସନ୍ତାନ ଅଟ, ଯଦି ମୁରଲୀ ଶୁଣାଇବ ନାହିଁ ତେବେ ଉଚ୍ଚ ପଦ ପାଇ ପାରିବ ନାହିଁ । ଯଦି କାହାକୁ ନା
କାହାକୁ ଶୁଣାଇବ ତେବେ ତୁମର ମୁଖ ଖୋଲିଯିବ । ତୁମ ପ୍ରତ୍ୟେକଙ୍କୁ ବାବାଙ୍କ ଭଳି ଟିଚର ନିଶ୍ଚିତ
ହେବାକୁ ପଡିବ । ଯାହାସବୁ ପଢୁଛ ତାହା ପଢାଇବାକୁ ପଡିବ । ଛୋଟ ପିଲାମାନଙ୍କର ମଧ୍ୟ ଏହି ପାଠ
ପଢିବାର ଅଧିକାର ଅଛି । ସେମାନେ ମଧ୍ୟ ବେହଦ ବାବାଙ୍କର ସମ୍ପତ୍ତି ନେବାର ଅଧିକାରୀ ଅଟନ୍ତି ।
ଓମ୍ ଶାନ୍ତି ।
ଏବେ
ଶିବବାବାଙ୍କର ଜୟନ୍ତୀ ଆସୁଛି । ସେ ବିଷୟରେ କିପରି ବୁଝାଇବେ? ସେଥିପାଇଁ ବାବା ତୁମକୁ
ବୁଝାଇଛନ୍ତି । ତୁମକୁ ପୁଣି ଅନ୍ୟମାନଙ୍କୁ ସେହିପରି ବୁଝାଇବାକୁ ପଡିବ । ଏମିତି ନୁହେଁ ଯେ ବାବା
ଯେପରି ତୁମକୁ ପଢାଉଛନ୍ତି ସମସ୍ତଙ୍କୁ ସେହିପରି ବାବା ହିଁ ପଢାଇବେ । ଶିବବାବା ତୁମକୁ ପଢାଉଛନ୍ତି,
ତୁମେ ମଧ୍ୟ ଜାଣିଛ ଯେ, ବାବା ଏହି ଶରୀର ଦ୍ୱାରା ଆମକୁ ପଢାଉଛନ୍ତି । ବାସ୍ତବରେ ଆମେ
ଶିବବାବାଙ୍କର ଜୟନ୍ତୀ ପାଳନ କରୁଛୁ । ଆମେ ଶିବଙ୍କର ନାମ ମଧ୍ୟ ନେଉଛୁ । ସିଏ ତ ନିରାକାର ହିଁ
ଅଟନ୍ତି, ତାଙ୍କୁ ଶିବ କୁହାଯାଏ । ସେମାନେ କହୁଛନ୍ତି - ଶିବ ତ ଜନ୍ମ-ମରଣ ରହିତ ଅଟନ୍ତି । ତେବେ
ତାଙ୍କର ପୁଣି ଜୟନ୍ତୀ କିପରି ପାଳନ ହେବ? ଏହା ତ ତୁମେ ଜାଣୁଛ - କିପରି କ୍ରମାନ୍ୱୟରେ ପାଳନ କରି
ଆସିଛେ । ପାଳନ କରି ହିଁ ଚାଲିବେ । ତେଣୁ ତାଙ୍କୁ ଏହି କଥା ବୁଝାଇବାକୁ ପଡିବ । ବାବା ଆସି ଏହି
ଶରୀରର ଆଧାର ନେଉଛନ୍ତି । ମୁଖ ତ ନିଶ୍ଚୟ ଦରକାର । ଏଥିପାଇଁ ହିଁ ଗୋ ମୁଖର ମହିମା ରହିଛି । ଏହି
ରହସ୍ୟ ଟିକେ ଜଟୀଳ । କିନ୍ତୁ ଶିବବାବାଙ୍କର କର୍ତ୍ତବ୍ୟକୁ ବୁଝିବାକୁ ପଡିବ । ଆମର ବେହଦର ବାବା
ଆସିଛନ୍ତି, ତାଙ୍କଠାରୁ ହିଁ ଆମକୁ ବେହଦର ବର୍ସା ମିଳୁଛି । ବାସ୍ତବରେ ଭାରତକୁ ହିଁ ବେହଦର ବର୍ସା
ମିଳିଥିଲା, ଆଉ କାହାକୁ ମିଳି ନ ଥିଲା । ଭାରତକୁ ହିଁ ସତ୍ୟଖଣ୍ଡ କୁହାଯାଏ ଏବଂ ବାବାଙ୍କୁ ମଧ୍ୟ
ସତ୍ୟ କୁହାଯାଏ । ତେଣୁ ଏହି ସବୁ କଥାକୁ ସମସ୍ତଙ୍କୁ ବୁଝାଇବାକୁ ପଡିବ । ତେବେ ଏହି କଥା କେହି
କେହି ଶୀଘ୍ର ବୁଝିପାରନ୍ତି ନାହିଁ, କେହି ଶୀଘ୍ର ବୁଝିଯାଆନ୍ତି । ଏହି ଯୋଗ ଏବଂ ଜ୍ଞାନ
ଦୁଇଟିଯାକ ବାରମ୍ବାର ବୁଦ୍ଧିରୁ ଭୁଲିଯିବା ଭଳି ଜିନିଷ ଅଟେ । ସେଥିରେ ପୁଣି ଯୋଗ ଖୁବ୍ ଶୀଘ୍ର
ତୁଟି ଯାଇଥାଏ । ନଲେଜ ତ ବୁଦ୍ଧିରେ ହିଁ ରହିଥାଏ, କିନ୍ତୁ ବାବାଙ୍କର ସ୍ମୃତି ଘଡିକୁ ଘଡି ଭୁଲି
ହୋଇଯାଇଥାଏ । ନଲେଜ ତ ତୁମର ବୁଦ୍ଧିରେ ଅଛି କି ଆମେ କିପରି ୮୪ ଜନ୍ମ ନେଉଛୁ, ଯାହାଙ୍କଠାରେ ଏହି
ଜ୍ଞାନ ରହିଛି ସେ ହିଁ ବୁଝିପାରିବ ଯେ ଯିଏ ପ୍ରଥମ ନମ୍ବରରେ ଆସିଥା’ନ୍ତି ସିଏ ହିଁ ୮୪ ଜନ୍ମ ନେବେ
। ପ୍ରଥମେ ସବୁଠାରୁ ଶ୍ରେଷ୍ଠ ଲକ୍ଷ୍ମୀ-ନାରାୟଣଙ୍କୁ ହିଁ କୁହାଯିବ । ନରରୁ ନାରାୟଣ ହେବା କାହାଣୀ
ମଧ୍ୟ ପ୍ରସିଦ୍ଧ ଅଟେ । ପୂର୍ଣ୍ଣିମା ତିଥିରେ ବହୁତ ସ୍ଥାନରେ ସତ୍ୟ ନାରାୟଣଙ୍କର କଥା
ଶୁଣାଇଥା’ନ୍ତି । ଏବେ ତୁମେ ଜାଣୁଛ ଆମେ ବାସ୍ତବରେ ବାବାଙ୍କ ଦ୍ୱାରା ନରରୁ ନାରାୟଣ ହେବାର ପାଠ
ପଢୁଛେ । ଏହା ହେଉଛି ପବିତ୍ର ହେବାର ପାଠ ଏବଂ ସବୁ ପାଠପଢାରୁ ବିଲ୍କୁଲ୍ ସହଜ ମଧ୍ୟ ଅଟେ ।
କେବଳ ୮୪ ଜନ୍ମର ଚକ୍ରକୁ ଜାଣିବାକୁ ହେବ । ଆଉ ଏହି ପାଠ ମଧ୍ୟ ସମସ୍ତଙ୍କ ପାଇଁ ସମାନ । ଏହି ପାଠ
ବୃଦ୍ଧ, ଯୁବକ, ପିଲା ସମସ୍ତଙ୍କ ପାଇଁ ଏକା ପ୍ରକାରର । ଛୋଟ ପିଲାଙ୍କର ମଧ୍ୟ ଏଥିରେ ଅଧିକାର
ରହିଛି । ଯଦି ମା’-ବାପା ଏମାନଙ୍କୁ ଟିକେ ଟିକେ ଶିଖାଇ ଚାଲିବେ, ତେବେ ସମୟ ତ ବହୁତ ରହିଛି ।
ପିଲାଙ୍କୁ ମଧ୍ୟ ଏହି ଶିକ୍ଷା ଦିଆଯାଏ କି ଶିବବାବାଙ୍କୁ ମନେ ପକାଅ । ଆତ୍ମା ଓ ଶରୀର ଉଭୟଙ୍କର
ପିତା ଭିନ୍ନ ଭିନ୍ନ ଅଟନ୍ତି । ପିଲାର ଆତ୍ମା ନିରାକାର ତ ଆତ୍ମାର ପିତା ମଧ୍ୟ ନିରାକାରୀ ଅଟନ୍ତି
। ଏକଥା ମଧ୍ୟ ତୁମ ସନ୍ତାନମାନଙ୍କ ବୁଦ୍ଧିରେ ରହିଛି ଯେ ସେହି ନିରାକାର ଶିବବାବା ହିଁ ଆମର ପିତା
ଅଟନ୍ତି, କିନ୍ତୁ ରୂପରେ କେତେ ଛୋଟ ଅଟନ୍ତି । ଏହା ଭଲ ଭାବରେ ମନେ ରଖିବା ଦରକାର, ଭୁଲିଯିବା
ଉଚିତ୍ ନୁହେଁ । ଆମେ ଆତ୍ମା ମଧ୍ୟ ବିନ୍ଦୁ ଭଳି ସୂକ୍ଷ୍ମ ଅଟୁ । ଏମିତି ନୁହେଁ କି ଉପରକୁ ଗଲେ
ବଡ ଦେଖାଯିବ, ତଳେ ଛୋଟ ହୋଇଯିବ । ନା, ତାହା ତ ବିନ୍ଦୁ ଅଟେ । ଉପରକୁ ଗଲେ ତ ତୁମକୁ ଯେପରି ଦେଖା
ହିଁ ଯିବ ନାହିଁ । ବିନ୍ଦୁ ଅଟେ ନା । ଏତେ ସୂକ୍ଷ୍ମ ବିନ୍ଦୁ କିପରି ଦେଖାଯିବ । ଏହି କଥା ଉପରେ
ପିଲାମାନଙ୍କୁ ଭଲ ଭାବରେ ବିଚାର ମଧ୍ୟ କରିବାକୁ ପଡିବ । ଆମେ ଆତ୍ମା ଶରୀର ଦ୍ୱାରା ପାର୍ଟ କରିବା
ପାଇଁ ଉପରୁ ଏଠାକୁ ଆସିଛୁ, ଆତ୍ମା ବଡ ଛୋଟ ହୁଏ ନାହିଁ । କର୍ମେନ୍ଦ୍ରିୟ ଗୁଡିକ ପ୍ରଥମେ ଛୋଟ ପରେ
ପୁଣି ବଡ ହୋଇଥାଏ ।
ଏବେ ତୁମେ ଯେପରି ସବୁ
କିଛି ବୁଝି ପାରିଛ ସେହିପରି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ପଡିବ । ଏହା ତ ନିଶ୍ଚିତ ଯେ,
କ୍ରମାନୁସାରେ ଯିଏ ଯେତିକି ପଢିଥିବେ, ସିଏ ସେତିକି ହିଁ ପଢାଇ ପାରିବେ । ସମସ୍ତଙ୍କୁ ଶିଖାଇବା
ପାଇଁ ଟିଚର ମଧ୍ୟ ନିଶ୍ଚିତ ହେବାକୁ ପଡିବ । ବାବାଙ୍କଠାରେ ତ ନଲେଜ ରହିଛି ଏବଂ ସିଏ ଅତି
ସୂକ୍ଷ୍ମ ପରମଆତ୍ମା ଅଟନ୍ତି, ଯିଏକି ସଦାସର୍ବଦା ପରମଧାମରେ ହିଁ ରହିଥା’ନ୍ତି । ଏଠାକୁ କେବଳ ଥରେ
ମାତ୍ର ସଂଗମଯୁଗରେ ଆସିଥାଆନ୍ତି । ବାବାଙ୍କୁ ମଧ୍ୟ ସେତେବେଳେ ଡାକିଥା’ନ୍ତି ଯେତେବେଳେ ବହୁତ
ଦୁଃଖୀ ହୋଇଯାଆନ୍ତି । କୁହନ୍ତି, ଆମକୁ ଆସି ସୁଖୀ କର । ପିଲାମାନେ ତ ଏବେ ଜାଣୁଛନ୍ତି ଯେ ଆମେ
ଡାକି ଥାଉ - ବାବା, ଆପଣ ଆସି ଆମକୁ ପତିତ ଦୁନିଆରୁ ନୂଆ ସତ୍ୟଯୁଗୀ ସୁଖୀ ପାବନ ଦୁନିଆକୁ ନେଇଚାଲ
ଅର୍ଥାତ୍ ସେଠାକୁ ଯିବାର ରାସ୍ତା ଦେଖାଅ । ସେ ମଧ୍ୟ ଯେତେବେଳେ ନିଜେ ଆସିବେ ସେତେବେଳେ ରାସ୍ତା
ଦେଖାଇବେ । ଶିବବାବା ସେତେବେଳେ ଆସିବେ ଯେତେବେଳେ ଦୁନିଆକୁ ପରିବର୍ତ୍ତନ କରିବାକୁ ପଡିବ । ଏହା
ବହୁତ ସହଜ କଥା, ନୋଟ୍ କରିବାର କଥା । ବାବା ଆଜି ଏପରି ବୁଝାଇଛନ୍ତି, ଆମେ ମଧ୍ୟ ଏହିପରି ବୁଝାଇବା
। ଏଭଳି ଅଭ୍ୟାସ କରି କରି ମୁଖ ଖୋଲିଯିବ । ତୁମେ ମୁରଲୀଧରଙ୍କର ସନ୍ତାନ ଅଟ ତେଣୁ ତୁମକୁ
ମୁରଲୀଧର ନିଶ୍ଚୟ ହେବାକୁ ପଡିବ । ଯେବେ ଅନ୍ୟର କଲ୍ୟାଣ କରିବ ତେବେ ଯାଇ ନୂଆ ଦୁନିଆରେ ଉଚ୍ଚ ପଦ
ପାଇବ । ସେହି ପାଠ ତ ହେଉଛି ଏହି ଦୁନିଆ ପାଇଁ । ଏହା ହେଉଛି ଭବିଷ୍ୟ ନୂଆ ଦୁନିଆ ପାଇଁ ପାଠପଢା
। ସେଠାରେ ତ ସର୍ବଦା ସୁଖ ହିଁ ସୁଖ ରହିଥାଏ । ସେଠାରେ ଏହି ୫ ବିକାର ହଇରାଣ କରିବା ପାଇଁ ରହିବ
ନାହିଁ । ଏଠାରେ ରାବଣ ରାଜ୍ୟ ଅଥବା ଅନ୍ୟର ରାଜ୍ୟରେ ଆମେ ରହିଛୁ । ତୁମେମାନେ ହିଁ ପ୍ରଥମେ
ପ୍ରଥମେ ନିଜର ରାଜ୍ୟରେ ଥିଲ । ତୁମେ କହୁଛ ନୂଆ ଦୁନିଆ, ପୁଣି ଭାରତକୁ ହିଁ ପୁରୁଣା ଦୁନିଆ
କୁହାଯାଏ । ଗାୟନ ମଧ୍ୟ ଅଛି ନୂଆ ଦୁନିଆରେ କେବଳ ଭାରତ ହିଁ ଥିଲା । ଏମିତି କୁହାଯାଏ ନାହିଁ କି
ନୂଆ ଦୁନିଆରେ ଇସ୍ଲାମୀ, ବୌଦ୍ଧୀମାନେ ଥିଲେ । ନା । ଏବେ ତୁମ ବୁଦ୍ଧିରେ ରହିଛି ଯେ ବାବା ଆସି
ଆମକୁ ଜାଗ୍ରତ କରୁଛନ୍ତି । ଡ୍ରାମାରେ ତାଙ୍କର ପାର୍ଟ ହିଁ ଏହିପରି ଅଛି । ଭାରତକୁ ହିଁ ଆସି
ସ୍ୱର୍ଗ କରିଥାଆନ୍ତି । ଭାରତ ହିଁ ପ୍ରଥମ ଦେଶ ଯାହାକୁ ସ୍ୱର୍ଗ କୁହାଯାଏ । ଭାରତର ଆୟୁ ମଧ୍ୟ
ସୀମିତ । ଲକ୍ଷ ଲକ୍ଷ ବର୍ଷ କହିବା ଏହା ତ ସୀମାହୀନ ହୋଇଯାଉଛି । ଲକ୍ଷ ଲକ୍ଷ ବର୍ଷର କୌଣସି କଥା
ତ ସ୍ମୃତିରେ ଆସି ହିଁ ପାରିବ ନାହିଁ । ଭାରତ ନୂଆ ଥିଲା, ଏବେ ପୁରୁଣା ଭାରତ ହିଁ କୁହାଯିବ, ପୁଣି
ଭାରତ ହିଁ ନୂଆ ଦୁନିଆ ହେବ । ତୁମେ ଜାଣିଛ ଆମେ ଏବେ ନୂଆ ଦୁନିଆର ମାଲିକ ହେବାକୁ ଯାଉଛୁ । ବାବା
ରାୟ ଦେଇଛନ୍ତି ମୋତେ ମନେ ପକାଇଲେ ତେବେ ଯାଇ ତୁମର ଆତ୍ମା ନୂଆ ଅର୍ଥାତ୍ ପବିତ୍ର ହୋଇଯିବ । ପୁଣି
ଶରୀର ମଧ୍ୟ ନୂଆ ମିଳିବ । ଆତ୍ମା ଓ ଶରୀର ଉଭୟ ସତ୍ତ୍ୱପ୍ରଧାନ ହୋଇଯାଇଥାଏ । ତୁମକୁ ସୁଖ ପାଇଁ
ହିଁ ରାଜ୍ୟ ମିଳୁଛି । ଏହି ଡ୍ରାମା ମଧ୍ୟ ଅନାଦି ତିଆରି ହୋଇଛି । ନୂଆ ଦୁନିଆରେ ସୁଖ ଏବଂ ଶାନ୍ତି
ଭରି ହୋଇ ରହିଛି । ସେଠାରେ କୌଣସି ତୋଫାନ ପ୍ରଭୃତି ହୁଏ ନାହିଁ । ବେହଦର ଶାନ୍ତିରେ ସମସ୍ତେ
ଶାନ୍ତ ହୋଇଯାଇଥାଆନ୍ତି । ଏଠାରେ ଅଶାନ୍ତି, ତେଣୁ ସମସ୍ତେ ଅଶାନ୍ତ ଅଟନ୍ତି । ସତ୍ୟଯୁଗରେ ସମସ୍ତେ
ଶାନ୍ତ ଥାଆନ୍ତି । କେତେ ଆଶ୍ଚର୍ଯ୍ୟଜନକ କଥା ଅଟ ନା । ଏହା ଅନାଦି ପୂର୍ବ ପ୍ରସ୍ତୁତ ଖେଳ ଅଟେ ।
ଏହା ହେଉଛି ବେହଦର କଥା । ସେମାନେ ହଦର (ଗୋଟିଏ ଜନ୍ମ ପାଇଁ) ବାରିଷ୍ଟରୀ, ଇଞ୍ଜିନିୟରୀ ଆଦି
ପଢୁଛନ୍ତି । ଏବେ ତୁମର ବୁଦ୍ଧିରେ ବେହଦର ନଲେଜ ରହିଛି । ବାବା କେବଳ ଥରେ ମାତ୍ର ଏଠାକୁ ଆସି
ବେହଦ ଡ୍ରାମାର ରହସ୍ୟକୁ ବୁଝାଉଛନ୍ତି । ଆଗରୁ ତ ଏହି ନାମ ମଧ୍ୟ ଶୁଣି ନ ଥିଲ କି ବେହଦର ଡ୍ରାମା
କିପରି ଚାଲୁଛି । ଏବେ ବୁଝୁଛ ସତ୍ୟ-ତ୍ରେତାଯୁଗ ନିଶ୍ଚିତ ଅତୀତ ହୋଇଯାଇଛି, ଯେଉଁଥିରେ ଏମାନଙ୍କର
(ଲକ୍ଷ୍ମୀ-ନାରାୟଣଙ୍କର) ରାଜ୍ୟ ଥିଲା । ତ୍ରେତାରେ ରାମରାଜ୍ୟ ଥିଲା । ପରେ ପୁଣି ଅନ୍ୟ ଧର୍ମ ସବୁ
ଆସିଲେ । ଇସ୍ଲାମୀ, ବୌଦ୍ଧୀ, ଖ୍ରୀଷ୍ଟିୟାନ୍..... ସବୁ ଧର୍ମର କଥା ପୁରା ଜଣା ଅଛି । ଏହି
ଧର୍ମ ସବୁ ୨୫୦୦ ବର୍ଷ ଭିତରେ ହିଁ ଆସିଛନ୍ତି । ସେଥିରୁ ୧୨୫୦ ବର୍ଷ କଳିଯୁଗ । ସବୁ ହିସାବ ରହିଛି
ନା । ଏମିତି ନୁହେଁ କି ସୃଷ୍ଟିର ଆୟୁ ହିଁ ୨୫୦୦ ବର୍ଷ ଅଟେ । ନା । ଆଚ୍ଛା, ତେବେ ଆଉ କିଏ ଥିଲା,
ବିଚାର କରାଯାଏ । ଏମାନଙ୍କ ଆଗରୁ ନିଶ୍ଚିତ ଭାବେ ଦେବୀ-ଦେବତାମାନେ ଥିଲେ । ତେବେ ସେମାନେ ମଧ୍ୟ
ମନୁଷ୍ୟ ହିଁ ଥିଲେ, ପରନ୍ତୁ ଦୈବୀଗୁଣଧାରୀ ଥିଲେ । ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀମାନଙ୍କର ରାଜତ୍ୱ
୨୫୦୦ ବର୍ଷ ଅଧାକଳ୍ପ ଚାଲିଲା । ବାକି ଅଧାକଳ୍ପରେ ଅନ୍ୟ ଧର୍ମ ସବୁ ଆସିଲେ । ଏହାଠାରୁ ଅଧିକ କିଛି
ହିସାବ-କିତାବ ତ କରାଯାଇପାରିବ ନାହିଁ । ସମ୍ପୂର୍ଣ୍ଣ, ପୌନା (ତିନିଭାଗ), ଅଧା, ଚଉଠେ ।
ଚାରିଭାଗ ଅଛି । ନିୟମ ଅନୁସାରେ ଅଲଗା-ଅଲଗା ହେବ ନା । ଅଧାକଳ୍ପ ପର୍ଯ୍ୟନ୍ତ ତ ଏମାନେ ଥିଲେ ।
କୁହାଯାଏ ସତ୍ୟଯୁଗରେ ସୂର୍ଯ୍ୟବଂଶୀ ରାଜ୍ୟ, ତ୍ରେତୟାରେ ଚନ୍ଦ୍ରବଂଶୀ ରାମରାଜ୍ୟ - ଏ କଥା ତୁମେ
ସିଦ୍ଧ (ସାବ୍ୟସ୍ତ) କରି ବୁଝାଉଛ । ତେବେ ନିଶ୍ଚିତ ଭାବରେ ସବୁଠାରୁ ଅଧିକ ଆୟୁ ଏମାନଙ୍କର ହିଁ
ହୋଇଥିବ, ଯେଉଁମାନେ ସତ୍ୟଯୁଗର ପ୍ରଥମରୁ ଆସିଥାଆନ୍ତି । କଳ୍ପ ହିଁ ୫ ହଜାର ବର୍ଷର ଅଟେ । କିନ୍ତୁ
ସେମାନେ ୮୪ ଲକ୍ଷ ଯୋନି କହିଦେଉଛନ୍ତି ଏବଂ କଳ୍ପର ଆୟୁ ମଧ୍ୟ ଲକ୍ଷ ଲକ୍ଷ ବର୍ଷ ବୋଲି
କହିଦେଉଛନ୍ତି । ତୁମ କଥା କେହି ମାନିବେ ହିଁ ନାହିଁ । ଏତେ ବଡ ଦୁନିଆ ମଧ୍ୟ ହୋଇପାରିବ ନାହିଁ ।
ତେଣୁ ବାବା ବସି ବୁଝାଉଛନ୍ତି - ତାହା ସବୁ ଅଜ୍ଞାନ ଓ ଏହା ହେଉଛି ଜ୍ଞାନ । ଜ୍ଞାନ କେଉଁଠାରୁ
ଆସିଲା - ଏହା ମଧ୍ୟ କାହାକୁ ଜଣା ନାହିଁ । ଜ୍ଞାନର ସାଗର ତ ଏକମାତ୍ର ବାବା ଅଟନ୍ତି, ସେ ହିଁ ଏହି
ମୁଖ ଦ୍ୱାରା ଜ୍ଞାନ ଦାନ କରୁଛନ୍ତି । କୁହାଯାଏ ଗୋମୁଖ, ଏହି ଗୋ ମାତା (ବ୍ରହ୍ମା) ଦ୍ୱାରା ତୁମ
ସମସ୍ତଙ୍କୁ ପୋଷ୍ୟ ରୂପେ ଗ୍ରହଣ କରିଥାଆନ୍ତି । ଏହି ଅଳ୍ପ କିଛି କଥାକୁ ବୁଝାଇବା ତ ବହୁତ ସହଜ ।
କିନ୍ତୁ ଗୋଟିଏ ଦିନ ବୁଝାଇ ଯଦି ଛାଡିଦେବ ତେବେ ବୁଦ୍ଧି ଅନ୍ୟ ଅନ୍ୟ କଥାରେ ଲାଗିଯିବ । ସ୍କୁଲରେ
ଦିନେ ପଢାଯାଏ ନା ପ୍ରତିଦିନ ପଢାଯାଏ! ଜ୍ଞାନ ଗୋଟିଏ ଦିନରେ ବୁଝାଯାଇ ପାରେ ନାହିଁ । ବେହଦର ବାବା
ଆମକୁ ପଢାଉଛନ୍ତି ତେବେ ନିଶ୍ଚିତ ବେହଦର ପାଠ ହୋଇଥିବ । ବାବା ବେହଦର ରାଜ୍ୟ ଦେଉଛନ୍ତି । ଭାରତରେ
ବେହଦର ରାଜ୍ୟ ଥିଲା ନା । ଏହି ଲକ୍ଷ୍ମୀ-ନାରାୟଣ ବେହଦର ରାଜ୍ୟ ଚଳାଉଥିଲେ (ଯାହାର କୌଣସି ସୀମା
ନ ଥିଲା) । କିନ୍ତୁ ଏକଥା କାହାର ସ୍ୱପ୍ନରେ ମଧ୍ୟ ଆସିବ ନାହିଁ କି ପଚାରିବେ ଲକ୍ଷ୍ମୀ-ନାରାୟଣ
ବିଶ୍ୱର ରାଜତ୍ୱ କିପରି ପାଇଥିଲେ? ସେମାନଙ୍କ ପାଖରେ ବହୁତ ପବିତ୍ରତା ଥିଲା, ସେମାନେ ଯୋଗୀ ଥିଲେ
ନା ସେଥିପାଇଁ ଆୟୁଷ ମଧ୍ୟ ଅଧିକ ଥିଲା । ଆମେ ହିଁ ଯୋଗୀ ଥିଲେ । ପୁଣି ୮୪ ଜନ୍ମ ନେଇ ଭୋଗୀ
ନିଶ୍ଚିତ ହେବାକୁ ପଡିବ । ମନୁଷ୍ୟ ଜାଣିନାହାଁନ୍ତି କି ଇଏ ମଧ୍ୟ ନିଶ୍ଚିତ ପୁନର୍ଜନ୍ମରେ ଆସିଥିବେ
। ଏମାନଙ୍କୁ ଭଗବାନ-ଭଗବତୀ କୁହାଯାଏ ନାହିଁ । ତାଙ୍କ ପୂର୍ବରୁ ତ ଆଉ କେହି ନାହାଁନ୍ତି ଯିଏ ୮୪
ଜନ୍ମ ନେଇଥିବେ । ପ୍ରଥମେ ପ୍ରଥମେ ତ ଯେଉଁମାନେ ସତ୍ୟଯୁଗରେ ରାଜତ୍ୱ କରିବେ ସେହିମାନେ ହିଁ ୮୪
ଜନ୍ମ ନେବେ ଓ କ୍ରମାନ୍ୱୟରେ ତଳକୁ ଓହ୍ଲାଇବେ । ଆମେ ଆତ୍ମା ପୁଣି ଦେବତା ହେବା ପୁଣି କ୍ଷତ୍ରୀୟ,
ଡିଗ୍ରୀ କମ୍ ହୋଇଯିବ । ଗାୟନ ମଧ୍ୟ ରହିଛି ଯିଏ ପୂଜ୍ୟ ସିଏ ହିଁ ପୁଣି ପୂଜାରୀ ।
ସତ୍ତ୍ୱପ୍ରଧାନରୁ ତମଃପ୍ରଧାନ ହେଉଛନ୍ତି । ଏମିତି ପୁନର୍ଜନ୍ମ ନେଇ ନେଇ ତଳକୁ ତଳକୁ ଓହ୍ଲାଇ
ଥାଆନ୍ତି । ଏହା କେତେ ସହଜ, ପରନ୍ତୁ ମାୟା ମଧ୍ୟ ଏମିତି ଯିଏକି ସବୁ କଥାକୁ ଭୁଲାଇ ଦିଏ । ଏହି
ସବୁ ପଏଣ୍ଟକୁ ଏକାଠି କରି ପୁସ୍ତକ ଆଦି ଲେଖିବା ଦରକାର କିନ୍ତୁ ଏ ସବୁ ତ କିଛି ରହିବ ନାହିଁ ।
ଏହା ଅଳ୍ପ ସମୟ ପାଇଁ ଅସ୍ଥାୟୀ ଅଟେ । ବାବା କୌଣସି ଗୀତା ଶୁଣାଇ ନ ଥିଲେ । ବାବା ତ ଯେପରି ଏବେ
ବୁଝାଉଛନ୍ତି ସେହିପରି ବୁଝାଇଥିଲେ । ଏହି ବେଦ ଶାସ୍ତ୍ର ଆଦି ସବୁ ପରେ ଲେଖାଯାଇଛି । ଏହିସବୁ
ଜ୍ଞାନର ସମସ୍ତ ସାମଗ୍ରୀ ଆଦି ଯାହା ସବୁ ରହିଛି, ସେ ସବୁ ବିନାଶ ହୋଇଯିବ, ସବୁ ଜଳିଯିବ ।
ସତ୍ୟ-ତ୍ରେତୟାରେ କୌଣସି ପୁସ୍ତକ ନ ଥାଏ, ପରେ ଭକ୍ତିମାର୍ଗରେ ଏ ସବୁ ତଆରି ହୁଏ । କେତେ ଜିନିଷ
ତିଆରି ହୋଇଥାଏ । ରାବଣକୁ ମଧ୍ୟ ତିଆରି କରିଥା’ନ୍ତି କିନ୍ତୁ ଅଜ୍ଞାନତାର ବଶବର୍ତ୍ତୀ ହୋଇ । କିଛି
ବି କହିପାରିବେ ନାହିଁ । ବାବା ବୁଝାଉଛନ୍ତି ପ୍ରତି ବର୍ଷ ରାବଣ ତିଆରି କରନ୍ତି ପୁଣି ଜଳାଇଥାନ୍ତି,
ନିଶ୍ଚିତ ଇଏ ବଡ ଶତ୍ରୁ ଅଟେ । କିନ୍ତୁ କିପରି ଭାବରେ ଶତ୍ରୁ ଏହା କେହି ଜାଣିନାହାଁନ୍ତି ।
ସେମାନେ ଭାବନ୍ତି ସିଏ ସୀତାକୁ ଚୋରାଇ ନେଇଥିଲା ସେଥିପାଇଁ ବୋଧ ହୁଏ ସେ ଶତ୍ରୁ ଅଟେ । ରାମଙ୍କ
ସୀତାକୁ ଚୋରାଇ ନେଇଥିଲା, ତେବେ ନିଶ୍ଚିତ ବଡ ଡାକୁ ହୋଇଥିବ । କେବେ ଚୋରି କରିଥିଲା! ତ୍ରେତାରେ
କହିବା ନା ତ୍ରେତା ଶେଷରେ କହିବା । ଏହି କଥା ଉପରେ ମଧ୍ୟ ବିଚାର କରାଯାଏ । କେତେବେଳେ ଚୋରି ହେବା
କଥା! କେଉଁ ରାମଙ୍କର ସୀତା ଚୋରି ହୋଇଥିଲା? ରାମ-ସୀତାଙ୍କର ମଧ୍ୟ ରାଜଧାନୀ ଚାଲିଥିଲା କି? କେବଳ
ଏକ ଯୋଡି ରାମ-ସୀତା ତ ନ ଥିଲେ? ଏହା ତ ଶାସ୍ତ୍ରରେ ଯେପରି ଏକ କାହାଣୀ ଲେଖାଯାଇଛି । ବିଚାର
କରାଯାଉଛି - କେଉଁ ସୀତା? ୧୨ ଯୋଡି ରାମ-ସୀତା ତ ରାଜତ୍ୱ କରିଥା’ନ୍ତି । ତେବେ କେଉଁ ସୀତାକୁ
ରାବଣ ଚୋରାଇଥିଲା? ନିଶ୍ଚିତ ଶେଷ ଯୋଡିର ସୀତା ହୋଇଥିବ । ଏମାନେ ଯାହା କହୁଛନ୍ତି ଯେ ରାମଙ୍କର
ସୀତାକୁ ଚୋରାଇ ନିଆଗଲା, ତେବେ ରାମ ରାଜ୍ୟରେ ସାରା ସମୟ ଜଣଙ୍କର ତ ରାଜ୍ୟ ଚାଲିବ ନାହିଁ ।
ନିଶ୍ଚିତ ବଂଶାନୁକ୍ରମେ ଚାଲିଥିବ । ତେବେ କେଉଁ ନମ୍ବରର ସୀତାକୁ ଚୋରାଇ ନିଆଯାଇଥିଲା? ଏହା ସବୁ
ବହୁତ ବୁଝିବାର କଥା ଅଟେ । ତୁମେ ପିଲାମାନେ ବହୁତ ନମ୍ର ଭାବରେ କାହାକୁ ବି ଏହି ରହସ୍ୟ ସବୁ
ବୁଝାଇ ପାରିବ । ବାବା ବୁଝାଉଛନ୍ତି ଭକ୍ତିମାର୍ଗରେ ମଣିଷ କେତେ ଧକ୍କା ଖାଇ ଖାଇ କେତେ ଦୁଃଖୀ
ହୋଇଯାଇଛନ୍ତି । ଯେତେବେଳେ ଅତି ଦୁଃଖୀ ହୋଇଯାଆନ୍ତି, ସେତେବେଳେ ଚିତ୍କାର କରିଥାଆନ୍ତି, ବାବା
ଏହି ଦୁଃଖରୁ ଉଦ୍ଧାର କର । ରାବଣ ତ କୌଣସି ସ୍ଥୂଳ ଜିନିଷ ନୁହେଁ ନା । ଯଦି ଅଛି, ତେବେ ନିଜ
ରାଜାକୁ ପ୍ରତିବର୍ଷ ମାରୁଛନ୍ତି କାହିଁକି? ରାବଣର ନିଶ୍ଚିତ ସ୍ତ୍ରୀ ମଧ୍ୟ ଥିବ । ମନ୍ଦୋଦରୀକୁ
ରାବଣର ସ୍ତ୍ରୀ କହିଥାଆନ୍ତି । ମନ୍ଦୋଦରୀର ପିତୁଳା ତିଆରି କରି ମଧ୍ୟ ଜଳେଇବା ଦରକାର, ଏମିତି ତ
କେବେ ଦେଖାଯାଏ ନାହିଁ । ତେଣୁ ବାବା ବୁଝାଉଛନ୍ତି ଏହା ହେଉଛି ହିଁ ମିଛ ମାୟା, ମିଛ କାୟା....
ଏବେ ତୁମେ ମିଥ୍ୟାବାଦୀ ମଣିଷରୁ ସତ୍ୟବାଦୀ ଦେବତା ହେବା ପାଇଁ ଏଠାରେ ବସିଛ । ଫରକ ତ ହେଲା ନା ।
ସେଠାରେ ତ ସର୍ବଦା ସତ୍ୟ କହିବେ । କାରଣ ତାହା ସତ୍ୟଖଣ୍ଡ ଅଟେ । ଏହା ହେଉଛି ମିଥ୍ୟାଖଣ୍ଡ । ତେଣୁ
ଏଠାରେ ସମସ୍ତେ ମିଥ୍ୟା କହି ଚାଲିଥା’ନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଜ୍ଞାନ
ସାଗର ବାବା ପ୍ରତିଦିନ ଯେଉଁ ବେହଦର ପାଠ ପଢାଉଛନ୍ତି, ତାହା ଉପରେ ବିଚାର-ସାଗର ମନ୍ଥନ କରିବାକୁ
ହେବ । ଯାହା ସବୁ ପଢୁଛନ୍ତି ତାକୁ ପୁଣି ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ପଡିବ ।
(୨) ଏହି ବେଦହର ଡ୍ରାମା
କିପରି ଚାଲିଛି, ଏହା ଅନାଦି ପୂର୍ବ ନିର୍ଦ୍ଧାରିତ ଡ୍ରାମା ଅତି ଆଶ୍ଚର୍ଯ୍ୟଜନକ ଅଟେ, ଏହି ସବୁ
ରହସ୍ୟକୁ ଭଲ ଭାବରେ ବୁଝି ଅନ୍ୟମାନଙ୍କୁ ବୁଝାଇବାକୁ ପଡିବ ।
ବରଦାନ:-
ପବ୍ରିତତାର
ଶ୍ରେଷ୍ଠ ଧାରଣା ଦ୍ୱାରା ଏକ ଧର୍ମର ସଂସ୍କାର ଯୁକ୍ତ ସମର୍ଥ ସମ୍ରାଟ ହୁଅ ।
ତୁମମାନଙ୍କର ସ୍ୱରାଜ୍ୟର
ଧର୍ମ ଅର୍ଥାତ୍ ଧାରଣା ହେଉଛି “ପବିତ୍ରତା” । ଏକ ଧର୍ମ ଅର୍ଥାତ୍ ଏକ ଧାରଣା । ସ୍ୱପ୍ନ ବା
ସଂକଳ୍ପ ମାତ୍ରରେ ମଧ୍ୟ ଅପବିତ୍ରତା ଅର୍ଥାତ୍ ଅନ୍ୟ କୌଣସି ଧର୍ମ ନ ରହୁ କାହିଁକି ନା ଯେଉଁଠି
ପବ୍ରିତତା ଅଛି ସେଠାରେ ଅପବିତ୍ରତା ଅର୍ଥାତ୍ ବ୍ୟର୍ଥ ବା ବିକଳ୍ପର ନାମ-ଗନ୍ଧ ନ ଥିବ । ତେବେ
ନିଜ ନିଜ ଭିତରେ ଏହିଭଳି ସମ୍ପୂର୍ଣ୍ଣ ପବିତ୍ରତାର ସଂସ୍କାର ଭରୁଥିବା ଆତ୍ମମାନେ ହିଁ ସମର୍ଥ
ସମ୍ରାଟ ଅଟନ୍ତି କାରଣ ବର୍ତ୍ତମାନର ଶ୍ରେଷ୍ଠ ସଂସ୍କାର ଆଧାରରେ ହିଁ ଭବିଷ୍ୟତର ସଂସାର ନିର୍ମାଣ
ହେଉଛି । ବର୍ତ୍ତମାନର ସଂସ୍କାର ଭବିଷ୍ୟତ ସଂସାରର ମୂଳଦୁଆ ଅଟେ ।
ସ୍ଲୋଗାନ:-
ବିଜୟୀ ରତ୍ନ
ସେହିମାନେ ହୋଇଥାଆନ୍ତି ଯେଉଁମାନଙ୍କର ସଚ୍ଚା ସ୍ନେହ ଏକମାତ୍ର ପରମାତ୍ମାଙ୍କ ସହିତ ରହିଛି ।