16.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
ଏହି ପାଠ ପଢିବାକୁ ହେବ ଏବଂ ପଢାଇବାକୁ ହେବ, ଏଥିରେ କୌଣସି ଆଶୀର୍ବାଦର କଥା ନାହିଁ, ତୁମେ
ସମସ୍ତଙ୍କୁ ଏହି କଥା କୁହ ଯେ ବାବାଙ୍କୁ ମନେ ପକାଅ ତେବେ ସବୁ ଦୁଃଖ ଦୂର ହୋଇଯିବ” ।
ପ୍ରଶ୍ନ:-
ମନୁଷ୍ୟମାନଙ୍କର
କେଉଁ କେଉଁ ଚିନ୍ତା ରହିଛି? ତୁମ ସନ୍ତାନମାନଙ୍କର କୌଣସି ଚିନ୍ତା ନାହିଁ - କାହିଁକି?
ଉତ୍ତର:-
ବର୍ତ୍ତମାନ ମନୁଷ୍ୟମାନଙ୍କର କେବଳ ଚିନ୍ତା ହିଁ ଚିନ୍ତା ରହିଛି - ପିଲା ଯଦି ରୋଗରେ ପଡିଲା ତେବେ
ଚିନ୍ତା, ପିଲା ମରିଗଲେ ମଧ୍ୟ ଚିନ୍ତା, କାହାର ଯଦି ପିଲା ନ ହେଲା ତେବେ ଚିନ୍ତା, କେହି ଯଦି
ଅଧିକ ଶସ୍ୟ ରଖିଲେ, ପୁଲିସ କିମ୍ବା ଇନ୍କମ୍ ଟ୍ୟାକ୍ସବାଲା ଆସିଗଲେ ତେବେ ମଧ୍ୟ ଚିନ୍ତା... ଏହା
ହେଉଛି ବିକାରୀ, ଦୁଃଖଦାୟୀ ଦୁନିଆ କିନ୍ତୁ ତୁମମାନଙ୍କର କୌଣସି ଚିନ୍ତା ନାହିଁ କାହିଁକି ନା
ତୁମକୁ ସତ୍ଗୁରୁ ବାବା ମିଳିଯାଇଛନ୍ତି । ଗାୟନ ଅଛି ଫିକ୍ର ସେ ଫାରିଗ କିନ୍ଦା ସ୍ୱାମୀ ସଦ୍ଗୁରୁ.....
ଅର୍ଥାତ୍ ଯାହାଙ୍କର ସ୍ୱାମୀ ଅଥବା ପିତା ନିଜେ ସଦ୍ଗୁରୁ ତାଙ୍କର ପୁଣି ଚିନ୍ତା କ’ଣ?
ବର୍ତ୍ତମାନ ତୁମେମାନେ ଏଭଳି ଦୁନିଆକୁ ଯାଉଛ ଯେଉଁଠି କୌଣସି ଚିନ୍ତା ନାହିଁ ।
ଗୀତ:-
ତୁ ପ୍ୟାର କା
ସାଗର ହୈ..
ଓମ୍ ଶାନ୍ତି ।
ମଧୁର
ସନ୍ତାନମାନେ ଗୀତ ଶୁଣିଲେ । ଏହାର ଅର୍ଥକୁ ମଧ୍ୟ ବୁଝୁଛନ୍ତି ଯେ, ଆମକୁ ମଧ୍ୟ ମାଷ୍ଟର ସ୍ନେହର
ସାଗର ହେବାକୁ ପଡିବ । ଆତ୍ମାମାନେ ପରସ୍ପର ଭାଇ-ଭାଇ ଅଟନ୍ତି । ତେଣୁ ବାବା ତୁମ ଭାଇମାନଙ୍କୁ
କହୁଛନ୍ତି, ଯେପରି ମୁଁ ସ୍ନେହର ସାଗର ସେହିପରି ତୁମକୁ ମଧ୍ୟ ବହୁତ ସ୍ନେହର ସହିତ ଚଳିବାକୁ ହେବ
। ଦେବତାମାନଙ୍କ ମଧ୍ୟରେ ବହୁତ ସ୍ନେହ ରହିଥାଏ, ତାଙ୍କୁ ସମସ୍ତେ କେତେ ସ୍ନେହ କରିଥା’ନ୍ତି, ଭୋଗ
ଇତ୍ୟାଦି ଲଗାଇଥା’ନ୍ତି । ଏବେ ତୁମକୁ ପବିତ୍ର ହେବାକୁ ପଡିବ, ଏହା ତ କୌଣସି ବଡ କଥା ନୁହେଁ ।
ଏହା ବହୁତ ଛି-ଛି ଅର୍ଥାତ୍ ବିକାରୀ ଦୁନିଆ ଅଟେ । ଏଠାରେ ପ୍ରତ୍ୟେକ କଥାର ଚିନ୍ତା ରହୁଛି ।
ଦୁଃଖ ପରେ ଦୁଃଖ ହିଁ ରହିଛି । ସେଥିପାଇଁ ଏହାକୁ ଦୁଃଖଧାମ କୁହାଯାଉଛି । ପୁଲିସ୍ ଅଥବା ଇନ୍କମ୍
ଟ୍ୟାକ୍ସବାଲା ଆସୁଛନ୍ତି, ଲୋକମାନଙ୍କର କେତେ ଅସୁବିଧା ହୋଇଯାଉଛି, ସେ କଥା ନ କହିଲେ ଭଲ । କେହି
ଯଦି ଅଧିକ ଶସ୍ୟ ରଖିଛନ୍ତି, ତେବେ ପୁଲିସ ଆସୁଛି, ଭୟଭୀତ ହୋଇଯାଉଛନ୍ତି । ଏହା କେତେ ବିକାରୀ
ଦୁନିଆ । ନର୍କ ଅଟେ ନା । ତେଣୁ ସ୍ୱର୍ଗକୁ ମନେ ମଧ୍ୟ ପକାଉଛନ୍ତି । ନର୍କ ପରେ ସ୍ୱର୍ଗ, ସ୍ୱର୍ଗ
ପରେ ନର୍କ - ଏହି ଚକ୍ର ଘୂରି ଚାଲିଛି । ପିଲାମାନେ ଜାଣିଛନ୍ତି ଯେ, ଏବେ ବାବା ସ୍ୱର୍ଗବାସୀ
କରିବାକୁ ଆସିଛନ୍ତି । ନର୍କବାସୀରୁ ସ୍ୱର୍ଗବାସୀ କରୁଛନ୍ତି । ସେଠାରେ କୌଣସି ବିକାର ରହିବ ନାହିଁ,
କାହିଁକି ନା ସେଠାରେ ରାବଣ ହିଁ ନାହିଁ । ତାହା ହେଉଛି ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ,
ଶିବାଳୟ । ଏହା ହେଉଛି ବେଶ୍ୟାଳୟ । ଆଉ କିଛି ଦିନ ଅପେକ୍ଷା କର ଦେଖିବ ସମସ୍ତେ ଜାଣିଯିବେ - ଏହି
ଦୁନିଆରେ ସୁଖ ଅଛି ନା ଦୁଃଖ ଅଛି । ଟିକିଏ ବି ଭୂମିକମ୍ପ ହୋଇଗଲେ ମନୁଷ୍ୟମାନଙ୍କର ଅବସ୍ଥା କ’ଣ
ହୋଇଯାଉଛି । ସତ୍ୟଯୁଗରେ ଚିନ୍ତାର ଟିକିଏ ହେଲେ ବି କଥା ନାହିଁ । ଏଠାରେ ତ ବହୁତ ଚିନ୍ତା ରହିଛି
- ପିଲା ଯଦି ରୋଗରେ ପଡିଲା ଚିନ୍ତା, ପିଲା ମରିଗଲେ ମଧ୍ୟ ଚିନ୍ତା । ଏଠାରେ କେବଳ ଚିନ୍ତା ହିଁ
ଚିନ୍ତା ରହିଛି । ଫିକର ସେ ଫାରିଗ କିନ୍ଦା ସ୍ୱାମୀ ସଦ୍ଗୁରୁ ଅର୍ଥାତ୍ ସତଗୁରୁ ସ୍ୱାମୀ
ଚିନ୍ତାମୁକ୍ତ କରନ୍ତି, ତେବେ ସମସ୍ତଙ୍କର ସ୍ୱାମୀ ତ ଜଣେ ଅଟନ୍ତି ନା । ତୁମେ ଶିବବାବାଙ୍କ
ସମ୍ମୁଖରେ ବସିଛ । ଏହି ବ୍ରହ୍ମା କୌଣସି ଗୁରୁ ନୁହଁନ୍ତି । ଇଏ ତ ଭାଗ୍ୟଶାଳୀ ରଥ ଅଟନ୍ତି । ବାବା
ଏହି ଭାଗୀରଥ ଦ୍ୱାରା ତୁମମାନଙ୍କୁ ପାଠ ପଢାଉଛନ୍ତି । ସେ ଜ୍ଞାନର ସାଗର ଅଟନ୍ତି । ଏବେ ତୁମକୁ
ମଧ୍ୟ ସାରା ଜ୍ଞାନ ମିଳିଛି । ଏପରି କୌଣସି ଦେବତା ନାହାଁନ୍ତି ଯାହାଙ୍କୁ ତୁମେ ଜାଣି ନାହଁ ।
ସତ୍ୟ ଏବଂ ମିଥ୍ୟାକୁ ପରଖିବା ତୁମକୁ ଜଣାଅଛି । ଦୁନିଆରେ ଏହା ଅନ୍ୟ କେହି ବି ଜାଣି ନାହାଁନ୍ତି
। ଭାରତ ସତ୍ୟତାର ଭୂମି ଥିଲା, ଏବେ ମିଥ୍ୟାଖଣ୍ଡ ହୋଇଯାଇଛି । ଏକଥା କାହାକୁ ବି ଜଣା ନାହିଁ ଯେ,
ସତ୍ୟଖଣ୍ଡ କେବେ ଏବଂ କିଏ ସ୍ଥାପନ କରିଥିଲେ । ଏହା ହେଉଛି ଅଜ୍ଞାନର ଅନ୍ଧକାର ରାତ୍ରି ।
ଯେତେବେଳେ କି ବାବା ଆସି ଆଲୋକ ଦେଉଛନ୍ତି । ଗାୟନ ମଧ୍ୟ କରୁଛନ୍ତି ତୁମର ଗତି-ମତ ତୁମେ ହିଁ ଜାଣ
। ଉଚ୍ଚରୁ ଉଚ୍ଚ ସେହି ଜଣେ ହିଁ ଅଟନ୍ତି, ବାକି ସବୁ ହେଉଛନ୍ତି ରଚନା । ସେ ହେଲେ ରଚୟିତା ବେହଦର
ବାବା । ଲୌକିକ ପିତା ୨-୪ଟି ସନ୍ତାନ ରଚନା କରିଥା’ନ୍ତି । ଯଦି ପିଲା ନ ହେଲା ତେବେ ଚିନ୍ତା
ହୋଇଥାଏ । ସେଠାରେ ତ ଏସବୁ କଥା ରହିବ ନାହିଁ । ଆୟୁଷ୍ମାନ ଭବ, ଧନବାନ ଭବ... ଅବସ୍ଥାରେ ତୁମେ
ରହୁଛ । ତୁମେ କୌଣସି ଆଶୀର୍ବାଦ ଦେଉ ନାହିଁ । ଏହା ହେଉଛି ପାଠପଢା ନା । ତୁମେ ହେଉଛ ଶିକ୍ଷକ ।
ତୁମେ ତ କେବଳ କହୁଛ ଶିବବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ । ଏହା ମଧ୍ୟ ଟିଚିଙ୍ଗ
ଅର୍ଥାତ୍ ଶିକ୍ଷା ଦେବା ହେଲା ନା । ଏହାକୁ କୁହାଯାଉଛି ସହଜ ଯୋଗ ଅଥବା ୟାଦ । ଆତ୍ମା ଅବିନାଶୀ,
ଶରୀର ବିନାଶୀ ଅଟେ । ବାବା କହୁଛନ୍ତି ମୁଁ ମଧ୍ୟ ଅବିନାଶୀ । ତୁମେମାନେ ମୋତେ ଡାକୁଛ - ହେ,
ପତିତ-ପାବନ ଆସ, ଆସି ଆମ ପତିତମାନଙ୍କୁ ପାବନ କର । ତେବେ ଏ କଥା ଆତ୍ମା ହିଁ କହୁଛି ନା । ପତିତ
ଆତ୍ମା, ମହାନ୍ ଆତ୍ମା କୁହାଯାଇଥାଏ । ଯଦି ପବିତ୍ରତା ଥିବ ତେବେ ସୁଖ ଶାନ୍ତି ମଧ୍ୟ ରହିବ ।
ଏହା ହେଉଛି ହୋଲିଏଷ୍ଟ
ଅଫ୍ ହୋଲି ଚର୍ଚ୍ଚ ଅର୍ଥାତ୍ ସର୍ବୋଚ୍ଚ ପବିତ୍ର ଗୀର୍ଜା । ଏଠାକୁ ବିକାରୀମାନଙ୍କୁ ଆସିବାର
ହୁକୁମ୍ ନାହିଁ । ଗୋଟିଏ କାହାଣୀ ମଧ୍ୟ ରହିଛି ନା - ଇନ୍ଦ୍ରସଭାକୁ କୌଣସି ପରୀ କାହାକୁ ଲୁଚାଇ
କରି ନେଇଗଲେ, ଯେତେବେଳେ ଜଣା ପଡିଗଲା ତାକୁ ଅଭିଶାପ ମିଳିଲା, ପଥର ହୋଇଯାଅ । ଏଠାରେ ଅଭିଶାପ
ଆଦିର କୌଣସି କଥା ନାହିଁ । ଏଠାରେ ତ ଜ୍ଞାନ ବର୍ଷା ହେଉଛି । କେହି ବି ପତିତ ଏହି ପବିତ୍ର
ସ୍ଥାନକୁ ଆସିପାରିବେ ନାହିଁ । ଏପରି ମଧ୍ୟ ଦିନ ଆସିବ ଯେତେବେଳେ ବହୁତ ବଡ ହଲ୍ ତିଆରି ହୋଇଯିବ ।
ଏହା ସବୁଠାରୁ ପବିତ୍ରତମ ରାଜପ୍ରାସାଦ ଅଟେ । ତୁମେ ମଧ୍ୟ ପବିତ୍ର ହେଉଛ । ମନୁଷ୍ୟ ଭାବୁଛି
ବିକାର ବିନା ସୃଷ୍ଟି କିପରି ଚାଲିବ? ଏହା କିପରି ସମ୍ଭବ? ବୁଦ୍ଧିରେ ନିଜର ମତ ରହୁଛି ।
ଦେବତାମାନଙ୍କ ଆଗରେ ମଧ୍ୟ କହୁଛନ୍ତି ଆପଣ ସର୍ବଗୁଣ ସମ୍ପନ୍ନ, ଆମେ ପାପୀ ଅଟୁ । ତେବେ ସ୍ୱର୍ଗ
ହେଉଛି ସବୁଠାରୁ ପବିତ୍ରତମ ସ୍ଥାନ । ସେହିମାନେ ହିଁ ପୁଣି ୮୪ ଜନ୍ମ ନେଇ ସମ୍ପୂର୍ଣ୍ଣ ପବିତ୍ର
ହେଉଛନ୍ତି । ତାହା ହେଲା ପବିତ୍ର ଦୁନିଆ, ଏହା ହେଉଛି ପତିତ ଦୁନିଆ । ପିଲା ଜନ୍ମ ହେଲେ ଖୁସି
ହେଉଛନ୍ତି, ରୋଗ ହେଲେ ମୁଖ ମଳିନ ହୋଇଯାଉଛି, ଯଦି ମରିଗଲା ତେବେ ଏକଦମ୍ ପାଗଳ ହୋଇଯାଉଛନ୍ତି ।
ଏପରି ମଧ୍ୟ କେହି-କେହି ହୋଇଯାଉଛନ୍ତି । ଏଭଳି ଆତ୍ମାଙ୍କୁ ମଧ୍ୟ ବାବାଙ୍କ ପାଖକୁ ନେଇଆସୁଛନ୍ତି,
କହୁଛନ୍ତି ବାବା ୟାଙ୍କ ପିଲାର ମୃତ୍ୟୁ ହୋଇଗଲା ତେଣୁ ମୁଣ୍ଡ ଖରାପ ହୋଇଯାଇଛି । ଏହା ଦୁଃଖର
ଦୁନିଆ ଅଟେ ନା । ଏବେ ବାବା ସୁଖର ଦୁନିଆକୁ ନେଇଯାଉଛନ୍ତି । ତେଣୁ ଶ୍ରୀମତରେ ଚାଲିବା ଦରକାର ।
ଗୁଣ ମଧ୍ୟ ବହୁତ ଭଲ ହେବା ଦରକାର । ଯିଏ କରିବ ସିଏ ପାଇବ । ଦୈବୀ ଚରିତ୍ର ମଧ୍ୟ ଆବଶ୍ୟକ ।
ସ୍କୁଲର ରେଜିଷ୍ଟରରେ ଚରିତ୍ର ସମ୍ବନ୍ଧରେ ମଧ୍ୟ ଲେଖିଥା’ନ୍ତି । କେହି କେହି ତ ସ୍କୁଲକୁ ନ ଯାଇ
ବାହାରେ ବୁଲାବୁଲି କରିଥା’ନ୍ତି । ମା-ବାପାଙ୍କୁ ନାକେଦମ୍ କରିଦେଇଥା’ନ୍ତି । ଏବେ ବାବା
ଶାନ୍ତିଧାମ-ସୁଖଧାମକୁ ନେଇଯାଉଛନ୍ତି । ଏହାକୁ କୁହାଯାଉଛି ଟାୱାର ଅଫ୍ ସାଇଲେନ୍ସ ଅର୍ଥାତ୍
ସର୍ବୋଚ୍ଚ ଶାନ୍ତିର ସ୍ଥାନ, ଯେଉଁଠି ଆତ୍ମାମାନେ ନିବାସ କରିଥା’ନ୍ତି, ତାହା ହେଉଛି ଟାୱାର ଅଫ୍
ସାଇଲେନ୍ସ । ସୂକ୍ଷ୍ମଲୋକ ହେଉଛି ମୁବି ଅର୍ଥାତ୍ ଈଶାରାର ଦୁନିଆ, ଏହାର କେବଳ ତୁମେ ସାକ୍ଷାତ୍କାର
କରୁଛ, ବାକି ସେଠାରେ କିଛି ବି ନାହିଁ । ଏହା ମଧ୍ୟ ପିଲାମାନଙ୍କୁ ସାକ୍ଷାତ୍କାର ହୋଇଛି ।
ସତ୍ୟଯୁଗରେ ବୁଢା ହୋଇଗଲେ ଖୁସି ଖୁସିରେ ଶରୀର ଛାଡି ଦେଇଥା’ନ୍ତି । ଏହା ହେଉଛି ୮୪ ଜନ୍ମର
ପୁରୁଣା ଚମଡା (ଶରୀର) । ବାବା କହୁଛନ୍ତି - ତୁମେମାନେ ପବିତ୍ର ଥିଲ, ଏବେ ପତିତ ହୋଇଯାଇଛ । ଏବେ
ବାବା ଆସିଛନ୍ତି ତୁମମାନଙ୍କୁ ପବିତ୍ର କରାଇବା ପାଇଁ । ତୁମେ ମୋତେ ଡାକିଛ ନା । ଜୀବାତ୍ମା ହିଁ
ପତିତ ହୋଇଯାଇଛି ପୁଣି ତାହା ପବିତ୍ର ହେବ । ତୁମେମାନେ ଏହି ଦେବୀ-ଦେବତା କୁଳର ଥିଲ ନା । ଏବେ
ଆସୁରୀ କୁଳର ହୋଇଯାଇଛ । ଆସୁରୀ ଏବଂ ଈଶ୍ୱରୀୟ ଅଥବା ଦୈବୀ କୁଳ ମଧ୍ୟରେ କେତେ ଫରକ ରହିଛି । ଏହା
ହେଉଛି ତୁମର ବ୍ରାହ୍ମଣ କୁଳ । କୁଳ ଡିନାୟଷ୍ଟିକୁ କୁହାଯାଇଥାଏ, ଯେଉଁଠି ରାଜତ୍ୱ ହୋଇଥାଏ ।
ଏଠାରେ ତ ରାଜ୍ୟ ନାହିଁ । ଗୀତାରେ ପାଣ୍ଡବ ଏବଂ କୌରବଙ୍କର ରାଜ୍ୟ ଲେଖାଯାଇଛି ବାସ୍ତବରେ କିନ୍ତୁ
ଏପରି କୌଣସି କଥା ନାହିଁ ।
ତୁମେ ତ ଆତ୍ମିକ ସନ୍ତାନ
ଅଟ । ବାବା କହୁଛନ୍ତି - ମଧୁର ସନ୍ତାନମାନେ, ବହୁତ ବହୁତ ମିଠା ହୋଇଯାଅ । ସ୍ନେହର ସାଗର ହୋଇଯାଅ
। ଦେହ-ଅଭିମାନ କାରଣରୁ ହିଁ ସ୍ନେହର ସାଗର ହୋଇପାରୁନାହାଁନ୍ତି ସେଥିପାଇଁ ପୁଣି ବହୁତ ଦଣ୍ଡ ଭୋଗ
କରିବାକୁ ପଡୁଛି । ପୁଣି ମୋଚରା ଏବଂ ମାନୀ ଅର୍ଥାତ୍ ଦଣ୍ଡ ଭୋଗ କରି ଛୋଟ ପଦଟିଏ ପାଇବେ ।
ସ୍ୱର୍ଗକୁ ତ ଯିବେ କିନ୍ତୁ ବହୁତ ଦଣ୍ଡ ଭୋଗ କରି ଯିବେ । ଦଣ୍ଡ କିପରି ମିଳୁଛି, ତାହା ତୁମେ
ସାକ୍ଷାତ୍କାର କରିଛ । ବାବା ତ ବୁଝାଉଛନ୍ତି - ବହୁତ ସ୍ନେହର ସହିତ ଚାଲ, ନଚେତ୍ କ୍ରୋଧର ଅଂଶ
ହୋଇଯିବ । ଧନ୍ୟବାଦ ଦିଅ - ବାବା ମିଳିଛନ୍ତି ଯିଏକି ଆମକୁ ନର୍କରୁ ବାହାର କରି ସ୍ୱର୍ଗକୁ
ନେଇଯାଉଛନ୍ତି । ଦଣ୍ଡ ଭୋଗ କରିବା ତ ବହୁତ ଖରାପ କଥା । ତୁମେ ଜାଣିଛ ସତ୍ୟଯୁଗରେ ସ୍ନେହର
ରାଜଧାନୀ ହେବ । ସେଠାରେ ସ୍ନେହ ବ୍ୟତୀତ ଆଉ କିଛି ବି ରହିବ ନାହିଁ । ଏଠାରେ ସାମାନ୍ୟ କଥାରେ
ଚେହେରା ବଦଳିଯାଉଛି । ବାବା କହୁଛନ୍ତି ମୁଁ ପତିତ ଦୁନିଆକୁ ଆସିଛି । ମୋତେ ପତିତ ଦୁନିଆକୁ ହିଁ
ନିମନ୍ତ୍ରଣ ଦେଉଛନ୍ତି । ବାବା ପୁଣି ସମସ୍ତଙ୍କୁ ନିମନ୍ତ୍ରଣ ଦେଉଛନ୍ତି - ଅମୃତ ପିଅ । ବିଷ ଏବଂ
ଅମୃତର ଗୋଟିଏ ବହି ବାହାରିଛି । ବହିର ଲେଖକଙ୍କୁ ପୁରସ୍କାର ମିଳିଛି, ସେ ବହୁତ ନାମୀଗ୍ରାମୀ
ଅଟନ୍ତି । ଦେଖିବା ଦରକାର କ’ଣ ଲେଖିଛନ୍ତି । ବାବା ତ କହୁଛନ୍ତି ତୁମକୁ ଜ୍ଞାନ ଅମୃତ ପିଆଉଛି,
ତୁମେ ପୁଣି ବିଷ କାହିଁକି ପିଉଛ? ରକ୍ଷାବନ୍ଧନ ମଧ୍ୟ ବର୍ତ୍ତମାନ ସମୟର ସ୍ମାରକୀ ଅଟେ ନା । ବାବା
ସମସ୍ତଙ୍କୁ କହୁଛନ୍ତି ପବିତ୍ର ହେବା ପାଇଁ ପ୍ରତିଜ୍ଞା କର, ଏହା ତୁମମାନଙ୍କର ଅନ୍ତିମ ଜନ୍ମ ।
ପବିତ୍ରତା ସହିତ ଯୋଗଯୁକ୍ତ ହୋଇ ରହିଲେ ପାପ କଟିଯିବ । ତେବେ ନିଜ ମନକୁ ପଚାରିବା ଉଚିତ୍ ଯେ,
ମୁଁ ଯୋଗଯୁକ୍ତ ହୋଇ ରହୁଛି ନା ନାହିଁ? ପିଲାମାନଙ୍କୁ ମନେ ପକାଇ ଖୁସି ହୋଇଥା’ନ୍ତି ନା ।
ସ୍ତ୍ରୀ-ପୁରୁଷକୁ ମନେ ପକାଇ ଖୁସି ହୋଇଥାଏ ନା । ତେବେ ଇଏ କିଏ? ଭଗବାନୁବାଚ - ମୁଁ ନିରାକାର ।
ବାବା କହୁଛନ୍ତି ମୁଁ ଏହାଙ୍କର (ଶ୍ରୀକୃଷ୍ଣଙ୍କର) ୮୪ ଜନ୍ମ ପରେ ପୁନର୍ବାର ତାଙ୍କୁ ସ୍ୱର୍ଗର
ମାଲିକ କରାଉଛି । ଏବେ ଏହି ବୃକ୍ଷ ଅର୍ଥାତ୍ ବ୍ରାହ୍ମଣ ପରିବାର ବହୁତ ଛୋଟ ଅଛି । ଏଥିରେ ମାୟାର
ବହୁତ ତୋଫାନ ମଧ୍ୟ ଆସୁଛି । ଏ ସବୁ ବହୁତ ଗୁପ୍ତ କଥା । ବାବା ତ କହୁଛନ୍ତି, ପିଲାମାନେ ଯୋଗର
ଯାତ୍ରାରେ ରୁହ ଏବଂ ପବିତ୍ର ରୁହ । ଏହିଠାରେ ହିଁ ସମ୍ପୂର୍ଣ୍ଣ ରାଜଧାନୀ ସ୍ଥାପନ ହୋଇଯିବ ।
ଗୀତାରେ ଲଢେଇ ଦେଖାଉଛନ୍ତି । ପାଣ୍ଡବମାନେ ପାହାଡ ଉପରେ ଯାଇ ତଳକୁ ଖସି ଦେହ ତ୍ୟାଗ କଲେ । ବାସ୍
ରେଜଲ୍ଟ କିଛି ନାହିଁ ।
ଏବେ ତୁମେମାନେ ସୃଷ୍ଟିର
ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ବାବା ଜ୍ଞାନର ସାଗର ଅଟନ୍ତି ନା । ସେ ହେଉଛନ୍ତି ସୁପ୍ରିମ ସୋଲ୍,
ପରମଆତ୍ମା । ଆତ୍ମାର ରୂପ କ’ଣ? ଏ କଥା ମଧ୍ୟ କାହାକୁ ଜଣା ନାହିଁ । ଏବେ ତୁମମାନଙ୍କ ବୁଦ୍ଧିରେ
ଅଛି, ଆତ୍ମା ବିନ୍ଦୁ ରୂପ ଅଟେ । ଏହି କଥାକୁ ତୁମମାନଙ୍କ ଭିତରେ ମଧ୍ୟ ଯଥାର୍ଥ ଭାବରେ କେହି କେହି
ବୁଝି ନାହାଁନ୍ତି । ପୁଣି କହୁଛନ୍ତି ବିନ୍ଦୁକୁ କିପରି ସ୍ମରଣ କରିବୁ । କିଛି ବି ବୁଝିନାହାଁନ୍ତି
। ତଥାପି ବାବା କହୁଛନ୍ତି, ଅଳ୍ପ ଶୁଣିଲେ ମଧ୍ୟ ଜ୍ଞାନର ବିନାଶ ହେବ ନାହିଁ । ଜ୍ଞାନମାର୍ଗକୁ ଆସି
ପୁଣି ଚାଲିଯାଉଛନ୍ତି, କିନ୍ତୁ ଅଳ୍ପ ଟିକିଏ ବି ଶୁଣିଲେ ମଧ୍ୟ ସ୍ୱର୍ଗକୁ ନିଶ୍ଚିତ ଆସିବେ । ଯିଏ
ବହୁତ ଶୁଣି ଧାରଣା କରିବେ, ସେ ରାଜା ହେବେ । ଅଳ୍ପ ଶୁଣିଲେ ପ୍ରଜା ପଦ ପାଇବେ । ରାଜଧାନୀରେ ତ
ରାଜା-ରାଣୀ ସମସ୍ତେ ରହିଥା’ନ୍ତି ନା । ସେଠାରେ ମନ୍ତ୍ରୀ ରହିବେ ନାହିଁ, ଏଠାରେ ବିକାରୀ
ରାଜାମାନଙ୍କୁ ମନ୍ତ୍ରୀ ରଖିବାକୁ ପଡ଼ୁଛି । ବାବା ତୁମର ବୁଦ୍ଧିକୁ ବହୁତ ବିଶାଳ କରୁଛନ୍ତି ।
ସେଠାରେ ମନ୍ତ୍ରୀର ଆବଶ୍ୟକତା ହିଁ ରହିବ ନାହିଁ । ବାଘ-ଛେଳି ଏକାଠି ପାଣି ପିଇବେ । ତେଣୁ ବାବା
ବୁଝାଉଛନ୍ତି, ତୁମମାନଙ୍କର ସମ୍ବନ୍ଧରେ କୌଣସି ତିକ୍ତତା ନ ଆସୁ, ପରସ୍ପର ସ୍ନେହରେ ରୁହ । କ୍ଷୀର
ଏବଂ ଖଣ୍ଡ ଅର୍ଥାତ୍ ଚିନି ଭଲ ଜିନିଷ ଅଟେ ନା । ତେବେ ପରସ୍ପର ଭିତରେ ମତଭେଦ ଆଦି କିଛି ବି ରଖ
ନାହିଁ । ଏଠାରେ ତ ମନୁଷ୍ୟ କେତେ ଲଢେଇ ଝଗଡ଼ା କରୁଛନ୍ତି । ଏହା ହେଉଛି ହିଁ ରୌରବ ନର୍କ ।
ମନୁଷ୍ୟମାନେ ନର୍କରେ ଉବୁଟୁବୁ ହେଉଛନ୍ତି । ବାବା ଆସି ସେହି ନର୍କରୁ ବାହାର କରୁଛନ୍ତି । ବାହାରୁ
ବାହାରୁ ପୁଣି ଫସିଯାଉଛନ୍ତି । କେହି କେହି ତ ଅନ୍ୟକୁ ବାହାର କରିବାକୁ ଯାଇ ନିଜେ ନର୍କରେ
ଫସିଯାଉଛନ୍ତି । ଆରମ୍ଭରୁ ବହୁତଙ୍କୁ ମାୟାରୂପୀ କୁମ୍ଭୀର ଧରି ନେଲା । ଏକଦମ୍ ଗ୍ରାସ କରିନେଲା ।
ବୁଦ୍ଧିରେ ଜ୍ଞାନର ଟିକିଏ ହେଲେ ବି ଚିହ୍ନବର୍ଣ୍ଣ ମଧ୍ୟ ରହିଲା ନାହିଁ । କାହାର କାହାର ଲକ୍ଷଣ
ଥିଲେ ପୁଣି ଫେରି ଆସୁଛନ୍ତି । କେହି ତ ଏକଦମ୍ ବାବାଙ୍କ ହାତ ଛାଡିଦେଉଛନ୍ତି । ଏଠାରେ ସବୁକିଛି
ବାସ୍ତବ ହେଉଛି । ତୁମେମାନେ ତ ଯଜ୍ଞର ଇତିହାସ ଶୁଣିଲେ ଆଶ୍ଚର୍ଯ୍ୟ ହେବ । ଗାୟନ ରହିଛି ତୁମେ
ସ୍ନେହ କର ଅଥବା ବାଡାଅ, ମୁଁ ତୁମର ଦୁଆରରୁ ବାହାରକୁ ଯିବି ନାହିଁ । ବାବା ତ କେବେ ମୁଖ ଦ୍ୱାରା
ମଧ୍ୟ ଏପରି କିଛି କହୁନାହାଁନ୍ତି । କେତେ ସ୍ନେହର ସହିତ ପାଠ ପଢାଉଛନ୍ତି । ତୁମ ସମ୍ମୁଖରେ
ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତ ରହିଛି । ଉଚ୍ଚରୁ ଉଚ୍ଚ ବାବା ଏହିପରି ବିଷ୍ଣୁ କରୁଛନ୍ତି । ସେହି ବିଷ୍ଣୁ
ହିଁ ପୁଣି ବ୍ରହ୍ମା ହେଉଛନ୍ତି । ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି ମିଳିଗଲା ପୁଣି ୮୪ ଜନ୍ମ ନେଇ
ଏହିପରି ହେଉଛନ୍ତି । ତତ୍ତ୍ୱମ୍ । ତୁମର ମଧ୍ୟ ଫଟୋ ଉଠାଯାଇଥିଲା ନା । ତୁମେ ବ୍ରହ୍ମାଙ୍କର
ସନ୍ତାନ ବ୍ରାହ୍ମଣ ଅଟ । ତୁମର ଏବେ ମୁକୁଟ ନାହିଁ, ଭବିଷ୍ୟତରେ ମିଳିବ, ସେଥିପାଇଁ ତୁମର ସେହି
ଫଟୋ ମଧ୍ୟ ରହିଛି । ବାବା ଆସି ପିଲାମାନଙ୍କୁ ଦ୍ୱିମୁକୁଟଧାରୀ କରାଉଛନ୍ତି । ତୁମେ ଅନୁଭବ କରୁଛ
ଯେ ବାସ୍ତବରେ ଆମଠାରେ ପାଞ୍ଚ ବିକାର ଥିଲା । (ନାରଦଙ୍କ ଭଳି) ପ୍ରଥମେ-ପ୍ରଥମେ ଭକ୍ତ ମଧ୍ୟ ତୁମେ
ହୋଇଛ । ଏବେ ବାବା ତୁମମାନଙ୍କୁ କେତେ ଶ୍ରେଷ୍ଠ କରୁଛନ୍ତି । ଏକଦମ୍ ପତିତରୁ ପାବନ କରୁଛନ୍ତି ।
ପ୍ରତିବଦଳରେ ବାବା କିଛି ବି ନେଉନାହାଁନ୍ତି । ଶିବବାବା ପୁଣି କ’ଣ ନେବେ? ତୁମେ ଶିବବାବାଙ୍କ
ଭଣ୍ଡାରୀରେ ପକାଉଛ । ମୁଁ ତ ଟ୍ରଷ୍ଟି ଅଟେ । ନେବା-ଦେବାର ହିସାବ ସବୁ ଶିବବାବାଙ୍କ ସହିତ ରହିଛି
। ମୁଁ ନିଜେ ପଢୁଛି ଏବଂ ଅନ୍ୟମାନଙ୍କୁ ପଢାଉଛି । ଯିଏ ନିଜର ହିଁ ସବୁ କିଛି ଦେଇ ଦେଇଛି ସେ ପୁଣି
ନେବ କ’ଣ ! ତାର କୌଣସି ଜନିଷରେ ମମତା ନାହିଁ । କହନ୍ତି ଅମୁକ ସ୍ୱର୍ଗକୁ ଗଲା । ତେବେ ପୁଣି
ତାଙ୍କୁ ନର୍କର ଖାଦ୍ୟ ପାନୀୟ କାହିଁକି ଖୁଆଉଛ । ଅଜ୍ଞାନ ହେଲା ନା । ଯଦି ସିଏ ନର୍କରେ ଥିଲେ
ତେବେ ପୁନର୍ଜନ୍ମ ମଧ୍ୟ ନର୍କରେ ହିଁ ହେବ ନା । ଏବେ ତୁମେମାନେ ଅମରଲୋକକୁ ଯାଉଛ । ଏହା ବାଜୋଲି
(ପାଦରେ ମୁଣ୍ଡ ଲଗାଇ ଲେଉଟିବା) ଖେଳ ଅଟେ । ତୁମେ ହେଉଛ ବ୍ରାହ୍ମଣ ଚୁଟୀ, ପୁଣି ଦେବତା,
କ୍ଷତ୍ରୀୟ ହେବ, ସେଥିପାଇଁ ବାବା ବୁଝାଉଛନ୍ତି ବହୁତ ମିଠା ହୁଅ । ତଥାପି ବି ଯଦି ନ ସୁଧୁରିବେ
ତେବେ କୁହାଯିବ ତାଙ୍କର ଭାଗ୍ୟ । ସେମାନେ ନିଜର ହିଁ କ୍ଷତି କରୁଛନ୍ତି । ଯଦି ନ ସୁଧୁରିବେ ତେବେ
ଈଶ୍ୱରଙ୍କର ଚେଷ୍ଟା ବି କ’ଣ କରିପାରିବ ।
ବାବା କହୁଛନ୍ତି ମୁଁ
ଆତ୍ମାମାନଙ୍କ ସହିତ କଥା ହେଉଛି । ଅବିନାଶୀ ଆତ୍ମାମାନଙ୍କୁ ଅବିନାଶୀ ପରମାତ୍ମା ଜ୍ଞାନ ଦେଉଛନ୍ତି
। ଯେଉଁ ଜ୍ଞାନକୁ ଆତ୍ମା କାନ ଦ୍ୱାରା ଶୁଣୁଛି । ବେହଦର ବାବା ଏହି ଜ୍ଞାନ ଶୁଣାଉଛନ୍ତି । ତୁମକୁ
ମନୁଷ୍ୟରୁ ଦେବତା କରୁଛନ୍ତି । ରାସ୍ତା ଦେଖାଇବା ପାଇଁ ସୁପ୍ରିମ ପଣ୍ଡା ବସିଛନ୍ତି । ଶ୍ରୀମତ
କହୁଛି - ପବିତ୍ର ହୁଅ, ମୋତେ ସ୍ମରଣ କରିଲେ ତୁମର ପାପ ଭସ୍ମ ହୋଇଯିବ । ତୁମେମାନେ ହିଁ
ସତ୍ତ୍ୱପ୍ରଧାନ ଥିଲ । ୮୪ ଜନ୍ମ ମଧ୍ୟ ତୁମେମାନେ ହିଁ ନେଇଛ । ବାବା ଏହାଙ୍କୁ ହିଁ ବୁଝାଉଛନ୍ତି,
ତୁମେ ସତ୍ତ୍ୱପ୍ରଧାନ ଥିଲ ଏବେ ତମୋପ୍ରଧାନ ହୋଇଯାଇଛ, ଏବେ ପୁଣି ମୋତେ ମନେ ପକାଅ । ଏହାକୁ ହିଁ
ଯୋଗଅଗ୍ନି କୁହାଯାଉଛି । ଏହି ଜ୍ଞାନ ଏବେ ତୁମକୁ ମିଳୁଛି । ସତ୍ୟଯୁଗରେ ମୋତେ କେହି ସ୍ମରଣ
କରନ୍ତି ନାହିଁ । ବର୍ତ୍ତମାନ ହିଁ ମୁଁ କହୁଛି - ମୋତେ ମନେ ପକାଇଲେ ହିଁ ତୁମର ପାପ କଟିଯିବ, ଆଉ
କୌଣସି ରାସ୍ତା ନାହିଁ । ଏହା ମଧ୍ୟ ଏକ ସ୍କୁଲ୍ ଅଟେ ନା । ଏହାକୁ ବିଶ୍ୱ ବିଦ୍ୟାଳୟ, ୱାଲର୍ଡ଼
ୟୁନିଭରସିଟୀ କୁହାଯାଉଛି । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ ଆଉ କେହି
ଜାଣିନାହାଁନ୍ତି । ଶିବବାବା କହୁଛନ୍ତି ଲକ୍ଷ୍ମୀ-ନାରାୟଣଙ୍କ ଠାରେ ମଧ୍ୟ ଏହି ଜ୍ଞାନ ନାହିଁ ।
ଏହା ତ ପ୍ରାରବ୍ଧ ଅଟେ ନା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସ୍ନେହଭରା
ରାଜଧାନୀକୁ ଯିବାକୁ ହେବ, ସେଥିପାଇଁ ପରସ୍ପର ମଧ୍ୟରେ କ୍ଷୀରଖଣ୍ଡ ଅର୍ଥାତ୍ ସ୍ନେହପୂର୍ଣ୍ଣ
ସମ୍ବନ୍ଧରେ ରହିବାକୁ ହେବ । କେବେ ବି ଲୁଣପାଣି ସଦୃଶ ହୋଇ ମତଭେଦରେ ଆସିବାର ନାହିଁ । ନିଜେ ହିଁ
ନିଜକୁ ସୁଧାରିବାକୁ ହେବ ।
(୨) ଦେହ-ଅଭିମାନ ଛାଡ଼ି
ମାଷ୍ଟର ସ୍ନେହର ସାଗର ହେବାକୁ ପଡ଼ିବ । ନିଜର ଚରିତ୍ରକୁ ଦୈବୀ କରିବାକୁ ହେବ । ବହୁତ-ବହୁତ ମଧୁର
ସ୍ୱଭାବଯୁକ୍ତ ହୋଇ ଚାଲିବାକୁ ହେବ ।
ବରଦାନ:-
ମନର
ସ୍ୱତନ୍ତ୍ରତା ଦ୍ୱାରା ସର୍ବ ଆତ୍ମାମାନଙ୍କୁ ଶାନ୍ତିର ଦାନ ଦେଉଥିବା ସଂକଳ୍ପର ମହାଦାନୀ ଭବ ।
ବନ୍ଧନଯୁକ୍ତ ଆତ୍ମାମାନେ
ଯଦିଓ ଶାରୀରୀକ ହିସାବରେ ପରତନ୍ତ୍ର ଅଟନ୍ତି କିନ୍ତୁ ମନରେ ଯଦି ସ୍ୱତନ୍ତ୍ର ହୋଇଥିବେ ତେବେ ନିଜର
ବୃତ୍ତି ଦ୍ୱାରା, ଶୁଦ୍ଧ ସଂକଳ୍ପ ଦ୍ୱାରା, ଶୁଦ୍ଧସଂକଳ୍ପ ଦ୍ୱାରା ବିଶ୍ୱର ବାୟୁମଣ୍ଡଳକୁ
ପରିବର୍ତ୍ତନ କରିବାର ସେବା କରିପାରିବେ । ଆଜିକାଲି ବିଶ୍ୱକୁ ମାନସୀକ ଶାନ୍ତିର ଆବଶ୍ୟକତା ରହିଛି
। ତେଣୁ ମନରେ ସ୍ୱତନ୍ତ୍ର ଆତ୍ମା ନିଜର ମାନସିକ ଶକ୍ତି ଦ୍ୱାରା ଶାନ୍ତିର ପ୍ରକମ୍ପନ ବିଚ୍ଛୁରିତ
କରିପାରିବ । ଶାନ୍ତିର ସାଗର ପିତାଙ୍କର ସ୍ମୃତିରେ ରହିବା ଦ୍ୱାରା ଆପେ ଆପେ ଶାନ୍ତିର କିରଣ
ଚତୁର୍ଦ୍ଦିଗରେ ଖେଳି ଯାଇଥାଏ । ଏହିଭଳି ଶାନ୍ତିର ଦାନ ଦେଉଥିବା ଆତ୍ମା ମାନସୀକ ସଂକଳ୍ପର
ମହାଦାନୀ ଅଟନ୍ତି ।
ସ୍ଲୋଗାନ:-
ସ୍ନେହ ରୂପର
ଅନୁଭବ ତ ଶୁଣାଉଛ ଏବେ ଶକ୍ତି ରୂପର ଅନୁଭବ ଶୁଣାଅ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
ପ୍ରତ୍ୟେକ ବ୍ରାହ୍ମଣ
ଆତ୍ମା ନିଜର ପିତାଙ୍କ ସମାନ ଚୈତନ୍ୟ ଚିତ୍ର ହୁଅ, ଲାଇଟ୍ ଏବଂ ମାଇଟ୍ ହାଉସ୍ର ଝାଙ୍କୀ ହୁଅ
ଅର୍ଥାତ୍ ଚୈତନ୍ୟ ମଣ୍ଡପ ହୁଅ । ସଂକଳ୍ପ ଶକ୍ତି ଦ୍ୱାରା ଶାନ୍ତି ପ୍ରଦାନ କରିବାର ଭାଷଣ
ପ୍ରସ୍ତୁତ କର ଏବଂ କର୍ମାତୀତ ସ୍ଥିତିରେ ରହି ବରଦାନୀ ମୂରତର ପାର୍ଟ ବଜାଅ ତେବେ ଯାଇ
ସମ୍ପୂର୍ଣ୍ଣତା ନିକଟରେ ଅନୁଭବ ହେବ । ତା’ପରେ ଗୋଟିଏ ସେକେଣ୍ଡଠାରୁ ମଧ୍ୟ କମ ସମୟରେ ଯେଉଁଠାରେ
କିଛି କର୍ତ୍ତବ୍ୟ କରିବାର ଥିବ ସେଠାରେ ୱାୟାରଲେସ୍ ଦ୍ୱାରା ଅର୍ଥାତ୍ ସଂକଳ୍ପ ଶକ୍ତି ଦ୍ୱାରା
ନିର୍ଦ୍ଦେଶ ଦେଇପାରିବ । ନିଜର କର୍ମାତୀତ ସ୍ଥିତି ଆଧାରରେ ଗୋଟିଏ ସେକେଣ୍ଡରେ ସଂକଳ୍ପ କରିବା
ମାତ୍ରକେ ଯେଉଁଠି ଚାହିଁବ ସେଠାରେ ପହଞ୍ଚିଯିବ ।