17.01.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଭାରତର ଅତି ମୂଲ୍ୟବାନ ସେବକ ଅଟ, ତୁମକୁ ନିଜର ତନ(ଶରୀର)-ମନ-ଧନ ଦ୍ୱାରା ଶ୍ରୀମତ ଆଧାରରେ ଏହାକୁ ରାମରାଜ୍ୟ କରିବାକୁ ହେବ । ”

ପ୍ରଶ୍ନ:-
ସଚ୍ଚା ଅଲୌକିକ ସେବା କ’ଣ, ଯାହାକି ବର୍ତ୍ତମାନ ତୁମେ ପିଲାମାନେ ହିଁ କରୁଛ?

ଉତ୍ତର:-
ତୁମେ ସନ୍ତାନମାନେ ଗୁପ୍ତ ରୀତିରେ ଶ୍ରୀମତ ଆଧାରରେ ପାବନ ଭୂମି ସୁଖଧାମର ସ୍ଥାପନା କରୁଛ - ଏହା ହିଁ ହେଉଛି ଭାରତର ସଚ୍ଚା ଅଲୌକିକ ସେବା । ତୁମେମାନେ ବେହଦ ପିତାଙ୍କର ଶ୍ରୀମତ ଅନୁସାରେ ସମସ୍ତଙ୍କୁ ରାବଣର ଜେଲ୍‌ରୁ ମୁକ୍ତ କରୁଛ । ସେଥିପାଇଁ ତୁମେ ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ପବିତ୍ର କରୁଛ ।

ଗୀତ:-
ନୟନ ହୀନ କୋ ରାହ ଦିଖାଓ...

ଓମ୍ ଶାନ୍ତି ।
ହେ ପ୍ରଭୁ, ଈଶ୍ୱର, ପରମାତ୍ମା କହିବା ଆଉ ପିତା କହିବାରେ କେତେ ଅନ୍ତର ରହିଛି । ହେ ଈଶ୍ୱର, ହେ ପ୍ରଭୁ କହିବା ଦ୍ୱାରା କେତେ ସମ୍ମାନ ରହିଥାଏ । ଆଉ ପୁଣି ତାଙ୍କୁ ପିତା କହିଥା’ନ୍ତି, ତେବେ ପିତା ଅକ୍ଷର ବହୁତ ସାଧାରଣ । ପିତା ତ ଅନେକ ଅଛନ୍ତି । ପ୍ରାର୍ଥନାରେ ମଧ୍ୟ କହିଥା’ନ୍ତି - ହେ ପ୍ରଭୁ, ହେ ଈଶ୍ୱର । ବାବା କାହିଁକି କହନ୍ତି ନାହିଁ? ସିଏ ତ ପରମପିତା ଅଟନ୍ତି ନା । କିନ୍ତୁ ବାବା ଶବ୍ଦ କହିବା ଦ୍ୱାରା ଦୁନିଆରେ ସାଧାରଣ ଭାବି ନେଉଛନ୍ତି କିନ୍ତୁ ପରମାତ୍ମା ଶବ୍ଦ ଶ୍ରେଷ୍ଠ ହୋଇଯାଉଛି । ଡାକିଥା’ନ୍ତି - ହେ ପ୍ରଭୁ, ନୟନ ହୀନ କୋ ରାହ ବତାଓ । ଆତ୍ମାମାନେ କହୁଛନ୍ତି - ବାବା, ଆମକୁ ମୁକ୍ତି-ଜୀବନମୁକ୍ତିର ରାସ୍ତା ଦେଖାଅ । ପ୍ରଭୁ ଅକ୍ଷର କେତେ ଉଚ୍ଚ । ପିତା ଶବ୍ଦ ସାଧାରଣ ଅଟେ । ଏଠାରେ ତୁମେ ଜାଣୁଛ ଯେ ବାବା ଆସି ବୁଝାଉଛନ୍ତି । ଲୌକିକ ରୀତିରେ ତ ପିତା ଅନେକ ଅଛନ୍ତି, ଡାକୁଛନ୍ତି ମଧ୍ୟ ତୁମେ ମାତା-ପିତା..... କେତେ ସାଧାରଣ ଅକ୍ଷର ଅଟେ । ଈଶ୍ୱର ବା ପ୍ରଭୁ କହିଲେ ଭାବିଥା’ନ୍ତି ଯେ ସିଏ କ’ଣ ନ କରି ପାରନ୍ତି । ଏବେ ତୁମେ ସନ୍ତାନମାନେ ଜାଣିଛ ଯେ ପିତା ଆସିଛନ୍ତି । ବାବା ବହୁତ ଶ୍ରେଷ୍ଠ ଓ ସହଜ ରାସ୍ତା ଦେଖାଉଛନ୍ତି । ବାବା କହୁଛନ୍ତି - ମୋର ସନ୍ତାନମାନେ, ତୁମେମାନେ ରାବଣର ମତରେ ଚାଲି କାମ ଅଗ୍ନିରେ ଜଳି ଭସ୍ମୀଭୂତ ହୋଇଯାଇଛ । ଏବେ ମୁଁ ତୁମକୁ ପବିତ୍ର କରି ଘରକୁ ନେବା ପାଇଁ ଆସିଛି । ବାବାଙ୍କୁ ଏଇଥିପାଇଁ ଡାକିଥା’ନ୍ତି ଯେ ଆସି ପତିତରୁ ପବିତ୍ର କର । ବାବା କହୁଛନ୍ତି, ମୁଁ ତୁମର ସେବା ପାଇଁ ଆସିଛି । ତୁମେ ସନ୍ତାନମାନେ ମଧ୍ୟ ଭାରତର ଅଲୌକିକ ସେବାରେ ରହିଛ । ଯେଉଁ ସେବା ତୁମ ବିନା ଆଉ କେହି କରିପାରିବେ ନାହିଁ । ତୁମେ ଭାରତ ପାଇଁ ହିଁ କରୁଛ, ଶ୍ରୀମତ ଆଧାରରେ ପବିତ୍ର ହୋଇ ଭାରତକୁ ପବିତ୍ର କରୁଛ । ବାପୁ ଗାନ୍ଧୀଜୀଙ୍କର ମଧ୍ୟ ଆଶା ଥିଲା ଯେ ଭାରତ ରାମରାଜ୍ୟ ହେଉ । କିନ୍ତୁ କେହି ମନୁଷ୍ୟ ତ ରାମରାଜ୍ୟ ତିଆରି କରିପାରିବେ ନାହିଁ । ନ ହେଲେ ପ୍ରଭୁଙ୍କୁ ପତିତ-ପାବନ କହି କାହିଁକି ଡାକନ୍ତେ? ଏବେ ତୁମ ସନ୍ତାନମାନଙ୍କର ଭାରତ ପାଇଁ କେତେ ପ୍ରେମ ରହିଛି । ତୁମେ ହିଁ ତ ଖାସ୍ ଭାରତର ଓ ସାଧାରଣ ରୂପେ ସାରା ଦୁନିଆର ପ୍ରକୃତ ସେବା କରୁଛ ।

ତୁମେ ଜାଣିଛ ଯେ ବାବା ଭାରତକୁ ପୁନର୍ବାର ରାମରାଜ୍ୟ କରୁଛନ୍ତି, ଯାହାକି ବାପୁଜୀ ଚାହୁଁଥିଲେ । ସିଏ ଭାରତର ବାପୁଜୀ ଥିଲେ, କିନ୍ତୁ ଇଏ ବେହଦର ଅର୍ଥାତ୍ ସାରା ବିଶ୍ୱର ବାପୁଜୀ ଅଟନ୍ତି । ଇଏ ବେହଦର ସେବା କରୁଛନ୍ତି । ଏ କଥା ତୁମେ ପିଲାମାନେ ହିଁ ଜାଣିଛ । ତୁମମାନଙ୍କ ମଧ୍ୟରେ ବି କ୍ରମାନୁସାରେ ଏହି ନିଶା ରହୁଛି କି ଆମେ ରାମରାଜ୍ୟ ସ୍ଥାପନ କରିବୁ । ସରକାରଙ୍କର ତୁମେ ସେବକ ଅଟ । ତୁମେ ଦୈବୀ ସରକାର ତିଆରି କରୁଛ । ତୁମର ଭାରତ ପାଇଁ କେତେ ଗର୍ବ ରହିଛି । ତୁମେ ଜାଣିଛ ଯେ ଏହା ସତ୍ୟଯୁଗରେ ପବିତ୍ର ଭୂମି ଥିଲା, ଏବେ ପତିତ ହୋଇଯାଇଛି । ତୁମେ ଜାଣିଛ, ଏବେ ଆମେ ଗୁପ୍ତରେ ବାବାଙ୍କ ଦ୍ୱାରା ପୁନର୍ବାର ପାବନ ଭୂମି ବା ସୁଖଧାମ ତିଆରି କରୁଛୁ । ଆମକୁ ଶ୍ରୀମତ ମଧ୍ୟ ଗୁପ୍ତରେ ମିଳୁଛି । ତୁମେ ଭାରତ ସରକାର ପାଇଁ ହିଁ କରୁଛ । ତୁମେ ଶ୍ରୀମତ ଅନୁସାରେ ଭାରତର ସର୍ବୋଚ୍ଚ ସେବା ନିଜର ତନ-ମନ-ଧନ ଦ୍ୱାରା କରୁଛ । କଗ୍ରେଂସୀ ମାନେ କେତେ ଥର ଜେଲ୍ ଆଦି ଗଲେ । ତୁମକୁ ତ ଜେଲ୍ ଆଦିକୁ ଯିବାର ଦରକାର ନାହିଁ । ତୁମର ତ ଏହା ହେଉଛି ରୁହାନୀ କଥା । ତୁମର ଲଢେଇ ମଧ୍ୟ ୫ ବିକାର ରୂପି ରାବଣ ସହିତ ହେଉଛି ଯେଉଁ ରାବଣର ସାରା ପୃଥିବୀ ଉପରେ ଏବେ ରାଜତ୍ୱ ଚାଲିଛି । ଏହା ହେଉଛି ତୁମର ସେନାବାହିନୀ । ଲଙ୍କା ତ ଗୋଟିଏ ଛୋଟ ଦ୍ୱୀପ ଅଟେ । ଏହି ସୃଷ୍ଟି ହେଉଛି ବେହଦର ଦ୍ୱୀପ । ତୁମେ ବେହଦ ବାବାଙ୍କର ଶ୍ରୀମତ ଅନୁସାରେ ସମସ୍ତଙ୍କୁ ରାବଣର ଜେଲ୍‌ରୁ ମୁକ୍ତ କରୁଛ । ଏହା ତ ତୁମେ ଜାଣୁଛ ଯେ ଏହି ପତିତ ଦୁନିଆର ବିନାଶ ତ ହେବାର ଅଛି । ତୁମ୍ଭେମାନେ ଶିବଶକ୍ତି ଅଟ । ଏହି ଗୋପମାନେ ମଧ୍ୟ ଶିବଶକ୍ତି ଅଟନ୍ତି । ତୁମେ ଗୁପ୍ତ ରୀତିରେ ଭାରତର ବହୁତ ବଡ ସେବା କରୁଛ । ଭବିଷ୍ୟତରେ ଏହି ବିଷୟ ସମସ୍ତଙ୍କୁ ଜଣା ପଡିବ । ତୁମର ହେଉଛି ଶ୍ରୀମତ ଅନୁସାରେ ରୁହାନୀ ସେବା । ତୁମେ ଗୁପ୍ତ ଅଟ । ଦେଶର ସରକାର ଏହା ଜାଣେ ନାହିଁ ଯେ ଏହି ବ୍ରହ୍ମାକୁମାର-କୁମାରୀମାନେ ନିଜର ତନ-ମନ-ଧନ ଦ୍ୱାରା ଭାରତକୁ ସର୍ବଶ୍ରେଷ୍ଠ ସତ୍ୟଖଣ୍ଡରେ ପରିଣତ କରୁଛନ୍ତି । ଭାରତ ସତ୍ୟଖଣ୍ଡ ଥିଲା, ଏବେ ମିଥ୍ୟାଖଣ୍ଡ ହୋଇଯାଇଛି । ସତ୍ୟ ତ କେବଳ ଜଣେ ବାବା ହିଁ ଅଟନ୍ତି । ଏହା ମଧ୍ୟ କୁହାଯାଏ ଯେ, ଗଡ୍ ଇଜ୍ ଟ୍ରୁଥ୍ ଅର୍ଥାତ୍ ଭଗବାନ ସତ୍ୟ ଅଟନ୍ତି । ତୁମକୁ ଏବେ ନରରୁ ନାରାୟଣ ହେବାର ସତ୍ୟ ଶିକ୍ଷା ଦେଉଛନ୍ତି । ବାବା କହୁଛନ୍ତି, କଳ୍ପ ପୂର୍ବେ ମଧ୍ୟ ତୁମକୁ ନରରୁ ନାରାୟଣ କରିଥିଲି, ରାମାୟଣରେ ତ କ’ଣ-କ’ଣ କଥା ସବୁ ଲେଖି ଦେଇଛନ୍ତି । କହୁଛନ୍ତି, ରାମ ବାନର ସେନା ନେଇଥିଲେ । ତୁମେ ହିଁ ପ୍ରଥମେ ବାନର ସଦୃଶ ଥିଲ । ଗୋଟିଏ ସୀତାଙ୍କର ତ କଥା ନୁହେଁ । ବାବା ବୁଝାଉଛନ୍ତି, ମୁଁ କିପରି ରାବଣ ରାଜ୍ୟର ବିନାଶ କରାଇ ରାମରାଜ୍ୟ ସ୍ଥାପନ କରୁଛି, ଏଥିରେ କୌଣସି କଷ୍ଟ କରିବାର କଥା ନାହିଁ । ସେମାନେ ତ କେତେ ଖର୍ଚ୍ଚ କରୁଛନ୍ତି । ରାବଣର ପ୍ରତିମା ତିଆରି କରି ପୁଣି ତାକୁ ଜଳାଉଛନ୍ତି । କିଛି ବି ବୁଝୁ ନାହାଁନ୍ତି । ବଡ-ବଡ ଲୋକମାନେ ସବୁ ଦେଖିବାକୁ ଯାଆନ୍ତି, ବିଦେଶୀମାନଙ୍କୁ ମଧ୍ୟ ଦେଖାନ୍ତି, କିନ୍ତୁ କିଛି ବି ବୁଝନ୍ତି ନାହିଁ । ଏବେ ବାବା ବୁଝାଉଛନ୍ତି, ତେଣୁ ତୁମ ପିଲାମାନଙ୍କର ମନ ଭିତରେ ଉମଙ୍ଗ-ଉତ୍ସାହ ରହିଛି କି ଆମେ ଭାରତର ପ୍ରକୃତ ଆତ୍ମିକ ସେବା କରୁଛୁ । ଆଉ ସାରା ଦୁନିଆ ରାବଣ ମତରେ ଅଛି, ତୁମେ ରାମଙ୍କର ଶ୍ରୀମତରେ ଅଛ । ରାମ କୁହ, ବା ଶିବ କୁହ, ନାମ ତ’ ବହୁତ ରଖି ଦେଇଛନ୍ତି ।

ତୁମେ ସନ୍ତାନମାନେ ଶ୍ରୀମତକୁ ଅନୁସରଣ କରୁଥିବା ଭାରତର ଅତି ମୂଲ୍ୟବାନ ସେବକ ଅଟ । କହୁଛନ୍ତି ଯେ ହେ ପତିତ ପାବନ, ଆସି ଆମକୁ ପବିତ୍ର କର । ତୁମେ ଜାଣିଛ ଯେ ସତ୍ୟଯୁଗରେ ଆମକୁ କେତେ ସୁଖ ମିଳୁଛି । ଅଚଳାଚଳ ସମ୍ପତ୍ତି ମିଳୁଛି । ସେଠାରେ ମୋଟାମୋଟି ଆୟୁଷ ମଧ୍ୟ କେତେ ଅଧିକ ରହିଥାଏ । ସେମାନେ ସମସ୍ତେ ଯୋଗୀ ଅଟନ୍ତି, ଆଉ ଏଠାରେ ସମସ୍ତେ ଭୋଗୀ ଅଟନ୍ତି । ସେମାନେ ପାବନ, ଏମାନେ ପତିତ । କେତେ ରାତି ଦିନର ଅନ୍ତର ରହିଛି । କୃଷ୍ଣଙ୍କୁ ମଧ୍ୟ ଯୋଗୀ କହୁଛନ୍ତି, ମହାତ୍ମା ମଧ୍ୟ କହୁଛନ୍ତି । କିନ୍ତୁ ସିଏ ତ ପ୍ରକୃତ ସତ୍ୟ ମହାତ୍ମା ଅଟନ୍ତି । ତାଙ୍କର ତ ମହିମାରେ ଗାୟନ କରାଯାଏ - ସର୍ବଗୁଣ ସମ୍ପନ୍ନ......। କାରଣ ତାଙ୍କର ଆତ୍ମା ଓ ଶରୀର ଉଭୟ ପବିତ୍ର ଅଟେ । ସନ୍ନ୍ୟାସୀମାନେ ତ ଗୃହସ୍ଥିମାନଙ୍କ ନିକଟରେ ବିକାର ଦ୍ୱାରା ଜନ୍ମ ନେଇ ପୁଣି ସନ୍ନ୍ୟାସୀ ହୋଇଥାଆନ୍ତି । ଏହି କଥା ଏବେ ତୁମ୍ଭମାନଙ୍କୁ ବାବା ବୁଝାଉଛନ୍ତି । ବର୍ତ୍ତମାନ ମନୁଷ୍ୟମାନେ ତ ନୀତିଭ୍ରଷ୍ଟ, ଅସାଧୁ, ଦୁଃଖି ଅଟନ୍ତି । ସତ୍ୟଯୁଗରେ ଦେଖ କିପରି ଥିଲେ? ଧାର୍ମିକ, ନୀତିନିଷ୍ଠ ଥିଲେ । ୧୦୦ ପ୍ରତିଶତ ଧନବାନ୍ ଥିଲେ । ସଦା ସୁଖରେ ରହୁଥିଲେ । ତେବେ ଦେଖ କେତେ ରାତି-ଦିନର ଅନ୍ତର ହୋଇଗଲା । ଏହା ତୁମେ ହିଁ ସଠିକ୍ ରୂପେ ଜାଣିଛ । ଏହା କ’ଣ କାହାକୁ ଜଣା ଅଛି କି ଭାରତ ସ୍ୱର୍ଗରୁ ନର୍କ କିପରି ହୋଇଛି? ଲକ୍ଷ୍ମୀ-ନାରାୟଣଙ୍କ ପୂଜା କରୁଛନ୍ତି, ମନ୍ଦିର ନିର୍ମାଣ କରୁଛନ୍ତି, କିନ୍ତୁ କିଛି ବୁଝୁ ନାହାଁନ୍ତି । ବାବା ବୁଝାଉଛନ୍ତି - ଯେଉଁମାନେ ବହୁତ ଉଚ୍ଚ ପଦରେ ଅଛନ୍ତି, ବିଡଲାଙ୍କୁ ମଧ୍ୟ ବୁଝାଇ ପାରିବ, ଏଇ ଲକ୍ଷ୍ମୀ-ନାରାୟଣ ଏହି ପଦ କିପରି ପାଇଲେ, ଏମାନେ ଏଭଳି କି ଶ୍ରେଷ୍ଠ କର୍ମ କରିଥିଲେ ଯେ ତାଙ୍କର ମନ୍ଦିର ତିଆରି କରିଛନ୍ତି? ଦେବୀ-ଦେବତାଙ୍କ କର୍ତ୍ତବ୍ୟକୁ ନ ଜାଣି ପୂଜା କରିବା ମଧ୍ୟ ପଥର ପୂଜା ଅଥବା କଣ୍ଢେଇ ପୂଜା କରିବା ସହିତ ସମାନ ହୋଇଗଲା । ଅନ୍ୟ ଧର୍ମାବଲମ୍ବୀମାନେ ତ ଜାଣନ୍ତି, ଖ୍ରୀଷ୍ଟ ଅମୁକ ସମୟରେ ଆସିଥିଲେ, ପୁଣି ଆସିବେ ।

ତେବେ ତୁମ ସନ୍ତାନମାନଙ୍କର କେତେ ରୁହାନୀ ଗୁପ୍ତ ଅଭିମାନ ରହିବା ଉଚିତ୍ । ଆତ୍ମା ଖୁସି ହେବା ଉଚିତ୍ । ଅଧାକଳ୍ପ ଦେହ-ଅଭିମାନୀ ହୋଇଛ । ଏବେ ବାବା କହୁଛନ୍ତି - ଅଶରୀରି ହୁଅ, ନିଜକୁ ଆତ୍ମା ବୋଲି ଭାବ । ଆମର ଆତ୍ମା ବାବାଙ୍କଠାରୁ ଶୁଣୁଛି । ଅନ୍ୟ ସତସଙ୍ଗମାନଙ୍କରେ କେବେ ଏପରି ଭାବିବେ ନାହିଁ । ଏଇ ଆତ୍ମିକ ପିତା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି । ଆତ୍ମା ହିଁ ସବୁକିଛି ଶୁଣୁଛି ନା । ଆତ୍ମା କହୁଛି, ମୁଁ ପ୍ରଧାନମନ୍ତ୍ରୀ ଅଟେ, ଅମୁକ ଅଟେ । ଆତ୍ମା ଏହି ଶରୀର ଦ୍ୱାରା କହିଲା ଯେ ମୁଁ ପ୍ରଧାନମନ୍ତ୍ରୀ ଅଟେ । ଏବେ ତୁମେ କହୁଛ, ମୁଁ ଆତ୍ମା ପୁରୁଷାର୍ଥ କରି ସ୍ୱର୍ଗର ଦେବୀ-ଦେବତା ହେଉଛି । ମୁଁ ଆତ୍ମା, ଏହା ମୋର ଶରୀର ଅଟେ । ଦେହୀ-ଅଭିମାନୀ ହେବାରେ ହିଁ ବହୁତ ମେହେନତ୍ ଲାଗିଥାଏ । ଘଡି-ଘଡି ନିଜକୁ ଆତ୍ମା ଭାବି, ବାବାଙ୍କୁ ମନେ ପକାଉଥାଅ, ତେବେ ବିକର୍ମ ବିନାଶ ହୋଇଯିବ । ତୁମେ ହେଉଛ ଶ୍ରେଷ୍ଠ ଆଜ୍ଞାକାରୀ ସେବକ । ଗୁପ୍ତ ରୀତିରେ କର୍ତ୍ତବ୍ୟ କରୁଛ । ତେଣୁ ନିଶା ମଧ୍ୟ ଗୁପ୍ତରେ ରହିବା ଦରକାର । ଆମେ ହେଉଛୁ ସରକାରଙ୍କର ଆତ୍ମିକ ସେବକ । ଭାରତକୁ ସ୍ୱର୍ଗ କରୁଛୁ । ବାପୁଜୀ ମଧ୍ୟ ଚାହୁଁଥିଲେ, ନୂଆ ଦୁନିଆରେ ନୂଆ ଭାରତ ହେଉ, ନୂଆ ଦିଲ୍ଲୀ ହେଉ । ଏବେ ନୂଆ ଦୁନିଆ ତ ନାହିଁ । ଏହି ପୁରୁଣା ଦିଲ୍ଲୀ ଶ୍ମଶାନ ହୋଇ ଯାଇଛି ପୁଣି ପରିସ୍ତାନ ହେବାର ଅଛି । ଏବେ ଏହାକୁ ପରିସ୍ତାନ କୁହାଯିବ ନାହିଁ? ନୂଆ ଦୁନିଆରେ ପରିସ୍ତାନ ନୂଆ ଦିଲ୍ଲୀ ତୁମେ ହିଁ ତିଆରି କରୁଛ । ଏହା ବହୁତ ବୁଝିବାର କଥା । ଏହି କଥା ଭୂଲିବା ଉଚିତ୍ ନୁହେଁ । ଭାରତକୁ ପୁନର୍ବାର ସୁଖଧାମ କରିବା କେତେ ଶ୍ରେଷ୍ଠ କାର୍ଯ୍ୟ ଅଟେ । ଡ୍ରାମା ପ୍ଲାନ୍ ଅନୁସାରେ ସୃଷ୍ଟିକୁ ପୁରୁଣା ହେବାର ହିଁ ଅଛି । ଏହା ଦୁଃଖଧାମ ଅଟେ ନା । ଦୁଃଖହର୍ତ୍ତା, ସୁଖକର୍ତ୍ତା ଏକମାତ୍ର ବାବାଙ୍କୁ ହିଁ କୁହାଯାଏ । ତୁମେ ଜାଣିଛ ଯେ, ବାବା ୫ ହଜାର ବର୍ଷ ପରେ ଆସି ଦୁଃଖି ଭାରତକୁ ସୁଖି କରୁଛନ୍ତି । ସୁଖ ବି ଦେଉଛନ୍ତି ଏବଂ ଶାନ୍ତି ମଧ୍ୟ ଦେଉଛନ୍ତି । ମନୁଷ୍ୟ କହୁଛନ୍ତି ଯେ ମନକୁ ଶାନ୍ତି କିପରି ମିଳିବ? ତେବେ ଶାନ୍ତି ତ’ ଶାନ୍ତିଧାମ ସୁଇଟ୍ ହୋମ୍‌ରେ ମିଳିବ । ତାହାକୁ କୁହାଯାଏ ଶାନ୍ତିଧାମ, ଯେଉଁଠି ଶବ୍ଦ ନାହିଁ, ଦୁଃଖ ନାହିଁ । ସେଠାରେ ସୂର୍ଯ୍ୟ, ଚନ୍ଦ୍ର ଆଦି ମଧ୍ୟ ନ ଥା’ନ୍ତି । ଏବେ ତୁମ୍ଭ ସନ୍ତାନମାନଙ୍କୁ ଏହି ସମସ୍ତ ଜ୍ଞାନ ମିଳିଛି । ବାବା ମଧ୍ୟ ଆସି ଆଜ୍ଞାକାରୀ ସେବକ ହୋଇଛନ୍ତି ନା । କିନ୍ତୁ ବାବାଙ୍କୁ ତ ବିଲ୍‌କୁଲ୍ ଜାଣନ୍ତି ହିଁ ନାହିଁ । ସମସ୍ତଙ୍କୁ ମହାତ୍ମା କହି ଦେଉଛନ୍ତି । ବର୍ତ୍ତମାନ ମହାନ ଆତ୍ମା ତ ସ୍ୱର୍ଗ ଦୁନିଆ ବ୍ୟତୀତ ଆଉ କେଉଁଠାରେ ହୋଇପାରିବେ ନାହିଁ । ସେଠାରେ ଆତ୍ମାମାନେ ପବିତ୍ର ଥାଆନ୍ତି । ପବିତ୍ର ଥାଆନ୍ତି, ତେଣୁ ଶାନ୍ତି ସମୃଦ୍ଧି ମଧ୍ୟ ଥାଏ । ଏବେ ପବିତ୍ରତା ନାହିଁ ତ’ କିଛି ବି ନାହିଁ । ପବିତ୍ରତାର ହିଁ ମାନ ରହିଛି । ଦେବତାମାନେ ପବିତ୍ର ଅଟନ୍ତି, ସେଥିପାଇଁ ତ ତାଙ୍କ ନିକଟରେ ମୁଣ୍ଡ ନୁଆଁଇଥା’ନ୍ତି । ପବିତ୍ରକୁ ପାବନ, ଅପବିତ୍ରକୁ ପତିତ କୁହାଯାଏ । ଇଏ ହେଉଛନ୍ତି ସାରା ବିଶ୍ୱର ବେହଦର ବାପୁଜୀ, ଏପରି ତ ମେୟରଙ୍କୁ ମଧ୍ୟ ସିଟି ଫାଦର ବା ନଗର ପିତା କୁହାଯାଏ । ସେଠାରେ ଏହିପରି କିଛି କଥା ହେବ ନାହିଁ । ସେଠାରେ ତ’ ନିୟମାନୁସାରେ ରାଜ୍ୟ ଚାଲେ । ଡାକିଥା’ନ୍ତି ମଧ୍ୟ, ହେ ପତିତ-ପାବନ ଆସ । ଏବେ ବାବା କହୁଛନ୍ତି -ପବିତ୍ର ହୁଅ, ତେବେ କହୁଛନ୍ତି ଏହା କିପରି ହେବ, ପୁଣି ସନ୍ତାନ କିପରି ଜନ୍ମ ହେବେ? ସୃଷ୍ଟିର ବୃଦ୍ଧି କିପରି ହେବ? ସେମାନଙ୍କୁ ଏହା ଜଣା ନାହିଁ ଯେ ଲକ୍ଷ୍ମୀ-ନାରାୟଣ ସମ୍ପୂର୍ଣ୍ଣ ପବିତ୍ର ଥିଲେ । ତୁମ ସନ୍ତାନମାନଙ୍କୁ କେତେ ବିରୋଧ ସହନ କରିବାକୁ ପଡୁଛି ।

କଳ୍ପ ପୂର୍ବେ ଡ୍ରାମାରେ ଯାହା ହୋଇଥିଲା, ତାହାର ପୁନରାବୃତ୍ତି ହେଉଛି । ଏପରି ନୁହେଁ ଯେ ଡ୍ରାମାରେ ଯଦି ଥିବ ତେବେ ମିଳିବ ଏହା କହି ଅଟକି ଯିବାର ଅଛି । ସ୍କୁଲ୍‌ରେ ଏପରି ବସି ରହିଲେ କ’ଣ କେହି ପାସ ହୋଇଯିବେ? ପ୍ରତ୍ୟେକ ଜିନିଷ ପାଇଁ ମନୁଷ୍ୟମାନଙ୍କର ପୁରୁଷାର୍ଥ ଚାଲିଥାଏ । ବିନା ପୁରୁଷାର୍ଥରେ ପାଣି ବି ମିଳି ପାରିବ ନାହିଁ । ସେକେଣ୍ଡ ପ୍ରତି ସେକେଣ୍ଡ ଯେଉଁ ପୁରୁଷାର୍ଥ ଚାଲେ, ତାହା ପ୍ରାରବ୍ଧ ପାଇଁ । ଏଠାରେ ବେହଦର ସୁଖ ପାଇଁ ବେହଦର ପୁରୁଷାର୍ଥ କରିବାର ଅଛି । ବର୍ତ୍ତମାନ ହେଉଛି ବ୍ରହ୍ମାଙ୍କର ରାତି ଯାହାକି ବ୍ରାହ୍ମଣମାନଙ୍କର ବି ରାତି ପୁଣି ବ୍ରାହ୍ମଣମାନଙ୍କର ଦିନ ହେବ । ଶାସ୍ତ୍ରରେ ମଧ୍ୟ ପଢୁଥିଲେ କିନ୍ତୁ କିଛି ବୁଝୁ ନ ଥିଲେ । ଏହି ବ୍ରହ୍ମାବାବା ନିଜେ ବସି ରାମାୟଣ ଭାଗବତ ଆଦି ଶୁଣାଉଥିଲେ, ପଣ୍ଡିତ ହୋଇ ବସୁଥିଲେ । ଏବେ ବୁଝୁଛନ୍ତି, ତାହା ତ ହେଉଛି ଭକ୍ତି ମାର୍ଗ । ଭକ୍ତି ଅଲଗା, ଜ୍ଞାନ ହେଉଛି ଅଲଗା ଜିନିଷ । ବାବା କହୁଛନ୍ତି, ତୁମେ ସବୁ କାମ ଅଗ୍ନିରେ ପଡି କଳା ହୋଇଯାଇଛ । କୃଷ୍ଣଙ୍କୁ ମଧ୍ୟ ଶ୍ୟାମସୁନ୍ଦର କୁହନ୍ତି ନା । ପୁଜାରୀମାନେ ଅନ୍ଧଶ୍ରଦ୍ଧାଳୁ ଅଟନ୍ତି । କେତେ ଭୂତ ପୂଜା ଚାଲିଛି । ଶରୀରର ପୂଜା ଅର୍ଥାତ ୫ ତତ୍ତ୍ୱର ପୂଜା ହୋଇଗଲା । ଏହାକୁ କୁହାଯାଏ - ବ୍ୟଭିଚାରୀ ପୂଜା । ପ୍ରଥମେ ଭକ୍ତି ଅବ୍ୟଭିଚାରୀ ଥିଲା, ଏକମାତ୍ର ଶିବଙ୍କର ହିଁ ପୂଜା ହେଉଥିଲା । ଏବେ ତ ଦେଖ କି କି ପୂଜା ସବୁ ହୋଇ ଚାଲିଛି । ବାବା ଆଶ୍ଚର୍ଯ୍ୟଜନକ ଦୃଶ୍ୟ ମଧ୍ୟ ଦେଖାଇଥା’ନ୍ତି, ଜ୍ଞାନ ମଧ୍ୟ ବୁଝାଉଛନ୍ତି । ଆମକୁ କଣ୍ଟାରୁ ଫୁଲ କରୁଛନ୍ତି । ସ୍ୱର୍ଗକୁ ଫୁଲର ବଗିଚା କୁହାଯାଏ । କରାଚୀରେ ଜଣେ ମୁସଲମାନ ଜଗୁଆଳି ରହୁଥିଲା, ସିଏ ମଧ୍ୟ ଧ୍ୟାନରେ ଯାଉଥିଲା, କହୁଥିଲା ଯେ ମୁଁ ସ୍ୱର୍ଗକୁ ଗଲି, ଖୁଦା (ଈଶ୍ୱର) ମୋତେ ଫୁଲ ଦେଲେ । ତାକୁ ବହୁତ ମଜା ଲାଗୁଥିଲା । ଆଶ୍ଚର୍ଯ୍ୟ ଅଟେ ନା । ଦୁନିଆରେ ତ ସପ୍ତାଶ୍ଚର୍ଯ୍ୟ କହୁଛନ୍ତି । ବାସ୍ତବରେ ସ୍ୱର୍ଗ ହେଉଛି ବିଶ୍ୱର ସବୁଠାରୁ ଆଶ୍ଚର୍ଯ୍ୟ - ଏହା କାହାକୁ ବି ଜଣା ନାହିଁ ।

ତୁମକୁ କେତେ ଫାଷ୍ଟକ୍ଲାସ ଜ୍ଞାନ ମିଳିଛି । ତୁମର କେତେ ଖୁସି ହେବା ଦରକାର । ବାପଦାଦା ସର୍ବୋଚ୍ଚ ଅଟନ୍ତି କିନ୍ତୁ କେତେ ସାଧାରଣ ରହୁଛନ୍ତି । ବାବାଙ୍କର ହିଁ ମହିମା ଗାନ କରାଯାଏ, ସିଏ ନିରାକାର, ନିରହଂକାରୀ ଅଟନ୍ତି । ବାବାଙ୍କୁ ତ ଆସି ସେବା କରିବାର ଅଛି ନା । ପିତା ସର୍ବଦା ସନ୍ତାନମାନଙ୍କର ସେବା କରି, ତାଙ୍କୁ ଧନ-ସମ୍ପତ୍ତି ଦେଇ ନିଜେ ବାନପ୍ରସ୍ଥ ଅବସ୍ଥାକୁ ଚାଲିଯାଆନ୍ତି । ସନ୍ତାନମାନଙ୍କୁ ମୁଣ୍ଡରେ ବସାନ୍ତି । ତୁମେ ସନ୍ତାନମାନେ ବିଶ୍ୱର ମାଲିକ ହେଉଛ । ସୁଇଟ୍ ହୋମ୍‌କୁ ଯାଇ ପୁଣି ଆସି ସୁଇଟ୍ ରାଜପଦ ନେବ, ବାବା କହୁଛନ୍ତି, ମୁଁ ତ ରାଜା ହେବି ନାହିଁ । ପ୍ରକୃତ ନିଷ୍କାମ ସେବାଧାରୀ ତ ଏକମାତ୍ର ବାବା ହିଁ ଅଟନ୍ତି । ତେବେ ସନ୍ତାନମାନଙ୍କର କେତେ ଖୁସି ରହିବା ଉଚିତ୍ । କିନ୍ତୁ ମାୟା ଭୁଲାଇ ଦେଉଛି । ଏତେ ଶ୍ରେଷ୍ଠ ବାପଦାଦାଙ୍କୁ କ’ଣ ଭୁଲିଯିବା ଉଚିତ୍ କି । ଜେଜେବାପାଙ୍କର ସମ୍ପତ୍ତିକୁ ନେଇ ନାତିମାନଙ୍କ ମନରେ କେତେ ଅଭିମାନ ରହିଥାଏ । ତୁମକୁ ତ’ ଶିବବାବା ମିଳିଛନ୍ତି । ସମ୍ପତ୍ତି ତାଙ୍କର ଅଟେ । ବାବା କହୁଛନ୍ତି, ମୋତେ ମନେପକାଅ ଏବଂ ଦୈବୀଗୁଣ ଧାରଣ କର । ଆସୁରୀ ଗୁଣକୁ ବାହାର କରି ଦେବା ଉଚିତ୍ । ଗାଉଛନ୍ତି ମଧ୍ୟ ମୁଁ ନିର୍ଗୁଣ, ମୋର କିଛି ଗୁଣ ନାହିଁ । ଗୋଟିଏ ନିର୍ଗୁଣ ସଂସ୍ଥା ମଧ୍ୟ ରହିଛି । ଏବେ ଏହାର ଅର୍ଥ ତ କେହି ବୁଝି ନାହାଁନ୍ତି । ନିର୍ଗୁଣ ଅର୍ଥାତ୍ କିଛି ଗୁଣ ନାହିଁ । କିନ୍ତୁ ସେମାନେ କ’ଣ ଏ କଥା ବୁଝୁଛନ୍ତି । ତୁମ ସନ୍ତାନମାନଙ୍କୁ ବାବା ଗୋଟିଏ କଥା ବୁଝାଉଛନ୍ତି - କୁହ, ଆମେ ତ ଭାରତର ସେବାରେ ଅଛୁ । ଯିଏ ସମସ୍ତଙ୍କର ବାପୁଜୀ ଅଟନ୍ତି, ଆମେ ତାଙ୍କର ଶ୍ରୀମତରେ ଚାଲୁଛୁ । ଶ୍ରୀମତ ଭଗବତ ଗୀତାର ଗାୟନ ରହିଛି । ଅଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯେପରି ଉଚ୍ଚରୁ ଉଚ୍ଚ ବାପଦାଦା ଅତି ସାଧାରଣ ଭାବରେ ରହୁଛନ୍ତି, ସେହିପରି ବହୁତ-ବହୁତ ସାଧାରଣ, ନିରାକାରୀ ଏବଂ ନିରହଂକାରୀ ହୋଇ ରହିବାକୁ ହେବ । ବାବାଙ୍କ ଦ୍ୱାରା ଯେଉଁ ଫାଷ୍ଟକ୍ଲାସ ଅର୍ଥାତ୍ ଶ୍ରେଷ୍ଠ ଜ୍ଞାନ ମିଳିଛି, ତାହାର ଚିନ୍ତନ କରିବାକୁ ହେବ ।

(୨) ଡ୍ରାମା, ଯାହାର କି ଅବିକଳ ପୁନରାବୃତ୍ତି ହେଉଛି, ଏଥିରେ ବେହଦର ପୁରୁଷାର୍ଥ କରି ବେହଦର ସୁଖ ପ୍ରାପ୍ତି କରିବାକୁ ହେବ । କେବେ ବି ଡ୍ରାମା କହି ଅଟକି ଯିବାର ନାହିଁ । ପ୍ରାରବ୍ଧ ପାଇବା ପାଇଁ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ ।

ବରଦାନ:-
ଅବ୍ୟକ୍ତ ସ୍ୱରୂପର ସାଧନା ଦ୍ୱାରା ଶକ୍ତିଶାଳୀ ବାତାବରଣ ସୃଷ୍ଟି କରୁଥିବା ଅବ୍ୟକ୍ତ ଫରିସ୍ତା ଭବ ।

ବାତାବରଣକୁ ଶକ୍ତିଶାଳୀ କରିବାର ସାଧନ ହେଲା ନିଜର ଅବ୍ୟକ୍ତ ସ୍ୱରୂପର ସାଧନା । ତେଣୁ ଏଥିପ୍ରତି ବାରମ୍ବାର ଧ୍ୟାନ ଦେବାକୁ ହେବ, କାହିଁକି ନା ଯେଉଁ କଥା ପାଇଁ ସାଧନା କରିବାକୁ ପଡେ ସେହି କଥା ପ୍ରତି ସର୍ବଦା ଧ୍ୟାନ ରହିଥାଏ । ତେଣୁ ଅବ୍ୟକ୍ତ ରୂପର ସାଧନାର ଅର୍ଥ ହେଲା ବାରମ୍ବାର ଧ୍ୟାନ ଦେବାର ତପସ୍ୟା କରିବା । ସେଥିପାଇଁ ଅବ୍ୟକ୍ତ ଫରିସ୍ତା ଭବର ବରଦାନକୁ ସ୍ମୃତିରେ ରଖି ଶକ୍ତିଶାଳୀ ବାୟୁମଣ୍ଡଳ ସୃଷ୍ଟି କରିବାର ତପସ୍ୟା କର, ଏହାଦ୍ୱାରା ତୁମ ସମ୍ମୁଖକୁ ଯିଏ ବି ଆସିବ ସେ ବ୍ୟକ୍ତ ଏବଂ ବ୍ୟର୍ଥ କଥାବାର୍ତ୍ତାଠାରୁ ଉର୍ଦ୍ଧ୍ୱକୁ ଚାଲିଯିବ ।

ସ୍ଲୋଗାନ:-
ସର୍ବଶକ୍ତିମାନ ବାବାଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ ନିଜର ଏକାଗ୍ରତାର ଶକ୍ତିକୁ ବଢାଅ ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର

(୧୭) ଯେପରି ନିଜର ସ୍ଥୁଳ କାର୍ଯ୍ୟକ୍ରମଗୁଡିକୁ ଦିନଚର୍ଯ୍ୟା ମୁତାବକ ନିଧାର୍ଯ୍ୟ କରୁଛ ସେହିପରି ନିଜର ମାନସିକ ସମର୍ଥ ସ୍ଥିତିର କାର୍ଯ୍ୟକ୍ରମକୁ ମଧ୍ୟ ନିଧାର୍ଯ୍ୟ କର । କାହିଁକି ନା ଯେତେ ଯେତେ ତୁମେ ନିଜର ମନ-ବୁଦ୍ଧିକୁ ସମର୍ଥ ସଂକଳ୍ପରେ ବ୍ୟସ୍ତ ରଖିବ ସେହି ଅନୁସାରେ ମନକୁ ଅପସେଟ୍ ହେବା ପାଇଁ ଅର୍ଥାତ୍ ହଲଚଲ୍ ହେବା ପାଇଁ ମଧ୍ୟ ସମୟ ମିଳିବ ନାହିଁ । ତେବେ ମନ ଯଦି ସର୍ବଦା ସେଟ୍ ରହିଥିବ ଅର୍ଥାତ୍ ଏକାଗ୍ର ରହିଥିବ ତେବେ ତାହା ଦ୍ୱାରା ଆପେ ଆପେ ଚାରିଆଡେ ଶୁଦ୍ଧ ପ୍ରକମ୍ପନ ଖେଳିଯାଇଥାଏ ଏବଂ ଆପେ ଆପେ ସେବା ହୋଇଥାଏ ।