17.01.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଭାରତ ଯେତେବେଳେ ସ୍ୱର୍ଗ ଥିଲା ସେତେବେଳେ ତୁମେମାନେ ଖୁବ୍ ଆଲୋକରେ ଥିଲ, ଏବେ ଅନ୍ଧକାର ହୋଇଯାଇଛି, ତେଣୁ ପୁନର୍ବାର ଆଲୋକକୁ ଚାଲ ।”

ପ୍ରଶ୍ନ:-
ବାବା ନିଜର ସନ୍ତାନମାନଙ୍କୁ କେଉଁ କାହାଣୀ ଶୁଣାଇବାକୁ ଆସିଛନ୍ତି?

ଉତ୍ତର:-
ବାବା କହୁଛନ୍ତି ମଧୁର ସନ୍ତାନମାନେ - ମୁଁ ତୁମକୁ ୮୪ ଜନ୍ମର କାହାଣୀ ଶୁଣାଉଛି । ତୁମେମାନେ ପ୍ରଥମେ-ପ୍ରଥମେ ଯେତେବେଳେ ଜନ୍ମ ନେଇଥିଲ, ସେ ସମୟରେ ଏକମାତ୍ର ଦୈବୀ ଧର୍ମ ହିଁ ଥିଲା, ପୁଣି ତୁମେମାନେ ହିଁ ଦୁଇ ଯୁଗ ପରେ ବଡ ବଡ ମନ୍ଦିର ତିଆରି କରି ଭକ୍ତି ଆରମ୍ଭ କଲ । ବର୍ତ୍ତମାନ ଏହା ତୁମର ଅନ୍ତିମ ଜନ୍ମର ଅନ୍ତିମ ସମୟ ଅଟେ । ତୁମେମାନେ ଡାକୁଥିଲ ହେ ଦୁଃଖହର୍ତ୍ତା, ସୁଖକର୍ତ୍ତା ଆସ... ତେଣୁ ଏବେ ମୁଁ ଆସିଛି ।

ଗୀତ:-
ଆଜ ଅନ୍ଧେରେ ମେଁ ହେ ଇନ୍‌ସାନ୍‌...

ଓମ୍ ଶାନ୍ତି ।
ତୁମେମାନେ ଜାଣିଛ ବର୍ତ୍ତମାନ ଏହା କଳିଯୁଗୀ ଦୁନିଆ, ଏଠାରେ ସମସ୍ତେ ଅନ୍ଧକାରରେ ଅଛନ୍ତି । ଯେତେବେଳେ ଭାରତରେ ସ୍ୱର୍ଗ ଥିଲା ସେତେବେଳେ ସମସ୍ତେ ଆଲୋକରେ ଥିଲେ । ଏହି ଭାରତବାସୀ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ପ୍ରକୃତରେ ସେମାନେ ଦେବୀ-ଦେବତା ଥିଲେ । ଭାରତରେ ଯେତେବେଳେ ସମସ୍ତେ ସ୍ୱର୍ଗବାସୀ ଥିଲେ ସେତେବେଳେ ଆଉ କୌଣସି ଧର୍ମ ନ ଥିଲା । କେବଳ ଗୋଟିଏ ଧର୍ମ ଥିଲା । ସ୍ୱର୍ଗ, ବୈକୁଣ୍ଠ, ବହିସ୍ତ, ହେଭେନ୍ - ଏ ସବୁ ଏହି ଭାରତର ନାମ ଥିଲା । ଭାରତ ପବିତ୍ର ଏବଂ ପ୍ରାଚୀନ ଧନବାନ୍ ଥିଲା । ଏବେ ତ ଭାରତ କାଙ୍ଗାଳ ହୋଇଯାଇଛି କାହିଁକି ନା ଏବେ କଳିଯୁଗ । ତୁମେମାନେ ମଧ୍ୟ ଜାଣିଛ ଯେ, ଆମେ ସମସ୍ତେ ଅନ୍ଧକାରରେ ଅଛୁ । ଯେତେବେଳେ ସ୍ୱର୍ଗରେ ଥିଲେ ସେତେବେଳେ ଆଲୋକରେ ଥିଲେ । ଶ୍ରୀଲକ୍ଷ୍ମୀ-ଶ୍ରୀନାରାୟଣ ସ୍ୱର୍ଗର ରାଜ-ରାଜେଶ୍ୱର, ରାଜ-ରାଜେଶ୍ୱରୀ ଥିଲେ । ତାକୁ ସୁଖଧାମ କୁହାଯାଉଥିଲା । ତେବେ ତୁମମାନଙ୍କୁ ବାବାଙ୍କଠାରୁ ହିଁ ସେହି ସ୍ୱର୍ଗର ସମ୍ପତ୍ତି ନେବାକୁ ହେବ, ଯାହାକୁ ଜୀବନମୁକ୍ତି କୁହାଯାଉଛି । ଏବେ ତ ସବୁ ଜୀବନବନ୍ଧନରେ ରହିଛ । ସ୍ୱତନ୍ତ୍ର ଭାବେ ଭାରତ ଏବଂ ସାଧାରଣ ରୂପରେ ସାରା ଦୁନିଆ ରାବଣର ଜେଲ୍‌ରେ ଶୋକ ବାଟିକାରେ ଅଛି । ଏପରି ନୁହେଁ କି ରାବଣ କେବଳ ଲଙ୍କାରେ ଥିଲା ଏବଂ ରାମ ଭାରତରେ, ସେ ଆସି ସୀତାଙ୍କୁ ଚୋରାଇ ନେଇଥିଲା । ଏସବୁ ହେଲା ମନଗଢା କାହାଣୀ । ଗୀତା ହେଉଛି ମୁଖ୍ୟ, ସର୍ବଶାସ୍ତ୍ରମୟୀ ଶିରୋମଣୀ ଶ୍ରୀମତ ଅର୍ଥାତ୍ ଭଗବାନଙ୍କ ଦ୍ୱାରା ଭାରତରେ ହିଁ ଶୁଣାଯାଇଛି । ମନୁଷ୍ୟ ତ କାହାରି ସଦ୍‌ଗତି କରିପାରିବେ ନାହିଁ । ସତ୍ୟଯୁଗରେ ଜୀବନମୁକ୍ତ ଦେବୀ ଦେବତାମାନେ ଥିଲେ, ଯିଏକି ଏହି ବର୍ସା କଳିଯୁଗର ଅନ୍ତିମ ସମୟରେ ପାଇଥିଲେ । ଭାରତବାସୀଙ୍କୁ ଏ କଥା ଜଣା ନାହିଁ, ନା ଏ କଥା କୌଣସି ଶାସ୍ତ୍ରରେ ଅଛି । ଶାସ୍ତ୍ରରେ ଭକ୍ତିମାର୍ଗର ଜ୍ଞାନ ଅଛି । ସଦ୍‌ଗତି ମାର୍ଗର ଜ୍ଞାନ ମନୁଷ୍ୟମାନଙ୍କୁ ବିଲ୍‌କୁଲ୍ ଜଣା ନାହିଁ । ସମସ୍ତେ ଭକ୍ତି ହିଁ ଶିଖାଇଥା’ନ୍ତି । କହୁଛନ୍ତି ଶାସ୍ତ୍ର ପଢ, ଦାନ-ପୁଣ୍ୟ କର । ଏହି ଭକ୍ତି ଦ୍ୱାପର ଯୁଗରୁ ଚାଲି ଆସୁଛି । ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ଜ୍ଞାନର ପ୍ରାରବ୍ଧ ରହିଛି । ଏପରି ନୁହେଁ କି ସେଠାରେ ମଧ୍ୟ ଏହି ଜ୍ଞାନ ମିଳିବ । ଭାରତକୁ ଏହି ବର୍ସା ସଂଗମଯୁଗରେ ବାବାଙ୍କଠାରୁ ମିଳିଥିଲା ଯାହାକି ପୁଣି ଏବେ ମିଳୁଛି । ଭାରତବାସୀ ଯେତେବେଳେ ନର୍କବାସୀ ବେହଦ ଦୁଃଖୀ ହୋଇଯାଉଛନ୍ତି ସେତେବେଳେ ଯାଇ ତାଙ୍କୁ ଡାକୁଛନ୍ତି - ହେ ପତିତ-ପାବନ ଦୁଃଖହର୍ତ୍ତା ସୁଖକର୍ତ୍ତା । କାହାର? ସମସ୍ତଙ୍କର, କାହିଁକି ନା ସ୍ୱତନ୍ତ୍ର ରୂପେ ଭାରତ, ସାଧାରଣ ଭାବେ ସାରା ଦୁନିଆରେ ୫ ବିକାର ରହିଛି । ବାବା ହେଉଛନ୍ତି ପତିତ-ପାବନ । ବାବା କହୁଛନ୍ତି - ମୁଁ କଳ୍ପ-କଳ୍ପ, କଳ୍ପର ସଂଗମଯୁଗରେ ଆସୁଛି ଏବଂ ସମସ୍ତଙ୍କର ସଦ୍‌ଗତି କରୁଛି । ଅହଲ୍ୟା, ଗଣିକା ଏବଂ ଯେଉଁ ସବୁ ଗୁରୁମାନେ ଅଛନ୍ତି ସେ ସମସ୍ତଙ୍କର ଉଦ୍ଧାର ମଧ୍ୟ ମୋତେ ହିଁ କରିବାକୁ ପଡୁଛି କାହିଁକି ନା ଏହା ହେଉଛି ପତିତ ଦୁନିଆ । ସତ୍ୟଯୁଗକୁ ପବିତ୍ର ଦୁନିଆ କୁହାଯାଏ । ଭାରତରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଭାରତବାସୀ ଏକଥା ଜାଣି ନାହାଁନ୍ତି ଯେ ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ । ପତିତ ଖଣ୍ଡ ଅର୍ଥାତ୍ ମିଥ୍ୟାର ଦୁନିଆ, ପାବନ ଖଣ୍ଡ ଅର୍ଥାତ୍ ସତ୍ୟ ଦୁନିଆ । ଭାରତ ପବିତ୍ର ଭୂମି ଥିଲା, ଏହି ଭାରତ ହେଉଛି ଅବିନାଶୀ ରାଷ୍ଟ୍ର, ଯାହାର କେବେ ବି ବିନାଶ ହୁଏ ନାହିଁ । ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ସେ ସମୟରେ ଆଉ କୌଣସି ରାଷ୍ଟ୍ର ନ ଥିଲା । ଅନ୍ୟ ସବୁ ପରେ ଆବିଷ୍କାର ହେଉଛି । ମନୁଷ୍ୟମାନେ କଳ୍ପର ଆୟୁଷକୁ ଲକ୍ଷ ଲକ୍ଷ ବର୍ଷ ଲେଖିଦେଇଛନ୍ତି । ବାବା କହୁଛନ୍ତି, କଳ୍ପର ଆୟୁଷ ୫ ହଜାର ବର୍ଷ । ସେମାନେ ପୁଣି ମନୁଷ୍ୟ ୮୪ ଲକ୍ଷ ଜନ୍ମ ନିଏ ବୋଲି କହିଦେଉଛନ୍ତି । ମନୁଷ୍ୟକୁ କୁକୁର, ବିଲେଇ, ଗଧ ଇତ୍ୟାଦି ଯୋନିରେ ନେଉଛି ବୋଲି କହି ଦେଉଛନ୍ତି । କିନ୍ତୁ କୁକୁର, ବିଲେଇଙ୍କର ଜନ୍ମ ଅଲଗା । ଦୁନିଆରେ ତ ୮୪ ଲକ୍ଷ ଯୋନି ରହିଛି । ମନୁଷ୍ୟମାନଙ୍କର ତ ଭେରାଇଟୀ ଗୋଟିଏ ହିଁ ଅଟେ । ତାଙ୍କର ହିଁ ୮୪ ଜନ୍ମ ଅଟେ । ବାବା କହୁଛନ୍ତି ଭାରତବାସୀ ନିଜର ଧର୍ମକୁ ଡ୍ରାମାର ପ୍ଲାନ୍ ଅନୁସାରେ ଭୁଲି ଯାଇଛନ୍ତି । କଳିଯୁଗର ଅନ୍ତିମ ସମୟରେ ବିଲ୍‌କୁଲ୍ ହିଁ ପତିତ ହୋଇଯାଇଛନ୍ତି । ପୁଣି ବାବା ସଂଗମରେ ଆସି ପାବନ କରୁଛନ୍ତି । ଏହାକୁ ଦୁଃଖଧାମ ବୋଲି କୁହାଯାଉଛି । ପୁଣି ଭାରତ ସୁଖଧାମ ହେବ । ବାବା କହୁଛନ୍ତି - ହେ ଭାରତବାସୀ ସନ୍ତାନମାନେ, ତୁମେମାନେ ସ୍ୱର୍ଗବାସୀ ଥିଲ, ପୁଣି ତୁମେମାନେ ୮୪ ଜନ୍ମ ନେଇ ସିଡି ତଳକୁ ତଳକୁ ଓହ୍ଲାଉଛ । ସମସ୍ତଙ୍କୁ ସତ୍ତ୍ୱରୁ-ରଜୋ-ତମୋରେ ନିଶ୍ଚିତ ଆସିବାକୁ ପଡିବ । ତୁମ ଦେବତାମାନଙ୍କ ସଦୃଶ ଧନବାନ, ସଦା ସୁଖି, ସଦା ସୁସ୍ଥ କେହି ନ ଥିଲେ । ଭାରତ ସେତେବେଳେ ବହୁତ ସାହୁକାର ଥିଲା, ହୀରା-ନୀଳା ଇତ୍ୟାଦି ତ ପଥର ସଦୃଶ ଥିଲା । ପୁଣି ଦୁଇ ଯୁଗ ପରେ ଭକ୍ତିମାର୍ଗରେ ବହୁତ ବଡ-ବଡ ମନ୍ଦିର ତିଆରି କରୁଛନ୍ତି ଯାହାକି ବହୁତ ଧନ-ରତ୍ନରେ ଭରପୁର ଥିଲା । ସେଥିମଧ୍ୟରୁ ସୋମନାଥ ମନ୍ଦିର ସବୁଠାରୁ ବଡ ଥିଲା । କେବଳ ଗୋଟିଏ ମନ୍ଦିର ତ ହୋଇନଥିବ ନା । ଆହୁରି ମଧ୍ୟ ରାଜାମାନଙ୍କର ମନ୍ଦିର ଥିଲା ଯାହାକୁ ମୁସଲମାନମାନେ ଲୁଟି ନେଇଗଲେ । ବାବା ତୁମମାନଙ୍କୁ ମନେ ପକାଇ ଦେଉଛନ୍ତି ଏବଂ କହୁଛନ୍ତି ମୁଁ ତୁମମାନଙ୍କୁ କେତେ ସାହୁକାର କରିଥିଲି । ତୁମେମାନେ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ ଯଥା ମହାରାଜା-ମହାରାଣୀ ଥିଲ । ତାଙ୍କୁ ଭଗବାନ ଭଗବତୀ କୁହାଯାଇପାରିବ । ବାବା ବୁଝାଉଛନ୍ତି - ଭଗବାନ ହେଉଛନ୍ତି ଜଣେ ଏବଂ ସେ ହେଲେ ବାବା । ଈଶ୍ୱର ଅଥବା ପ୍ରଭୁ କହିବା ଦ୍ୱାରା ମଧ୍ୟ ସ୍ମୃତିରେ ଆସୁନାହିଁ ସିଏ ସମସ୍ତ ଆତ୍ମାଙ୍କର ପିତା ଅଟନ୍ତି । ବାବା ଆସି ୮୪ ଜନ୍ମର କାହାଣୀ ଶୁଣାଉଛନ୍ତି । ଏବେ ତୁମମାନଙ୍କର ଏହା ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ । ଏହା କୌଣସି ଜଣକର କଥା ନୁହେଁ, ନା କୌଣସି ଯୁଦ୍ଧସ୍ଥଳୀ ଆଦି ଅଛି । ଭାରତବାସୀ ଏକଥା ଭୁଲିଯାଇଛନ୍ତି ଯେ ତାଙ୍କର ରାଜ୍ୟ ଥିଲା । ସତ୍ୟଯୁଗର ଆୟୁଷକୁ ଲମ୍ବା କରିଦେବା ଦ୍ୱାରା ବହୁତ ଦୂରକୁ ନେଇ ଯାଇଛନ୍ତି । ବାବା ଆସି ବୁଝାଉଛନ୍ତି - କୌଣସି ଦେହଧାରୀଙ୍କୁ ଭଗବାନ କୁହାଯାଇପାରିବ ନାହିଁ । ଦେହଧାରୀ ମନୁଷ୍ୟ କାହାର ସଦ୍‌ଗତି କରିପାରିବେ ନାହିଁ । କଥାରେ ଅଛି - ସମସ୍ତଙ୍କର ସଦ୍‌ଗତି ଦାତା, ପତିତ-ପାବନକର୍ତ୍ତା କେବଳ ଜଣେ ଅଟନ୍ତି ଏବଂ ସିଏ ଏକମାତ୍ର ସତ୍ୟ ବାବା ହିଁ ଅଟନ୍ତି ଯିଏକି ସତ୍ୟଖଣ୍ଡର ସ୍ଥାପନ କରୁଛନ୍ତି । ତୁମେମାନେ ଭକ୍ତିମାର୍ଗରେ ଯାହାର ପୂଜା କରିଆସିଛ, ସେମାନଙ୍କ ଭିତରୁ ଜଣଙ୍କର ମଧ୍ୟ ଜୀବନ କାହାଣୀକୁ ଜାଣି ନାହଁ । ସେଥିପାଇଁ ବାବା ବୁଝାଉଛନ୍ତି ତୁମେମାନେ ଶିବ ଜୟନ୍ତୀ ତ ପାଳନ କରୁଛ ନା । ବାବା ହେଉଛନ୍ତି ନୂଆ ଦୁନିଆର ରଚୟିତା ସ୍ୱର୍ଗୀୟ ଈଶ୍ୱରୀୟ ପିତା, ଯିଏକି ତୁମମାନଙ୍କୁ ଅପାର ସୁଖ ଦେଉଛନ୍ତି । ସତ୍ୟଯୁଗରେ ବହୁତ ସୁଖ ଥିଲା । ତେବେ ତାହା କିଏ ଏବଂ କିପରି ସ୍ଥାପନ କରିଥିଲେ? ଏହି କଥାକୁ ବାବା ହିଁ ଆସି ବୁଝାଉଛନ୍ତି । ନର୍କବାସୀମାନଙ୍କୁ ସ୍ୱର୍ଗବାସୀ ଅଥବା ଭ୍ରଷ୍ଟାଚାରୀମାନଙ୍କୁ ଶ୍ରେଷ୍ଠାଚାରୀ ଦେବତା କରିବା, ଏହା ତ ଏକମାତ୍ର ବାବାଙ୍କର କାମ । ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ପବିତ୍ର କରୁଛି, ତୁମେମାନେ ସ୍ୱର୍ଗର ମାଲିକ ହେଉଛ । ପୁଣି ତୁମମାନଙ୍କୁ ପତିତ କିଏ କରୁଛି? ରାବଣ । ମନୁଷ୍ୟମାନେ କହୁଛନ୍ତି ଦୁଃଖ ମଧ୍ୟ ଈଶ୍ୱର ହିଁ ଦେଉଛନ୍ତି । ବାବା କହୁଛନ୍ତି - ମୁଁ ତ ସମସ୍ତଙ୍କୁ ଏତେ ସୁଖ ଦେଉଛି ଯେ, ତୁମମାନଙ୍କୁ ଅଧାକଳ୍ପ ପର୍ଯ୍ୟନ୍ତ ବାବାଙ୍କୁ ସ୍ମରଣ କରିବାର ଆବଶ୍ୟକତା ପଡିବ ନାହିଁ । ପୁଣି ଯେତେବେଳେ ରାବଣ ରାଜ୍ୟ ଆରମ୍ଭ ହେଉଛି ସମସ୍ତଙ୍କର ପୂଜା କରିବାରେ ଲାଗି ପଡୁଛନ୍ତି । ଏହା ତ ତୁମର ବହୁତ ଜନ୍ମର ଶେଷ ଜନ୍ମ ଅଟେ । ତୁମେ ପଚାରୁଛ ବାବା ଆମେ କେତେ ଜନ୍ମ ନେଉଛୁ? ବାବା କହୁଛନ୍ତି - ମିଠା-ମିଠା ଭାରତବାସୀ ଆତ୍ମାମାନେ, ଏବେ ତୁମମାନଙ୍କୁ ମୁଁ ଅସରନ୍ତି ସମ୍ପତ୍ତି ପ୍ରଦାନ କରୁଛି । ପିଲାମାନେ, ତୁମେ ୮୪ ଜନ୍ମ ନେଇଛ । ଏବେ ତ ତୁମେ ୨୧ ଜନ୍ମ ପାଇଁ ବାବାଙ୍କଠାରୁ ବର୍ସା ନେବାକୁ ଆସିଛ । ତେବେ ସମସ୍ତେ ତ ଏକା ସମୟରେ ଆସିବେ ନାହିଁ । ବାସ୍ତବରେ ତୁମେମାନେ ହିଁ ସତ୍ୟଯୁଗର ସୂର୍ଯ୍ୟବଂଶୀ ପଦ ପୁର୍ନବାର ନେଉଛ ଅର୍ଥାତ୍ ସତ୍ୟ ବାବାଙ୍କଠାରୁ ନରରୁ ନାରାୟଣ ହେବାର ସତ୍ୟ ଜ୍ଞାନ ଶୁଣୁଛ । ଏହା ହେଉଛି ଜ୍ଞାନ, ତାହା ଭକ୍ତି । ଏହି ଶାସ୍ତ୍ର ସବୁ ଭକ୍ତିମାର୍ଗ ପାଇଁ ତିଆରି ହୋଇ ରହିଛି । ସେସବୁ ଜ୍ଞାନ ମାର୍ଗ ପାଇଁ ନୁହେଁ । ଏହା ହେଉଛି ଆଧ୍ୟାତ୍ମିକ ଜ୍ଞାନ, ଯେଉଁ ଜ୍ଞାନ ସୁପ୍ରିମ ଆତ୍ମା ଦେଉଛନ୍ତି । ତେଣୁ ଏବେ ପିଲାମାନଙ୍କୁ ଦେହୀ-ଅଭିମାନୀ ହେବାକୁ ପଡିବ । ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ । ବାବା ବୁଝାଉଛନ୍ତି - ଆତ୍ମାରେ ହିଁ ଭଲ ଅଥବା ମନ୍ଦର ସଂସ୍କାର ରହିଥାଏ, ଯେଉଁ ଅନୁସାରେ ହିଁ ମନୁଷ୍ୟକୁ ଭଲ ଅଥବା ଖରାପ ଜନ୍ମ ମିଳିଥାଏ । ବାବା ବସି ବୁଝାଉଛନ୍ତି ଇଏ ମଧ୍ୟ ପବିତ୍ର ଥିଲେ, ଅନ୍ତିମ ଜନ୍ମରେ ପତିତ ହୋଇଛନ୍ତି, ତତ୍‌ତ୍ତ୍ୱମ୍ । ମୋତେ ଏହି ପୁରୁଣା ରାବଣର ପତିତ ଦୁନିଆକୁ ଆସିବାକୁ ପଡୁଛି । ଯିଏ ସ୍ୱର୍ଗରେ ପ୍ରଥମେ ଆସିବେ ତାଙ୍କ ଶରୀରରେ ହିଁ ମୋତେ ଆସିବାକୁ ପଡୁଛି । ତେବେ ସୂର୍ଯ୍ୟବଂଶୀମାନେ ହିଁ ପୂରା ୮୪ ଜନ୍ମ ନେଉଛନ୍ତି । ଇଏ ହେଲେ ବ୍ରହ୍ମା ଏବଂ ଏମାନେ ହେଲେ ବ୍ରହ୍ମାବଂଶୀ ବ୍ରାହ୍ମଣ । ବାବା ଏକଥା ପ୍ରତିଦିନ ବୁଝାଉଛନ୍ତି । ପଥର ବୁଦ୍ଧିକୁ ପାରସବୁଦ୍ଧି କରିବା ମାଉସୀ ଘର କଥା ନୁହେଁ । ହେ ଆତ୍ମାମାନେ, ଏବେ ଦେହୀ-ଅଭିମାନୀ ହୁଅ । ହେ ଆତ୍ମାମାନେ, ଏକମାତ୍ର ବାବା ଏବଂ ରାଜତ୍ୱକୁ ମନେ ପକାଅ, ଦେହର ସବୁ ସମ୍ବନ୍ଧକୁ ଛାଡ । ଏବେ ସମସ୍ତଙ୍କୁ ମରିବାକୁ ହେବ କାରଣ ଏବେ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା । ଏକମାତ୍ର ସଦଗୁରୁଙ୍କ ବିନା ସମସ୍ତଙ୍କର ସଦ୍‌ଗତି କେହି କରିପାରିବେ ନାହିଁ । ବାବା କହୁଛନ୍ତି - ହେ ଭାରତବାସୀ ସନ୍ତାନମାନେ, ତୁମେମାନେ ପ୍ରଥମେ-ପ୍ରଥମେ ମୋ ଠାରୁ ଅଲଗା ହୋଇଛ । ଗାୟନ ମଧ୍ୟ ଅଛି - ଆତ୍ମା-ପରମାତ୍ମା ଅଲଗା ରହିଲେ ବହୁକାଳ... ପ୍ରଥମେ-ପ୍ରଥମେ ତୁମେ ଭାରତବାସୀ ଦେବୀ-ଦେବତା ଧର୍ମାବଲମ୍ବୀମାନେ ଆସିଛ । ଅନ୍ୟ ଧର୍ମାବଲମ୍ବୀଙ୍କର ଜନ୍ମ କମ୍ ହୋଇଥାଏ । ସାରା ଚକ୍ର କିପରି ଘୂରୁଛି ତାହା ବାବା ଆସି ବୁଝାଉଛନ୍ତି । ଯେଉଁମାନେ ଏହି ଜ୍ଞାନକୁ ଧାରଣା କରାଇପାରୁ ନାହାଁନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ସହଜ । ସବୁକିଛି ଆତ୍ମା ହିଁ ଧାରଣ କରିଥାଏ, ଆତ୍ମା ହିଁ ପାପ ଆତ୍ମା ପୁଣ୍ୟ ଆତ୍ମା ହୋଇଥାଏ ନା । ତୁମର ଏହା ୮୪ତମ ଅନ୍ତିମ ଜନ୍ମ ଅଟେ । ଏବେ ତୁମେ ସବୁ ବାନପ୍ରସ୍ଥ ଅବସ୍ଥାରେ ଅଛ । ବାନପ୍ରସ୍ଥ ଅବସ୍ଥାରେ ମନ୍ତ୍ର ନେବା ପାଇଁ ଗୁରୁ କରିଥା’ନ୍ତି । ତୁମମାନଙ୍କର ଏବେ ଦେହଧାରୀ ଗୁରୁ କରିବାର ଆବଶ୍ୟକତା ନାହିଁ । ମୁଁ ତୁମ ସମସ୍ତଙ୍କର ପିତା, ଶିକ୍ଷକ ଏବଂ ଗୁରୁ ଅଟେ । ମୋତେ ଡାକୁଛ, ହେ ପତିତ-ପାବନ ଶିବବାବା । ତୁମମାନଙ୍କୁ ଏ ସବୁର ସ୍ମୃତି ଆସୁଛି । ସିଏ ସବୁ ଆତ୍ମାଙ୍କର ପିତା, ଆତ୍ମା ସତ୍ୟ ଏବଂ ଚୈତନ୍ୟ ଅଟେ କାହିଁକି ନା ଆତ୍ମା ଅମର । ସବୁ ଆତ୍ମାଙ୍କ ଭିତରେ ପାର୍ଟ ଭରି ହୋଇ ରହିଛି । ବାବା ମଧ୍ୟ ସତ୍ୟ ଏବଂ ଚୈତନ୍ୟ ଅଟନ୍ତି । ସିଏ ହିଁ ମନୁଷ୍ୟ ସୃଷ୍ଟିର ବୀଜରୂପ, ତେଣୁ କହୁଛନ୍ତି - ମୁଁ ସାରା ସୃଷ୍ଟି ରୂପୀ ବୃକ୍ଷର ଆଦି-ମଧ୍ୟ-ଅନ୍ତକୁ ଜାଣିଛି ସେଥିପାଇଁ ମୋତେ ଜ୍ଞାନର ସାଗର ବୋଲି କୁହାଯାଉଛି । ତୁମ ପାଖରେ ମଧ୍ୟ ସମସ୍ତ ଜ୍ଞାନ ରହିଛି । ବୀଜରୁ ବୃକ୍ଷ କିପରି ବାହାରୁଛି । ବୃକ୍ଷକୁ ବଢିବାରେ ସମୟ ଲାଗୁଛି ନା । ବାବା କହୁଛନ୍ତି ମୁଁ ବୀଜରୂପ ଅଟେ, ଅନ୍ତିମ ସମୟରେ ସାରା ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯିବ । ଏବେ ଦେଖ ଦେବୀ-ଦେବତା ଧର୍ମର ମୂଳଦୁଆ ନାହିଁ, ପ୍ରାୟ ଲୁପ୍ତ ହୋଇଯାଇଛି । ଦେବତା ଧର୍ମ ଲୁପ୍ତ ହୋଇଗଲେ ବାବାଙ୍କୁ ଆସିବାକୁ ପଡୁଛି - ବାବା ଗୋଟିଏ ଧର୍ମର ସ୍ଥାପନା କରୁଛନ୍ତି ବାକି ସବୁ ଧର୍ମକୁ ବିନାଶ କରିଦେଉଛନ୍ତି । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ବାବା ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ଡ୍ରାମା ଏହିପରି ତିଆରି ହୋଇଛି ଯାହା କେବେ ବି ଶେଷ ହୁଏ ନାହିଁ । ବାବା ଅନ୍ତିମ ସମୟରେ ଆସନ୍ତି । ଯେତେବେଳେ କି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଇବାକୁ ପଡେ ତେବେ ନିଶ୍ଚିତ ଭାବରେ ସଂଗମଯୁଗରେ ହିଁ ଆସିବେ । ତୁମମାନଙ୍କର କେବଳ ଜଣେ ପିତା । ଆତ୍ମାମାନେ ପରସ୍ପର ଭାଇ-ଭାଇ, ଯାହାଙ୍କର ନିବାସ ସ୍ଥାନ ହେଲା ବ୍ରହ୍ମଲୋକ । ସେହି ଏକମାତ୍ର ବାବାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି । ଦୁଃଖରେ ସମସ୍ତେ ସ୍ମରଣ କରୁଛନ୍ତି... ରାବଣ ରାଜ୍ୟରେ ସମସ୍ତଙ୍କୁ ଦୁଃଖ ମିଳୁଛି । ଯେହେତୁ ଏଠାରେ ସମସ୍ତେ ବାବାଙ୍କୁ ମନେ ପକାଉଛନ୍ତି, ତେଣୁ ନିଶ୍ଚିତ ଭାବରେ ସିଏ ସମସ୍ତଙ୍କର ସଦ୍‌ଗତିଦାତା ହୋଇଥିବେ । ଏହି ମହିମା କେବଳ ତାଙ୍କର । ଯଦି ବାବା ନ ଆସିବେ ତେବେ ଭାରତକୁ ସ୍ୱର୍ଗ କିଏ କରିବ! ଇସ୍‌ଲାମୀ ଆଦି ସମସ୍ତେ ବର୍ତ୍ତମାନ ତମୋପ୍ରଧାନ ହୋଇଯାଇଛନ୍ତି । ସମସ୍ତଙ୍କୁ ତ ନିଶ୍ଚିତ ପୁନର୍ଜନ୍ମ ନେବାକୁ ହେବ । ତେବେ ପୁନର୍ଜନ୍ମ ମଧ୍ୟ ନର୍କରେ ହିଁ ମିଳୁଛି । ଏପରି ନୁହେଁ ସେମାନେ ସ୍ୱର୍ଗକୁ ଚାଲିଯାଉଛନ୍ତି । ଯେପରି ମନୁଷ୍ୟ ମରିଗଲେ ହିନ୍ଦୁମାନେ କହନ୍ତି ସ୍ୱର୍ଗବାସୀ ହେଲେ, ତେବେ ନିଶ୍ଚିତ ଭାବରେ ସିଏ ନର୍କରେ ଥିଲେ ନା । ଏବେ ସ୍ୱର୍ଗକୁ ଗଲେ । ତୁମ ମୁଖରେ ଗୁଲାବ । ଯଦି ସ୍ୱର୍ଗବାସୀ ହେଲେ ପୁଣି ନର୍କର ଆସୁରୀ ବୈଭବ ତାଙ୍କୁ କାହିଁକି ଖୁଆଉଛ! ବଙ୍ଗଳାରେ ମାଛ ଆଦି ମଧ୍ୟ ଖୁଆଇଥା’ନ୍ତି । ଆରେ, ତାଙ୍କର ଏସବୁ ଖାଦ୍ୟର କି ଆବଶ୍ୟକତା ରହିଛି! କହନ୍ତି ଅମୁକ ପାର ନିର୍ବାଣ ଗଲା, ବାବା କହୁଛନ୍ତି ଏସବୁ ମନଗଢା କଥା । ବିନାଶ ପୂର୍ବରୁ କେହି ବି ଘରକୁ ଫେରିପାରିବେ ନାହିଁ । ଯେତେବେଳେ କି ପ୍ରଥମ ନମ୍ବର ଆତ୍ମାକୁ ମଧ୍ୟ ୮୪ ଜନ୍ମ ନେବାକୁ ପଡୁଛି ।

ବାବା ବୁଝାଉଛନ୍ତି ଏହି ଜ୍ଞାନ ମାର୍ଗରେ କୌଣସି ଅସୁବିଧା ନାହିଁ । ଭକ୍ତିମାର୍ଗରେ କେତେ କଷ୍ଟ କରିବାକୁ ପଡୁଛି । ରାମ-ରାମ ଜପ କରିବା ସମୟରେ ଲୋମ ଟାଙ୍କୁରି ଉଠୁଛି । ସେସବୁ ହେଉଛି ଭକ୍ତିମାର୍ଗ । ଏହି ସୂର୍ଯ୍ୟ-ଚନ୍ଦ୍ର ଆଦି ମଧ୍ୟ ଆଲୋକ ଦେଉଛନ୍ତି । କିନ୍ତୁ ଏମାନେ କୌଣସି ଦେବତା ନୁହଁନ୍ତି । ବାସ୍ତବରେ ଜ୍ଞାନର ସୂର୍ଯ୍ୟ, ଜ୍ଞାନର ଚନ୍ଦ୍ରମା, ଜ୍ଞାନର ତାରକାମାନଙ୍କର ମହିମା ରହିଛି । ସେମାନେ ପୁଣି ସୂର୍ଯ୍ୟ ଦେବତାୟ ନମଃ କହି ଦେଉଛନ୍ତି । ତାଙ୍କୁ ଦେବତା ମନେକରି ପାଣି ଦେଉଛନ୍ତି । ତେଣୁ ବାବା ବୁଝାଉଛନ୍ତି ଏସବୁ ଭକ୍ତିମାର୍ଗ, ଯାହା ପୁଣି ମଧ୍ୟ ହେବ । ପ୍ରଥମେ ଏକମାତ୍ର ଶିବବାବାଙ୍କର ଅବ୍ୟଭିଚାରୀ ଭକ୍ତି ହେଉଛି, ପୁଣି ଦେବତାମାନଙ୍କର, ପୁଣି ତଳକୁ ଖସି ଖସି ଏବେ ଦେଖ ତ୍ରିଛକିରେ (ତିନୋଟି ରାସ୍ତା ମିଶିଥିବା ଜାଗାରେ) ବି ମାଟିର ଦୀପରେ ତେଲ ଭରିକରି ପୂଜା କରୁଛନ୍ତି । ୫ ତତ୍ତ୍ୱର ମଧ୍ୟ ପୂଜା କରୁଛନ୍ତି । ମନୁଷ୍ୟମାନଙ୍କର ମଧ୍ୟ ଚିତ୍ର ତିଆରି କରି ପୂଜା କରୁଛନ୍ତି । କିନ୍ତୁ ଏମାନଙ୍କଠାରୁ ତ କିଛି ହେଲେ ପ୍ରାପ୍ତି ହେଉ ନାହିଁ, ଏହି କଥାକୁ ତୁମେ ପିଲାମାନେ ହିଁ ବୁଝୁଛ । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆତ୍ମାରୁ ଖରାପ ସଂସ୍କାରକୁ ବାହାର କରିବା ପାଇଁ ଦେହୀ-ଅଭିମାନୀ ହୋଇ ରହିବାର ଅଭ୍ୟାସ କରିବାକୁ ହେବ । ଏହା ତୁମମାନଙ୍କର ଅନ୍ତିମ ୮୪ ତମ ଜନ୍ମ, ବାନପ୍ରସ୍ଥ ଅବସ୍ଥା ଅଟେ, ସେଥିପାଇଁ ପୁଣ୍ୟ ଆତ୍ମା ହେବାର ପରିଶ୍ରମ କରିବାକୁ ହେବ ।

(୨) ଦେହର ସବୁ ସମ୍ବନ୍ଧକୁ ଛାଡି ଏକମାତ୍ର ବାବା ଏବଂ ବାବାଙ୍କ ଦ୍ୱାରା ମିଳୁଥିବା ରାଜତ୍ୱକୁ ମନେ ପକାଇବାକୁ ହେବ, ବୀଜ ଏବଂ ବୃକ୍ଷର ଜ୍ଞାନକୁ ସ୍ମରଣ କରି ସର୍ବଦା ହର୍ଷିତ ହୋଇ ରହିବାକୁ ହେବ ।

ବରଦାନ:-
ଉପରାମ ଏବଂ ଏଭରରେଡି ଅର୍ଥାତ୍ ସଦା ପ୍ରସ୍ଥୁତ ହୋଇ ବୁଦ୍ଧି ଦ୍ୱାରା ଅଶରୀରୀ ପଣିଆର ଅଭ୍ୟାସ କରୁଥିବା ସର୍ବ କଳାରେ ସମ୍ପନ୍ନ ଭବ ।

ଯେପରି ସର୍କସରେ କଳା ଦେଖାଉଥିବା କଳାବାଜର ପ୍ରତ୍ୟେକ କର୍ମ କଳା ହୋଇଥାଏ, ସେମାନେ ନିଜ ଶରୀରର ଯେକୌଣସି ଅଂଗକୁ ଯେପରି ଚାହିଁବେ, ଯେଉଁଠି ଚାହିଁବେ, ଯେତେ ସମୟ ଚାହିଁବେ, ମୋଡି ରଖିପାରିବେ, ଏହା ହିଁ ହେଉଛି ସେମାନଙ୍କର କଳା, ସେହିପରି ତୁମେ ପିଲାମାନେ ମଧ୍ୟ ନିଜର ବୁଦ୍ଧିକୁ ଯେବେ ଇଚ୍ଛା, ଯେତେ ସମୟ ପାଇଁ ଯେଉଁଠି ସ୍ଥିତ କରିବା ପାଇଁ ଇଚ୍ଛା କରୁଛ ସେଠାରେ ସ୍ଥିତ କରିଦିଅ - ଏହା ହିଁ ହେଉଛି ସବୁଠାରୁ ବଡ କଳା । ଏହି ଗୋଟିଏ କଳା ଦ୍ୱାରା ୧୬ କଳା ସମ୍ପନ୍ନ ହୋଇଯିବ । ଏଥିପାଇଁ ଏଭଳି ଉପରାମ ଏବଂ ଏଭରରେଡି ହୋଇ ରୁହ ଯାହାକି ଆଦେଶ ମିଳିବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ଅଶରୀରୀ ହୋଇଯାଉଥିବ, ଯୁଦ୍ଧ କରିବାରେ ସମୟ ଯାଉ ନ ଥିବ ।

ସ୍ଲୋଗାନ:-
ସରଳତା ଏବଂ ସହନଶୀଳତାର ଗୁଣକୁ ଧାରଣ କରିଥିବା ଆତ୍ମାମାନେ ହିଁ ସଚ୍ଚା ସ୍ନେହୀ ଏବଂ ସହଯୋଗୀ ଅଟନ୍ତି ।

ଅବ୍ୟକ୍ତ ଈଶାରା:- ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।

ଯେଉଁମାନେ ପରମାତ୍ମ ଜ୍ଞାନୀ ସନ୍ତାନ ସେମାନଙ୍କୁ ଜ୍ଞାନର ଫଳ ସ୍ୱରୂପ ମୁକ୍ତି ଏବଂ ଜୀବନମୁକ୍ତି ରୂପୀ ସମ୍ପତ୍ତି ସଂଗମଯୁଗରେ ହିଁ ପ୍ରାପ୍ତ ହୋଇଥାଏ । ତେବେ ଜ୍ଞାନ ଅର୍ଥାତ୍ ବୋଧ ଶକ୍ତି ବା ବୁଝିବାର ଶକ୍ତି । ବୁଦ୍ଧିମାନ ଆତ୍ମା ପ୍ରତ୍ୟେକ କର୍ମ କରିବା ସହିତ ସର୍ବଦା ନିଜକୁ ବନ୍ଧନମୁକ୍ତ, ସର୍ବ ଆକର୍ଷଣ ଠାରୁ ମୁକ୍ତ ରଖିବାରେ ବୁଦ୍ଧିମାନ ହୋଇଥାଏ । ସେମାନଙ୍କର ପ୍ରତ୍ୟେକ ସଂକଳ୍ପ, ବାଣୀ, କର୍ମ ଏବଂ ସମ୍ବନ୍ଧ-ସମ୍ପର୍କରେ ମୁକ୍ତି-ଜୀବନମୁକ୍ତିର ସ୍ଥିତି ଦେଖାଯାଇଥାଏ, ଯାହାକୁ ନ୍ୟାରା ପ୍ୟାରା ସ୍ଥିତି କୁହାଯାଏ ।