17.02.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ତୁମର ଅତିଥି ହୋଇ ଆସିଛନ୍ତି ତେଣୁ ତାଙ୍କର ଆଦର କରିବାକୁ ହେବ, ଯେମିତି ସ୍ନେହରେ ଡାକିଛ ସେମିତି ଆଦର ମଧ୍ୟ କରିବାକୁ ପଡ଼ିବ, ନିରାଦର ନ ହେଉ । ”

ପ୍ରଶ୍ନ:-
ତୁମମାନଙ୍କୁ କେଉଁ ନିଶା ସଦା ସର୍ବଦା ଚଢି ରହିବା ଦରକାର? ଯଦି ନିଶା ଚଢୁ ନାହିଁ ତେବେ କ’ଣ କୁହାଯିବ?

ଉତ୍ତର:-
ଉଚ୍ଚରୁ ଉଚ୍ଚ ଆସାମୀ ଏଇ ଦୁନିଆକୁ ଆମର ଅତିଥି ହୋଇ ଆସିଛନ୍ତି, ଏହି ନିଶା ସଦାସର୍ବଦା ଚଢି ରହବା ଦରକାର । କିନ୍ତୁ ଏହି ନିଶା ଚଢିବାରେ କମ୍ ବେଶୀ ହୋଇଥାଏ । କେହି କେହି ତ ବାବାଙ୍କର ସନ୍ତାନ ହୋଇ ମଧ୍ୟ ସଂଶୟରେ ଆସି ବାବାଙ୍କର ହାତ ଛାଡ଼ି ଦେଉଛନ୍ତି । ତେଣୁ କୁହାଯାଏ ତାଙ୍କର ଭାଗ୍ୟ ।

ଓମ୍ ଶାନ୍ତି ।
ଓମ୍ ଶାନ୍ତି, ଦୁଇଥର ଓମ୍ ଶାନ୍ତି କହିବାକୁ ପଡ଼ିବ । ସନ୍ତାନମାନେ ଜାଣିଛନ୍ତି ଯେ ଜଣେ ବାବା, ଆଉ ଜଣେ ଦାଦା । ଦୁଇଜଣ ଏକାଠି ଅଛନ୍ତି ନା । ଭଗବାନଙ୍କର ମଧ୍ୟ କେତେ ଉଚ୍ଚ ମହିମା କରୁଛନ୍ତି । ‘ଗଡ୍ ଫାଦର’ ଶବ୍ଦ କେତେ ସାଧାରଣ । ତାଙ୍କୁ କେବଳ ଫାଦର (ପିତା) କୁହାଯିବ ନାହିଁ, ସେ ଉଚ୍ଚରୁ ଉଚ୍ଚ ମଧ୍ୟ ଅଟନ୍ତି । ତାଙ୍କର ମହିମା ମଧ୍ୟ ବହୁତ ଉଚ୍ଚ । ତାଙ୍କୁ ଏହି ପତିତ ଦୁନିଆରେ ହିଁ ଡାକୁଛନ୍ତି । ନିଜେ ଆସି କହୁଛନ୍ତି, ମୋତେ ଏହି ପତିତ ଦୁନିଆକୁ ହିଁ ଡ଼ାକୁଛନ୍ତି କିନ୍ତୁ ସିଏ ପତିତ-ପାବନ କିପରି ଅଟନ୍ତି ଏବଂ କେବେ ଆସନ୍ତି ଏକଥା କାହାକୁ ମଧ୍ୟ ଜଣାନାହିଁ । ସତ୍ୟଯୁଗ ଏବଂ ତ୍ରେତାଯୁଗ, ଅଧାକଳ୍ପ ପର୍ଯ୍ୟନ୍ତ କାହାର ରାଜ୍ୟ ଥିଲା, କେମିତି ରାଜ୍ୟ ସ୍ଥାପନ ହେଲା, ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ପତିତ-ପାବନ ବାବା ଆସୁଛନ୍ତି ନିଶ୍ଚୟ ତେଣୁ ତାଙ୍କୁ କେହି ପତିତ-ପାବନ କହୁଛନ୍ତି ତ କେହି ମୁକ୍ତିଦାତା ମଧ୍ୟ କହୁଛନ୍ତି । ତାଙ୍କୁ ଡ଼ାକୁଛନ୍ତି - ଏଠାକୁ ଆସ, ଆସି ଆମକୁ ସ୍ୱର୍ଗକୁ ନେଇଯାଅ । ତେବେ ସିଏ ସବୁଠାରୁ ଉଚ୍ଚ ଅଟନ୍ତି ନା । ତାଙ୍କୁ ଏହି ପତିତ ଦୁନିଆକୁ ଡ଼ାକୁଛନ୍ତି, କହୁଛନ୍ତି ଆସ, ଏଠାକୁ ଆସି ଆମ ଭାରତବାସୀଙ୍କୁ ଶ୍ରେଷ୍ଠ କର । ତାଙ୍କର ପଦବୀ କେତେ ବଡ଼ । ସିଏ ସର୍ବୋଚ୍ଚ ଅଧିକାରୀ ଅଟନ୍ତି । ଯେତେବେଳେ ରାବଣରାଜ୍ୟ ହେଉଛି କେବଳ ତାଙ୍କୁ ହିଁ ଡାକୁଛନ୍ତି । ନଚେତ୍ ଏହି ରାବଣରାଜ୍ୟରୁ କିଏ ମୁକ୍ତ କରିବେ? ତାଙ୍କର ଏହି ସବୁ କଥାକୁ ତୁମେମାନେ ଏବେ ଶୁଣୁଛ ତେଣୁ ତୁମମାନଙ୍କର ନିଶା ମଧ୍ୟ ଚଢି ରହିବା ଦରକାର । କିନ୍ତୁ ଏତେ ନିଶା ଚଢୁନାହିଁ । ମଦର ନିଶା ସମସ୍ତଙ୍କୁ ଚଢିଯାଏ, କିନ୍ତୁ ଏହି ନିଶା ଚଢୁ ନାହିଁ । କାରଣ ଏଥିରେ ଧାରଣାର କଥା ରହିଛି, ଭାଗ୍ୟର କଥା ରହିଛି । ତେବେ ବାବା ବହୁତ ବଡ଼ ଆସାମୀ ଅଟନ୍ତି । ତୁମମାନଙ୍କ ଭିତରେ ମଧ୍ୟ କାହାର କାହାର ପୂରା ନିଶ୍ଚୟ ରହୁଛି । ଯଦି ସମସ୍ତଙ୍କର ନିଶ୍ଚୟ ଥା’ନ୍ତା ତେବେ ସଶଂୟରେ ଆସି କାହିଁକି ଛାଡି ପଳାଉଛନ୍ତି । ବାବାଙ୍କୁ ଏକଦମ୍ ଭୁଲି ଯାଉଛନ୍ତି । ବାବାଙ୍କର ହୋଇଗଲା ପରେ ପୁଣି ବାବାଙ୍କ ପ୍ରତି ସଂଶୟ ବୁଦ୍ଧି ହେବା ଉଚିତ୍ ନୁହେଁ । କିନ୍ତୁ ଇଏ ଚମତ୍କାର ପିତା ଅଟନ୍ତି । ଗାୟନ ମଧ୍ୟ କରାଯାଉଛି ଆଶ୍ଚର୍ଯ୍ୟବତ୍ ବାବାଙ୍କୁ ଜାଣୁଛନ୍ତି, ବାବା ବୋଲି କହୁଛନ୍ତି, ଜ୍ଞାନ ଶୁଣୁଛନ୍ତି, ଅନ୍ୟମାନଙ୍କୁ ଶୁଣାଉଛନ୍ତି, ଅହୋ ମାୟା ତଥାପି ସଂଶୟ ବୁଦ୍ଧି କରିଦେଉଛି । ବାବା ବୁଝାଉଛନ୍ତି ଏହି ଭକ୍ତିମାର୍ଗର ଶାସ୍ତ୍ରରେ କିଛି ସାର କଥା ନାହିଁ । ବାବା କହୁଛନ୍ତି ମୋତେ କେହି ହେଲେ ଜାଣିନାହାଁନ୍ତି । ତୁମମାନଙ୍କ ଭିତରୁ ମଧ୍ୟ ମୁସକିଲରେ କେହି କେହି ସ୍ଥାୟୀ ହୋଇ ରହିପାରିବେ । ତୁମେମାନେ ମଧ୍ୟ ଅନୁଭବ କରୁଛ ଯେ ସ୍ଥିତି ସ୍ଥାୟୀ ରହୁନାହିଁ । ଆମେ ଆତ୍ମା ବିନ୍ଦୁ, ବାବା ମଧ୍ୟ ବିନ୍ଦୁ, ସେ ଆମର ବାବା । ତାଙ୍କର ନିଜର ଶରୀର ନାହିଁ । କହୁଛନ୍ତି ମୁଁ ଏହି ବ୍ରହ୍ମାଙ୍କ ଶରୀରର ଆଧାର ନେଉଛି । ମୋର ନାମ ଶିବ । ମୋ ଆତ୍ମାର ନାମ କେବେ ବଦଳୁ ନାହିଁ । ତୁମ ଶରୀରର ନାମ ବଦଳୁଛି । ଶରୀରର ହିଁ ନାମ ରଖାଯାଇଥାଏ । ବିବାହ ପରେ ନାମ ବଦଳିଯାଏ ନାଁ । ତା’ପରେ ସେହି ନାଁ ପକ୍କା ହୋଇଯାଏ । ବାବା ମଧ୍ୟ କହୁଛନ୍ତି - ତୁମେ ଏ କଥା ପକ୍କା କରିନିଅ ଯେ ଆମେ ଆତ୍ମା ଅଟୁ । ବାବା ନିଜର ପରିଚୟ ନିଜେ ହିଁ ଦେଉଛନ୍ତି - ଯେତେବେଳେ ଅତ୍ୟାଚାର ଏବଂ ଗ୍ଲାନି ହେଉଛି ସେତେବେଳେ ମୁଁ ଆସୁଛି । ବାବା ନିଜେ କହୁଛନ୍ତି ମୋତେ ମାଟି, ଗୋଡ଼ିରେ ଅଛି ବୋଲି କହି କେତେ ଗ୍ଲାନି କରୁଛନ୍ତି, ଏହା ମଧ୍ୟ ନୂଆ କଥା ନୁହେଁ । କଳ୍ପ-କଳ୍ପ ଏମିତି ପତିତ ହୋଇ ଗ୍ଲାନି କରୁଛନ୍ତି, ତେବେ ଯାଇ ମୁଁ ଆସୁଛି । କଳ୍ପ-କଳ୍ପ ମୋର ପାର୍ଟ ରହିଛି । ଏଥିରେ ଅଦଳ-ବଦଳ ହୋଇପାରିବ ନାହିଁ । ଏହା ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି ନା । ତୁମକୁ ଅନେକ ପଚାରୁଛନ୍ତି ଯେ ଭଗବାନ କ’ଣ କେବଳ ଭାରତରେ ହିଁ ଆସୁଛନ୍ତି! କ’ଣ କେବଳ ଭାରତ ହିଁ ସ୍ୱର୍ଗ ହେବ? ହଁ । ତେବେ ଏହା ତ ଅନାଦି-ଅବିନାଶୀ ପାର୍ଟ ହୋଇଗଲା ନା । ବାବା କେତେ ଉଚ୍ଚରୁ ଉଚ୍ଚ ଅଟନ୍ତି । ପତିତ-ପାବନ ଅଟନ୍ତି । ବାବା କହୁଛନ୍ତି - ମୋତେ ଏଇ ପତିତ ଦୁନିଆରେ ହିଁ ସମସ୍ତେ ଡାକୁଛନ୍ତି । ମୁଁ ସର୍ବଦା ପାବନ ଅଟେ । ମୋତେ ପାବନ ଦୁନିଆରେ ମଧ୍ୟ ଡ଼ାକିବା ଦରକାର ନା! କିନ୍ତୁ ନା, ପାବନ ଦୁନିଆରେ ଡ଼ାକିବାର ଦରକାର ହିଁ ନାହିଁ । ମୋତେ ପତିତ ଦୁନିଆରେ ହିଁ ଡ଼ାକୁଛନ୍ତି, କହୁଛନ୍ତି ଆସି ପାବନ କର । ତେବେ ମୁଁ କେତେ ବଡ଼ ଅତିଥି । ଅଧାକଳ୍ପ ହେବ ତୁମେମାନେ ମୋତେ ସ୍ମରଣ କରି ଆସୁଛ । ଏଠାରେ କୌଣସି ବଡ଼ ଲୋକଙ୍କୁ ଡ଼ାକିଲେ, ବର୍ଷେ କିମ୍ବା ଦୁଇ ବର୍ଷ ଡ଼ାକିବେ । ଅମୁକ ଏଇ ବର୍ଷ ନ ଆସିଲେ ପୁଣି ଅନ୍ୟ ବର୍ଷରେ ଆସିବେ । କିନ୍ତୁ ବାବାଙ୍କୁ ତ ଅଧାକଳ୍ପ ହେବ ସ୍ମରଣ କରି ଆସୁଛ । ବାବାଙ୍କର ଆସିବାର ପାର୍ଟ ନିର୍ଦ୍ଧାରିତ ହୋଇ ରହିଛି । କିନ୍ତୁ ଏକଥା କେହି ବି ଜାଣି ନାହାଁନ୍ତି । ବହୁତ ଉଚ୍ଚରୁ ଉଚ୍ଚ ଏକମାତ୍ର ବାବା ଅଟନ୍ତି । ମନୁଷ୍ୟ ଗୋଟିଏ ପଟେ ବାବାଙ୍କୁ ସ୍ନେହରେ ଡ଼ାକୁଛି, ଅନ୍ୟ ପଟେ ମହିମାରେ ଦାଗ ଲଗେଇ ଦେଉଛି । ବାସ୍ତବରେ ଇଏ ବଡ଼ରୁ ବଡ଼ ସମ୍ମାନୀୟ ଅତିଥି କିନ୍ତୁ ତାଙ୍କ ସମ୍ମାନ (ମହିମା)ରେ ଦାଗ ଲଗାଇ ଦେଇଛନ୍ତି । କହୁଛନ୍ତି ଭଗବାନ ମାଟି, ଗୋଡ଼ି ସବୁ୍‌ଥିରେ ଅଛନ୍ତି । ସିଏ ସର୍ବୋଚ୍ଚ ଅଧିକାରୀ ଅଟନ୍ତି, ତାଙ୍କୁ ସମସ୍ତେ ବହୁତ ସ୍ନେହରେ ଡ଼ାକିଥା’ନ୍ତି, କିନ୍ତୁ ପୂରାପୂରି ବୁଦ୍ଧୁ ଅଟନ୍ତି । ମୁଁ ହିଁ ଆସି ନିଜର ପରିଚୟ ଦେଉଛି ଯେ, ମୁଁ ହେଉଛି ତୁମର ପିତା, ମୋତେ ସମସ୍ତେ ଗଡ଼ ଫାଦର (ଈଶ୍ୱର ପିତା) କହିଥା’ନ୍ତି । ଯେତେବେଳେ ସମସ୍ତେ ରାବଣର ଜେଲ୍‌ରେ ବନ୍ଦୀ ହୋଇ ଯାଉଛନ୍ତି ସେତେବେଳେ ହିଁ ବାବାଙ୍କୁ ଆସିବାକୁ ପଡୁଛି କାରଣ ସମସ୍ତେ ହେଲେ ଭକ୍ତିନୀ ଅଥବା ବ୍ରାଇଡ଼ସ୍ (କନ୍ୟା) - ସୀତାମାନେ । ବାବା ହେଉଛନ୍ତି ବ୍ରାଇଡ଼ଗ୍ରୁମ (ବର) - ରାମ । ଏହା କୌଣସି ସୀତାଙ୍କର କଥା ନୁହେଁ, ସିଏ ସବୁ ସୀତାମାନଙ୍କୁ ରାବଣର ଜେଲରୁ ମୁକ୍ତ କରୁଛନ୍ତି । ଏହା ହେଉଛି ବେହଦର କଥା । ପୁରୁଣା ପତିତ ଦୁନିଆ । ଦୁନିଆ ପୁରୁଣା ଏବଂ ନୂଆ ହେବା କଥା ସତ୍ୟ ଅଟେ, କାହାର କାହାର ଶରୀର ଜଲ୍‌ଦି ପୁରୁଣା ଅର୍ଥାତ୍ ବୃଦ୍ଧ ହୋଇଯାଉଛି, ଆଉ କାହା କାହାର ଶରୀର ବୃଦ୍ଧ ହେବା ପାଇଁ ଅଧିକ ସମୟ ଲାଗୁଛି । ଏହା ଡ଼୍ରମାରେ ସଠିକ୍ ରୂପେ ନିର୍ଦ୍ଧାରିତ ହୋଇ ରହିଛି । ପୂରା ୫ ହଜାର ବର୍ଷ ପରେ ପୁଣି ଥରେ ମୋତେ ଆସିବାକୁ ପଡ଼ୁଛି । ମୁଁ ହିଁ ଆସି ନିଜର ପରିଚୟ ଦେଉଛି ଏବଂ ସୃଷ୍ଟିଚକ୍ରର ରହସ୍ୟକୁ ବୁଝାଉଛି । କେହି ବି ନା ମୋର ପରିଚୟକୁ ନା ବ୍ରହ୍ମା, ବିଷ୍ଣୁ, ଶଙ୍କର, ନା ଲକ୍ଷ୍ମୀ-ନାରାୟଣଙ୍କର ନା ରାମ-ସୀତାଙ୍କର ପରିଚୟକୁ ଜାଣିଛନ୍ତି । ଡ୍ରାମାରେ ଉଚ୍ଚରୁ ଉଚ୍ଚ ଅଭିନେତା ଏହିମାନେ ଅଟନ୍ତି । ଏହା ମନୁଷ୍ୟମାନଙ୍କର କଥା । ଏମାନେ କୌଣସି ୮-୧୦ ଭୁଜାଧାରୀ ମନୁଷ୍ୟ ନୁହଁନ୍ତି । ବିଷ୍ଣୁଙ୍କର ଚାରିଭୂଜା କାହିଁକି ଦେଖାଉଛନ୍ତି ? ରାବଣର ଦଶଟି ମୁଣ୍ଡ କାହିଁକି ରହିଛି ? ଏ କଥା କେହି ବି ଜାଣି ନାହାଁନ୍ତି । ବାବା ହିଁ ଆସି ସାରା ବିଶ୍ୱର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି । କହୁଛନ୍ତି ମୁଁ ବଡ଼ରୁ ବଡ଼ ଅତିଥି ଅଟେ, କିନ୍ତୁ ଗୁପ୍ତ । ଏକଥା ମଧ୍ୟ କେବଳ ତୁମେ ହିଁ ଜାଣିଛ । କିନ୍ତୁ ଜାଣି ମଧ୍ୟ ପୁଣି ଭୁଲି ଯାଉଛ । ବାସ୍ତବରେ ତାଙ୍କର କେତେ ସମ୍ମାନ ରଖିବା ଦରକାର, ତାଙ୍କୁ କେତେ ମନେ ପକାଇବା ଦରକାର । ଆତ୍ମା ମଧ୍ୟ ନିରାକାର, ପରମାତ୍ମା ମଧ୍ୟ ନିରାକାର, ଏଥିରେ ଫଟୋର କିଛି ଆବଶ୍ୟକତା ନାହିଁ । ତୁମମାନଙ୍କୁ ଆତ୍ମ ନିଶ୍ଚୟ କରି ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ଦେହ-ଅଭିମାନ ଛାଡ଼ିବାକୁ ପଡ଼ିବ । ତୁମେମାନେ ସର୍ବଦା ଅବିନାଶୀ ଜିନିଷକୁ ଦେଖିବା ଉଚିତ୍ । ବିନାଶୀ ଶରୀରକୁ କାହିଁକି ଦେଖୁଛ! ସର୍ବଦା ଦେହୀ-ଅଭିମାନୀ ହୋଇ ରୁହ, ଏଥିରେ ହିଁ ପରିଶ୍ରମ ରହିଛି । ଯେତେ ଯେତେ ବାବାଙ୍କର ସ୍ମୃତିରେ ରହିବ ସେତେ ସେତେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରି ଉଚ୍ଚ ପଦ ପାଇବ । ବାବା ବହୁତ ସହଜ ଯୋଗ ଶିଖାଉଛନ୍ତି । ଯୋଗ ଅନେକ ପ୍ରକାରର ରହିଛି । ସ୍ମରଣ କରିବା ଅକ୍ଷର ହିଁ ଯଥାର୍ଥ ଅଟେ । ପରମାତ୍ମା ବାବାଙ୍କୁ ମନେ ପକାଇବାରେ ହିଁ ପରିଶ୍ରମ ରହିଛି । କିନ୍ତୁ କେହି ଜଣେ ଜଣେ ହିଁ ସତ କହିଥା’ନ୍ତି ଯେ ମୁଁ ଏତିକି ସମୟ ବାବାଙ୍କ ସ୍ମୃତିରେ ରହିଲି । ବାବାଙ୍କୁ ମନେ ପକାଉ ନାହାଁନ୍ତି ତେଣୁ ଶୁଣାଇବାରେ ଲଜ୍ଜ୍ୟା ଆସୁଛି । ଲେଖୁଛନ୍ତି ସାରା ଦିନ ଭିତରେ ଏକ ଘଣ୍ଟା ବାବାଙ୍କ ସ୍ମୃତିରେ ରହିଲୁ, ତେବେ ଲଜ୍ଜ୍ୟା ଆସିବା ଦରକାର ନା । ଏମିତି ବାବା ଯାହାଙ୍କୁ ଦିନ-ରାତି ମନେ ପକାଇବା ଦରକାର କିନ୍ତୁ ଆମେ କେବଳ ଏକ ଘଣ୍ଟା ମନେ ପକାଇଛୁ । ଏଥିରେ ଗୁପ୍ତ ପରିଶ୍ରମ କରିବାକୁ ହେବ । ବାବାଙ୍କୁ ଡ଼ାକୁଛନ୍ତି ତେଣୁ ସିଏ ବହୁତ ଦୂରରୁ ଆସୁଥିବା ଅତିଥି ହେଲେ ନା । ବାବା କହୁଛନ୍ତି ମୁଁ ନୂଆ ଦୁନିଆରେ ଅତିଥି ହେଉନାହିଁ । ମୁଁ ପୁରୁଣା ଦୁନିଆକୁ ହିଁ ଆସୁଛି, ନୂଆ ଦୁନିଆର ସ୍ଥାପନା କରୁଛି । ଏହା ପୁରୁଣା ଦୁନିଆ, କିନ୍ତୁ ଏ କଥା ମଧ୍ୟ କେହି ଯଥାର୍ଥ ଭାବରେ ଜାଣିନାହାଁନ୍ତି । ନୂଆ ଦୁନିଆର ଆୟୁଷ କେତେ କିଛି ଜାଣିନାହାଁନ୍ତି । ବାବା କହୁଛନ୍ତି ଏହି ଜ୍ଞାନ ମୁଁ ହିଁ ଆସି ଦେଉଛି ପୁଣି ଡ଼୍ରାମାଅନୁସାରେ ଏହି ଜ୍ଞାନ ଗୁପ୍ତ ହୋଇଯାଉଛି । ପୁଣି କଳ୍ପ ପରେ ଏହି ପାର୍ଟର ପୁନରାବୃତ୍ତି ହେବ । ମୋତେ ଡ଼ାକୁଛନ୍ତି ଏବଂ ବର୍ଷ-ବର୍ଷ ଧରି ଶିବ ଜୟନ୍ତୀ ପାଳନ କରୁଛନ୍ତି । ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ତାଙ୍କର ବାର୍ଷିକ ପାଳନ କରିଥା’ନ୍ତି । ଶିବବାବାଙ୍କର ମଧ୍ୟ ୧୨ ମାସ ପରେ ଜୟନ୍ତୀ ପାଳନ କରିଥା’ନ୍ତି କିନ୍ତୁ କେବେଠାରୁ ପାଳନ କରିଆସୁଛନ୍ତି, ଏକଥା କେହି ଜାଣିନାହାଁନ୍ତି । କେବଳ କହି ଦେଉଛନ୍ତି ଲକ୍ଷ ଲକ୍ଷ ବର୍ଷ ହେଲା । କଳିଯୁଗର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି ଲେଖି ଦେଇଛନ୍ତି । ବାବା କହୁଛନ୍ତି - ଏହା ୫ ହଜାର ବର୍ଷର କଥା । ବାସ୍ତବରେ ଏହି ଦେବତାମାନଙ୍କର ରାଜ୍ୟ ଭାରତରେ ହିଁ ଥିଲା । ତେଣୁ ବାବା କହୁଛନ୍ତି - ମୁଁ ଭାରତର ବହୁତ ବଡ଼ ଅତିଥି ଅଟେ, ମୋତେ ଅଧାକଳ୍ପରୁ ବହୁତ ନିମନ୍ତ୍ରଣ ଦେଇ ଆସୁଛ । ଯେତେବେଳେ ବହୁତ ଦୁଃଖି ହୋଇଯାଉଛନ୍ତି, କହୁଛନ୍ତି ହେ ପତିତ-ପାବନ ଆସ । ମୁଁ ମଧ୍ୟ ପତିତ ଦୁନିଆକୁ ଆସିଛି । ସେଥିପାଇଁ ମୋର ରଥ ଦରକାର ନା । ଆତ୍ମା ଅକାଳମୂରତ, ତା’ର ଏହି ଭ୍ରୃକୁଟୀ ସିଂହାସନ ଅଟେ । ବାବା ମଧ୍ୟ ଅକାଳମୂରତ, ଯିଏକି ଏଇ ବ୍ରହ୍ମାଙ୍କ ଭ୍ରୃକୁଟୀ ସିଂହାସନରେ ଆସି ବିରାଜମାନ ହୋଇଛନ୍ତି । ଏହା ବହୁତ ରମଣୀକ କଥା । ଅନ୍ୟ କେହି ଶୁଣିଲେ ଚକିତ ହୋଇଯିବେ । ବର୍ତ୍ତମାନ ବାବା କହୁଛନ୍ତି - ସନ୍ତାନମାନେ, ମୋର ମତରେ ଚାଲ । ଭାବ ଶିବବାବା ମତ ଦେଉଛନ୍ତି, ଶିବବାବା ମୁରଲୀ ଚଲାଉଛନ୍ତି । ଇଏ (ବ୍ରହ୍ମା) କହୁଛନ୍ତି ମୁଁ ମଧ୍ୟ ତାଙ୍କର ମୁରଲୀ ଶୁଣୁଛି ପୁଣି ତୁମମାନଙ୍କୁ ଶୁଣାଉଛି । ଶିବବାବା ହିଁ ତ ଶୁଣାଉଛନ୍ତି ନା । ଏହି ବ୍ରହ୍ମା ନମ୍ବରୱାନ ପୂଜ୍ୟ ଥିଲେ ପୁଣି ନମ୍ବରୱାନ ପୂଜାରୀ ହେଉଛନ୍ତି । ବର୍ତ୍ତମାନ ଇଏ ପରୁଷାର୍ଥୀ ଅଟନ୍ତି । ସନ୍ତାନମାନଙ୍କର ସଦାସର୍ବଦା ବୁଝିବା ଦରକାର ଯେ - ଆମକୁ ଶିବବାବାଙ୍କର ଶ୍ରୀମତ ମିଳିଛି । ଯଦି କିଛି ଓଲଟା କଥା ହୋଇଛି ତାକୁ ବାବା ଠିକ୍ କରିଦେବେ । ଯଦି ଏହି ନିଶ୍ଚୟ ଅତୁଟ ଅଛି ତେବେ ସବୁକିଛି ଶିବବାବାଙ୍କର ଦାୟୀତ୍ୱ । ଏହା ଡ଼୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ବିଘ୍ନ ତ ନିଶ୍ଚିତ ପଡ଼ିବ, ବହୁତ ବଡ ବଡ ବିଘ୍ନ ଆସିବ । ନିଜର ସନ୍ତାନମାନଙ୍କର ମଧ୍ୟ ବିଘ୍ନ ପଡ଼ୁଛି । ତେଣୁ ସର୍ବଦା ଭାବ ଯେ ଶିବବାବା ବୁଝାଉଛନ୍ତି, ତେବେ ଯୋଗଯୁକ୍ତ ହୋଇ ରହିପାରିବ । କେତେକ ସନ୍ତାନ ଭାବୁଛନ୍ତି ବ୍ରହ୍ମାବାବା ମତ ଦେଉଛନ୍ତି, କିନ୍ତୁ ନା । ଏହା ଶିବବାବାଙ୍କର ହିଁ ଦାୟୀତ୍ୱ ଅଟେ । ଯେହେତୁ ଦେହ-ଅଭିମାନ ରହିଛି ତେଣୁ ବାରମ୍ବାର ତାଙ୍କୁ (ବ୍ରହ୍ମାବାବାଙ୍କୁ) ହିଁ ଦେଖି ଚାଲିଛନ୍ତି । ଶିବବାବା କେତେ ବଡ ଅତିଥି ଅଟନ୍ତି ଏକଥା କୌଣସି ରେଳବାଲା କର୍ମଚାରୀ ଜାଣିଛନ୍ତି କି, ସେମାନେ ନିରାକାରଙ୍କୁ କେମିତି ଚିହ୍ନିବେ ବା ଜାଣିବେ । ସିଏ (ଶିବବାବା) ତ ରୋଗୀ ଅର୍ଥାତ୍ ବିକାରୀ ହୁଅନ୍ତି ନାହିଁ । କିନ୍ତୁ ବିକାର ରୂପି ରୋଗ ଆଦିର କାରଣ ୟାଙ୍କୁ (ବ୍ରହ୍ମାଙ୍କୁ) ବତାଉଛନ୍ତି । ମନୁଷ୍ୟମାନେ କ’ଣ ଜାଣିବେ ୟାଙ୍କ ଭିତରେ କିଏ ଅଛନ୍ତି? ତୁମେ ପିଲାମାନେ ମଧ୍ୟ କ୍ରମାନୁସାରେ ଜାଣୁଛ । ଶିବବାବା ଆତ୍ମାମାନଙ୍କର ପିତା ଏବଂ ଏହି ପ୍ରଜାପିତା ବ୍ରହ୍ମା ମନୁଷ୍ୟମାନଙ୍କର ପିତା ଅଟନ୍ତି । ତେବେ ଏହି ଦୁଇ ଜଣ (ବାପଦାଦା) କେତେ ବଡ ଅତିଥି ହୋଇଗଲେ ।

ବାବା କହୁଛନ୍ତି ଯାହା କିଛି ହେଉଛି ଡ୍ରାମାରେ ନିଧାର୍ଯ୍ୟ ଅଛି, ମୁଁ ବି ଡ୍ରାମାର ବନ୍ଧନରେ ବାନ୍ଧି ହୋଇ ରହିଛି । ସବୁ କିଛି ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଛି ଏଥିରେ କେହି କିଛି କରିପାରିବେ ନାହିଁ । ମାୟା ମଧ୍ୟ ବହୁତ ଚାଲାକ । ରାମ ଏବଂ ରାବଣ ଦୁଇଜଣଙ୍କ ପାର୍ଟ ଅଛି । ଡ୍ରାମାରେ ରାବଣ ଚୈତନ୍ୟ ହୋଇଥିଲେ ସିଏ ମଧ୍ୟ କହିଥା’ନ୍ତା - ମୁଁ ଡ୍ରାମା ଅନୁସାରେ ଆସୁଛି । ଏହା ଦୁଃଖ ଏବଂ ସୁଖର ଖେଳ ଅଟେ । ସୁଖ ଅଛି ନୂଆ ଦୁନିଆରେ, ଦୁଃଖ ଅଛି ପୁରୁଣା ଦୁନିଆରେ । ନୂଆ ଦୁନିଆରେ ଅଳ୍ପ ମନୁଷ୍ୟ ଏବଂ ପୁରୁଣା ଦୁନିଆରେ ବହୁତ ମନୁଷ୍ୟ ଅଛନ୍ତି । ପତିତ-ପାବନ ବାବାଙ୍କୁ ହିଁ ଡାକୁଛନ୍ତି ଯେ, ଆସି ପବିତ୍ର ଦୁନିଆ ସ୍ଥାପନ କର କାରଣ ପବିତ୍ର ଦୁନିଆରେ ବହୁତ ସୁଖ ଥିଲା ସେଥିପାଇଁ କଳ୍ପ-କଳ୍ପ ବାବାଙ୍କୁ ଡାକି ଚାଲିଛନ୍ତି । ବାବା ସମସ୍ତଙ୍କୁ ସୁଖ ଦେଇ କରି ଯାଉଛନ୍ତି । ଏବେ ପୁଣି ସେହି ଅଭିନୟର ପୁନରାବୃତ୍ତି ହେଉଛି । ଦୁନିଆ କେବେ ହେଲେ ସମାପ୍ତ ହୋଇ ନ ଥାଏ । ସମାପ୍ତ ହେବା ମଧ୍ୟ ଅସମ୍ଭବ । ସମୁଦ୍ର ବି ଏହି ଦୁନିଆରେ ଅଛି ନା । ଏହା ତୃତୀୟ ମହଲା ଅଟେ ନା । କହୁଛନ୍ତି ଜଳମୟ, ପାଣି-ପାଣି ହୋଇଯାଉଛି ପୁଣି ବି ପୃଥିବୀ ଏକ ମହଲା ଅଟେ ନା । ପାଣି ବି ତ ରହିଛି ନା । ପୃଥିବୀ ରୂପୀ ମହଲାର କେବେ ବିନାଶ ହୋଇପାରିବ ନାହିଁ । ଜଳ ବି ଏହି ମହଲାରେ ଥାଏ । ଦ୍ୱିତୀୟ ଏବଂ ପ୍ରଥମ ମହଲାରେ, ଅଥବା ସୂକ୍ଷ୍ମଲୋକ ଏବଂ ବ୍ରହ୍ମଲୋକରେ ତ ଜଳ ନ ଥାଏ । ଏହି ବେହଦ ସୃଷ୍ଟିରେ ତିନୋଟି ମହଲା ରହିଛି, ଯାହାକୁ ତୁମ ପିଲାମାନଙ୍କ ବ୍ୟତୀତ ଆଉ କେହି ବି ଜାଣି ନାହାଁନ୍ତି । ଏହି ଖୁସିର କଥାକୁ ସମସ୍ତଙ୍କୁ ଖୁସିରେ ଶୁଣାଇବା ଉଚିତ୍ । ଯେଉଁମାନେ ପୁରା ପାସ୍ ହେଉଛନ୍ତି ସେହିମାନଙ୍କର ହିଁ ଅତିନ୍ଦ୍ରିୟ ସୁଖର ଗାୟନ ହୋଇଥାଏ । ଯେଉଁମାନେ ରାତିଦିନ ସେବାରେ ତତ୍ପର ରହିଥା’ନ୍ତି, କେବଳ ସେବା କରି ଚାଲଇଥା’ନ୍ତି ସେହିମାନଙ୍କୁ ବହୁତ ଖୁସି ହୋଇଥାଏ । କେବେ କେବେ ଏପରି ବି ଦିନ ଆସିଥାଏ ଯେତେବେଳେ ମନୁଷ୍ୟଙ୍କୁ ରାତ୍ରିରେ ମଧ୍ୟ ଅନିଦ୍ରା ରହିବାକୁ ହୁଏ କିନ୍ତୁ ଆତ୍ମା ଥକିଯାଏ ତେଣୁ ତାକୁ ଶୋଇବାକୁ ପଡିଥାଏ । ଆତ୍ମା ଶୋଇ ଗଲେ ଶରୀର ମଧ୍ୟ ଶୋଇ ଯାଇଥାଏ । ଯଦି ଆତ୍ମା ଶୋଇବ ନାହିଁ ତେବେ ଶରୀର ମଧ୍ୟ ଶୋଇବ ନାହିଁ । ବାସ୍ତବରେ ଆତ୍ମା ହିଁ ଥକିଯାଏ । ଆଜି ମୁଁ ଥକି ପଡିଛି - ଏକଥା କିଏ କହୁଛି? ଆତ୍ମା । ତୁମ ପିଲାମାନଙ୍କୁ ଆତ୍ମ-ଅଭିମାନୀ ହୋଇ ରହିବାକୁ ହେବ, ଏଥିରେ ହିଁ ପରିଶ୍ରମ ରହିଛି । ଯଦି ବାବାଙ୍କୁ ସ୍ମରଣ କରୁନାହଁ, ଦେହୀ-ଅଭିମାନୀ ହୋଇ ରହୁନାହଁ, ଅର୍ଥାତ୍ ଦେହର ସମ୍ବନ୍ଧୀ ସ୍ମୃତିରେ ଆସିଯାଉଛନ୍ତି । ବାବା କହୁଛନ୍ତି - ତୁମେମାନେ ଖାଲି ହାତରେ ଆସିଥିଲ ପୁଣି ଖାଲି ହାତରେ ଫେରିଯିବ । ସେଥିପାଇଁ ଏହି ଦେହର ସମ୍ବନ୍ଧ ସବୁ ଭୁଲିଯାଅ । ଏହି ଶରୀରରେ ଥାଇ ମଧ୍ୟ ମୋତେ ମନେ ପକାଅ ତେବେ ସତ୍ତ୍ୱପ୍ରଧାନ ହୋଇଯିବ । ବାବା କେତେ କ୍ଷମତା ସମ୍ପନ୍ନ ଅଟନ୍ତି । ତାଙ୍କୁ ତୁମମାନଙ୍କ ବ୍ୟତୀତ ଆଉ କେହି ଜାଣିନାହାଁନ୍ତି । ବାବା କହୁଛନ୍ତି ମୁଁ - ଗରିବମାନଙ୍କର ରକ୍ଷକ, ସମସ୍ତେ କେତେ ସାଧାରଣ ଅଟନ୍ତି । ପତିତ-ପାବନ ବାବା ଆସିଛନ୍ତି, କିନ୍ତୁ ଯଦି ସମସ୍ତେ ଜାଣିଯିବେ ତେବେ ଜଣାନାହିଁ କେତେ ଭିଡ ହୋଇଯିବ । ବଡ-ବଡ ଲୋକ ଆସିଲେ କେତେ ଭିଡ ହୋଇଥାଏ । କିନ୍ତୁ ଡ୍ରାମାରେ ବାବାଙ୍କର ଅଭିନୟ ହିଁ ଗୁପ୍ତ ରହିବାର ଅଛି । ଆଗକୁ ଗଲେ ସମସ୍ତଙ୍କ ଉପରେ ପ୍ରଭାବ ପଡିବ ଏବଂ ବିନାଶ ହୋଇଯିବ । ସମସ୍ତେ କ’ଣ ବାବାଙ୍କ ସହିତ ମିଶିପାରିବେ । ବାବାଙ୍କୁ ମନେ ପକାଉଛନ୍ତି ନା ତେଣୁ ତାଙ୍କୁ ବାବାଙ୍କର ପରିଚୟ ମିଳିଯିବ । ବାକି ପହଞ୍ଚି ପାରିବେ ନାହିଁ । ଯେପରି ବନ୍ଧନରେ ଥିବା ପିଲାମାନେ ମିଶିପାରୁ ନାହାଁନ୍ତି, କେତେ ଅତ୍ୟାଚାର ସହନ କରୁଛନ୍ତି । ବିକାରକୁ ଛାଡିପାରୁ ନାହାଁନ୍ତି । କହୁଛନ୍ତି ସୃଷ୍ଟି କିପରି ଚାଲିବ? ଆରେ ସୃଷ୍ଟିର ବୋଝ ବାବାଙ୍କ ଉପରେ ଅଛି ନା ତୁମ ଉପରେ? ଯଦି ବାବାଙ୍କୁ ଜାଣିଯିବେ ତେବେ ଏପରି ପ୍ରଶ୍ନ କରିବେ ନାହିଁ । କୁହ, ପ୍ରଥମେ ବାବାଙ୍କୁ ତ ଜାଣ ତା’ପରେ ସବୁ କିଛି ଜାଣିଯିବ । ବୁଝାଇବା ପାଇଁ ମଧ୍ୟ ଯୁକ୍ତି ଦରକାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ସର୍ବୋଚ୍ଚ କ୍ଷମତା ସମ୍ପନ୍ନ ବାବାଙ୍କ ସ୍ମୃତିରେ ରହିବାକୁ ହେବ । ବିନାଶୀ ଶରୀରକୁ ନ ଦେଖି ଦେହୀ-ଅଭିମାନୀ ହେବାର ପରିଶ୍ରମ କରିବାକୁ ହେବ । ଯୋଗର ଠିକ୍ ଠିକ୍ ଚାର୍ଟ ରଖିବାକୁ ହେବ ।

(୨) ଦିନ-ରାତି ସେବାରେ ତତ୍ପର ରହି ଅପାର ଖୁସିରେ ରହିବାକୁ ହେବ । ତିନିଲୋକର ରହସ୍ୟ ସମସ୍ତଙ୍କୁ ଖୁସି ଖୁସିରେ ବୁଝାଇବାକୁ ହେବ । ଶିବବାବା ଯେଉଁ ଶ୍ରୀମତ ଦେଉଛନ୍ତି ସେଥିରେ ଅତୁଟ ନିଶ୍ଚୟ ରଖି ଚାଲିବାକୁ ହେବ, ଯଦି କୌଣସି ବି ବିଘ୍ନ ଆସିଯାଏ ତେବେ ଡରିବାର ନାହିଁ । ସ୍ୱୟଂ ବାବା ଆମର ଦାୟିତ୍ୱ ବହନ କରିଛନ୍ତି, ସେଥିପାଇଁ କୌଣସି ସଂଶୟ ଆଣିବାର ନାହିଁ ।

ବରଦାନ:-
ଶ୍ରେଷ୍ଠ ବେଳା ଆଧାରରେ ସର୍ବପ୍ରାପ୍ତିର ଅଧିକାରର ଅନୁଭବ କରୁଥିବା ପଦ୍ମାପଦ୍ମ ଭାଗ୍ୟଶାଳୀ ଭବ ।

ଯେଉଁମାନେ ଶ୍ରେଷ୍ଠବେଳାରେ ଜନ୍ମ ନେଇଥିବା ଭାଗ୍ୟବାନ ସନ୍ତାନ ସେମାନେ କଳ୍ପ ପୂର୍ବର ଅନୁଭୂତି ଆଧାରରେ ଜନ୍ମ ହେବା ମାତ୍ରକେ ନିଜର ପଣିଆର ଅନୁଭବ କରିଥାଆନ୍ତି । ସେମାନେ ଜନ୍ମଠାରୁ ହିଁ ସର୍ବ ସମ୍ପତ୍ତିର ଅଧିକାରୀ ହୋଇଥାଆନ୍ତି । ଯେପରି ବୀଜ ଭିତରେ ସାରା ବୃକ୍ଷର ସାରାଂଶ ଅର୍ଥାତ୍ ସୂକ୍ଷ୍ମ ରୂପ ସମାହିତ ହୋଇ ରହିଥାଏ ସେହିପରି ନମ୍ବରୱାନ ବେଳାରେ ଜନ୍ମ ନେଇଥିବା ଆତ୍ମାମାନେ ଆସିବା ମାତ୍ରକେ ସର୍ବ ସ୍ୱରୂପର ପ୍ରାପ୍ତିର ସମ୍ପତ୍ତିର ଅନୁଭବୀ ହୋଇଯାଇଥାଆନ୍ତି । ସେମାନେ କେବେହେଲେ ଏଭଳି କହିବେ ନାହିଁ ଯେ ସୁଖର ଅନୁଭବ ହେଉଛି କିନ୍ତୁ ଶାନ୍ତିର ହେଉ ନାହିଁ ବା ଶାନ୍ତିର ଅନୁଭବ ହେଉଛି କିନ୍ତୁ ସୁଖର ହେଉ ନାହିଁ, ଶକ୍ତିର ହେଉ ନାହିଁ । ସେମାନେ ସର୍ବ ଅନୁଭବରେ ସମ୍ପନ୍ନ ହୋଇଥାଆନ୍ତି ।

ସ୍ଲୋଗାନ:-
ନିଜର ପ୍ରସନ୍ନତାର ଛାୟା ଦ୍ୱାରା ଶୀତଳତାର ଅନୁଭବ କରାଇବା ପାଇଁ ନିର୍ମଳ ଏବଂ ନିର୍ମାନ ହୁଅ ।