17.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଏବେ ଅମରଲୋକ ସ୍ଥାପନ କରିବା ପାଇଁ ନିମିତ୍ତ ହୋଇଛ, ଯେଉଁଠି କୌଣସି ପ୍ରକାରର ଦୁଃଖ
କିମ୍ବା ପାପ ନ ଥିବ, ତାହା ହେଉଛି ବାଇସ୍ଲେସ୍ ୱାଲଡ୍ ଅର୍ଥାତ୍ ନିର୍ବିକାରୀ ଦୁନିଆ” ।
ପ୍ରଶ୍ନ:-
ଗଡ୍ଲୀ
ଫେମିଲିର ଅର୍ଥାତ୍ ଈଶ୍ୱରୀୟ ପରିବାରର ୱାଣ୍ଡରଫୁଲ ପ୍ଳାନ ଅର୍ଥାତ୍ ବିଚିତ୍ର ଯୋଜନା କ’ଣ?
ଉତ୍ତର:-
ଗଡ୍ଲୀ ଫେମିଲିର ଯୋଜନା ହେଲା - ଫେମିଲି ପ୍ଲାନିଙ୍ଗ୍ ଅର୍ଥାତ୍ ପରିବାର ନିୟନ୍ତ୍ରଣ କରିବା ।
ଗୋଟିଏ ସତ୍ୟ ଧର୍ମର ସ୍ଥାପନ କରି ଅନେକ ଧର୍ମର ବିନାଶ କରିବା । ମନୁଷ୍ୟମାନେ ବାର୍ଥ କଣ୍ଟ୍ରୋଲ୍
ଅର୍ଥାତ୍ ଜନ୍ମ ନିୟନ୍ତ୍ରଣ କରିବା ପାଇଁ ପ୍ଲାନ୍ କରୁଛନ୍ତି, କିନ୍ତୁ ବାବା କହୁଛନ୍ତି ତାଙ୍କର
ପ୍ଲାନ୍ କିଛି ବି କାମ କରିବ ନାହିଁ । ମୁଁ ହିଁ ନୂଆ ଦୁନିଆର ସ୍ଥାପନା କରୁଛି, ତେଣୁ ବାକି ସବୁ
ଆତ୍ମାମାନେ ଉପରକୁ ଘରକୁ ଚାଲିଯିବେ, ବହୁତ କମ୍ ଆତ୍ମା ହିଁ ରହିବେ ।
ଓମ୍ ଶାନ୍ତି ।
ଏହା ଏକ ଘର, ୟୁନିଭରସିଟି (ବିଶ୍ୱ ବିଦ୍ୟାଳୟ) ଏବଂ ଇନ୍ସଷ୍ଟିଚ୍ୟୁସନ୍ (ଶିକ୍ଷା ଅନୁଷ୍ଠାନ)
ମଧ୍ୟ ଅଟେ । ତୁମମାନଙ୍କର ଆତ୍ମା ଜାଣିଛି ଯେ ସିଏ ହେଉଛନ୍ତି ଶିବବାବା ଏବଂ ଆତ୍ମାମାନେ
ଶାଳଗ୍ରାମ । ଯାହାଙ୍କର ଏହି ଶରୀର, ଶରୀର କହିବ ନାହିଁ ଯେ ଏହା ମୋର ଆତ୍ମା । ଆତ୍ମା କହୁଛି, ଏହା
ମୋର ଶରୀର । ଆତ୍ମା ଅବିନାଶୀ, ଶରୀର ବିନାଶୀ । ଏବେ ତୁମେ ନିଜକୁ ଆତ୍ମା ମନେ କରୁଛ । ଆମର ବାବା
ହେଉଛନ୍ତି ଶିବ, ଯିଏକି ସୁପ୍ରିମ୍ ଫାଦର(ପରମ ପିତା) ଅଟନ୍ତି । ଆତ୍ମା ଜାଣିଛି, ସେ ଆମର ପରମପିତା,
ପରମ ଶିକ୍ଷକ, ପରମ ସତ୍ଗୁରୁ ମଧ୍ୟ ଅଟନ୍ତି । ଭକ୍ତିମାର୍ଗରେ ମଧ୍ୟ ଡାକୁଛନ୍ତି - ଓ ଗଡ୍ ଫାଦର
। ମୃତ୍ୟୁ ଶଯ୍ୟାରେ ଥାଇ ମଧ୍ୟ କହିଥା’ନ୍ତି - ହେ ଭଗବାନ, ହେ ଈଶ୍ୱର । ସମସ୍ତେ ଡାକୁଛନ୍ତି ନା
। କିନ୍ତୁ ତାଙ୍କର ଯଥାର୍ଥ ପରିଚୟ କାହା ବୁଦ୍ଧିରେ ନ ଥାଏ । ତେବେ ସବୁ ଆତ୍ମାମାନଙ୍କର ପିତା ତ’
ଜଣେ, ତାଙ୍କୁ ହିଁ ସମସ୍ତେ ହେ ପତିତ-ପାବନ କହି ଡାକୁଛନ୍ତି । ସିଏ ଗୁରୁ ମଧ୍ୟ ଅଟନ୍ତି । ସମସ୍ତେ
କହୁଛନ୍ତି, ଆମକୁ ଦୁଃଖରୁ ମୁକ୍ତ କରି ଶାନ୍ତିଧାମକୁ ନେଇଯାଅ । ତେବେ ସିଏ ସମସ୍ତ ଆତ୍ମାଙ୍କର
ପିତା ପୁଣି ପତିତ-ପାବନ ସତ୍ଗୁରୁ ମଧ୍ୟ, ସୃଷ୍ଟିଚକ୍ର କିପରି ଘୂରୁଛି, ମନୁଷ୍ୟ ୮୪ ଜନ୍ମ କିପରି
ନେଉଛନ୍ତି, ସବୁ ଇତିହାସ-ଭୂଗୋଳ ଶୁଣାଉଛନ୍ତି, ତେଣୁ ସୁପ୍ରିମ୍ ଟିଚର (ପରମ ଶିକ୍ଷକ) ମଧ୍ୟ
ହୋଇଗଲେ । ଅଜ୍ଞାନ କାଳରେ ପିତା ଅଲଗା, ଶିକ୍ଷକ ଅଲଗା, ଗୁରୁ ଅଲଗା ଥା’ନ୍ତି । କିନ୍ତୁ ଏଠାରେ
ଜଣେ ହିଁ ଅବିନାଶୀ ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି । ତେବେ କେତେ ଫରକ୍ ହୋଇଗଲା । ବେହଦର ପିତା
ସନ୍ତାନମାନଙ୍କୁ ବେହଦର ବର୍ସା (ସମ୍ପତ୍ତି) ଦେଉଛନ୍ତି । ଲୌକିକ ପିତା ବିନାଶୀ ସମ୍ପତ୍ତି
ଦେଇଥା’ନ୍ତି । ପାଠପଢା ମଧ୍ୟ ବିନାଶୀ । ସାରା ବିଶ୍ୱର ଇତିହାସ-ଭୂଗୋଳକୁ ତ’ କେହି ବି ଜାଣି
ନାହାଁନ୍ତି । ଏକଥା ମଧ୍ୟ କାହାକୁ ଜଣାନାହିଁ - ଏହି ଲକ୍ଷ୍ମୀ-ନାରାୟଣ ରାଜ୍ୟ କିପରି ପାଇଲେ?
ତାଙ୍କର ରାଜ୍ୟ କେତେ ସମୟ ଚାଲିଲା? ପୁଣି ତ୍ରେତା ଯୁଗର ରାମ-ସୀତା କେତେ ସମୟ ରାଜ୍ୟ କରିଲେ?
କିଛି ବି ଜାଣି ନାହାଁନ୍ତି । ଏବେ ତୁମେମାନେ ଜାଣୁଛ ବେହଦର ପିତା ଆମକୁ ପାଠ ପଢାଇବା ପାଇଁ
ଆସିଛନ୍ତି । ତା’ ସହିତ ସଦଗତିର ରାସ୍ତା ମଧ୍ୟ ଦେଖାଉଛନ୍ତି । ତୁମେ ୮୪ ଜନ୍ମ ନେଇ-ନେଇ ଏବେ
ପତିତ ହୋଇଯାଇଛ । ଏବେ ତୁମକୁ ପବିତ୍ର ହେବାକୁ ପଡିବ । ଏହା ହେଉଛି ତମୋପ୍ରଧାନ ଦୁନିଆ ।
ପ୍ରତ୍ୟେକ ଜିନିଷ ସତ୍ତ୍ୱ, ରଜୋ, ତମୋ ଅବସ୍ଥା ଦେଇ ଗତି କରେ । ଏହି ସୃଷ୍ଟିର ମଧ୍ୟ ଆୟୁଷ ଅଛି
ଯାହାକି ନୂଆରୁ ପୁରୁଣା, ପୁରୁଣାରୁ ନୂଆ ହୁଏ । ଏକଥା ତ’ ସମସ୍ତେ ଜାଣିଛନ୍ତି । ସତ୍ୟଯୁଗରେ
କେବଳ ଭାରତ ହିଁ ଥିଲା, ଯେଉଁଠାରେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା ଅଥବା ଭଗବାନ-ଭଗବତୀଙ୍କର
ରାଜ୍ୟ ଥିଲା । ଆଚ୍ଛା ପୁଣି କ’ଣ ହେଲା? ସେମାନେ ପୁନର୍ଜନ୍ମ ନେଲେ । ସତ୍ତ୍ୱପ୍ରଧାନରୁ ସତ୍ତ୍ୱ,
ସତ୍ତ୍ୱରୁ ରଜୋ, ତମୋରେ ଆସିଲେ । ଏତିକି-ଏତିକି ଜନ୍ମ ନେଲେ । ଭାରତରେ ୫ ହଜାର ବର୍ଷ ପୂର୍ବରୁ
ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ସେତେବେଳେ ତାଙ୍କର ଆୟୁଷ ହାରାହାରି ୧୨୫-୧୫୦
ବର୍ଷ ହୋଇଥାଏ । ତେଣୁ ତାହାକୁ ଅମରଲୋକ କୁହାଯାଏ । ସେଠାରେ ଅକାଳ ମୃତ୍ୟୁ କେବେ ବି ହୁଏ ନାହିଁ
। ଏହା ହେଉଛି ମୁତ୍ୟୁଲୋକ । ଅମରଲୋକରେ ମନୁଷ୍ୟମାନେ ଅମର ରୁହନ୍ତି, ଦୀର୍ଘାୟୁ ହୁଅନ୍ତି ।
ସତ୍ୟଯୁଗରେ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା । ଯାହାକୁ ନିର୍ବିକାରୀ ଦୁନିଆ କୁହାଯାଉଥିଲା । ଏହା
ହେଉଛି ବିକାରୀ ଦୁନିଆ । ଏବେ ତୁମେମାନେ ଜାଣୁଛ, ଆମେ ହେଉଛୁ ଶିବବାବାଙ୍କର ସନ୍ତାନ । ଆମକୁ
ତାଙ୍କଠାରୁ ସମ୍ପତ୍ତି ମିଳୁଛି । ଇଏ ଦାଦା, ସିଏ ହେଉଛନ୍ତି ଡାଡା ଅର୍ଥାତ୍ ଜେଜେବାପା, ବାସ୍ତବରେ
ଜେଜେଙ୍କ ଠାରୁ ସମ୍ପତ୍ତି ମିଳେ । ଜେଜେଙ୍କ ସମ୍ପତ୍ତିରେ ସମସ୍ତଙ୍କର ଅଧିକାର ଥାଏ ।
ବ୍ରହ୍ମାଙ୍କୁ ପ୍ରଜାପିତା କୁହାଯାଏ । ଏଡମ୍ ଏବଂ ଇବ୍, ଆଦମ୍ ବିବି, ଆଦି ପିତା-ଆଦି ମାତା ।
ସିଏ ହେଉଛନ୍ତି ନିରାକାର ଈଶ୍ୱର ପିତା । ଇଏ ପ୍ରଜାପିତା ହେଲେ ସାକାରୀ ପିତା । ୟାଙ୍କର ନିଜର
ଶରୀର ଅଛି । ଶିବବାବାଙ୍କର ନିଜର ଶରୀର ନାହିଁ । ତେଣୁ ତୁମକୁ ଶିବବାବାଙ୍କଠାରୁ ବ୍ରହ୍ମାଙ୍କ
ଦ୍ୱାରା ବର୍ସା ମିଳୁଛି । ଜେଜେଙ୍କର ସମ୍ପତ୍ତି ତ ବାବାଙ୍କ ଦ୍ୱାରା ମିଳବ ନା । ତୁମେ ଶିବବାବା
ଦ୍ୱାରା ମଧ୍ୟ ବ୍ରହ୍ମା ବାବାଙ୍କ ମାଧ୍ୟମରେ ମନୁଷ୍ୟରୁ ଦେବତା ହେଉଛ । ମନୁଷ୍ୟରୁ ଦେବତା କିଏ
କରତ ନ ଲାଗୀ ବାର... ଅର୍ଥାତ୍ ମନୁଷ୍ୟରୁ ଦେବତା କରିବା ପାଇଁ ସମୟ ଲାଗେ ନାହିଁ । ଏକଥା କିଏ
କହିଲେ? ଭଗବାନ । ଗ୍ରନ୍ଥରେ ମଧ୍ୟ ତାଙ୍କର ମହିମା କରୁଛନ୍ତି ନା । ତାଙ୍କର ବହୁତ ମହିମା ରହିଛି
। ଯେପରି ବାବା କହୁଛନ୍ତି ଅଲଫ୍ ଅର୍ଥାତ୍ ବାବାଙ୍କୁ ମନେପକାଅ, ତେବେ ବେ ଅର୍ଥାତ୍ ବାଦଶାହୀ
ତୁମର ହୋଇଯିବ । ଗୁରୁ ନାନକ ମଧ୍ୟ କହିଥା’ନ୍ତି ଜପ ସାହେବ କୋ ତୋ ସୁଖ ମିଲେ ଅର୍ଥାତ୍ ସାହେବଙ୍କୁ
ଜପିଲେ ସୁଖ ମିଳିବ । ସେହି ନିରାକାର ଅକାଳମୂର୍ତ୍ତ ବାବାଙ୍କର ହିଁ ମହିମା ଗାୟନ କରିଥା’ନ୍ତି ।
ବାବା କହୁଛନ୍ତି ମୋତେ ମନେପକାଅ, ତେବେ ସୁଖ ମିଳିବ । ତେଣୁ ଏବେ ବାବାଙ୍କୁ ହିଁ ମନେପକାଉଛୁ ।
ଏହି ଯୁଦ୍ଧ ଶେଷ ହେବ ପୁଣି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ହେବ ଏବଂ ସେଠାରେ ଗୋଟିଏ ହିଁ ଧର୍ମ
ରହିବ । ଏ ସବୁ ବୁଝିବାର କଥା । ଭଗବାନୁବାଚ - ଭଗବାନଙ୍କୁ ପତିତ-ପାବନ ଜ୍ଞାନର ସାଗର କୁହାଯାଏ ।
ସେ ହିଁ ଦୁଃଖ ହର୍ତ୍ତା ସୁଖ କର୍ତ୍ତା ଅଟନ୍ତି । ଯେହେତୁ ଆମେମାନେ ବାବାଙ୍କ ସନ୍ତାନ, ତେଣୁ
ନିଶ୍ଚିତ ଭାବରେ ଆମେ ସୁଖରେ ରହିବା ଦରକାର । ବାସ୍ତବରେ ସତ୍ୟଯୁଗରେ ଭାରତବାସୀମାନେ ହିଁ ରହୁଥିଲେ
। ବାକି ସବୁ ଆତ୍ମା ଶାନ୍ତିଧାମରେ ଥିଲେ । ଏବେ ତ’ ଆତ୍ମାମାନେ ଏଠାକୁ ଆସିବାରେ ଲାଗିଛନ୍ତି ।
ପୁଣି ଆମେ ଯାଇ ସ୍ୱର୍ଗରେ ଦେବୀ-ଦେବତା ହୋଇ ଅଭିନୟ କରିବା, ଏହା ହେଉଛି ପୁରୁଣା ଦୁନିଆ,
ଦୁଃଖଧାମ ଏବଂ ନୂଆ ଦୁନିଆ ହେଉଛି ସୁଖଧାମ । ଯେତେବେଳେ ଘର ପୁରୁଣା ହୋଇଯାଏ ସେଠାରୁ ମୂଷା, ସାପ
ଆଦି ବାହାରିଥାଆନ୍ତି । ଏହି ଦୁନିଆ ମଧ୍ୟ ସେହିପରି । କଳ୍ପର ଆୟୁଷ ୫ ହଜାର ବର୍ଷ । ଏବେ ଶେଷ
ସମୟ । ଗାନ୍ଧୀଜୀ ମଧ୍ୟ ଚାହୁଁଥିଲେ ଯେ ନୂଆ ଦୁନିଆ ନୂଆଦିଲ୍ଲୀ ହେଉ, ରାମରାଜ୍ୟ ହେଉ । କିନ୍ତୁ
ଏହି କାମ ତ କେବଳ ବାବା ହିଁ କରିପାରିବେ । ଦେବତାମାନଙ୍କର ରାଜ୍ୟକୁ ହିଁ ରାମରାଜ୍ୟ କହନ୍ତି ।
ନୂଆ ଦୁନିଆରେ ତ’ ନିଶ୍ଚିତ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ହେବ । ବାସ୍ତବରେ ରାଧା ଏବଂ କୃଷ୍ଣ
ଅଲଗା-ଅଲଗା ରାଜ୍ୟର ଅଟନ୍ତି । ସ୍ୱୟଂମ୍ବର ପରେ ସେମାନେ ଲକ୍ଷ୍ମୀ-ନାରାୟଣ ହୋଇଯାଆନ୍ତି । ତେବେ
ସେମାନେ ନିଶ୍ଚିତ ବର୍ତ୍ତମାନ ସମୟରେ ସେହିଭଳି କର୍ମ କରୁଥିବେ । ବାବା ତୁମକୁ
କର୍ମ-ଅକର୍ମ-ବିକର୍ମର ଗତିକୁ ବୁଝାଉଛନ୍ତି । ଏହି ରାବଣ ରାଜ୍ୟରେ ମନୁଷ୍ୟମାନେ ଯେଉଁ କର୍ମ
କରନ୍ତି, ତାହା ବିକର୍ମ ହୋଇଯାଏ । ସତ୍ୟଯୁଗରେ କର୍ମ ଅକର୍ମ ହୁଏ । ଗୀତାରେ ମଧ୍ୟ ଏହି କଥା ଅଛି
କିନ୍ତୁ ଜ୍ଞାନଦାତାଙ୍କ ନାମକୁ ପରିବର୍ତ୍ତନ କରି ଦେଇଛନ୍ତି । ଏହା ହିଁ ବହୁତ ବଡ ଭୁଲ ।
ଶ୍ରୀକୃଷ୍ଣଙ୍କର ଜୟନ୍ତୀ, ତ’ ସତ୍ୟଯୁଗରେ ହୁଏ । ଶିବ ହେଉଛନ୍ତି ନିରାକାର ପରମପିତା, ଶ୍ରୀକୃଷ୍ଣ
ତ’ ଶରୀରଧାରୀ ମନୁଷ୍ୟ । ପ୍ରଥମେ ଶିବଜୟନ୍ତୀ ହୁଏ ତା’ ପରେ ଶ୍ରୀକୃଷ୍ଣ ଜୟନ୍ତୀ ଯାହାକି ଭାରତରେ
ହିଁ ପାଳନ କରିଥା’ନ୍ତି । ଶିବରାତ୍ରୀ କୁହାଯାଏ । ବାବା ଆସି ଭାରତକୁ ସ୍ୱର୍ଗର ରାଜ୍ୟ ଦେଉଛନ୍ତି
। ଶିବଜୟନ୍ତୀ ଏବଂ କୃଷ୍ଣଜୟନ୍ତୀ ମଝିରେ ରାକ୍ଷୀ ପର୍ବ ପଡେ କାରଣ ଆତ୍ମାକୁ ପବିତ୍ର ହେବାକୁ
ପଡିବ । ଏହି ପୁରୁଣା ଦୁନିଆର ତ ବିନାଶ ମଧ୍ୟ ହେବାର ଅଛି । ଯୁଦ୍ଧ ଆରମ୍ଭ ହେଲେ ସବୁ ସମାପ୍ତ
ହୋଇଯିବ, ପୁଣି ତୁମେମାନେ ଆସି ନୂଆ ଦୁନିଆରେ ରାଜତ୍ୱ କରିବ । ତୁମେମାନେ ଏହି ପୁରୁଣା ଦୁନିଆ
ମୃତ୍ୟୁଲୋକ ପାଇଁ ପାଠ ପଢୁନାହଁ । ତୁମର ପାଠପଢା ହେଉଛି ନୂଆ ଦୁନିଆ ଅମରଲୋକ ପାଇଁ । ଏହିଭଳି
କଲେଜ କେଉଁଠାରେ ନ ଥିବ । ବାବା କହୁଛନ୍ତି, ଏବେ ଏହି ମୃତ୍ୟୁଲୋକର ଅନ୍ତିମ ସମୟ, ତେଣୁ ଜଲଦି
ଜଲଦି ଏହି ପାଠକୁ ପଢି ବୁଦ୍ଧିବାନ ହେବାକୁ ପଡିବ । ସିଏ ପିତା ମଧ୍ୟ ଅଟନ୍ତି, ପତିତ-ପାବନ ଅଟନ୍ତି
ଏବଂ ଶିକ୍ଷକ ମଧ୍ୟ ଅଟନ୍ତି । ଏହା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅଟେ । ଭଗବାନୁବାଚ ରହିଛି ନା ।
ଶ୍ରୀକୃଷ୍ଣ ତ’ ସତ୍ୟଯୁଗର ରାଜକୁମାର ଅଟନ୍ତି । ସେ ମଧ୍ୟ ଶିବବାବାଙ୍କଠାରୁ ବର୍ସା ନେଉଛନ୍ତି ।
ବର୍ତ୍ତମାନ ସମସ୍ତେ ଭବିଷ୍ୟତ ପାଇଁ ବର୍ସା ନେଉଛନ୍ତି, ଯିଏ ଯେତେ ପଢିବେ ସିଏ ସେତେ ବର୍ସା ନେବେ
। ଯଦି ନ ପଢିବେ ତେବେ ପଦ କମ୍ ହୋଇଯିବ । ତେଣୁ ଯେଉଁଠି ବି ରୁହ, ଏହି ପାଠ ପଢୁଥାଅ । ମୁରଲୀ ତ
ବିଦେଶକୁ ମଧ୍ୟ ଯାଇପାରିବ । ବାବା ପ୍ରତିଦିନ ଆମମାନଙ୍କୁ ସାବଧାନ କରି କହୁଛନ୍ତି ପିଲାମାନେ,
ବାବାଙ୍କୁ ପନେପକାଅ, ତେବେ ତୁମର ବିକର୍ମ ବିନାଶ ହେବ । ଆତ୍ମାରେ ଯେଉଁ ଖାଦ ଅଛି, ତାହା ବାହାରି
ଯିବ । ଆତ୍ମାକୁ ଏବେ ୧୦୦ ପ୍ରତିଶତ ପବିତ୍ର ହେବାକୁ ପଡିବ । ଏବେ ତ’ ପୁରା ଅପବିତ୍ର ହୋଇଯାଇଛି
। ମନୁଷ୍ୟ ଭକ୍ତି ତ’ ବହୁତ କରୁଛନ୍ତି, ତୀର୍ଥ, ମେଳା ଆଦିକୁ ଲକ୍ଷ-ଲକ୍ଷ ମନୁଷ୍ୟ ଯାଉଛନ୍ତି ।
ଏହା ତ ଜନ୍ମ-ଜନ୍ମାନ୍ତରରୁ ଚାଲି ଆସୁଛି । କେତେ ମନ୍ଦିର ଆଦି ତିଆରି କରୁଛନ୍ତି, ବହୁତ ମେହେନତ
କରୁଛନ୍ତି, ତଥାପି ମଧ୍ୟ ତଳକୁ ତଳକୁ ଖସି ଆସୁଛନ୍ତି । ଏବେ ତୁମେ ଜାଣୁଛ ଆମେ ଚଢିବାର କଳା
ଦ୍ୱାରା ସୁଖଧାମକୁ ଯିବା, ପୁଣି ଆମକୁ ତଳକୁ ଖସିବାକୁ ପଡିବ, କଳା କମ୍ ହୋଇଯିବ । ନୂଆ ଘରର ଯେପରି
ଚାକଚକ୍ୟ ଥାଏ ତାହା ୧୦ ବର୍ଷ ପରେ ନିଶ୍ଚିତ କମିଯାଏ । ତୁମେମାନେ ନୂଆ ଦୁନିଆ ସତ୍ୟଯୁଗରେ ଥିଲ ।
୧୨୫୦ ବର୍ଷ ପରେ ରାମରାଜ୍ୟ ଆରମ୍ଭ ହେଲା, ଏବେ ତ’ ଦୁନିଆ ବିଲ୍କୁଲ୍ ତମୋପ୍ରଧାନ ହୋଇଯାଇଛି,
ଜନସଂଖ୍ୟା ମଧ୍ୟ ବହୁତ ବଢି ଯାଇଛି । ଦୁନିଆ ବିଲ୍କୁଲ୍ ପୁରୁଣା ହୋଇଯାଇଛି । ସେମାନେ ତ’
ପରିବାର ନିୟନ୍ତ୍ରଣ ପାଇଁ କେତେ ଯୋଜନା କରୁଛନ୍ତି । କେତେ ଦ୍ୱନ୍ଦରେ ପଡୁଛନ୍ତି । ଆମେ ଲେଖୁଛୁ
ଏହା ତ’ ଈଶ୍ୱରୀୟ ପିତାଙ୍କର କାମ । ସତ୍ୟଯୁଗରେ ମାତ୍ର ୯-୧୦ ଲକ୍ଷ ମନୁଷ୍ୟ ରହିବେ । ବାକି ସବୁ
ନିଜର ମିଠା ଘର ଶାନ୍ତିଧାମ୍କୁ ଚାଲିଯିବେ । ଏହା ହେଉଛି ଈଶ୍ୱରୀୟ ପରିବାର ନିୟନ୍ତ୍ରଣ - ଗୋଟିଏ
ଧର୍ମର ସ୍ଥାପନା, ବାକି ସବୁ ଧର୍ମର ବିନାଶ । ଶିବବାବା ତ ନିଜର କାମ କରୁଛନ୍ତି । ସେମାନେ
କହୁଛନ୍ତି ଭଲେ ବିକାରରେ ଯାଅ କିନ୍ତୁ ସନ୍ତାନ ଜନ୍ମ ନ ହୁଅନ୍ତୁ । କିନ୍ତୁ ଏହାଦ୍ୱାରା କିଛି ବି
ଲାଭ ହେବ ନାହିଁ । ଏହି ଯୋଜନା ତ’ ବେହଦର ପିତାଙ୍କ ହାତରେ ନିହିତ । ବାବା କହୁଛନ୍ତି, ମୁଁ ହିଁ
ଦୁଃଖଧାମକୁ ସୁଖଧାମରେ ପରିଣତ କରିବାକୁ ଆସିଛି । ମୁଁ ପ୍ରତ୍ୟେକ ୫ ହଜାର ବର୍ଷ ପରେ ଆସେ ।
କଳିଯୁଗର ଶେଷ ଏବଂ ସତ୍ୟଯୁଗର ଆଦି ସମୟରେ ଆସେ । ବର୍ତ୍ତମାନ ଏହା ହେଉଛି ସଙ୍ଗମଯୁଗ ଯେତେବେଳେ
କି ଦୁନିଆ ପତିତରୁ ପାବନ ହୁଏ । ପୁରୁଣା ଦୁନିଆର ବିନାଶ ଏବଂ ନୂଆ ଦୁନିଆର ସ୍ଥାପନା, ଏହା ତ’
ବାବାଙ୍କର ହିଁ କାମ । ସତ୍ୟଯୁଗରେ ଗୋଟିଏ ଧର୍ମ ହିଁ ଥିଲା । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର
ମାଲିକ, ମହାରାଜା-ମହାରାଣୀ ଥିଲେ । ଏକଥା ମଧ୍ୟ ତୁମେମାନେ ଜାଣିଛ, ଏହି ମାଳା କାହାର ତିଆରି
ହୋଇଛି । ଉପରେ ଫୁଲ ଶିବବାବା ଅଛନ୍ତି, ତା’ପରେ ଅଛନ୍ତି ଯୁଗଳ ଦାନା ବ୍ରହ୍ମା-ସରସ୍ୱତୀ ।
ସେହିମାନଙ୍କର ଏହି ମାଳା, ଯେଉଁମାନେ ବିଶ୍ୱକୁ ନର୍କରୁ ସ୍ୱର୍ଗ, ପତିତରୁ ପାବନ କରିଥା’ନ୍ତି ।
ଯେଉଁମାନେ ସେବା କରି ଯାଇଥାଆନ୍ତି, ତାଙ୍କର ହିଁ ସ୍ମାରକୀ ରହେ । ତେଣୁ ବାବା ବୁଝାଉଛନ୍ତି -
ଏମାନେ ସତ୍ୟଯୁଗରେ ପବିତ୍ର ଥିଲେ, ପବିତ୍ର ପ୍ରବୃତ୍ତିମାର୍ଗ ଥିଲା । ଏବେ ତ’ ପତିତ ହୋଇଯାଇଛି ।
ଗାୟନ ମଧ୍ୟ କରୁଛନ୍ତି, ହେ ପତିତ-ପାବନ ଆସ, ଆସି ଆମକୁ ପାବନ କର । ସତ୍ୟଯୁଗରେ କ’ଣ ଏପରି ଡାକିବେ
କି! ସୁଖରେ କେହି ବି ବାବାଙ୍କୁ ସ୍ମରଣ କରନ୍ତି ନାହିଁ । ଦୁଃଖରେ ସମସ୍ତେ ସ୍ମରଣ କରନ୍ତି । ବାବା
ହେଉଛନ୍ତି ହିଁ ମୁକ୍ତିଦାତା, ଦୟାଳୁ, ଆନନ୍ଦର ସାଗର ଯିଏକି ଏଠାକୁ ଆସି ସମସ୍ତଙ୍କୁ
ମୁକ୍ତି-ଜୀବନମୁକ୍ତି ଦେଉଛନ୍ତି । ତାଙ୍କୁ ଡାକୁଛନ୍ତି, ଆସି ଆମକୁ ସୁଇଟ୍ ହୋମ୍କୁ (ଶାନ୍ତିଧାମ
ଘରକୁ) ନେଇ ଚାଲ । ଏଠାରେ କୌଣସି ସୁଖ ନାହିଁ । ଏହା ହେଉଛି ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ।
ସତ୍ୟଯୁଗରେ ରାଜା, ରାଣୀ, ପ୍ରଜା ସମସ୍ତେ ଥାଆନ୍ତି । ଏବେ ବାବା ବତାଉଛନ୍ତି - ତୁମେମାନେ କିପରି
ବିଶ୍ୱର ମାଲିକ ହେଉଛ । ସେଠାରେ ତୁମ ପାଖରେ ଅମାପ ଅଗଣିତ ଧନ ରହିବ । ସୁନାର ଇଟାରେ ଘର ତିଆରି
ହେବ । ମେସିନ୍ ଦ୍ୱାରା ସୁନାର ଇଟା ବାହାରିବ । ପୁଣି ସେଥିରେ ମଧ୍ୟ ହୀରା-ମୋତି ଜଡିତ ହୋଇ
କରିଥାଆନ୍ତି । ଦ୍ୱାପରରେ ମଧ୍ୟ କେତେ ହୀରା ଥିଲା, ଯାହାକି ଲୁଟି ନେଇଗଲେ । ଏବେ ତ’ ସୁନା କିଛି
ଦେଖିବାକୁ ମଧ୍ୟ ମିଳୁ ନାହିଁ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ବାବା କହୁଛନ୍ତି ମୁଁ
ପ୍ରତି ୫ ହଜାର ବର୍ଷ ପରେ ଆସେ । ପୁରୁଣା ଦୁନିଆର ବିନାଶ ପାଇଁ ଏହି ଆଟୋମିକ୍ ବୋମା ଆଦି ତିଆରି
ହୋଇଛି । ଏହା ହେଉଛି ବିଜ୍ଞାନର କରାମତି, ନିଜ ବୁଦ୍ଧି ଦ୍ୱାରା ଏଭଳି ଜିନିଷ ବାହାର କରିଛନ୍ତି,
ଯାହାଦ୍ୱାରା ନିଜ କୁଳର ନିଜେ ହିଁ ବିନାଶ କରିବେ । ଏସବୁ କ’ଣ ରଖିବା ପାଇଁ ତିଆରି କରିଛନ୍ତି
କି! ଏହାର ପ୍ରୟୋଗ ନିଶ୍ଚିତ କରିବେ । ଯେ ପର୍ଯ୍ୟନ୍ତ ରାଜଧାନୀ ସ୍ଥାପନ ହୋଇନାହିଁ, ସେ
ପର୍ଯ୍ୟନ୍ତ ଲଢେଇ ଲାଗି ପାରିବ ନାହିଁ । ବିନାଶ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ତ ଚାଲିଛି, ତା’
ସହିତ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ । ଏତେ ମନୁଷ୍ୟ ଏଠାରେ ରହିବେ ନାହିଁ ।
ବର୍ତ୍ତମାନ ତୁମମାନଙ୍କୁ ଏହି ପୁରୁଣା ଦୁନିଆକୁ ଭୁଲିବାକୁ ପଡିବ ଏବଂ ସୁଇଟ୍ ହୋମ୍ ସ୍ୱର୍ଗର
ରାଜତ୍ୱକୁ ମନେପକାଇବାକୁ ହେବ । ଯେପରି ନୂଆ ଘର ତିଆରି କରିଲେ ବୁଦ୍ଧିରେ କେବଳ ନୂଆ ଘର ହିଁ ମନେ
ପଡିଥାଏ ନା । ଏବେ ନୂଆ ଦୁନିଆର ସ୍ଥାପନା ହେଉଛି । ବାବା ହେଉଛନ୍ତି ସମସ୍ତଙ୍କର ସଦ୍ଗତି ଦାତା
। ସବୁ ଆତ୍ମାମାନେ ଘରକୁ ଚାଲିଯିବେ । ବାକି ଶରୀର ଏଠାରେ ନଷ୍ଟ ହୋଇଯିବ । ବାବାଙ୍କ ସ୍ମୃତିରେ
ଆତ୍ମା ପବିତ୍ର ହୋଇଯିବ । ପବିତ୍ର ତ ନିଶ୍ଚିତ ହେବାକୁ ପଡିବ । ଦେବତାମାନେ ପବିତ୍ର ଅଟନ୍ତି ନା
। ତାଙ୍କ ମନ୍ଦିରରେ କେବେ ବି ବିଡି ତମାଖୁ ଆଦି ରଖାଯାଏ ନାହିଁ, ସେମାନେ ହେଉଛନ୍ତି ବୈଷ୍ଣବ,
ତେଣୁ ସେହି ଦୁନିଆକୁ ବିଷ୍ଣୁପୁରୀ କୁହାଯାଏ । ତାହା ହେଉଛି ହିଁ ନିର୍ବିକାରୀ ଦୁନିଆ । ଏହା
ହେଉଛି ବିକାରୀ ଦୁନିଆ । ଏବେ ନିର୍ବିକାରୀ ଦୁନିଆକୁ ଯିବାକୁ ହେବ । ବାକି ଅଳ୍ପ ସମୟ ଅଛି । ଏକଥା
ନିଜେ ମଧ୍ୟ ଜାଣୁଛନ୍ତି - ଆଣବିକ ବୋମା ଦ୍ୱାରା ସବୁ ସମାପ୍ତ ହୋଇଯିବ । ଲଢେଇ ତ ଲାଗିବାର ଅଛି ।
ବୈଜ୍ଞାନିକମାନେ କହୁଛନ୍ତି ଯେ ଆମକୁ କେହି ଯେମିତି ପ୍ରେରଣା ଦେଉଛନ୍ତି, ସେଥିପାଇଁ ଆମେ ତିଆରି
କରୁଛୁ । ଜାଣୁଛନ୍ତି ଯେ, ଏହା ଦ୍ୱାରା ନିଜ କୁଳର ବିନାଶ ହେଉଛି । କିନ୍ତୁ ତିଆରି ନ କରି
ରହିପାରିବେ ନାହିଁ । ଶଙ୍କର ଦ୍ୱାରା ବିନାଶ, ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ଏବେ
ବିନାଶ ସମ୍ମୁଖରେ ଉପସ୍ଥିତ । ଜ୍ଞାନ ଯଜ୍ଞରୁ ହିଁ ବିନାଶ ଜ୍ୱାଳା ପ୍ରଜ୍ୱଳିତ ହୋଇଛି । ଏବେ ତୁମେ
ସ୍ୱର୍ଗର ମାଲିକ ହେବା ପାଇଁ ପାଠ ପଢୁଛ । ଏହି ପୁରୁଣା ଦୁନିଆ ଶେଷ ହୋଇ ନୂଆ ହୋଇଯିବ । ଏହି
ଚକ୍ର ଘୂରି ଚାଲିଛି । ଇତିହାସର ପୁନରାବୃତ୍ତି ନିଶ୍ଚିତ ହେବ । ପ୍ରଥମେ ଆଦି ସନାତନ ଦେବୀ-ଦେବତା
ଧର୍ମ ଥିଲା, ପରେ ପୁଣି ଚନ୍ଦ୍ରବଂଶୀ କ୍ଷତ୍ରିୟ ଧର୍ମ ଇସ୍ଲାମୀ ବୌଦ୍ଧ ଆଦି ଆସିଲେ, ପୁଣି
ଯେଉଁମାନେ ପ୍ରଥମ ନମ୍ବରର ଥିଲେ ସେମାନେ ନିଶ୍ଚିତ ଆସିବେ, ଆଉ ସବୁ ବିନାଶ ହୋଇଯିବେ ।
ତୁମ୍ଭମାନଙ୍କୁ କିଏ ପାଠ ପଢାଉଛନ୍ତି? ନିରାକାର ଶିବବାବା । ସିଏ ହିଁ ଶିକ୍ଷକ, ଏବଂ ସତ୍ଗୁରୁ
ଅଟନ୍ତି ଯିଏକି ଏଠାକୁ ଆସିବା ମାତ୍ରେ ପାଠ ପଢାଇବା ଆରମ୍ଭ କରି ଦିଅନ୍ତି, ତେଣୁ ଲେଖା ହୋଇଛି
ଶିବଜୟନ୍ତୀ ହିଁ ଗୀତା ଜୟନ୍ତୀ ଏବଂ ଗୀତା ଜୟନ୍ତୀ ହିଁ ଶ୍ରୀକୃଷ୍ଣ ଜୟନ୍ତୀ । ଶିବବାବା
ସତ୍ୟଯୁଗର ସ୍ଥାପନା କରୁଛନ୍ତି, ଯାହାକୁ କୃଷ୍ଣପୁରୀ କୁହାଯାଉଛି । ଏବେ ତୁମକୁ କୌଣସି ସାଧୁ,
ସନ୍ଥ, ମନୁଷ୍ୟ ପାଠ ପଢାଉନାହାଁନ୍ତି । ସିଏ ହେଉଛନ୍ତି ଦୁଃଖ ହର୍ତ୍ତା, ସୁଖ କର୍ତ୍ତା ଅବିନାଶୀ
ପିତା ଯିଏକି ତୁମମାନଙ୍କୁ ୨୧ ଜନ୍ମର ବର୍ସା ଦେଉଛନ୍ତି । ବିନାଶ ତ’ ନିଶ୍ଚିତ ହେବ, ଏହି ସମୟ
ପାଇଁ ହିଁ କୁହାଯାଏ - କାହାର ମାଟି ତଳେ ପୋତି ହୋଇଯିବ, କାହାର ରାଜା ଖାଇଯିବ... ଚୋରୀ ମଧ୍ୟ
ବହୁତ ହେବ, ନିଆଁ ମଧ୍ୟ ଲାଗିଯିବ । ଏହି ଯଜ୍ଞରେ ସବୁ ସ୍ୱାହା ହୋଇଯିବେ । ଏବେ କିଛି-କିଛି ନିଆଁ
ଲାଗିବ ପୁଣି ବନ୍ଦ ହୋଇଯିବ । ବାକି ଅଳ୍ପ ଡେରି ଅଛି । ସମସ୍ତେ ପରସ୍ପର ଭିତରେ ଲଢେଇ କରିବେ,
ଯାହାଙ୍କୁ ଛଡାଇବାକୁ କେହି ରହିବେ ନାହିଁ । ରକ୍ତର ନଦୀ ପରେ ପୁଣି ଦୁଧର ନଦୀ ବୋହିବ । ଏହାକୁ
ଖୁନେନାହେକର (ରକ୍ତପାତର) ଖେଳ କୁହାଯାଏ । ସନ୍ତାନମାନେ ଏହାର ସାକ୍ଷାତ୍କାର ମଧ୍ୟ କରିଛନ୍ତି,
ପୁଣି ଏଇ ଆଖିରେ ମଧ୍ୟ ଦେଖିବେ । ତେବେ ବିନାଶ ପୂର୍ବରୁ ବାବାଙ୍କୁ ମନେପକାଇବାକୁ ହେବ,
ଯାହାଦ୍ୱାରା ଆତ୍ମା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ବାବା ନୂଆ ଦୁନିଆ ସ୍ଥାପନ କରିବା
ପାଇଁ ତୁମକୁ ପ୍ରସ୍ତୁତ କରୁଛନ୍ତି । ରାଜଧାନୀ ସମ୍ପୂର୍ଣ୍ଣ ସ୍ଥାପନ ହୋଇଗଲେ ପୁଣି ବିନାଶ ହେବ ।
ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ବିଷ୍ଣୁପୁରୀକୁ ଯିବା ପାଇଁ ନିଜକୁ ଯୋଗ୍ୟ କରିବାକୁ ପଡିବ । ସମ୍ପୂର୍ଣ୍ଣ ପାବନ ହେବାକୁ ପଡିବ,
ଅଶୁଦ୍ଧ ଖାଦ୍ୟ ପାନୀୟ ସବୁ ତ୍ୟାଗ କରିବାକୁ ହେବ । ବିନାଶ ପୂର୍ବରୁ ନିଜର ସବୁକିଛି ସଫଳ କରିବାକୁ
ହେବ ।
(୨) ଶୀଘ୍ର ଶୀଘ୍ର
ପାଠପଢି ବୁଦ୍ଧିମାନ ହେବାକୁ ପଡିବ । କୌଣସି ପ୍ରକାରର ବିକର୍ମ ନ ହେଉ, ସେଥିପ୍ରତି ଧ୍ୟାନ ଦେବାକୁ
ପଡିବ ।
ବରଦାନ:-
ଅଭିଯୋଗକୁ ଯୋଗରେ
ପରିବର୍ତ୍ତନ କରୁଥିବା ସ୍ୱତଃ ଏବଂ ନିରନ୍ତର ଯୋଗୀ ହୁଅ ।
ସଂଗମଯୁଗର ବିଶେଷତା ହେଲା
ଏବେ ଏବେ ପୁରୁଷାର୍ଥ କର, ଏବେ ଏବେ ପ୍ରତ୍ୟକ୍ଷ ଫଳ ପାଅ । ଏବେ ସ୍ମୃତି ସ୍ୱରୂପ ହୁଅ, ଏବେ
ପ୍ରାପ୍ତିର ଅନୁଭବ କର । ଭବିଷ୍ୟତର ଗ୍ୟାରେଣ୍ଟି ତ ନିଶ୍ଚିତ ରହିଛି କିନ୍ତୁ ଭବିଷ୍ୟତ ଠାରୁ
ଶ୍ରେଷ୍ଠ ଭାଗ୍ୟ ବର୍ତ୍ତମାନ ହିଁ ପ୍ରାପ୍ତ କରୁଛ । ଯଦି ଏହି ଭାଗ୍ୟର ସ୍ମୃତିରେ ରହିବ ତେବେ
ତୁମର ଯୋଗ ସ୍ୱତଃ ହିଁ ଲାଗି ରହିବ । ତେବେ ଯେଉଁଠି ଯୋଗ ଅଛି ସେଠାରେ ଅଭିଯୋଗ ନାହିଁ । କ’ଣ
କରିବି, କିପରି କରିବି, ଏହା ମୋ’ ଦ୍ୱାରା ହେଉ ନାହିଁ, ଟିକିଏ ସାହାଯ୍ୟ କରିଦିଅ - ଏ ସବୁ ହେଉଛି
ଅଭିଯୋଗ । ତେଣୁ ଅଭିଯୋଗ କରିବା ଛାଡି ସ୍ୱତଃ ଯୋଗୀ ନିରନ୍ତର ଯୋଗୀ ହୁଅ ।
ସ୍ଲୋଗାନ:-
ଯେଉଁମାନେ ନିଜକୁ
ଅତିଥି ମନେ କରି ଚାଲିଥାଆନ୍ତି, ସେହିମାନେ ହିଁ ମହାନ ସ୍ଥିତିର ଅନୁଭବ କରିଥାଆନ୍ତି ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ସଂଗଠନର ବଳ, ସ୍ନେହର ବଳ,
ପରସ୍ପରକୁ ସହଯୋଗ ଦେବାର ବଳ ଏବଂ ସହନଶୀଳତାର ବଳ ଜମା କରିଚାଲିଲେ ମାୟା କେବେ ବି ଆକ୍ରମଣ
କରିପାରିବ ନାହିଁ, ଏବଂ ଜୟଜୟକାର ଶବ୍ଦ ଶୁଣାଯିବ । ଯେତେବେଳେ ଏତେ ସବୁ ଆତ୍ମା ଅନେକ ହୋଇଥିଲେ
ମଧ୍ୟ ଏକଭଳି ଦେଖାଯିବେ, ଏକ୍ ଅର୍ଥାତ୍ ଜଣଙ୍କର ହିଁ ଲଗନରେ ମଗନ ରହିଥିବାର ଦେଖାଯିବେ ଏବଂ ଏକରସ
ସ୍ଥିତିରେ ସ୍ଥିତ ରହିଥିବେ, ସେତେବେଳେ ହିଁ ପ୍ରତ୍ୟକ୍ଷତାର ଚିହ୍ନ ଦେଖିବାକୁ ମିଳିବ । ତେଣୁ
ତୁମମାନଙ୍କର ପ୍ରତିଜ୍ଞା ହିଁ ପ୍ରତ୍ୟକ୍ଷତାକୁ ପାଖକୁ ନେଇ ଆସିବ ।