17.03.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଶିକ୍ଷା
ହିଁ ଆୟ ବା ଆୟର ପନ୍ଥା ଅଟେ, ତେଣୁ ଏହି ଶିକ୍ଷା ଆଧାରରେ ହିଁ ତୁମକୁ ୨୧ ଜନ୍ମ ପାଇଁ ସମ୍ପତ୍ତି
ଜମା କରିବାକୁ ହେବ ।”
ପ୍ରଶ୍ନ:-
ଯେଉଁ
ପିଲାମାନଙ୍କ ଉପରେ ବୃହସ୍ପତିର ଦଶା ଥିବ ସେମାନଙ୍କର ଲକ୍ଷଣ କ’ଣ ଦେଖାଯିବ?
ଉତ୍ତର:-
ସେମାନଙ୍କର ପୁରା ପୁରା ଧ୍ୟାନ ଶ୍ରୀମତ ଉପରେ ଥିବ । ସେମାନେ ପାଠପଢାକୁ ଭଲ ଭାବରେ ପଢ଼ୁଥିବେ ।
କେବେ ବି ଫେଲ୍ ହେବେ ନାହିଁ । ଯେଉଁମାନେ ଶ୍ରୀମତର ଉଲଙ୍ଘନ କରନ୍ତି ସେହିମାନେ ହିଁ ପାଠପଢ଼ାରେ
ଫେଲ୍ ହୁଅନ୍ତି, ସେମାନଙ୍କ ଉପରେ ରାହୁର ଦଶା ପଡିଯାଏ । ଏବେ ତୁମମାନଙ୍କ ଉପରେ ବୃକ୍ଷପତି
ବାବାଙ୍କ ଦ୍ୱାରା ବୃହସ୍ପତିର ଦଶା ପଡିଛି ।
ଗୀତ:-
ଇସ୍ ପାପ କି
ଦୁନିଆ ସେ...
ଓମ୍ ଶାନ୍ତି ।
ଏହା ହିଁ
ପାପାତ୍ମାମାନଙ୍କ ଆର୍ତ୍ତନାଦ । ତୁମେ ଏବେ ବାବାଙ୍କୁ ଡାକୁନାହଁ କାରଣ ତୁମେ ପବିତ୍ର ହେଉଛ । ଏହା
ଧାରଣ କରିବା ଯୋଗ୍ୟ କଥା ଅଟେ । ଏହି ଜ୍ଞାନ ବହୁତ ଶ୍ରେଷ୍ଠ ସମ୍ପତ୍ତି ଅଟେ । ଯେପରି ସ୍କୁଲ୍ର
ପାଠପଢା ମଧ୍ୟ ସମ୍ପତ୍ତି ଅଟେ ନା । ପାଠପଢ଼ା ଦ୍ୱାରା ଶରୀର ନିର୍ବାହ ହୋଇଥାଏ । ପିଲାମାନେ
ଜାଣିଛନ୍ତି ଆମକୁ ଭଗବାନ ପଢ଼ାଉଛନ୍ତି । ଏହା ବହୁତ ଶ୍ରେଷ୍ଠ ରୋଜଗାର ଅଟେ କାରଣ ପାଠପଢାର ଲକ୍ଷ୍ୟ
ଓ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି । ଏହା ଏକମାତ୍ର ସଚ୍ଚା ସତ୍ସଙ୍ଗ ଅଟେ । ଯାହାକି ସାରା କଳ୍ପରେ
ଏଭଳି ସତ୍ସଙ୍ଗ ଥରେ ମାତ୍ର ହୁଏ । ଯେତେବେଳେ ସମସ୍ତେ ଡାକିଥାନ୍ତି ହେ ପତିତ ପାବନ ଆସ । ଏବେ
ସେମାନେ ଡାକି ଚାଲିଛନ୍ତି, କିନ୍ତୁ ପତିତ-ପାବନ ଏଠାରେ ତୁମ ସମ୍ମୁଖରେ ବସିଛନ୍ତି । ତୁମେମାନେ
ଜାଣିଛ ଆମେ ନୂଆ ଦୁନିଆ ପାଇଁ ପୁରୁଷାର୍ଥ କରୁଛୁ, ଯେଉଁଠି ଦୁଃଖର ଚିହ୍ନ ବର୍ଣ୍ଣ ନ ଥିବ । ତୁମକୁ
ସ୍ୱର୍ଗରେ ହିଁ ଶାନ୍ତି ମିଳିଥାଏ । ନର୍କରେ କ’ଣ ଶାନ୍ତି ଅଛି? ଏହା ତ’ ବିଷର ସାଗର, କଳିଯୁଗ ଅଟେ
ନା । ସମସ୍ତେ ଦୁଃଖୀ ହିଁ ଦୁଃଖୀ ଅଟନ୍ତି । ଭ୍ରଷ୍ଟାଚାରରୁ ଜନ୍ମ ନେଇଛନ୍ତି ସେଥିପାଇଁ ଆତ୍ମା
ଡାକୁଛି - ବାବା ଆମେ ପତିତ ହୋଇଯାଇଛୁ । ପବିତ୍ର ହେବା ପାଇଁ ଗଙ୍ଗାସ୍ନାନ କରିବାକୁ ଯାଇଥାଆନ୍ତି
। ଆଚ୍ଛା, ସ୍ନାନ କରିବା ପରେ ତ’ ପବିତ୍ର ହୋଇଯିବା ଉଚିତ୍ । ତଥାପି ବାରମ୍ବାର ଧକ୍କା କାହିଁକି
ଖାଉଛନ୍ତି ଅର୍ଥାତ୍ ଅନେକ ତୀର୍ଥ କାହିଁକି କରୁଛନ୍ତି? ଧକ୍କା ଖାଇ ସିଢ଼ି ତଳକୁ ଖସି ଖସି ପାପ
ଆତ୍ମା ହୋଇଯାଇଛନ୍ତି । ୮୪ ଜନ୍ମର ରହସ୍ୟ ତୁମମାନଙ୍କୁ ବାବା ହିଁ ବସି ବୁଝାଉଛନ୍ତି । ଅନ୍ୟ
ଧର୍ମାବଲମ୍ବୀ ତ’ ୮୪ ଜନ୍ମ ନିଅନ୍ତି ନାହିଁ । ତୁମ ପାଖରେ ଏହି ୮୪ ଜନ୍ମର ଚିତ୍ର ବହୁତ ଭଲ ତିଆରି
ହୋଇ ରହିଛି । ଗୀତାରେ ମଧ୍ୟ କଳ୍ପ ବୃକ୍ଷର ଚିତ୍ର ଅଛି । ପରନ୍ତୁ ଭଗବାନ ଗୀତା କେବେ ଶୁଣାଇଲେ,
ଭଗବାନ ଆସି କ’ଣ କଲେ, ଏହା କିଛି ଜାଣନ୍ତି ନାହିଁ । ଅନ୍ୟ ଧର୍ମାବଲମ୍ବୀ ନିଜ ନିଜର ଶାସ୍ତ୍ରକୁ
ଜାଣନ୍ତି, ଭାରତବାସୀ ବିଲ୍କୁଲ୍ ଜାଣିନାହାଁନ୍ତି । ବାବା କହୁଛନ୍ତି ମୁଁ ସଙ୍ଗମଯୁଗରେ ହିଁ
ସ୍ୱର୍ଗର ସ୍ଥାପନା କରିବାକୁ ଆସିଥାଏ । ଡ୍ରାମାରେ କିଛି ପରିବର୍ତ୍ତନ ହୋଇପାରିବ ନାହିଁ ।
ଯାହାକିଛି ଡ୍ରାମାରେ ନିର୍ଦ୍ଧାରିତ ହୋଇଛି, ତାହା ଠିକ୍ ସେହିପରି ହେବ । ଏପରି ନୁହେଁ, ହୋଇସାରି
ପୁଣି ବଦଳିଯିବ । ତୁମମାନଙ୍କ ବୁଦ୍ଧିରେ ଡ୍ରାମାର ଜ୍ଞାନ ପୂର୍ଣ୍ଣ ରୂପେ ରହିଛି । ୮୪ର ଚକ୍ରରୁ
ତୁମେ କେବେ ମୁକ୍ତ ହୋଇପାରିବ ନାହିଁ ଅର୍ଥାତ୍ ଏହି ଦୁନିଆ କେବେ ସମାପ୍ତ ହୋଇପାରିବ ନାହିଁ ।
ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହୋଇ ଚାଲିଛି । ଏହି ୮୪ର ଚକ୍ର (ସିଢ଼ି ଚିତ୍ର) ବହୁତ
ଜରୁରୀ । ତ୍ରିମୂର୍ତ୍ତି ଓ ଗୋଲା (ସୃଷ୍ଟିଚକ୍ର) ତ ମୁଖ୍ୟ ଚିତ୍ର ଅଟେ । ସୃଷ୍ଟିଚକ୍ରରେ ସ୍ପଷ୍ଟ
ଭାବରେ ଦେଖାଯାଇଛି - ପ୍ରତ୍ୟେକ ଯୁଗ ୧୨୫୦ ବର୍ଷର ଅଟେ । ଏହା ଯେପରି ଅନ୍ଧମାନଙ୍କ ଆଗରେ ଆଇନା
ସଦୃଶ । ୮୪ ଜନ୍ମପତ୍ରୀର ଆଇନା । ବାବା ତୁମମାନଙ୍କର ଦଶା ବର୍ଣ୍ଣନା କରୁଛନ୍ତି । ବାବା ତୁମକୁ
ବେହଦର ଅର୍ଥାତ୍ ପୁରା କଳ୍ପର ଦଶା ବତାଉଛନ୍ତି । ଏବେ ତୁମମାନଙ୍କ ଉପରେ ବୃହସ୍ପତିର ଅବିନାଶୀ ଦଶା
ପଡିଛି । ତା’ପରେ ପାଠପଢ଼ା ଉପରେ ସବୁ ନିର୍ଭର କରେ । କାହା ଉପରେ ବୃହସ୍ପତିର, କାହା ଉପରେ
ଶୁକ୍ରର, କାହା ଉପରେ ରାହୁର ଦଶା ପଡିଛି । ଯିଏ ଫେଲ୍ ହୁଅନ୍ତି ତାଙ୍କ ପାଇଁ ରାହୁ ଦଶା କୁହାଯାଏ
। ଏଠାରେ ମଧ୍ୟ ସେହିପରି । ଯେଉଁମାନେ ଶ୍ରୀମତରେ ଚାଲନ୍ତି ନାହିଁ ତାଙ୍କ ଉପରେ ରାହୁର ଅବିନାଶୀ
ଦଶା ପଡିଯାଏ । ଯିଏ ଶ୍ରୀମତରେ ଚାଲିବ ତାଙ୍କ ପାଇଁ ବୃହସ୍ପତିର ଅବିନାଶୀ ଦଶା, ଏହା ପୁଣି ରାହୁର
ଦଶା ହୋଇଯାଉଛି । ପିଲାମାନଙ୍କୁ ପାଠପଢ଼ା ପ୍ରତି ପୁରା ଧ୍ୟାନ ଦେବା ଦରକାର, ଏଥିରେ କିଛି ବାହାନା
କରିବାର ନାହିଁ । କହିଥା’ନ୍ତି ସେଣ୍ଟର ଦୂରରେ, ଏପରି ଅସୁବିଧା ଅଛି..... ଚାଲି ଚାଲି ଗଲେ ଯଦି
୬ ଘଣ୍ଟା ବି ଲାଗିବ ତେବେ ବି ସେବାକେନ୍ଦ୍ରରେ ପହଞ୍ଚିବା ଦରକାର । ଲୋକମାନେ ତୀର୍ଥଯାତ୍ରାରେ
ଯାଆନ୍ତି, କେତେ ଧକ୍କା ଖାଇଥା’ନ୍ତି । ଆଗରୁ ବହୁତ ଚାଲି ଚାଲି ଯାଉଥିଲେ, ବଳଦ ଗାଡିରେ ବି
ଯାଉଥିଲେ । ଏହା ତ’ ଗୋଟିଏ ସହରର କଥା । ଏହା ବାବାଙ୍କର କେତେ ବଡ ବିଶ୍ୱ ବିଦ୍ୟାଳୟ ଅଟେ, ଯେଉଁଠି
ତୁମେ ଏହିଭଳି ଲକ୍ଷ୍ମୀ ନାରାୟଣ ହେଉଛ । ଏପରି ଉଚ୍ଚ ପାଠପଢା ପାଇଁ କେହି ଯଦି କହିବେ ଦୂର
ହୋଇଯାଉଛି ବା ସମୟ ହେଉନାହିଁ! ବାବା କ’ଣ କହିବେ? କହିବେ ଏହି ପିଲା ତ’ ଯୋଗ୍ୟ ନୁହେଁ । ବାବା
ଉଚ୍ଚକୁ ଚଢ଼ାଇବାକୁ ଆସିଛନ୍ତି, ଇଏ ତ ନିଜର ସତ୍ୟାନାଶ କରିଦେଉଛି । ଶ୍ରୀମତ କହୁଛି - ପବିତ୍ର
ହୁଅ, ଦୈବୀଗୁଣ ଧାରଣ କର । ପତିପତ୍ନୀ ଏକାଠି ରହି ମଧ୍ୟ ବିକାରୀ ହୁଅ ନାହିଁ । ମଝିରେ
ଜ୍ଞାନ-ଯୋଗର ଖଣ୍ଡା ଅର୍ଥାତ୍ ବଳ ରହିଛି । ଆମକୁ ତ ପବିତ୍ର ଦୁନିଆର ମାଲିକ ହେବାର ଅଛି । ଏବେ
ତ’ ପତିତ ଦୁନିଆର ମାଲିକ ଅଟ । ସେହି ଦେବତାମାନେ ଦ୍ୱି-ମୁକୁଟଧାରୀ ଥିଲେ ପୁଣି ଅଧାକଳ୍ପ ପରେ
ପବିତ୍ରତାର ମୁକୁଟ ହଟିଯାଏ । ବର୍ତ୍ତମାନ କାହା ମସ୍ତକରେ ଲାଇଟ୍ର ମୁକୁଟ ନାହିଁ । କେବଳ ଯିଏ
ଧର୍ମସ୍ଥାପକ ଅଟନ୍ତି, ତାଙ୍କ ମସ୍ତକରେ ଥାଇପାରେ କାରଣ ସେମାନେ ପବିତ୍ର ଆତ୍ମା, ଶରୀରରେ ଆସି
ପ୍ରବେଶ କରିଥା’ନ୍ତି । ଏହି ଭାରତ, ଯେଉଁଠି ଦ୍ୱି-ମୁକୁଟଧାରୀ ମଧ୍ୟ ଥିଲେ, ଗୋଟିଏ ମୁକୁଟଧାରୀ
ମଧ୍ୟ ଥିଲେ । ଏ ପର୍ଯ୍ୟନ୍ତ ମଧ୍ୟ ଦ୍ୱି-ମୁକୁଟଧାରୀଙ୍କ ଆଗରେ ଗୋଟିଏ ମୁକୁଟଧାରୀ ମୁଣ୍ଡ
ନୁଆଁଉଛନ୍ତି କାରଣ ସେମାନେ ହେଉଛନ୍ତି ପବିତ୍ର ମହାରାଜା-ମହାରାଣୀ । ମହାରାଜାମାନେ
ରାଜାମାନଙ୍କଠାରୁ ବଡ, ତାଙ୍କ ପାଖରେ ବଡ ବଡ ଜାଗୀର ଅର୍ଥାତ୍ ଭୂସମ୍ପତ୍ତିର ମାଲିକାନା ଥାଏ ।
ସଭାରେ ମଧ୍ୟ ମହାରାଜାମାନେ ଆଗରେ ଓ ରାଜାମାନେ କ୍ରମାନୁସାରେ ପଛରେ ବସନ୍ତି । ନିୟମାନୁସାରେ
ସେମାନଙ୍କର ଦରବାର ଲାଗେ । ଏହା ମଧ୍ୟ ଈଶ୍ୱରୀୟ ଦରବାର ଅଟେ, ଏହାକୁ ଇନ୍ଦ୍ରସଭା ମଧ୍ୟ କୁହାଯାଏ
। ତୁମେ ଜ୍ଞାନ ଦ୍ୱାରା ପରୀ ହେଉଛ । ସୁନ୍ଦରକୁ ପରୀ କୁହାଯାଏ ନା! ରାଧା-କୃଷ୍ଣଙ୍କର ବାସ୍ତବିକ
ସୁନ୍ଦରତା ଅଛି ନା, ସେଥିପାଇଁ ତାଙ୍କୁ ସୁନ୍ଦର କୁହାଯାଏ । ତା’ପରେ ଯେତେବେଳେ କାମଚିତା ଉପରେ
ବସନ୍ତି ବା ବିକାରୀ ହୁଅନ୍ତି, ସେମାନେ ମଧ୍ୟ ଭିନ୍ନ ନାମ-ରୂପରେ ଶ୍ୟାମଳ ହୁଅନ୍ତି । ଶାସ୍ତ୍ରରେ
ଏସବୁ କିଛି କଥା ନାହିଁ । ଜ୍ଞାନ, ଭକ୍ତି ଓ ବୈରାଗ୍ୟ, ତିନୋଟି ଜିନିଷ ଅଛି । ଜ୍ଞାନ ସର୍ବୋଚ୍ଚ
ଅଟେ । ତୁମେ ଏବେ ଜ୍ଞାନ ପ୍ରାପ୍ତ କରୁଛ । ତୁମକୁ ଭକ୍ତିରୁ ବୈରାଗ୍ୟ ଆସିଛି । ଏହି ସାରା
ତମଃପ୍ରଧାନ ଦୁନିଆ ଏବେ ବିନାଶ ହେବାକୁ ଯାଉଛି ତେଣୁ ତା’ପ୍ରତି ବୈରାଗ୍ୟ ଆସୁଛି । ଯେତେବେଳେ
ନୂଆ ଘର ତିଆରି କରନ୍ତି ତ ପୁରୁଣାରୁ ବୈରାଗ୍ୟ ଆସିଯାଏ ନା । ତାହା ହେଲା ଲୌକିକ ଘରର କଥା, ଏହା
ପୁରା ଦୁନିଆର କଥା । ଏବେ ବୁଦ୍ଧି ନୂଆ ଦୁନିଆ ଆଡକୁ ରହିଛି । ଏହା ହେଲା ପୁରୁଣା ଦୁନିଆ ନର୍କ,
ସତ୍ୟଯୁଗ-ତ୍ରେତାକୁ କୁହାଯାଏ ଶିବାଳୟ । ଶିବବାବା ସ୍ଥାପନା କରିଛନ୍ତି ନା । ଏହି ବୈଶ୍ୟାଳୟରୁ
ଏବେ ତୁମକୁ ଘୃଣା ଆସୁଛି । କାହା କାହାକୁ ଘୃଣା ଲାଗୁ ନାହିଁ । ବିବାହ କରି ନିଜକୁ ବରବାଦ କରି
ନର୍ଦ୍ଦମାରେ ପଡିବାକୁ ଚାହୁଁଛନ୍ତି । ମନୁଷ୍ୟମାନେ ତ ସମସ୍ତେ ବିଷୟ ବୈତରଣୀ ନଦୀରେ ଅଛନ୍ତି,
ଆବର୍ଜନାରେ ପଡିଛନ୍ତି । ପରସ୍ପରକୁ ଦୁଃଖ ଦେଉଛନ୍ତି । ଗାୟନ ରହିଛି ଅମୃତ ଛାଡି ବିଷ କାହିଁକି
ଖାଇଲ । ଯାହା କିଛି କହୁଛନ୍ତି ତା’ର ଅର୍ଥ ବୁଝି ନାହାଁନ୍ତି । ତୁମମାନଙ୍କ ମଧ୍ୟରେ ବି
କ୍ରମାନୁସାରେ ଅଛନ୍ତି । ବୁଦ୍ଧିବାନ୍ ଶିକ୍ଷକ ଦେଖିବା ମାତ୍ରେ ବୁଝିଯିବେ ଯେ ଏହି ଛାତ୍ରଙ୍କ
ବୁଦ୍ଧି କେଉଁଆଡେ ଘୂରୁଛି, କ୍ଲାସ୍ ମଝିରେ କେହି ହାଇ ମାରୁଛନ୍ତି ବା ଢୁଳାଉଛନ୍ତି, ତ ବୁଝାଯାଏ
ଏହାଙ୍କର ବୁଦ୍ଧି କେଉଁଠି ଘରଦ୍ୱାର ବା ବ୍ୟବସାୟ ଆଡେ ଘୂରୁଛି । ହାଇ ମାରିବା କ୍ଳାନ୍ତିର ମଧ୍ୟ
ଲକ୍ଷଣ ଅଟେ । ବ୍ୟବସାୟରେ ରୋଜଗାର ହେଉଥିଲେ ରାତି ୧-୨ ପର୍ଯ୍ୟନ୍ତ ବି ବସି ରହନ୍ତି, କେବେ ହାଇ
ଆସେ ନାହିଁ । ଏଠାରେ ବାବା ତ’ କେତେ ସମ୍ପତ୍ତି ଦେଉଛନ୍ତି । ହାଇ ମାରିବା କ୍ଷତି ହେବାର ଲକ୍ଷଣ
। ଦେବାଳିଆ ଲୋକ ଅଣନିଶ୍ୱାସୀ ହୋଇ ବହୁତ ହାଇ ମାରନ୍ତି । ତୁମକୁ ତ’ ସମ୍ପତ୍ତି ପରେ ସମ୍ପତ୍ତି
ମିଳି ଚାଲୁଛି ତେବେ କେତେ ଧ୍ୟାନ ଦେବା ଦରକାର । ପାଠପଢ଼ା ସମୟରେ କେହି ହାଇ ମାରିଲେ ବୁଦ୍ଧିବାନ
ଶିକ୍ଷକ ବୁଝିଯିବେ ଯେ ୟାଙ୍କ ବୁଦ୍ଧିଯୋଗ ଅନ୍ୟ କୁଆଡେ ଘୂରୁଛି । ଏଠାରେ ବସି ମଧ୍ୟ ଘରଦ୍ୱାର
ମନେପଡିବ, ପିଲାମାନଙ୍କୁ ମନେପକାଇବେ । ଏଠାରେ ତୁମକୁ ଭଟ୍ଟୀରେ ଅର୍ଥାତ୍ ଜ୍ଞାନ ଯୋଗର ଭାଟୀରେ
ରହିବାକୁ ପଡେ, ଯେପରି ଅନ୍ୟ କେହି ମନେ ନ ପଡନ୍ତୁ । ଧରିନିଅ କେହି ୬ ଦିନ ଭଟ୍ଟୀରେ ରହିଲେ, ଶେଷ
ଦିନ କେହି ମନେ ପଡିଲେ, ତାଙ୍କ ପାଖକୁ ଚିଠି ଲେଖିଲେ ତେବେ ଫେଲ୍ ହୋଇଗଲେ ନା । ବାବା କହିବେ ପୁଣି
ଥରେ ୭ ଦିନ ପାଇଁ ଆରମ୍ଭ କର । ୭ ଦିନ ଭଟ୍ଟୀରେ ରଖାଯାଏ ଯାହାଦ୍ୱାରା ସବୁ ରୋଗ ବାହାରିଯିବ ।
ତୁମେ ଅଧାକଳ୍ପର ମହାନ୍ ରୋଗୀ ଅଟ । ବସି ବସି ଅକାଳ ମୃତ୍ୟୁ ହୋଇଯାଉଛି । ସତ୍ୟଯୁଗରେ ଏପରି କେବେ
ହୁଏ ନାହିଁ । ଏଠାରେ ତ’ କିଛି ନା କିଛି ରୋଗ ନିଶ୍ଚିତ ଅଛି । ମରିବା ବେଳେ ରୋଗରେ ଚିତ୍କାର
କରନ୍ତି । ସ୍ୱର୍ଗରେ ଟିକେ ବି ଦୁଃଖ ହୁଏ ନାହିଁ । ସେଠାରେ ତ’ ଠିକ୍ ସମୟରେ ଜାଣିପାରନ୍ତି - ଏବେ
ସମୟ ପୁରା ହେଲା, ମୁଁ ଏହି ଶରୀର ତ୍ୟାଗ କରି ଛୋଟ ପିଲା ହେବି । ଏଠାରେ ବି ତୁମକୁ ସାକ୍ଷାତ୍କାର
ହେବ କି ଏହା ହେବାକୁ ଯାଉଛି । ବହୁ ଜଣଙ୍କୁ ଏପରି ମଧ୍ୟ ସାକ୍ଷାତ୍କାର ହୋଇଥାଏ । ଜ୍ଞାନ ଆଧାରରେ
ମଧ୍ୟ ଜାଣନ୍ତି ଯେ ମୁଁ ଭିକାରୀରୁ ରାଜକୁମାର ହେବାକୁ ଯାଉଛି । ରାଧା କୃଷ୍ଣ ହେବା ହିଁ ଆମର
ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅଟେ, ଲକ୍ଷ୍ମୀ-ନାରାୟଣ ନୁହେଁ, ରାଧା-କୃଷ୍ଣ ହିଁ ଆମର ଲକ୍ଷ୍ୟ ଏବଂ
ଉଦ୍ଦେଶ୍ୟ, କାରଣ ପୁରା ୫ ହଜାର ବର୍ଷ ତ’ ଏହାଙ୍କ ପାଇଁ କୁହାଯିବ । ଲକ୍ଷ୍ମୀ ନାରାୟଣଙ୍କର ତ’
ତଥାପି ୨୦-୨୫ ବର୍ଷ କମ୍ ହୋଇଯାଉଛି ସେଥିପାଇଁ କୃଷ୍ଣଙ୍କ ମହିମା ଅଧିକ ରହିଛି । ଏହା ମଧ୍ୟ କେହି
ଜାଣିନାହାନ୍ତି ଯେ ରାଧା କୃଷ୍ଣ ହିଁ ସେହି ଲକ୍ଷ୍ମୀ-ନାରାୟଣ ହୁଅନ୍ତି । ଏବେ ତୁମେମାନେ
ବୁଝିଯାଇଛ, ଏହା ପାଠପଢ଼ା ଅଟେ । ପ୍ରତି ଗାଁ ଗାଁରେ ସେଣ୍ଟର ଖୋଲିଚାଲ । ଏହା ତୁମର ବିଶ୍ୱ
ବିଦ୍ୟାଳୟ ସହ ହସ୍ପିଟାଲ୍ (ଡାକ୍ତରଖାନା) ଅଟେ । ଏଥିପାଇଁ କେବଳ ୩ ପାଦ ପୃଥିବୀ (ଛୋଟିଆ
ସ୍ଥାନଟିଏ) ଦରକାର । ଆଶ୍ଚର୍ଯ୍ୟ ଅଟେ ନା । ଯାହାଙ୍କ ଭାଗ୍ୟରେ ଅଛି ସେମାନେ ନିଜର କୋଠରୀରେ
ମଧ୍ୟ ଗୀତା ପାଠଶାଳା ଖୋଲିଦିଅନ୍ତି । ଏଠାରେ ଯେଉଁମାନେ ବହୁତ ପଇସାବାଲା ଅଛନ୍ତି ସେମାନଙ୍କର
ପଇସା ତ ସବୁ ମାଟିରେ ମିଶିଯିବ । ତୁମେ ୨୧ ଜନ୍ମ ପାଇଁ ବାବାଙ୍କଠାରୁ ସମ୍ପତ୍ତି ନେଉଛ । ବାବା
ନିଜେ କହୁଛନ୍ତି - ଏହି ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ବୁଦ୍ଧିର ଯୋଗ ସେଠାରେ ଲଗାଅ, କର୍ମ
କରି ମଧ୍ୟ ଏହି ଅଭ୍ୟାସ କର । ସବୁ କଥା ଦେଖିବାକୁ ପଡେ ନା । ତୁମକୁ ଏବେ ଅଭ୍ୟାସ କରାଯାଉଛି ।
ବାବା ବୁଝାଉଛନ୍ତି ସର୍ବଦା ଶୁଦ୍ଧ ଓ ଶ୍ରେଷ୍ଠ କର୍ମ କର, କିଛି ଅଶୁଦ୍ଧ କର୍ମ କରନାହିଁ । କିଛି
ବି ରୋଗ ହେଲେ ସର୍ଜନ ବସିଛନ୍ତି ତାଙ୍କଠାରୁ ପରାମର୍ଶ ନିଅ । ପ୍ରତ୍ୟେକଙ୍କର ରୋଗ ଅଲଗା,
ସର୍ଜନଙ୍କ ଠାରୁ ତ’ ଭଲ ପରାମର୍ଶ ମିଳିବ । ତୁମେ ପଚାରିପାରିବ ଏହି ଅବସ୍ଥାରେ କ’ଣ କରିବୁ?
ଧ୍ୟାନ ରଖିବାର ଅଛି ଯେପରି କିଛି ବିକର୍ମ ନ ହୋଇଯାଉଛି ।
ଏହା ମଧ୍ୟ ଗାୟନ କରାଯାଏ
ଯେପରି ଅନ୍ନ ସେପରି ମନ । ମାଂସ କିଣୁଥିବା, ବିକୁଥିବା, ରୋଷେଇ କରୁଥିବା ବ୍ୟକ୍ତିଙ୍କ ଉପରେ
ମଧ୍ୟ ପାପ ଲାଗିଯାଏ । ପତିତ ପାବନ ବାବାଙ୍କୁ କୌଣସି କଥା ଲୁଚାଅ ନାହିଁ । ସର୍ଜନଙ୍କୁ ଲୁଚାଇଲେ
ରୋଗରୁ ମୁକ୍ତ ହୋଇ ପାରିବ ନାହିଁ । ଇଏ ହେଲେ ବେହଦର ଅବିନାଶୀ ସର୍ଜନ । ଏସବୁ କଥାକୁ ଦୁନିଆ ତ’
ଜାଣିନାହିଁ । ତୁମକୁ ଏବେ ଜ୍ଞାନ ମିଳିଛି ତଥାପି ମଧ୍ୟ ଯୋଗଯୁକ୍ତ ସ୍ଥିତି କମ ରହୁଛି । ବିଲ୍କୁଲ୍
ଯୋଗ କରୁନାହାନ୍ତି । ଏହା ତ’ ବାବା ଜାଣନ୍ତି ଯେ କ୍ଷଣିକ ମଧ୍ୟରେ ଯୋଗ ଲାଗିପାରିବ ନାହିଁ ।
କ୍ରମାନୁସାରେ ତ’ ଅଛନ୍ତି ନା । ଯେତେବେଳେ ଯୋଗର ଯାତ୍ରା ସମ୍ପୂର୍ଣ୍ଣ ହେବ ତେବେ କହିବା
କର୍ମାତୀତ ଅବସ୍ଥା ପୁରା ହେଲା, ତା’ପରେ ଲଢ଼େଇ ବି ପୁରା ଲାଗିବ, ସେ ପର୍ଯ୍ୟନ୍ତ କିଛି ନା କିଛି
ଯୁଦ୍ଧ ହେଉଥିବ ପୁଣି ବନ୍ଦ ହୋଇଯାଉଥିବ । ଲଢ଼େଇ ତ କେତେବେଳେ ବି ଲାଗିଯାଇପାରେ । ପରନ୍ତୁ ବିବେକ
କହୁଛି ଯେପର୍ଯ୍ୟନ୍ତ ରାଜ୍ୟ ସ୍ଥାପନ ହୋଇନାହିଁ ସେ ପର୍ଯ୍ୟନ୍ତ ବଡ ଲଢ଼େଇ ଅର୍ଥାତ୍ ବିଶ୍ୱଯୁଦ୍ଧ
ହେବ ନାହିଁ । କିଛି କିଛି ହୋଇ ବନ୍ଦ ହୋଇଯିବ । ଏହା ତ କେହି ଜାଣିନାହାଁନ୍ତି କି ରାଜତ୍ୱ
ସ୍ଥାପନ ହେଉଛି । ସତ୍ତ୍ୱପ୍ରଧାନ, ସତ୍ତ୍ୱ, ରଜଃ, ତମଃ ବୁଦ୍ଧି ତ ଅଛନ୍ତି ନା । ତୁମମାନଙ୍କ
ମଧ୍ୟରେ ବି ସତ୍ତ୍ୱପ୍ରଧାନ ବୁଦ୍ଧିବାଲା ଭଲ ଭାବରେ ବାବାଙ୍କୁ ମନେ ପକାଇବେ । ବ୍ରାହ୍ମଣ ତ’ ଏବେ
ଲକ୍ଷ ଲକ୍ଷ ସଂଖ୍ୟାରେ ହେବେ କିନ୍ତୁ ତାଙ୍କ ମଧ୍ୟରେ ବି ସୁପୁତ୍ର ଏବଂ କୁପୁତ୍ର ଥିବେ ନା ।
ସୁପୁତ୍ର ସନ୍ତାନମାନେ ଭଲ ସେବା କରିବେ, ମା-ବାବାଙ୍କ ମତରେ ଚାଲିବେ । କୁପୁତ୍ର ସନ୍ତାନ ରାବଣ
ମତରେ ଚାଲିବେ । କିଛି ରାବଣ ମତ, କିଛି ରାମଙ୍କ ମତ ଉଭୟ ମତରେ ଛୋଟେଇ-ଛୋଟେଇ ଚାଲିବେ । ପିଲାମାନେ
ତ ଗୀତ ଶୁଣିଲେ । କହୁଛନ୍ତି - ବାବା, ଏପରି ସ୍ଥାନକୁ ନେଇଚାଲ ଯେଉଁଠି ଶାନ୍ତି ଅଛି । ସ୍ୱର୍ଗରେ
ଶାନ୍ତି ହିଁ ଶାନ୍ତି, ଦୁଃଖର ଚିହ୍ନ ବର୍ଣ୍ଣ ନ ଥିବ । ସ୍ୱର୍ଗ ସତ୍ୟଯୁଗକୁ ହିଁ କୁହାଯାଏ । ଏବେ
ତ’ ହେଉଛି କଳିଯୁଗ । ଏଠାରେ ପୁଣି ସ୍ୱର୍ଗ କୁଆଡୁ ଆସିଲା । ତୁମର ବୁଦ୍ଧି ଏବେ ସ୍ୱଚ୍ଛ ହୋଇଯାଉଛି
। ସ୍ୱଚ୍ଛ ବୁଦ୍ଧିବାନମାନଙ୍କୁ ମ୍ଳେଚ୍ଛ ବୁଦ୍ଧି ନମସ୍କାର କରୁଛନ୍ତି । ପବିତ୍ର ରହୁଥିବା
ଆତ୍ମାଙ୍କର ମାନ ରହିଛି । ସନ୍ନ୍ୟାସୀମାନେ ପବିତ୍ର ରହୁଥିବାରୁ ଗୃହସ୍ଥୀମାନେ ତାଙ୍କ ପାଖରେ
ନତମସ୍ତକ ହୁଅନ୍ତି । ସନ୍ନ୍ୟାସୀମାନେ ତ’ ବିକାରରୁ ଜନ୍ମ ନେଇ ପୁଣି ସନ୍ନ୍ୟାସୀ ହେଉଛନ୍ତି ।
ଦେବତାମାନଙ୍କୁ ତ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯାଏ । ସନ୍ନ୍ୟାସୀମାନଙ୍କୁ କେବେ ସମ୍ପୂର୍ଣ୍ଣ
ନିର୍ବିକାରୀ କୁହାଯିବ ନାହିଁ । ତେଣୁ ତୁମମାନଙ୍କ ଭିତରେ ବହୁତ ଖୁସିର ପାରଦ ଚଢ଼ି ରହିବା ଦରକାର
। ସେଥିପାଇଁ କୁହାଯାଏ ଅତିନ୍ଦ୍ରିୟ ସୁଖ ପଚାରିବାର ଅଛି ତ ଗୋପ-ଗୋପୀମାନଙ୍କୁ ପଚାର, ଯିଏକି
ବାବାଙ୍କଠାରୁ ବର୍ସା ନେଉଛନ୍ତି, ପଢ଼ୁଛନ୍ତି । ଏଠାରେ ସମ୍ମୁଖରେ ଶୁଣିଲେ ନିଶା ଚଢିଥାଏ, ତା’ପରେ
କାହାର ସ୍ଥାୟୀ ନିଶା ରହେ, କାହାର ତୁରନ୍ତ ନିଶା ଉତୁରିଯାଏ । ସଙ୍ଗଦୋଷ କାରଣରୁ ନିଶା ସ୍ଥାୟୀ
ରହେନାହିଁ । ତୁମ ସେଣ୍ଟରମାନଙ୍କୁ ଏପରି ବହୁତ ଆସନ୍ତି । ଟିକେ ନିଶା ଚଢ଼ିଲା ତା’ପରେ ବିବାହ
ଆଦିରେ ଯୋଗ ଦେବା ପାଇଁ ଗଲେ, ମଦ, ବିଡି, ସିଗାରେଟ୍ ଆଦି ପିଇଲେ, ଜ୍ଞାନର ନିଶା ଶେଷ ହୋଇଗଲା ।
ସଙ୍ଗଦୋଷ ବହୁତ ଖରାପ ଅଟେ । ହଂସ ଓ ବଗ ଏକାଠି ରହିପାରିବେ ନାହିଁ । ପତି ହଂସ ହେଉଛି ତ ପତ୍ନୀ
ବଗ ହୋଇଯାଉଛି । କେଉଁଠି ପୁଣି ସ୍ତ୍ରୀ ହଂସୀ ହେଉଛି ତ, ପତି ବଗ ହୋଇଯାଉଛି । ପବିତ୍ର ରହିବାକୁ
କହିଲେ ମାଡ ଖାଇବାକୁ ପଡୁଛି । କାହା କାହା ଘରେ ସମସ୍ତେ ହଂସ ଥା’ନ୍ତି ପୁଣି ଚାଲୁ ଚାଲୁ ବଦଳି
ଯାଇ ବଗ ହୋଇଯାଆନ୍ତି । ବାବା ତ’ କହୁଛନ୍ତି ସମସ୍ତେ ନିଜକୁ ସୁଖଦାୟୀ କର । ପିଲାମାନଙ୍କୁ ମଧ୍ୟ
ସୁଖଦାୟୀ କରାଅ । ଏହା ତ’ ଦୁଃଖଧାମ ଅଟେ ନା । ଏବେ ତ ବହୁତ ବିପଦ ଆସିବାର ଅଛି ତା’ପରେ ଦେଖିବ
କିପରି ତ୍ରାହି ତ୍ରାହି କରିବେ । ଆରେ, ବାବା ଆସିଲେ, ମୁଁ ବାବାଙ୍କଠାରୁ ବର୍ସା ପାଇ ପାରିଲି
ନାହିଁ ପୁଣି ତ ବହୁତ ଡେରି ହୋଇଯିବ । ବାବା ସ୍ୱର୍ଗର ରାଜ୍ୟ ଦେବାକୁ ଆସିଛନ୍ତି, ସେମାନେ
ତାହାଙ୍କୁ ହରାଇ ଦେଇଥାଆନ୍ତି ସେଥିପାଇଁ ବାବା ବୁଝାଉଛନ୍ତି ଯେ ବାବାଙ୍କ ପାଖକୁ ସର୍ବଦା ମଜବୁତ
ଆତ୍ମାମାନଙ୍କୁ ନେଇ କରି ଆସ । ଯିଏ ନିଜେ ବୁଝି ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବେ । ବାକି
ଶିବବାବା ଦେଖିବାର ଜିନିଷ ତ’ ନୁହଁନ୍ତି । ଶିବବାବା କ’ଣ ଦେଖାଯାଆନ୍ତି । ନିଜର ଆତ୍ମାକୁ ଦେଖିଛ
କି? କେବଳ ଜାଣିଛ । ସେହିପରି ପରମାତ୍ମାଙ୍କୁ ବି ଜାଣିବାର ଅଛି । ଦିବ୍ୟ ଦୃଷ୍ଟି ବିନା ତାଙ୍କୁ
ଦେଖିହୁଏ ନାହିଁ । ଦିବ୍ୟ ଦୃଷ୍ଟିରେ ଏବେ ତୁମେ ସତ୍ୟଯୁଗ ଦେଖୁଛ ତା’ପରେ ସେଠାକୁ ପୁଣି ସାକାରରେ
ଯିବାକୁ ହେବ । କଳିଯୁଗ ସେତେବେଳେ ବିନାଶ ହେବ ଯେତେବେଳେ ତୁମେମାନେ କର୍ମାତୀତ ଅବସ୍ଥାକୁ
ପ୍ରାପ୍ତ କରିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ପୁରୁଣା
ଦୁନିଆକୁ ଦେଖୁଥିଲେ ମଧ୍ୟ ବୁଦ୍ଧିର ଯୋଗ ବାବା ବା ନୂଆ ଦୁନିଆ ସହିତ ଲାଗି ରହୁ । ସର୍ବଦା ଧ୍ୟାନ
ରହୁ ଯେ - କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କୌଣସି ବିକର୍ମ ନ ହେଉ । ସେଥିପାଇଁ ସଦା ସର୍ବଦା
ଶୁଦ୍ଧ କର୍ମ କରିବାକୁ ହେବ, ଭିତରେ ଯଦି କୌଣସି ବିକାର ରୂପୀ ବେମାରୀ ଅଛି ତେବେ ଆତ୍ମିକ ସର୍ଜନ
ବାବାଙ୍କର ମତ ନେବାକୁ ହେବ ।
(୨) ସଙ୍ଗଦୋଷ ବହୁତ
ଖରାପ, ତେଣୁ ସେଥିରୁ ନିଜକୁ ବହୁତ ବହୁତ ଦୂରେଇ ରଖିବାକୁ ହେବ । ନିଜକୁ ଏବଂ ଈଶ୍ୱରୀୟ ପରିବାରକୁ
ସୁଖଦାୟୀ କରିବାକୁ ହେବ । ପାଠପଢ଼ା ପାଇଁ କେବେ ବାହାନା କରିବାର ନାହିଁ ।
ବରଦାନ:-
ଶ୍ରେଷ୍ଠ ଭାବନା
ଆଧାରରେ ସମସ୍ତଙ୍କୁ ଶାନ୍ତିର ଏବଂ ଶକ୍ତିର କିରଣ ପ୍ରଦାନ କରୁଥିବା ବିଶ୍ୱ କଲ୍ୟାଣକାରୀ ଭବ ।
ଯେପରି ବାବାଙ୍କର
ସଂକଳ୍ପରେ, ବାଣୀରେ, ନୟନରେ ସର୍ବଦା କଲ୍ୟାଣର ଭାବନା ବା କାମନା ଭରି ରହିଛି ସେହିପରି
ତୁମମାନଙ୍କର ସଂକଳ୍ପରେ ମଧ୍ୟ ବିଶ୍ୱ କଲ୍ୟାଣର ଭାବନା ବା କାମନା ଭରି ରହୁ । ଯେ କୌଣସି କାର୍ଯ୍ୟ
କରୁଥିଲେ ମଧ୍ୟ ବିଶ୍ୱର ସର୍ବ ଆତ୍ମାମାନଙ୍କୁ ସମ୍ମୁଖରେ ଦେଖୁଥାଅ । ମାଷ୍ଟର ଜ୍ଞାନ ସୂର୍ଯ୍ୟ
ହୋଇ ଶୁଭଭାବନା ବା ଶ୍ରେଷ୍ଠ କାମନା ଆଧାରରେ ଶାନ୍ତିର ବା ଶକ୍ତିର କିରଣ ଦେଇଚାଲ - ତେବେ
କୁହାଯିବ ବିଶ୍ୱ କଲ୍ୟାଣକାରୀ । କିନ୍ତୁ ସେଥିପାଇଁ ପ୍ରଥମେ ସର୍ବ ବନ୍ଧନଠାରୁ ମୁକ୍ତ ସ୍ୱତନ୍ତ୍ର
ଆତ୍ମା ହୁଅ ।
ସ୍ଲୋଗାନ:-
ମୁଁ ପଣିଆ ଏବଂ
ମୋ’ର ପଣିଆ - ଏହି ଦୁଇଟି ହିଁ ଦେହ ଅଭିମାନର ଦ୍ୱାର ଅଟେ, ଏବେ ଏହାକୁ ବନ୍ଦ କର ।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୧୭) ସତ୍ୟତାର ଚିହ୍ନ
ହେଲା - ସଂକଳ୍ପ, ବାଣୀ, କର୍ମ, ସମ୍ବନ୍ଧ-ସମ୍ପର୍କ ସବୁଥିରେ ଦିବ୍ୟତାର ଅନୁଭୁତି ହେବା । କେହି
କେହି କୁହନ୍ତି ମୁଁ ତ ସର୍ବଦା ସତ୍ୟ କହୁଛି କିନ୍ତୁ ବାଣୀ ବା କର୍ମରେ ଯଦି ଦିବ୍ୟତା ନାହିଁ ତେବେ
ଅନ୍ୟମାନଙ୍କୁ ଆପଣଙ୍କର ସତ, ସତ ଲାଗିବ ନାହିଁ, ସେଥିପାଇଁ ସତ୍ୟତାର ଶକ୍ତି ଦ୍ୱାରା ଦିବ୍ୟତାକୁ
ଧାରଣ କର । କିଛି ବି ସହନ କରିବାକୁ ପଡୁ, ବ୍ୟସ୍ତ ହୁଅ ନାହିଁ । ସତ୍ୟ ସମୟ ପ୍ରମାଣେ ସ୍ୱୟଂ
ସିଦ୍ଧ ହୋଇଯିବ ।