17.06.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯୋଗ ଏବଂ
ପାଠପଢା ଦ୍ୱାରା ହିଁ ଦୁଇ ମୁକୁଟ ପ୍ରାପ୍ତ ହେବ ସେଥିପାଇଁ ନିଜର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ
ସମ୍ମୁଖରେ ରଖି ଦୈବୀଗୁଣକୁ ଧାରଣ କର ।”
ପ୍ରଶ୍ନ:-
ବିଶ୍ୱର ରଚୟିତା
ବାବା ତୁମମାନଙ୍କର କେଉଁ ସେବା କରୁଛନ୍ତି?
ଉତ୍ତର:-
ପିଲାମାନଙ୍କୁ ଅବିନାଶୀ ସମ୍ପତ୍ତି ଦେଇ ସୁଖୀ କରିବା, ଏହା ହିଁ ତାଙ୍କର ସେବା । ବାବାଙ୍କ ଭଳି
ନିଷ୍କାମ ସେବା ଆଉ କେହି କରିପାରିବେ ନାହିଁ । (୨) ବେହଦର ପିତା ଭଡା ସୂତ୍ରରେ ବ୍ରହ୍ମାଙ୍କର
ଭ୍ରୃକୁଟୀ ରୂପୀ ଆସନ ଗ୍ରହଣ କରି ତୁମମାନଙ୍କୁ ବିଶ୍ୱ ସିଂହାସନର ଅଧିକାରୀ କରିଦେଉଛନ୍ତି । ନିଜେ
ରାଜ୍ୟ ସିଂହାସନ ଉପରେ ବସୁ ନାହାଁନ୍ତି କିନ୍ତୁ ପିଲାମାନଙ୍କୁ ବସାଉଛନ୍ତି । ବାବାଙ୍କର ତ ଜଡ
ପ୍ରତିମାର ମନ୍ଦିର ସବୁ ତିଆରି ହେଉଛି, ସେଥିରୁ ତାଙ୍କୁ କ’ଣ ବା ସୁଖ ମିଳିବ । ପ୍ରକୃତ ମଜା ତ
ପିଲାମାନଙ୍କୁ ମିଳୁଛି ଯେଉଁମାନେ କି ସ୍ୱର୍ଗର ରାଜ୍ୟଭାଗ୍ୟ ପ୍ରାପ୍ତ କରୁଛନ୍ତି ।
ଓମ୍ ଶାନ୍ତି ।
ମିଠା ମିଠା
ଆତ୍ମିକ ସନ୍ତାନମାନଙ୍କୁ ବାବା କହୁଛନ୍ତି - ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ।
ଓମ୍ ଶାନ୍ତିର ଅର୍ଥ ତ ପିଲାମାନଙ୍କୁ ବୁଝାଇ ଦିଆଯାଇଛି । ବାବା ଏବଂ ପିଲାମାନେ ଉଭୟ ଓମ୍ ଶାନ୍ତି
କହୁଛନ୍ତି, କାହିଁକି ନା ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତ । ତୁମେ ଏବେ ଜାଣିଗଲଣି ଯେ ଆମେ
ଶାନ୍ତିଧାମରୁ ପ୍ରଥମେ ସୁଖଧାମକୁ ଆସୁଛୁ, ପୁଣି ୮୪ ଜନ୍ମ ନେଇ ନେଇ ଦୁଃଖଧାମକୁ ଆସୁଛୁ, ଏକଥା
ତୁମର ମନେ ଅଛି । ପିଲାମାନେ ୮୪ ଜନ୍ମ ଜୀବଆତ୍ମା ହେଉଛନ୍ତି । କିନ୍ତୁ ବାବା ଜୀବଆତ୍ମା
ହେଉନାହାଁନ୍ତି । କହୁଛନ୍ତି ସ୍ୱଳ୍ପ ସମୟ ପାଇଁ ଏହି ବ୍ରହ୍ମାଙ୍କ ଶରୀରର ଆଧାର ନେଉଛି । ନଚେତ୍
ମୁଁ ପଢାଇବି କିପରି? ପିଲାମାନଙ୍କୁ ଘଡି ଘଡି କିପରି କହିବି ମନମନାଭବ ଏବଂ ନିଜର ରାଜଧାନୀକୁ ମନେ
ପକାଅ? ଏହାକୁ ହିଁ କୁହାଯାଏ ଗୋଟିଏ ସେକେଣ୍ଡରେ ବିଶ୍ୱର ମାଲିକ । ବେହଦର ବାବା ନିଶ୍ଚିତ ବେହଦର
ଖୁସି, ବେହଦର ସମ୍ପତ୍ତି ଦେବେ ନା । ଏଥିପାଇଁ ବାବା ବହୁତ ସହଜ ରାସ୍ତା ବତାଉଛନ୍ତି । କହୁଛନ୍ତି
- ଏବେ ଏହି ଦୁଃଖଧାମକୁ ବୁଦ୍ଧିରୁ ବାହାର କରିଦିଅ । ମୁଁ ଯେଉଁ ନୂଆ ଦୁନିଆ ଅର୍ଥାତ୍ ସ୍ୱର୍ଗ
ସ୍ଥାପନ କରୁଛି, ତୁମେ ତା’ର ମାଲିକ ହେବା ପାଇଁ ମୋତେ ମନେ ପକାଅ । ତେବେ ତୁମର ପାପ କଟିଯିବ ଏବଂ
ତୁମେ ପୁଣି ଥରେ ସତ୍ତ୍ୱପ୍ରଧାନ ହୋଇଯିବ, ଏହାକୁ ହିଁ କୁହାଯାଏ ସହଜଯୋଗ । ଯେମିତି ପିଲାମାନେ
ଲୌକିକ ପିତାଙ୍କୁ ସହଜରେ ମନେ ପକାଇଥା’ନ୍ତି ସେମିତି ତୁମମାନଙ୍କୁ ମଧ୍ୟ ବେହଦ ବାବାଙ୍କୁ ମନେ
ପକାଇବାକୁ ହେବ । ବାବା ହିଁ ଦୁଃଖରୁ ମୁକ୍ତ କରି ସୁଖଧାମକୁ ନେଇଯାଉଛନ୍ତି । ସେଠାରେ ଦୁଃଖର
ଚିହ୍ନ ବର୍ଣ୍ଣ ହିଁ ନାହିଁ । ବାବା ବହୁତ ସହଜ କଥା କହୁଛନ୍ତି - ନିଜର ଶାନ୍ତିଧାମ ଘରକୁ ମନେ
ପକାଅ, ଯେଉଁ ଘର ବାବାଙ୍କର ଅଟେ ସେହି ଘର ତୁମମାନଙ୍କର ମଧ୍ୟ ଅଟେ । ଆଉ ତା ସହିତ ନୂଆ ଦୁନିଆକୁ
ମଧ୍ୟ ମନେ ପକାଅ, ତାହା ତୁମର ରାଜଧାନୀ । ବାବା ତୁମ ପିଲାମାନଙ୍କର କେତେ ନିଷ୍କାମ ସେବା
କରୁଛନ୍ତି । ତୁମମାନଙ୍କୁ ସୁଖଧାମକୁ ପଠାଇ ନିଜେ ବାନପ୍ରସ୍ଥ ନେଇ ପରମଧାମରେ ବସିଯାଉଛନ୍ତି ।
ତୁମେମାନେ ମଧ୍ୟ ପରମଧାମ ନିବାସୀ ଅଟ । ତାକୁ ନିର୍ବାଣଧାମ, ବାନପ୍ରସ୍ଥ ମଧ୍ୟ କୁହାଯାଏ । ବାବା
ବର୍ତ୍ତମାନ ପିଲାମାନଙ୍କର ସେବା କରିବା ପାଇଁ ଅର୍ଥାତ୍ ସମ୍ପତ୍ତି ଦେବା ପାଇଁ ଆସୁଛନ୍ତି । ଏହି
ବ୍ରହ୍ମା ମଧ୍ୟ ନିଜେ ବାବାଙ୍କଠାରୁ ସମ୍ପତ୍ତି ନେଉଛନ୍ତି । ଶିବବାବା ତ ସବୁଠାରୁ ଉଚ୍ଚ, ଭଗବାନ
ଅଟନ୍ତି । ତାଙ୍କର ମନ୍ଦିର ମଧ୍ୟ ବହୁତ ତିଆରି ହୋଇଛି । ତାଙ୍କର କେହି ପିତା, ଶିକ୍ଷକ ନାହାଁନ୍ତି
। ସାରା ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ଜ୍ଞାନ ତାଙ୍କ ପାଖରେ ଅଛି । ତେବେ ତାଙ୍କୁ ସେହି ଜ୍ଞାନ
କିପରି ମିଳିଲା? ସିଏ କ’ଣ ବେଦ ଶାସ୍ତ୍ର ଆଦି ପଢିଥିଲେ କି? ନା । ବାବା ତ ହେଉଛନ୍ତି ଜ୍ଞାନର
ସାଗର, ସୁଖ-ଶାନ୍ତିର ସାଗର । ବାବାଙ୍କର ମହିମା ଏବଂ ଦୈବୀ ଗୁଣଧାରୀ ମନୁଷ୍ୟମାନଙ୍କର ମହିମା
ଭିତରେ ବହୁତ ପ୍ରଭେଦ ରହିଛି । ତୁମେମାନେ ଦୈବୀଗୁଣ ଧାରଣ କରି ଏହିଭଳି ଦେବତା ହେଉଛ । ପ୍ରଥମେ
ତୁମେମାନେ ଆସୁରୀ ଗୁଣଧାରୀ ଥିଲ । ତେବେ ଅସୁରରୁ ଦେବତା କରିବା, ବାବାଙ୍କର ହିଁ କାମ । ଲକ୍ଷ୍ୟ
ଏବଂ ଉଦ୍ଦେଶ୍ୟ ତୁମ ସମ୍ମୁଖରେ ଅଛି । ତେବେ ସେମାନେ ନିଶ୍ଚିତ ଏଭଳି ଶ୍ରେଷ୍ଠ କର୍ମ କରିଥିବେ ।
କର୍ମ-ଅକର୍ମ-ବିକର୍ମର ଗତି ଅଥବା ସୃଷ୍ଟିର ପ୍ରତ୍ୟେକ କଥା ବୁଝାଇବା ପାଇଁ ବାବାଙ୍କୁ ଗୋଟିଏ
ସେକେଣ୍ଡ ଲାଗୁଛି ।
ବାବା କହୁଛନ୍ତି -- ମିଠା
ମିଠା ପିଲାମାନଙ୍କୁ ନିଶ୍ଚିତ ଅଭିନୟ କରିବାକୁ ହେବ । ଏହି ଅଭିନୟ ତୁମକୁ ଅନାଦି ଏବଂ ଅବିନାଶୀ
ମିଳିଛି । ତୁମେ କେତେ ଥର ସୁଖ-ଦୁଃଖର ଖେଳରେ ଆସିଛ । କେତେ ଥର ତୁମେ ବିଶ୍ୱର ମାଲିକ ହୋଇଛ ।
ତେବେ ବାବା ତୁମକୁ କେତେ ଉଚ୍ଚ ଅର୍ଥାତ୍ ଶ୍ରେଷ୍ଠ କରୁଛନ୍ତି । ପରମାତ୍ମା ଯାହାକୁ ଇଂରାଜୀରେ
ସୁପ୍ରିମ୍ ସୋଲ୍ କୁହାଯାଏ ସିଏ ମଧ୍ୟ ବହୁତ ଛୋଟ ବିନ୍ଦୁ ଅଟନ୍ତି । ସେହି ବାବା ହେଉଛନ୍ତି
ଜ୍ଞାନର ସାଗର । ତେଣୁ ଆତ୍ମାମାନଙ୍କୁ ମଧ୍ୟ ନିଜ ସମାନ କରୁଛନ୍ତି । ତୁମେମାନେ ମଧ୍ୟ ତାଙ୍କ ଭଳି
ପ୍ରେମର ସାଗର, ସୁଖର ସାଗର ହେଉଛ । ଦେବତାମାନଙ୍କୁ ଦେଖ, ସେମାନଙ୍କର ପରସ୍ପର ଭିତରେ କେତେ
ସ୍ନେହଭାବ ରହିଛି । ସେମାନେ କେବେ ଝଗଡା କରନ୍ତି ନାହିଁ । ବାବା ଆସି ତୁମକୁ ସେହିପରି କରୁଛନ୍ତି
। ଆଉ କେହି ତ ଏପରି କରିପାରିବେ ନାହିଁ । ଖେଳ ତ ଏହି ସ୍ଥୂଳଲୋକରେ ହିଁ ହୁଏ । ପ୍ରଥମେ ଆଦି
ସନାତନ ଦେବୀ ଦେବତା ଧର୍ମର ଆତ୍ମାମାନେ ଆସୁଛନ୍ତି ତା’ପରେ ଇସ୍ଲାମୀ, ବୌଦ୍ଧି ଆଦି କ୍ରମାନୁସାରେ
ଏହି ରଙ୍ଗମଞ୍ଚ ଅର୍ଥାତ୍ ନାଟକଶାଳାକୁ ଆସୁଛନ୍ତି । ୮୪ ଜନ୍ମ ତୁମେମାନେ ହିଁ ନେଉଛ । ଗାୟନ ମଧ୍ୟ
ଅଛି - ଆତ୍ମା ଏବଂ ପରମାତ୍ମା ବହୁତ ସମୟ ଧରି ଅଲଗା ରହିଲେ.... । ବାବା କହୁଛନ୍ତି ମିଠା-ମିଠା
ପିଲାମାନେ ଏହି ବିଶ୍ୱକୁ ପ୍ରଥମେ-ପ୍ରଥମେ ତୁମେମାନେ ହିଁ ପାର୍ଟ ବଜାଇବା ପାଇଁ ଆସୁଛ । ମୁଁ ତ
ସ୍ୱଳ୍ପ ସମୟ ପାଇଁ ୟାଙ୍କ (ବ୍ରହ୍ମାଙ୍କ) ଶରୀରରେ ପ୍ରବେଶ କରୁଛି । ଇଏ ତ ମୋର ପୁରୁଣା ଜୋତା
ଅଟନ୍ତି । ସ୍ୱାମୀର ଯଦି ସ୍ତ୍ରୀ ମରିଯାଏ ତେବେ କୁହନ୍ତି ପୁରୁଣା ଜୋତା ଚାଲିଗଲା, ଏବେ ପୁଣି
ନୂଆ ଆସିବ । ସେହିଭଳି ଇଏ ମଧ୍ୟ ପୁରୁଣା ଶରୀର ଅଟେ ନା । ଇଏ ୮୪ ଜନ୍ମର ଚକ୍ର ଲଗାଇଛନ୍ତି । ତତ୍ତ୍ୱମ
(ତୁମେ ମଧ୍ୟ ସେହିଭଳି), ତେଣୁ ମୁଁ ଆସି ୟାଙ୍କର ଶରୀର ରୂପୀ ରଥର ଆଧାର ନେଉଛି । ପବିତ୍ର
ଦୁନିଆରେ ତ ମୁଁ କେବେ ଆସେ ନାହିଁ । ତୁମେମାନେ ବର୍ତ୍ତମାନ ପତିତ ହୋଇଯାଇଛ, ସେଥିପାଇଁ ମୋତେ
ଡାକୁଛ, କହୁଛ - ଆସି ଆମକୁ ପବିତ୍ର କର । ତେବେ ଶେଷରେ ତୁମର ଯୋଗର ଫଳ ମିଳିବ ନା । ଯେତେବେଳେ
ପୁରୁଣା ଦୁନିଆର ବିନାଶ ହେବାର ସମୟ ହୁଏ ସେତେବେଳେ ମୁଁ ଆସେ । ବ୍ରହ୍ମା ଦ୍ୱାରା ସ୍ଥାପନା
ଅର୍ଥାତ୍ ତୁମ ବ୍ରାହ୍ମଣମାନଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା କରୁଛି । ପ୍ରଥମେ ବ୍ରାହ୍ମଣ ଚୋଟୀ
(ଉଚ୍ଚ) ତା’ ପରେ କ୍ଷତ୍ରୀୟ.... ଏହିଭଳି ତୁମେ ବାଜୋଲି ଖେଳୁଛ । ଏବେ ତୁମକୁ ଦେହ-ଅଭିମାନ ଛାଡି
ଦେହୀ-ଅଭିମାନୀ ହେବାକୁ ପଡିବ । ତୁମେମାନେ ହିଁ ୮୪ ଜନ୍ମ ନେଉଛ । ମୁଁ ତ ଥରେ ମାତ୍ର ୟାଙ୍କର
ଶରୀରକୁ ଧାର ସୂତ୍ରରେ ନେଉଛି । ଭଡା ଆକାରରେ ନେଉଛି । ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ମାଲିକ
ନୁହେଁ । ୟାଙ୍କୁ ବି ଛାଡି ଚାଲିଯିବି... । ଭଡା ତ ଦେବାକୁ ପଡୁଛି ନା । ବାବା ବି କହୁଛନ୍ତି,
ମୁଁ ଏହି ଘରର ଭଡା ନେଉଛି । ତେବେ ଇଏ ବେହଦର ବାବା, କିଛି ତ ଭଡା ନିଶ୍ଚିତ ଦେଉଥିବେ ନା । ବାବା
କେବଳ ତୁମମାନଙ୍କୁ ବୁଝାଇବା ପାଇଁ ଏହି ଶରୀରରେ ପ୍ରବେଶ କରୁଛନ୍ତି । ତୁମକୁ ଏଭଳି ବୁଝାଉଛନ୍ତି
ଯାହାଦ୍ୱାରା ତୁମେମାନେ ମଧ୍ୟ ବିଶ୍ୱ ସିଂହାସନର ଅଧିକାରୀ ହୋଇଯାଉଛ । ନିଜେ କହୁଛନ୍ତି, ମୁଁ କିଛି
ହେଉନାହିଁ । ମୁଁ ତୁମମାନଙ୍କୁ ସିଂହାସନ ଅର୍ଥାତ୍ ସତ୍ୟଯୁଗୀ ସିଂହାସନରେ ବସାଉଛି । ଶିବବାବାଙ୍କ
ସ୍ମାରକୀ ଭାବେ ସୋମନାଥ ମନ୍ଦିର ତିଆରି ହୋଇଛି । ତେଣୁ ବାବା କହୁଛନ୍ତି, ମୋତେ ଏଥିରୁ କ’ଣ
ମିଳିବ । ସେଠାରେ ଜଡ ମୂର୍ତ୍ତି ରଖିଦିଆଯାଇଛି । ତୁମେମାନେ ସ୍ୱର୍ଗରେ ମୌଜ କରୁଛ । ମୁଁ ତ
ସ୍ୱର୍ଗରେ ଆସୁନାହିଁ । ପୁଣି ଯେତେବେଳେ ଭକ୍ତିମାର୍ଗ ଆରମ୍ଭ ହେଉଛି ସେତେବେଳେ ମନ୍ଦିର ଆଦି
ତିଆରି କରିବାରେ ତୁମେ କେତେ ଖର୍ଚ୍ଚ କରୁଛ । ତାହା ମଧ୍ୟ ଚୋରମାନେ ଲୁଟି ନେଇଗଲେ । ରାବଣ
ରାଜ୍ୟରେ ତୁମର ଧନ ଦୌଲତ ଆଦି ସବୁ କିଛି ଖଲାସ ହୋଇଯାଉଛି । ଏବେ କ’ଣ ସେହି ସତ୍ୟଯୁଗୀ ସିଂହାସନ
ଅଛି? ବାବା କହୁଛନ୍ତି - ମୋର ଯେଉଁ ମନ୍ଦିର ତିଆରି କରିଥିଲ ତାକୁ ମହମ୍ମଦ ଗଜନୀ ଲୁଟି ନେଇଗଲା ।
ଭାରତ ପରି ସାହୁକାର ଆଉ
କୌଣସି ଦେଶ ନାହିଁ । ଏଭଳି ତୀର୍ଥ ସ୍ଥାନ ଆଉ କୌଣସି ଦେଶ ହୋଇପାରିବ ନାହିଁ । କିନ୍ତୁ ଆଜିକାଲି
ତ ହିନ୍ଦୁ ଧର୍ମର ଅନେକ ତୀର୍ଥ ହୋଇଗଲାଣି । ବାସ୍ତବରେ ତୀର୍ଥ ତ ବାବାଙ୍କର ହେବା ଦରକାର, ଯିଏକି
ସମସ୍ତଙ୍କର ସଦ୍ଗତି କରୁଛନ୍ତି । ଏହା ମଧ୍ୟ ପୂର୍ବ ପ୍ରସ୍ତୁତ ଡ୍ରାମା । ଏହାକୁ ବୁଝିବା ବହୁତ
ସହଜ । କିନ୍ତୁ ପିଲାମାନେ କ୍ରମାନୁସାରେ ବୁଝୁଛନ୍ତି କାହିଁକି ନା ରାଜଧାନୀ ସ୍ଥାପନ ହେଉଛି ।
ସ୍ୱର୍ଗର ମାଲିକ ତ ଏହି ଲକ୍ଷ୍ମୀ-ନାରାୟଣ ଅଟନ୍ତି । ଇଏ ହିଁ ହେଉଛନ୍ତି ସବୁଠାରୁ ଉତ୍ତମ ପୁରୁଷ,
ଯାହାଙ୍କୁ ଦେବତା କୁହାଯାଏ । ଦୈବୀଗୁଣଧାରୀମାନଙ୍କୁ ହିଁ ଦେବତା କୁହାଯାଏ । ଏହି ଉଚ୍ଚ ଦେବତା
ଧର୍ମର ମନୁଷ୍ୟମାନେ ପ୍ରବୃତ୍ତିମାର୍ଗର ଥିଲେ । ସେତେବେଳେ କେବଳ ତୁମର ପ୍ରବୃତ୍ତି ହିଁ ମାର୍ଗ
ଥିଲା । ବାବା ହିଁ ତୁମକୁ ଦ୍ୱିମୁକୁଟଧାରୀ କରିଛନ୍ତି । ପୁଣି ରାବଣ ତୁମର ଉଭୟ ମୁକୁଟ ବାହାର
କରିଦେଇଛି । ଏବେ ନା ପବିତ୍ରତାର ମୁକୁଟ ଅଛି ନା ଧନର ମୁକୁଟ ଅଛି, ରାବଣ ଉଭୟ ମୁକୁଟ ବାହାର
କରିଦେଇଛି । ପୁଣି ବାବା ଆସି ତୁମକୁ ଯୋଗ ଏବଂ ଜ୍ଞାନ ଦେଇ ଦୁଇଟିଯାକ ମୁକୁଟ ଦେଉଛନ୍ତି,
ସେଥିପାଇଁ ସମସ୍ତେ ଗାୟନ କରୁଛନ୍ତି - ହେ ଈଶ୍ୱର ପିତା ଆସ, ଆମର ଗାଇଡ୍ ହୁଅ, ଆମକୁ ଦୁଃଖରୁ
ଉଦ୍ଧାର କର । ସେଥିପାଇଁ ତୁମର ନାମ ପଣ୍ଡା ରଖାଯାଇଛି । ପାଣ୍ଡବ, କୌରବ, ଯାଦବ, କ’ଣ କରିଗଲେ ।
କହୁଛନ୍ତି - ବାବା, ଆମକୁ ଦୁଃଖର ରାଜ୍ୟରୁ ମୁକ୍ତ କରି ସାଥିରେ ନେଇଯାଅ । ବାବା ହିଁ ସତ୍ୟଖଣ୍ଡର
ସ୍ଥାପନା କରୁଛନ୍ତି, ଯାହାକୁ ସ୍ୱର୍ଗ କୁହାଯାଉଛି । ଯାହାକୁ ରାବଣ ପୁଣି ମିଥ୍ୟା ଖଣ୍ଡରେ ପରିଣତ
କରିଦେଉଛି । ଦୁନିଆର ମନୁଷ୍ୟ କୃଷ୍ଣ ଭଗବାନୁବାଚ କହୁଛନ୍ତି । କିନ୍ତୁ ବାବା ଶିବଭଗବାନୁବାଚ
କହୁଛନ୍ତି । ଭାରତବାସୀମାନେ ନାମ ବଦଳାଇ ଦେବା ଦ୍ୱାରା ସାରା ଦୁନିଆ ମଧ୍ୟ ବଦଳାଇ ଦେଲା । କିନ୍ତୁ
କୃଷ୍ଣ ତ ଦେହଧାରୀ, ବିଦେହୀ ଏକମାତ୍ର ଶିବବାବା । ଏବେ ବାବାଙ୍କ ଦ୍ୱାରା ତୁମମାନଙ୍କୁ ଶକ୍ତି
ମିଳୁଛି ଏବଂ ତୁମେ ସାରା ବିଶ୍ୱର ମାଲିକ ହେଉଛ । ସମଗ୍ର ଆକାଶ, ଧରଣୀ ତୁମକୁ ମିଳିଯାଉଛି । ୩୭୫୦
ବର୍ଷ ପର୍ଯ୍ୟନ୍ତ କାହାରି ସାହାସ ନାହିଁ ଯିଏକି ତୁମଠାରୁ ଛଡାଇ ନେଇପାରିବ । ସେମାନଙ୍କର
ଯେତେବେଳେ କୋଟି-କୋଟି ସଂଖ୍ୟାରେ ବୃଦ୍ଧି ହେବ ସେତେବେଳେ ସେମାନେ ସୈନ୍ୟ ସାମନ୍ତ ଧରି ତୁମ ଉପରେ
ବିଜୟ ପ୍ରାପ୍ତ କରୁଛନ୍ତି । ତେବେ ଦେଖ ବାବା ପିଲାମାନଙ୍କୁ କେତେ ସୁଖ ଦେଉଛନ୍ତି । ସେଥିପାଇଁ
ତାଙ୍କର ଗାୟନ ରହିଛି ଦୁଃଖହର୍ତ୍ତା, ସୁଖକର୍ତ୍ତା । ବର୍ତ୍ତମାନ ବାବା ତୁମକୁ
କର୍ମ-ଅକର୍ମ-ବିକର୍ମର ଗତି କ’ଣ ତାହା ବୁଝାଉଛନ୍ତି । ରାବଣ ରାଜ୍ୟରେ କର୍ମ ବିକର୍ମ ହୋଇଯାଉଛି ।
ସତ୍ୟଯୁଗରେ କର୍ମ ଅକର୍ମ ହେଉଛି । ଏବେ ତୁମକୁ ଏକମାତ୍ର ସତଗୁରୁ ମିଳିଛନ୍ତି, ଯାହାଙ୍କୁ
ପତିମାନଙ୍କର ପତି କୁହାଯାଉଛି । କାରଣ ଦୁନିଆର ପତିମାନେ ମଧ୍ୟ ସେହି ପତିଙ୍କୁ ମନେ ପକାଉଛନ୍ତି ।
ଏବେ ବାବା ତୁମକୁ ଏହି ଆଶ୍ଚର୍ଯ୍ୟଜନକ ଡ୍ରାମାର ରହସ୍ୟ ବୁଝାଉଛନ୍ତି । ଏତେ ଛୋଟ ଆତ୍ମାରେ
ଅବିନାଶୀ ପାର୍ଟ ଭରି ରହିଛି, ଯାହା କେବେ ଲିଭିପାରିବ ନାହିଁ । ଏହାକୁ ଅନାଦି ଅବିନାଶୀ ଡ୍ରାମା
କୁହାଯାଏ । ଈଶ୍ୱର ହେଉଛନ୍ତି ଜଣେ । ରଚନା ଅର୍ଥାତ୍ ସିଢୀର ଚିତ୍ର ଏବଂ ସୃଷ୍ଟିଚକ୍ରର ଚିତ୍ର ସବୁ
ଏକା । ତେବେ କେହି ନା ରଚୟିତାଙ୍କୁ ନା ରଚନାକୁ ଜାଣିଛନ୍ତି । ଋଷି ମୁନିମାନେ ମଧ୍ୟ କହୁଛନ୍ତି -
ଆମେ ଜାଣି ନାହୁଁ । ଏବେ ତୁମେ ସଂଗମରେ ବସିଛ, ମାୟା ସହିତ ଯୁଦ୍ଧ କରୁଛ । ମାୟା ମଧ୍ୟ ତୁମକୁ
ଛାଡୁନାହିଁ । ପିଲାମାନେ କହୁଛନ୍ତି - ବାବା, ମାୟାର ଚାପୁଡା ଲାଗିଗଲା । ତେଣୁ ବାବା କହୁଛନ୍ତି
-- ପିଲାମାନେ, ଯାହା ପୁରୁଷାର୍ଥ କରିଥିଲ ସବୁ ସାରିଦେଲ! ତୁମକୁ ଭଗବାନ ପାଠ ପଢାଉଛନ୍ତି ତେଣୁ
ଭଲ ଭାବରେ ପଢିବା ଦରକାର, କାରଣ ଏହି ପାଠପଢା ପୁଣି ଯାଇ ୫ ହଜାର ପରେ ହିଁ ମିଳିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି
ଦୁଃଖଧାମରୁ ବୁଦ୍ଧିର ସମ୍ବନ୍ଧ ତୁଟାଇ ନୂଆ ଦୁନିଆର ସ୍ଥାପନକର୍ତ୍ତା ବାବାଙ୍କୁ ମନେ ପକାଇବାକୁ
ହେବ, ସତ୍ତ୍ୱପ୍ରଧାନ ହେବାକୁ ପଡିବ ।
(୨) ବାବାଙ୍କ ଭଳି
ପ୍ରେମର ସାଗର, ଶାନ୍ତି ଏବଂ ସୁଖର ସାଗର ହେବାକୁ ପଡିବ । କର୍ମ, ଅକର୍ମ ଏବଂ ବିକର୍ମର ଗତିକୁ
ଜାଣି ସଦାସର୍ବଦା ଶ୍ରେଷ୍ଠ କର୍ମ କରିବାକୁ ହେବ ।
ବରଦାନ:-
ସର୍ବଦା
ଉମଙ୍ଗ-ଉତ୍ସାହରେ ରହି ମନ ଭିତରେ ଖୁସିର ଗୀତ ଗାଉଥିବା ଅବିନାଶୀ ସୌଭାଗ୍ୟଶାଳୀ ହୁଅ ।
ତୁମେ ସୌଭାଗ୍ୟଶାଳୀ
ଆତ୍ମାମାନେ ଅବିନାଶୀ ବିଧି ଦ୍ୱାରା ଅବିନାଶୀ ସିଦ୍ଧିଗୁଡିକୁ ପ୍ରାପ୍ତ କରୁଛ । ତୁମମାନଙ୍କ ମନ
ଭିତରେ ସର୍ବଦା ବାଃ ବାଃର ଖୁସିର ଗୀତ ବାଜିବାରେ ଲାଗିଛି । ବାଃ ବାବା! ବାଃ ମୋ’ର ଭାଗ୍ୟ! ବାଃ
ମିଠା ପରିବାର! ବାଃ ଶ୍ରେଷ୍ଠ ସଂଗମଯୁଗର ସୁଖମୟ ସମୟ! ତୁମର ପ୍ରତ୍ୟେକ କର୍ମ ବାଃ ବାଃ ଅଟେ
ସେଥିପାଇଁ ତୁମେମାନେ ଅବିନାଶୀ ସୌଭାଗ୍ୟଶାଳୀ ଆତ୍ମା ଅଟ । ତେଣୁ ତୁମମାନଙ୍କର ମନ ଭିତରେ କେବେ
ବି କାହିଁକି ଶବ୍ଦ ବା ମୁଁ ଶବ୍ଦ ଆସିପାରିବ ନାହିଁ । କାହିଁକି ବଦଳରେ ବାଃ ବାଃ ଏବଂ ମୁଁ ବଦଳରେ
ବାବା-ବାବା ଶବ୍ଦ ହିଁ ଆସୁଛି ।
ସ୍ଲୋଗାନ:-
ଯାହା ବି
ସଂକଳ୍ପ କରୁଛ ସେଥିରେ ଅବିନାଶୀ ସରକାରଙ୍କର ମୋହର ଲଗାଇ ଦିଅ, ତେବେ ଅଟଳ ରହିପାରିବ ।
“ମାତେଶ୍ୱରୀଜୀଙ୍କର
ମଧୁର ମହାବାକ୍ୟ”
“ଜୀବନର ଆଶା ପୂରଣ
ହେବାର ସୁବର୍ଣ୍ଣ ସମୟ”
ଆମ ସମସ୍ତ
ଆତ୍ମାମାନଙ୍କର ବହୁତ ସମୟ ଧରି ଏହି ଆଶା ଥିଲା କି, ଜୀବନରେ ସର୍ବଦା ସୁଖ ଶାନ୍ତି ମିଳୁ । ତେବେ
ଆମର ବହୁତ ଜନ୍ମର ଆଶା ତ କେବେ ନା କେବେ ପୂରଣ ହେବ ନା । ଏବେ ଏହା ହେଉଛି ଆମର ଅନ୍ତିମ ଜନ୍ମର
ମଧ୍ୟ ଅନ୍ତିମ ସମୟ । ତେଣୁ ଏଭଳି କେହି ନ ଭାବନ୍ତୁ ଯେ, ମୁଁ ତ ଏବେ ଛୋଟ ପିଲା, ତେବେ ଛୋଟ
ହୁଅନ୍ତୁ ବା ବଡ, ସମସ୍ତଙ୍କୁ ସୁଖର ଆବଶ୍ୟକତା ରହିଛି, କିନ୍ତୁ ଦୁଃଖ କାହିଁକି ମିଳୁଛି ପ୍ରଥମେ
ତା’ର ଜ୍ଞାନ ଥିବା ଦରକାର । ବର୍ତ୍ତମାନ ତୁମମାନଙ୍କୁ ଜ୍ଞାନ ମିଳିଛି ଯେ - ଏହି ୫ ବିକାରର
ବନ୍ଧନରେ ବାନ୍ଧି ହେବା କାରଣରୁ ଯେଉଁ କର୍ମବନ୍ଧନ ସୃଷ୍ଟି ହୋଇଛି, ତାକୁ ପରମାତ୍ମାଙ୍କ ଯୋଗ
ଅଗ୍ନି ଦ୍ୱାରା ଭସ୍ମ କରିବାକୁ ହେବ, ଏହା ହିଁ ହେଉଛି କର୍ମ ବନ୍ଧନରୁ ମୁକ୍ତ ହେବାର ସହଜ ଉପାୟ ।
ତେଣୁ ଏହି ସର୍ବଶକ୍ତିମାନ ବାବାଙ୍କୁ ଚାଲିବା ବୁଲିବା ସମୟରେ, ପ୍ରତି ନିଶ୍ୱାସରେ ମନେ ପକାଅ ।
ଏବେ ଏହି ଉପାୟ ପରମାତ୍ମା ନିଜେ ଆସି ବତାଉଛନ୍ତି, କିନ୍ତୁ ଏଥିରେ ପ୍ରତ୍ୟେକ ଆତ୍ମାଙ୍କୁ
ପୁରୁଷାର୍ଥ କରିବାକୁ ହେବ । ପରମାତ୍ମା ଆସି ପିତା, ଶିକ୍ଷକ, ସତଗୁରୁ ରୂପରେ ଆମକୁ ସ୍ୱର୍ଗର
ସମ୍ପତ୍ତି ଦେଉଛନ୍ତି ତେଣୁ ପ୍ରଥମେ ସେହି ପିତାଙ୍କର ସନ୍ତାନ ହେବାକୁ ପଡିବ । ତା’ପରେ ପୁଣି
ଶିକ୍ଷକଙ୍କଠାରୁ ପାଠ ପଢିବାକୁ ହେବ । ଯେଉଁ ପାଠ ଦ୍ୱାରା ଭବିଷ୍ୟତ ଜନ୍ମ ଜନ୍ମାନ୍ତର ସୁଖର
ପ୍ରାରବ୍ଧ ମିଳିଯିବ ଅର୍ଥାତ୍ ପୁରୁଷାର୍ଥ ଅନୁସାରେ ଜୀବନମୁକ୍ତିର ପଦ ମିଳିବ । ସତ୍ଗୁରୁ ଆମକୁ
ପବିତ୍ର କରାଇ ମୁକ୍ତି ଦେଉଛନ୍ତି, ତେଣୁ ଏହି ରହସ୍ୟକୁ ବୁଝି ସେହିଭଳି ପୁରୁଷାର୍ଥ କରିବାକୁ ହେବ
। ଏହି ସମୟରେ ହିଁ ପୁରୁଣା ଖାତାକୁ ସମାପ୍ତ କରି ନୂଆ ଜୀବନ ଗଢିବାକୁ ହେବ ଏବଂ ପୁରୁଷାର୍ଥ କରି
ନିଜ ଆତ୍ମାକୁ ଯେତେ ପବିତ୍ର କରି ତା’ ଭିତରେ ଶୁଦ୍ଧ ସଂସ୍କାର ଭରପୂର କରିବ ତା’ହେଲେ ସେହି
ସଂସ୍କାର ସାରା କଳ୍ପ ଚାଲିବ । ତେବେ ସାରା କଳ୍ପର ଆଧାର ବର୍ତ୍ତମାନ ସମୟର ପୁରୁଷାର୍ଥ ଉପରେ
ନିର୍ଭର କରୁଛି । ଦେଖ, ବର୍ତ୍ତମାନ ସମୟରେ ହିଁ ଆମକୁ ଆଦି-ମଧ୍ୟ-ଅନ୍ତର ଜ୍ଞାନ ମିଳୁଛି, ଆମକୁ
ହିଁ ଦେବତା ହେବାକୁ ପଡିବ । ଏବେ ଆମର ଉନ୍ନତିର କଳା ହେଉଛି । ପୁଣି ସ୍ୱର୍ଗରେ ଆମେ ପ୍ରାରବ୍ଧ
ଭୋଗ କରିବା । ସେଠାରେ ଦେବତାମାନେ ଭବିଷ୍ୟତ କଥା ଜାଣି ପାରିବେ ନାହିଁ ଯେ, ଆମକୁ ତଳକୁ ଖସିବାକୁ
ହେବ, ଯଦି ଏକଥା ଜାଣିଥା’ନ୍ତେ ଯେ ଆମେ ସୁଖ ଭୋଗି ସାରିବା ପରେ ଆମକୁ ପୁଣି ତଳକୁ ଖସିବାକୁ ହେବ
ତେବେ ତଳକୁ ଖସିବା ଚିନ୍ତାରେ ସ୍ୱର୍ଗର ସୁଖକୁ ମଧ୍ୟ ଭୋଗ କରି ପାରି ନ ଥା’ନ୍ତେ । ତେଣୁ
ଈଶ୍ୱରୀୟ କାଇଦା ରଚନା ହୋଇଛି ଯେ, ମନୁଷ୍ୟ ସର୍ବଦା ଚଢିବାର ପୁରୁଷାର୍ଥ କରୁଛି ଅର୍ଥାତ୍ ସୁଖ
ପ୍ରାପ୍ତି ପାଇଁ ପୁରୁଷାର୍ଥ କରୁଛି । କିନ୍ତୁ ଡ୍ରାମାରେ ଏହାର ଅଧା-ଅଧା ପାର୍ଟ ନିର୍ଦ୍ଧାରିତ
ହୋଇ ରହିଛି, ଯେଉଁ ରହସ୍ୟକୁ କେବଳ ଆମେମାନେ ହିଁ ଜାଣିଛୁ । ତେଣୁ ଯେଉଁ ସମୟରେ ସୁଖ ମିଳିବାର ଅଛି,
ପୁରୁଷାର୍ଥ କରି ସେହି ସୁଖକୁ ନେବାକୁ ହେବ, ଏହା ହିଁ ପୁରୁଷାର୍ଥର ବିଶେଷତା । ଅଭିନେତାର କାମ
ହେଲା - ଅଭିନୟ କରିବା ସମୟରେ ସମ୍ପୂର୍ଣ୍ଣ ବିଶେଷତାର ସହିତ ଅଭିନୟ କରିବା ଆବଶ୍ୟକ, ଯାହାକୁ ଦେଖି
ଦର୍ଶକ ବାଃ ବାଃ କରିବେ । ସେଥିପାଇଁ ମୁଖ୍ୟ ନାୟକ-ନାୟିକାର ଅଭିନୟ ଦେବୀ ଦେବତାମାନଙ୍କୁ ମିଳିଛି
ଯାହାଙ୍କର ସ୍ମାରକୀର ଗାୟନ ଏବଂ ପୂଜନ ହେଉଛି । ନିର୍ବିକାରୀ ପ୍ରବୃତ୍ତିରେ ରହି କମଳ ପୁଷ୍ପ
ସମାନ ଅବସ୍ଥା କରିବା ଏହା ହିଁ ଦେବତାମାନଙ୍କର ବିଶେଷତା । ଏହି ବିଶେଷତାକୁ ଭୁଲିବା କାରଣରୁ ହିଁ
ଭାରତର ଏହିଭଳି ଦୁର୍ଦ୍ଦଶା ହୋଇଯାଇଛି, ଏବେ ପୁଣି ଦୈବୀ ଜୀବନ ପରମାତ୍ମା ଆସି ଗଢୁଛନ୍ତି, ତେଣୁ
ତାଙ୍କର ହାତ ଧରିଲେ ଜୀବନ ରୂପୀ ନୌକା ପାରି ହୋଇଯିବ । ଆଚ୍ଛା । ଓମ୍ ଶାନ୍ତି ।