17.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଶରୀରକୁ ନ ଦେଖି ଆତ୍ମାକୁ ଦେଖ, ନିଜକୁ ଆତ୍ମା ମନେ କରି ଆତ୍ମା ସହିତ କଥାବାର୍ତ୍ତା କର, ତୁମକୁ ଏହି ଅବସ୍ଥାକୁ ମଜବୁତ୍ କରିବାକୁ ହେବ କାରଣ ଏହା ହିଁ ହେଉଛି ଉଚ୍ଚ ଲକ୍ଷ୍ୟ ।”

ପ୍ରଶ୍ନ:-
ତୁମେ ପିଲାମାନେ ଉପରକୁ ଅର୍ଥାତ୍ ଘରକୁ କେବେ ଯିବ?

ଉତ୍ତର:-
ଯେତେବେଳେ ଅପବିତ୍ରତାର ମାତ୍ରା ରିଞ୍ଚକ ମାତ୍ର ବି ନ ରହିବ । ଯେପରି ବାବା ପବିତ୍ର, ସେହିପରି ତୁମେମାନେ ମଧ୍ୟ ଯେତେବେଳେ ପବିତ୍ର ହୋଇଯିବ ସେତେବେଳେ ଉପରକୁ ଯାଇପାରିବ । ଏବେ ତୁମେ ପିଲାମାନେ ବାବାଙ୍କ ସମ୍ମୁଖରେ ବସିଛ । ଜ୍ଞାନ ସାଗରଙ୍କଠାରୁ ଜ୍ଞାନ ଶୁଣି ଶୁଣି ଯେତେବେଳେ ପରିପୂର୍ଣ୍ଣ ହୋଇଯିବ, ବାବାଙ୍କୁ ଜ୍ଞାନରୁ ଖାଲି କରିଦେବ ସେତେବେଳେ ସେ ମଧ୍ୟ ଶାନ୍ତ ହୋଇଯିବେ ଏବଂ ତୁମେ ପିଲାମାନେ ମଧ୍ୟ ଶାନ୍ତିଧାମକୁ ଚାଲିଯିବ । ସେଠାରେ ବାବାଙ୍କଠାରୁ ଜ୍ଞାନ ଝରିବା ବନ୍ଦ ହୋଇଯିବ । ଯେହେତୁ ତୁମକୁ ସବୁ କିଛି ଦେଇ ଦେଲେ ତା’ପରେ ତାଙ୍କର ନିରବରେ ରହିବାର ପାର୍ଟ ଆରମ୍ଭ ହୋଇଯିବ ।

ଓମ୍ ଶାନ୍ତି ।
ଶିବ ଭଗବାନୁବାଚ । ଯଦି ଶିବ ଭଗବାନୁବାଚ କୁହାଯାଉଛି ତେବେ ବୁଝିଯିବା ଦରକାର ଯେ, ଏକମାତ୍ର ଶିବ ହିଁ ଭଗବାନ ବା ପରମପିତା ଅଟନ୍ତି । ତାଙ୍କୁ ହିଁ ତୁମେ ପିଲାମାନେ ଅଥବା ଆତ୍ମାମାନେ ମନେ ପକାଉଛ । ରଚୟିତା ବାବାଙ୍କଠାରୁ ତୁମକୁ ଏବେ ପରିଚୟ ମିଳିଯାଇଛି । ଏହା ତ ନିଶ୍ଚିତ ଯେ, ପିଲାମାନେ ପୁରୁଷାର୍ଥର କ୍ରମାନୁସାରେ ହିଁ ବାବାଙ୍କୁ ମନେ ପକାଉଥିବେ । ସମସ୍ତେ ତ ଏକା ପ୍ରକାରର ପୁରୁଷାର୍ଥ କରିବେ ନାହିଁ । ଏହା ବହୁତ ସୁକ୍ଷ୍ମ କଥା । ନିଜକୁ ଆତ୍ମା ନିଶ୍ଚିତ କରି ଅନ୍ୟମାନଙ୍କୁ ମଧ୍ୟ ଆତ୍ମା ଭାବିବା - ଏହି ସ୍ଥିତିରେ ସ୍ଥିତ ହେବାରେ ସମୟ ଲାଗୁଛି । ଦୁନିଆର ମନୁଷ୍ୟ ତ କିଛି ବି ଜାଣି ନାହାଁନ୍ତି, ତେଣୁ ସର୍ବବ୍ୟାପୀ ବୋଲି କହି ଦେଉଛନ୍ତି । ଯେଉଁଭଳି ତୁମେ ପିଲାମାନେ ନିଜକୁ ଆତ୍ମା ନିଶ୍ଚୟ କରୁଛ ଏବଂ ବାବାଙ୍କୁ ମନେ ପକାଉଛ, ସେହିଭଳି ଆଉ କେହି ବି ମନେ ପକାଉ ନ ଥିବେ । ଅନ୍ୟ କୌଣସି ଆତ୍ମାର ଯୋଗ ବାବାଙ୍କ ସହିତ ନାହିଁ । ଏହି କଥା ହିଁ ସବୁଠାରୁ ସୂକ୍ଷ୍ମ ଏବଂ ଗୁପ୍ତ । ତେଣୁ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇବାକୁ ହେବ । ସମସ୍ତେ କହୁଛନ୍ତି ମଧ୍ୟ ଆମେ ଆତ୍ମା ଭାଇ-ଭାଇ, ତେବେ ଆତ୍ମାକୁ ହିଁ ଦେଖିବା ଦରକାର, ଶରୀରକୁ ଦେଖିବା ଉଚିତ୍ ନୁହେଁ । ଆତ୍ମା ଉପରେ ୫ ବିକାରର ମଇଳା ଲାଗି ରହିଛି । ଏଥିରେ ସବୁଠାରୁ ମୁଖ୍ୟ କଥା ହେଉଛି ଆତ୍ମାର । ଆତ୍ମା ସତ୍ତ୍ୱପ୍ରଧାନରୁ ଏବେ ତମଃପ୍ରଧାନ ହୋଇଯାଇଛି - ଏହି ଜ୍ଞାନ ଆତ୍ମାରେ ଅଛି । ଜ୍ଞାନର ସାଗର ହେଉଛନ୍ତି କେବଳ ପରମପିତା ପରମାତ୍ମା । ତେଣୁ ତୁମେ ନିଜକୁ କେବେ ବି ଜ୍ଞାନର ସାଗର ବୋଲି କହିପାରିବ ନାହିଁ । ତୁମେମାନେ ଜାଣିଛ, ଆମକୁ ବାବାଙ୍କ ନିକଟରୁ ସମ୍ପୂର୍ଣ୍ଣ ଜ୍ଞାନ ନେବାକୁ ହେବ । ସିଏ ନିଜ ପାଖରେ ରଖି କ’ଣ କରିବେ । ଅବିନାଶୀ ଜ୍ଞାନ ରତ୍ନର ଧନ ତ ପିଲାମାନଙ୍କୁ ହିଁ ଦେବେ ନା । ପିଲାମାନେ ସେହି ଜ୍ଞାନରତ୍ନକୁ ପୁରୁଷାର୍ଥର କ୍ରମାନୁସାରେ ଧାରଣ କରୁଛନ୍ତି । ଯିଏ ଅଧିକ ଧାରଣ କରୁଛନ୍ତି ସିଏ ଭଲ ଭାବରେ ସେବା କରୁଛନ୍ତି । ବାବାଙ୍କୁ ଜ୍ଞାନର ସାଗର କୁହାଯାଏ ନା । ସିଏ ମଧ୍ୟ ଆତ୍ମା ତୁମେମାନେ ମଧ୍ୟ ଆତ୍ମା । ତୁମେ ଆତ୍ମାମାନେ ତାଙ୍କ ନିକଟରୁ ସମସ୍ତ ଜ୍ଞାନକୁ ପ୍ରାପ୍ତ କରୁଛ । ଯେପରି ସିଏ ପରମ ପବିତ୍ର ସେହିପରି ତୁମେମାନେ ମଧ୍ୟ ପରମ ପବିତ୍ର ହୋଇଯିବ । ଯେତେବେଳେ ଅପବିତ୍ରତାର ଟିକିଏ ବି ଅଂଶ ରହିବ ନାହିଁ, ସେତେବେଳେ ସମସ୍ତେ ଉପରକୁ ଚାଲିଯିବେ । ବାବା ଏବେ ତୁମମାନଙ୍କୁ ଯୋଗର ଯାତ୍ରାରେ ରହିବାର ଉପାୟ ବତାଉଛନ୍ତି । ଏକଥା ତ ବାବା ଜାଣିଛନ୍ତି ଯେ, ପିଲାମାନେ ସାରା ଦିନ ଯୋଗରେ ରହୁ ନାହାଁନ୍ତି । ଏଠାରେ ତୁମମାନଙ୍କୁ ବାବା ସମ୍ମୁଖରେ ବସାଇ ବୁଝାଉଛନ୍ତି । ଅନ୍ୟ ପିଲାମାନେ ତ ସମ୍ମୁଖରେ ଶୁଣୁ ନାହାନ୍ତି । ସେମାନେ ମୁରଲୀ ପଢୁଛନ୍ତି । ଏଠାରେ ତୁମେମାନେ ହିଁ ସମ୍ମୁଖରେ ଅଛ । ତେଣୁ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ଏବଂ ଜ୍ଞାନକୁ ମଧ୍ୟ ଧାରଣ କର । ଆମକୁ ବାବାଙ୍କ ସଦୃଶ ସମ୍ପୂର୍ଣ୍ଣ ଜ୍ଞାନର ସାଗର ହେବାକୁ ପଡିବ । ତୁମେ ସମ୍ପୂର୍ଣ୍ଣ ଜ୍ଞାନକୁ ଏପରି ଜାଣିଯିବ ଯେପରି ବାବାଙ୍କୁ ଏକଦମ୍ ଖାଲି କରିଦେବ ଏବଂ ବାବା ଶାନ୍ତ ହୋଇଯିବେ । ଏମିତି ନୁହେଁ ଯେ ସଦା ସର୍ବଦା ତା’ ଭିତରୁ ଜ୍ଞାନ ଝରୁଥିବ । ସବୁକିଛି ଦେଇ ଦେବା ପରେ ସିଏ ନିରବତାର ପାର୍ଟ ବଜାନ୍ତି । ତୁମେମାନେ ଯେତେବେଳେ ପରମଧାମରେ ନିରବତାରେ ରହିବ ସେତେବେଳେ ତୁମେ ମଧ୍ୟ କାହାକୁ ଜ୍ଞାନ ଶୁଣାଇପାରିବ ନାହିଁ । ଏ କଥା ମଧ୍ୟ ବାବା ବୁଝାଉଛନ୍ତି ଯେ, ଆତ୍ମା ହିଁ ସଂସ୍କାର ନେଇଯାଉଛି । ଯଦି କେହି ସନ୍ନ୍ୟାସୀର ଆତ୍ମା ହୋଇଥିବ ତେବେ ତାଙ୍କର ଛୋଟ ବେଳରୁ ହିଁ ଶାସ୍ତ୍ର କଣ୍ଠସ୍ଥ ହୋଇଯାଇଥାଏ । ପୁଣି ତାଙ୍କର ନାମ ମଧ୍ୟ ବହୁତ ବିଖ୍ୟାତ ହୋଇଯାଇଥାଏ । ଏବେ ଏଠାକୁ ତୁମେମାନେ ନୂଆ ଦୁନିଆକୁ ଯିବା ପାଇଁ ଆସିଛ । ସେଠାକୁ ତ ତୁମର ଜ୍ଞାନର ସଂସ୍କାର ଯାଇପାରିବ ନାହିଁ । ଏହି ସଂସ୍କାର ଲୁକ୍କାୟିତ ହୋଇଯାଇଥାଏ । ବାକି ଆତ୍ମାକୁ ପୁରୁଷାର୍ଥର କ୍ରମାନୁସାରେ ନିଜର ପଦ ନେବାକୁ ହେବ । ପୁଣି ତୁମର ଶରୀରର ନାମ ମଧ୍ୟ ଦିଆଯିବ । ଶିବବାବା ତ ନିରାକାର । କହୁଛନ୍ତି ମୁଁ ଏହି ବ୍ରହ୍ମାଙ୍କ କର୍ମେନ୍ଦ୍ରିୟକୁ ଧାର ସୂତ୍ରରେ ନେଉଛି । ବାବା ତ କେବଳ ଶୁଣାଇବା ପାଇଁ ଆସୁଛନ୍ତି । ସିଏ ଅନ୍ୟ କାହାର ଜ୍ଞାନ ଶୁଣନ୍ତି ନାହିଁ କାରଣ ସିଏ ନିଜେ ଜ୍ଞାନର ସାଗର । କେବଳ ବ୍ରହ୍ମାଙ୍କ ମୁଖ ଦ୍ୱାରା ହିଁ ମୁଖ୍ୟ କାର୍ଯ୍ୟ କରୁଛନ୍ତି । ସିଏ ଏଠାକୁ ସମସ୍ତଙ୍କୁ ରାସ୍ତା ବତାଇବା ପାଇଁ ଆସୁଛନ୍ତି । ବାକି ଅନ୍ୟମାନଙ୍କଠାରୁ ଶୁଣି ସିଏ କ’ଣ କରିବେ । ସିଏ ଶୁଣାଉଛନ୍ତି ଯେ ସର୍ବଦା ଏପରି-ଏପରି କାର୍ଯ୍ୟ କର । ସାରା ସୃଷ୍ଟି ରୂପୀ ବୃକ୍ଷର ରହସ୍ୟ ଶୁଣାଉଛନ୍ତି । ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ନୂଆ ଦୁନିଆ ବହୁତ ଛୋଟ ହୋଇଥିବ । ଏହି ପୁରୁଣା ଦୁନିଆ ତ ବହୁତ ବଡ଼ । ସାରା ଦୁନିଆରେ କେତେ ବତୀ ଆଦି ଜଳୁଛି । ବିଜୁଳି ଦ୍ୱାରା କ’ଣ କ’ଣ ସବୁ ହେଉଛି । ସେଠାରେ ତ ଦୁନିଆ ମଧ୍ୟ ଛୋଟ ଏବଂ ବିଜୁଳି ମଧ୍ୟ କମ୍ ଖର୍ଚ୍ଚ ହେବ । ଯେପରି ଛୋଟ ଗାଁ ସଦୃଶ ହୋଇଥିବ । ଏବେ ତ କେତେ ବଡ଼ ବଡ଼ ଗାଁ ଅଛି । ସେଠାରେ ଏତେ ସବୁ ରହିବେ ନାହିଁ । ବହୁତ କମ୍ ମୁଖ୍ୟ ମୁଖ୍ୟ ରାସ୍ତା ରହିବ । ସେଠାରେ ୫ ତତ୍ତ୍ୱ ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯିବ, କେବେ ବି ଚଞ୍ଚଳତା କରିବେ ନାହିଁ । ତେଣୁ ତାକୁ ସୁଖଧାମ କୁହାଯାଏ । ତାର ନାମ ହିଁ ହେଉଛି ସ୍ୱର୍ଗ । ଆଗକୁ ତୁମେ ଯେତେ ଯେତେ ନିକଟତର ହୋଇଚାଲିବ ସେତେ ବୃଦ୍ଧି ମଧ୍ୟ ହୋଇ ଚାଲିବ । ବାବା ସାକ୍ଷାତ୍‌କାର ମଧ୍ୟ କରାଇ ଚାଲିବେ । ପୁଣି ସେତେବେଳେ ଲଢେଇ କରିବା ସମୟରେ ସୈନ୍ୟ ଅଥବା ବିମାନ ଆଦିର ଆବଶ୍ୟକତା ରହିବ ନାହିଁ । ସେମାନେ ତ କହୁଛନ୍ତି ଆମେ ଏଠାରେ ବସି ବସି ସମସ୍ତଙ୍କୁ ମାରିପାରିବୁ । ଏହି ବିମାନ ଆଦି କିଛି କାମରେ ଆସିବ ନାହିଁ । ଆଉ ଚନ୍ଦ୍ରପୃଷ୍ଠକୁ ଜାଗା ଦେଖିବାକୁ ଯାଇପାରିବେ ନାହିଁ । ଏ ସବୁ ହେଉଛି ବିଜ୍ଞାନର ଫାଲତୁ ବୁଦ୍ଧି । କେତେ ଆଡମ୍ବର କରୁଛନ୍ତି । ଜ୍ଞାନ ମାର୍ଗରେ କେତେ ନିରବତା ରହିଛି, ଏହାକୁ ଈଶ୍ୱରଙ୍କର ଦାନ ବୋଲି କୁହାଯାଏ । ବିଜ୍ଞାନ ଦ୍ୱାରା ତ କେବଳ ହଙ୍ଗାମା ହିଁ ହଙ୍ଗାମା ହେଉଛି । କାରଣ ସେମାନେ ଶାନ୍ତିକୁ ଜାଣନ୍ତି ନାହିଁ ।

ତୁମେମାନେ ଜାଣିଛ, ବିଶ୍ୱରେ ଶାନ୍ତି କେବଳ ନୂଆ ଦୁନିଆରେ ଥିଲା, ତାହା ସୁଖଧାମ । ଏଠାରେ କେବଳ ଦୁଃଖ, ଅଶାନ୍ତି ଲାଗି ରହିଛି । ତୁମେ ଅନ୍ୟମାନଙ୍କୁ ଏ କଥା ମଧ୍ୟ ବୁଝାଇବା ଦରକାର ଯେ, ତୁମେ ଶାନ୍ତି ଚାହୁଁଛ, କେବେ ଅଶାନ୍ତି ନ ହେଉ । ତେବେ ତାହା ତ କେବଳ ଶାନ୍ତିଧାମ ଏବଂ ସୁଖଧାମରେ ହୋଇପାରିବ । ସ୍ୱର୍ଗ ତ ସମସ୍ତେ ଚାହୁଁଛନ୍ତି । ଭାରତବାସୀ ହିଁ ବୈକୁଣ୍ଠ ସ୍ୱର୍ଗକୁ ମନେ ପକାଉଛନ୍ତି । ଅନ୍ୟଧର୍ମର ଲୋକମାନେ ବୈକୁଣ୍ଠକୁ ମନେ ପକାନ୍ତି ନାହିଁ । ସେମାନେ କେବଳ ଶାନ୍ତିକୁ ମନେ ପକାନ୍ତି । ସୁଖକୁ ତ କେହି ମନେ ପକାଇପାରିବେ ନାହିଁ । କାରଣ ନିୟମ ହିଁ ନାହିଁ । ସୁଖକୁ ତ ତୁମେମାନେ ମନେ ପକାଉଛ ସେଥିପାଇଁ ଡାକୁଛ - ଆମକୁ ଆସି ଦୁଃଖରୁ ମୁକ୍ତ କର । ଆତ୍ମା ବାସ୍ତବରେ ଶାନ୍ତିଧାମର ନିବାସୀ ଅଟେ । ଏହି କଥାକୁ ମଧ୍ୟ କେହି ଜାଣନ୍ତି ନାହିଁ । ବାବା ଆସି ତୁମମାନଙ୍କୁ ବୁଝାଉଛନ୍ତି କାରଣ ତୁମେମାନେ ବୁଦ୍ଧିହୀନ ଥିଲ । ତେବେ କେବେଠାରୁ ବୁଦ୍ଧ ହୀନ ହେଲ? ୧୬ କଳାରୁ ୧୨-୧୪ କଳା ହୋଇଗଲ ଅର୍ଥାତ୍ ଧିରେ-ଧିରେ ବୁଦ୍ଧିହୀନ ହୋଇଗଲ । ଏବେ କିଛି କଳା ନାହିଁ । ମହିଳାମାନଙ୍କୁ ବେଶୀ ଦୁଃଖ କାହିଁକି ଦିଆଯାଉଛି ? ଏହା ଉପରେ ବହୁତ ସମ୍ମିଳନୀ କରୁଛନ୍ତି । ଆରେ ଦୁଃଖ ତ ସାରା ଦୁନିଆରେ ଅଛି । ଅସରନ୍ତି ଦୁଃଖ ରହିଛି । ତେଣୁ ଏବେ ବିଶ୍ୱରେ ଶାନ୍ତି କିପରି ହେବ ? ଏବେ ତ ଅନେକ ଧର୍ମ ରହିଛି । ସାରା ବିଶ୍ୱରେ ଶାନ୍ତି ଏବେ ହୋଇପାରିବ ନାହିଁ । ସୁଖକୁ ତ କେହି ଜାଣିନାହାନ୍ତି । ତୁମେ କନ୍ୟାମାନେ ଅନ୍ୟକୁ ବୁଝାଇପାରିବ - ଏହି ଦୁନିଆରେ ଅନେକ ପ୍ରକାରର ଦୁଃଖ ଅଛି, ଅଶାନ୍ତି ଅଛି । ଯେଉଁଠାରୁ ଆମେ ଆତ୍ମାମାନେ ଆସିଛୁ ତାହା ହେଉଛି ଶାନ୍ତିଧାମ ଏବଂ ଯେଉଁଠାରେ ଆଦି-ସନାତନ ଦେବୀ-ଦେବତା ଧର୍ମ ଥିଲା ତାହା ହେଉଛି ସୁଖଧାମ । ଆମେ ଆଦି-ସନାତନ ହିନ୍ଦୁ ଧର୍ମ କହିପାରିବା ନାହିଁ । ଆଦି-ସନାତନ ତ ପ୍ରାଚୀନ ଧର୍ମ ତାହା ତ ସତ୍ୟଯୁଗରେ ଥିଲା । ସେତେବେଳେ ସମସ୍ତେ ପବିତ୍ର ଥିଲେ । ତାହା ହେଉଛି ନିର୍ବିକାରୀ ଦୁନିଆ, ସେଠାରେ ବିକାରର ନାମ ହିଁ ନାହିଁ । କେତେ ପ୍ରଭେଦ ରହିଛି ନା । ପ୍ରଥମେ-ପ୍ରଥମେ ଆମ ଭିତରେ ନିର୍ବିକାରୀ ପଣିଆ ଆସିବା ଦରକାର ସେଥିପାଇଁ ବାବା କହୁଛନ୍ତି - ମିଠା ମିଠା ପିଲାମାନେ, କାମ ବିକାର ଉପରେ ବିଜୟ ପ୍ରାପ୍ତ କର । ନିଜକୁ ଆତ୍ମା ନିଶ୍ଚୟ କର । ଏବେ ଆତ୍ମା ଅପବିତ୍ର ହୋଇଯାଇଛି, ଖାଦ ମିଶିବା ଦ୍ୱାରା ଅର୍ଥାତ୍ ବିକାରର ପ୍ରବେଶତା ଦ୍ୱାରା ଶରୀର ମଧ୍ୟ ସେହିଭଳି ହୋଇଯାଇଛି । ଆଉ ଯେତେବେଳେ ଆତ୍ମା ପବତ୍ର ହୋଇଯିବ ସେତେବେଳେ ଶରୀର ମଧ୍ୟ ପବିତ୍ର ମିଳିବ, ତାକୁ ହିଁ ନିର୍ବିକାରୀ ଦୁନିଆ କୁହାଯାଉଛି । ତୁମେ ବରଗଛର ଉଦାହରଣ ମଧ୍ୟ ଦେଇପାରିବ । କାରଣ ସାରା ବୃକ୍ଷ ଛିଡା ହୋଇଛି କିନ୍ତୁ ମୂଳଦୁଆ ନାହିଁ । ବର୍ତ୍ତମାନ ସେହି ଆଦି ସନାତନ ଦେବୀ-ଦେବତା ଧର୍ମ ନାହିଁ ବାକି ଅନ୍ୟ ଧର୍ମ ସବୁ ରହିଛି । ବର୍ତ୍ତମାନ ସବୁ ଧର୍ମ ଅପବିତ୍ର, ସେଥିପାଇଁ ଏମାନଙ୍କୁ ମନୁଷ୍ୟ କୁହାଯାଉଛି । ସେମାନେ ହେଉଛନ୍ତି ଦେବତା । ମୁଁ ମନୁଷ୍ୟମାନଙ୍କୁ ଦେବତା କରିବା ପାଇଁ ଆସିଛି । ମନୁଷ୍ୟ ହିଁ ୮୪ ଜନ୍ମ ନେଉଛି । ସିଢି ଚିତ୍ର ମଧ୍ୟ ଦେଖାଇବାକୁ ହେବ - ଦେବତାମାନେ ତମଃପ୍ରଧାନ ହୋଇଗଲେ ତେଣୁ ନିଜକୁ ହିନ୍ଦୁ ବୋଲି କହି ଦେଉଛନ୍ତି । ନିଜକୁ ଦେବତା ତ କହିପାରିବେ ନାହିଁ । କାରଣ ସମସ୍ତେ ପତିତ । ଡ୍ରାମା ଅନୁସାରେ ଏହାର ରହସ୍ୟ ମଧ୍ୟ ରହିଛି ନା । ନଚେତ୍ ହିନ୍ଦୁ ଧର୍ମ ବୋଲି କିଛି ନାହିଁ । ଆମେମାନେ ହିଁ ଆଦି ସନାତନ ଦେବୀ-ଦେବତା ଥିଲୁ । ଭାରତ ପବିତ୍ର ଥିଲା, ଏବେ ଅପବିତ୍ର ହୋଇଯାଇଛି ସେଥିପାଇଁ ନିଜକୁ ହିନ୍ଦୁ ବୋଲି କହିଦେଉଛନ୍ତି । ହିନ୍ଦୁ ଧର୍ମ ତ କେହି ସ୍ଥାପନା କରି ନାହାଁନ୍ତି ।ଏହି କଥାକୁ ତୁମେମାନଙ୍କୁ ବହୁତ ଭଲ ଭାବରେ ଧାରଣ କରି ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ଆଜିକାଲି ବୁଝିବା ପାଇଁ ଏତେ ସମୟ ଦେଉନାହାଁନ୍ତି । ଯଦି ଅତି କମରେ ଅଧା ଘଣ୍ଟାଏ ସମୟ ଦେବେ, ତେବେ ତ ତାଙ୍କୁ ଜ୍ଞାନର ପଏଣ୍ଟ ଶୁଣାଇପାରିବ । ପଏଣ୍ଟ ତ ବହୁତ ଅଛି । ସେଥିରୁ ମୁଖ୍ୟ ମୁଖ୍ୟ ପଏଣ୍ଟ ଶୁଣାଉଛନ୍ତି । ଲୌକିକ ପାଠପଢାରେ ମଧ୍ୟ ଯେତେ ଯେତେ ଆଗକୁ ବଢିଚାଲନ୍ତି, ପିଲାଦିନର ପାଠପଢା ଧୀରେ ଧୀରେ ଭୁଲି ହୋଇଯାଏ । ସେହିପରି ତୁମକୁ ମଧ୍ୟ କହିବେ ଏବେ ତୁମର ପୂର୍ବ ଅପେକ୍ଷା ଜ୍ଞାନ ବଦଳିଗଲାଣି । ସେ ସବୁ ଭୁଲି ହୋଇଯାଉଛି । ତୁମକୁ ମଧ୍ୟ କହିବେ ଏବେ ତୁମର ଜ୍ଞାନ ବଦଳି ଯାଇଛି । ତେବେ ସେମାନଙ୍କୁ କୁହ ଆରେ ପାଠପଢାରେ ଯେତେ ଯେତେ ଉପରକୁ ଉତ୍ତୀର୍ଣ୍ଣ ହୁଅନ୍ତି ପ୍ରଥମ ପାଠ ସେତେ ସେତେ ଭୁଲି ହୋଇଯାଏନା । ବାବା ମଧ୍ୟ ଆମକୁ ପ୍ରତ୍ୟେକ ଦିନ ନୂଆ ନୂଆ କଥା ଶୁଣାଉଛନ୍ତି । ପ୍ରଥମେ ସାଧାରଣ ପାଠପଢା ଥିଲା, ଏବେ ବାବା ଗୁହ୍ୟ ଗୁହ୍ୟ କଥା ଶୁଣାଇ ଚାଲିଛନ୍ତି । ସିଏ ଜ୍ଞାନର ସାଗର ନା । ସବୁ କିଛି ଶୁଣାଇ ସାରିବା ପରେ କେବଳ ଦୁଇଟି ଶବ୍ଦ କହିଥା’ନ୍ତି - ଯଦି ବାବାଙ୍କୁ ଜାଣିଗଲ ତେବେ ମଧ୍ୟ ବହୁତ କିଛି ଜାଣିଗଲ । ଅଲଫଙ୍କୁ ଜାଣିବା ଦ୍ୱାରା ସତ୍ୟଯୁଗୀ ରାଜତ୍ୱକୁ ମଧ୍ୟ ଜାଣିଯିବ । କେବଳ ଏତିକି ବୁଝାଇବା ମଧ୍ୟ ପର୍ଯ୍ୟାପ୍ତ ଅଟେ । ଯିଏ ଅଧିକ ଜ୍ଞାନ ଧାରଣ କରିପାରିବେ ନାହିଁ ସିଏ ଉଚ୍ଚ ପଦ ମଧ୍ୟ ପ୍ରାପ୍ତ କରିପାରିବେ ନାହିଁ । ସମ୍ମାନର ସହିତ ଉତ୍ତୀର୍ଣ୍ଣ ମଧ୍ୟ ହୋଇପାରିବେ ନାହିଁ ଏବଂ କର୍ମାତୀତ ଅବସ୍ଥାକୁ ମଧ୍ୟ ପ୍ରାପ୍ତ କରିପାରିବେ ନାହିଁ, ଏଥିରେ ବହୁତ ମେହନତ ଦରକାର । ଯୋଗଯୁକ୍ତ ହୋଇ ରହିବା ପାଇଁ ମଧ୍ୟ ମେହନତ ଦରକାର । ଜ୍ଞାନ ଧାରଣ କରିବାରେ ମଧ୍ୟ ମେହନତ ଦରକାର । ଉଭୟ ବିଷୟରେ ସମସ୍ତେ ହୁସିଆର ହୋଇଯିବେ ଏଭଳି ମଧ୍ୟ ହୋଇପାରିବ ନାହିଁ । ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି । ତେବେ ସମସ୍ତେ ନରରୁ ନାରାୟଣ କିପରି ହେବେ । ଏହା ହିଁ ହେଉଛି ଏହି ଗୀତା ପାଠଶାଳାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ତାହା ହେଉଛି ଗୀତା ଜ୍ଞାନ । ତାକୁ କିଏ ଶୁଣାଉଛନ୍ତି । ତାହା ମଧ୍ୟ ତୁମମାନଙ୍କ ବ୍ୟତୀତ ଆଉ କେହି ଜାଣି ନାହାଁନ୍ତି । ଏବେ ଏହି ଦୁନିଆ କବରସ୍ତାନ ଅର୍ଥାତ୍ ଶଶ୍ମାନ ହୋଇ ଯାଇଛି ପୁଣି ପରିସ୍ତାନ ହେବାର ଅଛି ।

ଏବେ ତୁମକୁ ଜ୍ଞାନ ଚିତାରେ ବସି ପୂଜାରୀରୁ ପୂଜ୍ୟ ହେବାକୁ ପଡିବ । ବୈଜ୍ଞାନୀକମାନେ ମଧ୍ୟ ଦିନକୁ ଦିନ କେତେ ବୁଦ୍ଧିବାନ୍ ହେବାରେ ଲାଗିଛନ୍ତି । ନୂଆ ନୂଆ ଉତ୍ତାବନ କରିଚାଲିଛନ୍ତି । ଭାରତବାସୀମାନେ ସବୁକିଛି ସେମାନଙ୍କ ନିକଟରୁ ଶିଖି ଆସୁଛନ୍ତି । ସେମାନେ ମଧ୍ୟ ଅନ୍ତିମ ସମୟରେ ଏଠାକୁ ଆସିବେ । କିନ୍ତୁ ଜ୍ଞାନ ଏତେ ବୁଝିପାରିବେ ନାହିଁ । ପୁଣି ସତ୍ୟଯୁଗରେ ସେହିମାନେ ନିର୍ମାଣ କାର୍ଯ୍ୟ କରିବେ । ସେମାନେ ରାଜା ରାଣୀ ତ ହୋଇପାରିବେ ନାହିଁ । କିନ୍ତୁ ରାଜା ରାଣୀଙ୍କ ସେବାରେ ରହିବେ । ଏହିଭଳି ଉଦ୍ଭାବନ ସବୁ କରି ଚାଲୁଥିବେ । ସୁଖ ପ୍ରାପ୍ତ କରିବା ପାଇଁ ହିଁ ରାଜା ରାଣୀ ହୋଇଥା’ନ୍ତି । ସେଠାରେ ତ ସବୁ ପ୍ରକାରର ସୁଖ ମିଳିଯିବ । ତେଣୁ ପିଲାମାନଙ୍କୁ ପୁରା ପୁରୁଷାର୍ଥ କରିବା ଦରକାର । ସମ୍ପୂର୍ଣ୍ଣ ଉତ୍ତୀନ୍ନ ହୋଇ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ । ଜଲ୍‌ଦି ଜଲ୍‌ଦି ଘରକୁ ଫେରିଯିବାର ବିଚାର ମନରେ ଆସିବା ଉଚିତ୍ ନୁହେଁ । ଏବେ ତୁମେ ହେଉଛ ଈଶ୍ୱରୀୟ ସନ୍ତାନ । ବାବା ତୁମମାନଙ୍କୁ ରାଜଯୋଗର ପାଠ ପଢାଉଛନ୍ତି । ମନୁଷ୍ୟମାନଙ୍କୁ ପରିବର୍ତ୍ତନ କରିବା ହେଉଛି ଏହି ମିଶନର କାମ । ଯେମିତି ବୌଦ୍ଧମାନଙ୍କର, ଖ୍ରୀଷ୍ଟିଆନମାନଙ୍କର ମିଶନ ରହିଛି । କୃଷ୍ଣ ଏବଂ ଖ୍ରୀଷ୍ଟିୟାନର ରାଶି ମିଶୁଛି ନା । ତାଙ୍କର ନେଣ-ଦେଣର ମଧ୍ୟ ବହୁତ ସଂଯୋଗ ରହିଛି । ଯେଉଁମାନେ ଭାରତକୁ ଏତେ ସହଯୋଗ ଦେଉଛନ୍ତି ତାଙ୍କର ଭାଷା ଆଦିକୁ ଛାଡି ଦେବା ମଧ୍ୟ ତାଙ୍କ ପାଇଁ ଗ୍ଳାନି ହେଲା ନା । ସେମାନେ ତ ପଛରେ ଆସୁଛନ୍ତି । ନା ବହୁତ ସୁଖ ନା ବହୁତ ଦୁଃଖ ଭୋଗୁଛନ୍ତି । ସମସ୍ତ ପ୍ରକାରର ଉନ୍ନତମାନର ଉଦ୍ଭାବନ ସେହିମାନେ ହିଁ କରୁଛନ୍ତି । ଭାରତରେ ଯଦିଓ ଚେଷ୍ଟା କରୁଛନ୍ତି କିନ୍ତୁ ତାଙ୍କ ଭଳି ଉନ୍ନତମାନର ଜିନିଷ ସବୁ ତିଆରି କରିପାରୁ ନାହାଁନ୍ତି । ବିଦେଶର ଜିନିଷ ବହୁତ ଭଲ ହୋଇଥାଏ । କାରଣ ସଚ୍ଚୋଟତାର ସହିତ ତିଆରି କରିଥା’ନ୍ତି । ଏଠାରେ କରିପାରିବେ ନାହିଁ । କାରଣ ଏଠାରେ ଏମାନଙ୍କର ଠକିବା ମନୋବୃତ୍ତି ରହିଛି । ତେଣୁ ଏଠାରେ ବହୁତ ଦୁଃଖ ରହିଛି ନା । ସମସ୍ତଙ୍କର ଦୁଃଖ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କୌଣସି ମନୁଷ୍ୟ ଦୂର କରିପାରିବେ ନାହିଁ । ଯଦିଓ ବିଶ୍ୱରେ ଶାନ୍ତି ଆଣିବା ପାଇଁ କେତେ ସମ୍ମିଳନୀ ଆଦି କରୁଛନ୍ତି କିନ୍ତୁ ବହୁତ ଧକ୍କା ଖାଇ ଚାଲିଛନ୍ତି । କେବଳ ମାତାମାନଙ୍କର ଦୁଃଖର କଥା ନୁହେଁ । ଏଠାରେ ତ ଅନେକ ପ୍ରକାରର ଦୁଃଖ ରହିଛି । ସାରା ଦୁନିଆରେ ଲଢେଇ ଝଗଡା ମାଡପିଟର କଥା ଚାଲିଛି । ଛୋଟ ଛୋଟ କଥାକୁ ନେଇ ମାଡପିଟ କରୁଛନ୍ତି । କିନ୍ତୁ ସେଠାରେ ତ କୌଣସି ଦୁଃଖର କଥା ରହିବ ନାହିଁ । ଏହାର ମଧ୍ୟ ହିସାବ ବାହାର କରିବା ଦରକାର । ଲଢେଇ କେତେବେଳେ ବି ଆରମ୍ଭ ହୋଇଯିବ । ଭାରତରେ ଯେତେବେଳେ ରାବଣର ପ୍ରବେଶତା ହୁଏ, ସେତେବେଳେ ପ୍ରଥମେ ପ୍ରଥମେ ଘରେ ଘରେ ଲଢେଇ ଝଗଡା ଆରମ୍ଭ ହୋଇଯାଏ । ପରସ୍ପରଠାରୁ ଏକଦମ୍ ଅଲଗା ହୋଇଯାଆନ୍ତି, ଲଢେଇ ମାଡପିଟ କରନ୍ତି ପୁଣି ବିଦେଶୀମାନେ ଆସି ଶାସନ କରନ୍ତି । ପ୍ରଥମେ କ’ଣ ବ୍ରିଟିଶ ରାଜ୍ୟ ଥିଲା! ସେମାନେ ଏଠାକୁ ଆସି ଲାଞ୍ଚ ଆଦି ଦେଇ ଆମ ରାଜ୍ୟକୁ ନିଜ ହାତକୁ ନେଇଗଲେ । ତେବେ କେତେ ରାତି ଦିନର ଫରକ ରହିଛି । ଏକଥା ନୂଆମାନେ କେହି ବୁଝି ପାରିବେ ନାହିଁ କାରଣ ଏହା ନୂଆ ଜ୍ଞାନ ନା । ଯାହା ପୁଣି ପ୍ରାୟତଃ ଲୋପ ହୋଇଯାଉଛି । ବାବା ଆସି ଜ୍ଞାନ ଦେଉଛନ୍ତି ପୁଣି ତାହା ଲୁକ୍କାୟିତ ହୋଇଯିବ । ଏହା ଏକମାତ୍ର ପାଠପଢା ଯାହାକି ଥରେମାତ୍ର ଏକ ବାବାଙ୍କଠାରୁ ହିଁ ମିଳୁଛି । ଆଗକୁ ଗଲେ ତୁମକୁ ସବୁକିଛିର ସାକ୍ଷାତକାର ହୋଇ ଚାଲିବ - ତୁମେ କେଉଁ ପଦ ପ୍ରାପ୍ତ କରିବ । କିନ୍ତୁ ସେ ସମୟରେ କିଛି ବି କରିପାରିବ ନାହିଁ । ଉନ୍ନତିକୁ ପ୍ରାପ୍ତ କରିପାରିବ ନାହିଁ । ଫଳାଫଳ ଘୋଷଣା ହେଲା ପରେ ପୁଣି ଟ୍ରାନ୍ସଫର୍ ହେବାର କଥା ଆସିବ । ପୁଣି କେତେ କାନ୍ଦିବେ, ମୁଣ୍ଡ ପିଟିବେ.... । ଆମେ ତ ବଦଳି ହୋଇ ନୂଆ ଦୁନିଆକୁ ଚାଲିଯିବା । ତୁମେମାନେ ଏବେ ପରିଶ୍ରମ କରୁଛ - କିପରି ଏହି ଜ୍ଞାନ ଚତୁର୍ଦିଗରେ ପ୍ରଚାର ହୋଇଯାଉ । ସମୟ ଆସିବ ସମସ୍ତେ ଆପେ ଆପେ ସେବାକେନ୍ଦ୍ର ଆଡକୁ ଦୌଡିବେ । କିନ୍ତୁ ଯେତେ ବିଳମ୍ବ ହୋଇ ଚାଲିବ, ସେତେ ଟୁ ଲେଟ୍ ର ବୋର୍ଡ ଲାଗିଯିବ । ଆଉ କିଛି ଜମା କରିପାରିବ ନାହିଁ । ସେତେବେଳେ ଟଙ୍କା ପଇସାର ଆବଶ୍ୟକତା ରହିବ ନାହିଁ । ତୁମମାନଙ୍କୁ ଅନ୍ୟମାନଙ୍କୁ ବୁଝାଇବା ପାଇଁ ଏହି ବ୍ୟାଜ୍ ହିଁ ଯଥେଷ୍ଟ । ଇଏ ହିଁ ବ୍ରହ୍ମାରୁ ବିଷ୍ଣୁ ଏବଂ ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି । ଏହି ବ୍ୟାଜ୍ ଏଭଳି, ଯେଉଁ ଥିରେ ସବୁ ଶାସ୍ତ୍ରର ସାରାଂଶ ସମାହିତ ହୋଇ ରହିଛି । ବାବା ବ୍ୟାଜ୍‌ର ବହୁତ ମହିମା କରୁଛନ୍ତି । ଏଭଳି ମଧ୍ୟ ସମୟ ଆସିବ ଯେତେବେଳେ ତୁମର ଏହି ବ୍ୟାଜ୍‌କୁ ସମସ୍ତେ ଖୁବ୍ ସମ୍ମାନ ଦେବେ । ମନମନାଭବ ମୋତେ ମନେପକାଅ, ତେବେ ତୁମେ ଏହିଭଳି ଦେବୀ-ଦେବତା ହୋଇଯିବ । ପୁଣି ସେହିମାନେ ହିଁ ୮୪ ଜନ୍ମ ନେଇଥା’ନ୍ତି । କେବଳ ବାବା ହିଁ ପୁନର୍ଜନ୍ମ ନେଇ ନ ଥା’ନ୍ତି । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯୋଗ ରୂପକ ସାଧନା ଏବଂ ଜ୍ଞାନର ଧାରଣା ଦ୍ୱାରା କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାର ପୁରୁଷାର୍ଥ କରିବାକୁ ହେବ । ଜ୍ଞାନ ସାଗରଙ୍କର ସମ୍ପୂର୍ଣ୍ଣ ଜ୍ଞାନକୁ ନିଜ ଭିତରେ ଧାରଣ କରିବାକୁ ହେବ ।

(୨) ଆତ୍ମାରେ ଯେଉଁ ଖାଦ ରହିଛି ତା’କୁ ବାହାର କରି ସମ୍ପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡିବ । ରିଞ୍ଚକ ମାତ୍ର ମଧ୍ୟ ଅପବିତ୍ରତାର ଅଂଶ ନ ରହୁ, ସେଥିପାଇଁ ଆମେ ଆତ୍ମା ଭାଇ-ଭାଇ ଅଟୁ... ଏହିଭଳି ଅଭ୍ୟାସ କରିବାକୁ ହେବ ।

ବରଦାନ:-
ସମୟ ଏବଂ ସଂକଳ୍ପ ରୂପୀ ସମ୍ପତ୍ତି ଉପରେ ବିଶେଷ ଧ୍ୟାନ ଦେଇ ଜମାର ଖାତାକୁ ବଢାଉଥିବା ପଦ୍ମାପଦ୍ମପତି ଭବ ।

ଏମିତି ସମ୍ପତ୍ତି ଗୁଡିକ ଅନେକ ପ୍ରକାରର ରହିଛି କିନ୍ତୁ ସମୟ ଏବଂ ସଂକଳ୍ପ - ଏହି ଦୁଇଟି ବିଶେଷ ସମ୍ପତ୍ତି ଉପରେ ଟିକିଏ ଅଧିକ ଧ୍ୟାନ ଦିଅ । ଯଦି ସବୁ ସମୟରେ ତୁମର ସଂକଳ୍ପ ଶୁଭ ଏବଂ ଶ୍ରେଷ୍ଠ ହୋଇଥିବ ତେବେ ଜମାର ଖାତା ବଢି ବଢି ଚାଲିବ । ବର୍ତ୍ତମାନ ସମୟରେ ଯଦି ଗୋଟିଏ ଜମା କରିବ ତେବେ ତୁମକୁ ପଦ୍ମଗୁଣା ମିଳିବ, ଏହାର ମଧ୍ୟ ହିସାବ ରହିଛି । ଗୋଟିଏକୁ ପଦ୍ମଗୁଣା କରି ଫେରସ୍ତ କରିବାର ଏହା ବ୍ୟାଙ୍କ ଅଟେ, ସେଥିପାଇଁ କିଛି ବି ହୋଇଯାଉ, ଯାହା ବି ତ୍ୟାଗ କରିବାକୁ ପଡୁ, ତପସ୍ୟା କରିବାକୁ ପଡୁ, ନିର୍ମାନ ହେବାକୁ ପଡୁ ବା କିଛି ବି ହୋଇଯାଉ... ଯଦି ଏହି ଦୁଇଟି କଥା ଉପରେ ଧ୍ୟାନ ରଖିଥିବ ତେବେ ପଦ୍ମାପଦ୍ମପତି ହୋଇଯିବ ।

ସ୍ଲୋଗାନ:-
ଯଦି ମନୋବଳ ଦ୍ୱାରା ସେବା କରିବ ତେବେ ତା’ର ପ୍ରାରବ୍ଧ ଅନେକ ଗୁଣା ଅଧିକ ମିଳିବ ।