17.07.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯଦି ମହାନ ହେବାକୁ ଚାହୁଁଛ ତେବେ ପ୍ରତ୍ୟହ ନିଜର ଚାର୍ଟକୁ ଦେଖ, କୌଣସି କର୍ମେନ୍ଦ୍ରିୟ ଯେପରି ଧୋକା ନ ଦେଉ, ଆଖି ବହୁତ ଧୋକାବାଜ ଅଟେ, ତା’କୁ ଆୟତ୍ତରେ ରଖ ।”

ପ୍ରଶ୍ନ:-
ସବୁଠାରୁ ଖରାପ ଅଭ୍ୟାସ କ’ଣ? ସେଥିରୁ ମୁକ୍ତ ହେବାର ଉପାୟ କ’ଣ?

ଉତ୍ତର:-
ସବୁଠାରୁ ଖରାପ ଅଭ୍ୟାସ ହେଉଛି - ପାଟିର ସ୍ୱାଦ । ଯଦି କୌଣସି ଭଲ ଜିନିଷ ଦେଖିଲେ ତ ଲୁଚାଇ କରି ଖାଇଦେବେ । ଲୁଚାଇବା ଅର୍ଥାତ୍ ଚୋରୀ କରିବା । ମାୟା ମଧ୍ୟ ଚୋରୀ ରୂପରେ ବହୁତଙ୍କୁ ନାକ କାନରୁ ଧରିନେଇଥାଏ । ଏଥିରୁ ବଞ୍ଚିବାର ଉପାୟ ହେଲା ଯଦି କୌଣସି ଜିନିଷ ପ୍ରତି ବୁଦ୍ଧି ଯାଉଛି, ତେବେ ନିଜେ ନିଜକୁ ଦଣ୍ଡ ଦିଅ । ଖରାପ ଅଭ୍ୟାସ ଗୁଡିକୁ ଦୂର କରିବା ପାଇଁ ନିଜେ ନିଜକୁ ଖୁବ୍ ଧିକ୍କାର କର ।

ଓମ୍ ଶାନ୍ତି ।
ଆତ୍ମ-ଅଭିମାନୀ ହୋଇ ବସିଛ? ପ୍ରତ୍ୟେକ କଥା ନିଜେ ନିଜକୁ ପଚାରିବା ଉଚିତ୍ । ଆମେ ଆତ୍ମ-ଅଭିମାନୀ ସ୍ଥିତିରେ ସ୍ଥିତ ହୋଇ ବାବାଙ୍କୁ ମନେ ପକାଉଛୁ? ଗାୟନ ମଧ୍ୟ ରହିଛି ଯେ ଶିବଶକ୍ତି ପାଣ୍ଡବ ସେନା । ଏଠାରେ ଶିବବାବାଙ୍କର ସେନାମାନେ ବସିଛନ୍ତି ନା । ସେହି ସେନାମାନଙ୍କ ପାଖରେ କେବଳ ଯୁବକ ଥା’ନ୍ତି, ବୁଢା ଅଥବା ପିଲା ଆଦି ନଥା’ନ୍ତି । ଏହି ସେନାରେ ତ ବୁଢା, ପିଲା, ଯୁବକ ଆଦି ସମସ୍ତେ ବସିଛନ୍ତି । ଏମାନେ ହେଉଛନ୍ତି ମାୟା ଉପରେ ବିଜୟ ପ୍ରାପ୍ତ କରୁଥିବା ସେନା । ଏବେ ମାୟା ଉପରେ ବିଜୟ ପ୍ରାପ୍ତ କରି ବାବାଙ୍କଠାରୁ ବେହଦର ବର୍ସା ନେବାକୁ ହେବ । ପିଲାମାନେ ଜାଣିଛନ୍ତି, ମାୟା ବହୁତ ଶକ୍ତିଶାଳୀ । ସମସ୍ତଙ୍କୁ କର୍ମେନ୍ଦ୍ରିୟ ହିଁ ସବୁଠାରୁ ଅଧିକ ଧୋକା ଦେଇଥାଏ । ଚାର୍ଟରେ ଏକଥା ମଧ୍ୟ ଲେଖ ଯେ ଆଜି କେଉଁ କର୍ମେନ୍ଦ୍ରିୟ ଧୋକା ଦେଲା? ଆଜି ଅମୁକକୁ ଦେଖିଲି, ଇଚ୍ଛା ହେଲା ହାତ ଲଗାଇବି, ଏଭଳି କରିବି, ଆଖି ବହୁତ କ୍ଷତି କରିଥାଏ । ତେଣୁ ପ୍ରତ୍ୟେକ କର୍ମେନ୍ଦ୍ରିୟକୁ ଦେଖ, କେଉଁ କର୍ମେନ୍ଦ୍ରିୟ ବହୁତ କ୍ଷତି କରୁଛି? ଏହା ଉପରେ ସୁରଦାସଙ୍କର ମଧ୍ୟ ଉଦାହରଣ ଦିଆଯାଉଛି । ତେବେ ନିଜକୁ ଯାଞ୍ଚ କରିବା ଉଚିତ୍ । ଆଖି ବହୁତ ଧୋକା ଦେଇଥାଏ । ଭଲ ସନ୍ତାନମାନଙ୍କୁ ମଧ୍ୟ ମାୟା ଧୋକା ଦେଇଥାଏ । ଯଦିଓ ସେବା ଭଲ କରୁଛନ୍ତି କିନ୍ତୁ ଆଖି ଧୋକା ଦେଇଥାଏ । ଏହା ଉପରେ ବହୁତ ଯାଞ୍ଚ କରିବାକୁ ହେବ, କାହିଁକି ନା ଇଏ ବହୁତ ବଡ ଶତ୍ରୁ ଅଟେ । ଯିଏକି ଆମର ପଦକୁ ଭ୍ରଷ୍ଟ କରିଦେଉଛି । ସେନ୍‌ସିବୁଲ୍ ଅର୍ଥାତ୍ ବୁଦ୍ଧିମାନ ସନ୍ତାନମାନେ ଭଲ ଭାବରେ ନୋଟ୍ କରିବା ଉଚିତ୍ । ଡାଇରୀ ନିଜର ପକେଟ୍‌ରେ ରଖିବା ଦରକାର । ଯେପରି ଭକ୍ତି ମାର୍ଗରେ ବୁଦ୍ଧି ଅନ୍ୟ ଆଡକୁ ଗଲେ ନିଜକୁ ଚୁମୁଟୀ ଦେଇଥା’ନ୍ତି । ତୁମେ ମଧ୍ୟ ନିଜକୁ ଦଣ୍ଡ ଦେବା ଉଚିତ୍ । ବହୁତ ସାବଧାନ ରହିବା ଦରକାର । କୌଣସି କର୍ମେନ୍ଦ୍ରିୟ ଧୋକା ତ ଦେଉ ନାହିଁ! ସେଥିରୁ ନିଜକୁ ଦୂରେଇ ରଖିବା ଉଚିତ୍ । ଠିଆ ହୋଇ ଦେଖିବା ଉଚିତ୍ ନୁହେଁ । ସ୍ତ୍ରୀ-ପୁରୁଷଙ୍କ ଭିତରେ ମଧ୍ୟ ବହୁତ ହଙ୍ଗାମା ହେଉଛି । ପରସ୍ପରକୁ ଦେଖିବା ଦ୍ୱାରା କାମ ବିକାରର ଦୃଷ୍ଟି ଚାଲିଯାଉଛି, ସେଥିପାଇଁ ସନ୍ନ୍ୟାସୀମାନେ ଆଖି ବନ୍ଦ କରି ବସିଥା’ନ୍ତି । କେତେକ ସନ୍ନ୍ୟାସୀ ତ ସ୍ତ୍ରୀମାନଙ୍କୁ ପଛ କରି ବସିଥା’ନ୍ତି । ସେହି ସନ୍ନ୍ୟାସୀ ଆଦିଙ୍କୁ କ’ଣ ମିଳୁଛି । ଅତି ବେଶୀରେ ୧୦-୨୦ ଲକ୍ଷ କିମ୍ବା କୋଟିଏ ଟଙ୍କା ଏକତ୍ର କରିଥା’ନ୍ତି । ମୃତ୍ୟୁ ହୋଇଗଲା ବାସ୍‌, ସବୁକିଛି ଖଲାସ । ପୁଣି ଅନ୍ୟ ଜନ୍ମରେ ନୂଆ କରି ଏକତ୍ର କରିବାକୁ ପଡିବ । ତୁମକୁ ତ ଯାହାକିଛି ମିଳୁଛି, ତାହା ଅବିନାଶୀ ବର୍ସା ହୋଇଯାଉଛି । ସେଠାରେ ଧନର ଲାଳସା ହିଁ ରହିବ ନାହିଁ । ଏପରି କୌଣସି ଅପ୍ରାପ୍ତି ରହିବ ନାହିଁ, ଯାହା ପାଇଁ ମୁଣ୍ଡ ପିଟିବାକୁ ପଡିବ । କଳିଯୁଗର ଅନ୍ତିମ ସମୟ ଏବଂ ସତ୍ୟଯୁଗର ଆଦି ସମୟ ଭିତରେ ରାତି-ଦିନର ଫରକ ରହିଛି । ସେଠାରେ ତ ଅପାର ଖୁସି ରହିବ । ଏଠାରେ କିଛି ହେଲେ ଖୁସି ନାହିଁ । ବାବା ସର୍ବଦା କହୁଛନ୍ତି - ସଂଗମ ଶବ୍ଦ ସହିତ ପୁରୁଷୋତ୍ତମ ଶବ୍ଦ ନିଶ୍ଚୟ ଲେଖ । ପରିଷ୍କାର ଭାବରେ ଶବ୍ଦ କହିବା ଉଚିତ୍, ତେବେ ବୁଝାଇବାକୁ ସହଜ ହେବ । ବାବା ନର୍କବାସୀରୁ ସ୍ୱର୍ଗବାସୀ, ମନୁଷ୍ୟରୁ ଦେବତା କରୁଛନ୍ତି... ତେଣୁ ନିଶ୍ଚିତ ସଂଗମ ଯୁଗରେ ହିଁ ଆସିବେ ନା । କିନ୍ତୁ ମନୁଷ୍ୟମାନେ ଘୋର ଅନ୍ଧକାରରେ ଅଛନ୍ତି । ସ୍ୱର୍ଗ କ’ଣ ଏକଥା ଜାଣି ନାହାଁନ୍ତି । ଅନ୍ୟ ଧର୍ମାବଲମ୍ବୀମାନେ ତ ସ୍ୱର୍ଗକୁ ଦେଖିପାରିବେ ନାହିଁ । ସେଥିପାଇଁ ବାବା କହୁଛନ୍ତି ତୁମର ଧର୍ମ ବହୁତ ସୁଖଦାୟୀ ଅଟେ । ତାକୁ ସ୍ୱର୍ଗ ବୋଲି କୁହାଯାଉଛି । କିନ୍ତୁ ଏକଥା ବୁଝୁ ନାହାଁନ୍ତି ଯେ ଆମେ ମଧ୍ୟ ସ୍ୱର୍ଗକୁ ଯାଇପାରିବୁ । କାହାକୁ ହେଲେ ମଧ୍ୟ ଏକଥା ଜଣା ନାହିଁ । ଭାରତବାସୀ ମଧ୍ୟ ଏହାକୁ ଭୁଲିଯାଇଛନ୍ତି । ସ୍ୱର୍ଗକୁ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି । ଖ୍ରୀଷ୍ଟିୟାନ୍‌ମାନେ ନିଜେ କହୁଛନ୍ତି ଯେ ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ଲକ୍ଷ୍ମୀ-ନାରାୟଣଙ୍କୁ ଦେବୀ-ଦେବତା ବୋଲି କୁହାଯାଉଛି । ତେବେ ନିଶ୍ଚିତ ଈଶ୍ୱର ହିଁ ଦେବୀ-ଦେବତା କରିବେ । ତେଣୁ ମେହନତ କରିବା ଦରକାର । ପ୍ରତିଦିନ ନିଜର ଚାର୍ଟ ଦେଖିବା ଦରକାର । କେଉଁ କର୍ମେନ୍ଦ୍ରିୟ ଧୋକା ଦେଉଛି? ଜିଭ ମଧ୍ୟ କିଛି କମ୍ ନୁହେଁ । କୌଣସି ଭଲ ଜିନିଷ ଦେଖିବେ ତ ଲୁଚାଇ ଖାଇଯିବେ । ବୁଝିପାରୁ ନାହାଁନ୍ତି ଯେ ଏହା ମଧ୍ୟ ପାପ ଅଟେ । ଏହାକୁ ମଧ୍ୟ ଚୋରୀ କୁହାଯିବ । ତାହା ପୁଣି ଶିବବାବାଙ୍କ ଯଜ୍ଞରୁ ଚୋରୀ କରିବା ବହୁତ ଖରାପ ଅଟେ । କାଣିଚାଏ ଚୋରୀ କରିବା ମଧ୍ୟ ଲକ୍ଷେ ଟଙ୍କା ଚୋରୀ କରିବା ସହ ସମାନ । କିନ୍ତୁ ବହୁତଙ୍କୁ ମାୟା ନାକରୁ ଧରି ପକାଉଛି । ତେବେ ଏହିସବୁ ଖରାପ ଅଭ୍ୟାସକୁ ଛାଡିବାକୁ ହେବ । ନିଜକୁ ତିରସ୍କାର କରିବା ଉଚିତ୍ । ଯେପର୍ଯ୍ୟନ୍ତ ଖରାପ ଅଭ୍ୟାସ ଥିବ ସେପର୍ଯ୍ୟନ୍ତ ଉଚ୍ଚ ପଦ ପାଇପାରିବ ନାହିଁ । ସ୍ୱର୍ଗକୁ ଯିବା ତ ବଡ କଥା ନୁହେଁ, କିନ୍ତୁ କେଉଁଠି ରାଜା-ରାଣୀ କେଉଁଠି ପ୍ରଜା! ତେଣୁ ବାବା କହୁଛନ୍ତି କର୍ମେନ୍ଦ୍ରିୟକୁ ବହୁତ ଯାଞ୍ଚ କରିବାକୁ ହେବ । କେଉଁ କର୍ମେନ୍ଦ୍ରିୟ ଧୋକା ଦେଉଛି? ପୋତାମେଲ ଅର୍ଥାତ୍ ହିସାବ ବାହାର କରିବା ଦରକାର । ଏହା ମଧ୍ୟ ବ୍ୟାପାର ଅଟେ ନା । ବାବା ବୁଝାଉଛନ୍ତି ମୋ ସହିତ ବ୍ୟାପାର କରିବାକୁ ହେବ, ଉଚ୍ଚ ପଦ ପାଇବାକୁ ହେଲେ ଶ୍ରୀମତ ଅନୁସାରେ ଚାଲ । ବାବା ନିର୍ଦ୍ଦେଶ ଦେବେ, କିନ୍ତୁ ସେଥିରେ ମଧ୍ୟ ମାୟା ବିଘ୍ନ ପକାଇବ । କରିବାକୁ ଦେବ ନାହିଁ । ବାବା କହୁଛନ୍ତି ଏକଥା ଭୁଲିଯାଅ ନାହିଁ । ହେଳା କଲେ ବହୁତ ପଶ୍ଚାତାପ କରିବାକୁ ପଡିବ, ପୁଣି ଉଚ୍ଚ ପଦ ପାଇପାରିବ ନାହିଁ । ଏବେ ତ ଖୁସିରେ କହୁଛନ୍ତି ଯେ ଆମେ ନରରୁ ନାରାୟଣ ହେବୁ କିନ୍ତୁ ନିଜକୁ ପଚାର- କେଉଁଠି କର୍ମେନ୍ଦ୍ରିୟ ଧୋକା ଦେଉ ନାହିଁ ତ ?

ନିଜର ଉନ୍ନତି କରିବାକୁ ହେଲେ ବାବା ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ତାକୁ କାର୍ଯ୍ୟରେ ଲଗାଅ । ସାରା ଦିନର ହିସାବ ଦେଖ । ବହୁତ ଭୁଲ ହେଉଛି । ଆଖି ବହୁତ ଧୋକା ଦେଉଛି । ଯଦି କାହା ଉପରେ ଦୟା ଆସିଲା ତେବେ ତାଙ୍କୁ ଖୁଆଇବେ, ଉପହାର ଦେବେ । ଏହିଭଳି ନିଜର ସମୟ ବହୁତ ନଷ୍ଟ କରୁଛନ୍ତି । ମାଳାର ଦାନା ହେବାରେ ବହୁତ ମେହନତ କରିବାକୁ ହେବ । ୮ ରତ୍ନ ହେଉଛି ମୁଖ୍ୟ । ୯ ରତ୍ନ ମଧ୍ୟ କହିଥା’ନ୍ତି । ଏକ ହେଲେ ବାବା, ବାକି ହେଉଛନ୍ତି ୮, ବାବାଙ୍କର ଚିହ୍ନ ତ ମଝିରେ ରହିବା ଦରକାର ନା, କୌଣସି ଗ୍ରହଚାରୀ ଆସିଲେ ୯ ରତ୍ନର ଆଙ୍ଗୁଠି ଆଦି ପିନ୍ଧିଥା’ନ୍ତି । ଏତେ ଢେର ପୁରୁଷାର୍ଥୀମାନଙ୍କ ମଧ୍ୟରୁ ୮ ଜଣ ପାସ୍ ୱିଥ୍ ଅନର୍ସ (ସମ୍ମାନର ସହ ଉତ୍ତୀର୍ଣ୍ଣ) ହେଉଛନ୍ତି । ୮ ରତ୍ନର ବହୁତ ମହିମା ରହିଛି । ଦେହ-ଅଭିମାନରେ ଆସିବା ଦ୍ୱାରା କର୍ମେନ୍ଦ୍ରିୟ ବହୁତ ଧୋକା ଦେଉଛି । ଭକ୍ତିମାର୍ଗରେ ମଧ୍ୟ ଚିନ୍ତା ରହିଥାଏ ଯେ, ମୁଣ୍ଡ ଉପରେ ବହୁତ ପାପ ଅଛି, ସେଥିପାଇଁ ଭାବୁଛନ୍ତି ଦାନ ପୁଣ୍ୟ କରିଲେ ପାପ କଟିଯିବ । ସତ୍ୟଯୁଗରେ କୌଣସି ଚିନ୍ତାର କଥା ରହିବ ନାହିଁ, କାହିଁକି ନା ସେଠାରେ ରାବଣ ରାଜ୍ୟ ହିଁ ନାହିଁ । ସେଠାରେ ମଧ୍ୟ ଯଦି ଏପରି କଥା ରହିବ ତେବେ ସ୍ୱର୍ଗ ଏବଂ ନର୍କରେ ଫରକ ରହିବ ନାହିଁ । ତୁମମାନଙ୍କୁ ଏତେ ଉଚ୍ଚ ପଦ ମିଳୁ, ସେଥିପାଇଁ ଭଗବାନ ବସି ପାଠ ପଢାଉଛନ୍ତି । କିନ୍ତୁ ବାବା ମନେ ପଡୁ ନାହାଁନ୍ତି, ତେବେ ଶିକ୍ଷାଦାତା ଶିକ୍ଷକଙ୍କୁ ତ ମନେ ପକାଅ । ଆଚ୍ଛା । ଏକଥା ମନେପକାଅ ଯେ, ଆମର ଏକମାତ୍ର ବାବା ହିଁ ସତ୍‌ଗୁରୁ ଅଟନ୍ତି । ମନୁଷ୍ୟମାନେ ଆସୁରୀ ମତରେ ବାବାଙ୍କର କେତେ ତିରସ୍କାର କରିଛନ୍ତି । ବାବା ଏବେ ସମସ୍ତଙ୍କ ଉପରେ ଉପକାର କରୁଛନ୍ତି । ତୁମେ ମଧ୍ୟ ଉପକାର କରିବା ଉଚିତ୍ । କାହାର ମଧ୍ୟ ଅପକାର କର ନାହିଁ, କାହା ପ୍ରତି କୁଦୃଷ୍ଟି ରଖ ନାହିଁ । ଯଦି ଏଭଳି କରୁଛ ତେବେ ନିଜର ହିଁ କ୍ଷତି କରୁଛ । ଏହି ଭାଇବ୍ରେସନ୍ ପୁଣି ଅନ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ବାବା କହୁଛନ୍ତି ଏହା ବହୁତ ବଡ ଲକ୍ଷ୍ୟ ଅଟେ । ତେଣୁ ପ୍ରଦିଦିନ ନିଜର ଚାର୍ଟ ଦେଖ - କୌଣସି ବିକର୍ମ ହୋଇନାହିଁ ତ? ଏହା ହେଉଛି ବିକର୍ମୀ ଦୁନିଆ, ବିକର୍ମୀ ସଂବତ । ବିକର୍ମାଜିତ୍ ଦେବତାମାନଙ୍କର ସଂବତ ବିଷୟରେ କାହାକୁ ହେଲେ ଜଣା ନାହିଁ । ବାବା ବୁଝାଉଛନ୍ତି, ବିକର୍ମାଜିତ୍ ସଂବତକୁ ୫ ହଜାର ବର୍ଷ ହେଲାଣି, ପୁଣି ପରେ ବିକର୍ମ ସଂବତ ଆରମ୍ଭ ହେଉଛି । ଏଠାରେ ରାଜାମାନେ ମଧ୍ୟ ବିକର୍ମ ହିଁ କରୁଛନ୍ତି, ତେଣୁ ବାବା କହୁଛନ୍ତି କର୍ମ-ଅକର୍ମ ବିକର୍ମର ଗତି ସମ୍ବନ୍ଧରେ ମୁଁ ତୁମମାନଙ୍କୁ ବୁଝାଉଛି । ରାବଣ ରାଜ୍ୟରେ ତୁମର କର୍ମ, ବିକର୍ମ ହୋଇଯାଉଛି । ସତ୍ୟଯୁଗରେ କର୍ମ ଅକର୍ମ ହେବ । ବିକର୍ମ ହେବ ନାହିଁ । କାରଣ ସେଠାରେ ବିକାରର ନାମ ମଧ୍ୟ ରହିବ ନାହିଁ । ଜ୍ଞାନର ତୃତୀୟ ନେତ୍ର ଏବେ ତୁମକୁ ମିଳୁଛି । ଏବେ ତୁମେମାନେ ବାବାଙ୍କ ଦ୍ୱାରା ତ୍ରିନେତ୍ରୀ ତ୍ରିକାଳଦର୍ଶୀ ହେଉଛ । ଯାହାକି ମନୁଷ୍ୟ କେହି କରିପାରିବେ ନାହିଁ । ବାବା ତୁମକୁ ତ୍ରିନେତ୍ରୀ ତ୍ରିକାଳଦର୍ଶୀ କରୁଛନ୍ତି । ପ୍ରଥମେ ଆସ୍ତିକ ହେଉଛ, ତା’ପରେ ପୁଣି ତ୍ରିନେତ୍ରୀ ତ୍ରିକାଳଦର୍ଶୀ ହେଉଛ । ସାରା ଡ୍ରାମାର ରହସ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି । ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ୮୪ ଜନ୍ମର ଚକ୍ର ସବୁ ବୁଦ୍ଧିରେ ଅଛି । ପରେ ପୁଣି ଅନ୍ୟ ଧର୍ମ ସବୁ ଆସୁଛି । ଧୀରେ ଧୀରେ ବୃଦ୍ଧି ହୋଇ ଚାଲିଛି । ତେବେ ଧର୍ମସ୍ଥାପକମାନଙ୍କୁ ଗୁରୁ କୁହାଯିବ ନାହିଁ । ସମସ୍ତଙ୍କର ସଦ୍‌ଗତି କରୁଥିବା ସତଗୁରୁ କେବଳ ଜଣେ ହିଁ ଅଟନ୍ତି । ବାକି ଅନ୍ୟ କେହି ସଦ୍‌ଗତି କରିବା ପାଇଁ ଆସୁ ନାହାଁନ୍ତି । ସେମାନେ ଧର୍ମସ୍ଥାପକ ଅଟନ୍ତି । ଖ୍ରୀଷ୍ଟଙ୍କୁ ସ୍ମରଣ କରିଲେ ସଦ୍‌ଗତି ମିଳିବ ନାହିଁ । ବିକର୍ମ ମଧ୍ୟ ବିନାଶ ହେବ ନାହିଁ । ସେମାନଙ୍କୁ ମଧ୍ୟ ଭକ୍ତି ମାର୍ଗରେ ଅଛନ୍ତି ବୋଲି କୁହାଯିବ । ଜ୍ଞାନର ମାର୍ଗରେ କେବଳ ତୁମେ ଅଛ । ତୁମେ ହେଉଛ ପଣ୍ଡା । ସମସ୍ତଙ୍କୁ ଶାନ୍ତିଧାମ, ସୁଖଧାମର ରାସ୍ତା ବତାଉଛ । ବାବା ମଧ୍ୟ ମୁକ୍ତିଦାତା ଗାଇଡ୍ ଅଟନ୍ତି । ତାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ ।

ଏବେ ତୁମେମାନେ ନିଜର ବିକର୍ମ ବିନାଶ କରିବାର ପୁରୁଷାର୍ଥ କରୁଛ । ତେଣୁ ତୁମକୁ ଧ୍ୟାନ ଦେବାକୁ ହେବ ଯେ, ଗୋଟିଏ ପାର୍ଶ୍ୱରେ ବିକର୍ମ ବିନାଶ କରିବାର ପୁରୁଷାର୍ଥ କରୁଥିବ ପୁଣି ଅନ୍ୟ ପାର୍ଶ୍ୱରେ ବିକର୍ମ ମଧ୍ୟ ହେଉ ନ ଥିବ । ପୁରୁଷାର୍ଥ କରିବା ସହିତ ଯଦି ବିକର୍ମ କରିବ ତେବେ ଶହେଗୁଣା ଦଣ୍ଡ ହୋଇଯିବ । ତେଣୁ ଯେତେ ସମ୍ଭବ ବିକର୍ମ କର ନାହିଁ । ନଚେତ୍ ଏଡିସନ୍ ଅର୍ଥାତ୍ ତାହା ମଧ୍ୟ ମିଶିଯିବ, ନାମ ମଧ୍ୟ ବଦନାମ କରିବ । ତୁମେମାନେ ଜାଣିଛ ଯେ, ଭଗବାନ ଆମକୁ ପାଠ ପଢାଉଛନ୍ତି, ତେଣୁ କୌଣସି ବିକର୍ମ କରିବା ଉଚିତ୍ ନୁହେଁ । ଛୋଟ ଚୋରୀ ହେଉ ଅଥବା ବଡ ଚୋରୀ, ପାପ ତ ହେବ ନା । ଏହି ଆଖି ବହୁତ ଧୋକା ଦେଉଛି । ବାବା ପିଲାମାନଙ୍କର ଚଳଣିରୁ ବୁଝିଯାଉଛନ୍ତି, ତେଣୁ ଏକଥା କେବେ ବିଚାରରେ ମଧ୍ୟ ନ ଆସୁ ଯେ, ଇଏ ମୋ’ର ସ୍ତ୍ରୀ ଅଟେ । ଆମେ ବ୍ରହ୍ମାକୁମାର-କୁମାରୀ, ଶିବବାବାଙ୍କର ନାତି ଅଟୁ । ଆମେ ବାବାଙ୍କ ପାଖରେ ପ୍ରତିଜ୍ଞା କରିଛୁ, ରାକ୍ଷୀ ବାନ୍ଧିଛୁ, ପୁଣି ଆଖି କାହିଁକି ଧୋକା ଦେଉଛି? ଯୋଗବଳ ଦ୍ୱାରା ଯେ କୌଣସି କର୍ମେନ୍ଦ୍ରିୟର ଧୋକାରୁ ମୁକ୍ତ ହୋଇପାରିବ, ସେଥିପାଇଁ ବହୁତ ମେହନତ ଦରକାର । ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଧାରଣା କର, ଚାର୍ଟ ଲେଖ । ସ୍ତ୍ରୀ-ପୁରୁଷ ମଧ୍ୟ ପରସ୍ପର ମଧ୍ୟରେ ଏହି କଥାବାର୍ତ୍ତା ହୁଅ - ଆମେ ବାବାଙ୍କଠାରୁ ପୂରା ବର୍ସା ନେବୁ, ଶିକ୍ଷକଙ୍କ ଠାରୁ ପୁରା ପାଠ ପଢିବୁ । ଏପରି ଶିକ୍ଷକ ଆଉ କେବେ ମିଳିବେ ନାହିଁ, ଯିଏକି ବେହଦର ଜ୍ଞାନ ଦେଉଛନ୍ତି । ଲକ୍ଷ୍ମୀ-ନାରାୟଣ ମଧ୍ୟ ଏକଥା ଜାଣି ନାହାଁନ୍ତି, ତେବେ ତାଙ୍କ ପଛରେ ଯେଉଁମାନେ ଆସୁଛନ୍ତି ସେମାନେ କିପରି ଜାଣିବେ । ବାବା କହୁଛନ୍ତି ଏହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ କେବଳ ତୁମେମାନେ ହିଁ ଜାଣୁଛ, ତାହା ମଧ୍ୟ ସଂଗମରେ ହିଁ ଜାଣୁଛ । ବାବା ବହୁତ ବୁଝାଉଛନ୍ତି ଏହା କର, ଏପରି କର । ପୁଣି ଏଠାରୁ ଉଠିଲେ ତ ଖଲାସ । ଏକଥା ବୁଝୁ ନାହାଁନ୍ତି ଯେ ଶିବବାବା ଆମକୁ କହୁଛନ୍ତି । ସର୍ବଦା ଶିବବାବା କହୁଛନ୍ତି ବୋଲି ମନେ କରିବା ଉଚିତ୍ । ବାବା କହୁଛନ୍ତି ଏହାଙ୍କର ଫଟୋ ମଧ୍ୟ ରଖ ନାହିଁ । ଏହି ରଥକୁ ତ ବାବା ଲୋନ୍‌ରେ ନେଇଛନ୍ତି । ଇଏ ମଧ୍ୟ ପୁରୁଷାର୍ଥୀ ଅଟନ୍ତି, ଇଏ ମଧ୍ୟ କହୁଛନ୍ତି ଯେ ମୁଁ ବାବାଙ୍କଠାରୁ ବର୍ସା ନେଉଛି । ତୁମ ସଦୃଶ ଏହାଙ୍କର ମଧ୍ୟ ଛାତ୍ର ଜୀବନ ଅଟେ । ସମୟ ଆସିବ ତୁମର ବହୁତ ମହିମା ହେବ । ଏବେ ତ ତୁମେମାନେ ପୂଜ୍ୟ ଦେବତା ହେବା ପାଇଁ ପାଠ ପଢୁଛ । ପୁଣି ସତ୍ୟଯୁଗରେ ତୁମେ ଦେବତା ହେବ । ଏସବୁ କଥା ବାବାଙ୍କ ବିନା କେହି ବୁଝାଇପାରିବେ ନାହିଁ । ଯଦି ଭାଗ୍ୟରେ ନାହିଁ ତେବେ ସଂଶୟ ଆସୁଛି - ଶିବବାବା କିପରି ଆସି ପାଠ ପଢାଇବେ । ମୁଁ ମାନିବି ନାହିଁ । ଯଦି ନ ମାନିବ ତେବେ ଶିବବାବାଙ୍କୁ ସ୍ମରଣ କିପରି କରିବ! ବିକର୍ମ ମଧ୍ୟ ବିନାଶ ହୋଇପାରିବ ନାହିଁ । ବର୍ତ୍ତମାନ ସାରା ରାଜଧାନୀ କ୍ରମାନ୍ୱୟରେ ସ୍ଥାପନ ହେଉଛି । ସେଠାରେ ଦାସ-ଦାସୀ ମଧ୍ୟ ଦରକାର ନା । ରାଜାମାନଙ୍କୁ ଯୌତୁକରେ ଦାସୀମାନେ ମିଳିଥା’ନ୍ତି । ଏହିଠାରେ ହିଁ ଯଦି ଏତେ ଦାସୀ ରଖୁଛନ୍ତି, ତେବେ ପୁଣି ସତ୍ୟଯୁଗରେ କେତେ ହେବେ । ଏପରି ଢିଲା ପୁରୁଷାର୍ଥ କରିବାର ଉଚିତ୍ ନୁହେଁ, ଯେପରି ସେଠାରେ ଦାସ-ଦାସୀ ହେବ । ତୁମେମାନେ ବାବାଙ୍କୁ ପଚାରିପାର - ବାବା, ଏବେ ଯଦି ଶରୀର ତ୍ୟାଗ କରିଦେବି ତେବେ କି ପଦ ମିଳିବ? ବାବା ତୁରନ୍ତ କହିଦେବେ । ନିଜର ଚାର୍ଟ ନିଜେ ଦେଖ । ଶେଷ ସମୟରେ କ୍ରମାନ୍ୱୟରେ କର୍ମାତୀତ ଅବସ୍ଥା ହେବ । ଏହା ହେଉଛି ସତ୍ୟ ରୋଜଗାର । ହଦର ରୋଜଗାରରେ ରାତି-ଦିନ କେତେ ବ୍ୟସ୍ତ ରହୁଛ । ସଚ୍ଚା ଖେଳାଳୀ ଗୋଟିଏ ହାତରେ ଖାଆନ୍ତି ଏବଂ ଅନ୍ୟ ହାତରେ ଫୋନ୍‌ରେ କାରବାର ଚଳାଇଥା’ନ୍ତି । ଏବେ କୁହ ଏପରି ଲୋକେ ଜ୍ଞାନରେ ଚାଲିପାରିବେ? କହୁଛନ୍ତି ଆମକୁ ଫୁରସତ ନାହିଁ । ଆରେ, ସତ୍ୟ ରାଜତ୍ୱ ମିଳୁଛି । ବାବାଙ୍କୁ କେବଳ ସ୍ମରଣ କରିଲେ ବିକର୍ମ ବିନାଶ ହେବ । ଅଷ୍ଟ ଦେବତା ଆଦିଙ୍କୁ ମଧ୍ୟ ସ୍ମରଣ କରିଥା’ନ୍ତି ନା । କିନ୍ତୁ ତାଙ୍କୁ ସ୍ମରଣ କରିଲେ କିଛି ବି ମିଳୁନାହିଁ । ବାବା ବାରମ୍ବାର ପ୍ରତ୍ୟେକ କଥା ବୁଝାଉଛନ୍ତି । ତେଣୁ ଏପରି କେହି କହିପାରିବେ ନାହିଁ ଯେ ଅମୁକ କଥା ଉପରେ ଆମକୁ ବୁଝାଇ ନାହାଁନ୍ତି । ତୁମକୁ ସମସ୍ତଙ୍କୁ ସନ୍ଦେଶ ମଧ୍ୟ ଦେବାକୁ ହେବ । ଉଡାଜାହାଜରୁ ମଧ୍ୟ ପର୍ଚ୍ଚା ପକାଇବା ପାଇଁ ଚେଷ୍ଟା କରିବା ଉଚିତ୍ । ସେଥିରେ ଲେଖୁଛ ଶିବବାବା ଏପରି କହୁଛନ୍ତି । ବ୍ରହ୍ମା ମଧ୍ୟ ଶିବବାବାଙ୍କର ସନ୍ତାନ ଅଟନ୍ତି । ପ୍ରଜାପିତା ଅଟନ୍ତି ତେଣୁ ଇଏ ମଧ୍ୟ ପିତା, ତ ସିଏ ମଧ୍ୟ ପିତା ଅଟନ୍ତି । ଶିବବାବା କହିବା ଦ୍ୱାରା ବହୁତ ସନ୍ତାନମାନଙ୍କ ଆଖିରେ ପ୍ରେମର ଲୁହ ଆସିଯାଉଛି । ଏମିତି ବହୁତ ଅଛନ୍ତି ଯେଉଁମାନେ ବାବାଙ୍କୁ ଦେଖି ମଧ୍ୟ ନାହାଁନ୍ତି । ଲେଖୁଛନ୍ତି ବାବା କେବେ ଆସି ଆପଣଙ୍କ ସହିତ ମିଶିବୁ, ବାବା ବନ୍ଧନରୁ ମୁକ୍ତ କର । ବହୁତଙ୍କୁ ବାବା ଏବଂ ପ୍ରିନ୍ସଙ୍କର ମଧ୍ୟ ସାକ୍ଷାତ୍‌କାର ହେଉଛି । ଆଗକୁ ଗଲେ ବହୁତଙ୍କୁ ସାକ୍ଷାତ୍କାର ହେବ ତଥାପି ପୁରୁଷାର୍ଥ ତ କରିବାକୁ ପଡିବ । ମୃତ୍ୟୁ ସମୟରେ ମଧ୍ୟ ମନୁଷ୍ୟଙ୍କୁ କହିଥା’ନ୍ତି ଯେ ଭଗବାନଙ୍କୁ ମନେ ପକାଅ । ତୁମେ ମଧ୍ୟ ଦେଖିବ ଯେ ଶେଷ ସମୟରେ ସମସ୍ତେ ଖୁବ୍ ପୁରୁଷାର୍ଥ କରିବେ । ଯୋଗ କରିବାରେ ଲାଗିପଡିବେ ।

ବାବା ରାୟ ଦେଉଛନ୍ତି - ପିଲାମାନେ, ଯେତେ ସମୟ ମିଳୁଛି ସେଥିରେ ପୁରୁଷାର୍ଥ କରି ମେକପ୍ କର । ବାବାଙ୍କ ସ୍ମୃତିରେ ରହି ବିକର୍ମ ବିନାଶ କରିଲେ, ପଛରେ ଆସି ମଧ୍ୟ ଆଗକୁ ଯାଇପାରିବ । ଯେପରି ଟ୍ରେନ୍ ଲେଟ୍ ହେଲେ ରାସ୍ତାରେ ମେକପ୍ କରିନେଇଥାଏ ନା । ତୁମକୁ ମଧ୍ୟ ଏଠାରେ ସମୟ ମିଳୁଛି ତ ମେକପ୍ କରିନିଅ । ଏଠାକୁ ଆସି ରୋଜଗାର କରିବାରେ ଲାଗିଯାଅ । ବାବା ରାୟ ମଧ୍ୟ ଦେଉଛନ୍ତି - ଏପରି କର, ନିଜର କଲ୍ୟାଣ କର । ବାବାଙ୍କ ଶ୍ରୀମତରେ ଚାଲ । ଉଡାଜାହାଜରୁ ପର୍ଚ୍ଚା ପରିଚୟ ପତ୍ର ପକାଅ, ଫଳରେ ମନୁଷ୍ୟ ବୁଝିଯିବେ ଯେ ବାସ୍ତବରେ ଏମାନେ ଠିକ୍ ସନ୍ଦେଶ ଦେଉଛନ୍ତି । ଭାରତ କେତେ ବଡ, ସମସ୍ତେ ଜାଣିବା ଦରକାର ପୁଣି ଏପରି କେହି କହିପାରିବେ ନାହିଁ ଯେ ବାବା ଆମେ ତ ଜାଣିପାରିଲୁ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସେନ୍‌ସିବୁଲ୍ ଅର୍ଥାତ୍ ବୁଦ୍ଧିମାନ ହୋଇ ନିଜର ଯାଞ୍ଚ କରିବାକୁ ହେବ କି ଆଖି ମୋତେ ଧୋକା ଦେଉ ନାହିଁ ତ! କୌଣସି କର୍ମେନ୍ଦ୍ରିୟର ବଶବର୍ତ୍ତୀ ହୋଇ ଓଲଟା କର୍ମ କରିବାର ନାହିଁ । ଯୋଗର ବଳ ଦ୍ୱାରା କର୍ମେନ୍ଦ୍ରିୟର ଧୋକାରୁ ମୁକ୍ତ ହେବାକୁ ପଡିବ ।

(୨) ଏହି ସଚ୍ଚା ରୋଜଗାର ପାଇଁ ସମୟ ବାହାର କରିବାକୁ ହେବ । ପଛରେ ଆସିଥିଲେ ମଧ୍ୟ ପୁରୁଷାର୍ଥରେ ମେକପ୍ କରିନେବାକୁ ହେବ । ଏହା ବିକର୍ମ ବିନାଶ କରିବାର ସମୟ ସେଥିପାଇଁ ଏବେ କୌଣସି ନୂଆ ବିକର୍ମ କରିବାର ନାହିଁ ।

ବରଦାନ:-
ବାଳକ ତଥା ମାଲିକ ହେବାର ପାଠ ଦ୍ୱାରା ନିରହଂକାରୀ ଏବଂ ନିରାକାରୀ ହୁଅ ।

ପରମାତ୍ମା ପିତାଙ୍କର ବାଳକ ହେବା ଅର୍ଥାତ୍ ଲୌକିକ ଜୀବନର ପରିବର୍ତ୍ତନ ହେବା । କେହି କେତେ ବି ବଡ ଦେଶର ମାଲିକ ହୋଇଥାଉ ବା ବିଶାଳ ଧନ ସମ୍ପତ୍ତିର ଅଥବା ପରିବାରର ମାଲିକ ହୋଇଥାଉ, କିନ୍ତୁ ବାବାଙ୍କ ନିକଟରେ ସମସ୍ତେ ବାଳକ ଅଟନ୍ତି । ତୁମେ ବ୍ରାହ୍ମଣ ପିଲାମାନେ ମଧ୍ୟ ବାଳକ ହେବା କାରଣରୁ ବର୍ତ୍ତମାନ ଚିନ୍ତାମୁକ୍ତ ସମ୍ରାଟ ହେଉଛ ଏବଂ ଭବିଷ୍ୟତରେ ବିଶ୍ୱର ମାଲିକ ହେଉଛ । “ମୁଁ ବାଳକ ତଥା ମାଲିକ ଅଟେ” - ଏହି ସ୍ମୃତି ସର୍ବଦା ନିରହଂକାରୀ - ନିରାକାରୀ ସ୍ଥିତିର ଅନୁଭବ କରାଇଥାଏ । ବାଳକ ହେବା ଅର୍ଥାତ୍ ସନ୍ତାନ ହେବା ଏବଂ ସନ୍ତାନ ହେବା ଅର୍ଥ ମାୟା ଠାରୁ ସୁରକ୍ଷିତ ହୋଇଯିବା ।

ସ୍ଲୋଗାନ:-
ପ୍ରସନ୍ନତା ହିଁ ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ଅଟେ - ତେଣୁ ସର୍ବଦା ପ୍ରସନ୍ନଚିତ୍ତ ହୋଇ ରୁହ ।

ଅବ୍ୟକ୍ତ ଈଶାରା:- ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।

ଯେଉଁ କାର୍ଯ୍ୟ ଆଜିର ଅନେକ ପଦ୍ମପତିମାନେ ମଧ୍ୟ କରିପାରିବେ ନାହିଁ କିନ୍ତୁ ତୁମର ଗୋଟିଏ ସଂକଳ୍ପ କୌଣସି ବି ଆତ୍ମାକୁ ପଦ୍ମପତି କରିପାରିବ, ସେଥିପାଇଁ ନିଜର ଶେଷ୍ଠ ସଂକଳ୍ପର ଶକ୍ତିକୁ ଜମା କର । ଶ୍ରେଷ୍ଠ ସଂକଳ୍ପର ଶକ୍ତିକୁ ଏଭଳି ସ୍ୱଚ୍ଛ କରିଦିଅ ଯାହାକି ସେଥିରେ ଟିକିଏ ବି ବ୍ୟର୍ଥର ଅସ୍ୱଚ୍ଛତା ନ ରହୁ ତେବେ ଦେଖିବ ଏହି ଶକ୍ତି ଚମତ୍କାରୀ କାର୍ଯ୍ୟ କରି ଦେଖାଇବ ।