17.09.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ରହସ୍ୟ ସମସ୍ତଙ୍କୁ ଶୁଣାଅ ଯେ ଆବୁ ସବୁଠାରୁ ବଡ ତୀର୍ଥ ଅଟେ, ସ୍ୱୟଂ ଭଗବାନ ଏଠାକୁ ଆସି
ସମସ୍ତଙ୍କର ସଦ୍ଗତି କରିଛନ୍ତି ।”
ପ୍ରଶ୍ନ:-
କେଉଁ ଗୋଟିଏ
କଥାକୁ ଲୋକମାନେ ବୁଝିଗଲେ ଏଠାରେ ଭିଡ ଲାଗିଯିବ?
ଉତ୍ତର:-
ଯଦି ଏହି ମୁଖ୍ୟ କଥାକୁ ବୁଝିଯିବେ ଯେ ପରମପିତା ପରମାତ୍ମା କଳ୍ପ ପୂର୍ବେ ଯେଉଁ ରାଜଯୋଗ
ଶିଖାଇଥିଲେ ତାହା ଏବେ ପୁନର୍ବାର ଶିଖାଉଛନ୍ତି । ସେ ସର୍ବବ୍ୟାପୀ ନୁହଁନ୍ତି । ବର୍ତ୍ତମାନ ସମୟରେ
ପରମାତ୍ମା ପିତା ଆବୁ ଧାମକୁ ଆସି ବିଶ୍ୱରେ ଶାନ୍ତିର ସ୍ଥାପନା କରୁଛନ୍ତି । ଯାହାର ଜଡ ସ୍ମାରକୀ
ଭାବରେ ଦିଲୱାଡା ମନ୍ଦିର ମଧ୍ୟ ଆବୁରେ ରହିଛି । ଆଦିଦେବ ବ୍ରହ୍ମା ଏଠାରେ ଚୈତନ୍ୟ ରୂପରେ
ବିରାଜମାନ କରୁଛନ୍ତି, ତେଣୁ ଏହା ଚୈତନ୍ୟ ଦିଲ୍ୱାଡା ମନ୍ଦିର ଅଟେ । ଯଦି ଏହି କଥାକୁ ସମସ୍ତେ
ବୁଝିଯିବେ ତେବେ ଆବୁର ବହୁତ ମହିମା ହୋଇଯିବ ଏବଂ ଏଠାରେ ଭିଡ ଲାଗିଯିବ । ଯଦି ଆବୁର ନାମ
ବିଖ୍ୟାତ ହୋଇଯିବ ତେବେ ଏଠାକୁ ବହୁତ ଲୋକ ଆସିବାକୁ ଲାଗିବେ ।
ଓମ୍ ଶାନ୍ତି ।
ବାବା
ପିଲାମାନଙ୍କୁ ଯୋଗ ଶିଖାଇଲେ । ଅନ୍ୟ ସବୁ ଜାଗାରେ ସମସ୍ତେ ନିଜେ ନିଜେ ହିଁ ଶିଖିଥା’ନ୍ତି ।
ସେଠାରେ ଶିଖାଇବା ପାଇଁ ବାବା ତ ନ ଥା’ନ୍ତି । ପରସ୍ପର ପରସ୍ପରକୁ ଶିଖାଇଥା’ନ୍ତି । ଏଠାରେ ତ
ବାବା ଆସି ପିଲାମାନଙ୍କୁ ଶିଖାଉଛନ୍ତି । ତେଣୁ ରାତି ଦିନର ଫରକ ହୋଇଗଲା ନା । ଘରେ ତ ମିତ୍ର
ସମ୍ବନ୍ଧୀ ଆଦି ମନେ ପଡନ୍ତି ତେଣୁ ଭଗବାନଙ୍କୁ ଏତେ ମନେ ପକାଇ ପାରନ୍ତି ନାହିଁ, ସେଥିପାଇଁ ବହୁତ
ମୁସକିଲ୍ରେ ଦେହୀ-ଅଭିମାନୀ ହୋଇ ରହିଥା’ନ୍ତି । ଏଠାରେ ତ ତୁମମାନଙ୍କୁ ବହୁତ ଜଲଦୀ
ଦେହୀ-ଅଭିମାନୀ ହେବାକୁ ପଡିବ, କିନ୍ତୁ ଅନେକ ପିଲା ଅଛନ୍ତି ଯେଉଁମାନେ କିଛି ବି ଜାଣି ନାହାଁନ୍ତି
। ଶିବବାବା ଆମର ସେବା କରୁଛନ୍ତି, ସର୍ବଦା କହୁଛନ୍ତି - ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ
ମନେ ପକାଅ । ଯେଉଁ ପିତା ଏହି ବ୍ରହ୍ମାଙ୍କ ଶରୀରରେ ବିରାଜମାନ ହୋଇଛନ୍ତି ତାଙ୍କୁ ହିଁ ମନେ
ପକାଇବାକୁ ହେବ । ବହୁତ ପିଲା ଅଛନ୍ତି ଯେଉଁମାନଙ୍କୁ ଏହି ନିଶ୍ଚୟ ନାହିଁ ଯେ ଶିବବାବା
ବ୍ରହ୍ମାଙ୍କ ଶରୀର ଦ୍ୱାରା ଆମକୁ ଶିଖାଉଛନ୍ତି । ଯେମିତି ଅନ୍ୟ ଲୋକମାନେ କହୁଛନ୍ତି - ଆମେ କିପରି
ମାନିବୁ, ସେହିଭଳି ଏଠାରେ ଏହିଭଳି କହୁଥିବା ଆତ୍ମା ମଧ୍ୟ ଅଛନ୍ତି । ଯଦି ପୂରା ନିଶ୍ଚୟ ଥା’ନ୍ତା
ତେବେ ବହୁତ ସ୍ନେହର ସହିତ ବାବାଙ୍କୁ ମନେ ପକାଇ ପକାଇ ନିଜ ଭିତରେ ଶକ୍ତି ଭରନ୍ତେ, ବହୁତ ସେବା
କରନ୍ତେ କାହିଁକି ନା ସାରା ବିଶ୍ୱକୁ ପାବନ କରିବାକୁ ହେବ ନା । ଯଦି ଯୋଗରେ ଦୁର୍ବଳ ଥିବେ ତେବେ
ଜ୍ଞାନରେ ମଧ୍ୟ ଦୁର୍ବଳ ଥିବେ । ଶୁଣୁଥିବେ କିନ୍ତୁ ଧାରଣା ହେଉ ନ ଥିବ । ଯଦି ନିଜେ ଧାରଣା
କରୁଛନ୍ତି ତେବେ ଅନ୍ୟମାନଙ୍କୁ ମଧ୍ୟ ଧାରଣା କରାଇବା ଦରକାର । ବାବା ବୁଝାଇଥିଲେ - ଦୁନିଆରେ
ମନୁଷ୍ୟମାନେ ବିଶ୍ୱରେ ଶାନ୍ତି ପାଇଁ ସଭା ଆଦି କରିଚାଲିଛନ୍ତି, କିନ୍ତୁ ବିଶ୍ୱରେ କେବେ ଶାନ୍ତି
ଥିଲା, କେଉଁ ପ୍ରକାରର ଥିଲା, ସେ ସବୁ କିଛି ଜାଣିନାହାଁନ୍ତି । ତେବେ ଯେଉଁ ପ୍ରକାର ଶାନ୍ତି ଥିଲା,
ସେହିଭଳି ଶାନ୍ତି ଦରକାର ନା । ଏ କଥା ତୁମେ ପିଲାମାନେ ହିଁ ଜାଣିଛ ଯେ, ବିଶ୍ୱରେ ସୁଖ ଶାନ୍ତିର
ସ୍ଥାପନା ଏବେ ହିଁ ହେଉଛି । ବାବା ଏବେ ଆସିଛନ୍ତି । ଏହି ଦିଲ୍ୱାଡା ମନ୍ଦିରରେ ଦେଖ, ଆଦି ଦେବ
ମଧ୍ୟ ଅଛନ୍ତି ଏବଂ ଉପରେ ବିଶ୍ୱରେ ଶାନ୍ତି ଥିବା ସମୟର ଅର୍ଥାତ୍ ସ୍ୱର୍ଗର ଚିତ୍ର ରିହଛି । ଯଦି
କେଉଁ ସମ୍ମିଳନୀ ଆଦିକୁ ତୁମକୁ ଡାକୁଛନ୍ତି ତେବେ ତୁମେ ସେମାନଙ୍କୁ ପଚାର ଯେ, ବିଶ୍ୱରେ କେଉଁ
ପ୍ରକାରର ଶାନ୍ତି ଦରକାର? ଏହି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ଥିଲା ସମୟରେ ବିଶ୍ୱରେ ଶାନ୍ତି ଥିଲା
। ଯାହାର ସ୍ମାରକୀ ଦିଲ୍ୱାଡା ମନ୍ଦିରରେ ଦର୍ଶାଯାଇଛି । କାରଣ ବିଶ୍ୱରେ କିପରି ଶାନ୍ତି ଥିଲା
ତା’ର ଉଦାହରଣ ରହିବା ଦରକାର ନା । ମନୁଷ୍ୟ ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ଦେଖି ମଧ୍ୟ ବୁଝନ୍ତି
ନାହିଁ କାରଣ ସମସ୍ତେ ପଥରବୁଦ୍ଧି ଅଟନ୍ତି ନା । ତେବେ ସେମାନଙ୍କୁ ତୁମେମାନେ କହିପାରିବ ଯେ ଆମେ
ତୁମମାନଙ୍କୁ ଏହି ଲକ୍ଷ୍ମୀ-ନାରାୟଣଙ୍କ ବିଷୟରେ କହିପାରିବୁ ଯିଏକି ବିଶ୍ୱରେ ଶାନ୍ତିର ପ୍ରଥମ
ଉଦାହରଣ ଅଟନ୍ତି ଏବଂ ଯଦି ତାଙ୍କ ରାଜଧାନୀ ଦେଖିବାକୁ ଚାହୁଁଛ ତେବେ ଦିଲ୍ୱାଡା ମନ୍ଦିରକୁ ଯାଇ
ଦେଖ । ଯଦି ମଡେଲ ଦେଖିବାକୁ ଚାହୁଁଛ, ତେବେ ଆବୁ ପର୍ବତ ଚାଲ । ଯେଉଁମାନେ ବସି ଏହି ସ୍ମାରକୀ
ତିଆରି କରିଛନ୍ତି, ଯାହାର ନାମ ଦିଲ୍ୱାଡା ମନ୍ଦିର ରଖିଛନ୍ତି ସେମାନେ ନିଜେ ମଧ୍ୟ
ଜାଣିନାହାଁନ୍ତି । ଏଠାରେ ଆଦି ଦେବଙ୍କୁ ମଧ୍ୟ ରଖିଛନ୍ତି ଏବଂ ଉପରେ ସ୍ୱର୍ଗ ମଧ୍ୟ ଦେଖାଇଛନ୍ତି
। ସେମାନେ ଜଡ ମୂର୍ତ୍ତି ଅଟନ୍ତି ଆଉ ତୁମେମାନେ ଚୈତନ୍ୟ ଅଟ । ମଧୁବନର ନାମ ଚୈତନ୍ୟ ଦିଲ୍ୱାଡା
ମଧ୍ୟ ରଖିପାରିବ କିନ୍ତୁ ସେଭଳି ଲେଖିଲେ ଏଠାରେ ବହୁତ ଭିଡ ଲାଗିଯିବ । ମନୁଷ୍ୟମାନେ ଦ୍ୱନ୍ଦ୍ୱରେ
ପଡିଯିବେ ଯେ ଏହା କ’ଣ । ଏହି କଥାକୁ ବୁଝାଇବାରେ ହିଁ ବହୁତ ମେହନତ ଲାଗୁଛି । କେତେକ ପିଲା ମଧ୍ୟ
ଭଲ ଭାବରେ ବୁଝିନାହାଁନ୍ତି । ଯଦିଓ ସମ୍ମୁଖରେ, ଅତି ନିକଟରେ ବସିଛନ୍ତି କିନ୍ତୁ କିଛି ବି
ବୁଝୁନାହାଁନ୍ତି । ପ୍ରଦର୍ଶନୀ ଦେଖିବା ପାଇଁ ଅନେକ ପ୍ରକାରର ମନୁଷ୍ୟ ଯାଆନ୍ତି । ଦୁନିଆରେ ଅନେକ
ମଠ-ପନ୍ଥ ରହିଛି, ବୈଷ୍ଣବ ଧର୍ମ ମଧ୍ୟ ରହିଛି । କିନ୍ତୁ ସେମାନେ ନିଜେ ବୈଷ୍ଣବ ଧର୍ମର ଅର୍ଥକୁ
ହିଁ ଜାଣିନାହାଁନ୍ତି । କୃଷ୍ଣଙ୍କର ରାଜଧାନୀ କେଉଁଠି ଅଛି, ତାହା ମଧ୍ୟ ଜାଣିନାହାଁନ୍ତି ।
କୃଷ୍ଣଙ୍କ ରାଜଧାନୀକୁ ହିଁ ସ୍ୱର୍ଗ, ବୈକୁଣ୍ଠ କୁହାଯାଏ ।
ବାବା କହିଥିଲେ -
ଯେଉଁଠାରୁ ଡାକରା ଆସୁଛି, ସେଠାକୁ ଯାଇ ବୁଝାଅ ଯେ, ବିଶ୍ୱରେ ଶାନ୍ତି କେବେ ଥିଲା? ଏହି ଆବୁ
ସବୁଠାରୁ ଉଚ୍ଚ ତୀର୍ଥସ୍ଥାନ ଅଟେ କାହିଁକି ନା ଏଠାରେ ବାବା ବିଶ୍ୱର ସଦ୍ଗତି କରୁଛନ୍ତି । ଯଦି
ତାଙ୍କର ସ୍ମାରକୀ ଦେଖିବାକୁ ଚାହୁଁଛ, ତେବେ ଆବୁ ପର୍ବତରେ ଥିବା ଦିଲୱାଡା ମନ୍ଦିରକୁ ଦେଖ । ବାବା
ବିଶ୍ୱରେ ଶାନ୍ତି କିପରି ସ୍ଥାପନ କରିଥିଲେ । ଦିଲୱାଡା ମନ୍ଦିର ହେଉଛି ତାହାର ସ୍ମାରକୀ । ଏକଥା
ଶୁଣି ବହୁତ ଲୋକ ଖୁସି ହୋଇଯିବେ, ଜୈନମାନେ ମଧ୍ୟ ବହୁତ ଖୁସି ହୋଇଯିବେ । ତୁମେମାନେ ସେମାନଙ୍କୁ
ବୁଝାଅ ଏହି ପ୍ରଜାପିତା ବ୍ରହ୍ମା ଆମର ପିତା ଅର୍ଥାତ୍ ଆଦିଦେବ ଅଟନ୍ତି । ତୁମେମାନେ ସେମାନଙ୍କୁ
ବହୁତ ବୁଝାଉଛ କିନ୍ତୁ ସେମାନେ ବୁଝୁନାହାଁନ୍ତି । କହୁଛନ୍ତି ଜଣାନାହିଁ ବ୍ରହ୍ମାକୁମାରୀମାନେ
କ’ଣ କହୁଛନ୍ତି । ତେଣୁ ଏବେ ତୁମମାନଙ୍କୁ ଆବୁର ବହୁତ ମହିମା କରି ଲୋକମାନଙ୍କୁ ବୁଝାଇବା ଦରକାର
। ଆବୁ ହେଉଛି ସବୁଠାରୁ ଶ୍ରେଷ୍ଠ ତୀର୍ଥ ସ୍ଥାନ । ଏ କଥା ବମ୍ବେରେ ମଧ୍ୟ ବୁଝାଇପାରିବ ଯେ, ଆବୁ
ହେଉଛି ସବୁଠାରୁ ଉଚ୍ଚ ତୀର୍ଥ ସ୍ଥାନ କାରଣ ପରମପିତା ପରମାତ୍ମା ଆବୁରେ ଆସି ସ୍ୱର୍ଗର ସ୍ଥାପନା
କରୁଛନ୍ତି । ବାବା ସ୍ୱର୍ଗର ରଚନା କରୁଛନ୍ତି ଯାହାର ସ୍ମାରକୀ ଏବଂ ଆଦି ଦେବଙ୍କର ସ୍ମାରକୀ ସବୁ
ଆବୁରେ ଅଛି ଯାହାକୁ କୌଣସି ମନୁଷ୍ୟ ଜାଣିନାହାଁନ୍ତି । ଆମେ ଏବେ ଜାଣିଗଲୁଣି, କିନ୍ତୁ ତୁମେମାନେ
ଜାଣିନାହଁ ସେଥିପାଇଁ ଆମେ ତୁମକୁ ବୁଝାଉଛୁ । ପ୍ରଥମେ ସେମାନଙ୍କୁ ପଚାର - ତୁମେ କେଉଁ ପ୍ରକାରର
ଶାନ୍ତିର ଆଶା କରୁଛ, ତାହା କେବେ ଦେଖିଛ? ବିଶ୍ୱରେ ଶାନ୍ତି ତ ଏହି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟରେ
ଥିଲା ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ଏହାଙ୍କର ହିଁ ରାଜ୍ୟ ଥିଲା । ଚାଲନ୍ତୁ ଆମେ
ତୁମକୁ ସେମାନଙ୍କ ରାଜଧାନୀର ସ୍ମାରକୀ ଆବୁରେ ଦେଖାଇଦେବୁ । ଏହି ଦୁନିଆ ତ ପୁରୁଣା ପତିତ ଦୁନିଆ
। ଏହାକୁ ନୂଆ ଦୁନିଆ ତ କହିପାରିବା ନାହିଁ । ଏଠାରେ କେବଳ ନୂଆ ଦୁନିଆର ସ୍ମାରକୀ ରଖାଯାଇଛି,
ନୂଆ ଦୁନିଆ ଏବେ ସ୍ଥାପନ ହେଉଛି । ଏକଥା କେବଳ ତୁମେମାନେ ହିଁ ଜାଣିଛ ତେଣୁ ତୁମେ ଅନ୍ୟମାନଙ୍କୁ
ବୁଝାଉଛ । କିନ୍ତୁ ଏକଥା ସମସ୍ତେ ଜାଣି ନାହାଁନ୍ତି, ନା କେହି କହିପାରୁଛନ୍ତି, ନା ତାଙ୍କ
ବୁଦ୍ଧିରେ ଆସୁଛି । କିନ୍ତୁ ଏ କଥା ବହୁତ ସହଜ । ଉପରେ ସ୍ୱର୍ଗ ରାଜଧାନୀ ଦର୍ଶାଯାଇଛି ଏବଂ ତଳେ
ଆଦିଦେବ ବସିଛନ୍ତି, ଯାହାଙ୍କୁ ଏଡମ୍ ମଧ୍ୟ କୁହାଯାଏ । ସିଏ ହିଁ ଆଦିପିତା ଅଟନ୍ତି । ତୁମେମାନେ
ଯଦି ଏଭଳି ମହିମା ଶୁଣାଇବ ତେବେ ଲୋକେ ଶୁଣି ବହୁତ ଖୁସି ହେବେ । ବାସ୍ତବରେ ଏହା ସଠିକ୍, ତାଙ୍କୁ
କୁହ - ତୁମେମାନେ କୃଷ୍ଣଙ୍କର ମହିମା ଗାୟନ କରୁଛ କିନ୍ତୁ ତାଙ୍କ ବିଷୟରେ କିଛି ବି ଜାଣି ନାହଁ ।
କୃଷ୍ଣ ତ ବୈକୁଣ୍ଠର ମହାରାଜା ଅର୍ଥାତ୍ ବିଶ୍ୱର ମାଲିକ ଥିଲେ । ଯଦି ତାଙ୍କର ସ୍ମାରକୀ ଦେଖିବାକୁ
ଚାହୁଁଛ ତେବେ ଆବୁ ଚାଲ, ତୁମମାନଙ୍କୁ ବୈକୁଣ୍ଠର ସ୍ମାରକୀ ଦେଖାଇବୁ । ସିଏ କିପରି ପୁରୁଷୋତ୍ତମ
ସଂଗମଯୁଗରେ ରାଜଯୋଗ ଶିଖୁଛନ୍ତି, ଯାହା ଦ୍ୱାରା ବିଶ୍ୱର ମାଲିକ ହେଉଛନ୍ତି, ତାହାର ସ୍ମାରକୀ
ମଧ୍ୟ ତୁମକୁ ଦେଖାଇବୁ । ସଂଗମ ଯୁଗରେ କିପରି ତପସ୍ୟା କରୁଛନ୍ତି ତାହା ମଧ୍ୟ ଦେଖାଇବୁ ।
ବାସ୍ତବରେ ଯାହା ହୋଇଥିଲା ତାହାର ସ୍ମାରକୀ ଦେଖାଇବୁ । ଶିବବାବା ଯିଏକି ଲକ୍ଷ୍ମୀ-ନାରାୟଣଙ୍କର
ରାଜଧାନୀ ସ୍ଥାପନ କରିଥିଲେ, ତାଙ୍କର ମଧ୍ୟ ଚିତ୍ର ଅଛି । ଅମ୍ବାଙ୍କର ମନ୍ଦିର ମଧ୍ୟ ଅଛି ।
ଅମ୍ବାଙ୍କର କୌଣସି ୧୦-୨୦ ଭୂଜା ନାହିଁ । ଭୂଜା ତ ଦୁଇଟି ହିଁ ଥାଏ । ତୁମେ ଯଦି ଆସିବ ଆମେ ତୁମକୁ
ଦେଖାଇ ଦେବୁ । ବୈକୁଣ୍ଠ ମଧ୍ୟ ଦେଖାଇବୁ । ବାବା ଆବୁ ପର୍ବତରେ ଆସି ହିଁ ସାରା ବିଶ୍ୱକୁ ସ୍ୱର୍ଗ
କରୁଛନ୍ତି, ସଦ୍ଗତି ଦେଉଛନ୍ତି । ଆବୁ ହେଉଛି ସବୁଠାରୁ ବଡ ତୀର୍ଥ ସ୍ଥାନ, ସବୁ ଧର୍ମର
ଲୋକମାନଙ୍କର ସଦ୍ଗତି ଏକମାତ୍ର ବାବା ହିଁ କରୁଛନ୍ତି, ତାଙ୍କର ସ୍ମାରକୀ ଯଦି ଦେଖିବାକୁ ଚାହୁଁଛ
ତେବେ ଆବୁକୁ ଚାଲ । ଆବୁର ଏହିଭଳି ବହୁତ ମହିମା ତୁମେ ସବୁ ସ୍ଥାନରେ କରିପାରିବ । କାରଣ
ତୁମମାନଙ୍କୁ ସବୁ ସ୍ମାରକୀ ଦେଖାଇ ଦିଆଯାଇଛି । ଖ୍ରୀଷ୍ଟିୟାନ୍ମାନେ ମଧ୍ୟ ଜାଣିବାକୁ
ଚାହୁଁଛନ୍ତି - ପ୍ରାଚୀନ ଭାରତର ରାଜଯୋଗ କିଏ ଶିଖାଇଥିଲେ, ତାହା କି ପ୍ରକାରର ଥିଲା? ତାଙ୍କୁ
କୁହ ଆବୁକୁ ଚାଲନ୍ତୁ ଦେଖାଇବୁ । ମନ୍ଦିରର ଉପରି ଭାଗରେ ବୈକୁଣ୍ଠର ସଠିକ୍ ଚିତ୍ର ତିଆରି
କରିଛନ୍ତି । ତୁମେମାନେ ଏଭଳି ତିଆରି କରିପାରିବ ନାହିଁ । ତେବେ ସେମାନଙ୍କୁ ଏହିଭଳି ଭଲ ଭାବରେ
ବୁଝାଇବାକୁ ହେବ । ପର୍ଯ୍ୟଟକମାନେ ଭ୍ରମିତ ହେଉଛନ୍ତି ସେମାନେ ମଧ୍ୟ ଆସି ବୁଝନ୍ତୁ । ତୁମର ଏହି
ଆବୁ ତୀର୍ଥର ନାମ ଯେତେବେଳେ ବିଖ୍ୟାତ ହୋଇଯିବ ସେତେବେଳେ ବହୁତ ଆସିବେ । ଆବୁ ବହୁତ ପ୍ରସିଦ୍ଧ
ହୋଇଯିବ । ତୁମମାନଙ୍କୁ ସମ୍ମିଳନୀ ଆଦିରେ ନିମନ୍ତ୍ରଣ ଦେଉଛନ୍ତି, କେତେକ ପଚାରୁଛନ୍ତି ମଧ୍ୟ
ବିଶ୍ୱରେ ଶାନ୍ତି କିପରି ହେବ? ତୁମେମାନେ ତାଙ୍କୁ ପଚାରିବା ଦରକାର ଯେ, ବିଶ୍ୱରେ ଶାନ୍ତି କେବେ
ଥିଲା, ତାହା ଜାଣିଛ? ବିଶ୍ୱରେ ଶାନ୍ତି କିପରି ଥିଲା - ଚାଲ ଆମେ ତୁମକୁ ବୁଝାଇବୁ । ସବୁ ସ୍ମାରକୀ
ଦେଖାଇବୁ । ଏଭଳି ସ୍ମାରକୀ ଆଉ କେଉଁଠି ବି ନାହିଁ । ଆବୁ ହିଁ ସବୁଠାରୁ ଉଚ୍ଚ ତୀର୍ଥସ୍ଥାନ,
ଯେଉଁଠାକୁ ଆସି ବାବା ବିଶ୍ୱରେ ଶାନ୍ତି ସ୍ଥାପନା କରୁଛନ୍ତି ଏବଂ ସମସ୍ତଙ୍କର ସଦ୍ଗତି କରୁଛନ୍ତି
। ଏହି କଥାକୁ ଅନ୍ୟ କେହି ଜାଣି ନାହାଁନ୍ତି । ତୁମ ପିଲାମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ
ଅଛନ୍ତି, ଯଦିଓ ବଡ ବଡ ମହାରଥୀ ମିୟୁଜିୟମ୍ ଆଦି ସମ୍ଭାଳୁଛନ୍ତି, କିନ୍ତୁ କିଏ ଭଲ ଭାବରେ
ବୁଝାଉଛନ୍ତି ନା ନାହିଁ, ଏ କଥା ତ ବାବା ପରଖୁଛନ୍ତି ନା । ବାବା ସବୁକିଛି ଜାଣିଛନ୍ତି, ଯିଏ
ଯେଉଁଠି ଅଛନ୍ତି ସମସ୍ତଙ୍କ ବିଷୟରେ ଜାଣିଛନ୍ତି । କିଏ କିଏ ପୁରୁଷାର୍ଥ କରୁଛନ୍ତି? ସେମାନେ କି
କି ପଦ ପ୍ରାପ୍ତ କରିବେ? ସବୁକିଛି ଜାଣିଛନ୍ତି । ଯଦି ଏହି ସମୟରେ ଶରୀର ଛାଡି ଦେବେ ତେବେ କିଛି
ବି ପଦ ପାଇବେ ନାହିଁ । ସେମାନେ ଯୋଗର ଯାତ୍ରାର ମେହନତ ବୁଝିପାରନ୍ତି ନାହିଁ । ବାବା ପ୍ରତିଦିନ
ନୂଆ ନୂଆ କଥା ବୁଝାଉଛନ୍ତି, କହୁଛନ୍ତି ଏଭଳି ଏଭଳି ବୁଝାଇ ସେମାନଙ୍କୁ ନେଇ ଆସ । ଏଠାରେ ତ
ସ୍ମାରକୀ ସଦାସର୍ବଦା ରହିଛି ।
ବାବା କହୁଛନ୍ତି - ମୁଁ
ମଧ୍ୟ ଏଠାରେ ଅଛି, ଆଦି ଦେବ ମଧ୍ୟ ଅଛନ୍ତି ଏବଂ ବୈକୁଣ୍ଠ ମଧ୍ୟ ଅଛି । ଦିନ ଆସିବ ଆବୁର ବହୁତ
ମହିମା ବଢିଯିବ । କେତେ ପ୍ରସିଦ୍ଧ ହୋଇଯିବ । ଯେମିତି କୁରୁକ୍ଷେତ୍ରକୁ ଆକର୍ଷକ କରିବା ପାଇଁ କୋଟୀ
କୋଟୀ ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । ସେଠାରେ କେତେ ଲୋକ ଏକାଠି ହେଉଛନ୍ତି, ସେଠାରେ କେତେ
ଅପରିଷ୍କାର, ଦୁର୍ଗନ୍ଧ ହେଉଥାଏ, ସେ କଥା ନ କହିଲେ ଭଲ । କେତେ ଭିଡ ଲାଗିଯାଉଛି । ସମାଚାର
ଆସିଥିଲା - ଭଜନ ମଣ୍ଡଳୀର ଗୋଟିଏ ବସ୍ ନଦୀରେ ବୁଡିଗଲା । ତେବେ ଏ ସବୁ ଦୁଃଖ ହେଲା ନା । ଏଠାରେ
ତ ଅକାଳମୃତ୍ୟୁ ହୋଇ ଚାଲିଛି । ସତ୍ୟଯୁଗରେ କିନ୍ତୁ ଏମିତି କିଛି ହୁଏ ହିଁ ନାହିଁ । ଏ ସବୁ କଥା
ତୁମେମାନେ ହିଁ ବୁଝାଇପାରିବ । ବୁଝାଇଲାବାଲା ମଧ୍ୟ ବହୁତ ବୁଦ୍ଧିବାନ୍ ହୋଇଥିବା ଦରକାର । ବାବା
ଜ୍ଞାନର ପମ୍ପ ଦେଉଛନ୍ତି, ବୁଦ୍ଧିରେ ଧାରଣ କରାଉଛନ୍ତି । ଦୁନିଆର ମନୁଷ୍ୟ ଏହି କଥାକୁ ବୁଝନ୍ତି
ନାହିଁ । ସେମାନେ ଭାବନ୍ତି ଏମାନେ ନୂଆ ଦୁନିଆ ଭ୍ରମଣ କରିବାକୁ ଯାଉଛନ୍ତି । ବାବା କହୁଛନ୍ତି ଏହି
ପୁରୁଣା ଦୁନିଆ ଏବେ ବିନାଶ ହୋଇଯିବ । କିନ୍ତୁ ଦୁନିଆର ମନୁଷ୍ୟ କହୁଛନ୍ତି କଳିଯୁଗ ଆହୁରି ୪୦
ହଜାର ବର୍ଷ ପଡିଛି । ତୁମେମାନେ ବୁଝାଉଛ ଯେ, ସାରା କଳ୍ପ ହିଁ ୫ ହଜାର ବର୍ଷର ଅଟେ । ପୁରୁଣା
ଦୁନିଆର ବିନାଶ ଏବେ ସମ୍ମୁଖରେ ଉପସ୍ଥିତ । ଏହାକୁ ହିଁ କୁହାଯାଏ ଘୋର ଅନ୍ଧକାର । ସମସ୍ତେ
କୁମ୍ଭକର୍ଣ୍ଣର ନିଦ୍ରାରେ ଶୋଇ ରହିଛନ୍ତି । କୁମ୍ଭକର୍ଣ୍ଣ ତ ଅଧାକଳ୍ପ ଶୋଉଥିଲା ଆଉ ଅଧାକଳ୍ପ
ଜାଗ୍ରତ ରହୁଥିଲା । ତୁମେ ମଧ୍ୟ କୁମ୍ଭକର୍ଣ୍ଣ ଭଳି ଥିଲ । ଏହି ଖେଳ ବହୁତ ବିଚିତ୍ର ଅଟେ । ଯେଉଁ
କଥାକୁ ସମସ୍ତେ ଜାଣିପାରିବେ ନାହିଁ । କେତେକ ତ ଭାବନା ରଖି ଏଠାକୁ ଚାଲି ଆସୁଛନ୍ତି । ଦେଖୁଛନ୍ତି
ଅନ୍ୟମାନେ ଯାଉଛନ୍ତି ତେଣୁ ନିଜେ ବି ଚାଲି ଆସୁଛନ୍ତି । ତୁମେମାନେ କହୁଛ, ଆମେ ଶିବବାବାଙ୍କ
ନିକଟକୁ ଯାଉଛୁ ସିଏ ଏବେ ସ୍ୱର୍ଗର ସ୍ଥାପନା କରୁଛନ୍ତି । ସେହି ବେହଦ ପିତାଙ୍କୁ ମନେ ପକାଇବା
ଦ୍ୱାରା ବେହଦର ସମ୍ପତ୍ତି ମିଳିଯାଉଛି, ବାସ୍ । ଏହି କଥାକୁ ଶୁଣି ସେମାନେ ମଧ୍ୟ କହିବେ -
ଶିବବାବା ଆମେ ଆପଣଙ୍କର ସନ୍ତାନ ଅଟୁ, ଆପଣଙ୍କଠାରୁ ସମ୍ପତ୍ତି ନିଶ୍ଚିତ ନେବୁ । ବାସ୍ ମୋର ବେଡା
ପାରି ହୋଇଗଲା । ଭାବନାର ଫଳ ଦେଖ କେତେ ମିଳୁଛି । ଭକ୍ତିମାର୍ଗରେ ତ ଅଳ୍ପକାଳର ସୁଖ ମିଳୁଛି ।
ଏବେ ତୁମେମାନେ ଜାଣୁଛ ଯେ ବେହଦର ପିତାଙ୍କ ନିକଟରୁ ଆମକୁ ବେହଦର ସମ୍ପତ୍ତି ମିଳୁଛି । ତାହା ତ
ହେଉଛି ଭାବନାର, ଅଳ୍ପକାଳର ସୁଖର ଫଳ । କିନ୍ତୁ ଏଠାରେ ତୁମକୁ ଫଳ ସ୍ୱରୂପ ୨୧ ଜନ୍ମ ସୁଖ ମିଳୁଛି
। ବାକି ସାକ୍ଷାତ୍କାର ଆଦିରେ କିଛି ନାହିଁ । କେତେକ କହୁଛନ୍ତି ଆମକୁ ସାକ୍ଷାତ୍କାର ହୋଇଯାଉ,
ବାବା ବୁଝିଯା’ନ୍ତି ଇଏ କିଛି ବି ବୁଝିନାହାଁନ୍ତି । ଯଦି ସାକ୍ଷାତ୍କାର କରିବାକୁ ଚାହୁଁଛ ତେବେ
ନବଧା ଭକ୍ତି କର । କିନ୍ତୁ ସେଥିରୁ ଫାଇଦା କିଛି ନାହିଁ । ଫଳସ୍ୱରୂପ ପରବର୍ତ୍ତୀ ଜନ୍ମରେ ଭଲ ପଦ
ମିଳିବ । ଭଲ ଭକ୍ତ ହୋଇଥିଲେ ଭଲ ଜନ୍ମ ମିଳିବ । କିନ୍ତୁ ଏଠିକାର କଥା ତ ନିଆରା । ଏହି ପୁରୁଣା
ଦୁନିଆ ଏବେ ପରିବର୍ତ୍ତିତ ହେଉଛି । ବାବା ହିଁ ଦୁନିଆ ପରିବର୍ତ୍ତନ କରୁଛନ୍ତି । ଯାହାର ସ୍ମାରକୀ
ଏଠାରେ ଅଛି । ଏହା ବହୁତ ପୁରୁଣା ମନ୍ଦିର । ଏହି ମନ୍ଦିରର କିଛି ଭାଙ୍ଗି ଗଲେ ତାକୁ ତୁରନ୍ତ
ମରାମତି କରିଦେଉଛନ୍ତି । କିନ୍ତୁ ଶୋଭା ତ କମି କମି ଯାଉଛି । ଏ ସବୁ ତ ବିନାଶୀ ଜିନିଷ ଅଟେ ।
ତେଣୁ ବାବା ବୁଝାଉଛନ୍ତି - ପିଲାମାନେ, ପ୍ରଥମେ ନିଜର କଲ୍ୟାଣ ପାଇଁ ନିଜକୁ ଆତ୍ମା ନିଶ୍ଚୟ କରି
ବାବାଙ୍କୁ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ଦ୍ୱିତୀୟରେ ହେଉଛି ପାଠପଢା । ବାକି
ମଥୁରାରେ ମଧୁବନ, କୁଂଜଗଳି ଆଦି ତିଆରି କରିଛନ୍ତି, ସେସବୁ କିଛି ବି ନୁହେଁ । ନା ଗୋପ
ଗୋପୀମାନଙ୍କର ଖେଳ ହେଉଛି । ଏହି କଥା ବୁଝାଇବାରେ ହିଁ ବହୁତ ମେହନତ କରିବାକୁ ପଡୁଛି । ତେଣୁ
ଗୋଟିଏ ଗୋଟିଏ ପଏଣ୍ଟ ଭଲ ଭାବରେ ବୁଝାଅ । ସମ୍ମିଳନୀରେ ମଧ୍ୟ ବୁଝାଇବା ପାଇଁ ଯୋଗଯୁକ୍ତ ସ୍ଥିତି
ହୋଇଥିବା ଦରକାର । ଯଦି ଖଣ୍ଡାରେ ଧାର ନ ଥିବ, ତେବେ ଅନ୍ୟକୁ ତୀର ଲାଗିବ ନାହିଁ । ତେଣୁ ବାବା
କହୁଛନ୍ତି - ପିଲାମାନଙ୍କର ସ୍ଥିତି ମଜବୁତ ହେବାରେ ବିଳମ୍ବ ହେଉଛି । ଯଦି ଏବେ ସମସ୍ତେ ମାନିନେବେ
ଯେ, ପରମାତ୍ମା ସର୍ବବ୍ୟାପୀ ନୁହଁନ୍ତି ତେବେ ଏଠାରେ ବହୁତ ଭିଡ ଲାଗିଯିବ । କିନ୍ତୁ ଏବେ ସେହି
ସମୟ ହୋଇନାହିଁ । ସେମାନେ ଗୋଟିଏ ମୁଖ୍ୟ କଥା ବୁଝି ନିଅନ୍ତୁ ଯେ, ଯେଉଁ ପିତା ରାଜଯୋଗ ଶିଖାଇଥିଲେ,
ସିଏ ଆସି ବର୍ତ୍ତମାନ ପୁନଃ ରାଜଯୋଗ ଶିଖାଉଛନ୍ତି । କିନ୍ତୁ ମନୁଷ୍ୟ ଶିବବାବାଙ୍କ ନାମ ବଦଳରେ
କୃଷ୍ଣଙ୍କ ନାମ ଲେଖି ଦେଇଛନ୍ତି ଯିଏକି ଏବେ ଶ୍ୟାମଳ (ପତିତ) ହୋଇଯାଇଛନ୍ତି । କେତେ ବଡ ଭୁଲ୍
କରିଦେଇଛନ୍ତି । ଏହା ଦ୍ୱାରା ହିଁ ତୁମର ବେଡା ଡୁବିଯାଇଛି ।
ବର୍ତ୍ତମାନ ବାବା
ବୁଝାଉଛନ୍ତି - ଏହି ପାଠ ହେଉଛି ରୋଜଗାରର ଉତ୍ସ । ନିଜେ ଭଗବାନ ମନୁଷ୍ୟମାନଙ୍କୁ ଦେବତା କରିବା
ପାଇଁ ରାଜଯୋଗର ପାଠ ପଢାଇବାକୁ ଆସୁଛନ୍ତି, ଏଥିରେ ପବିତ୍ର ମଧ୍ୟ ନିଶ୍ଚିତ ହେବାକୁ ପଡିବ ।
ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ସମସ୍ତେ ତ କ୍ରମାନୁସାରେ ଧାରଣ କରୁଛନ୍ତି । ଯେତେ ବି
ସେବାକେନ୍ଦ୍ର ଅଛି, ସବୁ କ୍ରମାନୁସାରେ ଅଛି । ଏବେ ସମ୍ପୂର୍ଣ୍ଣ ରାଜଧାନୀ ସ୍ଥାପନ ହେଉଛି । ଏହା
କ’ଣ ମାଉସୀ ଘର କଥା କି! ସମସ୍ତଙ୍କୁ ବୁଝାଅ ଯେ, ସତ୍ୟଯୁଗକୁ ହିଁ ସ୍ୱର୍ଗ କୁହାଯାଏ । କିନ୍ତୁ
ସେଠାରେ କିପରି ରାଜ୍ୟ ଚାଲୁଛି? ଯଦି ଦେବତାମାନଙ୍କର ସଂଗଠନ ଦେଖିବାର ଅଛି ତେବେ ଆବୁ ଚାଲ ।
ଏମିତି ଅନ୍ୟ କୌଣସି ମନ୍ଦିର ନାହିଁ ଯେଉଁଠାରେ ଉପରି ଭାଗରେ ସତ୍ୟଯୁଗର ଦୃଶ୍ୟ ରହିଛି । ଯଦିଓ
ଆଜମେରରେ ସ୍ୱର୍ଗର ମଡେଲ୍ ଅଛି କିନ୍ତୁ ତାହା ଭିନ୍ନ ପ୍ରକାରର । କିନ୍ତୁ ଏଠାରେ ଆଦିଦେବ ମଧ୍ୟ
ଅଛନ୍ତି । ସତ୍ୟଯୁଗ କିଏ ଏବଂ କିପରି ସ୍ଥାପନ କରିଲେ, ତାହାର ଏହା ହେଉଛି ସଠିକ୍ ସ୍ମାରକୀ । ଏବେ
ଆମେ ଏହାର ନାମ ଚୈତନ୍ୟ ଦିଲ୍ୱାଡା ରଖିପାରିବା ନାହିଁ । ଯେତେବେଳେ ମନୁଷ୍ୟ ନିଜେ ବୁଝିଯିବେ,
ସେତେବେଳେ କହିବେ ତୁମେମାନେ ଲେଖ । ଏବେ ତ କହିବେ ନାହିଁ । ଏବେ ଦେଖ ଟିକିଏ କଥାରେ କ’ଣ କ’ଣ ସବୁ
କରିଦେଉଛନ୍ତି । କ୍ରୋଧୀତ ହୋଇଯାଉଛନ୍ତି, କାରଣ ସେମାନେ ଦେହ ଅଭିମାନୀ ଅଟନ୍ତି ନା ।
ଦେହୀ-ଅଭିମାନୀ ତ ତୁମମାନଙ୍କ ବ୍ୟତୀତ ଆଉ କେହି ହୋଇପାରିବେ ନାହିଁ । ସେଥିପାଇଁ ପୁରୁଷାର୍ଥ
କରିବାକୁ ହେବ । ଏମିତି ନୁହେଁ ଯେ ଯାହା ଭାଗ୍ୟରେ ଥିବ । ଏହାକୁ ପୁରୁଷାର୍ଥ କୁହାଯିବ ନାହିଁ ।
ସେମାନେ ତ ପୁରୁଷାର୍ଥ କରି ଚାଲିବେ ପୁଣି ଯଦି ଫେଲ୍ ହୋଇଯିବେ କହିବେ ଭାଗ୍ୟରେ ଯାହା ଥିଲା ତାହା
ହେଲା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଆତ୍ମ-ଅଭିମାନୀ ହେବାର ପୂରା ପୂରା ପୁରୁଷାର୍ଥ କରିବାକୁ ହେବ । ଏଭଳି କେବେ ବି ଭାବିବାର ନାହିଁ
ଯେ - ମୋ ଭାଗ୍ୟରେ ଯାହା ଥିବ ତାହା ହେବ, ଜ୍ଞାନବାନ୍ ହେବାକୁ ପଡିବ ।
(୨) ଜ୍ଞାନକୁ ଶୁଣିବା
ସହିତ ତାହାକୁ ଧାରଣ କରି ସ୍ୱରୂପରେ ଆଣିବାକୁ ହେବ, ଯୋଗର ଶକ୍ତିକୁ ଧାରଣ କରି ସେବା କରିବାକୁ
ହେବ । ସମସ୍ତଙ୍କୁ ମହାନ ତୀର୍ଥ ଆବୁଧାମର ମହିମା ଶୁଣାଇବାକୁ ହେବ ।
ବରଦାନ:-
ଏକମାତ୍ର ବାବା
ଶବ୍ଦର ସ୍ମୃତି ଦ୍ୱାରା ଯୋଗରେ ରହିବା ସହିତ ସେବା କରୁଥିବା ସଚ୍ଚାଯୋଗୀ, ସଚ୍ଚା ସେବାଧାରୀ ହୁଅ
।
ତୁମେମାନେ ମୁଖରେ ବା ମନ
ଭିତରେ ବାରମ୍ବାର ବାବା ଶବ୍ଦ ଉଚ୍ଚାରଣ କରୁଛ, ଯେହେତୁ ସନ୍ତାନ ଅଟ ତେଣୁ ବାବା ଶବ୍ଦର ସ୍ମୃତି
ଆସିବା ବା ଭାବିବା ହିଁ ଯୋଗ ଅଟେ ଏବଂ ମୁଖ ଦ୍ୱାରା ବାରମ୍ବାର କହିବା ଯେ ବାବା ଏହିଭଳି କହୁଛନ୍ତି,
ବାବା ଏହି କଥା କହିଲେ... ଏହା ହିଁ ସେବା ଅଟେ । କିନ୍ତୁ ଏହି ବାବା ଶବ୍ଦକୁ କେହି କେହି ଦିଲ୍ର
ସହିତ କହିଥାଆନ୍ତି । ଆଉ କେହି ଜ୍ଞାନଯୁକ୍ତ ବୁଦ୍ଧି ଦ୍ୱାରା କହିଥାଆନ୍ତି । ତେବେ ଯେଉଁମାନେ
ଦିଲ୍ରେ ରହିଥାଆନ୍ତି ସେମାନଙ୍କୁ ଦିଲ୍ରେ ସର୍ବଦା ଖୁସି ଏବଂ ଶକ୍ତି ପ୍ରାପ୍ତ ହୋଇଥାଏ କିନ୍ତୁ
ବୁଦ୍ଧିରେ କହିବାବାଲାଙ୍କୁ କେବଳ କହିବା ସମୟରେ ଖୁସି ମିଳିଥାଏ ସବୁ ସମୟରେ ନୁହେଁ ।
ସ୍ଲୋଗାନ:-
ପରମାତ୍ମା ରୂପୀ
ଜ୍ୟୋତି ଉପରେ ସ୍ୱାହା ହେଉଥିବା ଆତ୍ମାମାନେ ହିଁ ସଚ୍ଚା ପତଙ୍ଗ ଅଟନ୍ତି ।