17.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ବାବା
ଯେପରି ଭବିଷ୍ୟତ ୨୧ ଜନ୍ମ ପାଇଁ ସୁଖ ଦେଉଛନ୍ତି, ସେହିପରି ତୁମେମାନେ ମଧ୍ୟ ବାବାଙ୍କର ସହଯୋଗୀ
ହୁଅ, ପ୍ରୀତି-ବୁଦ୍ଧି ହୁଅ, କାହାକୁ ଦୁଃଖ ଦେବାର ବିଚାର କେବେ ବି ନ ଆସୁ ।”
ପ୍ରଶ୍ନ:-
ତୁମେ
ରୂପ-ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ସନ୍ତାନମାନଙ୍କର କର୍ତ୍ତବ୍ୟ କ’ଣ? ତୁମକୁ ବାବାଙ୍କର
କେଉଁ ଶିକ୍ଷା ମିଳିଛି?
ଉତ୍ତର:-
ତୁମେ ରୂପ-ବସନ୍ତ ସନ୍ତାନ, ତୁମମାନଙ୍କର କର୍ତ୍ତବ୍ୟ ହେଲା ମୁଖରୁ ସର୍ବଦା ରତ୍ନ ବାହାର କରିବା,
ତୁମ ମୁଖରୁ କେବେହେଲେ ପଥର ବାହାରିବା ଉଚିତ୍ ନୁହେଁ । ସମସ୍ତ ସନ୍ତାନମାନଙ୍କ ପ୍ରତି ବାବାଙ୍କର
ଶିକ୍ଷା ହେଉଛି ସନ୍ତାନମାନେ (୧) ପରସ୍ପର ମଧ୍ୟରେ କେବେ ହେଲେ କେହି କାହାକୁ ହଇରାଣ କରିବ ନାହିଁ,
କ୍ରୋଧ କରିବ ନାହିଁ, ଏ ସବୁ ଆସୁରୀ ମନୁଷ୍ୟମାନଙ୍କର କାମ । (୨) ମନରେ ମଧ୍ୟ କାହାକୁ ଦୁଃଖ
ଦେବାର ବିଚାର ନ ଆସୁ । (୩) ନିନ୍ଦା-ସ୍ତୁତି, ମାନ-ଅପମାନ ସବୁ କିଛି ସହନ କରିବାକୁ ହେବ । ଯଦି
କେହି କିଛି କହିଦେଉଛି ତେବେ ଶାନ୍ତ ରହିବାକୁ ହେବ । ଆଇନକୁ ହାତକୁ ନେବା ଉଚିତ୍ ନୁହେଁ ଅର୍ଥାତ୍
କାହାରିକୁ ଦଣ୍ଡ ଦେବାର ନାହିଁ ।
ଗୀତ:-
ତୁ ପ୍ୟାର କା
ସାଗର ହୈ...
ଓମ୍ ଶାନ୍ତି ।
ଜ୍ଞାନ ଏବଂ
ଅଜ୍ଞାନ । ଭକ୍ତମାନେ କାହାର ମହିମା କରୁଛନ୍ତି ଏବଂ ତୁମେ ପିଲାମାନେ ଏଠାରେ ବସି କାହାର ମହିମା
ଶୁଣୁଛ - ଏହି ଜ୍ଞାନ ଏବେ ତୁମ ପାଖରେ ଅଛି । ରାତି-ଦିନର ଫରକ ରହିଛି । ସେମାନେ ତ’ ଏମିତି ହିଁ
କେବଳ ମହିମା ଗାନ କରୁଛନ୍ତି । ଏତେ ସ୍ନେହ ନାହିଁ କାହିଁକି ନା ପରିଚୟ ଜଣା ନାହିଁ । ତୁମକୁ ବାବା
ପରିଚୟ ଦେଉଛନ୍ତି ମୁଁ ସ୍ନେହର ସାଗର ଏବଂ ତୁମକୁ ସ୍ନେହର ସାଗର କରାଉଛି । ସ୍ନେହର ସାଗର ବାବା
ସମସ୍ତଙ୍କୁ କେତେ ସ୍ନେହୀ ଲାଗୁଛନ୍ତି । ସେଠାରେ ମଧ୍ୟ ସମସ୍ତେ ପରସ୍ପରକୁ ସ୍ନେହ କରିଥାନ୍ତି ।
ଏ ସବୁ ତୁମେ ଏହିଠାରୁ ଶିଖୁଛ । କାହା ସହିତ ମଧ୍ୟ ବିରୋଧୀ ହେବା ଅନୁଚିତ୍, ଯାହାକୁ ବାବା
ଲୁଣ-ପାଣି ବୋଲି କହୁଛନ୍ତି । ମନ ଭିତରେ କାହା ପ୍ରତି ଘୃଣା ରହିବା ଅନୁଚିତ୍ । ଯିଏ ଘୃଣା କରନ୍ତି
ସେ କଳିଯୁଗୀ ନର୍କବାସୀ ଅଟନ୍ତି । ଜାଣିଛ ଯେ ଆମେ ସମସ୍ତେ ଭାଇ-ଭଉଣୀ ଅଟୁ । ଶାନ୍ତିଧାମରେ
ଥିବାବେଳେ ଭାଇ-ଭାଇ ଅଟୁ । ଏଠାରେ କର୍ମକ୍ଷେତ୍ରରେ ଅଭିନୟ କରିବାବେଳେ ଭାଇ-ଭଉଣୀ ହେଉଛୁ । ଆମେ
ଈଶ୍ୱରୀୟ ସନ୍ତାନ ଅଟୁ । ଈଶ୍ୱରଙ୍କର ମହିମା ହେଉଛି ସେ ଜ୍ଞାନର ସାଗର, ପ୍ରେମର ସାଗର ଅଟନ୍ତି,
ଅର୍ଥାତ୍ ସମସ୍ତଙ୍କୁ ସୁଖ ଦେଉଛନ୍ତି । ତୁମେ ନିଜ ଅନ୍ତରକୁ ପଚାର - ଯେପରି ବାବା ଭବିଷ୍ୟତ ୨୧
ଜନ୍ମ ପାଇଁ ସୁଖ ଦେଉଛନ୍ତି ସେହିଭଳି ଆମେ ମଧ୍ୟ ସେହି କାର୍ଯ୍ୟ କରୁଛୁ? ଯଦି ବାବାଙ୍କର ସହଯୋଗୀ
ହେଉ ନାହାଁନ୍ତି, ପରସ୍ପର ସହିତ ପ୍ରୀତି ନାହିଁ, ବିପରୀତ ବୁଦ୍ଧି ହୋଇ ରହୁଛନ୍ତି ତେବେ
ବିନଶ୍ୟନ୍ତି ହୋଇଯାଆନ୍ତି । ବିପରୀତ ବୁଦ୍ଧି ହେବା ଅସୁରମାନଙ୍କର କାମ । ନିଜକୁ ଈଶ୍ୱରୀୟ
ସମ୍ପ୍ରଦାୟର ବୋଲି କହି ଯଦି ପରସ୍ପରକୁ ଦୁଃଖ ଦେଉଛନ୍ତି ତେବେ ତାଙ୍କୁ ଅସୁର କୁହାଯିବ । ତୁମେ
ପିଲାମାନେ କାହାକୁ ମଧ୍ୟ ଦୁଃଖ ଦେବା ଅନୁଚିତ୍ । ତୁମେ ହେଉଛ ଦୁଃଖହର୍ତ୍ତା, ସୁଖକର୍ତ୍ତା
ବାବାଙ୍କର ସନ୍ତାନ । ତେଣୁ ଦୁଃଖ ଦେବାର ଖିଆଲ ମଧ୍ୟ ତୁମର ଆସିବା ଅନୁଚିତ୍ । ସେମାନେ ତ’
ହେଉଛନ୍ତି ଆସୁରୀ ସମ୍ପ୍ରଦାୟର, ଈଶ୍ୱରୀୟ ସମ୍ପ୍ରଦାୟର ନୁହଁନ୍ତି କାହିଁକି ନା ଦେହ-ଅଭିମାନୀ
ଅଟନ୍ତି । ସେମାନେ କେବେହେଲେ ଯୋଗର ଯାତ୍ରାରେ ରହିପାରିବେ ନାହିଁ । ଯୋଗର ଯାତ୍ରା ବିନା କଲ୍ୟାଣ
ହୋଇପାରିବ ନାହିଁ । ଇଶ୍ୱରୀୟ ସମ୍ପତ୍ତି ଦେଉଥିବା ବାବାଙ୍କୁ ତ’ ନିଶ୍ଚିତ ମନେ ପକାଇବାକୁ ହେବ,
ତେବେ ଯାଇ ବିକର୍ମ ବିନାଶ ହେବ । ଅଧାକଳ୍ପ ଧରି ପରସ୍ପରକୁ ଦୁଃଖ ଦେଇ ଆସିଛ । ଯିଏ ପରସ୍ପର
ମଧ୍ୟରେ ଲଢେଇ କରି ହଇରାଣ କରୁଛନ୍ତି, ତାଙ୍କୁ ଆସୁରୀ ସମ୍ପ୍ରଦାୟରେ ଗଣନା କରାଯାଏ । ପୁରୁଷାର୍ଥୀ
ହେଲେ ମଧ୍ୟ କେତେ ଦିନ ପର୍ଯ୍ୟନ୍ତ ଦୁଃଖ ଦେଉଥିବେ, ସେଥିପାଇଁ ବାବା କହୁଛନ୍ତି ନିଜର ଚାର୍ଟ ରଖ
। ଚାର୍ଟ ରଖିବା ଦ୍ୱାରା ଜଣା ପଡିବ - ମୋର ରେଜିଷ୍ଟର ସୁଧୁରୁଛି ନା ସେହି ଆସୁରୀ ଚଳଣି ରହିଛି?
ବାବା ସର୍ବଦା କହୁଛନ୍ତି କେବେ କାହାକୁ ହେଲେ ଦୁଃଖ ଦିଅ ନାହିଁ । ନିନ୍ଦା-ସ୍ତୁତି, ମାନ-ଅପମାନ,
ଥଣ୍ଡା-ଗରମ ସବୁ ସହନ କରିବାକୁ ହେବ । କେହି କିଛି କହିଲେ ଶାନ୍ତ ରହିବା ଉଚିତ୍ । ଏପରି ନୁହେଁ
ଯେ ତାଙ୍କ ପାଇଁ ଆଉ ଦୁଇ ବଚନ କହିଦେବ । କେହି କାହାକୁ ଦୁଃଖ ଦେଲେ ବାବା ସେମାନଙ୍କୁ ବୁଝାଇବେ
ନା । ପିଲାମାନେ, ପିଲାମାନଙ୍କୁ କହିପାରିବେ ନାହିଁ । ଆଇନକୁ ନିଜ ହାତକୁ ନେବା ଅନୁଚିତ୍ । କୌଣସି
କଥା ହେଲେ ବାବାଙ୍କ ପାଖକୁ ଆସିବା ଉଚିତ୍ । ସରକାରଙ୍କର ମଧ୍ୟ ନିୟମ ରହିଛି - କେହି କାହାକୁ
ମାରିପାରିବେ ନାହିଁ । ଅଭିଯୋଗ କରିପାରିବେ । ନିୟମ ଅନୁଯାୟୀ ଦଣ୍ଡଦେବା ହେଉଛି ସରକାରଙ୍କର କାମ
। ତୁମେମାନେ ମଧ୍ୟ ଈଶ୍ୱରୀୟ ସରକାରଙ୍କ ପାଖକୁ ଆସ । ଆଇନ୍କୁ ହାତକୁ ନିଅନାହିଁ । ଏହା ହେଉଛି
ତୁମ ନିଜର ଘର, ସେଥିପାଇଁ ବାବା କହୁଛନ୍ତି ପ୍ରତ୍ୟହ କଚେରୀ ବସାଇ ନିଜକୁ ତର୍ଜମା କର । ଏକଥା
ମଧ୍ୟ ବୁଝୁନାହାଁନ୍ତି ଯେ - ଶିବବାବା ଆଦେଶ ଦେଉଛନ୍ତି । ବାବା କହୁଛନ୍ତି ସର୍ବଦା ଭାବ ଯେ
ଶିବବାବା ଶୁଣାଉଛନ୍ତି । ଏପରି ଭାବ ନାହିଁ ଯେ ବ୍ରହ୍ମା ଶୁଣାଉଛନ୍ତି । ସର୍ବଦା ଶିବବାବା
କହୁଛନ୍ତି ବୋଲି ଭାବିଲେ ତାଙ୍କର ସ୍ମୃତି ରହିବ । ଶିବବାବା ତୁମକୁ ଜ୍ଞାନ ଶୁଣାଇବା ପାଇଁ ରଥ
ନେଇଛନ୍ତି । ବାବା ସତ୍ତ୍ୱପ୍ରଧାନ ହେବାର ରାସ୍ତା ବୁଝାଉଛନ୍ତି । ସେ ଗୁପ୍ତ ଅଟନ୍ତି । ତୁମେ
ପ୍ରତ୍ୟକ୍ଷ ଅଟ । ଯାହା ବି ନିର୍ଦ୍ଦେଶ ମିଳୁଛି, ଭାବ ଶିବବାବାଙ୍କର ନିର୍ଦ୍ଦେଶ ଅଟେ ତେବେ ତୁମେ
ନିରାପଦରେ ରହିବ । ତୁମେ ଶିବଙ୍କୁ ହିଁ ବାବା-ବାବା ବୋଲି କହୁଛ । ସମ୍ପତ୍ତି ମଧ୍ୟ ତାଙ୍କଠାରୁ
ମିଳୁଛି । ତାଙ୍କ ସହ କେତେ ସମ୍ମାନର ସହିତ, ରାଜକୀୟତାର ସହିତ ଚାଲିବା ଦରକାର । ତୁମେ କହୁଛ ନା
- ବାବା ଆମେ ତ’ ଲକ୍ଷ୍ମୀ-ନାରାୟଣ ହେବୁ । ନଚେତ୍ ଦ୍ୱିତୀୟ ଶ୍ରେଣୀ ଅଥବା ତୃତୀୟ ଶ୍ରେଣୀ ହେବୁ,
ସୂର୍ଯ୍ୟବଂଶୀ ନହେଲ ତ’ ଚନ୍ଦ୍ରବଂଶୀ ହେବୁ । ଏପରି ନୁହେଁ ଯେ ଆମେ ଦାସ-ଦାସୀ ହେବୁ । ପ୍ରଜା
ହେବା ତ ଭଲ ନୁହେଁ । ତୁମକୁ ତ ଏଠାରେ ଦୈବୀଗୁଣ ହିଁ ଧାରଣ କରିବାକୁ ହେବ । ଆସୁରୀ ଚଳଣି ରହିବା
ଅନୁଚିତ୍ । ନିଶ୍ଚୟ ନ ଥିବା କାରଣରୁ ଚାଲୁ-ଚାଲୁ କହି ଦେଉଛନ୍ତି - ବ୍ରହ୍ମାଙ୍କ ଶରୀରରେ ଶିବବାବା
ଆସୁଛନ୍ତି - ମୋର ବିଶ୍ୱାସ ହେଉ ନାହିଁ । ମାୟାର ଭୂତ ଆସିବା ଦ୍ୱାରା ପରସ୍ପର ମଧ୍ୟରେ ଏପରି
କହିଥାନ୍ତି । ଆସୁରୀ ସ୍ୱଭାବଧାରୀ ପରସ୍ପର ସହିତ ମିଶିଲେ ଏପରି କଥା କହିବାରେ ଲାଗିପଡିଥା’ନ୍ତି
। ତାଙ୍କରି ମୁଖରୁ ଆସୁରୀ କଥା ହିଁ ବାହାରିଥାଏ । ବାବା କହୁଛନ୍ତି ତୁମେ ଆତ୍ମା ରୂପ-ବସନ୍ତ
ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ହେଉଛ । ତୁମ ମୁଖରୁ ରତ୍ନ ହିଁ ବାହାରିବା ଉଚିତ୍ । ଯଦି ମୁଖରୁ ପଥର
ବାହାରୁଛି ତେବେ ଆସୁରୀ ବୁଦ୍ଧି କୁହାଯିବ ।
ଗୀତ ମଧ୍ୟ ପିଲାମାନେ
ଶୁଣିଲେ । ପିଲାମାନେ କହୁଛନ୍ତି - ବାବା ସ୍ନେହର ସାଗର ଏବଂ ସୁଖର ସାଗର ଅଟନ୍ତି । ଏହା
ଶିବବାବାଙ୍କର ହିଁ ମହିମା ଅଟେ । ବାବା କହୁଛନ୍ତି ତୁମେ ନିଜକୁ ଆତ୍ମା ବୁଝି ବାବାଙ୍କୁ ମନେ
ପକାଅ । ଏଥିରେ ବହୁତ ଭଲ ଭଲ ସନ୍ତାନମାନେ ଫେଲ୍ ହୋଇ ଯାଉଛନ୍ତି । ଦେହୀ ଅଭିମାନୀ ସ୍ଥିତିରେ
ରହିପାରୁ ନାହାଁନ୍ତି । ଦେହୀ-ଅଭିମାନୀ ହେଲେ ଯାଇ ଏତେ ଉଚ୍ଚ ପଦ ପାଇ ପାରିବେ । କେତେକ ସନ୍ତାନ
ଫାଲତୁ କଥାରେ ବହୁତ ସମୟ ନଷ୍ଟ କରୁଛନ୍ତି । ଜ୍ଞାନର କଥା ହିଁ ଧ୍ୟାନକୁ ଆସୁ ନାହିଁ । ଏହାର
ମଧ୍ୟ ଗାୟନ ରହିଛି ଯେ ନିଜ ଘରେ ଥିବା ଗଙ୍ଗାର ମାନ ରଖନ୍ତି ନାହିଁ । ଘର ଜିନିଷର ଏତେ ମାନ ରଖି
ନଥାନ୍ତି । ଯଦିଓ ଶ୍ରୀକୃଷ୍ଣ ଆଦିଙ୍କର ଚିତ୍ର ଘରେ ଅଛି ପୁଣି ଶ୍ରୀନାଥଙ୍କ ଦ୍ୱାର ଆଦିକୁ ଏତେ
ଦୂର ଦୂରକୁ କାହିଁକି ଯାଉଛନ୍ତି । ଶିବଙ୍କ ମନ୍ଦିରରେ ମଧ୍ୟ ପଥରର ଲିଙ୍ଗ ରହିଛି । ପାହାଡରୁ ପଥର
ବାହାରି, ଘଷି ହୋଇ-ହୋଇ ଲିଙ୍ଗ ହୋଇଯାଏ । ତା’ ଭିତରୁ କେତେକ ପଥରରେ ସୁନା ମଧ୍ୟ ଲାଗିଥାଏ ।
କୁହାଯାଏ ସୁନାର କୈଳାସ ପର୍ବତ । ପାହାଡରୁ ସୁନା ବାହାରିଥାଏ ନା । ତେଣୁ ଅଳ୍ପ-ଅଳ୍ପ ସୁନା
ଲାଗିଥିବା ପଥର ମଧ୍ୟ ରହିଛି ଯାହା ବହୁତ ସୁନ୍ଦର ଗୋଲ ଗୋଲ ହୋଇଥାଏ, ତାକୁ ବିକ୍ରି କରିଥାନ୍ତି ।
ସ୍ୱତନ୍ତ୍ର ଭାବେ ମାର୍ବଲର ମଧ୍ୟ ତିଆରି କରିଥା’ନ୍ତି । ବର୍ତ୍ତମାନ ଭକ୍ତଙ୍କୁ ଯଦି କହିବ ଯେ
ତୁମେ ବାହାରେ ଏଣେ ତେଣେ କାହିଁକି ବୁଲୁଛ, ତେବେ ସେମାନେ ବିଗିଡିଯିବେ । ବାବା ନିଜେ କହୁଛନ୍ତି
ତୁମେ ବହୁତ ପଇସା ବରବାଦ କରିଛ । ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି ଯାହାକି ତୁମକୁ ଧକ୍କା
ଖାଇବାକୁ ପଡୁଛି । ଏହା ହେଉଛି ଜ୍ଞାନ ଏବଂ ଭକ୍ତିର ଖେଳ । ଏବେ ତୁମକୁ ସମସ୍ତ ଜ୍ଞାନ ମିଳୁଛି ।
ଜ୍ଞାନ ହେଉଛି ସୁଖର ରାସ୍ତା, ଜ୍ଞାନ ଦ୍ୱାରା ସତ୍ୟଯୁଗର ରାଜତ୍ୱ ମିଳୁଛି । ଏହି ସମୟରେ ରାଜା
ରାଣୀ ତଥା ପ୍ରଜା ସମସ୍ତେ ନର୍କର ମାଲିକ ଅଟନ୍ତି । କେହି ମଲେ କୁହନ୍ତି ସ୍ୱର୍ଗବାସୀ ହେଲା । ଏହି
କଥା ସବୁ ବର୍ତ୍ତମାନ ତୁମେ ବୁଝୁଛ । ବର୍ତ୍ତମାନ ତୁମେ କହୁଛ ଆମେ ସ୍ୱର୍ଗବାସୀ ହେବା ପାଇଁ
ସ୍ୱର୍ଗର ସ୍ଥାପନକର୍ତ୍ତା ବାବାଙ୍କ ନିକଟରେ ବସିଛୁ । ତାଙ୍କଠାରୁ ଆମକୁ ଜ୍ଞାନର ବିନ୍ଦୁ ମିଳୁଛି
। ଅଳ୍ପ କିଛି ଜ୍ଞାନ ଶୁଣିଲେ ମଧ୍ୟ ସ୍ୱର୍ଗକୁ ନିଶ୍ଚୟ ଆସିବେ, ବାକି ସବୁ ପୁରୁଷାର୍ଥ ଉପରେ
କରୁଛି । ଭାବନ୍ତି ଯଦି ଗୋଟିଏ ଢାଳ ଗଙ୍ଗାଜଳ ମୁଖରେ ଢାଳି ଦେବ ତେବେ ପତିତରୁ ପବିତ୍ର ହୋଇଯିବ ।
ତେଣୁ ଢ଼ାଳ ଭର୍ତ୍ତିକରି ନେଇ ପ୍ରତ୍ୟହ ସେଥିରୁ ଏକ-ଏକ ବୁନ୍ଦା ପାଣିରେ ମିଶାଇ ସ୍ନାନ କରିଥା’ନ୍ତି
। ତାହା ଯେପରି ଗଙ୍ଗା ସ୍ନାନ ହୋଇଗଲା । ବିଦେଶକୁ ମଧ୍ୟ ଗଙ୍ଗା ଜଳ ଭରିକରି ନେଇଯାଆନ୍ତି । ଏସବୁ
ହେଲା ଭକ୍ତି । ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେ ମାୟା ବହୁତ ଜୋରରେ ଚାପୁଡା ଲଗାଇ,
ବିକର୍ମ କରେଇଦିଏ ସେଥିପାଇଁ କଚେରୀ କର, ନିଜେ ନିଜର କଚେରୀ କରିବା ଭଲ । ତୁମେ ନିଜେ ନିଜକୁ
ରାଜତିଳକ ଦେଉଛ ତେଣୁ ନିଜକୁ ନିଜେ ଯାଞ୍ଚ କରିବାକୁ ହେବ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ
ପଡିବ । ବାବା ଶ୍ରୀମତ ଦେଉଛନ୍ତି ଏଭଳି ଏଭଳି କର, ଦୈବୀଗୁଣ ଧାରଣ କର । ଯିଏ କରିବ ସିଏ ପାଇବ ।
ତୁମକୁ ତ’ ଖୁସିରେ ରୋମାଞ୍ଚିତ ହୋଇଯିବା ଉଚିତ୍ । ବେହଦର ବାବା ମିଳିଛନ୍ତି, ତାଙ୍କ ସେବାରେ
ସହଯୋଗୀ ହେବାକୁ ପଡିବ । ଅନ୍ଧମାନଙ୍କର ଲାଠି ହେବାକୁ ପଡିବ । ଯେତେ ସହଯୋଗୀ ହେବ, ସେତେ ନିଜର
ହିଁ କଲ୍ୟାଣ ହେବ । ବାବାଙ୍କୁ ତ’ ଘଡିକୁ-ଘଡି ମନେ ପକାଇବାକୁ ହେବ । ନିଷ୍ଠାରେ ଗୋଟିଏ ଜାଗାରେ
ବସିବାର କୌଣସି କଥା ନାହିଁ । ଚାଲି-ବୁଲି ମନେ ପକାଇବାକୁ ହେବ । ଟ୍ରେନ୍ରେ ମଧ୍ୟ ତୁମେ ସେବା
କରିପାରିବ । ତୁମେ କାହାକୁ ବି ବୁଝାଇପାରିବ ଯେ ଶ୍ରେଷ୍ଠରୁ ଶ୍ରେଷ୍ଠ କିଏ ଅଟନ୍ତି? ତାଙ୍କୁ ମନେ
ପକାଅ । ତାଙ୍କଠାରୁ ହିଁ ସମ୍ପତ୍ତି ମିଳିବ । ଆତ୍ମାକୁ ବାବାଙ୍କଠାରୁ ଅବିନାଶୀ ସମ୍ପତ୍ତି ମିଳୁଛି
। କେହି କେହି ଦାନ-ପୁଣ୍ୟ କରି ରାଜାଙ୍କ ପାଖରେ ଜନ୍ମ ନେଇଥାନ୍ତି, ତାହା ମଧ୍ୟ ଅଳ୍ପକାଳ ପାଇଁ ।
ସର୍ବଦା ରାଜା ତ’ ହୋଇପାରିବେ ନାହିଁ । ତେବେ ବାବା କହୁଛନ୍ତି ଏଠାରେ ତ ୨୧ ଜନ୍ମର ଗ୍ୟାରେଣ୍ଟି
ରହିଛି । ସ୍ୱର୍ଗରେ ଏହା ଜଣା ପଡିବ ନାହିଁ ଯେ ଆମେ ବେହଦ ବାବାଙ୍କଠାରୁ ଏହି ସମ୍ପତ୍ତି ନେଇ କରି
ଆସିଛୁ । ଏହି ଜ୍ଞାନ ବର୍ତ୍ତମାନ ତୁମକୁ ମିଳୁଛି ତେଣୁ କେତେ ଭଲ ଭାବରେ ପୁରୁଷାର୍ଥ କରିବା ଉଚିତ୍
। ପୁରୁଷାର୍ଥ ନ କରିବାର ଅର୍ଥ ହେଉଛି ନିଜ ପାଦରେ ନିଜେ କୁରାଢୀ ମାରିବା । ଚାର୍ଟ ଲେଖିଲେ ଡର
ରହିବ । କେହି-କେହି ଲେଖୁଛନ୍ତି ମଧ୍ୟ, ବାବା ଦେଖିଲେ କ’ଣ କହିବେ । ଚାଲି-ଚଳଣିରେ ବହୁତ ଫରକ
ରହୁଛି । ତେଣୁ ବାବା କହୁଛନ୍ତି ଭୁଲ୍ କରିବା ଛାଡ ନଚେତ୍ ବହୁତ ପଶ୍ଚାତାପ କରିବାକୁ ହେବ, ଶେଷ
ସମୟରେ ନିଜ ପୁରୁଷାର୍ଥର ସାକ୍ଷାତ୍କାର ନିଶ୍ଚୟ ହେବ ପୁଣି ବହୁତ କାନ୍ଦିବାକୁ ପଡିବ- କ’ଣ
କଳ୍ପ-କଳ୍ପ ଏହି ସମ୍ପତ୍ତି ମିଳିବ, ଯାଇ ଦାସ-ଦାସୀ ହେବୁ । ଆଗରୁ ତ’ ଧ୍ୟାନରେ ଯାଇ ଶୁଣାଉଥିଲେ
- ଅମୁକ ଦାସୀ ହେବେ, ଏଇଆ ହେବେ । ପୁଣି ବାବା ବନ୍ଦ କରିଦେଲେ । ପଛକୁ ପୁଣି ତୁମ ପିଲାମାନଙ୍କୁ
ସାକ୍ଷାତ୍କାର ହେବ । ସାକ୍ଷାତ୍କାର ବିନା ଦଣ୍ଡ କିପରି ମିଳିବ । କାଇଦା ହିଁ ନାହିଁ ।
ପିଲାମାନଙ୍କୁ ବହୁତ
ଯୁକ୍ତି ମଧ୍ୟ ବୁଝାଯାଉଛି ତୁମେ ନିଜ ସ୍ୱାମୀଙ୍କୁ କୁହ, ବାବା କହୁଛନ୍ତି ପିଲାମାନେ କାମ
ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର । ମାୟାକୁ ଜିତି ଜଗତ୍ଜିତ୍ ହୁଅ । ମୁଁ ସ୍ୱର୍ଗର
ମାଲିକ ହେବି ନା ତୁମ କାରଣରୁ ଅପବିତ୍ର ହୋଇ ନର୍କକୁ ଯିବି । ବହୁତ ସ୍ନେହ ଓ ନମ୍ରତାର ସହିତ
ବୁଝାଅ । କୁହ, ମୋତେ ନର୍କକୁ କାହିଁକି ଠେଲି ଦେଉଛ । ଏପରି ବହୁତ କନ୍ୟା ଅଛନ୍ତି -
ବୁଝାଇ-ବୁଝାଇ ଶେଷରେ ସ୍ୱାମୀକୁ ନେଇ ଆସନ୍ତି । ପୁଣି ସ୍ୱାମୀ କହିଥାନ୍ତି ଯେ ଇଏ ମୋର ଗୁରୁ
ଅଟନ୍ତି, ଇଏ ମୋତେ ବହୁତ ଭଲ ରାସ୍ତା ବତାଇଛନ୍ତି । ବାବାଙ୍କ ଚରଣରେ ଆସି ପଡିଥାନ୍ତି । କେବେ
ହାର୍ କେବେ ଜିତ୍ ହେଉଛି, ତେଣୁ ପିଲାମାନଙ୍କୁ ବହୁତ-ବହୁତ ମଧୁର ହେବାକୁ ପଡିବ । ଯିଏ ସେବା
କରିବେ ସେ ହିଁ ସ୍ନେହୀ ହେବେ । ଭଗବାନ ପିତା ସନ୍ତାନମାନଙ୍କ ନିକଟକୁ ଆସିଛନ୍ତି, ତେଣୁ ତାଙ୍କ
ଶ୍ରୀମତରେ ଚାଲିବାକୁ ପଡିବ । ଶ୍ରୀମତରେ ନ ଚାଲିବା ଦ୍ୱାରା ମାୟାର ତୋଫାନ ଆସିଥାଏ ଏବଂ ଅଧୋଗତି
ହୁଏ । ଏପରି ମଧ୍ୟ ଅଛନ୍ତି - ସେମାନେ କେଉଁ କାମର ହୋଇ ପାରନ୍ତି ନାହିଁ । ଏହା କୌଣସି ସାଧାରଣ
ପାଠପଢା ନୁହେଁ, ଅନ୍ୟ ସବୁ ସତସଙ୍ଗ ଆଦିରେ କେବଳ କର୍ଣ୍ଣରସ ରହିଛି, ଯାହା ଦ୍ୱାରା ଅଳ୍ପକାଳର
ସୁଖ ମିଳିଥାଏ । ଏହି ବାବାଙ୍କ ଦ୍ୱାରା ତ ୨୧ ଜନ୍ମର ସୁଖ ମିଳୁଛି । ବାବା ସୁଖ-ଶାନ୍ତିର ସାଗର
ଅଟନ୍ତି, ଆମକୁ ମଧ୍ୟ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ସେବା କରିଲେ ହିଁ ସମ୍ପତ୍ତି ମିଳିବ,
ସେଥିପାଇଁ ବ୍ୟାଜ୍ ସଦା ଲାଗି ରହିବା ଉଚିତ୍ । ଆମକୁ ଏହିପରି ସର୍ବଗୁଣ ସମ୍ପନ୍ନ ହେବାକୁ ପଡିବ ।
ଯାଞ୍ଚ କରିବାକୁ ହେବ ଯେ ମୁଁ କାହାକୁ ଦୁଃଖ ଦେଉନାହିଁ ତ? ଆସୁରୀ ଚାଲି-ଚଳଣି ନାହିଁ ତ’? ମାୟା
ଏପରି କାମ କରାଉଛି ଯେ ସେ କଥା ନ କହିଲେ ଭଲ । ଭଲ ଭଲ ଘରର ଲୋକେ ମଧ୍ୟ କହୁଛନ୍ତି, ମାୟା ଏପରି
ବିକର୍ମ କରାଇଦେଲା । କେହି ସତ୍ୟ ବତାଉଛନ୍ତି, କେହି ସତ୍ୟ ନ କହିଲେ ଶହେଗୁଣା ଦଣ୍ଡ ପାଉଛନ୍ତି ।
ପୁଣି ସେହି ଅଭ୍ୟାସ ବଢି ଚାଲିବ । ଯଦି ବାବାଙ୍କୁ ଶୁଣାଇବ ତେବେ ବାବା ସାବଧାନ କରାଇବେ । ବାବା
କହୁଛନ୍ତି ଯଦି ପାପ କରିଛ ତେବେ ରେଜିଷ୍ଟରରେ ଲେଖ ଏବଂ କହିଦିଅ ତେବେ ତୁମର ଅଧା ପାପ ସମାପ୍ତ
ହୋଇଯିବ । ଯଦି ନ ଶୁଣାଇବ, ଲୁଚାଇବ ତେବେ ଆହୁରି ଅଧିକ ପାପ କରିଚାଲିବ । ତା’ ଫଳରେ ଅଭିଶାପ
ମିଳିବ । ନ କହିବା ଦ୍ୱାରା ଥରକ ବଦଳରେ ୧୦୦ ଥର ଭୁଲ୍ କରିଚାଲିବ । ବାବା କେତେ ଭଲ ରାୟ ଦେଉଛନ୍ତି
କିନ୍ତୁ କେତେ ଜଣଙ୍କ ଉପରେ ସାମାନ୍ୟ ହେଲେ ବି ପ୍ରଭାବ ପଡୁନାହିଁ । ନିଜ ଭାଗ୍ୟକୁ ଯେପରି ଗୋଇଠା
ମାରୁଛନ୍ତି । ବହୁତ-ବହୁତ କ୍ଷତି କରୁଛନ୍ତି । ଅନ୍ତିମ ସମୟରେ ସମସ୍ତଙ୍କୁ ସାକ୍ଷାତ୍କାର ହେବ ।
ମୁଁ ଏହି ପଦ ପାଇବି, ଶ୍ରେଣୀ ପରିବର୍ତ୍ତନ ହେଲେ ନମ୍ବର ଜଣାପଡିଥାଏ ନା । ଉତ୍ତୀର୍ଣ୍ଣ ହେବା
ପୂର୍ବରୁ ଫଳାଫଳ ବାହାରିଥାଏ । ତୁମେ ମଧ୍ୟ ନିଜର କ୍ଲାସ୍ ଯାଉଛ, ତେଣୁ ନମ୍ବର ବିଷୟରେ ଜଣା ତ
ପଡିବ ପୁଣି ବହୁତ ଜୋରରେ କାନ୍ଦିବ । ସେତେବେଳେ କ’ଣ କରିପାରିବ? ଫଳାଫଳ ତ ବାହାରିଗଲା ନା । ଯାହା
ଭାଗ୍ୟରେ ଥିଲା ତାକୁ ନେଇଗଲ । ବାବା ସମସ୍ତ ସନ୍ତାନମାନଙ୍କୁ ସାବଧାନ କରୁଛନ୍ତି । କର୍ମାତୀତ
ଅବସ୍ଥା ଏବେ ହୋଇପାରିବ ନାହିଁ । କର୍ମାତୀତ ଅବସ୍ଥା ହେଲେ ପୁଣି ଶରୀର ଛାଡିବାକୁ ପଡିବ,
ବର୍ତ୍ତମାନ କିଛି ନା କିଛି ବିକର୍ମ ରହିଛି, ହିସାବ କିତାବ ରହିଛି ସେଥିପାଇଁ ପୂରା ଯୋଗ ଲାଗୁ
ନାହିଁ । ଏବେ କେହି କହିପାରିବେ ନାହିଁ ଯେ ଆମେ କର୍ମାତୀତ ଅବସ୍ଥାରେ ଅଛୁ । କର୍ମାତୀତ ଅବସ୍ଥାର
ନିକଟତର ହେଲେ ବହୁତ ଲକ୍ଷଣମାନ ଦେଖାଯିବ । ସମସ୍ତ ଆଧାର ତୁମର ଅବସ୍ଥା ଏବଂ ବିନାଶ ଉପରେ ନିର୍ଭର
କରେ । ତୁମର ପାଠପଢା ଶେଷ ହେବାକୁ ହେଲେ ଦେଖିବ ଯେ ଲଢେଇ ମୁଣ୍ଡ ଉପରେ ଛିଡା ହୋଇଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମାୟାର
ବଶବର୍ତ୍ତୀ ହୋଇ କୌଣସି ଆସୁରୀ ଚାଲିଚଳଣି ରଖିବାର ନାହିଁ । ନିଜର ଚାଲି-ଚଳଣିର ରେଜିଷ୍ଟର ରଖିବା
ଆବଶ୍ୟକ । ଏଭଳି କୌଣସି କର୍ମ କରିବାର ନାହିଁ ଯାହାଦ୍ୱାରା ପଶ୍ଚାତାପ କରିବାକୁ ପଡିବ ।
(୨) ବହୁତ-ବହୁତ ସ୍ନେହ
ଏବଂ ନମ୍ରତାର ସହିତ ସେବା କରିବାକୁ ହେବ । ମିଠା ହେବାକୁ ପଡିବ । ମୁଖ ଦ୍ୱାରା ଆସୁରୀ ଶବ୍ଦ
ଉଚ୍ଚାରଣ କରିବାର ନାହିଁ । କୁସଙ୍ଗଠାରୁ ବହୁତ ବହୁତ ଦୂରେଇ ରହିବାକୁ ପଡିବ । ସର୍ବଦା ଶ୍ରୀମତରେ
ଚାଲିବାକୁ ହେବ ।
ବରଦାନ:-
ସଂଗଠିତ ରୂପରେ
ଏକରସ ସ୍ଥିତିର ଅଭ୍ୟାସ ଦ୍ୱାରା ବିଜୟର ନାଗରା ବଜାଉଥିବା ଏଭରରେଡି ଅର୍ଥାତ୍ ସଦାପ୍ରସ୍ତୁତ ଭବ ।
ସାରା ବିଶ୍ୱରେ ବିଜୟର
ନାଗରା ସେତେବେଳେ ବାଜିବ ଯେତେବେଳେ ସମସ୍ତଙ୍କର ସବୁ ସଂକଳ୍ପ ଗୋଟିଏ ସଂକଳ୍ପରେ ସମାହିତ ହୋଇଯିବ
ଅର୍ଥାତ୍ ମିଶିଯିବ । ସଂଗଠିତ ରୂପରେ ଯେତେବେଳେ ଗୋଟିଏ ସେକେଣ୍ଡରେ ସମସ୍ତେ ଏକରସ ସ୍ଥିତିରେ
ସ୍ଥିତ ହୋଇଯିବେ ସେତେବେଳେ କୁହାଯିବ ଏଭର୍ରେଡୀ । ତେବେ ଗୋଟିଏ ସେକେଣ୍ଡରେ ଏକମତ, ଏକରସ ସ୍ଥିତି
ଏବଂ ଗୋଟିଏ ସଂକଳ୍ପରେ ସ୍ଥିତ ହେବାର, ସ୍କାରକୀ ଭାବରେ ଆଙ୍ଗୁଳି ଲଗାଇବାର ଦେଖାଇଛନ୍ତି, ଯେଉଁ
ଆଙ୍ଗୁଳି ଦ୍ୱାରା କଳିଯୁଗୀ ପର୍ବତ ଉଠିଯାଉଛି, ସେଥିପାଇଁ ସଂଗଠିତ ରୂପରେ ଏକରସ ସ୍ଥିତି ନିର୍ମାଣ
କରିବାର ଅଭ୍ୟାସ କର ତେବେ ଯାଇ ସାରା ବିଶ୍ୱରେ ଶକ୍ତି ସେନାର ନାମ ବିଖ୍ୟାତ ହେବ ।
ସ୍ଲୋଗାନ:-
ଶ୍ରେଷ୍ଠ
ପୁରୁଷାର୍ଥରେ ଥକିଯିବା ମଧ୍ୟ ଆଳସ୍ୟର ଲକ୍ଷଣ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ତୁମେମାନେ ନିଜର ଆତ୍ମିକ
ଦୃଷ୍ଟି ଦ୍ୱାରା ନିଜର ସଂକଳ୍ପକୁ ସିଦ୍ଧ କରିପାରିବ । ଦୁନିଆର ରିଦ୍ଧିସିଦ୍ଧି ଅଳ୍ପକାଳର ଅଟେ,
କି୍ନ୍ତୁ ଯୋଗ ରୂପୀ ବିଧି ଦ୍ୱାରା ସଂକଳ୍ପ ଗୁଡିକର ଏବଂ କର୍ମର ସିଦ୍ଧି ପ୍ରାପ୍ତ କରିବା ହେଉଛି
ଅବିନାଶୀ । ଦୁନିଆରେ ରିଦ୍ଧିସିଦ୍ଧିର ପ୍ରୟୋଗ କରୁଛନ୍ତି ଏବଂ ତୁମେମାନେ ୟାଦର ବିଧି ଦ୍ୱାରା
ସଂକଳ୍ପଗୁଡିକର ଏବଂ କର୍ମଗୁଡିକର ସିଦ୍ଧି ପ୍ରାପ୍ତ କର ।