17.12.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ନିଜର ସୌଭାଗ୍ୟ ଗଢିବା ପାଇଁ ବାବାଙ୍କ ପାଖକୁ ଆସିଛ, ପରମ ସୌଭାଗ୍ୟ ସେହି
ସନ୍ତାନମାନଙ୍କୁ ମିଳିଥାଏ - ଯାହାଙ୍କର ସବୁ କିଛି ଈଶ୍ୱର ସ୍ୱୀକାର କରିଥା’ନ୍ତି ।”
ପ୍ରଶ୍ନ:-
ପିଲାମାନଙ୍କର
କେଉଁ ଗୋଟିଏ ଭୁଲ୍ ଯୋଗୁଁ ମାୟା ବହୁତ ବଳବାନ୍ ହୋଇଯାଉଛି?
ଉତ୍ତର:-
ପିଲାମାନେ ଭୋଜନ ସମୟରେ ବାବାଙ୍କୁ ଭୁଲିଯାଉଛନ୍ତି, ବାବାଙ୍କୁ ନ ଖୁଆଇବା କାରଣରୁ ମାୟା ଭୋଜନ
ଖାଇଯାଉଛି, ଯାହା ଦ୍ୱାରା ସେ ବଳବାନ୍ ହୋଇଯାଉଛି, ପୁଣି ପିଲାମାନଙ୍କୁ ହିଁ ହଇରାଣ କରୁଛି । ଏହି
ଛୋଟ ଭୁଲ୍ ପିଲାମାନଙ୍କୁ ମାୟାଠାରୁ ହରାଇ ଦେଉଛି, ସେଥିପାଇଁ ବାବାଙ୍କର ଆଜ୍ଞା ହେଉଛି -
ପିଲାମାନେ, ଯୋଗଯୁକ୍ତ ହୋଇ ଭୋଜନ କର । ଦୃଢ ପ୍ରତିଜ୍ଞା କର - ତୁମ ସହିତ ଖାଇବି.... ଯେତେ ମନେ
ପକାଇବ ବାବା ସେତେ ଖୁସି ହେବେ ।
ଗୀତ:-
ଆଜ ନେହିଁ ତୋ
କଲ ବିଖରେଙ୍ଗେ ୟହ ବାଦଲ...
ଓମ୍ ଶାନ୍ତି ।
ପିଲାମାନେ
ଜାଣୁଛନ୍ତି କି ଆମର ଦୁର୍ଭାଗ୍ୟର ଦିନ ପରିବର୍ତ୍ତିତ ହୋଇ ଏବେ ସଦାକାଳ ପାଇଁ ସୌଭାଗ୍ୟର ଦିନ
ଆସୁଛି । ପୁରୁଷାର୍ଥର କ୍ରମଅନୁସାରେ ଭାଗ୍ୟ ବଦଳି ଚାଲିଛି । ସ୍କୁଲରେ ମଧ୍ୟ ଭାଗ୍ୟ ବଦଳିଥାଏ ନା
ଅର୍ଥାତ୍ ଉଚ୍ଚ ହୋଇଯାଇଥାଏ । ତୁମେ ଭଲ ଭାବରେ ଜାଣିଛ - ଏବେ ଏହି ରାତ୍ରି ଶେଷ ହେବାକୁ ଯାଉଛି,
ବର୍ତ୍ତମାନ ଆମର ଭାଗ୍ୟ ବଦଳୁଛି । ଜ୍ଞାନର ବର୍ଷା ହୋଇ ଚାଲିଛି । ସେନ୍ସିବୁଲ୍ ଅର୍ଥାତ୍ ଜ୍ଞାନୀ
ପିଲାମାନେ ଜାଣିଛନ୍ତି ବରାବର ଦୁର୍ଭାଗ୍ୟଶାଳୀରୁ ଆମେ ସୌଭାଗ୍ୟଶାଳୀ ହେଉଛୁ ଅର୍ଥାତ୍ ସ୍ୱର୍ଗର
ମାଲିକ ହେଉଛୁ । ପୁରୁଷାର୍ଥର କ୍ରମ ଅନୁସାରେ ଆମେ ନିଜର ଦୁର୍ଭାଗ୍ୟରୁ ସୌଭାଗ୍ୟ ଗଢୁଛୁ । ଏବେ
ରାତିରୁ ଦିନ ହେବାକୁ ଯାଉଛି । ଏ କଥା ତୁମ ପିଲାମାନଙ୍କ ବ୍ୟତୀତ ଆଉ କାହାକୁ ଜଣା ନାହିଁ । ବାବା
ଗୁପ୍ତ ଅଟନ୍ତି ତେଣୁ ତାଙ୍କର କଥା ମଧ୍ୟ ଗୁପ୍ତ ଅଟେ । ଯଦିଓ ମନୁଷ୍ୟମାନେ ସହଜ ରାଜଯୋଗ ଓ ସହଜ
ଜ୍ଞାନର କଥା ଶାସ୍ତ୍ରରେ ଲେଖିଛନ୍ତି କିନ୍ତୁ ଯେଉଁମାନେ ଲେଖିଛନ୍ତି ସେମାନେ ତ ମରିଗଲେଣି । ବାକି
ଯେଉଁମାନେ ପଢୁଛନ୍ତି ସେମାନେ କିଛି ବୁଝିପାରୁ ନାହାଁନ୍ତି, କାହିଁକି ନା ବୁଦ୍ଧିହୀନ ଅଟନ୍ତି ।
କେତେ ଫରକ ରହିଛି । ତୁମେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ବୁଝୁଛ । ସମସ୍ତେ ତ ଏକାପରି
ପୁରୁଷାର୍ଥ କରୁନାହାଁନ୍ତି । ଦୁର୍ଭାଗ୍ୟ କାହାକୁ ଓ ସୌଭାଗ୍ୟ କାହାକୁ କୁହାଯାଏ - ଏ କଥା କେବଳ
ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ । ଅନ୍ୟ ସମସ୍ତେ ତ ଘୋର ଅନ୍ଧକାରରେ ରହିଛନ୍ତି । ତାଙ୍କୁ
ବୁଝାଇ ଜାଗ୍ରତ କରିବାକୁ ହେବ । ସୂର୍ଯ୍ୟବଂଶୀମାନଙ୍କୁ ସୌଭାଗ୍ୟଶାଳୀ କୁହାଯାଉଛି, ସେହିମାନେ
ହିଁ ୧୬ କଳା ସଂପୂର୍ଣ୍ଣ ଅଟନ୍ତି । ଯେଉଁ ବାବା ସ୍ୱର୍ଗର ରଚନା କରୁଛନ୍ତି, ତାଙ୍କ ଦ୍ୱାରା ଆମେ
ସ୍ୱର୍ଗକୁ ଯିବା ପାଇଁ ନିଜର ସୌଭାଗ୍ୟ ଗଢୁଛୁ । ଯେଉଁମାନେ ଇଂରାଜୀ ଜାଣିଛନ୍ତି ତାଙ୍କୁ ମଧ୍ୟ
ତୁମେ ବୁଝାଇପାରିବ ଯେ ଆମେ ହେଭେନ୍ଲୀ ଗଡ ଫାଦର ଅର୍ଥାତ୍ ସ୍ୱର୍ଗର ରଚୟିତା ଈଶ୍ୱର ପିତାଙ୍କ
ଦ୍ୱାରା ସ୍ୱର୍ଗର ସୌଭାଗ୍ୟ ଗଢୁଛୁ । ସ୍ୱର୍ଗରେ ହେଉଛି ସୁଖ, ନର୍କରେ ରହିଛି ଦୁଃଖ । ଗୋଲ୍ଡେନ୍
ଏଜ୍ ଅର୍ଥାତ୍ ସତ୍ୟଯୁଗରେ ସୁଖ, ଆଇରନ୍ ଏଜ୍ ଅର୍ଥାତ୍ କଳିଯୁଗରେ ଦୁଃଖ । ଏହା ବିଲ୍କୁଲ୍ ସହଜ
କଥା ଅଟେ । ଆମେ ଏବେ ପୁରୁଷାର୍ଥ କରୁଛୁ । ଇଂରେଜ, ଖ୍ରୀଷ୍ଟିୟାନ୍ ଆଦି ବହୁତ ଆସିବେ । କୁହ, ଆମେ
ଏବେ କେବଳ ସ୍ୱର୍ଗର ରଚୟିତା ଏକ ଈଶ୍ୱର ପିତାଙ୍କୁ ହିଁ ମନେ ପକାଉଛୁ କାହିଁକି ନା ମୃତ୍ୟୁ
ସମ୍ମୁଖରେ ଛିଡା ହୋଇଛି । ବାବା କହୁଛନ୍ତି ତୁମକୁ ମୋ ପାଖକୁ ଆସିବାକୁ ହେବ । ଯେପରି ତୀର୍ଥକୁ
ଯାଇଥା’ନ୍ତି ନା । ବୌଦ୍ଧିମାନଙ୍କର ନିଜସ୍ୱ ତୀର୍ଥସ୍ଥାନ ରହିଛି ଓ ଖ୍ରୀଷ୍ଟିୟାନ୍ମାନଙ୍କର
ନିଜର ତୀର୍ଥସ୍ଥାନ ରହିଛି । ପ୍ରତ୍ୟେକଙ୍କର ନିଜ-ନିଜର ନୀତି-ପ୍ରଥା ରହିଛି । ଆମର ଏଠାରେ ହେଲା
ବୁଦ୍ଧିଯୋଗର କଥା । ଯେଉଁଠାରୁ ଅଭିନୟ କରିବାକୁ ଆସିଛୁ, ସେହିଠାକୁ ପୁଣି ଯିବାକୁ ହେବ । ସେ
ହେଉଛନ୍ତି ସ୍ୱର୍ଗ ସ୍ଥାପନ କରୁଥିବା ଈଶ୍ୱର ପିତା । ସେ ଆମକୁ କହିଛନ୍ତି ଆମେ ତୁମକୁ ମଧ୍ୟ ସତ୍ୟ
ରାସ୍ତା ବତାଉଛୁ । ବାବା ଈଶ୍ୱର ପିତାଙ୍କୁ ମନେ ପକାଇଲେ ଅନ୍ତିମ ସ୍ମୃତି ଅନୁସାରେ ଗତି ହୋଇଯିବ
। କେହି ରୋଗଗ୍ରସ୍ତ ହେଲେ ତାଙ୍କୁ ସମସ୍ତେ ଯାଇ ସାବଧାନ କରାଇଥା’ନ୍ତି କି ରାମ ନାମ କୁହ ।
ବଙ୍ଗଳାରେ ଯଦି କେହି ମୃତ୍ୟୁର ଅନ୍ତିମ ସ୍ଥିତିରେ ରହିଥାନ୍ତି ତେବେ ତାଙ୍କୁ ଗଙ୍ଗା କୂଳକୁ
ନେଇଯାଇ କହିଥା’ନ୍ତି ହରିବୋଲ, ହରିବୋଲ... ତେବେ ହରିଙ୍କ ପାଖକୁ ଚାଲିଯିବ । କିନ୍ତୁ କେହି ଯାଇ
ନ ଥାନ୍ତି । ସତ୍ୟଯୁଗରେ ତ କେହି କହିବେ ନାହିଁ କି ରାମ-ରାମ କୁହ ଅଥବା ହରିବୋଲ କୁହ । ଦ୍ୱାପରରୁ
ପୁଣି ଏହି ଭକ୍ତିମାର୍ଗ ଆରମ୍ଭ ହୋଇଥାଏ । ଏପରି ନୁହେଁ କି, ସତ୍ୟଯୁଗରେ କୌଣସି ଭଗବାନ ଅଥବା
ଗୁରୁଙ୍କୁ ମନେ ପକାଯିବ । ସେଠାରେ ତ କେବଳ ନିଜର ଆତ୍ମାକୁ ହିଁ ମନେ ପକାଯାଇଥାଏ, ମୁଁ ଆତ୍ମା
ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେବି । ସେଠାରେ ନିଜର ବାଦଶାହୀ ହିଁ ମନେ ରହିଥାଏ । ଜାଣିଥା’ନ୍ତି
ଯେ ଆମେ ରାଜା ଘରେ ଯାଇ ଜନ୍ମ ନେବୁ । ଏହି ନିଶ୍ଚୟ ହୋଇଯାଇଛି କି ବାଦଶାହୀ ତ ମିଳିବ ନା । ବାକି
କାହାକୁ ମନେ ପକାଇବେ ଅଥବା ଦାନ ପୁଣ୍ୟ କରିବେ? ସେଠାରେ କେହି ଗରୀବ ରହିବେ ନାହିଁ ଯେଉଁମାନଙ୍କୁ
ଦାନ-ପୁଣ୍ୟ କରିବେ । ଭକ୍ତିମାର୍ଗ ନୀତି ପ୍ରଥା ଓ ଜ୍ଞାନମାର୍ଗର ନୀତି-ପ୍ରଥା ଅଲଗା ଅଲଗା ଅଟେ ।
ଏବେ ତୁମେ ବାବାଙ୍କୁ ସବୁ କିଛି ଦେଇ ୨୧ ଜନ୍ମର ବର୍ସା ନେଇ ନେଇଛ । ବାସ୍, ପୁଣି ଦାନ-ପୁଣ୍ୟ
କରିବାର ଆବଶ୍ୟକତା ନାହିଁ । ଈଶ୍ୱର ବାବାଙ୍କୁ ଆମେ ସବୁ କିଛି ଦେଇଦେଉଛୁ । ଈଶ୍ୱର ହିଁ ସ୍ୱୀକାର
କରୁଛନ୍ତି । ସ୍ୱୀକାର ନ କଲେ ପୁଣି ଦେବେ କିପରି? ଯଦି ସ୍ୱୀକାର ନ କଲେ ତେବେ ତାହା ମଧ୍ୟ
ଦୁର୍ଭାଗ୍ୟ ଅଟେ । ସ୍ୱୀକାର କରିବାକୁ ପଡିଥାଏ - ତା’ହେଲେ ପିଲାମାନଙ୍କର ସଂସାରର ମମତ୍ୱ
ତୁଟିଯିବ । ଏହି ରହସ୍ୟ ମଧ୍ୟ ତୁମେ ପିଲାମାନେ ହିଁ ଜାଣିଛ । ଯେତେବେଳେ ଆବଶ୍ୟକ ନ ଥିବ ସେତେବେଳେ
ସ୍ୱୀକାର କାହିଁକି କରିବେ? ଏଠାରେ ତ କିଛି ଧନ ଏକତ୍ର କରିବାର ନାହିଁ । ଏଠାରୁ ତ ମମତ୍ୱ ତୁଟାଇ
ଦେବାକୁ ପଡିଥାଏ ।
ବାବା ବୁଝାଉଛନ୍ତି -
ବାହାରକୁ କୁଆଡେ ଗଲେ ନିଜକୁ ବହୁତ ହାଲୁକା ଅନୁଭବ କର । ଆମେ ଆତ୍ମା ବାବାଙ୍କର ସନ୍ତାନ ଅଟୁ, ଆମେ
ଆତ୍ମା ରକେଟ୍ଠାରୁ ମଧ୍ୟ ତୀକ୍ଷ୍ଣ ଅଟୁ । ଏହିପରି ଦେହୀ-ଅଭିମାନୀ ହୋଇ ଚାଲିଲେ କେବେହେଲେ
ଥକିଯିବ ନାହିଁ । ଦେହର ଅଭିମାନ ଆସିବ ନାହିଁ । ଯେପରି ଏହି ପାଦ ଚାଲୁନାହିଁ । ଆମେ ଉଡି ଉଡି
ଯାଉଛୁ । ଦେହୀ-ଅଭିମାନୀ ହୋଇ ତୁମେ ଯେଉଁଆଡେ ଚାହିଁବ ଯାଇପାରିବ । ଆଗରୁ ତ ଲୋକମାନେ ତୀର୍ଥ
ଆଦିକୁ ପାଦରେ ହିଁ ଚାଲିଚାଲି ଯାଉଥିଲେ । ସେ ସମୟରେ ମନୁଷ୍ୟମାନଙ୍କର ବୁଦ୍ଧି ତମଃପ୍ରଧାନ ନ ଥିଲା
। ବହୁତ ଶ୍ରଦ୍ଧାର ସହିତ ଯାଉଥିଲେ, ଥକିଯାଉ ନ ଥିଲେ । ବାବାଙ୍କୁ ୟାଦ କରିବା ଦ୍ୱାରା ସାହାଯ୍ୟ
ତ ମିଳିବ ନା । ଯଦିଓ ତାହା ପଥରର ମୂର୍ତ୍ତି ଅଟେ କିନ୍ତୁ ବାବା ସେ ସମୟରେ ଅଳ୍ପ କାଳ ନିମନ୍ତେ
ମନସ୍କାମନା ପୂର୍ଣ୍ଣ କରି ଦେଇଥା’ନ୍ତି । ସେ ସମୟରେ ରଜଃପ୍ରଧାନ ସ୍ମୃତି ଥିଲା । ତେଣୁ ତାହା
ଦ୍ୱାରା ମଧ୍ୟ ବଳ ମିଳୁଥିଲା । ତୀର୍ଥଯାତ୍ରାକୁ ଚାଲି ଚାଲି ଗଲେ ମଧ୍ୟ ହାଲିଆ ଲାଗୁ ନ ଥିଲା ।
ବର୍ତ୍ତମାନ ତ ବଡ ବଡ ଲୋକମାନେ ତୁରନ୍ତ ଥକିଯାଉଛନ୍ତି । ଗରୀବ ଲୋକମାନେ ଅନେକ ତୀର୍ଥକୁ
ଯାଇଥାନ୍ତି । ସାହୁକାର ଲୋକମାନେ ବହୁତ ଆଡମ୍ବର ସହିତ ଘୋଡା ଆଦିରେ ଯାଇଥାନ୍ତି । ଗରୀବମାନେ ତ
ପାଦରେ ଚାଲି ଚାଲି ଯାଇଥାନ୍ତି । ଭାବନାର ଭଡା ଯେତେ ଗରୀବମାନଙ୍କୁ ମିଳିଥାଏ ସେତେ
ସାହୁକାରମାନଙ୍କୁ ମିଳି ନ ଥାଏ । ବର୍ତ୍ତମାନ ସମୟରେ ମଧ୍ୟ ତୁମେ ଜାଣୁଛ - ବାବା ଦୀନବନ୍ଧୁ
ଅଟନ୍ତି ପୁଣି ଦ୍ୱନ୍ଦ୍ୱରେ କାହିଁକି ପଡୁଛ? ଭୁଲିଯାଉଛ କାହିଁକି? ବାବା କହୁଛନ୍ତି ତୁମକୁ କୌଣସି
କଷ୍ଟ କରିବାକୁ ପଡିବ ନାହିଁ । କେବଳ ଏକମାତ୍ର ସାଜନ ଅର୍ଥାତ୍ ପ୍ରିୟତମଙ୍କୁ ୟାଦ କରିବାକୁ ହେବ
। ତୁମେ ସମସ୍ତେ ସଜନୀ ଅର୍ଥାତ୍ ପ୍ରିୟତମା ଅଟ ତେଣୁ ସାଜନଙ୍କୁ ମନେ ପକାଇବାକୁ ପଡିବ । ସେହି
ସାଜନଙ୍କୁ ଭୋଗ ନ ଲଗାଇ ଖାଇବାକୁ ତୁମକୁ ଲଜ୍ଜା ଲାଗୁନାହିଁ? ସେ ସାଜନ ବି ଅଟନ୍ତି, ପୁଣି ବାପ
ମଧ୍ୟ ଅଟନ୍ତି । କହୁଛନ୍ତି ମୋତେ ତୁମେ ଖୁଆଇବ ନାହିଁ! ତୁମକୁ ତ ମୋତେ ଖୁଆଇବା ଉଚିତ୍ ନା! ଦେଖ,
ବାବା କେତେ ଉପାୟ ବତାଉଛନ୍ତି । ତୁମେ ବାବା ଅଥବା ସାଜନ ବୋଲି ମାନୁଛ ନା । ଯିଏ ତୁମକୁ
ଖୁଆଉଛନ୍ତି, ପ୍ରଥମେ ତ ତାଙ୍କୁ ଖୁଆଇବା ଦରକାର । ବାବା କହୁଛନ୍ତି ମୋତେ ଭୋଗ ଲଗାଇ, ମୋ ୟାଦରେ
ଖାଅ । ଏଥିପାଇଁ ବହୁତ ମେହନତ କରିବାକୁ ପଡିବ । ବାବା ବାରମ୍ବାର ବୁଝାଉଛନ୍ତି, ବାବାଙ୍କୁ
ନିଶ୍ଚୟ ମନେ ପକାଇବାକୁ ପଡିବ । ବାବା ନିଜେ ମଧ୍ୟ ବାରମ୍ବାର ପୁରୁଷାର୍ଥ କରି ଚାଲିଛନ୍ତି । ତୁମ
କୁମାରୀମାନଙ୍କ ପାଇଁ ତ ଏହା ବହୁତ ସହଜ ଅଟେ । ତୁମେ ବିଲ୍କୁଲ୍ ସିଡି ଚଢି ହିଁ ନାହଁ ଅର୍ଥାତ୍
ବିବାହ କରିନାହଁ । କନ୍ୟାର ତ ସାଜନ ସହିତ ନିର୍ବନ୍ଧ ହୋଇ ହିଁ ଥାଏ । ତେବେ ଏପରି ସାଜନଙ୍କୁ ୟାଦ
କରି ଭୋଜନ ଖାଇବା ଉଚିତ୍ । ଆମେ ତାଙ୍କୁ ମନେ ପକାଉଛୁ ଓ ସେ ଆମ ପାଖକୁ ଆସୁଛନ୍ତି । ୟାଦ କରିବ ତ
ସେ ଭାସନା ନେବେ । ତେଣୁ ଏହିପରି କଥାସବୁ ବାବାଙ୍କ ସାଥିରେ ହେବା ଉଚିତ୍ । ରାତ୍ରି ଉଜାଗର ହେଲେ
ତୁମର ଏହିପରି ଅଭ୍ୟାସ ହୋଇଯିବ । ଅଭ୍ୟାସ ହୋଇଗଲେ ପୁଣି ଦିନରେ ମଧ୍ୟ ସ୍ମୃତି ରହିବ । ଭୋଜନ
ସମୟରେ ମଧ୍ୟ ୟାଦ କରିବା ଉଚିତ୍ । ସାଜନଙ୍କ ସହିତ ତୁମର ନିର୍ବନ୍ଧ ହୋଇଛି । ତୁମ ସହିତ ଖାଇବି...
ଏହିପରି ପକ୍କା ପ୍ରଣ କରିବାକୁ ହେବ । ଯଦି ୟାଦ କରିବ ତେବେ ତ ଯାଇ ସେ ଖାଇବେ ନା । ତାଙ୍କୁ ତ
କେବଳ ଭାସନା ହିଁ ମିଳିବ କାହିଁକି ନା ତାଙ୍କର ନିଜର ଶରୀର ନାହିଁ । କୁମାରୀମାନଙ୍କ ନିମନ୍ତେ ତ
ବହୁତ ସହଜ, ଏମାନଙ୍କ ନିମନ୍ତେ ଅଧିକ ସୁଯୋଗ ରହିଛି । ଶିବବାବା ଆମର ସୁନ୍ଦର ସାଜନ କେତେ ମିଠା
ଅଟନ୍ତି । ଅଧାକଳ୍ପ ଆମେ ଆପଣଙ୍କୁ ୟାଦ କରିଛୁ, ଏବେ ଆପଣ ମିଳିଛନ୍ତି! ଆମେ ଯାହା ଖାଉଛୁ, ଆପଣ
ମଧ୍ୟ ଖାଆନ୍ତୁ । ଏପରି ନୁହେଁ ଯେ, ଥରେ ମନେ ପକାଇଲ ବାସ୍, ପୁଣି ତୁମେ ନିଜେ ଖାଇ ଚାଲିବ ।
ତାଙ୍କୁ ଖୁଆଇବାକୁ ଭୁଲିଯିବ । ବାବାଙ୍କୁ ଭୁଲିଗଲେ ବାବା ଆଉ ଭୋଜନ ସ୍ୱୀକାର କରିବେ ନାହିଁ ।
ବହୁତ ଜିନିଷ ତ ଖାଉଛ, ଖେଚେଡି, ଆମ୍ବ, ମିଠା ଆଦି ଖାଉଛ.... ଏପରି ନୁହେଁ କି ଆରମ୍ଭରୁ ମନେ
ପକାଇଲ, ପୁଣି ଭୁଲିଗଲ ତେଣୁ ଅନ୍ୟ ଜିନିଷ ସେ କିପରି ଖାଇବେ । ସାଜନ ନ ଖାଇଲେ ତ ମାୟା ମଝିରେ ପଶି
ଖାଇଯିବ, ତାଙ୍କୁ ଖାଇବାକୁ ଦେବ ନାହିଁ । ମୁଁ ଦେଖୁଛି ମାୟା ଖାଇଯିବାରୁ ସେ ବଳବାନ ହୋଇଯାଉଛି ଓ
ତୁମକୁ ହରାଇ ଚାଲିଛି । ବାବା ସବୁ ଯୁକ୍ତି ବତାଉଛନ୍ତି । ବାବାଙ୍କୁ ୟାଦ କଲେ ବାବା ଅଥବା ସାଜନ
ବହୁତ ଖୁସି ହେବେ । କହୁଛ ବାବା ତୁମ ସହିତ ବସିବୁ, ତୁମ ସହିତ ଖାଇବୁ । ଆମେ ଆପଣଙ୍କୁ ମନେ ପକାଇ
ଖାଉଛୁ । ଜ୍ଞାନ ଦ୍ୱାରା ଜାଣୁଛୁ ଯେ ଆପଣ ତ ବାସନା ହିଁ ନେବେ । ଏହା ତ ଉଧାର ନେଇଥିବା ଶରୀର ଅଟେ
। ମନେ ପକାଇବା ଦ୍ୱାରା ସେ ଆସିଥାନ୍ତି । ସମସ୍ତ ଆଧାର ତୁମର ୟାଦ ଉପରେ ହିଁ ରହିଛି । ଏହାକୁ
ଯୋଗ କୁହାଯାଉଛି । ଯୋଗ କରିବାରେ ମେହନତ ରହିଛି । ସନ୍ନ୍ୟାସୀ-ଉଦାସୀ ଏପରି କେବେ କହିପାରିବେ
ନାହିଁ । ତୁମର ଯଦି ପୁରୁଷାର୍ଥ କରିବାର ଅଛି ତେବେ ବାବାଙ୍କ ଶ୍ରୀମତକୁ ନୋଟ୍ କର । ପୂରା
ପୁରୁଷାର୍ଥ କର । ବାବା ନିଜର ଅନୁଭବ ବତାଉଛନ୍ତି - କହୁଛନ୍ତି ଯେପରି କର୍ମ ମୁଁ କରୁଛି, ତୁମେ
ମଧ୍ୟ କର । ସେହି କର୍ମ ମୁଁ ତୁମକୁ ଶିଖାଉଛି । ବାବାଙ୍କୁ ତ କର୍ମ କରିବାର ନାହିଁ । ସତ୍ୟଯୁଗରେ
କେହି କର୍ମଭୋଗ ଭୋଗନ୍ତି ନାହିଁ । ବାବା ବହୁତ ସହଜ କଥା ବତାଉଛନ୍ତି । ତୁମ ସହିତ ବସିବି, ଶୁଣିବି,
ତୁମ ସହିତ ଖାଇବି... ଏହା ତୁମର ହିଁ ଗାୟନ ଅଟେ । ସାଜନ ଅଥବା ପିତା ରୂପରେ ୟାଦ କର । ଗାୟନ
ରହିଛି ନା - ବିଚାର ସାଗର ମନ୍ଥନ କରି ଜ୍ଞାନର ପଏଣ୍ଟସ୍ ବାହାର କରିଥା’ନ୍ତି । ଏହିପରି ଅଭ୍ୟାସ
କରିବା ଦ୍ୱାରା ବିକର୍ମ ମଧ୍ୟ ବିନାଶ ହେବ, ସୁସ୍ଥ ମଧ୍ୟ ରହିବ । ଯିଏ ପୁରୁଷାର୍ଥ କରିବେ ତାଙ୍କର
ଲାଭ ହେବ, ଯିଏ ନ କରିବେ ତାଙ୍କର କ୍ଷତି ହେବ । ସାରା ଦୁନିଆ ତ ସ୍ୱର୍ଗର ମାଲିକ ହେବେ ନାହିଁ ।
ଏସବୁ ମଧ୍ୟ ହିସାବ-କିତାବ ରହିଛି ।
ବାବା ବହୁତ ଭଲ ଭାବରେ
ବୁଝାଉଛନ୍ତି । ଗୀତ ତ ଶୁଣିଲ କି ବାସ୍ତବରେ ଆମେ ଯାତ୍ରା କରୁଛୁ । ଯାତ୍ରା ସମୟରେ ଭୋଜନ ଆଦି ତ
ଖାଇବାକୁ ପଡିଥାଏ । ସଜନୀ ସାଜନ ସହିତ, ପିଲାମାନେ ବାପାଙ୍କ ସହିତ ଖାଇଥାନ୍ତି । ଏଠାରେ ମଧ୍ୟ
ଏହିପରି ହେଉଛି । ତୁମର ସାଜନଙ୍କ ସହିତ ଯେତେ ଲଗନ ରହିବ ସେତେ ଖୁସିର ପାରଦ ଚଢିବ ।
ନିଶ୍ଚୟବୁଦ୍ଧି ବିଜୟୀ ହୋଇଯିବ । ଯୋଗ ଅର୍ଥାତ୍ ଦୌଡ । ଏହା ବୁଦ୍ଧି ଯୋଗର ଦୌଡ ଅଟେ । ଆମେ
ଛାତ୍ର ଅଟୁ, ଶିକ୍ଷକ ଆମକୁ ଦୌଡିବା ଶିଖାଉଛନ୍ତି । ବାବା କହୁଛନ୍ତି ଏପରି ଭାବ ନାହିଁ ଯେ ଦିନରେ
କେବଳ କର୍ମ ହିଁ କରିବାକୁ ହେବ । କଇଁଛ ସଦୃଶ କର୍ମ କରି ପୁଣି ୟାଦରେ ବସିଯାଅ । ଭ୍ରମରୀ ସାରା
ଦିନ ଭୁଁ ଭୁଁ କରିଥାଏ । ପୁଣି କେହି ଉଡିଯାଆନ୍ତି, କେହି ମରିଯାଆନ୍ତି, ତାହା ତ ଏକ ଉଦାହରଣ ଅଟେ
। ଏଠାରେ ତୁମେ ଭୁଁ-ଭୁଁ କରି ଜ୍ଞାନ ଶୁଣାଇ ଶୁଣାଇ ନିଜ ସଦୃଶ କରୁଛ । ଏଥିରେ କାହାର ତ ବହୁତ
ସ୍ନେହ ରହିଥାଏ । କେହି ପୁଣି ବ୍ରାହ୍ମଣ ଜୀବନରୁ ମରିଯାଇଥାଆନ୍ତି, କେହି ଅଧାରେ ରହିଯାଆନ୍ତି,
ପଳାଇଯାଇ ପୁଣି କୀଟ ହୋଇଯାଆନ୍ତି । ତେଣୁ ଏହିପରି ଭୁଁ-ଭୁଁ କରିବା ବହୁତ ସହଜ ଅଟେ । କଥାରେ ଅଛି
ମନୁଷ୍ୟରୁ ଦେବତା ହେବା ପାଇଁ ସମୟ ଲାଗି ନ ଥାଏ । ବର୍ତ୍ତମାନ ଆମେ ଯୋଗ ଲଗାଉଛୁ, ଦେବତା ହେବା
ନିମନ୍ତେ ପୁରୁଷାର୍ଥ କରୁଛୁ । ଏହି ଜ୍ଞାନ କେବଳ ଗୀତାରେ ଥିଲା । ସେ ମନୁଷ୍ୟରୁ ଦେବତା
କରିଯାଇଥିଲେ । ସତ୍ୟଯୁଗରେ ତ ସମସ୍ତେ ଦେବତା ଥିଲେ । ନିଶ୍ଚିତ ସଂଗମଯୁଗରେ ହିଁ ଆସି ସେମାନଙ୍କୁ
ଦେବତା କରାଇଥିବେ । ସେଠାରେ ତ ଦେବତା ହେବା ପାଇଁ ଯୋଗ ଶିଖାଇବେ ନାହିଁ । ସତ୍ୟଯୁଗ ଆଦିରେ
ଦେବୀ-ଦେବତା ଧର୍ମ ଥିଲା ଓ କଳିଯୁଗ ଅନ୍ତରେ ଆସୁରୀ ଧର୍ମ ରହିଛି । ଏହି କଥା କେବଳ ଗୀତାରେ ହିଁ
ଲେଖାଯାଇଛି । ମନୁଷ୍ୟମାନଙ୍କୁ ଦେବତା କରିବା ପାଇଁ ସମୟ ଲାଗେନାହିଁ କାହିଁକି ନା ଲକ୍ଷ୍ୟ
ଉଦ୍ଦେଶ୍ୟ ବତାଇ ଦେଇଛନ୍ତି । ସେଠାରେ ସାରା ଦୁନିଆରେ ଗୋଟିଏ ଧର୍ମ ରହିବ । ସାରା ଦୁନିଆ ତ ରହିବ
ନା । ଏପରି ନୁହେଁ କି ଚୀନ, ୟୁରୋପ ରହିବ ନାହିଁ, ରହିବ କିନ୍ତୁ ସେଠାରେ ମନୁଷ୍ୟ ନ ଥିବେ ।
ଭାରତରେ କେବଳ ଦେବତା ଧର୍ମର ଲୋକମାନେ ରହିବେ, ଅନ୍ୟ ଧର୍ମାବଲମ୍ବୀମାନେ ନ ଥିବେ । ବର୍ତ୍ତମାନ
ହେଉଛି କଳିଯୁଗ । ଆମେ ଭଗବାନଙ୍କ ଦ୍ୱାରା ମନୁଷ୍ୟରୁ ଦେବତା ହେଉଛୁ । ବାବା କହୁଛନ୍ତି ତୁମେ ୨୧
ଜନ୍ମ ସଦା ସୁଖୀ ରହିବ । ଏଥିରେ ଅସୁବିଧାର କୌଣସି କଥା ହିଁ ନାହିଁ । ଭକ୍ତିମାର୍ଗରେ ଭଗବାନଙ୍କ
ପାଖକୁ ଯିବା ପାଇଁ କେତେ ପରିଶ୍ରମ କରିଛ । କହିଥା’ନ୍ତି ପାର ନିର୍ବାଣ ଗଲା । ଏପରି କେବେ କହିବେ
ନାହିଁ ଯେ ଭଗବାନଙ୍କ ପାଖକୁ ଗଲା । କହନ୍ତି ସ୍ୱର୍ଗକୁ ଗଲା । ଜଣେ ଗଲେ ତ ସ୍ୱର୍ଗ ତିଆରି ହେବ
ନାହିଁ । ସମସ୍ତଙ୍କୁ ଯିବାକୁ ହେବ । ଗୀତାରେ ଲେଖାଯାଇଛି ଭଗବାନ କାଳର କାଳ ଅଟନ୍ତି । ମଶା ସଦୃଶ
ସମସ୍ତଙ୍କୁ ଘରକୁ ଫେରାଇ ନେଇଯିବେ । ବୁଦ୍ଧି ମଧ୍ୟ କହୁଛି ଚକ୍ରର ପୁନରାବୃତ୍ତି ହେବ । ତେଣୁ
ପ୍ରଥମେ-ପ୍ରଥମେ ନିଶ୍ଚୟ ସତ୍ୟଯୁଗୀ - ଦେବୀ ଦେବତା ଧର୍ମର ପୁନରାବୃତ୍ତି ହେବ ପୁଣି ପରେ ଅନ୍ୟ
ସବୁ ଧର୍ମର ପୁନରାବୃତ୍ତି ହେବ । ବାବା କେତେ ସହଜ ଭାବରେ ବତାଉଛନ୍ତି - ମନମନାଭବ, ବାସ୍ । ୫
ହଜାର ବର୍ଷ ପୂର୍ବରୁ ମଧ୍ୟ ଗୀତାର ଭଗବାନ କହିଥିଲେ ହେ ପ୍ରିୟ ସନ୍ତାନମାନେ । ଯଦି କୃଷ୍ଣ କହିବେ
ତେବେ ଅନ୍ୟ ଧର୍ମାବଲମ୍ବୀମାନେ କେହି ଶୁଣିବେ ନାହିଁ । ଭଗବାନ କହିଲେ ତ ସମସ୍ତଙ୍କୁ ଅନୁଭବ ହେବ
କି ଈଶ୍ୱର ପିତା ସ୍ୱର୍ଗ ସ୍ଥାପନ କରୁଛନ୍ତି ଯେଉଁଠାରେ ଆମେ ଯାଇ ଚକ୍ରବର୍ତ୍ତୀ ରାଜା ହେବୁ ।
ଏଥିରେ ଖର୍ଚ୍ଚ ଆଦିର କୌଣସି କଥା ନାହିଁ କେବଳ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିବାକୁ ହେବ ।
ତୁମ ସନ୍ତାନମାନଙ୍କୁ
ବିଚାର ସାଗର ମନ୍ଥନ କରିବାକୁ ହେବ । କର୍ମ କରି ଦିନ-ରାତି ଏହିପରି ପୁରୁଷାର୍ଥ କରିଚାଲ । ବିଚାର
ସାଗର ମନ୍ଥନ ନ କଲେ ବାବାଙ୍କୁ ୟାଦ କରିପାରିବ ନାହିଁ, କେବଳ କର୍ମ କଲେ ରାତ୍ରିରେ ମଧ୍ୟ ସେହି
ଖିଆଲ ଚାଲୁଥିବ । ଯେଉଁମାନେ ଘର ତିଆରି କରୁଛନ୍ତି ତାଙ୍କର କେବଳ ଘର ତିଆରି କରିବାର ହିଁ ଖିଆଲ
ଆସିବ । ଯଦିଓ ବିଚାର ସାଗର ମନ୍ଥନ କରିବାର ଦାୟିତ୍ୱ ଏହାଙ୍କ (ବ୍ରହ୍ମାବାବା) ଉପରେ ରହିଛି
କିନ୍ତୁ କହୁଛନ୍ତି କଳସ ଲକ୍ଷ୍ମୀଙ୍କୁ ଦିଆଯାଇଛି, ତେଣୁ ତୁମେ ଲକ୍ଷ୍ମୀ ହେଉଛ ନା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଶ୍ରୀମତକୁ
ନୋଟ୍ କରି ଅର୍ଥାତ୍ ଖାତାରେ ଲେଖି ପୁରୁଷାର୍ଥ କରିବାକୁ ହେବ । ବାବା ଯେପରି କର୍ମ କରି
ଶିଖାଇଛନ୍ତି, ସେହିପରି ହିଁ କରିବାକୁ ହେବ । ବିଚାର ସାଗର ମନ୍ଥନ କରି ଜ୍ଞାନର ପଏଣ୍ଟସ୍ ବାହାର
କରିବାକୁ ହେବ ।
(୨) ନିଜକୁ ନିଜ ସହିତ
ପ୍ରତିଜ୍ଞା କରିବାକୁ ହେବ କି ମୁଁ ବାବାଙ୍କ ସ୍ମୃତିରେ ହିଁ ଭୋଜନ କରିବି । ତୁମ ସହିତ ଖାଇବି,
ତୁମ ସହିତ ବସିବି... ଏହି ପ୍ରତିଜ୍ଞାକୁ ଦୃଢ ଭାବରେ ପାଳନ କରିବାକୁ ପଡିବ ।
ବରଦାନ:-
କର୍ମ ଏବଂ
ସମ୍ବନ୍ଧ ଉଭୟରେ ସ୍ୱାର୍ଥ ଭାବନାଠାରୁ ମୁକ୍ତ ରହୁଥିବା ବାବାଙ୍କ ସମାନ କର୍ମାତୀତ ହୁଅ ।
ତୁମମାନଙ୍କର ସେବା ହେଲା
ସମସ୍ତଙ୍କୁ ମୁକ୍ତ କରିବା । ତେଣୁ ଅନ୍ୟମାନଙ୍କୁ ମୁକ୍ତ କରିବାକୁ ଯାଇ ନିଜକୁ କୌଣସି ବନ୍ଧନରେ
ବାନ୍ଧି ଦିଅ ନାହିଁ । ଯେତେବେଳେ ସମସ୍ତ ବିନାଶୀ ମୋ’ର ମୋ’ର ଠାରୁ ମୁକ୍ତ ହୋଇଯିବ ସେତେବେଳେ
ଯାଇ ଅବ୍ୟକ୍ତ ସ୍ଥିତିର ଅନୁଭବ କରିପାରିବ । ଯେଉଁ ପିଲାମାନେ ଲୌକିକ ଏବଂ ଅଲୌକିକ କର୍ମ ଏବଂ
ସମ୍ବନ୍ଧ ଦୁଇଟି ଯାକରେ ସ୍ୱାର୍ଥ ଭାବନାଠାରୁ ମୁକ୍ତ ଅଟନ୍ତି ସେହିମାନେ ହିଁ ବାବାଙ୍କ ସମାନ
କର୍ମାତୀତ ସ୍ଥିତିର ଅନୁଭବ କରିପାରିବେ । ତେଣୁ ଚେକ୍ କର ମୁଁ କେତେ ପରିମାଣରେ କର୍ମର ବନ୍ଧନଠାରୁ
ସ୍ୱତନ୍ତ୍ର ହେଲିଣି? ବ୍ୟର୍ଥ ସ୍ୱଭାବ-ସଂସ୍କାରର ବଶୀଭୂତ ହେବାରୁ ମଧ୍ୟ ମୁକ୍ତ ହେବା ଦରକାର ।
ସ୍ଲୋଗାନ:-
ଯେଉଁମାନେ
ସରଳଚିତ୍ତ ଏବଂ ସହଜ ସ୍ୱଭାବଯୁକ୍ତ ଆତ୍ମା ସେହିମାନେ ହିଁ ସହଜଯୋଗୀ ଅଟନ୍ତି ତଥା ଭୋଳାନାଥ
ବାବାଙ୍କର ପ୍ରିୟ ଅଟନ୍ତି ।