17.12.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମକୁ ମନ-ବଚନ-କର୍ମରେ ବହୁତ ବହୁତ ଖୁସିରେ ରହିବାକୁ ହେବ, ସମସ୍ତଙ୍କୁ ଖୁସି କରିବାକୁ ହେବ, କାହାକୁ ବି ଦୁଃଖ ଦେବାର ନାହିଁ ।”

ପ୍ରଶ୍ନ:-
ଡ଼ବଲ ଅହିଂସକ ହେଉଥିବା ସନ୍ତାନମାନଙ୍କୁ କେଉଁ କଥାର ଧ୍ୟାନ ରଖିବାକୁ ପଡ଼ିବ?

ଉତ୍ତର:-
୧-ଧ୍ୟାନ ରଖିବା ଉଚିତ୍ ଯେ ଏପରି କୌଣସି ବାଣୀ ମୁଖରୁ ନ ବାହାରୁ ଯାହା ଦ୍ୱାରା କାହାକୁ ଦୁଃଖ ଅନୁଭବ ହେବ, କାହିଁକି ନା ବାଣୀ ଦ୍ୱାରା ଦୁଃଖ ଦେବା ମଧ୍ୟ ହିଂସା ଅଟେ । ୨-ଆମେ ଦେବତା ହେବାକୁ ଯାଉଛୁ, ସେଥିପାଇଁ ଆମର ଚାଲି-ଚଳଣ ବହୁତ ରାଜକୀୟ ଅର୍ଥାତ୍ ଦିବ୍ୟ ହେବା ଉଚିତ୍ । ଖାଦ୍ୟ ପାନୀୟ ମଧ୍ୟ ନା ବହୁତ ଉଚ୍ଚ, ନା ନୀଚ ଅର୍ଥାତ୍ ନିକୃଷ୍ଟ ହେବା ଉଚିତ୍ ।

ଗୀତ:-
ନିର୍ବଲ ସେ ଲଢାଇ ବଲ୍‌ବାନ୍ କୀ...

ଓମ୍ ଶାନ୍ତି ।
ମିଠେ-ମିଠେ ସିକିଲଧେ ସନ୍ତାନମାନଙ୍କୁ ବାବା ପ୍ରତ୍ୟେକ ଦିନ ପ୍ରଥମେ ବୁଝାଉଛନ୍ତି ଯେ ନିଜକୁ ଆତ୍ମା ନିଶ୍ଚୟ କରି ବସ ଏବଂ ବାବାଙ୍କୁ ମନେ ପକାଅ । କୁହାଯାଏ ନା, ଆଟେନ୍‌ସନ୍ ପ୍ଲିଜ୍ ! ତେବେ ବାବା କହୁଛନ୍ତି ପ୍ରଥମେ ତ ଭଗବାନଙ୍କ ପ୍ରତି ଧ୍ୟାନ ଦିଅ । ବାବା କେତେ ମିଠା, ତାଙ୍କୁ ସ୍ନେହର ସାଗର, ଜ୍ଞାନର ସାଗର କୁହାଯାଉଛି । ତେଣୁ ତୁମମାନଙ୍କୁ ମଧ୍ୟ ସ୍ନେହୀ ହେବାକୁ ପଡ଼ିବ । ମନ-ବଚନ-କର୍ମ ପ୍ରତ୍ୟେକ କଥାରେ ତୁମର ଖୁସି ରହିବା ଦରକାର । କାହାକୁ ବି ଦୁଃଖ ଦେବା ଉଚିତ୍ ନୁହେଁ । ବାବା ମଧ୍ୟ କାହାକୁ ଦୁଃଖୀ କରୁନାହାଁନ୍ତି । ବାବା ଆସିଛନ୍ତି ହିଁ ସମସ୍ତଙ୍କୁ ସୁଖୀ କରିବା ପାଇଁ । ତୁମେମାନେ ମଧ୍ୟ କାହାକୁ କୌଣସି ପ୍ରକାରର ଦୁଃଖ ଦେବା ଉଚିତ୍ ନୁହେଁ । ଏପରି କୌଣସି ବି କର୍ମ କରିବା ଅଥବା ମନରେ ମଧ୍ୟ ଆସିବା ଉଚିତ୍ ନୁହେଁ । କିନ୍ତୁ ତୁମର ଏହି ଅବସ୍ଥା ଶେଷ ସମୟରେ ହେବ । ଏବେ ତ କିଛି ନା କିଛି କର୍ମେନ୍ଦ୍ରିୟ ଦ୍ୱାରା ଭୁଲ୍ ହୋଇଯାଉଛି । ନିଜକୁ ଆତ୍ମା ଭାବି, ଅନ୍ୟକୁ ମଧ୍ୟ ଆତ୍ମା ଭାଇ ରୂପରେ ଦେଖିଲେ କାହାକୁ ଦୁଃଖ ଦେଇପାରିବ ନାହିଁ । ଶରୀରକୁ ନ ଦେଖିଲେ ଦୁଃଖ କିପରି ଦେବ । ଏଥିରେ ଗୁପ୍ତ ମେହନତ ରହିଛି । ଏ ସବୁ ବୁଦ୍ଧିର କାମ । ଏବେ ତୁମମାନଙ୍କର ପାରସ ବୁଦ୍ଧି ହେଉଛି । ତୁମର ବୁଦ୍ଧି ପାରସ ଥିବା ସମୟରେ ବହୁତ ସୁଖ ଦେଖିଛ । ତୁମେମାନେ ହିଁ ସୁଖଧାମର ମାଲିକ ଥିଲ ନା । ଏହା ହେଉଛି ଦୁଃଖଧାମ । ଏହା ତ ବହୁତ ସାଧାରଣ କଥା । ଶାନ୍ତିଧାମ ହେଉଛି ଆମର ସୁଇଟ୍ ହୋମ୍ । ସେଠାରୁ ତୁମେମାନେ ଅଭିନୟ କରିବାକୁ ଆସିଛ । ତେବେ ଦୁଃଖର ପାର୍ଟ ବହୁତ ସମୟରୁ କରି ଆସିଛ, ଏବେ ସୁଖଧାମକୁ ଯିବାକୁ ହେବ ସେଥିପାଇଁ ପରସ୍ପରକୁ ଭାଇ ଭାଇର ଦୃଷ୍ଟିରେ ଦେଖିବାକୁ ହେବ । ଆତ୍ମା, ଆତ୍ମାକୁ ଦୁଃଖ ଦେଇପାରିବ ନାହିଁ । ଅଭ୍ୟାସ କରିବାକୁ ହେବ ଯେ, ମୁଁ ଆତ୍ମା, ଆତ୍ମା ସହିତ କଥାବାର୍ତ୍ତା ହେଉଛି । ଆତ୍ମା ଭ୍ରୃକୁଟୀ ରୂପୀ ସିଂହାସନରେ ବିରାଜମାନ କରିଛି । ଇଏ ମଧ୍ୟ ଶିବବାବାଙ୍କ ରଥ ଅଟନ୍ତି ନା । କନ୍ୟାମାନେ କହୁଛନ୍ତି - ଆମେ ଶିବବାବାଙ୍କ ରଥକୁ ଶୃଙ୍ଗାର କରୁଛୁ, ଶିବବାବାଙ୍କ ରଥକୁ ଖୁଆଉଛୁ । ତେଣୁ ସ୍ମୃତିରେ ଶିବାବାବା ହିଁ ରହୁଛନ୍ତି । ସେ ହିଁ ହେଉଛନ୍ତି କଲ୍ୟାଣକାରୀ ବାବା । କହୁଛନ୍ତି ମୁଁ ୫ ତତ୍ତ୍ୱର ମଧ୍ୟ କଲ୍ୟାଣ କରୁଛି । ସେଠାରେ କୌଣସି ଜିନିଷ କେବେ କଷ୍ଟ ଦେବ ନାହିଁ । ଏଠାରେ ତ କେବେ ତୋଫାନ, କେବେ ଥଣ୍ଡା, କେବେ କ’ଣ ହେଉଛି । ସେଠାରେ ତ ସର୍ବଦା ବସନ୍ତ ଋତୁ ରହିବ । ଦୁଃଖର ନାମ ମଧ୍ୟ ରହିବ ନାହିଁ । ତାହା ହେଉଛି ହିଁ ସ୍ୱର୍ଗ । ବାବା ତୁମକୁ ସ୍ୱର୍ଗର ମାଲିକ କରିବା ପାଇଁ ଆସିଛନ୍ତି । ସେ ସର୍ବୋଚ୍ଚ ଭଗବାନ ଅଟନ୍ତି, ସର୍ବୋଚ୍ଚ ବାବା ପୁଣି ସୁପ୍ରିମ୍ ଶିକ୍ଷକ ମଧ୍ୟ ଅଟନ୍ତି, ତେଣୁ ସେ ନିଶ୍ଚିତ ଭାବରେ ଶ୍ରେଷ୍ଠରୁ ଶ୍ରେଷ୍ଠ କରିବେ ନା । ତୁମେମାନେ ଏହିପରି ଲକ୍ଷ୍ମୀ-ନାରାୟଣ ଥିଲ ନା । ଏସବୁ କଥାକୁ ଭୁଲିଯାଇଛ । ଏକଥା ବାବା ହିଁ ବସି ବୁଝାଉଛନ୍ତି । ଯଦି ଋଷି ମୁନିମାନଙ୍କୁ ପଚରା ଯାଉଥିଲା - ଆପଣ ରଚୟିତା ଏବଂ ରଚନାକୁ ଜାଣିଛନ୍ତି ତେବେ ନାହିଁ ନାହିଁ ବୋଲି କହିଦେଉଥିଲେ । କାରଣ ତାଙ୍କ ପାଖରେ ଜ୍ଞାନ ହିଁ ନ ଥିଲା, ତେଣୁ ଏହି ଜ୍ଞାନ ପୁଣି ପରମ୍ପରା ଅନୁସାରେ କିପରି ଚାଲିପାରିବ । ବାବା କହୁଛନ୍ତି ଏହି ଜ୍ଞାନ ମୁଁ ଏବେ ହିଁ ଦେଉଛି । ତୁମର ସଦ୍‌ଗତି ହୋଇଗଲା ପରେ ପୁଣି ଏହି ଜ୍ଞାନର ଆବଶ୍ୟକତା ନାହିଁ । ସେଠାରେ ଦୁର୍ଗତି ହେବ ହିଁ ନାହିଁ । ସତ୍ୟଯୁଗକୁ ସଦ୍‌ଗତିର ଯୁଗ ବୋଲି କୁହାଯାଉଛି । ଏଠାରେ ତ ଦୁର୍ଗତି ରହିଛି । କିନ୍ତୁ ଏକଥା ମଧ୍ୟ କାହାକୁ ଜଣାନାହିଁ ଯେ, ଆମେ ଦୁର୍ଗତିରେ ଅଛୁ । ବାବାଙ୍କ ନିମନ୍ତେ ଗାୟନ ରହିଛି ଯେ, ସେ ମୁକ୍ତିଦାତା, ପଥ ପ୍ରଦର୍ଶକ ଏବଂ ନାଉରିଆ ଅଟନ୍ତି । ବିଷୟ ସାଗରରୁ ସମସ୍ତଙ୍କର ନୌକାକୁ ପାର କରୁଛନ୍ତି, ସ୍ୱର୍ଗକୁ କ୍ଷୀର ସାଗର ବୋଲି କୁହାଯାଉଛି । ବିଷ୍ଣୁଙ୍କୁ କ୍ଷୀର ସାଗରରେ ଶୟନ କରିଥିବାର ଦେଖାଇଥା’ନ୍ତି । ଏସବୁ ହେଉଛି ଭକ୍ତିମାର୍ଗର ଗାୟନ । ବଡ଼-ବଡ଼ ପୋଖରୀ ରହିଛି, ଯେଉଁଥିରେ ବିଷ୍ଣୁଙ୍କର ବଡ଼ ଚିତ୍ର ଅର୍ଥାତ୍ ମୂର୍ତ୍ତି ଦେଖାଉଛନ୍ତି । ବାବା ବୁଝାଉଛନ୍ତି, ତୁମେ ହିଁ ସାରା ବିଶ୍ୱ ଉପରେ ରାଜ୍ୟ କରିଛ । ଅନେକ ଥର ହାରିଛ ପୁଣି ବିଜୟ ପ୍ରାପ୍ତ କରିଛ । ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିଲେ ତୁମେମାନେ ଜଗତ୍‌ଜିତ୍ ହୋଇଯିବ, ତେଣୁ ଖୁସିରେ ରହିବା ଦରକାର ନା । ଯଦିଓ ଗୃହସ୍ଥ ବ୍ୟବହାରରେ ଅଥବା ପ୍ରବୃତ୍ତି ମାର୍ଗରେ ରହୁଛ କିନ୍ତୁ କମଳ ପୁଷ୍ପ ସମାନ ପବିତ୍ର ରୁହ । ଏବେ ତୁମେମାନେ କଣ୍ଟାରୁ ଫୁଲ ହେଉଛ । ଏବେ ବୁଝିପାରୁଛ ଯେ, ଏହା ହେଉଛି କଣ୍ଟାର ଜଙ୍ଗଲ, ସମସ୍ତେ କିପରି ପରସ୍ପରକୁ ଦୁଃଖ ଦେଉଛନ୍ତି, ଜଣେ ଅନ୍ୟ ଜଣଙ୍କୁ ମାରିଦେଉଛନ୍ତି ।

ବାବା ମିଠା ମିଠା ସନ୍ତାନମାନଙ୍କୁ କହୁଛନ୍ତି ତୁମ ସମସ୍ତଙ୍କର ଏବେ ବାନପ୍ରସ୍ଥ ଅବସ୍ଥା ଅଟେ । ଛୋଟ ବଡ଼ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା । ତୁମେ ବାଣୀରୁ ଉର୍ଦ୍ଧ୍ୱକୁ ଯିବା ପାଇଁ ପାଠପଢୁଛ ନା । ତୁମମାନଙ୍କୁ ଏବେ ସଦ୍‌ଗୁରୁ ମିଳିଛନ୍ତି । ସେ ତ ତୁମକୁ ବାନପ୍ରସ୍ଥ ଅବସ୍ଥାରେ ନିର୍ବାଣଧାମକୁ ନେଇ ଯିବେ । ଏହା ହେଉଛି ବିଶ୍ୱ ବିଦ୍ୟାଳୟ । ଭଗବାନୁବାଚ ଅଟେ ନା - ମୁଁ ତୁମକୁ ରାଜଯୋଗ ଶିଖାଇ ରାଜାମାନଙ୍କର ରାଜା କରୁଛି । ଯିଏ ପୂଜ୍ୟ ରାଜା ଥିଲେ ସେ ପୁଣି ପୂଜାରୀ ରାଜା ହେଉଛନ୍ତି । ତେଣୁ ବାବା କହୁଛନ୍ତି - ପିଲାମାନେ, ଭଲ ଭାବରେ ପୁରୁଷାର୍ଥ କର । ଦୈବୀଗୁଣକୁ ଧାରଣ କର । ଭଲ ଖାଅ, ପିଅ, ଶ୍ରୀନାଥଙ୍କର ମନ୍ଦିରକୁ ଯାଅ । ସେଠାରେ ଦେଖିବ ଦେଶୀ ଘିଅରେ ପ୍ରସ୍ତୁତ ଖାଦ୍ୟ ଢେର୍ ମିଳୁଛି, ଘିଅର କୂଅ ହିଁ ତିଆରି ହୋଇଛି । ସେସବୁକୁ କିଏ ଖାଉଛନ୍ତି? ପୂଜାରୀମାନେ । ଶ୍ରୀନାଥ ଏବଂ ଜଗନ୍ନାଥ ଉଭୟଙ୍କୁ କଳା କରିଦେଇଛନ୍ତି । ଜଗନ୍ନାଥ ମନ୍ଦିରରେ ଦେବତାମାନଙ୍କର କେତେ ଖରାପ ଚିତ୍ର ରହିଛି, ସେଠାରେ ହାଣ୍ଡିରେ ଅନ୍ନ ତିଆରି କରିଥା’ନ୍ତି । କୁହାଯାଏ ତାହା ପ୍ରସ୍ତୁତ ହୋଇଯିବା ପରେ ୪ ଭାଗ ହୋଇଯାଏ । କେବଳ ଅନ୍ନର ହିଁ ଭୋଗ ଲାଗିଥାଏ କାହିଁକିନା ଏବେ ସିଏ ସାଧାରଣ ଅଟନ୍ତି ନା । ଏପଟେ ଗରିବ ଏବଂ ସେପଟେ ସାହୁକାର ଅଛନ୍ତି । ଏବେ ତ ଦେଖ କେତେ ଗରିବ ହୋଇଯାଇଛନ୍ତି । ଖାଦ୍ୟ-ପାନୀୟ କିଛି ମିଳୁନାହିଁ । ସତ୍ୟଯୁଗରେ ତ ସବୁ କିଛି ଅଛି । ତେଣୁ ବାବା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି । ଶିବବାବା ବହୁତ ମିଠା ଅଟନ୍ତି । ସେ ତ ହେଉଛନ୍ତି ନିରାକାର, ସ୍ନେହ ଆତ୍ମାକୁ କରାଯାଇଥାଏ ନା । ଆତ୍ମାକୁ ହିଁ ଡ଼କା ଯାଇଥାଏ । ଶରୀର ତ ଜଳିଯାଉଛି । ତେବେ ସେମାନଙ୍କ ଆତ୍ମାକୁ ହିଁ ଡ଼ାକୁଛନ୍ତି, ଜ୍ୟୋତି ଜଳାଉଛନ୍ତି, ଏଥିରୁ ସିଦ୍ଧ ହେଉଛି ଯେ, ଆତ୍ମା ଅନ୍ଧକାରରେ ଅଛି । ଆତ୍ମା ତ ହେଉଛି ଶରୀର ରହିତ ଅର୍ଥାତ୍ ଅଶରୀରୀ ତେଣୁ ଅନ୍ଧକାରର କଥା କେଉଁଠୁ ଉଠୁଛି । ସତ୍ୟଯୁଗରେ ଏସବୁ ନ ଥାଏ । ଏସବୁ ହେଉଛି ଭକ୍ତିମାର୍ଗ । ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ଜ୍ଞାନ ବହୁତ ମିଠା ଅଟେ । ଏଥିରେ ଜାଗ୍ରତ ଅବସ୍ଥାରେ ଶୁଣିବାକୁ ହେବ । ବାବାଙ୍କୁ ତ ଦେଖିବ ନା । ତୁମେମାନେ ଜାଣିଛ ଶିବବାବା ଏହିଠାରେ ବିରାଜମାନ ଅଛନ୍ତି, ତେଣୁ ଆଖି ଖୋଲି କରି ବସିବା ଦରକାର ନା । ବେହଦର ବାବାଙ୍କୁ ଦେଖିବା ଦରକାର ନା । ଆଗରୁ କନ୍ୟାମାନେ ବାବାଙ୍କୁ ଦେଖିବା ମାତ୍ରକେ ଧ୍ୟାନରେ ଚାଲିଯାଉଥିଲେ, ବସି-ବସି ଧ୍ୟାନରେ ଚାଲିଯାଉଥିଲେ । ଆଖି ବନ୍ଦ କରି ମଧ୍ୟ ଧ୍ୟାନ ଅବସ୍ଥାରେ ଦୌଡି଼ଥା’ନ୍ତି । ତାହା ମଧ୍ୟ ଚମତ୍କାର ଥିଲା ନା । ବାବା ବୁଝାଉଛନ୍ତି ପରସ୍ପରକୁ ଦେଖିଲେ ଏହିପରି ଭାବ - ମୁଁ ଆତ୍ମା ଭାଇ ସହିତ କଥାବାର୍ତ୍ତା ହେଉଛି, ଭାଇକୁ ବୁଝାଉଛି । ତୁମେ ବେହଦ ବାବାଙ୍କର ରାୟ ମାନିବ ନାହିଁ? ତୁମେମାନେ ଏହି ଅନ୍ତିମ ଜନ୍ମରେ ପବିତ୍ର ହେଲେ ପବିତ୍ର ଦୁନିଆର ମାଲିକ ହୋଇପାରିବ । ବାବା ଅନେକଙ୍କୁ ବୁଝାଉଛନ୍ତି । କେହି କେହି ତ ତୁରନ୍ତ କହି ଦେଉଛନ୍ତି ବାବା ଆମେ ନିଶ୍ଚୟ ପବିତ୍ର ହେବୁ । ପବିତ୍ର ରହିବା ତ ଭଲ କଥା । କୁମାରୀମାନେ ପବିତ୍ର ଥା’ନ୍ତି, ତେଣୁ ସମସ୍ତେ ତାଙ୍କ ଆଗରେ ମୁଣ୍ଡ ନୁଆଁଇଥା’ନ୍ତି । ବିବାହ କଲା ପରେ ପୂଜାରୀ ହୋଇଯାଆନ୍ତି । ପୁଣି ତାଙ୍କୁ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଥାଏ । ତେଣୁ ପବିତ୍ରତା ଭଲ ନା । ପବିତ୍ରତା ଥିଲେ ଶାନ୍ତି ସମୃଦ୍ଧି ମଧ୍ୟ ରହିବ । ସବୁର ଆଧାର ହେଲା ପବିତ୍ରତା । ଡ଼ାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ । ପାବନ ଦୁନିଆରେ ରାବଣ ରହିବ ହିଁ ନାହିଁ । ତାହା ହେଉଛି ରାମରାଜ୍ୟ, ସେଠାରେ ସମସ୍ତେ ମିଳିମିଶି ରହିବେ । ତାହାହେଲା ଧର୍ମର ରାଜ୍ୟ ସେଠାରେ ପୁଣି ରାବଣ କେଉଁଠୁ ଆସିବ । ରାମାୟଣ ଆଦି କେତେ ସ୍ନେହର ସହିତ ବସି ଶୁଣାଉଛନ୍ତି । ଏସବୁ ହେଉଛି ଭକ୍ତି । ତେବେ କନ୍ୟାମାନେ ସାକ୍ଷାତ୍‌କାର କରି ନୃତ୍ୟ କରିବାରେ ଲାଗି ପଡ଼ୁଛନ୍ତି । ନୌକାର ଗାୟନ ମଧ୍ୟ ରହିଛି ନା - ସତ୍ୟର ନୌକା ହଲିବ କିନ୍ତୁ ବୁଡ଼ିବ ନାହିଁ । ଅନ୍ୟ କୌଣସି ସତ୍‌ସଙ୍ଗକୁ ଯିବାକୁ ମନା କରୁନାହାଁନ୍ତି, ଏଠାକୁ ଆସିବା ପାଇଁ କେତେ ଅଟକାଉଛନ୍ତି । ବାବା ତୁମକୁ ଜ୍ଞାନ ଦେଉଛନ୍ତି । ତୁମେ ବି.କେ. ହେଉଛ । ବ୍ରାହ୍ମଣ ତ ନିଶ୍ଚିତ ହେବାକୁ ପଡ଼ିବ । ବାବା ହେଉଛନ୍ତି ହିଁ ସ୍ୱର୍ଗର ସ୍ଥାପନକର୍ତ୍ତା ତେଣୁ ଆମେ ସ୍ୱର୍ଗର ମାଲିକ ହେବା ଉଚିତ୍ । ଆମେ ଏଠାରେ ନର୍କରେ କାହିଁକି ପଡ଼ିଛୁ । ଏବେ ବୁଝୁଛୁ ଯେ, ଆଗରୁ ଆମେ ମଧ୍ୟ ପୂଜାରୀ ଥିଲୁ, ଏବେ ପୁଣି ୨୧ ଜନ୍ମ ପାଇଁ ପୂଜ୍ୟ ହେବାକୁ ଯାଉଛୁ । ୬୩ ଜନ୍ମ ପୂଜାରୀ ହେଉଛୁ, ଏବେ ପୁଣି ଆମେ ପୂଜ୍ୟ ସ୍ୱର୍ଗର ମାଲିକ ହେବୁ । ଏହା ହେଉଛି ନରରୁ ନାରାୟଣ ହେବାର ଜ୍ଞାନ । ଭଗବାନୁବାଚ ମୁଁ ତୁମମାନଙ୍କୁ ରାଜାମାନଙ୍କର ରାଜା କରୁଛି । ପତିତ ରାଜାମାନେ ପବିତ୍ର ରାଜାମାନଙ୍କୁ ନମସ୍କାର ବନ୍ଦନା ଆଦି କରିଥା’ନ୍ତି । ପ୍ରତ୍ୟେକ ମହାରାଜଙ୍କ ମହଲରେ ନିଶ୍ଚିତ ମନ୍ଦିର ଥାଏ । ତାହା ପୁଣି ରାଧା କୃଷ୍ଣ, ଲକ୍ଷ୍ମୀ-ନାରାୟଣ ଅଥବା ରାମ ସୀତାଙ୍କର ହୋଇଥାଏ । ଆଜିକାଲି ତ ଗଣେଷ, ହନୁମାନ ଆଦିଙ୍କର ମଧ୍ୟ ମନ୍ଦିର ତିଆରି କରୁଛନ୍ତି । ଭକ୍ତିମାର୍ଗରେ କେତେ ଅନ୍ଧଶ୍ରଦ୍ଧା ରହିଛି । ଏବେ ତୁମେମାନେ ଜାଣୁଛ ଯେ, ବାସ୍ତବରେ ଆମେ ସ୍ୱର୍ଗରେ ରାଜତ୍ତ୍ୱ କରି ପୁଣି ବାମମାର୍ଗରେ ନିମ୍ନଗାମୀ ହେଲୁ । ଏବେ ବାବା ବୁଝାଉଛନ୍ତି ତୁମର ଏହା ଅନ୍ତିମ ଜନ୍ମ ଅଟେ । ମଧୁର ସନ୍ତାନମାନେ ପ୍ରଥମେ ତୁମେ ସ୍ୱର୍ଗରେ ଥିଲ । ପୁଣି ତଳକୁ ଖସି ଖସି ଏବେ ଆସି ନର୍କରେ ପଡ଼ିଛ । ତୁମେ କହୁଛ ଆମେ ବହୁତ ଶ୍ରେଷ୍ଠ ଥିଲୁ ପୁଣି ବାବା ଆସି ଶ୍ରେଷ୍ଠ କରୁଛନ୍ତି । ଆମେ ପ୍ରତ୍ୟେକ ୫ ହଜାର ବର୍ଷରେ ଥରେ ଏହିପରି ପାଠପଢିଆସୁଛୁ । ଏହାକୁ କୁହାଯାଉଛି ବିଶ୍ୱ ଇତିହାସ-ଭୂଗୋଳର ପୁନରାବୃତ୍ତି ।

ବାବା କହୁଛନ୍ତି ମୁଁ ତୁମମାନଙ୍କୁ ବିଶ୍ୱର ମାଲିକ କରୁଛି । ସାରା ବିଶ୍ୱରେ କେବଳ ତୁମର ରାଜ୍ୟ ହେବ । ଗୀତରେ ମଧ୍ୟ ଅଛି ନା - ବାବା ଆପଣ ଏପରି ରାଜ୍ୟ ଦେଉଛନ୍ତି ଯାହାକୁ କେହି ଛଡ଼ାଇ ନେଇ ପାରିବେ ନାହିଁ । ଏବେ ତ କେତେ ବିଭାଜନ ହୋଇଯାଇଛି । ପାଣି ପାଇଁ ଭୂମି ପାଇଁ କେତେ ଝଗଡା ହୋଇ ଚାଲିଛି । ନିଜ-ନିଜର ପ୍ରାନ୍ତକୁ ଅର୍ଥାତ୍ ଅଞ୍ଚଳକୁ ରକ୍ଷା କରି ଚାଲିଛନ୍ତି । ଏପରି ନକଲେ ପୁଣି ଯୁବକମାନେ ପଥର ମାରିବାରେ ଲାଗିପଡିବେ । ସେମାନେ ଭାବୁଛନ୍ତି ଏହି ନବ ଯୁବକମାନେ ପହିଲମାନ ହୋଇ ଭାରତର ରକ୍ଷା କରିବେ । କିନ୍ତୁ ସେମାନେ ଏଭଳି ପହିଲମାନୀ (ଦାଦାଗିରି) ଏବେ ଦେଖାଉଛନ୍ତି । ଦୁନିଆର ଅବସ୍ଥା ଦେଖ କିପରି ହେଲାଣି । ରାବଣ ରାଜ୍ୟ ଅଟେ ନା ।

ବାବା କହୁଛନ୍ତି ଏହା ହେଉଛି ହିଁ ଆସୁରୀ ସମ୍ପ୍ରଦାୟ । ଏବେ ତୁମେ ଦୈବୀ ସମ୍ପ୍ରଦାୟର ହେଉଛ । ଦେବତା ଏବଂ ଅସୁରମାନଙ୍କର ପୁଣି ଲଢେଇ କିପରି ହେବ । ତୁମେ ତ ଡବଲ ଅହିଂସକ ହେଉଛ । ଦେବୀ-ଦେବତାମାନେ ହେଉଛନ୍ତି ଡବଲ ଅହିଂସକ । ଦେବୀ-ଦେବତାମାନଙ୍କୁ ଡବଲ ଅହିଂସକ କୁହାଯାଉଛି । ଅହିଂସା ପରମ ଦେବୀ-ଦେବତା ଧର୍ମ କୁହାଯାଉଛି । ବାବା ବୁଝାଉଛନ୍ତି - କାହାକୁ ବାଣୀ ଦ୍ୱାରା ଦୁଃଖ ଦେବା ମଧ୍ୟ ହିଂସା ଅଟେ । ତୁମେ ଦେବତା ହେବାକୁ ଯାଉଛ, ତେଣୁ ତୁମର ପ୍ରତ୍ୟେକ କଥାରେ ରାଜକୀୟତା ରହିବା ଉଚିତ୍ । ଖାଦ୍ୟ ପାନୀୟ ଆଦି ନା ବହୁତ ଉଚ୍ଚା, ନା ବହୁତ ନିକୃଷ୍ଟ । ଏକରସ ହେବା ଉଚିତ୍ । ରାଜାମାନେ ବହୁତ କମ୍ କଥା କହିଥା’ନ୍ତି । ପ୍ରଜାମାନଙ୍କର ମଧ୍ୟ ରାଜାମାନଙ୍କ ପ୍ରତି ବହୁତ ସ୍ନେହ ରହିଥାଏ । ଏଠାରେ ଦେଖ କ’ଣ ହେଉଛି । କେତେ ଆନ୍ଦୋଳନ ଆଦି ହେଉଛି । ବାବା କହୁଛନ୍ତି ଯେତେବେଳେ ଏପରି ଅବସ୍ଥା ହୋଇଯାଉଛି ସେତେବେଳେ ମୁଁ ଆସି ବିଶ୍ୱରେ ଶାନ୍ତି ସ୍ଥାପନ କରୁଛି । ଗଭର୍ଣ୍ଣମେଣ୍ଟ ଚାହୁଁଛି - ସମସ୍ତେ ମିଶି ଏକ ହୋଇଯାଆନ୍ତୁ । ସମସ୍ତେ ଭାଇ-ଭାଇ ହେଲେ ମଧ୍ୟ ଏହା ତ ଖେଳ ଅଟେ ନା । ବାବା ପିଲାମାନଙ୍କୁ କହୁଛନ୍ତି, ତୁମେ କୌଣସି ଚିନ୍ତା କରନାହିଁ । ଏବେ ଖାଦ୍ୟ ଶସ୍ୟର କେତେ ଅଭାବ ହେଉଛି । ସେଠାରେ ତ ଏତେ ଶସ୍ୟ ହୋଇଯିବ, ଯାହାକି ବିନା ପଇସାରେ ଯେତେ ଚାହିଁବେ ସେତେ ମିଳିବ । ଏବେ ଆମେ ସେହି ଦୈବୀ ରାଜଧାନୀ ସ୍ଥାପନ କରୁଛୁ । ସ୍ୱାସ୍ଥ୍ୟକୁ ମଧ୍ୟ ଏପରି କରି ଦେଉଛନ୍ତି ଯାହାକି କେବେ ବି ରୋଗୀ ହେବ ନାହିଁ । ଏହା ଗ୍ୟାରେଣ୍ଟି ଅଟେ । ଚରିତ୍ର ମଧ୍ୟ ଏହି ଦେବତାମାନଙ୍କ ସଦୃଶ କରୁଛନ୍ତି । ଯିଏ ଯେଉଁ ମନ୍ତ୍ରୀ ହୋଇଥିବେ ସେମାନଙ୍କୁ ସେହିପରି ବୁଝାଇବାକୁ ହେବ । ତାଙ୍କୁ ଯୁକ୍ତି ଆଧାରରେ ବୁଝାଇବା ଦରକାର । ମତାମତ ବହୁତ ଭଲ ଲେଖୁଛନ୍ତି । ଆରେ ତୁମେ ମଧ୍ୟ ଆସି ବୁଝ ନା, ତେବେ କହୁଛନ୍ତି ଫୁରୁସତ ନାହିଁ । ତୁମେ ବଡ଼ ଲୋକମାନେ କିଛି ପ୍ରଚାର କଲେ ତ ଗରିବମାନଙ୍କର କଲ୍ୟାଣ ହେବ ।

ବାବା ବୁଝାଉଛନ୍ତି ଏବେ ସମସ୍ତଙ୍କ ମୁଣ୍ଡ ଉପରେ କାଳ ବିଦ୍ୟମାନ । ଆଜି କାଲି କରି-କରି କାଳ ଖାଇଯିବ । ତୁମେମାନେ କୁମ୍ଭକର୍ଣ୍ଣ ସଦୃଶ ହୋଇଯାଇଛ । ପିଲାମାନଙ୍କୁ ବୁଝାଇବାରେ ବହୁତ ମଜା ମଧ୍ୟ ଆସୁଛି । ବାବା ହିଁ ଏହିସବୁ ଚିତ୍ର ଆଦି ତିଆରି କରାଇଛନ୍ତି । ଦାଦାଙ୍କର ତ ଏହି ଜ୍ଞାନ ନ ଥିଲା । ତୁମକୁ ଲୌକିକ ଏବଂ ପାରଲୌକିକ ବାବାଙ୍କଠାରୁ ବର୍ସା ମିଳୁଛି । ଅଲୌକିକ ବାବାଙ୍କଠାରୁ ବର୍ସା ମିଳୁନାହିଁ । ଇଏ ତ ହେଲେ ଦଲାଲ ଅର୍ଥାତ୍ ମଧ୍ୟସ୍ଥି ଏହାଙ୍କଠାରୁ ବର୍ସା ମିଳୁ ନାହିଁ । ତେଣୁ ପ୍ରଜାପିତା ବ୍ରହ୍ମାଙ୍କୁ ମନେ ପକାଇବା ଉଚିତ୍ ନୁହେଁ । ବ୍ରହ୍ମାବାବା କହୁଛନ୍ତି ମୋଠାରୁ ତ ତୁମକୁ କିଛି ବି ମିଳୁ ନାହିଁ । ମୁଁ ମଧ୍ୟ ପାଠ ପଢୁଛି । ପ୍ରଥମ ସମ୍ପତ୍ତି ହେଉଛି ଲୌକିକ ପିତାଙ୍କର, ଦ୍ୱିତୀୟଟି ହେଉଛି ବେହଦ ବାବାଙ୍କର । ପ୍ରଜାପିତା ବ୍ରହ୍ମା କ’ଣ ବର୍ସା ଦେବେ! ବାବା କହୁଛନ୍ତି - କେବଳ ମୋତେ ମନେ ପକାଅ, ଇଏ ତ ମୋର ରଥ ଅଟନ୍ତି ନା । ରଥକୁ ତ ମନେ ପକାଇବାର ନାହିଁ । ଉଚ୍ଚରୁ ଉଚ୍ଚ ଭଗବାନ ବୋଲି କୁହାଯାଉଛି । ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି । ଆତ୍ମା ହିଁ ସବୁକିଛି କରୁଛି ନା । ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେଉଛି । ଯେପରି ସର୍ପର ଉଦାହରଣ ରହିଛି । ତୁମେମାନେ ମଧ୍ୟ ଭ୍ରମରୀ ଅଟ । ତେଣୁ ଜ୍ଞାନର ଭୁଁ-ଭୁଁ କର । ଜ୍ଞାନ ଶୁଣାଇ ଶୁଣାଇ ତୁମେ କାହାକୁ ବି ବିଶ୍ୱର ମାଲିକ କରି ପାରିବ । ଯେଉଁ ବାବା ତୁମକୁ ବିଶ୍ୱର ମାଲିକ କରୁଛନ୍ତି ଏପରି ବାବାଙ୍କୁ ତୁମେ କାହିଁକି ମନେ ନ ପକାଇବ । ଏବେ ବାବା ଆସିଛନ୍ତି, ତେଣୁ ବର୍ସା କାହିଁକି ନ ନେବ । ଏପରି କାହିଁକି କହୁଛ ଯେ ଫୁରୁସତ୍ ନାହିଁ । ଭଲ ଭଲ ସନ୍ତାନମାନେ ତ ଗୋଟିଏ ସେକେଣ୍ଡରେ ବୁଝିଯାଇଥାଆନ୍ତି । ବାବା ବୁଝାଉଛନ୍ତି - ମନୁଷ୍ୟ ଲକ୍ଷ୍ମୀଙ୍କର ପୂଜା କରୁଛନ୍ତି, ତେବେ ଲକ୍ଷ୍ମୀ ଏବଂ ଅମ୍ବାଙ୍କଠାରୁ କ’ଣ ମିଳୁଛି? ଲକ୍ଷ୍ମୀ ତ ହେଲେ ସ୍ୱର୍ଗର ଦେବୀ, ତାଙ୍କଠାରୁ ଧନର ଭିକ୍ଷା ମାଗୁଛନ୍ତି । ଅମ୍ବା ତ ବିଶ୍ୱର ମାଲିକ କରୁଛନ୍ତି । ସିଏ ସବୁ କାମନା ପୂର୍ଣ୍ଣ କରିଦେଉଛନ୍ତି । ଶ୍ରୀମତ ଦ୍ୱାରା ସବୁ କାମନା ପୂରା ହୋଇଯାଉଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି କର୍ମେନ୍ଦ୍ରିୟ ଗୁଡିକ ଦ୍ୱାରା କୌଣସି ଭୁଲ ନ ହେଉ ସେଥିପାଇଁ ମୁଁ ଆତ୍ମା, ଏହି ସ୍ମୃତି ପକ୍କା କରିବାକୁ ହେବ । ଶରୀରକୁ ଦେଖିବାର ନାହିଁ । ଏକମାତ୍ର ବାବାଙ୍କ ପ୍ରତି ଧ୍ୟାନ ଦେବାକୁ ହେବ ।

(୨) ଏବେ ଆମମାନଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ, ସେଥିପାଇଁ ବାଣୀରୁ ଉର୍ଦ୍ଧ୍ୱକୁ ଯିବାର ପୁରୁଷାର୍ଥ କରିବାକୁ ହେବ, କାରଣ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ । ବୁଦ୍ଧିରେ ରହୁ - ସତ୍ୟର ନୌକା ହଲଚଲ ହୋଇପାରେ, କିନ୍ତୁ ବୁଡ଼ିବ ନାହିଁ... ସେଥିପାଇଁ କୌଣସି ବିଘ୍ନକୁ ଡ଼ରିବାର ନାହିଁ ।

ବରଦାନ:-
ଡ୍ରାମାର ଜ୍ଞାନ ଦ୍ୱାରା ନିଜର ସ୍ଥିତିକୁ ଅଚଳ କରୁଥିବା ପ୍ରକୃତି ବା ମାୟାଜିତ୍ ଭବ ।

ପ୍ରକୃତି ଦ୍ୱାରା ହେଉ ବା ମାୟାଦ୍ୱାରା ହେଉ, ଯେତେ ବି ବଡ ପରୀକ୍ଷା ଆସୁ ସେଥିରେ ଟିକିଏ ବି ହଲଚଲ୍ ହେବାର ନାହିଁ । ଏହା କ’ଣ, ଏହା କାହିଁକି, ଯଦି ଏହିଭଳି ପ୍ରଶ୍ନ ଉଠିଲା, ବା ଟିକିଏ ବି କୌଣସି ସମସ୍ୟା ଆଘାତ ଦେଲା ତେବେ ଫେଲ୍ ହୋଇଯିବ । ସେଥିପାଇଁ ଯାହା ବି ହୋଇଯାଉ କିନ୍ତୁ ଅନ୍ତର୍ମନରୁ ଏହି ଶବ୍ଦ ବାହାରୁ ଯେ ବାଃ ମିଠା ଡ୍ରାମା ବାଃ, ହାଏ କ’ଣ ହୋଇଗଲା - ଏଭଳି ସଂକଳ୍ପ ମଧ୍ୟ ନ ଆସୁ । ତୁମର ସ୍ଥିତି ଏଭଳି ହେଉ ଯାହାକି କୌଣସି ପ୍ରକାରର ସଂକଳ୍ପର ମଧ୍ୟ ହଲଚଲ ନ ହେଉ । ସର୍ବଦା ଅଚଳ ଅଟଳ ସ୍ଥିତି ରହୁ ତେବେ ଯାଇ ପ୍ରକୃତିଜିତ୍ ବା ମାୟାଜିତ୍‌ର ବରଦାନ ପ୍ରାପ୍ତ ହେବ ।

ସ୍ଲୋଗାନ:-
ଖୁସିର ଖବର ଶୁଣାଇ ଖୁସି ଦେବା ହିଁ ସବୁଠାରୁ ଶ୍ରେଷ୍ଠ କର୍ତ୍ତବ୍ୟ ।

ଅବ୍ୟକ୍ତ ଈଶାରା:- ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।

ମହାରଥୀ ଆତ୍ମାମାନେ ବର୍ତ୍ତମାନ ସମୟରେ ବିଶେଷ କରି ଏହି ଅଭ୍ୟାସର ପୁରୁଷାର୍ଥ କରୁଛନ୍ତି ଯେ ଏବେ ଏବେ କର୍ମଯୋଗୀ ସ୍ଥିତି, ଏବେ ଏବେ କର୍ମାତୀତ ସ୍ଥିତି । ପୁରୁଣା ଦୁନିଆରେ ପୁରୁଣା ଅନ୍ତିମ ଶରୀରରେ କୌଣସି ପ୍ରକାରର ବ୍ୟାଧି ନିଜର ଶ୍ରେଷ୍ଠ ସ୍ଥିତିକୁ ହଲଚଲ୍ ନ କରୁ । ସ୍ୱ-ଚିନ୍ତନ, ଜ୍ଞାନ ଚିନ୍ତନ ଏବଂ ଶୁଭଚିନ୍ତକ ହେବାର ଚିନ୍ତନ ହିଁ ଚାଲିଥାଉ, ତେବେ କୁହାଯିବ କର୍ମାତୀତ ସ୍ଥିତି ।