18.02.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କର କର୍ତ୍ତବ୍ୟ ହେଉଛି ଘରେ-ଘରେ ବାବାଙ୍କର ସନ୍ଦେଶ ଦେବା, ଯେ କୌଣସି ପରିସ୍ଥିତିରେ ଉପାୟ ବାହାର କରି ବାବାଙ୍କର ପରିଚୟ ପ୍ରତ୍ୟେକଙ୍କୁ ନିଶ୍ଚିତ ଦିଅ ।”

ପ୍ରଶ୍ନ:-
ତୁମମାନଙ୍କର କେଉଁ କଥାରେ ସଉକ ରହିବା ଉଚିତ୍‌?

ଉତ୍ତର:-
ମୁରଲୀରେ ଯେଉଁ ସବୁ ନୂଆ-ନୂଆ ପଏଣ୍ଟସ୍ ବାହାରୁଛି, ସେଗୁଡିକୁ ନୋଟ୍ କରି ନିଜ ପାଖରେ ରଖିବାର ସଉକ ରହିବା ଦରକାର କାହିଁକି ନା ଏତେଗୁଡିଏ ପଏଣ୍ଟସ୍ ମନେ ରହିବା କଷ୍ଟକର ଅଟେ । ପ୍ରଥମେ ଖାତାରେ ଲେଖି ରଖି ତା’ପରେ ବୁଝାଇବାକୁ ହେବ । ଏପରି ନୁହେଁ କି କେବଳ ଖାତାରେ ଲେଖି ରଖିଦେବ । ଯେଉଁ ସନ୍ତାନମାନେ ଭଲ ଭାବରେ ଜ୍ଞାନକୁ ବୁଝୁଛନ୍ତି ସେମାନଙ୍କୁ ନୋଟ୍ ଲେଖିବାର ବହୁତ ସଉକ ରହିଥାଏ ।

ଗୀତ:-
ଲାଖ ଜମାନେ ବାଲେ...

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲ । ଆତ୍ମିକ ସନ୍ତାନ, ଏହି ଶବ୍ଦ ଏକମାତ୍ର ବାବା ହିଁ କହିପାରିବେ । ଆତ୍ମାର ପିତା ଶିବବାବାଙ୍କ ବ୍ୟତୀତ କେହି କେବେ ବି କାହାକୁ ଆତ୍ମିକ ସନ୍ତାନ ବୋଲି କହିପାରିବେ ନାହିଁ । ପିଲାମାନେ ଜାଣିଛନ୍ତି ସମସ୍ତ ଆତ୍ମାମାନଙ୍କର ପିତା ହେଲେ ଜଣେ, ଆମେ ସମସ୍ତେ ତାଙ୍କର ସନ୍ତାନ ଭାଇ-ଭାଇ । ଗାୟନ ମଧ୍ୟ କରୁଛନ୍ତି ଆମେ ପରସ୍ପର ଭାଇ ଭାଇ, ତଥାପି ମଧ୍ୟ ମାୟାର ପ୍ରବେଶତା ଏପରି ହେଉଛି ଯେ ପରମାତ୍ମାଙ୍କୁ ସର୍ବବ୍ୟାପୀ କହିଦେଉଛନ୍ତି, ତେଣୁ ଫାଦରହୁଡ୍ ହୋଇଯାଉଛି । ପୁରୁଣା ଦୁନିଆରେ ହିଁ ରାବଣ ରାଜ୍ୟ ହୋଇଥାଏ । ନୂଆ ଦୁନିଆକୁ ରାମ ରାଜ୍ୟ ଅଥବା ଈଶ୍ୱରୀୟ ରାଜ୍ୟ କୁହାଯାଏ । ଏ ସବୁ ହେଲା ବୁଝିବା କଥା । ଦୁଇଟି ରାଜ୍ୟ ନିଶ୍ଚିତ ରହିଛି - ଈଶ୍ୱରୀୟ ରାଜ୍ୟ ଏବଂ ଆସୁରୀ ରାଜ୍ୟ । ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ । ତେବେ ନୂଆ ଦୁନିଆର ରଚନା ନିଶ୍ଚୟ ବାବା ହିଁ କରିବେ । ଏହି ଦୁନିଆର ମନୁଷ୍ୟମାନେ ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ କାହାକୁ କୁହାଯାଏ ଏକଥା ମଧ୍ୟ ଜାଣି ନାହାଁନ୍ତି ଅର୍ଥାତ୍ ସେମାନେ ଦୁନିଆ ସମ୍ବନ୍ଧରେ କିଛି ହେଲେ ଜାଣି ନାହାଁନ୍ତି । ତୁମେମାନେ ମଧ୍ୟ କିଛି ଜାଣି ନ ଥିଲ, ସମ୍ପୂର୍ଣ୍ଣ ଅଜ୍ଞାନୀ ଥିଲ । ନୂଆ ସୁଖର ଦୁନିଆ କିଏ ସ୍ଥାପନ କରୁଛନ୍ତି ପୁଣି ପୁରୁଣା ଦୁନିଆରେ ଦୁଃଖ କାହିଁକି ହେଉଛି, ସ୍ୱର୍ଗରୁ ନର୍କ କିପରି ହେଉଛି, ଏ କଥା କାହାକୁ ହେଲେ ବି ଜଣା ନାହିଁ । ଏହି ସବୁ କଥାକୁ ମନୁଷ୍ୟମାନେ ହିଁ ଜାଣିବେ ନା । ଦେବୀ-ଦେବତାମାନଙ୍କର ଚିତ୍ର ମଧ୍ୟ ଅଛି ତେଣୁ ନିଶ୍ଚିତ ଭାବରେ ଆଦି ସନାତନ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ବର୍ତ୍ତମାନ ନାହିଁ । ବର୍ତ୍ତମାନ ତ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି । ବାବା ଭାରତରେ ହିଁ ଆସୁଛନ୍ତି । ମନୁଷ୍ୟମାନଙ୍କୁ ଏକଥା ମଧ୍ୟ ଜଣା ନାହିଁ ଯେ ଶିବବାବା ଭାରତକୁ ଆସି କ’ଣ କରୁଛନ୍ତି । ନିଜର ଧର୍ମକୁ ହିଁ ଭୁଲି ଯାଇଛନ୍ତି । ତୁମକୁ ଏବେ ତ୍ରିମୂର୍ତ୍ତି ଏବଂ ଶିବବାବାଙ୍କର ପରିଚୟ ସମସ୍ତଙ୍କୁ ଦେବାକୁ ହେବ । ବ୍ରହ୍ମା ଦେବତା, ବିଷ୍ଣୁ ଦେବତା, ଶଙ୍କର ଦେବତା କୁହାଯାଏ, ପୁଣି କହୁଛନ୍ତି ଶିବ ପରମାତ୍ମାୟେ ନମଃ, ତେଣୁ ତୁମ ସନ୍ତାନମାନଙ୍କୁ ତ୍ରିମୂର୍ତ୍ତି ଶିବଙ୍କର ହିଁ ପରିଚୟ ଦେବାକୁ ହେବ । ଏହିପରି ସେବା କରିବାକୁ ହେବ । କୌଣସି ବି ପରିସ୍ଥିତିରେ ବାବାଙ୍କର ପରିଚୟ ସମସ୍ତଙ୍କୁ ମିଳିଗଲେ ବାବାଙ୍କଠାରୁ ବର୍ସା ନେଇପାରିବେ । ତୁମେ ଜାଣିଛ ଆମେ ଏବେ ବର୍ସା ନେଉଛୁ । ଆହୁରି ମଧ୍ୟ ବହୁତଙ୍କୁ ବର୍ସା ନେବାକୁ ହେବ । ଘରେ-ଘରେ ବାବାଙ୍କର ସନ୍ଦେଶ ଦେବା ହେଉଛି ଆମର ଦାୟିତ୍ୱ । ବାସ୍ତବରେ ମେସେଞ୍ଜର ଏକମାତ୍ର ବାବା ହିଁ ଅଟନ୍ତି । ବାବା ନିଜର ପରିଚୟ ଏବେ ତୁମମାନଙ୍କୁ ଦେଉଛନ୍ତି । ତୁମକୁ ପୁଣି ଅନ୍ୟମାନଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ବାବାଙ୍କର ଜ୍ଞାନ ସମସ୍ତଙ୍କୁ ଦେବାକୁ ପଡିବ । ମୁଖ୍ୟ ହେଉଛନ୍ତି ତ୍ରିମୂର୍ତ୍ତି ଶିବ, ଏହାଙ୍କର ମଧ୍ୟ କୋର୍ଟ ଅଫ୍ ଆର୍ମସ୍ କରାଯାଇଛି । କିନ୍ତୁ ଗଭର୍ଣ୍ଣମେଣ୍ଟ ଏହାର ଯଥାର୍ଥ ଅର୍ଥ ବୁଝୁ ନାହିଁ । ସେଥିରେ ଚକ୍ର ମଧ୍ୟ ଦେଖାଇଛନ୍ତି ଚରଖା ସଦୃଶ ଏବଂ ସେଥିରେ ପୁଣି ଲେଖିଛନ୍ତି ସତ୍ୟ ମେବ ଜୟତେ । ଏହାର କୌଣସି ଅର୍ଥ ଜାଣିହେଉ ନାହିଁ । ଏହା ତ ହେଉଛି ସଂସ୍କୃତ ଶବ୍ଦ । ବାବା ତ ହେଉଛନ୍ତି ସତ୍ୟ, ସେ ତୁମମାନଙ୍କୁ ଯାହା ବୁଝାଉଛନ୍ତି ତା’ଦ୍ୱାରା ତୁମେ ସମଗ୍ର ବିଶ୍ୱ ଉପରେ ବିଜୟୀ ହେଉଛ । ବାବା କହୁଛନ୍ତି ମୁଁ ସତ୍ୟ କହୁଛି ତୁମେ ଏହି ପାଠପଢା ଦ୍ୱାରା ସତ୍ୟ-ସତ୍ୟ ନାରାୟଣ ହୋଇପାରିବ । ସେମାନେ ଏହାର କ’ଣ-କ’ଣ ଅର୍ଥ ସବୁ ବାହାର କରୁଛନ୍ତି । ଏ କଥା ମଧ୍ୟ ତାଙ୍କୁ ପଚାରିବା ଉଚିତ୍ । ବାବା ତ ଅନେକ ପ୍ରକାରରେ ବୁଝାଉଛନ୍ତି । ଯେଉଁଠି-ଯେଉଁଠି ମେଳା ସବୁ ଲାଗୁଛି ସେଠାରେ ନଦୀମାନଙ୍କ ଉପରେ ମଧ୍ୟ ବୁଝାଅ । ପତିତ-ପାବନ ଗଙ୍ଗା ତ କେବେ ବି ହୋଇପାରିବ ନାହିଁ । ନଦୀଗୁଡିକ ସାଗରରୁ ବାହାରିଥାଏ । ତାହା ହେଉଛି ପାଣିର ସାଗର । ସେଥିରୁ ପାଣିର ନଦୀ ବାହାରୁଛି । ଜ୍ଞାନ ସାଗରଙ୍କଠାରୁ ଜ୍ଞାନର ନଦୀ ବାହାରିବ । ତୁମ ମାତାମାନଙ୍କ ପାଖରେ ଏବେ ଜ୍ଞାନ ଅଛି, ଗଉମୁଖ ନିକଟକୁ ଯାଇଥା’ନ୍ତି, ତା’ ମୁଖରୁ ପାଣି ବାହାରୁଛି, ତେଣୁ ମନୁଷ୍ୟମାନେ ଭାବୁଛନ୍ତି ଏହା ହେଉଛି ଗଙ୍ଗା ଜଳ । ଏତେ ପାଠପଢୁଆମାନେ ମଧ୍ୟ ବୁଝୁ ନାହାଁନ୍ତି ଯେ ଏଠାରୁ ଗଙ୍ଗା ଜଳ କିପରି ବାହାରିବ । ଶାସ୍ତ୍ରରେ ଅଛି ଯେ ଅର୍ଜୁନ ବାଣ ମାରିଲେ, ଗଙ୍ଗା ବାହାରି ଆସିଲା । ବାସ୍ତବରେ ଏ ସବୁ ହେଲା ଜ୍ଞାନର କଥା । ଏପରି ନୁହେଁ ଯେ ଅର୍ଜୁନ ବାଣ ମାରିଲେ ଗଙ୍ଗା ବାହାରି ଆସିଲା । କେତେ ଦୂର ଦୂର ସ୍ଥାନମାନଙ୍କୁ ତୀର୍ଥ କରିବା ପାଇଁ ଯାଉଛନ୍ତି । ଏଭଳି ମଧ୍ୟ କହୁଛନ୍ତି ଯେ ଶଙ୍କରଙ୍କ ଜଟାରୁ ଗଙ୍ଗା ବାହାରିଲା, ଯେଉଁଥିରେ ସ୍ନାନ କଲେ ମନୁଷ୍ୟରୁ ପରୀ ହୋଇଯାଇଥାଆନ୍ତି । ତେବେ ମନୁଷ୍ୟରୁ ଦେବତା ହେବା, ଏହା ମଧ୍ୟ ପରୀ ହେବା ସଦୃଶ ନା ।

ଏବେ ତୁମ ସନ୍ତାନମାନଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ ସେଥିପାଇଁ ବାବା ଏହି ଚିତ୍ର ସବୁ ତିଆରି କରାଇଛନ୍ତି । ତ୍ରିମୂର୍ତ୍ତି ଶିବଙ୍କ ଚିତ୍ରରେ ସବୁ ଜ୍ଞାନ ରହିଛି । ଦୁନିଆରେ ଯେଉଁ ତ୍ରିମୂର୍ତ୍ତି ଚିତ୍ର ତିଆରି କରିଛନ୍ତି ସେଥିରେ ଜ୍ଞାନଦାତା ଶିବଙ୍କର ଚିତ୍ର ନାହିଁ । ଯେଉଁମାନେ ଜ୍ଞାନ ନେଉଛନ୍ତି ସେମାନଙ୍କର ଚିତ୍ର ରହିଛି । ଏବେ ତୁମେ ତ୍ରିମୂର୍ତ୍ତି ଶିବଙ୍କ ଚିତ୍ର ଉପରେ ବୁଝାଉଛ । ଉପରେ ଜ୍ଞାନ ଦାତା ବାବା ଅଛନ୍ତି । ବ୍ରହ୍ମାଙ୍କୁ ତାଙ୍କଠାରୁ ଜ୍ଞାନ ମିଳୁଛି ଯାହାଙ୍କ ଦ୍ୱାରା ପୁଣି ଜ୍ଞାନର ବିସ୍ତାର ହେଉଛି, ଏହାଙ୍କୁ କୁହାଯାଉଛି ଈଶ୍ୱରଙ୍କ ଧର୍ମ ସ୍ଥାପନାର ମେସିନାରୀ । ଏହି ଦେବୀ-ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ । ତୁମ ସନ୍ତାନମାନଙ୍କୁ ନିଜ ସତ୍ୟ ଧର୍ମର ପରିଚୟ ମିଳିଛି । ତୁମେ ଜାଣିଛ ଆମକୁ ଭଗବାନ ପଢାଉଛନ୍ତି । ତୁମେ କେତେ ଖୁସି ହେଉଛ । ବାବା କହୁଛନ୍ତି ତୁମ ସନ୍ତାନମାନଙ୍କର ଖୁସିର ପାରାବାର ରହିବା ଉଚିତ୍ ନୁହେଁ, କାରଣ ତୁମର ଶିକ୍ଷାଦାତା ସ୍ୱୟଂ ଭଗବାନ ଅଟନ୍ତି, ଭଗବାନ ତ ହେଉଛନ୍ତି ନିରାକାର ଶିବ ନା କି ଶ୍ରୀକୃଷ୍ଣ । ବାବା ତୁମମାନଙ୍କୁ ବୁଝାଉଛନ୍ତି କହୁଛନ୍ତି ସମସ୍ତଙ୍କର ସଦ୍‌ଗତି ଦାତା ହେଉଛନ୍ତି କେବଳ ଜଣେ । ସତ୍ୟଯୁଗକୁ ସଦ୍‌ଗତି ଏବଂ କଳିଯୁଗକୁ ଦୁର୍ଗତି କୁହାଯାଉଛି । ନୂଆ ଦୁନିଆକୁ ନୂଆ, ପୁରୁଣାକୁ ପୁରୁଣା ହିଁ କୁହାଯିବ । ମନୁଷ୍ୟ ଭାବୁଛନ୍ତି ଏବେ ଦୁନିଆ ପୁରୁଣା ହେବାକୁ ୪୦ ହଜାର ବର୍ଷ ଲାଗିବ । ସେମାନେ କେତେ ଦ୍ୱନ୍ଦରେ ରହିଛନ୍ତି । ତେବେ ବାବାଙ୍କ ବିନା ଏହି କଥାକୁ କେହି ବି ବୁଝାଇ ପାରିବେ ନାହିଁ । ବାବା କହୁଛନ୍ତି ମୁଁ ତୁମକୁ ରାଜ୍ୟ-ଭାଗ୍ୟ ଦେଇ ବାକି ସମସ୍ତଙ୍କୁ ଘରକୁ ନେଇଯିବି, ଯେଉଁମାନେ ମୋ ମତରେ ଚାଲୁଛନ୍ତି ସେମାନେ ଦେବତା ହେବେ । ଏହି କଥାକୁ କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ, ନୂଆମାନେ କ’ଣ ବୁଝିବେ ।

ତୁମ ମାଳିମାନଙ୍କର କର୍ତ୍ତବ୍ୟ ହେଲା ବଗିଚା ପ୍ରସ୍ତୁତ କରିବା । ତୁମମାନଙ୍କୁ ବଗିଚାର ମାଲିକ ତ ନିର୍ଦ୍ଦେଶ ଦେଉଛନ୍ତି । ଏପରି ନୁହେଁ ଯେ ବାବା କୌଣସି ନୂଆମାନଙ୍କ ସହିତ ମିଶି ଜ୍ଞାନ ଦେବେ । ଏହି କାମ ହେଉଛି ମାଳିମାନଙ୍କର । ଧରିନିଅ, ବାବା କଲିକତାକୁ ଯିବେ ତେବେ ପିଲାମାନେ ଭାବୁଛନ୍ତି ଯେ ଆମେ ନିଜର ଅଫିସର୍‌ଙ୍କୁ, ଅମୁକ ମିତ୍ରଙ୍କୁ ବାବାଙ୍କ ପାଖକୁ ନେଇଯିବୁ । ବାବା କୁହନ୍ତି, ଏମାନେ ତ କିଛି ହେଲେ ବି ବୁଝିବେ ନାହିଁ । ତେବେ ଏହା ଯେପରି ବୋକାମାନଙ୍କୁ ଆଣି ବାବାଙ୍କ ସମ୍ମୁଖରେ ବସାଇବା, ସେଥିପାଇଁ ବାବା କହୁଛନ୍ତି ନୂଆମାନଙ୍କୁ କେବେ ବି ବାବାଙ୍କ ସମ୍ମୁଖକୁ ଆଣ ନାହିଁ । ଏହା ତ ହେଉଛି ତୁମ ମାଳିମାନଙ୍କର କାମ, ନା କି ବାଗବାନଙ୍କର । ମାଳିର କାମ ହେଉଛି ବଗିଚା ପ୍ରସ୍ତୁତ କରିବା । ବାବା ତ ନିର୍ଦ୍ଦେଶ ଦେଉଛନ୍ତି - ଏପରି ଏପରି କର, ସେଥିପାଇଁ ବାବା କେବେ ନୂଆମାନଙ୍କ ସହିତ ମିଶନ୍ତି ନାହିଁ । କିନ୍ତୁ ଯଦି କେହି ଅତିଥି ହୋଇ ଘରକୁ ଆସିଥାଆନ୍ତି କହିଥା’ନ୍ତି ଦର୍ଶନ କରିବୁ । ଆପଣମାନେ ଆମକୁ କାହିଁକି ମିଶିବାକୁ ଦେଉ ନାହାଁନ୍ତି? ଶଙ୍କରାଚାର୍ଯ୍ୟ ଆଦିଙ୍କ ପାଖକୁ କେତେ ଯାଉଛନ୍ତି । ଏବେ ତ ଶଙ୍କରାଚାର୍ଯ୍ୟଙ୍କର ବହୁତ ସମ୍ମାନ ରହିଛି । ପାଠ ବହୁତ ପଢିଛନ୍ତି, ତଥାପି ସେମାନେ ତ ବିକାରରୁ ଜନ୍ମ ନେଉଛନ୍ତି ନା । ଟ୍ରଷ୍ଟି ଲୋକମାନେ କାହାକୁ ବି ଗଦି ଉପରେ ବସାଇ ଦେଉଛନ୍ତି । ସମସ୍ତଙ୍କର ମତ ଅଲଗା ଅଲଗା ରହିଛି । ଏବେ ବାବା ନିଜେ ଆସି ପିଲାମାନଙ୍କୁ ପରିଚୟ ଦେଉଛନ୍ତି ଯେ ମୁଁ କଳ୍ପ-କଳ୍ପ ଏହି ପୁରୁଣା ଶରୀରରେ ଆସୁଛି । ଇଏ ବି ନିଜର ଜନ୍ମକୁ ଜାଣି ନାହାଁନ୍ତି । ଶାସ୍ତ୍ରରେ ତ କଳ୍ପର ଆୟୁଷ ହିଁ ଲକ୍ଷେ ବର୍ଷ ବୋଲି ଲେଖି ଦେଇଛନ୍ତି । ମନୁଷ୍ୟ ତ ଏତେ ଜନ୍ମ ନେଇପାରିବ ନାହିଁ । ପୁଣି ସେମାନେ ଜୀବଜନ୍ତୁ ଆଦିଙ୍କର ଯୋନି ମିଶାଇ ୮୪ ଲକ୍ଷ କରି ଦେଇଛନ୍ତି । ମନୁଷ୍ୟ ଯାହା ଶୁଣୁଛନ୍ତି ସବୁ ସତ-ସତ କହୁଛନ୍ତି । ଶାସ୍ତ୍ରରେ ତ ସବୁ ଭକ୍ତିମାର୍ଗର କଥା ରହିଛି । କଲିକତାରେ ଦେବୀମାନଙ୍କର ବହୁତ ଶୋଭାବାନ, ସୁନ୍ଦର ମୂର୍ତ୍ତି ତିଆରି କରିଥା’ନ୍ତି, ସଜାଇଥା’ନ୍ତି । ପୁଣି ତାଙ୍କୁ ପାଣିରେ ବୁଡାଇ ଦେଇଥା’ନ୍ତି । ତେବେ ଏମାନଙ୍କୁ କଣ୍ଢେଇ ପୂଜା କରୁଥିବା ବେବିଜ୍ (ଛୋଟ ପିଲା) ହିଁ କୁହାଯିବ । ଏମାନେ ବିଲ୍‌କୁଲ୍ ଇନୋସେଣ୍ଟ ଅଟନ୍ତି । ତୁମେ ଜାଣିଛ ଏହା ହେଉଛି ନର୍କ । ସ୍ୱର୍ଗରେ ଅସରନ୍ତି ସୁଖ ଥିଲା । ଏବେ ବି କେହି ମରିଗଲେ କହୁଛନ୍ତି ଅମୁକ ସ୍ୱର୍ଗକୁ ଗଲା, ତେବେ ନିଶ୍ଚୟ କୌଣସି ସମୟରେ ଏଠାରେ ସ୍ୱର୍ଗ ଥିଲା, ଏବେ ନାହିଁ । ନର୍କ ପରେ ପୁଣି ନିଶ୍ଚୟ ସ୍ୱର୍ଗ ଆସିବ । ଏହି କଥାକୁ ମଧ୍ୟ ତୁମେ ଜାଣିଛ । ମନୁଷ୍ୟମାନଙ୍କୁ ତ କିଛି ବି ଜଣା ନାହିଁ । ତେଣୁ ନୂଆ କେହି ବାବାଙ୍କ ସମ୍ମୁଖରେ ବସି କ’ଣ କରିବେ । ସେଥିପାଇଁ ମାଳୀ ଏପରି ହେବା ଦରକାର ଯିଏ ସଂପୂର୍ଣ୍ଣ ରୂପେ ପାଳନା କରିବେ । ଏଠାରେ ମଧ୍ୟ ଢେର ମାଳି ଆବଶ୍ୟକ । ଯେପରି ମେଡିକାଲ୍ କଲେଜରେ କେହି ନୂଆ ଯାଇ ବସିଲେ କିଛି ହେଲେ ବି ବୁଝିବେ ନାହିଁ । ଏହା ମଧ୍ୟ ନୂଆ ଜ୍ଞାନ ଅଟେ । ବାବା କହୁଛନ୍ତି ମୁଁ ସମସ୍ତଙ୍କୁ ପବିତ୍ର କରାଇବା ପାଇଁ ଆସିଛି । ତୁମେମାନେ ଯେତେ ମୋତେ ମନେ ପକାଇବ ସେତେ ପବିତ୍ର ହୋଇଯିବ । ବର୍ତ୍ତମାନ ସମସ୍ତେ ହେଉଛନ୍ତି ତମଃପ୍ରଧାନ ଆତ୍ମା, ସେଥିପାଇଁ ତ କହିଦେଉଛନ୍ତି ଆତ୍ମା ସୋ ପରମାତ୍ମା, ସମସ୍ତଙ୍କ ଭିତରେ ପରମାତ୍ମା ଅଛନ୍ତି । ତେବେ ବାବା ଏମାନଙ୍କ ପାଇଁ କାହିଁକି ମୁଣ୍ଡ ପିଟିବେ । କଣ୍ଟାକୁ ଫୁଲ କରିବା ଏହା ହେଉଛି ତୁମ ମାଳିମାନଙ୍କର କାମ ।

ତୁମେ ଜାଣିଛ ଭକ୍ତି ହେଉଛି ରାତି, ଜ୍ଞାନ ହେଲା ଦିନ । ଗାୟନ ମଧ୍ୟ କରାଯାଏ ବ୍ରହ୍ମାଙ୍କର ଦିନ, ବ୍ରହ୍ମାଙ୍କର ରାତି । ତେବେ ପ୍ରଜାପିତା ବ୍ରହ୍ମାଙ୍କର ତ ସନ୍ତାନ ମଧ୍ୟ ନିଶ୍ଚୟ ଥିବେ ନା । କାହାର ଏତିକି ବି ବୁଦ୍ଧି ନାହିଁ, ଯିଏ ପଚାରିବେ କି ଏତେ ବ୍ରହ୍ମାକୁମାର-କୁମାରୀ ଅଛନ୍ତି, ଏମାନଙ୍କର ବ୍ରହ୍ମା କିଏ? ଆରେ ପ୍ରଜାପିତା ବ୍ରହ୍ମା ତ ପ୍ରସିଦ୍ଧ ଅଟନ୍ତି, ତାଙ୍କ ଦ୍ୱାରା ହିଁ ବ୍ରାହ୍ମଣ ଧର୍ମର ସ୍ଥାପନ ହୋଇଥାଏ । କୁହା ମଧ୍ୟ ଯାଏ ବ୍ରହ୍ମା ଦେବତାୟ ନମଃ । ବାବା ତୁମକୁ ପ୍ରଥମେ ବ୍ରାହ୍ମଣ କରୁଛନ୍ତି ପୁଣି ଦେବତା କରୁଛନ୍ତି ।

ଯେଉଁ ସବୁ ନୂଆ-ନୂଆ ପଏଣ୍ଟସ୍ ବାହାରୁଛି, ପିଲାମାନଙ୍କୁ ତାକୁ ନିଜ ପାଖରେ ନୋଟ୍ କରିବାର ସଉକ ରଖିବା ଉଚିତ୍ । ଯେଉଁମାନେ ଭଲ ଭାବରେ ବୁଝିଥା’ନ୍ତି ତାଙ୍କର ନୋଟ୍ ନେବାର ବହୁତ ସଉକ ରହିଥାଏ । ନୋଟ୍ କରିବା ବହୁତ ଭଲ, କାରଣ ଏତେ ସବୁ ପଏଣ୍ଟସ୍ ମନେ ରହିବା ମୁସ୍‌କିଲ୍ ହେବ । ନିଜେ ନୋଟ୍ କରି ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବା ଦରକାର । ଏପରି ନୁହେଁ କି ଲେଖି କରି ରଖିବ, କିନ୍ତୁ କପି ପଡି ରହିଥିବ । ନୂଆ ନୂଆ ପଏଣ୍ଟସ୍ ମିଳିଲେ ପୁଣି ପୁରୁଣା ପଏଣ୍ଟସ୍‌ର କପି ସବୁ ପଡି ରହିଥାଏ । ସ୍କୁଲମାନଙ୍କରେ ମଧ୍ୟ ଯେତେଯେତେ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଚାଲିଥାଆନ୍ତି, ସେତେ ପୂର୍ବ ଶ୍ରେଣୀର ବହି ସବୁ ପଡି ରହିଥାଏ । ଯେତେବେଳେ ତୁମେ ଅନ୍ୟମାନଙ୍କୁ ବୁଝାଉଛ ଶେଷରେ ଏହି କଥା ବୁଝାଅ ଯେ ମନମନାଭବ । ବାବାଙ୍କୁ ଏବଂ ସୃଷ୍ଟିଚକ୍ରକୁ ମନେ ପକାଅ । ମୁଖ୍ୟ କଥା ହେଉଛି ମୋତେ ମନେ ପକାଅ, ଏହାକୁ ହିଁ ଯୋଗ ଅଗ୍ନି କୁହାଯାଉଛି । ଭଗବାନ ହେଉଛନ୍ତି ଜ୍ଞାନର ସାଗର । ମନୁଷ୍ୟମାନେ ହେଲେ ଶାସ୍ତ୍ରର ସାଗର । ବାବା କୌଣସି ଶାସ୍ତ୍ର ଶୁଣାଉ ନାହାଁନ୍ତି, ସେ ଯଦି ଶାସ୍ତ୍ର ଶୁଣାଇବେ ବାକି ଭଗବାନ ଏବଂ ମନୁଷ୍ୟ ଭିତରେ ଫରକ କ’ଣ ରହିବ? ବାବା କହୁଛନ୍ତି ମୁଁ ଏହି ଭକ୍ତିମାର୍ଗର ଶାସ୍ତ୍ରର ସାରାଂଶ ତୁମକୁ ବୁଝାଉଛି ।

କେଳାମାନେ ମୁରଲୀ ବଜାଇ ସର୍ପକୁ ଧରି ତା’ର ବିଷ ଦାନ୍ତ ଉପାଡି ଦେଇଥା’ନ୍ତି । ବାବା ମଧ୍ୟ ତୁମକୁ ବିଷ ପିଇବାରୁ (ବିକାର)ରୁ ମୁକ୍ତ କରୁଛନ୍ତି । ଏହି ବିଷ ଦ୍ୱାରା ହିଁ ମନୁଷ୍ୟ ପତିତ ହୋଇଯାଇଛି । ବାବା କହୁଛନ୍ତି ଏହାକୁ ଛାଡ, ତଥାପି ବି ଛାଡୁ ନାହାଁନ୍ତି । ବାବା ଗୋରା କରିବା ପାଇଁ ଆସିଛନ୍ତି ତଥାପି ବି କଳା ମୁହଁ କରିଦେଉଛନ୍ତି । ବାବା ତୁମକୁ ଜ୍ଞାନ ଚିତା ଉପରେ ବସାଇବା ପାଇଁ ଆସିଛନ୍ତି । ଜ୍ଞାନ ଚିତା ଉପରେ ବସିଲେ ତୁମେ ବିଶ୍ୱର ମାଲିକ, ଜଗତ୍‌ଜିତ୍ ହୋଇଯାଉଛ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସଦାସର୍ବଦା ଖୁସି ରହୁ କି ଆମେମାନେ ସତ୍ୟ ଧର୍ମର ସ୍ଥାପନାର ନିମିତ୍ତ ଅଟୁ । ସ୍ୱୟଂ ଭଗବାନ ଆମକୁ ପାଠ ପଢାଉଛନ୍ତି, ଆମର ଦେବୀ-ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ ।

(୨) ବଗିଚାର ମାଳି ହୋଇ କଣ୍ଟାକୁ ଫୁଲ କରିବାର ସେବା କରିବାକୁ ହେବ । ପ୍ରଥମେ ସଂପୂର୍ଣ୍ଣ ରୂପେ ପାଳନା ଦେବା ପରେ ବାବାଙ୍କ ସମ୍ମୁଖକୁ ଆଣିବାକୁ ହେବ । ମେହନତ କରିବାକୁ ପଡିବ ।

ବରଦାନ:-
ପୁରୁଣା ଦେହ ଏବଂ ଦୁନିଆକୁ ଭୁଲି ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହୁଅ ।

ସଂଗମଯୁଗୀ ଶ୍ରେଷ୍ଠ ଆତ୍ମାମାନଙ୍କର ରହିବାର ସ୍ଥାନ ବାପଦାଦାଙ୍କର ହୃଦୟ ସିଂହାସନ ଅଟେ । ଏଭଳି ସ୍ଥାନ ବା ଆସନ ସାରା କଳ୍ପ ଭିତରେ କେବେ ବି ମିଳି ପାରିବ ନାହିଁ । ବିଶ୍ୱର ରାଜ୍ୟ ସିଂହାସନ ବା କୌଣସି ଦେଶର ରାଜ୍ୟ ସିଂହାସନ ତ ବାରମ୍ବାର ମିଳିବ କିନ୍ତୁ ଏହି ହୃଦୟ ସିଂହାସନ ମିଳିବ ନାହିଁ, ଏହା ଏତେ ବିଶାଳ ସ୍ଥାନ ଯାହାକି ଚାଲିବା, ବୁଲିବା ଖାଇବା-ପିଇବା, ଶୋଇବା ସମୟରେ ମଧ୍ୟ ସିଂହାସନ ଉପରେ ବିରାଜମାନ ରହିପାରିବ । ଯେଉଁ ପିଲାମାନେ ସଦା ସର୍ବଦା ବାପଦାଦାଙ୍କର ହୃଦୟ ସିଂହାସନ ଉପରେ ବିରାଜମାନ ରହିଥାଆନ୍ତି ସେମାନେ ଏହି ଦେହ ବା ଦେହର ଦୁନିଆରୁ ବିସ୍ମୃତ ରହିଥାଆନ୍ତି, ଏହାକୁ ଦେଖୁଥିଲେ ମଧ୍ୟ ଦେଖି ନ ଥାଆନ୍ତି ।

ସ୍ଲୋଗାନ:-
ବିନାଶୀ ନାମ-ମାନ-ଶାନ ଅର୍ଥାତ୍ ପ୍ରତିଷ୍ଠା ପଛରେ ଦୌଡିବା ଅର୍ଥ ନିଜର ଛାଇକୁ ଧରିବାକୁ ଚେଷ୍ଟା କରିବା ।