18.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଏହି ବିଶ୍ୱବିଦ୍ୟାଳୟକୁ ଆସିଛ ପୁରୁଣା ଦୁନିଆରୁ ମୃତ୍ୟୁବରଣ କରି ନୂଆ ଦୁନିଆକୁ ଯିବା ପାଇଁ, ଏବେ ତୁମର ପ୍ରୀତି ଏକମାତ୍ର ଭଗବାନଙ୍କ ସହିତ ଯୋଡି ହୋଇଛି ।”

ପ୍ରଶ୍ନ:-
କେଉଁ ବିଧି ଦ୍ୱାରା ବାବାଙ୍କର ସ୍ମୃତି ତୁମକୁ ଧନବାନ କରିଦେଉଛି?

ଉତ୍ତର:-
ବାବା ହେଉଛନ୍ତି ବିନ୍ଦୁ । ତେଣୁ ତୁମେମାନେ ମଧ୍ୟ ବିନ୍ଦୁ ହୋଇ ବିନ୍ଦୁକୁ ମନେ ପକାଇଲେ ଧନବାନ ହୋଇଯିବ । ଯେପରି ୧ ସହିତ ବିନ୍ଦୁ ଅଥବା ଶୂନ ଲଗାଇଲେ ୧୦ ହୋଇଯାଉଛି, ପୁଣି ବିନ୍ଦୁ ଲଗାଅ ତ ୧୦୦, ପୁଣି ଲଗାଅ ତ ୧୦୦୦ ହୋଇଥାଏ, ସେହିପରି ବାବାଙ୍କୁ ମନେ ପକାଇବା ଦ୍ୱାରା ବିନ୍ଦୁ ପରେ ବିନ୍ଦୁ ଲାଗି ଚାଲିଥାଏ ଏବଂ ତୁମେ ଧନବାନ ହୋଇଯାଇଥାଅ । ତେଣୁ ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ସଚ୍ଚା ରୋଜଗାର ହୋଇଥାଏ ।

ଗୀତ:-
ମେହଫିଲ ମେଁ ଜଲ ଉଠି ଶମା....

ଓମ୍ ଶାନ୍ତି ।
ଏହି ଗୀତର ଅର୍ଥ କେତେ ବିଚିତ୍ର ଅଟେ - ପ୍ରୀତି କ’ଣ ପାଇଁ ହୋଇଛି? କାହା ସହିତ ହୋଇଛି? ଭଗବାନଙ୍କ ସହିତ । କାହିଁକି ନା ଏହି ଦୁନିଆରୁ ମୃତ୍ୟୁବରଣ କରି ତାଙ୍କ ପାଖକୁ ଯିବାକୁ ହେବ । ଏହିପରି କ’ଣ କେବେ କାହା ସହିତ ପ୍ରୀତି ହୋଇଥାଏ କି? ଯାହାକି ବିଚାର ଆସିବ ଯେ, ଆମେ ମରିଯିବୁ । ତେବେ କେହି କ’ଣ ତାଙ୍କ ସହିତ ପ୍ରୀତି ରଖିବେ? ଏହି ଗୀତର ଅର୍ଥ କେତେ ବିଚିତ୍ର, ଆଲୋକ ଶିଖା ସହିତ ପତଙ୍ଗମାନେ ପ୍ରୀତି ରଖି ଚାରିପଟେ ଘୂରି-ଘୂରି ଜଳି ମରିଥା’ନ୍ତି । ତୁମକୁ ମଧ୍ୟ ବାବାଙ୍କ ପ୍ରୀତିରେ ରହି ଏହି ଶରୀର ଛାଡିବାକୁ ହେବ ଅର୍ଥାତ୍ ବାବାଙ୍କୁ ସ୍ମରଣ କରି-କରି ଶରୀର ଛାଡିବାକୁ ହେବ । ଏହି ଗାୟନ କେବଳ ଜଣଙ୍କ ପାଇଁ ରହିଛି । ବାବା ଯେତେବେଳେ ଆସୁଛନ୍ତି ସେତେବେଳେ ତାଙ୍କ ସହିତ ଯେଉଁମାନେ ପ୍ରୀତି ରଖୁଛନ୍ତି, ତାଙ୍କୁ ଏହି ଦୁନିଆରୁ ମରିବାକୁ ପଡିଥାଏ । ଯେହେତୁ ଭଗବାନଙ୍କ ସହିତ ପ୍ରୀତି ରଖୁଛନ୍ତି ତେବେ ସେମାନେ ମୃତ୍ୟୁ ପରେ କେଉଁ ଆଡେ ଯିବେ । ନିଶ୍ଚିତ ଭଗବାନଙ୍କ ପାଖକୁ ହିଁ ଯିବେ । ମନୁଷ୍ୟ ଦାନ-ପୁଣ୍ୟ ତୀର୍ଥଯାତ୍ରା ଆଦି କରିଥା’ନ୍ତି ଭଗବାନଙ୍କ ପାଖକୁ ଯିବା ପାଇଁ । ଶରୀର ଛାଡିବା ସମୟରେ ମଧ୍ୟ କହିଥା’ନ୍ତି ଭଗବାନଙ୍କୁ ମନେ ପକାଅ । ଭଗବାନଙ୍କର ନାମ କେତେ ପ୍ରସିଦ୍ଧ । ସିଏ ଯେତେବେଳେ ଆସୁଛନ୍ତି ସାରା ଦୁନିଆକୁ ସମାପ୍ତ କରିଦେଉଛନ୍ତି । ତୁମେ ଜାଣିଛ ଯେ, ଆମେ ପୁରୁଣା ଦୁନିଆରୁ ମରି ନୂଆ ଦୁନିଆକୁ ଯିବା ପାଇଁ ଏହି ବିଶ୍ୱବିଦ୍ୟାଳୟକୁ ଆସୁଛୁ । ପୁରୁଣା ଦୁନିଆକୁ ପତିତ ଦୁନିଆ, ନର୍କ ବୋଲି କୁହାଯାଏ । ବାବା ନୂଆ ଦୁନିଆକୁ ଯିବା ପାଇଁ ରାସ୍ତା ଦେଖାଉଛନ୍ତି । କହୁଛନ୍ତି, କେବଳ ମୋତେ ମନେ ପକାଅ, ମୁଁ ହେଉଛି ସ୍ୱର୍ଗୀୟ ଈଶ୍ୱର ପିତା । ଲୌକିକ ପିତାଙ୍କଠାରୁ ତୁମକୁ ଧନ, ସମ୍ପତ୍ତି, ଘର ଆଦି ମିଳିବ, କିନ୍ତୁ କନ୍ୟାମାନଙ୍କୁ ତ କିଛି ବି ମିଳି ନ ଥାଏ । ତାଙ୍କୁ ପରଘରକୁ ପଠାଇ ଦେଇଥା’ନ୍ତି ଅର୍ଥାତ୍ ସେମାନେ ଉତ୍ତରାଧିକାରୀ ନୁହଁନ୍ତି । କିନ୍ତୁ ଭଗବାନ ତ ହେଉଛନ୍ତି ସମସ୍ତ ଆତ୍ମାମାନଙ୍କର ପିତା, ଯାହାଙ୍କ ପାଖକୁ ସମସ୍ତଙ୍କୁ ଆସିବାକୁ ପଡିବ । ତେବେ ନିଶ୍ଚିତ ଭାବରେ ସିଏ କୌଣସି ସମୟରେ ଆସୁଥିବେ ଏବଂ ସମସ୍ତଙ୍କୁ ଘରକୁ ନେଇଯାଉଥିବେ କାହିଁକି ନା ନୂଆ ଦୁନିଆରେ ବହୁତ କମ୍ ମନୁଷ୍ୟ ରହିବେ । ପୁରୁଣା ଦୁନିଆରେ ତ ବହୁତ ମନୁଷ୍ୟ ଅଛନ୍ତି । ନୂଆ ଦୁନିଆରେ ଅଳ୍ପ ସଂଖ୍ୟକ ମନୁଷ୍ୟ ରହିବେ ଏବଂ ସୁଖ ବହୁତ ରହିବ । ପୁରୁଣା ଦୁନିଆରେ ବହୁତ ମନୁଷ୍ୟ ଅଛନ୍ତି ଏବଂ ଦୁଃଖ ମଧ୍ୟ ବହୁତ ରହିଛି, ସେଥିପାଇଁ ଭଗବାନଙ୍କୁ ଡାକୁଛନ୍ତି । ବାପୁ ଗାନ୍ଧୀ ମଧ୍ୟ କହୁଥିଲେ ହେ ପତିତ-ପାବନ ଆସ । କେବଳ ତାଙ୍କୁ ଜାଣି ନ ଥିଲେ । ଏକଥା ମଧ୍ୟ ସମସ୍ତେ ଜାଣିଛନ୍ତି, ପତିତ-ପାବନ ପରମପିତା ପରମାତ୍ମା ଅଟନ୍ତି ଯିଏକି ସାରା ବିଶ୍ୱର ମୁକ୍ତିଦାତା ଅଟନ୍ତି । ରାମ-ସୀତାଙ୍କୁ ତ ସାରା ଦୁନିଆ ମାନିବ ନାହିଁ । ସାରା ଦୁନିଆ ପରମପିତା ପରମାତ୍ମାଙ୍କୁ ମୁକ୍ତିଦାତା, ଗାଇଡ୍ (ପଥ ପ୍ରଦର୍ଶକ) ବୋଲି ମାନୁଛନ୍ତି । କାରଣ ସିଏ ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରୁଛନ୍ତି । ଆଚ୍ଛା ଦୁଃଖ କିଏ ଦେଉଛି? ବାବା ତ ଦୁଃଖ ଦେଇପାରିବେ ନାହିଁ କାହିଁକି ନା ସେ ତ ପତିତ-ପାବନ ଅଟନ୍ତି । ପବିତ୍ର ଦୁନିଆ ସୁଖଧାମକୁ ନେଇଯାଆନ୍ତି । ତୁମେ ହେଉଛ ସେହି ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ । ବାବା ଯେପରି, ପିଲାମାନେ ମଧ୍ୟ ସେହିପରି ଅଟନ୍ତି । ଲୌକିକ ପିତାଙ୍କର ଲୌକିକ ସନ୍ତାନ ଅର୍ଥାତ୍ ଶାରୀରିକ ସନ୍ତାନ । ଏବେ ତୁମମାନଙ୍କୁ ଏହି କଥା ବୁଝିବାକୁ ହେବ ଯେ ଆମେ ଆତ୍ମା, ପରମପିତା ପରମାତ୍ମା ଆମକୁ ସମ୍ପତ୍ତି ଦେବାକୁ ଆସିଛନ୍ତି । ଯଦି ଆମେ ତାଙ୍କର ସନ୍ତାନ ହେବା ତେବେ ସ୍ୱର୍ଗର ବର୍ସା ଆମକୁ ନିଶ୍ଚିତ ମିଳିବ । ସେ ହେଉଛନ୍ତି ସ୍ୱର୍ଗର ସ୍ଥାପନ କର୍ତ୍ତା । ଆମେ ତାଙ୍କର ଛାତ୍ର, ଏକଥା ଭୁଲିବା ଉଚିତ୍ ନୁହେଁ । ପିଲାମାନଙ୍କ ବୁଦ୍ଧିରେ ରହିଛି ଯେ, ଶିବବାବା ମଧୁବନରେ ମୁରଲୀ ଶୁଣାଉଛନ୍ତି । ବାସ୍ତବରେ ଏହା ସେହି କାଠର ମୁରଲୀ ନୁହେଁ । ଶ୍ରୀକୃଷ୍ଣ ନୃତ୍ୟ କରିବା, ମୁରଲୀ ବଜାଇବା - ଏ ସବୁ ଭକ୍ତିମାର୍ଗର କଥା । ବାକି ଜ୍ଞାନର ମୁରଲୀ ତ ଶିବବାବା ହିଁ ବଜାଉଛନ୍ତି । ଦିନ ଆସିବ ତୁମମାନଙ୍କ ପାଖକୁ ବହୁତ ଭଲ-ଭଲ ଗୀତର ରଚୟିତାମାନେ ଆସିବେ । ପ୍ରାୟତଃ ପୁରୁଷମାନେ ହିଁ ଗୀତ ରଚନା କରିଥା’ନ୍ତି । କିନ୍ତୁ ତୁମେମାନେ ଜ୍ଞାନର ଗୀତ ହିଁ ଗାଇବା ଉଚିତ୍ ଯାହା ଦ୍ୱାରା ଶିବବାବାଙ୍କର ସ୍ମୃତି ଆସିବ ।

ବାବା କହୁଛନ୍ତି ମୋତେ ମନେ ପକାଅ । ଶିବଙ୍କୁ ବିନ୍ଦୁ ବୋଲି କହିଥା’ନ୍ତି । ବ୍ୟାପାରୀମାନେ ବିନ୍ଦୁ ଲେଖିଲେ ଶିବ ବୋଲି କହିଥା’ନ୍ତି । ୧ ଆଗରେ ବିନ୍ଦୁ ଲେଖିଲେ ୧୦ ହୋଇଯିବ ପୁଣି ବିନ୍ଦୁ ଲେଖିଲେ ତେବେ ୧୦୦ ପୁଣି ବିନ୍ଦୁ ଲେଖ ତ ୧୦୦୦ ହୋଇଯାଏ । ତେଣୁ ତୁମକୁ ମଧ୍ୟ ଶିବଙ୍କୁ ସ୍ମରଣ କରିବାକୁ ହେବ । ଯେତେ ଶିବଙ୍କୁ ସ୍ମରଣ କରିବ ସେତିକି ବିନ୍ଦୁ-ବିନ୍ଦୁ ଲାଗି ଚାଲିବ ଏବଂ ଅଧାକଳ୍ପ ପାଇଁ ତୁମେମାନେ ସାହୁକାର ହୋଇଯିବ । ସେଠାରେ କେହି ବି ଗରୀବ ରହିବେ ନାହିଁ, ସମସ୍ତେ ସୁଖୀ ରହିବେ । ଦୁଃଖର ନାମ ମଧ୍ୟ ରହିବ ନାହିଁ । ବାବାଙ୍କ ସ୍ମୃତି ଦ୍ୱାରା ବିକର୍ମ ବିନାଶ ହେବ । ତୁମେ ବହୁତ ଧନବାନ ହୋଇଯିବ । ଏହାକୁ ହିଁ କୁହାଯାଏ ସତ୍ୟ ବାବାଙ୍କ ଦ୍ୱାରା ସତ୍ୟ ରୋଜଗାର । ଏହା ହିଁ ଆମ ସାଥୀରେ ଯିବ । ସବୁ ମନୁଷ୍ୟ ଖାଲି ହାତରେ ଯାଇଥାନ୍ତି । ତୁମକୁ ହାତ ଭରପୁର କରି ଯିବାକୁ ହେବ । ସେଥିପାଇଁ ବାବାଙ୍କୁ ବହୁତ ମନେ ପକାଇବାକୁ ହେବ । ବାବା ବୁଝାଇଛନ୍ତି ଯଦି ପବିତ୍ରତା ରହିବ ତେବେ ଶାନ୍ତି, ସମୃଦ୍ଧି ସବୁ କିଛି ମିଳିବ । ତୁମେ ଆତ୍ମା ପ୍ରଥମେ ପବିତ୍ର ଥିଲ, ପୁଣି ଅପବିତ୍ର ହୋଇଯାଇଛ । ସନ୍ନ୍ୟାସୀମାନଙ୍କୁ ମଧ୍ୟ ସେମି ପବିତ୍ର ବୋଲି କୁହାଯିବ । ତୁମର ହେଉଛି ସମ୍ପୂର୍ଣ୍ଣ ସନ୍ନ୍ୟାସ । ତୁମେ ଜାଣିଛ, ସେମାନେ କେତେ ସୁଖ ପାଉଛନ୍ତି । ଏଠାରେ ବହୁତ କମ ସୁଖ ରହିଛି ଏବଂ ତା’ପରେ ତ କେବଳ ଦୁଃଖ ହିଁ ରହିଛି । ଆଗରୁ ଭଗବାନଙ୍କୁ ସର୍ବବ୍ୟାପୀ କହୁ ନ ଥିଲେ । ଯେବେଠାରୁ ସର୍ବବ୍ୟାପୀ କହିବା ଆରମ୍ଭ କଲେ ସେବେଠାରୁ ତଳକୁ ଖସିବାକୁ ଲାଗିଲେ । ଦୁନିଆରେ ଅନେକ ପ୍ରକାରର ମେଳା ଲାଗିଥାଏ କାହିଁକି ନା ତା’ ଦ୍ୱାରା ଆମଦାନୀ ତ ହୋଇଥାଏ ନା । ଏହା ଯେପରି ତାଙ୍କର ଏକ ଧନ୍ଦା ଅଟେ । ବାବା କହନ୍ତି ଅନ୍ୟ ସବୁ ଧନ୍ଦା ଧୂଳି ସମାନ କିନ୍ତୁ ଆମେ ବିନା ଧନ୍ଦାରେ ନରରୁ ନାରାୟଣ ହେଉଛନ୍ତି । ଏହି ଧନ୍ଦା କ୍ୱଚିତ୍ କେହି କେହି କରୁଛନ୍ତି । ବାବାଙ୍କର ହୋଇ ଦେହ ସହିତ ସବୁ କିଛି ବାବାଙ୍କୁ ଦେଇ ଦେବାକୁ ହେବ କାହିଁକି ନା ତୁମେ ଚାହୁଁଛ ନୂଆ ଶରୀର ମିଳୁ । ବାବା କହୁଛନ୍ତି ତୁମେମାନେ କୃଷ୍ଣପୁରୀକୁ ଯାଇପାରିବ କିନ୍ତୁ ସେତେବେଳେ ଯାଇପାରିବ ଯେତେବେଳେ ଆତ୍ମା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବ । ଶ୍ରୀକୃଷ୍ଣପୁରୀରେ ଏଭଳି କହିବେ ନାହିଁ - ଆମକୁ ପବିତ୍ର କର । ଏଠାରେ ସମସ୍ତେ ଡାକୁଛନ୍ତି, ହେ ମୁକ୍ତିଦାତା ଆସ । ଏହି ପାପ ଆତ୍ମାମାନଙ୍କର ଦୁନିଆରୁ ଆମକୁ ମୁକ୍ତ କର ।

ଏବେ ତୁମେ ଜାଣୁଛ ବାବା ନିଜ ସାଥିରେ ନେଇଯିବା ପାଇଁ ଆସିଛନ୍ତି । ତେବେ ସେଠାକୁ ଯିବା ତ ବହୁତ ଭଲ ନା । ମନୁଷ୍ୟ ଶାନ୍ତି ଚାହୁଁଛନ୍ତି । କିନ୍ତୁ ବାସ୍ତବରେ ଶାନ୍ତି କାହାକୁ କହୁଛନ୍ତି? କର୍ମ ବିନା ତ କେହି ରହିପାରିବେ ନାହିଁ । ଶାନ୍ତି ତ ଶାନ୍ତିଧାମରେ ହିଁ ମିଳିବ । ଆତ୍ମାକୁ ତ ଶରୀର ଧାରଣ କରି କର୍ମ କରିବାକୁ ହିଁ ହେବ । କିନ୍ତୁ ସତ୍ୟଯୁଗରେ ଆତ୍ମା କର୍ମ କରି ମଧ୍ୟ ଶାନ୍ତିରେ ରହିଥାଏ । ଅଶାନ୍ତି ସମୟରେ ମନୁଷ୍ୟକୁ ଦୁଃଖ ମିଳେ, ସେଥିପାଇଁ କହୁଛନ୍ତି ଆତ୍ମାକୁ ଶାନ୍ତି କିପରି ମିଳିବ । ତୁମେମାନେ ଜାଣିଛ ଶାନ୍ତିଧାମ ତ ଆମର ଘର । ସତ୍ୟଯୁଗରେ ଶାନ୍ତି, ସୁଖ ସବୁ କିଛି ରହିଛି । ତେବେ ତୁମକୁ ସୁଖ ଶାନ୍ତି ସବୁକିଛି ଦରକାର, ନା କେବଳ ଶାନ୍ତି ଦରକାର । ଏଠାରେ ତ ବହୁତ ଦୁଃଖ ଅଛି, ସେଥିପାଇଁ ପତିତ-ପାବନ ବାବାଙ୍କୁ ଡାକୁଛନ୍ତି । ସମସ୍ତେ ଭଗବାନଙ୍କ ସହିତ ମିଶିବା ପାଇଁ ହିଁ ଭକ୍ତି କରୁଛନ୍ତି । ଭକ୍ତି ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ପୁଣି ବ୍ୟଭିଚାରୀ ହୋଇଥାଏ । ବ୍ୟଭିଚାରୀ ଭକ୍ତିରେ ଦେଖ କ’ଣ-କ’ଣ କରୁଛନ୍ତି । ସିଡି ଚିତ୍ରରେ ଏସବୁ କଥା ସ୍ପଷ୍ଟ ଭାବରେ ଦେଖାଇ ଦିଆଯାଇଛି କିନ୍ତୁ ପ୍ରଥମେ-ପ୍ରଥମେ ତ ସିଦ୍ଧ କରିବା ଦରକାର - ଭଗବାନ କିଏ? ଶ୍ରୀକୃଷ୍ଣଙ୍କୁ ଏହି ପଦ କିଏ ଦେଇଛନ୍ତି? ସେ ପୂର୍ବ ଜନ୍ମରେ କ’ଣ ଥିଲେ? ଏସବୁ କଥା ବୁଝାଇବା ପାଇଁ ବହୁତ ଯୁକ୍ତି ଆବଶ୍ୟକ । ଯେଉଁମାନେ ବହୁତ ଭଲ ସେବା କରିଥା’ନ୍ତି ତାଙ୍କର ମନ ମଧ୍ୟ ସାକ୍ଷୀ ଦେଇଥାଏ । ଏହି ବିଶ୍ୱବିଦ୍ୟାଳୟରେ ଯେଉଁମାନେ ଭଲ ଭାବରେ ପଢିବେ ସେମାନେ ନିଶ୍ଚିତ ଭାବରେ ଆଗକୁ ବଢିବେ । କ୍ରମାନୁସାରେ ତ ରହିବେ । କେହି କେହି ଡଲ୍ ହେଡ୍ (ଧୀର ବୁଦ୍ଧି) ମଧ୍ୟ ହୋଇଥା’ନ୍ତି । ଶିବବାବାଙ୍କୁ ଆତ୍ମା କହୁଛି - ବାବା ମୋ ବୁଦ୍ଧିର ତାଲା ଖୋଲ । ବାବା କହୁଛନ୍ତି, ମୁଁ ତୁମର ବୁଦ୍ଧିର ତାଲା ଖୋଲିବା ପାଇଁ ହିଁ ତ ଆସିଛି । କିନ୍ତୁ ତୁମର କର୍ମ ଏଭଳି ହୋଇଯାଇଛି ଯେ, ତାଲା ଖୋଲୁ ହିଁ ନାହିଁ । ତୁମେମାନେ ବହୁତ ପାପ କରିଛ । ଏଥିରେ ବାବା କ’ଣ କରିପାରିବେ? ଶିକ୍ଷକଙ୍କୁ ଯଦି ଛାତ୍ର କହିବ ଯେ, ମୁଁ କମ୍ ପଢୁଛି ତେବେ ଶିକ୍ଷକ କ’ଣ କରିବେ? ଶିକ୍ଷକ କୌଣସି କୃପା ତ କରିବେ ନାହିଁ! ଅତି କମ୍‌ରେ ତାଙ୍କ ପାଇଁ ଏକ୍ସଟ୍ରା ସମୟ ରଖିବେ । ସେଥିପାଇଁ ତ ତୁମକୁ ମନା କରାଯାଉନାହିଁ । ପ୍ରଦର୍ଶନୀ ଖୋଲା ଯାଇଛି ସେଠାରେ ବୁଝାଇବାର ଅଭ୍ୟାସ କର । ଭକ୍ତିମାର୍ଗରେ ତ କେହି କହିବେ ମାଳା ଗଡାଅ, କେହି କେହି କହିବେ ଏହି ମନ୍ତ୍ରକୁ ସ୍ମରଣ କର । ଏଠାରେ ତ ବାବା ନିଜର ପରିଚୟ ଦେଉଛନ୍ତି । ତାଙ୍କୁ ମନେ ପକାଇବାକୁ ହେବ, ଯାହାଦ୍ୱାରା ସମ୍ପତ୍ତି ପ୍ରାପ୍ତି ହେବ । ତେବେ ତାଙ୍କୁ ଭଲ ଭାବରେ ମନେ ପକାଇ ତାଙ୍କଠାରୁ ପୂରା ବର୍ସା ନେବା ଦରକାର ନା । ଏଥିରେ ମଧ୍ୟ ବାବା କହୁଛନ୍ତି ବିକାରଗ୍ରସ୍ତ ହୁଅ ନାହିଁ । ସାମାନ୍ୟ ବିକାରର ସ୍ୱାଦ ଲାଗି ଗଲେ ତାହା ପୁଣି ବୃଦ୍ଧି ହୋଇଯିବ । ଯଦି ସିଗାରେଟ୍ ଆଦିର ଥରେ ବି ସ୍ୱାଦ ଚାଖିଲ ତେବେ ସଙ୍ଗର ରଙ୍ଗ ତୁରନ୍ତ ଲାଗିଯାଇଥାଏ । ପୁଣି ଅଭ୍ୟାସ ଛାଡିବା ମଧ୍ୟ ମୁସକିଲ୍ ହୋଇଯାଇଥାଏ । ସେଥିପାଇଁ କେତେ ବାହାନା କରିଥା’ନ୍ତି । ତେଣୁ କୌଣସି ପ୍ରକାରର ଅଭ୍ୟାସ କରିବା ଉଚିତ୍ ନୁହେଁ । ସବୁ ଖରାପ ଅଭ୍ୟାସକୁ ମଧ୍ୟ ଛାଡିବାକୁ ହେବ । ବାବା କହୁଛନ୍ତି ବଞ୍ଚି ଥାଉ ଥାଉ ଶରୀରର ଅଭିମାନ ଛାଡି ମୋତେ ମନେ ପକାଅ । ଦେବତାମାନଙ୍କୁ ସର୍ବଦା ପବିତ୍ର ଭୋଗ ହିଁ ଲଗାଯାଇଥାଏ, ତେଣୁ ତୁମେ ମଧ୍ୟ ପବିତ୍ର ଭୋଜନ ଖାଅ । ଆଜିକାଲି ତ ଖାଣ୍ଟି ଘିଅ ମିଳୁନାହିଁ, ତେଲ ଖାଉଛନ୍ତି । ସେଠାରେ ତେଲ ଆଦି ରହିବ ନାହିଁ । ଏଠାରେ ତ ଖାଣ୍ଟି ଘିଅ ମଧ୍ୟ ରଖିଛନ୍ତି, ମିଶ୍ରିତ ମଧ୍ୟ ରଖିଛନ୍ତି । କିନ୍ତୁ ସବୁଥିରେ ଲେଖାଯାଇଛି - ଘାଣ୍ଟି ଘିଅ କେବଳ ଦାମ୍‌ରେ ଫରକ ରହିଛି । ଏବେ ତୁମମାନଙ୍କୁ ଫୁଟିଥିବା ଫୁଲ ସଦୃଶ ହର୍ଷିତ ରହିବା ଉଚିତ୍ । ସ୍ୱର୍ଗରେ ତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ । ସେଠାରେ ପ୍ରକୃତି ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯିବ । ଲକ୍ଷ୍ମୀ-ନାରାୟଣଙ୍କର ପ୍ରକୃତ ସୌନ୍ଦର୍ଯ୍ୟତାର ଚିତ୍ର ଏଠାରେ କେହି ତିଆରି କରିପାରିବେ ନାହିଁ । ତାଙ୍କୁ ଏହି ଆଖି ଦ୍ୱାରା କେହି ଦେଖି ପାରିବେ ନାହିଁ । ହଁ, ସାକ୍ଷାତ୍‌କାର ହେଉଛି କିନ୍ତୁ ସାକ୍ଷାତ୍‌କାର ଦ୍ୱାରା କେହି ସଠିକ୍ ଚିତ୍ର ତିଆରି କରିପାରିବେ ନାହିଁ । ହଁ, କୌଣସି ଚିତ୍ରକାରଙ୍କୁ ଯଦି ସାକ୍ଷାତ୍‌କାର ହେବ ଏବଂ ସେ ସେହି ସମୟରେ ବସି ତିଆରି କରିବେ, କିନ୍ତୁ ଏହା ବହୁତ ମୁସକିଲ୍ ଅଟେ । ତେବେ ତୁମମାନଙ୍କର ବହୁତ ନିଶା ରହିବା ଉଚିତ୍ । ଏବେ ଆମକୁ ବାବା ନେବା ପାଇଁ ଆସିଛନ୍ତି । ବାବାଙ୍କଠାରୁ ଆମକୁ ସ୍ୱର୍ଗର ବର୍ସା ମିଳୁଛି । ଏବେ ଆମର ୮୪ ଜନ୍ମ ପୂରା ହେବାକୁ ଯାଉଛି । ଯଦି ବୁଦ୍ଧିରେ ଏହିଭଳି ବିଚାର ଚାଲିବ, ତେବେ ବହୁତ ଖୁସି ରହିବ । ବିକାରର ସାମାନ୍ୟତମ ବିଚାର ମଧ୍ୟ ଆସିବା ଉଚିତ୍ ନୁହେଁ । ବାବା କହୁଛନ୍ତି କାମ ବିକାର ମହାଶତ୍ରୁ ଅଟେ । ଦ୍ରୌପଦୀ ମଧ୍ୟ ଏଥିପାଇଁ ଡାକିଥିଲେ ନା । ତାଙ୍କର କୌଣସି ୫ ଜଣ ସ୍ୱାମୀ ନ ଥିଲେ । ସେ ତ ଡାକିଥିଲେ ଯେ ଏହି ଦୁଃଶାସନ ମୋତେ ନଗ୍ନ କରୁଛି, ତା’ଠାରୁ ବଞ୍ଚାଅ । ଜଣଙ୍କର ୫ ଜଣ ସ୍ୱାମୀ କିପରି ହୋଇପାରିବେ । ଏପରି କଥା ହୋଇପାରିବ ନାହିଁ । ତୁମ ପିଲାମାନଙ୍କୁ ବହୁତ ନୂଆ ନୂଆ ପଏଣ୍ଟସ୍ ସବୁ ମିଳୁଛି, ତେଣୁ ତୁମେ ସେହି ପୁରୁଣା କଥାକୁ ପରିବର୍ତ୍ତନ କରି କିଛି ନା କିଛି ନୂଆ ଶବ୍ଦ ଲେଖିବା ଉଚିତ୍ ।

ତୁମେମାନେ ଚ୍ୟାଲେଞ୍ଜ କରୁଛ ଅଳ୍ପ ସମୟ ମଧ୍ୟରେ ଆମେ ଏହି ଭାରତକୁ ପରିସ୍ତାନ କରିବୁ । ବାବା ପିଲାମାନଙ୍କୁ କହିବେ, ସନ ସୋଜ୍ ଫାଦର, ଫାଦର ସୋଜ୍ ସନ (ପୁତ୍ର ପିତାଙ୍କର ପ୍ରତ୍ୟକ୍ଷତା କରିବେ, ପିତା ପୁତ୍ରର ପ୍ରତ୍ୟକ୍ଷତା କରିବେ) । କେଉଁ ପିତା? ଶିବ ଏବଂ ଶାଳଗ୍ରାମ, ଏହାଙ୍କର ଗାୟନ ରହିଛି । ଶିବବାବା ଯାହା ବୁଝାଉଛନ୍ତି ତାକୁ ଅନୁସରଣ କର । ବାବା ତ ପବିତ୍ର କରିବା ପାଇଁ ଆସୁଛନ୍ତି ଯାହାର ଗାୟନ ମଧ୍ୟ ରହିଛି । ଲୌକିକ ପିତାଙ୍କୁ ଅନୁସରଣ କରିବା ଦ୍ୱାରା ତ ତୁମେ ପତିତ ହୋଇଯାଉଛ । ବାବା ତ ଅନୁକରଣ କରିବା ପାଇଁ କହୁଛନ୍ତି ଯାହାଦ୍ୱାରା ତୁମେମାନେ ପାବନ ହେବ । ତେବେ କେତେ ଫରକ ରହିଛି ନା । ବାବା କହୁଛନ୍ତି - ମିଠା ମିଠା ପିଲାମାନେ, ବାବାଙ୍କୁ ଅନୁସରଣ କରି ପବିତ୍ର ହୁଅ । ଅନୁସରଣ କରିଲେ ହିଁ ସ୍ୱର୍ଗର ମାଲିକ ହେବ । ଲୌକିକ ପିତାଙ୍କୁ ଅନୁସରଣ କରିବା ଦ୍ୱାରା ୬୩ ଜନ୍ମ ତୁମେ ସିଡି ତଳକୁ ଓହ୍ଲାଇଛ । ଏବେ ବାବାଙ୍କୁ ଅନୁସରଣ କରି ଉପରକୁ ଚଢିବାକୁ ହେବ । ବାବାଙ୍କ ସାଥିରେ ଯିବାକୁ ପଡିବ । ବାବା କହୁଛନ୍ତି ଏହି ଗୋଟିଏ-ଗୋଟିଏ ରତ୍ନ ଲକ୍ଷ-ଲକ୍ଷ ଟଙ୍କାର ଅଟେ । ତୁମେମାନେ ବାବାଙ୍କୁ ଜାଣି ବାବାଙ୍କଠାରୁ ବର୍ସା ପାଉଛ । ସେମାନେ ତ କହୁଛନ୍ତି ବ୍ରହ୍ମରେ ଲୀନ ହୋଇଯିବୁ । ବାସ୍ତବରେ ଲୀନ ତ କେହି ବି ହୋଇପାରିବେ ନାହିଁ, ଏଠାକୁ ସମସ୍ତଙ୍କୁ ଆସିବାକୁ ପଡିବ । ବାବା ପ୍ରତିଦିନ ବୁଝାଉଛନ୍ତି - ମିଠା-ମିଠା ପିଲାମାନେ, ପ୍ରଥମେ-ପ୍ରଥମେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ପାରଲୌକିକ ପିତା ପବିତ୍ର ହେବାର ବର୍ସା ଦେଉଛନ୍ତି । ସେଥିପାଇଁ ବେହଦର ବାବାଙ୍କୁ କହୁଛନ୍ତି ବାବା ଆମମାନଙ୍କୁ ପବିତ୍ର କର । ସେ ହେଉଛନ୍ତି ପତିତ-ପାବନ, ଲୌକିକ ପିତାଙ୍କୁ ପତିତ-ପାବନ ବୋଲି କୁହାଯିବ ନାହିଁ । ସେମାନେ ତ ନିଜେ ଡାକୁଛନ୍ତି, ହେ ପତିତ-ପାବନ ଆସ । ତେଣୁ ସମସ୍ତଙ୍କୁ ଦୁଇଜଣ ପିତାଙ୍କର ପରିଚୟ ଦେବାକୁ ହେବ । ଲୌକିକ ପିତା ତ କହିବେ ବିବାହ କରି ପତିତ ହୁଅ, ପାରଲୌକିକ ବାବା କହୁଛନ୍ତି ପବିତ୍ର ହୁଅ । ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ । ଏକମାତ୍ର ବାବା ହିଁ ସମସ୍ତଙ୍କୁ ପବିତ୍ର କରିପାରିବେ । ବୁଝାଇବା ପାଇଁ ଏହି ପଏଣ୍ଟସ୍ ବହୁତ ଭଲ । ଭିନ୍ନ-ଭିନ୍ନ ପ୍ରକାରର ପଏଣ୍ଟସ୍ ଉପରେ ବିଚାର ସାଗର ମନ୍ଥନ କରି ପୁଣି ଅନ୍ୟମାନଙ୍କୁ ବୁଝାଅ । ଏହା ହିଁ ତୁମର ଧନ୍ଦା । ତୁମେ ହେଉଛ ପତିତମାନଙ୍କୁ ପବିତ୍ର କରିଲାବାଲା । ପାରଲୌକିକ ବାବା କହୁଛନ୍ତି ପବିତ୍ର ହୁଅ କାରଣ ଏବେ ବିନାଶ ସମ୍ମୁଖରେ ଉପସ୍ଥିତ । ଏବେ କ’ଣ କରିବା ଦରକାର? ନିଶ୍ଚିତ ଭାବରେ ପାରଲୌକିକ ବାବାଙ୍କ ମତରେ ଚାଲିବା ଦରକାର ନା । ପ୍ରଦର୍ଶନୀରେ ମଧ୍ୟ ଏହି ପ୍ରତିଜ୍ଞା ମଧ୍ୟ ଲେଖାଇ ନେବା ଉଚିତ୍ । ଆମେ ପାରଲୌକିକ ପିତାଙ୍କୁ ଅନୁସରଣ କରିବୁ । ପତିତ ହେବା ଛାଡିଦେବୁ । ଲେଖ ବାବାଙ୍କଠାରୁ ଗ୍ୟାରେଣ୍ଟି ନେଉଛୁ । ତେବେ ପବିତ୍ରତା ଉପରେ ହିଁ ସବୁ କିଛି ନିର୍ଭର କରୁଛି । ତୁମେମାନେ ଦିନ-ରାତି ଖୁସୀ ହେବା ଉଚିତ୍ - ବାବା ଆମକୁ ସ୍ୱର୍ଗର ବର୍ସା ଦେଉଛନ୍ତି । ଅଲଫ ଅର୍ଥାତ୍ ବାବା ଏବଂ ବେ ଅର୍ଥାତ୍ ବାଦଶାହୀ । ଏବେ ତୁମେ ଜାଣୁଛ ଶିବଜୟନ୍ତୀ ଅର୍ଥ ହିଁ ଭାରତର ସ୍ୱର୍ଗର ଜୟନ୍ତୀ । ଗୀତା ହିଁ ସର୍ବଶାସ୍ତ୍ରମୟୀ ଶିରୋମଣୀ ଅଟେ । ଗୀତା ମାତା ଅଟେ । ବର୍ସା ତ ବାବାଙ୍କଠାରୁ ହିଁ ମିଳିବ । ଗୀତାର ରଚୟିତା ହିଁ ଶିବବାବା ଅଟନ୍ତି । ପାରଲୌକିକ ବାବାଙ୍କଠାରୁ ପବିତ୍ର ହେବାର ବର୍ସା ମିଳୁଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ, ଏକଥା ସର୍ବଦା ସ୍ମୃତିରେ ରଖିବାକୁ ହେବ । କୌଣସି ପ୍ରକାରର ବିକାରୀ ଅଭ୍ୟାସ ରଖିବାର ନାହିଁ, ସେଗୁଡିକୁ ଛାଡିବାର ଅଛି । ବିକାରୀ ସଂକଳ୍ପ ଟିକିଏ ବି ଆସିବା ଉଚିତ୍ ନୁହେଁ ।

(୨) ବଞ୍ଚି ଥିବା ଅବସ୍ଥାରେ ଶରୀରର ଅଭିମାନକୁ ଭୁଲି ବାବାଙ୍କୁ ମନେ ପକାଇବାକୁ ହେବ । ଜ୍ଞାନର ଭିନ୍ନ ଭିନ୍ନ ପଏଣ୍ଟସ୍‌କୁ ବିଚାର ସାଗର ମନ୍ଥନ କରି ପତିତମାନଙ୍କୁ ପବିତ୍ର କରିବାର କର୍ତ୍ତବ୍ୟ କରିବାକୁ ହେବ ।

ବରଦାନ:-
ସନ୍ତୁଷ୍ଟତାର ତ୍ରିମୂର୍ତ୍ତି ସାର୍ଟିଫିକେଟ୍ ଦ୍ୱାରା ସଦା ସଫଳତା ପ୍ରାପ୍ତ କରୁଥିବା ଉଚ୍ଚ ପଦର ଅଧିକାରୀ ହୁଅ ।

ସର୍ବଦା ସଫଳତା ପାପ୍ତ କରିବା ପାଇଁ ବାବା ଏବଂ ପରିବାର ସହିତ ସମ୍ପର୍କ ଠିକ୍ ରହିବା ଦରକାର । ତେବେ ସମସ୍ତଙ୍କୁ ତିନୋଟି ସାର୍ଟିଫିକେଟ୍ ନିଶ୍ଚିତ ନେବାକୁ ପଡିବ, ତାହା ହେଲା ବାବାଙ୍କଠାରୁ, ନିଜଠାରୁ ଏବଂ ପରିବାରଠାରୁ । ତେଣୁ ପରିବାରକୁ ସନ୍ତୁଷ୍ଟ କରିବା ପାଇଁ ଗୋଟିଏ ଛୋଟିଆ କଥାକୁ ମନେ ରଖିଥାଅ, ତାହା ହେଲା ସମସ୍ତଙ୍କୁ ରିଗାର୍ଡ ଅର୍ଥାତ୍ ସମ୍ମାନ ଦେବାର ରେକର୍ଡ ସର୍ବଦା କାୟମ ରହୁଥିବ, ଏଥିରେ ନିଷ୍କାମ ହୁଅ । ବାବାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସଚ୍ଚା ହୁଅ ଏବଂ ନିଜ ଉପରେ ସନ୍ତୁଷ୍ଟ ରହି ସର୍ବଦା ଶ୍ରୀମତର ରେଖା ଭିତରେ ରୁହ, ତେବେ ଏହି ତିନୋଟିଯାକ ସାର୍ଟିଫିକେଟ୍ ତୁମକୁ ଉଚ୍ଚ ପଦର ଅଧିକାରୀ କରିଦେବେ ।

ସ୍ଲୋଗାନ:-
ଯେଉଁମାନେ ଚିତ୍ରକୁ ନ ଦେଖି ଚୈତନ୍ୟକୁ ଏବଂ ଚରିତ୍ରକୁ ଦେଖିଥାଆନ୍ତି, ସେହିମାନେ ହିଁ ଚରିତ୍ରବାନ ଅଟନ୍ତି ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ଯେପରି ସବୁ ଆତ୍ମାଙ୍କୁ ଜ୍ଞାନର ଆଲୋକ ପ୍ରଦାନ କରିବା ପାଇଁ ସର୍ବଦା ଶୁଭଭାବନା ବା କଲ୍ୟାଣର ଭାବନା ରଖୁଛ, ସେହିପରି ନିଜର ଏହି ଦୈବୀ ସଂଗଠନକୁ ମଧ୍ୟ ଏକରସ ସ୍ଥିତିରେ ସ୍ଥିତ କରି ସଂଗଠନର ଶକ୍ତିକୁ ବଢାଇବାକୁ ଚେଷ୍ଟା କର ତେବେ ଯାଇ ତୁମର ଏହି ଦୈବୀ ସଂଗଠନ ରୂପୀ ମୂର୍ତ୍ତିରେ ଏକତା ଏବଂ ଏକରସ ସ୍ଥିତିର ପ୍ରତ୍ୟକ୍ଷ ରୂପରେ ସାକ୍ଷାତ୍‌କାର ହେବ ।