18.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ତୁମେମାନେ ବାବାଙ୍କ ଦ୍ୱାରା ସମ୍ମୁଖରେ ପାଠ ପଢୁଛ, ତୁମକୁ ସତ୍ୟଯୁଗୀ ରାଜତ୍ୱର ଯୋଗ୍ୟ ହେବା ପାଇଁ
ପବିତ୍ର ନିଶ୍ଚିତ ହେବାକୁ ପଡିବ ।’’
ପ୍ରଶ୍ନ:-
ବାବାଙ୍କର କେଉଁ କର୍ତ୍ତବ୍ୟକୁ କେବଳ ତୁମେ ପିଲାମାନେ ହିଁ ଜାଣିଛ?
ଉତ୍ତର:-
ତୁମେମାନେ ଜାଣିଛ ଯେ ଆମର ବାବା ଆମର ପିତା, ଶିକ୍ଷକ ତଥା ସତଗୁରୁ ମଧ୍ୟ ଅଟନ୍ତି । ବାବା କଳ୍ପର
ସଂଗମଯୁଗରେ ହିଁ ଆସୁଛନ୍ତି, ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ଏବଂ ଏକମାତ୍ର ଆଦି ସନାତନ
ଦେବୀ-ଦେବତା ଧର୍ମର ସ୍ଥାପନା ମଧ୍ୟ କରିବା ପାଇଁ । ବାବା ବର୍ତ୍ତମାନ ଆମ୍ଭମାନଙ୍କୁ ମନୁଷ୍ୟରୁ
ଦେବତା କରିବା ପାଇଁ ପାଠ ପଢାଉଛନ୍ତି । ଏହି କର୍ତ୍ତବ୍ୟକୁ ଆମମାନଙ୍କ ବ୍ୟତୀତ ଆଉ କେହି ବି ଜାଣି
ନାହାଁନ୍ତି ।
ଗୀତ:-
ଭୋଲେନାଥ ସେ
ନିରାଲା...
ଓମ୍ ଶାନ୍ତି ।
ଓମ୍ ଶାନ୍ତିର ଅର୍ଥ ତ ପିଲାମାନଙ୍କୁ ବାରମ୍ବାର ବୁଝାଯାଇଛି । ଓମ୍ର ଅର୍ଥ ମୁଁ ଆତ୍ମା ଓ ଏହା
ମୋର ଶରୀର । ଶରୀର ମଧ୍ୟ କହିପାରିବ ଯେ ଏହା ମୋର ଆତ୍ମା । ଯେପରି ଶିବବାବା କହୁଛନ୍ତି ତୁମେ ମୋର
ଅଟ । ପିଲାମାନେ କହୁଛନ୍ତି ବାବା ଆପଣ ଆମର । ସେହିପରି ଆତ୍ମା ମଧ୍ୟ କହୁଛି ମୋର ଶରୀର । ଶରୀର
କହୁଛି - ମୋର ଆତ୍ମା । ଆତ୍ମା ଜାଣିଛି - ମୁଁ ଅବିନାଶୀ ଅଟେ । ଆତ୍ମା ବିନା ଶରୀର କିଛି
କରିପାରିବ ନାହିଁ । ଶରୀର ତ ଅଛି, କହୁଛନ୍ତି ମୋ ଆତ୍ମାକୁ କଷ୍ଟ ଦିଅ ନାହିଁ । ମୋର ଆତ୍ମା ପାପ
ଆତ୍ମା ଅଟେ, ଅଥବା ପୁଣ୍ୟ ଆତ୍ମା ଅଟେ । ତୁମେ ଜାଣିଛ ଯେ ମୋ ଆତ୍ମା ସତ୍ୟଯୁଗରେ ପୁଣ୍ୟ ଆତ୍ମା
ଥିଲା । ଆତ୍ମା ନିଜେ ମଧ୍ୟ କହୁଛି - ମୁଁ ସତ୍ୟଯୁଗରେ ସତ୍ତ୍ୱପ୍ରଧାନ ଅଥବା ଖାଣ୍ଟି ସୁନା ଥିଲି
। ବାସ୍ତବରେ ସୁନା ନୁହେଁ କିନ୍ତୁ ଏହାର ଏକ ଉଦାହରଣ ଦିଆଯାଇଛି । ମୋର ଆତ୍ମା ପବିତ୍ର ଥିଲା, ଏବେ
ତ ନିଜକୁ କହୁଛନ୍ତି ଅପବିତ୍ର ଅଟେ । ଦୁନିଆର ଲୋକେ ଏ କଥା ଜାଣି ନାହାଁନ୍ତି । ତୁମକୁ ତ ଶ୍ରୀମତ
ମିଳୁଛି । ତୁମେ ଏବେ ଜାଣୁଛ ଯେ ଆମର ଆତ୍ମା ସତ୍ତ୍ୱପ୍ରଧାନ ଥିଲା, ଏବେ ତମୋପ୍ରଧାନ ହୋଇଯାଇଛି ।
ପ୍ରତ୍ୟେକ ଜିନିଷ ଏହିପରି ହୋଇଥାଏ । ଶୈଶବ, ଯୁବା, ବୃଦ୍ଧ... ପ୍ରତ୍ୟେକ ଜିନିଷ ନିଶ୍ଚୟ ନୂଆରୁ
ପୁରୁଣା ହୋଇଥାଏ । ଦୁନିଆ ମଧ୍ୟ ପ୍ରଥମେ ସତ୍ୟଯୁଗ ସତ୍ତ୍ୱପ୍ରଧାନ ଥିଲା, ପୁଣି ତମୋପ୍ରଧାନ
ଲୌହଯୁଗୀ ହୋଇଯାଇଛି, ସେଇଥିପାଇଁ ହିଁ ଦୁଃଖୀ ହୋଇଯାଇଛନ୍ତି । ସତ୍ତ୍ୱପ୍ରଧାନ ଅର୍ଥ ସୁଧୁରିଥିବା,
ତମୋପ୍ରଧାନ ଅର୍ଥ ବିଗିଡିଯାଇଥିବା । ଗୀତରେ ମଧ୍ୟ କହୁଛନ୍ତି, ବିଗିଡି କୋ ବନାନେ ବାଲା.....
ପୁରୁଣା ଦୁନିଆ ବିଗିଡି ଯାଇଛି କାହିଁକି ନା ରାବଣ ରାଜ୍ୟରେ ସମସ୍ତେ ପତିତ ଅଟନ୍ତି । ସତ୍ୟଯୁଗରେ
ସମସ୍ତେ ପବିତ୍ର ଥିଲେ, ତାକୁ ନୂଆ ନିର୍ବିକାରୀ ଦୁନିଆ କୁହାଯାଉଛି । ଏହା ହେଲା ପୁରୁଣା ବିକାରୀ
ଦୁନିଆ । ଏବେ କଳିଯୁଗ ଲୌହଯୁଗୀ ଅଟେ । ଏସବୁ କଥା କୌଣସି ସ୍କୁଲ, କଲେଜରେ ପଢାଯାଉନାହିଁ ।
ଭଗବାନ ଆସି ପାଠପଢାଉଛନ୍ତି ଏବଂ ରାଜଯୋଗ ଶିଖାଉଛନ୍ତି । ଗୀତାରେ ମଧ୍ୟ ଲେଖାଯାଇଛି ଭଗବାନୁବାଚ -
ଶ୍ରୀମତ ଭଗବତ ଗୀତା । ଶ୍ରୀମତ ଅର୍ଥାତ୍ ଶ୍ରେଷ୍ଠ ମତ । ଶ୍ରେଷ୍ଠରୁ ଶ୍ରେଷ୍ଠ, ସର୍ବୋଚ୍ଚ
ଭଗବାନ ଅଟନ୍ତି । ତାଙ୍କର ନାମ ଆକ୍ୟୁରେଟ୍ ଶିବ ଅଟେ । ରୁଦ୍ର ଜୟନ୍ତୀ ଅଥବା ରୁଦ୍ର ରାତ୍ରି କେବେ
ଶୁଣି ନ ଥିବ । ଶିବରାତ୍ରି ବୋଲି କହିଥାନ୍ତି । ଶିବ ତ ନିରାକାର ଅଟନ୍ତି । ତେବେ ନିରାକାରଙ୍କର
ରାତ୍ରି ଅଥବା ଜୟନ୍ତୀ କିପରି ପାଳନ କରାଯିବ । ଶ୍ରୀକୃଷ୍ଣଙ୍କ ଜୟନ୍ତୀ ତ ଠିକ୍ ଅଛି । ଅମୁକର
ସନ୍ତାନ, ତାଙ୍କର ତିଥି ତାରିଖ ଦେଖାଉଛନ୍ତି । କିନ୍ତୁ କେହି ଜାଣି ନାହାଁନ୍ତି ଯେ ଶିବ କେବେ
ଜନ୍ମ ହେଲେ । ଏକଥା ତ ଜାଣିବା ଦରକାର ନା । ଏବେ ତୁମକୁ ଜ୍ଞାନ ମିଳୁଛି ଯେ ଶ୍ରୀକୃଷ୍ଣ ସତ୍ୟଯୁଗ
ଆଦିରେ କିପରି ଜନ୍ମ ନେଇଥିଲେ । ତୁମେ କହୁଛ ତାଙ୍କୁ ତ ୫ ହଜାର ବର୍ଷ ହେଲାଣି । ସେମାନେ ମଧ୍ୟ
କହୁଛନ୍ତି ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ଇସ୍ଲାମୀଙ୍କ ଆଗରୁ
ଚନ୍ଦ୍ରବଂଶୀ, ତାଙ୍କ ଆଗରୁ ସୂର୍ଯ୍ୟବଂଶୀ ଥିଲେ । ଶାସ୍ତ୍ରରେ ସତ୍ୟଯୁଗକୁ ଲକ୍ଷେ ବର୍ଷ
ଲେଖିଦେଇଛନ୍ତି । ମୁଖ୍ୟ ହେଲା ଗୀତା । ଗୀତା ଦ୍ୱାରା ହିଁ ଦେବୀ-ଦେବତା ଧର୍ମର ସ୍ଥାପନା ହୋଇଛି
। ତାହା ସତ୍ୟଯୁଗ-ତ୍ରେତା ଯୁଗ ପର୍ଯ୍ୟନ୍ତ ଚାଲିଲା ଅର୍ଥାତ୍ ଗୀତା ଶାସ୍ତ୍ର ଦ୍ୱାରା ଆଦି ସନାତନ
ଦେବୀ ଦେବତା ଧର୍ମର ସ୍ଥାପନା, ପରମପିତା ପରମାତ୍ମା କରିଲେ । ପୁଣି ତ ଅଧାକଳ୍ପ ନା କୌଣସି
ଶାସ୍ତ୍ର ତିଆରି ହେଲା, ନା କୌଣସି ଧର୍ମ ସ୍ଥାପକ ଆସିଲେ । ବାବା ଆସି ବ୍ରାହ୍ମଣମାନଙ୍କୁ
ଦେବତା-କ୍ଷତ୍ରିୟ କରାଉଛନ୍ତି ଅର୍ଥାତ୍ ବାବା ୩ଟି ଧର୍ମ ସ୍ଥାପନ କରୁଛନ୍ତି । ଏହା ହେଲା ଲିପ୍
ଧର୍ମ । ଏହାର ଆୟୁଷ କମ୍ ଅଟେ । ତେବେ ସର୍ବଶାସ୍ତ୍ରମୟୀ ଶିରୋମଣୀ ଗୀତା ଭଗବାନ ଗାନ କରିଛନ୍ତି ।
ବାବା ପୁନର୍ଜନ୍ମରେ ଆସୁ ନାହାଁନ୍ତି । ଜନ୍ମ ଅଛି, କିନ୍ତୁ ବାବା କହୁଛନ୍ତି, ମୁଁ ଗର୍ଭରେ
ଆସୁନାହିଁ । ମୋର ପାଳନା ହେଉ ନାହିଁ । ସତ୍ୟଯୁଗରେ ମଧ୍ୟ ପିଲା ଜନ୍ମ ହେବେ, ସେମାନେ ଗର୍ଭ ମହଲରେ
ରହିବେ । ରାବଣ ରାଜ୍ୟରେ ହିଁ ଗର୍ଭଜେଲରେ ଆସିବାକୁ ପଡୁଛି । ଜେଲ୍ରେ ପାପର ଦଣ୍ଡ ଭୋଗିଥାନ୍ତି
। ଗର୍ଭରେ ପ୍ରତିଜ୍ଞା କରୁଛନ୍ତି, ଆମେ ପାପ କରିବୁ ନାହିଁ, କିନ୍ତୁ ଏହା ହେଉଛି ପାପ
ଆତ୍ମାମାନଙ୍କର ଦୁନିଆ । ଗର୍ଭରୁ ବାହାରି ଆସିଲେ ପୁଣି ପାପ କରିବାରେ ଲାଗି ପଡୁଛନ୍ତି ।
ସେଠିକାର କଥା ସେହିଠାରେ ହିଁ ରହିଯାଉଛି... ଏଠାରେ ମଧ୍ୟ ବହୁତ ପ୍ରତିଜ୍ଞା କରୁଛନ୍ତି ଯେ ଆମେ
ପାପ କରିବୁ ନାହିଁ । ପରସ୍ପର ପ୍ରତି କାମ-କଟାରୀ ଚଳାଇବୁ ନାହିଁ ଅର୍ଥାତ୍ ବିକାରୀ କରାଇବୁ ନାହିଁ
କାହିଁକି ନା ଏହି ବିକାର ହିଁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଉଛି । ସତ୍ୟଯୁଗରେ ବିଷ ରହିବ ନାହିଁ ।
ତେଣୁ ମନୁଷ୍ୟ ଆଦି-ମଧ୍ୟ-ଅନ୍ତ ୨୧ ଜନ୍ମ ପର୍ଯ୍ୟନ୍ତ ଦୁଃଖ ଭୋଗିବେ ନାହିଁ କାହିଁକି ନା ତାହା
ରାମରାଜ୍ୟ ଅଟେ । ତା’ର ସ୍ଥାପନା ଏବେ ବାବା ପୁନର୍ବାର କରୁଛନ୍ତି । ସଂଗମରେ ହିଁ ସ୍ଥାପନା ହେବ
ନା । ଯେଉଁ ଧର୍ମସ୍ଥାପକମାନେ ବି ଆସୁଛନ୍ତି ସେମାନେ କୌଣସି ପାପ କରନ୍ତି ନାହିଁ । ଅଧା ସମୟ
ପୁଣ୍ୟ ଆତ୍ମା ପୁଣି ଅଧା ସମୟ ପରେ ପାପ ଆତ୍ମା ହେଉଛନ୍ତି । ତୁମେ ସତ୍ୟଯୁଗ ତ୍ରେତାରେ ପୁଣ୍ୟ
ଆତ୍ମା ହୋଇ ରହୁଛ, ପୁଣି ପାପ ଆତ୍ମା ହୋଇଯାଉଛ । ସତ୍ତ୍ୱପ୍ରଧାନ ଆତ୍ମା ଯେତେବେଳେ ଉପରୁ ଆସେ
ସେତେବେଳେ ସେ ଦଣ୍ଡ ଭୋଗି ନ ଥାଏ । ଖ୍ରୀଷ୍ଟଙ୍କ ଆତ୍ମା ଧର୍ମ ସ୍ଥାପନ କରିବାକୁ ଆସିଲେ, ତାଙ୍କୁ
କୌଣସି ଦଣ୍ଡ ମିଳିପାରିବ ନାହିଁ । କୁହନ୍ତି - ଖ୍ରୀଷ୍ଟଙ୍କୁ କ୍ରସ୍ ଉପରେ ଚଢାଇଥିଲେ କିନ୍ତୁ
ତାଙ୍କର ଆତ୍ମା କୌଣସି ବିକର୍ମ କରି ନ ଥିଲେ । ସେ ଯାହାଙ୍କ ଶରୀରରେ ପ୍ରବେଶ କରିଥାନ୍ତି ତାଙ୍କୁ
ଦୁଃଖ ହୋଇଥାଏ । ସିଏ ସହନ କରିଥାନ୍ତି । ଯେପରି ଏହାଙ୍କ ଶରୀରରେ ବାବା ଆସୁଛନ୍ତି, ସେ ତ
ସତ୍ତ୍ୱପ୍ରଧାନ ଅଟନ୍ତି । କୌଣସି ଦୁଃଖ କଷ୍ଟ ବ୍ରହ୍ମାଙ୍କ ଆତ୍ମାକୁ ହେଉଛି, ଶିବବାବାଙ୍କୁ ହେଉ
ନାହିଁ । ସେ ତ ସର୍ବଦା ସୁଖ-ଶାନ୍ତିରେ ରହୁଛନ୍ତି । ସର୍ବଦା ପବିତ୍ର ଅଟନ୍ତି କିନ୍ତୁ ଏହି
ପୁରୁଣା ଶରୀରରେ ଆସୁଛନ୍ତି ନା । ସେହିପରି ଖ୍ରୀଷ୍ଟଙ୍କର ଆତ୍ମା ଯାହାଙ୍କ ଶରୀରରେ ପ୍ରବେଶ କରିଲେ
ସେହି ଶରୀରକୁ ଦୁଃଖ ହେବ, ଖ୍ରୀଷ୍ଟଙ୍କ ଆତ୍ମା ଦୁଃଖ ଭୋଗିପାରିବ ନାହିଁ, କାହିଁକି ନା ଆତ୍ମା
ସତ୍ତ୍ୱ-ରଜୋ-ତମୋରେ ଆସୁଛି । ନୂଆ-ନୂଆ ଆତ୍ମାମାନେ ମଧ୍ୟ ଆସୁଛନ୍ତି ନା । ତାଙ୍କୁ ପ୍ରଥମେ
ନିଶ୍ଚୟ ସୁଖ ଭୋଗ କରିବାକୁ ପଡିବ, ସେମାନେ ଦୁଃଖ ଭୋଗି ପାରିବେ ନାହିଁ । ନିୟମ ହିଁ କହୁନାହିଁ ।
ଏହାଙ୍କ ଶରୀରରେ ବାବା ବସିଛନ୍ତି କୌଣସି ବି କଷ୍ଟ ବ୍ରହ୍ମାଙ୍କୁ ହେଉଛି ଶିବବାବାଙ୍କୁ ନୁହେଁ ।
କିନ୍ତୁ ଏହି କଥା ତୁମେ ଜାଣିଛ ଆଉ କାହାକୁ ଜଣାନାହିଁ ।
ବର୍ତ୍ତମାନ ଏହି ସବୁ ରହସ୍ୟ ବାବା ବସି ବୁଝାଉଛନ୍ତି । ଏହି ସହଜ ରାଜଯୋଗ ଦ୍ୱାରା ହିଁ ସ୍ଥାପନା
ହୋଇଥିଲା ପୁଣି ଭକ୍ତିମାର୍ଗରେ ଏହି କଥାର ଗାୟନ କରାଯାଉଛି । ଏହି ସଂଗମରେ ଯାହା କିଛି ହେଉଛି,
ତାହା ଗାୟନ କରାଯାଉଛି । ଭକ୍ତିମାର୍ଗ ଆରମ୍ଭ ହେଲେ ପୁନଶ୍ଚ ଶିବବାବାଙ୍କର ପୂଜା ହେଉଛି ।
ପ୍ରଥମେ-ପ୍ରଥମେ କିଏ ଭକ୍ତି କରୁଛନ୍ତି, ଲକ୍ଷ୍ମୀ-ନାରାୟଣ ରାଜତ୍ୱ କରିବା ସମୟରେ ପୂଜ୍ୟ ଥିଲେ
ପୁଣି ବାମମାର୍ଗରେ ଆସିବା ଦ୍ୱାରା ପୂଜ୍ୟରୁ ପୂଜାରୀ ହୋଇଯାଉଛନ୍ତି । ବାବା ବୁଝାଉଛନ୍ତି, ତୁମର
ପ୍ରଥମେ-ପ୍ରଥମେ ବୁଦ୍ଧିରେ ଆସିବା ଉଚିତ୍ ଯେ ନିରାକାର ପରମପିତା ପରମାତ୍ମା ଏହାଙ୍କ ଦ୍ୱାରା ଆମକୁ
ପାଠ ପଢାଉଛନ୍ତି । ସାରା ବିଶ୍ୱରେ ଏଭଳି କୌଣସି ସ୍ଥାନ ହୋଇପାରିବ ନାହିଁ, ଯେଉଁଠି ଏପରି
ବୁଝାଉଥିବେ । ବାବା ହିଁ ଆସି ପୁନର୍ବାର ଭାରତକୁ ସ୍ୱର୍ଗର ବର୍ସା ଦେଉଛନ୍ତି । ତ୍ରିମୂର୍ତ୍ତି
ତଳେ ଲେଖାଯାଇଛି ଦୈବୀ ବିଶ୍ୱର ସାମ୍ରାଜ୍ୟ ତୁମର ଈଶ୍ୱରୀୟ ପୈତୃକ ଜନ୍ମସିଦ୍ଧ ଅଧିକାର ଅଟେ ।
ଶିବବାବା ଆସି ତୁମ ସନ୍ତାନମାନଙ୍କୁ ସ୍ୱର୍ଗର ବାଦଶାହୀର ବର୍ସା ଦେଇ ଯୋଗ୍ୟ କରାଉଛନ୍ତି । ତୁମେ
ଜାଣିଛ ଯେ ବାବା ଆମକୁ ଯୋଗ୍ୟ କରାଉଛନ୍ତି, ଆମେ ପତିତ ଥିଲୁ ନା । ପବିତ୍ର ହୋଇଗଲେ ପୁଣି ଏହି
ଶରୀର ରହିବ ନାହିଁ । ରାବଣ ଦ୍ୱାରା ଆମେ ପତିତ ହୋଇଛୁ ପୁଣି ପରମପିତା ପରମାତ୍ମା ପବିତ୍ର କରି
ପବିତ୍ର ଦୁନିଆର ମାଲିକ କରାଉଛନ୍ତି । ସେ ହିଁ ଜ୍ଞାନର ସାଗର ପତିତ-ପାବନ ଅଟନ୍ତି । ଏହି
ନିରାକାର ବାବା ଆମକୁ ପାଠ ପଢାଉଛନ୍ତି । ସମସ୍ତେ ତ ଏକାଠି ପଢି ପାରିବେ ନାହିଁ । ତୁମେ ଅଳ୍ପ
କେତେକ ସମ୍ମୁଖରେ ବସିଛ ବାକି ଅନ୍ୟ ସବୁ ସନ୍ତାନମାନେ ଜାଣିଛନ୍ତି - ଏବେ ଶିବବାବା ବ୍ରହ୍ମାଙ୍କ
ଶରୀରରେ ବସି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଥିବେ । ସେହି ମୁରଲୀ ଲେଖା ହୋଇ ଆସୁଛି ।
ଅନ୍ୟ ସତ୍ସଙ୍ଗରେ ଏପରି ବୁଝୁ ନାହାଁନ୍ତି । ଆଜିକାଲି ଟେପ ରେକର୍ଡ ମଧ୍ୟ ବାହାରିଛି ସେଥିରେ
ରେକର୍ଡ କରି ପଠାଇ ଦେଉଛନ୍ତି । ସେମାନେ କୁହନ୍ତି ଅମୁକ ନାମଧାରୀ ଗୁରୁ ଶୁଣାଉଛନ୍ତି, ତାଙ୍କ
ବୁଦ୍ଧିରେ ମନୁଷ୍ୟ ହିଁ ରହୁଛି । ଏଠାରେ ତ ସେ କଥା ନାହିଁ । ଏହି ନିରାକାର ବାବା ତ ଜ୍ଞାନର
ସାଗର ଅଟନ୍ତି । ମନୁଷ୍ୟକୁ ଜ୍ଞାନର ସାଗର କୁହାଯାଏ ନାହିଁ । ଗାୟନ କରୁଛନ୍ତି ଈଶ୍ୱରୀୟ ପିତା
ଜ୍ଞାନର ସାଗର, ଶାନ୍ତିର ସାଗର, ଦୟାର ସାଗର ଅଟନ୍ତି, ତେଣୁ ତାଙ୍କର ସମ୍ପତ୍ତି ମଧ୍ୟ ଦରକାର ନା
। ତାଙ୍କ ପାଖରେ ଥିବା ଗୁଣ ପିଲାମାନଙ୍କୁ ମିଳିବା ଉଚିତ୍, ତାହା ଏବେ ହିଁ ମିଳୁଛି । ତାଙ୍କ
ଗୁଣକୁ ଧାରଣ କରି ଆମେ ଏହିପରି ଲକ୍ଷ୍ମୀ-ନାରାୟଣ ହେଉଛୁ । ସମସ୍ତେ ତ ରାଜାରାଣୀ ହେବେ ନାହିଁ ।
ଗାୟନ କରାଯାଏ ରାଜା-ରାଣୀ ମନ୍ତ୍ରୀ... ସେଠାରେ ମନ୍ତ୍ରୀ ମଧ୍ୟ ରହିବେ ନାହିଁ ।
ମହାରାଜା-ମହାରାଣୀଙ୍କ ପାଖରେ ଦକ୍ଷତା ରହିଥାଏ । ଯେତେବେଳେ ବିକାରୀ ହୋଇଯାଆନ୍ତି, ସେତେବେଳେ
ମନ୍ତ୍ରୀର ଆବଶ୍ୟକତା ପଡେ । ଆଗରୁ ମିନିଷ୍ଟର ଆଦି ମଧ୍ୟ ନ ଥିଲେ । ସେଠାରେ ତ ଜଣେ
ରାଜା-ରାଣୀଙ୍କ ଦ୍ୱାରା ରାଜ୍ୟ ଚାଲୁଥିଲା । ତାଙ୍କର ମନ୍ତ୍ରୀର କି ଆବଶ୍ୟକତା ରହିଛି, ରାୟ
ନେବାର ଆବଶ୍ୟକତା ହିଁ ନାହିଁ, କାରଣ ସେ ନିଜେ ମାଲିକ ଅଟନ୍ତି । ଏହା ହେଉଛି ଇତିହାସ-ଭୂଗୋଳ ।
କିନ୍ତୁ ଉଠିବା-ବସିବା ସମୟରେ ପ୍ରଥମେ-ପ୍ରଥମେ ବୁଦ୍ଧିରେ ଆସିବା ଦରକାର ଯେ ଆମକୁ ବାବା ପାଠ
ପଢାଉଛନ୍ତି, ଯୋଗ ଶିଖାଉଛନ୍ତି । ତେଣୁ ଯୋଗର ଯାତ୍ରାରେ ରହିବାକୁ ହେବ । ଏବେ ନାଟକ ପୂରା ହେଉଛି,
ଆମେ ବିଲକୁଲ୍ ପତିତ ହୋଇଯାଇଛୁ କାହିଁକି ନା ବିକାରଗ୍ରସ୍ତ ହୋଇଛୁ ତେଣୁ ପାପ ଆତ୍ମା କୁହାଯାଉଛି
। ସତ୍ୟଯୁଗରେ ପାପ ଆତ୍ମା ରହିବେ ନାହିଁ । ସେଠାରେ ପୁଣ୍ୟ ଆତ୍ମାମାନେ ରହିବେ । ତାହା ହେଉଛି
ପ୍ରାରବ୍ଧ, ଯାହା ପାଇଁ ତୁମେ ଏବେ ପୁରୁଷାର୍ଥ କରୁଛ । ତୁମେମାନେ ଯୋଗର ଯାତ୍ରା କରୁଛ, ଯାହାକୁ
ଭାରତର ଯୋଗ କୁହାଯାଉଛି । କିନ୍ତୁ ଅର୍ଥ ତ ବୁଝୁ ନାହାଁନ୍ତି ଯେ ଯୋଗ ଅର୍ଥାତ୍ ୟାଦ । ଯାହା
ଦ୍ୱାରା ବିକର୍ମ ବିନାଶ ହେଉଛି ପୁଣି ଆମେ ଏହି ଶରୀର ଛାଡି ଘରକୁ ଚାଲିଯିବୁ, ତାକୁ ଶାନ୍ତିଧାମ
କୁହାଯାଉଛି । ଆତ୍ମା କହୁଛି, ମୁଁ ସେହି ଶାନ୍ତିଧାମର ବାସିନ୍ଦା ଅଟେ । ମୁଁ ସେଠାରୁ ଅଶରୀରୀ
ହୋଇ ଆସିଛି, ଏଠାରେ ଅଭିନୟ କରିବା ପାଇଁ ଶରୀର ନେଇଛି । ଏକଥା ମଧ୍ୟ ବୁଝାଯାଇଛି ଯେ ୫ ବିକାରକୁ
ମାୟା କୁହାଯାଉଛି । ଏହା ୫ ଭୂତ ଅଟେ । କାମର ଭୂତ, କ୍ରୋଧର ଭୂତ, ନମ୍ବରୱାନ ହେଉଛି
ଦେହ-ଅଭିମାନର ଭୂତ ।
ବାବା ବୁଝାଉଛନ୍ତି - ସତ୍ୟଯୁଗରେ ଏହି ବିକାର ରହିବ ନାହିଁ, ତାକୁ ନିର୍ବିକାରୀ ଦୁନିଆ କୁହାଯାଉଛି
। ବିକାରୀ ଦୁନିଆକୁ ନିର୍ବିକାରୀ କରାଇବା ଏହା ତ ବାବାଙ୍କର ହିଁ କାର୍ଯ୍ୟ ଅଟେ । ତାଙ୍କୁ ହିଁ
ସର୍ବଶକ୍ତିମାନ ଜ୍ଞାନର ସାଗର, ପତିତ-ପାବନ କୁହାଯାଉଛି । ବର୍ତ୍ତମାନ ସମସ୍ତେ ଭ୍ରଷ୍ଟାଚାରରୁ
ଜନ୍ମ ନେଉଛନ୍ତି । ସତ୍ୟଯୁଗରେ ହିଁ ନିର୍ବିକାରୀ ଦୁନିଆ ହେବ । ବାବା କହୁଛନ୍ତି ଏବେ ତୁମକୁ
ବିକାରୀରୁ ନିର୍ବିକାରୀ ହେବାକୁ ପଡିବ । କହୁଛନ୍ତି ବିକାର ବିନା ପିଲା କିପରି ଜନ୍ମ ହେବେ । ବାବା
ବୁଝାଉଛନ୍ତି ବର୍ତ୍ତମାନ ଏହା ତୁମର ଅନ୍ତିମ ଜନ୍ମ ଅଟେ । ମୃତ୍ୟୁଲୋକ ହିଁ ଶେଷ ହୋଇଯିବ ପୁଣି ଏହା
ପରେ ବିକାରୀ ମନୁଷ୍ୟ ରହିବେ ନାହିଁ ସେଥିପାଇଁ ବାବାଙ୍କ ପାଖରେ ପବିତ୍ର ହେବାର ପ୍ରତିଜ୍ଞା
କରିବାକୁ ହେବ । କହୁଛନ୍ତି ବାବା ଆମେ ଆପଣଙ୍କଠାରୁ ସମ୍ପତ୍ତି ଅବଶ୍ୟ ନେବୁ । ସେମାନେ ମିଥ୍ୟା
ପ୍ରତିଜ୍ଞା କରୁଛନ୍ତି । ଯେଉଁ ଭଗବାନଙ୍କ ନିକଟରେ ପ୍ରତିଜ୍ଞା କରୁଛନ୍ତି, ତାଙ୍କୁ ତ ଜାଣି
ନାହାଁନ୍ତି । ସେ କେବେ କିପରି ଆସୁଛନ୍ତି, ତାଙ୍କ ନାମ, ରୂପ, ଦେଶ, କାଳ କ’ଣ ଅଟେ, କିଛି ହେଲେ
ବି ଜାଣି ନାହାଁନ୍ତି । ବାବା ଆସି ନିଜର ପରିଚୟ ଦେଉଛନ୍ତି । ଏବେ ତୁମକୁ ପରିଚୟ ମିଳୁଛି । ସାରା
ଦୁନିଆରେ କେହି ହେଲେ ଈଶ୍ୱରୀୟ ପିତାଙ୍କୁ ଜାଣି ନାହାଁନ୍ତି । ଡାକୁଛନ୍ତି, ପୂଜା ମଧ୍ୟ କରୁଛନ୍ତି
କିନ୍ତୁ ତାଙ୍କର କର୍ତ୍ତବ୍ୟକୁ କେହି ହେଲେ ଜାଣି ନାହାଁନ୍ତି । ଏବେ ତୁମେ ଜାଣୁଛ - ପରମପିତା
ପରମାତ୍ମା ଆମର ପିତା, ଶିକ୍ଷକ, ସତଗୁରୁ ଅଟନ୍ତି । ଏହି ବାବା ନିଜେ ଆସି ପରିଚୟ ଦେଉଛନ୍ତି ଯେ
ମୁଁ ତୁମର ପିତା ଅଟେ । ମୁଁ ଏହି ଶରୀରରେ ପ୍ରବେଶ କରିଛି । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା
ସ୍ଥାପନା ହେଉଛି । କାହାର? ବ୍ରାହ୍ମଣମାନଙ୍କର । ପୁଣି ତୁମେ ବ୍ରାହ୍ମଣ ପାଠପଢି ଦେବତା ହେଉଛ ।
ମୁଁ ଆସି ତୁମକୁ ଶୂଦ୍ରରୁ ବ୍ରାହ୍ମଣ କରୁଛି । ବାବା କହୁଛନ୍ତି ମୁଁ କଳ୍ପର ସଂଗମଯୁଗରେ ହିଁ
ଆସୁଛି । ଏହି କଳ୍ପ ୫ ହଜାର ବର୍ଷର । ଏହି ସୃଷ୍ଟିଚକ୍ର ତ ଘୂରି ଚାଲିଛି । ମୁଁ ପୁରୁଣା ଦୁନିଆକୁ
ନୂଆ କରିବା ପାଇଁ ଆସୁଛି । ପୁରୁଣା ଧର୍ମର ବିନାଶ କରି ପୁନର୍ବାର ମୁଁ ଆଦି ସନାତନ ଦେବୀ-ଦେବତା
ଧର୍ମର ସ୍ଥାପନା କରୁଛି । ପିଲାମାନଙ୍କୁ ପଢାଉଛି, ପୁଣି ତୁମେ ପାଠପଢି ୨୧ ଜନ୍ମ ପାଇଁ ମନୁଷ୍ୟରୁ
ଦେବତା ହୋଇଯାଉଛ । ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ପ୍ରଜା ସମସ୍ତେ ତ ଦେବତା ଅଟନ୍ତି । ବାକି
ପୁରୁଷାର୍ଥ ଅନୁସାରେ ଉଚ୍ଚପଦ ପାଇବେ । ଏବେ ଯିଏ ଯେତେ ପୁରୁଷାର୍ଥ କରିବେ ତାହା କଳ୍ପ-କଳ୍ପ
ଚାଲିବ । ଜାଣିଛନ୍ତି ଯେ ଆମେ କଳ୍ପ-କଳ୍ପ ଏହିପରି ପୁରୁଷାର୍ଥ କରୁଛୁ, ଏଠାରୁ ଯାଇ ଏହି ପଦ
ପ୍ରାପ୍ତ କରିବୁ । ଏକଥା ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମକୁ ନିରାକାର ଭଗବାନ ପାଠ ପଢାଉଛନ୍ତି
। ତାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ ନଚେତ୍ ବିକର୍ମ ବିନାଶ ହେବ ନାହିଁ ।
ମନୁଷ୍ୟମାନେ ଏକଥା ମଧ୍ୟ ଜାଣି ନାହାଁନ୍ତି ଯେ ଆମେ କେତେ ଜନ୍ମ ନେଉଛୁ । ଶାସ୍ତ୍ରରେ କେହି ପୁଣି
କାହାଣୀ ଲେଖି ଦେଇଛନ୍ତି - ୮୪ ଲକ୍ଷ ଜନ୍ମ । ଏବେ ତୁମେ ଜାଣିଛ ୮୪ ଜନ୍ମ ନେଉଛୁ । ଏହା ଅନ୍ତିମ
ଜନ୍ମ ଅଟେ ପୁଣି ଆମକୁ ସ୍ୱର୍ଗକୁ ଯିବାକୁ ହେବ । ପ୍ରଥମେ ବ୍ରହ୍ମଲୋକକୁ ଯାଇ ପୁଣି ସ୍ୱର୍ଗକୁ
ଆସିବୁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ନିକଟରେ ଯେଉଁ ପବିତ୍ର ରହିବାର ଯେଉଁ ପ୍ରତିଜ୍ଞା କରିଛ, ସେଥିରେ ମଜବୁତ ହୋଇ ରହିବାକୁ ହେବ ।
କାମ, କ୍ରୋଧ ଆଦି ଭୂତମାନଙ୍କ ଉପରେ ନିଶ୍ଚିତ ବିଜୟ ପ୍ରାପ୍ତ କରିବାକୁ ହେବ ।
(୨) ଚାଲି-ବୁଲି
ପ୍ରତ୍ୟେକ କାର୍ଯ୍ୟ କରି ପାଠ ପଢାଉଥିବା ବାବାଙ୍କୁ ମନେ ରଖିବାକୁ ହେବ । ବର୍ତ୍ତମାନ ନାଟକ ପୂରା
ହେବାକୁ ଯାଉଛି ସେଥିପାଇଁ ଏହି ଅନ୍ତିମ ଜନ୍ମରେ ନିଶ୍ଚିତ ପବିତ୍ର ହେବାକୁ ହେବ ।
ବରଦାନ:-
ସର୍ବ
ସମ୍ପତ୍ତିରେ ଭରପୂର ହୋଇ ନିଜର ଚେହେରା ଦ୍ୱାରା ସେବା କରୁଥିବା ସଚ୍ଚା ସେବାଧାରୀ ଭବ ।
ଯେଉଁ ପିଲାମାନେ ସର୍ବ
ସମ୍ପତ୍ତିରେ ସଦା ଭରପୂର ବା ସମ୍ପନ୍ନ ରହିଥାଆନ୍ତି, ସେମାନଙ୍କର ନୟନ ଦ୍ୱାରା ବା ମସ୍ତକ ଦ୍ୱାରା
ଈଶ୍ୱରୀୟ ନିଶା ଦେଖାଯାଇଥାଏ । ସେମାନଙ୍କର ଚେହେରା ହିଁ ସେବା କରିଥାଏ । ଯେଉଁମାନଙ୍କ ପାଖରେ
ଅଧିକ କିମ୍ବା କମ୍ ଜମା ଥାଏ ତାହା ମଧ୍ୟ ସେମାନଙ୍କର ଚେହେରାରୁ ଜଣାପଡିଥାଏ । ଯେପରି କେହି ଯଦି
ଉଚ୍ଚ କୁଳର ହୋଇଥାଆନ୍ତି, ତେବେ ତାଙ୍କର ଚେହେରାରେ ହିଁ ସେହିଭଳି ଝଲକ ଏବଂ ଫଲକ ଅର୍ଥାତ୍ ନିଶା
ଦେଖାଯାଉଥାଏ । ସେହିପରି ତୁମମାନଙ୍କର ଚେହେରା ପ୍ରତ୍ୟେକ ସଂକଳ୍ପ ପ୍ରତ୍ୟେକ କର୍ମକୁ ସ୍ପଷ୍ଟ
କରିଦେଉ, ତେବେ କୁହାଯିବ ସଚ୍ଚା ସେବାଧାରୀ ।
ସ୍ଲୋଗାନ:-
ସମୟ ଏବଂ
ସଂକଳ୍ପ ରୂପୀ ସମ୍ପତ୍ତିକୁ ସଞ୍ଚୟ କରି ଜମାର ଖାତାକୁ ବଢାଅ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ଯେତେବେଳେ ପରସ୍ପରକୁ
ମିଠା ଖୁଆଉଛ, ସେତେବେଳେ ଅଳ୍ପ ସମୟ ପାଇଁ ମୁଖ ମିଠା ହୋଇ ଯାଉଛି କିନ୍ତୁ ତୁମେ ନିଜେ ହିଁ ମିଠା
ହୋଇଯାଅ, ତୁମ ମୁଖରେ ସର୍ବଦା ମଧୁର ବାଣୀ ରହିଥାଉ । ଯେପରି ମିଠା ଖାଇବା ଦ୍ୱାରା ଏବଂ ଖୁଆଇବା
ଦ୍ୱାରା ଖୁସି ହେଉଛି ସେହିପରି ମଧୁରବାଣୀ ନିଜକୁ ମଧ୍ୟ ଖୁସି କରିଥାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ
ଖୁସି କରିଦେଇଥାଏ । ତେଣୁ ଏହିଭଳି ସର୍ବଦା ସମସ୍ତଙ୍କର ମୁଖ ମିଠା କରୁଥାଅ, ସର୍ବଦା ମିଠା ଦୃଷ୍ଟି,
ମିଠା ବାଣୀ ଏବଂ ମିଠା କର୍ମ ହିଁ କର ।