18.06.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଅବଗୁଣ ଗୁଡିକୁ ସମାପ୍ତ କରିବା ପାଇଁ ସଂପୂର୍ଣ୍ଣ ପ୍ରୟାସ କର, ଯେଉଁ ଗୁଣର ଅଭାବ ରହିଛି ତା’ର ହିସାବ ରଖ , ଦିବ୍ୟ ଗୁଣର ଦାନ ଦିଅ ତେବେ ଗୁଣବାନ ହୋଇଯିବ ।”

ପ୍ରଶ୍ନ:-
ଗୁଣବାନ ହେବା ପାଇଁ ପ୍ରଥମ ଶ୍ରୀମତ କ’ଣ ମିଳିଛି ?

ଉତ୍ତର:-
ମିଠେ ବଚ୍ଚେ - ଯଦି ତୁମେ ଗୁଣବାନ ହେବାକୁ ଚାହୁଁଛ ତେବେ (୧) କାହାରି ଦେହକୁ ଦେଖ ନାହିଁ । ନିଜକୁ ଆତ୍ମା ମନେ କର । ଏକମାତ୍ର ବାବାଙ୍କଠାରୁ ଶୁଣ, ବାବାଙ୍କୁ ହିଁ ଦେଖ । ମନୁଷ୍ୟ ମତକୁ ଦେଖ ନାହିଁ । (୨) ଦେହ-ଅଭିମାନର ବଶୀଭୂତ ହୋଇ ଏଭଳି କୌଣସି କାର୍ଯ୍ୟ କର ନାହିଁ ଯାହାଦ୍ୱାରା ବାବା ଏବଂ ବ୍ରାହ୍ମଣ କୁଳର ନାମ ବଦନାମ ହେବ । ଓଲଟା ଚାଲିଚଳନ ଦ୍ୱାରା କେବେ ବି ଗୁଣବାନ ହୋଇପାରିବ ନାହିଁ । ସେମାନଙ୍କୁ କୁଳର କଳଙ୍କ ବୋଲି କୁହାଯିବ ।

ଓମ୍ ଶାନ୍ତି ।
(ବାପଦାଦାଙ୍କ ହାତରେ ମୋତିର ଫୁଲ ଥିଲା) ଏହିଭଳି ସୁନ୍ଦର ଫୁଲ ହେବା ପାଇଁ ବାବା ସାକ୍ଷାତକାର କରାଉଛନ୍ତି । ତୁମକୁ ଏହିଭଳି ସୁଗନ୍ଧିତ ଫୁଲ ହେବାକୁ ପଡିବ । ପିଲାମାନେ ଜାଣିଛନ୍ତି ଆମେ ନିଶ୍ଚିତ ଭାବରେ ଫୁଲ ଥିଲୁ, ଗୋଲାପ ଫୁଲ, ମୋତିର ଫୁଲ ଅଥବା ହୀରା ଥିଲୁ, ଏବେ ପୁଣି ହେବାକୁ ଯାଉଛୁ । ଏହା ସତ୍ୟ କଥା, ଆଗରୁ ତ କେବଳ ମିଛ ହିଁ ମିଛ ଥିଲା, ସତ୍ୟର ଚିହ୍ନ ମଧ୍ୟ ନ ଥିଲା । ଏବେ ତୁମେ ସଚ୍ଚା ହେବାକୁ ଯାଉଛ, ପୁଣି ସଚ୍ଚା ଭିତରେ ସମସ୍ତ ଗୁଣ ମଧ୍ୟ ରହିବା ଦରକାର । ଯାହା ପାଖରେ ଯେତେ ଗୁଣ ଥିବ, ସେତିକି ଅନ୍ୟମାନଙ୍କୁ ଦାନ ଦେଇ ନିଜ ସମାନ କରିପାରିବ, ସେଥିପାଇଁ ବାବା ପିଲାମାନଙ୍କୁ କହୁଛନ୍ତି - ପିଲେ, ନିଜ ଗୁଣର ଚାର୍ଟ ରଖ, ନିଜକୁ ଦେଖ ମୋ ଭିତରେ କୌଣସି ଅବଗୁଣ ନାହିଁ ତ? କେଉଁ ଦୈବୀଗୁଣର ଅଭାବ ରହିଛି ? ତେଣୁ ରାତ୍ରିରେ ପ୍ରତିଦିନ ନିଜର ଦୈବୀଗୁଣର ଚାର୍ଟ ଲେଖ । ଦୁନିଆର ମନୁଷ୍ୟମାନଙ୍କର କଥା ଅଲଗା କିନ୍ତୁ ତୁମେ ତ ଏବେ ସାଧାରଣ ମନୁଷ୍ୟ ନୁହଁ, ତୁମେ ବ୍ରାହ୍ମଣ ଅଟ । ଯଦିଓ ମନୁଷ୍ୟ ମନୁଷ୍ୟ ହିଁ ଅଟନ୍ତି କିନ୍ତୁ ପ୍ରତ୍ୟେକଙ୍କର ଗୁଣରେ ଚଳଣିରେ ଫରକ ରହିଥାଏ । ମାୟାର ରାଜ୍ୟରେ ମଧ୍ୟ କେହି-କେହି ମନୁଷ୍ୟ ବହୁତ ଭଲ ଗୁଣବାନ ଥା’ନ୍ତି କିନ୍ତୁ ସେମାନେ ବାବାଙ୍କୁ ଜାଣି ନଥା’ନ୍ତି । ସେମାନେ ବହୁତ ଆଧ୍ୟାତ୍ମିକବାଦୀ, ସରଳ ହୃଦୟ ସମ୍ପନ୍ନ ହୋଇଥା’ନ୍ତି । ଦୁନିଆରେ ତ ମନୁଷ୍ୟମାନଙ୍କ ଭିତରେ ଭିନ୍ନ-ଭିନ୍ନ ପ୍ରକାରର ଗୁଣ ରହିଛି କିନ୍ତୁ ଦେବତା ହେଲେ ତ ସମସ୍ତଙ୍କ ଭିତରେ ସର୍ବ ଦୈବୀଗୁଣ ରହିବ । ବାକି ପାଠପଢା ଆଧାରରେ ପଦ କମ୍ ବେଶୀ ହୋଇଥାଏ । ପ୍ରଥମ କଥା ହେଲା, ନିଜେ ଭଲ ଭାବେ ପଢିବାକୁ ହେବ ଏବଂ ଦ୍ୱିତୀୟ କଥା ନିଜ ଭିତରୁ ଅବଗୁଣ ଗୁଡିକୁ ବାହାର କରିବାକୁ ହେବ । ଏ କଥା ପିଲାମାନେ ଜାଣୁଛନ୍ତି, ଆମେ ସାରା ଦୁନିଆଠାରୁ ଏକଦମ୍ ସ୍ୱତନ୍ତ୍ର ଅଟୁ, ଏଠାରେ ଏକମାତ୍ର ବ୍ରାହ୍ମଣ କୁଳର ସଦସ୍ୟ ହିଁ ବସିଛନ୍ତି । ଶୂଦ୍ର କୁଳରେ ମନୁଷ୍ୟ ମତ ଏବଂ ବ୍ରାହ୍ମଣ କୁଳରେ ଈଶ୍ୱରୀୟ ମତ ରହିଛି । ସର୍ବପ୍ରଥମେ ତୁମକୁ ବାବାଙ୍କର ପରିଚୟ ଦେବାକୁ ହେବ । ତୁମେ କହୁଛ ଯେ ଅମୁକ ବ୍ୟକ୍ତି ତର୍କ କରୁଛନ୍ତି । ବାବା ତୁମକୁ ବୁଝାଇଥିଲେ, ଲେଖିଦିଅ ଯେ, ଆମେ ବ୍ରାହ୍ମଣ ଅଥବା ବି.କେ. ଈଶ୍ୱରୀୟ ମତରେ ପରିଚାଳିତ ହେଉଛୁ । ତେବେ ବୁଝିଯିବେ ଯେ, ଏମାନଙ୍କଠାରୁ ଭଚ୍ଚ ତ ଆଉ କେହି ନାହାଁନ୍ତି । ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ, ଆମେମାନେ ତାଙ୍କର ସନ୍ତାନ, ତେଣୁ ଶ୍ରୀମତରେ ପରିଚାଳିତ ହେଉଛୁ । ଆମେ ଏବେ ମନୁଷ୍ୟ ମତ ଅନୁସାରେ ପରିଚାଳିତ ହେଉ ନାହୁଁ, ଈଶ୍ୱରୀୟ ମତରେ ପରିଚାଳିତ ହୋଇ ଦେବତା ହେଉଛୁ । ଆମେ ମନୁଷ୍ୟ ମତକୁ ବିଲ୍‌କୁଲ୍ ଛାଡି ଦେଇଛୁ । ଏପରି କହିବା ଦ୍ୱାରା ତୁମ ସହିତ କେହି ତର୍କ କରିପାରିବେ ନାହିଁ । ଯଦି କେହି କହିବେ ଏକଥା କେଉଁଠାରୁ ଶୁଣିଲ, କିଏ ଶିଖାଇଛନ୍ତି? ତେବେ ତୁମେ କହିବ ଆମେ ଈଶ୍ୱରୀୟ ମତରେ ଚାଲୁଛୁ, ଏଥିରେ ପ୍ରେରଣାର କଥା ନାହିଁ । ଅବିନାଶୀ ପିତା ଈଶ୍ୱରଙ୍କଠାରୁ ଆମେ ଶିଖୁଛୁ । କୁହ ଭକ୍ତିମାର୍ଗର ଶାସ୍ତ୍ର ମତ ଅନୁସାରେ ଆମେ ତ ବହୁତ ସମୟ ଧରି ପରିଚାଳିତ ହେଲୁ । ଏବେ ଆମକୁ ଈଶ୍ୱରୀୟ ମତ ମିଳୁଛି । ତୁମମାନଙ୍କୁ ବାବାଙ୍କର ମହିମା କରିବାକୁ ହେବ । ପ୍ରଥମେ ବୁଦ୍ଧିରେ ରଖିବାକୁ ହେବ ଯେ ଆମେ ଈଶ୍ୱରୀୟ ମତରେ ଚାଲୁଛୁ । ମନୁଷ୍ୟ ମତକୁ ଆମେ ସ୍ୱୀକାର କରୁନାହୁ କି ଶୁଣୁ ନାହୁଁ । ଈଶ୍ୱର କହୁଛନ୍ତି, ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ ....ଏହା ମନୁଷ୍ୟ ମତ । ଆତ୍ମାକୁ ଦେଖ, ଶରୀରକୁ ଦେଖ ନାହିଁ । ଏହା ତ ପତିତ ଶରୀର ଅଟେ, ଏହାକୁ କାହିଁକି ଦେଖିବ, ଏହି ଆଖିରେ ଏହାକୁ ଦେଖ ନାହିଁ । ଏହି ଶରୀର ତ ପତିତରୁ ପତିତ ହୋଇଯାଇଛି । ଏଠାକାର ତ ଶରୀର ତ ସୁଧୁରିବାର ନାହିଁ ଆହୁରି ପୁରୁଣା ହେବାରେ ଲାଗିଛି । ଦିନକୁ ଦିନ ଆତ୍ମା ସୁଧୁରୁଛି, ଆତ୍ମା ହିଁ ଅବିନାଶୀ ଅଟେ, ସେଥିପାଇଁ ବାବା କହୁଛନ୍ତି ଖରାପ କଥା ଦେଖ ନାହିଁ । ଶରୀରକୁ ମଧ୍ୟ ଦେଖ ନାହିଁ । ଦେହ ସହିତ ଦେହର ଯାହା ବି ସମ୍ବନ୍ଧ ଅଛି, ସେ ସବୁକୁ ଭୁଲିଯିବାକୁ ହେବ । ଆତ୍ମାକୁ ଦେଖ, ଏକମାତ୍ର ପିତା ପରମାତ୍ମାଙ୍କଠାରୁ ଶୁଣ, ଏଥିପାଇଁ ତୁମକୁ ପରିଶ୍ରମ କରିବାକୁ ହେବ । ତୁମେମାନେ ଅନୁଭବ କରୁଛ ଏହା ହେଉଛି ସବୁଠାରୁ ମୁଖ୍ୟ ବିଷୟବସ୍ତୁ । ଯିଏ ବହୁତ ବୁଦ୍ଧିମାନ ହୋଇଥିବେ ତାଙ୍କୁ ସେତିକି ଉଚ୍ଚ ପଦ ମଧ୍ୟ ମିଳିବ, ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିପାରିବ । କିନ୍ତୁ ଯଦି ସଂମ୍ପୂର୍ଣ୍ଣ ଭାବରେ ପୁରୁଷାର୍ଥ ନ କରିବ ତେବେ ବହୁତ ଦଣ୍ଡ ମଧ୍ୟ ଭୋଗ କରିବାକୁ ପଡିବ ।

ତୁମେମାନେ ବାବାଙ୍କର ପରିଚୟ ଦେବା ପାଇଁ ଅନ୍ଧମାନଙ୍କର ବାଡି ହେଉଛ । ଆତ୍ମାକୁ ଦେଖି ହୁଏ ନାହିଁ, ଅନୁଭବ କରିହୁଏ । ଆତ୍ମା କେତେ ଛୋଟ, ଏହି ଆକାଶ ତତ୍ତ୍ୱରେ ଦେଖ ମନୁଷ୍ୟମାନେ କେତେ ଜାଗା ନେଉଛନ୍ତି । ମନୁଷ୍ୟମାନେ ତ ଚଳପ୍ରଚଳ କରୁଛନ୍ତି ନା । ଆତ୍ମା କ’ଣ କୁଆଡେ ଚଳପ୍ରଚଳ କରିଥାଏ କି? ଆତ୍ମା ରହିବା ପାଇଁ କେତେ ଛୋଟ ସ୍ଥାନ ନେଉଥିବ ! ଏହା ବିଚାର ଯୋଗ୍ୟ ବିଷୟ । ପରମଧାମରେ ଆତ୍ମାମାନେ ଏକତ୍ର ଥା’ନ୍ତି । ଶରୀର ତୁଳନାରେ ଆତ୍ମା କେତେ ଛୋଟ । ତେଣୁ ଏହା କମ୍ ସ୍ଥାନ ନେବ । ତୁମକୁ ତ ରହିବା ପାଇଁ ବହୁତ ସ୍ଥାନ ଦରକାର । ଏବେ ତୁମେମାନଙ୍କର କେତେ ବିଶାଳ ବୁଦ୍ଧି ହୋଇଯାଇଛି । ବାବା ନୂଆ ଦୁନିଆ ପାଇଁ ନୁଆ କଥା ବୁଝାଉଛନ୍ତି ଏବଂ ଜ୍ଞାନଦାତା ମଧ୍ୟ ନୂଆ ଅଟନ୍ତି । ମନୁଷ୍ୟମାନେ ତ ସମସ୍ତଙ୍କଠାରୁ ଦୟା ମାଗୁଛନ୍ତି କାରଣ ନିଜ ପାଖରେ ଶକ୍ତି ନାହିଁ, ଯାହାଦ୍ୱାରା ନିଜ ଉପରେ ନିଜେ ଦୟା କରିପାରିବେ । ତୁମକୁ ଏବେ ଶକ୍ତି ମିଳୁଛି, ତୁମେ ବାବାଙ୍କଠାରୁ ସମ୍ପତ୍ତି ନେଉଛ । ଅନ୍ୟ କାହାକୁ ଦୟାର ସାଗର ବୋଲି କୁହାଯାଇ ପାରିବ ନାହିଁ । ମନୁଷ୍ୟକୁ ଦେବତା ବୋଲି କୁହାଯାଇପାରିବ ନାହିଁ । ଏକମାତ୍ର ବାବା ହିଁ ଦୟାର ସାଗର ଅଟନ୍ତି, ଯିଏକି ମନୁଷ୍ୟକୁ ଦେବତା କରୁଛନ୍ତି । ସେଥିପାଇଁ କହୁଛନ୍ତି, ପରମପିତା ପରମାତ୍ମାଙ୍କର ମହିମା ଅପରମପାର, ତା’ର କୌଣସି ସୀମା ନାହିଁ । ଏବେ ତୁମେ ଜାଣୁଛ, ତାଙ୍କର ଦୟାର କିଛି ସୀମା ନାହିଁ । ବାବା ଯେଉଁ ନୂଆ ଦୁନିଆ ରଚନା କରୁଛନ୍ତି, ସେଠାରେ ସବୁକିଛି ନୂଆ ହେବ । ମନୁଷ୍ୟ, ପଶୁ, ପକ୍ଷୀ, ସବୁ ସତ୍ତ୍ୱପ୍ରଧାନ ହେବେ । ବାବା ବୁଝାଉଛନ୍ତି - ତୁମେ ଶ୍ରେଷ୍ଠ ହେଉଛ ତେଣୁ ତୁମର ଆସବାବପତ୍ର ମଧ୍ୟ ସେହିଭଳି ମୁଲ୍ୟବାନ ହେବ ବୋଲି ଗାୟନ ରହିଛି । ବାବାଙ୍କୁ ମଧ୍ୟ ସର୍ବୋଚ୍ଚ କହୁଛନ୍ତି, ଯାହାଙ୍କଠାରୁ ବିଶ୍ୱର ରାଜତ୍ୱ ମିଳୁଛି । ବାବା ସ୍ପଷ୍ଟ ଭାବରେ କହୁଛନ୍ତି ମୁଁ ତୁମ ପାଇଁ ହାତରେ ସ୍ୱର୍ଗ ନେଇ ଆସିଛି । ଲୋକେ ଯାଦୁ ଦ୍ୱାରା ହାତରୁ କେଶର ଆଦି ବାହାର କରୁଛନ୍ତି କିନ୍ତୁ ଏଠାରେ ତ ପାଠପଢାର କଥା ରହିଛି । ଏହା ଅବିନାଶୀ ପାଠପଢା । ତୁମେ ଜାଣୁଛ ଯେ, ଆମେ ପାଠ ପଢିବା ପାଇଁ ପାଠଶାଳାକୁ ଆସିଛୁ, ତୁମେମାନେ ବହୁତ ପାଠଶାଳା ସ୍ଥାପନ କର ତେବେ ସେମାନେ ତୁମର ଚାଲିଚଳଣିକୁ ଦେଖିବେ । କେହି କେହି ପୁଣି ଶ୍ରୀମତରେ ନ ଚାଲି ବାବାଙ୍କର ନାମକୁ ବଦନାମ କରିଥା’ନ୍ତି । ଦେହ-ଅଭିମାନୀମାନଙ୍କର ଚାଲିଚଳଣି ହିଁ ଅଲଗା ହୋଇଥାଏ । ଦେଖିବେ ଯଦି ଏଭଳି ଚାଲିଚଳଣି ରହିଛି ତେବେ ସମସ୍ତଙ୍କ ଉପରେ କଳଙ୍କ ଲାଗିଯାଇଥାଏ । ବୁଝିଯାଆନ୍ତି ଯେ - ଏହାଙ୍କର ଚଳଣିରେ ତ କୌଣସି ପରିବର୍ତ୍ତନ ହେଉ ନାହିଁ, ତେବେ ଏହାର ଅର୍ଥ ସିଏ ବାବାଙ୍କର ନିନ୍ଦା କରାଇଲେ ନା । ପରିବର୍ତ୍ତନ ପାଇଁ ସମୟ ଲାଗିଥାଏ । କିନ୍ତୁ ସବୁ ଦୋଷ ତ ତାଙ୍କ ଉପରେ ଆସିଯାଇଥାଏ ସେଥିପାଇଁ ଚାଲିଚଳନ ବହୁତ ଭଲ ହେବା ଦରକାର । ତୁମର ଚରିତ୍ର ପରିବର୍ତ୍ତନ ହେବାକୁ କେତେ ସମୟ ଲାଗୁଛି । ତୁମେ ଜାଣିଛ କାହାର କାହାର ଚରିତ୍ର ବହୁତ ଭଲ ଫାଷ୍ଟକ୍ଳାସ ହୋଇଥାଏ । ସେମାନେ କେବେ ବି ଲୁଚି ରହିବେ ନାହିଁ ପ୍ରତ୍ୟକ୍ଷ ହୋଇଯିବେ । ବାବା ପ୍ରତ୍ୟେକ ସନ୍ତାନମାନଙ୍କୁ ଦେଖୁଛନ୍ତି, ଏମାନଙ୍କ ଭିତରେ କ’ଣ କ’ଣ ସବୁ ଦୁର୍ବଳତା ରହିଛି ଯାହାକି ଦୂର ହୋଇଯିବା ଦରକାର । ତେଣୁ ବାବା ଜଣ-ଜଣଙ୍କୁ ଯାଞ୍ଚ କରୁଛନ୍ତି । ଦୁର୍ବଳତା ତ ସମସ୍ତଙ୍କ ଭିତରେ ଅଛି, ତେଣୁ ବାବା ସମସ୍ତଙ୍କୁ ଦେଖୁଛନ୍ତି, ଫଳାଫଳ ମଧ୍ୟ ଦେଖୁଛନ୍ତି । ବାବାଙ୍କର ତ ପିଲାମାନଙ୍କ ପ୍ରତି ସ୍ନେହ ରହିଥାଏ ନା । ଜାଣିଛନ୍ତି ଏହାଙ୍କ ଭିତରେ ଏହି ଦୁର୍ବଳତା ରହିଛି, ଯେଉଁ କାରଣରୁ ଏତେ ଉଚ୍ଚ ପଦ ପାଇପାରିବେ ନାହିଁ । ଯଦି ଦୁର୍ବଳତା ଦୂର ନ ହେଲା ତେବେ ବହୁତ ଅସୁବିଧାର ସମ୍ମୁଖୀନ ହେବେ । ସେମାନଙ୍କୁ ଦେଖିଲେ ହିଁ ଜଣାପଡି ଯାଇଥାଏ । ଏ କଥା ତ ତୁମେମାନେ ଜାଣିଛ ଏବେ ଆଉ ଅଳ୍ପ ସମୟ ବାକି ଅଛି । ବାବା ଜଣ-ଜଣଙ୍କର ଯାଞ୍ଚ କରୁଛନ୍ତି, ବାବାଙ୍କର ଦୃଷ୍ଟି ପ୍ରତ୍ୟେକଙ୍କର ଗୁଣ ଉପରେ ହିଁ ପଡିଥାଏ । ପଚାରନ୍ତି ତୁମ ପାଖରେ କୌଣସି ଅବଗୁଣ ନାହିଁ ତ ? ବାବାଙ୍କ ଆଗରେ ତ ସତ କହିଦେଉଛନ୍ତି । କାହା କାହା ଭିତରେ ଦେହ-ଅଭିମାନ ବହୁତ ରହୁଛି ତେଣୁ କହୁନାହାଁନ୍ତି । ବାବା ତ କହୁଛନ୍ତି - ସ୍ୱତଃ ପ୍ରବୃତ୍ତ ଭାବେ ଯିଏ କରିବେ ସିଏ ଦେବତା ହେବେ, କହିବା ପରେ ଯିଏ କରିବ ସିଏ ମନୁଷ୍ୟ, ଯିଏ କହିବା ପରେ ମଧ୍ୟ କରି ନ ଥାଏ.... ବାବା କହୁଛନ୍ତି ଯାହା କିଛି ବି ଏହି ଜନ୍ମର ଦୁର୍ବଳତା ରହିଛି, ତାହା ବାବାଙ୍କ ଆଗରେ ସ୍ୱତଃ କହିଦିଅ । ବାବା ତ ସମସ୍ତଙ୍କୁ କହିଦେଇଛନ୍ତି - ସବୁ ଦୋଷ ଦୁର୍ବଳତା ତ ସର୍ଜନଙ୍କୁ କହିବାକୁ ପଡିବ । ଶରୀରର ରୋଗ ନୁହେଁ, ମନର ରୋଗ କହିବାକୁ ହେବ । ତୁମ ଭିତରେ କ’ଣ ସବୁ ଆସୁରୀ ବିଚାର ଆସୁଛି? ତେବେ ବାବା ଏହା ଉପରେ ବୁଝାଇବେ । ଯଦି ଏହିଭଳି ଅବସ୍ଥା ରହିବ ତେବେ ତୁମେ ଏତେ ଉଚ୍ଚ ପଦ ପାଇପାରିବ ନାହିଁ । ଯେ ପର୍ଯ୍ୟନ୍ତ ଅବଗୁଣ ନ ବାହାରିଛି ଉଚ୍ଚ ପଦ ପାଇପାରିବ ନାହିଁ, ଅବଗୁଣ ବହୁତ ନିନ୍ଦା କରାଇଥାଏ । ମନୁଷ୍ୟମାନଙ୍କର ସନ୍ଦେହ ହେଉଛି - ଭଗବାନ ଏମାନଙ୍କୁ ପାଠପଢାଉଛନ୍ତି! ଭଗବାନ ତ ନାମ ରୁପରୁ ଅଲଗା, ସର୍ବବ୍ୟାପୀ, ସିଏ କିପରି ଏମାନଙ୍କୁ ପଢାଇବେ, ଏମାନଙ୍କର ଚାଲି ଚଳନ କିପରି । ଏ କଥା ତ ବାବା ଜାଣିଛନ୍ତି - ତୁମର ଗୁଣ କେତେ ଫାସ୍କକ୍ଳାସ ହେବା ଦରକାର । ନିଜ ଭିତରେ ଅବଗୁଣ ରହିଲେ କାହାକୁ ତୀର ଲାଗିବ ନାହିଁ ଅର୍ଥାତ୍ ପ୍ରଭାବ ପଡିବ ନାହିଁ । ସେଥିପାଇଁ ଯେତେ ଦୂର ସମ୍ଭବ ନିଜ ଭିତରେ ଥିବା ଅବଗୁଣ ଗୁଡିକୁ ବାହାର କରିଦିଅ । ନୋଟ କର ଆମ ପାଖରେ ଏହି ସବୁ ଦୁର୍ବଳତା ରହିଛି, ତେବେ ମନ ଭିତରେ-ଭିତରେ ଖାଇବ । କ୍ଷତି ହେଲେ ମନ ଖାଇଥାଏ । ବ୍ୟାପାରୀମାନେ ପ୍ରତିଦିନ ନିଜର ହିସାବ ବାହାର କରନ୍ତି - ଆଜି କେତେ ଲାଭ ହେଲା, ପ୍ରତିଦିନ ଖାତା ଦେଖନ୍ତି । ଏହି ବାବା ମଧ୍ୟ କହୁଛନ୍ତି - ପ୍ରତିଦିନ ନିଜର ଚାଲି ଚଳଣିକୁ ଦେଖ । ନଚେତ୍ ନିଜର ହିଁ କ୍ଷତି କରିଦେବ । ବାବାଙ୍କର ସମ୍ମାନ ହାନି କରାଇବ ।

ଗୁରୁଙ୍କର ନିନ୍ଦୁକଙ୍କର ସତ୍ୟଯୁଗରେ ସ୍ଥାନ ନାହିଁ, ସେହିଭଳି ଦେହ-ଅଭିମାନୀମାନଙ୍କର ମଧ୍ୟ ସ୍ଥାନ ନାହିଁ । ଦେହୀ-ଅଭିମାନୀମାନେ ଉଚ୍ଚ ପଦ ପାଇବେ । ଦେହୀ-ଅଭିମାନୀ ହେବା ପାଇଁ ହିଁ ସମସ୍ତେ ପୁରୁଷାର୍ଥ କରୁଛନ୍ତି । ଦିନକୁ ଦିନ ସୁଧୁରିବାରେ ଲାଗିଛନ୍ତି । ଦେହ-ଅଭିମାନ ଦ୍ୱାରା ଯେଉଁ କର୍ତ୍ତବ୍ୟ ହେଉଛି, ତାକୁ ଚୁକ୍ତ କରି ଚାଲ । ଦେହ-ଅଭିମାନ ଦ୍ୱାରା ପାପ ନିଶ୍ଚିତ ଭାବରେ ହୋଇଥାଏ, ସେଥିପାଇଁ ଦେହୀ-ଅଭିମାନୀ ହୁଅ । ଏ କଥା ତ ତୁମେମାନେ ଜାଣିଛ ଯେ, ଜନ୍ମରୁ କେହି ରାଜା ହୋଇ ନ ଥା’ନ୍ତି । ଦେହୀ-ଅଭିମାନୀ ହେବା ପାଇଁ ସମୟ ଲାଗିଥାଏ ନା । ଏକଥା ମଧ୍ୟ ତୁମେମାନେ ହିଁ ବୁଝୁଛ, ଏବେ ଆମକୁ ଘରକୁ ଯିବାକୁ ହେବ । ବାବାଙ୍କ ପାଖକୁ ପିଲାମାନେ ଆସିଥା’ନ୍ତି ନା । କେହି ୬ ମାସ ପରେ କେହି ପୁଣି ୮ ମାସ ପରେ ଆସିଥା’ନ୍ତି । ବାବା ଦେଖନ୍ତି, ଏତିକି ସମୟ ମଧ୍ୟରେ କ’ଣ ଉନ୍ନତି ହୋଇଛି । ଦିନକୁ ଦିନ କିଛି କିଛି ସୁଧୁରୁଛନ୍ତି ନା ଅନ୍ୟ କୌଣସି ଦୋଷ ଦୁର୍ବଳତା ରହିଛି? କେହି-କେହି ପୁଣି ମଝିରୁ ପାଠପଢା ଛାଡି ଦେଉଛନ୍ତି । ବାବା କହୁଛନ୍ତି - ଇଏ କ’ଣ? ଭଗବାନ ତୁମକୁ ପାଠ ପଢାଉଛନ୍ତି, ଭଗବାନ-ଭଗବତୀ କରିବା ପାଇଁ, ଏଭଳି ପାଠପଢାକୁ ତୁମେ ଛାଡିଦେଉଛ! ଆରେ ବିଶ୍ୱର ପିତା ତୁମକୁ ପଢାଉଛନ୍ତି ଏଥିରେ ପୁଣି ତୁମେ ଅନୁପସ୍ଥିତ ରହୁଛ ! ଦେଖ ମାୟା କେତେ ଶକ୍ତିଶାଳୀ । ଏତେ ଶ୍ରେଷ୍ଠ ଫାଷ୍ଟକ୍ଳାସ୍ ପାଠପଢାରୁ ତୁମକୁ ବିମୁଖ କରିଦେଉଛି । ଅନେକ ଅଛନ୍ତି ଯେଉଁମାନେ ଚାଲୁଛନ୍ତି, ପୁଣି ପାଠ ପଢାକୁ ଲାତ ମାରି ପାଠପଢା ଛାଡି ଦେଉଛନ୍ତି, ଏ କଥା ତୁମେମାନେ ଜାଣୁଛ ଯେ, ଏବେ ଆମର ମୁଖ ସ୍ୱର୍ଗ ଆଡକୁ ଏବଂ ପାଦ ନର୍କ ଆଡକୁ ରହିଛି । ତୁମେମାନେ ହେଉଛ ସଂଗମଯୁଗୀ ବ୍ରାହ୍ମଣ, ଏହା ପୁରୁଣା ରାବଣର ଦୁନିଆ । ଆମେ ଭାୟା ଶାନ୍ତିଧାମ, ସୁଖଧାମକୁ ଯିବୁ । ତେଣୁ ପିଲାମାନଙ୍କୁ ଏହି କଥା ମନେ ରଖିବାକୁ ପଡିବ । ସମୟ ବହୁତ କମ୍ ଅଛି, କାଲି ମଧ୍ୟ ଶରୀର ଛାଡି ପାର । ବାବାଙ୍କର ସ୍ମୃତି ନ ଥିଲେ ପୁଣି ଅନ୍ତିମ କାଳରେ .....ବାବା ତ ବହୁତ ବୁଝାଉଛନ୍ତି । ଏସବୁ ଗୁପ୍ତ କଥା । ଏହି ଜ୍ଞାନ ମଧ୍ୟ ଗୁପ୍ତ । ଏ କଥା ମଧ୍ୟ ତୁମେମାନେ ଜାଣିଛ, କଳ୍ପପୂର୍ବରୁ ଯେଉଁମାନେ ଯେତିକି ପୁରୁଷାର୍ଥ କରିଥିଲେ ସେତିକି ହିଁ କରୁଛନ୍ତି । ଡ୍ରାମା ଅନୁସାରେ ବାବା ମଧ୍ୟ କଳ୍ପପୂର୍ବ ଭଳି ବୁଝାଉଛନ୍ତି । ଏଥିରେ କୌଣସି ଫରକ ନାହଁ । ବାବାଙ୍କୁ ମନେ ପକାଇଲେ ତୁମର ବିକର୍ମ ବିନାଶ ହୋଇଯିବ । ଦଣ୍ଡ ଭୋଗିବା ଉଚିତ୍ ନୁହେଁ । ବାବାଙ୍କ ସମ୍ମୁଖରେ ଯଦି ଦଣ୍ଡ ପାଇବ, ତେବେ ବାବା କ’ଣ କହିବେ! ତୁମେ ସାକ୍ଷାତ୍‌କାର ମଧ୍ୟ କରିଛ, ସେତେବେଳେ ବାବା କୌଣସି ପ୍ରକାରର କ୍ଷମା କରିପାରିବେ ନାହିଁ । ଏହାଙ୍କ ଦ୍ୱାରା ବାବା ପାଠ ପଢାଉଛନ୍ତି ତେଣୁ ଏହାଙ୍କୁ ହିଁ ସାକ୍ଷାତ୍‌କାର ହେବ । ଏହି ବ୍ରହ୍ମାଙ୍କ ଦ୍ୱାରା ପୁଣି ସେଠାରେ ମଧ୍ୟ ବୁଝାଇବେ - ତୁମେ ଏହି ସବୁ ଭୁଲ କରିଛ, ସେହି ସମୟରେ ତୁମେ ବହୁତ କାନ୍ଦିବ, ଚିତ୍କାର କରିବ, ଅବଶୋଷ କରିବ । ବିନା ସାକ୍ଷାତ୍‌କାରରେ ବାବା ଦଣ୍ଡ ଦେଇପାରିବେ ନାହିଁ । କହିବେ ତୁମକୁ ଏତେ ପାଠ ପଢାଇଥିଲି ତୁମେ ପୁଣି ଏ ସବୁ କାମ କରିଛ । ତୁମେ ମଧ୍ୟ ଜାଣୁଛ ରାବଣର ମତରେ ଆମେ କେତେ ପାପ କରିଛୁ । ପୂଜ୍ୟରୁ ପୂଜାରୀ ହୋଇଯାଇଛୁ । ବାବାଙ୍କୁ ସର୍ବବ୍ୟାପୀ ବୋଲି କହିଆସିଛୁ । ଏହା ତ ପ୍ରଥମ ନମ୍ବର ଅପମାନ । ଏହାର ମଧ୍ୟ ବହୁତ ହିସାବ-କିତାବ ରହିଛି । ବାବା ଉଲୁଗୁଣା ଦେଉଛନ୍ତି ତୁମେ ନିଜକୁ ନିଜେ କିପରି ଚାପୁଡା ମାରିଛ । ଭାରତବାସୀ ହିଁ କେତେ ପତିତ ହୋଇଯାଇଛନ୍ତି । ବାବା ଆସି ବୁଝାଉଛନ୍ତି - ଏବେ ତୁମକୁ କେତେ ଜ୍ଞାନ ମିଳୁଛି । ଏହା ପୁଣି ଡ୍ରାମା ଅନୁସାରେ ତୁମେ କ୍ରମାନୁସାରେ ବୁଝୁଛ । ଆଗରୁ ମଧ୍ୟ ଏହିପରି ଏହି ସମୟ ପର୍ଯ୍ୟନ୍ତ କ୍ଲାସର ଏହି ଫଳାଫଳ ହିଁ ଥିଲା । ବାବା ତ ନିଶ୍ଚିତ ରୂପେ ବୁଝାଇବେ ନା । ତେଣୁ ପିଲାମାନେ ନିଜର ଉନ୍ନତି କରିବା ଉଚିତ୍ । ମାୟା ଏପରି ଯିଏକି ଦେହୀ-ଅଭିମାନୀ ହୋଇ ରହିବାକୁ ଦେଇ ନ ଥାଏ । ଏହା ହିଁ ସବୁଠାରୁ ମୁଖ୍ୟ ବିଷୟ । ନିଜକୁ ଆତ୍ମା ମନେକରି ବାବାଙ୍କୁ ମନେ ପକାଅ ତେବେ ପାପ ଭସ୍ମ ହୋଇଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଦେହ-ଅଭିମାନର ବଶୀଭୂତ ହେବା ଦ୍ୱାରା ନିଶ୍ଚିନ୍ତ ଭାବରେ ପାପ କର୍ମ ହୋଇଥାଏ । ଦେହ-ଅଭିମାନୀକୁ କେଉଁଠି ବି ଠାବ ମିଳିବ ନାହିଁ, ସେଥିପାଇଁ ଦେହୀ-ଅଭିମାନୀ ହେବାର ପୂର୍ଣ୍ଣ ପ୍ରୟାସ କର । ତୁମର କୌଣସି କର୍ମ ବାବାଙ୍କର ନିନ୍ଦା କରାଇବା ଭଳି ନ ହେଉ ।

(୨) ଭିତରେ ଥିବା ସବୁ ବେମାରୀ ଅର୍ଥାତ୍ ଦୋଷ ଦୁର୍ବଳତାକୁ ସତ୍ୟତା ପୂର୍ବକ ବାବାଙ୍କୁ ଶୁଣାଇବାକୁ ହେବ, କୌଣସି ବି ଅବଗୁଣକୁ ଲୁଚାଇବା ଉଚିତ୍ ନୁହେଁ । ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୋ ଭିତରେ କ’ଣ କ’ଣ ଅବଗୁଣ ସବୁ ରହିଛି? ପାଠପଢା ଦ୍ୱାରା ନିଜକୁ ଗୁଣବାନ କରିବାକୁ ହେବ ।

ବରଦାନ:-
ବିନାଶୀ ଏବଂ ରାଜକୀୟ ଇଚ୍ଛା ଗୁଡିକରୁ ମୁକ୍ତ ରହି ସେବା କରୁଥିବା ନିଃସ୍ୱାର୍ଥ ସେବାଧାରୀ ହୁଅ ।

ବ୍ରହ୍ମାବାବା ଯେପରି କର୍ମର ବନ୍ଧନରୁ ମୁକ୍ତ ସ୍ୱତନ୍ତ୍ର ଆତ୍ମା ହେବାର ପ୍ରମାଣ ଦେଲେ, କେବଳ ସେବା ପ୍ରତି ସ୍ନେହ ବ୍ୟତୀତ ଅନ୍ୟ କୌଣସି ବନ୍ଧନ ନ ଥିଲା, କାରଣ ସେବା କରିବାରେ ଯେଉଁ ବିନାଶୀ ରାଜକୀୟ ଇଚ୍ଛା ରହିଥାଏ ତାହା ମଧ୍ୟ ହିସାବ-କିତାବର ବନ୍ଧନରେ ବାନ୍ଧି ଦେଇଥାଏ, ସଚ୍ଚା ସେବାଧାରୀ ଏହିଭଳି ହିସାବ-କିତାବଠାରୁ ମଧ୍ୟ ମୁକ୍ତ ରହିଥାଆନ୍ତି । ଯେପରି ଦେହର ମଧ୍ୟ ବନ୍ଧନ ରହିଛି ଏବଂ ଦେହର ସମ୍ବନ୍ଧ ଗୁଡିକର ମଧ୍ୟ ବନ୍ଧନ ରହିଛି, ସେହିପରି ସେବାକ୍ଷେତ୍ରରେ ସ୍ୱାର୍ଥ ଭାବ ରଖିବା ମଧ୍ୟ ବନ୍ଧନ ଅଟେ । ତେଣୁ ଏହିଭଳି ବନ୍ଧନଠାରୁ ବା ରାଜକୀୟ ହିସାବ-କିତାବ ଠାରୁ ମଧ୍ୟ ମୁକ୍ତ ନିଃସ୍ୱାର୍ଥ ସେବାଧାରୀ ହୁଅ ।

ସ୍ଲୋଗାନ:-
ନିଜର ପ୍ରତିଜ୍ଞା ଗୁଡିକୁ ଫାଇଲ୍ ଭିତରେ ରଖ ନାହିଁ, ଫାଇନାଲ୍ ଅର୍ଥାତ୍ ସମ୍ପୂର୍ଣ୍ଣ ହୋଇ ଦେଖାଅ ।