18.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଆତ୍ମ
ଅଭିମାନୀ ହୋଇ ବସ, ଭିତରେ ଭିତରେ ଅନୁଭବ କରୁଥାଅ - ମୁଁ ଏକ ଆତ୍ମା... ଦେହୀ-ଅଭିମାନୀ ହୁଅ, ଠିକ୍
ଭାବରେ ଚାର୍ଟ ରଖିବା ଦ୍ୱାରା ତୁମେ ବୁଦ୍ଧିମାନ ହୋଇଯିବ, ତୁମର ବହୁତ ଫାଇଦା ହେବ” ।
ପ୍ରଶ୍ନ:-
ବେହଦର ନାଟକକୁ
ବୁଝିଥିବା ସନ୍ତାନମାନେ କେଉଁ ଗୋଟିଏ ନିୟମକୁ ଭଲ ଭାବରେ ବୁଝିଥା’ନ୍ତି?
ଉତ୍ତର:-
ଏହା ଏକ ଅବିନାଶୀ ନାଟକ, ଏଥିରେ ପ୍ରତ୍ୟେକ ଅଭିନେତାଙ୍କୁ ନିଜର ଅଭିନୟ କରିବା ପାଇଁ ନିଜର
ନିଧାର୍ଯ୍ୟ ସମୟରେ ଆସିବାକୁ ହିଁ ପଡିବ । କେହି ଯଦି କୁହନ୍ତି ଯେ ଆମେ ସର୍ବଦା ଶାନ୍ତିଧାମରେ
ହିଁ ରହିଯିବୁ - ତେବେ ଏହା ନିୟମ ନୁହେଁ । ତାଙ୍କୁ ତ ଅଭିନେତା ହିଁ କୁହାଯିବ ନାହିଁ । ଏହିସବୁ
ବେହଦର କଥା ବେହଦର ବାବା ହିଁ ତୁମମାନଙ୍କୁ ଶୁଣାଉଛନ୍ତି ।
ଓମ୍ ଶାନ୍ତି ।
ନିଜକୁ ଆତ୍ମା ଭାବି, ଦେହ-ଅଭିମାନ ତ୍ୟାଗ କରି ବସ । ବେହଦର ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି
। ଯେଉଁମାନେ ଅଜ୍ଞାନୀ ସେହିମାନଙ୍କୁ ହିଁ ବୁଝାଯାଇଥାଏ । ଆତ୍ମା ଜାଣୁଛି ଯେ ବାବା ସତ କହୁଛନ୍ତି
- ମୁଁ ଆତ୍ମା ଅଜ୍ଞାନୀ ହୋଇଯାଇଛି । ମୁଁ ଆତ୍ମା ଅବିନାଶୀ, ଶରୀର ବିନାଶୀ ଅଟେ । ମୁଁ
ଆତ୍ମ-ଅଭିମାନ ଛାଡି ଦେହ-ଅଭିମାନରେ ଛନ୍ଦି ହୋଇଯାଇଛି । ତେଣୁ ଅଜ୍ଞାନୀ ହେଲ ନା । ବାବା
କହୁଛନ୍ତି ସମସ୍ତ ସନ୍ତାନ ଦେହ ଅଭିମାନରେ ଆସି ଅଜ୍ଞାନୀ ହୋଇଯାଇଛନ୍ତି । ପୁଣି ତୁମେ ବାବାଙ୍କ
ଦ୍ୱାରା ଦେହୀ-ଅଭିମାନୀ ହୋଇ ବୁଦ୍ଧିମାନ ହୋଇଯାଉଛ । କେହି ତ ହୋଇଯାଇଛନ୍ତି, କେହି ପୁଣି
ପୁରୁଷାର୍ଥ କରୁଛନ୍ତି । ଅଜ୍ଞାନୀ ହେବାରେ ଅଧାକଳ୍ପ ଲାଗିଛି । ଏହି ଅନ୍ତିମ ଜନ୍ମରେ ପୁଣି
ବୁଦ୍ଧିମାନ ହେବାକୁ ପଡିବ । ଅଧାକଳ୍ପରୁ ଅଜ୍ଞାନ ହୋଇ ହୋଇ ଶତକଡା ୧୦୦ ଅଜ୍ଞାନୀ ହୋଇଯାଇଛ । ଦେହ
ଅଭିମାନରେ ଆସି ଡ୍ରାମାର ପ୍ଲାନ୍ ଅନୁସାରେ ତୁମେ ତଳକୁ ଖସି ଆସିଛ । ଏବେ ତୁମକୁ ଜ୍ଞାନ ମିଳିଛି
ତଥାପି ବି ବହୁତ ପୁରୁଷାର୍ଥ କରିବାକୁ ହେବ କାହିଁକି ନା ପିଲାମାନଙ୍କ ଭିତର ଦୈବୀଗୁଣ ମଧ୍ୟ ରହିବା
ଦରକାର । ପିଲାମାନେ ଜାଣିଛନ୍ତି ଆମେ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ... ଥିଲୁ । ପୁଣି
ବର୍ତ୍ତମାନ ନିର୍ଗୁଣ ହୋଇ ଯାଇଛୁ । କୌଣସି ବି ଗୁଣ ନାହିଁ । ତୁମମାନଙ୍କ ମଧ୍ୟରେ ବି
ପୁରୁଷାର୍ଥର କ୍ରମ ଅନୁସାରେ ଏହି ଖେଳକୁ ବୁଝୁଛନ୍ତି । ବୁଝୁ-ବୁଝୁ ମଧ୍ୟ କେତେ ବର୍ଷ ହୋଇଗଲାଣି
। ତଥାପି ବି ନୂଆ ନୂଆମାନେ ଭଲ ବୁଦ୍ଧିମାନ ହୋଇଯାଉଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ବୁଦ୍ଧିମାନ
କରିବା ପାଇଁ ପୁରୁଷାର୍ଥ କରୁଛନ୍ତି । କେହି ତ ବିଲ୍କୁଲ୍ ବୁଝି ହିଁ ନାହାଁନ୍ତି । ଅଜ୍ଞାନୀକୁ
ଅଜ୍ଞାନୀ ହୋଇ ରହିଛନ୍ତି । ବାବା ଆସିଛନ୍ତି ବୁଦ୍ଧିବାନ କରିବାକୁ । ପିଲାମାନେ ବୁଝୁଛନ୍ତି ଯେ
ମାୟା ଯୋଗୁଁ ଆମେ ବୁଦ୍ଧିହୀନ ହୋଇଯାଇଛୁ । ଆମେ ପୂଜ୍ୟ ଥିବା ସମୟରେ ବୁଦ୍ଧିମାନ ଥିଲୁ ପୁଣି ଆମେ
ହିଁ ପୂଜାରୀ ହୋଇ ବୁଦ୍ଧିହୀନ ହୋଇଯାଇଛୁ । ଆଦି ସନାତନ ଦେବୀ-ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି
। ଏହା ବିଷୟରେ ଦୁନିଆରେ କାହାକୁ ହେଲେ ଜଣା ନାହିଁ । ଏହି ଲକ୍ଷ୍ମୀ-ନାରାୟଣ କେତେ ବୁଦ୍ଧିମାନ
ଥିଲେ, ରାଜତ୍ୱ କରୁଥିଲେ । ବାବା କହୁଛନ୍ତି ତତ୍ତ୍ତ୍ୱମ୍ ଅର୍ଥାତ୍ ତୁମେ ହିଁ ସେହି । ତୁମେ
ମଧ୍ୟ ନିଜ ପାଇଁ ଏହିପରି ଭାବ । ଏହା ବହୁତ ବୁଝିବାର କଥା ଅଟେ । ଏହାକୁ ବାବାଙ୍କ ବିନା କେହି
ହେଲେ ବୁଝାଇପାରିବେ ନାହିଁ । ଏବେ ଅନୁଭବ ହେଉଛି ଯେ - ବାବା ହିଁ ଉଚ୍ଚରୁ ଉଚ୍ଚ ବୁଦ୍ଧିମାନରୁ
ବୁଦ୍ଧିମାନ ଅଟନ୍ତି । ପ୍ରଥମତଃ ଜ୍ଞାନର ସାଗର ଅଟନ୍ତି ପୁଣି ସମସ୍ତଙ୍କର ସଦ୍ଗତି ଦାତା ମଧ୍ୟ
ଅଟନ୍ତି । ପତିତ-ପାବନ ମଧ୍ୟ ଅଟନ୍ତି । ଏହା ଜଣଙ୍କର ହିଁ ମହିମା ଅଟେ । ଏତେ ଶ୍ରେଷ୍ଠରୁ
ଶ୍ରେଷ୍ଠ ବାବା ଆସି କିପରି ସନ୍ତାନ ବୋଲି କହି ଭଲ ଭାବରେ ବୁଝାଉଛନ୍ତି ! ପିଲାମାନେ ଏବେ ତୁମକୁ
ପବିତ୍ର ହେବାକୁ ପଡିବ । ସେଥିପାଇଁ ବାବା ଏକମାତ୍ର ଔଷଧ ଦେଉଛନ୍ତି, କହୁଛନ୍ତି - ଯୋଗଦ୍ୱାରା
ତୁମେ ଭବିଷ୍ୟତ ୨୧ ଜନ୍ମ ପାଇଁ ନିରୋଗୀ ହୋଇଯିବ । ତୁମର ସବୁ ରୋଗ, ଦୁଃଖ ସମାପ୍ତ ହୋଇଯିବ । ତୁମେ
ମୁକ୍ତିଧାମକୁ ଚାଲିଯିବ । ଅବିନାଶୀ ଡାକ୍ତରଙ୍କ ପାଖରେ ଏକମାତ୍ର ଔଷଧ ରହିଛି । ବାବା ଆସି
ଆତ୍ମାକୁ ଏକମାତ୍ର ଇଞ୍ଜେକ୍ସନ୍ ଲଗାଉଛନ୍ତି । ଏପରି ନୁହେଁ ଯେ କୌଣସି ମନୁଷ୍ୟ ବାରିଷ୍ଟରୀ
ସହିତ ଇଞ୍ଜିନିୟରିଂ ମଧ୍ୟ କରିବେ । ନା । ପ୍ରତ୍ୟେକ ମନୁଷ୍ୟ ନିଜ ନିଜ ଧନ୍ଦାରେ ହିଁ
ଲାଗିଯାଆନ୍ତି । ବାବାଙ୍କୁ କହୁଛନ୍ତି ଆସି ପତିତରୁ ପବିତ୍ର କରାଅ କାହିଁକି ନା ପତିତ ହେଲେ ଦୁଃଖ
ମିଳିଥାଏ । ଶାନ୍ତିଧାମକୁ ପବିତ୍ର ଦୁନିଆ ବୋଲି କୁହାଯିବ ନାହିଁ । ସ୍ୱର୍ଗକୁ ହିଁ ପବିତ୍ର
ଦୁନିଆ କୁହାଯିବ । ଏହିକଥା ମଧ୍ୟ ବୁଝାଯାଇଛି ଯେ ମନୁଷ୍ୟ ଶାନ୍ତି ଏବଂ ସୁଖ ଚାହୁଁଛନ୍ତି ।
ପ୍ରକୃତ ଶାନ୍ତି ତ ସେଇଠି ଅଛି ଯେଉଁଠି ଶରୀର ନାହିଁ, ତାକୁ ଶାନ୍ତିଧାମ କୁହାଯାଏ । ଅନେକ
କହୁଛନ୍ତି ଶାନ୍ତିଧାମରେ ରହିବୁ, କିନ୍ତୁ ଏପରି ନିୟମ ନାହିଁ । ତେବେ ତ ତାଙ୍କୁ ଅଭିନେତା ବୋଲି
କୁହାଯିବ ନାହିଁ । ପିଲାମାନେ ନାଟକକୁ ମଧ୍ୟ ବୁଝି ଯାଇଛନ୍ତି । ଅଭିନେତାର ଯେତେବେଳେ ଅଭିନୟ ଥିବ
ସେତେବେଳେ ଷ୍ଟେଜ୍କୁ ଆସି ଅଭିନୟ କରିବ । ଏହି ବେହଦର କଥା ବେହଦର ବାବା ହିଁ ଆସି ବୁଝାଉଛନ୍ତି
। ତାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି । ସେ ସମସ୍ତଙ୍କର ସଦ୍ଗତି ଦାତା ପତିତ-ପାବନ ଅଟନ୍ତି
। ତତ୍ତ୍ୱ ସମସ୍ତଙ୍କୁ ପବିତ୍ର କରିପାରିବ ନାହିଁ । ପାଣି ଆଦି ସବୁ ହେଲା ତତ୍ତ୍ୱ, ତାହା କିପରି
ସଦ୍ଗତି କରିପାରିବ । ଆତ୍ମା ହିଁ ଅଭିନୟ କରୁଛି । ହଠଯୋଗର ଅଭିନୟ ମଧ୍ୟ ଆତ୍ମା କରୁଛି ।
ଜ୍ଞାନୀମାନେ ହିଁ ଏହି କଥାକୁ ବୁଝିପାରିବେ । ବାବା କେତେ ବୁଝାଇଛନ୍ତି - ଏପରି କୌଣସି ଯୁକ୍ତି
ରଚନା କର ଯେପରି ମନୁଷ୍ୟମାନେ ବୁଝିପାରିବେ - କିପରି ପୂଜ୍ୟରୁ ପୁଣି ପୂଜାରୀ ହେଉଛନ୍ତି । ପୂଜ୍ୟ
ନୂଆ ଦୁନିଆରେ, ପୂଜାରୀ ପୁରୁଣା ଦୁନିଆରେ ହେଉଛନ୍ତି । ପାବନକୁ ପୂଜ୍ୟ, ପତିତକୁ ପୂଜାରୀ
କୁହାଯାଉଛି । ଏଠାରେ ତ’ ସମସ୍ତେ ପତିତ ଅଟନ୍ତି କାହିଁକି ନା ବିକାର ଦ୍ୱାରା ଜନ୍ମ ହେଉଛନ୍ତି ।
ସେଠାରେ ସମସ୍ତେ ଶ୍ରେଷ୍ଠ ଅଟନ୍ତି । ଗାୟନ ମଧ୍ୟ କରୁଛନ୍ତି ସମ୍ପୂର୍ଣ୍ଣ ଶ୍ରେଷ୍ଠାଚାରୀ । ଏବେ
ତୁମମାନଙ୍କୁ ଏହିଭଳି ହେବାକୁ ପଡିବ । ଏଥିରେ ପରିଶ୍ରମ କରିବାକୁ ହେବ । ମୁଖ୍ୟ କଥା ହେଉଛି
ବାବାଙ୍କୁ ମନେ ପକାଇବା । ସମସ୍ତେ କହୁଛନ୍ତି ବାବାଙ୍କ ସ୍ମୃତିରେ ରହିବା ବହୁତ ମୁସକିଲ୍ । ଆମେ
ଯେତିକି ଚାହୁଁଛୁ, ସେତିକି ତାଙ୍କରି ସ୍ମୃତିରେ ରହିପାରୁ ନାହୁଁ । କେହି ସତ୍ୟତାର ସହିତ ଚାର୍ଟ
ଲେଖିଲେ ବହୁତ ଫାଇଦା ମିଳିବ । ବାବା ସନ୍ତାନମାନଙ୍କୁ ଏହି ଜ୍ଞାନ ଦେଉଛନ୍ତି - ମନମନାଭବ । ତୁମେ
ଅର୍ଥ ସହିତ କହୁଛ, ତୁମକୁ ପ୍ରତ୍ୟେକ କଥା ବାବା ଯଥାର୍ଥ ରୂପରେ ଅର୍ଥ ସହିତ ବୁଝାଉଛନ୍ତି ।
ବାବାଙ୍କୁ ସନ୍ତାନମାନେ ଅନେକ ପ୍ରକାରର ପ୍ରଶ୍ନ ପଚାରୁଛନ୍ତି, ବାବା ମନ ନେବା ପାଇଁ କିଛି
କହିଦେଉଛନ୍ତି । କିନ୍ତୁ ବାବା କହୁଛନ୍ତି ମୋର କାମ ହିଁ ହେଉଛି ପତିତରୁ ପବିତ୍ର କରିବା । ମୋତେ
ତ ଏଇଥିପାଇଁ ହିଁ ଡାକୁଛ । ତୁମେ ଜାଣିଛ ଯେ ଆମେ ଆତ୍ମା ଶରୀର ସହିତ ହିଁ ପବିତ୍ର ଥିଲୁ ।
ବର୍ତ୍ତମାନ ସେହି ଆତ୍ମା ଶରୀର ସହିତ ପତିତ ହୋଇଯାଇଛି । ୮୪ ଜନ୍ମର ହିସାବ ରହିଛି ନା । ତୁମେ
ଜାଣିଛ - ବର୍ତ୍ତମାନ ଏହି ଦୁନିଆ କଣ୍ଟାର ଜଙ୍ଗଲ ହୋଇଯାଇଛି । ଏହି ଲକ୍ଷ୍ମୀ-ନାରାୟଣ ତ ଫୁଲ
ଅଟନ୍ତି ନା । ତାଙ୍କ ଆଗରେ କଣ୍ଟାମାନେ ଯାଇ କହୁଛନ୍ତି ଆପଣ ସର୍ବଗୁଣ ସମ୍ପନ୍ନ..... ଆମେ ପାପୀ
କପଟୀ ଅଟୁ । ସବୁଠାରୁ ବଡ କଣ୍ଟା ହେଲା କାମ ବିକାର । ବାବା କହୁଛନ୍ତି ଏହା ଉପରେ ବିଜୟ ପ୍ରାପ୍ତ
କରି ଜଗତ୍ଜିତ୍ ହୁଅ । ମନୁଷ୍ୟମାନେ କହୁଛନ୍ତି ଭଗବାନଙ୍କୁ କୌଣସି ନା କୌଣସି ରୂପରେ ଆସିବାକୁ
ହେବ, ଭାଗୀରଥଙ୍କ ଶରୀରରେ ବିରାଜମାନ ହୋଇ ଆସିବାକୁ ହେବ । ପୁରୁଣା ଦୁନିଆକୁ ନୂଆ କରିବା ପାଇଁ
ଭଗବାନଙ୍କୁ ଆସିବାକୁ ପଡିବ । ନୂଆ ଦୁନିଆକୁ ସତ୍ତ୍ୱପ୍ରଧାନ, ପୁରୁଣା ଦୁନିଆକୁ ତମୋପ୍ରଧାନ
କୁହାଯାଏ । ଯେହେତୁ ଏବେ ଏହା ପୁରୁଣା ଦୁନିଆ ତେଣୁ ନିଶ୍ଚୟ ବାବାଙ୍କୁ ଆସିବାକୁ ହିଁ ପଡିବ ।
ବାବାଙ୍କୁ ହିଁ ରଚୟିତା ବୋଲି କୁହାଯାଉଛି । ତୁମ ପିଲାମାନଙ୍କୁ କେତେ ସହଜରେ ବୁଝାଉଛନ୍ତି, କେତେ
ଖୁସି ହେବା ଦରକାର । ବାକି କାହାର କର୍ମ ଭୋଗର ହିସାବ-କିତାବ ଅଛି, ତାକୁ ତ ଭୋଗ କରିବାକୁ ହେବ,
ଏଥିରେ ବାବା ଆଶୀର୍ବାଦ କରନ୍ତି ନାହିଁ । ମୋତେ ଡାକୁଛ ଯେ - ବାବା ଆସି ଆମକୁ ଦୈବୀ ସମ୍ପତ୍ତି
ଦିଅ । ବାବାଙ୍କଠାରୁ କି ସମ୍ପତ୍ତି ପାଇବାକୁ ଚାହୁଛଁ? ମୁକ୍ତି-ଜୀବନମୁକ୍ତି ।
ମୁକ୍ତି-ଜୀବନମୁକ୍ତିର ଦାତା ହେଉଛନ୍ତି ଏକମାତ୍ର ଜ୍ଞାନର ସାଗର ବାବା, ସେଥିପାଇଁ ତାଙ୍କୁ
ଜ୍ଞାନଦାତା ବୋଲି କୁହାଯାଉଛି । ଭଗବାନ ଜ୍ଞାନ ଦେଇଥିଲେ କିନ୍ତୁ କେବେ ଦେଇଥିଲେ, କିଏ ଦେଇଥିଲେ,
ଏକଥା କାହାକୁ ଜଣା ନାହିଁ । ଏଥିରେ ହିଁ ବହୁତ ଦ୍ୱନ୍ଦ ରହିଛି । କାହାକୁ ଜ୍ଞାନ ଦେଇଥିଲେ, ଏକଥା
ମଧ୍ୟ କାହାକୁ ହେଲେ ଜଣା ନାହିଁ । ବର୍ତ୍ତମାନ ଏହି ବ୍ରହ୍ମା ବସିଛନ୍ତି - ଇଏ ମଧ୍ୟ ଏବେ
ଜାଣୁଛନ୍ତି ଯେ ମୁଁ ନାରାୟଣ ଥିଲି ପୁଣି ୮୪ ଜନ୍ମ ଭୋଗ କରିଲି । ଇଏ ପ୍ରଥମ ନମ୍ବରରେ ଅଛନ୍ତି ।
ବାବା କହୁଛନ୍ତି ମୋର ତ ଆଖି ହିଁ ଖୋଲିଗଲା । ତୁମେ ମଧ୍ୟ କହିବ ଆମର ତ ଆଖି ହିଁ ଖୋଲିଗଲା ।
ତୃତୀୟ ନେତ୍ର ତ ଖୋଲୁଛି ନା । ତୁମେ କହିବ ଆମକୁ ବାବାଙ୍କର, ସୃଷ୍ଟିଚକ୍ରର ସମ୍ପୂର୍ଣ୍ଣ ଜ୍ଞାନ
ମିଳିଯାଇଛି । ମୁଁ ଯିଏ, ଯେପରି, ମୋର ଆଖି ଖୋଲିଯାଇଛି । କେତେ ଆଶ୍ଚର୍ଯ୍ୟର କଥା । ପ୍ରଥମେ ଆମେ
ହେଉଛୁ ଆତ୍ମା ପୁଣି ନିଜକୁ ଦେହ ବୋଲି ଭାବି ବସିଛୁ । ଆତ୍ମା କହୁଛି ମୁଁ ଗୋଟିଏ ଶରୀର ଛାଡି ଆଉ
ଗୋଟିଏ ନେଉଛି । ତଥାପି ମଧ୍ୟ ଆମେ ନିଜକୁ ଆତ୍ମା ଭୁଲି ଦେହ-ଅଭିମାନୀ ହୋଇଯାଉଛୁ । ସେଥିପାଇଁ ଏବେ
ତୁମକୁ ପ୍ରଥମେ ପ୍ରଥମେ ଏହି କଥା ବୁଝାଉଛି ଯେ ନିଜକୁ ଆତ୍ମା ବୋଲି ଭାବି ମୋତେ ମନେ ପକାଅ । ମନ
ଭିତରେ ଏହି କଥା ଘୋଷି ଚାଲ ଯେ ମୁଁ ହେଉଛି ଆତ୍ମା । ନିଜକୁ ଆତ୍ମା ନ ଭାବିବା ଦ୍ୱାରା ବାବାଙ୍କୁ
ଭୁଲିଯାଉଛ । ଅନୁଭବ କରୁଛ ଯେ ବାସ୍ତବରେ ଆମେ ଘଡିକୁ ଘଡି ଦେହ-ଅଭିମାନରେ ଆସିଯାଉଛୁ । ସେଥିପାଇଁ
ପରିଶ୍ରମ କରିବାକୁ ହେବ । ଏଠାରେ ବସିଲେ ମଧ୍ୟ ଆତ୍ମ-ଅଭିମାନୀ ହୋଇକରି ବସ । ବାବା କହୁଛନ୍ତି
ମୁଁ ତୁମକୁ ରାଜତ୍ୱ ଦେବାକୁ ଆସିଛି । ଅଧାକଳ୍ପ ତୁମେ ମୋତେ ମନେ ପକାଇଛ । କୌଣସି ବି କଥା
ସମ୍ମୁଖକୁ ଆସିଲେ କୁହନ୍ତି ହାଏ ରାମ, କିନ୍ତୁ ଈଶ୍ୱର ଅଥବା ରାମ କିଏ, ଏକଥା କାହାକୁ ହେଲେ ଜଣା
ନାହିଁ । ତୁମକୁ ସିଦ୍ଧ କରିବାକୁ ହେବ - ଜ୍ଞାନର ସାଗର, ପତିତ-ପାବନ, ସମସ୍ତଙ୍କର ସଦ୍ଗତି ଦାତା,
ତ୍ରିମୂର୍ତ୍ତି ପରମପିତା ପରମାତ୍ମା ଶିବ ଅଟନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କର ତିନିଜଣଙ୍କର ଜନ୍ମ
ଏକତ୍ର ହେଉଛି । କେବଳ ଶିବ ଜୟନ୍ତୀ ନୁହେଁ କିନ୍ତୁ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଅଟେ । ଶିବଙ୍କ
ଜୟନ୍ତୀ ହେଲେ ନିଶ୍ଚୟ ବ୍ରହ୍ମାଙ୍କ ଜୟନ୍ତୀ ମଧ୍ୟ ହେବ । ଶିବଙ୍କ ଜୟନ୍ତୀ ପାଳନ କରୁଛନ୍ତି
କିନ୍ତୁ ବ୍ରହ୍ମା କ’ଣ କରିଲେ । ଲୌକିକ, ପାରଲୌକିକ ଏବଂ ଇଏ ହେଉଛନ୍ତି ଅଲୌକିକ ପିତା, ଇଏ
ହେଉଛନ୍ତି ପ୍ରଜାପିତା ବ୍ରହ୍ମା । ବାବା କହୁଛନ୍ତି ନୂଆ ଦୁନିଆ ପାଇଁ ଏହି ନୂଆ ଜ୍ଞାନ
ବର୍ତ୍ତମାନ ତୁମକୁ ମିଳୁଛି ପୁଣି ପ୍ରାୟ ଲୋପ ହୋଇଯାଏ । ଯାହାଙ୍କ ପାଖରେ ରଚୟିତା ବାବା ଏବଂ
ରଚନାର ଜ୍ଞାନ ନାହିଁ ତେବେ ଅଜ୍ଞାନ ହେଲେ ନା । ବର୍ତ୍ତମାନ ସମସ୍ତେ ଅଜ୍ଞାନ ନିଦ୍ରାରେ ଶୋଇ
ରହିଛନ୍ତି । ଜ୍ଞାନ ଦ୍ୱାରା ଦିନ, ଭକ୍ତି ଦ୍ୱାରା ରାତ୍ରି ହେଉଛି । ଶିବରାତ୍ରିର ଅର୍ଥ ମଧ୍ୟ
ଜାଣି ନାହାଁନ୍ତି ସେଥିପାଇଁ ତାଙ୍କର ଛୁଟି ଦିନ ମଧ୍ୟ ପାଳନ କରୁନାହାଁନ୍ତି ।
ଏବେ ତୁମେ ଜାଣୁଛ ଯେ ବାବା ଆସିଛନ୍ତି - ସମସ୍ତଙ୍କର ଜ୍ୟୋତି ପ୍ରଜ୍ୱଳିତ କରିବା ପାଇଁ । ତୁମେ
ଏହି ବତୀ ଆଦି ଜଳାଇଲେ ଭାବିବେ ଯେ ଏମାନଙ୍କର କୌଣସି ବଡ ଦିନ ଅଟେ । ତୁମେ ଏବେ ଅର୍ଥ ସହିତ
ଜଳାଉଛ । ସେମାନେ କିଛି ବୁଝିବେ ନାହିଁ । ତୁମର ଭାଷଣ ଦ୍ୱାରା ପୂରା ବୁଝିପାରିବେ ନାହିଁ ।
ବର୍ତ୍ତମାନ ସାରା ବିଶ୍ୱରେ ରାବଣର ରାଜ୍ୟ ଚାଲିଛି, ଏଠାରେ ମନୁଷ୍ୟ ତ କେତେ ଦୁଃଖୀ ଅଟନ୍ତି ।
ରିଦ୍ଧି-ସିଦ୍ଧି ତନ୍ତ୍ର-ମନ୍ତ୍ର ବାଲା ମଧ୍ୟ ବହୁତ ହଇରାଣ କରୁଛନ୍ତି । ଖବରକାଗଜରେ ମଧ୍ୟ
ବାହାରୁଛି, ଏହାଙ୍କ ଭିତରେ ଦୁଷ୍ଟ ଆତ୍ମା ରହିଛି । ବହୁତ ଦୁଃଖ ଦେଇଥା’ନ୍ତି । ବାବା କହୁଛନ୍ତି
ଏ ସବୁ କଥାରେ ତୁମର କୌଣସି ସମ୍ପର୍କ ନାହିଁ । ବାବା ସିଧା ସଳଖ କଥା କହୁଛନ୍ତି - ପିଲାମାନେ,
ତୁମେ ମୋତେ ମନେ ପକାଅ ତେବେ ତୁମେ ପବିତ୍ର ହୋଇଯିବ । ତୁମର ସବୁ ଦୁଃଖ ଦୂର ହୋଇଯିବ । ଆଚ୍ଛା-
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯଥାର୍ଥ
ରୂପରେ ବାବାଙ୍କୁ ମନେ ପକାଇବାର ବା ଆତ୍ମ-ଅଭିମାନୀ ହେବାର ପରିଶ୍ରମ କରିବାକୁ ହେବ, ସତ୍ୟତାର
ସହିତ ନିଜର ଚାର୍ଟ ରଖିବାକୁ ପଡିବ, ଏଥିରେ ହିଁ ବହୁତ-ବହୁତ ଫାଇଦା ରହିଛି ।
(୨) ସବୁଠାରୁ ବଡ
ଦୁଃଖଦାୟୀ କଣ୍ଟା ହେଉଛି କାମ ବିକାର, ଯୋଗବଳ ଦ୍ୱାରା ଏହା ଉପରେ ବିଜୟ ପ୍ରାପ୍ତ କରି ପତିତରୁ
ପବିତ୍ର ହେବାକୁ ପଡିବ । ବାକି ଅନ୍ୟ କୌଣସି କଥାରେ ତୁମର ସମ୍ପର୍କ ନାହିଁ ।
ବରଦାନ:-
ବାସ୍ତବିକ ଜୀବନ
ଦ୍ୱାରା ପରମାତ୍ମଙ୍କର ପ୍ରମାଣ ଦେଉଥିବା ଧର୍ମଯୁଦ୍ଧରେ ବିଜୟୀ ଭବ ।
ଏବେ ସମସ୍ତଙ୍କୁ ମଞ୍ଚ
ଉପରକୁ ଆସିବାକୁ ହେବ । ସେହି ଧର୍ମ ଯୁଦ୍ଧରେ ବିଜୟୀ ହେବାର ଆଧାର ହେଲା ତୁମମାନଙ୍କର ବାସ୍ତବିକ
ଜୀବନ କାହିଁକି ନା ପରମାତ୍ମ ଜ୍ଞାନର ପ୍ରମାଣ ହେଉଛି ବାସ୍ତବିକ ଜୀବନ । ତୁମମାନଙ୍କର ମୂରତ
ଦ୍ୱାରା ଜ୍ଞାନ ଏବଂ ଗୁଣ ବାସ୍ତବିକ ରୂପରେ ଦେଖାଯାଉ କାହିଁକି ନା ଆଜିକାଲି ଜ୍ଞାନର ଆଲୋଚନା
ଦ୍ୱାରା ନିଜର ଭାବମୂର୍ତ୍ତିକୁ ସିଦ୍ଧ କରିପାରିବ ନାହିଁ କିନ୍ତୁ ନିଜର ବାସ୍ତବିକ ଧାରଣା ମୂରତ
ଜୀବନ ଦ୍ୱାରା ଗୋଟିଏ ସେକେଣ୍ଡରେ କାହାକୁ ବି ଶାନ୍ତ କରିଦେଇପାରିବ ।
ସ୍ଲୋଗାନ:-
ଆତ୍ମାକୁ ଉଜ୍ୱଳ
କରିବା ପାଇଁ ପରମାତ୍ମ ସ୍ମୃତି ଦ୍ୱାରା ମନର ଦ୍ୱନ୍ଦ୍ୱକୁ ସମାପ୍ତ କର ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ଅଭ୍ୟାସର ପ୍ରୟୋଗଶାଳାରେ
ବସି ଯଦି ଯୋଗର ପ୍ରୟୋଗ କରିବ ତେବେ ଏକ ମାତ୍ର ପିତାଙ୍କର ସାହାରାର ଏବଂ ଅନେକ ପକାରର ବିଘ୍ନଠାରୁ
ମୁକ୍ତ ହେବାର ଅନୁଭବ କରିପାରିବ । ଏବେ ତୁମେମାନେ ଜ୍ଞାନର ସାଗର, ଗୁଣର ସାଗର, ଶକ୍ତିଗୁଡିକର
ସାଗରର ଉପରର ଲହଡିରେ ଖେଳୁଛ ସେଥିପାଇଁ ଅଳ୍ପକାଳର ସତେଜତାର ଅନୁଭବ କରୁଛ, କିନ୍ତୁ ଏବେ ସାଗରର
ଗର୍ଭକୁ ପ୍ରବେଶ କର ତେବେ ଅନେକ ପ୍ରକାରର ବିଚିତ୍ର ଅନୁଭବ କରିବା ସହିତ ରତ୍ନଗୁଡିକୁ ପ୍ରାପ୍ତ
କରିବ ।
ମାତେଶ୍ୱରୀଜୀଙ୍କ
ଅମୂଲ୍ୟ ମହାବାକ୍ୟ
“ଯୋଗ ଦ୍ୱାରା ହିଁ
ମୁକ୍ତ ହେବାର ଶକ୍ତି ମିଳିଥାଏ ”
ପ୍ରଥମେ ଆମକୁ ଗୋଟିଏ କଥା
ସ୍ମୃତିରେ ଅବଶ୍ୟ ରଖିବାକୁ ହେବ ଯେ - ଯଦି ପରମାତ୍ମା ମନୁଷ୍ୟ ସୃଷ୍ଟିରୂପି ବୃକ୍ଷର ବୀଜ ଅଟନ୍ତି
ତେବେ ସେହି ପରମାତ୍ମାଙ୍କ ଦ୍ୱାରା ଯେଉଁ ଜ୍ଞାନ ପ୍ରାପ୍ତ ହେଉଛି ତାହା ମଧ୍ୟ ସମସ୍ତ ମନୁଷ୍ୟ
ଆତ୍ମାଙ୍କ ନିମନ୍ତେ ଆବଶ୍ୟକ । ସମସ୍ତ ଧର୍ମର ଆତ୍ମାମାନଙ୍କର ଏହା ଜ୍ଞାନ ନେବାର ଅଧିକାର ଅଛି ।
ଯଦିଓ ପ୍ରତ୍ୟେକ ଧର୍ମର ଜ୍ଞାନ ନିଜସ୍ୱ ଅଟେ, ପ୍ରତ୍ୟେକଙ୍କର ଧର୍ମ ଶାସ୍ତ୍ର ନିଜସ୍ୱ ରହିଛି,
ପ୍ରତ୍ୟେକଙ୍କର ମତ ଓ ସଂସ୍କାର ନିଜ ନିଜର ରହିଛି କିନ୍ତୁ ଏହି ଜ୍ଞାନ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ
। ସେମାନେ ଏହି ଜ୍ଞାନକୁ ଧାରଣ ନ କରିଲେ ମଧ୍ୟ ଆମ ରାଜବଂଶରେ ନ ଆସିଲେ ମଧ୍ୟ ପରମାତ୍ମା ସର୍ବ
ଆତ୍ମାମାନଙ୍କର ପିତା ହୋଇଥିବା କାରଣରୁ ତାଙ୍କ ସହ ଯୋଗଯୁକ୍ତ ହେଲେ ପବିତ୍ର ଅବଶ୍ୟ ହୋଇପାରିବେ ।
ଏହି ପବିତ୍ରତା କାରଣରୁ ନିଜ ବିଭାଗରେ ଅବଶ୍ୟ ଉଚ୍ଚପଦ ପାଇବେ କାହିଁକି ନା ଯୋଗକୁ ତ ସମସ୍ତେ
ସ୍ୱୀକାର କରିଥା’ନ୍ତି । ଅନେକ ମନୁଷ୍ୟ ଏପରି କୁହନ୍ତି ଯେ ଆମକୁ ବି ମୁକ୍ତି ଦରକାର କିନ୍ତୁ
ଦଣ୍ଡରୁ ମୁକ୍ତ ହେବାର ଶକ୍ତି ମଧ୍ୟ ଏହି ଯୋଗ ଦ୍ୱାରା ମିଳିପାରିବ ।
“ଅଜପାଜପ ଅର୍ଥାତ୍
ନିରନ୍ତର ଈଶ୍ୱରୀୟ ସ୍ମୃତି”
ଯେଉଁ ଉକ୍ତି ରହିଛି ଯେ
- ପ୍ରତି ଶ୍ୱାସରେ ଅଜପାଜପ କରିଚାଲ ଏହାର ଯଥାର୍ଥ ଅର୍ଥ କ’ଣ? ଅଜପାଜପ ଅର୍ଥ ପ୍ରତି ଶ୍ୱାସରେ
ବୁଦ୍ଧି ଯୋଗ ନିଜର ପରମପିତା ପରମାତ୍ମାଙ୍କ ସହ ନିରନ୍ତର ସଂଯୋଗ କରିବା, ଅର୍ଥାତ୍ ପ୍ରତି ଶ୍ୱାସରେ
ଈଶ୍ୱରୀୟ ସ୍ମୃତି କାୟମ ରଖିବା, ଏହି ନ୍ତିରନ୍ତର ଈଶ୍ୱରୀୟ ସ୍ମୃତିକୁ ଅଜପାଜପ କୁହାଯାଇଥାଏ ।
ବାକି ମୁଖରେ ରାମ ନାମ ଜପ କରିବା, ଅନ୍ତର୍ମନରେ ମନ୍ତ୍ର ଉଚ୍ଚାରଣ କରିବା, ଏହା ତ ନିରନ୍ତର
ସମ୍ଭବ ନୁହେଁ । ସାଧାରଣତଃ ଲୋକମାନେ ବୁଝିଥାଆନ୍ତି ଆମେ ମୁଖରେ ମନ୍ତ୍ର ଉଚ୍ଚାରଣ କରୁନାହୁଁ ମନରେ
ଉଚ୍ଚାରଣ କରୁଛୁ ଏହା ହିଁ ଅଜପାଜପ । କିନ୍ତୁ ଏହା ତ ଏକ ବିଚାର ଯୋଗ୍ୟ ବିଷୟ ଯେଉଁଠି ନିଜର ଶବ୍ଦ
ହିଁ ଅଜପାଜପ, ଯାହାକୁ ଜପିବାର କୌଣସି ଆବଶ୍ୟକତା ନାହିଁ । ନିରନ୍ତର କୌଣସି ମୂର୍ତ୍ତିକୁ ଧ୍ୟାନ
କରିବା ବା କୌଣସି ବସ୍ତୁକୁ ସ୍ମରଣ କରିବା ତ ସମ୍ଭବ ନୁହେ ଖାଇବା ପିଇବା ବା ନିତ୍ୟକର୍ମରେ ତ ଏସବୁ
ସମ୍ଭବ ନୁହେଁ । କିନ୍ତୁ ଈଶ୍ୱରୀୟ ସ୍ମୃତି ନିରନ୍ତର ରହିପାରିବ କାରଣ ଏହା ବହୁତ ସହଜ । ଯେପରି
ସନ୍ତାନ ନିଜର ପିତାଙ୍କୁ ମନେ ପକାଇବା ପାଇଁ କୌଣସି ଫଟୋ ଚିତ୍ରର ଆବଶ୍ୟକତା ପଡେ ନାହିଁ । କିନ୍ତୁ
ସ୍ମୃତି ଆସିବା କ୍ଷଣି - କାୟ ମନୋବାକ୍ୟରେ ପିତାଙ୍କର ସମସ୍ତ ଆଚାର ବିଚାର, ବ୍ୟବହାର, ଗୁଣ,
କର୍ତ୍ତବ୍ୟ ମନେ ପଡିଯାଇଥାଏ । ସେହି କଥା ସ୍ମୃତିରେ ଆସିବା ଦ୍ୱାରା ସନ୍ତାନ ମଧ୍ୟରେ, ସେହିଭଳି
ଗୁଣ କର୍ତ୍ତବ୍ୟ ଆସିଯାଇଥାଏ । ତାଦ୍ୱାରା ପିତାଙ୍କୁ ପ୍ରତ୍ୟକ୍ଷ କରିବା ସମ୍ଭବ ହୋଇଥାଏ ।
ସେହିଭଳି ଅର୍ନ୍ତମନରୁ ନିଜର କଥା ଏବଂ ସମସ୍ତଙ୍କର ସ୍ମୃତିକୁ ଭୁଲି, ଏକ ସତ୍ୟ ପାରଲୌକିକ ପରମପିତା
ପରମାତ୍ମାଙ୍କର ସ୍ମୃତିରେ ରହିବାର ଅଛି । ଏଥିରେ ଖାଇବା ପିଇବା, ଶୋଇବା, ବସିବା-ଉଠିବା ସମୟରେ
ନିରନ୍ତର ସ୍ମୃତିରେ ରହିବା ସମ୍ଭବ । ସେହି ସ୍ମୃତି ଦ୍ୱାରା ହିଁ କର୍ମାତୀତ ହେଉଛେ । ତେଣୁ ଏହି
ସ୍ୱାଭାବିକ ସ୍ମୃତିକୁ ହିଁ ଅଜପାଜପ କୁହାଯାଇଥାଏ । ଆଚ୍ଛା! ଓମ୍ ଶାନ୍ତି ।