18.11.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ହିଁ ସତ୍ୟ ଅଲୌକିକ ଜାଦୁକର ଅଟ, ତୁମକୁ ମନୁଷ୍ୟରୁ ଦେବତା କରିବାର ଜାଦୁ ଦେଖାଇବାକୁ ହେବ’’ ।

ପ୍ରଶ୍ନ:-
ଭଲ ପୁରୁଷାର୍ଥୀ ଛାତ୍ରଛାତ୍ରୀଙ୍କର ଲକ୍ଷଣ କ’ଣ ହୋଇଥିବ?

ଉତ୍ତର:-
ସେମାନେ ସମ୍ମାନର ସହିତ ପାସ୍ ହେବାର ଅର୍ଥାତ୍ ବିଜୟ ମାଳାରେ ଆସିବାର ଲକ୍ଷ୍ୟ ରଖିଥିବେ । ସେମାନଙ୍କ ବୁଦ୍ଧିରେ ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହିଥିବ । ଦେହ ସହିତ ଦେହର ସବୁ ସମ୍ବନ୍ଧରୁ ବୁଦ୍ଧିଯୋଗ ତୁଟାଇ ଜଣଙ୍କ ସହିତ ହିଁ ପ୍ରୀତି ରଖିବେ । ଏହିଭଳି ପୁରୁଷାର୍ଥୀ ହିଁ ମାଳାର ଦାନା ହେବେ ।

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ବସି ବୁଝାଉଛନ୍ତି । ଏବେ ତୁମେ ଆତ୍ମିକ ସନ୍ତାନମାନେ ଜାଦୁକର-ଜାଦୁକରଣୀ ହୋଇଯାଇଛ, ସେଥିପାଇଁ ବାବାଙ୍କୁ ମଧ୍ୟ ଜାଦୁକର କହୁଛନ୍ତି । ଏପରି କେହି ଜାଦୁକର ନ ଥିବେ - ଯିଏକି ମନୁଷ୍ୟକୁ ଦେବତା କରିଦେବେ । ଏହା ଜାଦୁଗରୀ ଅଟେ ନା । କେତେ ଶ୍ରେଷ୍ଠ ରୋଜଗାର କରାଇବାର ତୁମେ ରାସ୍ତା ବତାଉଛ । ସ୍କୁଲ୍‌ରେ ଶିକ୍ଷକ ମଧ୍ୟ ରୋଜଗାର କରିବା ଶିଖାଇଥାନ୍ତି । ପାଠପଢା ରୋଜଗାର ଅଟେ ନା । ଭକ୍ତିମାର୍ଗର କଥା, ଶାସ୍ତ୍ର ଆଦି ଶୁଣିବା, ଏହାକୁ ପାଠପଢା କୁହାଯିବ ନାହିଁ । ଏଥିରୁ କୌଣସି ଆମଦାନୀ ହୁଏ ନାହିଁ, କେବଳ ପଇସା ଖର୍ଚ୍ଚ ହୁଏ । ବାବା ମଧ୍ୟ ବୁଝାଉଛନ୍ତି - ଭକ୍ତିମାର୍ଗରେ ଚିତ୍ର ତିଆରି କରି, ମନ୍ଦିର ତିଆରି କରି, ଭକ୍ତି କରି-କରି ତୁମେ କେତେ ପଇସା ଖର୍ଚ୍ଚ କରିଦେଇଛ । ଶିକ୍ଷକ ତ ପୁଣି ବି ରୋଜଗାର କରିବାର ରାସ୍ତା ବତାଇଥା’ନ୍ତି । ଶରୀର ନିର୍ବାହ ହୋଇଥାଏ । ତୁମ ସନ୍ତାନମାନଙ୍କର ପାଠପଢା କେତେ ଶ୍ରେଷ୍ଠ । ସମସ୍ତଙ୍କୁ ପଢିବାକୁ ବି ହେବ । ତୁମେ ପିଲାମାନେ ମନୁଷ୍ୟରୁ ଦେବତା କରୁଛ । ସେହି ପାଠପଢା ଦ୍ୱାରା ବାରିଷ୍ଟର ଆଦି ହେବ, ତାହା ପୁଣି ଗୋଟିଏ ଜନ୍ମ ପାଇଁ । ସେ ପାଠପଢା ଏ ପାଠପଢାରେ କେତେ ରାତି-ଦିନର ଫରକ ରହିଛି, ସେଥିପାଇଁ ତୁମ ଆତ୍ମାମାନଙ୍କୁ ଶୁଦ୍ଧ ନିଶା ରହିବା ଦରକାର । ଏହା ଗୁପ୍ତ ନିଶା ଅଟେ । ବେହଦ ବାବାଙ୍କର କମାଲ ଅଟେ । କିପରି ରୁହାନୀ ଜାଦୁ ଅଟେ । ନିଜକୁ ଆତ୍ମା ଭାବି ଭାବି ସତ୍ତ୍ୱପ୍ରଧାନ ହୋଇଯା’ନ୍ତି । ଯେପରି ସନ୍ନ୍ୟାସୀମାନେ କହିଥା’ନ୍ତି ନା - ତୁମେ ଭାବ ମୁଁ ମଇଁଷି... ଏପରି ଭାବି ଜଣେ କୋଠରୀରେ ବସିଗଲା । କହିଲା ମୁଁ ମଇଁଷି, କୋଠରୀରୁ ବାହାରିବି କିପରି? ଏବେ ବାବା କହୁଛନ୍ତି ତୁମେ ପବିତ୍ର ଆତ୍ମା ଥିଲ, ଏବେ ଅପବିତ୍ର ହୋଇଯାଇଛ, ପୁଣି ବାବାଙ୍କ ସ୍ମୃତି ଦ୍ୱାରା ତୁମେ ପବିତ୍ର ହୋଇଯିବ । ଏହି ଜ୍ଞାନକୁ ଶୁଣି ନରରୁ ନାରାୟଣ ଅଥବା ମନୁଷ୍ୟରୁ ଦେବତା ହୋଇଯାଉଛ । ଦେବତାମାନଙ୍କର ମଧ୍ୟ ସାମ୍ରାଜ୍ୟ ହେବ ନା । ତୁମେ ଏବେ ଶ୍ରୀମତ ଆଧାରରେ ଭାରତରେ ଦୈବୀ ସାମ୍ରାଜ୍ୟର ସ୍ଥାପନା କରୁଛ । ବାବା କହୁଛନ୍ତି - ଏବେ ମୁଁ ଯାହା ତୁମକୁ ଶ୍ରୀମତ ହେଉଛି ଏହା ଠିକ୍ ନା ଶାସ୍ତ୍ରର ମତ ଠିକ୍‌? ନିର୍ଣ୍ଣୟ କର । ଗୀତା ହେଉଛି ସର୍ବଶାସ୍ତ୍ର ଶିରୋମଣୀ ଶ୍ରୀମଦ୍ ଭଗବତ ଗୀତା । ଏହା ସ୍ୱତନ୍ତ୍ର ରୂପେ ଲେଖାଯାଇଛି । ତେବେ ଭଗବାନ କାହାକୁ କୁହାଯିବ? ନିଶ୍ଚୟ ସମସ୍ତେ କହିବେ - ନିରାକାର ଶିବ । ଆମେ ଆତ୍ମାମାନେ ତାଙ୍କର ସନ୍ତାନ ଭାଇ ଭାଇ ଅଟୁ । ସେ ଏକମାତ୍ର ପିତା ଅଟନ୍ତି । ବାବା କହୁଛନ୍ତି ତୁମେ ସମସ୍ତେ ପ୍ରେମିକା ଅଟ, ପରମାତ୍ମା, ପ୍ରେମିକକୁ ମନେ ପକାଉଛ କାହିଁକି ନା ମୁଁ ହିଁ ରାଜଯୋଗ ଶିଖାଇଥିଲି, ଯାହା ଦ୍ୱାରା ତୁମେ ବାସ୍ତବରେ ନରରୁ ନାରାୟଣ ହେଉଛ । ସେମାନେ ତ କହିଦେଉଛନ୍ତି ଯେ ଆମେ ସତ୍ୟ ନାରାୟଣଙ୍କ କଥା ଶୁଣୁଛୁ । ଏକଥା କେହି ବୁଝୁ ନାହାଁନ୍ତି ଯେ ଏହାଦ୍ୱାରା ଆମେ ନରରୁ ନାରାୟଣ ହେବୁ । ବାବା ତୁମ ଆତ୍ମାମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି, ଯାହାଦ୍ୱାରା ଆତ୍ମା ସବୁ କିଛି ଜାଣି ଯାଉଛି । ଶରୀର ବିନା ଆତ୍ମା କଥା କହିପାରିବ ନାହିଁ । ଆତ୍ମାମାନଙ୍କର ରହିବା ସ୍ଥାନକୁ ନିର୍ବାଣଧାମ କୁହାଯାଉଛି । ତୁମ ସନ୍ତାନମାନଙ୍କୁ ଏବେ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ । ଏହି ଦୁଃଖଧାମକୁ ବୁଦ୍ଧିରୁ ଭୁଲିବାକୁ ହେବ । ଆତ୍ମାକୁ ଏବେ ଜ୍ଞାନ ମିଳିଛି - ଠିକ୍ କ’ଣ, ଭୁଲ୍ କ’ଣ? କର୍ମ, ଅକର୍ମ, ବିକର୍ମର ରହସ୍ୟକୁ ମଧ୍ୟ ବାବା ବୁଝାଇଛନ୍ତି । ବାବା ସନ୍ତାନମାନଙ୍କୁ ହିଁ ବୁଝାଉଛନ୍ତି ଏବଂ ସନ୍ତାନମାନେ ହିଁ ଜାଣୁଛନ୍ତି । ଅନ୍ୟ ମନୁଷ୍ୟମାନେ ତ ବାବାଙ୍କୁ ହିଁ ଜାଣି ନାହାଁନ୍ତି । ବାବା କହୁଛନ୍ତି ଏହିପରି ଡ୍ରାମା ମଧ୍ୟ ତିଆରି ହୋଇଛି । ରାବଣ ରାଜ୍ୟରେ ସମସ୍ତଙ୍କର କର୍ମ ବିକର୍ମ ହୋଇଥାଏ । ସତ୍ୟଯୁଗରେ କର୍ମ ଅକର୍ମ ହୋଇଥାଏ । କେହି ଯଦି ପଚାରନ୍ତି ସେଠାରେ କ’ଣ ପିଲା ଜନ୍ମ ହେଉ ନାହାଁନ୍ତି? ତେବେ କୁହ, ତାକୁ ନିର୍ବିକାରୀ ଦୁନିଆ କୁହାଯାଏ, ତେଣୁ ସେଠାରେ ଏହି ୫ ବିକାର କେଉଁଠାରୁ ଆସିବ । ଏହା ବହୁତ ସାଧାରଣ କଥା । ଏକଥା ବାବା ବସି ବୁଝାଉଛନ୍ତି, ଯିଏ ଠିକ୍ ଭାବୁଛନ୍ତି ସେ ତୁରନ୍ତ ଧାରଣ କରିଥା’ନ୍ତି । କେହି ନ ବୁଝୁଥିଲେ ମଧ୍ୟ, ଆଗକୁ ଗଲେ ବୁଝିଯିବେ । ଅଗ୍ନୀଶିଖା ପାଖକୁ ପତଙ୍ଗ ଆସିଥା’ନ୍ତି, ଚାଲିଯାଇ ପୁଣି ଆସିଥାନ୍ତି । ବାବା ମଧ୍ୟ ଅଗ୍ନୀ ଶିଖା ସମ ଅଟନ୍ତି, ପୁରୁଣା ଦୁନିଆ ଜଳି ଭସ୍ମ ହୋଇଯିବ । ଏ କଥା ମଧ୍ୟ ବୁଝାଯାଉଛି - ବାକି କୌଣସି ନିଆଁ ଆଦିର କଥା ନାହିଁ । ତାହା ତ’ ସାଧାରଣ କଥା ଅଟେ । ଅଗ୍ନୀଶିଖାରେ ବହୁତ ପତଙ୍ଗ ପଡି ଜଳିଯାଇଥା’ନ୍ତି । ଦୀପାବଳୀରେ କେତେ ଛୋଟ-ଛୋଟ ପୋକ ଜନ୍ମ ହୁଅନ୍ତି ପୁଣି ମରିଯାଇଥା’ନ୍ତି । ଜନ୍ମ ନେଲେ ଓ ମଲେ । ବାବା ମଧ୍ୟ ବୁଝାଉଛନ୍ତି - ଯେଉଁ ଆତ୍ମା ଅନ୍ତ ସମୟରେ ଆସି ଜନ୍ମ ନେଇ ପୁଣି ମରିଯିବେ, ଏହା ତ ଯେପରି ମଶାଙ୍କ ସଦୃଶ ଜୀବନ ହୋଇଗଲା । ବାବା ସମ୍ପତ୍ତି ଦେବା ପାଇଁ ଆସିଛନ୍ତି ସେଥିପାଇଁ ପୁରୁଷାର୍ଥ କରି ସମ୍ମାନର ସହିତ ପାସ ହେବା ଉଚିତ୍ । ଭଲ ଭଲ ଛାତ୍ରମାନେ ବହୁତ ପୁରୁଷାର୍ଥ କରିଥାନ୍ତି । ଏହି ମାଳା ମଧ୍ୟ ସମ୍ମାନର ସହ ପାସ୍ ହୋଇଥିବା ଆତ୍ମାମାନଙ୍କର ଅଟେ । ଯେତେ ସମ୍ଭବ ପୁରୁଷାର୍ଥ କରିଚାଲ । ବିନାଶ କାଳେ ବିପରୀତ ବୁଦ୍ଧି କହିଥାନ୍ତି । ଏହା ଉପରେ ମଧ୍ୟ ତୁମେ ବୁଝାଇପାରିବ । ଆମର ବାବାଙ୍କ ସହିତ ପ୍ରୀତୀ ବୁଦ୍ଧି ରହିଛି । ଏକ ବାବାଙ୍କ ବ୍ୟତୀତ ଆମେ କାହାକୁ ମନେ ପକାଉ ନାହୁଁ । ବାବା କହୁଛନ୍ତି ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି ମୋତେ ମନେ ପକାଅ । ଭକ୍ତିମାର୍ଗରେ ବହୁତ ମନେ ପକାଇ ଆସିଛ - ହେ ଦୁଃଖହର୍ତ୍ତା, ସୁଖକର୍ତ୍ତା... ତେବେ ନିଶ୍ଚୟ ବାବା ସୁଖଦାୟୀ ଅଟନ୍ତି ନା । ସ୍ୱର୍ଗକୁ ସୁଖଧାମ କୁହାଯାଉଛି । ବାବା ବୁଝାଉଛନ୍ତି ମୁଁ ଆସିଛି ପବିତ୍ର କରିବା ପାଇଁ । ଯେଉଁ ସନ୍ତାନମାନେ କାମ ଚିତା ଉପରେ ବସି ଭସ୍ମ ହୋଇଯାଇଛନ୍ତି, ତାଙ୍କ ଉପରେ ଆସି ଜ୍ଞାନର ବର୍ସା କରୁଛି । ତୁମ ସନ୍ତାନମାନଙ୍କୁ ଯୋଗ ଶିଖାଉଛି - ବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହେବ ଏବଂ ତୁମେ ପରିସ୍ତାନର ମାଲିକ ହୋଇଯିବ । ତୁମେ ମଧ୍ୟ ଜାଦୁକର ଅଟ ନା । ପିଲାମାନଙ୍କର ନିଶା ରହିବା ଉଚିତ୍‌ - ଏହା ଆମର ସଚ୍ଚା ସଚ୍ଚା ଜାଦୁଗରୀ ଅଟେ । କେହି-କେହି ବହୁତ ଭଲ ହୋସିଆର ଜାଦୁକର ଥାନ୍ତି । କ’ଣ କ’ଣ ସବୁ ଜିନିଷ ବାହାର କରିଥାନ୍ତି । ଏହି ଜାଦୁଗରୀ ପୁଣି ଅଲୌକିକ ଅଟେ ଅର୍ଥାତ୍ ଜଣଙ୍କ ବ୍ୟତୀତ ଆଉ କେହି ଶିଖାଇ ପାରିବେ ନାହିଁ । ତୁମେ ଜାଣିଛ ଆମେ ମନୁଷ୍ୟରୁ ଦେବତା ହେଉଛୁ । ଏହି ଶିକ୍ଷା ନୂଆ ଦୁନିଆ ନିମନ୍ତେ ଉଦ୍ଦିଷ୍ଟ । ତା’କୁ ସତ୍ୟଯୁଗୀ ନୂଆ ଦୁନିଆ କୁହାଯାଉଛି । ଏବେ ତୁମେ ସଂଗମଯୁଗରେ ଅଛ । ଏହି ପୁରୁଷୋତ୍ତମ ସଂଗମଯୁଗ ବିଷୟରେ କାହାକୁ ଜଣା ନାହିଁ । ତୁମେ କେତେ ଉତ୍ତମ ପୁରୁଷ ହେଉଛ । ବାବା ଆତ୍ମାମାନଙ୍କୁ ହିଁ ବୁଝାଉଛନ୍ତି । ତୁମେ ଟିଚର ଭଉଣୀ ମାନେ ଯେତେବଳେ କ୍ଲାସ୍‌ରେ ବସୁଛ ତୁମର କାମ ହେଉଛି ପ୍ରଥମେ ସମସ୍ତଙ୍କୁ ସାବଧାନ କରାଇବା । ଭାଇ-ଭଉଣୀମାନେ ନିଜକୁ ଆତ୍ମା ଭାବି ବସ । ଆମେ ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛୁ । ୮୪ ଜନ୍ମର ରହସ୍ୟ ମଧ୍ୟ ବାବା ବୁଝାଇଛନ୍ତି । କେଉଁ କେଉଁ ମନୁଷ୍ୟମାନେ ୮୪ ଜନ୍ମ ନେଉଛନ୍ତି? ସମସ୍ତେ ତ’ ନେବେ ନାହିଁ । ଏହା ଉପରେ ମଧ୍ୟ କାହାର ବୁଦ୍ଧି ଚାଲୁ ନାହିଁ । ଯାହା ଶୁଣୁଛନ୍ତି ସତ ବୋଲି କହିଦେଉଛନ୍ତି । ହନୁମାନ ପବନରୁ ବାହାରିଲେ - ସତ । ପୁଣି ଅନ୍ୟମାନଙ୍କୁ ମଧ୍ୟ ଏହିପରି କଥାକୁ ଶୁଣାଇଥାନ୍ତି ପୁଣି ଶୁଣି ସତ୍‌-ସତ୍ କରି ଚାଲିଥାନ୍ତି ।

ଏବେ ଭୁଲ୍ ଠିକ୍ ବୁଝିବା ପାଇଁ ତୁମକୁ ଜ୍ଞାନ ଚକ୍ଷୁ ମିଳିଛି, ତେଣୁ ସଠିକ୍ କର୍ମ କରିବା ଉଚିତ୍ । ତୁମେମାନେ ବୁଝାଉଛ ମଧ୍ୟ ଆମେ ବେହଦ ବାବାଙ୍କଠାରୁ ଏହି ସମ୍ପତ୍ତି ନେଉଛୁ । ତୁମେ ସମସ୍ତେ ପୁରୁଷାର୍ଥ କର । ସେ ବାବା ସବୁ ଆତ୍ମାମାନଙ୍କର ପିତା ଅଟନ୍ତି । ତୁମ ଆତ୍ମାମାନଙ୍କୁ ବାବା କହୁଛନ୍ତି ବର୍ତ୍ତମାନ ମୋତେ ମନେ ପକାଅ । ନିଜକୁ ଆତ୍ମା ଭାବ । ଆତ୍ମାରେ ହିଁ ସଂସ୍କାର ରହିଛି । ଆତ୍ମା ସଂସ୍କାର ନେଇଯାଇଥାଏ, କାହାର ଛୋଟ ବୟସରୁ ବହୁତ ନାମ ପ୍ରସିଦ୍ଧ ହୋଇଥିଲେ ବୁଝାଯାଏ ଇଏ ପୂର୍ବ ଜନ୍ମରେ ଏପରି କୌଣସି ଭଲ କର୍ମ କରିଛନ୍ତି । କେହି କଲେଜ ଆଦି ତିଆରି କରିଲେ ପର ଜନ୍ମରେ ଭଲ ପାଠ ପଢିଥା’ନ୍ତି । କର୍ମର ହିସାବ-କିତାବ ରହିଛି ନା । ସତ୍ୟଯୁଗରେ ବିକର୍ମର କଥା ହିଁ ରହିବ ନାହିଁ । କର୍ମ ତ ନିଶ୍ଚୟ କରିବେ । ରାଜକାର୍ଯ୍ୟ କରିବେ, ଖାଇବେ ପିଇବେ କିନ୍ତୁ ଓଲଟା କର୍ମ କରିବେ ନାହିଁ । ତାକୁ ହିଁ ରାମରାଜ୍ୟ କୁହାଯାଏ । ଏଠାରେ ରାବଣ ରାଜ୍ୟ ରହିଛି । ଏବେ ତୁମେ ଶ୍ରୀମତ ଆଧାରରେ ରାମରାଜ୍ୟ ସ୍ଥାପନ କରୁଛ । ତାହା ହେଉଛି ନୂଆ ଦୁନିଆ । ପୁରୁଣା ଦୁନିଆରେ ଦେବତାମାନଙ୍କର ଛାଇ ପଡି ନ ଥାଏ । ଲକ୍ଷ୍ମୀଙ୍କର ଜଡ ଚିତ୍ର ରଖିଲେ ଛାଇ ପଡିବ, ଚୈତନ୍ୟର ପଡିପାରିବ ନାହିଁ । ତୁମେ ଜାଣିଛ ସମସ୍ତଙ୍କୁ ପୁନର୍ଜନ୍ମ ନେବାକୁ ପଡିବ । କୂଅରୁ ପାଣି କାଢିବାର ଏକ ବିଧି ଅଛି ନା, ଚକି ଅନବରତ ଘୂରୁଥାଏ । ଏହିପରି ତୁମର ଚକ୍ର ଘୂରୁଛି । ଏହା ଉପରେ ହିଁ ଦୃଷ୍ଟାନ୍ତ ରୂପେ ବୁଝାଯାଉଛି । ପବିତ୍ରତା ହିଁ ସବୁଠାରୁ ଶ୍ରେଷ୍ଠ । କୁମାରୀ ପବିତ୍ର ହୋଇଥିବାରୁ ସମସ୍ତେ ତା’ର ପାଦ ତଳେ ପଡିଥା’ନ୍ତି । ତୁମେ ହେଉଛ ପ୍ରଜାପିତା ବ୍ରହ୍ମାକୁମାର ଓ କୁମାରୀମାନେ । ପ୍ରାୟତଃ କୁମାରୀମାନଙ୍କ ସଂଖ୍ୟା ଅଧିକା ସେଥିପାଇଁ ଗାୟନ ରହିଛି କୁମାରୀ ଦ୍ୱାରା ବାଣ ମାରିଲେ । ଏହା ହେଉଛି ଜ୍ଞାନବାଣ । ତୁମେ ସ୍ନେହର ସହିତ ବସି ବୁଝାଉଛ । ବାବା ସତ୍‌ଗୁରୁ ଜଣେ ହିଁ ଅଟନ୍ତି । ସେ ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ଭଗବାନୁବାଚ - ମନମନାଭବ । ଏହା ମଧ୍ୟ ମନ୍ତ୍ର ଅଟେ ନା, ଏହିଥିରେ ହିଁ ମେହନତ ରହିଛି । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଏହା ହେଉଛି ଗୁପ୍ତ ମେହନତ । ଆତ୍ମା ହିଁ ତମୋପ୍ରଧାନ ହୋଇଛି ଆତ୍ମାକୁ ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବା ବୁଝାଉଛନ୍ତି - ଆତ୍ମାଏଁ ଔର ପରମାତ୍ମା ଅଲଗ ରହେ ବହୁ କାଲ... ଯିଏ ପ୍ରଥମେ ଅଲଗା ହୋଇଛନ୍ତି, ତାଙ୍କ ସହିତ ପ୍ରଥମେ ମିଶିବେ । ସେଥିପାଇଁ ବାବା କହୁଛନ୍ତି ଲାଡଲେ ସିକିଲଧେ ବଚ୍ଚେ । ବାବା ଜାଣିଛନ୍ତି କେବେଠାରୁ ଭକ୍ତି ଆରମ୍ଭ ହେଲା । ଅଧାକଳ୍ପ ଜ୍ଞାନ, ଅଧାକଳ୍ପ ଭକ୍ତି । ଦିନ ରାତି ୨୪ ଘଣ୍ଟା ମଧ୍ୟରେ ୧୨ ଘଣ୍ଟା ଏ.ଏମ୍‌. ଏବଂ ୧୨ ଘଣ୍ଟା ପି.ଏମ୍ ହୋଇଥାଏ । କଳ୍ପ ମଧ୍ୟ ଅଧା-ଅଧା ଅଟେ । ବ୍ରହ୍ମାଙ୍କର ଦିନ, ବ୍ରହ୍ମାଙ୍କର ରାତି ପୁଣି କଳିଯୁଗର ଆୟୁ ଏତେ ଲମ୍ବା କାହିଁକି କରିଦେଇଛନ୍ତି? ଏବେ ତୁମେ ଠିକ୍‌-ଭୁଲ୍ ବତାଇପାରିବ । ସବୁ ଶାସ୍ତ୍ର ହେଉଛି ଭକ୍ତିମାର୍ଗର । ପୁଣି ଭଗବାନ ଆସି ଭକ୍ତିର ଫଳ ଦେଇଥା’ନ୍ତି । ଭକ୍ତମାନଙ୍କର ରକ୍ଷକ ବୋଲି କୁହାଯାଇଥାଏ ନା । ଆଗକୁ ଗଲେ ତୁମେ ସନ୍ନ୍ୟାସୀମାନଙ୍କୁ ବହୁତ ସ୍ନେହର ସହିତ ବସି ବୁଝାଇବ । ତୁମେ ଦେଉଥିବା ଫର୍ମ ତ ସେମାନେ ପୁରଣ କରିବେ ନାହିଁ । ମାତା-ପିତାଙ୍କର ନାମ ଲେଖିବେ ନାହିଁ । କେହି କେହି ମଧ୍ୟ କହିଦେଇଥା’ନ୍ତି । ବାବା ଯାଇ ପଚାରୁଥିଲେ - କାହିଁକି ସନ୍ନ୍ୟାସ କରିଲ, କାରଣ ବତାଅ? ସେମାନେ ବିକାରର ସନ୍ନ୍ୟାସ କରିବା ସହ ଘରର ସନ୍ନ୍ୟାସ ମଧ୍ୟ କରିଥା’ନ୍ତି । ଏବେ ତୁମେ ସାରା ପୁରୁଣା ଦୁନିଆର ସନ୍ନ୍ୟାସ କରୁଛ । ନୂଆ ଦୁନିଆର ସାକ୍ଷାତ୍‌କାର ତୁମକୁ କରାଇ ଦେଇଛି । ତାହା ନିର୍ବିକାରୀ ଦୁନିଆ । ସ୍ୱର୍ଗୀୟ ଈଶ୍ୱର ପିତା ଅଟନ୍ତି, ତେଣୁ ସ୍ୱର୍ଗ ହିଁ ସ୍ଥାପନ କରୁଛନ୍ତି । ଫୁଲର ବଗିଚା କରୁଛନ୍ତି । କଣ୍ଟାକୁ ଫୁଲ କରୁଛନ୍ତି । ନମ୍ବରୱାନ କଣ୍ଟା ହେଉଛି - କାମ ବିକାର । କାମକୁ କଟୁରୀ, କ୍ରୋଧକୁ ଭୂତ କହିଥା’ନ୍ତି । ଦେବୀ-ଦେବତାମାନେ ଡବଲ ଅହିଂସକ ଥିଲେ । ନିର୍ବିକାରୀ ଦେବତାମାନଙ୍କ ଆଗରେ ବିକାରୀ ମନୁଷ୍ୟମାନେ ମୁଣ୍ଡ ନୁଆଁଇଥାନ୍ତି । ଏବେ ତୁମେ ସନ୍ତାନମାନେ ଜାଣୁଛ ଆମେ ଏଠାକୁ ଆସିଛୁ ପଢିବା ପାଇଁ । ବାକି ଅନ୍ୟ ସତସଙ୍ଗ ଆଦିକୁ ଯିବା ତ ସାଧାରଣ କଥା ଅଟେ । ଈଶ୍ୱରଙ୍କୁ ସର୍ବବ୍ୟାପୀ କହିଦେଉଛନ୍ତି । ବାବା କ’ଣ କେବେ ସର୍ବବ୍ୟାପୀ ହୋଇଥା’ନ୍ତି? ବାବାଙ୍କଠାରୁ ତୁମ ସନ୍ତାନମାନଙ୍କୁ ସମ୍ପତ୍ତି ମିଳୁଛି । ବାବା ଆସି ପୁରୁଣା ଦୁନିଆକୁ ନୂଆ ଦୁନିଆ ସ୍ୱର୍ଗ କରାଉଛନ୍ତି । କେହି କେହି ତ ନର୍କକୁ ନର୍କ ବୋଲି ମଧ୍ୟ ଭାବୁନାହାଁନ୍ତି । ସାହୁକାରମାନେ ଭାବୁଛନ୍ତି ସ୍ୱର୍ଗରେ ପୁଣି କ’ଣ ଅଛି । ଆମ ପାଖରେ ଧନ ମହଲ ବିମାନ ଆଦି ସବୁ କିଛି ତ ଅଛି, ଏହା ହିଁ ଆମ ପାଇଁ ସ୍ୱର୍ଗ ଅଟେ । ଯେଉଁମାନେ ଆବର୍ଜନା ଅର୍ଥାତ୍ ଝୁମ୍ପୁଡିରେ ରହୁଛନ୍ତି ସେମାନଙ୍କ ନିମନ୍ତେ ନର୍କ ଅଟେ, ସେଥିପାଇଁ ଭାରତ କେତେ ଗରୀବ କାଙ୍ଗାଳ ହୋଇଯାଇଛି । ପୁଣି ଇତିହାସର ପୁନରାବୃତ୍ତି ହେବ । ତୁମର ନିଶା ରହିବା ଉଚିତ୍‌ - ବାବା ଆମକୁ ପୁନର୍ବାର ଦ୍ୱି-ମୁକୁଟଧାରୀ କରାଉଛନ୍ତି । ଅତୀତ, ବର୍ତ୍ତମାନ ଭବିଷ୍ୟତକୁ ଜାଣିଯାଇଛ । ସତ୍ୟଯୁଗ-ତ୍ରେତାର କାହାଣୀ ବାବା ବତାଇଛନ୍ତି । ପୁଣି କଳ୍ପ ମଝିରୁ ଆମେ ତଳକୁ ତଳକୁ ଖୁସୁଛୁ । ବାମ ମାର୍ଗ ହେଉଛି ବିକାରୀ ମାର୍ଗ । ଏବେ ପୁଣି ବାବା ଆସିଛନ୍ତି । ତୁମେ ନିଜକୁ ସ୍ୱଦର୍ଶନ ଚକ୍ରଧାରୀ ଭାବୁଛ । ଏପରି ନୁହେଁ ଯେ ଚକ୍ର ଘୂରାଉଛ, ଯାହା ଦ୍ୱାରା ଗଳା କଟିଯିବ । ଶ୍ରୀକୃଷ୍ଣଙ୍କୁ ଦେଖାଇଥା’ନ୍ତି କି ଚକ୍ର ଦ୍ୱାରା ଅସୁରମାନଙ୍କୁ ମାରୁଛନ୍ତି, ଏପରି କଥା ହୋଇ ପାରିବ ନାହିଁ । ତୁମେ ଜାଣୁଛ ଆମେ ବ୍ରାହ୍ମଣ ହେଉଛୁ ସ୍ୱଦର୍ଶନ ଚକ୍ରଧାରୀ । ଆମ ପାଖରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ସେଠାରେ ଦେବତାମାନଙ୍କର ତ ଏହି ଜ୍ଞାନ ରହିବ ନାହିଁ । ସେଠାରେ ହିଁ ହେଉଛି ସଦ୍‌ଗତି ତେଣୁ ତାକୁ ଦିନ କୁହାଯାଉଛି । ରାତିରେ ହିଁ ସବୁ ପ୍ରକାର ଅସୁବିଧା ହୋଇଥାଏ । ଭକ୍ତିରେ କେତେ ହଠଯୋଗ ଆଦି କରିଥାନ୍ତି - ଦର୍ଶନ ପାଇବା ପାଇଁ । ଯେଉଁମାନେ ନବଧା ଭକ୍ତି କରିଥାଆନ୍ତି, ସେମାନେ ପ୍ରାଣ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ହୋଇଗଲେ ସାକ୍ଷାତ୍‌କାର ହୋଇଥାଏ । ଅଳ୍ପ କାଳର ଇଚ୍ଛା ପୁରଣ ହୋଇଥାଏ - ଡ୍ରାମା ଅନୁସାରେ । ବାକି ଈଶ୍ୱର କିଛି କରୁ ନାହାଁନ୍ତି । ଅଧାକଳ୍ପ ଭକ୍ତିର ପାର୍ଟ ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ଆତ୍ମିକ ନିଶାରେ ରହିବାକୁ ହେବ ଯେ ବାବା ଆମକୁ ଦୁଇ ମୁକୁଟଧାରୀ କରୁଛନ୍ତି । ଆମେ ହେଉଛୁ ସ୍ୱଦର୍ଶନ ଚକ୍ରଧାରୀ ବ୍ରାହ୍ମଣ । ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଜ୍ଞାନକୁ ବୁଦ୍ଧିରେ ରଖି ଚାଲିବାକୁ ହେବ ।

(୨) ପାସ୍ ୱିଥ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ବାବାଙ୍କ ସହିତ ସଚ୍ଚା ସଚ୍ଚା ସ୍ନେହ ରଖିବାକୁ ହେବ । ବାବାଙ୍କୁ ମନେ ପକାଇବାର ଗୁପ୍ତ ମେହନତ କରିବାକୁ ହେବ ।

ବରଦାନ:-
ନିଜର ଡବଲ ଲାଇଟ୍ ସ୍ୱରୂପ ଦ୍ୱାରା ଆସୁଥିବା ବିଘ୍ନଗୁଡିକୁ ଅତିକ୍ରମ କରୁଥିବା ତୀବ୍ର ପୁରୁଷାର୍ଥୀ ଭବ ।

ଆସୁଥିବା ବିଘ୍ନଗୁଡିକରେ ଥକି ପଡିବା ବା ନିରାଶ ହେବା ପରିବର୍ତ୍ତେ ଗୋଟିଏ ସେକେଣ୍ଡ ଭିତରେ ନିଜର ଆତ୍ମିକ ଜ୍ୟୋତି ସ୍ୱରୂପ ଏବଂ ନିମିତ୍ତ ଭାବରେ ଡବଲ ଲାଇଟ୍ ସ୍ୱରୂପ ଦ୍ୱାରା ହାଇଜମ୍ପ ଦିଅ । ବିଘ୍ନ ରୂପୀ ପଥରକୁ ଭାଙ୍ଗିବାରେ ସମୟ ନଷ୍ଟ କର ନାହିଁ । ଗୋଟିଏ ସେକେଣ୍ଡରେ ଲମ୍ଫ ଦେଇ ଅତିକ୍ରମ କର । ଟିକିଏ ବିସ୍ମୃତି କାରଣରୁ ସହଜମାର୍ଗକୁ ମୁଶିକିଲ୍ କର ନାହିଁ । ନିଜ ଜୀବନର ଭବିଷ୍ୟତର ଶ୍ରେଷ୍ଠ ଲକ୍ଷ୍ୟକୁ ସ୍ପଷ୍ଟ ଭାବରେ ଦେଖିବା ସହିତ ତୀବ୍ର ପୁରୁଷାର୍ଥୀ ହୁଅ । ବାପଦାଦା ବା ବିଶ୍ୱ ତୁମକୁ ଯେଉଁ ଦୃଷ୍ଟିରେ ଦେଖୁଛନ୍ତି ସେହି ଶ୍ରେଷ୍ଠ ସ୍ୱରୂପରେ ସର୍ବଦା ସ୍ଥିତ ହୋଇ ରୁହ ।

ସ୍ଲୋଗାନ:-
ସର୍ବଦା ଖୁସିରେ ରହିବା ଏବଂ ଖୁସି ବାଣ୍ଟିବା - ଏହା ହିଁ ସବୁଠାରୁ ବଡ ମହାନତା ଅଟେ ।

ଅବ୍ୟକ୍ତ ଈଶାରା:- ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।

ବର୍ତ୍ତମାନ ସଂଗଠିତ ରୂପରେ ଗୋଟିଏ ହିଁ ଶୁଦ୍ଧ ସଂକଳ୍ପ ଅର୍ଥାତ୍ ଏକରସ ସ୍ଥିତି ନିର୍ମାଣ କରିବାର ଅଭ୍ୟାସ କର ତେବେ ଯାଇ ସାରା ବିଶ୍ୱରେ ଶକ୍ତି ସେନାର ନାମ ବିଖ୍ୟାତ ହେବ । ଏଥିପାଇଁ ଯେବେ ଇଚ୍ଛା ଶରୀରର ଆଧାର ନିଅ ଏବଂ ଯେବେ ଇଚ୍ଛା ଶରୀରର ଆଧାର ଛାଡି ନିଜର ଅଶରୀରୀ ସ୍ୱରୂପରେ ସ୍ଥିତ ହୋଇଯାଅ । ଯେପରି ଶରୀରକୁ ଧାରଣ କରିଛ ସେହିପରି ଶରୀରଠାରୁ ପୃଥକ ହୋଇଯାଅ, ଏହି ଅନୁଭବ ଅନ୍ତିମ ପରୀକ୍ଷାରେ ପ୍ରଥମ ନମ୍ବରରେ ଆସିବାର ଆଧାର ଅଟେ ।