18.12.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ସର୍ବଶକ୍ତିମାନ ବାବାଙ୍କ ସହିତ ବୁଦ୍ଧିଯୋଗ ଲଗାଇଲେ ଶକ୍ତି ମିଳିବ, ଯୋଗ ଦ୍ୱାରା ହିଁ ଆତ୍ମା ରୂପୀ
ବ୍ୟାଟେରୀ ଚାର୍ଜ ହୋଇଥାଏ ଏବଂ ଆତ୍ମା ପବିତ୍ର ସତ୍ତ୍ୱପ୍ରଧାନ ହୋଇଯାଇଥାଏ ।”
ପ୍ରଶ୍ନ:-
ସଂଗମଯୁଗରେ ତୁମେ
ସନ୍ତାନମାନେ କେଉଁ ପୁରୁଷାର୍ଥ କରୁଛ, ଯାହାର ପ୍ରାରବ୍ଧ ରୂପେ ତୁମକୁ ଦେବତା ପଦ ମିଳିଯାଉଛି?
ଉତ୍ତର:-
ସଂଗମଯୁଗରେ ଆମେ ସବୁ ଶୀତଳ ହେବାର ପୁରୁଷାର୍ଥ କରୁଛୁ । ଶୀତଳ ଅର୍ଥାତ୍ ପବିତ୍ର ହେବା ଦ୍ୱାରା
ହିଁ ଆମେ ଦେବତା ହୋଇଯାଉଛୁ । ଯେ ପର୍ଯ୍ୟନ୍ତ ଶୀତଳ ହୋଇ ନାହୁଁ, ସେ ପର୍ଯ୍ୟନ୍ତ ଦେବତା ମଧ୍ୟ
ହୋଇପାରିବୁ ନାହିଁ । ତେଣୁ ଏହି ସଂଗମରେ ଶୀତଳା ଦେବୀ ହୋଇ ସମସ୍ତଙ୍କ ଉପରେ ଜ୍ଞାନର ଥଣ୍ଡା ଜଳ
ଛିଞ୍ଚି ସମସ୍ତଙ୍କୁ ଶୀତଳ କରିବାକୁ ହେବ । ସମସ୍ତଙ୍କର ଉତ୍ତାପକୁ ଅର୍ଥାତ୍ କାମ, କ୍ରୋଧକୁ
ଶାନ୍ତ କରିବାକୁ ହେବ । ନିଜେ ଶୀତଳ ହୋଇ ଅନ୍ୟ ସମସ୍ତଙ୍କୁ ଶୀତଳ କରିବାକୁ ହେବ ।
ଓମ୍ ଶାନ୍ତି ।
ପିଲାମାନଙ୍କୁ
ପ୍ରଥମେ ଗୋଟିଏ କଥା ବୁଝିବାର ଅଛି ଯେ, ଆମେ ସମସ୍ତେ ଭାଇ ଭାଇ ଅଟୁ ଏବଂ ଶିବବାବା ସମସ୍ତଙ୍କର
ବାପା ଅଟନ୍ତି, ତାଙ୍କୁ ସର୍ବଶକ୍ତିମାନ କୁହାଯାଏ । ତୁମ ମଧ୍ୟରେ ସମସ୍ତ ଶକ୍ତି ଥିଲା । ତୁମେ
ସମଗ୍ର ବିଶ୍ୱରେ ରାଜତ୍ୱ କରୁଥିଲ । ଭାରତରେ ଏହି ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା । ତୁମେ ହିଁ
ପବିତ୍ର ଦେବୀ-ଦେବତା ଥିଲ । ତୁମର କୁଳ ବା ସାମ୍ରାଜ୍ୟରେ ସମସ୍ତେ ନିର୍ବିକାରୀ ଥିଲେ । କେଉଁମାନେ
ନିର୍ବିକାରୀ ଥିଲେ? ଆତ୍ମାମାନେ । ବର୍ତ୍ତମାନ ପୁନର୍ବାର ତୁମେ ନିର୍ବିକାରୀ ହେଉଛ ।
ସର୍ବଶକ୍ତିମାନ ବାବାଙ୍କୁ ୟାଦ କରି ଶକ୍ତି ନେଉଛ । ବାବା ବୁଝାଉଛନ୍ତି, ଆତ୍ମା ହିଁ ୮୪ ଜନ୍ମର
ଅଭିନୟ କରିଥାଏ । ଆତ୍ମାରେ ହିଁ ସତ୍ତ୍ୱପ୍ରଧାନତାର ଶକ୍ତି ଥିଲା, ତାହା ପୁଣି ଦିନକୁ ଦିନ କମି
କମି ଯାଉଛି । ସତ୍ୱପ୍ରଧାନରୁ ତମଃପ୍ରଧାନ ତ ହେବାକୁ ହିଁ ପଡିବ । ଯେପରି ବ୍ୟାଟେରୀର ଶକ୍ତି
କମିଗଲେ ମଟର ଠିଆ ହୋଇଯାଏ । ବ୍ୟାଟେରୀ ଶକ୍ତିହୀନ ହୋଇଯାଏ । ଆତ୍ମାର ବ୍ୟାଟେରୀ ସମ୍ପୂର୍ଣ୍ଣ
ଶକ୍ତିହୀନ ହୁଏ ନାହିଁ, କିଛି ନା କିଛି ଶକ୍ତି ରହିଥାଏ । ଯେପରି କିଏ ମରିଗଲେ ଦୀପ ଜଳାଇଥା’ନ୍ତି,
ସେଥିରେ ଘିଅ ଢାଳି ଚାଲିଥା’ନ୍ତି, ଯେପରିକି ଜ୍ୟୋତି ଲିଭି ନ ଯିବ । ବର୍ତ୍ତମାନ ତୁମେ
ସନ୍ତାନମାନେ ବୁଝୁଛ ତୁମ ଆତ୍ମାରେ ସମ୍ପୂର୍ଣ୍ଣ ଶକ୍ତି ଥିଲା, ବର୍ତ୍ତମାନ ନାହିଁ । ବର୍ତ୍ତମାନ
ପୁନର୍ବାର ତୁମେ ସର୍ବଶକ୍ତିମାନ ବାବାଙ୍କ ସହିତ ନିଜର ବୁଦ୍ଧିଯୋଗ ଲଗାଉଛ । ନିଜ ମଧ୍ୟରେ ଶକ୍ତି
ଭରୁଛ, କାହିଁକି ନା ତୁମର ଶକ୍ତି କମ୍ ହୋଇଯାଇଛି । ଶକ୍ତି ସମ୍ପୂର୍ଣ୍ଣ ରୂପେ ସରିଗଲେ ଶରୀର ହିଁ
ରହିବ ନାହିଁ । ଆତ୍ମା ବାବାଙ୍କୁ ମନେ ପକାଇ ପକାଇ ସମ୍ପୂର୍ଣ୍ଣ ପବିତ୍ର ହୋଇଯାଏ । ସତ୍ୟଯୁଗରେ
ତୁମର ବ୍ୟାଟେରୀ ସମ୍ପୂର୍ଣ୍ଣ ଚାର୍ଜ ରହିଥାଏ । ପୁଣି ଧିରେ ଧିରେ କଳା ଅର୍ଥାତ୍ ବ୍ୟାଟେରୀ କମ୍
ହୋଇଚାଲିଥାଏ । କଳିଯୁଗର ଅନ୍ତିମ ସମୟରେ ଆତ୍ମାର ଶକ୍ତି ମାତ୍ର ଅଳ୍ପ କିଛି ରହିଯାଇଥାଏ ।
ଯେପରିକି ଶକ୍ତିର ଅବକ୍ଷୟ ହୋଇଯାଇଥାଏ । ବାବାଙ୍କୁ ମନେ ପକାଇବା ଦ୍ୱାରା ଆତ୍ମା ପୁନର୍ବାର
ଭରପୁର ହୋଇଯାଇଥାଏ । ଏବେ ବାବା ବୁଝାଉଛନ୍ତି ଜଣଙ୍କୁ ହିଁ ୟାଦ କରିବାକୁ ହେବ । ଭଗବାନ ତ ଉଚ୍ଚରୁ
ଉଚ୍ଚ ଅଟନ୍ତି । ବାକି ସମସ୍ତେ ରଚନା ଅଟନ୍ତି । ରଚନାକୁ ରଚନା ଠାରୁ ବିନାଶୀ ସମ୍ପତ୍ତି ମିଳିଥାଏ
। ରଚୟିତା ତ ଏକମାତ୍ର ଅବିନାଶୀ ବାବା ହିଁ ଅଟନ୍ତି । ବାକି ସମସ୍ତେ ହେଉଛନ୍ତି ବିନାଶୀ ।
ଅବିନାଶୀ ବାବାଙ୍କୁ ମନେ ପକାଇଲେ ଅବିନାଶୀ ବର୍ସା ମିଳିଥାଏ । ତେବେ ପିଲାମାନଙ୍କୁ ଅନ୍ତରରେ
ବୁଝିବା ଦରକାର କି ବାବା ଆମ ପାଇଁ ସ୍ୱର୍ଗ ନୂଆ ଦୁନିଆ ସ୍ଥାପନା କରୁଛନ୍ତି । ଡ୍ରାମା ପ୍ଲାନ
ଅନୁସାରେ ସ୍ୱର୍ଗର ସ୍ଥାପନା ହେଉଛି, ଯେଉଁଥିରେ ତୁମେ ସନ୍ତାନମାନେ ହିଁ ଆସି ରାଜତ୍ୱ କରୁଛ ।
ମୁଁ ତ ସଦା ପବିତ୍ର ଅଟେ । ମୁଁ କେବେ ଗର୍ଭରୁ ଜନ୍ମ ନିଏ ନାହିଁ କି ଦେବୀ ଦେବତାମାନଙ୍କ ପରି
ଜନ୍ମ ନିଏ ନାହିଁ । କେବଳ ତୁମ ସନ୍ତାନମାନଙ୍କୁ ସ୍ୱର୍ଗର ବାଦଶାହୀ ଦେବା ନିମନ୍ତେ ଯେତେବେଳେ ଏହି
ବ୍ରହ୍ମାବାବା ୬୦ ବର୍ଷର ବାନପ୍ରସ୍ଥ ଅବସ୍ଥାରେ ଥାନ୍ତି ସେତେବେଳେ ଏହାଙ୍କ ଶରୀରରେ ମୁଁ ପ୍ରବେଶ
କରିଥାଏ । ସିଏ ପୁଣି ନମ୍ବରୱାନ ତମଃପ୍ରଧାନରୁ ନମ୍ବରୱାନ ସତ୍ତ୍ୱପ୍ରଧାନ ହୋଇଥା’ନ୍ତି । ତେବେ
ସବୁଠାରୁ ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ । ତାଙ୍କ ତଳକୁ ପୁଣି ବ୍ରହ୍ମା, ବିଷ୍ଣୁ, ଶଙ୍କର
ସୂକ୍ଷ୍ମବତନବାସୀ ଅଟନ୍ତି । ତେବେ ଏହି ବ୍ରହ୍ମା, ବିଷ୍ଣୁ, ଶଙ୍କର କେଉଁଠୁ ଆସିଲେ? ଏମାନଙ୍କର
କେବଳ ସାକ୍ଷାତ୍କାର ହୋଇଥାଏ । ସୂକ୍ଷ୍ମବତନ ମଝିରେ ଅଛି ନା । ଯେଉଁଠି ସ୍ଥୂଳ ଶରୀର ନ ଥାଏ ।
ସୂକ୍ଷ୍ମ ଶରୀର କେବଳ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖାଯାଇଥାଏ । ବ୍ରହ୍ମା ତ ଶ୍ୱେତବସ୍ତ୍ରଧାରୀ
ଅଟନ୍ତି । ବିଷ୍ଣୁ ତ ହୀରାର ଅଳଙ୍କାରରେ ସଜାଇ ହୋଇଥା’ନ୍ତି ପୁଣି ଶଙ୍କରଙ୍କ ଗଳାରେ ନାଗ ସାପ ଆଦି
ଦେଖାଇଥା’ନ୍ତି । ବାସ୍ତବରେ ଏମିତି ବେଶଧାରୀ ଶଙ୍କର ଆଦି କେହି ହୋଇପାରିବେ ନାହିଁ । ଦେଖାଇଛନ୍ତି
ଅମରନାଥରେ ଶଙ୍କର ପାର୍ବତୀଙ୍କୁ ଅମରକଥା ଶୁଣାଇଥିଲେ । ସୂକ୍ଷ୍ମବତନରେ ତ ମନୁଷ୍ୟ ସୃଷ୍ଟି ନ ଥାଏ
। ତେଣୁ ସେଠାରେ କଥା କିପରି ଶୁଣାଇବେ? ବାକି ସୂକ୍ଷ୍ମବତନରେ କେବଳ ସାକ୍ଷାତ୍କାର ହୋଇଥାଏ ।
ଯେଉଁମାନେ ସମ୍ପୂର୍ଣ୍ଣ ପବିତ୍ର ହୋଇଯାଇଥା’ନ୍ତି ସେହିମାନଙ୍କର ହିଁ ସାକ୍ଷାତ୍କାର ହୋଇଥାଏ ।
ସେହିମାନେ ହିଁ ପୁଣି ସତ୍ୟଯୁଗକୁ ଯାଇ ସ୍ୱର୍ଗର ମାଲିକ ହୋଇଥା’ନ୍ତି । ତେଣୁ ବୁଦ୍ଧିରେ ଆସିବା
ଦରକାର କି ଏମାନେ ପୁଣି ଏହି ରାଜ୍ୟ ଭାଗ୍ୟ କିପରି ପ୍ରାପ୍ତ କଲେ? ଲଢେଇ ଆଦି ତ କିଛି ହୋଇନାହିଁ
। ଦେବତାମାନେ ହିଂସା କିପରି କରିବେ? ବର୍ତ୍ତମାନ ତୁମେ ବାବାଙ୍କୁ ମନେପକାଇ ରାଜପଦ ପ୍ରାପ୍ତ
କରୁଛ, କେହି ମାନନ୍ତୁ ବା ନ ମାନନ୍ତୁ । ଗୀତାରେ ମଧ୍ୟ ଅଛି ଦେହ ସହିତ ଦେହର ସବୁ ଧର୍ମକୁ ଭୁଲି
ମୋତେ ମନେ ପକାଅ । ବାବାଙ୍କର ତ ଦେହ ହିଁ ନାହିଁ, ଯେଉଁଥିରେ କି ମମତ୍ୱ ରହିବ । ବାବା କହୁଛନ୍ତି
ଅଳ୍ପ ସମୟ ପାଇଁ ଏହି ଶରୀରର ଲୋନ୍ ନେଉଛି । ନ ହେଲେ ମୁଁ କିପରି ଜ୍ଞାନ ଦେବି । ମୁଁ ଏହି
ବୃକ୍ଷର ଚୈତନ୍ୟ ବୀଜରୂପ ଅଟେ । ଏହି ବୃକ୍ଷର ଜ୍ଞାନ ମୋ ପାଖରେ ହିଁ ଅଛି । ଏହି ସୃଷ୍ଟିର ଆୟୁଷ
କେତେ? ଏହାର ଉତ୍ପତ୍ତି, ପାଳନା, ବିନାଶ କିପରି ହେଉଛି? ମନୁଷ୍ୟଙ୍କୁ କିଛି ବି ଜଣା ନାହିଁ ।
ସେମାନେ ଭୌତିକ ଜଗତର ହଦ୍ର ପାଠ ପଢିଥା’ନ୍ତି । ବାବା ତ ବେହଦର ପାଠ ପଢାଇ ସନ୍ତାନମାନଙ୍କୁ
ବିଶ୍ୱର ମାଲିକ କରିଥାନ୍ତି ।
ଭଗବାନ କେବେହେଲେ
ଦେହଧାରୀ ମନୁଷ୍ୟଙ୍କୁ କୁହାଯିବ ନାହିଁ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ମଧ୍ୟ ନିଜର ସୂକ୍ଷ୍ମ
ଶରୀର ଅଛି, ତେଣୁ ଏମାନଙ୍କୁ ମଧ୍ୟ ଭଗବାନ କୁହାଯିବ ନାହିଁ । ଏହି ଶରୀର ତ ଦାଦାଙ୍କ ଆତ୍ମାର
ସିଂହାସନ ଅଟେ । ଅକାଳତଖତ ଅଟେ ନା । ବର୍ତ୍ତମାନ ଏହା ଅକାଳମୂର୍ତ୍ତ ବାବାଙ୍କର ସିଂହାସନ ଅଟେ ।
ଅମୃତସରରେ ମଧ୍ୟ ଅକାଳତଖତ ଅଛି । ଯେଉଁସବୁ ବଡ ବଡ ବ୍ୟକ୍ତିମାନେ ଥାଆନ୍ତି ସେମାନେ ଯାଇ
ଅକାଳତଖତରେ ବସିଥା’ନ୍ତି । ବର୍ତ୍ତମାନ ବାବା ବୁଝାଉଛନ୍ତି ଏସବୁ ଆତ୍ମାମାନଙ୍କର ଅକାଳତଖତ ଅଟେ ।
ଆତ୍ମାରେ ହିଁ ଭଲ ବା ମନ୍ଦ ସଂସ୍କାର ରହିଥାଏ, ସେଥିପାଇଁ ତ କୁହାଯାଏ, ଏହା କର୍ମର ଫଳ ଅଟେ ।
ସମସ୍ତ ଆତ୍ମାମାନଙ୍କର ପିତା ଏକ ଅଟନ୍ତି । ବାବା କୌଣସି ଶାସ୍ତ୍ର ଆଦି ପଢି ବୁଝାନ୍ତି ନାହିଁ ।
ଏ ସବୁ କଥା ଶାସ୍ତ୍ର ଆଦିରେ ମଧ୍ୟ ନାହିଁ, ସେଥିପାଇଁ ତ ଲୋକମାନେ ବିରକ୍ତ ହେଉଛନ୍ତି, କହୁଛନ୍ତି,
ଏମାନେ ଶାସ୍ତ୍ରକୁ ମାନୁ ନାହାଁନ୍ତି । ସାଧୁ ସନ୍ଥମାନେ ଯାଇ ଗଙ୍ଗାରେ ସ୍ନାନ କରିଥା’ନ୍ତି, ତେବେ
କ’ଣ ପାବନ ହୋଇଯାଇଛନ୍ତି? କେହି ତ ପରମଧାମ ଘରକୁ ଫେରିଯାଇପାରିବେ ନାହିଁ । ସମସ୍ତେ ନାଟକର
ଅନ୍ତିମ ସମୟରେ ଯିବେ । ଯେପରି ପୋକମାନଙ୍କର ବା ମହୁମାଛିଙ୍କର ଦଳ ଯାଇଥାଏ । ମହୁମାଛିମାନଙ୍କ
ଭିତରେ ମଧ୍ୟ ରାଣୀ ଥାଏ, ତା’ ପଛରେ ସମସ୍ତେ ଯାଇଥାଆନ୍ତି । ବାବା ବି ଯିବେ ତ ତାଙ୍କ ପଛରେ ସବୁ
ଆତ୍ମାମାନେ ମଧ୍ୟ ଯିବେ । ମୂଳବତନରେ ବି ଯେପରି ସବୁ ଆତ୍ମାମାନଙ୍କର ଦଳ ରହିଥାଏ । ଏଠାରେ ପୁଣି
ସବୁ ମନୁଷ୍ୟମାନଙ୍କର ଦଳ ରହିଛି । ତେବେ ଏହି ଦଳକୁ ମଧ୍ୟ ଦିନେ ଯିବାକୁ ହେବ । ବାବା ଆସି ସମସ୍ତ
ଆତ୍ମାମାନଙ୍କୁ ନେଇଯାଇଥାଆନ୍ତି । ସେଥିପାଇଁ ଶିବଙ୍କ ବରଯାତ୍ରୀର ଗାୟନ ରହିଛି । ପୁଅ କୁହ ବା
ଝିଅ କୁହ ବାବା ଆସି ସମସ୍ତେ ସନ୍ତାନମାନଙ୍କୁ ୟାଦର ଯାତ୍ରା ଶିଖାଇଥାନ୍ତି । ପବିତ୍ର ନ ହେଲେ
ଆତ୍ମା ଘରକୁ ପ୍ରତ୍ୟାବର୍ତ୍ତନ କରିପାରିବ ନାହିଁ । ଯେତେବେଳେ ପବିତ୍ର ହୋଇଯିବେ ତେବେ ପ୍ରଥମେ
ଶାନ୍ତିଧାମକୁ ଯିବେ ପୁଣି ସେଠାରୁ ଧିରେ ଧିରେ ଆସିଚାଲିବେ । ଏହିପରି ବୃଦ୍ଧି ହୋଇ ଚାଲିବ ।
ରାଜଧାନୀ ତିଆରି ହେବ ନା । ସମସ୍ତେ ଏକା ସଙ୍ଗରେ ତଳକୁ ଆସିବେ ନାହିଁ । ବୃକ୍ଷ ଧିରେ ଧିରେ
ବୃଦ୍ଧି ପ୍ରାପ୍ତ ହୋଇଥାଏ ନା । ପ୍ରଥମେ ପ୍ରଥମେ ଆଦି ସନାତନ ଦେବୀ-ଦେବତା ଧର୍ମ ହେବ ଯାହାକୁ
ବାବା ସ୍ଥାପନ କରୁଛନ୍ତି । ବ୍ରାହ୍ମଣ ମଧ୍ୟ ପ୍ରଥମେ ପ୍ରଥମେ ସେହିମାନେ ହୁଅନ୍ତି ଯେଉଁମାନେ
ଦେବତା ହେବେ । ପ୍ରଜାପିତା ତ ଅଛନ୍ତି ନା । ପ୍ରଜାରେ ମଧ୍ୟ ଭାଇ ଭଉଣୀ ହୋଇଥାନ୍ତି ।
ବ୍ରହ୍ମାକୁମାର କୁମାରୀ ତ ଏଠାରେ ଅନେକ ହୋଇଥାଆନ୍ତି । ନିଶ୍ଚିତ ନିଶ୍ଚୟବୁଦ୍ଧି ହୋଇଥିବେ, ତେବେ
ତ ଏତେ ଅଧିକ ନମ୍ବର ନେଉଛନ୍ତି । ତୁମମାନଙ୍କ ମଧ୍ୟରେ ଯିଏ ପକ୍କା ନିଶ୍ଚୟ ବୁଦ୍ଧି ଅଟନ୍ତି
ସେହିମାନେ ସେଠାକୁ ପ୍ରଥମେ ଆସିଥା’ନ୍ତି, କମ୍ ନିଶ୍ଚୟ ବୁଦ୍ଧିବାଲା ପଛରେ ହିଁ ଆସିଥା’ନ୍ତି ।
ମୂଳବତନରେ ସବୁ ଆତ୍ମାମାନେ ରହିଥା’ନ୍ତି । ପୁଣି ତଳକୁ ଆସିଲେ ବୃଦ୍ଧି ହୋଇଚାଲିଥାଏ । ଶରୀର ବିନା
ଆତ୍ମା କିଭଳି ଅଭିନୟ କରିବ? ଏହା ଅଭିନୟ କରୁଥିବା ଆତ୍ମାମାନଙ୍କର ଦୁନିଆ ଅଟେ ଯାହାକି ଚାରିଯୁଗରେ
ଘୂରି ଚାଲିଥାଏ । ସତ୍ୟଯୁଗରେ ଆମେ ହିଁ ଦେବତା ଥିଲୁ, ପୁଣି କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ହୋଇଥାଉ
। ବର୍ତ୍ତମାନ ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଏହି ଯୁଗ ଏବେ ହିଁ ହୋଇଥାଏ, ଯେତେବେଳେ କି
ବାବା ଆସିଥା’ନ୍ତି । ଏହି ଅବିନାଶୀ ଜ୍ଞାନ ବର୍ତ୍ତମାନ ଅବିନାଶୀ ବାବା ଆସି ଦେଉଛନ୍ତି ।
ଶିବବାବାଙ୍କର ନିଜର କୌଣସି ଶରୀର ବା ଶାରୀରିକ ନାମ ନାହିଁ । ଏହି ଶରୀର ତ ଏହି ଦାଦାଙ୍କର । ବାବା
ଅଳ୍ପ ସମୟ ପାଇଁ ଏହାକୁ ଲୋନ୍ ନେଇଛନ୍ତି । ବାବା କହୁଛନ୍ତି, ମୋତେ ତୁମ ସହିତ କଥାବାର୍ତ୍ତା
କରିବା ପାଇଁ ମୁଖ ତ ଦରକାର ନା । ମୁଖ ନ ହେଲେ, ବାବା ସନ୍ତାନମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ
କରିପାରିବେ ନାହିଁ । ମୁଁ ତୁମକୁ ଅବିନାଶୀ ଜ୍ଞାନ ମଧ୍ୟ ଏହି ମୁଖ ଦ୍ୱାରା ଶୁଣାଉଛି, ତେଣୁ ଏହାକୁ
ଗୋମୁଖ ମଧ୍ୟ କୁହାଯାଏ । ପାହାଡରୁ ତ ପାଣି କେଉଁଠାରୁ ବି ବାହାରିପାରିବ । ପୁଣି ସେଠାରେ ଗୋମୁଖ
ତିଆରି କରିଦେଇଛନ୍ତି । ସେଥିରୁ ପାଣି ଆସୁଛି । ତାକୁ ପୁଣି ଗଙ୍ଗାଜଳ ଭାବି ପାନ କରିଥା’ନ୍ତି ।
ସେହି ପାଣିକୁ ପୁଣି କେତେ ମହତ୍ୱ ଦେଇଥା’ନ୍ତି । ଏହି ଦୁନିଆରେ ହେଉଛି ସବୁ ମିଥ୍ୟା । ଏକ ବାବା
ହିଁ ସତ୍ୟ ଶୁଣାଇଥା’ନ୍ତି । ପୁଣି ସେହି ମିଥ୍ୟାବାଦୀ ମନୁଷ୍ୟମାନେ ବାବାଙ୍କର ଏହି ଜ୍ଞାନକୁ
ମିଥ୍ୟା ଭାବି ନେଇଥା’ନ୍ତି । ଭାରତରେ ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ଏହାକୁ ସତ୍ୟଖଣ୍ଡ
କୁହାଯାଉଥିଲା । ପୁଣି ଭାରତ ପୁରୁଣା ହୋଇଗଲେ ପ୍ରତ୍ୟେକ କଥା ଓ ପ୍ରତ୍ୟେକ ଜିନିଷ ମିଥ୍ୟା
ହୋଇଥାଏ । କେତେ ଫରକ ହୋଇଯାଇଥାଏ । ବାବା କହୁଛନ୍ତି ତୁମେ ମୋର କେତେ ଗ୍ଲାନି କରିଛ ।
ସର୍ବବ୍ୟାପୀ କହି କେତେ ଅପମାନିତ କରିଛ । ଶିବବାବାଙ୍କୁ ଡାକିଥା’ନ୍ତି କି ଏହି ପୁରୁଣା ଦୁନିଆରୁ
ଆମକୁ ନେଇଚାଲ । ବାବା କହୁଛନ୍ତି, ମୋର ସମସ୍ତ ସନ୍ତାନମାନେ କାମ ଚିତାରେ ଜଳି କଳା ହୋଇ ଯାଇଛନ୍ତି
। ବାବା ସନ୍ତାନମାନଙ୍କୁ କହୁଛନ୍ତି ତୁମେ ତ ସ୍ୱର୍ଗର ମାଲିକ ଥିଲ ନା । ସ୍ମୃତି ଆସୁଛି? ବାବା
ସନ୍ତାନମାନଙ୍କୁ ହିଁ ବୁଝାଇଥା’ନ୍ତି, ସମଗ୍ର ଦୁନିଆକୁ ତ ବୁଝାଇବେ ନାହିଁ । ସନ୍ତାନମାନେ ହିଁ
ବାବାଙ୍କୁ ବୁଝିପାରିଥାନ୍ତି । ଦୁନିଆ ଏହି କଥାକୁ ଜାଣିପାରିବ ନାହିଁ ।
ସବୁଠାରୁ ବଡ କଣ୍ଟା ହେଲା
କାମ ବିକାରର । ନାମ ହିଁ ହେଉଛି ପତିତ ଦୁନିଆ । ସତ୍ୟଯୁଗ ଶତପ୍ରତିଶତ ପବିତ୍ର ଦୁନିଆ ଅଟେ ।
ମନୁଷ୍ୟମାନେ ହିଁ ପବିତ୍ର ଦେବତାମାନଙ୍କ ଆଗରେ ଯାଇ ନମସ୍କାର କରିଥାନ୍ତି । ଯଦିଓ ବହୁତ ଭକ୍ତ
ଅଛନ୍ତି, ଯିଏକି ଶାକାହାରୀ ଅଟନ୍ତି, କିନ୍ତୁ ଏଭଳି ନୁହେଁ କି ସେମାନେ ବିକାରଗ୍ରସ୍ତ ହୁଅନ୍ତି
ନାହିଁ । ଏପରି ତ ବହୁତ ବାଳ ବ୍ରହ୍ମଚାରୀ ବି ରହିଥାଆନ୍ତି । ଛୋଟ ବେଳୁ କେବେ କୌଣସି ଛି ଛି
ଖାଦ୍ୟ ଖାଆନ୍ତି ନାହିଁ । ସନ୍ନ୍ୟାସୀ ମଧ୍ୟ କହନ୍ତି ନିର୍ବିକାରୀ ହୁଅ । ଏମାନେ ଘରଦ୍ୱାରର
ସନ୍ନ୍ୟାସ କରି ପୁଣି ପର ଜନ୍ମରେ ମଧ୍ୟ କେଉଁ ଗୃହସ୍ଥି ପାଖରେ ଜନ୍ମ ନେଇ ପୁଣି ଘରଦ୍ୱାର ଛାଡି
ଜଙ୍ଗଲକୁ ଚାଲି ଯାଇଥାନ୍ତି । କିନ୍ତୁ ସେମାନେ କ’ଣ ପତିତରୁ ପାବନ ହୋଇପାରନ୍ତି? ନାଁ । ପତିତ
ପାବନ ବାବାଙ୍କ ଶ୍ରୀମତ ବିନା କେହି ପତିତରୁ ପାବନ ହୋଇପାରିବେ ନାହିଁ । ଭକ୍ତି ହେଉଛି ଅବରୋହଣ
କଳାର ମାର୍ଗ । ତେବେ ପୁଣି କିଭଳି ପବିତ୍ର ହେବେ? ପବିତ୍ର ହେଲେ ତ ଘରକୁ ଯାଇ, ସ୍ୱର୍ଗକୁ ଆସିବେ
। ସତ୍ୟଯୁଗୀ ଦେବୀ ଦେବତାମାନେ କ’ଣ କେବେ ଘରଦ୍ୱାର ତ୍ୟାଗ କରିଥା’ନ୍ତି? ସେମାନଙ୍କର ହେଉଛି ହଦର
ସନ୍ନ୍ୟାସ, ତୁମର ହେଲା ବେହଦର ସନ୍ନ୍ୟାସ । ସମଗ୍ର ଦୁନିଆ, ମିତ୍ର ସମ୍ବନ୍ଧୀ ଆଦି ସମସ୍ତଙ୍କର
ସନ୍ନ୍ୟାସ । ତୁମମାନଙ୍କ ନିମନ୍ତେ ବର୍ତ୍ତମାନ ସ୍ୱର୍ଗର ସ୍ଥାପନା ହେଉଛି । ତୁମର ବୁଦ୍ଧି
ସ୍ୱର୍ଗ ଆଡକୁ ରହିଛି । ମନୁଷ୍ୟମାନଙ୍କର ବୁଦ୍ଧି ତ ନର୍କରେ ହିଁ ଲାଖି ରହିଛି । ତୁମେ
ସନ୍ତାନମାନେ ପୁଣି ବାବାଙ୍କ ୟାଦରେ ଲଟକି ରହିଛ ।
ତୁମମାନଙ୍କୁ ଶୀତଳା ଦେବୀ
କରିବା ପାଇଁ ଜ୍ଞାନ ଚିତା ଉପରେ ବସାଯାଇଥାଏ । ଶୀତଳ ଶବ୍ଦର ବିପରୀତରେ ରହୁଛି ଉତ୍ତପ୍ତ । ତୁମର
ନାମ ହିଁ ହେଉଛି ଶୀତଳା ଦେବୀ । ଶୀତଳା ଦେବୀ ତ ଜଣେ ହୋଇ ନ ଥିବେ ନା । ନିଶ୍ଚିତ ବହୁତ ଥିବେ,
ଯେଉଁମାନେ ଭାରତକୁ ଶୀତଳ କରିଥା’ନ୍ତି । ବର୍ତ୍ତମାନ ସମୟରେ ସମସ୍ତେ କାମ ଚିତାରେ ଜଳୁଛନ୍ତି ।
ତୁମର ନାମ ଏଠାରେ ଶୀତଳା ଦେବୀ ଅଟେ । ତୁମେ ଶୀତଳ କରୁଥିବା ଥଣ୍ଡା ଜଳ ସିଞ୍ଚୁଥିବା ଦେବୀ ଅଟ ।
ଜଳ ସିଞ୍ଚନ କରିବା ପାଇଁ ଯାଇଥା’ନ୍ତି ନା । ଏହା ହେଉଛି ଜ୍ଞାନର ବୁନ୍ଦା, ଯାହା ଆତ୍ମାମାନଙ୍କ
ଉପରେ ପକାଯାଇଥାଏ । ଆତ୍ମା ପବିତ୍ର ହୋଇଗଲେ ଶୀତଳ ହୋଇଯାଏ । ବର୍ତ୍ତମାନ ସମୟରେ ସମଗ୍ର ଦୁନିଆ
କାମ ଚିତାରେ ଚଢି କଳା ହୋଇଯାଇଛି । ବର୍ତ୍ତମାନ କଳସ ମିଳୁଛି ତୁମ ସନ୍ତାନମାନଙ୍କୁ । ଜ୍ଞାନ କଳସ
ଦ୍ୱାରା ତୁମେ ନିଜେ ଶୀତଳ ହେଉଛ ଅନ୍ୟମାନଙ୍କୁ ମଧ୍ୟ କରୁଛ । ଇଏ ମଧ୍ୟ ଶୀତଳ ହୋଇଛନ୍ତି ନା ।
ଉଭୟ ଏକାଠି ରହିଛନ୍ତି । ଘରଦ୍ୱାର ଛାଡିବାର ତ କିଛି କଥା ହିଁ ନାହିଁ । କିନ୍ତୁ ଗୋଶାଳା ହୋଇଥିବ
ତ ନିଶ୍ଚିତ କେହି କେହି ଘରଦ୍ୱାର ଛାଡିଥିବେ । କେଉଁଥିପାଇଁ? ଜ୍ଞାନ ଚିତାରେ ବସି ଶୀତଳ ହେବା
ପାଇଁ । ଯେବେ ତୁମେ ଏଠାରେ ଶୀତଳ ହେବ, ତେବେ ହିଁ ତୁମେ ଦେବତା ହୋଇପାରିବ । ବର୍ତ୍ତମାନ ତୁମ
ସନ୍ତାନମାନଙ୍କର ବୁଦ୍ଧିଯୋଗ ପୁରୁଣା ଘର ଆଡକୁ ଯିବା ଉଚିତ୍ ନୁହେଁ । ବାବାଙ୍କ ସହିତ ବୁଦ୍ଧି
ଯୋଗଯୁକ୍ତ ହୋଇ ରହୁ କାହିଁକି ନା ତୁମ ସମସ୍ତଙ୍କୁ ବାବାଙ୍କ ପାଖକୁ ଘରକୁ ଯିବାକୁ ଅଛି । ବାବା
କହୁଛନ୍ତି - ମିଠେ ବଚ୍ଚେ, ମୁଁ ପଣ୍ଡା ହୋଇ ଆସିଛି ତୁମମାନଙ୍କୁ ନେଇଯିବା ପାଇଁ । ଏମାନେ
ଶିବଶକ୍ତି ପାଣ୍ଡବ ସେନା ଅଟନ୍ତି । ତୁମେ ହେଉଛ ଶିବଙ୍କଠାରୁ ଶକ୍ତି ପ୍ରାପ୍ତ କରୁଥିବା ଆତ୍ମା,
ବାବା ହେଉଛନ୍ତି ସର୍ବଶକ୍ତିମାନ । ମନୁଷ୍ୟ ତ ଭାବିଥା’ନ୍ତି - ପରମାତ୍ମା ମୃତକକୁ ମଧ୍ୟ ଜୀବିତ
କରିପାରନ୍ତି । କିନ୍ତୁ ବାବା କହୁଛନ୍ତି - ଲାଡଲେ ବଚ୍ଚେ ଏହି ଡ୍ରାମାରେ ପ୍ରତ୍ୟେକଙ୍କୁ ଅନାଦି
ପାର୍ଟ ମିଳିଛି । ମୁଁ ମଧ୍ୟ ରଚୟିତା, ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଭିନେତା ଅଟେ । ଡ୍ରାମାର
ପାର୍ଟକୁ ମୁଁ କିଛି ବି ବଦଳାଇ ପାରିବି ନାହିଁ । ମନୁଷ୍ୟ ଭାବିଥାନ୍ତି ଗଛ-ପତ୍ର ମଧ୍ୟ
ପରମାତ୍ମାଙ୍କ ନିର୍ଦ୍ଦେଶରେ ହଲିଥାଏ । କିନ୍ତୁ ପରମାତ୍ମା ତ ନିଜେ କହୁଛନ୍ତି ମୁଁ ମଧ୍ୟ
ଡ୍ରାମାର ଅଧିନ ଅଟେ, ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି । ଏମିତି ନୁହେଁ କି ମୋର ନିର୍ଦ୍ଦେଶରେ
ପତ୍ର ହଲିବ । ସର୍ବବ୍ୟାପୀର ଜ୍ଞାନ ଭାରତବାସୀମାନଙ୍କୁ ସମ୍ପୂର୍ଣ୍ଣ କାଙ୍ଗାଳ କରିଦେଇଛି ।
ବାବାଙ୍କ ଜ୍ଞାନ ଦ୍ୱାରା ଭାରତ ପୁନଃ ମଉଡମଣି ହୋଇଥାଏ! ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପ୍ରଥମେ
ପ୍ରଥମେ ସୂର୍ଯ୍ୟବଂଶୀ କୁଳରେ ଆସିବା ପାଇଁ ନିଶ୍ଚୟ ବୁଦ୍ଧି ହୋଇ ଫୁଲ୍ ମାର୍କସ୍ ନେବାକୁ ହେବ ।
ନିଷ୍ଠାପର ବ୍ରାହ୍ମଣ ହେବାକୁ ପଡିବ । ଏହି ବେହଦର ଜ୍ଞାନକୁ ସର୍ବଦା ସ୍ମୃତିରେ ରଖିବାକୁ ହେବ ।
(୨) ଜ୍ଞାନ ଚିତାରେ ବସି
ଶୀତଳ ଅର୍ଥାତ୍ ପବିତ୍ର ହେବାକୁ ପଡିବ । ଜ୍ଞାନ ଏବଂ ଯୋଗ ଦ୍ୱାରା କାମ ବିକାରର ଉତ୍ତାପକୁ
ସମାପ୍ତ କରିବାକୁ ହେବ । ବୁଦ୍ଧିଯୋଗ ସଦା ସର୍ବଦା ଏକମାତ୍ର ବାବାଙ୍କ ଠାରେ ଲଟକି ରହୁ ।
ବରଦାନ:-
ବ୍ରାହ୍ମଣ
ଜୀବନରେ ଶ୍ରେଷ୍ଠ ସ୍ଥିତି ରୂପୀ ମେଡାଲ୍ ଅର୍ଥାତ୍ ପଦକ ପ୍ରାପ୍ତ କରିବାବାଲା ବେଗମପୁରର ବାଦଶାହ
ଅର୍ଥାତ୍ ସମ୍ରାଟ ହୁଅ ।
ତୁମେ ସମସ୍ତେ ନିଜର ସ୍ୱ
ସ୍ଥିତିକୁ ଭଲରୁ ଭଲ ଅର୍ଥାତ୍ ଶ୍ରେଷ୍ଠ କରିବା ପାଇଁ ବ୍ରାହ୍ମଣ ହୋଇଛ । ବ୍ରାହ୍ମଣ ଜୀବନରେ
ଶ୍ରେଷ୍ଠ ସ୍ଥିତି ହିଁ ତୁମମାନଙ୍କର ସମ୍ପତ୍ତି ଅଟେ । ଏହା ହିଁ ହେଉଛି ବ୍ରାହ୍ମଣ ଜୀବନର ପଦକ ବା
ପୁରସ୍କାର । ଯେଉଁମାନେ ଏହି ମେଡାଲ୍ ପ୍ରାପ୍ତ କରି ନିଅନ୍ତି ସେମାନେ ସର୍ବଦା ଅଚଳ, ଅଟଳ ଏକରସ
ସ୍ଥିତିରେ ରହିଥାଆନ୍ତି ଏବଂ ସର୍ବଦା ନିଶ୍ଚିନ୍ତ ରହିବା ସହିତ ବେଗମପୁରର ସମ୍ରାଟ ହୋଇଯାଆନ୍ତି ।
ସେମାନେ ସର୍ବ ଇଚ୍ଛାଠାରୁ ମୁକ୍ତ ଅର୍ଥାତ୍ ଇଚ୍ଛା ମାତ୍ରର ଅବିଦ୍ୟା ସ୍ୱରୂପ ହୋଇଥାଆନ୍ତି ।
ସ୍ଲୋଗାନ:-
ଯଦି ଅତୁଟ
ନିଶ୍ଚୟ ଏବଂ ନିଶାର ସହିତ କହିବ “ମେରା ବାବା” ତେବେ ମାୟା ନିକଟକୁ ମଧ୍ୟ ଆସିପାରିବ ନାହିଁ ।