18.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବେହଦର
ବାବା ତୁମମାନଙ୍କୁ ଜ୍ଞାନ ଦ୍ୱାରା ଶୃଙ୍ଗାର କରିବା ପାଇଁ ଆସିଛନ୍ତି, ତେଣୁ ଉଚ୍ଚ ପଦ ପାଇବା ପାଇଁ
ସର୍ବଦା ଶୃଙ୍ଗାରଯୁକ୍ତ ହୋଇ ରୁହ ।”
ପ୍ରଶ୍ନ:-
କେଉଁ
ସନ୍ତାନମାନଙ୍କୁ ଦେଖି ବେହଦର ବାବା ବହୁତ ଖୁସି ହେଉଛନ୍ତି?
ଉତ୍ତର:-
ଯେଉଁ ସନ୍ତାନମାନେ ସେବା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଛନ୍ତି, ଅଲୌକିକ ଏବଂ ପାରଲୌକିକ
ଉଭୟ ପିତାଙ୍କୁ ସମ୍ପୂର୍ଣ୍ଣ ଅନୁକରଣ କରୁଛନ୍ତି, ଜ୍ଞାନ-ଯୋଗ ଦ୍ୱାରା ଆତ୍ମାକୁ ଶୃଙ୍ଗାର
କରୁଛନ୍ତି, ପତିତମାନଙ୍କୁ ପାବନ କରିବାର ସେବା କରୁଛନ୍ତି, ଏହିଭଳି ସନ୍ତାନମାନଙ୍କୁ ଦେଖି ବେହଦର
ବାବା ବହୁତ ଖୁସି ହେଉଛନ୍ତି । ବାବା ଚାହୁଁଛନ୍ତି ମୋର ସନ୍ତାନମାନେ ପରିଶ୍ରମ କରି ଉଚ୍ଚ ପଦ
ପାଆନ୍ତୁ ।
ଓମ୍ ଶାନ୍ତି ।
ରୁହାନୀ ବାବା
ରୁହାନୀ ସନ୍ତାନମାନଙ୍କୁ କହୁଛନ୍ତି - ମିଠା-ମିଠା ସନ୍ତାନମାନେ, ଯେପରି ଲୌକିକରେ ସନ୍ତାନମାନେ
ପିତାଙ୍କର ପ୍ରିୟ ହୋଇଥା’ନ୍ତି, ସେହିପରି ବେହଦର ସନ୍ତାନମାନେ ମଧ୍ୟ ବେହଦର ବାବାଙ୍କର ପ୍ରିୟ
ଅଟନ୍ତି । ବାପା ପିଲାମାନଙ୍କୁ ଶିକ୍ଷା ଏବଂ ସାବଧାନୀ ଦେଇଥା’ନ୍ତି ଯାହାଦ୍ୱାରା କି ପିଲାମାନେ
ଉଚ୍ଚ ପଦ ପାଆନ୍ତୁ । ଏହା ହିଁ ପିତାଙ୍କର ଇଚ୍ଛା ଥାଏ । ସେହିପରି ବେହଦର ବାବାଙ୍କର ମଧ୍ୟ ଏହି
ଇଚ୍ଛା ରହୁଛି । ତେଣୁ ପିଲାମାନଙ୍କୁ ଜ୍ଞାନ ଏବଂ ଯୋଗର ଅଳଙ୍କାର ଦ୍ୱାରା ସୁସଜ୍ଜିତ କରୁଛନ୍ତି ।
ତୁମକୁ ଉଭୟ ପିତା ବହୁତ ଭଲ ଭାବରେ ସୁସଜ୍ଜିତ କରୁଛନ୍ତି, ଯେପରିକି ପିଲାମାନେ ଉଚ୍ଚ ପଦ ପାଆନ୍ତୁ
। ଅଲୌକିକ ପିତା ମଧ୍ୟ ଖୁସି ହେଉଛନ୍ତି ଏବଂ ପାରଲୌକିକ ପିତା ମଧ୍ୟ ଖୁସି ହେଉଛନ୍ତି, ଯେଉଁମାନେ
ଭଲ ଭାବରେ ପୁରୁଷାର୍ଥ କରୁଛନ୍ତି, ସେମାନଙ୍କୁ ଦେଖି ଗାୟନ କରାଯାଏ ଫଲୋ ଫାଦର ଅର୍ଥାତ୍ ବାବାଙ୍କୁ
ଅନୁକରଣ କର । ତେଣୁ ଉଭୟଙ୍କୁ ଅନୁକରଣ କରିବାକୁ ହେବ । ଜଣେ ହେଲେ ଆତ୍ମାର ପିତା ଏବଂ ଅନ୍ୟ ଜଣେ
ପୁଣି ହେଉଛନ୍ତି ଅଲୌକିକ ପିତା । ତେଣୁ ତୁମମାନଙ୍କୁ ପୁରୁଷାର୍ଥ କରି ଉଚ୍ଚ ପଦ ପାଇବାକୁ ପଡିବ ।
ତୁମେମାନେ ଯେତେବେଳେ
ଭଟ୍ଟୀରେ ଥିଲ ସେତେବେଳେ ସମସ୍ତଙ୍କର ମୁକୁଟ ସହିତ ଫଟୋ ଉଠାଯାଇଥିଲା । ବାବା ତ ବୁଝାଉଛନ୍ତି
ଲାଇଟ୍ର କୌଣସି ମୁକୁଟ ନଥାଏ । ଏହା କେବଳ ପବିତ୍ରତାର ଏକ ସଂକେତ, ଯାହାକି ସମସ୍ତଙ୍କୁ ଦେଉଛନ୍ତି
। ଏପରି ନୁହେଁ ଯେ କୌଣସି ଧଳା ଲାଇଟ୍ର ମୁକୁଟ ରହିଛି । ଏହାକୁ ପବିତ୍ରତାର ଚିହ୍ନ ବୋଲି
ବୁଝାଯାଉଛି । ପ୍ରଥମେ-ପ୍ରଥମେ ତୁମେ ସତ୍ୟଯୁଗରେ ରହୁଛ । ତୁମେ ହିଁ ଥିଲ ନା । ବାବା ମଧ୍ୟ
କହୁଛନ୍ତି, ଆତ୍ମାମାନେ ଏବଂ ପରମାତ୍ମା ଅଲଗା ରହିଲେ ବହୁକାଳ... ତୁମେ ସନ୍ତାନମାନେ ହିଁ ପ୍ରଥମେ
ପ୍ରଥମେ ଆସୁଛ ପୁଣି ତୁମକୁ ହିଁ ପ୍ରଥମେ ଯିବାକୁ ହେବ । ମୁକ୍ତିଧାମର ଦ୍ୱାର ମଧ୍ୟ ତୁମକୁ
ଖୋଲିବାକୁ ହେବ । ତୁମମାନଙ୍କୁ ବାବା ଦିବ୍ୟଗୁଣରେ ସଜାଉଛନ୍ତି । କନ୍ୟା ବାପ ଘରେ ଯେପରି ସାଧାରଣ
ଭାବରେ ରହିଥାଏ । ବର୍ତ୍ତମାନ ତୁମକୁ ମଧ୍ୟ ସେହିପରି ସାଧାରଣ ଭାବରେ ରହିବାକୁ ହେବ । ନା ବହୁତ
ଉଚ୍ଚ, ନା ନୀଚ । ବାବା ମଧ୍ୟ କହୁଛନ୍ତି ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି । କୌଣସି ବି
ଦେହଧାରୀଙ୍କୁ ଭଗବାନ କୁହାଯାଇପାରିବ ନାହିଁ । ମନୁଷ୍ୟ, ମନୁଷ୍ୟର ସଦ୍ଗତି କରିପାରିବେ ନାହିଁ ।
ସଦ୍ଗତି ତ କେବଳ ଗୁରୁ ହିଁ ଦେଇପାରିବେ । ମନୁଷ୍ୟ ୬୦ ବର୍ଷ ପରେ ବାନପ୍ରସ୍ଥ ଧାରଣ କରି ଗୁରୁ
କରିଥା’ନ୍ତି । ଏହି ପ୍ରଥା ମଧ୍ୟ ବର୍ତ୍ତମାନର କଥା ଯାହା ପୁଣି ଭକ୍ତିମାର୍ଗରେ ଚାଲୁଛି ।
ଆଜିକାଲି ତ ଛୋଟ ପିଲାଙ୍କୁ ମଧ୍ୟ ଗୁରୁ କରାଇଦେଉଛନ୍ତି । ବାନପ୍ରସ୍ଥ ଅବସ୍ଥା ନ ଆସିଲେ ମଧ୍ୟ
ଅଚାନକ ମୃତ୍ୟୁ ହୋଇଯାଉଛି, ସେଥିପାଇଁ ପିଲାମାନଙ୍କୁ ମଧ୍ୟ ଗୁରୁ କରାଇ ଦେଉଛନ୍ତି । ଯେପରି ବାବା
କହୁଛନ୍ତି ତୁମେ ସମସ୍ତେ ଆତ୍ମା ଅଟ । ସମ୍ପତ୍ତି ନେବାର ହକ ସମସ୍ତଙ୍କର ଅଛି । ସେମାନେ
କହିଦେଉଛନ୍ତି ଗୁରୁ ବିନା ଠାବ ମିଳିବ ନାହିଁ ଅର୍ଥାତ୍ ବ୍ରହ୍ମରେ ଲୀନ ହୋଇପାରିବ ନାହିଁ । ତୁମକୁ
ତ ଲୀନ ହେବାର ନାହିଁ । ଏହା ହେଉଛି ଭକ୍ତିମାର୍ଗର କଥା । ଆତ୍ମା ତ ତାରକା ସଦୃଶ ବିନ୍ଦୁ ଅଟେ ।
ବାବା ମଧ୍ୟ ବିନ୍ଦୁ ହିଁ ଅଟନ୍ତି । ସେହି ବିନ୍ଦୁଙ୍କୁ ହିଁ ଜ୍ଞାନର ସାଗର ବୋଲି କୁହାଯାଉଛି ।
ତୁମେମାନେ ମଧ୍ୟ ଅତି ସୂକ୍ଷ୍ମ ଆତ୍ମା ଅଟ । ସେଥିରେ ସମସ୍ତ ଜ୍ଞାନ ଭରି ଦିଆଯାଉଛି । ତୁମେମାନେ
ଏବେ ସମ୍ପୂର୍ଣ୍ଣ ଜ୍ଞାନ ନେଉଛ । ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହ ପାସ୍ ହେଉଛ ନା । ଏପରି
ନୁହେଁ ଯେ, ଶିବଲିଙ୍ଗ ଆକାର ପରି ବଡ ଅଟେ । ଆତ୍ମା ଯେତେ ବଡ, ପରମାତ୍ମା ମଧ୍ୟ ସେତିକି ବଡ
ଅଟନ୍ତି । ଆତ୍ମା ଅଭିନୟ କରିବା ପାଇଁ ପରମଧାମରୁ ଆସୁଛି । ବାବା କହୁଛନ୍ତି ମୁଁ ମଧ୍ୟ ସେହିଠାରୁ
ଆସୁଛି । କିନ୍ତୁ ମୋର ନିଜର ଶରୀର ନାହିଁ । ମୁଁ ରୂପ ଅର୍ଥାତ୍ ଯୋଗ ଶିଖାଇଲାବାଲା ଅଟେ, ବସନ୍ତ
ଅର୍ଥାତ୍ ଜ୍ଞାନୀ ମଧ୍ୟ ଅଟେ । ପରମଆତ୍ମା ରୂପ ଅଟନ୍ତି, ତାଙ୍କ ଭିତରେ ସମସ୍ତ ଜ୍ଞାନ ମଧ୍ୟ ଭରି
ହୋଇ ରହିଛି । ସେଥିପାଇଁ ଜ୍ଞାନର ବର୍ସା ବରଷୁଛନ୍ତି ଯାହାଦ୍ୱାରା ସବୁ ମନୁଷ୍ୟମାନେ ପାପ ଆତ୍ମାରୁ
ପୁଣ୍ୟ ଆତ୍ମା ହୋଇଯାଉଛନ୍ତି । ବାବା ଗତି ଏବଂ ସଦ୍ଗତି ଉଭୟ ଦେଉଛନ୍ତି । ତୁମେ ସଦ୍ଗତିକୁ
ପ୍ରାପ୍ତ କରୁଛ, ବାକି ସମସ୍ତେ ଗତିକୁ ଅର୍ଥାତ୍ ନିଜ ଘରକୁ ଚାଲିଯାଉଛନ୍ତି । ତାହା ହେଉଛି
ଶାନ୍ତିଧାମ । ଆତ୍ମା ହିଁ ଏହି କାନ ଦ୍ୱାରା ଶୁଣୁଛି । ଏବେ ବାବା କହୁଛନ୍ତି ମିଠେ ମିଠେ ସିକିଲଧେ
ସନ୍ତାନମାନେ ତୁମମାନଙ୍କୁ ଏବେ ଘରକୁ ଫେରିବାକୁ ହେବ, ସେଥିପାଇଁ ପବିତ୍ର ନିଶ୍ଚୟ ହେବାକୁ ପଡିବ
। ପବିତ୍ରତା ବିନା କେହି ବି ଆତ୍ମା ଘରକୁ ଫେରିପାରିବେ ନାହିଁ । ମୁଁ ସମସ୍ତଙ୍କୁ ନେଇଯିବାକୁ
ଆସିଛି । ଆତ୍ମାମାନଙ୍କୁ ଶିବଙ୍କର ବରଯାତ୍ରୀ ବୋଲି କୁହାଯାଉଛି । ଏବେ ଶିବବାବା ଶିବାଳୟର
ସ୍ଥାପନା କରୁଛନ୍ତି । ପୁଣି ରାବଣ ଆସି ବେଶ୍ୟାଳୟ ସ୍ଥାପନ କରୁଛି । ବାମମାର୍ଗକୁ ବିକାରୀମାର୍ଗ
ବେଶ୍ୟାଳୟ କୁହାଯାଉଛି । ବାବାଙ୍କ ପାଖରେ ବହୁତ ସନ୍ତାନ ଅଛନ୍ତି ଯିଏକି ବିବାହ କରି ମଧ୍ୟ
ପବିତ୍ର ରହୁଛନ୍ତି । ସନ୍ନ୍ୟାସୀମାନେ ତ କହୁଛନ୍ତି - ଉଭୟ ଏକାଠି ରହି ପବିତ୍ର ରହିପାରିବେ ଏକଥା
କେବେ ସମ୍ଭବ ହୋଇପାରିବ ନାହିଁ । ଏଠାରେ ବୁଝାଯାଉଛି ଯେ, ଏଥିରେ ବହୁତ ଲାଭ ରହିଛି । ପବିତ୍ର
ରହିବା ଦ୍ୱାରା ୨୧ ଜନ୍ମର ରାଜତ୍ୱ ମିଳୁଛି ତେଣୁ ଗୋଟିଏ ଜନ୍ମ ପବିତ୍ର ରହିବା କୌଣସି ବଡ କଥା
ନୁହେଁ । ବାବା କହୁଛନ୍ତି ତୁମେ କାମ ଚିତା ଉପରେ ବସି ବିଲ୍କୁଲ୍ କଳା ହୋଇଯାଇଛ ।
ଶ୍ରୀକୃଷ୍ଣଙ୍କ ପାଇଁ ମଧ୍ୟ କୁହାଯାଏ ଗୋରା ଏବଂ ଶ୍ୟାମଳ, ଶ୍ୟାମ ସୁନ୍ଦର । ବର୍ତ୍ତମାନ ଏହି କଥା
ବୁଝାଯାଉଛି ଯେ କାମ ଚିତା ଉପରେ ବସି ଶ୍ୟାମଳ ହୋଇଯାଇଛନ୍ତି, ପୁଣି ତାଙ୍କୁ ଗାଁର ପିଲା ମଧ୍ୟ
କୁହାଯାଉଛି । ବାସ୍ତବରେ ଇଏ ଦାଦା ଗାଁର ପିଲା ଥିଲେ ନା । କୃଷ୍ଣ ତ ହୋଇପାରିବେ ନାହିଁ ।
ଏହାଙ୍କର ହିଁ ବହୁତ ଜନ୍ମର ଅନ୍ତିମ ଜନ୍ମରେ ବାବା ପ୍ରବେଶ କରି ଗୋରା କରୁଛନ୍ତି । ଏବେ
ତୁମମାନଙ୍କୁ ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ । ବାବା ଆପଣ କେତେ ମିଠା, କେତେ
ଶ୍ରେଷ୍ଠ ସମ୍ପତ୍ତି ଆପଣ ଦେଉଛନ୍ତି । ଆମକୁ ମନୁଷ୍ୟରୁ ଦେବତା, ମନ୍ଦିର ଯୋଗ୍ୟ କରୁଛନ୍ତି ।
ଏହିପରି ଭାବେ ନିଜ ସହିତ କଥାବାର୍ତ୍ତା ହେବା ଉଚିତ୍ । ମୁଖ ଦ୍ୱାରା କିଛି କହିବାର ଆବଶ୍ୟକତା
ନାହିଁ । ଭକ୍ତିମାର୍ଗରେ ଆପଣଙ୍କ ସଦୃଶ ପ୍ରିୟତମଙ୍କୁ କେତେ ମନେ ପକାଇ ଆସିଛୁ । ଏବେ ଆପଣ
ମିଳିଛନ୍ତି, ବାବା ଆପଣ ତ ସବୁଠାରୁ ମିଠା ଅଟନ୍ତି । ଆପଣଙ୍କୁ ଆମେ କାହିଁକି ସ୍ମରଣ ନ କରିବୁ ।
ଆପଣଙ୍କୁ ପ୍ରେମର, ଶାନ୍ତିର ସାଗର ବୋଲି କୁହାଯାଉଛି, ଆପଣ ହିଁ ବର୍ସା ଦେଉଛନ୍ତି, ବାକି ପ୍ରେରଣା
ଦ୍ୱାରା କିଛି ବି ମିଳିନଥାଏ । ବାବା ତ ସମ୍ମୁଖକୁ ଆସି ତୁମମାନଙ୍କୁ ପାଠ ପଢାଉଛନ୍ତି । ଏହା
ପାଠଶାଳା ଅଟେ ନା । ବାବା କହୁଛନ୍ତି ମୁଁ ତୁମକୁ ରାଜାମାନଙ୍କର ରାଜା କରୁଛି । ଏହା ରାଜଯୋଗ ଅଟେ
। ଏବେ ତୁମେ ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକକୁ ଜାଣିଗଲଣି । ଏତେ ଛୋଟ ଆତ୍ମା, ଦେଖ କିପରି
ଅଭିନୟ କରୁଛି । ତାହା ମଧ୍ୟ ପୂର୍ବ ପ୍ରସ୍ତୁତ ଅଟେ । ଏହାକୁ ଅନାଦି-ଅବିନାଶୀ ବିଶ୍ୱ ନାଟକ ବୋଲି
କୁହାଯାଉଛି । ଡ୍ରାମାର ଚକ୍ର ଘୂରି ଚାଲିଛି, ଏଥିରେ ସଂଶୟ (ସନ୍ଦେହ)ର କୌଣସି କଥା ନାହିଁ । ବାବା
ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି, ତୁମେମାନେ ସ୍ୱଦର୍ଶନ ଚକ୍ରଧାରୀ ଅଟ । ତୁମ
ବୁଦ୍ଧିରେ ସମସ୍ତ ଚକ୍ରର ଜ୍ଞାନ ଘୂରୁଛି । ତେଣୁ ତାହା ଦ୍ୱାରା ତୁମର ପାପ କଟିଯାଉଛି । ବାକି
ଶ୍ରୀକୃଷ୍ଣ କୌଣସି ସ୍ୱଦର୍ଶନ ଚକ୍ର ଚଲାଇ ହିଂସା କରି ନ ଥିଲେ । ସେଠାରେ ତ ନା ଲଢେଇର ହିଂସା
ହେବ, ନା କାମ ବିକାର ରହିବ । ସେଠାରେ ସମସ୍ତେ ଡବଲ ଅହିଂସକ ହେବେ । ବର୍ତ୍ତମାନ ତୁମର ୫ ବିକାର
ସହିତ ଯୁଦ୍ଧ ଚାଲୁଛି । ବାକି ଆଉ କୌଣସି ଯୁଦ୍ଧର କଥା ହିଁ ନାହିଁ । ତେବେ ବାବା ଉଚ୍ଚରୁ ଉଚ୍ଚ
ଅଟନ୍ତି, ପୁଣି ଉଚ୍ଚରୁ ଉଚ୍ଚ ଏହି ପ୍ରାପ୍ତି ଲକ୍ଷ୍ମୀ-ନାରାୟଣ, ତେବେ ଏମାନଙ୍କ ସଦୃଶ ଶ୍ରେଷ୍ଠ
ହେବାକୁ ପଡିବ । ତୁମେମାନେ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ । କଳ୍ପ-କଳ୍ପ ତୁମର
ସେହିଭଳି ପାଠପଢା ଚାଲିବ । ବର୍ତ୍ତମାନ ଯେତେ ଭଲ ପୁରୁଷାର୍ଥ କରିବ କଳ୍ପ-କଳ୍ପ ସେହିପରି କରି
ଚାଲିବ । ଲୌକିକ ପାଠପଢା ଦ୍ୱାରା ଏତେ ପଦ ମିଳିପାରିବ ନାହିଁ ଯେତେ ଏହି ପଢା ଦ୍ୱାରା ମିଳୁଛି ।
ଏହି ଲକ୍ଷ୍ମୀ-ନାରାୟଣ ସବୁଠାରୁ ଶ୍ରେଷ୍ଠ ଅଟନ୍ତି । ଏମାନେ ମଧ୍ୟ ମନୁଷ୍ୟ ଅଟନ୍ତି କିନ୍ତୁ
ଦୈବୀଗୁଣ ଧାରଣ କରୁଛନ୍ତି, ସେଥିପାଇଁ ଦେବତା କୁହାଯାଉଛି । ବାକି ୮-୧୦ ଭୂଜାଧାରୀ କେହି
ନଥା’ନ୍ତି । ଭକ୍ତିମାର୍ଗରେ ସାକ୍ଷାତ୍କାର ହେଲେ ବହୁତ କାନ୍ଦିଥା’ନ୍ତି, ଦୁଃଖୀ ହୋଇ ବହୁତ ଲୁହ
ଗଡାଇଥା’ନ୍ତି । ଏଠାରେ ତ ବାବା କହୁଛନ୍ତି ଲୁହ ଆସିଲେ ଫେଲ୍ କୁହାଯିବ । ଆମ୍ମା ମରେ ତୋ ହାଲୁଆ
ଖାଅ ଅର୍ଥାତ୍ ଯିଏବି ଶରୀର ଛାଡନ୍ତୁ ତୁମେମାନେ ଖୁସିରେ ରୁହ..... ଆଜିକାଲି ତ ବମ୍ବେରେ ମଧ୍ୟ
କେହି ରୋଗରେ ପଡିଲେ ଅଥବା ମୃତ୍ୟୁମୁଖରେ ପଡିଲେ ବି.କେ.ଙ୍କୁ ଡାକୁଛନ୍ତି ଯେ ଆସି ଶାନ୍ତି
ପ୍ରଦାନ କର । ତୁମେ ବୁଝାଉଛ ଯେ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଗୋଟିଏ ନେଉଛି, ଏଥିରେ ତୁମର
କ’ଣ ଯାଉଛି । କାନ୍ଦିବା ଦ୍ୱାରା କ’ଣ ଫାଇଦା ହେବ । କହୁଛନ୍ତି, ଏହାଙ୍କୁ କାଳ ଖାଇଗଲା...
ବାସ୍ତବରେ ଏପରି କୌଣସି ଜିନିଷ ନାହିଁ । ଏଠାରେ ତ ଆତ୍ମା ସ୍ୱତଃ ଗୋଟିଏ ଶରୀର ଛାଡି ଚାଲିଯାଉଛି
। ନିଜର ସମୟ ଅନୁସାରେ ଶରୀର ଛାଡି ଚାଲିଯାଇଥାଏ । ବାକି କାଳ ବୋଲି କୌଣସି ଜିନିଷ ନାହିଁ ।
ସତ୍ୟଯୁଗରେ ଗର୍ଭ ମହଲ ଥାଏ, ସେଠାରେ ଦଣ୍ଡର କୌଣସି କଥା ହିଁ ନାହିଁ । ସେଠାରେ ତୁମର କର୍ମ
ଅକର୍ମ ହୋଇଯାଏ । ସେଠାରେ ମାୟା ହିଁ ରହିବ ନାହିଁ ଯାହା ଫଳରେ ବିକର୍ମ ହେବ । ତୁମେମାନେ
ବିକର୍ମାଜିତ୍ ହେଉଛ । ପ୍ରଥମେ ପ୍ରଥମେ ବିକର୍ମାଜିତ୍ ସଂବତ ଚାଲିବ ପୁଣି ଭକ୍ତିମାର୍ଗ ଆରମ୍ଭ
ହେଲେ ରାଜା ବିକ୍ରମ ସଂବତ ଆରମ୍ଭ ହେବ । ବର୍ତ୍ତମାନ ତୁମେମାନେ ପୂର୍ବରୁ କରିଥିବା ବିକର୍ମ ଉପରେ
ବିଜୟ ପ୍ରାପ୍ତ କରୁଛ, ନାମ ରଖାଯାଉଛି ବିକର୍ମାଜିତ୍ । ପୁଣି ଦ୍ୱାପର ଯୁଗରେ ବିକ୍ରମ ରାଜା
ହୋଇଥା’ନ୍ତି, ବିକର୍ମ କରିଚାଲିଥା’ନ୍ତି । ଯେପରି ଛୁଞ୍ଚିରେ ଯଦି କଳଙ୍କି ଲାଗିଥିବ ତେବେ
ଚୁମ୍ବକ ଟାଣିବ ନାହିଁ । ସେହିପରି ତୁମମାନଙ୍କର ଯେତିକି ପାପ ରୂପୀ କଳଙ୍କ ଛାଡିଥିବ ସେତିକି
ଚୁମ୍ବକ ଟାଣିବ । ବାବା ତ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି । ତୁମମାନଙ୍କୁ ମଧ୍ୟ ଯୋଗବଳ ଦ୍ୱାରା
ପବିତ୍ର କରୁଛନ୍ତି । ଯେପରି ଲୌକିକ ପିତା ମଧ୍ୟ ସନ୍ତାନକୁ ଦେଖି ଖୁସି ହୋଇଥା’ନ୍ତି, ସେହିପରି
ବେହଦର ବାବା ମଧ୍ୟ ପିଲାମାନଙ୍କ ସେବାରେ ଖୁସି ହେଉଛନ୍ତି । ପିଲାମାନେ ବହୁତ ପରିଶ୍ରମ ମଧ୍ୟ
କରୁଛନ୍ତି । ତୁମେମାନଙ୍କୁ ସେବାରେ ତ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍ । ତୁମେମାନେ ହେଲ
ପତିତମାନଙ୍କୁ ପାବନ କରୁଥିବା ଈଶ୍ୱରୀୟ ମିଶନ । ଏବେ ତୁମେମାନେ ଈଶ୍ୱରୀୟ ସନ୍ତାନ ହୋଇଛ, ବାବା
ହେଲେ ବେହଦର ପିତା ଏବଂ ତୁମେ ସମସ୍ତେ ଭାଇ-ଭଉଣୀ ହୋଇଗଲ । ବାସ୍ ତୁମମାନଙ୍କର ଆଉ କୌଣସି
ସମ୍ବନ୍ଧ ନାହିଁ । ମୁକ୍ତିଧାମରେ ବାବା ଏବଂ ତୁମେ ଆତ୍ମା ଭାଇ-ଭାଇ ହିଁ ରହିବ, ପୁଣି ତୁମେ
ସତ୍ୟଯୁଗକୁ ଯାଉଛ ସେଠାରେ ଗୋଟିଏ ପୁଅ, ଗୋଟିଏ ଝିଅ ଜନ୍ମ ନେବେ ବାସ୍, କିନ୍ତୁ ଏଠାରେ ତ ବହୁତ
ସମ୍ବନ୍ଧ ରହିଛି - ଚାଚା, ମାମା, କାକା... ଇତ୍ୟାଦି ।
ବ୍ରହ୍ମଲୋକ ତ ହେଉଛି
ସୁଇଟ୍ ହୋମ, ମୁକ୍ତିଧାମ । ସେଠାକୁ ଯିବା ପାଇଁ ମନୁଷ୍ୟ କେତେ ଯଜ୍ଞ ତପ ଆଦି କରୁଛନ୍ତି କିନ୍ତୁ
ଘରକୁ ତ କେହି ବି ଯାଇପାରିବେ ନାହିଁ । ଏମିତି ତ କାହାଣୀ ବହୁତ ଶୁଣାଇଥା’ନ୍ତି । କିନ୍ତୁ
ସମସ୍ତଙ୍କର ସଦ୍ଗତି ଦାତା ତ କେବଳ ଜଣେ ହିଁ ଅଟନ୍ତି, ଦ୍ୱିତୀୟ କେହି ନାହାଁନ୍ତି । ଏବେ ତୁମେ
ସଂଗମଯୁଗରେ ଅଛ । ଏଠାରେ ଢେର ମନୁଷ୍ୟ ଅଛନ୍ତି । ସତ୍ୟଯୁଗରେ ତ ବହୁତ କମ୍ ରହିବେ । ସ୍ଥାପନା ପରେ
ପୁଣି ବିନାଶ ହେବ । ଏବେ ଅନେକ ଧର୍ମ ରହିଛି ତେଣୁ କେତେ ହଙ୍ଗାମା ହେଉଛି । ତୁମେମାନେ ସେଠାରେ
ଶତକଡା ଶହେ ସମୃଦ୍ଧଶାଳୀ ଅର୍ଥାତ୍ ଧନବାନ ଥିଲ । ପୁଣି ୮୪ ଜନ୍ମ ପରେ ୧୦୦ ପ୍ରତିଶତ ଦରିଦ୍ର
ହୋଇଯାଇଛ । ଏବେ ବାବା ଆସି ସମସ୍ତଙ୍କୁ ଜାଗ୍ରତ କରୁଛନ୍ତି । ବାବା କହୁଛନ୍ତି ଏବେ ଜାଗ୍ରତ ହୁଅ,
ସତ୍ୟଯୁଗ ଆସୁଛି । ସତ୍ୟ ବାବା ହିଁ ତୁମକୁ ୨୧ ଜନ୍ମର ବର୍ସା ଦେଉଛନ୍ତି । କେବଳ ଭାରତ ହିଁ
ସତ୍ୟରାଷ୍ଟ୍ର ହେବାକୁ ଯାଉଛି । ବାବା ସତ୍ୟରାଷ୍ଟ୍ର ନିର୍ମାଣ କରୁଛନ୍ତି । ପୁଣି
ମିଥ୍ୟାରାଷ୍ଟ୍ର କିଏ କରୁଛି? ୫ ବିକାର ରୂପୀ ରାବଣ । ରାବଣର କେତେ ବଡ ପୁତ୍ତଳିକା ତିଆରି
କରୁଛନ୍ତି, ପୁଣି ତାକୁ ଜଳାଉଛନ୍ତି, କାହିଁକି ନା ଇଏ ତୁମର ପ୍ରଥମ ନମ୍ବରର ଶତ୍ରୁ ଅଟେ ।
ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ କେବେଠାରୁ ରାବଣ ରାଜ୍ୟ ଆରମ୍ଭ ହେଲା । ବାବା ବୁଝାଉଛନ୍ତି
ଅଧାକଳ୍ପ ରାମରାଜ୍ୟ ଏବଂ ଅଧାକଳ୍ପ ରାବଣ ରାଜ୍ୟ ଚାଲୁଛି । ବାକି ରାବଣ କୌଣସି ମନୁଷ୍ୟ ନୁହେଁ,
ଯାହାକୁ ମାରିବାକୁ ପଡିବ । ବର୍ତ୍ତମାନ ସାରା ଦୁନିଆ ଉପରେ ରାବଣର ରାଜ୍ୟ ଚାଲିଛି, ବାବା ଆସି
ରାମ ରାଜ୍ୟର ସ୍ଥାପନା କରୁଛନ୍ତି, ତା’ପରେ ଜୟ-ଜୟକାର ହୋଇଯାଉଛି । ସେଠାରେ ସର୍ବଦା ଖୁସି
ରହିଥାଏ । ତାହା ହେଉଛି ସୁଖଧାମ । ଏହାକୁ ପୁରୁଷୋତ୍ତମ ସଂଗମଯୁଗ କୁହାଯାଉଛି । ବାବା କହୁଛନ୍ତି
ଏହି ପୁରୁଷାର୍ଥ ଦ୍ୱାରା ତୁମେ ଏହିପରି ହେବାକୁ ଯାଉଛ । ତୁମର ଚିତ୍ର ମଧ୍ୟ ତିଆରି କରାଯାଇଥିଲା,
ଏଠାକୁ ବହୁତ ଆସିଥିଲେ ପୁଣି ଶୁଣିଲେ ଅନ୍ୟକୁ ଶୁଣାଇଲେ ଶେଷରେ ପଳାଇଗଲେ । ବାବା ଆସି ତୁମମାନଙ୍କୁ
ବହୁତ ସ୍ନେହର ସହିତ ବୁଝାଉଛନ୍ତି । ପିତା ଏବଂ ଶିକ୍ଷକ ସ୍ନେହ କରିଥା’ନ୍ତି, ଗୁରୁ ମଧ୍ୟ ସ୍ନେହ
କରିଥା’ନ୍ତି । ସତ୍ଗୁରୁଙ୍କର ନିନ୍ଦୁକ କେଉଁଠାରେ ମଧ୍ୟ ଠାବ ପାଇପାରିବେ ନାହିଁ । ତୁମର
ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି । ସେହି ଗୁରୁମାନଙ୍କ ପାଖରେ ତ କୌଣସି ଲକ୍ଷ୍ୟ ଉଦ୍ଦେଶ୍ୟ
ନ ଥାଏ । ତାହା କୌଣସି ପାଠପଢା ନୁହେଁ, ଏହା ତ ପାଠପଢା ଅଟେ । ଏହାକୁ ବିଶ୍ୱ ବିଦ୍ୟାଳୟ ସହିତ
ଡାକ୍ତରଖାନା ମଧ୍ୟ କୁହାଯାଉଛି, ଯାହା ଦ୍ୱାରା ତୁମେ ସଦା ସୁସ୍ଥ ଏବଂ ସଦା ସମ୍ପତ୍ତିବାନ ହେଉଛ ।
ଏହି ଦୁନିଆରେ ତ କେବଳ ମିଛ ହିଁ ରହିଛି, ଗାୟନ ମଧ୍ୟ କରୁଛନ୍ତି ମିଛ କାୟା... ସତ୍ୟଯୁଗ ହେଉଛି
ସତ୍ୟରାଷ୍ଟ୍ର । ସେଠାରେ ତ ହୀରା ନୀଳାର ମହଲ ଥାଏ । ସୋମନାଥଙ୍କର ମନ୍ଦିର ମଧ୍ୟ ଭକ୍ତିମାର୍ଗରେ
ତିଆରି କରିଛନ୍ତି । ସେଥିରେ କେତେ ଧନ ଥିଲା ଯାହାକୁ ପୁଣି ମୁସଲମାନମାନେ ଆସି ଲୁଟି ନେଲେ । ସେହି
ଧନରେ ବଡ-ବଡ ମସ୍ଜିଦ୍ ତିଆରି କଲେ । ବାବା ତୁମମାନଙ୍କୁ ଅସରନ୍ତି ସମ୍ପତ୍ତି ଦେଉଛନ୍ତି । ବାବା
ଆରମ୍ଭରୁ ହିଁ ତୁମମାନଙ୍କୁ ସେ ସବୁର ସାକ୍ଷାତ୍କାର କରାଇଛନ୍ତି । ଆଲ୍ଲା ଅବଲଦୀନ ବାବା ଅଟନ୍ତି
ନା । ପ୍ରଥମ ଧର୍ମ ସ୍ଥାପନ କରୁଛନ୍ତି, ତାହା ହେଲା ଦେବୀ ଦେବତା ଧର୍ମ । ଯେଉଁ ଧର୍ମ ନଥାଏ ତାହା
ପୁନର୍ବାର ସ୍ଥାପନ କରାଯାଏ । ସମସ୍ତେ ଜାଣିଛନ୍ତି ପ୍ରାଚୀନ ସତ୍ୟଯୁଗରେ ଏମାନଙ୍କର ହିଁ ରାଜ୍ୟ
ଥିଲା, ତାଙ୍କ ଉପରେ ଆଉ କେହି ନଥିଲେ । ଦୈବୀ ରାଜ୍ୟକୁ ହିଁ ସ୍ୱର୍ଗ କୁହାଯାଉଛି । ଏବେ ତୁମେମାନେ
ଏକଥାକୁ ଜାଣୁଛ ପୁଣି ଅନ୍ୟମାନଙ୍କୁ କହିବାକୁ ହେବ । ଯେପରି ସମସ୍ତେ ଜାଣିବେ, ପରେ ପୁଣି କେହି
ଉଲୁଗୁଣା ଦେବେ ନାହିଁ ଯେ, ଆମେ ଜାଣିପାରିଲୁ ନାହିଁ । ତୁମେମାନେ ସମସ୍ତଙ୍କୁ କହୁଛ ତଥାପି ମଧ୍ୟ
ବାବାଙ୍କୁ ଛାଡି ଚାଲିଯାଉଛନ୍ତି, ଏହି ଇତିହାସର ନିଶ୍ଚୟ ପୁନରାବୃତ୍ତି ହେବ । ବାବାଙ୍କ ପାଖକୁ
ଆସିଲେ ବାବା ପଚାରିଥା’ନ୍ତି - ଆଗରୁ କେବେ ବାବାଙ୍କ ସହିତ ମିଶିଥିଲ? କହନ୍ତି, ହଁ ବାବା ୫ ହଜାର
ବର୍ଷ ପୂର୍ବରୁ ଆମେ ମିଶିବାକୁ ଆସିଥିଲୁ । ବେହଦର ବର୍ସା ନେବାକୁ ଆସିଥିଲୁ, କେହି ଏଠାକୁ ଆସି
ଶୁଣିଥା’ନ୍ତି, କାହାକୁ ପୁଣି ବ୍ରହ୍ମାଙ୍କର ସାକ୍ଷାତ୍କାର ହୋଇଥାଏ, ତେଣୁ ତାହା ମନେ ପଡିଥାଏ
ଏବଂ କହନ୍ତି ଆମେ ତ ଏହି ରୂପ ଦେଖିଥିଲୁ । ବାବା ମଧ୍ୟ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି ।
ଅବିନାଶୀ ଜ୍ଞାନ ରତ୍ନରେ ତୁମର ଝୁଲା ମୁଣି ଭରପୂର ହେଉଛି ନା । ଏହା ହେଉଛି ପାଠପଢା । ୭ ଦିନର
କୋର୍ସ କରି ଯେଉଁଠି ରହିଲେ ମଧ୍ୟ ମୁରଲୀ ଆଧାରରେ ଚାଲିପାରିବ । ୭ ଦିନ ଭିତରେ ଏତିକି ନିଶ୍ଚିତ
ବୁଝାଇବା ଦରକାର ଯାହାକି ମୁରଲୀକୁ ବୁଝିପାରିବେ । ବାବା ତ ପିଲାମାନଙ୍କୁ ସବୁ ରହସ୍ୟ ଭଲ ଭାବରେ
ବୁଝାଇ ଚାଲିଛନ୍ତି । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସ୍ୱଦର୍ଶନ
ଚକ୍ର ଘୂରାଇ ଅନେକ ଜନ୍ମର ପାପକୁ ଭସ୍ମ କରିବାକୁ ହେବ, ଆତ୍ମିକ ପାଠପଢା ଦ୍ୱାରା ନିଜର ପଦକୁ
ଶ୍ରେଷ୍ଠ କରିବାକୁ ହେବ । କୌଣସି ବି ପରିସ୍ଥିତିରେ ଲୁହ ଗଡାଇବାର ନାହିଁ ।
(୨) ବର୍ତ୍ତମାନ
ବାନପ୍ରସ୍ଥ ଅବସ୍ଥାରେ ରହିବାର ସମୟ, ସେଥିପାଇଁ ବୈରାଗ୍ୟ ବୃତ୍ତିକୁ ଧାରଣ କରି ବହୁତ ସାଧାରଣ
ଜୀବନଯାପନ କରିବାକୁ ହେବ । ନା ବହୁତ ଉଚ୍ଚ, ନାଁ ବହୁତ ନୀଚ । ଘରକୁ ଫେରିଯିବା ପାଇଁ ଆତ୍ମାକୁ
ସମ୍ପୂର୍ଣ୍ଣ ପବିତ୍ର ହେବାକୁ ହେବ ।
ବରଦାନ:-
ସର୍ବଦା ନିଜକୁ
ପରିବର୍ତ୍ତନ କରି ନେବାର ବିଶେଷତା ଦ୍ୱାରା ସମ୍ପର୍କ ଏବଂ ସେବାକ୍ଷେତ୍ରରେ ସଫଳ ହେଉଥିବା
ସଫଳତାମୂରତ ଭବ ।
ଯେଉଁ ପିଲାମାନଙ୍କ ଭିତରେ
ନିଜକୁ ପରିବର୍ତ୍ତନ କରିନେବାର ବିଶେଷତା ରହିଛି ସେମାନେ ସହଜରେ ସୁବର୍ଣ୍ଣ ଯୁଗୀ ସ୍ଥିତିରେ
ପହଞ୍ଚିଯାଇ ପାରିବେ । ଯେପରି ସମୟ, ଯେପରି ପରିସ୍ଥିତି ସେହି ଅନୁସାରେ ନିଜର ଧାରଣାକୁ
ପ୍ରତ୍ୟକ୍ଷ କରିବା ପାଇଁ ନିଜକୁ ପରିବର୍ତ୍ତନ କରିବାକୁ ପଡିଥାଏ । ତେଣୁ ନିଜକୁ ପରିବର୍ତ୍ତନ
କରିନେବାବାଲା ପିଲାମାନେ ହିଁ ଖାଣ୍ଟି ସୁନା ଅଟନ୍ତି । ଯେପରି ସାକାର ବାବାଙ୍କର ବିଶେଷତାକୁ ତ
ତୁମେମାନେ ଦେଖିଛ - ଯେପରି ସମୟ, ଯେପରି ବ୍ୟକ୍ତି, ସେହିପରି ନିଜର ସ୍ୱରୂପ - ଯଦି ଏହିଭଳି ନିଜର
ପିତାଙ୍କୁ ଅନୁକରଣ କରିବ ତେବେ ସେବାକ୍ଷେତ୍ରରେ ଏବଂ ସମ୍ପର୍କ ରଖିବାରେ ସବୁଥିରେ ସହଜରେ
ସଫଳତାମୂରତ ହୋଇଯିବ ।
ସ୍ଲୋଗାନ:-
ଯେଉଁଠାରେ
ସର୍ବଶକ୍ତି ରହିଛି ସେଠାରେ ନିର୍ବିଘ୍ନ ସଫଳତା ସାଥୀରେ ଅଛି ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
ଯେପରି ସାକାରରେ ଯିବା
ଆସିବା କରିବାର ଅଭ୍ୟାସ ସହଜ ହୋଇଯାଇଛି ସେହିପରି ଆତ୍ମାକୁ ନିଜର କର୍ମାତୀତ ଅବସ୍ଥାରେ ସ୍ଥିତ
ରହିବାର ଅଭ୍ୟାସ କରିବା ଦରକାର । ଏବେ ଏବେ କର୍ମଯୋଗୀ ହୋଇ କର୍ମ କରିବା ଏବଂ କର୍ମ ସମାପ୍ତ ହେବା
ମାତ୍ରକେ ପୁନର୍ବାର କର୍ମାତୀତ ସ୍ଥିତିରେ ସ୍ଥିତ ହୋଇଯିବା - ଏହି ଅନୁଭବ ସହଜ ହୋଇଯାଉ । ସର୍ବଦା
ଏହି ଲକ୍ଷ୍ୟ ରହୁ ଯେ ମୋତେ କର୍ମାତୀତ ଅବସ୍ଥାରେ ରହିବାକୁ ହେବ, ନିମିତ୍ତମାତ୍ର କର୍ମ କରିବା
ପାଇଁ କର୍ମଯୋଗୀ ହେଲ ପୁନର୍ବାର କର୍ମାତୀତ ହୋଇଯାଅ ।