19.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମର
ନିଶା ରହିବା ଉଚିତ୍ ଯେ ଆମେ ବ୍ରାହ୍ମଣରୁ ହିଁ ଦେବତା ହେଉଛୁ, ଆମ ବ୍ରାହ୍ମଣମାନଙ୍କୁ ହିଁ
ବାବାଙ୍କର ଶ୍ରେଷ୍ଠ ମତ ମିଳୁଛି ।”
ପ୍ରଶ୍ନ:-
ନ୍ୟୁ ବ୍ଳଡ୍
ଅର୍ଥାତ୍ ଯୁବା ଅବସ୍ଥାର ପିଲାମାନଙ୍କ ଭିତରେ କେଉଁ ସଉକ ଏବଂ କେଉଁ ନିଶା ରହିବା ଉଚିତ୍?
ଉତ୍ତର:-
ଏହି ଦୁନିଆ ଯାହାକି ପୁରୁଣା ଲୌହଯୁଗୀ ହୋଇଯାଇଛି, ତା’କୁ ନୂଆ ସତ୍ୟଯୁଗୀ ଦୁନିଆରେ ପରିଣତ
କରିବାର ଅର୍ଥାତ୍ ପୁରୁଣାକୁ ନୂଆ କରିବାର ସଉକ ରହିବା ଦରକାର । କନ୍ୟାମାନଙ୍କର ନ୍ୟୁ ବ୍ଳଡ୍ ତେଣୁ
ସେମାନେ ନିଜର ସମାସ୍କନ୍ଦ ସାଥୀମାନଙ୍କୁ ଜାଗ୍ରତ କରିବା ଦରକାର । ନିଜ ଭିତରେ ନିଶାକୁ ବଜାୟ
ରଖିବା ଦରକାର । ଭାଷଣ କରିବାରେ ମଧ୍ୟ ସେମାନଙ୍କ ଭିତରେ ବହୁତ ମସ୍ତି ଅର୍ଥାତ୍ ନିଶା ରହିବା
ଦରକାର ।
ଗୀତ:-
ରାତ କେ ରାହି...
ଓମ୍ ଶାନ୍ତି ।
ପିଲାମାନେ ଏହି ଗୀତର ଅର୍ଥ ତ ବୁଝିଲେ । ବର୍ତ୍ତମାନ ଭକ୍ତିମାର୍ଗର ଘୋର ଅନ୍ଧକାରର ରାତ୍ରି ପୂରା
ହେଉଛି । ପିଲାମାନେ ଜାଣୁଛନ୍ତି ଆମେ ଏବେ ମୁକୁଟର ଅଧିକାରୀ ହେବା । ଏଠାରେ ବସିଛୁ, ଆମର ଲକ୍ଷ୍ୟ
ହେଉଛି - ମନୁଷ୍ୟରୁ ଦେବତା ହେବା । ଯେପରି ସନ୍ନ୍ୟାସୀମାନେ ବୁଝାନ୍ତି ଯେ ତୁମେ ନିଜକୁ ମଇଁଷି
ଭାବିଲେ ସେହି ରୂପ ହୋଇଯିବ । ତାହା ହେଲା ଭକ୍ତିମାର୍ଗର ଦୃଷ୍ଟାନ୍ତ । ଯେପରି ଏହି ଦୃଷ୍ଟାନ୍ତ
ମଧ୍ୟ ରହିଛି ଯେ ରାମ ବାନରମାନଙ୍କର ସେନା ନେଇଥିଲେ । ତୁମେ ଏଠାରେ ବସିଛ । ଜାଣିଛ ଯେ ଆମେ
ଦେବୀ-ଦେବତା ଦ୍ୱିମୁକୁଟଧାରୀ ହେବୁ । ଯେପରି ସ୍କୁଲ୍ରେ ପଢିବା ସମୟରେ କହନ୍ତି ମୁଁ ଡାକ୍ତର
ଅଥବା ଇଞ୍ଜିନିୟର ହେବି । ତୁମେ ଜାଣିଛ ଏହି ପାଠପଢା ଦ୍ୱାରା ଆମେ ଦେବୀ-ଦେବତା ହେବାକୁ ଯାଉଛୁ ।
ଏହି ଶରୀର ଛାଡିବୁ ଆଉ ଆମ ମସ୍ତକରେ ମୁକୁଟ ରହିବ । ଏହା ତ ବହୁତ ଖରାପ ଛି-ଛି ଦୁନିଆ ଅଟେ ନା ।
ନୂଆ ଦୁନିଆ ହେଉଛି ଫାଷ୍ଟକ୍ଲାସ୍ ଦୁନିଆ । ପୁରୁଣା ଦୁନିଆ ହେଉଛି ବିଲ୍କୁଲ୍ ଥାର୍ଡ କ୍ଲାସ୍
ଦୁନିଆ । ଏହା ତ ବିନାଶ ହେବାକୁ ଯାଉଛି । ବିଶ୍ୱର ରଚୟିତା ହିଁ ନୂଆ ବିଶ୍ୱର ମାଲିକ କରାଇବେ ।
ଅନ୍ୟ କେହି ଏହି ପାଠ ପଢାଇ ପାରିବେ ନାହିଁ । ଶିବବାବା ହିଁ ତୁମକୁ ପାଠପଢାଇ ଶିଖାଉଛନ୍ତି । ବାବା
ବୁଝାଉଛନ୍ତି - ସମ୍ପୂର୍ଣ୍ଣ ଆତ୍ମ-ଅଭିମାନୀ ହୋଇଗଲେ ବାକି ଆଉ କ’ଣ ଦରକାର । ତୁମେ ତ ବ୍ରାହ୍ମଣ
ହିଁ ଅଟ । ଜାଣିଛ ଯେ ଆମେ ଦେବତା ହେବାକୁ ଯାଉଛୁ । ଦେବତାମାନେ କେତେ ପବିତ୍ର ଥିଲେ । ଏଠାରେ
କେତେ ପତିତ ମନୁଷ୍ୟ ଅଛନ୍ତି । ଯଦିଓ ଚେହେରା ମନୁଷ୍ୟର ହେଲେ ଚରିତ୍ର ଦେଖ କିପରି । ଯିଏ
ଦେବତାମାନଙ୍କର ପୂଜାରୀ ସେମାନେ ନିଜେ ମଧ୍ୟ ତାଙ୍କ ଆଗରେ ମହିମା ଗାୟନ କରୁଛନ୍ତି - ଆପଣ
ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ ଅଟନ୍ତି... ଆମେ ବିକାରୀ ପାପୀ ଅଟୁ । ତାଙ୍କର ମନୁଷ୍ୟ
ପରି ଚେହେରା ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଯାଇ ମହିମା ଗାନ କରିଥା’ନ୍ତି, ନିଜକୁ ବିକାରୀ ପାପୀ
ବୋଲି କହୁଛନ୍ତି । ଆମ ଭିତରେ କୌଣସି ଗୁଣ ନାହିଁ । ମନୁଷ୍ୟ ଅର୍ଥ ତ ମନୁଷ୍ୟ । ଏବେ ତୁମେ ଜାଣୁଛ
ଯେ ଆମେ ପରିବର୍ତ୍ତନ ହୋଇ ଦେବତା ହେବୁ । କୃଷ୍ଣପୁରୀକୁ ଯିବା ପାଇଁ ଶ୍ରୀକୃଷ୍ଣଙ୍କର ପୂଜା
କରିଥାନ୍ତି । କିନ୍ତୁ ଏହା ଜଣା ନାହିଁ ଯେ କେବେ ଯିବେ । ଭକ୍ତି କରି ଚାଲିଛନ୍ତି କି ଭଗବାନ ଆସି
ଭକ୍ତିର ଫଳ ଦେବେ । ପ୍ରଥମେ ତ ତୁମର ଏହି ନିଶ୍ଚୟ ହେବା ଦରକାର ଯେ ଆମକୁ କିଏ ପଢାଉଛନ୍ତି । ଏହା
ହେଉଛି ଶ୍ରୀ ଶ୍ରୀ ଶିବବାବାଙ୍କର ମତ । ଶିବବାବା ତୁମକୁ ଶ୍ରୀମତ ଦେଉଛନ୍ତି । ଯାହାଙ୍କୁ ଏହା ଜଣା
ନାହିଁ ସେ କିପରି ଶ୍ରେଷ୍ଠ ହୋଇପାରିବେ । ଏତେ ସବୁ ବ୍ରାହ୍ମଣ ଶ୍ରୀ ଶ୍ରୀ ଶିବବାବାଙ୍କ ମତରେ
ଚାଲୁଛନ୍ତି । ପରମାତ୍ମାଙ୍କର ମତ ହିଁ ଶ୍ରେଷ୍ଠ କରାଇଥାଏ, ଯାହାଙ୍କ ଭାଗ୍ୟରେ ଥିବ, ତାଙ୍କ
ବୁଦ୍ଧିରେ ପଶିବ । ନଚେତ୍ କିଛି ହେଲେ ବି ବୁଝିବେ ନାହିଁ । ଯେତେବେଳେ ବୁଝିବେ ସେତେବେଳେ ଖୁସି
ହୋଇ ସହଯୋଗ କରିବାରେ ଲାଗିପଡିବେ । କେତେକ ତ ଜାଣିନାହାଁନ୍ତି । ତାଙ୍କୁ କ’ଣ ଜଣା, ଇଏ କିଏ!
ସେଥିପାଇଁ ବାବା କାହା ସହିତ ମିଶନ୍ତି ନାହିଁ । ସେମାନେ ତ ଆହୁରି ନିଜର ମତ ବାହାର କରିବେ ।
ଶ୍ରୀମତକୁ ନ ଜାଣିଥିବା କାରଣରୁ ତାଙ୍କୁ ମଧ୍ୟ ନିଜ ମତ ଦେବାରେ ଲାଗିପଡିଥା’ନ୍ତି । ଏବେ ବାବା
ଆସିଛନ୍ତି ତୁମ ସନ୍ତାନମାନଙ୍କୁ ଶ୍ରେଷ୍ଠ କରିବା ପାଇଁ । ପିଲାମାନେ ଜାଣିଛନ୍ତି ୫ ହଜାର ବର୍ଷ
ପୂର୍ବ ସଦୃଶ ବାବା ଆସି ତୁମମାନଙ୍କ ସହିତ ମିଶୁଛନ୍ତି । ଯାହାଙ୍କୁ ଜଣା ନାହିଁ, ସେ ଏପରି
ପ୍ରତ୍ୟୁତ୍ତର ଦେଇପାରିବେ ନାହିଁ । ପିଲାମାନଙ୍କୁ ପାଠପଢାର ବହୁତ ନିଶା ରହିବା ଉଚିତ୍ । ଏହା
ବହୁତ ଶ୍ରେଷ୍ଠ ପାଠପଢା ଅଟେ କିନ୍ତୁ ମାୟା ମଧ୍ୟ ବହୁତ ବିରୋଧୀ । ତୁମେ ଜାଣିଛ ଯେ ଆମେ ସେହି
ପାଠ ପଢୁଛୁ ଯାହାଦ୍ୱାରା ଆମେ ଦ୍ୱିମୁକୁଟଧାରୀ ହୋଇପାରିବା । ଭବିଷ୍ୟତ ଜନ୍ମ-ଜନ୍ମାନ୍ତର ପାଇଁ
ଆମେ ଦ୍ୱିମୁକୁଟଧାରୀ ହେବା । ତେଣୁ ଏଥିପାଇଁ ଏହିପରି ପୁରୁଷାର୍ଥ କରିବା ଦରକାର ନା । ଏହାକୁ
ରାଜଯୋଗ ବୋଲି କୁହାଯାଉଛି । କେତେ ଆଶ୍ଚର୍ଯ୍ୟ ଅଟେ । ବାବା ସର୍ବଦା ବୁଝାଉଛନ୍ତି -
ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିରକୁ ଯାଅ । ପୂଜାରୀମାନଙ୍କୁ ମଧ୍ୟ ତୁମେ ବୁଝାଇପାରିବ । ପୂଜାରୀମାନେ
ମଧ୍ୟ କାହାକୁ ବସି ବୁଝାଇ ପାରିବେ ଯେ ଲକ୍ଷ୍ମୀ-ନାରାୟଣଙ୍କୁ ଏହି ପଦ କିପରି ମିଳିଲା, ଇଏ କିପରି
ବିଶ୍ୱର ମାଲିକ ହେଲେ? ଏହିପରି ବୁଝାଇଲେ ପୂଜାରୀମାନଙ୍କର ମଧ୍ୟ ସମ୍ମାନ ବଢିଯିବ । ତୁମେ
କହିପାରିବ ଆମେ ତୁମକୁ ବୁଝାଉଛୁ ଲକ୍ଷ୍ମୀ-ନାରାୟଣଙ୍କୁ ଏହି ରାଜ୍ୟ କିପରି ମିଳିଲା? ଗୀତାରେ
ମଧ୍ୟ ଭଗବାନୁବାଚ ରହିଛି ନା । ମୁଁ ତୁମକୁ ରାଜଯୋଗ ଶିଖାଇ ରାଜାମାନଙ୍କର ରାଜା କରାଉଛି । ତୁମେ
ତ ସ୍ୱର୍ଗବାସୀ ହେଉଛ ନା । ତେଣୁ ପିଲାମାନଙ୍କର କେତେ ନିଶା ରହିବା ଉଚିତ୍ ଯେ - ଆମେ ଏହିପରି
ହେଉଛୁ! ଭଲେ ଏଠାରେ ନିଜର ଏବଂ ଭବିଷ୍ୟ ରାଜତ୍ୱର ଚିତ୍ର ମଧ୍ୟ ଏକତ୍ର ତିଆରି କର । ତଳେ ତୁମର
ଚିତ୍ର ଏବଂ ଉପରେ ରାଜତ୍ୱର ଚିତ୍ର । ଏଥିରେ କୌଣସି ଖର୍ଚ୍ଚ ତ ନାହିଁ ନା । ରାଜା ପୋଷାକର ତ
ତୁରନ୍ତ ବ୍ୟବସ୍ଥା ହୋଇପାରିବ । ତେଣୁ ଘଡିକୁ ଘଡି ସ୍ମୃତିରେ ରହିବ ଯେ ଆମେ ଦେବତା ହେଉଛୁ । ଉପରେ
ଶିବବାବାଙ୍କର ଚିତ୍ର ମଧ୍ୟ ରଖିପାରିବ । ଏହି ଚିତ୍ର ମଧ୍ୟ ତିଆରି କରିବାକୁ ହେବ । ତୁମେ
ମନୁଷ୍ୟରୁ ଦେବତା ହେଉଛ । ଏହି ଶରୀର ଛାଡି ଯାଇ ଆମେ ଦେବତା ହେବୁ, କାହିଁକି ନା ଏବେ ଆମେ
ରାଜଯୋଗ ଶିଖୁଛୁ । ତେବେ ଏହି ଫଟୋ ମଧ୍ୟ ସାହାଯ୍ୟ କରିବ । ଉପରେ ଶିବବାବା, ପୁଣି ରାଜତ୍ୱର
ଚିତ୍ର । ତଳେ ତୁମର ସାଧାରଣ ଚିତ୍ର । ଶିବବାବାଙ୍କଠାରୁ ରାଜଯୋଗ ଶିଖି ଆମେ ଦ୍ୱିମୁକୁଟଧାରୀ
ଦେବତା ହେବାକୁ ଯାଉଛୁ । ଯଦି ପାଖରେ ଚିତ୍ର ଥିବ ତେବେ କେହି ବି ପଚାରିଲେ ଆମେ କହିପାରିବୁ -
ଆମକୁ ଶିବବାବା ହିଁ ଶିଖାଉଛନ୍ତି । ଚିତ୍ର ଦେଖିବା ଦ୍ୱାରା ପିଲାମାନଙ୍କର ନିଶା ଚଢିବ । ଭଲେ
ଦୋକାନରେ ମଧ୍ୟ ଏହି ଚିତ୍ର ରଖିଦିଅ । ଭକ୍ତିମାର୍ଗରେ ବ୍ରହ୍ମାବାବା ନାରାୟଣଙ୍କର ଚିତ୍ର ରଖୁଥିଲେ
। ପକେଟ୍ରେ ମଧ୍ୟ ରଖୁଥିଲେ । ତୁମେ ମଧ୍ୟ ନିଜର ଫଟୋ ରଖ ଯାହାଦ୍ୱାରା ସ୍ମୃତିରେ ରହିବ ଯେ - ଆମେ
ଦେବୀ-ଦେବତା ହେବାକୁ ଯାଉଛୁ । ବାବାଙ୍କୁ ମନେ ପକାଇବାର ଉପାୟ ଖୋଜିବା ଦରକାର । ବାବାଙ୍କୁ
ଭୁଲିଯିବା ଦ୍ୱାରା ହିଁ ତଳକୁ ଖସି ଯାଉଛନ୍ତି । ବିକାରଗ୍ରସ୍ତ ହେଲେ ପୁଣି ଲଜ୍ଜ୍ୟା ଲାଗିବ ।
ଚିନ୍ତନ ଆସିବ ଯେ ଏବେ ତ ମୁଁ ଏହିଭଳି ଦେବତା ହୋଇପାରିବି ନାହିଁ । ହାର୍ଟ ଫେଲ୍ ହୋଇଯିବେ । ତେବେ
ମୁଁ ଦେବତା କିପରି ହେବି? ବାବା କହୁଛନ୍ତି ଯେଉଁମାନେ ବିକାରଗ୍ରସ୍ତ ହେଉଛନ୍ତି ତାଙ୍କର ଫଟୋ
ବାହାର କରିଦିଅ । କୁହ ତୁମେ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ନୁହଁ, ତୁମର ପାସପୋର୍ଟ ସମାପ୍ତ
ହୋଇଗଲା । ନିଜେ ମଧ୍ୟ ଅନୁଭବ କରିବେ ଯେ ମୁଁ ତ ତଳକୁ ଖସିଗଲି । ଏବେ ମୁଁ ସ୍ୱର୍ଗକୁ କିପରି ଯିବି
। ଯେପରି ନାରଦଙ୍କର ଉଦାହରଣ ଦେଉଛନ୍ତି । ତାଙ୍କୁ କୁହାଗଲା ତୁମେ ନିଜର ଚେହେରା ତ ଦେଖ,
ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ଯୋଗ୍ୟ ହୋଇଛ? ତେବେ ମାଙ୍କଡର ଚେହେରା ଦେଖାଗଲା । ତେଣୁ
ମନୁଷ୍ୟମାନଙ୍କୁ ମଧ୍ୟ ଲଜ୍ଜ୍ୟା ଲାଗିବ - ଆମ ପାଖରେ ତ ଏହି ବିକାର ଅଛି, ପୁଣି ଆମେ ଶ୍ରୀ
ନାରାୟଣ ଅଥବା ଶ୍ରୀଲକ୍ଷ୍ମୀଙ୍କୁ କିପରି ବରଣ କରିବୁ । ବାବା ତ ସବୁ ଯୁକ୍ତି ବତାଉଛନ୍ତି ।
କିନ୍ତୁ କେହି ବିଶ୍ୱାସ ରଖିଲେ ହେବ ନା । ମନରେ ବିକାରର ନିଶା ଆସିଲେ ନିଜେ ଭାବନ୍ତି ଯେ ଏହି
ହିସାବରେ ଆମେ ରାଜାମାନଙ୍କର ରାଜା ଦ୍ୱିମୁକୁଟଧାରୀ କିପରି ହେବୁ । ପୁରୁଷାର୍ଥ ତ କରିବା ଦରକାର
ନା । ବାବା ବୁଝାଉଛନ୍ତି - ଏହିପରି ଯୁକ୍ତି ସବୁ ରଚନା କର ଏବଂ ସମସ୍ତଙ୍କୁ ବୁଝାଅ । ଏହି
ରାଜଯୋଗର ସ୍ଥାପନା ହେଉଛି । ଏବେ ବିନାଶ ସମ୍ମୁଖରେ ଦଣ୍ଡାୟମାନ । ଦିନକୁ ଦିନ ତୋଫାନ ଜୋର୍ରେ
ହେବ । ବମ୍ ଆଦି ମଧ୍ୟ ତିଆରି ହେଉଛି । ତୁମେ ଏହି ପାଠ ପଢୁଛ ଭବିଷ୍ୟତ ଉଚ୍ଚ ପଦ ପାଇବା ପାଇଁ ।
ତୁମେ ଥରେ ମାତ୍ର ପତିତରୁ ପାବନ ହେଉଛ । ମନୁଷ୍ୟ ବୁଝୁ ନାହାଁନ୍ତି ଯେ ଆମେ ନର୍କବାସୀ ଅଟୁ
କାହିଁକି ନା ପଥରବୁଦ୍ଧି ଅଟନ୍ତି । ଏବେ ତୁମେ ପଥର ବୁଦ୍ଧିରୁ ପାରସବୁଦ୍ଧି ହେଉଛ । ଭାଗ୍ୟରେ
ଥିଲେ ତୁରନ୍ତ ବୁଝିଯିବେ । ନଚେତ୍ ତୁମେ ଯେତେ ବି ମୁଣ୍ଡ ପିଟିଲେ ମଧ୍ୟ ବୁଦ୍ଧିରେ ପଶିବ ନାହିଁ
। ବାବାଙ୍କୁ ନ ଜାଣିଥିବା ଯୋଗୁଁ ନାସ୍ତିକ ଅଟନ୍ତି ଅର୍ଥାତ୍ ଧନୀଙ୍କର ନୁହଁନ୍ତି । ତେଣୁ
ଧନୀଙ୍କର ହେବା ଦରକାର ନା । କାରଣ ତୁମେ ଶିବବାବାଙ୍କର ସନ୍ତାନ ଅଟ । ଏଠାରେ ଯେଉଁମାନଙ୍କ ପାଖରେ
ଜ୍ଞାନ ଅଛି, ସେମାନେ ନିଜର ପିଲାମାନଙ୍କୁ ବିକାରରୁ ବଞ୍ଚାଇବେ । ଅଜ୍ଞାନୀ ଲୋକେ ତ ନିଜ ସଦୃଶ
ପିଲାମାନଙ୍କୁ ମଧ୍ୟ ମାୟାରେ ଫସାଉଛନ୍ତି । ତୁମେ ଜାଣିଛ ଏଠାରେ ବିକାରରୁ ବଞ୍ଚାଯାଉଛି ।
କନ୍ୟାମାନଙ୍କୁ ତ ପ୍ରଥମେ ବଞ୍ଚାଇବା ଦରକାର । ମାତା-ପିତା ତ ଯେପରିକି ପିଲାମାନଙ୍କୁ ବିକାରୀ
ଜୀବନ ଭିତରକୁ ଧକ୍କା ଦେଇ ଦେଉଛନ୍ତି । ତୁମେ ଜାଣିଛ ଏହା ଭ୍ରଷ୍ଟାଚାରୀ ଦୁନିଆ ଅଟେ । ତେଣୁ
ଶ୍ରେଷ୍ଠାଚାରୀ ଦୁନିଆ ଚାହୁଁଛନ୍ତି । ଭଗବାନୁବାଚ - ମୁଁ ଯେତେବେଳେ ଶ୍ରେଷ୍ଠାଚାରୀ କରିବାକୁ
ଆସୁଛି, ସେତେବେଳେ ସମସ୍ତେ ଭ୍ରଷ୍ଟାଚାରୀ ହୋଇଯାଇଥା’ନ୍ତି । ମୁଁ ସମସ୍ତଙ୍କୁ ଉଦ୍ଧାର କରୁଛି ।
ଗୀତାରେ ମଧ୍ୟ ଲେଖାଯାଇଛି ଭଗବାନଙ୍କୁ ହିଁ ସାଧୁ-ସନ୍ଥ ଆଦି ସମସ୍ତଙ୍କର ଉଦ୍ଧାର କରିବାକୁ ଆସିବା
ପାଇଁ ପଡିବ । ଏକମାତ୍ର ଭଗବାନ ବାବା ଆସି ସମସ୍ତଙ୍କୁ ଉଦ୍ଧାର କରୁଛନ୍ତି । ଏବେ ତୁମେ
ଆଶ୍ଚର୍ଯ୍ୟ ହେଉଛ - ମନୁଷ୍ୟ କେତେ ପଥରବୁଦ୍ଧି ହୋଇଯାଇଛନ୍ତି । ବର୍ତ୍ତମାନ ବଡ ବଡ ଲୋକମାନେ ଯଦି
ଜାଣିଯିବେ ଯେ ଗୀତାର ଭଗବାନ ଶିବ ତେବେ ଜଣା ନାହିଁ କ’ଣ ହୋଇଯିବ । ହାହାକାର ହୋଇଯିବ । କିନ୍ତୁ
ଏବେ ଡେରି ଅଛି । ନଚେତ୍ ସମସ୍ତଙ୍କର ଆଡ୍ଡାସ୍ଥଳୀ ଏକଦମ୍ ଦୋହଲିବାକୁ ଲାଗିବ । ବହୁତଙ୍କର
ସିଂହାସନ ଦୋହଲୁଛି ନା । ଲଢେଇ ହେଲେ ଜଣାପଡିଯାଏ କି ଏହାଙ୍କର ସିଂହାସନ ହଲୁଛି, ଏବେ ତଳେ
ପଡିଯିବେ । ବର୍ତ୍ତମାନ ଏହା ଦୋହଲିଲେ ବହୁତ ହଲଚଲ ହୋଇଯିବ । ଆଗକୁ ଗଲେ ଏସବୁ ନିଶ୍ଚିତ ହେବ ।
ପତିତ-ପାବନ ସମସ୍ତଙ୍କର ସଦ୍ଗତି ଦାତା ନିଜେ କହୁଛନ୍ତି - ବାସ୍ତବରେ ବ୍ରହ୍ମାଙ୍କ ଶରୀର ଦ୍ୱାରା
ଶିବବାବା ସ୍ଥାପନା କରୁଛନ୍ତି । ସମସ୍ତଙ୍କର ସଦ୍ଗତି ଅର୍ଥାତ୍ ଉଦ୍ଧାର କରୁଛନ୍ତି । ଭଗବାନୁବାଚ
- ଏହା ପତିତ ଦୁନିଆ ଅଟେ, ଏ ସମସ୍ତଙ୍କର ଉଦ୍ଧାର ମୋତେ ହିଁ କରିବାକୁ ପଡିବ । ବର୍ତ୍ତମାନ ସମସ୍ତେ
ପତିତ ଅଟନ୍ତି । ପତିତ କାହାକୁ ପାବନ କିପରି କରାଇବେ? ପ୍ରଥମେ ତ ନିଜେ ପବିତ୍ର ହେଲେ ହିଁ
ଶିଷ୍ୟମାନଙ୍କୁ କରାଇବେ । ଭାଷଣ କରିବାରେ ବହୁତ ମସ୍ତି ଅର୍ଥାତ୍ ନିଶା ରହିବା ଦରକାର ।
କନ୍ୟାମାନଙ୍କର ନ୍ୟୁ ବ୍ଳଡ କୁହାଯିବ । ତୁମେ ପୁରୁଣାରୁ ନୂଆ ତିଆରି କରୁଛ । ତୁମର ଆତ୍ମା ଯାହାକି
ପୁରୁଣା ଲୌହଯୁଗୀ ହୋଇଯାଇଛି ତାହା ଏବେ ନୂଆ ସ୍ୱର୍ଣ୍ଣିମଯୁଗୀ ହେଉଛି । ଖାଦ ବାହାରିଯାଉଛି ।
ତେଣୁ ପିଲାମାନଙ୍କର ବହୁତ ସଉକ ରହିବା ଉଚିତ୍ । ନିଶାକୁ ସ୍ଥାୟୀ ରଖିବା ଉଚିତ୍ । ନିଜର
ସମାସ୍କନ୍ଦ ସାଥୀମାନଙ୍କୁ ଉଠାଇବା ଉଚିତ୍ । ଗାୟନ ମଧ୍ୟ ରହିଛି, ଗୁରୁମାତା । ମାତା କେବେ ଗୁରୁ
ହୁଅନ୍ତି ତାହା ଏବେ ତୁମେମାନେ ଜାଣୁଛ । ଜଗତଅମ୍ବା ହିଁ ପୁଣି ରାଜ-ରାଜେଶ୍ୱରୀ ହେଉଛନ୍ତି । ପୁଣି
ସେଠାରେ କୌଣସି ଗୁରୁ ରହିବେ ନାହିଁ । ଗୁରୁଙ୍କର ପରାମ୍ପରା ଏବେ ଚାଲିଛି । ବାବା ଆସି
ମାତାମାନଙ୍କ ଉପରେ ଜ୍ଞାନର କଳସ ରଖୁଛନ୍ତି । ଆରମ୍ଭରୁ ଏପରି ହେଉଛି । ସେଣ୍ଟର ନିମନ୍ତେ ମଧ୍ୟ
କହୁଛନ୍ତି ବ୍ରହ୍ମାକୁମାରୀ ଦରକାର । ବାବା ତ କହୁଛନ୍ତି ନିଜେ ହିଁ ଚଳାଅ । ସାହସ ନାହିଁ? କହୁ
ନାହାଁନ୍ତି ଏବଂ ବାବା ଶିକ୍ଷକ ଆବଶ୍ୟକ । ଏହା ମଧ୍ୟ ଠିକ୍, ସମ୍ମାନ ଦେଉଛନ୍ତି ।
ଆଜିକାଲି ଦୁନିଆରେ ପରସ୍ପରକୁ ଉପର ଦେଖାଣିଆ ସମ୍ମାନ ଦେଉଛନ୍ତି । ଆଜି ଯିଏ ପ୍ରଧାନମନ୍ତ୍ରୀ
ଅଛନ୍ତି, କାଲି ତାଙ୍କୁ ଉଡାଇ ଦେଉଛନ୍ତି ବା ମାରି ଦେଉଛନ୍ତି । ସ୍ଥାୟୀ ସୁଖ କାହାକୁ ମିଳୁ ନାହିଁ
। ବର୍ତ୍ତମାନ ତୁମ ସନ୍ତାନମାନଙ୍କୁ ସ୍ଥାୟୀ ରାଜ୍ୟ-ଭାଗ୍ୟ ମିଳୁଛି । ତୁମକୁ ବାବା କେତେ
ପ୍ରକାରରେ ବୁଝାଉଛନ୍ତି । ନିଜକୁ ସର୍ବଦା ହର୍ଷିତ ରଖିବା ପାଇଁ ବହୁତ ଭଲ-ଭଲ ଯୁକ୍ତି ମାନ
ବତାଉଛନ୍ତି । ଶୁଭଭାବନା ରଖିବାକୁ ହେବ ନା । ଓହୋ! ଆମେ ଏହି ଲକ୍ଷ୍ମୀ-ନାରାୟଣ ହେଉଛୁ ପୁଣି ଯଦି
କାହା ଭାଗ୍ୟରେ ନାହିଁ ତେବେ ପୁରୁଷାର୍ଥ କ’ଣ କରାଇବେ । ବାବା ପୁରୁଷାର୍ଥ ବିଷୟରେ କହୁଛନ୍ତି ନା
। ପୁରୁଷାର୍ଥ ବ୍ୟର୍ଥ ଯିବ ନାହିଁ । ଏହା ତ ସର୍ବଦା ସଫଳ ହୋଇଥାଏ । ରାଜଧାନୀ ସ୍ଥାପନ ହୋଇଯିବ ।
ମହାଭାରତ ଲଢେଇ ଦ୍ୱାରା ବିନାଶ ମଧ୍ୟ ହେବ । ଆଗକୁ ତୁମେ ଶକ୍ତି ଭରିଲେ ଏମାନେ ସମସ୍ତେ ଆସିବେ ।
ଏବେ ବୁଝିବେ ନାହିଁ ନଚେତ୍ ତାଙ୍କର ରାଜତ୍ୱ ହିଁ ଉଡିଯିବ । କେତେ ଢେର ଗୁରୁ ଲୋକେ ରହିଛନ୍ତି,
ଏପରି ମନୁଷ୍ୟ ନାହାଁନ୍ତି ଯିଏ ଗୁରୁଙ୍କର ଶିଷ୍ୟ ନ ହୋଇଥିବେ । ଏଠାରେ ତୁମକୁ ସଦ୍ଗତି ଦେବା
ପାଇଁ ଏକମାତ୍ର ସତ୍ଗୁରୁ ମିଳିଛନ୍ତି । ସ୍ୱର୍ଗର ଚିତ୍ର ବହୁତ ଭଲ । ସ୍ୱର୍ଗ ହେଉଛି ସଦ୍ଗତି
ଅର୍ଥାତ୍ ସୁଖଧାମ, ଆତ୍ମାର ଘର ମୁକ୍ତିଧାମ । ବୁଦ୍ଧି ମଧ୍ୟ କହୁଛି ଆମେ ସବୁ ଆତ୍ମା
ନିର୍ବାଣଧାମର ବାସିନ୍ଦା ଅଟୁ । ଯେଉଁଠୁ ପୁଣି ଆବାଜର ଦୁନିଆକୁ ଆସୁଛୁ । ଆମେ ସେଠାକାର ବାସିନ୍ଦା
ଅଟୁ । ଏହି ଖେଳ ହିଁ ଭାରତକୁ ଆଧାର କରି ନିର୍ମିତ ହୋଇଛି । ଶିବଜୟନ୍ତୀ ମଧ୍ୟ ଏହିଠାରେ ପାଳନ
କରୁଛନ୍ତି । ବାବା କହୁଛନ୍ତି ମୁଁ ଆସିଛି, କଳ୍ପ ପରେ ପୁଣି ଆସିବି । ପ୍ରତ୍ୟେକ ୫ ହଜାର ବର୍ଷ
ପରେ ବାବା ଆସିଲେ ହିଁ ସ୍ୱର୍ଗ ହୋଇଯାଉଛି । କହୁଛନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ଏତେ ବର୍ଷ ପୂର୍ବରୁ
ସ୍ୱର୍ଗ ଥିଲା, ପାରାଡାଇଜ୍ ଥିଲା । ଏବେ ନାହିଁ କିନ୍ତୁ ପୁଣି ହେବ । ତେଣୁ ନିଶ୍ଚୟ
ନର୍କବାସୀଙ୍କର ବିନାଶ, ସ୍ୱର୍ଗବାସୀଙ୍କର ସ୍ଥାପନା ଦରକାର । ବର୍ତ୍ତମାନ ତୁମେ ସ୍ୱର୍ଗବାସୀ
ହେଉଛ । ନର୍କବାସୀ ସବୁ ବିନାଶ ହୋଇଯିବେ । ସେମାନେ ଭାବୁଛନ୍ତି ଏତେ ଲକ୍ଷ ବର୍ଷ ବାକି ଅଛି,
ପିଲାମାନେ ବଡ ହେଲେ ବିବାହ କରାଇବୁ... ତୁମେ କ’ଣ ଏପରି କହିବ କି । ଯଦି ପୁତ୍ର ରାୟ ଅନୁଯାୟୀ ନ
ଚାଲିଲା ପୁଣି ଶ୍ରୀମତ ନେବାକୁ ପଡିବ ଯେ ସ୍ୱର୍ଗବାସୀ ହେଉ ନାହିଁ, ତେବେ କ’ଣ କରିବୁ । ବାବା
କହିବେ ଯଦି ଆଜ୍ଞାକାରୀ ନୁହେଁ ତେବେ ତାକୁ ଯିବାକୁ ଦିଅ । ଏଥିରେ ପକ୍କା ନଷ୍ଟୋମୋହା ଅବସ୍ଥା
ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଶ୍ରୀ ଶ୍ରୀ
ଶିବବାବାଙ୍କର ଶ୍ରେଷ୍ଠ ମତରେ ଚାଲି ନିଜକୁ ଶ୍ରେଷ୍ଠ କରିବାକୁ ହେବ । ଶ୍ରୀମତରେ ମନମତ ମିଶାଇବାର
ନାହିଁ । ଈଶ୍ୱରୀୟ ପାଠପଢାର ନିଶାରେ ରହିବାର ଅଛି ।
(୨) ନିଜର
ସମାସ୍କନ୍ଦମାନଙ୍କର କଲ୍ୟାଣ କରିବା ପାଇଁ ଉପାୟ ରଚନା କରିବାକୁ ହେବ । ସମସ୍ତଙ୍କ ପ୍ରତି
ଶୁଭଭାବନା ରଖିବା ସହିତ ପରସ୍ପରକୁ ଆନ୍ତରିକ ସମ୍ମାନ ଦେବାକୁ ହେବ, ଉପର ଦେଖାଣିଆ ସମ୍ମାନ ନୁହେଁ
।
ବରଦାନ:-
ନିରନ୍ତର
ବାବାଙ୍କର ସଂଗର ଅନୁଭୂତି ଦ୍ୱାରା ପ୍ରତି ମୂହୁର୍ତ୍ତରେ, ପ୍ରତି ସଂକଳ୍ପରେ ସହଯୋଗୀ ହେଉଥିବା
ସହଜଯୋଗୀ ହୁଅ ।
ଯେପରି ଶରୀର ସହିତ
ଆତ୍ମାର ଯେ ପର୍ଯ୍ୟନ୍ତ ପାର୍ଟ ରହିଛି ସେ ପର୍ଯ୍ୟନ୍ତ ଅଲଗା ହୋଇ ପାରୁ ନାହାଁନ୍ତି, ସେହିପରି
ବାବାଙ୍କର ସ୍ମୃତି ବୁଦ୍ଧିରୁ ଅଲଗା ନ ହେଉ, ସର୍ବଦା ବାବାଙ୍କର ସଂଗରେ ରହିଥାଅ, ଅନ୍ୟ କୌଣସି
ପ୍ରକାରର ସ୍ମୃତି ନିଜ ଆଡକୁ ଆକର୍ଷିତ ନ କରୁ - ଏହାକୁ ହିଁ ସହଜଯୋଗୀ ଏବଂ ସ୍ୱତଃ ଯୋଗୀ କୁହାଯାଏ
। ଏହିଭଳି ଯୋଗୀ ପ୍ରତି ମୂହୁର୍ତ୍ତରେ, ପ୍ରତିଟି ସଂକଳ୍ପରେ, ପ୍ରତ୍ୟେକ ବାଣୀରେ ଏବଂ ପ୍ରତ୍ୟେକ
କର୍ମରେ ସହଜଯୋଗୀ ହୋଇଥାଆନ୍ତି । ତେଣୁ ସହଜଯୋଗୀ ଅର୍ଥାତ୍ ଯାହାଙ୍କର ଗୋଟିଏ ସଂକଳ୍ପ ବି ସହଯୋଗ
ରହିତ ହେଉ ନ ଥିବ । ଏହିଭଳି ଯୋଗୀ ଏବଂ ସହଯୋଗୀ ଆତ୍ମାମାନେ ଶକ୍ତିଶାଳୀ ହୋଇଯାଆନ୍ତି ।
ସ୍ଲୋଗାନ:-
ସମସ୍ୟା ସ୍ୱରୂପ
ହେବା ପରିବର୍ତ୍ତେ ସମସ୍ୟାକୁ ସମାପ୍ତ କରୁଥିବା ସମାଧାନ ସ୍ୱରୂପ ହୁଅ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ନିଜର ସ୍ଥୂଳ ଏବଂ
ସୂକ୍ଷ୍ମବନ୍ଧନ ଗୁଡିକର ତାଲିକାକୁ ସମ୍ମୁଖରେ ରଖ । ଲକ୍ଷ୍ୟ ରଖ ଯେ ମୋତେ ବନ୍ଧନମୁକ୍ତ ହେବାକୁ
ହିଁ ପଡିବ । “ଏବେ ନୁହେଁ ତ କେବେ ନୁହେଁ” - ସର୍ବଦା ଏହି ପାଠକୁ ପକ୍କା କର । “ସ୍ୱତନ୍ତ୍ରତା
ବ୍ରାହ୍ମଣ ଜୀବନର ଅଧିକାର ଅଟେ - ନିଜର ଏହି ଜନ୍ମ ସିଦ୍ଧ ଅଧିକାରକୁ ପ୍ରାପ୍ତ କରି ଜୀବନମୁକ୍ତ
ସ୍ଥିତିର ଅନୁଭବ କର । ଯେତେବେଳେ ନିଜକୁ ଗୃହସ୍ଥୀ ମନେ କରୁଛ ସେତେବେଳେ ଗୃହସ୍ଥୀର ଜାଲରେ ଛନ୍ଦି
ହୋଇଯାଉଛ । ତେଣୁ ଗୃହସ୍ଥୀ ହେବା ଅର୍ଥାତ୍ ଜାଲରେ ଛନ୍ଦି ହେବା । ଜାଲରେ ବାନ୍ଧି ନ ହୋଇ ମୁକ୍ତ
ଟ୍ରଷ୍ଟୀ ହୁଅ ।