19.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବର୍ତ୍ତମାନ ବିଶେଷ ଭାବରେ ଭାରତ ଉପରେ ଏବଂ ସାଧାରଣ ଭାବରେ ସାରା ଦୁନିଆ ଉପରେ ବୃହସ୍ପତିର ଦଶା
ପଡିବା ପାଇଁ ଯାଉଛି, ବାବା ତୁମମାନଙ୍କ ଦ୍ୱାରା ଭାରତକୁ ସୁଖଧାମରେ ପରିଣତ କରୁଛନ୍ତି ” ।
ପ୍ରଶ୍ନ:-
୧୬ କଳା
ସମ୍ପୂର୍ଣ୍ଣ ହେବା ପାଇଁ ତୁମେ ପିଲାମାନେ କେଉଁ ପୁରୁଷାର୍ଥ କରୁଛ?
ଉତ୍ତର:-
ଯୋଗବଳ ଜମା କରିବାର ପୁରୁଷାର୍ଥ । ଯୋଗବଳ ଦ୍ୱାରା ତୁମେମାନେ ୧୬ କଳା ସମ୍ପୂର୍ଣ୍ଣ ହେଉଛ ।
ସେଥିପାଇଁ ବାବା କହୁଛନ୍ତି ଦେ ଦାନ ତୋ ଛୁଟେ ଗ୍ରହଣ ଅର୍ଥାତ୍ ବିକାରଗୁଡିକୁ ଦାନ କରିଦେଲେ
ଗ୍ରହଣରୁ ମୁକ୍ତ ହୋଇଯିବ । କାମ ବିକାର ଯାହାକି ତୁମକୁ ତଳକୁ ଖସାଇ ଦେଇଛି ତାକୁ ଦାନ କରିଦିଅ,
ତେବେ ୧୬ କଳା ସମ୍ପୂର୍ଣ୍ଣ ହୋଇଯିବ । (୨) ଦେହ-ଅଭିମାନକୁ ଛାଡି ଦେହୀ-ଅଭିମାନୀ ହୁଅ ଏବଂ ଶରୀରର
ଅଭିମାନକୁ ତ୍ୟାଗ କର ।
ଗୀତ:-
ତୁମ ମାତା ପିତା
.....
ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ପିଲାମାନେ ଆତ୍ମିକ ପିତାଙ୍କର ମହିମା ଶୁଣୁଛନ୍ତି । ଭକ୍ତିମାର୍ଗରେ ଭକ୍ତମାନେ
କେବଳ ଗାୟନ କରୁଛନ୍ତି କିନ୍ତୁ ବାସ୍ତବରେ ତୁମେମାନେ ବାବାଙ୍କଠାରୁ ବର୍ସା ନେଉଛ । ତୁମେମାନେ
ଜାଣିଛ - ବାବା ଆମ ଦ୍ୱାରା ହିଁ ଭାରତକୁ ସୁଖଧାମରେ ପରିଣତ କରୁଛନ୍ତି ଏବଂ ଯେଉଁମାନଙ୍କ ଦ୍ୱାରା
କରୁଛନ୍ତି ନିଶ୍ଚିତ ଭାବରେ ସେହିମାନେ ହିଁ ସୁଖଧାମର ମାଲିକ ହେବେ । ତେଣୁ ତୁମମାନଙ୍କୁ ତ ବହୁତ
ଖୁସି ହେବା ଦରକାର । ବାବାଙ୍କର ମହିମା ତ ଅପରମଅପାର । ଏବେ ତାଙ୍କଠାରୁ ସମ୍ପତ୍ତି ପାଉଛୁ ।
ବର୍ତ୍ତମାନ ପିଲାମାନଙ୍କ ଉପରେ ତଥା ସାରା ଦୁନିଆ ଉପରେ ବୃହସ୍ପତିର ଅବିନାଶୀ ଦଶା ପଡିଛି । ତୁମେ
ବ୍ରାହ୍ମଣମାନେ ହିଁ ଜାଣିଛ ଯେ ବିଶେଷ ଭାବରେ ଭାରତରେ ଏବଂ ସାଧାରଣ ଭାବରେ ସମସ୍ତଙ୍କ ଉପରେ
ବୃହସ୍ପତିର ଦଶା ପଡିବାକୁ ଯାଉଛି କାରଣ ବର୍ତ୍ତମାନ ତୁମେମାନେ ୧୬ କଳା ସମ୍ପୂର୍ଣ୍ଣ ହେବାକୁ
ଯାଉଛ । ବର୍ତ୍ତମାନ ତ କୌଣସି କଳା ନାହିଁ । ତେଣୁ ତୁମେ ପିଲାମାନେ ବହୁତ ଖୁସି ହେବା ଦରକାର ।
ଏମିତି ନୁହେଁ କି ଏଠାରେ ଖୁସିରେ ରହିବ, ଆଉ ବାହାରକୁ ଗଲେ ଖୁସି ହଜିଯିବ । ସାରା ଦୁନିଆ
ଯାହାଙ୍କର ମହିମା ଗାଉଛନ୍ତି ସେ ତୁମ ପାଖରେ ଅଛନ୍ତି । ବାବା ବୁଝାଉଛନ୍ତି - ୫ ହଜାର ବର୍ଷ
ପୂର୍ବରୁ ମଧ୍ୟ ତୁମମାନଙ୍କୁ ରାଜ୍ୟ ଦେଇ ଯାଇଥିଲି । ଏବେ ତୁମେମାନେ ଦେଖିବ - ଧିରେ ଧିରେ ସମସ୍ତେ
ଡାକିବେ । ତୁମମାନଙ୍କର ସ୍ଲୋଗାନ ମଧ୍ୟ ଚାରିଆଡେ ବିଖ୍ୟାତ ହୋଇଯିବ । ଯେପରି ଇନ୍ଦିରା ଗାନ୍ଧୀ
କହୁଥିଲେ ଯେ ଏକ ଧର୍ମ, ଏକ ଭାଷା, ଏକ ରାଜ୍ୟ ହେଉ, ତାଙ୍କ ଭିତରେ ତ ଆତ୍ମା କହୁଛି ନା । ଆତ୍ମା
ଜାଣିଛି ବାସ୍ତବରେ ଭାରତରେ ଗୋଟିଏ ରାଜଧାନୀ ଥିଲା, ଯାହାକି ବର୍ତ୍ତମାନ ସମ୍ମୁଖରେ ଉପସ୍ଥିତ
ହୋଇଛି । ଏବେ ବୁଝିପାରୁଛ ଯେ, କେତେବେଳେ ଏ ସବୁ ସମାପ୍ତ ହୋଇଯିବ, ଏହା କିଛି ନୂଆ କଥା ନୁହେଁ ।
ଭାରତକୁ ପୁଣି ୧୬ କଳା ସମ୍ପୂର୍ଣ୍ଣ ନିଶ୍ଚିତ ଭାବେ ହେବାକୁ ପଡିବ । ତୁମେ ଜାଣିଛ ଆମେ ଏହି
ଯୋଗବଳ ଦ୍ୱାରା ୧୬ କଳା ସମ୍ପୂର୍ଣ୍ଣ ହେବାକୁ ଯାଉଛୁ । କହିଥା’ନ୍ତି ନା - ଦେ ଦାନ ତୋ ଛୁଟେ
ଗ୍ରହଣ ଅର୍ଥାତ୍ ଦାନ ଦେଲେ ଗ୍ରହଣ ଛାଡିଯିବ । ବାବା କହୁଛନ୍ତି ଏବେ ବିକାର ଗୁଡିକୁ, ଅବଗୁଣ
ଗୁଡିକୁ ଦାନ ଦେଇ ଦିଅ । ଏହା ହେଉଛି ରାବଣ ରାଜ୍ୟ । ବାବା ଆସି ଏଥିରୁ ମୁକ୍ତ କରୁଛନ୍ତି । କାମ
ବିକାର ବହୁତ ବଡ ଅବଗୁଣ । ତୁମେମାନେ ଦେହ-ଅଭିମାନୀ ହୋଇଯାଇଛ । ଏବେ ତୁମମାନଙ୍କୁ ପୁଣି
ଦେହୀ-ଅଭିମାନୀ ହେବାକୁ ପଡିବ । ଶରୀରର ଅଭିମାନକୁ ଛାଡିବାକୁ ପଡିବ । ଏହି କଥାକୁ କେବଳ ପିଲାମାନେ
ହିଁ ଜାଣିଛନ୍ତି, ଦୁନିଆ ଜାଣିନାହିଁ । ଭାରତ ଯିଏକି ୧୬ କଳା ସମ୍ପୂର୍ଣ୍ଣ ଥିଲା ଦେବତାମାନଙ୍କର
ରାଜ୍ୟ ଥିଲା, ସେହି ରାଜ୍ୟକୁ ଏବେ ଗ୍ରହଣ ଲାଗିଯାଇଛି । ଏଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ
ଥିଲା, ଭାରତ ସ୍ୱର୍ଗ ଥିଲା, ଯାହାକୁ ବର୍ତ୍ତମାନ ବିକାରର ଗ୍ରହଣ ଲାଗିଛି, ତେଣୁ ବାବା କହୁଛନ୍ତି
ଦେ ଦାନ ତୋ ଛୁଟେ ଗ୍ରହଣ (ଦାନ ଦେଇଦିଅ ତେବେ ଗ୍ରହଣ ଛାଡିଯିବ) । ଏହି କାମ ବିକାର ସମସ୍ତଙ୍କୁ
ତଳକୁ ଖସାଇ ଦେଇଥାଏ, ତେଣୁ ବାବା କହୁଛନ୍ତି ଏହି ବିକାରର ଦାନ ଦେଲେ ତୁମେ ୧୬ କଳା ସମ୍ପୂର୍ଣ୍ଣ
ହୋଇଯିବ, ଯଦି ନ ଦେବ ତେବେ ୧୬ କଳା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଏହି ଡ୍ରାମାରେ
ଆତ୍ମାମାନଙ୍କୁ ନିଜ-ନିଜର ପାର୍ଟ ମିଳିଛି । ଏକଥା ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ତୁମ
ଆତ୍ମାରେ କେତେ ପାର୍ଟ ରହିଛି । ତୁମେମାନେ ବିଶ୍ୱର ରାଜ୍ୟ-ଭାଗ୍ୟ ନେଉଛ । ଏହି ଡ୍ରାମା ଅବିନାଶୀ,
ଏଥିରେ ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି । ଏଥିରେ ପ୍ରଥମ ନମ୍ବରର ଅଭିନେତା ହେଉଛନ୍ତି
ଲକ୍ଷ୍ମୀ-ନାରାୟଣ । ଡ୍ରାମାରେ ଏମାନଙ୍କର ନମ୍ବରୱାନ ପାର୍ଟ ରହିଛି । ବିଷ୍ଣୁ ହିଁ
ବ୍ରହ୍ମା-ସରସ୍ୱତୀ ପୁଣି ବ୍ରହ୍ମା-ସରସ୍ୱତୀ ହିଁ ବିଷ୍ଣୁ ହେଉଛନ୍ତି । ଏମାନେ ୮୪ ଜନ୍ମ କିପରି
ନେଉଛନ୍ତି, ସାରା ଚକ୍ର ବୁଦ୍ଧିରେ ଆସିଯାଉଛି । ଶାସ୍ତ୍ର ପଢିଲେ ମଧ୍ୟ ଏସବୁ କଥା କେହି
କହିପାରିବେ ନାହିଁ । ସେମାନେ ତ କଳ୍ପର ଆୟୁଷକୁ ହିଁ ଲକ୍ଷ ଲକ୍ଷ ବର୍ଷ ବୋଲି କହି ଦେଉଛନ୍ତି ।
ତାହା ହେଲେ ତ ସ୍ୱସ୍ତିକା ମଧ୍ୟ ତିଆରି ହୋଇପାରିବ ନାହିଁ । ବ୍ୟାପାରୀମାନେ ନିଜର ହିସାବ ଖାତା
ଉପରେ ସ୍ୱସ୍ତିକ ଚିହ୍ନ ତିଆରି କରିଥା’ନ୍ତି । ଗଣେଷଙ୍କର ପୂଜା କରନ୍ତି । ଏହା ହେଉଛି ବେହଦର
ହିସାବ ଖାତା । ସ୍ୱସ୍ତିକାରେ ୪ ଭାଗ ହୋଇଥାଏ । ଯେପରି ଜଗନ୍ନାଥପୁରୀରେ ଚାଉଳ ହଣ୍ଡା ରଖିଥା’ନ୍ତି,
ତାହା ଯେତେବେଳେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଏ ୪ ଭାଗ ହୋଇଯାଇଥାଏ । ସେଠାରେ ଚାଉଳର ହିଁ ଭୋଗ
ଲାଗିଥାଏ କାରଣ ସେମାନେ ଅନ୍ନ ବହୁତ ଖାଆନ୍ତି । ଶ୍ରୀନାଥ ଦ୍ୱାରରେ ଅନ୍ନ ହୁଏ ନାହିଁ । ସେଠାରେ
ତ ଖାଣ୍ଟି ଘିଅରେ ଭୋଗ ତିଆରି ହୁଏ । ସେମାନେ ଭୋଜନ ମଧ୍ୟ ବହୁତ ସ୍ୱଚ୍ଛତାର ସହିତ ମୁହଁ ବନ୍ଦ କରି
ପ୍ରସ୍ତୁତ କରନ୍ତି । ପ୍ରସାଦ ବହୁତ ଇଜ୍ଜତର ସହିତ ନେଇ, ଭୋଗ ଲଗାଇଥା’ନ୍ତି ତା’ ପରେ ପୁଣି
ପଣ୍ଡାମାନଙ୍କୁ ମିଳିଥାଏ । ଯାହାକୁ ଦୋକାନରେ ରଖନ୍ତି । ସେଠାରେ ବହୁତ ଭିଡ ହୁଏ । ଏ ସବୁ
ବ୍ରହ୍ମାବାବା ଦେଖିଛନ୍ତି । ଏବେ ତୁମମାନଙ୍କୁ କିଏ ପାଠ ପଢାଉଛନ୍ତି? ଅତି ସ୍ନେହୀ ବାବା ଆସି
ତୁମମାନଙ୍କର ସେବାଧାରୀ ହୋଇଛନ୍ତି । ତୁମମାନଙ୍କର ସେବା କରୁଛନ୍ତି, ତେବେ ତୁମମାନଙ୍କୁ ସେତିକି
ନିଶା ରହୁଛି? ଆମ ଆତ୍ମାମାନଙ୍କୁ ବାବା ପାଠ ପଢାଉଛନ୍ତି । ଆତ୍ମା ହିଁ ସବୁ କିଛି କରିଥାଏ ନା ।
କିନ୍ତୁ ମନୁଷ୍ୟମାନେ କହୁଛନ୍ତି ଆତ୍ମା ନିର୍ଲେପ । ତୁମେମାନେ ଜାଣିଛ ଆତ୍ମାରେ ୮୪ ଜନ୍ମର
ଅବିନାଶୀ ପାର୍ଟ ଭରି ହୋଇ ରହିଛି, ତା’କୁ ନିର୍ଲେପ କହିବା ଅର୍ଥାତ୍ କର୍ମର ପ୍ରଭାବରୁ ମୁକ୍ତ
କହିବା, ଏହା ଯେମିତିକି ରାତି-ଦିନର ଫରକ ହୋଇଯାଉଛି । ଏଠାରେ କେହି ଯଦି ଭଲ ରୂପେ ମାସେ-ଦେଢ ମାସ
ଆସି ବୁଝିବେ ତେବେ ଯାଇ ଏସବୁ ପଏଣ୍ଟସ୍ ବୁଦ୍ଧିରେ ରହିବ । ଦିନକୁ ଦିନ ଜ୍ଞାନର ପଏଣ୍ଟସ୍ ବହୁତ
ବାହାରୁଛି । ଏହା ଯେପରି କସ୍ତୁରୀ ସଦୃଶ ଅଟେ । ଯେତେବେଳେ ପିଲାମାନଙ୍କର ପୁରା ନିଶ୍ଚୟ ହୋଇଯାଉଛି,
ସେତେବେଳେ ବୁଝିପାରୁଛନ୍ତି ଯେ ବାସ୍ତବରେ ପରମପିତା ପରମାତ୍ମା ଆସି ଦୁର୍ଗତିରୁ ସଦ୍ଗତି
କରୁଛନ୍ତି ।
ବାବା କହୁଛନ୍ତି ଏବେ ତୁମମାନଙ୍କ ଉପରେ ବୃହସ୍ପତିର ଦଶା ପଡିଛି । ମୁଁ ତୁମକୁ ସ୍ୱର୍ଗର ମାଲିକ
କରୁଛି ପୁଣି ରାବଣ ତୁମ ଉପରେ ରାହୁର ଦଶା ପକାଇ ଦେଇଛି । ବର୍ତ୍ତମାନ ବାବା ଆସି ସ୍ୱର୍ଗର ମାଲିକ
କରୁଛନ୍ତି । ତେଣୁ ନିଜର କ୍ଷତି କରିବା ଉଚିତ୍ ନୁହେଁ । ବ୍ୟାପାରୀମାନେ ନିଜର ଖାତା ସର୍ବଦା ଠିକ୍
ରଖିଥା’ନ୍ତି । ଯେଉଁମାନେ ବ୍ୟାପାରରେ କ୍ଷତି କରନ୍ତି ସେମାନଙ୍କୁ ଅନାଡି ଅର୍ଥାତ୍ ବୋକା ବୋଲି
କୁହାଯାଏ । ଏହା ତ ସବୁଠାରୁ ବଡ ବ୍ୟାପାର ଅଟେ । ତେଣୁ ଏହି ବ୍ୟାପାର କୋଟିକରେ କେହି ଜଣେ ଜଣେ
ହିଁ କରନ୍ତି । ଏହା ଅବିନାଶୀ ବ୍ୟାପାର, ଆଉ ସବୁ ବ୍ୟାପାର ମାଟିରେ ମିଶିଯିବ । ଏବେ ତୁମର ସତ୍ୟ
ବ୍ୟାପାର ହେଉଛି । ବାବା ଜ୍ଞାନର ସାଗର, ସୌଦାଗର, ରତ୍ନାଗର ଅଟନ୍ତି । ପ୍ରଦର୍ଶନୀକୁ ତ ବହୁତ
ଆସନ୍ତି । ସେଣ୍ଟରକୁ ବହୁତ ମୁସ୍କିଲରେ କେହି କେହି ଆସିଥା’ନ୍ତି । ଭାରତ ବହୁତ ଲମ୍ବା ଚଉଡା ଅଟେ
ନା । ସବୁ ସ୍ଥାନକୁ ତୁମକୁ ଯିବାକୁ ହେବ । ପାଣିର ଗଙ୍ଗା ତ ସାରା ଭାରତରେ ରହିଛି । ଏକଥା ମଧ୍ୟ
ତୁମକୁ ବୁଝାଇବାକୁ ହେବ । ପତିତ-ପାବନ କୌଣସି ପାଣିର ଗଙ୍ଗା ନୁହେଁ । ତୁମ ଜ୍ଞାନ ଗଙ୍ଗାମାନଙ୍କୁ
ସମସ୍ତଙ୍କ ପାଖକୁ ଯିବାକୁ ହେବ । ଚତୁର୍ଦ୍ଦିଗରେ ମେଳା ପ୍ରଦର୍ଶନୀ ଲାଗିବ, ଦିନକୁ ଦିନ ଚିତ୍ର
ତିଆରି ହୋଇ ଚାଲିବ । ଏଭଳି ଆକର୍ଷଣୀୟ ଚିତ୍ର ତିଆରି ହେବା ଦରକାର ଯାହାକୁ ଦେଖିଲେ ମଜା ଆସିଯିବ
। ସେମାନେ କହିବେ ଏମାନେ ତ ଠିକ୍ ବୁଝାଉଛନ୍ତି, ଏବେ ଲକ୍ଷ୍ମୀ ନାରାୟଣଙ୍କର ରାଜଧାନୀ ସ୍ଥାପନ
ହେଉଛି । ସିଢିର ଚିତ୍ର ମଧ୍ୟ ଫାଷ୍ଟକ୍ଲାସ ଅଟେ । ଏବେ ବ୍ରାହ୍ମଣ ଧର୍ମର ସ୍ଥାପନା ହେଉଛି । ଏହି
ବ୍ରାହ୍ମଣମାନେ ପୁଣି ଦେବତା ହେଉଛନ୍ତି । ଏବେ ତୁମେମାନେ ପୁରୁଷାର୍ଥ କରୁଛ ତେଣୁ ନିଜକୁ ପଚାର
ଯେ, ଆମ ଭିତରେ କୌଣସି ଛୋଟ କିମ୍ବା ବଡ କଣ୍ଟା ନାହିଁ ତ ? କାମ ବିକାରର କଣ୍ଟା ନାହିଁ ତ?
କ୍ରୋଧର ଛୋଟ କଣ୍ଟା ମଧ୍ୟ ବହୁତ ଖରାପ ଅଟେ । ଦେବତାମାନେ କ୍ରୋଧୀ ନୁହଁନ୍ତି । ଶାସ୍ତ୍ରରେ
ବର୍ଣ୍ଣିତ ଅଛି - ଶଙ୍କରଙ୍କର ଆଖି ଖୋଲିଲେ ବିନାଶ ହୋଇଯିବ । ଏହା ମଧ୍ୟ ଏକ କଳଙ୍କ ଲଗାଇଛନ୍ତି ।
ବିନାଶ ତ ନିଶ୍ଚିତ ହେବ । ସୂକ୍ଷ୍ମଲୋକରେ କ’ଣ ଶଙ୍କରଙ୍କର ବେକରେ ସାପ ଆଦି ଥାଏ । ସୂକ୍ଷ୍ମଲୋକ
କିମ୍ବା ବ୍ରହ୍ମଲୋକରେ ସର୍ପ ଆଦି କିଛି ନ ଥାଏ । ଏହିଠାରେ ହିଁ ସବୁ କିଛି ରହିଛି । ସ୍ୱର୍ଗ
ମଧ୍ୟ ଏହିଠାରେ ହିଁ ହେବ । ବର୍ତ୍ତମାନ ସମସ୍ତ ମନୁଷ୍ୟ କଣ୍ଟା ସଦୃଶ ହୋଇଯାଇଛନ୍ତି ଅର୍ଥାତ୍ ଜଣେ
ଅନ୍ୟ ଜଣଙ୍କୁ ଦୁଃଖ ଦେଉଛନ୍ତି, ତେଣୁ ଏହାକୁ କଣ୍ଟାର ଜଙ୍ଗଲ କୁହାଯାଏ । ସତ୍ୟଯୁଗ ହେଉଛି ଫୁଲର
ବଗିଚା । ତୁମେମାନେ ଏବେ ଦେଖୁଛ ବାବା କିପରି ଫୁଲର ବଗିଚା ତିଆରି କରୁଛନ୍ତି । ବହୁତ ସୁନ୍ଦର
ବଗିଚା ତିଆରି କରୁଛନ୍ତି । ସିଏ ସମସ୍ତଙ୍କୁ ହସୀନ ଅର୍ଥାତ୍ ପବିତ୍ର କରୁଛନ୍ତି । ସିଏ ତ ସର୍ବଦା
ପବିତ୍ର ଅଟନ୍ତି । ସବୁ ସଜନୀମାନଙ୍କୁ ଅଥବା ପିଲାମାନଙ୍କୁ ପବିତ୍ର କରୁଛନ୍ତି । ରାବଣ ସମସ୍ତଙ୍କୁ
ବିଲ୍କୁଲ କଳା କରିଦେଇଛି । ଏବେ ପିଲାମାନେ ଖୁସି ହେବା ଦରକାର ଯେ ଆମ ଉପରେ ବୃହସ୍ପତିର ଦଶା
ପଡିଛି । ଅଧା ସମୟ ସୁଖ, ଅଧା ସମୟ ଦୁଃଖ, ସେଥିରେ ଲାଭ କ’ଣ? ବାସ୍ତବରେ ଆମର ୩/୪ ଭାଗ ସୁଖ ଏବଂ
୧/୪ ଭାଗ ଦୁଃଖ ରହିଛି । ଡ୍ରାମା ଏହିଭଳି ନିର୍ମିତ ହୋଇଛି । ବହୁତ ଲୋକ ପଚାରିଥା’ନ୍ତି ଡ୍ରାମା
ଏପରି କାହିଁକି ତିଆରି ହୋଇଛି? ଆରେ ଏହି ଡ୍ରାମା ତ ଅନାଦି ଅଟେ ନା । କାହିଁକି ଏଭଳି ତିଆରି
ହୋଇଛି, ଏହି ପ୍ରଶ୍ନ ଆସି ପାରିବ ନାହିଁ । ଏହା ଅନାଦି ଅବିନାଶୀ ଡ୍ରାମା ଯାହାକି ପୂର୍ବ
ନିର୍ମିତ ଅଟେ । ଏଥିରୁ କାହାକୁ ମଧ୍ୟ ମୋକ୍ଷ ମିଳିପାରିବ ନାହିଁ । ଏହି ସୃଷ୍ଟି ତ ଅନାଦି ଯାହାକି
ଚାଲିଆସୁଛି ଏବଂ ଆଗକୁ ମଧ୍ୟ ଚାଲିବ । ପ୍ରଳୟ ହେବ ନାହିଁ ।
ବାବା ନୂଆ ଦୁନିଆର ସ୍ଥାପନା କରୁଛନ୍ତି କିନ୍ତୁ ଏହାଦ୍ୱାରା ମନୁଷ୍ୟମାନଙ୍କୁ ପ୍ରାପ୍ତି କେତେ
ହୋଇଥାଏ । ସେଥିପାଇଁ ଯେତେବେଳେ ମନୁଷ୍ୟମାନେ ପତିତ ଦୁଃଖୀ ହୋଇଯାଆନ୍ତି ସେତେବେଳେ ମୋତେ ଡାକନ୍ତି
। ମୁଁ ଆସି ସମସ୍ତଙ୍କର କାୟା କଳ୍ପତରୁ କରୁଛି, ଯାହାଦ୍ୱାରା ଅଧାକଳ୍ପ ପର୍ଯ୍ୟନ୍ତ କେବେ ବି
ଅକାଳମୃତ୍ୟୁ ହେବ ନାହିଁ । କାରଣ ତୁମେମାନେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ । ସେଥିପାଇଁ
ସନ୍ତାନମାନଙ୍କୁ ଏବେ ବହୁତ ପୁରୁଷାର୍ଥ କରିବାକୁ ହେବ । ଯେତିକି ଉଚ୍ଚ ପଦ ପାଇବ ସେତିକି ଭଲ ।
ଦୁନିଆରେ ସମସ୍ତେ ନିଜ ନିଜର ରୋଜଗାର ପାଇଁ ପୁରୁଷାର୍ଥ କରିଥା’ନ୍ତି । କାଠ ବିକ୍ରି କରୁଥିବା
ବ୍ୟକ୍ତି କହିବ ମୁଁ ମଧ୍ୟ ବହୁତ ରୋଜଗାର କରିବି । କେହି ଠକାମୀ କରି ମଧ୍ୟ ଟଙ୍କା ରୋଜଗାର
କରିଥା’ନ୍ତି । ତେବେ ଏଠାରେ ତ ପଇସା ଉପରେ ହିଁ ବିପଦ ରହିଛି । ସେଠାରେ ତ ତୁମର ପଇସା କେହି
ଲୁଟିବେ ନାହିଁ । ଦେଖ, ବର୍ତ୍ତମାନର ଦୁନିଆରେ କ’ଣ କ’ଣ ସବୁ ହେଉଛି । ସେଠାରେ ଦୁଃଖର କୌଣସି କଥା
ହିଁ ନାହିଁ । ଏବେ ତୁମେମାନେ ବାବାଙ୍କଠାରୁ ବହୁତ ସମ୍ପତ୍ତି ନେଉଛ । ତେବେ ନିଜକୁ ଚେକ୍ କରିବା
ଦରକାର - ମୁଁ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ହୋଇଛି? (ନାରଦର ଉଦାହରଣ) ମନୁଷ୍ୟ ଅନେକ ତୀର୍ଥ ଆଦି
କରିଥା’ନ୍ତି କିନ୍ତୁ ତା’ଦ୍ୱାରା କିଛି ହେଲେ ମିଳେ ନାହିଁ । ଏହା ଉପରେ ଏକ ମଧ୍ୟ ଗୀତ ରହିଛି -
ଚାରୋ ତରଫ ଲଗାୟେ ଫେରେ ଫିର ଭି ହରଦମ ଦୂର ରହେ ଅର୍ଥାତ୍ ଚାରିଆଡେ ଚକ୍ର ଲଗାଇଲି ପୁଣି ମଧ୍ୟ
ଦୂରରେ ରହିଲି । ବାବା ତୁମକୁ ବହୁତ ଭଲ ଯାତ୍ରା ଶିଖାଉଛନ୍ତି, ଏଥିରେ କୌଣସି କଷ୍ଟ ନାହିଁ । ବାବା
କହୁଛନ୍ତି, କେବଳ ମୋତେ ସ୍ମରଣ କର, ତେବେ ତୁମର ବିକର୍ମ ବିନାଶ ହେବ । ବହୁତ ଭଲ ଯୁକ୍ତି
ଶିଖାଉଛନ୍ତି । ପିଲାମାନେ ମଧ୍ୟ ଶୁଣୁଛନ୍ତି । ଏହା ମୋର ଲୋନ୍ ନେଇଥିବା ଶରୀର । ବ୍ରହ୍ମାବାବା
ବହୁତ ଖୁସି ହେଉଛନ୍ତି, ମୁଁ ବାବାଙ୍କୁ ଏହି ଶରୀର ଲୋନ୍ରେ ଦେଇଛି । ବାବା ମୋତେ ବିଶ୍ୱର ମାଲିକ
କରୁଛନ୍ତି । ତେଣୁ ତାଙ୍କର ନାମ ହେଉଛି ଭାଗୀରଥ । ବର୍ତ୍ତମାନ ତୁମେ ପିଲାମାନେ ରାମପୁରୀକୁ
ଯିବାର ପୁରୁଷାର୍ଥ କରୁଛ । ତେଣୁ ଖୁବ୍ ପୁରୁଷାର୍ଥ କରିବା ଉଚିତ୍ । କଣ୍ଟା ହେବା ଉଚିତ୍ ନୁହେଁ
ଅର୍ଥାତ୍ କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ ।
ତୁମେ ବ୍ରାହ୍ମଣ-ବ୍ରାହ୍ମଣୀ ଅଟ । ସବୁର ଆଧାର ହେଲା ମୁରଲୀ । ମୁରଲୀ ଯଦି ତୁମକୁ ନ ମିଳିବ, ତେବେ
ଶ୍ରୀମତ କେଉଁଠୁ ଆଣିବ । ଏପରି ନୁହେଁ କେବଳ ଜଣେ ବ୍ରାହ୍ମଣୀ ହିଁ ମୁରଲୀ ଶୁଣାଇବେ । କେହି ବି
ମୁରଲୀ ପଢି ଶୁଣାଇ ପାରିବେ । ଅନ୍ୟମାନଙ୍କୁ ମଧ୍ୟ କହିବା ଉଚିତ୍ - ଆଜି ତୁମେ ଶୁଣାଅ ।
ବର୍ତ୍ତମାନ ତ ପ୍ରଦର୍ଶନୀ ବୁଝାଇବା ପାଇଁ ବହୁତ ଭଲ ଚିତ୍ର ତିଆରି ହୋଇଛି । ମୁଖ୍ୟ ମୁଖ୍ୟ ଚିତ୍ର
ନିଜ ଦୋକାନରେ ରଖ ଅର୍ଥାତ୍ ନିଜ ସେଣ୍ଟରରେ ରଖ ଯାହାଦ୍ୱାରା ଅନେକଙ୍କର କଲ୍ୟାଣ ହେବ । କୁହ, ଆସ
ଆମେ ତୁମକୁ ଏହି ଚିତ୍ର ସମ୍ବନ୍ଧରେ ବୁଝାଇବୁ । ଏହି ସୃଷ୍ଟିଚକ୍ର କିପରି ଘୂରୁଛି । କାହାର
କଲ୍ୟାଣ କରିବାରେ ଯଦି କିଛି ସମୟ ଚାଲିଗଲା ତେବେ କୌଣସି ଚିନ୍ତା ନାହିଁ । ସେ ସୌଦା କରିବା ସହିତ
ଏହି ସୌଦା ମଧ୍ୟ କରାଇପାରିବ । ଏହା ବାବାଙ୍କର ଅବିନାଶୀ ଜ୍ଞାନ ରତ୍ନର ଦୋକାନ ଅଟେ । ଏଥିରେ
ନମ୍ବରୱାନ ଚିତ୍ର ହେଲା ସିଢି ଚିତ୍ର ଏବଂ ଗୀତାର ଭଗବାନ ଶିବଙ୍କର ଚିତ୍ର । ଭାରତକୁ ଶିବ ଭଗବାନ
ଆସିଥିଲେ, ତେଣୁ ତାଙ୍କର ଜୟନ୍ତୀ ପାଳନ କରୁଛନ୍ତି । ଏବେ ପୁଣି ସେହି ବାବା ଆସିଛନ୍ତି ଏବଂ ଯଜ୍ଞ
ମଧ୍ୟ ରଚନା କରିଛନ୍ତି । ପିଲାମାନଙ୍କୁ ରାଜଯୋଗର ଜ୍ଞାନ ଶୁଣାଉଛନ୍ତି । ବାବା ଆସି ରାଜାମାନଙ୍କର
ରାଜା କରୁଛନ୍ତି । ବାବା କହୁଛନ୍ତି ମୁଁ ତୁମକୁ ସୂର୍ଯ୍ୟବଂଶୀ ରାଜା-ରାଣୀ କରୁଛି, ଯାହାଙ୍କୁ
ବିକାରୀ ରାଜାମାନେ ମଧ୍ୟ ପୂଜା କରୁଛନ୍ତି । ତେବେ ସ୍ୱର୍ଗର ମହାରାଜା-ମହାରାଣୀ ହେବାର ପୁରା
ପୁରୁଷାର୍ଥ କରିବା ଦରକାର । ବାବା କୌଣସି ଘର ତିଆରି କରିବା ପାଇଁ ମନା କରୁ ନାହାଁନ୍ତି । ଭଲେ
କର । ପଇସା ତ ମାଟିରେ ମିଶିଯିବ, ତେଣୁ ସେହି ପଇସାରେ କାହିଁକି ଘର ତିଆରି ନ କରିବ, ଆରାମରେ ରୁହ
। ପଇସା କାମରେ ଲାଗିଯିବା ଦରକାର । ଘର ମଧ୍ୟ ତିଆରି କର, ଖାଇବା ପାଇଁ ମଧ୍ୟ ରଖ । ଦାନ-ପୁଣ୍ୟ
ମଧ୍ୟ କର । ଯେପରି କାଶ୍ମୀରର ରାଜା ନିଜର ସମ୍ପତ୍ତିକୁ ଆର୍ଯ୍ୟ ସମାଜକୁ ଦାନରେ ଦେଇଦେଲେ । ନିଜର
ଧର୍ମ, ଜାତି ପାଇଁ ମଧ୍ୟ କିଛି କରିଥା’ନ୍ତି ନା । ଏଠାରେ ସେପରି କୌଣସି କଥା ନାହିଁ । ସମସ୍ତେ ତ
ବାବାଙ୍କର ସନ୍ତାନ । ଏଠାରେ ଜାତି ଆଦିର କୌଣସି କଥା ନାହିଁ । ସେ ସବୁ ହେଲା ଦେହର ଜାତି । ମୁଁ
ତ ତୁମ ଆତ୍ମାମାନଙ୍କୁ ପବିତ୍ର କରି ବିଶ୍ୱର ରାଜତ୍ୱ ଦେଉଛି । ଡ୍ରାମା ଅନୁସାରେ ଭାରତବାସୀ ହିଁ
ରାଜ୍ୟଭାଗ୍ୟ ନେବେ । ଏବେ ତୁମେ ପିଲାମାନେ ଜାଣୁଛ - ଆମ ଉପରେ ବୃହସ୍ପତିର ଦଶା ପଡିଛି । ଶ୍ରୀମତ
କହୁଛି ମୋତେ ମନେ ପକାଅ, ଆଉ କିଛି କଥା ନାହିଁ । ଭକ୍ତିମାର୍ଗରେ ବ୍ୟାପାରୀମାନେ ନିଜ ଆୟରୁ କିଛି
ନା କିଛି ଧର୍ମ କାର୍ଯ୍ୟ ପାଇଁ ବାହାର କରିଥା’ନ୍ତି । ଯାହାର ଫଳ ତାଙ୍କୁ ପରବର୍ତ୍ତୀ ଜନ୍ମରେ
ଅଳ୍ପକାଳ ପାଇଁ ମିଳିଥାଏ । ବର୍ତ୍ତମାନ ତ ମୁଁ ତୁମ ସମ୍ମୁଖକୁ ଆସିଛି, ତେଣୁ ତୁମେ ନିଜ ଧନକୁ ଏହି
କାର୍ଯ୍ୟରେ ଲଗାଅ । ମୋର ତ କିଛି ଆବଶ୍ୟକ ନାହିଁ । ଶିବାବାବା କ’ଣ ନିଜ ପାଇଁ ଘର ତିଆରି କରିବେ
। ଏହା ସବୁ ତୁମ ବ୍ରାହ୍ମଣମାନଙ୍କ ପାଇଁ । ଗରୀବ ସାହୁକାର ସମସ୍ତେ ଏକାଠି ରହିଥା’ନ୍ତି ।
କେହି-କେହି ବିଗିଡିଯାଆନ୍ତି - କହନ୍ତି ଭଗବାନଙ୍କର ମଧ୍ୟ ସମଦୃଷ୍ଟି ନାହିଁ । କାହାକୁ ମହଲରେ,
କାହାକୁ କୁଡିଆ ଘରେ ରଖୁଛନ୍ତି । ଶିବବାବାଙ୍କୁ ଭୁଲି ଯାଉଛନ୍ତି । ଯଦି ଶିବବାବାଙ୍କ ସ୍ମୃତିରେ
ରହିବେ କେବେ ଏପରି କଥା କହିବେ ନାହିଁ । ସମସ୍ତଙ୍କୁ ତ ପଚାରିବାକୁ ପଡିବ ନା । ଦେଖାଯାଏ ଏମାନେ
ନିଜ ଘରେ ଏପରି ଆରାମରେ ରହୁଛନ୍ତି, ତେଣୁ ସେମାନଙ୍କୁ ସେପରି ପ୍ରବନ୍ଧ ଦେବାକୁ ପଡିଥାଏ ।
କୁହାଯାଏ ସମସ୍ତଙ୍କର ଖାତିରି କର । କୌଣସି ଜିନିଷ ନ ଥିଲେ ମଧ୍ୟ ମିଳିପାରିବ । ବାବାଙ୍କର ତ
ପିଲାମାନଙ୍କ ପ୍ରତି ବହୁତ ସ୍ନେହ ରହିଛି । ଏତେ ଅଗାଢ ସ୍ନେହ, ଆଉ କାହାର ନ ଥିବ । ବାବା
ପିଲାମାନଙ୍କୁ କେତେ ବୁଝାଉଛନ୍ତି, କହୁଛନ୍ତି ବହୁତ ପୁରୁଷାର୍ଥ କର । ଅନ୍ୟମାନଙ୍କ ପାଇଁ ମଧ୍ୟ
ଉପାୟ ବାହାର କର । ଏଥିରେ ଦରକାର ୩ ପାଦ ଭୂମି, ଯେଉଁଠାରେ ପିଲାମାନେ ବୁଝାଇବେ । ଯଦି କୌଣସି
ଧନୀଲୋକର ବଡ ହଲଟିଏ ମିଳିଯିବ, ତେବେ ଆମକୁ କେବଳ ଚିତ୍ର ହିଁ ଲଗାଇବାକୁ ହେବ । ଘଣ୍ଟାଏ-ଦୁଇ
ଘଣ୍ଟା ସକାଳେ ଏବଂ ସନ୍ଧ୍ୟାରେ କ୍ଳାସ କରି ଚାଲିଯିବୁ, ଖର୍ଚ୍ଚ ସବୁ ଆମର ହେବ କିନ୍ତୁ ନାମ ତୁମର
ହେବ । ଏଠାକୁ ବହୁତ ଆସିବେ, କଉଡିରୁ ହୀରା ହେବେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜ ଭିତରେ
ଯେଉଁ ସବୁ କଣ୍ଟା ଗୁଡିକ ରହିଛି, ସେଗୁଡିକୁ ଚେକ୍ କରି ବାହାର କରି ଦେବାକୁ ପଡିବ । ରାମପୁରୀକୁ
ଯିବା ପାଇଁ ପୁରୁଷାର୍ଥ କରିବାକୁ ପଡିବ ।
(୨) ଅବିନାଶୀ ଜ୍ଞାନ
ରତ୍ନର ସୌଦା କରି କାହାର ନା କାହାର ମଧ୍ୟ କଲ୍ୟାଣ କରିବା ପାଇଁ ସମୟ ଦେବାକୁ ପଡିବ । ନିଜେ
ପବିତ୍ର ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ କରିବାକୁ ପଡିବ ।
ବରଦାନ:-
ତମୋଗୁଣୀ
ବାୟୁମଣ୍ଡଳ ଭିତରେ ନିଜର ସ୍ଥିତକୁ ଏକରସ ଏବଂ ଅଚଳ-ଅଟଳ ରଖୁଥିବା ମାଷ୍ଟର ସର୍ବଶକ୍ତିମାନ ହୁଅ ।
ଦିନକୁ ଦିନ ପରିସ୍ଥିତି
ଅତି ତମୋପ୍ରଧାନ ଆଡକୁ ଯିବ, ବାତାବରଣ ଆହୁରି ଅଧିକ ଖରାପ ହେବ । ଏହିଭଳି ବାତାବରଣ ଭିତରେ
କମଳପୁଷ୍ପ ଭଳି ନିଆରା ରହିବା, ନିଜର ସ୍ଥିତିକୁ ସତୋପ୍ରଧାନ କରିବା - ଏଥିପାଇଁ ସେତିକି ସାହସ ଏବଂ
ଶକ୍ତି ଆବଶ୍ୟକ । ଯଦି ଏହି ବରଦାନ ସର୍ବଦା ସ୍ମୃତିରେ ରହିବ ଯେ ମୁଁ ମାଷ୍ଟର ସର୍ବଶକ୍ତିମାନ ଅଟେ,
ତେବେ ପ୍ରକୃତି ଦ୍ୱାରା ହେଉ ବା ଲୌକିକ ସମ୍ବନ୍ଧ ଦ୍ୱାରା ହେଉ ବା ଦୈବୀ ପରିବାର ଦ୍ୱାରା ହେଉ,
ଯାହା ବି ପରୀକ୍ଷା ଆସିବ ସେଥିରେ ସର୍ବଦା ଏକରସ ତଥା ଅଚଳ ଅଟଳ ରହିପାରିବ ।
ସ୍ଲୋଗାନ:-
ଯଦି ବରଦାତା
ପିତାଙ୍କୁ ନିଜର ସଚ୍ଚା ସାଥୀ କରିଦେବ, ତେବେ ତୁମର ବୁଦ୍ଧି ରୂପୀ ପାତ୍ର ସର୍ବଦା ବରଦାନରେ
ଭରପୂର ରହିବ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ଏହି ପରମାତ୍ମ ଜ୍ଞାନ
ଦ୍ୱାରା ହିଁ ସାରା ବିଶ୍ୱରେ ଏକ ଧର୍ମ, ଏକ ରାଜ୍ୟ ଏବଂ ଏକମତର ସ୍ଥାପନା ହେଉଛି । ତୁମମାନଙ୍କର
ଏହି ବ୍ରାହ୍ମଣ ସଂଗଠନର ଏକମତର ବିଶେଷତା - ଦେବତା ରୂପରେ ବାସ୍ତବିକ ଭାବରେ କାର୍ଯ୍ୟକାରୀ ହେଉଛି
। ଏହି ବିଶେଷତା ହିଁ ଚମତ୍କାର କରିଦେଖାଇବ, ଏହାର ଆଧାରରେ ହିଁ ତୁମର ନାମ ବିଖ୍ୟାତ ହେବ ଏବଂ
ପ୍ରତ୍ୟକ୍ଷତା ମଧ୍ୟ ହେବ । ତେଣୁ ଏହି ବିଶେଷତାରେ ନମ୍ବରୱାନ ହୁଅ । ଏଥିପାଇଁ ନିଜ ଭିତରେ ଯେଉଁ
ମୂଳ ସଂସ୍କାର ରହିଛି ତା’କୁ ସମାପ୍ତ କରି ବାପଦାଦାଙ୍କର ସଂସ୍କାରଗୁଡିକୁ କପୀ କରିବା ସହିତ ସମାନ
ହୁଅ ଏବଂ ସମ୍ପୂର୍ଣ୍ଣ ହୁଅ, ତେବେ ଯାଇ ପ୍ରତ୍ୟେକଙ୍କ ଠାରେ ବାବା ଦେଖାଯିବେ ଏବଂ ପ୍ରତ୍ୟକ୍ଷତା
ହେବ ।