19.03.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
ଏହି ପୁରୁଣା ଦୁନିଆ, ପୁରୁଣା ଶରୀରଠାରୁ ବଞ୍ଚି ଥାଉ ଥାଉ ମରିବାର ଅନୁଭବ କରି ଘରକୁ ଯିବାକୁ ହେବ,
ସେଥିପାଇଁ ଦେହ ଅଭିମାନ ତ୍ୟାଗ କରି ଦେହୀ ଅଭିମାନୀ ହୁଅ ।”
ପ୍ରଶ୍ନ:-
ଭଲ ଭଲ
ପୁରୁଷାର୍ଥୀ ପିଲାମାନଙ୍କର ଲକ୍ଷଣ କିପରି ହୋଇଥିବ?
ଉତ୍ତର:-
ଯେଉଁମାନେ ଭଲ ପୁରୁଷାର୍ଥୀ ସେମାନେ ସକାଳୁ ସକାଳୁ ଅର୍ଥାତ୍ ଅମୃତବେଳାରୁ ଉଠି ଦେହୀ-ଅଭିମାନୀ
ହେବାର ଅଭ୍ୟାସ କରିବେ । ସେମାନେ ସର୍ବଦା ଏକମାତ୍ର ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରିବେ
। ସେମାନେ ଲକ୍ଷ୍ୟ ରଖିଥା’ନ୍ତି ଯେ ଅନ୍ୟ କୌଣସି ବି ଦେହଧାରୀ ମନେ ନ ପଡନ୍ତୁ, ନିରନ୍ତର ବାବା
ଏବଂ ୮୪ ଜନ୍ମର ଚକ୍ର ସ୍ମୃତିରେ ରହୁ । ଏହାକୁ ମଧ୍ୟ ଅହୋ ସୌଭାଗ୍ୟ କୁହାଯିବ ।
ଓମ୍ ଶାନ୍ତି ।
ଏବେ ତୁମେମାନେ
ବଞ୍ଚି ଥାଉ ଥାଉ ମରିଯାଇଛ । କିପରି ମରିଛ? ଦେହ ଅଭିମାନକୁ ତ୍ୟାଗ କଲ, ତେବେ ବାକି ରହିଲା ଆତ୍ମା
। ଶରୀରର ଅଭିମାନ ତ ସମାପ୍ତ ହୋଇଯାଏ । ଆତ୍ମା ତ ମରେ ନାହିଁ । ବାବା କହୁଛନ୍ତି ବଞ୍ଚି ଥାଉ ଥାଉ
ନିଜକୁ ଆତ୍ମା ନିଶ୍ଚୟ କରି ପରମପିତା ପରମାତ୍ମାଙ୍କ ସହ ଯୋଗ ଲଗାଇଲେ ଆତ୍ମା ପବିତ୍ର ହୋଇଯିବ ।
ଯେପର୍ଯ୍ୟନ୍ତ ଆତ୍ମା ପବିତ୍ର ହୋଇନାହିଁ ସେ ପର୍ଯ୍ୟନ୍ତ ପବିତ୍ର ଶରୀର ମିଳିବ ନାହିଁ । ଆତ୍ମା
ପବିତ୍ର ହୋଇଗଲେ ଏହି ପୁରୁଣା ଶରୀର ଆପେ ଆପେ ଅଲଗା ହୋଇଯିବ, ଯେପରି ସର୍ପର କାତି ସ୍ୱତଃ
ଛାଡିଯାଇଥାଏ । ସେଥିରୁ ତାର ମୋହ ତୁଟିଯାଏ କାରଣ ସେ ଜାଣେ ମୋତେ ନୂଆ କାତି ମିଳିବ, ପୁରୁଣା କାତି
ବାହାରିଯିବ । ପ୍ରତ୍ୟେକଙ୍କର ନିଜର ବୁଦ୍ଧି ଥାଏ ନା । ଏବେ ତୁମେମାନେ ବୁଝୁଛ ଯେ ଆମେ ବଞ୍ଚି
ଥାଉ ଥାଉ ଏହି ପୁରୁଣା ଦୁନିଆରୁ, ପୁରୁଣା ଶରୀରରୁ ମରିଯାଇଛୁ । ପୁଣି ତୁମେ ଆତ୍ମାମାନେ ଶରୀର
ଛାଡି କେଉଁଠାକୁ ଯିବ? ନିଜ ଘରକୁ । ପ୍ରଥମେ ପ୍ରଥମେ ତ ଏହା ପକ୍କା ମନେରଖ - ମୁଁ ଆତ୍ମା, ଶରୀର
ନୁହେଁ । ଆତ୍ମା କହୁଛି - ବାବା, ମୁଁ ଆପଣଙ୍କର ହୋଇସାରିଛି, ବଞ୍ଚି ଥାଉ ଥାଉ ମରିଯାଇଛି ।
ଆତ୍ମାକୁ ଏବେ ଆଦେଶ ମିଳିଛି ଯେ ବାବାଙ୍କୁ ମନେ ପକାଅ ତେବେ ତୁମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ
ହୋଇଯିବ । ଏହି ଅଭ୍ୟାସ ପକ୍କା ହେବା ଦରକାର । ଆତ୍ମା କହୁଛି - ବାବା, ଆପଣ ଆସିଛନ୍ତି ତେଣୁ ମୁଁ
ଆପଣଙ୍କର ହିଁ ହେବି । ଆତ୍ମା ମେଲ୍ ଅର୍ଥାତ୍ ପୁରୁଷ, ଫିମେଲ୍ ଅର୍ଥାତ୍ ନାରୀ ନୁହେଁ । ସର୍ବଦା
କହନ୍ତି ଆମେ ଭାଇ ଭାଇ ଅଟୁ, ଏପରି କହନ୍ତି ନାହିଁ ଯେ ଆମେ ସବୁ ଭଉଣୀ, ସମସ୍ତେ ସନ୍ତାନ । ସବୁ
ପିଲାମାନଙ୍କୁ ସମ୍ପତ୍ତି ମିଳିବାର ଅଛି । ଯଦି ନିଜକୁ କନ୍ୟା କହିବେ ତେବେ ସମ୍ପତ୍ତି କିପରି
ମିଳିବ? ଆତ୍ମା ସବୁ ଭାଇ ଭାଇ ଅଟନ୍ତି । ବାବା ସମସ୍ତଙ୍କୁ କହୁଛନ୍ତି - ଆତ୍ମିକ ସନ୍ତାନମାନେ
ମୋତେ ମନେ ପକାଅ । ଆତ୍ମା କେତେ ଛୋଟ । ଏହା ବହୁତ ସୂକ୍ଷ୍ମ ବୁଝିବାର କଥା । ପିଲାମାନଙ୍କର ୟାଦ
ସ୍ଥାୟୀ ରହୁନାହିଁ । ସନ୍ନ୍ୟାସୀମାନେ ଦୃଷ୍ଟାନ୍ତ ଦିଅନ୍ତି - ମୁଁ ମଇଁଷି, ମୁଁ ମଇଁଷି... ।
ଏପରି କହିବା ଦ୍ୱାରା ମଇଁଷି ପରି ହୋଇଯାଆନ୍ତି । ବାସ୍ତବରେ କ’ଣ କେହି ମଇଁଷି ହୁଅନ୍ତି? ବାବା
ତ’ କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର । ଏହି ଆତ୍ମା ଓ ପରମାତ୍ମାଙ୍କର ଜ୍ଞାନ ତ କେହି
ଜାଣିନାହାଁନ୍ତି, ସେଥିପାଇଁ ଏପରି କଥାମାନ କହିଦେଉଛନ୍ତି । ଏବେ ତୁମକୁ ଦେହୀ ଅଭିମାନୀ ହେବାର
ଅଛି, ମୁଁ ଆତ୍ମା, ଏହି ପୁରୁଣା ଶରୀର ତ୍ୟାଗ କରି ପୁଣି ନୂଆ ନେବି । ମନୁଷ୍ୟ ମୁଖ ଦ୍ୱାରା ମଧ୍ୟ
କହନ୍ତି ଆତ୍ମା ତାରକା ଅଟେ, ଭ୍ରୁକୁଟୀ ମଝିରେ ରହେ । ପୁଣି କହିଦିଅନ୍ତି ବୁଢା ଆଙ୍ଗୁଳି ପରି ଅଟେ
। କେଉଁଠି କୁହନ୍ତି ତାରକା, କେଉଁଠି ଆଙ୍ଗୁଳି! ପୁଣି ମାଟିର ଶାଳଗ୍ରାମ ତିଆରି କରନ୍ତି, ଆତ୍ମା
ତ’ ଏତେ ବଡ ହୋଇପାରିବ ନାହିଁ । ତେବେ ମନୁଷ୍ୟ ଦେହ ଅଭିମାନୀ ଅଟନ୍ତି ନା, ତେଣୁ ଚିତ୍ର ବଡ ବଡ
ତିଆରି କରିଦେଉଛନ୍ତି । ଏହା ତ’ ବହୁତ ସୂକ୍ଷ୍ମ କଥା । ମନୁଷ୍ୟ ଭକ୍ତି ମଧ୍ୟ ଏକାନ୍ତରେ କୋଠିରେ
ବସି କରନ୍ତି । ତୁମକୁ ତ’ ଗୃହସ୍ଥ ବ୍ୟବହାରରେ କର୍ମଧନ୍ଦାରେ ରହି ବୁଦ୍ଧିରେ ଏହାକୁ ପକ୍କା
କରିବାର ଅଛି କି ମୁଁ ଆତ୍ମା । ବାବା କହୁଛନ୍ତି - ମୁଁ ତୁମର ପିତା ମଧ୍ୟ କେତେ ଛୋଟ ବିନ୍ଦୁ ଅଟେ
। ଏପରି ନୁହେଁ ଯେ ମୁଁ ବଡ । ମୋ’ଠାରେ ସମ୍ପୂର୍ଣ୍ଣ ଜ୍ଞାନ ରହିଛି । ଆତ୍ମା ଓ ପରମାତ୍ମା ଦୁହେଁ
ଏକାପରି ଅଟନ୍ତି । କେବଳ ତାଙ୍କୁ ପରମ (ଶ୍ରେଷ୍ଠ) କୁହାଯାଏ । ଏହା ଡ୍ରାମାରେ ନିଧାର୍ଯ୍ୟ ହୋଇ
ରହିଛି । ବାବା କହୁଛନ୍ତି - ମୁଁ ତ’ ଅମର ଅଟେ । ମୁଁ ଯଦି ଅମର ନ ହୋଇଥା’ନ୍ତି, ତୁମକୁ ପବିତ୍ର
କିପରି କରିଥା’ନ୍ତି । ତୁମକୁ ମିଠା ସନ୍ତାନ କିପରି କହିଥାନ୍ତି । ଆତ୍ମା ହିଁ ସବୁକିଛି କରିଥାଏ
। ବାବା ଆସି ଦେହୀ-ଅଭିମାନୀ କରୁଛନ୍ତି, ଏଥିରେ ହିଁ ମେହେନତ କରିବାକୁ ପଡିବ । ବାବା କହୁଛନ୍ତି
ମୋତେ ହିଁ ମନେ ପକାଅ ଅନ୍ୟ କାହାକୁ ମନେପକାଅ ନାହିଁ । ଯୋଗୀ ତ’ ଦୁନିଆରେ ବହୁତ ଅଛନ୍ତି । କନ୍ୟା
ଯେତେବେଳେ ବିବାହ କରେ ତା’ର ବୁଦ୍ଧିଯୋଗ ସ୍ୱାମୀ ସାଥିରେ ଲାଗିଯାଏ ନା । ପୂର୍ବରୁ କ’ଣ ଏପରି
ଥିଲା କି? ସ୍ୱାମୀଙ୍କୁ ଦେଖିଲା ପରେ ତାଙ୍କୁ ମନେପକାଏ । ଏବେ ବାବା କହୁଛନ୍ତି - କେବଳ ମୋତେ ମନେ
ପକାଅ । ଏହି କଥାର ଭଲ ଭାବେ ଅଭ୍ୟାସ ଦରକାର । ଯିଏ ଭଲ ପୁରୁଷାର୍ଥୀ ସନ୍ତାନ, ସେମାନେ ସକାଳୁ
ସକାଳୁ ଉଠି ଦେହୀ ଅଭିମାନୀ ହୋଇ ରହିବାର ଅଭ୍ୟାସ କରିବେ । ଭକ୍ତି ମଧ୍ୟ ସକାଳୁ କରିଥାନ୍ତି ନା ।
ନିଜ ନିଜର ଇଷ୍ଟଦେବଙ୍କୁ ମନେପକାନ୍ତି । ହନୁମାନଙ୍କର ବି କେତେ ପୂଜା କରୁଛନ୍ତି କିନ୍ତୁ କିଛି
ଜାଣିନାହାନ୍ତି । ବାବା ଆସି ବୁଝାଉଛନ୍ତି - ତୁମର ବୁଦ୍ଧି ମାଙ୍କଡ ପରି ହୋଇଯାଇଛି । ଏବେ ପୁଣି
ତୁମେ ଦେବତା ହେଉଛ । ଏବେ ଏହା ପତିତ ତମଃପ୍ରଧାନ ଦୁନିଆ ଅଟେ । ଏବେ ତୁମେ ଆସିଛ ବେହଦ ପିତାଙ୍କ
ପାଖକୁ । ମୁଁ ତ’ ପୁନର୍ଜନ୍ମ ରହିତ ଅଟେ । ଏହି ଶରୀର ବ୍ରହ୍ମାବାବାଙ୍କର ଅଟେ । ମୋର କୌଣସି
ଶାରୀରିକ ନାମ ନାହିଁ । ମୋର ନାମ ହେଲା କଲ୍ୟାଣକାରୀ ଶିବ । ତୁମେମାନେ ଜାଣିଛ କଲ୍ୟାଣକାରୀ
ଶିବବାବା ଆସି ନର୍କକୁ ସ୍ୱର୍ଗ କରୁଛନ୍ତି । ବାବା କେତେ କଲ୍ୟାଣ କରୁଛନ୍ତି । ନର୍କର ଏକଦମ୍
ବିନାଶ କରାଇ ଦେଉଛନ୍ତି । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଏବେ ସ୍ଥାପନା ହେଉଛି । ଏମାନେ ହେଲେ
ପ୍ରଜାପିତା ବ୍ରହ୍ମା ମୁଖବଂଶାବଳୀ । ଚାଲିଲା ବୁଲିଲା ବେଳେ ପରସ୍ପରଙ୍କୁ ସାବଧାନ କର - ମନମନାଭବ
। ବାବା କହୁଛନ୍ତି ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ । ପତିତ ପାବନ ତ’ ବାବା ଅଟନ୍ତି ନା ।
ସେମାନେ ଭୁଲ୍ରେ ଶିବ ଭଗବାନୁବାଚ ବଦଳରେ କୃଷ୍ଣ ଭଗବାନୁବାଚ ଲେଖିଦେଇଛନ୍ତି । ଭଗବାନ ତ’
ନିରାକାର ଅଟନ୍ତି, ତାଙ୍କୁ ପରମପିତା ପରମାତ୍ମା କୁହାଯାଏ । ତାଙ୍କର ନାମ ହେଲା ଶିବ । ଶିବଙ୍କର
ମଧ୍ୟ ବହୁତ ପୂଜା କରାଯାଏ । ଶିବ କାଶୀ, ଶିବ କାଶୀ କହି ଚାଲିଥା’ନ୍ତି । ଭକ୍ତିମାର୍ଗରେ ଅନେକ
ପ୍ରକାରର ନାମ ରଖିଦେଇଛନ୍ତି । ରୋଜଗାର ପାଇଁ ଅନେକ ପ୍ରକାରର ମନ୍ଦିର ତିଆରି କରିଛନ୍ତି ।
ତାଙ୍କର ଅସଲ ନାମ ହେଲା ଶିବ । ପୁଣି ସୋମନାଥ ନାମ ରଖିଛନ୍ତି, ସୋମନାଥ ଅର୍ଥାତ୍ ସୋମରସ ପାନ
କରାଉଛନ୍ତି, ଜ୍ଞାନ ଧନ ଦେଉଛନ୍ତି । ତା’ପରେ ଯେତେବେଳେ ପୂଜାରୀ ହୁଅନ୍ତି ତାଙ୍କର ମନ୍ଦିର ତିଆରି
କରିବାକୁ କେତେ ଖର୍ଚ୍ଚ କରନ୍ତି କାରଣ ସେ ସୋମରସ ପାନ କରାଇଛନ୍ତି ନା । ସୋମନାଥଙ୍କ ସହ
ସୋମନାଥିନୀ ମଧ୍ୟ ଥିବେ ! ଯଥା ରାଜାରାଣୀ ତଥା ପ୍ରଜା ସମସ୍ତେ ସୋମନାଥ ସୋମନାଥିନୀ ଅଟନ୍ତି ।
ତୁମେ ସୁନାର ଦୁନିଆକୁ ଯାଉଛ । ସେଠାରେ ସୁନାର ଇଟା ଥାଏ । ନ ହେଲେ କାନ୍ଥ ଆଦି କିପରି ତିଆରି
ହେବ! ବହୁତ ସୁନା ଥାଏ ସେଥିପାଇଁ ତାକୁ ସୁନାର ଦୁନିଆ କୁହାଯାଏ । ଏହା ହେଉଛି ଲୁହା ଏବଂ ପଥରର
ଦୁନିଆ । ସ୍ୱର୍ଗର ନାମ ଶୁଣି ମୁହଁରେ ଖୁସିରେ ପାଣି ଆସିଯାଏ । ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ
ଓ ନାରାୟଣ ଅଲଗା ଅଲଗା ହେବେ ନା । ତୁମେ ବିଷ୍ଣୁପୁରୀର ମାଲିକ ହେଉଛ । ଏବେ ତୁମେ ରାବଣ ପୁରୀରେ
ଅଛ । ତେଣୁ ଏବେ ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ବାବା ମଧ୍ୟ ପରମଧାମରେ
ରହୁଛନ୍ତି, ତୁମେ ଆତ୍ମାମାନେ ମଧ୍ୟ ପରମଧାମରେ ରହିଥାଅ । ବାବା କହୁଛନ୍ତି ତୁମକୁ କିଛି କଷ୍ଟ
ଦେଉନାହିଁ । ବହୁତ ସହଜ କଥା । ବାକି ଏହି ରାବଣ ଶତ୍ରୁ ହୋଇ ତୁମ ସାମ୍ନାରେ ଠିଆ ହୋଇଛି । ସେ
ହିଁ ବିଘ୍ନ ପକାଉଛି । ଜ୍ଞାନରେ ବିଘ୍ନ ପଡେ ନାହିଁ, ଯୋଗରେ ହିଁ ବିଘ୍ନ ପଡେ । ଘଡିକୁ ଘଡି ମାୟା
ଭୁଲାଇଦେଉଛି । ଦେହ-ଅଭିମାନୀ କରାଇ ଦେଉଛି । ବାବାଙ୍କୁ ମନେ ପକାଇବାକୁ ଦେଉନାହିଁ । ଏହିପରି
ଯୁଦ୍ଧ ଚାଲିଛି । ବାବା କହୁଛନ୍ତି ତୁମେ କର୍ମଯୋଗୀ ଅଟ । ଆଚ୍ଛା, ଦିନରେ ମନେପକାଇପାରୁନାହଁ,
ତେବେ ରାତିରେ ମନେପକାଅ । ରାତିର ଅଭ୍ୟାସ ଦିନରେ କାମରେ ଆସିବ ।
ନିରନ୍ତର ସ୍ମୃତିରେ ରହୁ
- ଯେଉଁ ବାବା ମୋତେ ବିଶ୍ୱର ମାଲିକ କରୁଛନ୍ତି, ମୁଁ ତାଙ୍କୁ ମନେପକାଉଛି! ବାବାଙ୍କର ସ୍ମୃତି ଓ
୮୪ ଜନ୍ମର ଚକ୍ର ମନେ ରହିଲେ ଅହୋ ସୌଭାଗ୍ୟ । ଅନ୍ୟମାନଙ୍କୁ ବି ଶୁଣାଇବାର ଅଛି - ଭଉଣୀ ଓ
ଭାଇମାନେ, ଏବେ କଳିଯୁଗ ପୁରା ହୋଇ ସତ୍ୟଯୁଗ ଆସୁଛି । ବାବା ଆସିଛନ୍ତି, ସତ୍ୟଯୁଗ ପାଇଁ ରାଜଯୋଗ
ଶିଖାଉଛନ୍ତି । କଳିଯୁଗ ପରେ ସତ୍ୟଯୁଗ ଆସିବ । ଏକ ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ମନେ ପକାନ୍ତୁ
ନାହିଁ । ବାନପ୍ରସ୍ଥୀମାନେ ଯାଇ ସନ୍ନ୍ୟାସୀମାନଙ୍କର ସଙ୍ଗ କରନ୍ତି । ବାନପ୍ରସ୍ଥ ଅର୍ଥାତ୍
ସେଠାରେ ବାଣୀର କାମ ନ ଥାଏ । ଆତ୍ମା ଶାନ୍ତ ଅବସ୍ଥାରେ ରହେ । ଆତ୍ମା କେବେ ଲୀନ ହୋଇପାରିବ ନାହିଁ
। ଡ୍ରାମାରୁ କେହି ମଧ୍ୟ ପାର୍ଟଧାରୀ ବାହାରି ଯାଇ ପାରିବେ ନାହିଁ । ବାବା ଏହା ମଧ୍ୟ ବୁଝାଉଛନ୍ତି
- ଏକା ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ମନେପକାଅ ନାହିଁ । ଅନ୍ୟ ସବୁ କିଛି ଦେଖୁଥିଲେ ବି
ମନେପକାଅ ନାହିଁ । ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ, ଏହା ଶ୍ମଶାନ ଭୂମି ଅଟେ ନା ।
ମୁର୍ଦ୍ଦାରମାନଙ୍କୁ କେବେ ମନେପକାଯାଏ କି! ବାବା କହୁଛନ୍ତି ଏମାନେ ସବୁ ମରିପଡିଛନ୍ତି । ମୁଁ
ଆସୁଛି, ପତିତମାନଙ୍କୁ ପାବନ କରି ନେଇଯାଉଛି । ଏଠାରେ ଏ ସବୁ ସମାପ୍ତ ହୋଇଯିବ । ଆଜିକାଲି ଯେଉଁ
ବମ୍ ଆଦି ତିଆରି କରୁଛନ୍ତି, ତାହା ବହୁତ ତୀକ୍ଷ୍ଣ । କହୁଛନ୍ତି ଏଠାରେ ବସି ଯେଉଁଠାକୁ ଛାଡିବୁ
ସେହିଠାରେ ହିଁ ପଡିବ । ଏହା ପୂର୍ବ ନିର୍ଦ୍ଧାରିତ କଳ୍ପ ପୂର୍ବ ସଦୃଶ, ପୁନଃ ବିନାଶ ହେବ ।
ଭଗବାନ ଆସି ନୂଆ ଦୁନିଆ ପାଇଁ ରାଜଯୋଗ ଶିଖାଉଛନ୍ତି । ଏହା ମହାଭାରତ ଲଢ଼େଇ ଅଟେ, ଯାହାର
ଶାସ୍ତ୍ରରେ ଗାୟନ ରହିଛି । ନିଶ୍ଚିତ ଭାବରେ ଭଗବାନ ଆସିଛନ୍ତି - ସ୍ଥାପନା ଓ ବିନାଶ କରିବାକୁ ।
ଚିତ୍ର ମଧ୍ୟ ସ୍ପଷ୍ଟ ରହିଛି । ତୁମେ ସାକ୍ଷାତ୍କାର କରୁଛ - ଆମେ ଏପରି ଲକ୍ଷ୍ମୀ-ନାରାୟଣ ହେବୁ
। ଏଠାରେ ପଢ଼ିଥିବା ପାଠ ଭୁଲିଯିବ । ସେଠାରେ ତ’ ବାରିଷ୍ଟର, ଡାକ୍ତର ଆଦିଙ୍କର ଦରକାର ନ ଥାଏ ।
ତୁମେ ତ’ ଏଠାକାର ପାଠପଢା ଅନୁସାରେ ବର୍ସା ପ୍ରାପ୍ତ କରୁଛ । କଳା କୌଶଳ ବି ସବୁ ଏହିଠାରୁ ହିଁ
ଶିଖି କରି ଯିବେ । ଘର ନିର୍ମାଣ କରୁଥିବା ଆତ୍ମା ଏଠାରେ ବହୁତ ଭଲ ଘର ତିଆରି କରୁଥିଲେ, ସେଠାରେ
ବି ତିଆରି କରିବେ । ବଜାର ଆଦି ବି ରହିବ ନା । କାରବାର ତ ଚାଲିବ । ଏହିଠାରେ ଅର୍ଜନ କରିଥିବା
ଦକ୍ଷତା ସେଠାକୁ ନେଇଯାଇଥାଆନ୍ତି । ବିଜ୍ଞାନ ଦ୍ୱାରା ମଧ୍ୟ ଭଲ କଳା କୌଶଳ ଶିଖୁଛନ୍ତି । ତାହା
ସବୁ ସେଠାରେ କାମରେ ଆସିବ । ସେମାନେ ପ୍ରଜାରେ ଆସିବେ । ତୁମମାନଙ୍କୁ ତ’ ପ୍ରଜାରେ ଆସିବାର ନାହିଁ
। ତୁମେ ଆସିଛ ବାବା-ମମ୍ମାଙ୍କ ସିଂହାସନର ଅଧିକାରୀ ହେବା ପାଇଁ । ବାବା ଯେଉଁ ଶ୍ରୀମତ ଦେଉଛନ୍ତି,
ତାହା ପାଳନ କରିବାର ଅଛି । ସର୍ବଶ୍ରେଷ୍ଠ ଶ୍ରୀମତ ତ ଗୋଟିଏ ଦେଉଛନ୍ତି - ମୋତେ ମନେ ପକାଅ ।
କାହାର ତ ଭାଗ୍ୟ ହଠାତ୍ ଖୋଲିଯାଉଛି । କୌଣସି ନା କୌଣସି କାରଣ ନିମିତ୍ତ ହୋଇଯାଏ ।
କୁମାରୀମାନଙ୍କୁ ମଧ୍ୟ ବାବା କହୁଛନ୍ତି ବିବାହ ତ ବରବାଦର କାରଣ ହୋଇଯିବ । ଏହି ନର୍ଦ୍ଦମାରେ ପଡ
ନାହିଁ । ତୁମେ କ’ଣ ବାବାଙ୍କର କଥା ମାନିବ ନାହିଁ! ସ୍ୱର୍ଗର ମହାରାଣୀ ହେବ ନାହିଁ! ନିଜ ସାଥିରେ
ପ୍ରତିଜ୍ଞା କରିବାର ଅଛି କି ମୁଁ ସେହି ନର୍କ ଦୁନିଆକୁ ଯିବି ନାହିଁ । ସେହି ଦୁନିଆକୁ କେବେ ହେଲେ
ମନେପକାଇବି ନାହିଁ । ଶ୍ମଶାନକୁ କେବେ ମନେପକାନ୍ତି କି! ଏଠାରେ ତ ତୁମେ କହୁଛ କିପରି ଏହି ଶରୀର
ତ୍ୟାଗ କରିବୁ ଏବଂ ନିଜର ସ୍ୱର୍ଗକୁ ଯିବୁ । ଏବେ ୮୪ ଜନ୍ମ ପୁରା ହେଲା, ଏବେ ଆମେ ନିଜ ଘରକୁ
ଯାଉଛୁ । ଅନ୍ୟମାନଙ୍କୁ ମଧ୍ୟ ଏହା ଶୁଣାଇବାର ଅଛି । ଏହା ମଧ୍ୟ ବୁଝୁଛ - ବାବାଙ୍କ ଛଡା
ସତ୍ୟଯୁଗର ରାଜତ୍ୱ ଅନ୍ୟ କେହି ଦେଇପାରିବେ ନାହିଁ ।
ଏହି ରଥକୁ ମଧ୍ୟ
କର୍ମଭୋଗ ଭୋଗିବାକୁ ତ ପଡିବ ନା । ବାପଦାଦାଙ୍କର ମଧ୍ୟ ପରସ୍ପର ମଧ୍ୟରେ ବାର୍ତ୍ତାଳାପ ହୋଇଥାଏ -
ଏହି ବ୍ରହ୍ମାବାବା କହନ୍ତି ବାବା ଆଶୀର୍ବାଦ କରିଦିଅ । କାଶ ପାଇଁ କିଛି ଔଷଧ ଦିଅ ବା ଛୁ-ମନ୍ତ୍ର
କରି ଉଡାଇଦିଅ । ବାବା କହିଥା’ନ୍ତି - ନା, ଏହା ତ’ ଭୋଗିବାର ହିଁ ଅଛି । ତୁମର ଏହି ରଥ ଲୋନ୍
ନେଉଛି, ତା’ ବଦଳର ପାରିଶ୍ରମିକ ତ ଦେଇ ଦେଉଛି, ବାକି ଏହା ତ’ ତୁମର ହିସାବ କିତାବ । ଅନ୍ତ
ପର୍ଯ୍ୟନ୍ତ କିଛି ନା କିଛି ହେଉଥିବ । ଯଦି ତୁମକୁ ଆଶୀର୍ବାଦ କରିବି, ତେବେ ସମସ୍ତଙ୍କୁ କରିବାକୁ
ପଡିବ । ଆଜି ଏହି ଝିଅ ଏଠାରେ ବସିଛି କାଲି ଟ୍ରେନ୍ରେ ଦୁର୍ଘଟଣା ହୋଇଯିବ, ଶରୀର ତ୍ୟାଗ କରିଦେବ,
ବାବା କହିବେ ଡ୍ରାମା । ଏପରି କହିପାରିବ ନାହିଁ କି ବାବା ପୂର୍ବରୁ କାହିଁକି କହିଲେ ନାହିଁ ।
ଏପରି ନିୟମ ନାହିଁ । ମୁଁ ତ’ ଆସୁଛି ପତିତରୁ ପାବନ କରିବାକୁ । ଏହି କଥା ସବୁ କହିବାକୁ ଆସୁ ନାହିଁ?
ନିଜର ଏହି ହିସାବ କିତାବ ତ ତୁମକୁ ହିଁ ଚୁକ୍ତ କରିବାର ଅଛି । ଏଥିରେ ଆଶୀର୍ବାଦର କଥା ନାହିଁ ।
ଆଶୀର୍ବାଦ ପାଇବାକୁ ହେଲେ ସନ୍ନ୍ୟାସୀମାନଙ୍କ ପାଖକୁ ଯାଅ । ବାବା ତ’ ଗୋଟିଏ କଥା ବତାଉଛନ୍ତି ।
ମୋତେ ଏଥିପାଇଁ ଡାକିଛ ଯେ ଆମକୁ ଆସି ନର୍କରୁ ସ୍ୱର୍ଗକୁ ନେଇଚାଲ । ଗାୟନ ମଧ୍ୟ କରନ୍ତି ପତିତ
ପାବନ ସୀତାରାମ । କିନ୍ତୁ ଅର୍ଥ ଓଲଟା କରିଦେଇଛନ୍ତି । ପୁଣି ରାମଙ୍କର ମହିମା କରୁଛନ୍ତି -
ରଘୁପତି ରାଘବ ରାଜାରାମ... । ବାବା କହୁଛନ୍ତି ଏହି ଭକ୍ତିମାର୍ଗରେ ତୁମେ କେତେ ପଇସା ହରାଇଛ ।
ଗୋଟିଏ ଗୀତ ମଧ୍ୟ ଅଛି ନା - କ୍ୟା କୌତୁକ ଦେଖା... ଦେବୀମାନଙ୍କର ମୂର୍ତ୍ତି ତିଆରି କରି ପୂଜା
କରି ପୁଣି ସମୁଦ୍ରରେ ପକାଇ ଦେଉଛନ୍ତି । ଏବେ ବୁଝିହେଉଛି - କେତେ ପଇସା ବରବାଦ କରୁଛନ୍ତି, ପୁଣି
ମଧ୍ୟ କରିବେ । ସତ୍ୟଯୁଗରେ ତ’ ଏପରି କାମ ହୁଏନାହିଁ । ସେକେଣ୍ଡ ପରେ ସେକେଣ୍ଡ ଡ୍ରାମାରେ
ନିର୍ଦ୍ଧାରିତ ରହିଛି । କଳ୍ପ ପରେ ପୁଣି ଏହାର ପୁନରାବୃତ୍ତି ହେବ । ଡ୍ରାମାକୁ ବହୁତ ଭଲ ଭାବରେ
ବୁଝିବା ଦରକାର । ଆଚ୍ଛା, କେହି ଅଧିକ ମନେ ପକାଇପାରୁ ନାହାଁନ୍ତି ତେବେ ବାବା କହୁଛନ୍ତି କେବଳ
ଅଲଫ୍ ଆଉ ବେ, ବାବା ଓ ବାଦଶାହୀକୁ ମନେପକାଅ । ଅନ୍ତରରେ ସର୍ବଦା ଏହି ଚିନ୍ତନ ଚାଲୁଥାଉ ଯେ ଆମେ
ଆତ୍ମା କିପରି ୮୪ର ଚକ୍ର ଲଗାଇ ଆସିଛୁ । ଚିତ୍ର ଉପରେ ବୁଝାଅ । ବହୁତ ସହଜ ହେବ । ଏହା ରୁହାନୀ
ପିଲାମାନଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ । ବାବା ପିଲାମାନଙ୍କ ସାଥିରେ ବାର୍ତ୍ତାଳାପ କରୁଛନ୍ତି
। ଅନ୍ୟ କାହା ସହିତ ତ କରି ପାରିବେ ନାହିଁ । ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର । ଆତ୍ମା
ହିଁ ସବୁକିଛି କରୁଛି । ବାବା ମନେପକାଇ ଦେଉଛନ୍ତି, ତୁମେ ୮୪ ଜନ୍ମ ନେଇଛ । ମନୁଷ୍ୟ ହିଁ ହେଉଛ ।
ଯେପରି ବାବା ଅଧ୍ୟାଦେଶ ଜାରି କରୁଛନ୍ତି ଯେ ବିକାରୀ ହୁଅ ନାହିଁ । ସେହିପରି ଏହି ଅଧ୍ୟାଦେଶ
ମଧ୍ୟ ଜାରି କରୁଛନ୍ତି ଯେ କାହାରିକୁ କାନ୍ଦିବାର ନାହିଁ । ସତ୍ୟଯୁଗ ତ୍ରେତାରେ କେବେ କେହି
କାନ୍ଦନ୍ତି ନାହିଁ । ଛୋଟ ପିଲା ବି କାନ୍ଦିବେ ନାହିଁ । ଡ୍ରାମାରେ କାନ୍ଦିବାର ନିୟମ ନାହିଁ ।
ତାହା ହେଉଛି ହର୍ଷିତ ରହିବାର ଦୁନିଆ । ସେଠିକାର ସବୁ ଅଭ୍ୟାସ ଏହିଠାରେ ହିଁ କରିବାକୁ ହେବ ।
ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ବାବାଙ୍କଠାରୁ ଆଶୀର୍ବାଦ ମାଗିବା ପରିବର୍ତ୍ତେ ଯୋଗର ଯାତ୍ରା ଦ୍ୱାରା ନିଜର ସମସ୍ତ ହିସାବ-କିତାବ
ଚୁକ୍ତ କରିବାକୁ ହେବ । ପାବନ ହେବାର ପୁରୁଷାର୍ଥ କରିବାକୁ ହେବ । ଏହି ଡ୍ରାମାର ରହସ୍ୟ ଯଥାର୍ଥ
ଭାବେ ବୁଝିବାକୁ ହେବ ।
(୨) ଏହି ପୁରୁଣା
ଦୁନିଆକୁ ଦେଖୁଥିଲେ ମଧ୍ୟ ମନେ ପକାଇବାର ନାହିଁ । ସର୍ବଦା କର୍ମଯୋଗୀ ହେବାକୁ ହେବ । ସଦାସର୍ବଦା
ହର୍ଷିତ ରହିବାର ଅଭ୍ୟାସ କରିବାକୁ ହେବ । କେବେ ବି କାନ୍ଦିବାର ନାହିଁ ।
ବରଦାନ:-
ଘର ଗୃହସ୍ଥ
ଭିତରେ ରହି ମୋ’ର ପଣିଆକୁ ତ୍ୟାଗ କରି ଥିବା ସଚ୍ଚା ଟ୍ରଷ୍ଟୀ ମାୟାଜିତ୍ ଭବ ।
ଯେପରି ଅଳିଆ ଆବର୍ଜନା
ଭିତରେ ପୋକ-ଯୋକ ଜନ୍ମ ନେଇଥାଆନ୍ତି ସେହିପରି ଯେତେବେଳେ କୌଣସି ମୋ’ର ପଣିଆ ଆସୁଛି ସେତେବେଳେ
ହିଁ ମାୟା ଜନ୍ମ ନେଉଛି । ତେଣୁ ମାୟାଜିତ୍ ହେବାର ସହଜ ଉପାୟ ହେଲା ନିଜକୁ ସର୍ବଦା ଟ୍ରଷ୍ଟୀ
ଅର୍ଥାତ୍ ନିମିତ୍ତ ମନେ କରିବା । ବ୍ରହ୍ମାକୁମାର ଅର୍ଥ ଟ୍ରଷ୍ଟୀ, ଟ୍ରଷ୍ଟୀର କାହା ସହିତ ମୋହ ନ
ଥାଏ କାରଣ ତା’ ଭିତରେ ମୋ’ର ପଣିଆ ନ ଥାଏ । ଯଦି ଗୃହସ୍ଥୀ ମନେ କରିବ ତେବେ ମାୟା ଆସିବ ଏବଂ
ଟ୍ରଷ୍ଟୀ ମନେ କରିଲେ ମାୟା ଚାଲିଯିବ । ସେଥିପାଇଁ ମୋ’ର ପଣିଆଠାରୁ ନିଆରା ହୋଇ ଯଦି ଘର ଗୃହସ୍ଥର
କାର୍ଯ୍ୟ କରିବ ତେବେ ମାୟାପ୍ରୁଫ୍ ଅର୍ଥାତ୍ ମାୟାଠାରୁ ସୁରକ୍ଷିତ ରହିପାରିବ ।
ସ୍ଲୋଗାନ:-
ଯେଉଁଠାରେ
ଅଭିମାନ ଅଛି ସେଠାରେ ଅପମାନର ଅନୁଭବ ନିଶ୍ଚିତ ହେବ ।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୧୯) ଆପଣଙ୍କର ଆନ୍ତରିକ
ସ୍ୱଚ୍ଛତା, ସତ୍ୟତା ଉଠିବା ବସିବା ସମୟରେ, ବାଣୀର ସେବା କରିବାରେ ଅନ୍ୟମାନଙ୍କୁ ଅନୁଭବ ହେଉ,
ତେବେ ପରମାତ୍ମ ପ୍ରତ୍ୟକ୍ଷତାର ନିମିତ୍ତ ହୋଇପାରିବ । ସେଥିପାଇଁ ପବିତ୍ରତାର ଦୀପ ସର୍ବଦା
ଜଳୁଥାଉ । ଟିକିଏ ବି ହଲଚଲ୍ ନ ହେଉ, ଯେତେ ପବିତ୍ରତାର ଦୀପ ଅଚଳ ହେବ ସେତେ ସହଜରେ ବାବାଙ୍କୁ
ଚିହ୍ନି ପାରିବେ ।