19.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମକୁ ଦୁଇ-ମୁକୁଟଧାରୀ ରାଜା ହେବାକୁ ପଡିବ ତେଣୁ ଖୁବ୍ ସେବା କର, ପ୍ରଜା ବନାଅ, ସଂଗମଯୁଗରେ ତୁମକୁ ସେବା ହିଁ କରିବାକୁ ହେବ, ସେଥିରେ ହିଁ ତୁମର କଲ୍ୟାଣ ରହିଛି ।”

ପ୍ରଶ୍ନ:-
ପୁରୁଣା ଦୁନିଆର ବିନାଶ ପୂର୍ବରୁ ପ୍ରତ୍ୟେକ ସନ୍ତାନକୁ କେଉଁ ଶୃଙ୍ଗାର କରିବାକୁ ହେବ?

ଉତ୍ତର:-
ତୁମେ ପିଲାମାନେ ଯୋଗବଳ ଦ୍ୱାରା ନିଜର ଶୃଙ୍ଗାର କର, ଏହି ଯୋଗବଳ ଦ୍ୱାରା ହିଁ ସାରା ବିଶ୍ୱ ପବିତ୍ର ହେବ ତୁମମାନଙ୍କୁ ଏବେ ବାନପ୍ରସ୍ଥ ଅବସ୍ଥାରେ ରହିବାକୁ ହେବ, ସେଥିପାଇଁ ଏହି ଶରୀରର ଶୃଙ୍ଗାର କରିବାର ଆବଶ୍ୟକତା ନାହିଁ । ଏହା ତ ମୂଲ୍ୟହୀନ ଅଟେ, ଏହାଠାରୁ ମୋହ ତୁଟାଇ ଦିଅ । ବିନାଶ ପୂର୍ବରୁ ବାବାଙ୍କ ଭଳି ଦୟାଶୀଳ ହୋଇ ନିଜର ଏବଂ ଅନ୍ୟମାନଙ୍କର ଶୃଙ୍ଗାର କର । ଅନ୍ଧମାନଙ୍କର ଲାଠି ହୁଅ ।

ଓମ୍ ଶାନ୍ତି ।
ଏବେ ତ ପିଲାମାନେ ଭଲ ଭାବରେ ଜାଣିଗଲେଣି ଯେ, ବାବା ଏଠାକୁ ପାବନ ହେବାର ରାସ୍ତା ବତାଇବାକୁ ଆସିଛନ୍ତି । ଏହି ଗୋଟିଏ କଥା ପାଇଁ ହିଁ ବାବାଙ୍କୁ ସମସ୍ତେ ଡାକୁଛନ୍ତି ଯେ, ଆସି ଆମକୁ ପତିତରୁ ପାବନ କର କାହିଁକି ନା ପାବନ ଦୁନିଆ ଅତିକ୍ରାନ୍ତ ହୋଇଯାଇଛି, ଏବେ ଏହା ପତିତ ଦୁନିଆ । ତେବେ ପତିତ ଦୁନିଆ କେବେ ଅତିକ୍ରାନ୍ତ ହେଲା, ତାକୁ ଯିବାର କେତେ ସମୟ ହେଲା, ଏକଥା କେହି ଜାଣି ନାହାଁନ୍ତି । ତୁମେ ପିଲାମାନେ ହିଁ ଜାଣିଛ ବାବା ପୁଣି ଥରେ ଏହି ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି । ତୁମେ ହିଁ ଡାକିଛ - ବାବା ଆସି ଆମ ପତିତମାନଙ୍କୁ ରାସ୍ତା ଦେଖାଅ, ଆମେ ପାବନ କିପରି ହୋଇଥିଲୁ? ଏକଥା ତ ଜାଣିଛ, ଆମେ ଦିନେ ପାବନ ଦୁନିଆରେ ଥିଲୁ, ଏବେ ପତିତ ଦୁନିଆରେ ଅଛୁ । ଏବେ ଏହି ଦୁନିଆ ପରିବର୍ତ୍ତନ ହେବାକୁ ଯାଉଛି । ନୂଆ ଦୁନିଆର ଆୟୁଷ କେତେ ଏବଂ ପୁରୁଣା ଦୁନିଆର ଆୟୁଷ କେତେ - ଏ କଥା କେହି ବି ଜାଣି ନାହାଁନ୍ତି । ଯଦି ପକ୍କା ଘର ତିଆରି କରିବେ ତେବେ ବି କହିବେ ଏହାର ଆୟୁଷ ଏତିକି ବର୍ଷ ଏବଂ ମାଟିର ଘର ତିଆରି କରିଲେ ମଧ୍ୟ କହିବେ ଏହାର ଆୟୁଷ ଏତିକି ବର୍ଷ । ଜଣାପଡ଼ିଯିବ ଯେ ଏହା କେତେବର୍ଷ ପର୍ଯ୍ୟନ୍ତ ରହିପାରିବ । ମନୁଷ୍ୟମାନଙ୍କୁ ଏ କଥା ମଧ୍ୟ ଜଣା ନାହିଁ ଯେ, ଏହି ଦୁନିଆର ଆୟୁଷ କେତେ? ତେଣୁ ଏ କଥା ନିଶ୍ଚିତ ଭାବରେ ବାବାଙ୍କୁ ଆସି କାହିବାକୁ ପଡ଼ିବ । ବାବା କହୁଛନ୍ତି - ପିଲାମାନେ, ଏବେ ଏହି ପୁରୁଣା ପତିତ ଦୁନିଆ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ନୂଆ ପାବନ ଦୁନିଆ ସ୍ଥାପନ ହେଉଛି । ନୂଆ ଦୁନିଆରେ ବହୁତ ଅଳ୍ପ ମନୁଷ୍ୟ ଥିଲେ । ନୂଆ ଦୁନିଆ ସତ୍ୟଯୁଗ ଯାହାକୁ ସୁଖଧାମ କୁହାଯାଏ । ଏହା ହେଉଛି ଦୁଃଖଧାମ, ଏହାର ସମାପ୍ତି ନିଶ୍ଚିତ ହେବ । ପୁଣି ସୁଖଧାମର ଇତିହାସ ପୁନରାବୃତ୍ତି ହେବ । ତେଣୁ ଏ କଥା ସମସ୍ତଙ୍କୁ ଜଣାଇବାକୁ ହେବ । ବାବା ନିର୍ଦ୍ଦେଶ ଦେଉଛନ୍ତି - ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ଏବଂ ତା' ସହିତ ଅନ୍ୟମାନଙ୍କୁ ମଧ୍ୟ ଏହି ରାସ୍ତା ଦେଖାଅ । ଲୌକିକ ପିତାଙ୍କୁ ତ ସମସ୍ତେ ଜାଣନ୍ତି, କିନ୍ତୁ ପାରଲୌକିକ ପିତାଙ୍କୁ କେହି ଜାଣି ନାହାଁନ୍ତି । ତେଣୁ ସମସ୍ତେ ସର୍ବବ୍ୟାପୀ ବୋଲି କହିଦେଉଛନ୍ତି । ତାଙ୍କୁ କଇଁଚ୍ଛ, ମସ୍ୟ ଅବତାର ଅଥବା ୮୪ ଲକ୍ଷ ଯୋନି ନେଉଛନ୍ତି ବୋଲି କହିଦେଉଛନ୍ତି । ତେବେ ଦୁନିଆରେ କେହି ବି ମନୁଷ୍ୟ ବାବାଙ୍କୁ ଜାଣିନାହାଁନ୍ତି । ଯଦି ବାବାଙ୍କୁ ଜାଣି ଯିବେ ତେବେ ସବୁ କିଛି ବୁଝିପାରିବେ । ଯଦି ଗୋଡି ମାଟିରେ ଅଛନ୍ତି ବୋଲି କହୁଛ ତେବେ ଏଥିରେ ସମ୍ପତ୍ତି ପ୍ରାପ୍ତିର କଥା ଉଠିପାରିବ ନାହିଁ । ମନୁଷ୍ୟମାନେ ଦେବତାମାନଙ୍କର ପୂଜା କରୁଛନ୍ତି କିନ୍ତୁ ତାଙ୍କର କର୍ତ୍ତବ୍ୟ ସମ୍ବନ୍ଧରେ କିଛି ବି ଜାଣି ନାହାଁନ୍ତି, ଏହି କଥାରେ ସେମାନେ ବିଲ୍‌କୁଲ୍ ଅଜ୍ଞାନୀ । ତେଣୁ ସେମାନଙ୍କୁ ପ୍ରଥମ ଏବଂ ମୁଖ୍ୟ କଥା ବୁଝାଇବା ଉଚିତ୍ । କେବଳ ଚିତ୍ର ଦ୍ୱାରା କେହି ବୁଝିପାରିବେ ନାହିଁ । ମନୁଷ୍ୟମାନେ ନା ବାବାଙ୍କୁ ଜାଣିଛନ୍ତି, ନା ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ଏହାର ରଚନା କିପରି ହୋଇଛି । ଯେଉଁ ଦେବତାମାନଙ୍କର ପୂଜା କରୁଛନ୍ତି ତାଙ୍କର ରାଜ୍ୟ କେବେ ଥିଲା, କିଛି ବି ଜାଣି ନାହାଁନ୍ତି । ଭାବୁଛନ୍ତି ସୂର୍ଯ୍ୟବଂଶୀ ରାଜଧାନୀ ଲକ୍ଷ ଲକ୍ଷ ବର୍ଷ ଧରି ଚାଲିଲା, ପୁଣି ଚନ୍ଦ୍ରବଂଶୀ ରାଜଧାନୀ ମଧ୍ୟ ଲକ୍ଷ ଲକ୍ଷ ବର୍ଷ ଧରି ଚାଲିଲା, ତେବେ ଏହାକୁ ହିଁ ଅଜ୍ଞାନ କୁହାଯାଉଛି । ଏବେ ତୁମ ପିଲାମାନଙ୍କୁ ବାବା ବୁଝାଉଛନ୍ତି ପୁଣି ତୁମେମାନେ ଅନ୍ୟମାନଙ୍କୁ ବୁଝାଉଛ । ବାବା ଆମମାନଙ୍କୁ ବୁଝାଉଛନ୍ତି ଏବଂ କହୁଛନ୍ତି ଏପରି ବୁଝାଅ, ସନ୍ଦେଶ ଦିଅ, ନଚେତ୍ ରାଜଧାନୀ କିପରି ସ୍ଥାପନା ହେବ । ଏଠାରେ ବସି ରହିଲେ କିଛି ହେବ ନାହିଁ । ହଁ ଘରେ ରହିଲାବାଲା ମଧ୍ୟ ଦରକାର । ସେମାନେ ତ ଡ୍ରାମା ଅନୁସାରେ ରହିଛନ୍ତି । ଯଜ୍ଞର ଦାୟିତ୍ୱ ବହନ କରୁଥିବା ଭାଇ-ଭଉଣୀ ମଧ୍ୟ ଦରକାର । ବାବାଙ୍କ ସହିତ ମିଳନ କରିବା ପାଇଁ ଅନେକ ପିଲା ଆସୁଛନ୍ତି କାହିଁକି ନା ଶିବବାବାଙ୍କଠାରୁ ହିଁ ସମ୍ପତ୍ତି ନେବାକୁ ହେବ ନା । ଲୌକିକ ପିତାଙ୍କର ଯଦି ପୁତ୍ର ସନ୍ତାନ ହେଲା ତେବେ ସିଏ ବୁଝିଯିବ ଯେ, ମୁଁ ବାପାଙ୍କର ସମ୍ପତ୍ତିର ମାଲିକ ହେବି । କନ୍ୟା ତ ବିବାହ କରି ଅନ୍ୟ କାହାର ହାଫ୍ ପାର୍ଟନର୍ (ଅର୍ଦ୍ଧାଙ୍ଗୀନୀ) ହେଉଛି । ସତ୍ୟ ଯୁଗରେ ଧନ ସମ୍ପତ୍ତି ପାଇଁ କେବେ ବି ପରସ୍ପର ସହିତ ଝଗଡ଼ା ହୁଏ ନାହିଁ । ଏଠାରେ କାମ ବିକାର ପାଇଁ ହିଁ ଝଗଡ଼ା ହେଉଛି । ସେଠାରେ ତ ଏହି ୫ ଭୂତ ରହିବ ନାହିଁ । ତେଣୁ ଦୁଃଖର ଚିହ୍ନ ବର୍ଣ୍ଣ ହିଁ ରହିବ ନାହିଁ । ସେଠାରେ ସମସ୍ତେ ନଷ୍ଟମୋହା ହୋଇଥାନ୍ତି । ଏ କଥା ତ ଲୋକମାନେ ଜାଣୁଛନ୍ତି ଯେ, ପୂର୍ବରୁ ସ୍ୱର୍ଗ ଥିଲା, ଯାହାକି ଏବେ ଅତିକ୍ରାନ୍ତ ହୋଇଯାଇଛି । ଯାହାର ସ୍ମାରକୀ ଚିତ୍ର ମଧ୍ୟ ରହିଛି, କିନ୍ତୁ ଏହି ବିଚାର ବର୍ତ୍ତମାନ କେବଳ ତୁମମାନଙ୍କର ହିଁ ଆସୁଛି । ତୁମେମାନେ ଜାଣୁଛ, ଏହି ଚିତ୍ରର ୫ ହଜାର ବର୍ଷ ପରେ ପୁନରାବୃତ୍ତି ହେଉଛି । କୌଣସି ଶାସ୍ତ୍ରରେ ଏ କଥା ଉଲ୍ଲେଖ ନାହିଁ ଯେ, ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ରାଜଧାନୀ ୨୫୦୦ ଧରି ବର୍ଷ ଚାଲିଥିଲା । ଏକଦା ଖବର କାଗଜରେ ଛପା ହୋଇଥିଲା - ବଡ଼ୌଦାର ରାଜଭବନରେ ରାମାୟଣ ଶୁଣୁଛନ୍ତି । ଯଦି କିଛି ବିପଦ ପଡ଼ୁଛି ତେବେ ମନୁଷ୍ୟ ଭଗବାନଙ୍କୁ ଖୁସି କରିବା ପାଇଁ ଭକ୍ତିରେ ଲାଗିଯା’ନ୍ତି । କିନ୍ତୁ ଏମିତି କରିବା ଦ୍ୱାରା ଭଗବାନ ଖୁସି ହୁଅନ୍ତି ନାହିଁ । ଏହା ତ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଭକ୍ତି ଦ୍ୱାରା ଭଗବାନ ଖୁସି ହୁଅନ୍ତି ନାହିଁ । ତୁମେ ପିଲାମାନେ ଜାଣୁଛ ଅଧାକଳ୍ପ ଭକ୍ତି ଚାଲୁଛି, ଯାହାଦ୍ୱାରା ନିଜେ ଦୁଃଖ ଭୋଗ କରୁଛ । ଭକ୍ତି କରି କରି ସବୁ ପଇସା ଖର୍ଚ୍ଚ କରିଦେଉଛନ୍ତି । ଏହିକଥା ତ କୋଟିକରୁ କେହି ଜଣେ ଜଣେ ହିଁ ବୁଝିବେ । ଯେଉଁ ପିଲାମାନେ ସେବା କରୁଛନ୍ତି, ସେମାନେ ବାବାଙ୍କୁ ସମାଚାର ମଧ୍ୟ ଦେଉଛନ୍ତି । ସମସ୍ତଙ୍କୁ ବୁଝାଇବାକୁ ପଡୁଛି - ଏହା ହେଉଛି ଈଶ୍ୱରୀୟ ପରିବାର । ଈଶ୍ୱର ଦାତା ଅଟନ୍ତି, ସିଏ କିଛି ନିଅନ୍ତି ନାହିଁ । ତାଙ୍କୁ ତ କେହି କିଛି ଦେଉନାହାଁନ୍ତି ବରଂ ନିଜର ଧନ ସମ୍ପତ୍ତିକୁ ଆହୁରି ବର୍‌ବାଦ୍ କରିଚାଲିଛନ୍ତି ।

ବାବା ତୁମମାନଙ୍କୁ ପଚାରୁଛନ୍ତି - ତୁମକୁ କେତେ ଧନ ଦେଇଥିଲି ସ୍ୱର୍ଗର ମାଲିକ କରିଥିଲି ପୁଣି ସେ ସବୁ କୁଆଡ଼େ ଗଲା? ଏତେ କାଙ୍ଗାଳ କିପରି ହୋଇଗଲ? ଏବେ ମୁଁ ପୁଣିଥରେ ଆସିଛି । ତୁମେମାନେ କେତେ ପଦ୍‌ମାପଦମ୍ ଭାଗ୍ୟବାନ୍ ହେଉଛ । କୌଣସି ମନୁଷ୍ୟ ଏହି କଥାକୁ ଜାଣି ନାହାଁନ୍ତି । ତୁମେ ଜାଣିଛ ଏବେ ଏହି ପୁରୁଣା ଦୁନିଆରେ ଆମକୁ ଆଉ ରହିବାର ନାହିଁ । ଏହା ତ ବିନାଶ ହୋଇଯିବ । ମନୁଷ୍ୟମାନଙ୍କ ପାଖରେ ଯେତେ ସବୁ ଧନ ଅଛି ସେସବୁ କାହାରି ହାତକୁ ଆସିବ ନାହିଁ । ବିନାଶରେ ସବୁ ନଷ୍ଟ ହୋଇଯିବ । କେତେ ମାଇଲ୍ ମାଇଲ୍ ଧରି କେତେ ବଡ ବଡ ଘର ଆଦି ତିଆରି ହୋଇଛି । ପ୍ରଚୁର ଧନ ସମ୍ପତ୍ତି ରହିଛି, ସବୁ ନଷ୍ଟ ହୋଇଯିବ । କାହିଁକି ନା ତୁମେମାନେ ଜାଣିଛ ଯେତେବେଳେ ଆମର ରାଜ୍ୟ ଥିଲା ସେତେବେଳେ ଅନ୍ୟ କେହି ନ ଥିଲେ । ସେଠାରେ ଅସରନ୍ତି ଧନ ଥିଲା । ବିନାଶର ସମୟ ଯେତେଯେତେ ପାଖେଇ ଆସିବ ସେତେ ଜାଣିପାରିବ ଯେ କ'ଣ ସବୁ ହେବ । ସେମାନଙ୍କ ପାଖରେ କେତେ ସୁନା, ଚାନ୍ଦି, ପଇସା ଆଦି ଅଛି, ସେ ସବୁର ହିସାବ ବାହାର କରୁଛନ୍ତି । ଘୋଷଣା କରୁଛନ୍ତି ଏତିକି ଆୟ ଏବଂ ଏତିକି ବ୍ୟୟ ହୋଇଛି । ଗୋଳା ବାରୁଦ ଉପରେ କେତେ ଖର୍ଚ୍ଚ କରୁଛନ୍ତି । ତା’ଦ୍ୱାରା କିଛି ଆୟ ହେଉନାହିଁ । ସେ ସବୁ (ଗୋଳା, ବାରୁଦ) ତ ରଖିବା ଜିନିଷ ନୁହେଁ । ରଖିବା ଜିନିଷ ହେଉଛି ସୁନା ଏବଂ ଚାନ୍ଦି । ସ୍ୱର୍ଣ୍ଣିମ ଯୁଗରେ ସୁନାର ମୋହର ଥାଏ । ରୌପ୍ୟ ଯୁଗରେ ରୂପାର ମୋହର । ସେଠାରେ ତ ଅସରନ୍ତି ଧନ ଥାଏ, ପୁଣି ଧୀରେ ଧୀରେ କମି କମି ଏବେ ଦେଖ କ’ଣ ସବୁ ବାହାରିଛି! କାଗଜର ନୋଟ୍ ବ୍ୟବହାର ହେଉଛି ନା । ବିଦେଶରେ ମଧ୍ୟ କାଗଜର ନୋଟ୍ ବ୍ୟବହାର କରୁଛନ୍ତି । କାଗଜ ତ କୌଣସି କାମର ନୁହେଁ । ବାକି ଆଉ କ’ଣ ରହିବ? ଏତେ ସବୁ ବଡ ବଡ କୋଠାଘର ସବୁ ଭାଙ୍ଗିଯିବ । ସେଥିପାଇଁ ବାବା କହୁଛନ୍ତି - ମିଠା-ମିଠା ପିଲାମାନେ, ଏବେ ଯାହା ସବୁ ଦେଖୁଛ, ଭାବିନିଅ ଏ ସବୁ କିଛି ନାହିଁ । ସବୁ ବିନାଶ ହୋଇଯିବ । ଯଦିଓ କେହି ବି କେତେ ସୁନ୍ଦର ହୁଅନ୍ତୁ ଶରୀର ତ ପୁରୁଣା ମୂଲ୍ୟହୀନ ଅଟେ । ଏହି ଦୁନିଆ ହିଁ ଆଉ ବାକି ଅଳ୍ପ ସମୟର । ତା’ର କୌଣସି ଠିକଣା ନାହିଁ । ବସୁ ବସୁ ମନୁଷ୍ୟର କ’ଣ ସବୁ ହୋଇଯାଉଛି । ହୃଦ୍‌ଘାତ ହୋଇଯାଉଛି । ମନୁଷ୍ୟର ଜୀବନ ଉପରେ କୌଣସି ଭରସା ନାହିଁ । ସତ୍ୟଯୁଗରେ ତ ଏଭଳି କିଛି ହେବ ନାହିଁ । ସେଠାରେ ଯୋଗବଳ ଦ୍ୱାରା କାୟା କଳ୍ପତରୁ ସମାନ ଅର୍ଥାତ୍ ଦୀର୍ଘାୟୁ ହେବ । ଏବେ ତୁମକୁ ବାବା ମିଳିଛନ୍ତି, ସିଏ କହୁଛନ୍ତି - ଏ ଦୁନିଆରେ ତୁମକୁ ଆଉ ରହିବାର ନାହିଁ । ଏହା ଛି-ଛି ଦୁନିଆ । ଏବେ ତ ତୁମକୁ ଯୋଗବଳ ଦ୍ୱାରା ନିଜର ଶୃଙ୍ଗାର କରିବାକୁ ହେବ । ସତ୍ୟଯୁଗରେ ପିଲା ମଧ୍ୟ ଯୋଗବଳ ଦ୍ୱାରା ଜନ୍ମ ହେବ । ସେଠାରେ ବିକାରର କଥା ହିଁ ନ ଥାଏ । ଯୋଗବଳ ଦ୍ୱାରା ତୁମେ ସାରା ବିଶ୍ୱକୁ ପାବନ କରୁଛ ତେବେ ବାକି ଆଉ ସବୁ ହେବା କ’ଣ ବଡ କଥା । ଏହି କଥାକୁ ସେହିମାନେ ହିଁ ବୁଝିପାରିବେ ଯେଉଁମାନେ ଆମ ରାଜଧାନୀର ହୋଇଥିବେ । ବାକି ଅନ୍ୟ ସମସ୍ତଙ୍କୁ ତ ନିଜ ଘର ଶାନ୍ତିଧାମକୁ ଯିବାକୁ ହେବ । କିନ୍ତୁ ମନୁଷ୍ୟ ତାକୁ ଘର ବୋଲି ଭାବୁ ନାହାଁନ୍ତି । ସେମାନେ ତ କହୁଛନ୍ତି ଗୋଟିଏ ଆତ୍ମା ଯାଉଛି, ଆଉ ଗୋଟିଏ ଆସୁଛି । ସୃଷ୍ଟିର ବୃଦ୍ଧି ହୋଇ ହୋଇ ଚାଲିଛି । ରଚୟିତା ଏବଂ ରଚନାକୁ ତୁମେମାନେ ଜାଣିଛ, ସେଥିପାଇଁ ଅନ୍ୟମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛ । ଭାବୁଛ ସେମାନେ ମଧ୍ୟ ବାବାଙ୍କର ବିଦ୍ୟାର୍ଥୀ ହୋଇଯାଆନ୍ତୁ, ସବୁ କିଛି ଜାଣି ଯାଆନ୍ତୁ, ଖୁସିରେ ରୁହନ୍ତୁ । ଆମେମାନେ ତ ଏବେ ଅମର ଲୋକକୁ ଯାଉଛୁ । ଅଧାକଳ୍ପ ଧରି ତୁମେ କେବଳ ମିଛ କଥା ସବୁ ଶୁଣି ଆସିଛ । ଏବେ ତ ଆମେ ଅମରଲୋକକୁ ଯିବା, ସେଥିପାଇଁ ବହୁତ ଖୁସି ହେବା ଦରକାର । ଏହି ମୃତ୍ୟୁ ଲୋକ ଏବେ ସମାପ୍ତ ହୋଇଯିବ । ଆମେ ଖୁସିର ସମ୍ପତ୍ତିରେ ଏବେ ଏହିଠାରୁ ହିଁ ଭରପୁର ହୋଇ ସେଠାକୁ ଯାଉଛୁ । ତେଣୁ ଏହି ରୋଜଗାର କରିବାରେ, ନିଜର ବୁଦ୍ଧି ରୂପୀ ଝୁଲା ଭରପୁର କରିବାରେ ଲାଗିଯିବା ଦରକାର । ସମୟ ବ୍ୟର୍ଥରେ ନଷ୍ଟ କରିବା ଉଚିତ୍ ନୁହେଁ । ବାସ୍‌, ଏବେ ତ ଆମକୁ ଅନ୍ୟମାନଙ୍କର ସେବା କରିବାକୁ ହେବ, ସମସ୍ତଙ୍କର ଝୁଲା ଭରିବାକୁ ହେବ । ଦୟାର ସାଗର କିପରି ହେବ - ଏହା ବାବା ଶିଖାଉଛନ୍ତି । ଅନ୍ଧର ବାଡି ହେବାକୁ ପଡିବ । ଏହି ପ୍ରଶ୍ନ ତ କୌଣସି ସନ୍ନ୍ୟାସୀ, ବିଦ୍ୱାନ ଆଦି ପଚାରି ପାରିବେ ନାହିଁ । ସେମାନଙ୍କୁ ସ୍ୱର୍ଗ କେଉଁଠି, ନର୍କ କେଉଁଠି ଜଣା ନାହିଁ । ଚାହେଁ କେତେ ବି ବଡ ବଡ ପଦାଧିକାରୀ ହୁଅନ୍ତୁ, ଏରୋପ୍ଲୋନ୍‌ର ଚିଫ୍ କମାଣ୍ଡାର ହୁଅନ୍ତୁ, ଯୁଦ୍ଧର ଚିଫ୍ କମାଣ୍ଡାର ହୁଅନ୍ତୁ, ଷ୍ଟିମରର ହୁଅନ୍ତୁ, କିନ୍ତୁ ତୁମ ଆଗରେ ଏମାନେ କିଛି ନୁହଁନ୍ତି । ତୁମେମାନେ ଜାଣିଛ, ଆଉ ବାକି ଅଳ୍ପ ସମୟ ଅଛି । ସ୍ୱର୍ଗକୁ ତ କେହି ଜାଣି ନାହାଁନ୍ତି । ବର୍ତ୍ତମାନ ତ ସବୁ ସ୍ଥାନରେ ମାରପିଟ୍ ଚାଲିଛି, ଏହାପରେ ପୁଣି ସେମାନଙ୍କୁ ଏରୋପ୍ଲେନ କିମ୍ବା ସୈନ୍ୟ ସାମନ୍ତ ଆଦିର ଆବଶ୍ୟକତା ରହିବ ନାହିଁ । ଏ ସବୁ ବିନାଶ ହୋଇଯିବ । ବାକି ଆଉ ଅଳ୍ପ ସଂଖ୍ୟକ ମନୁଷ୍ୟ ରହିବେ । ଏହି ବିଜୁଳି, ଏରୋପ୍ଲେନ ଆଦି ରହିବ କିନ୍ତୁ ଦୁନିଆ କେତେ ଛୋଟ ହୋଇଯିବ, କେବଳ ଭାରତ ହିଁ ରହିବ । ଯେପରି ମଡେଲ୍ ଛୋଟ ରୂପରେ ତିଆରି କରିଥା’ନ୍ତି ନା । ଶେଷ ସମୟରେ ମୃତ୍ୟୁ କିପରି ଆସିବ ଏକଥା ଅନ୍ୟ କାହାର ବୁଦ୍ଧିରେ ରହିବ ନାହିଁ । ତୁମେମାନେ ତ ଜାଣିଛ ଏବେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ । ସେମାନେ କହୁଛନ୍ତି ଆମେ ଏଠାରେ ବସି ବସି ବୋମା ଫିଙ୍ଗିବୁ, ଯେଉଁଠି ପଡିବ ସେମାନଙ୍କର ବିନାଶ ହୋଇଯିବ । ସେତେବେଳେ ସୈନ୍ୟସାମନ୍ତ ଆଦିର ଦରକାର ପଡିବ ନାହିଁ । ଗୋଟିଏ ଗୋଟିଏ ଏରୋପ୍ଲେନ୍ ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଯାଉଛି । ବର୍ତ୍ତମାନ ସମସ୍ତଙ୍କ ପାଖରେ କେତେ କେତେ ସୁନା ରଖିଛନ୍ତି । ଟନ୍ ଟନ୍ ସୁନା ରଖିଛନ୍ତି, ସେସବୁ ସମୁଦ୍ରକୁ ଚାଲିଯିବ ।

ଏହି ସାରା ରାବଣ ରାଜ୍ୟ ଯେପରି ଗୋଟିଏ ଦୀପ । ଏଠାରେ ଅଂସଖ୍ୟ ମନୁଷ୍ୟ ଅଛନ୍ତି । ଏବେ ତୁମେ ସମସ୍ତେ ନିଜର ରାଜ୍ୟ ସ୍ଥାପନ କରୁଛ । ତେଣୁ ସେବାରେ ବ୍ୟସ୍ତ ରହିବା ଉଚିତ୍ । ଦେଖ କେଉଁଠି ବନ୍ୟା ଆସିଗଲେ କିପରି ବ୍ୟସ୍ତ ହୋଇଯାଉଛନ୍ତି । ବନ୍ୟା ବିପନ୍ନ ଲୋକମାନଙ୍କୁ ଖାଦ୍ୟ ପଠାଇବାର ସେବାରେ ଲାଗିଯାଉଛନ୍ତି । ପାଣି ମାଡି ଆସିଲେ ସମସ୍ତେ ଦୌଡିବା ଆରମ୍ଭ କରନ୍ତି । ତେଣୁ ଏଥିରୁ ବିଚାର କର କେମିତି ସମାପ୍ତ ହେବ । ସୃଷ୍ଟିର ଚତୁର୍ଦ୍ଦିଗରେ ସାଗର ରହିଛି । ବିନାଶ ହେଲେ ପ୍ରଥମେ ଜଳମୟ ହୋଇଯିବ,ଚାରିଆଡେ ଖାଲି ପାଣି ହିଁ ପାଣି । ବୁଦ୍ଧିରେ ଆସୁଛି ଆମର ଯେତେବେଳେ ରାଜ୍ୟ ଥିଲା, ସେତେବେଳେ ଏହି ବମ୍ବେ, କରାଚି ଆଦି ନ ଥିଲା । ସତ୍ୟଯୁଗରେ ଭାରତ କେତେ ଛୋଟ ଜାଗାରେ ରହିବ ତାହା ପୁଣି ମିଠା ପାଣି ପାଖରେ । ସେଠାରେ କୂଅ ଆଦିର ଆବଶ୍ୟକତା ନାହିଁ କାରଣ ସେଠାକାର ପାଣି ବହୁତ ମଧୁର । ନଦୀମାନଙ୍କରେ ଯାଇ ଖେଳକୁଦ କରିବେ । ସେଠାରେ କୌଣସି ଅଳିଆ ଆର୍ବଜନା ରହିବ ନାହିଁ । ତା’ର ନାମ ହିଁ ହେଉଛି ସ୍ୱର୍ଗ, ଅମରଲୋକ । ନାମ ଶୁଣି ମନ ହେଉଛି ବାବାଙ୍କଠାରୁ ଜଲ୍‌ଦି ପାଠପଢି ବର୍ସା ନେଇଯାଉ । ନିଜେ ପାଠପଢିବା ସହିତ ପୁଣି ଅନ୍ୟମାନଙ୍କୁ ମଧ୍ୟ ପଢାଉ । ସମସ୍ତଙ୍କୁ ସନ୍ଦେଶ ଦେଉ । ତେବେ କଳ୍ପ ପୂର୍ବରୁ ଯେଉଁମାନେ ସତ୍ୟଯୁଗର ସମ୍ପତ୍ତି ନେଇଥିବେ ବର୍ତ୍ତମାନ ସେହିମାନେ ହିଁ ନେବେ । ସେଥିପାଇଁ ପୁରୁଷାର୍ଥ କରିଚାଲିଛନ୍ତି କାରଣ ଦୁନିଆର ମନୁଷ୍ୟମାନେ ବାବାଙ୍କୁ ଜାଣିନାହାଁନ୍ତି । ବାବା କହୁଛନ୍ତି ପିଲାମାନେ ପବିତ୍ର ହୁଅ । ଯାହାଙ୍କୁ ହାତରେ ସ୍ୱର୍ଗର ସମ୍ପତ୍ତି ମିଳୁଛି ସିଏ କାହିଁକି ବା ପବିତ୍ର ନ ରହିବେ । ସମସ୍ତଙ୍କୁ କୁହ, ଆମକୁ ବାବାଙ୍କଠାରୁ ବିଶ୍ୱର ରାଜତ୍ୱ ମିଳୁଛି । ତେଣୁ ଆମେ କାହିଁକି ଗୋଟିଏ ଜନ୍ମ ପବିତ୍ର ନ ରହିବୁ । ଭଗବାନୁବାଚ - ତୁମେ ଯଦି ଏହି ଅନ୍ତିମ ଜନ୍ମରେ ପବିତ୍ର ରହିବ ତେବେ ୨୧ ଜନ୍ମ ପାଇଁ ପବିତ୍ର ଦୁନିଆର ମାଲିକ ହୋଇଯିବ । ତୁମେ କେବଳ ଏହି ଗୋଟିଏ ଜନ୍ମ ମୋର ଶ୍ରୀମତରେ ଚାଲ । ରକ୍ଷାବନ୍ଧନ ପର୍ବ ହେଉଛି ଏହାର ଚିହ୍ନ । ତେବେ କାହିଁକି ଆମେ ପବିତ୍ର ରହି ନ ପାରିବୁ । ବେହଦର ବାବା ଆମକୁ ପ୍ରତିଶ୍ରୃତି ଦେଉଛନ୍ତି । ବାବା ହିଁ ଭାରତକୁ ସ୍ୱର୍ଗର ସମ୍ପତ୍ତି ଦେଇଥିଲେ, ଯାହାକୁ ସୁଖଧାମ କୁହାଯାଉଛି । ସେଠାରେ ଅପାର ସୁଖ ଥିଲା । କିନ୍ତୁ ଏହା ହେଉଛି ଦୁଃଖଧାମ । ଯଦି କୌଣସି ବଡଲୋକଙ୍କୁ ତୁମେ ବୁଝାଇବ ତେବେ ସମସ୍ତେ ଶୁଣିବେ । ଯୋଗଯୁକ୍ତ ହୋଇ ସେମାନଙ୍କୁ ବୁଝାଅ । ତେବେ ସେମାନଙ୍କୁ ସମୟ ଜଣା ପଡିବ ନାହିଁ । କେହି କିଛି କହିପାରିବେ ନାହିଁ । ୧୫-୨୦ ମିନିଟ୍ ବଦଳରେ ଘଣ୍ଟା ଘଣ୍ଟା ବସି ଶୁଣିବେ । କିନ୍ତୁ ସେହିଭଳି ଯୋଗର ଶକ୍ତି ଦରକାର । ଦେହ-ଅଭିମାନ ରହିବା ଉଚିତ୍ ନୁହେଁ । ଏଠାରେ ତ କେବଳ ସେବା ହିଁ ସେବା କରିବାକୁ ହେବ, ତେବେ ଯାଇ ସମସ୍ତଙ୍କର କଲ୍ୟାଣ ହେବ । ଯଦି ରାଜା ହେବାକୁ ଚାହୁଁଛ ତେବେ ପ୍ରଜା କେତେ ତିଆରି କରିଛ । ବାବା କ’ଣ ତୁଚ୍ଛାଟାରେ ମୁକୁଟର ଅଧିକାରୀ କରିଦେବେ । ପ୍ରଜା କ’ଣ ଦ୍ୱିମୁକୁଟଧାରୀ ହେବେ କି? ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହିଁ ହେଉଛି ଦ୍ୱିମୁକୁଟଧାରୀ ହେବା । ବାବା ମଧ୍ୟ ପିଲାମାନଙ୍କ ଭିତରେ ଉତ୍ସାହ ଉଦ୍ଦୀପନା ଭରୁଛନ୍ତି । କହୁଛନ୍ତି - ତୁମ ମୁଣ୍ଡରେ ଜନ୍ମ-ଜନ୍ମାନ୍ତରର ପାପ ରହିଛି, ତାକୁ ଯୋଗବଳ ଦ୍ୱାରା ସମାପ୍ତ କରିବାକୁ ହେବ । ବାକି ଏହି ଜନ୍ମରେ କ’ଣ କ’ଣ ସବୁ କରିଛ ତାହା ତ ତୁମେମାନେ ଜାଣିଛ । ତେଣୁ ପାପ ଭସ୍ମ କରିବା ପାଇଁ ଏବେ ତୁମକୁ ଯୋଗ ଶିକ୍ଷା ଦିଆଯାଉଛି । ବାକି ଏହି ଜନ୍ମରେ ତ କିଛି କଥା ନାହିଁ । ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ଉପାୟ ବାବା ବତାଉଛନ୍ତି, ବାକି ଯଦି କୃପା ଚାହୁଁଛ ତେବେ ଯାଇ ସାଧୁମାନଙ୍କୁ ମାଗ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅମରଲୋକକୁ ଯିବା ପାଇଁ ସଂଗମଯୁଗରେ ଖୁସି ରୂପକ ସମ୍ପତ୍ତିରେ ଭରପୁର ହେବାକୁ ପଡିବ । ସମୟକୁ ନଷ୍ଟ କରିବା ଉଚିତ୍ ନୁହେଁ । ନିଜର ଅଣ୍ଟି ଭରପୁର କରି, ଦୟାଶୀଳ ହୋଇ ଅନ୍ଧମାନଙ୍କର ଲାଠି ହେବାକୁ ପଡିବ ।

(୨) ନିଜ ହାତରେ ସ୍ୱର୍ଗର ଉପହାର ଗ୍ରହଣ କରିବା ପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡିବ । ନିଜକୁ ସତ୍ତ୍ୱପ୍ରଧାନ କରିବାର ଉପାୟ ବାହାର କରି ନିଜ ଉପରେ ନିଜେ ହିଁ କୃପା କରିବାକୁ ହେବ । ଯୋଗବଳ ଜମା କରିବାକୁ ହେବ ।

ବରଦାନ:-
ହଜୁରଙ୍କୁ ସର୍ବଦା ସାଥୀରେ ରଖି ଯୁଗଳ ସ୍ୱରୂପରେ ଅନୁଭବ କରୁଥିବା ବିଶେଷ ପାର୍ଟଧାରୀ ଭବ ।

ପିଲାମାନେ ଯେତେବେଳେ ଦିଲ୍‌ର ସହିତ ବାବା ବୋଲି କହିଥାଆନ୍ତି ସେତେବେଳେ ଦିଲାରାମ ବାବା ମଧ୍ୟ ହାଜିର ହୋଇଯାଆନ୍ତି ସେଥିପାଇଁ କହିଥାଆନ୍ତି ହଜୁର ହାଜିର ଅଛନ୍ତି ଏବଂ ବିଶେଷ ଆତ୍ମାମାନେ ତ ସର୍ବଦା ଯୁଗଳ ରୂପରେ ହିଁ ରହିଥାଆନ୍ତି । ଲୋକମାନେ କୁହନ୍ତି ଯେଉଁଠି ଦେଖୁଛି ସେଠାରେ କେବଳ ତୁମେ ହିଁ ତୁମେ ଅଛ ଏବଂ ପିଲାମାନେ କହୁଛନ୍ତି ଆମେ ଯାହା ବି କରୁଛୁ, ଯେଉଁଆଡେ ବି ଯାଉଛୁ ବାବା ସାଥୀରେ ହିଁ ଅଛନ୍ତି । କଥାରେ ଅଛି କରିକରାଇବାବାଲା, ଅର୍ଥାତ୍ କରିବାବାଲା କର୍ମକର୍ତ୍ତା ଏବଂ କରାଇବାବାଲା ନିର୍ଦ୍ଦେଶକର୍ତ୍ତା ଉଭୟ ଏକାଠି ଅଛନ୍ତି । ଏହିଭଳି ସ୍ମୃତିରେ ରହି ସେବାର ପାର୍ଟ କରୁଥିବା ଆତ୍ମାମାନେ ବିଶେଷ ପାର୍ଟଧାରୀ ହୋଇଯାଆନ୍ତି ।

ସ୍ଲୋଗାନ:-
ଯଦି ନିଜକୁ ଏହି ପୁରୁଣା ଦୁନିଆରେ ଗେଷ୍ଟ (ଅତିଥି) ମନେକରି ରହିବ ତେବେ ପୁରୁଣା ସଂସ୍କାର ଏବଂ ପୁରୁଣା ସଂକଳ୍ପ ଗୁଡିକୁ ଗେଟ୍ ଆଉଟ୍ କରିପାରିବ ।