19.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସର୍ବଦା
ଏହି ଖୁସିରେ ରୁହ କି ଆମକୁ କିଏ ପାଠ ପଢାଉଛନ୍ତି, ତେବେ ଏହା ମଧ୍ୟ ମନମନାଭବ ଅଟେ, ତୁମେମାନେ
ଏଥିପାଇଁ ଖୁସୀ ହେଉଛ ଯେ କାଲି ଆମେ ପଥର ବୁଦ୍ଧି ଥିଲୁ, ଆଜି ପାରସ ବୁଦ୍ଧି ହୋଇଯାଇଛୁ ।’’
ପ୍ରଶ୍ନ:-
ଭାଗ୍ୟ ଉଦୟ
ହେବାର ଆଧାର କ’ଣ?
ଉତ୍ତର:-
ନିଶ୍ଚୟ । ଯଦି ଭାଗ୍ୟ ଉଦୟ ହେବାରେ ଡେରି ଥିବ, ତେବେ ଛୋଟେଇ-ଛୋଟେଇ ଚାଲିବେ । ନିଶ୍ଚୟ ବୁଦ୍ଧି
ଆତ୍ମା ଭଲ ଭାବରେ ପାଠପଢି ଦ୍ରୁତଗତିରେ ଆଗକୁ ବଢି ଚାଲିବେ । ଯଦି କୌଣସି କଥାରେ ସଂଶୟ ଥିବ ତେବେ
ପଛରେ ରହିଯିବେ । ଯେଉଁମାନେ ନିଶ୍ଚୟବୁଦ୍ଧି ହୋଇ ନିଜର ବୁଦ୍ଧିକୁ ବାବାଙ୍କ ପର୍ଯ୍ୟନ୍ତ
ଦୈାଡାଉଛନ୍ତି ଅର୍ଥାତ୍ ବାବାଙ୍କ ସହିତ ଲଗାଉଛନ୍ତି, ସେମାନେ ସତ୍ତ୍ୱପ୍ରଧାନ ହୋଇଯାଇଥାଆନ୍ତି ।
ଓମ୍ ଶାନ୍ତି ।
ବିଦ୍ୟାର୍ଥୀମାନେ
ବିଦ୍ୟାଳୟରେ ପାଠ ପଢନ୍ତି ଏବଂ ଜାଣିଥା’ନ୍ତି ଯେ ଆମକୁ ପାଠପଢି କ’ଣ ହେବାର ଅଛି । ସେହିପରି
ମିଠା-ମିଠା ଆତ୍ମିକ ସନ୍ତାନମାନଙ୍କର ବୁଦ୍ଧିରେ ମଧ୍ୟ ଆସିବା ଦରକାର ଯେ, ଆମେ ସତ୍ୟଯୁଗୀ
ପାରସପୁରୀର ମାଲିକ ହେବାକୁ ଯାଉଛୁ । ତେଣୁ ଏହି ଦେହର ସମ୍ବନ୍ଧ ଆଦିକୁ ସବୁ ଛାଡିବାକୁ ହେବ । ଏବେ
ଆମକୁ ପାରସ ପୁରୀର ମାଲିକ ପାରସନାଥ ହେବାକୁ ହେବ, ସାରାଦିନ ଏହି ଖୁସି ରହିବା ଉଚିତ୍ । ତୁମେମାନେ
ଜାଣିଛ - ପାରସବୁଦ୍ଧି କାହାକୁ କୁହାଯାଉଛି? ସେଠାରେ ଘର ଆଦି ସବୁ ସୁନା-ଚାନ୍ଦିର ହେବ । ଏଠାରେ
ତ ପଥର-ଇଟାର ଘର ତିଆରି ହେଉଛି । ଏବେ ପୁଣି ତୁମେମାନେ ପଥର ବୁଦ୍ଧିରୁ ପାରସବୁଦ୍ଧି ହେଉଛ । ତେବେ
ବାବା ଏଠାକୁ ଆସିଲେ ହିଁ ପଥର ବୁଦ୍ଧିରୁ ପାରସବୁଦ୍ଧି କରାଇବେ ନା! ତୁମେମାନେ ଏଠାରେ ବସିଛ ଏବଂ
ଜାଣିଛ ଯେ, ଆମର ସ୍କୁଲ ସବୁଠାରୁ ଉଚ୍ଚ । ଏହି ସ୍କୁଲ ଠାରୁ ବଡ ସ୍କୁଲ୍ ଆଉ ନାହିଁ । ଏହି ସ୍କୁଲ୍ରୁ
ତୁମେମାନେ କୋଟି-କୋଟି ପଦ୍ମ ଭାଗ୍ୟଶାଳୀ ବିଶ୍ୱର ମାଲିକ ହେଉଛ । ତେଣୁ ତୁମ ସନ୍ତାନମାନଙ୍କ ଭିତରେ
କେତେ ଖୁସି ରହିବା ଉଚିତ୍ । ଏହି ପଥର ପୁରୀରୁ ପାରସ ପୁରୀକୁ ଯିବା ପାଇଁ ଏହା ହେଉଛି
ପୁରୁଷୋତ୍ତମ ସଗଂମଯୁଗ । କାଲି ପଥର ବୁଦ୍ଧି ଥିଲ, ଆଜି ପାରସବୁଦ୍ଧି ହେଉଛ । ଏହି ସବୁ କଥା
ବୁଦ୍ଧିରେ ରହିଲେ ମଧ୍ୟ ମନମନାଭବ ଅଟେ । ପାଠ ପଢାଇବା ପାଇଁ ସ୍କୁଲ୍କୁ ଶିକ୍ଷକମାନେ ଆସିଥା’ନ୍ତି
। ଛାତ୍ରମାନଙ୍କ ମନରେ ମଧ୍ୟ ରହିଥାଏ, ଏବେ ଶିକ୍ଷକ ଆସିବେ । ତୁମେ ସନ୍ତାନମାନେ ମଧ୍ୟ ଜାଣିଛ -
ଆମର ଶିକ୍ଷକ ହେଲେ ସ୍ୱୟଂ ଭଗବାନ । ସେ ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି । ତେଣୁ ନିଶ୍ଚୟ
ସଂଗମଯୁଗରେ ହିଁ ଆସିବେ । ଏବେ ତୁମେମାନେ ଜାଣୁଛ ମନୁଷ୍ୟମାନେ ଡାକି ଚାଲିଛନ୍ତି ଏବଂ ସେ ଏହି
ସୃଷ୍ଟିକୁ ଆସିଗଲେଣି । କଳ୍ପ ପୂର୍ବରୁ ମଧ୍ୟ ଏପରି ହୋଇଥିଲା । ସେଥିପାଇଁ ଶାସ୍ତ୍ରରେ ଲେଖାଯାଇଛି
ବିନାଶ କାଳେ ବିପରୀତ ବୁଦ୍ଧି, କାହିଁକି ନା ସେମାନେ ହେଲେ ପଥର ବୁଦ୍ଧି । ତୁମମାନଙ୍କର ବିନାଶ
କାଳେ ପ୍ରୀତିବୁଦ୍ଧି ହେଉଛି । ତୁମମାନଙ୍କର ବୁଦ୍ଧି ଏବେ ପାରସ ହେଉଛି । ତେବେ ଏହିପରି କୌଣସି
ଉପାୟ ବାହାର କରିବା ଉଚିତ୍ ଯାହା ଦ୍ୱାରା ମନୁଷ୍ୟ ତୁରନ୍ତ ବୁଝିଯିବେ । ଏଠାକୁ ତ ବହୁତଙ୍କୁ ନେଇ
ଆସୁଛନ୍ତି, ତଥାପି କହୁଛନ୍ତି ଶିବବାବା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ କିପରି ପାଠ ପଢାଉଥିବେ!
କିପରି ଆସୁଥିବେ? କିଛି ହେଲେ ବୁଝୁ ନାହାଁନ୍ତି । ଏତେ ସବୁ ସେଣ୍ଟରକୁ ଆସୁଛନ୍ତି, ତେବେ ଏମାନେ
ନିଶ୍ଚୟ ବୁଦ୍ଧି ଅଟନ୍ତି ନା । ସମସ୍ତେ କହୁଛନ୍ତି ଶିବ ଭଗବାନୁବାଚ ଏବଂ ସେହି ଶିବବାବା ହିଁ
ସମସ୍ତଙ୍କର ପିତା ଅଟନ୍ତି । କୃଷ୍ଣଙ୍କୁ ସମସ୍ତଙ୍କର ପିତା କୁହାଯିବ ନାହିଁ । ଏଥିରେ ଦ୍ୱନ୍ଦ୍ୱର
କୌଣସି କଥା ନାହିଁ । କିନ୍ତୁ ଯଦି ଭାଗ୍ୟ ଡ଼େରିରେ ଖୋଲିବାର ଥିବ ତେବେ ଛୋଟେଇ ଛୋଟେଇ ଚାଲିବେ ।
କମ୍ ପାଠୁଆକୁ କୁହାଯାଏ - ଇଏ ଛୋଟାଉଛି । ଯେଉଁମାନେ ସଂଶୟ ବୁଦ୍ଧି ସେମାନେ ପଛରେ ରହିଯିବେ ।
ନିଶ୍ଚୟ ବୁଦ୍ଧି, ଭଲ ଭାବରେ ପାଠ ପଢ଼ି ଆଗକୁ ଦ୍ରୁତ ଗତିରେ ବଢିଚାଲିବେ । ବାବା କେତେ ସରଳ ଭାବରେ
ବୁଝାଉଛନ୍ତି । ଯେପରି ପିଲାମାନେ ଦୌଡ ପ୍ରତିଯୋଗିତାରେ ଦୌଡି଼ ଦୌଡି ଚିହ୍ନ ପର୍ଯ୍ୟନ୍ତ ଯାଇ ପୁଣି
ଫେରିଆସନ୍ତି । ବାବା ମଧ୍ୟ କହୁଛନ୍ତି ଯେତେ ଜଲଦି ବୁଦ୍ଧିକୁ ଶିବବାବାଙ୍କ ପାଖକୁ ଦୌଡ଼ାଇବ ସେତେ
ଜଲଦି ସତ୍ତ୍ୱପ୍ରଧାନ ହୋଇଯିବ । ଯେଉଁମାନେ ଏଠାରେ ବହୁତ ଭଲ ଭାବରେ ବୁଝୁଛନ୍ତି ତୀର ବି ଲାଗୁଛି,
କିନ୍ତୁ ଏଠାରୁ ବାହାରକୁ ଗଲେ ତ ସବୁ ସମାପ୍ତ ହୋଇଯାଉଛି । ବାବା ଜ୍ଞାନର ଇଞ୍ଜେକ୍ସନ୍
ଲଗାଉଛନ୍ତି, ତେବେ ତା’ର ନିଶା ମଧ୍ୟ ଚଢିବା ଦରକାର ନା । କିନ୍ତୁ ଚଢୁ ହିଁ ନାହିଁ । ଏଠାରେ
ଜ୍ଞାନ ଅମୃତର ପିଆଲା ପିଉଛନ୍ତି, ତେଣୁ ତା’ର ପ୍ରଭାବ ରହୁଛି, ନିଶା ଚଢୁଛି । ବାହାରକୁ ଗଲେ ପୁଣି
ଭୁଲିଯାଉଛନ୍ତି । ପିଲାମାନେ ଜାଣିଛନ୍ତି - ଜ୍ଞାନ ସାଗର, ପତିତ ପାବନ ସଦ୍ଗତି ଦାତା ମୁକ୍ତିଦାତା
ଏକମାତ୍ର ବାବା ହିଁ ଅଟନ୍ତି । ସେ ହିଁ ପ୍ରତ୍ୟେକ କଥାର ସମ୍ପତ୍ତି ଅର୍ଥାତ୍ ବର୍ସା ଦେଉଛନ୍ତି ।
ବାବା କହୁଛନ୍ତି ସନ୍ତାନମାନେ ତୁମେମାନେ ମଧ୍ୟ ପୂରା ସାଗର ହୁଅ । ମୋ ପାଖରେ ଯେତେ ଜ୍ଞାନ ଅଛି,
ତୁମେମାନେ ମଧ୍ୟ ସେ ସବୁକୁ ଧାରଣ କର ।
ଶିବବାବାଙ୍କର ଦେହର ନିଶା
ନାହିଁ । ବାବା କହୁଛନ୍ତି, ପିଲାମାନେ ମୁଁ ତ ସର୍ବଦା ଶାନ୍ତ ରହୁଛି । ତୁମମାନଙ୍କର ମଧ୍ୟ
ଯେତେବେଳେ ଦେହ ନ ଥିଲା ସେ ସମୟରେ ଦେହର ନିଶା ନ ଥିଲା । ଶିବବାବା କହୁନାହାଁନ୍ତି ଯେ ଏହା ମୋର
ନିଜର ଶରୀର । ଶିବବାବା ଏହି ଶରୀରକୁ ଲୋନ ଅର୍ଥାତ୍ ଧାର ନେଇଛନ୍ତି, ତେବେ ଲୋନ୍ ନେଇଥିବା ଜିନିଷ
କ’ଣ ନିଜର ହୁଏ? ମୁଁ ଏହାଙ୍କ ଶରୀରରେ ଅଳ୍ପ ସମୟ ପାଇଁ ସେବା କରିବା ଉଦ୍ଦେଶ୍ୟରେ ପ୍ରବେଶ କରିଛି
। ଏବେ ତୁମମାନଙ୍କୁ ଘରକୁ ଫେରିଯିବାକୁ ହେବ, ତେଣୁ ଭଗବାନଙ୍କ ସହିତ ମିଶିବା ପାଇଁ ଦୌଡ଼ିବା ଉଚିତ୍
। ଏତେ ଯଜ୍ଞ ତପ ଆଦି କରୁଛନ୍ତି, ବୁଝୁ ନାହାଁନ୍ତି ଯେ ସେ ମିଳିବେ କିପରି? ଭାବୁଛନ୍ତି କୌଣସି
ନା କୌଣସି ରୂପରେ ଭଗବାନ ଆସିବେ । ବାବା ତ ବହୁତ ସହଜ ଭାବରେ ବୁଝାଉଛନ୍ତି, ପ୍ରଦର୍ଶନୀରେ ମଧ୍ୟ
ତୁମେମାନେ ବୁଝାଅ । ସତ୍ୟଯୁଗ-ତ୍ରେତାଯୁଗର ଆୟୁଷ ମଧ୍ୟ ଲେଖାଯାଇଛି । ଏଥିରେ ୨୫୦୦ ବର୍ଷ
ପର୍ଯ୍ୟନ୍ତ ବିଲ୍କୁଲ୍ ଠିକ୍ ଅଛି । ସୂର୍ଯ୍ୟବଂଶୀମାନଙ୍କ ପରେ ପରେ ପୁଣି ଚନ୍ଦ୍ରବଂଶୀରେ
ଆସିଥା’ନ୍ତି ପୁଣି ଦେଖାଅ ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହେଲା, ଭାରତ ପତିତ ହେବାକୁ ଲାଗିଲା ।
ଦ୍ୱାପର ଯୁଗ ଏବଂ କଳିଯୁଗରେ ରାବଣ ରାଜ୍ୟ ଆରମ୍ଭ ହେଲା, ଯାହାର ତିଥି-ତାରିଖ ସବୁ ଏଥିରେ
ଲେଖାଯାଇଛି । ମଝିରେ ରହିଛି ସଙ୍ଗମଯୁଗ । ତେବେ ରଥ ମଧ୍ୟ ନିଶ୍ଚୟ ଦରକାର ନା । ଏହି ରଥରେ
ପ୍ରବେଶ କରି ବାବା ରାଜଯୋଗର ଶିକ୍ଷା ଦେଉଛନ୍ତି, ଯେଉଁ ଶିକ୍ଷା ଦ୍ୱାରା ସେମାନେ
ଲକ୍ଷ୍ମୀ-ନାରାୟଣ ପଦବୀକୁ ପ୍ରାପ୍ତ କରୁଛନ୍ତି । କାହାକୁ ବି ଜ୍ଞାନ ବୁଝାଇବା ବହୁତ ସହଜ ।
ଲକ୍ଷ୍ମୀ-ନାରାୟଣଙ୍କର ରାଜତ୍ୱ କେତେ ସମୟ ଚାଲୁଛି । ଆଉ ସବୁ ପରିବାର ହଦର ଅଟେ । ଏହା ବେହଦର ।
ତେବେ ଏହି ବେହଦର ଇତିହାସ-ଭୂଗୋଳକୁ ଜାଣିବା ଦରକାର ନା । ବର୍ତ୍ତମାନ ହେଉଛି ସଂଗମଯୁଗ । ପୁଣି
ଦୈବୀ ରାଜ୍ୟ ସ୍ଥାପନ ହେଉଛି । ଏହି ପଥରପୁରୀ, ପୁରୁଣା ଦୁନିଆର ବିନାଶ ହେବ । ବିନାଶ ନ ହେଲେ,
ନୂଆ ଦୁନିଆ କିପରି ଆସିବ । ବର୍ତ୍ତମାନ କହୁଛନ୍ତି ନୂଆ ଦିଲ୍ଲୀ । ଏବେ ତୁମେମାନେ ଜାଣୁଛ
ବାସ୍ତବରେ ନୂଆ ଦିଲ୍ଲୀ କେବେ ହେବ । ନୂଆ ଦୁନିଆରେ, ନୂଆ ଦିଲ୍ଲୀ ହେବ । ଗାୟନ ମଧ୍ୟ କରନ୍ତି
ଯମୁନା ନଦୀ କୂଳରେ ମହଲ ହେବ । ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ହେବ ସେତେବେଳେ କୁହାଯିବ
ନୂଆ ଦିଲ୍ଲୀ, ପାରସପୁରୀ । ନୂଆ ରାଜ୍ୟ ତ ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ହିଁ ହେବ । ମନୁଷ୍ୟ
ତ ଏ କଥା ମଧ୍ୟ ଭୁଲିଯାଇଛନ୍ତି ଯେ ଡ୍ରାମା କିପରି ଆରମ୍ଭ ହେଉଛି । ମୁଖ୍ୟ ଅଭିନେତା କିଏ-କିଏ,
ତାହା ଜାଣିବା ଦରକାର ନା । ଅଭିନେତା ତ ବହୁତ ଅଛନ୍ତି କିନ୍ତୁ ମୁଖ୍ୟ ଅଭିନେତାଙ୍କୁ ତୁମେମାନେ
ଜାଣିଛ, ତୁମେ ମଧ୍ୟ ଏହି ନାଟକର ମୁଖ୍ୟ ଏକ୍ଟର୍ସ ଅଟ । ସବୁଠାରୁ ମୁଖ୍ୟ ପାର୍ଟ ତୁମେମାନେ କରୁଛ
। ତୁମେମାନେ ଆତ୍ମିକ ସମାଜ ସେବକ ଅଟ । ବାକି ସବୁ ଶାରୀରିକ ସମାଜ ସେବକ ଅଟନ୍ତି । ତୁମେମାନେ
ଆତ୍ମାକୁ ବୁଝାଉଛ, ଆତ୍ମା ହିଁ ଏଠାରେ ପାଠ ପଢୁଛି । ମନୁଷ୍ୟ ଭାବୁଛନ୍ତି ଶରୀର ପଢୁଛି । ଏ କଥା
କାହାକୁ ମଧ୍ୟ ଜଣା ନାହିଁ କି ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା ପଢୁଛି । ବାରିଷ୍ଟର ଆଦି ମୁଁ
ଆତ୍ମା ହେଉଛି । ଏବେ ବାବା ଆମକୁ ପାଠ ପଢାଉଛନ୍ତି । ସଂସ୍କାର ମଧ୍ୟ ଆତ୍ମାରେ ରହୁଛି । ଆତ୍ମା
ହିଁ ସଂସ୍କାର ନେଇ କରି ଯିବ ପୁଣି ଆସି ନୂଆ ଦୁନିଆରେ ରାଜ୍ୟ କରିବ, ଯେପରି ସତ୍ୟଯୁଗରେ ରାଜଧାନୀ
ଚାଲିଥିଲା ସେହିପରି ପୁଣି ଆରମ୍ଭ ହୋଇଯିବ । ଏଥିରେ କିଛି ପଚାରିବାର ଆବଶ୍ୟକତା ନାହିଁ । ମୁଖ୍ୟ
କଥା ହେଉଛି - ଦେହ-ଅଭିମାନରେ କେବେ ହେଲେ ଆସ ନାହିଁ । ନିଜକୁ ଆତ୍ମା ମନେ କର । କୌଣସି ବିକର୍ମ
କରନାହିଁ । ଯୋଗଯୁକ୍ତ ହୋଇ ରୁହ, ନଚେତ୍ ଗୋଟିଏ ବିକର୍ମର ବୋଝ ଶହେଗୁଣା ହୋଇଯିବ । ହାଡ଼ଗୋଡ଼ ଏକଦମ୍
ଭାଙ୍ଗିଯିବ । ଏଥିରେ ପୁଣି ମୁଖ୍ୟ ବିକାର ହେଉଛି କାମ । କେହି କେହି କହୁଛନ୍ତି - ପିଲାମାନେ
ହଇରାଣ କରୁଛନ୍ତି, ପୁଣି ସେମାନଙ୍କୁ ମାରିବାକୁ ପଡ଼ୁଛି । ଏଥିରେ ପଚାରିବାର କୌଣସି କଥା ନାହିଁ ।
ଏହାକୁ ଛୋଟ ପଇସାକର ପାପ କୁହାଯିବ । ତୁମମାନଙ୍କ ମୁଣ୍ଡ ଉପରେ ତ ଜନ୍ମ-ଜନ୍ମାନ୍ତରର ପାପ ରହିଛି;
ପ୍ରଥମେ ତାକୁ ତ ଭସ୍ମ କର । ବାବା ପବିତ୍ର ହେବାର ବହୁତ ସହଜ ଉପାୟ ବତାଉଛନ୍ତି । ତୁମେମାନେ
ଏକମାତ୍ର ବାବାଙ୍କ ସ୍ମରଣ ଦ୍ୱାରା ପାବନ ହୋଇଯିବ । ଭଗବାନୁବାଚ - ମୁଁ ତୁମ ଆତ୍ମାମାନଙ୍କ ସହିତ
କଥାବାର୍ତ୍ତା ହେଉଛି । ଅନ୍ୟ କୌଣସି ମନୁଷ୍ୟ ଏକଥା ବୁଝିପାରିବେ ନାହିଁ । ସେମାନେ ତ ନିଜକୁ
ଶରୀର ହିଁ ଭାବୁଛନ୍ତି । ବାବା କହୁଛନ୍ତି ମୁଁ ତୁମ ଆତ୍ମାମାନଙ୍କୁ ବୁଝାଉଛି । ଗାୟନ ମଧ୍ୟ
କରାଯାଏ, ଆତ୍ମା ଏବଂ ପରମାତ୍ମାଙ୍କର ମେଳା ଲାଗୁଛି । ଏଥିରେ କୌଣସି ଶବ୍ଦ ଝାଞ୍ଜ କୀର୍ତ୍ତନ ଆଦି
କରିବାର ନାହିଁ । ଏହା ତ ହେଉଛି ପାଠପଢା, ଦୂର-ଦୂରରୁ ବାବାଙ୍କ ପାଖକୁ ଆସୁଛନ୍ତି । ଯେଉଁମାନେ
ନିଶ୍ଚୟବୁଦ୍ଧି ହୋଇଥିବେ, ଆଗକୁ ସେମାନଙ୍କୁ ବହୁତ ଆକର୍ଷଣ ହେବ । ଏବେ କାହାକୁ ଏତେ ଆକର୍ଷଣ
ହେଉନାହିଁ, କାହିଁକିନା ଯୋଗ କରୁନାହାଁନ୍ତି । ଯେପରି ଯାତ୍ରାରୁ ଯେତେବେଳେ ଘରକୁ ଫେରିଥା’ନ୍ତି,
ଘର ପାଖରେ ପହଞ୍ଚିଲେ ଘର ମନେ ପଡିଥାଏ ପିଲାମାନେମନେ ପଡ଼ିଥା’ନ୍ତି । ଘରେ ପହଞ୍ଚିବା ମାତ୍ରେ
ଖୁସିରେ ଆସି ମିଶିଥା’ନ୍ତି । ଖୁସି ଦ୍ୱିଗୁଣିତ ହୋଇଯାଏ । ପ୍ରଥମେ ପ୍ରଥମେ ସ୍ତ୍ରୀ ମନେ ପଡ଼ିବ,
ପୁଣି ପିଲାଛୁଆ ଆଦି ମନେ ପଡ଼ିବେ । ସେହିପରି ତୁମମାନଙ୍କୁ ଘର ପରମଧାମ ମନେ ପଡିବ, ମନେ ପଡିଯିବ
ଯେ ଆମେ ଘରକୁ ଯାଉଛୁ, ସେଠାରେ କେବଳ ବାବା ଏବଂ ସନ୍ତାନମାନେ ହିଁ ରହିଥା’ନ୍ତି । ତେବେ ଡ଼ବଲ ଖୁସି
ହେଉଛି ଯେ, ଶାନ୍ତିଧାମ ଘରକୁ ଯିବୁ, ପୁଣି ରାଜଧାନୀକୁ ଆସିବୁ । ବାସ୍ ଏବେ କେବଳ ବାବାଙ୍କୁ ମନେ
ପକାଇବାକୁ ହେବ, ବାବା କହୁଛନ୍ତି ମନମନାଭବ । ନିଜକୁ ଆତ୍ମା ନିଶ୍ଚୟ କରି ବାବା ଏବଂ ବର୍ସାକୁ ମନେ
ପକଅ । ବାବା ତୁମମାନଙ୍କୁ ଗୁଲ୍ ଗୁଲ୍ ଅର୍ଥାତ୍ ଫୁଲ ସଦୃଶ କରି, ନୟନରେ ବସାଇ ସାଥିରେ ନେଇଯିବେ
। ଏଥିରେ ଟିକିଏ ହଲେ ବି କଷ୍ଟ ନାହିଁ । ଯେପରି ମଶାମାନଙ୍କର ଦଳ ଯାଇଥାଏ ନା । ତୁମେ ଆତ୍ମାମାନେ
ମଧ୍ୟ ଏହିପରି ବାବାଙ୍କ ସହିତ ଯିବ । ପବିତ୍ର ହେବା ପାଇଁ ତୁମେମାନେ ବାବାଙ୍କୁ ସ୍ମରଣ କରୁଛ, ଘର
ଅର୍ଥାତ୍ ପରମାଧାମକୁ ନୁହେଁ ।
ବାବାଙ୍କର ଦୃଷ୍ଟି
ପ୍ରଥମେ-ପ୍ରଥମେ ଗରୀବ ସନ୍ତାନମାନଙ୍କ ଉପରେ ପଡୁଛି । ବାବା ଦୀନବନ୍ଧୁ ଅଟନ୍ତି ନା । ତୁମେ ମଧ୍ୟ
ଗାଁକୁ ସେବା କରିବାକୁ ଯାଉଛ । ବାବା କହୁଛନ୍ତି ମୁଁ ମଧ୍ୟ ତୁମମାନଙ୍କର ଗାଁକୁ ଅର୍ଥାତ୍ ଏ
ଦୁନିଆକୁ ପାରସପୁରୀ କରୁଛି । ବର୍ତ୍ତମାନ ତ ଏହା ନର୍କ, ପୁରୁଣା ଦୁନିଆ ଅଟେ । ଏହାକୁ ନିଶ୍ଚୟ
ଭାଙ୍ଗିବାକୁ ପଡ଼ିବ । ନୂଆ ଦୁନିଆରେ ନୂଆ ଦିଲ୍ଲୀ, ସତ୍ୟଯୁଗରେ ହିଁ ହେବ । ସେଠାରେ ରାଜ୍ୟ ମଧ୍ୟ
ତୁମମାନଙ୍କର ହେବ । ଏବେ ତୁମମାନଙ୍କର ନିଶା ଚଢୁଛି ଯେ ଯେପରି କଳ୍ପ ପୂର୍ବରୁ ଥିଲା ଆମେ ସେହିପରି
ପୁନର୍ବାର ରାଜଧାନୀ ସ୍ଥାପନ କରିବୁ । ଏପରି କୁହାଯିବ ନାହିଁ ଯେ ଆମେ ଏପରି ଘର ତିଆରି କରିବୁ ।
ନା । ତୁମେମାନେ ସେଠାକୁ ଗଲେ ସ୍ୱତଃ ତିଆରି କରିବାରେ ଲାଗିପଡ଼ିବ । କାହିଁକିନା ଆତ୍ମାରେ ସେହି
ପାର୍ଟ ସବୁ ଭରି ହୋଇ ରହିଛି । ଏଠାରେ କେବଳ ପାଠ ପଢିବାର ପାର୍ଟ ରହିଛି । ସେଠାରେ ସ୍ୱତଃ
ତୁମମାନଙ୍କର ବୁଦ୍ଧିରେ ଆସିବ ଯେ ଆମେ ଏହିପରି ମହଲ ତିଆରି କରିବୁ । ଯେପରି କଳ୍ପ ପୂର୍ବରୁ
କରିଥିଲେ, ସେହିପରି କରିବାରେ ଲାଗିପଡିବେ । ଆତ୍ମାରେ ସେହି ସଂସ୍କାର ପୂର୍ବରୁ ହିଁ ନିଧାର୍ଯ୍ୟ
ହୋଇ ରହିଛି । ତୁମେମାନେ ସେହି ମହଲ ତିଆରି କରିବ, ଯେଉଁ ମହଲରେ ତୁମେମାନେ କଳ୍ପ-କଳ୍ପ ରହିଆସିଛ
। ଏହି କଥାକୁ ନୂଆମାନେ କେହି ବୁଝିପାରିବେ ନାହିଁ । ଏକଥା ତୁମେମାନେ ଜାଣୁଛ ଯେ, ଆମେ ଆସି
ନୂଆ-ନୂଆ ପଏଣ୍ଟସ୍ ଶୁଣି ରିଫ୍ରେସ୍ ଅର୍ଥାତ୍ ସତେଜ ହୋଇ ଯାଉଛୁ । ଦିନକୁ ଦିନ ନୂଆ ନୂଆ ପଏଣ୍ଟସ୍
ବାହାରୁଛି । ତାହା ମଧ୍ୟ ଡ୍ରମାରେ ନିଧାର୍ଯ୍ୟ ହୋଇ ରହିଛି ।
ବାବା କହୁଛନ୍ତି
ସନ୍ତାନମାନେ, ମୁଁ ଏହି ବଳଦ ଅର୍ଥାତ୍ ରଥରେ ସର୍ବଦା ସବାରୀ କରିବି, ଏଥିରେ ମୋତେ ସୁଖ ମିଳୁନାହିଁ
। ମୁଁ ତ ତୁମ ସନ୍ତାନମାନଙ୍କୁ ପାଠ ପଢାଇବାକୁ ଆସୁଛି । ଏପରି ନୁହେଁ, ମୁଁ ସର୍ବଦା ବଳଦ ଉପରେ
ସବାରୀ କରି ବସିଛି । ରାତି ଦିନ କ’ଣ ବଳଦ ଉପରେ ବସିଥା’ନ୍ତି କି? ତାଙ୍କର ତ ସେକେଣ୍ଡରେ ଯିବା
ଆସିବା ହୋଇଥାଏ । ସର୍ବଦା ବସିବାର କାଇଦା ହିଁ ନାହିଁ । ବାବା କେତେ ଦୂରରୁ ପାଠ ପଢାଇବା ପାଇଁ
ଆସୁଛନ୍ତି, ତାହା ତ ହେଉଛି ତାଙ୍କର ଘର ନା । ସାରା ଦିନ ଶରୀରରେ ତ ରହିବେ ନାହିଁ, ସେଥିରେ
ତାଙ୍କୁ ସୁଖ ମିଳେ ନାହିଁ । ଯେପରି ପିଞ୍ଜରାରେ ଶୁଆ ବନ୍ଧନରେ ରହିଥାଏ, ତୁମମାନଙ୍କୁ ବୁଝାଇବା
ପାଇଁ ମୁଁ ଏହାକୁ ଲୋନ୍ ନେଉଛି । ତୁମେମାନେ କହୁଛ ଜ୍ଞାନର ସାଗର ବାବା ଆମକୁ ପାଠ ପଢାଇବା ପାଇଁ
ଆସୁଛନ୍ତି । ତେଣୁ ଖୁସିରେ ଲୋମ ଟାଙ୍କୁରି ଉଠିବା ଉଚିତ୍ । ଏହି ଖୁସି କମ୍ ହେବା ଉଚିତ୍ ନୁହେଁ
। ଏହି ଧନୀ ଅର୍ଥାତ୍ ବ୍ରହ୍ମାବାବା ତ ସ୍ଥାୟୀ ଭାବରେ ବସିଛନ୍ତି । ଗୋଟିଏ ବଳଦ ଉପରେ କ’ଣ ଦୁଇଟା
ସବାରୀ ସର୍ବଦା ହୋଇପାରିବ କି? ଶିବବାବା ନିଜ ଧାମରେ ରହୁଛନ୍ତି, ଏଠାକୁ ଆସୁଛନ୍ତି, ତାଙ୍କୁ
ଆସିବାରେ ଆଦୌ ସମୟ ଲାଗୁ ନାହିଁ । ରକେଟ୍ ଦେଖ, କେତେ ତୀବ୍ରବେଗରେ ଯାଉଛି । ଆବାଜଠାରୁ ମଧ୍ୟ
ତୀବ୍ର । ଆତ୍ମା ମଧ୍ୟ ବହୁତ ଛୋଟ ରକେଟ୍ ଅଟେ । ଆତ୍ମା କିପରି ଯାଉଛି । ଏଠାରୁ ତୁରନ୍ତ ଲଣ୍ଡନକୁ
ଚାଲିଯାଉଛି । ସେଥିପାଇଁ ଏକ ସେକେଣ୍ଡରେ ଜୀବନମୁକ୍ତିର ଗାୟନ ରହିଛି ନା । ବାବା ନିଜେ ମଧ୍ୟ
ରକେଟ୍ ଅଟନ୍ତି । କହୁଛନ୍ତି ମୁଁ ତୁମମାନଙ୍କୁ ପାଠ ପଢାଇବା ପାଇଁ ଆସୁଛି । ପୁଣି ନିଜ ଘରକୁ
ଚାଲିଯାଉଛି । ଏହି ସମୟରେ ମୁଁ ବହୁତ ବ୍ୟସ୍ତ ରହୁଛି । ମୁଁ ଦିବ୍ୟଦୃଷ୍ଟି ଦାତା ଅଟେ, ତେଣୁ
ଭକ୍ତମାନଙ୍କୁ ମଧ୍ୟ ଖୁସୀ ରାଜି କରାଇବାକୁ ପଡୁଛି । ତୁମମାନଙ୍କୁ ମଧ୍ୟ ପାଠ ପଢାଉଛି ।
ଭକ୍ତମାନଙ୍କର ମନ ହେଉଛି ସାକ୍ଷାତ୍କାର ହେଉ ବା କିଛି ନା କିଛି ଭିକ ମାଗୁଛନ୍ତି । ସବୁଠାରୁ
ଅଧିକ ଭିକ ଜଗତ୍ଅମ୍ବାଙ୍କୁ ମାଗୁଛନ୍ତି । ତୁମେ ଜଗତଅମ୍ବା ଅଟ ନା । ତୁମେମାନେ ବିଶ୍ୱ ରାଜତ୍ୱର
ଭିକ ଦେଉଛ । ଗରୀବମାନଙ୍କୁ ଭିକ ମିଳିଥାଏ ନା । ଆମେ ମଧ୍ୟ ଗରୀବ ଅଟୁ ସେଥିପାଇଁ, ଶିବବାବା
ସ୍ୱର୍ଗର ରାଜତ୍ୱକୁ ଭିକ୍ଷା ରୂପରେ ଦେଉଛନ୍ତି । ଭିକ ଆଉ କିଛି ନୁହେଁ, କେବଳ କହୁଛନ୍ତି
ବାବାଙ୍କୁ ୟାଦ କରିଲେ ବିକର୍ମ ବିନାଶ ହେବ । ତୁମେମାନେ ଶାନ୍ତିଧାମକୁ ଚାଲିଯିବ । ଯଦି ମୋତେ ମନେ
ପକାଇବ ତେବେ ମୁଁ ଗ୍ୟାରେଣ୍ଟି କରୁଛି, ତୁମମାନଙ୍କର ଆୟୁଷ ମଧ୍ୟ ଅଧିକ ହୋଇଯିବ । ସତ୍ୟଯୁଗରେ
ମୃତ୍ୟୁର ନାମ ମଧ୍ୟ ରହିବ ନାହିଁ । ତାହା ହେଉଛି ଅମର ଲୋକ, ସେଠାରେ ମୃତ୍ୟୁର ନାମ ରହିବ ନାହିଁ
। କେବଳ ଗୋଟିଏ ଶରୀର ଛାଡି, ଅନ୍ୟ ଏକ ଶରୀର ନେଉଛନ୍ତି, ଏହାକୁ କ’ଣ ମୃତ୍ୟୁ କୁହାଯିବ । ତାହା
ହେଉଛି ଅମରପୁରୀ । ସାକ୍ଷାତ୍କାର ହୋଇଥାଏ ଯେ, ମୋତେ ଛୋଟ ପିଲା ହେବାକୁ ହେବ । ତେବେ ଏହା କେତେ
ଖୁସିର କଥା । ବାବାଙ୍କର ଇଚ୍ଛା ହେଉଛି ଏବେ ଯାଇ ଛୋଟ ପିଲା ହେବି । ଜାଣିଛନ୍ତି ସେଠାରେ ମୁଖରେ
ସୁନାର ଚାମଚ ହେବ । ମୁଁ ଏକମାତ୍ର ସିକିଲଧା ସନ୍ତାନ ଅଟେ । ବାବା ମୋତେ ପୋଷ୍ୟ କରିଛନ୍ତି । ମୁଁ
ସିକିଲଧେ ସନ୍ତାନ ସେଥିପାଇଁ ବାବା ମୋତେ କେତେ ସ୍ନେହ କରୁଛନ୍ତି । ମୋ ଭିତରେ ଏକଦମ୍ ପ୍ରବେଶ
କରିଯାଉଛନ୍ତି । ଏହା ମଧ୍ୟ ଖେଳ ଅଟେ ନା । ଖେଳରେ ସର୍ବଦା ଖୁସି ମିଳିଥାଏ । ତୁମେମାନେ ଏକଥା
ମଧ୍ୟ ଜାଣୁଛ ଯେ ଇଏ ନିଶ୍ଚିତ ବହୁତ-ବହୁତ ଭାଗ୍ୟଶାଳୀ ରଥ ହୋଇଥିବେ । ଯାହାଙ୍କ ପାଇଁ ଗାୟନ ମଧ୍ୟ
ରହିଛି ଜ୍ଞାନର ସାଗର, ଏହାଙ୍କ ଭିତରେ ପ୍ରବେଶ କରି ତୁମମାନଙ୍କୁ ଜ୍ଞାନ ଦେଉଛି । ତୁମ
ସନ୍ତାନମାନଙ୍କ ପାଇଁ କେବଳ ଗୋଟିଏ ହିଁ ଖୁସି ଯଥେଷ୍ଟ, ତାହା ହେଲା - ଭଗବାନ ଆସି ପାଠ ପଢାଉଛନ୍ତି
। ଭଗବାନ ସ୍ୱର୍ଗର ରାଜତ୍ୱ ସ୍ଥାପନ କରୁଛନ୍ତି । ଆମେ ତାଙ୍କର ସନ୍ତାନ, ତେବେ ପୁଣି ନର୍କରେ
କାହିଁକି ଅଛୁ! ଏ କଥା କାହାର ବି ବୁଦ୍ଧିରେ ଆସୁ ନାହିଁ । ତୁମେମାନେ ବହୁତ ଭାଗ୍ୟଶାଳୀ ଅଟ; ତେଣୁ
ବିଶ୍ୱର ମାଲିକ ହେବା ପାଇଁ ପାଠ ପଢୁଛ । ତେବେ ଏପରି ଉଚ୍ଚ ପାଠପଢା ଉପରେ କେତେ ଧ୍ୟାନ ଦେବା
ଉଚିତ୍ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ଡବଲ
ଖୁସିରେ ରହିବାକୁ ହେବ କି ଏବେ ଆମର ଯାତ୍ରା ସମାପ୍ତ ହେଲା, ପ୍ରଥମେ ଆମେ ନିଜର ଘର ଶାନ୍ତିଧାମକୁ
ଯିବୁ ତା’ପରେ ପୁଣି ନିଜର ରାଜଧାନୀକୁ ଆସିବୁ ।
(୨) ମୁଣ୍ଡ ଉପରେ ଯେଉଁ
ଜନ୍ମ-ଜନ୍ମଜନ୍ମାନ୍ତରର ପାପର ବୋଝ ରହିଛି ତା’କୁ ଭସ୍ମ କରିବାକୁ ହେବ । ଦେହ-ଅଭିମାନରେ ଆସି
କୌଣସି ବି ବିକର୍ମ କରିବାର ନାହିଁ ।
ବରଦାନ:-
ଶ୍ରେଷ୍ଠ
ସଂକଳ୍ପର ସହଯୋଗ ଦ୍ୱାରା ସମସ୍ତଙ୍କ ଭିତରେ ଶକ୍ତି ଭରୁଥିବା ଶକ୍ତିଶାଳୀ ଆତ୍ମା ହୁଅ ।
ସଦା ଶକ୍ତିଶାଳୀ ଭବର
ବରଦାନ ପ୍ରାପ୍ତ କରି ସର୍ବ ଆତ୍ମାଙ୍କ ମଧ୍ୟରେ ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ଶକ୍ତି ଭରିବାର ସେବା
କର । ଯେପରି ଆଜିକାଲି ସୂର୍ଯ୍ୟର ଶକ୍ତିକୁ ଜମା କରି ଅନେକ କାର୍ଯ୍ୟ ସଫଳ କରିପାରୁଛନ୍ତି ସେହିପରି
ନିଜର ଶ୍ରେଷ୍ଠ ସଂକଳ୍ପର ଶକ୍ତି ଏତେ ପରିମାଣରେ ଜମା ହେଉ ଯାହାକି ଅନ୍ୟମାନଙ୍କର ସଂକଳ୍ପରେ ମଧ୍ୟ
ଶକ୍ତି ଭରି ଦେଇପାରିବ । ଏହି ସଂକଳ୍ପ ଇଞ୍ଜେକ୍ସନ୍ ଭଳି କାମ କରିବ । ଏହାଦ୍ୱାରା ମନର ବୃତ୍ତିରେ
ଶକ୍ତିର ସଂଚାର ହୋଇଥାଏ । ତେଣୁ ଏବେ ନିଜର ଶ୍ରେଷ୍ଠ ଭାବନା ବା ଶ୍ରେଷ୍ଠ ସଂକଳ୍ପ ଦ୍ୱାରା
ପରିବର୍ତ୍ତନ କରିବାର ସେବାର ଆବଶ୍ୟକତା ରହିଛି ।
ସ୍ଲୋଗାନ:-
ମାଷ୍ଟର
ଦୁଃଖହର୍ତ୍ତା ହୋଇ ଦୁଃଖକୁ ମଧ୍ୟ ଆତ୍ମିକ ସୁଖରେ ପରିବର୍ତ୍ତନ କରିଦେବା - ଏହା ହିଁ ତୁମମାନଙ୍କର
ଶ୍ରେଷ୍ଠ କର୍ତ୍ତବ୍ୟ ଅଟେ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
କେହି କେହି ପିଲା କେବେ
କେବେ ବଡ ବିଚିତ୍ର ଖେଳ ଦେଖାଇଥାଆନ୍ତି । ସେମାନଙ୍କ ଭିତରେ ବ୍ୟର୍ଥ ସଂକଳ୍ପର ପ୍ରବାହ ଏତେ ଜୋରରେ
ଆସିଥାଏ ଯାହାକୁ ସେମାନେ ନିୟନ୍ତ୍ରଣ କରିପାରନ୍ତି ନାହିଁ ଏବଂ ସେହି ସମୟରେ କୁହନ୍ତି କ’ଣ କରିବି!
ହୋଇଗଲା ନା! ନିଜକୁ ରୋକିପାରନ୍ତି ନାହିଁ ଯାହା ଆସିଲା ତାହା କରିଦେଲେ । କିନ୍ତୁ ବ୍ୟର୍ଥକୁ ବାଧା
ଦେବା ପାଇଁ ନିଜ ଭିତରେ ନିୟନ୍ତ୍ରଣ କରିବାର ଶକ୍ତି ଦରକାର । ଯେପରି ଗୋଟିଏ ସମର୍ଥ ସଂକଳ୍ପର ଫଳ
ପଦ୍ମଗୁଣା ହୋଇ ପ୍ରାପ୍ତି ହେଉଛି ସେହିପରି ଗୋଟିଏ ବ୍ୟର୍ଥ ସଂକଳ୍ପର ହିସାବ କିତାବ - ଉଦାସ ହେବା,
ନିରାଶ ହେବା ବା ଖୁସି ହଜିଯିବା ଏହା ମଧ୍ୟ ଗୋଟିଏର ବହୁତ ଗୁଣାର ହିସାବରେ ଅନୁଭବ ହୋଇଥାଏ ।