19.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ବେହଦ ନାଟକରେ ତୁମେ ଆତ୍ମାମାନଙ୍କୁ ନିଜ ନିଜର ଅଭିନୟ ମିଳିଛି, ବର୍ତ୍ତମାନ ତୁମକୁ ଏହି ଶରୀର
ରୂପୀ ବସ୍ତ୍ରକୁ ତ୍ୟାଗ କରି ଘରକୁ ଯିବାକୁ ହେବ, ପୁଣି ନୂଆ ରାଜ୍ୟକୁ ଆସିବାକୁ ହେବ ।”
ପ୍ରଶ୍ନ:-
ବାବା କୌଣସି
କାର୍ଯ୍ୟ ପ୍ରେରଣା ଦ୍ୱାରା କରନ୍ତି ନାହିଁ, ତାଙ୍କର ଅବତରଣ ହୋଇଥାଏ, ଏହା କେଉଁ କଥାରୁ
ପ୍ରମାଣିତ ହେଉଛି?
ଉତ୍ତର:-
ବାବାଙ୍କୁ କରି କରାଇବାବାଲା ହିଁ କୁହାଯାଏ । ପ୍ରେରଣାର ଅର୍ଥ ହେଉଛି ବିଚାର । ପ୍ରେରଣା ଦ୍ୱାରା
କୌଣସି ନୂଆ ଦୁନିଆର ସ୍ଥାପନା ହୋଇନଥାଏ । ବାବା ପିଲାମାନଙ୍କ ଦ୍ୱାରା ହିଁ ସ୍ଥାପନା କରାଇଥା’ନ୍ତି,
କର୍ମେନ୍ଦ୍ରିୟ ବିନା ତ କିଛି ବି କରାଇପାରିବେ ନାହିଁ, ସେଥିପାଇଁ ତାଙ୍କୁ ଶରୀରର ଆଧାର ନେବାକୁ
ପଡୁଛି ।
ଓମ୍ ଶାନ୍ତି ।
ଆତ୍ମିକ
ପିଲାମାନେ ଆତ୍ମିକ ବାବାଙ୍କ ସମ୍ମୁଖରେ ବସିଛନ୍ତି । ଅର୍ଥାତ୍ ଆତ୍ମାମାନେ ନିଜ ବାବାଙ୍କ
ସମ୍ମୁଖରେ ବସିଛନ୍ତି । ଆତ୍ମା ନିଶ୍ଚିତ ଭାବେ ଶରୀର ସାଥିରେ ହିଁ ବସିବ । ବାବା ମଧ୍ୟ ଯେତେବେଳେ
ଶରୀରର ଆଧାର ନେଉଛନ୍ତି ସେତେବେଳେ ହିଁ ସମ୍ମୁଖରେ ରହୁଛନ୍ତି, ଏହାକୁ ହିଁ କୁହାଯାଏ
ଆତ୍ମା-ପରମାତ୍ମା ଅଲଗା ରହିଥାନ୍ତି ବହୁକାଳ... ତୁମେ ପିଲାମାନେ ବୁଝିଛ ଯେ ସର୍ବୋଚ୍ଚ ବାବାଙ୍କୁ
ହିଁ ଈଶ୍ୱର, ପ୍ରଭୁ, ପରମାତ୍ମା ଏହିଭଳି ଭିନ୍ନ ଭିନ୍ନ ନାମ ଦେଇଛନ୍ତି । ଲୌକିକ ବାବାଙ୍କୁ
କେବେହେଲେ ପରମପିତା କୁହାଯାଇନଥାଏ । କେବଳ ପରମପିତା ଲେଖିଲେ ମଧ୍ୟ କୌଣସି ଆପତ୍ତି ନାହିଁ ।
ପରମପିତା ଅର୍ଥାତ୍ ସମସ୍ତଙ୍କର ପିତା ସେ ଜଣେ ହିଁ ଅଟନ୍ତି । ପିଲାମାନେ ଜାଣୁଛନ୍ତି ଯେ ଆମେ
ପରମପିତାଙ୍କ ସାଥିରେ ବସିଛୁ । ପରମପିତା ପରମାତ୍ମା ଏବଂ ଆମେ ଆତ୍ମାମାନେ ଶାନ୍ତିଧାମର ବାସିନ୍ଦା
ଅଟୁ । ଏଠାକୁ ଅଭିନୟ କରିବା ପାଇଁ ଆସୁଛୁ । ସତ୍ୟଯୁଗରୁ ଆରମ୍ଭ କରି କଳିଯୁଗ ଶେଷ ପର୍ଯ୍ୟନ୍ତ
ଅଭିନୟ କରିଲୁ । ଏହା ହୋଇଗଲା ନୂଆ ରଚନା । ରଚୟିତା ବାବା ବୁଝାଇଛନ୍ତି ଯେ ତୁମେ ପିଲାମାନେ ଏଭଳି
ଅଭିନୟ କରିଛ । ପୂର୍ବେ ଏହା ଜାଣିନଥିଲ ଯେ ଆମେ ୮୪ ଜନ୍ମର ଚକ୍ର ଲଗାଇଛୁ । ଯେଉଁ ପିଲାମାନେ ୮୪
ଜନ୍ମ ପରିକ୍ରମା କରିଛନ୍ତି ବାବା ସେହି ପିଲାମାନଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି । ସମସ୍ତେ ତ
୮୪ ଜନ୍ମ ନେଇପାରିବେ ନାହିଁ । ଏହା ବୁଝାଇବା ଦରକାର ଯେ ୮୪ ଜନ୍ମର ଚକ୍ର କିପରି ଘୁରୁଛି । ବାକି
ଲକ୍ଷ ଲକ୍ଷ ବର୍ଷର କଥା ତ କିଛି ନାହିଁ । ପିଲାମାନେ ଜାଣୁଛନ୍ତି ଯେ ଆମେ ପ୍ରତି ୫ ହଜାର ବର୍ଷ
ପରେ ଅଭିନୟ କରିବା ପାଇଁ ଆସିଥାଉ । ଆମେ ଅଭିନୟକାରୀ ଅଟୁ । ସର୍ବୋଚ୍ଚ ଭଗବାନଙ୍କର ମଧ୍ୟ
ବିଚିତ୍ର ଅଭିନୟ ରହିଛି । ବ୍ରହ୍ମା ଏବଂ ବିଷ୍ଣୁଙ୍କର ବିଚିତ୍ର ଅଭିନୟ କୁହାଯିବ ନାହିଁ । ଦୁଇଜଣ
ହିଁ ୮୪ ଜନ୍ମର ଚକ୍ର ଲଗାଇଥାନ୍ତି । ବାକି ଶଙ୍କରଙ୍କ ଅଭିନୟ ତ ଏ ଦୁନିଆରେ ହିଁ ନାହିଁ ।
ତ୍ରିମୂର୍ତ୍ତିରେ ଦେଖାଇଛନ୍ତି - ସ୍ଥାପନା, ବିନାଶ, ପାଳନା । ଚିତ୍ର ଦ୍ୱାରା ବୁଝାଯାଇଥାଏ,
ଚିତ୍ର ଯାହା ଦେଖାଉଛ ତାହା ସମ୍ବନ୍ଧରେ ବୁଝାଇବାକୁ ହେବ । ସଙ୍ଗମ ଯୁଗରେ ପୁରୁଣା ଦୁନିଆର ବିନାଶ
ତ ନିଶ୍ଚିତ ହେବ । ପ୍ରେରକ ଅକ୍ଷର ମଧ୍ୟ ଭୁଲ୍ ଅଟେ । ଯେପରି କେହି କୁହନ୍ତି ଯେ ଆଜି ମୋତେ
ବାହାରକୁ ଯିବା ପାଇଁ ପ୍ରେରଣା ଆସୁ ନାହିଁ । ପ୍ରେରଣା ଅର୍ଥାତ୍ ବିଚାର । ପ୍ରେରଣାର ଅନ୍ୟ କୌଣସି
ଅର୍ଥ ନାହିଁ । ପରମାତ୍ମା କୌଣସି ପ୍ରେରଣା ଦ୍ୱାରା କାମ କରନ୍ତି ନାହିଁ । ପ୍ରେରଣା ଦ୍ୱାରା ତ
ଜ୍ଞାନ ମିଳିପାରିବ ନାହିଁ । ବାବା ଆସିଥାନ୍ତି ବ୍ରହ୍ମାବାବାଙ୍କର ଏହି କର୍ମେନ୍ଦ୍ରିୟ ଦ୍ୱାରା
ଅଭିନୟ କରିବା ପାଇଁ । କରି କରାଉଥା’ନ୍ତି ନା । କରାଇବେ ପିଲାମାନଙ୍କ ଦ୍ୱାରା । ଶରୀର ବିନା ତ
କିଛି କରିପାରିବେ ନାହିଁ । ଏହି କଥାକୁ କେହି ବି ଜାଣି ନାହାଁନ୍ତି । ନା ଈଶ୍ୱର ପିତାଙ୍କୁ
ଜାଣିଛନ୍ତି । ଋଷି-ମୁନି ଆଦି କହୁଥିଲେ ଯେ ଆମେ ଈଶ୍ୱରଙ୍କୁ ଜାଣିନାହୁଁ । ନା ଆତ୍ମା, ନା
ପରମାତ୍ମା ପିତାଙ୍କ ବିଷୟରେ, କାହା ପାଖରେ ଜ୍ଞାନ ନାହିଁ । ବାବା ହେଲେ ମୁଖ୍ୟ ରଚୟିତା,
ନିର୍ଦ୍ଦେଶକ, ନିର୍ଦ୍ଦେଶନା ମଧ୍ୟ ଦେଇଥାନ୍ତି । ଶ୍ରୀମତ ଦେଇଥା’ନ୍ତି । ମନୁଷ୍ୟଙ୍କ ବୁଦ୍ଧିରେ
ତ ସର୍ବବ୍ୟାପୀର ଜ୍ଞାନ ଅଛି । ତୁମେ ବୁଝୁଛ ଯେ ବାବା ଆମର ପିତା ଅଟନ୍ତି, ସେହି ଲୋକମାନେ
ସର୍ବବ୍ୟାପୀ କହିଦେଇଥିବାରୁ ପିତା ବୋଲି ବୁଝିପାରୁ ନାହାଁନ୍ତି । ତୁମେ ଜାଣୁଛ ଏହା ବେହଦ
ବାବାଙ୍କର ପରିବାର ଅଟେ । ସର୍ବବ୍ୟାପୀ କହିବା ଦ୍ୱାରା ପରିବାରର ସୁଗନ୍ଧ ଆସି ନ ଥାଏ । ତାଙ୍କୁ
କୁହାଯାଏ ନିରାକାରୀ ଶିବବାବା । ନିରାକାରୀ ଆତ୍ମାମାନଙ୍କର ପିତା । ଶରୀର ଥିବାରୁ ଆତ୍ମା କହିଥାଏ
ପିତା । ବିନା ଶରୀରରେ ତ ଆତ୍ମା କଥା କହିପାରିବ ନାହିଁ । ଭକ୍ତିମାର୍ଗରେ ଭଗବାନଙ୍କୁ ଡାକି
ଆସିଛନ୍ତି । ଭାବିଥା’ନ୍ତି ଯେ ବାବା ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି । ସୁଖ ମିଳିଥାଏ
ସୁଖଧାମରେ । ଶାନ୍ତି ମିଳିଥାଏ ଶାନ୍ତିଧାମରେ । ଏଠାରେ ତ କେବଳ ଦୁଃଖ ହିଁ ରହିଛି । ତୁମକୁ ଏହି
ଜ୍ଞାନ ସଙ୍ଗମ ଯୁଗରେ ମିଳୁଛି ପୁରୁଣା ଏବଂ ନୂଆ ଦୁନିଆର ମଝିରେ । ବାବା ସେତେବେଳେ ଆସିଥାନ୍ତି
ଯେତେବେଳେ ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ହେବାକୁ ଥାଏ । ପ୍ରଥମେ କହିବା
ଦରକାର ଯେ ନୂଆ ଦୁନିଆର ସ୍ଥାପନା । ପ୍ରଥମେ ପୁରୁଣା ଦୁନିଆର ବିନାଶ କହିବା ଭୁଲ୍ ହୋଇଯାଉଛି ।
ବର୍ତ୍ତମାନ ତୁମକୁ ବେହଦ ନାଟକର ଜ୍ଞାନ ମିଳୁଛି । ଯେପରି ସେ ନାଟକରେ କଳାକାର ଘରୁ ସାଧାରଣ କପଡା
ପିନ୍ଧିକରି ଆସିଥାନ୍ତି, ପୁଣି ନାଟକରେ ଆସି ଡ୍ରେସ୍ ବଦଳାଇଥାନ୍ତି । ତା’ପରେ ନାଟକ ଶେଷ ହେବା
ପରେ ଡ୍ରେସ୍ ପରିବର୍ତ୍ତନ କରି ଘରକୁ ଯାଇଥା’ନ୍ତି । ଏଠାରେ ତୁମ ଆତ୍ମାମାନଙ୍କୁ ପରମଧାମ ଘରୁ
ଅଶରୀରୀ ହୋଇ ଆସିବାକୁ ପଡିଥାଏ । ଏଠାକୁ ଆସି ଏହି ଶରୀର ରୂପୀ ବସ୍ତ୍ର ପିନ୍ଧୁଛ । ପ୍ରତ୍ୟେକଙ୍କୁ
ନିଜ ନିଜର ଅଭିନୟ ମିଳିଛି । ଏହା ହେଲା ବିଶାଳ ନାଟକ । ଏବେ ଏହି ସମଗ୍ର ବିଶାଳ ଦୁନିଆ ପୁରୁଣା
ହୋଇଯାଇଛି ପୁଣି ନୂଆ ଦୁନିଆ ହେବ । ତାହା ବହୁତ ଛୋଟ ହେବ, ଏକ ଧର୍ମ ରହିବ । ତୁମ ପିଲାମାନଙ୍କୁ
ଏହି ପୁରୁଣା ଦୁନିଆରୁ ବାହାରି ପୁଣି ହଦ୍ର ନୂଆ ଦୁନିଆକୁ ଯିବାକୁ ହେବ, କାହିଁକି ନା ସେଠାରେ
ଏକ ଧର୍ମ ରହୁଛି । ଅନେକ ଧର୍ମ, ଅନେକ ମନୁଷ୍ୟ ହେବା ଦ୍ୱାରା ଅସିମୀତ ହୋଇଯାଉଛି । ସେଠାରେ ତ
ଗୋଟିଏ ଧର୍ମ ରହିବ, କମ୍ ମନୁଷ୍ୟ ରହିଥା’ନ୍ତି । ବାବାଙ୍କୁ ଏକ ଧର୍ମର ସ୍ଥାପନା ପାଇଁ ଆସିବାକୁ
ପଡିଥାଏ । ତୁମେ ପିଲାମାନେ ଏହି ବିଶାଳ ନାଟକର ରହସ୍ୟକୁ ଜାଣିଛ ଯେ ଏହି ଚକ୍ର କିପରି ଘୂରୁଛି ।
ଏହି ସମୟରେ ଯାହା କିଛି ପ୍ରତ୍ୟକ୍ଷ ରୂପେ ହେଉଛି ଭକ୍ତିମାର୍ଗରେ ପୁଣି ତାକୁ ଉତ୍ସବ ରୂପେ ପାଳନ
କରିଥାନ୍ତି । କ୍ରମାନୁସାରେ କେଉଁ କେଉଁ ଉତ୍ସବ ରହିଛି, ଏହା ବି ତୁମେ ପିଲାମାନେ ଜାଣିଛ ।
ସର୍ବୋଚ୍ଚ ଭଗବାନ ଶିବବାବାଙ୍କର ଜୟନ୍ତୀ କୁହାଯିବ । ଶିବବାବା ଯେବେ ଆସନ୍ତି ତା’ ପରଠାରୁ ଅନ୍ୟ
ସବୁ ଉତ୍ସବ ପାଳିତ ହୁଏ । ଶିବବାବା ପ୍ରଥମେ ଆସି ଗୀତା ଶୁଣାଇଥା’ନ୍ତି ଅର୍ଥାତ୍ ସୃଷ୍ଟିର
ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଇଥାନ୍ତି । ଯୋଗ ମଧ୍ୟ ଶିଖାଇଥାନ୍ତି । ତାହା ସହିତ ତୁମକୁ
ପଢାଇଥାନ୍ତି ମଧ୍ୟ । ତେଣୁ ପ୍ରଥମେ-ପ୍ରଥମେ ବାବା ଆସିଲେ ଶିବ ଜୟନ୍ତୀ ହେଲା, ତା’ପରେ ପୁଣି ହେବ
ଗୀତା ଜୟନ୍ତୀ । ଆତ୍ମାମାନଙ୍କୁ ବାବା ଜ୍ଞାନ ଶୁଣାଉଥିବାରୁ ଗୀତା ଜୟନ୍ତୀ ମଧ୍ୟ ହୋଇଗଲା । ତୁମେ
ପିଲାମାନେ ବିଚାର କରି ଉତ୍ସବଗୁଡିକୁ କ୍ରମାନ୍ୱୟରେ ଲେଖ । ନିଜ ଧର୍ମର ଯିଏ ହୋଇଥିବେ ସେ ହିଁ
ଏକଥାକୁ ବୁଝିବେ । ପ୍ରତ୍ୟେକଙ୍କୁ ନିଜ ଧର୍ମ ପ୍ରିୟ ଲାଗିଥାଏ ନା । ଅନ୍ୟ ଧର୍ମାବଲମ୍ବୀଙ୍କ
ପ୍ରଶ୍ନ ଉଠୁ ନାହିଁ । କାହାକୁ ଏହି ଧର୍ମ ପ୍ରିୟ ଲାଗିଲେ ମଧ୍ୟ ସେ ଏ ଧର୍ମରେ ଆସିପାରିବେ ନାହିଁ
। ସ୍ୱର୍ଗକୁ ଅନ୍ୟ ଧର୍ମାବଲମ୍ବୀମାନେ କ’ଣ ଆସିପାରିବେ କି । ବୃକ୍ଷରେ ବିଲ୍କୁଲ୍ ସ୍ପଷ୍ଟ ରହିଛି
। ଯେଉଁ ଯେଉଁ ଧର୍ମ ଯେଉଁ ସମୟରେ ଆସିଥାନ୍ତି ପୁଣି ସେହି ସମୟରେ ଆସିବେ । ପ୍ରଥମେ ବାବା
ଆସିଥା’ନ୍ତି, ସେ ଆସି ରାଜଯୋଗ ଶିଖାଇଥାନ୍ତି ତେଣୁ ଶିବଜୟନ୍ତୀ କୁହାଯାଏ । ଏହାପରେ ଗୀତା ଜୟନ୍ତୀ,
ଏହାପରେ ହୁଏ ନାରାୟଣ ଜୟନ୍ତୀ । ସେ ସମୟରେ ସତ୍ୟଯୁଗ ହୋଇଥାଏ । ତାହା ବି କ୍ରମାନୁସାରେ ଲେଖିବାକୁ
ପଡ଼ିବ । ଏହା ଜ୍ଞାନର କଥା ଅଟେ । ଶିବ ଜୟନ୍ତୀ କେବେ ହୋଇଥିଲା ତାହା ବି ଜଣାନାହିଁ । ବାବା ଯେଉଁ
ଜ୍ଞାନ ଶୁଣାଉଛନ୍ତି ତାହାକୁ ଗୀତା କୁହାଯାଉଛି, ପୁଣି ବିନାଶ ବି ହୋଇଥାଏ । ଜଗଦମ୍ବା ଆଦିଙ୍କର
ଜୟନ୍ତୀରେ କୌଣସି ଛୁଟି ଆଦି ହୁଏ ନାହିଁ । ମନୁଷ୍ୟ କାହାର ମଧ୍ୟ ତିଥି ତାରିଖ ଆଦିକୁ ବିଲକୁଲ୍
ଜାଣିନାହାଁନ୍ତି । ଲକ୍ଷ୍ମୀ-ନାରାୟଣ, ରାମ-ସୀତାଙ୍କର ରାଜ୍ୟକୁ ମଧ୍ୟ ଜାଣିନାହାଁନ୍ତି । ୨୫୦୦
ବର୍ଷ ମଧ୍ୟରେ ଯିଏ ଆସିଛନ୍ତି, ତାଙ୍କୁ ଜାଣିଛନ୍ତି କିନ୍ତୁ ତାଙ୍କ ପୂର୍ବରୁ ଯେଉଁ ଆଦି ସନାତନ
ଦେବୀ ଦେବତା ଥିଲେ, ସେମାନଙ୍କୁ କେତେ ସମୟ ହେଲା, କିଛି ଜାଣିନାହାଁନ୍ତି । ୫ ହଜାର ବର୍ଷ ଠାରୁ
ତ ଅଧିକ ସମୟ କଳ୍ପ ହୋଇପାରିବ ନାହିଁ । ଅଧାକଳ୍ପରେ ବହୁତ ଧର୍ମ ଆସିଗଲା, ବାକି ଅଧାରେ
ଦେବତାଙ୍କର ରାଜ୍ୟ ଚାଲେ । ପୁଣି ଅଧିକ ବର୍ଷର କଳ୍ପ କିପରି ହୋଇପାରିବ । ୮୪ ଲକ୍ଷ ଜନ୍ମ ମଧ୍ୟ
ହୋଇ ପାରିବ ନାହିଁ । ଶାସ୍ତ୍ରବାଦୀମାନେ ଭାବିଥାନ୍ତି, କଳିଯୁଗର ଆୟୁ ଲକ୍ଷ ଲକ୍ଷ ବର୍ଷ ଅଟେ ।
ମନୁଷ୍ୟଙ୍କୁ ଅନ୍ଧକାରରେ ପକାଇ ଦେଇଛନ୍ତି । କେଉଁଠି ସମ୍ପୂର୍ଣ୍ଣ ଡ଼୍ରାମାର ଆୟୁ ୫ ହଜାର ବର୍ଷ,
କେଉଁଠି ପୁଣି କେବଳ କଳିଯୁଗ ପାଇଁ କହିଥାନ୍ତି ଯେ ଏବେ ୪୦ ହଜାର ବର୍ଷ ବାକି ରହିଛି । ଯେତେବେଳେ
ଲଢେଇ ଲାଗୁଛି ସେତେବେଳେ ଭାବନ୍ତି ଭଗବାନଙ୍କୁ ଆସିବା ଦରକାର କିନ୍ତୁ ଭଗବାନଙ୍କୁ ତ ସଙ୍ଗମଯୁଗରେ
ଆସିବା ଦରକାର । ମହାଭାରତ ଲଢେଇ ତ ଲାଗୁଛି ସଙ୍ଗମଯୁଗରେ । ବାବା କହୁଛନ୍ତି ମୁଁ ବି କଳ୍ପ କଳ୍ପ
ସଙ୍ଗମଯୁଗରେ ଆସୁଛି । ନୂଆ ଦୁନିଆର ସ୍ଥାପନା, ପୁରୁଣା ଦୁନିଆର ବିନାଶ କରିବା ପାଇଁ ବାବା ଆସନ୍ତି
। ନୂଆ ଦୁନିଆର ସ୍ଥାପନା ହେଲେ ପୁରୁଣା ଦୁନିଆର ବିନାଶ ନିଶ୍ଚିତ ହେବ, ଏଥିପାଇଁ ଏହି ଲଢେଇ
ଲାଗୁଛି । ଏଥିରେ ଶଙ୍କରଙ୍କର ପ୍ରେରଣା ଆଦିର କିଛି କଥା ନାହିଁ । ବୁଝାପଡୁଛି ଯେ ପୁରୁଣା ଦୁନିଆ
ବିନାଶ ହୋଇଯିବ । ଘର ଆଦି ତ ଭୁମିକମ୍ପରେ ସବୁ ନଷ୍ଟ ହୋଇଯିବ କାହିଁକି ନା ନୂଆ ଦୁନିଆ ଦରକାର ।
ନିଶ୍ଚିତ ତ ନୂଆ ଦୁନିଆ ଥିଲା । ଦିଲ୍ଲୀ ରାଜଧାନୀ ଥିଲା, ଯମୁନାର କୂଳ ଥିଲା ।
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଚିତ୍ର ବି ଅଛି । ଲକ୍ଷ୍ମୀ-ନାରାୟଣଙ୍କୁ ସ୍ୱର୍ଗର ମାଲିକ
କୁହାଯିବ ତୁମେ ପିଲାମାନେ ସାକ୍ଷାତ୍କାର ମଧ୍ୟ କରିଛ କିପରି ସ୍ୱଂୟମ୍ବର ହୋଇଥାଏ । ଏହି ସବୁ
ପଏଣ୍ଟସ୍କୁ ବାବା ପୁନରାବୃତ୍ତି କରାଉଛନ୍ତି । ଯଦି ଭଲ ପଏଣ୍ଟ ମନେ ପଡୁନାହିଁ ତେବେ ବାବାଙ୍କୁ
ୟାଦ କର । ବାବାଙ୍କୁ ଭୁଲିଯାଉଛ ତ ଟୀଚରକୁ ମନେ ପକାଅ । ଟୀଚର ଯାହା ଶିଖାଉଛନ୍ତି ତାହା ମଧ୍ୟ
ନିଶ୍ଚିତ ମନେ ପଡିବ ନା । ଟିଚର ବି ମନେ ପଡିବେ, ଜ୍ଞାନ ବି ମନେ ପଡିବ । ଉଦ୍ଦେଶ୍ୟ ବି ବୁଦ୍ଧିରେ
ଅଛି । ମନେ ରଖିବାକୁ ହିଁ ପଡିବ କାହିଁକି ନା ଏହା ତୁମର ଛାତ୍ର ଜୀବନ ନା । ଏହା ବି ଜାଣୁଛ ଯେ
ଯିଏ ଆମକୁ ପଢାଉଛନ୍ତି ସେ ମଧ୍ୟ ଆମର ପିତା, ଲୌକିକ ପିତା ତ ଗୁପ୍ତ ରହିନଥା’ନ୍ତି । ଲୌକିକ,
ପାରଲୌକିକ ଆଉ ବ୍ରହ୍ମା ହେଲେ ଅଲୌକିକ । ଏହାଙ୍କୁ କେହି ମନେ ପକାନ୍ତି ନାହିଁ । ଲୌକିକ
ପିତାଙ୍କଠାରୁ ତ ସମ୍ପତ୍ତି ମିଳିଥାଏ । ଶେଷ ପର୍ଯ୍ୟନ୍ତ ମନେ ରହିଥାଏ । ଶରୀର ଛାଡିଲେ ପୁଣି ଆଉ
ଏକ ପିତା ମିଳିଥା’ନ୍ତି । ଜନ୍ମଜନ୍ମାନ୍ତର ଲୌକିକ ପିତା ମିଳିଥା’ନ୍ତି । ପାରଲୌକିକ ବାବାଙ୍କୁ
ମଧ୍ୟ ଦୁଃଖ କିମ୍ବା ସୁଖରେ ମନେ ପକେଇଥାନ୍ତି । ସନ୍ତାନ ପ୍ରାପ୍ତ ହେଲା ତ କହିବେ ଈଶ୍ୱର ସନ୍ତାନ
ଦେଇଛନ୍ତି । କିନ୍ତୁ ପ୍ରଜାପିତା ବ୍ରହ୍ମାଙ୍କୁ କାହିଁକି ମନେ ପକାଇବେ, ଏହାଙ୍କଠାରୁ ତ କିଛି
ମିଳୁ ନାହିଁ । ଏହାଙ୍କୁ ଅଲୌକିକ ପିତା କୁହାଯାଉଛି ।
ତୁମେ ଜାଣୁଛ ଯେ ଆମେ
ବ୍ରହ୍ମାଙ୍କ ଦ୍ୱାରା ଶିବବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ଯେପରି ଆମେ ପଢୁଛୁ, ଏହି ରଥ ମଧ୍ୟ
ନିମିତ୍ତ ହୋଇ ପଢୁଛନ୍ତି । ବହୁତ ଜନ୍ମର ଅନ୍ତରେ ଏହାଙ୍କ ଶରୀର ହିଁ ପରମାତ୍ମାଙ୍କ ରଥ ହୋଇଛି ।
ରଥର ନାମ ତ ରଖିବାକୁ ପଡୁଛି ନା । ଏହା ହେଲା ବେହଦର ସନ୍ନ୍ୟାସ । ବ୍ରହ୍ମାବାବାଙ୍କ ରଥ ଅନ୍ତିମ
ସମୟ ପର୍ଯ୍ୟନ୍ତ ସେବା କରିଥାଏ, ବାକି ଅନ୍ୟମାନଙ୍କର ଠିକଣା ନାହିଁ । ଆଜି ଅଛନ୍ତି କାଲି
ଚାଲିଯାଇଥା’ନ୍ତି । ଡ୍ରାମା ଅନୁସାରେ ଏହି ରଥ ତ ନିର୍ଦ୍ଧାରିତ, ଏହାଙ୍କୁ କୁହାଯାଉଛି ଭାଗ୍ୟଶାଳୀ
ରଥ । ତୁମ ସମସ୍ତଙ୍କୁ ଭାଗ୍ୟଶାଳୀ ରଥ କୁହାଯାଇପାରିବ ନାହିଁ । ଭାଗ୍ୟଶାଳୀ ରଥ ଜଣଙ୍କୁ ହିଁ
କୁହାଯିବ, ଯାହାଙ୍କ ମାଧ୍ୟମରେ ବାବା ଆସି ଜ୍ଞାନ ଦେଉଛନ୍ତି ଓ ସ୍ଥାପନାର କାର୍ଯ୍ୟ କରାଉଛନ୍ତି ।
ତୁମେ ଭାଗ୍ୟଶାଳୀ ରଥ ନୁହଁ । ତୁମର ଆତ୍ମା ଏହି ରଥରେ ବସି ପାଠ ପଢୁଛି । ଆତ୍ମା ପବିତ୍ର
ହୋଇଯାଉଛି, ଏଣୁ ସେହି ଶରୀର ପରମ ଆତ୍ମାଙ୍କଠାରେ ସମର୍ପିତ, ଯେଉଁଥିରେ ପରମାତ୍ମା ବସି ପାଠ
ପଢ଼ାଉଛନ୍ତି । ଏହି ଅନ୍ତିମ ଜନ୍ମ ବହୁତ ମୂଲ୍ୟବାନ ଅଟେ ପୁଣି ଶରୀର ବଦଳାଇ ଆମେ ସବୁ ଦେବତା
ହୋଇଯିବୁ । ଏହି ପୁରୁଣା ଶରୀର ଦ୍ୱାରା ହିଁ ତୁମେ ଶିକ୍ଷା ଗ୍ରହଣ କରୁଛ । ଶିବବାବାଙ୍କର ହେଉଛ ।
ତୁମେ ଜାଣୁଛ ଯେ ଆମର ପୂର୍ବ ଜୀବନ ପାଇ ପଇସାର ମୂଲ୍ୟ ନ ଥିଲା । ଏବେ ମୂଲ୍ୟବାନ ହେଉଛି । ଯେତେ
ପଢିବେ ସେତେ ଉଚ୍ଚ ପଦ ପ୍ରାପ୍ତ କରିବେ । ବାବା ବୁଝାଇଛନ୍ତି ଯେ ଯୋଗର ଯାତ୍ରା ହେଲା ମୁଖ୍ୟ ।
ଏହାକୁ ହିଁ ଭାରତର ପ୍ରାଚୀନ ଯୋଗ କୁହନ୍ତି ଯାହା ଦ୍ୱାରା ତୁମେ ପତିତରୁ ପବିତ୍ର ହେଉଛ,
ସ୍ୱର୍ଗବାସୀ ତ ସମସ୍ତେ ହେବେ, ପୁଣି ସବୁ ନିର୍ଭର କରୁଛି ପାଠପଢା ଉପରେ । ତୁମେ ବେହଦ ଆତ୍ମିକ
ସ୍କୁଲରେ ବସିଛ । ତୁମେ ହିଁ ପୁଣି ଦେବତା ହେବ । ତୁମେ ଜାଣିପାରିବ ଯେ ଉଚ୍ଚ ପଦ କିଏ ପାଇପାରିବ
। ସେମାନଙ୍କର ଯୋଗ୍ୟତା କ’ଣ ରହିବା ଦରକାର । ପ୍ରଥମେ ଆମ ଭିତରେ ମଧ୍ୟ ଯୋଗ୍ୟତା ନ ଥିଲା । ଆସୁରୀ
ମତରେ ଚାଲୁଥିଲୁ । ଏବେ ଈଶ୍ୱରୀୟ ମତ ମିଳୁଛି । ଆସୁରୀ ମତରେ ଆମର ପତନ କଳା ହେଉଛି । ଈଶ୍ୱରୀୟ
ମତରେ ଉତ୍ଥାନ କଳା ହେଉଛି । ଈଶ୍ୱରୀୟ ମତ ଜଣେ ଦେଇଥା’ନ୍ତି, ଆସୁରୀ ମତ ଅନେକ ଦେଇଥା’ନ୍ତି ।
ବାପା-ମାଆ, ଭାଇ-ଭଉଣୀ, ଶିକ୍ଷକ ଗୁରୁ ଅନେକଙ୍କର ମତ ମିଳୁଛି । ଏବେ ତୁମକୁ ଜଣଙ୍କର ମତ ମିଳୁଛି
ଯାହା ୨୧ ଜନ୍ମ କାମରେ ଆସିବ । ତେଣୁ ଏହିପରି ଶ୍ରୀମତ ଆଧାରରେ ପରିଚାଳିତ ହେବା ଦରକାର ନା । ଯେତେ
ଶ୍ରୀମତ ପାଳନ କରିବ ସେତେ ଶ୍ରେଷ୍ଠ ପଦ ପ୍ରାପ୍ତ କରିବ । କମ୍ ଶ୍ରୀମତ ପାଳନ କଲେ କମ୍ ପଦ ପାଇବ
। ଶ୍ରୀମତ ହେଲା ଭଗବାନଙ୍କର । ଭଗବାନ ହେଲେ ସର୍ବୋଚ୍ଚ, ଯେ କି ଶ୍ରୀକୃଷ୍ଣଙ୍କୁ ମଧ୍ୟ ଶ୍ରେଷ୍ଠ
କରିଛନ୍ତି, ରାବଣ ପୁଣି ନୀଚ୍ଚ ଅବସ୍ଥା କରିଛି । ବାବା ଗୋରା କରୁଛନ୍ତି, ରାବଣ ଶ୍ୟାମଳ କରୁଛି ।
ବାବା ସମ୍ପତ୍ତି ଦେଉଛନ୍ତି । ଦେବତାମାନେ ତ’ ନିର୍ବିକାରୀ ହୋଇଥା’ନ୍ତି । ଦେବତାମାନଙ୍କର
ମହିମାରେ ଗାୟନ କରିଥାନ୍ତି ସର୍ବଗୁଣ ସମ୍ପନ୍ନ... । ସତ୍ୟଯୁଗରେ ଆତ୍ମା ଏବଂ ଶରୀର ଉଭୟ ପବିତ୍ର
ଥାଏ । ଦେବତାମାନଙ୍କୁ ସମସ୍ତେ ଜାଣିଛନ୍ତି, ସେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିବା କାରଣରୁ
ସମ୍ପୂର୍ଣ୍ଣ ବିଶ୍ୱର ମାଲିକ ଥିଲେ । କିନ୍ତୁ ବର୍ତ୍ତମାନ ନାହାଁନ୍ତି । ଏବେ ପୁଣି ତୁମେ
ନିର୍ବିକାରୀ ହେଉଛ । ବାବା ମଧ୍ୟ ସଙ୍ଗମଯୁଗରେ ହିଁ ଆସିଥା’ନ୍ତି । ବ୍ରହ୍ମାଙ୍କ ଦ୍ୱାରା
ବ୍ରାହ୍ମଣଙ୍କର ସୃଷ୍ଟି । ବ୍ରହ୍ମାଙ୍କ ସନ୍ତାନ ତ ତୁମେ ସମସ୍ତେ ଅଟ । ବ୍ରହ୍ମା ହେଲେ ଗ୍ରେଟ୍
ଗ୍ରେଟ୍ ଗ୍ରାଣ୍ଡଫାଦର ଅର୍ଥାତ୍ ପିତାମହ । କୁହ ପ୍ରଜାପିତା ବ୍ରହ୍ମାଙ୍କର ନାମ ଶୁଣିନାହଁ?
ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ହିଁ ସୃଷ୍ଟି ରଚନା କରିବେ ନା । ବ୍ରାହ୍ମଣ କୁଳ ରହିଛି
। ବ୍ରହ୍ମାମୁଖ ବଂଶାବଳୀ ଭାଇ-ଭଉଣୀ ହୋଇଗଲେ, ଏଠାରେ ରାଜା-ରାଣୀର କଥା ନାହିଁ । ଏହି ବ୍ରାହ୍ମଣ
କୁଳର ଅବସ୍ଥିତି ତ ସଙ୍ଗମଯୁଗରେ କମ୍ ସମୟ ପାଇଁ । ରାଜତ୍ୱ ନା ପାଣ୍ଡବଙ୍କର ନା କୌରବଙ୍କର ଅଛି ।
ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ୨୧ ଜନ୍ମ
ପର୍ଯ୍ୟନ୍ତ ଶ୍ରେଷ୍ଠ ପଦର ଅଧିକାରୀ ହେବା ପାଇଁ ସମସ୍ତ ଆସୁରୀ ମତକୁ ଛାଡି ଏକମାତ୍ର ଈଶ୍ୱରୀୟ
ମତରେ ଚାଲିବାକୁ ହେବ । ସମ୍ପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡିବ ।
(୨) ଏହି ପୁରୁଣା ଶରୀରରେ
ରହି ବାବାଙ୍କର ଶିକ୍ଷାଗୁଡିକୁ ଧାରଣ କରି ଦେବତା ହେବାକୁ ପଡିବ । ଏହା ବହୁତ ଅମୂଲ୍ୟ ଜୀବନ,
ଏଥିରେ ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ ହେବାକୁ ପଡିବ ।
ବରଦାନ:-
ସର୍ବ ଆତ୍ମାଙ୍କୁ
ଯଥାର୍ଥ ଅବିନାଶୀ ସାହାରା ଦେଉଥିବା ଆଧାର, ଉଦ୍ଧାରମୂରତ ଭବ ।
ବର୍ତ୍ତମାନ ସମୟରେ
ବିଶ୍ୱର ଚାରିଆଡେ କୌଣସି ନା କୌଣସି ହଲଚଲ୍ ନିଶ୍ଚିତ ରହିଛି, କେଉଁଠି ମନର ଅନେକ ଗୁଡିଏ ଟେନ୍ଶନ୍ର
ହଲଚଲ୍, କେଉଁଠି ପ୍ରକୃତିର ତମୋପ୍ରଧାନ ବାତାବରଣ କାରଣରୁ ହଲଚଲ୍ ଏବଂ ଅଳ୍ପକାଳର ବିନାଶୀ ସାଧନ
ଗୁଡିକ ସମସ୍ତଙ୍କୁ ଚିନ୍ତାରୂପକ ଚିତା ଅର୍ଥାତ୍ ନିଆଁ ଭିରତକୁ ଠେଲିବାରେ ଲାଗିଛି ସେଥିପାଇଁ
ଅଳ୍ପକାଳର ଆଧାରଠାରୁ, ପ୍ରାପ୍ତିଠାରୁ, ବିଧିଠାରୁ, କ୍ଲାନ୍ତ ହୋଇ ବାସ୍ତବିକ ସାହାରା ଖୋଜୁଛନ୍ତି
। ତେଣୁ ତୁମେ ସବୁ ଆଧାର, ଉଦ୍ଧାର ମୂରତ ଆତ୍ମାମାନେ ସେମାନଙ୍କୁ ଶ୍ରେଷ୍ଠ ଅବିନାଶୀ
ପ୍ରାପ୍ତିଗୁଡିକର ଯଥାର୍ଥ ଏବଂ ବାସ୍ତବିକ ଅବିନାଶୀ ସାହାରର ଅନୁଭୁତି କରାଅ ।
ସ୍ଲୋଗାନ:-
ସମୟ ଅମୂଲ୍ୟ
ସମ୍ପତ୍ତି ଅଟେ - ସେଥିପାଇଁ ତାକୁ ନଷ୍ଟ କରିବା ପରିବର୍ତ୍ତେ ତୁରନ୍ତ ନିର୍ଣ୍ଣୟ କରି ସମୟକୁ ସଫଳ
କର ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ଯେପରି ସୂର୍ଯ୍ୟର କିରଣ
ଚତୁର୍ଦ୍ଦିଗରେ ବିଚ୍ଛୁରିତ ହେଉଛି ସେହିପରି ମାଷ୍ଟର ସର୍ବଶକ୍ତିବାନର ସ୍ଥିତିରେ ସ୍ଥିତ ହୋଇ
ଶକ୍ତି ଏବଂ ବିଶେଷତା ଗୁଡିକର କିରଣ ଚତୁର୍ଦ୍ଦିଗରେ ବିଚ୍ଛୁରିତ ହେବାର ଅନୁଭବ କର, ସେଥିପାଇଁ
“ମୁଁ ମାଷ୍ଟର ସର୍ବଶକ୍ତିବାନ, ବିଘ୍ନ-ବିନାଶକ ଆତ୍ମା ଅଟେ - ଏହିଭଳି ସ୍ୱମାନ ରୂପୀ ଆସନ ଉପରେ
ସ୍ଥିତ ହୋଇ କାର୍ଯ୍ୟ କର, ତେବେ କୌଣସି ବି ବିଘ୍ନ ସମ୍ମୁଖକୁ ମଧ୍ୟ ଆସିପାରିବ ନାହିଁ ।