19.10.25 Avyakt Bapdada Odia Murli 31.03.2007 Om Shanti Madhuban
“ସୁପୁତ୍ର ହୋଇ ନିଜର
ଚେହେରା ଦ୍ୱାରା ବାବାଙ୍କର ଚେହେରା ଦେଖାଅ, ନିର୍ମାଣ ଅର୍ଥାତ୍ ସେବା କରିବା ସହିତ ନିର୍ମଳ ବାଣୀ
ଏବଂ ନିର୍ମାନ ସ୍ଥିତିର ସନ୍ତୁଳନ ରଖ”
ଆଜି ବାପଦାଦା ଚାରିଆଡର
ପିଲାମାନଙ୍କର ଭାଗ୍ୟର ରେଖାଗୁଡିକୁ ଦେଖି ହର୍ଷିତ ହେଉଛନ୍ତି । ସବୁ ପିଲାଙ୍କର ମସ୍ତକରେ ଉଜ୍ୱଳ
ଜ୍ୟୋତିର ରେଖା ଚମକୁଛି । ନୟନରେ ଆତ୍ମିକ ଭାବର ଭାଗ୍ୟର ରେଖା ଦେଖାଯାଉଛି । ମୁଖରେ ଶ୍ରେଷ୍ଠ
ବାଣୀର ଭାଗ୍ୟର ରେଖା ଦେଖାଯାଉଛି । ଓଠରେ ଆତ୍ମିକ ସ୍ମିତ ହାସ୍ୟକୁ ଦେଖୁଛନ୍ତି । ହାତ ଦୁଇଟିରେ
ପରମାତ୍ମ ସମ୍ପତ୍ତିର ରେଖା ଦେଖାଯାଉଛି । ଯୋଗଯୁକ୍ତ ପ୍ରତ୍ୟେକ ପାଦରେ ପଦ୍ମର ରୋଜଗାରର ରେଖାକୁ
ଦେଖୁଛନ୍ତି । ସମସ୍ତଙ୍କ ହୃଦୟରେ ବାବାଙ୍କର ସ୍ନେହରେ ଲଭଲୀନ୍ ହେବାର ରେଖାକୁ ଦେଖୁଛନ୍ତି । ତେବେ
ଏହିଭଳି ଶ୍ରେଷ୍ଠ ଭାଗ୍ୟ ତୁମେ ପ୍ରତ୍ୟେକ ସନ୍ତାନ ଅନୁଭବ କରୁଛ ନା! କାହିଁକି ନା ଏହିଭଳି
ଭାଗ୍ୟର ରେଖାଗୁଡିକ ସ୍ୱୟଂ ପରମାତ୍ମା ପିତା ହିଁ ପ୍ରତ୍ୟେକଙ୍କର ଶ୍ରେଷ୍ଠ କର୍ମ ରୂପୀ କଲମ
ଦ୍ୱାରା ଟାଣି ଦେଇଛନ୍ତି । ଏଭଳି ଶ୍ରେଷ୍ଠ ଭାଗ୍ୟ ଯାହାକି ଅବିନାଶୀ ମଧ୍ୟ ଅଟେ ଏବଂ କେବଳ ଏହି
ଗୋଟିଏ ଜନ୍ମ ପାଇଁ ମଧ୍ୟ ନୁହେଁ କିନ୍ତୁ ଅନେକ ଜନ୍ମର ଅବିନାଶୀ ଭାଗ୍ୟର ରେଖା ଅଟେ । ଯେହେତୁ
ବାବା ଅବିନାଶୀ ଅଟନ୍ତି ତେଣୁ ଭାଗ୍ୟର ରେଖାଗୁଡିକ ମଧ୍ୟ ଅବିନାଶୀ ଅଟେ । ତେବେ ଏହି ସମୟରେ ହିଁ
ଶ୍ରେଷ୍ଠ କର୍ମ ଆଧାରରେ ସବୁ ପ୍ରକାରର ଭାଗ୍ୟର ରେଖାଗୁଡିକ ପ୍ରାପ୍ତ ହେଉଛି । କେବଳ ଏହି ସମୟର
ପୁରୁଷାର୍ଥ ଅନେକ ଜନ୍ମର ପ୍ରାରବ୍ଧ ଜମା କରାଇ ଦେଉଛି ।
ତେବେ ସବୁ ପିଲାଙ୍କୁ
ଯେଉଁ ପ୍ରାରବ୍ଧ ଅନେକ ଜନ୍ମ ପର୍ଯ୍ୟନ୍ତ ମିଳିବାର ଅଛି, ବାପଦାଦା ତା’କୁ ଏବେ ଏହି ସମୟରେ, ଏହି
ଜନ୍ମରେ ପୁରୁଷାର୍ଥର ପ୍ରାରବ୍ଧର ପ୍ରାପ୍ତି ରୂପରେ ଦେଖିବାକୁ ଚାହୁଁଛନ୍ତି । କେବଳ ଭବିଷ୍ୟତରେ
ନୁହେଁ କିନ୍ତୁ ଏବେ ବି ଏହି ସବୁ ରେଖାଗୁଡିକ ସଦାସର୍ବଦା ଅନୁଭବ ହେଉ କାହିଁକି ନା ବର୍ତ୍ତମାନର
ଏହି ଦିବ୍ୟ ସଂସ୍କାର ତୁମମାନଙ୍କର ନୂଆ ସଂସାରର ନିର୍ମାଣ କରୁଛି । ତେଣୁ ଚେକ୍ କର । କ’ଣ ଚେକ୍
କରିବା ଜଣା ଅଛି ତ! ନିଜେ ହିଁ ନିଜର ଚେକର୍ ହୁଅ । ତେବେ ସର୍ବ ଭାଗ୍ୟର ରେଖାଗୁଡିକ ଏବେ ମଧ୍ୟ
ଅନୁଭବ ହେଉଛି ତ? ଏମିତି ତ ଭାବୁ ନାହଁ ଯେ ଏହି ସବୁ ପ୍ରାରବ୍ଧଗୁଡିକ ଅନ୍ତିମ ସମୟରେ ହିଁ
ଦେଖାଯିବ? ଯେହେତୁ ପ୍ରାପ୍ତି ମଧ୍ୟ ଏବେ ହେଉଛି ତେଣୁ ପ୍ରାରବ୍ଧର ଅନୁଭବ ମଧ୍ୟ ଏବେ ହିଁ କରିବାକୁ
ହେବ । ଭବିଷ୍ୟତ ସଂସାରର ସଂସ୍କାର ଏବେ ତୁମର ପ୍ରତ୍ୟକ୍ଷ ଜୀବନରେ ହିଁ ଅନୁଭବ ହେବ । ତେବେ କ’ଣ
ସବୁ ଚେକ୍ କରିବ? ଭବିଷ୍ୟତର ସଂସାରରେ ଯେଉଁଭଳି ସଂସ୍କାରଗୁଡିକ ଆତ୍ମାମାନଙ୍କ ଭିତରେ ରହିବ ତା’ର
ଗାୟନ ମଧ୍ୟ କରୁଛ ସେଠାରେ ଗୋଟିଏ ହିଁ ରାଜ୍ୟ ରହିବ । ସେହି ସଂସାରର କଥା ମନେ ଅଛି ତ! କେତେ ଥର
ସେହିଭଳି ସଂସାରରେ ରାଜ୍ୟ କରିଛ? କ’ଣ ମନେ ଅଛି, ନା ମନେ ପକାଇଦେଲେ ଯାଇ ମନେ ପହୁଛି? ତୁମେମାନେ
କ’ଣ ଥିଲ, ସେ କଥା ସ୍ମୃତିରେ ଅଛି ତ? ତେବେ ସେହି ସଂସ୍କାର ବର୍ତ୍ତମାନର ଜୀବନରେ ପ୍ରତ୍ୟକ୍ଷ
ରୂପରେ ଅଛି ତ? ତେଣୁ ଚେକ୍ କର ଏବେ ବି ମୋ’ର ମନରେ, ବୁଦ୍ଧିରେ, ସମ୍ବନ୍ଧ-ସମ୍ପର୍କରେ, ଜୀବନରେ
ଏକ ରାଜ୍ୟ ଅଛି ତ? ନା ଆତ୍ମାର ରାଜ୍ୟ ସହିତ କେବେ କେବେ ମାୟାର ମଧ୍ୟ ରାଜ୍ୟ ଚାଲୁଛି? ଯେପରି
ଭବିଷ୍ୟତର ପ୍ରାରବ୍ଧରେ ଗୋଟିଏ ହିଁ ରାଜ୍ୟ ରହିବ, ଦୁଇଟି ନୁହେଁ, ସେହିପରି ଏବେ ମଧ୍ୟ ଏକ ରାଜ୍ୟ
ଅଛି ତ, ଦୁଇ ରାଜ୍ୟ ନାହିଁ ତ? ଯେପରି ଭବିଷ୍ୟତରେ ଏକ ରାଜ୍ୟ ସହିତ ଏକ ଧର୍ମ ମଧ୍ୟ ରହିବ, ତେବେ
ସେହି ଧର୍ମଟି କ’ଣ? ସମ୍ପୂର୍ଣ୍ଣ ପବିତ୍ରତାର ଧାରଣା ରୂପୀ ଧର୍ମ ରହିବ । ତେଣୁ ଏବେ ଚେକ୍ କର ଯେ
ପବିତ୍ରତା ସମ୍ପୂର୍ଣ୍ଣ ଅଟେ ତ? ସ୍ୱପ୍ନରେ ମଧ୍ୟ ଅପବିତ୍ରତାର ନାମ ଗନ୍ଧ ନ ଥିବ । ତେବେ
ପବିତ୍ରତାର ଅର୍ଥ ହେଲା ସଂକଳ୍ପ, ବାଣୀ, କର୍ମ ଏବଂ ସମ୍ବନ୍ଧ-ସମ୍ପର୍କରେ ସମ୍ପୂର୍ଣ୍ଣ
ପବିତ୍ରତାର ଗୋଟିଏ ହିଁ ଧାରଣା ରହିଥିବ । ବ୍ରହ୍ମାଚାରୀ ହୋଇଥିବ । ତେବେ ନିଜର ଚେକିଙ୍ଗ୍ କରିବା
ଜଣା ଅଛି ତ? ଯେଉଁମାନଙ୍କୁ ନିଜର ଚେକିଙ୍ଗ୍ କରିବା ଜଣା ଅଛି ସେମାନେ ହାତ ଉଠାଅ । ଯଦି ଜଣା ଅଛି
ତେବେ କରୁଛ ତ? କରୁଛ ତ? କରୁଛ ତ? ଟୀଚରମାନଙ୍କୁ ଜଣା ଅଛି ତ? ଡବଲ ବିଦେଶୀ ମାନଙ୍କୁ ଜଣା ଅଛି
ତ? କାହିଁକି ଜାଣିଛ? ବର୍ତ୍ତମାନର ପବିତ୍ରତା କାରଣରୁ ହିଁ ତୁମମାନଙ୍କର ଜଡମୂର୍ତ୍ତି ନିକଟରେ
ମଧ୍ୟ ପବିତ୍ରତା ମାଗୁଛନ୍ତି । ପବିତ୍ରତା ଅର୍ଥାତ୍ ଏକ ଧର୍ମ ଯାହାକି ବର୍ତ୍ତମାନ ସ୍ଥାପନ ହେଉଛି
ଏବଂ ଭବିଷ୍ୟତରେ ମଧ୍ୟ ଚାଲୁଛି । ସେହିଭଳି ଭବିଷ୍ୟତର ଗାୟନ ମଧ୍ୟ କ’ଣ ରହିଛି? ଏକ ରାଜ୍ୟ, ଏକ
ଧର୍ମ ଏବଂ ତା’ ସହିତ ସଦା ସୁଖ-ଶାନ୍ତି-ସମ୍ପତ୍ତି ଅର୍ଥାତ୍ ଅଖଣ୍ଡ ସୁଖ, ଅଖଣ୍ଡ ଶାନ୍ତି ଏବଂ
ଅଖଣ୍ଡ ସମ୍ପତ୍ତି । ତେବେ ଭବିଷ୍ୟତରେ ତ ବିଶ୍ୱ ଉପରେ ରାଜ୍ୟ କରିବା ହେବ କିନ୍ତୁ ବର୍ତ୍ତମାନର
ସ୍ୱରାଜ୍ୟର ଜୀବନରେ ଚେକ୍ କର ଯେ ଅବିନାଶୀ ସୁଖ, ପରମାତ୍ମ ସୁଖ, ଅବିନାଶୀ ଭାବରେ ଅନୁଭବ ହେଉଛି
ତ? କୌଣସି ସାଧନ ବା କୌଣସି ସାହାଯ୍ୟ-ସହଯୋଗ ଆଧାରରେ ସୁଖର ଅନୁଭବ ହେଉ ନାହିଁ ତ? ତେଣୁ କେବେ ବି
କୌଣସି କାରଣରୁ ଦୁଃଖର ଢେଉର ଅନୁଭବ ହେବା ଉଚିତ୍ ନୁହେଁ । କୌଣସି ନାମ-ମାନ୍-ଶାନ୍ ଆଧାରରେ
ସୁଖର ଅନୁଭବ ହେଉନାହିଁ ତ? କାହିଁକି ଜାଣିଛ? କାହିଁକି ନା ଏହି ସବୁ ନାମ୍-ମାନ୍-ଶାନ୍,
ସାଧନ ଏବଂ ସାହାଯ୍ୟ-ସହଯୋଗ ବିନାଶୀ ଅଟେ । ଅଳ୍ପକାଳର ଅଟେ । ତେଣୁ ବିନାଶୀ ଆଧାର ଦ୍ୱାରା
ଅବିନାଶୀ ସୁଖ ମିଳିପାରିବ ନାହିଁ । ତେଣୁ ଚେକ୍ କରିଚାଲ । ଏବେ ଏବେ ଶୁଣୁଥାଅ ଏବଂ ଚେକିଙ୍ଗ୍
ମଧ୍ୟ କରୁଥାଅ ତେବେ ଜାଣିପାରିବ ଯେ ବର୍ତ୍ତମାନର ସଂସ୍କାର ଏବଂ ଭବିଷ୍ୟତ ସଂସାରର ପ୍ରାରବ୍ଧ
ମଧ୍ୟରେ କେତେ ପାର୍ଥକ୍ୟ ରହିଛି! ତୁମେମାନେ ଜନ୍ମ ହେବା ମାତ୍ରକେ ବାପଦାଦାଙ୍କ ପାଖରେ କ’ଣ
ପ୍ରତିଜ୍ଞା କରିଛ, ମନେ ଅଛି ନା ଭୁଲିଗଲଣି? ଏହି ପ୍ରତିଜ୍ଞା କରିଥିଲେ ଯେ ଆମେ ସମସ୍ତେ
ବାବାଙ୍କର ସାଥୀ ହୋଇ, ବିଶ୍ୱ କଲ୍ୟାଣକାରୀ ହୋଇ ନୂତନ ସୁଖଶାନ୍ତିମୟ ସଂସାର ଗଢିବୁ । ମନେ ଅଛି
ପ୍ରତିଜ୍ଞା? ଯଦି ମନେ ଅଛି ତେବେ ହାତ ଉଠାଅ । ଦୃଢ ପ୍ରତିଜ୍ଞା କରିଛ ନା ଟିକିଏ ଗଡବଡ ହୋଇଯାଉଛି?
ତେବେ ସେହି ନୂଆ ସଂସାରକୁ ଏବେ ପରମାତ୍ମ ସଂସ୍କାର ଆଧାରରେ ହିଁ ଗଢିପାରିବ । ତେଣୁ ଏବେ କେବଳ
ପୁରୁଷାର୍ଥ କରିବାର ନାହିଁ ତା ସହିତ ପୁରୁଷାର୍ଥର ପ୍ରାରବ୍ଧ ମଧ୍ୟ ଏବେ ହିଁ ଅନୁଭବ କରିବାକୁ
ହେବ । ତେବେ ସୁଖ ସହିତ ଶାନ୍ତିକୁ ମଧ୍ୟ ଚେକ୍ କର - ଅଶାନ୍ତ ବାତାବରଣ, ଅଶାନ୍ତ ପରିସ୍ଥିତି
ଭିତରେ ମଧ୍ୟ ତୁମେ ଶାନ୍ତିର ସାଗରଙ୍କର ପିଲାମାନେ ସର୍ବଦା କମଳ ପୁଷ୍ପଭଳି ଅଶାନ୍ତିକୁ ମଧ୍ୟ
ଶାନ୍ତିର ବାୟୁମଣ୍ଡଳରେ ପରିବର୍ତ୍ତନ କରିପାରିବ? ବାୟୁମଣ୍ଡଳ ଶାନ୍ତ ଥିବ, ସେଥିରେ ତୁମେ
ଶାନ୍ତିର ଅନୁଭବ କରୁଥିବ, ଏହା କିଛି ବଡ କଥା ନୁହେଁ, କିନ୍ତୁ ତୁମମାନଙ୍କର ପ୍ରତିଜ୍ଞା ହେଉଛି
ଅଶାନ୍ତିକୁ ଶାନ୍ତିରେ ପରିବର୍ତ୍ତନ କରିବାର । ତେଣୁ ଚେକ୍ କର । କ’ଣ ଚେକ୍ କରୁଛ ତ?
ପରିବର୍ତ୍ତକ ଅଟ ତ, ପରବଶ ତ ନୁହେଁ ନା? ପରିବର୍ତ୍ତକ । ତେବେ ପରିବର୍ତ୍ତକ କେବେ ପରବଶ
ହୋଇପାରିବ ନାହିଁ । ସେହିଭଳି ସମ୍ପତ୍ତି ଗୁଡିକ ମଧ୍ୟ ଅସରନ୍ତି ଅଟେ । ତେବେ ସ୍ୱରାଜ୍ୟ
ଅଧିକାରୀର ଅସରନ୍ତି ସମ୍ପତ୍ତି କ’ଣ? ଜ୍ଞାନ, ଗୁଣ ଏବଂ ଶକ୍ତି - ଏସବୁ ହେଲା ସ୍ୱରାଜ୍ୟ ଅଧିକାରୀ
ଆତ୍ମାର ସମ୍ପତ୍ତି । ତେଣୁ ଚେକ୍ କର - ଜ୍ଞାନର ସାରା ବିସ୍ତାରର ସାରାଂଶକୁ ଜାଣିଯାଇଛ ତ?
ଜ୍ଞାନର ଅର୍ଥ ହେଲା ବୁଝିବାର ଶକ୍ତି ବା ବୁଦ୍ଧି । ତେବେ ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ କର୍ମ,
ପ୍ରତ୍ୟେକ ବାଣୀ ଜ୍ଞାନଯୁକ୍ତ ଅର୍ଥାତ୍ ବୁଦ୍ଧିମାନ ହୋଇ ଜ୍ଞାନବାନ୍ ହୋଇ କରୁଛ ତ? ବାସ୍ତବିକ
ଜୀବନରେ ସର୍ବଗୁଣ ପ୍ରକାଶିତ ହୋଉଛି ତ? ସର୍ବ ନା ଯଥାଶକ୍ତି? ସେହିଭଳି ସର୍ବ ଶକ୍ତି ମଧ୍ୟ ଅଛି
ତ? କାରଣ ତୁମମାନଙ୍କର ଉପାଧି ହେଲା - ମାଷ୍ଟର ସର୍ବଶକ୍ତିବାନ, କେବଳ ଶକ୍ତିବାନ ନୁହେଁ । ତେବେ
ସର୍ବଶକ୍ତିରେ ସମ୍ପନ୍ନ ଅଟ ତ? ଦ୍ୱିତୀୟ କଥାଟି ହେଲା ସର୍ବଶକ୍ତିଗୁଡିକ ଯଥା ସମୟରେ କାର୍ଯ୍ୟ
କରୁଛନ୍ତି ତ? ଯଥା ସମୟରେ ହାଜିର ହେଉଛନ୍ତି ନା ସମୟ ବିତିଯିବା ପରେ ମନେ ପଡୁଛି? ତେଣୁ ଚେକ୍ କର
ଏହି ତିନୋଟିଯାକ କଥା - ଏକ ରାଜ୍ୟ, ଏକ ଧର୍ମ ଏବଂ ଅବିନାଶୀ ସୁଖ-ଶାନ୍ତି, ସମ୍ପତ୍ତି କାହିଁକି
ନା ନୂତନ ସଂସାରର ଏହି ସବୁ କଥାଗୁଡିକ ଯାହାକି ବର୍ତ୍ତମାନ ସ୍ୱରାଜ୍ୟ ସମୟର ଅନୁଭବ ଅଟେ ତାହା
ସେଠାରେ ହୋଇପାରିବ ନାହିଁ । କେବଳ ଏବେ ହିଁ ଏସବୁକୁ ଅନୁଭବ କରିପାରିବ । ଯଦି ଏବେଠାରୁ ଏହି ସବୁ
ସଂସ୍କାର ଗୁଡିକ ଜାଗ୍ରତ ଅବସ୍ଥାରେ ରହିଥିବ ତେବେ ଯାଇ ଅନେକ ଜନ୍ମ ପ୍ରାରବ୍ଧ ରୂପରେ ସାଥୀରେ
ରହିବ । ତେବେ ଏଥିରେ କେହି ଏଭଳି ଭାବୁ ନାହଁ ତ ଯେ ଧାରଣ ତ କରୁଛି, ହୋଇ ତ ଯିବି, ଶେଷ ସମୟ
ପୂର୍ବରୁ ତ ନିଶ୍ଚିତ ହୋଇଯିବି.... ।
ବାପଦାଦା ପୂର୍ବରୁ ମଧ୍ୟ
ସଂକେତ ଦେଇସାରିଛନ୍ତି ଯେ ବର୍ତ୍ତମାନର ବହୁତ କାଳର ଅଭ୍ୟାସ ହିଁ ବହୁତ କାଳ ପ୍ରାପ୍ତିର ଆଧାର ଅଟେ
। ଶେଷ ସମୟରେ ହୋଇଯିବ, ଏଭଳି ଭାବ ନାହିଁ, ହୋଇଯିବ ନୁହେଁ, ନିଶ୍ଚିତ ହେବ । କାହିଁକି ଜାଣିଛ?
କାହିଁକି ନା ଭବିଷ୍ୟତ ସ୍ୱରାଜ୍ୟର ଅଧିକାର ପ୍ରାପ୍ତ କରିବା ପାଇଁ ଏବେଠାରୁ ବହୁତ ସମୟର ଅଭ୍ୟାସ
ରହିବା ଦରକାର । ଯଦି ଏହି ଗୋଟିଏ ଜନ୍ମରେ ଅଧିକାରୀ ହୋଇପାରିଲ ନାହିଁ, ଅଧୀନ ହୋଇଗଲ ତେବେ ଅନେକ
ଜନ୍ମ ଅଧିକାରୀ କିପରି ହେବ! ସେଥିପାଇଁ ବାପଦାଦା ଚାରିଆଡର ସବୁ ପିଲାମାନଙ୍କୁ ବାରମ୍ବାର ସଂକେତ
ଦେଉଛନ୍ତି ଯେ ଏବେ ସମୟ ତୀବ୍ର ବେଗରେ ଆଗକୁ ବଢି ଚାଲିଛି, ସେଥିପାଇଁ ସବୁ ପିଲାଙ୍କୁ ଏବେ କେବଳ
ପୁରୁଷାର୍ଥୀ ନୁହେଁ ତୀବ୍ର ପୁରୁଷାର୍ଥୀ ହୋଇ ପୁରୁଷାର୍ଥର ପ୍ରାରବ୍ଧର ଅନୁଭବ ବହୁତ କାଳ
ପର୍ଯ୍ୟନ୍ତ କରିବାକୁ ହେବ ଏବଂ ତୀବ୍ର ପୁରୁଷାର୍ଥର ଲକ୍ଷଣ ଗୁଡିକ ବାପଦାଦା ପୂର୍ବରୁ ମଧ୍ୟ
ଶୁଣାଇସାରିଛନ୍ତି । ତୀବ୍ରପୁରୁଷାର୍ଥୀ ସର୍ବଦା ମାଷ୍ଟର ଦାତା ହୋଇଥିବ, ନେବତା ନୁହେଁ ଦେବତା
ହୋଇଥିବ, ଯଦି ଏଭଳି ହେବ ତେବେ ମୋ’ର ପୁରୁଷାର୍ଥ ଠିକ୍ ଚାଲିବ, ଯଦି ଏମାନେ କରିବେ ତେବେ ମୁଁ ବି
କରିବି, ଯଦି ଇଏ ବଦଳିଯିବ ତେବେ ମୁଁ ମଧ୍ୟ ବଦଳିଯିବି, ଏହିଭଳି ଇଏ ବଦଳୁ, ଇଏ କରୁ ଏସବୁ
ଦାତାପଣିଆର ଲକ୍ଷଣ ନୁହେଁ । କେହି କରୁ କି ନ କରୁ କିନ୍ତୁ ମୁଁ ବାପଦାଦାଙ୍କ ଭଳି କରିବି,
ବ୍ରହ୍ମାବାବାଙ୍କ ଭଳି କରିବି । ସାକାରରେ କେବେ ଦେଖିଛ, ବ୍ରହ୍ମାବାବା କେବେ କହିଛନ୍ତି,
ପିଲାମାନେ କରିଲେ ମୁଁ କରିବି - ଏଭଳି କେବେ ବି କହିନାହାଁନ୍ତି ବରଂ କହୁଥିଲେ ମୁଁ ନିଜେ କରିବି
ଏବଂ ପିଲାମାନଙ୍କୁ ମଧ୍ୟ କରାଇବି । ତୀବ୍ର ପୁରୁଷାର୍ଥର ଆଉ ଗୋଟିଏ ଲକ୍ଷଣ ହେଲା, ସଦା ନିର୍ମାନ
ଅର୍ଥାତ୍ ମାନ-ଶାନ ପ୍ରାପ୍ତ କରିବାର ଇଚ୍ଛାଠାରୁ ଉର୍ଦ୍ଧ୍ୱରେ । ସବୁ କାର୍ଯ୍ୟ କରୁଥିଲେ ମଧ୍ୟ
ନିର୍ମାନ୍ । ତେଣୁ ନିର୍ମାନ ଏବଂ ନିର୍ମାଣର ସନ୍ତୁଳନ ରହିବା ଦରକାର । କାହିଁକି ଜାଣିଛ? କାହିଁକି
ନା ନିର୍ମାନ ହୋଇ କାର୍ଯ୍ୟ କରିବା ଦ୍ୱାରା ସମସ୍ତଙ୍କଠାରୁ ଦିଲ୍ର ସ୍ନେହ ଏବଂ ଆଶୀର୍ବାଦ
ମିଳିଥାଏ । ବାପଦାଦା ଦେଖୁଛନ୍ତି ଯେ ନିର୍ମାଣ ଅର୍ଥାତ୍ ସେବା କ୍ଷେତ୍ରରେ ମଧ୍ୟ ସମସ୍ତେ ବହୁତ
ଭଲ ଉମଙ୍ଗ-ଉତ୍ସାହର ସହିତ ନୂଆ ନୂଆ ଯୋଜନା ସବୁ କରୁଛନ୍ତି । ଏଥିପାଇଁ ବାପଦାଦା ଚାରିଆଡର
ପିଲାମାନଙ୍କୁ ଅଭିନନ୍ଦନ ମଧ୍ୟ ଦେଉଛନ୍ତି ।
ତେବେ ବାପଦାଦାଙ୍କ ପାଖକୁ
ନିର୍ମାଣର ବା ସେବାର ନୂଆ ନୂଆ ଯୋଜନା ସବୁ ବହୁତ ଭଲ ଭଲ ଆସିଛି । କିନ୍ତୁ ବାପଦାଦା ଦେଖୁଛନ୍ତି
ଯେ ନିର୍ମାଣ ଅର୍ଥାତ୍ ସେବାର କାର୍ଯ୍ୟ କରିବା ତ ବହୁତ ଭଲ କଥା କିନ୍ତୁ ସେବା କାର୍ଯ୍ୟରେ ଯେତିକି
ଉମଙ୍ଗ-ଉତ୍ସାହ ରଖୁଛ ସେହି ଅନୁସାରେ ଯଦି ନିର୍ମାନ ସ୍ଥିତିର ସନ୍ତୁଳନ ରହିବ ତେବେ ନିର୍ମାଣର
କାର୍ଯ୍ୟରେ ଆହୁରି ଅଧିକ ସଫଳତା ପ୍ରତ୍ୟକ୍ଷ ରୂପରେ ମିଳିପାରିବ । ବାପଦାଦା ପୂର୍ବରୁ ମଧ୍ୟ
ଶୁଣାଇ ସାରିଛନ୍ତି - ନିର୍ମାନ ସ୍ୱଭାବ, ନିର୍ମାନ ବାଣୀ ଏବଂ ନିର୍ମାନ ସ୍ଥିତିରେ ରହି ସମସ୍ତଙ୍କ
ସହିତ ସମ୍ବନ୍ଧ-ସମ୍ପର୍କରେ ଆସ, ଦେବତାମାନଙ୍କ ପାଇଁ ଯେଉଁ ଗାୟନ କରୁଛନ୍ତି ତାଙ୍କ ମୁଖରୁ ଯେଉଁ
ବାଣୀ ବାହାରିଥାଏ ତାହା ଯେପରି ହୀରା ମୋତି ସମାନ ଅଟେ, ଅମୂଲ୍ୟ ଏବଂ ନିର୍ମଳ ବାଣୀ, ନିର୍ମଳ
ସ୍ୱଭାବ, ଏହା ପ୍ରକୃତରେ ବ୍ରାହ୍ମଣମାନଙ୍କର ହିଁ ଗାୟନ ଅଟେ କିନ୍ତୁ ଦେବତାମାନଙ୍କ ପାଇଁ
କୁହାଯାଉଛି । ଏବେ ବାପଦାଦା ଦେଖୁଛନ୍ତି, ଫଳାଫଳ ତ ଶୁଣାଇ ଦେବା ନା, କାହିଁକି ନା ଏହି ସିଜିନ୍ର
ଏହା ଶେଷ ପାଳି ଅଟେ । ତେବେ ବାପଦାଦା ଦେଖୁଛନ୍ତି ଯେ ନିର୍ମଳ ବାଣୀ ନିର୍ମାନ ସ୍ଥିତିରେ ରହିବା
ପାଇଁ ପିଲାମାନଙ୍କୁ ଆଉ ଟିକିଏ ଅଧିକ ଧ୍ୟାନ ଦେବାକୁ ପଡିବ ।
ବାପଦାଦା ର୍ପୂବରୁ ମଧ୍ୟ
ଶୁଣାଇଛନ୍ତି ଯେ ତିନି ପ୍ରକାରର ସମ୍ପତ୍ତିର ଖାତା ଜମା କର । ତେବେ ବାପଦାଦା ଫଳାଫଳ ରୂପରେ କ’ଣ
ଦେଖିଲେ ଜାଣିଛ? ତିନୋଟିଯାକ ଖାତା କ’ଣ ଜାଣିଛ? ତାହା ତ ମନେ ଥିବ ନା! ପୁଣି ବି ଆଉ ଥରେ ମନେ
ପକାଇ ଦେଉଛୁ - ଗୋଟିଏ ହେଲା ନିଜର ପୁରୁଷାର୍ଥ ଦ୍ୱାରା ଜମାର ଖାତାକୁ ବଢାଇବା, ଦ୍ୱିତୀୟରେ -
ସର୍ବଦା ନିଜେ ମଧ୍ୟ ସନ୍ତୁଷ୍ଟ ରହିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିବା, ଭିନ୍ନ ଭିନ୍ନ
ସଂସ୍କାରକୁ ଜାଣୁଥିଲେ ମଧ୍ୟ ସନ୍ତୁଷ୍ଟ ରହିବା ଏବଂ ସନ୍ତୁଷ୍ଟ କରିବା, ଯାହାଦ୍ୱାରା ଆଶୀର୍ବାଦର
ଖାତା ଜମା ହେବ । ଯଦି କୌଣସି ବି କାରଣରୁ ସନ୍ତୁ୍ଷ୍ଟ କରିବାରେ କମୀ ରହିଯାଉଛି ତେବେ ତାହା
ପୂଣ୍ୟର ଖାତାରେ ଜମା ହେଉ ନାହିଁ । ତେଣୁ ସନ୍ତୁଷ୍ଟତା ହେଉଛି ପୂଣ୍ୟର ଚାବୀ କାଠି, ଚାହେଁ
ସନ୍ତୁଷ୍ଟ ରୁହ, ଚାହେଁ ସନ୍ତୁଷ୍ଟ କର । ତୃତୀୟରେ ହେଲା - ସେବାକ୍ଷେତ୍ରରେ ମଧ୍ୟ ସର୍ବଦା
ନିଃସ୍ୱାର୍ଥ ସେବା, ମୁଁ ପଣିଆ ନ ଥିବ । ମୁଁ କରିଛି ବା ମୋ’ର ହେବା ଦରକାର, ଏହିଭଳି
ସେବାକ୍ଷେତ୍ରରେ ଯେଉଁଠି ମୁଁ ଏବଂ ମୋ’ର ପଣିଆ ଆସିଯାଉଛି ସେଠାରେ ପୂଣ୍ୟର ଖାତା ଜମା ହେଉ ନାହିଁ
ଏବଂ ରାଜକୀୟ ରୂପର ମୋ’ର ପଣିଆ ମଧ୍ୟ ବହୁତ ରହିଛି - ଏହାର ତ ତୁମେମାନେ ଅନୁଭବୀ ମଧ୍ୟ ଅଟ । ତେବେ
ରାଜକୀୟ ରୂପର ମୋ’ର ପଣିଆର ତାଲିକା ସାଧାରଣ ମୋ’ର ପଣିଆଠାରୁ ଲମ୍ବା ଅଟେ । ତେଣୁ ଯେଉଁଠି ବି
ମୁଁ ଏବଂ ମୋ’ର ପଣିଆର ସ୍ୱାର୍ଥ ଆସିଯାଉଛି, ନିଃସ୍ୱାର୍ଥ ସେବା ନାହିଁ ସେଠାରେ ପୂଣ୍ୟର ଖାତା କମ୍
ଜମା ହୋଇଥାଏ । ତେବେ ମୋ’ର ପଣିଆର ଲିଷ୍ଟକୁ ପୁଣି କେବେ ଶୁଣାଇବୁ, କାରଣ ତାହା ବହୁତ ଲମ୍ବା ଅଟେ
ଏବଂ ବହୁତ ସୂକ୍ଷ୍ମ ମଧ୍ୟ ଅଟେ । ତେବେ ବାପଦାଦା ଦେଖିଲେ ଯେ ନିଜର ପୁରୁଷାର୍ଥ ଦ୍ୱାରା ଯଥା
ଶକ୍ତି ସମସ୍ତେ ନିଜ ନିଜର ଖାତା ଜମା କରୁଛନ୍ତି କିନ୍ତୁ ଆଶୀର୍ବାଦର ଖାତା ଏବଂ ପୂଣ୍ୟର ଖାତା ଏବେ
ବି ଆହୁରି ଜମା କରିବାର ଆବଶ୍ୟକତା ରହିଛି । ସେଥିପାଇଁ ତିନୋଟିଯାକ ଖାତାକୁ ଜମା କରିବା ଉପରେ
ବିଶେଷ ଧ୍ୟାନ ଦିଅ । ଭିନ୍ନ ଭିନ୍ନ ସଂସ୍କାର ତ ଏବେ ମଧ୍ୟ ଦେଖାଯାଉଛି କାହିଁକି ନା ସମସ୍ତଙ୍କର
ସଂସ୍କାର ତ ଏବେ ସମ୍ପନ୍ନ ହୋଇ ନାହିଁ କିନ୍ତୁ ଆମ ଉପରେ କାହାର ଦୁର୍ବଳ ସ୍ୱଭାବ-ସଂସ୍କାରର
ପ୍ରଭାବ ପଡିବା ଉଚିତ୍ ନୁହେଁ । ମୁଁ ମାଷ୍ଟର ସର୍ବଶକ୍ତିବାନ ଅଟେ, ଦୁର୍ବଳ ସଂସ୍କାର ଶକ୍ତିଶାଳୀ
ନୁହେଁ ତେଣୁ ମୋଭଳି ମାଷ୍ଟର ସର୍ବଶକ୍ତିବାନ ଆତ୍ମା ଉପରେ ଦୁର୍ବଳ ସଂସ୍କାର ଗୁଡିକର ପ୍ରଭାବ
ପଡିବା ଉଚିତ୍ ନୁହେଁ । ତେବେ ଏଥିରୁ ସୁରକ୍ଷିତ ରହିବାର ସାଧନ ହେଲା ବାପଦାଦାଙ୍କର ଛତ୍ରଛାୟା ତଳେ
ରହିବା ଏବଂ ବାପଦାଦାଙ୍କ ସହିତ ଯୁଗଳ ହୋଇ ରହିବା । ତେବେ ଶ୍ରୀମତ ହିଁ ବାବାଙ୍କର ଛତ୍ରଛାୟା ଅଟେ
।
ତେଣୁ ବାପଦାଦା ଆଜି
ସମସ୍ତଙ୍କୁ ଏହି ସଂକେତ ଦେଉଛନ୍ତି ଯେ ପ୍ରତ୍ୟେକ ନିଜ ପାଇଁ ସଂକଳ୍ପରେ, ବାଣୀରେ,
ସମ୍ବନ୍ଧ-ସମ୍ପର୍କରେ, କର୍ମରେ ନବୀନତା ଆଣିବାର ସଂକଳ୍ପ ନିଶ୍ଚିତ କରିବାକୁ ହେବ । ତେଣୁ ବାପଦାଦା
ପ୍ରଥମେ ଫଳାଫଳକୁ ଚେକ୍ କରିବେ ଯେ କେଉଁଭଳି ନବୀନତା ଆଣିଛ? ପୁରୁଣା ସଂସ୍କାରଗୁଡିକୁ ନିଜର ଦୃଢ
ସଂକଳ୍ପ ଦ୍ୱାରା ପରିବର୍ତ୍ତନ କରିଛ କି ନାହିଁ? ପ୍ରଥମେ ଏହି ଫଳାଫଳ ଦେଖିବେ । କ’ଣ ଭାବୁଛ,
ଏହିଭଳି କରିବ ତ? କରିବ ତ? ଯେଉଁମାନେ ଭାବୁଛନ୍ତି ଆମେ କରିବୁ ସେମାନେ ହାତ ଉଠାଅ । କରିବ ତ?
ଆଚ୍ଛା! କରିବ ନା ଅନ୍ୟକୁ ଦେଖିବ? କ’ଣ କରିବ? ଅନ୍ୟ କାହାକୁ ଦେଖିବ ନାହିଁ, ବାପଦାଦାଙ୍କୁ ହିଁ
ଦେଖିବ, ତୁମର ବଡ ଦାଦୀଙ୍କୁ ଦେଖିବ । ତାଙ୍କର ସ୍ଥିତି କେତେ ନ୍ୟାରା ପ୍ୟାରା ଅଟେ । ବାପଦାଦା
କହୁଛନ୍ତି ଯଦି କାହାକୁ ହଦ୍ର ମୁଁ ପଣିଆ ଏବଂ ମୋ’ର ପଣିଆଠାରୁ ନିଆରା ସ୍ଥିତିବାଲା ଦେଖିବାକୁ
ଚାହୁଁଛ ତେବେ ବାପଦାଦାଙ୍କର ହୃଦୟ ସିଂହାସନ ଅଧିକାରୀ ତୁମର ଦାଦୀଙ୍କୁ ଦେଖ । ସାରା ଜୀବନ ହଦ୍ର
ମୁଁ ପଣିଆଠାରୁ, ହଦ୍ର ମୋ’ର ପଣିଆଠାରୁ ଦୂରେଇ ରହିଛି, ଯାହାର ଫଳ ସ୍ୱରୂପ ଯେତେ ବି ରୋଗ-ବ୍ୟାଧି
ହୋଇଥିଲେ ମଧ୍ୟ ଦୁଃଖ-କଷ୍ଟର ଅନୁଭବଠାରୁ ସର୍ବଦା ମୁକ୍ତ ଅଟେ । ଗୋଟିଏ ହିଁ ଶବ୍ଦକୁ ପକ୍କା କରି
ଦେଇଛି, ଯଦି କେହି ପଚାରୁଛି ଦାଦୀଜୀ କିଛି କଷ୍ଟ ହେଉଛି କି, କିଛି ଖରାପ ଲାଗୁଛି କି? ତେବେ କ’ଣ
ଉତ୍ତର ମିଳୁଛି? କିଛି ନାହି, କାହିଁକି ନା ନିଃସ୍ୱାର୍ଥ ଏବଂ ବିଶାଳ ହୃଦୟ, ସମସ୍ତଙ୍କୁ ଚଳାଇ
ନେଉଥିବା, ସମସ୍ତଙ୍କର ପ୍ରିୟ ପାତ୍ର, ଯାହାର ବାସ୍ତବିକ ପ୍ରମାଣ ତୁମେମାନେ ଦେଖୁଛ । ତେବେ
ଯେତେବେଳେ ବ୍ରହ୍ମାବାବାଙ୍କ କଥା କୁହାଯାଉଛି ତେବେ କହୁଛନ୍ତି ତାଙ୍କ ଭିତରେ ତ ବାବା ଥିଲେ ନା
କିନ୍ତୁ ଦାଦୀ ତ ତୁମମାନଙ୍କ ସହିତ ପ୍ରଭୁ ପାଳନାରେ ରହୁଥିଲେ, ପାଠପଢାରେ ମଧ୍ୟ ରହୁଥିଲେ, ସେବାରେ
ମଧ୍ୟ ସାଥି ହୋଇ ରହୁଥିଲେ । ତେବେ ଯଦି ଜଣେ ନିଜର ନିଃସ୍ୱାର୍ଥ ସ୍ଥିତି ଦ୍ୱାରା ଏଭଳି ହୋଇପାରୁଛି
ତେବେ କ’ଣ ତୁମେମାନେ ହୋଇପାରିବ ନାହିଁ? ହୋଇପାରିବ ନା! ବାପଦାଦାଙ୍କର ନିଶ୍ଚୟ ଅଛି ଯେ ତୁମେମାନେ
ହିଁ ହେବ । କେତେ ଥର ହୋଇସାରିଛ, ମନେ ଅଛି? ଅନେକ କଳ୍ପ ବାପ ସମାନ ହୋଇସାରିଛ ଏବଂ ଏବେ ମଧ୍ୟ
ତୁମେମାନେ ହିଁ ହେବ । ଏହିଭଳି ଉତ୍ସାହ ଏବଂ ଉଦ୍ଦୀପନାରେ ଉଡିଚାଲ । ଯେବେକି ବାବାଙ୍କ ସହିତ
ସ୍ନେହ ଅଛି, ୧୦୦ ପ୍ରତିଶତ ଠାରୁ ମଧ୍ୟ ଅଧିକ ଅଛି ଏହିଭଳି କହୁଛ ନା! କ’ଣ ଠିକ୍ କଥା ନା?
ଯେଉଁମାନେ ବି ଏଠାରେ ବସିଛ ବା ନିଜ ନିଜ ସ୍ଥାନରେ ରହି ଶୁଣୁଛ ବା ଦେଖୁଛ, ସମସ୍ତେ ନିଜକୁ
ସ୍ନେହର ବିଷୟ ଉପରେ ୧୦୦ ପ୍ରତିଶତରୁ ମଧ୍ୟ ଅଧିକ ବୋଲି ଭାବୁଛ ନା? ଯଦି ଭାବୁଛ ତେବେ ହାତ ଉଠାଅ
। ୧୦୦ ପ୍ରତିଶତ? (ସମସ୍ତେ ହାତ ଉଠାଇଲେ) ଆଚ୍ଛା! ପଛବାଲା ଲମ୍ବା ହାତ ଉଠାଅ, ହାତ ହଲାଅ । (ଆଜି
୨୨ ହଜାରରୁ ମଧ୍ୟ ଅଧିକ ଭାଇଭଉଣୀ ପହଞ୍ଚିଯାଇଛନ୍ତି) । ଏଥିରେ ତ ସମସ୍ତେ ହାତ ଉଠାଉଛ । ତେବେ
ସ୍ନେହର ପ୍ରମାଣ ହେଲା ସମାନ ହେବା । ଯାହା ପ୍ରତି ସ୍ନେହ ଥିବ ତାଙ୍କ ଭଳି କଥା କହିବା, ଚାଲିବା,
ତାଙ୍କ ଭଳି ସମ୍ବନ୍ଧ-ସମ୍ପର୍କ ରକ୍ଷା କରିବା - ଏସବୁ ହେଲା ସ୍ନେହର ପ୍ରମାଣ ।
ଆଜି ବାପଦାଦା ଏବେ ଏବେ
ଦେଖିବାକୁ ଚାହୁଁଛନ୍ତି ଯେ ଗୋଟିଏ ସେକେଣ୍ଡ ଭିତରେ ସ୍ୱ ରାଜ୍ୟର ଆସନ ଉପରେ ନିୟନ୍ତ୍ରଣ କରିବାର
ଶକ୍ତି ଏବଂ ଶାସନ କରିବାର ଶକ୍ତିର ସଂସ୍କାରକୁ ଜାଗ୍ରତ କରି ବସିପାରିବ? ତେବେ ଗୋଟିଏ ସେକେଣ୍ଡ
ଭିତରେ ରାଜ୍ୟ ଅଧିକାରୀର ଆସନ ଉପରେ ଦୁଇ-ତିନି ମିନିଟ୍ ପାଇଁ ସ୍ଥିତ ହୋଇଯାଅ । ଆଚ୍ଛା! (ଡ୍ରିଲ୍)
ଚାରିଆଡର ପିଲାମାନଙ୍କର
ସ୍ନେହପୂର୍ଣ୍ଣ ଶୁଭେଚ୍ଛାର ପତ୍ର ଏବଂ ବିଜ୍ଞାନର ଯେଉଁ ସବୁ ସାଧନ ଗୁଡିକ ରହିଛି ସେଗୁଡିକ
ମାଧ୍ୟମରେ ପିଲାମାନଙ୍କର ୟାଦପ୍ୟାର ବାପଦାଦାଙ୍କ ନିକଟରେ ପହଞ୍ଚିଯାଇଛି । ନିଜର ଦିଲ୍ର ସମାଚାର
ବହୁତ ପିଲା ଲେଖିକରି ମଧ୍ୟ ଦେଉଛନ୍ତି ଏବଂ ଅମୃତବେଳାର ବାର୍ତ୍ତାଳାପ ପରେ ମଧ୍ୟ ଶୁଣାଉଛନ୍ତି ।
ବାପଦାଦା ସେହି ପିଲାମାନଙ୍କୁ ସମାଚାରର ଏହି ପ୍ରତ୍ୟୁତ୍ତର ଦେଉଛନ୍ତି ଯେ ସର୍ବଦା ସଚ୍ଚା
ହୃଦୟବାନଙ୍କ ଉପରେ ବାପଦାଦା ସନ୍ତୁଷ୍ଟ ରହିଥାଆନ୍ତି । ଦିଲ୍ର ସ୍ନେହ ତଥା ଦିଲ୍ର ଆଶୀର୍ବାଦ
ମଧ୍ୟ ସର୍ବଦା ସେହି ପିଲାମାନଙ୍କ ପ୍ରତି ରହିଥାଏ । ତେଣୁ ଚାରିଆଡର ପିଲାମାନେ ଯାହାବି ସମାଚାର
ଦେଇଛନ୍ତି ଏବଂ ସମସ୍ତେ ଯେଉଁଭଳି ବହୁତ ଉମଙ୍ଗ-ଉତ୍ସାହ ପୂର୍ଣ୍ଣ ଯୋଜନା ସବୁ କରିଛନ୍ତି ସେଥିପାଇଁ
ବାପଦାଦା ଅଭିନନ୍ଦନ ମଧ୍ୟ ଦେଉଛନ୍ତି ଏବଂ ବରଦାନ ମଧ୍ୟ ଦେଉଛନ୍ତି, ଆଗକୁ ଆଗକୁ ବଢିଚାଲ ଏବଂ
ସମସ୍ତଙ୍କୁ ଆଗକୁ ବଢାଇଚାଲ ।
ଚାରିଆଡର ବାପଦାଦାଙ୍କର
କୋଟିକ ଭିତରେ କେହି, କେହିଙ୍କ ଭିତରେ ମଧ୍ୟ କେହି ଶ୍ରେଷ୍ଠ ଭାଗ୍ୟବାନ ପିଲାମାନଙ୍କୁ
ବାପଦାଦାଙ୍କର ବିଶେଷ ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ବାପଦାଦା ସବୁ ପିଲାଙ୍କୁ ସାହସ ଏବଂ
ଉମଙ୍ଗ-ଉତ୍ସାହ ପାଇଁ ଅଭିନନ୍ଦନ ଦେଉଛନ୍ତି । ଆଗକୁ ତୀବ୍ର ପୁରୁଷାର୍ଥୀ ହେବାର ସନ୍ତୁଳନ ରଖିବାର
ପଦ୍ମାପଦ୍ମଗୁଣା ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ସମସ୍ତଙ୍କର ଭାଗ୍ୟର ତାରକା ସଦାସର୍ବଦା ଚମକୁଥାଉ
ଏବଂ ଅନ୍ୟମାନଙ୍କର ଭାଗ୍ୟ ନିର୍ମାଣ କରୁଥାଉ, ଏଥିପାଇଁ ମଧ୍ୟ ଆଶୀର୍ବାଦ ଦେଉଛନ୍ତି । ତେବେ
ଚାରିଆଡର ପିଲାମାନେ ନିଜ ନିଜ ସ୍ଥାନରେ ବସି ଶୁଣୁଛନ୍ତି ମଧ୍ୟ ଏବଂ ଦେଖୁଛନ୍ତି ମଧ୍ୟ ଏବଂ
ବାପଦାଦା ମଧ୍ୟ ଚାରିଆଡର ଦୂରରେ ବସିଥିବା ପିଲାମାନଙ୍କୁ ଦେଖି ବହୁତ ଖୁସି ହେଉଛନ୍ତି । ତେବେ
ସମସ୍ତେ ଏହିଭଳି ଦେଖୁଥାଅ ଏବଂ ମଧୁବନର ଶୋଭା ସର୍ବଦା ବଢାଉଥାଅ । ତେଣୁ ସବୁ ପିଲାଙ୍କୁ ଆନ୍ତରିକ
ଆଶୀର୍ବାଦ ସହିତ ନମସ୍ତେ ।
ବରଦାନ:-
ଆଟେନ୍ଶନ୍
ଅର୍ଥାତ୍ ଧ୍ୟାନ ଦେବାର ଘୃତ ଦ୍ୱାରା ଆତ୍ମିକ ସ୍ୱରୂପର ତାରକାର ଚମକକୁ ବୃଦ୍ଧି କରୁଥିବା ଆକର୍ଷଣ
ମୂରତ ଭବ ।
ଯେବେକି ବାବାଙ୍କ ଦ୍ୱାରା
ଏବଂ ଜ୍ଞାନ ଦ୍ୱାରା ଆତ୍ମିକ ସ୍ୱରୂପର ତାରକା ଚମକି ଯାଇଛି ତେଣୁ କେବେ ବି ଲିଭି ପାରିବ ନାହିଁ,
କିନ୍ତୁ ଚମକର ମାତ୍ରା କମ-ବେଶି ହୋଇପାରିବ । ତେବେ ଏହି ତାରକା ସର୍ବଦା ନିଜର ଚମକ ଦ୍ୱାରା
ସମସ୍ତଙ୍କୁ ସେତେବେଳେ ଆକର୍ଷିତ କରିପାରିବ ଯେତେବେଳେ ପ୍ରତିଦିନ ଅମୃତ ବେଳାରେ ସେଥିରେ ଆଟେନ୍ଶନ୍
ରୂପୀ ଘିଅ ଢାଳୁଥିବ । ଯେପରି ସ୍ଥୂଳ ଦୀପରେ ଘିଅ ଢାଳିବା ଦ୍ୱାରା ତାହା ଏକରସ ଅର୍ଥାତ୍ ସ୍ଥିର
ହୋଇ ଜଳିଥାଏ ସେହିପରି ନିଜ ଉପରେ ସମ୍ପୂର୍ଣ୍ଣ ଆଟେନ୍ଶନ୍ ଦେବା ଅର୍ଥ ବାବାଙ୍କ ସର୍ବ ଗୁଣ ଏବଂ
ସର୍ବ ଶକ୍ତିକୁ ନିଜ ଭିତରେ ଧାରଣ କରିବା । ଏହିଭଳି ନିଜ ଉପରେ ଧ୍ୟାନ ଦେବା ଦ୍ୱାରା ଆକର୍ଷଣ
ମୂରତ ହୋଇଯିବ ।
ସ୍ଲୋଗାନ:-
ବେହଦର ବୈରାଗ୍ୟ
ବୃତ୍ତି ଦ୍ୱାରା ସାଧନାର ବୀଜକୁ ପ୍ରତ୍ୟକ୍ଷ କର ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର । ଯୋଗର
ଶକ୍ତିକୁ ଜମା କରିବା ପାଇଁ କର୍ମ ସହିତ ଯୋଗର ସନ୍ତୁଳନକୁ ଆହୁରି ଅଧିକ ବଢାଅ । କର୍ମ କରିବା
ସମୟରେ ମଧ୍ୟ ଯୋଗର ଶକ୍ତିଶାଳୀ ସ୍ଥିତି ରହିଥାଉ - ଏହାର ଅଭ୍ୟାସକୁ ବଢାଅ । ଯେପରି
ସେବାକ୍ଷେତ୍ରରେ ନୂଆ ନୂଆ ଉଦ୍ଭାବନ ସବୁ କରୁଛ ସେହିପରି ଏହି ସବୁ ବିଶେଷ ଅନୁଭବର ଅଭ୍ୟାସ କରିବା
ପାଇଁ ସମୟ ବାହାର କର ଏବଂ କିଛି ନା କିଛି ନବୀନତା କରି ସମସ୍ତଙ୍କ ପାଇଁ ଉଦାହରଣ ମୂରତ ହୁଅ ।
ସୂଚନା:- ଆଜି ମାସର ତୃତୀୟ ରବିବାର, ସମସ୍ତ ରାଜଯୋଗୀ ତପସ୍ୱୀ ଭାଇ ଭଉଣୀମାନେ ସଂଧ୍ୟା ୬.୩୦ ଠାରୁ
୭.୩୦ ମି. ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ ସମୟରେ ମାଷ୍ଟର ସର୍ବଶକ୍ତିବାନ ସ୍ଥିତିର ଶକ୍ତିଶାଳୀ
ସ୍ୱରୂପରେ ସ୍ଥିତ ହୋଇ ପ୍ରକୃତି ସହିତ ସର୍ବ ଆତ୍ମାଙ୍କୁ ପବିତ୍ରତାର କିରଣ ପ୍ରଦାନ କରନ୍ତୁ ତଥା
ସେମାନଙ୍କୁ ସତ୍ତୋପ୍ରଧାନ କରିବାର ସେବା କରିବା ହୁଅନ୍ତୁ ।