19.11.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମର
ଯୋଗ ବହୁତ ୱଣ୍ଡରଫୁଲ୍ ଅର୍ଥାତ୍ ଆଶ୍ଚର୍ଯ୍ୟଜନକ ଅଟେ କାହିଁକିନା ତୁମେ ଏକା ସାଥିରେ ପିତା,
ଶିକ୍ଷକ ଏବଂ ସତ୍ଗୁରୁ - ତିନିଜଣଙ୍କୁ ମନେ ପକାଉଛ ।”
ପ୍ରଶ୍ନ:-
କୌଣସି ସନ୍ତାନକୁ
ମାୟା ଯେତେବେଳେ ଅହଂକାରୀ କରାଇଦିଏ ସେତେବେଳେ ସେମାନେ କେଉଁ କଥାର ବେଖାତିର କରିଥା’ନ୍ତି ?
ଉତ୍ତର:-
ଅହଂକାରୀ ସନ୍ତାନମାନେ ଦେହ ଅଭିମାନରେ ଆସି ମୁରଲୀକୁ ବେଖାତିର କରିଥାନ୍ତି, କଥାରେ ଅଛି ନା -
ମୂଷାକୁ ହଳଦୀ ଗଣ୍ଠିଳିଟିଏ ମିଳିଗଲା, ସେ ଭାବିଲା ମୁଁ ବହୁତ ବଡ ବେପାରୀ ହୋଇଗଲି... ସେହିପରି
ସେମାନେ ମଧ୍ୟ ଭାବନ୍ତି ମୁଁ ବହୁତ ଜ୍ଞାନୀ ହୋଇଗଲିଣି । ଅନେକ ଅଛନ୍ତି ଯେଉଁମାନେ କି ମୁରଲୀ
ପଢୁନାହାଁନ୍ତି, କହିଦେଉଛନ୍ତି ଆମର ତ ସିଧାସଳଖ ଶିବବାବାଙ୍କ ସହିତ ସମ୍ପର୍କ ଅଛି । କିନ୍ତୁ ବାବା
କହୁଛନ୍ତି ପିଲାମାନେ ମୁରଲୀରେ ତ ନୂଆ ନୂଆ କଥା ବାହାରୁଛି ସେଥିପାଇଁ ମୁରଲୀ କେବେ ବି ମିସ୍ କର
ନାହିଁ, ଏଥିପ୍ରତି ବହୁତ ଧ୍ୟାନ ରହିବା ଦରକାର ।
ଓମ୍ ଶାନ୍ତି ।
ମିଠା ମିଠା
ହଜିଯାଇ ପୁଣି ମିଳିଥିବା ସନ୍ତାନମାନଙ୍କୁ ଆତ୍ମିକ ପିତା ପଚାରୁଛନ୍ତି ଏଠାରେ ତୁମେ ବସିଛ, କାହାର
ସ୍ମୃତିରେ ବସିଛ? (ବାପା, ଶିକ୍ଷକ, ସତ୍ଗୁରୁ) ସମସ୍ତେ ଏହି ତିନିଜଣଙ୍କ ସ୍ମୃତିରେ ବସିଛ?
ପ୍ରତ୍ୟେକେ ନିଜକୁ ପଚାରନ୍ତୁ କେବଳ ଏଠାରେ ବସି ୟାଦ କରୁଛ ନା ଚଲାବୁଲା କରିବା ସମୟରେ ମଧ୍ୟ ୟାଦ
ରହୁଛି? କାହିଁକି ନା ଏହା ହେଉଛି ଆଶ୍ଚର୍ଯ୍ୟଜନକ କଥା । ଆଉ କୌଣସି ଆତ୍ମାକୁ କେବେ ଏପରି
କୁହାଯାଏ ନାହିଁ । ଯଦିଓ ଏହି ଲକ୍ଷ୍ମୀ ନାରାୟଣ ବିଶ୍ୱର ମାଲିକ ଅଟନ୍ତି କିନ୍ତୁ ତାଙ୍କର ଆତ୍ମାକୁ
କେବେ ଏପରି କୁହାଯିବ ନାହିଁ ଯେ ଇଏ ବାପା, ଶିକ୍ଷକ, ସତ୍ଗୁରୁ ମଧ୍ୟ ଅଟନ୍ତି । ସମଗ୍ର ଦୁନିଆରେ
ଯେତେ ବି ଜୀବାତ୍ମା ଅଛନ୍ତି, କୌଣସି ବି ଆତ୍ମାକୁ ଏପରି କୁହାଯାଇ ପାରିବ ନାହିଁ । ତୁମେମାନେ
ଏହିପରି ୟାଦ କରୁଛ । ବୁଦ୍ଧିରେ ଆସୁଛି, ଏହି ବାବା - ବାପା ଅଟନ୍ତି, ଶିକ୍ଷକ ଅଟନ୍ତି, ସତ୍ଗୁରୁ
ବି ଅଟନ୍ତି । ତାହା ପୁଣି ସୁପ୍ରିମ୍ । ତିନିଜଣଙ୍କୁ ୟାଦ କରୁଛ ନା ଜଣଙ୍କୁ? ଯଦିଓ ସେ ଜଣେ ତଥାପି
ତାଙ୍କୁ ତିନିଟି କର୍ତ୍ତବ୍ୟରେ ୟାଦ କରୁଛ । ଶିବବାବା ଆମର ପିତା, ଶିକ୍ଷକ, ସତ୍ଗୁରୁ ମଧ୍ୟ
ଅଟନ୍ତି । ଶିବବାବାଙ୍କୁ ଏକ୍ସଟ୍ରା ଅର୍ଡିନାରୀ ଅର୍ଥାତ୍ ଅସାଧାରଣ କୁହାଯାଉଛି । ଯେବେ ବସୁଛ
ଅଥବା ଚାଲୁଛ ବୁଲୁଛ ସେତେବେଳେ ଏ କଥା ମନେ ରହିବା ଉଚିତ୍ । ବାବା ପଚାରୁଛନ୍ତି ପିଲାମାନେ ଏପରି
ମନେ ପକାଉଛ କି ଇଏ ଆମର ବାପ, ଶିକ୍ଷକ, ସତ୍ଗୁରୁ ମଧ୍ୟ ଅଟନ୍ତି । ଏପରି କୌଣସି ଦେହଧାରୀ
ହୋଇପାରିବେ ନାହିଁ । ଦେହଧାରୀଙ୍କ ମଧ୍ୟରେ ନମ୍ବରୱାନ୍ ହେଉଛନ୍ତି କୃ୍ଷ୍ଣ, ତାଙ୍କୁ ବାପା,
ଶିକ୍ଷକ, ସତଗୁରୁ ତ କହିପାରିବା ନାହିଁ, ଏହା ବିଲ୍କୁଲ୍ ଆଶ୍ଚର୍ଯ୍ୟଜନକ କଥା । ତେଣୁ ବାବାଙ୍କୁ
ସତ୍ୟ ବତାଇବା ଉଚିତ୍, ତିନୋଟି ରୂପରେ ୟାଦ କରୁଛ? ଖାଇବା ସମୟରେ କେବଳ ଶିବବାବାଙ୍କୁ ୟାଦ କରୁଛ
ନା ତିନୋଟି ସମ୍ବନ୍ଧ ବୁଦ୍ଧିରେ ଆସୁଛି? ଆଉ ତ କୌଣସି ଆତ୍ମାକୁ ଏପରି କହିପାରିବା ନାହିଁ । ଏହା
ହେଉଛି ୱାଣ୍ଡରଫୁଲ୍ କଥା । ବାବାଙ୍କର ମହିମା ବିଚିତ୍ର ଅଟେ । ତେଣୁ ବାବାଙ୍କୁ ଏହିପରି ୟାଦ
ମଧ୍ୟ କରିବାକୁ ହେବ । ତେଣୁ ବୁଦ୍ଧି ଏକଦମ୍ ଶିବବାବାଙ୍କ ପାଖରେ ରହିବା ଦରକାର ଯିଏକି ଏପରି ୱାଣ୍ଡରଫୁଲ୍
ଅଟନ୍ତି । ବାବା ହିଁ ବସି ନିଜର ପରିଚୟ ଦେଉଛନ୍ତି ପୁଣି ସମଗ୍ର ଚକ୍ରର ଜ୍ଞାନ ମଧ୍ୟ ଦେଉଛନ୍ତି ।
ଏହିପରି ଏହି ଯୁଗ ଅଟେ, ଏତେ ଏତେ ବର୍ଷର ଅଟେ ଯାହାକି ଘୂରି ଚାଲିଛି । ଏହି ଜ୍ଞାନ ମଧ୍ୟ ସେହି
ରଚୟିତା ବାବା ହିଁ ଦେଉଛନ୍ତି । ତେଣୁ ତାଙ୍କୁ ମନେ ପକାଇବା ଦ୍ୱାରା ବହୁତ ସହଯୋଗ ମିଳିବ । ବାପ,
ଶିକ୍ଷକ, ଗୁରୁ ଏକମାତ୍ର ସେ ହିଁ ଅଟନ୍ତି । ଏତେ ସର୍ବୋଚ୍ଚ ଆତ୍ମା ଆଉ କେହି ହୋଇପାରିବେ ନାହିଁ
। କିନ୍ତୁ ମାୟା ଏପରି ବାବାଙ୍କର ୟାଦ ବି ଭୁଲାଇ ଦେଉଛି, ତେବେ ଶିକ୍ଷକ ଏବଂ ଗୁରୁଙ୍କୁ ମଧ୍ୟ
ଭୁଲିଯାଉଛନ୍ତି । ଏହି କଥାକୁ ପ୍ରତ୍ୟେକେ ନିଜ ନିଜର ହୃଦୟରେ ସ୍ୱୀକାର କରିବା ଦରକାର । ବାବା
ଆମକୁ ଏପରି ବିଶ୍ୱର ମାଲିକ କରାଉଛନ୍ତି । ଅବିନାଶୀ ବାବାଙ୍କର ସମ୍ପତ୍ତି ନିଶ୍ଚୟ ଅବିନାଶୀ ହିଁ
ହେବ । ତା ସହିତ ଏହି ମହିମା ମଧ୍ୟ ବୁଦ୍ଧିରେ ଆସିବା ଦରକାର୍, ଚାଲିବା ବୁଲିବା ସମୟରେ ତିନୋଟି
ରୂପ ହିଁ ମନେ ପଡୁ । ଏହି ଜଣେ ଆତ୍ମାଙ୍କ ଦ୍ୱାରା ତିନୋଟିଯାକ ସେବା ଏକତ୍ର ହେଉଛି ସେଥିପାଇଁ
ତାଙ୍କୁ ସୁପ୍ରିମ କୁହାଯାଉଛି ।
ଏବେ କନ୍ଫରେନ୍ସ ଆଦି
କରୁଛନ୍ତି, କହୁଛନ୍ତି ବିଶ୍ୱରେ ଶାନ୍ତି କିପରି ହେବ? ଏ ସବୁ ତ ବର୍ତ୍ତମାନ ହେଉଛି । ଆସି ବୁଝ ।
ଶାନ୍ତି ସ୍ଥାପନା କିଏ କରୁଛନ୍ତି? ତୁମକୁ ବାବାଙ୍କର କାର୍ଯ୍ୟ ସିଦ୍ଧ କରି ବତାଇବାକୁ ହେବ ।
ବାବାଙ୍କର ଏବଂ କୃଷ୍ଣଙ୍କର କର୍ତ୍ତବ୍ୟରେ ବହୁତ ଫରକ ରହିଛି । ଆଉ ତ ସମସ୍ତଙ୍କର ଶରୀରର ନାମ ହିଁ
ନିଆଯାଉଛି । ଏହାଙ୍କର ଆତ୍ମାର ନାମ ହିଁ ଗାନ କରାଯାଉଛି । ସେହି ଆତ୍ମା ଆମର ବାପା, ଶିକ୍ଷକ,
ଗୁରୁ ମଧ୍ୟ ଅଟନ୍ତି । ତାଙ୍କ ଆତ୍ମାରେ ଜ୍ଞାନ ଅଛି କିନ୍ତୁ ସେ କିପରି ଦେବେ? ଶରୀର ଦ୍ୱାରା ହିଁ
ଦେବେ ନା । ଜ୍ଞାନ ଦେଉଥିବାରୁ ତ ମହିମା ଗାନ କରାଯାଉଛି । ଏବେ ଶିବଜୟନ୍ତୀ ସମ୍ବନ୍ଧରେ ପିଲାମାନେ
ସମ୍ମିଳନୀ କରୁଛନ୍ତି । ସବୁ ଧର୍ମର ନେତାମାନଙ୍କୁ ଡାକୁଛନ୍ତି । ତୁମକୁ ବୁଝାଇବାକୁ ହେବ ଯେ
ଈଶ୍ୱର ସର୍ବବ୍ୟାପୀ ତ ନୁହଁନ୍ତି । ଯଦି ସମସ୍ତଙ୍କ ମଧ୍ୟରେ ଈଶ୍ୱର ଅଛନ୍ତି ତେବେ କ’ଣ ପ୍ରତ୍ୟେକ
ଆତ୍ମା ଭଗବାନ ଅର୍ଥାତ୍ ବାପା ବି ଅଟନ୍ତି, ଶିକ୍ଷକ ବି ଅଟନ୍ତି, ଗୁରୁ ବି ଅଟନ୍ତି । ତେବେ କୁହ
ସମସ୍ତଙ୍କ ମଧ୍ୟରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଅଛି? ଏକଥା ତ କେହି ବି ଶୁଣାଇ ପାରିବେ
ନାହିଁ ।
ତୁମ ଭିତରେ ମଧ୍ୟ ଆସିବା
ଦରକାର ଉଚ୍ଚରୁ ଉଚ୍ଚ ବାବାଙ୍କର କେତେ ମହିମା ରହିଛି । ସେ ସମଗ୍ର ବିଶ୍ୱକୁ ପବିତ୍ର କରାଉଛନ୍ତି
। ପ୍ରକୃତି ମଧ୍ୟ ପବିତ୍ର ହୋଇଯାଉଛି । ସମ୍ମିଳନୀରେ ତ ପ୍ରଥମେ ତୁମେ ପଚାରିବ ଯେ ଗୀତାର ଭଗବାନ
କିଏ? ସତ୍ୟଯୁଗୀ ଦେବୀ ଦେବତା ଧର୍ମର ସ୍ଥାପନା କିଏ କରୁଛନ୍ତି? ଯଦି କୃଷ୍ଣଙ୍କ ନାମ କହିବେ ତେବେ
ବାବାଙ୍କୁ ଗୁପ୍ତ କରିଦେବେ ଅଥବା କହିଦେବେ ସେ ନାମ ରୂପରୁ ଅଲଗା ଅଟନ୍ତି । ଯେପରିକି ସେ
ନାହାଁନ୍ତି । ତେଣୁ ବାବାଙ୍କ ବିନା ଅନାଥ ହେଲେ ନା । ବେହଦର ବାବାଙ୍କୁ ହିଁ ଜାଣିନାହାଁନ୍ତି ।
ପରସ୍ପର ପ୍ରତି କାମ କଟୁରୀ ଚଳାଇ କେତେ ହଇରାଣ କରୁଛନ୍ତି । ପରସ୍ପରକୁ ଦୁଃଖ ଦେଉଛନ୍ତି । ତେଣୁ
ଏ ସବୁ କଥା ତୁମ ବୁଦ୍ଧିରେ ରହିବା ଦରକାର । ତୁଳନା କରି ପ୍ରମାଣ କରିବାକୁ ହେବ ଯେ ଏହି
ଲକ୍ଷ୍ମୀ-ନାରାୟଣ ଭଗବାନ ଭଗବତୀ ଅଟନ୍ତି ନା, ଏହାଙ୍କର ମଧ୍ୟ ବଂଶାବଳୀ ଅଛି ନା । ତେବେ ସମସ୍ତେ
ନିଶ୍ଚୟ ଏମାନଙ୍କ ପରି ଭଗବାନ-ଭଗବତୀ ହେବା ଦରକାର । ତେଣୁ ତୁମେ ସବୁ ଧର୍ମାବଲମ୍ବୀମାନଙ୍କୁ
ଡାକୁଛ । ଯିଏ ଭଲ ଭାବରେ ଲେଖାପଢା ଜାଣିଛନ୍ତି, ବାବାଙ୍କର ପରିଚୟ ଦେଇପାରିବେ, ତାଙ୍କୁ ହିଁ
ଡାକିବା ଉଚିତ୍ । ତୁମେ ଲେଖିପାରିବ ଯିଏ ଆସି ରଚୟିତା ଏବଂ ରଚନାର ଆଦି, ମଧ୍ୟ, ଅନ୍ତର ପରିଚୟ
ଦେଇପାରିବେ ତାଙ୍କ ପାଇଁ ଆମେ ଯିବା ଆସିବା, ରହିବା ଆଦି ସବୁର ପ୍ରବନ୍ଧ କରିବୁ - କିନ୍ତୁ ରଚୟିତା
ଓ ରଚନାର ପରିଚୟ ଦେବାକୁ ପଡିବ । ତୁମେ ଏକଥା ତ ଜାଣିଛ ଯେ କେହି ବି ଏହି ଜ୍ଞାନ ଦେଇପାରିବେ ନାହିଁ
। ତୁମେ କୁହ ଯଦି କେହି ବିଲାୟତରୁ ବି ଆସୁଛନ୍ତି, ଯଦି ରଚୟିତା ଏବଂ ରଚନାର ଆଦି, ମଧ୍ୟ, ଅନ୍ତର
ପରିଚୟ ଦେବେ ତ ଆମେ ତାଙ୍କର ଖର୍ଚ୍ଚ ଦେବୁ । ଏପରି ବିଜ୍ଞାପନ ଅନ୍ୟ କେହି ଦେଇପାରିବେ ନାହିଁ ।
ତୁମେ ତ ବାହାଦୂର ଅଟ ନା । ମହାବୀର-ମହାବୀରଣୀ ଅଟ । ତୁମେ ଜାଣିଛ ଏମାନେ ଅର୍ଥାତ୍
ଲକ୍ଷ୍ମୀ-ନାରାୟଣ କିପରି ବିଶ୍ୱର ବାଦଶାହୀ ନେଇଥିଲେ? କେଉଁ ବାହାଦୂରୀ କାମ କରିଥିଲେ? ବୁଦ୍ଧିରେ
ଏ ସବୁ କଥା ଆସିବା ଦରକାର । ତୁମେ କେତେ ଉଚ୍ଚ କାର୍ଯ୍ୟ କରୁଛ । ସମଗ୍ର ବିଶ୍ୱକୁ ପବିତ୍ର କରୁଛ
। ତେଣୁ ବାବା ଏବଂ ସମ୍ପତ୍ତିକୁ ୟାଦ କରିବା ଉଚିତ୍ । କେବଳ ଏ କଥା ନୁହେଁ କି ଶିବବାବା ମନେ
ଅଛନ୍ତି? ତାଙ୍କର ମହିମା ମଧ୍ୟ କହିବାକୁ ପଡିବ । ଏହା ହେଉଛି ନିରାକାରଙ୍କର ମହିମା । କିନ୍ତୁ
ନିରାକାର ନିଜର ପରିଚୟ କିପରି ଦେବେ? ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେବା ପାଇଁ ମୁଖ ନିଶ୍ଚୟ
ଦରକାର ନା । ମୁଖର କେତେ ମହିମା ରହିଛି । ମନୁଷ୍ୟ ଗଉମୁଖକୁ ତୀର୍ଥ କରିବାକୁ ଯାଇଥା’ନ୍ତି । କେତେ
ଧକ୍କା ଖାଇଥାନ୍ତି । କ’ଣ କ’ଣ ସବୁ କଥା ଲେଖି ଦେଇଛନ୍ତି । ଅର୍ଜୁନ ତୀର ମାରିଲେ ଗଙ୍ଗା
ବାହାରିଲା । ଗଙ୍ଗାକୁ ପତିତ ପାବନୀ ଭାବୁଛନ୍ତି । ତେବେ ପାଣି କିପରି ପତିତରୁ ପାବନ କରିପାରିବ ।
ପତିତ ପାବନ ତ ହେଉଛନ୍ତି ବାବା । ତେଣୁ ବାବା ତୁମକୁ କେତେ କଥା ଶିଖାଉଛନ୍ତି । ବାବା ତ କହୁଛନ୍ତି
ପିଲାମାନେ ଏପରି ଏପରି କର । କିଏ ଆସି ବାବା ରଚୟିତାଙ୍କର ଏବଂ ରଚନାର ପରିଚୟ ଦେବ । ସାଧୁ
ସନ୍ନ୍ୟାସୀ ଆଦି ଏ କଥା ମଧ୍ୟ ଜାଣିଛନ୍ତି ଯେ ଋଷି ମୁନି ଆଦି ସବୁ ନେତି-ନେତି କହୁଥିଲେ, ଆମେ
ଜାଣିନାହୁଁ, ଅର୍ଥାତ୍ ନାସ୍ତିକ ଥିଲେ । ଏବେ ପ୍ରୟାସ କରି ଦେଖ କେହି ଆସ୍ତିକ ବାହାରୁଛନ୍ତି? ଏବେ
ତୁମେ ପିଲାମାନେ ନାସ୍ତିକରୁ ଆସ୍ତିକ ହେଉଛ । ତୁମେ ବେହଦର ବାବାଙ୍କୁ ଜାଣିଛ ଯିଏ କି ତୁମକୁ ଏତେ
ଉଚ୍ଚ କରୁଛନ୍ତି । ଡାକୁଛନ୍ତି ମଧ୍ୟ - ହେ ଈଶ୍ୱର ପିତା, ମୁକ୍ତ କର । ବାବା ବୁଝାଉଛନ୍ତି,
ବର୍ତ୍ତମାନ ସମୟରେ ରାବଣର ସମଗ୍ର ବିଶ୍ୱ ଉପରେ ରାଜତ୍ୱ ଚାଲିଛି । ସମସ୍ତେ ଭ୍ରଷ୍ଟାଚାରୀ
ହୋଇଯାଇଛନ୍ତି ପୁଣି ଶ୍ରେଷ୍ଠାଚାରୀ ମଧ୍ୟ ହେବେ ନା । ତୁମମାନଙ୍କ ବୁଦ୍ଧିରେ ଅଛି - ପ୍ରଥମେ
ପ୍ରଥମେ ପବିତ୍ର ଦୁନିଆ ଥିଲା । ବାବା କ’ଣ ଆସି ଅପବିତ୍ର ଦୁନିଆ ଗଢିବେ? ବାବା ତ ଆସି ପବିତ୍ର
ଦୁନିଆ ସ୍ଥାପନ କରୁଛନ୍ତି, ଯାହାକୁ ଶିବାଳୟ କୁହାଯାଉଛି । ଶିବବାବା ଶିବାଳୟ କରିବେ ନା । ସେ
କିପରି କରୁଛନ୍ତି ତାହା ମଧ୍ୟ ତୁମେ ଜାଣିଛ । ମହାପ୍ରଳୟ, ଜଳମୟ ଆଦି ତ ହୁଏ ନାହିଁ । ଶାସ୍ତ୍ରରେ
ତ କ’ଣ କ’ଣ ସବୁ ଲେଖିଦେଇଛନ୍ତି । ବାକି ୫ ପାଣ୍ଡବ ବଞ୍ଚିଲେ ଯେଉଁମାନେ ହିମାଳୟ ପାହାଡ ଉପରୁ ଗଳି
ଗଡିଲେ, ପୁଣି ପରବର୍ତ୍ତୀ ଫଳାଫଳ ବିଷୟରେ କାହାକୁ ଜଣା ନାହିଁ । ଏହି ସବୁ କଥା ବାବା ବସି
ବୁଝାଉଛନ୍ତି । ଏ କଥା ମଧ୍ୟ ତୁମେ ହିଁ ଜାଣିଛ - ସେ ବାପା, ବାବା ବି ଅଟନ୍ତି, ଶିକ୍ଷକ ବି
ଅଟନ୍ତି, ସତ୍ଗୁରୁ ବି ଅଟନ୍ତି । ସତ୍ୟଯୁଗରେ ତ ଏହି ମନ୍ଦିର ସବୁ ରହିବ ନାହିଁ । ଏହି
ଦେବତାମାନେ ଜନ୍ମ ନେଇ ଯାଇଛନ୍ତି, ଯାହାଙ୍କର ସ୍ମୃତି ଚିହ୍ନ ସ୍ୱରୂପ ମନ୍ଦିର ସବୁ ଏଠାରେ ରହିଛି
। ଏ ସବୁ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ସେକେଣ୍ଡକୁ ସେକେଣ୍ଡ ନୂଆ ନୂଆ କଥା ହୋଇ ଚାଲିଛି,
ଚକ୍ର ଘୂରି ଚାଲିଛି । ଏବେ ବାବା ସନ୍ତାନମାନଙ୍କୁ ବହୁତ ଭଲ ନିର୍ଦ୍ଦେଶ ତ ଦେଉଛନ୍ତି । ବହୁତ
ଦେହ ଅଭିମାନୀ ସନ୍ତାନ ଅଛନ୍ତି ଯେଉଁମାନେ ଭାବୁଛନ୍ତି ଆମେ ତ ସବୁକିଛି ଜାଣିଗଲୁଣି । ମୁରଲୀ ବି
ପଢୁ ନାହାଁନ୍ତି । ଖାତିରି ହିଁ ନାହିଁ । ବାବା ତାଗିଦ କରୁଛନ୍ତି, ବେଳେବେଳେ କେତେକ ସମୟରେ
ମୁରଲୀରେ ବାବା ବହୁତ ଗଭୀର ଜ୍ଞାନଯୁକ୍ତ କଥା ବୁଝାଇଥା’ନ୍ତି । ତେଣୁ କେବେ ମିସ୍ କରିବା ଅନୁଚିତ୍
। ୧୦-୧୫ ଦିନର ମୁରଲୀ ଯଦି ମିସ୍ ହେଉଛି ତେବେ ତାକୁ ବସି ପଢିବା ଉଚିତ୍ । ଏମିତି ମଧ୍ୟ ବାବା
କହୁଛନ୍ତି ଏପରି ଏପରି ଚାଲେଞ୍ଜ୍ ଦିଅ - ଏହି ରଚୟିତା ଏବଂ ରଚନାର ଆଦି, ମଧ୍ୟ, ଅନ୍ତର ଜ୍ଞାନ
କେହି ଆସି ଦେଲେ ଆମେ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବୁ । ଏପରି ଚାଲେଞ୍ଜ୍ ତ ଯିଏ ଜାଣିଛନ୍ତି
ସେ ହିଁ ଦେବେ ନା । ଶିକ୍ଷକ ନିଜେ ଜାଣିଥିବାରୁ ପଚାରନ୍ତି ନା । ନ ଜାଣି କିପରି ପଚାରିବେ ।
କେହି କେହି ସନ୍ତାନ
ମୁରଲୀକୁ ମଧ୍ୟ ବେଖାତିରି କରୁଛନ୍ତି । ବାସ୍ ଆମର ତ ଶିବବାବାଙ୍କ ସହିତ ହିଁ ସମ୍ପର୍କ ରହିଛି ।
କିନ୍ତୁ ଶିବବାବା ଯାହା ଶୁଣାଉଛନ୍ତି ତାହା ମଧ୍ୟ ଶୁଣିବା ଦରକାର ନା କି ଏପରି ନୁହେଁ କି ତାଙ୍କୁ
କେବଳ ୟାଦ କରିବା । ବାବା କିପରି ଭଲ ଭଲ ମିଠା ମିଠା କଥା ଶୁଣାଉଛନ୍ତି । କିନ୍ତୁ ମାୟା ବିଲ୍କୁଲ୍
ଅହଂକାରୀ କରିଦେଉଛି । କଥାରେ ଅଛି ନା ମୂଷାକୁ ହଳଦୀ ଗଣ୍ଠିଳିଟିଏ ମିଳିଲା, ଭାବିଲା ମୁଁ ବହୁତ
ବଡ ବ୍ୟବସାୟୀ ହୋଇଗଲି... । ଅନେକ ଅଛନ୍ତି ଯେଉଁମାନେ କି ମୁରଲୀ ପଢୁ ହିଁ ନାହାଁନ୍ତି । ମୁରଲୀରେ
ତ ନୂଆ ନୂଆ କଥା ଆସୁଛି ନା । ତେଣୁ ଏ ସବୁ ବୁଝିବାର କଥା । ଯେବେ ବାବାଙ୍କ ସ୍ମୃତିରେ ବସୁଛ ତେବେ
ଏକଥା ମଧ୍ୟ ସ୍ମୃତିରେ ଆଣିବାକୁ ହେବ ଯେ ସେ ପିତା, ଶିକ୍ଷକ, ସତ୍ଗୁରୁ ମଧ୍ୟ ଅଟନ୍ତି । ନଚେତ୍
ପଢିବେ କେଉଁଠାରୁ । ବାବା ତ ପିଲାମାନଙ୍କୁ ସବୁ ବୁଝାଇ ଦେଇଛନ୍ତି । ପିଲାମାନେ ହିଁ ବାବାଙ୍କର
ପ୍ରତ୍ୟକ୍ଷତା କରିବେ । ସନ୍ ସୋଜ୍ ଫାଦର (ପୁତ୍ର ପିତାଙ୍କୁ ପ୍ରତ୍ୟକ୍ଷ କରନ୍ତି) । ପିତା ପୁଣି
ପୁତ୍ରକୁ ପ୍ରତ୍ୟକ୍ଷ କରିଥା’ନ୍ତି । ଆତ୍ମାର ପ୍ରତ୍ୟକ୍ଷତା କରିଥା’ନ୍ତି । ପୁଣି ପିଲାମାନଙ୍କ
କାମ ହେଉଛି ବାବାଙ୍କର ପ୍ରତ୍ୟକ୍ଷତା କରିବା । ବାବା ବି ପିଲାମାନଙ୍କୁ ଛାଡୁ ନାହାଁନ୍ତି,
କହୁଛନ୍ତି ଆଜି ଅମୁକ ଜାଗାକୁ ଯାଅ, ଆଜି ସେଠାକୁ ଯାଅ । ବାବାଙ୍କୁ କଅଣ କେହି ନିର୍ଦ୍ଦେଶ
କରିଲାବାଲା ଅଛନ୍ତି କି? ତେଣୁ ଏହି ନିମନ୍ତ୍ରଣ ଆଦି ଖବରକାଗଜରେ ବାହାରିବ । ବର୍ତ୍ତମାନ ସମଗ୍ର
ଦୁନିଆ ହେଉଛି ନାସ୍ତିକ । ବାବା ହିଁ ଆସି ଆସ୍ତିକ କରୁଛନ୍ତି । ବର୍ତ୍ତମାନ ସମଗ୍ର ଦୁନିଆ ହେଉଛି
ୱର୍ଥ ନଟ୍ ଏ ପେନୀ ଅର୍ଥାତ୍ ପାଇ ପଇସାର ମୂଲ୍ୟ ନାହିଁ । ଆମେରିକା ପାଖରେ ଯେତେ ଧନ ଦୌଲତ ଥିଲେ
ମଧ୍ୟ ୱର୍ଥ ନଟ୍ ଏ ପେନୀ ଅଟେ । ସବୁ ତ ବିନାଶ ହୋଇଯିବ ନା । ସମଗ୍ର ଦୁନିଆରେ ତୁମେ ହିଁ ୱର୍ଥ
ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ ହେଉଛ । ସେଠାରେ କେହି କାଙ୍ଗାଳ ରହିବେ ନାହିଁ । ତୁମକୁ ସର୍ବଦା
ଜ୍ଞାନର ସ୍ମରଣ କରି ହର୍ଷିତ ରହିବା ଉଚିତ୍ । ସେଥିପାଇଁ ହିଁ ଗାୟନ ରହିଛି - ଅତିନ୍ଦ୍ରିୟ ସୁଖ
ଗୋପ ଗୋପୀମାନଙ୍କୁ ପଚାର । ଏହା ସଙ୍ଗମର ହିଁ କଥା ଅଟେ । ସଂଗମଯୁଗକୁ କେହି ବି ଜାଣିନାହାଁନ୍ତି
। ବିହଙ୍ଗମାର୍ଗର ସେବା କରିବା ଦ୍ୱାରା ବୋଧହୁଏ ମହିମା ବାହାରିବ । ଗାୟନ ମଧ୍ୟ ଅଛି ଅହୋ ପ୍ରଭୁ
ତୁମର ଲୀଳା । ଏକଥା କେହି ହେଲେ ବି ଜାଣି ନ ଥିଲେ ଯେ ଭଗବାନ ବାପ, ଶିକ୍ଷକ, ସତ୍ଗୁରୁ ମଧ୍ୟ
ଅଟନ୍ତି । ଏବେ ପିତା ତ ସନ୍ତାନମାନଙ୍କୁ ଶିଖାଇ ଚାଲିଛନ୍ତି । ପିଲାମାନଙ୍କର ଏହି ନିଶା ସ୍ଥାୟୀ
ରହିବା ଉଚିତ ଏବଂ ଅନ୍ତ ପର୍ଯ୍ୟନ୍ତ ନିଶା ରହିବା ଦରକାର । ଏବେ ତ ନିଶା ତୁରନ୍ତ ସୋଢା ପାଣି ପରି
ହୋଇଯାଉଛି । ସୋଢା ପାଣି ବି ଏହିପରି ହୋଇଥାଏ ନା । ଅଳ୍ପ ସମୟ ରଖିବା ପରେ ଯେପରି ଖାରିଆ ପାଣି
ହୋଇଯାଏ । ପିଲାମାନଙ୍କର ଏପରି ହେବା ତ ଅନୁଚିତ୍ । କାହାକୁ ଏପରି ବୁଝାଅ ଯେପରି ସେ ମଧ୍ୟ ଚକିତ
ହୋଇଯିବେ । ଭଲ ଭଲ ବି କହୁଛନ୍ତି କିନ୍ତୁ ପୁଣି ସମୟ ବାହାର କରି ବୁଝି, ଜୀବନ ଗଢିବେ ତାହା ବହୁତ
କଷ୍ଟକର ହେଉଛି । ବାବା ମନା କରୁନାହାଁନ୍ତି କି କର୍ମଧନ୍ଦା ଆଦି କର ନାହିଁ । ପବିତ୍ର ହୁଅ ଏବଂ
ଯାହା ପଢାଉଛି ତାକୁ ମନେପକାଅ । ଇଏ ତ ଶିକ୍ଷକ ଅଟନ୍ତି ନା । ଆଉ ଏହା ହେଉଛି ଅସାଧାରଣ ପାଠପଢା ।
କୌଣସି ମନୁଷ୍ୟ ପଢାଇ ପାରିବେ ନାହିଁ । ବାବା ହିଁ ଭାଗ୍ୟଶାଳୀ ରଥରେ ଆସି ପଢାଉଛନ୍ତି । ବାବା
ବୁଝାଇଛନ୍ତି - ଏହା ହେଉଛି ତୁମର ସିଂହାସନ, ଯାହା ଉପରେ ଅକାଳ ମୂର୍ତ୍ତ ଆତ୍ମା ଆସି ବସୁଛି ।
ତାଙ୍କୁ ଏହି ସମସ୍ତ ପାର୍ଟ ମିଳିଛି । ଏବେ ତୁମେ ଜାଣୁଛ ଏହା ହେଉଛି ବାସ୍ତବ କଥା । ବାକି ଏସବୁ
ହେଲା ଆର୍ଟିଫିସିଆଲ୍ କଥା । ଏହାକୁ ଭଲ ଭାବରେ ଧାରଣ କରି ଗଣ୍ଠି ପକାଇନିଅ । ତେବେ ହାତ ବାଜିଲେ
ମନେପଡିବ । କିନ୍ତୁ ଗଣ୍ଠି କାହିଁକି ବାନ୍ଧିଛନ୍ତି, ପିଲାମାନେ ତାହା ମଧ୍ୟ ଭୁଲିଯାଉଛନ୍ତି ।
ତୁମକୁ ତ ଏହା ପକ୍କା ୟାଦ କରିବାକୁ ହେବ । ବାବାଙ୍କର ୟାଦ ସହିତ ଜ୍ଞାନ ମଧ୍ୟ ଦରକାର । ମୁକ୍ତି
ବି ଅଛି ତ ଜୀବନମୁକ୍ତି ବି ରହିଛି ନା । ବହୁତ ମିଠା-ମିଠା ସନ୍ତାନ ହୁଅ । ବାବା ମଧ୍ୟ ଭାବୁଛନ୍ତି
କଳ୍ପ କଳ୍ପ ଏହି ସନ୍ତାନମାନେ ପଢୁଛନ୍ତି । ପୁରୁଷାର୍ଥର କ୍ରମାନୁସାରେ ହିଁ ବର୍ସା ନେବେ । ତଥାପି
ଶିକ୍ଷକ ପଢାଇବାର ପୁରୁଷାର୍ଥ କରାଇବେ ନା । ତୁମେ ଘଡିକୁ ଘଡି ଭୁଲିଯାଉଛ, ସେଥିପାଇଁ ମନେ ପକାଇ
ଦିଆଯାଉଛି । ଶିବବାବାଙ୍କୁ ୟାଦ କର । ସେ ହିଁ ବାପା, ଶିକ୍ଷକ, ସତ୍ଗୁରୁ ଅଟନ୍ତି । ଛୋଟ ପିଲା
ଏପରି ୟାଦ କରିପାରିବେ ନାହିଁ । କୃଷ୍ଣଙ୍କ ପାଇଁ କୁହାଯିବ ନାହିଁ ଯେ ସେ ବାପ, ଶିକ୍ଷକ, ସଦ୍ଗୁରୁ
ବି ଅଟନ୍ତି । ସତ୍ୟଯୁଗର ରାଜକୁମାର ଶ୍ରୀକୃଷ୍ଣ, ସେ ପୁଣି ଗୁରୁ କିପରି ହେବେ । ଦୁର୍ଗତି ସମୟରେ
ଗୁରୁ ଦରକାର । ଗାୟନ ମଧ୍ୟ ଅଛି - ବାବା ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି । କୃଷ୍ଣଙ୍କୁ ତ
ଏପରି ଶ୍ୟାମଳ କରିଦେଉଛନ୍ତି ଯେପରି କଳା କୋଇଲା । ବାବା କହୁଛନ୍ତି ବର୍ତ୍ତମାନ ସମସ୍ତେ କାମ
ଚିତାରେ ବସି କଳା କୋଇଲା ହୋଇଯାଇଛନ୍ତି ତେଣୁ ଶ୍ୟାମଳ କୁହାଯାଉଛି । ବୁଝିବା ନିମନ୍ତେ ଏହା କେତେ
ଗୁହ୍ୟ କଥା ଅଟେ । ଗୀତା ତ ସମସ୍ତେ ପଢୁଛନ୍ତି । ଭାରତବାସୀ ହିଁ ସବୁ ଶାସ୍ତ୍ରକୁ ମାନୁଛନ୍ତି ।
ସମସ୍ତଙ୍କର ଚିତ୍ର ରଖୁଛନ୍ତି । ତେବେ ତାଙ୍କୁ କ’ଣ କହିବା? ବ୍ୟଭିଚାରୀ ଭକ୍ତି ହେଲା ନା । ଏକ
ଶିବଙ୍କର ଭକ୍ତି ହିଁ ଅବ୍ୟଭିଚାରୀ ଭକ୍ତି ଅଟେ । ଜ୍ଞାନ ମଧ୍ୟ ଏକମାତ୍ର ଶିବବାବାଙ୍କଠାରୁ ମିଳୁଛି
। ଏହି ଜ୍ଞାନ ହିଁ ଅଲଗା ଅଟେ । ଏହାକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବିନାଶୀ
ନିଶାକୁ ଛାଡି ଅଲୌକିକ ନିଶା ରହୁ କି ଆମେ ଏବେ ୱର୍ଥ ନଟ୍ ଏ ପେନୀ ଅର୍ଥାତ୍ ମୂଲ୍ୟହୀନରୁ ୱର୍ଥ
ପାଉଣ୍ଡ୍ ଅର୍ଥାତ୍ ମୂଲ୍ୟବାନ୍ ହେଉଛୁ । ସ୍ୱୟଂ ଭଗବାନ ଆମକୁ ପଢାଉଛନ୍ତି, ଆମର ପାଠପଢା ଅସାଧାରଣ
ଅଟେ ।
(୨) ଆସ୍ତିକ ହୋଇ
ବାବାଙ୍କୁ ପ୍ରତ୍ୟକ୍ଷ କରିଲା ଭଳି ସେବା କରିବାକୁ ହେବ । କେବେ ବି ଅହଂକାରୀ ହୋଇ ମୁରଲୀ ବନ୍ଦ
କରିବା ଅନୁଚିତ୍ ।
ବରଦାନ:-
ପବିତ୍ରତାର
ମୂଳଦୁଆ ଦ୍ୱାରା ସର୍ବଦା ଶ୍ରେଷ୍ଠ କର୍ମ କରୁଥିବା ପୂଜ୍ୟ ଆତ୍ମା ହୁଅ ।
ପବିତ୍ରତାର ଧାରଣା
ଆତ୍ମାକୁ ପୂଜ୍ୟ ପଦ ପ୍ରାପ୍ତ କରାଇଥାଏ । ତେବେ ପୂଜ୍ୟ ମଧ୍ୟ ସେହିମାନେ ହୋଇଥାଆନ୍ତି ଯେଉଁମାନେ
ସର୍ବଦା ଶ୍ରେଷ୍ଠ କର୍ମ କରିଥାଆନ୍ତି । କିନ୍ତୁ ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟକୁ କୁହାଯିବ ନାହିଁ
। ମନର ସଂକଳ୍ପରେ ମଧ୍ୟ କାହା ପ୍ରତି ନକାରାତ୍ମକ ସଂକଳ୍ପ ଉପନ୍ନ ହେଉ ନ ଥିବ । ବାଣୀ ମଧ୍ୟ
ଅଯଥାର୍ଥ ହେଉ ନ ଥିବ । ସମ୍ବନ୍ଧ-ସମ୍ପର୍କରେ କୌଣସିଥିରେ ପବିତ୍ରତା ଖଣ୍ଡିତ ହେଉ ନ ଥିବ, ତେବେ
କୁହାଯିବ ପୂଜ୍ୟ ଆତ୍ମା । ତେଣୁ ମୁଁ ପରମପୂଜ୍ୟ ଆତ୍ମା ଅଟେ - ଏହି ସ୍ମୃତି ଦ୍ୱାରା ପବିତ୍ରତାର
ମୂଳଦୁଆକୁ ମଜବୁତ୍ କର ।
ସ୍ଲୋଗାନ:-
ଯଦି ସର୍ବଦା ଏହି
ଅଲୌକିକ ନିଶାରେ ରହିବ - “ ବାଃ ରେ ମୁଁ” ତେବେ ମନ ଦ୍ୱାରା ଏବଂ ଶରୀର ଦ୍ୱାରା ସ୍ୱାଭାବିକ ଭାବରେ
ଖୁସିର ନୃତ୍ୟ କରିବାକୁ ଲାଗିବ ।