19.12.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ପୁରୁଷୋତ୍ତମ ସଂଗମଯୁଗ ଟ୍ରାନ୍ସଫର ବା ସ୍ଥାନାନ୍ତରିତ ହେବାର ଯୁଗ ଅଟେ, ଏବେ ତୁମକୁ କନିଷ୍ଠରୁ
ଉତ୍ତମ ପୁରୁଷ ହେବାକୁ ପଡିବ ।”
ପ୍ରଶ୍ନ:-
ବାବାଙ୍କ ସହିତ
କେଉଁ ସନ୍ତାନମାନଙ୍କର ମଧ୍ୟ ମହିମା ଗାନ କରାଯାଇଥାଏ?
ଉତ୍ତର:-
ଯେଉଁମାନେ ଶିକ୍ଷକ ହୋଇ ଅନେକ ଆତ୍ମାଙ୍କର କଲ୍ୟାଣ କରିବାର ନିମିତ୍ତ ହୋଇଥାନ୍ତି, ବାବାଙ୍କ ସହିତ
ସେମାନଙ୍କର ମଧ୍ୟ ମହିମା ଗାୟନ କରାଯାଇଥାଏ । କରି କରାଇବାବାଲା ବାବା ପିଲାମାନଙ୍କ ଦ୍ୱାରା
ଅନେକଙ୍କର କଲ୍ୟାଣ କରାଇଥା’ନ୍ତି, ତେଣୁ ପିଲାମାନଙ୍କର ମଧ୍ୟ ମହିମା ହୋଇଯାଉଛି । କହୁଛନ୍ତି -
ବାବା, ଅମୁକ ମୋ ଉପରେ ଦୟା କଲେ, ଯାହା ଦ୍ୱାରା ମୁଁ କ’ଣ ଥିଲି କ’ଣ ହୋଇଗଲି! ଟିଚର ନ ହେଲେ
ଆଶୀର୍ବାଦ ମିଳିପାରିବ ନାହିଁ ।
ଓମ୍ ଶାନ୍ତି ।
ଆତ୍ମିକ ବାବା
ଆତ୍ମିକ ସନ୍ତାନମାନଙ୍କୁ ପଚାରୁଛନ୍ତି । ପ୍ରଥମେ ବୁଝାଉଛନ୍ତି ତା’ପରେ ପଚାରୁଛନ୍ତି । ଏବେ
ବାବାଙ୍କୁ ପିଲାମାନେ ଜାଣିଗଲେ । ଯଦିଓ କେହି କେହି ସର୍ବବ୍ୟାପୀ ବି କହୁଛନ୍ତି କିନ୍ତୁ ତା
ପୂର୍ବରୁ ବାବାଙ୍କୁ ଚିହ୍ନିବା ତ ଦରକାର ନା - ବାବା କିଏ? ଚିହ୍ନି ପୁଣି କହିବା ଦରକାର,
ବାବାଙ୍କର ନିବାସ ସ୍ଥାନ କେଉଁଠି? ବାବାଙ୍କୁ ଜାଣି ହିଁ ନାହାଁନ୍ତି ତେଣୁ ତାଙ୍କର ନିବାସ ସ୍ଥାନ
ବିଷୟରେ ଜାଣିବେ କେମିତି । କହିଦେଉଛନ୍ତି ସେ ତ ନାମ ରୂପରୁ ଅଲଗା, ଅର୍ଥାତ୍ କିଛି ନୁହଁନ୍ତି ।
ତେଣୁ ଯେଉଁ ଜିନିଷ ହିଁ ନାହିଁ, ତା’ର ରହିବା ସ୍ଥାନ ବିଷୟରେ କିପରି ବିଚାର କରାଯିବ? ଏ କଥା ଏବେ
ତୁମେମାନେ ଜାଣୁଛ । ବାବା ପ୍ରଥମେ ପ୍ରଥମେ ତ ନିଜର ପରିଚୟ ଦେଇଛନ୍ତି, ପୁଣି ରହିବାର ସ୍ଥାନ
ବିଷୟରେ ବୁଝାଯାଉଛନ୍ତି । ବାବା କହୁଛନ୍ତି ମୁଁ ତୁମକୁ ଏହି ରଥ ଦ୍ୱାରା ପରିଚୟ ଦେବା ପାଇଁ ଆସିଛି
। ମୁଁ ତୁମ ସମସ୍ତଙ୍କର ପିତା, ଯାହାଙ୍କୁ ପରମପିତା କୁହାଯାଉଛି । ଆତ୍ମାକୁ ମଧ୍ୟ କେହି ଜାଣି
ନାହାଁନ୍ତି । ପିତାଙ୍କର ନାମ, ରୂପ, ଦେଶ, କାଳ ନାହିଁ ତ ପିଲାମାନଙ୍କର ପୁଣି କେଉଁଠୁ ଆସିବ? ଯଦି
ପିତା ହିଁ ନାମ-ରୂପରୁ ଅଲଗା, ତେବେ ପିଲାମାନେ ପୁଣି କେଉଁଠାରୁ ଆସିବେ? ପିଲାମାନେ ଅଛନ୍ତି
ଅର୍ଥାତ୍ ପିତା ମଧ୍ୟ ନିଶ୍ଚୟ ଅଛନ୍ତି । ଏଥିରୁ ସିଦ୍ଧ ହେଉଛି ଯେ ସେ ନାମ ରୂପରୁ ଅଲଗା ନୁହଁନ୍ତି
। ପିଲାମାନଙ୍କର ମଧ୍ୟ ନାମ-ରୂପ ରହିଛି । ଭଲେ ସେ ଯେତେ ବି ସୂକ୍ଷ୍ମ ହୁଅନ୍ତୁ ନା କାହିଁକି ।
ଆକାଶ ସୂକ୍ଷ୍ମ ହେଲେ ମଧ୍ୟ ନାମ ତ ଆକାଶ ରହିଛି ନା । ଯେପରି ଏହି ମହାଶୁନ୍ୟ ସୂକ୍ଷ୍ମ, ସେହିପରି
ବାବା ମଧ୍ୟ ବହୁତ ସୂକ୍ଷ୍ମ ଅଟନ୍ତି । ପିଲାମାନେ ବର୍ଣ୍ଣନା କରୁଛନ୍ତି ଯେ ସିଏ ବିଚିତ୍ର ତାରକା
ଅଟନ୍ତି, ଯିଏକି ଏହାଙ୍କ ଶରୀରରେ ପ୍ରବେଶ କରୁଛନ୍ତି, ଯାହାକୁ ଆତ୍ମା କୁହାଯାଉଛି । ବାବା ତ
ପରମଧାମରେ ହିଁ ରହୁଛନ୍ତି, ତାହା ତ ରହିବାର ସ୍ଥାନ । ଉପରକୁ ଦୃଷ୍ଟି ଯାଉଛି ନା । ଉପରକୁ
ଆଙ୍ଗୁଳିରେ ଈଶାରା କରି ସ୍ମରଣ କରିଥା’ନ୍ତି । ତେଣୁ ଯାହାକୁ ମନେ ପକାଉଛନ୍ତି, ସିଏ ନିଶ୍ଚୟ
କୌଣସି ବସ୍ତୁ ହୋଇଥିବ । ପରମପିତା ପରମାତ୍ମା ତ କହୁଛନ୍ତି ନା । ପୁଣି ନାମ-ରୂପରୁ ଅଲଗା କହିବା
- ଏହାକୁ ଅଜ୍ଞାନ କୁହାଯାଉଛି । ବାବାଙ୍କୁ ଜାଣିବା ଏହାକୁ ଜ୍ଞାନ କୁହାଯାଉଛି । ଏ କଥା ମଧ୍ୟ
ତୁମେ ଜାଣୁଛ ଯେ ଆମେ ପୂର୍ବରୁ ଅଜ୍ଞାନୀ ଥିଲୁ । ବାବାଙ୍କୁ ମଧ୍ୟ ଜାଣି ନ ଥିଲୁ, ନିଜକୁ ମଧ୍ୟ
ଜାଣି ନ ଥିଲୁ । ଏବେ ବୁଝିପାରୁଛ ଆମେ ଆତ୍ମା ଅଟୁ, ଶରୀର ନୁହେଁ । ଆତ୍ମାକୁ ଅବିନାଶୀ କୁହାଯାଉଛି
ତେଣୁ ନିଶ୍ଚିତ କୌଣସି ଜିନିଷ ଅଟେ ନା । ଅବିନାଶୀ କୌଣସି ନାମ ନୁହେଁ । ଅବିନାଶୀ ଅର୍ଥାତ୍
ଯାହାର ବିନାଶ ହୁଏ ନାହିଁ । ତେଣୁ ନିଶ୍ଚିତ କୌଣସି ବସ୍ତୁ ଅଟେ । ପିଲାମାନଙ୍କୁ ଭଲ ଭାବରେ
ବୁଝାଯାଇଛି, ମିଠା-ମିଠା ସନ୍ତାନମାନେ, ଯାହାଙ୍କୁ ସନ୍ତାନ ବୋଲି କହୁଛନ୍ତି ସେହି ଆତ୍ମାମାନେ
ଅବିନାଶୀ ଅଟନ୍ତି । ଏ କଥା ଆତ୍ମାମାନଙ୍କର ପିତା ପରମପିତା ପରମାତ୍ମା ବସି ବୁଝାଉଛନ୍ତି । ଏହି
ଖେଳ ଥରେ ମାତ୍ର ହୋଇଥାଏ, ଯେତେବେଳେ କି ବାବା ଆସି ପିଲାମାନଙ୍କୁ ନିଜର ପରିଚୟ ଦେଉଛନ୍ତି । ମୁଁ
ମଧ୍ୟ ଅଭିନୟକାରୀ ଅଟେ । କିପରି ଅଭିନୟ କରୁଛି, ଏକଥା ମଧ୍ୟ ତୁମ ବୁଦ୍ଧିରେ ଅଛି । ପୁରୁଣା
ଅର୍ଥାତ୍ ପତିତ ଆତ୍ମାକୁ ନୂଆ ପବିତ୍ର କରାଉଛନ୍ତି ତେଣୁ ଶରୀର ମଧ୍ୟ ତୁମର ପୁଣି ସେଠାରେ ଫୁଲ
ସଦୃଶ ହେବ । ଏହା ତ ବୁଦ୍ଧିରେ ଅଛି ନା ।
ଏବେ ତୁମେ ବାବା-ବାବା
କହୁଛ, ଏହି ଅଭିନୟ ତ ଚାଲିଛି ନା । ଆତ୍ମା ମଧ୍ୟ କହୁଛି ଆମମାନଙ୍କୁ ଶାନ୍ତିଧାମ ଘରକୁ ନେଇଯିବା
ପାଇଁ ବାବା ଆସିଛନ୍ତି । ଶାନ୍ତିଧାମ ପରେ ହିଁ ହେଉଛି ସୁଖଧାମ । ଶାନ୍ତିଧାମ ପରେ ଦୁଃଖଧାମ
ହୋଇପାରିବ ନାହିଁ । ନୂଆ ଦୁନିଆରେ ସୁଖ ଅଛି ବୋଲି କୁହାଯାଉଛି । ଏହି ଦେବୀ-ଦେବତାମାନେ ଯଦି
ଚୈତନ୍ୟ ହୋଇଥାନ୍ତେ ଏବଂ ତାଙ୍କୁ ଯଦି କେହି ପଚାରିଥା’ନ୍ତେ ଆପଣମାନଙ୍କର ନିବାସ ସ୍ଥାନ କେଉଁଠି,
ତେବେ ସେମାନେ କହିଥାନ୍ତେ, ଆମେ ସ୍ୱର୍ଗରେ ରହୁଛୁ । ଏବେ ଏହି ଜଡ ମୂର୍ତ୍ତି ତ କଥା କହିପାରିବ
ନାହିଁ । ତୁମେ ତ କହିପାରିବ ନା, ଆମେ ବାସ୍ତବରେ ସ୍ୱର୍ଗବାସୀ ଦେବୀ-ଦେବତା ଥିଲୁ ପୁଣି ୮୪
ଜନ୍ମର ଚକ୍ର ଲଗାଇ ଏବେ ସଂଗମଯୁଗକୁ ଆସିଛୁ । ଏହା ଟ୍ରାନ୍ସଫର୍ ବା ସ୍ଥାନାନ୍ତରିତ ହେବାର
ପୁରୁଷୋତ୍ତମ ସଂଗମଯୁଗ ଅଟେ । ପିଲାମାନେ ଜାଣିଛନ୍ତି, ଆମେ ବହୁତ ଉତ୍ତମ ପୁରୁଷ ହେବାକୁ ଯାଉଛୁ ।
ଆମେ ପ୍ରତି ୫ ହଜାର ବର୍ଷ ପରେ ସତ୍ତ୍ୱପ୍ରଧାନ ହୋଇଥାଉ । ସତ୍ତ୍ୱପ୍ରଧାନ ମଧ୍ୟ କ୍ରମ ଅନୁସାରେ
କୁହାଯିବ । ତେବେ ଏହି ସମସ୍ତ ପାର୍ଟ ଆତ୍ମାକୁ ମିଳିଛି । ଏପରି କୁହାଯିବ ନାହିଁ କି ମନୁଷ୍ୟକୁ
ପାର୍ଟ ମିଳିଛି । ମୁଁ ଆତ୍ମା ମୋତେ ପାର୍ଟ ମିଳିଛି । ମୁଁ ଆତ୍ମା ୮୪ ଜନ୍ମ ନେଉଛି । ମୁଁ ଆତ୍ମା
ବାବାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଅଟେ, ଉତ୍ତରାଧିକାରୀ ସର୍ବଦା ପୁରୁଷ ହୋଇଥାନ୍ତି, ସ୍ତ୍ରୀ
ନୁହେଁ । ଏବେ ତୁମ ସନ୍ତାନମାନଙ୍କୁ ପକ୍କା ବୁଝିବାକୁ ହେବ ଯେ ଆମେ ସବୁ ଆତ୍ମାମାନେ ପୁରୁଷ ଅଟୁ
। ସମସ୍ତଙ୍କୁ ବେହଦର ବାବାଙ୍କଠାରୁ ବର୍ସା ମିଳିଥାଏ । ଲୌକିକ ପିତାଙ୍କଠାରୁ କେବଳ ପୁଅକୁ ବର୍ସା
ମିଳିଥାଏ, ଝିଅକୁ ନୁହେଁ । ଏପରି ବି ନୁହେଁ, ଆତ୍ମା ସର୍ବଦା ଫିମେଲ (ସ୍ତ୍ରୀ) ହୋଇଥାଏ । ବାବା
ବୁଝାଉଛନ୍ତି ତୁମେ ଆତ୍ମା କେତେବେଳେ ମେଲ (ପୁରୁଷ) କେତେବେଳେ ଫିମେଲ୍ (ସ୍ତ୍ରୀ)ର ଶରୀର ନେଉଛ ।
ବର୍ତ୍ତମାନ ସମୟରେ ତୁମେ ସମସ୍ତେ ମେଲ୍ସ ଅଟ । ସବୁ ଆତ୍ମାମାନଙ୍କୁ ଏକମାତ୍ର ବାବାଙ୍କଠାରୁ
ବର୍ସା ମିଳିଥାଏ । ସମସ୍ତେ ସନ୍ତାନ ହିଁ ସନ୍ତାନ ଅଟନ୍ତି । ସମସ୍ତଙ୍କର ପିତା ଜଣେ ହିଁ ଅଟନ୍ତି
। ବାବା ମଧ୍ୟ କହୁଛନ୍ତି - ହେ ପିଲାମାନେ, ତୁମେ ସବୁ ଆତ୍ମାମାନେ ପୁରୁଷ ଅଟ । ମୋର ଆତ୍ମିକ
ସନ୍ତାନ ଅଟ । ପୁଣି ଅଭିନୟ କରିବା ପାଇଁ ମେଲ୍-ଫିମେଲ୍ ଉଭୟ ଦରକାର । ତେବେ ତ ମନୁଷ୍ୟ ସୃଷ୍ଟିର
ବୃଦ୍ଧି ହେବ । ଏ କଥାକୁ ତୁମ ବ୍ୟତୀତ କେହି ବି ଜାଣିନାହାଁନ୍ତି । ଭଲେ କହୁଛନ୍ତି ଆମେ ସମସ୍ତେ
ଭାଇ-ଭାଇ ଅଟୁ କିନ୍ତୁ କିଛି ବି ବୁଝୁ ନାହାଁନ୍ତି ।
ଏବେ ତୁମେ କହୁଛ ବାବା
ଆପଣଙ୍କଠାରୁ ଆମେ ଅନେକ ଥର ବର୍ସା(ସମ୍ପତ୍ତି) ନେଇଛୁ । ଆତ୍ମାର ଏହା ଦୃଢ ନିଶ୍ଚୟ ହୋଇଯାଉଛି ।
ଆତ୍ମା ନିଶ୍ଚୟ ବାବାଙ୍କୁ ମନେ ପକାଇଥାଏ, କହିଥାଏ ବାବା ଦୟା କର । ବାବା ଏବେ ଆପଣ ଆସନ୍ତୁ, ଆମେ
ସମସ୍ତେ ଆପଣଙ୍କର ସନ୍ତାନ ହେବୁ । ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡି ଆମେ ଆତ୍ମାମାନେ
ଆପଣଙ୍କୁ ହିଁ ମନେ ପକାଇବୁ । ବାବା ବୁଝାଇଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ ।
ବାବାଙ୍କଠାରୁ ଆମେ କିପରି ବର୍ସା ପାଉଛୁ, ପ୍ରତି ୫ ହଜାର ବର୍ଷ ପରେ ଆମେ ଏହି ଦେବତା କିଭଳି
ହେଉଛୁ, ଏହା ମଧ୍ୟ ଜାଣିବା ଦରକାର ନା । ସ୍ୱର୍ଗର ବର୍ସା କାହାଠାରୁ ମିଳୁଛି, ଏହା ଏବେ ତୁମେ
ବୁଝୁଛ । ବାବା ତ ସ୍ୱର୍ଗବାସୀ ନୁହଁନ୍ତି, ପିଲାମାନଙ୍କୁ କରାଉଛନ୍ତି । ନିଜେ ତ ନର୍କକୁ ହିଁ
ଆସୁଛନ୍ତି, ତୁମେ ମଧ୍ୟ ବାବାଙ୍କୁ ନର୍କକୁ ହିଁ ଡାକୁଛ । ଯେତେବେଳେ କି ତୁମେ ତମଃପ୍ରଧାନ
ହୋଇଯାଉଛ । ଏହା ତମଃପ୍ରଧାନ ଦୁନିଆ ଅଟେ ନା । ୫ ହଜାର ବର୍ଷ ପୂର୍ବରୁ ଏମାନଙ୍କର ରାଜ୍ୟ ଥିଲା
ସେତେବେଳେ ଦୁନିଆ ସତ୍ତ୍ୱପ୍ରଧାନ ଥିଲା । ଏହି କଥାକୁ, ଏହି ପାଠପଢାକୁ ତୁମେ ଏବେ ହିଁ ଜାଣୁଛ ।
ଏହା ହେଉଛି ମନୁଷ୍ୟରୁ ଦେବତା ହେବାର ପାଠପଢା । ମନୁଷ୍ୟ ସେ ଦେବତା କିୟେ କରତ ନ ଲାଗି ବାର (ମନୁଷ୍ୟରୁ
ଦେବତା ହେବାକୁ ସମୟ ଲାଗେ ନାହିଁ)... ସନ୍ତାନ ହେଲ ଅର୍ଥାତ୍ ଉତ୍ତରାଧିକାରୀ ହେଲ । ବାବା
କହୁଛନ୍ତି ତୁମେ ସବୁ ଆତ୍ମାମାନେ ମୋର ସନ୍ତାନ ଅଟ । ତୁମକୁ ମୁଁ ମୋର ସମ୍ପତ୍ତିର ଅଧିକାରୀ କରୁଛି
। ତୁମେ ପରସ୍ପର ଭାଇ ଭାଇ ଅଟ । ତୁମର ରହିବାର ସ୍ଥାନ ବ୍ରହ୍ମଲୋକ ଅଥବା ନିର୍ବାଣଧାମ ଅଟେ,
ଯାହାକୁ ନିରାକାରୀ ଦୁନିଆ ମଧ୍ୟ କହୁଛନ୍ତି । ସବୁ ଆତ୍ମାମାନେ ସେହିଠାରେ ରହିଥା’ନ୍ତି । ଏହି
ସୂର୍ଯ୍ୟ ଚନ୍ଦ୍ରଠାରୁ ମଧ୍ୟ ଉର୍ଦ୍ଧ୍ୱରେ ତୁମର ସୁଇଟ୍ ସାଇଲେନ୍ସ (ମିଠା ନିରବତାର) ଘର ରହିଛି
କିନ୍ତୁ ସେଠାରେ ତ ତୁମେ ସମସ୍ତେ ସବୁବେଳ ପାଇଁ ରହିଯିବ ନାହିଁ । ବସି ରହି କ’ଣ କରିବ । ତେବେ
ତାହା ତ ଯେପରି ଜଡ ଅବସ୍ଥା ହୋଇଗଲା । ଯେତେବେଳେ ଆତ୍ମା ଏଠାକୁ ଆସି ଅଭିନୟ କରିବ ସେତେବେଳେ ତାକୁ
ଚୈତନ୍ୟ କୁହାଯିବ । ଆତ୍ମା ବାସ୍ତବରେ ଚୈତନ୍ୟ କିନ୍ତୁ ପାର୍ଟ ନ କରିଲେ ତ ଜଡ ହେଲା ନା । ତୁମେ
ଏଠାରେ ଛିଡା ହୋଇ ଯଦି ହାତ ପାଦ ନ ଚଲାଇଲ ତ ଯେପରି ଜଡ ହେଲ ନା । ସେଠାରେ ତ ପ୍ରକୃତ ଶାନ୍ତି
ରହିଥାଏ, ଆତ୍ମାମାନେ ଯେପରି ଜଡ ଅବସ୍ଥାରେ ଥାଆନ୍ତି । କିଛି ହେଲେ ଅଭିନୟ କରି ନ ଥାନ୍ତି ।
ଅଭିନୟ କରିବାରେ ତ ଶୋଭା ରହିଥାଏ ନା । ଶାନ୍ତିଧାମରେ କି ଶୋଭା ଥିବ? ଆତ୍ମାମାନେ ସୁଖ-ଦୁଃଖର
ଅନୁଭବରୁ ଉର୍ଦ୍ଧ୍ୱରେ ରହିଥା’ନ୍ତି । କିଛି ଅଭିନୟ ହିଁ କରୁନାହାଁନ୍ତି, ତେବେ ସେଠାରେ ରହି ଲାଭ
କଣ? ପ୍ରଥମେ-ପ୍ରଥମେ ସୁଖର ଅଭିନୟ କରିବାକୁ ହେବ । ପ୍ରତ୍ୟେକଙ୍କୁ ପ୍ରଥମରୁ ହିଁ ପାର୍ଟ ମିଳିଛି
। କେହି କେହି ତ କହୁଛନ୍ତି ଆମର ମୋକ୍ଷ ଦରକାର । ଯେପରି ପାଣି ଫୋଟକା ପାଣିରେ ମିଶିଗଲା, ବାସ୍,
ଆତ୍ମାର ଅସ୍ତିତ୍ୱ ଯେପରି କିଛି ହିଁ ନାହିଁ । କିଛି ଅଭିନୟ ନ କରିଲେ ଯେପରି ଜଡ କୁହାଯିବ ।
ଚୈତନ୍ୟ ହୋଇ ମଧ୍ୟ ଜଡ ହୋଇ ପଡିରହିଲେ କ’ଣ ଫାଇଦା? ଅଭିନୟ ତ ସମସ୍ତଙ୍କୁ କରିବାକୁ ହିଁ ପଡିବ ।
ତେବେ ହିରୋ-ହିରୋଇନ୍ଙ୍କର ଅଭିନୟକୁ ମୁଖ୍ୟ ବୋଲି କୁହାଯାଏ । ତୁମ ସନ୍ତାନମାନଙ୍କୁ
ହିରୋ-ହିରୋଇନ୍ର ଉପାଧି ମିଳୁଛି । ଆତ୍ମା ଏଠାରେ ଅଭିନୟ କରୁଛି ପ୍ରଥମେ ସୁଖର ରାଜ୍ୟ କରୁଛି
ପୁଣି ରାବଣର ଦୁଃଖର ରାଜ୍ୟକୁ ଯାଉଛି । ଏବେ ବାବା କହୁଛନ୍ତି ତୁମେ ସନ୍ତାନମାନେ ସମସ୍ତଙ୍କୁ ଏହି
ସନ୍ଦେଶ ଦିଅ । ଟୀଚର ହୋଇ ଅନ୍ୟମାନଙ୍କୁ ବୁଝାଅ । ଯିଏ ଟିଚର ହେଉନାହାଁନ୍ତି ତାଙ୍କର ପଦ କମ୍
ହେବ । ଟିଚର ହେବା ବିନା କାହାକୁ ଆଶୀର୍ବାଦ କିପରି ମିଳିବ? ଯେପରି କାହାକୁ ପଇସା ଦେଲେ ତାଙ୍କୁ
ଖୁସି ଲାଗିଥାଏ ନା । ସେହିପରି ସେମାନେ ମନରେ ଭାବୁଛନ୍ତି ବି.କେ. ଆମ ଉପରେ ଦୟା କରୁଛନ୍ତି,
ଯେଉଁମାନେ ଆମକୁ କ’ଣରୁ କ’ଣ କରିଦେଉଛନ୍ତି! ଏମିତି ତ ଏକମାତ୍ର ବାବାଙ୍କର ହିଁ ମହିମା କରୁଛନ୍ତି
- ବାହାଃ ବାବା, ଆପଣ ଏହି ପିଲାମାନଙ୍କ ଦ୍ୱାରା ଆମର କେତେ କଲ୍ୟାଣ କରୁଛନ୍ତି! କାହା ଦ୍ୱାରା ତ
ହେଉଛି ନା । ବାବା କରନକରାବନହାର (କରିକରାଇାଲା ବାଲା) ଅଟନ୍ତି । ତୁମ ଦ୍ୱାରା କରାଉଛନ୍ତି ।
ତୁମର କଲ୍ୟାଣ ହେଉଛି । ତେଣୁ ତୁମେ ପୁଣି ଅନ୍ୟମାନଙ୍କୁ ବାବାଙ୍କର ପରିଚୟ ଦେଉଛ । ଯେତେ-ଯେତେ
ଯିଏ ସେବା କରୁଛନ୍ତି, ସିଏ ସେତେ ଉଚ୍ଚପଦ ପାଉଛନ୍ତି । ରାଜା ହେବାକୁ ହେଲେ ପ୍ରଜା ମଧ୍ୟ କରିବାକୁ
ପଡିବ । ଯିଏ ଭଲ ନମ୍ବର ରଖିବେ ସେ ମଧ୍ୟ ରାଜା ହେବେ । ମାଳା ତିଆରି ହେଉଛି ନା । ତେବେ ନିଜକୁ
ପଚାରିବା ଉଚିତ୍ ଆମେ ମାଳାରେ କେଉଁ ନମ୍ବରରେ ରହିବୁ? ୯ ରତ୍ନ ମୁଖ୍ୟ ଅଟନ୍ତି ନା । ଯିଏ ହୀରା
ତିଆରି କରୁଛନ୍ତି ସିଏ ମଝିରେ ଅଛନ୍ତି । ହୀରାକୁ ମଝିରେ ରଖିଥାନ୍ତି । ମାଳାର ଉପରେ ଫୁଲ ମଧ୍ୟ
ଅଛି ନା । ଶେଷରେ ତୁମେ ଜାଣିପାରିବ - କିଏ କିଏ ମୁଖ୍ୟ ଦାନା ହେବେ, ଯିଏକି ରାଜ ବଂଶରେ ଆସିବେ ।
ପଛରେ ତୁମକୁ ନିଶ୍ଚୟ ଏସବୁର ସାକ୍ଷାତ୍କାର ହେବ । ଦେଖିବ, କିପରି ଏମାନେ ସମସ୍ତେ ଦଣ୍ଡ
ପାଉଛନ୍ତି । ଆରମ୍ଭରେ ଦିବ୍ୟ ଦୃଷ୍ଟି ଦ୍ୱାରା ତୁମେ ସୂକ୍ଷ୍ମଲୋକରେ ଦେଖୁଥିଲ । ଏହା ମଧ୍ୟ
ଗୁପ୍ତ । ଆତ୍ମା ଦଣ୍ଡ କେଉଁଠାରେ ଭୋଗ କରୁଛି - ଏହା ମଧ୍ୟ ଡ୍ରାମାରେ ପାର୍ଟ ଅଛି । ଗର୍ଭ ଜେଲ୍ରେ
ଦଣ୍ଡ ମିଳିଥାଏ । ଜେଲରେ ଧର୍ମରାଜଙ୍କୁ ଦେଖି ପୁଣି କହିଥା’ନ୍ତି ମୋତେ ବାହାରକୁ ବାହାର କରିଦିଅ
। ରୋଗ ଆଦି ହେଉଛି, ଏହା ମଧ୍ୟ କର୍ମର ହିସାବ ନା । ଏ ସବୁ ବୁଝିବାର କଥା । ବାବା ତ ନିଶ୍ଚୟ
ସତ୍ୟ ହିଁ ଶୁଣାଇବେ ନା । ଏବେ ତୁମେମାନେ ସତ୍ ଚରିତ୍ରବାନ ହେଉଛ । ଯେଉଁମାନେ ବାବାଙ୍କଠାରୁ
ଶକ୍ତି ପ୍ରାପ୍ତ କରିଥା’ନ୍ତି, ସେହିମାନଙ୍କୁ ହିଁ ସତ୍ ଚରିତ୍ରବାନ୍ କୁହାଯାଏ ।
ତୁମେ ବିଶ୍ୱର ମାଲିକ
ହେଉଛ ନା । ତେଣୁ ତୁମଠାରେ କେତେ ଶକ୍ତି ରହୁଛି । ସେଠାରେ ହଙ୍ଗାମା ଇତ୍ୟାଦିର କୌଣସି କଥା ରହିବ
ନାହିଁ । ଶକ୍ତି କମ୍ ହୋଇଗଲେ କେତେ ହଙ୍ଗାମା ହୋଇଯାଉଛି । ଅଧାକଳ୍ପ ପାଇଁ ତୁମ ସନ୍ତାନମାନଙ୍କୁ
ଶକ୍ତି ମିଳୁଛି । ତାହା ପୁଣି ପୁରୁଷାର୍ଥର କ୍ରମଅନୁସାରେ ମିଳୁଛି । ସମସ୍ତେ ସମାନ ରୂପରେ ନା
ଶକ୍ତି ପାଇପାରିବେ, ନା ପଦ ପାଇପାରିବେ । ଏହା ମଧ୍ୟ ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଛି ।
ଡ୍ରାମାରେ ଅନାଦି ନିର୍ଦ୍ଧାରିତ ହୋଇ ରହିଛି । କେହି କେହି ପଛରେ ଆସୁଛନ୍ତି, ଗୋଟିଏ-ଦୁଇଟି ଜନ୍ମ
ନେଇ ଶରୀର ତ୍ୟାଗ କରିଦେଉଛନ୍ତି । ଯେପରି ଦୀପାବଳୀରେ ମଶାମାନେ ରାତ୍ରିରେ ଜନ୍ମ ନେଇ ସକାଳେ
ମରିଯାଇଥାଆନ୍ତି । ସେମାନେ ତ ଅସଂଖ୍ୟ ରହିଥା’ନ୍ତି । ମନୁଷ୍ୟମାନଙ୍କର ତ ପୁଣି ବି ଜନସଂଖ୍ୟା
ଗଣନା ହେଉଛି । ପ୍ରଥମେ-ପ୍ରଥମେ ଯେଉଁ ଆତ୍ମାମାନେ ଆସୁଛନ୍ତି ତାଙ୍କର ଆୟୁଷ କେତେ ବଡ ହୋଇଥାଏ!
ତୁମ ପିଲାମାନଙ୍କୁ ବହୁତ ଖୁସି ହେବା ଉଚିତ୍ ଯେ - ଆମର ଆୟୁଷ ବହୁତ ବଡ ହେବ । ତୁମେ ଏବେ ପୁରା
ପାର୍ଟ କରୁଛ । ବାବା ତୁମମାନଙ୍କୁ ହିଁ ବୁଝାଉଛନ୍ତି, ତୁମେ କିପରି ସଂପୂର୍ଣ୍ଣ ପାର୍ଟ କରୁଛ ।
ପାଠପଢା ଅନୁସାରେ ଉପରୁ ଅଭିନୟ କରିବାକୁ ଆସୁଛ । ନୂଆ ଦୁନିଆ ପାଇଁ ତୁମେ ଏହି ପାଠ ପଢୁଛ । ବାବା
କହୁଛନ୍ତି ଅନେକ ଥର ପଢାଇଛି ଏବଂ ଏହି ପାଠପଢା ଅବିନାଶୀ ହୋଇଯାଉଛି । ଅଧାକଳ୍ପ ପାଇଁ ତୁମେ
ପ୍ରାରବ୍ଧ ପାଉଛ । ବିନାଶୀ ପାଠପଢା ଦ୍ୱାରା ତୁମକୁ ସୁଖ ମଧ୍ୟ ଅଳ୍ପକାଳ ପାଇଁ ମିଳିଥାଏ ।
ବର୍ତ୍ତମାନ ଯଦି କେହି ବାରିଷ୍ଟର ହେଉଛନ୍ତି ତେବେ ପୁଣି କଳ୍ପ ପରେ ମଧ୍ୟ ବାରିଷ୍ଟର ହେବେ । ଏ
କଥା ମଧ୍ୟ ତୁମେ ଜାଣିଛ - ସମସ୍ତଙ୍କର ଯାହା ବି ପାର୍ଟ ରହିଛି, ସେହି ପାର୍ଟ କଳ୍ପ-କଳ୍ପ ଚାଲିବ
। ଦେବତା ହୁଅନ୍ତୁ ଅଥବା ଶୂଦ୍ର, ପ୍ରତ୍ୟେକଙ୍କର ସେହି ପାର୍ଟ ଚାଲିବ, ଯାହା କଳ୍ପ-କଳ୍ପ
ଚାଲିଥାଏ । ଏଥିରେ କୌଣସି ଫରକ ହୋଇପାରିବ ନାହିଁ । ପ୍ରତ୍ୟେକେ ନିଜ ନିଜର ଅଭିନୟ କରିଚାଲିଛନ୍ତି
। ଏ ସବୁ ପୂର୍ବ-ପ୍ରସ୍ତୁତ ଖେଳ ଅଟେ । ପଚାରୁଛନ୍ତି ପୁରୁଷାର୍ଥ ବଡ ନା ପ୍ରାଲବ୍ଧ ବଡ?
ପୁରୁଷାର୍ଥ ବିନା ତ ପ୍ରାଲବ୍ଧ ମିଳି ନ ଥାଏ । ଡ୍ରାମା ଅନୁସାରେ ପୁରୁଷାର୍ଥ ଦ୍ୱାରା ପ୍ରାଲବ୍ଧ
ମିଳିଥାଏ । ତେଣୁ ସମସ୍ତ ବୋଝ ଡ୍ରାମା ଉପରେ ଆସିଯାଉଛି । ପୁରୁଷାର୍ଥ କେହି କରୁଛନ୍ତି, କେହି
କରୁନାହାଁନ୍ତି । ଆସିକରି ମଧ୍ୟ ପୁରୁଷାର୍ଥ କରୁନାହାଁନ୍ତି, ତେଣୁ ପ୍ରାରବ୍ଧ ମଧ୍ୟ ମିଳୁନାହିଁ
। ସାରା ଦୁନିଆରେ ଯେଉଁ ଅଭିନୟ ଚାଲୁଛି, ସେ ସବୁ ପୂର୍ବ-ପ୍ରସ୍ତୁତ ଡ୍ରାମା ଅଟେ । ଆଦିରୁ ଅନ୍ତ
ପର୍ଯ୍ୟନ୍ତ ଆତ୍ମାରେ ପୂର୍ବରୁ ହିଁ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ଯେପରି ତୁମ ଆତ୍ମାରେ ୮୪
ଜନ୍ମର ପାର୍ଟ ରହିଛି, ହୀରା ବି ହେଉଛନ୍ତି ତ ପୁଣି କଉଡି ସଦୃଶ ମଧ୍ୟ ହୋଇଯାଉଛନ୍ତି । ଏସବୁ କଥା
ତୁମେ ଏବେ ଶୁଣୁଛ । ସ୍କୁଲରେ ଯଦି କେହି ଫେଲ୍ ହୋଇଗଲେ, ତେବେ କୁହନ୍ତି ଇଏ ବୁଦ୍ଧିହୀନ ଅଟେ ।
ଧାରଣା ହେଉନାହିଁ, ଏହାକୁ ଭେରାଇଟି (ବିଭିନ୍ନତାର) ବୃକ୍ଷ, ଭେରାଇଟୀ ଫିଚର୍ସ (ଚେହେରା)
କୁହାଯାଉଛି । ଏହି ଭେରାଇଟୀ ବୃକ୍ଷର ଜ୍ଞାନ ବାବା ହିଁ ବୁଝାଉଛନ୍ତି । କଳ୍ପ ବୃକ୍ଷ ଉପରେ ମଧ୍ୟ
ବୁଝାଉଛନ୍ତି । ବରଗଛର ଉଦାହରଣ ମଧ୍ୟ ଏହା ଉପରେ ରହିଛି । ତାର ବହୁତ ଶାଖାପ୍ରଶାଖା ପ୍ରସାରିତ
ହୋଇଥାଏ ।
ପିଲାମାନେ ବୁଝୁଛନ୍ତି
ଆମର ଆତ୍ମା ଅବିନାଶୀ ଅଟେ, ଶରୀର ତ ବିନାଶ ହୋଇଯିବ । ଆତ୍ମା ହିଁ ଧାରଣ କରୁଛି, ଆତ୍ମା ହିଁ ୮୪
ଜନ୍ମ ନେଇଥାଏ, ଶରୀର ତ ବଦଳି ଚାଲିଛି । ସେହି ଆତ୍ମା ହିଁ ରହୁଛି, ଆତ୍ମା ହିଁ ଭିନ୍ନ-ଭିନ୍ନ
ଶରୀର ନେଇ ଅଭିନୟ କରୁଛି । ତେବେ ଏହା ନୂଆ କଥା ହେଲା ନା । ତୁମକୁ ମଧ୍ୟ ଏବେ ଏହି ଜ୍ଞାନ ମିଳୁଛି
। କଳ୍ପ ପୂର୍ବରୁ ମଧ୍ୟ ତୁମେମାନେ ଏହିପରି ବୁଝିଥିଲ । ବାବା ମଧ୍ୟ ଭାରତକୁ ହିଁ ଆସୁଛନ୍ତି ।
ତୁମେ ସମସ୍ତଙ୍କୁ ସନ୍ଦେଶ ଦେଇ ଚାଲିଛ, କେହି ବି ଏପରି ରହିବେ ନାହିଁ ଯାହାଙ୍କୁ ସନ୍ଦେଶ ନ
ମିଳିବ । ସନ୍ଦେଶ ଶୁଣିବାର ଅଧିକାର ସମସ୍ତଙ୍କର ରହିଛି । ପୁଣି ବାବାଙ୍କଠାରୁ ବର୍ସା ମଧ୍ୟ ନେବେ
। କିଛି ତ ଶୁଣିବେ ନା, କାରଣ ସେମାନେ ମଧ୍ୟ ବାବାଙ୍କର ସନ୍ତାନ ଅଟନ୍ତି । ବାବା ବୁଝାଉଛନ୍ତି -
ମୁଁ ତୁମ ଆତ୍ମାମାନଙ୍କର ପିତା ଅଟେ । ମୋ ଦ୍ୱାରା ତୁମେ ଏହି ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିବା
ଦ୍ୱାରା ଏହି ପଦ ପାଉଛ । ବାକି ସମସ୍ତେ ମୁକ୍ତିକୁ ଚାଲିଯାଉଛନ୍ତି । ବାବା ତ ସମସ୍ତଙ୍କର ସଦ୍ଗତି
କରୁଛନ୍ତି । ଗାୟନ କରୁଛନ୍ତି ଅହୋ ବାବା, ତୁମର ଲୀଳା... କ’ଣ ଲୀଳା? କିପରି ଲୀଳା? ଏହା ପୁରୁଣା
ଦୁନିଆକୁ ବଦଳାଇବାର ଲୀଳା ଅଟେ । ଏ କଥା ଜାଣିବା ଦରକାର ନା । ଏହି କଥାକୁ ମନୁଷ୍ୟ ହିଁ ଜାଣିବେ
ନା । ବାବା ତୁମ ପିଲାମାନଙ୍କୁ ହିଁ ଆସି ସବୁ କଥା ବୁଝାଉଛନ୍ତି । ବାବା ନଲେଜଫୁଲ ଅଟନ୍ତି ।
ତୁମକୁ ମଧ୍ୟ ନଲେଜଫୁଲ କରୁଛନ୍ତି । ତୁମେ ମଧ୍ୟ କ୍ରମାନୁସାରେ ନଲେଜଫୁଲ ହେଉଛ । ତେବେ ଯେଉଁମାନେ
ବୃତ୍ତି ନେଉଛନ୍ତି ସେହିମାନଙ୍କୁ ହିଁ ନଲେଜଫୁଲ କୁହାଯିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଦା ଏହି
ସ୍ମୃତିରେ ରହିବାକୁ ହେବ ଯେ ମୁଁ ଆତ୍ମା ପୁରୁଷ ଅଟେ, ମୋତେ ବାବାଙ୍କଠାରୁ ପୂରା ବର୍ସା ନେବାକୁ
ହେବ । ମନୁଷ୍ୟରୁ ଦେବତା ହେବାର ପାଠ ପଢିବାକୁ ହେବ ଏବଂ ପଢାଇବାକୁ ହେବ ।
(୨) ସାରା ଦୁନିଆରେ
ଯେଉଁସବୁ ଅଭିନୟ ଚାଲୁଛି, ସେ ସବୁ ପୂର୍ବ-ପ୍ରସ୍ତୁତ ଡ୍ରାମା ଅଟେ, ଏଥିରେ ପୁରୁଷାର୍ଥ ଏବଂ
ପ୍ରାରବ୍ଧ ଦୁଇଟିଯାକ ନିଧାର୍ଯ୍ୟ ରହିଛି । ପୁରୁଷାର୍ଥ ବିନା ପ୍ରାରବ୍ଧ ମିଳିପାରିବ ନାହିଁ, ଏହି
କଥାକୁ ଭଲ ଭାବରେ ବୁଝିବାକୁ ହେବ ।
ବରଦାନ:-
ଯେ କୌଣସି
ସେବାକୁ ସଚ୍ଚା ହୃଦୟର ସହିତ ବା ଲଗନର ସହିତ କରୁଥିବା ସଚ୍ଚା ଆତ୍ମିକ ସେବାଧାରୀ ହୁଅ ।
ସେବା ଯାହା ବି ହୋଇଥାଉ
କିନ୍ତୁ ସେହି ସେବାକୁ ଯଦି ସଚ୍ଚା ହୃଦୟର ସହିତ ବା ଲଗନ ଅର୍ଥାତ୍ ସ୍ନେହର ସହିତ କରାଯିବ ତେବେ
ସେଥିରେ ୧୦୦ ନମ୍ବର ମିଳିବ । ସେବାରେ କେବେ ବି ଚିଡଚିଡାପଣିଆ ନ ଆସୁ ବା କାମ ତୁଟାଇ ଦେବା
ହିସାବରେ ସେବା ନ ହେଉ । ତୁମର ସେବା ହିଁ ହେଉଛି ଅସଜଡାକୁ ସଜାଡିବା, ସମସ୍ତଙ୍କୁ ସୁଖ ଦେବା,
ଆତ୍ମାମାନଙ୍କୁ ଯୋଗ୍ୟ ଏବଂ ଯୋଗୀ କରିବା, ଅପକାରୀର ଉପକାର କରିବା, ଆବଶ୍ୟକ ସମୟରେ ସମସ୍ତଙ୍କୁ
ସହଯୋଗ ଦେବା । ଏହିଭଳି ସେବା କରୁଥିବା ଆତ୍ମାମାନେ ହିଁ ସଚ୍ଚା ଆତ୍ମିକ ସେବାଧାରୀ ଅଟନ୍ତି ।
ସ୍ଲୋଗାନ:-
ପବିତ୍ରତା ହିଁ
ବ୍ରାହ୍ମଣ ଜୀବନର ନବୀନତା ଏବଂ ଜ୍ଞାନର ମୂଳଦୁଆ ଅଟେ ।