20.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଜ୍ଞାନର
ଧାରଣା କରିବା ସହିତ ସତ୍ୟଯୁଗୀ ରାଜ୍ୟପଦ ପ୍ରାପ୍ତ କରିବା ପାଇଁ ୟାଦ ଏବଂ ପବିତ୍ରତାର ବଳ ମଧ୍ୟ
ଜମା କର ।”
ପ୍ରଶ୍ନ:-
ବର୍ତ୍ତମାନ ତୁମ
ପିଲାମାନଙ୍କର ପୁରୁଷାର୍ଥର ଲକ୍ଷ୍ୟ କ’ଣ ହେବା ଦରକାର?
ଉତ୍ତର:-
ନିଜେ ସର୍ଦଦା ଖୁସିରେ ରହିବା, ବହୁତ-ବହୁତ ମିଠା ହେବା, ସମସ୍ତଙ୍କୁ ସ୍ନେହରେ ଚଳାଇବା... ଏହା
ହିଁ ତୁମର ପୁରୁଷାର୍ଥର ଲକ୍ଷ୍ୟ ହେବା ଉଚିତ୍ । ଏହା ଦ୍ୱାରା ତୁମେ ସର୍ବଗୁଣ ସମ୍ପନ୍ନ ୧୬ କଳା
ସମ୍ପୂର୍ଣ୍ଣ ହୋଇଯିବ ।
ପ୍ରଶ୍ନ:-
ଯେଉଁମାନଙ୍କର
କର୍ମ ଶ୍ରେଷ୍ଠ ଅଟେ, ସେମାନଙ୍କର ଲକ୍ଷଣ କ’ଣ ହୋଇଥିବ?
ଉତ୍ତର:-
ସେମାନଙ୍କ
ଦ୍ୱାରା କାହାକୁ ବି ଦୁଃଖ ମିଳିବ ନାହିଁ । ଯେପରି ବାବା ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି,
ସେହିପରି ଶ୍ରେଷ୍ଠ କର୍ମ କରୁଥିବା ଆତ୍ମାମାନେ ମଧ୍ୟ ଦୁଃଖହର୍ତ୍ତା ସୁଖକର୍ତ୍ତା ହୋଇଥିବେ ।
ଗୀତ:-
ଛୋଡ ଭି ଦେ
ଆକାଶ ସିଂହାସନ....
ଓମ୍ ଶାନ୍ତି ।
ମିଠା-ମିଠା
ଆତ୍ମିକ ପିଲାମାନେ ଗୀତ ଶୁଣିଲେ । ମିଠା ମିଠା ଆତ୍ମିକ ପିଲାମାନେ, ଏ କଥା କିଏ କହିଲେ? ଉଭୟ ପିତା
କହିଲେ । ନିରାକାର ପିତା ବି କହିଲେ ଏବଂ ସାକାର ପିତା ମଧ୍ୟ କହିଲେ, ତେଣୁ ଏହାଙ୍କୁ କୁହାଯାଉଛି
ବାପା ଏବଂ ଦାଦା । ଦାଦା ହେଉଛନ୍ତି ସାକାର । ଏହି ଗୀତ ତ ଭକ୍ତିମାର୍ଗର ଅଟେ । ପିଲାମାନେ
ଜାଣିଛନ୍ତି ଏବେ ବାବା ଆସିଛନ୍ତି ଏବଂ ବାବା ହିଁ ସାରା ସୃଷ୍ଟିଚକ୍ରର ଜ୍ଞାନ ଆମ ବୁଦ୍ଧିରେ ଧାରଣ
କରାଇଛନ୍ତି । ତୁମ ପିଲାମାନଙ୍କର ମଧ୍ୟ ବୁଦ୍ଧିରେ ରହିଛି ଯେ - ଆମେ ୮୪ ଜନ୍ମ ପୁରା କରିଲେ ଏବେ
ନାଟକ ପୂରା ହେଉଛି । ଏବେ ଆମକୁ ପବିତ୍ର ହେବାକୁ ପଡିବ, ଯୋଗ ବା ୟାଦ ଦ୍ୱାରା । ଜ୍ଞାନ ଓ ଯୋଗ
ଏହା ତ ପ୍ରତ୍ୟେକ କଥାରେ ଆବଶ୍ୟକ । ବାରିଷ୍ଟରଙ୍କୁ ନିଶ୍ଚିତ ମନେ ପକାଇବେ ଏବଂ ତାଙ୍କଠାରୁ
ଜ୍ଞାନ ନେବେ । ଏହାକୁ ବି ଯୋଗ ଏବଂ ଜ୍ଞାନର ବଳ କୁହାଯିବ । ଏଠାରେ ତ ଏହା ନୂଆ କଥା ଅଟେ ।
ଦୁନିଆର ଯୋଗ ଏବଂ ଜ୍ଞାନ ଦ୍ୱାରା ସିମୀତ ଶକ୍ତି ମିଳିଥାଏ । ଏଠାରେ ଏହି ଯୋଗ ଏବଂ ଜ୍ଞାନ ଦ୍ୱାରା
ବେହଦର ବଳ ମିଳୁଛି କାରଣ ବାବା ସର୍ବଶକ୍ତିମାନର ଅଧିକାରୀ ଅଟନ୍ତି । ବାବା କହୁଛନ୍ତି ମୁଁ
ଜ୍ଞାନର ସାଗର ମଧ୍ୟ ଅଟେ । ତୁମେ ପିଲାମାନେ ଏବେ ସୃଷ୍ଟିଚକ୍ରକୁ ଜାଣିଗଲଣି । ମୂଳବତନ,
ସୂକ୍ଷ୍ମବତନ.. ସବୁ ମନେ ରହିଛି । ଯେଉଁ ଜ୍ଞାନ ବାବାଙ୍କଠାରେ ରହିଛି, ତାହା ବି ମିଳିଛି । ତେବେ
ଜ୍ଞାନକୁ ବି ଧାରଣ କରିବାକୁ ହେବ ଏବଂ ରାଜପଦ ପାଇଁ ବାବା ତୁମ ପିଲାମାନଙ୍କୁ ଯୋଗ ଏବଂ ପବିତ୍ରତା
ମଧ୍ୟ ଶିଖାଉଛନ୍ତି । ତୁମେ ପବିତ୍ର ମଧ୍ୟ ହେଉଛ । ବାବାଙ୍କଠାରୁ ରାଜ୍ୟପଦ ମଧ୍ୟ ନେଉଛ । ବାବା
ନିଜଠାରୁ ମଧ୍ୟ ଶ୍ରେଷ୍ଠ ପଦ ଦେଉଛନ୍ତି । ତୁମେ ୮୪ ଜନ୍ମ ନେଇ-ନେଇ ପଦ ହରାଇ ଦେଇଛ । ଏହି ଜ୍ଞାନ
ବର୍ତ୍ତମାନ ତୁମ ପିଲାମାନଙ୍କୁ ମିଳିଛି । ଅତି ଶ୍ରେଷ୍ଠ ହେବାର ଜ୍ଞାନ ଶ୍ରେଷ୍ଠ ପିତାଙ୍କ ଠାରୁ
ମିଳିଛି । ପିଲାମାନେ ଜାଣିଛନ୍ତି ଯେ ଆମେ ଯେପରିକି ବାପଦାଦାଙ୍କର ଘରେ ବସିଛୁ । ଏହି ଦାଦା (ବ୍ରହ୍ମା)
ମା’ ମଧ୍ୟ ଅଟନ୍ତି । ଶିବ ପିତା ତ ଅଲଗା ଅଟନ୍ତି, ବାକି ଇଏ ମା’ ମଧ୍ୟ ଅଟନ୍ତି । କିନ୍ତୁ ଇଏ
ପୁରୁଷ ଶରୀରଧାରୀ ହୋଇଥିବା କାରଣରୁ ମାତା (ମମ୍ମା)ଙ୍କୁ ନିର୍ଦ୍ଧାରିତ କରାଯାଇଛି, ମମ୍ମାଙ୍କୁ
ମଧ୍ୟ ପୋଷ୍ୟ କରାଯାଇଛି । ତାଙ୍କ ଦ୍ୱାରା ପୁଣି ରଚନା ହୋଇଛି । ରଚନା ମଧ୍ୟ ହେଉଛି ପୋଷ୍ୟ । ବାବା
ପିଲାମାନଙ୍କୁ ପୋଷ୍ୟ କରିଥା’ନ୍ତି, ସମ୍ପତ୍ତି ଦେବା ପାଇଁ । ବ୍ରହ୍ମାଙ୍କୁ ମଧ୍ୟ ପୋଷ୍ୟ
କରିଛନ୍ତି । ପ୍ରବେଶ କରିବା କିମ୍ବା ପୋଷ୍ୟ କରିବା ଏକାକଥା ଅଟେ । ପିଲାମାନେ ବୁଝୁଛନ୍ତି ଏବଂ
ବୁଝାଉଛନ୍ତି ମଧ୍ୟ - ପୁରୁଷାର୍ଥର କ୍ରମଅନୁସାରେ ସମସ୍ତଙ୍କୁ ଏହା ବୁଝାଇବାକୁ ହେବ ଯେ ଆମେ ନିଜର
ପରମପିତା ପରମାତ୍ମାଙ୍କ ଶ୍ରୀମତ ଅନୁସାରେ ଏହି ଭାରତକୁ ପୁଣି ଶ୍ରେଷ୍ଠରୁ ଶ୍ରେଷ୍ଠ କରାଉଛୁ, ତେଣୁ
ନିଜକୁ ମଧ୍ୟ ଶ୍ରେଷ୍ଠ ହେବାକୁ ପଡିବ । ନିଜକୁ ଦେଖିବାକୁ ହେବ କି ମୁଁ ଏପରି ଶ୍ରେଷ୍ଠ ହୋଇଛି?
କୌଣସି ଭ୍ରଷ୍ଟାଚାରର କାମ କରି କାହାକୁ ଦୁଃଖ ଦେଉନାହିଁ ତ? ବାବା କହୁଛନ୍ତି ମୁଁ ତ ଆସିଛି
ପିଲାମାନଙ୍କୁ ସୁଖୀ କରାଇବା ପାଇଁ, ତେଣୁ ତୁମକୁ ମଧ୍ୟ ସମସ୍ତଙ୍କୁ ସୁଖ ଦେବାକୁ ହେବ । ବାବା
କେବେ କାହାକୁ ଦୁଃଖ ଦେଇପାରିବେ ନାହିଁ । ତାଙ୍କର ନାମ ହିଁ ହେଉଛି ଦୁଃଖହର୍ତ୍ତା ସୁଖକର୍ତ୍ତା ।
ପିଲାମାନଙ୍କୁ ନିଜର ଚେକ୍ କରିବାକୁ ହେବ - ଯେ ମନ, ବଚନ, କର୍ମରେ ଆମେ କାହାକୁ ଦୁଃଖ ଦେଉ ନାହୁଁ
ତ? ଶିବବାବା କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ । ବାବା କହୁଛନ୍ତି ମୁଁ କଳ୍ପ-କଳ୍ପ ତୁମ
ପିଲାମାନଙ୍କୁ ଏହି ବେହଦର କାହାଣୀ ଶୁଣାଉଛି । ଏବେ ତୁମ ବୁଦ୍ଧିରେ ରହିଛି କି ଆମେ ନିଜ ଘରକୁ
ଯିବୁ ଏବଂ ନୂଆ ଦୁନିଆକୁ ଆସିବୁ । ବର୍ତ୍ତମାନର ପାଠପଢା ଅନୁସାରେ ତୁମେ ଅନ୍ତିମ ସମୟରେ ଟ୍ରାନସ୍ଫର
(ସ୍ଥାନାନ୍ତର) ହୋଇଯିବ । ଘରକୁ ଫେରି ଯାଇ ପୁଣି କ୍ରମାନୁସାରେ ଅଭିନୟ କରିବାକୁ ଆସିବ । ଏଠାରେ
ରାଜଧାନୀ ସ୍ଥାପନ ହେଉଛି ।
ପିଲାମାନେ ଜାଣିଛନ୍ତି ଏବେ ଯେଉଁ ପୁରୁଷାର୍ଥ କରିବ ସେହି ପୁରୁଷାର୍ଥ ତୁମର କଳ୍ପ-କଳ୍ପ ପାଇଁ
ସିଦ୍ଧ ଅର୍ଥାତ୍ ନିଧାର୍ଯ୍ୟ ହୋଇଯିବ । ପ୍ରଥମେ-ପ୍ରଥମେ ତ ସମସ୍ତଙ୍କର ବୁଝାଇବା ଦରକାର କି
ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବାବାଙ୍କ ବ୍ୟତୀତ ଅନ୍ୟ କେହି ଜାଣି ନାହାଁନ୍ତି ।
କିନ୍ତୁ ସେହି ସର୍ବୋଚ୍ଚ ବାବାଙ୍କର ନାମ ହିଁ ରଖି ନାହାଁନ୍ତି । ତ୍ରିମୂର୍ତ୍ତି ନାମ ତ ରହିଛି,
ତ୍ରିମୂର୍ତ୍ତି ମାର୍ଗ ମଧ୍ୟ ରହିଛି, ତ୍ରିମୂର୍ତ୍ତି ହାଉସ୍ ମଧ୍ୟ ଅଛି । ତ୍ରିମୂର୍ତ୍ତି
କୁହାଯାଏ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ । ଏହି ତିନି ଜଣଙ୍କର ରଚୟିତା ଯେଉଁ ଶିବବାବା ଅଟନ୍ତି
ସେହି ମୂଳଙ୍କର ନାମକୁ ହିଁ ଉଠାଇ ଦେଇଛନ୍ତି । ଏବେ ତୁମେ ପିଲାମାନେ ଜାଣୁଛ ସର୍ବୋଚ୍ଚ ହେଉଛନ୍ତି
ଶିବବାବା, ପୁଣି ହେଉଛନ୍ତି ତ୍ରିମୂର୍ତ୍ତି । ବାବାଙ୍କଠାରୁ ଆମେ ପିଲାମାନେ ଏହି ସମ୍ପତ୍ତି ନେଉଛୁ
। ବାବାଙ୍କର ଜ୍ଞାନ ଏବଂ ସମ୍ପତ୍ତି ଦୁଇଟିଯାକ ସ୍ମୃତିରେ ରହିଲେ ସର୍ବଦା ହର୍ଷିତ ରହିବେ ।
ବାବାଙ୍କ ୟାଦରେ ରହି ତୁମେ କାହାକୁ ଜ୍ଞାନର ତୀର ଲଗାଇଲେ ତା’ର ଭଲ ପ୍ରଭାବ ପଡିବ । ସେଥିରେ
ଶକ୍ତି ଆସିବ । ୟାଦର ଯାତ୍ରା ଦ୍ୱାରା ଶକ୍ତି ମିଳିବ । ଏବେ ଶକ୍ତିହୀନ ହୋଇଯାଇଛ, କାରଣ ଆତ୍ମା
ପତିତ ତମଃପ୍ରଧାନ ହୋଇଯାଇଛି । ଏବେ ମୂଖ୍ୟ ଏହି ଚିନ୍ତା ରଖିବାକୁ ହେବ ଯେ ଆମେ କିପରି
ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବୁ । ମନମନାଭବର ଅର୍ଥ ମଧ୍ୟ ଏହା ହିଁ ଅଟେ । ଯେଉଁମାନେ ଗୀତା
ପଢୁଛନ୍ତି ତାଙ୍କୁ ପଚାରିବା ଦରକାର - ମନମନାଭବର ଅର୍ଥ କ’ଣ? ଏହା କିଏ କହିଛନ୍ତି ଯେ ମୋତେ ୟାଦ
କଲେ ବର୍ସା ମିଳିବ? ନୂଆ ଦୁନିଆର ସ୍ଥାପନକର୍ତ୍ତା ତ କୃଷ୍ଣ ନୁହଁନ୍ତି । ସେ ତ ରାଜକୁମାର ଅଟନ୍ତି
। ଗାୟନ ମଧ୍ୟ ରହିଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । ଏବେ କରିକରାଇଲାବାଲା କିଏ? ଭୁଲିଯାଇଛନ୍ତି
। ତାଙ୍କୁ ସର୍ବବ୍ୟାପୀ କହିଦେଇଛନ୍ତି । କହିଥା’ନ୍ତି ବ୍ରହ୍ମା, ବିଷ୍ଣୁ, ଶଙ୍କର ଆଦି ସମସ୍ତଙ୍କ
ଭିତରେ ସେ ହିଁ ଅଛନ୍ତି । ଏହାକୁ ଅଜ୍ଞାନ ହିଁ କୁହାଯିବ । ବାବା କହୁଛନ୍ତି ତୁମକୁ ୫ ବିକାର ରୂପୀ
ରାବଣ କେତେ ବୁଦ୍ଧିହୀନ କରିଦେଇଛି । ତୁମେ ଜାଣିଛ ବାସ୍ତବରେ ଆମେ ମଧ୍ୟ ଆଗରୁ ଏହିପରି ଥିଲୁ ।
ହଁ, ପ୍ରଥମେ ଉତ୍ତମରୁ ଉତ୍ତମ ମଧ୍ୟ ଆମେ ହିଁ ଥିଲୁ ପୁଣି ତଳକୁ ଖସି ଖସି ମହାନ୍ ପତିତ ହୋଇଯାଇଛୁ
। ଶାସ୍ତ୍ରରେ ଦେଖାଇଛନ୍ତି ରାମ ଭଗବାନ ବାନର ସେନା ନେଇଥିଲେ, ଏହା ବି ଠିକ୍ । ତୁମେ ଜାଣିଛ ଆମେ
ବାସ୍ତବରେ ବାନର ସଦୃଶ ଥିଲେ । ଏବେ ଅନୁଭବ ହେଉଛି ଯେ ଏହା ହେଉଛି ଭ୍ରଷ୍ଟାଚାରୀ ଦୁନିଆ ।
ଜଣେ-ଅନ୍ୟ ଜଣକୁ ଗାଳି ଦେଉଛନ୍ତି, କଣ୍ଟା ଲଗାଇ ଚାଲିଛନ୍ତି । ଏହା ହେଉଛି କଣ୍ଟାର ଜଙ୍ଗଲ । ତାହା
ହେଉଛି ଫୁଲର ବଗିଚା । ଜଙ୍ଗଲ ବହୁତ ବଡ ହୋଇଥାଏ । ବଗିଚା ବହୁତ ଛୋଟ ହୋଇଥାଏ । ବଗିଚା ବଡ ହୋଇ ନ
ଥାଏ । ପିଲାମାନେ ବୁଝିଛନ୍ତି ପ୍ରକୃତରେ ବର୍ତ୍ତମାନ ଏହା ହେଉଛି ବହୁତ ବଡ କଣ୍ଟାର ଜଙ୍ଗଲ ।
ସତ୍ୟଯୁଗରେ ଫୁଲର ବଗିଚା କେତେ ଛୋଟ ହେବ । ଏହି କଥା ତୁମେ ପିଲାମାନେ ମଧ୍ୟ ପୁରୁଷାର୍ଥର
କ୍ରମାନୁସାରେ ବୁଝୁଛ । ଯେଉଁମାନେ ଜ୍ଞାନ ଏବଂ ଯୋଗ କରନ୍ତି ନାହିଁ, ସେବାରେ ତତ୍ପର ହେଉ
ନାହାଁନ୍ତି, ତେବେ ତାଙ୍କ ଭିତରେ ଏତେ ଖୁସି ମଧ୍ୟ ରହିବ ନାହିଁ । ଦାନ କରିବା ଦ୍ୱାରା
ମନୁଷ୍ୟଙ୍କୁ ଖୁସୀ ମିଳିଥାଏ । ଜାଣିଥାନ୍ତି ଇଏ ପୂର୍ବ ଜନ୍ମରେ ଦାନ-ପୁଣ୍ୟ କରିଛନ୍ତି ତେଣୁ ଭଲ
ଜନ୍ମ ମିଳିଛି । କେହି ଭକ୍ତ ହୋଇଥିଲେ, ବୁଝିଥା’ନ୍ତି ଆମେ ଭଲ ଭକ୍ତଙ୍କ ଘରେ ଯାଇ ଜନ୍ମ ନେବୁ ।
ଭଲ କର୍ମର ଫଳ ମଧ୍ୟ ଭଲ ମିଳିଥାଏ । ବାବା ବସି କର୍ମ-ଅକର୍ମ-ବିକର୍ମର ଗତି ପିଲାମାନଙ୍କୁ
ବୁଝାଉଛନ୍ତି । ଦୁନିଆ ଏହି କଥାକୁ ଜାଣିନାହିଁ । ତୁମେ ଜାଣିଛ ଏବେ ରାବଣ ରାଜ୍ୟ ହୋଇଥିବା କାରଣରୁ
ମନୁଷ୍ୟମାନଙ୍କର କର୍ମ ସବୁ ବିକର୍ମ ହୋଇଯାଉଛି । ପତିତ ତ ହେବାକୁ ହିଁ ପଡିବ । ୫ ବିକାର
ସମସ୍ତଙ୍କ ଭିତରେ ପ୍ରବେଶତା ହୋଇଛି । ଯଦିଓ ଦାନ-ପୁଣ୍ୟ ଆଦି କରିଥା’ନ୍ତି, ଅଳ୍ପ ସମୟ ପାଇଁ ତାର
ଫଳ ମିଳିଯାଇଥାଏ । ପୁଣି ବି ପାପ ତ କରି ହିଁ ଥା’ନ୍ତି । ରାବଣ ରାଜ୍ୟରେ ଯାହାବି ନେଣ-ଦେଣ
ହୋଇଥାଏ, ସେ ସବୁ ହେଉଛି ପାପ କର୍ମ । ଦେବତାମାନଙ୍କ ଆଗରେ କେତେ ସ୍ୱଚ୍ଛତାରେ ଭୋଗ ଲଗାଇଥା’ନ୍ତି
। ବାହ୍ୟ ରୂପେ ସ୍ୱଚ୍ଛ ହୋଇ ଆସନ୍ତି ପରନ୍ତୁ କିଛି ବି ଜାଣନ୍ତି ନାହିଁ । ବେହଦର ବାବାଙ୍କର
ବହୁତ ଗ୍ଲାନି କରିଦେଇଛନ୍ତି । ସେମାନେ ଭାବନ୍ତି କି ଭଗବାନଙ୍କର ଆମେ ଏହି ମହିମା କରୁଛୁ ଯେ
ଈଶ୍ୱର ସର୍ବବ୍ୟାପୀ ଅଟନ୍ତି, ସର୍ବଶକ୍ତିମାନ ଅଟନ୍ତି, କିନ୍ତୁ ବାବା କହୁଛନ୍ତି ଏହା ହେଉଛି
ତାଙ୍କର ଓଲଟା ମତ ।
ତୁମେ ପ୍ରଥମେ ବାବାଙ୍କର ମହିମା ଶୁଣାଉଛ କି ସର୍ବୋଚ୍ଚ ଭଗବାନ ହେଉଛନ୍ତି ଜଣେ । ଆମେ ତାଙ୍କୁ
ହିଁ ମନେ ପକାଉଛୁ । ରାଜଯୋଗର ଲକ୍ଷ୍ୟ-ଉଦ୍ଦେଶ୍ୟ ମଧ୍ୟ ସାମ୍ନାରେ ରହିଛି । ଏହି ରାଜଯୋଗ ବାବା
ହିଁ ଶିଖାଉଛନ୍ତି । କୃଷ୍ଣଙ୍କୁ ପିତା କୁହାଯିବ ନାହିଁ । ସେ ହେଉଛନ୍ତି ଛୋଟ ପିଲା, ଶିବଙ୍କୁ
ବାବା କୁହାଯିବ । ତାଙ୍କର ନିଜର ଦେହ ନାହିଁ । ଏହାକୁ ମୁଁ ଲୋନ୍ରେ ନେଇଥାଏ, ତେଣୁ ଏହାଙ୍କୁ
ବାପଦାଦା କୁହାଯାଇଥାଏ । ସେ ହେଉଛନ୍ତି ସର୍ବୋଚ୍ଚ ନିରାକାର ବାବା । ରଚନାକୁ ରଚନାଠାରୁ
ସମ୍ପତ୍ତି ମିଳିପାରିବ ନାହିଁ । ଲୌକିକ ସମ୍ବନ୍ଧରେ ପୁଅକୁ ବାପାଙ୍କଠାରୁ ସମ୍ପତ୍ତି ମିଳିଥାଏ ।
ଝିଅକୁ ତ ମିଳେ ନାହିଁ ।
ଏବେ ବାବା ବୁଝାଉଛନ୍ତି ତୁମେ ଆତ୍ମାମାନେ ମୋର ସନ୍ତାନ ଅଟ । ପ୍ରଜାପିତା ବ୍ରହ୍ମାଙ୍କର
ସନ୍ତାନ-ସନ୍ତତି ଅଟ । ବ୍ରହ୍ମାଙ୍କଠାରୁ ସମ୍ପତ୍ତି ମିଳିବାର ନାହିଁ । ବାବାଙ୍କର ହେଲେ ହିଁ
ସମ୍ପତ୍ତି ମିଳିବ । ଏହି ବାବା ତୁମ ପିଲାମାନଙ୍କୁ ସମ୍ମୁଖରେ ବସି ବୁଝାଉଛନ୍ତି । ୟାଙ୍କର କୌଣସି
ଶାସ୍ତ୍ର ତ ତିଆରି ହୋଇପାରିବ ନାହିଁ । ଯଦିଓ ତୁମେ ଲେଖୁଛ, ବହିପତ୍ର ଛପାଉଛ ତେବେ ବି ଟୀଚରଙ୍କ
ବ୍ୟତୀତ ଆଉ କେହି ତ ବୁଝାଇ ପାରିବେ ନାହିଁ । ଟୀଚରଙ୍କ ବିନା ବହିରୁ କେହି ବୁଝିପାରିବେ ନାହିଁ ।
ଏବେ ତୁମେ ହେଲ ଆତ୍ମିକ ଟୀଚର୍ସ । ବାବା ହେଉଛନ୍ତି ବୀଜରୂପ, ତାଙ୍କ ପାଖରେ ସାରା ବୃକ୍ଷର
ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ବାବା ଟୀଚର ରୂପରେ ବସି ତୁମକୁ ବୁଝାଉଛନ୍ତି । ତୁମେ ପିଲାମାନେ
ତ ସର୍ବଦା ଖୁସୀରେ ରହିବା ଉଚିତ୍ ଯେ ଆମକୁ ସୁପ୍ରିମ ପିତା ନିଜର ସନ୍ତାନ କରିଛନ୍ତି ସେ ହିଁ ଆମକୁ
ଟୀଚର ହୋଇ ପଢାଉଛନ୍ତି । ସଚ୍ଚା ସଦ୍ଗୁରୁ ମଧ୍ୟ ସିଏ ହିଁ ଅଟନ୍ତି, ଯିଏକି ସାଥିରେ ନେଇଯାଉଛନ୍ତି
। ସମସ୍ତଙ୍କର ସଦ୍ଗତି ଦାତା ହେଉଛନ୍ତି ଜଣେ । ବାବା ହିଁ ସର୍ବୋଚ୍ଚ ଅଟନ୍ତି ଯିଏକି ଭାରତକୁ
ପ୍ରତି ୫ ହଜାର ବର୍ଷ ପରେ ସମ୍ପତ୍ତି ଦେଇଥା’ନ୍ତି । ତାଙ୍କର ଶିବଜୟନ୍ତୀ ପାଳନ କରୁଛନ୍ତି ।
ବାସ୍ତବରେ ଶିବଙ୍କ ସହିତ ତ୍ରିମୂର୍ତ୍ତି ଶବ୍ଦ ମଧ୍ୟ ରହିବା ଦରକାର । ତୁମେ ତ୍ରିମୂର୍ତ୍ତି
ଶିବଜୟନ୍ତୀ ପାଳନ କରୁଛ । କେବଳ ଶିବଜୟନ୍ତୀ ପାଳନ କଲେ କୌଣସି କଥା ପ୍ରମାଣିତ ହେବ ନାହିଁ । ବାବା
ଆସୁଛନ୍ତି ଏବଂ ବ୍ରହ୍ମାଙ୍କର ଜନ୍ମ ହେଉଛି । ସନ୍ତାନ ହେଲ, ବ୍ରାହ୍ମଣ ହେଲ ଏବଂ ଲକ୍ଷ୍ୟ
ଉଦ୍ଦେଶ୍ୟ ତୁମ ସାମ୍ନାରେ ରହିଛି । ବାବା ନିଜେ ଆସି ସ୍ଥାପନା କରୁଛନ୍ତି । ଲକ୍ଷ୍ୟ ଉଦ୍ଦେଶ୍ୟ
ମଧ୍ୟ ବିଲ୍କୁଲ୍ ସ୍ପଷ୍ଟ ଅଟେ କିନ୍ତୁ କେବଳ କୃଷ୍ଣଙ୍କ ନାମ ଲେଖି ଦେଇଥିବାରୁ ସାରା ଗୀତାର ମହତ୍ୱ
ନଷ୍ଟ ହୋଇଯାଇଛି । ଏହା ବି ଡ୍ରାମାରେ ପୂର୍ବ ନିର୍ଦ୍ଧାରିତ । ଏହି ଭୁଲ୍ ପୁଣି ବି ହେବ । ସାରା
ଖେଳ ହିଁ ଜ୍ଞାନ ଏବଂ ଭକ୍ତିର ଅଟେ । ବାବା କହୁଛନ୍ତି ଗେହ୍ଲା ସନ୍ତାନମାନେ ସୁଖଧାମ,
ଶାନ୍ତିଧାମକୁ ୟାଦ କର । ଅଲଫ ଅର୍ଥାତ୍ ବାବା ଏବଂ ବେ ଅର୍ଥାତ୍ ସମ୍ପତ୍ତି, କେତେ ସହଜ କଥା ଅଟେ
। ତୁମେ କାହାକୁ ବି ପଚାରି ପାରିବ ମନମନାଭବର ଅର୍ଥ କ’ଣ? ଦେଖ କ’ଣ କହୁଛନ୍ତି? କୁହ ଭଗବାନ
କାହାକୁ କୁହାଯିବ? ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି ନା । ତାଙ୍କୁ କ’ଣ ସର୍ବବ୍ୟାପୀ କହିପାରିବା ।
ସେ ତ ସମସ୍ତଙ୍କର ପିତା ଅଟନ୍ତି । ଏବେ ତ୍ରିମୂର୍ତ୍ତି ଶିବଜୟନ୍ତୀ ଆସୁଛି । ତୁମକୁ
ତ୍ରିମୂର୍ତ୍ତି ଶିବଙ୍କର ଚିତ୍ର ବାହାର କରିବା ଦରକାର । ସର୍ବୋଚ୍ଚ ହେଉଛନ୍ତି ଶିବ, ପୁଣି
ସୂକ୍ଷ୍ମବତନବାସୀ ବ୍ରହ୍ମା, ବିଷ୍ଣୁ, ଶଙ୍କର । ସର୍ବୋଚ୍ଚ ହେଉଛନ୍ତି ଶିବବାବା । ସେ ଭାରତକୁ
ସ୍ୱର୍ଗ କରାଉଛନ୍ତି । ତାଙ୍କର ଜୟନ୍ତୀ ତୁମେ କାହିଁକି ପାଳନ କରୁ ନାହଁ? ନିଶ୍ଚିତ ରୂପେ ଭାରତକୁ
ହିଁ ସମ୍ପତ୍ତି ଦେଇଥିଲେ । ତାଙ୍କର ରାଜ୍ୟ ଥିଲା । ଏଥିରେ ତ ତୁମକୁ ଆର୍ଯ୍ୟ ସମାଜୀମାନେ ମଧ୍ୟ
ସାହାଯ୍ୟ କରିବେ, କାରଣ ସେମାନେ ବି ଶିବଙ୍କୁ ମାନନ୍ତି । ତୁମେ ନିଜର ଝଣ୍ଡା ଲଗାଅ । ଗୋଟିଏ ପଟେ
ତ୍ରିମୂର୍ତ୍ତି, ଗୋଲା ବା ସୃଷ୍ଟିଚକ୍ର, ଅନ୍ୟ ପଟେ କଳ୍ପବୃକ୍ଷ । ତୁମର ଝଣ୍ଡା ବାସ୍ତବରେ ଏହିପରି
ହେବା ଦରକାର । ହୋଇ ତ ପାରିବ ନା । ଝଣ୍ଡା ଲଗାଇ ଦିଅ ଯାହାକୁ ସମସ୍ତେ ଦେଖିବେ । ବୁଝାଇବା ପାଇଁ
ଏଥିରେ ସବୁ କଥା ଅଛି । କଳ୍ପବୃକ୍ଷ ଏବଂ ଡ୍ରାମା ଏଥିରେ ତ ବିଲ୍କୁଲ୍ ସବୁକିଛି ସ୍ପଷ୍ଟ ଭାବରେ
ରହିଛି । ସମସ୍ତଙ୍କୁ ଜଣାପଡିଯିବ ଯେ ଆମର ଧର୍ମ ପୁଣି କେବେ ହେବ । ସ୍ୱତଃ ନିଜେ-ନିଜର ହିସାବ
ବାହାର କରିବେ । ସମସ୍ତଙ୍କୁ ଏହି ଚକ୍ର ଏବଂ କଳ୍ପବୃକ୍ଷ ସମ୍ବନ୍ଧରେ ବୁଝାଅ । ଖ୍ରୀଷ୍ଟ କେବେ
ଆସିଲେ? ଏତେ ସମୟ ସେ ଆତ୍ମାମାନେ କେଉଁଠାରେ ରହୁଛନ୍ତି? ନିଶ୍ଚୟ କହିବେ ନିରକାରୀ ଦୁନିଆରେ । ଆମେ
ଆତ୍ମାମାନେ ରୂପ ବଦଳି କରି ଏଠାରେ ଆସି ସାକାର ହେଉଛୁ । ବାବାଙ୍କୁ ମଧ୍ୟ କହୁଛନ୍ତି ନା - ତୁମେ
ମଧ୍ୟ ରୂପ ବଦଳାଇ ସାକାରରେ ଆସ । ଆସିବେ ତ ଏହିଠାକୁ ନା । ସୂକ୍ଷ୍ମବତନରେ ତ ଆସିବେ ନାହିଁ ।
ଯେପରି ଆମେ ରୂପ ବଦଳି କରି ଅଭିନୟ କରୁଛୁ, ଆପଣ ମଧ୍ୟ ସେହିପରି ଆସି ପୁଣି ରାଜଯୋଗ ଶିଖାନ୍ତୁ ।
ରାଜଯୋଗ ହିଁ ଭାରତକୁ ସ୍ୱର୍ଗ କରିପାରିବ । ଏହା ତ ବହୁତ ସହଜ କଥା ଅଟେ । ପିଲାମାନଙ୍କର ସଉକ
ରହିବା ଦରକାର । ଧାରଣା କରି ଅନ୍ୟମାନଙ୍କୁ କରାଇବା ଆବଶ୍ୟକ । ସେଥିପାଇଁ ଲେଖାପଢା କରିବା ଦରକାର
। ବାବା ଭାରତକୁ ଆସି ସ୍ୱର୍ଗ କରାଉଛନ୍ତି । କହିଥା’ନ୍ତି ମଧ୍ୟ ବାସ୍ତବରେ ଖ୍ରୀଷ୍ଟଙ୍କର ୩ ହଜାର
ବର୍ଷ ପୂର୍ବେ ଭାରତ ସ୍ୱର୍ଗ ଥିଲା ତେଣୁ ତ୍ରିମୂର୍ତ୍ତି ଶିବଙ୍କର ଚିତ୍ର ସମସ୍ତଙ୍କ ନିକଟକୁ
ପଠାଇ ଦେବା ଉଚିତ୍ । ତ୍ରିମୂର୍ତ୍ତି ଶିବଙ୍କର ଷ୍ଟାମ୍ପ ତିଆରି କରିବା ଦରକାର । ଏହି ଷ୍ଟାମ୍ପ
ତିଆରି କରୁଥିବା ବ୍ୟକ୍ତିମାନଙ୍କର ମଧ୍ୟ ସ୍ୱତନ୍ତ୍ର ବିଭାଗ ଥିବ । ଦିଲ୍ଲୀରେ ତ ବହୁତ ଶିକ୍ଷିତ
ପିଲା ଅଛନ୍ତି । ଏହି କାମ କରିପାରିବେ । ତୁମର ରାଜଧାନୀ ମଧ୍ୟ ଦିଲ୍ଲୀରେ ହେବ । ପ୍ରଥମେ
ଦିଲ୍ଲୀକୁ ପରିସ୍ତାନ କହୁଥିଲେ । ଏବେ ତ କବରସ୍ତାନ (ଶ୍ମଶାନ) ହୋଇଯାଇଛି । ତେଣୁ ଏହି ସବୁ କଥା
ପିଲାମାନଙ୍କ ବୁଦ୍ଧିରେ ରହିବା ଦରକାର ।
ଏବେ ତୁମକୁ ସର୍ବଦା ଖୁସିରେ ରହିବାକୁ ହେବ, ବହୁତ-ବହୁତ ମିଠା ହେବାକୁ ପଡିବ । ସମସ୍ତଙ୍କୁ
ସ୍ନେହରେ ଚଲାଇବାକୁ ହେବ । ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ ହେବାର ପୁରୁଷାର୍ଥ କରିବାକୁ
ହେବ । ତୁମର ପୁରୁଷାର୍ଥର ଏହା ହେଉଛି ଲକ୍ଷ୍ୟ କିନ୍ତୁ ଏ ପର୍ଯ୍ୟନ୍ତ କେହି ସମ୍ପୂର୍ଣ୍ଣ ହୋଇ
ନାହାଁନ୍ତି । ଏବେ ତୁମର ଚଢତି କଳା ହୋଇ ଚାଲିଛି । ଧୀରେ ଧୀରେ ଆଗଉଛ ନା । ତେବେ ବାବା
ଶିବଜୟନ୍ତୀରେ ସବୁ ପ୍ରକାରର ସେବା କରିବାର ଈଶାରା ଦେଇଚାଲିଛନ୍ତି ଯାହାଦ୍ୱାରା ମନୁଷ୍ୟମାନେ
ବୁଝିଯିବେ ଯେ ବାସ୍ତବରେ ଏମାନଙ୍କର ଜ୍ଞାନ ତ ବିଶାଳ ଅଟେ । ମନୁଷ୍ୟମାନଙ୍କୁ ବୁଝାଇବାରେ କେତେ
ମେହନତ ଲାଗୁଛି । ମେହନତ ବିନା ରାଜଧାନୀ କ’ଣ ସ୍ଥାପନ ହୋଇପାରିବ । ଚଢୁଛନ୍ତି, ଖସୁଛନ୍ତି ପୁଣି
ଚଢୁଛନ୍ତି । ପିଲାମାନଙ୍କୁ ମଧ୍ୟ କୌଣସି ନା କୌଣସି ତୋଫାନ ଆସୁଛି । ମୂଳ କଥା ହିଁ ହେଉଛି ୟାଦର
। ୟାଦ ଦ୍ୱାରା ହିଁ ସତ୍ତ୍ୱପ୍ରଧାନ ହୋଇପାରିବ । ନଲେଜ ତ ବହୁତ ସହଜ ଅଟେ । ପିଲାମାନଙ୍କୁ ବହୁତ
ମଧୁର ହେବାକୁ ପଡିବ । ଲକ୍ଷ୍ୟ ଉଦ୍ଦେଶ୍ୟ ତ ସମ୍ମୁଖରେ ରହିଛି । ଏହି ଲକ୍ଷ୍ମୀ-ନାରାୟଣ କେତେ
ମଧୁର ଅଟନ୍ତି । ଏହାଙ୍କୁ ଦେଖିଲେ କେତେ ଖୁସୀ ଲାଗୁଛି । ଆମ ବିଦ୍ୟାର୍ଥୀମାନଙ୍କର ଏହା ହେଉଛି
ଲକ୍ଷ୍ୟ ଉଦ୍ଦେଶ୍ୟ । ଶିକ୍ଷାଦାତା ହେଉଛନ୍ତି ଭଗବାନ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ଦ୍ୱାରା ମିଳିଥିବା ଜ୍ଞାନ ଏବଂ ସମ୍ପତ୍ତିକୁ ସ୍ମୃତିରେ ରଖି ସର୍ବଦା ହର୍ଷିତ ହୋଇ ରହିବାକୁ ହେବ
। ଯଦି ଜ୍ଞାନ ଏବଂ ଯୋଗର ଶକ୍ତି ଅଛି ତେବେ ସେବାରେ ତତ୍ପର ରହିବା ଉଚିତ୍ ।
(୨) ସୁଖଧାମ ଏବଂ
ଶାନ୍ତିଧାମକୁ ୟାଦ କରିବାକୁ ହେବ । ଦେବତାମାନଙ୍କ ପରି ମିଠା ହେବାକୁ ପଡିବ । ଅସରନ୍ତି ଖୁସିରେ
ରହିବାକୁ ହେବ । ରୁହାନୀ ଅର୍ଥାତ୍ ଆତ୍ମିକ ଟୀଚର ହୋଇ ଜ୍ଞାନର ଦାନ କରିବାକୁ ହେବ ।
ବରଦାନ:-
ଦେହ, ସମ୍ବନ୍ଧ
ଏବଂ ବୈଭବର ବନ୍ଧନଠାରୁ ସ୍ୱତନ୍ତ୍ର ହୋଇ ବାବାଙ୍କ ସମାନ କର୍ମାତୀତ ହୁଅ ।
ଯେଉଁମାନେ ନିଜକୁ
ନିମିତ୍ତ ମନେ କରି ଶ୍ରୀମତ ଅନୁସାରେ ନିଜର ଘର ଗୃହସ୍ଥକୁ ସମ୍ଭାଳିବା ସହିତ ସର୍ବଦା ଆତ୍ମିକ
ସ୍ୱରୂପରେ ରହୁଛନ୍ତି, ମୋହର ଅଧୀନ ହୋଇ ରହୁ ନାହାଁନ୍ତି, ସେମାନଙ୍କୁ ଯଦି ଏବେ ଏବେ ଆଦେଶ ମିଳିବ
ଯେ ଏଠାକୁ ଚାଲିଆସ ତେବେ ସେମାନେ ଚାଲିଆସିବେ । କାରଣ ଯଦି ଅନ୍ତିମ ସମୟରେ ବିଗୁଲ ବାଜିଯିବ
ଅର୍ଥାତ୍ ଚେତାବନୀ ମିଳିଯିବ କିନ୍ତୁ ଭାବିଚିନ୍ତି ହେବାରେ ହିଁ ତୁମର ସମୟ ଚାଲିଯିବ ତେବେ
ନଷ୍ଟମୋହା କିପରି କୁହାଯିବ! ସେଥିପାଇଁ ସର୍ବଦା ନିଜକୁ ଚେକ୍ କରିବାକୁ ହେବ ଯେ ଦେହର ସମ୍ବନ୍ଧ,
ବୈଭବର ବନ୍ଧନ ନିଜଆଡକୁ ଟାଣୁ ନାହାଁନ୍ତି ତ! କାରଣ ଯେଉଁଠି ବନ୍ଧନ ଥିବ ସେଠାରେ ଆକର୍ଷଣ ମଧ୍ୟ
ଥିବ କିନ୍ତୁ ଯେଉଁମାନେ ସ୍ୱତନ୍ତ୍ର ଅଟନ୍ତି ସେମାନେ ବାବାଙ୍କ ସମାନ କର୍ମାତୀତ ସ୍ଥିତିର
ପାଖାପାଖି ଅଟନ୍ତି ।
ସ୍ଲୋଗାନ:-
ସ୍ନେହ ଏବଂ
ସହଯୋଗ ସହିତ ଯଦି ଶକ୍ତି ରୂପକୁ ଧାରଣ କରିବ ତେବେ ରାଜଧାନୀରେ ଆଗୁଆ ନମ୍ବର ମିଳିଯିବ ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର
(୨୦) ଯେତେଯେତେ ଏବେ
ନିଜର ଶରୀର-ମନ-ଧନ ଏବଂ ସମୟକୁ ଈଶ୍ୱରୀୟ ସେବାରେ ଲଗାଉଛ ତାହା ଅପେକ୍ଷା ସଂକଳ୍ପର ଶକ୍ତି ଆଧାରରେ
ସେବା କରିବା ଦ୍ୱାରା ବହୁତ କଡା ସମୟ ମଧ୍ୟରେ ସଫଳତା ଅଧିକ ମିଳିବ । ତେବେ ବର୍ତ୍ତମାନ ସମୟରେ
ନିଜ ପ୍ରତି ଯେତିକି ବି ମେହନତ କରିବାକୁ ପଡୁଛି - ନିଜର ସ୍ୱଭାବ-ସଂସ୍କାରକୁ ପରିବର୍ତ୍ତନ
କରିବାରେ ବା ସଂଗଠନ ଭିତରେ ନିର୍ବିଘ୍ନରେ ଚାଲିବାରେ ବା ସେବାକ୍ଷେତ୍ରରେ ସଫଳତା କେବେ କମ୍
ହେବାର ଦେଖି ନିରାଶ ହେବା ଭଳି ଯେଉଁ ସବୁ ସମସ୍ୟା ଆସୁଛି ସେଗୁଡିକ ସମାପ୍ତ ହୋଇଯିବ ।