20.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବେହଦର
ବାବାଙ୍କୁ ମନେ ପକାଇବା - ଏହା ହେଉଛି ଗୁପ୍ତ କଥା, ପିଲାମାନେ ବାବାଙ୍କୁ ମନେ ପକାଇବା ଦ୍ୱାରା
ବାବା ମଧ୍ୟ ପିଲାମାନଙ୍କୁ ମନେ ପକାଇଥା’ନ୍ତି, ତେଣୁ ଯେଉଁମାନେ ବାବାଙ୍କୁ ମନେ ପକାଉ ନାହାଁନ୍ତି
ବାବା ମଧ୍ୟ ସେମାନଙ୍କୁ କିପରି ମନେ ପକାଇବେ ।”
ପ୍ରଶ୍ନ:-
ସଂଗମଯୁଗରେ ତୁମେ
ପିଲାମାନେ କେଉଁ ପାଠ ପଢୁଛ, ଯାହାକି ସାରା କଳ୍ପରେ ପଢାଯାଉ ନାହିଁ?
ଉତ୍ତର:-
ଜୀବିତ ଅବସ୍ଥାରେ ଶରୀରରୁ ଅଲଗା ହେବାର ଅର୍ଥାତ୍ ମୃତ ହେବାର ପାଠ ଏବେ ହିଁ ତୁମେମାନେ ପଢୁଛ
କାହିଁକି ନା ତୁମକୁ କର୍ମାତୀତ ହେବାକୁ ପଡିବ । ବାକି ଶରୀରରେ ଥିବା ପର୍ଯ୍ୟନ୍ତ କର୍ମ ତ କରିବାକୁ
ହେବ । ତୁମର ମନ ମଧ୍ୟ ସେତେବେଳେ ଅମନ (ଶାନ୍ତ) ରହିବ ଯେତେବେଳେ ଶରୀରରୁ ମୁକ୍ତ ହୋଇଯିବ,
ସେଥିପାଇଁ ମନକୁ ଜିତିଲେ ଜଗତଜିତ୍ ହୋଇପାରିବେ ନାହିଁ, କିନ୍ତୁ ମାୟାକୁ ଜିତିଲେ ଜଗତ୍ଜିତ୍ ହେବ
।
ଓମ୍ ଶାନ୍ତି ।
ବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି କାହିଁକି ନା ଏହା ତ ପିଲାମାନେ ଜାଣିଛନ୍ତି - ଅଜ୍ଞାନୀକୁ
ହିଁ ପାଠ ପଢା ଯାଇଥାଏ । ଏବେ ବେହଦର ବାବା ଉଚ୍ଚରୁ ଉଚ୍ଚ ଭଗବାନ ଆସୁଛନ୍ତି ତେବେ କାହାକୁ
ପଢାଉଥିବେ? ନିଶ୍ଚୟ ଯିଏ ସବୁଠାରୁ ଅଧିକ ଅଜ୍ଞାନୀ ହୋଇଥିବେ, ସେଥିପାଇଁ କୁହାଯାଉଛି ବିନାଶ କାଳେ
ବିପରୀତ ବୁଦ୍ଧି । ବିପରୀତ ବୁଦ୍ଧି କିପରି ହୋଇଯାଇଛନ୍ତି? ୮୪ ଲକ୍ଷ ଯୋନି ଲେଖାଯାଇଛି ନା! ତେବେ
ବାବାଙ୍କୁ ମଧ୍ୟ ୮୪ ଲକ୍ଷ ଜନ୍ମକୁ ନେଇ ଆସିଛନ୍ତି । କହିଦେଉଛନ୍ତି ପରମାତ୍ମା କୁକୁର, ବିଲେଇ,
ଜୀବଜନ୍ତୁ ସବୁଥିରେ ଅଛନ୍ତି । ପିଲାମାନଙ୍କୁ ବୁଝାଯାଉଛି, ଏହା ହେଉଛି ସେକେଣ୍ଡ ନମ୍ବର ପଏଣ୍ଟ ।
ବାବା ବୁଝାଉଛନ୍ତି କେହି ନୂଆ ଆସିଲେ ପ୍ରଥମେ ତାଙ୍କୁ ଲୌକିକ ଏବଂ ପାରଲୌକିକ ପିତାଙ୍କ ପରିଚୟ
ଦେବା ଦରକାର । ଶିବବାବା ବେହଦର ବଡ ବାବା ଅଟନ୍ତି ଏବଂ ଲୌକିକ ପିତା ହଦର ଛୋଟ ବାବା ଅଟନ୍ତି ।
ବେହଦର ପିତା ଅର୍ଥାତ୍ ବେହଦ ଆତ୍ମାମାନଙ୍କର ପିତା । ସିଏ ହଦର ପିତା ଜୀବ ଆତ୍ମାଙ୍କର ପିତା
ହୋଇଗଲେ । ସିଏ ସବୁ ଆତ୍ମାଙ୍କର ପିତା ଅଟନ୍ତି । ଏହି ଜ୍ଞାନକୁ ମଧ୍ୟ ସମସ୍ତେ ଏକା ପ୍ରକାରରେ
ଧାରଣ କରିପାରିବେ ନାହିଁ । କେହି ଏକ ଶତକଡା ତ କେହି ୯୫ ଶତକଡା ଧାରଣ କରୁଛନ୍ତି । ଏହା ତ
ବୁଝିବାର କଥା ଅଟେ । ସୂର୍ଯ୍ୟବଂଶୀ କୂଳ ହେବେ ନା! ରାଜା-ରାଣୀ ତଥା ପ୍ରଜା ରହିବେ । ଏହା
ବୁଦ୍ଧିରେ ଆସୁଛି ନା । ପ୍ରଜାରେ ସବୁ ପ୍ରକାରର ମନୁଷ୍ୟ ରହିଥାନ୍ତି । ପ୍ରଜା ଅର୍ଥ ପ୍ରଜା ।
ବାବା ବୁଝାଉଛନ୍ତି ଏହା ହେଉଛି ପାଠପଢା । ନିଜର ବୁଦ୍ଧି ଅନୁସାରେ ପ୍ରତ୍ୟେକ ପଢୁଛନ୍ତି ।
ପ୍ରତ୍ୟେକଙ୍କୁ ନିଜ ନିଜର ଅଭିନୟ ମିଳିଛି । ଯିଏ କଳ୍ପ ପୂର୍ବରୁ ଯେତିକି ଜ୍ଞାନ ଧାରଣ କରିଥିଲେ
ଏବେ ମଧ୍ୟ ସେତିକି ଧାରଣ କରୁଛନ୍ତି । ପାଠପଢା କେବେହେଲେ ଗୁପ୍ତ ରହିପାରିବ ନାହିଁ । ପାଠପଢା
ଅନୁସାରେ ହିଁ ପଦ ମିଳିଥାଏ । ବାବା ବୁଝାଉଛନ୍ତି - ଆଗକୁ ଗଲେ ପରୀକ୍ଷା ତ ନିଶ୍ଚିତ ହେବ । ବିନା
ପରୀକ୍ଷାରେ କେହି ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ । ପଛକୁ ସବୁ ଜଣାପଡିବ । ଏବେ ମଧ୍ୟ
ବୁଝିପାରୁଛନ୍ତି ଯେ ଆମେ କେଉଁ ପଦର ଯୋଗ୍ୟ ଅଟୁ । ଯଦିଓ ଲଜ୍ଜ୍ୟା ବଶତଃ ସମସ୍ତଙ୍କ ସାଥୀରେ ହାତ
ଉଠାଇ ଦେଉଛନ୍ତି, କିନ୍ତୁ ମନରେ ଜାଣିଛନ୍ତି ଯେ ମୁଁ ଏହା କିପରି ହୋଇପାରିବି! ତଥାପି ମଧ୍ୟ ହାତ
ଉଠାଇ ଦେଉଛନ୍ତି । ସବୁକିଛି ବୁଝି ମଧ୍ୟ ହାତ ଉଠାଇ ଦେଉଛନ୍ତି ତେବେ ତାହାକୁ ମଧ୍ୟ ଅଜ୍ଞାନ ବୋଲି
କୁହାଯିବ ନା । କେତେ ଅଜ୍ଞାନତା ଅଟେ! ବାବା ତ ତୁରନ୍ତ ବୁଝିଯାଉଛନ୍ତି । ଏମାନଙ୍କଠାରୁ ତ ହଦର
ବିଦ୍ୟାର୍ଥୀମାନଙ୍କର ବୁଦ୍ଧି ଭଲ । ସେମାନେ ବୁଝିଯାଉଛନ୍ତି ଆମେ ବୃତ୍ତି ନେବାର ଯୋଗ୍ୟ ନୁହେଁ,
ପାସ୍ ହେବୁ ନାହିଁ । ଏହାଠାରୁ ତ ଦୁନିଆର ଅଜ୍ଞାନୀ ଭଲ ଯେଉଁମାନେ ବୁଝୁଛନ୍ତି - ଶିକ୍ଷକ ଯାହା
ପଢାଉଛନ୍ତି ସେଥିରେ ଆମେ କେତେ ନମ୍ବର ନେବୁ! ଏପରି କହିବେ ନାହିଁ ଯେ ଆମେ ସମ୍ମାନର ସହିତ
ଉତ୍ତୀର୍ଣ୍ଣ ହେବୁ । ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ଏଠାରେ ଏତିକି ବି ବୁଦ୍ଧି ନାହିଁ । ବହୁତ
ଦେହ-ଅଭିମାନ ରହିଛି । ଯେହେତୁ ତୁମେ ଲକ୍ଷ୍ମୀ-ନାରାୟଣ ହେବାକୁ ଆସିଛ ତେଣୁ ଚଳଣି ବହୁତ ରାଜକୀୟ
ହେବା ଦରକାର । ବାବା କହୁଛନ୍ତି କାହାର ତ ବିନାଶ କାଳେ ବିପରୀତ ବୁଦ୍ଧି ହେଉଛି କାହିଁକି ନା
କାଇଦା ଅନୁସାରେ ବାବାଙ୍କ ସହିତ ପ୍ରୀତି ନାହିଁ, ତେବେ କି ଅବସ୍ଥା ହେବ । ଉଚ୍ଚ ପଦ ପାଇପାରିବେ
ନାହିଁ ।
ବାବା ବସି ତୁମମାନଙ୍କୁ ବୁଝାଉଛନ୍ତି - ବିନାଶ କାଳେ ବିପରୀତ ବୁଦ୍ଧିର ଅଥ କ’ଣ - ପିଲାମାନେ ହିଁ
ଯଦି ସମ୍ପୂର୍ଣ୍ଣ ନ ବୁଝିପାରିଲେ ତେବେ ଆଉ ଅନ୍ୟମାନେ କ’ଣ ବୁଝିବେ! ଯେଉଁମାନେ ଭାବୁଛନ୍ତି ଆମେ
ଶିବବାବାଙ୍କର ସନ୍ତାନ ଅଟୁ, ସେହିମାନେ ହିଁ ପୂରା ଅର୍ଥକୁ ବୁଝୁ ନାହାଁନ୍ତି । ବାବାଙ୍କୁ ମନେ
ପକାଇବା - ଏହା ତ ହେଉଛି ଗୁପ୍ତ କଥା । ପାଠପଢା ତ ଗୁପ୍ତ ନୁହେଁ ନା । ପାଠପଢାରେ ସମସ୍ତେ କ୍ରମ
ଅନୁସାରେ ଥାଆନ୍ତି । ସମସ୍ତେ ତ ଏକାପରି ପାଠ ପଢିବେ ନାହିଁ । ବାବା ତ ଜାଣିଛନ୍ତି ଏମାନେ
ବର୍ତ୍ତମାନ ଛୋଟ ପିଲା ଅଟନ୍ତି । ଏମାନେ ବେହଦର ବାବାଙ୍କୁ ତିନି-ତିନି, ଚାରି-ଚାରି ମାସ
ପର୍ଯ୍ୟନ୍ତ ମନେ ପକାନ୍ତି ନାହିଁ । କିପରି ଜଣାପଡିବ ଯେ ମନେ ପକାଉଛନ୍ତି? ଯେତେବେଳେ ତାଙ୍କର
ଚିଠି ଆସିବ । ପୁଣି ସେହି ଚିଠିରେ ସେବାର ସମାଚାର ମଧ୍ୟ ଥିବା ଦରକାର ଯେ ଏହି ସବୁ ରୁହାନୀ ସେବା
କରୁଛି । ପ୍ରମାଣ ଦରକାର ନା । ଏପରି ତ ଦେହ ଅଭିମାନୀମାନେ ରହିଛନ୍ତି ଯିଏକି କେବେ ବି ବାବାଙ୍କୁ
ନା ମନେ ପକାଇ ଥାଆନ୍ତି, ନା ସେବାର ପ୍ରମାଣ ଦେଇଥାନ୍ତି । କେହି କେହି ତ ସମାଚାର ଲେଖିଥାନ୍ତି
ବାବା ଅମୁକ-ଅମୁକ ଆସିଥିଲେ ତାଙ୍କୁ ଏହିପରି ବୁଝାଇଲି, ତେବେ ବାବା ମଧ୍ୟ ବୁଝିଯା’ନ୍ତି ଯେ ପିଲା
ବଞ୍ଚିଛି । ସେବାର ଠିକ୍ ସମାଚାର ଦେଉଛି । କେହି ତ ୩-୪ ମାସ ପର୍ଯ୍ୟନ୍ତ ପତ୍ର ଲେଖୁ ନାହାଁନ୍ତି
। କୌଣସି ସମାଚାର ନଥିଲେ ବୁଝିବେ ମରିଗଲା ଅଥବା ରୋଗରେ ପଡିଛି! ବେମାର ମନୁଷ୍ୟମାନେ ଲେଖିପାରିବେ
ନାହିଁ । ଅନେକ ଏପରି ମଧ୍ୟ ଲେଖିଥାନ୍ତି ଯେ ମୋର ଦେହ ଭଲ ନ ଥିଲା ସେଥିପାଇଁ ପତ୍ର ଲେଖି ନ ଥିଲି
। କେହି ତ ବେମାର ଅଛନ୍ତି ବୋଲି ସମାଚାର ମଧ୍ୟ ଦେଉ ନାହାଁନ୍ତି । କାରଣ ଦେହ-ଅଭିମାନ ରହିଛି ।
ପୁଣି ବାବା ମଧ୍ୟ କାହାକୁ ମନେ ପକାଇବେ । ବାବାଙ୍କୁ ମନେ ପକାଇଲେ ବାବା ମଧ୍ୟ ମନେ ପକାଇବେ
କିନ୍ତୁ ସେମାନଙ୍କର ଦେହ-ଅଭିମାନ ରହିଛି । ବାବା ଆସି ବୁଝାଉଛନ୍ତି ମୋତେ ସର୍ବବ୍ୟାପୀ କହି ୮୪
ଲକ୍ଷରୁ ମଧ୍ୟ ଅଧିକ ଯୋନିକୁ ନେଇଯାଉଛନ୍ତି । ମନୁଷ୍ୟମାନଙ୍କୁ ପଥରବୁଦ୍ଧି ବୋଲି କୁହାଯାଉଛି ।
ଭଗବାନଙ୍କ ନିମନ୍ତେ କହିଦେଉଛନ୍ତି ପଥର ଗୋଡି ଭିତରେ ବିରାଜମାନ କରିଛନ୍ତି । ତେବେ ଏହା ବେହଦର
ଗାଳି ହେଲା ନା! ସେଇଥିପାଇଁ ବାବା କହୁଛନ୍ତି ମୋର କେତେ ଗ୍ଲାନି କରୁଛନ୍ତି । ଏବେ ତୁମେ ତ କ୍ରମ
ଅନୁସାରେ ବୁଝିଗଲଣି । ଭକ୍ତିମାର୍ଗରେ ଗାୟନ ମଧ୍ୟ କରୁଛନ୍ତି - ଆପଣ ଆସିଲେ, ଆମେ ସମର୍ପଣ
ହୋଇଯିବୁ । ଆପଣଙ୍କୁ ଉତ୍ତରାଧିକାରୀ କରିବୁ । ସେମାନେ ଉତ୍ତରାଧିକାରୀ କରୁଛନ୍ତି ପୁଣି କହୁଛନ୍ତି
ଯେ - ପଥର ଗୋଡିରେ ଅଛ! କେତେ ଗ୍ଲାନି କରୁଛନ୍ତି, ସେଥିପାଇଁ ବାବା କହୁଛନ୍ତି ୟଦା ୟଦାହି... ଏବେ
ତୁମେ ସନ୍ତାନମାନେ ବାବାଙ୍କୁ ଜାଣିଛ, ତେଣୁ ବାବାଙ୍କର କେତେ ମହିମା କରୁଛ । କେହି କେହି ମହିମା
ତ କଣ, କେବେ ମନେ ପକାଇ ଦୁଇଟି ଅକ୍ଷର ମଧ୍ୟ ଲେଖୁ ନାହାଁନ୍ତି । ଦେହ ଅଭିମାନୀ ହୋଇ ଯାଉଛନ୍ତି ।
ତୁମେ ସନ୍ତାନମାନେ ଜାଣିଛ ଯେ ଆମକୁ ବାବା ମିଳିଛନ୍ତି, ଆମର ବାବା ଆମକୁ ପାଠ ପଢାଉଛନ୍ତି ।
ଭଗବାନୁବାଚ ଅଟେ ନା - ମୁଁ ତୁମକୁ ରାଜଯୋଗ ଶିଖାଉଛି । ବିଶ୍ୱର ରାଜତ୍ୱ କିପରି ପ୍ରାପ୍ତ କରିବ,
ସେଥିପାଇଁ ତୁମକୁ ରାଜଯୋଗ ଶିଖାଉଛି । ବିଶ୍ୱର ବାଦଶାହୀ ନେବା ପାଇଁ ଆମେ ବେହଦର ବାବାଙ୍କ ନିକଟରେ
ପାଠ ପଢୁଛୁ - ଏହି ନିଶା ରହିଲେ ଅସରନ୍ତି ଖୁସି ମିଳିବ । ଯଦିଓ ଗୀତା ବି ପଢୁଛନ୍ତି କିନ୍ତୁ
ଯେପରି ସାଧାରଣ ବହି ପରି ପଢୁଛନ୍ତି । କିନ୍ତୁ ଗୀତା ପଢୁଥିବା ବା ଶୁଣାଉଥିବା ବ୍ୟକ୍ତିଙ୍କ ଭିତରେ
ମଧ୍ୟ ଏତେ ଖୁସି ରହୁ ନାହିଁ । କେବଳ ଗୀତା ପାଠ ସାରି ଦେଇ ନିଜ ନିଜର କର୍ମଧନ୍ଦାକୁ ଚାଲି
ଯାଉଛନ୍ତି । ତୁମ ବୁଦ୍ଧିରେ ଅଛି ଯେ ଏବେ ବେହଦର ବାବା ଆମକୁ ପଢାଉଛନ୍ତି । ଆଉ କାହାରି ବୁଦ୍ଧିରେ
ଏକଥା ଆସିବ ନାହିଁ ଯେ ଆମକୁ ଭଗବାନ ପଢାଉଛନ୍ତି । ତେଣୁ ପ୍ରଥମେ କେହି ଆସିଲେ ତାଙ୍କୁ ଦୁଇଜଣ
ପିତାଙ୍କର ମହତ୍ୱ ବୁଝାଇବାକୁ ହେବ । କୁହ ଭାରତ ସ୍ୱର୍ଗ ଥିଲା ନା, ଏବେ ନର୍କ ହୋଇଯାଇଛି । ଏପରି
ତ କେହି କହିପାରିବେ ନାହିଁ ଯେ ଆମେ ଏବେ ସତ୍ୟଯୁଗରେ ଅଛୁ ଏବଂ କଳିଯୁଗରେ ମଧ୍ୟ ଅଛୁ । କାହାକୁ
ଦୁଃଖ ମିଳିଲା ତ ସେ ନର୍କରେ ଅଛି, କାହାକୁ ସୁଖ ମିଳିଲା ତ ସେ ସ୍ୱର୍ଗରେ ଅଛି । ଏହିପରି ଅନେକ
କହୁଛନ୍ତି - ଦୁଃଖୀ ମନୁଷ୍ୟ ନର୍କରେ ଅଛନ୍ତି, ଆମେ ତ ବହୁତ ସୁଖରେ ବସିଛୁ, କୋଠା ବାଡି ଆଦି ସବୁ
କିଛି ଅଛି । ବାହାରର ବହୁତ ସୁଖ ଦେଖୁଛନ୍ତି ନା । ଏକଥା ମଧ୍ୟ ତୁମେ ଏବେ ବୁଝୁଛ ଯେ ସତ୍ୟଯୁଗୀ
ସୁଖ ତ ଏଠାରେ ମିଳିପାରିବ ନାହିଁ । ଏପରି ମଧ୍ୟ ନୁହେଁ ଯେ ସତ୍ୟଯୁଗକୁ କଳିଯୁଗ ଅଥବା କଳିଯୁଗକୁ
ସତ୍ୟଯୁଗ ବୋଲି କହିବା ଏକା କଥା ଅଟେ । ଏପରି ଭାବନା ରଖୁଥିବା ମନୁଷ୍ୟଙ୍କୁ ଅଜ୍ଞାନୀ ବୋଲି
କୁହାଯିବ । ତେଣୁ ପ୍ରଥମେ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ବାବା ହିଁ ନିଜର ପରିଚୟ
ଦେଉଛନ୍ତି । ଆଉ ତ କେହି ଜାଣି ନାହାଁନ୍ତି । କହିଦେଇଛନ୍ତି ପରମାତ୍ମା ସର୍ବବ୍ୟାପୀ ଅଟନ୍ତି ।
ଏବେ ତୁମେ ଚିତ୍ରରେ ଦେଖାଉଛ - ଆତ୍ମା ଏବଂ ପରମାତ୍ମାଙ୍କର ରୂପ ତ ଏକ । ସେ ମଧ୍ୟ ଆତ୍ମା, ହେଲେ
ତାଙ୍କୁ ପରମଆତ୍ମା ବୋଲି କୁହାଯାଉଛି । ବାବା ବସି ବୁଝାଉଛନ୍ତି - ମୁଁ କିପରି ଆସୁଛି ! ସବୁ
ଆତ୍ମାମାନେ ପରମଧାମରେ ରୁହନ୍ତି । ବାହାର ଲୋକେ ତ ଏହି କଥାକୁ ବୁଝିପାରିବେ ନାହିଁ । ଭାଷା ମଧ୍ୟ
ବହୁତ ସହଜ ଅଟେ । ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି । କିନ୍ତୁ ଶ୍ରୀକୃଷ୍ଣ ତ ଗୀତା
ଶୁଣାଉ ନାହାଁନ୍ତି । ସେ ତ ସମସ୍ତଙ୍କୁ କହିପାରିବେ ନାହିଁ ଯେ କେବଳ ମୋତେ ମନେ ପକାଅ ।
ଦେହଧାରୀଙ୍କୁ ମନେ ପକାଇବା ଦ୍ୱାରା ତ ପାପ କଟିବ ନାହିଁ । ଶ୍ରୀକୃଷ୍ଣ ଭଗବାନୁବାଚ - ଦେହର ସବୁ
ସମ୍ବନ୍ଧ ତ୍ୟାଗ କରି ମୋତେ ମନେ ପକାଅ କିନ୍ତୁ ଶ୍ରୀ କୃଷ୍ଣଙ୍କର ମଧ୍ୟ ଦେହର ସମ୍ବନ୍ଧ ରହିଛି ଏବଂ
ସେ ପୁଣି ଛୋଟ ପିଲା ଅଟନ୍ତି ନା । ଏହା ମଧ୍ୟ କେତେ ବଡ ଭୁଲ୍ ଅଟେ । ଗୋଟିଏ ଭୁଲ୍ ଯୋଗୁଁ କେତେ
ଫରକ ଆସିଯାଉଛି । ପରମାତ୍ମା ତ ସର୍ବବ୍ୟାପୀ ହୋଇପାରିବେ ନାହିଁ । ଯାହାଙ୍କ ପାଇଁ କହୁଛନ୍ତି
ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି, ତେବେ ତାଙ୍କର ମଧ୍ୟ କ’ଣ ଦୁର୍ଗତି ହେଉଛି! ପରମାତ୍ମା କ’ଣ
କେବେ ଦୁର୍ଗତି ପ୍ରାପ୍ତ କରିଥାଆନ୍ତି? ଏସବୁ ବିଚାର ସାଗର ମନ୍ଥନ କରିବାର କଥା ଅଟେ । ସମୟ ନଷ୍ଟ
କରିବାର କଥା ନୁହେଁ । ମନୁଷ୍ୟମାନେ ତ କହୁଛନ୍ତି ଆମକୁ ଫୁରସତ ନାହିଁ । ତୁମେ କୋର୍ସ କରିବା ପାଇଁ
ନିମନ୍ତ୍ରଣ ଦେଉଛ କିନ୍ତୁ କହୁଛନ୍ତି ଫୁରସତ୍ ନାହିଁ । ଦୁଇଦିନ ଆସିବେ ପୁଣି ଚାରିଦିନ ଆସିବେ
ନାହିଁ... । ନ ପଢିଲେ ଏହିଭଳି ଲକ୍ଷ୍ମୀ-ନାରାୟଣ କିପରି ହୋଇପାରିବେ? ମାୟାର କେତେ ପ୍ରଭାବ ପଡୁଛି
। ବାବା ବୁଝାଉଛନ୍ତି ଯେଉଁ ସେକେଣ୍ଡ ଅଥବା ମିନିଟ୍ ପାସ୍ ହେଲା ତାହାର ଅବିକଳ ପୁନରାବୃତ୍ତି ହେବ
। ଅଗଣିତ ଥର ପୁନରାବୃତ୍ତି ହୋଇ ଚାଲିବ । ଏବେ ତ ବାବାଙ୍କ ଦ୍ୱାରା ଶୁଣୁଛ । ବାବା ତ ଜନ୍ମ-ମରଣରେ
ଆସୁ ନାହାଁନ୍ତି । ତୁଳନା କରାଯାଉଛି ପୂରା ଜନ୍ମ-ମରଣରେ କିଏ ଆସୁଛନ୍ତି ଏବଂ କିଏ ଆସୁ ନାହାଁନ୍ତି?
କେବଳ ଏକମାତ୍ର ବାବା ହିଁ ଜନ୍ମ-ମରଣରେ ଆସୁ ନାହାଁନ୍ତି । ବାକି ତ ସମସ୍ତେ ଆସୁଛନ୍ତି, ସେଥିପାଇଁ
ଚିତ୍ର ମଧ୍ୟ ଦେଖାଯାଇଛି । ବ୍ରହ୍ମା ଏବଂ ବିଷ୍ଣୁ ଉଭୟ ଜନ୍ମ-ମରଣରେ ଆସୁଛନ୍ତି । ବ୍ରହ୍ମାରୁ
ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ଅଭିନୟ କରି ଚାଲିଛନ୍ତି । ଏହାର ଅନ୍ତ ହୋଇପାରିବ ନାହିଁ । ଏହି
ଚିତ୍ର ଆସି ସମସ୍ତେ ଦେଖିବେ ଏବଂ ବୁଝିବେ । ବହୁତ ସହଜ ବୁଝିବାର କଥା ଅଟେ । ବୁଦ୍ଧିରେ ଆସିବା
ଦରକାର ଆମେ ଏବେ ବ୍ରାହ୍ମଣ ହୋଇଛୁ ପୁଣି କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର ହେବୁ । ପୁଣି ବାବା ଆସିଲେ
ପୁନର୍ବାର ଆମେ ବ୍ରାହ୍ମଣ ହେବୁ । ଏହା ଚିନ୍ତନ କରିଲେ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ହେଲ । ବହୁତ
ଅଛନ୍ତି ଯାହାଙ୍କର ବାବାଙ୍କର ସ୍ମୃତି ସ୍ଥାୟୀ ଭାବେ ରହୁ ନାହିଁ । ତୁମେ ବ୍ରାହ୍ମଣ ହିଁ
ସ୍ୱଦର୍ଶନ ଚକ୍ରଧାରୀ ହେଉଛ । ଦେବତାମାନେ ତ ହେବେ ନାହିଁ । ଏହି ଜ୍ଞାନ, କି ଚକ୍ର କିପରି ଘୂରୁଛି,
ଏହି ଜ୍ଞାନକୁ ପାଇବା ଦ୍ୱାରା ସେମାନେ ଏହିପରି ଦେବତା ହୋଇଯାଇଛନ୍ତି । ବାସ୍ତବରେ କୌଣସି ବି
ମନୁଷ୍ୟ ନିଜକୁ ସ୍ୱଦର୍ଶନ ଚକ୍ରଧାରୀ କହିବାର ଯୋଗ୍ୟ ନୁହଁନ୍ତି । ମନୁଷ୍ୟମାନଙ୍କର ସୃଷ୍ଟି
ମୃତ୍ୟୁଲୋକ ହିଁ ଅଲଗା ଅଟେ । ଯେପରି ଭାରତବାସୀଙ୍କର ନୀତି-ପ୍ରଥା ଅଲଗା, ସମସ୍ତଙ୍କର ପ୍ରଥା
ଅଲଗା-ଅଲଗା ହୋଇଥାଏ । ସେହିପରି ଦେବତାମାନଙ୍କର ନୀତି ପ୍ରଥା ମଧ୍ୟ ଅଲଗା ଅଟେ । ମୃତ୍ୟୁଲୋକର
ମନୁଷ୍ୟମାନଙ୍କର ନୀତି ପ୍ରଥା ଅଲଗା । ରାତି-ଦିନର ଫରକ ରହିଛି, ସେଥିପାଇଁ ସମସ୍ତେ କହୁଛନ୍ତି -
ଆମେ ପତିତ ଅଟୁ । ହେ ଭଗବାନ, ଆମେ ସବୁ ପତିତ ଦୁନିଆର ବାସୀନ୍ଦାମାନଙ୍କୁ ପବିତ୍ର କରାଅ । ତୁମ
ବୁଦ୍ଧିରେ ଅଛି ଯେ ପବିତ୍ର ଦୁନିଆ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଥିଲା, ଯାହାକୁ ସତ୍ୟଯୁଗ
କୁହାଯାଉଥିଲା । ତ୍ରେତାକୁ ଏପରି କୁହାଯିବ ନାହିଁ । ବାବା ବୁଝାଉଛନ୍ତି - ସତ୍ୟଯୁଗ ପ୍ରଥମ
ଶ୍ରେଣୀ, ତ୍ରେତାଯୁଗ ଦ୍ୱିତୀୟ ଶ୍ରେଣୀ । ତେଣୁ ଗୋଟିଏ-ଗୋଟିଏ କଥା ଭଲ ଭାବରେ ଧାରଣ କରିବା
ଦରକାର, ଯାହାକି ଯିଏ କେହି ବି ଆସିଲେ ଶୁଣି ଆଶ୍ଚର୍ଯ୍ୟ ହେବେ । କେହି ତ ଆଶ୍ଚର୍ଯ୍ୟ ହେଉଛନ୍ତି
କିନ୍ତୁ ପୁରୁଷାର୍ଥ କରିବା ପାଇଁ ତାଙ୍କୁ ଫୁରସତ ନାହିଁ । ପୁଣି ଶୁଣୁଛନ୍ତି ପବିତ୍ର ନିଶ୍ଚୟ
ରହିବାକୁ ହେବ । ଏହି କାମ ବିକାର ହିଁ ମନୁଷ୍ୟକୁ ପତିତ କରାଉଛି । ଏହାକୁ ଜିତିବା ଦ୍ୱାରା ହିଁ
ତୁମେ ଜଗତଜିତ୍ ହେବ । ବାବା କହୁଛନ୍ତି ମଧ୍ୟ - କାମ ବିକାରକୁ ଜିତି ଜଗତଜିତ ହୁଅ । ମନୁଷ୍ୟ ପୁଣି
କହିଦେଉଛନ୍ତି ମନକୁ ଜିତି ଜଗତ୍ଜିତ୍ ହୁଅ । ମନକୁ ବଶ କର । ତେବେ ମନ ଅମନ (ଶାନ୍ତ) ସେତେବେଳେ
ହେବ ଯେତେବେଳେ ଶରୀର ନ ଥିବ । ବାକି ମନ କେବେ ଅମନ ହୋଇ ନ ଥାଏ । ଦେହ ମିଳିଛି ହିଁ କର୍ମ କରିବା
ପାଇଁ ତେଣୁ କର୍ମାତୀତ ଅବସ୍ଥାରେ କିପରି ରହିପାରିବ? ମୁର୍ଦ୍ଦାରକୁ କର୍ମାତୀତ ଅବସ୍ଥା ବୋଲି
କୁହାଯାଏ । ଜୀବଦଶାରୁ ମୁର୍ଦ୍ଦା, ଶରୀରରୁ ଅଲଗା । ତୁମକୁ ମଧ୍ୟ ଶରୀରରୁ ଅଲଗା ହେବାର ପାଠ
ପଢାଉଛନ୍ତି । ଶରୀରରୁ ଆତ୍ମା ଅଲଗା ଅଟେ । ଆତ୍ମା ପରମଧାମର ବାସିନ୍ଦା ଅଟେ । ଆତ୍ମା ଶରୀରରେ
ଆସିଲେ ତାଙ୍କୁ ମନୁଷ୍ୟ କୁହାଯାଉଛି । କମ କରିବା ପାଇଁ ହିଁ ଶରୀର ମିଳୁଛି । ଗୋଟିଏ ଶରୀର
ଛାଡିଦେଲେ କର୍ମ କରିବା ପାଇଁ ଆତ୍ମାକୁ ଆଉ ଗୋଟିଏ ଶରୀର ନେବାକୁ ହେବ । ଶାନ୍ତ ତ ସେତେବେଳେ
ରହିବେ ଯେତେବେଳେ କର୍ମ କରିବାକୁ ପଡିବ ନାହିଁ । ମୂଳବତନରେ କର୍ମ ହୁଏ ନାହିଁ । ସୃଷ୍ଟିଚକ୍ର
ଏହିଠାରେ ଘୁରୁଛି । ବାବାଙ୍କୁ ଏବଂ ସୃଷ୍ଟି ଚକ୍ରକୁ ଜାଣିବା, ଏହାକୁ ହିଁ ଜ୍ଞାନ କୁହାଯାଉଛି ।
ଏହି ଆଖି ପତିତ ବିକାରୀ ଥିବା ପର୍ଯ୍ୟନ୍ତ ପବିତ୍ର ଜିନିଷ ଦେଖିପାରିବ ନାହିଁ, ସେଥିପାଇଁ ଜ୍ଞାନର
ତୃତୀୟ ନେତ୍ର ଆବଶ୍ୟକ । ଯେତେବେଳେ ତୁମର କର୍ମାତୀତ ଅବସ୍ଥା ହୋଇଯିବ ଅର୍ଥାତ୍ ଦେବତା ହୋଇଯିବ
ସେତେବେଳେ ତ ଏହି ଆଖି ଦ୍ୱାରା ଦେବତାମାନଙ୍କୁ ହିଁ ଦେଖିବ । ବାକି ଏହି ଶରୀରର ଆଖି ଦ୍ୱାରା
ଶ୍ରୀକୃଷ୍ଣଙ୍କୁ ଦେଖିପାରିବ ନାହିଁ । ବାକି ସାକ୍ଷାତ୍କାର କଲେ ସେଥିରୁ କିଛି ମିଳି ନ ଥାଏ ।
ଅଳ୍ପକାଳ ପାଇଁ ଖୁସି ମିଳିଥାଏ, କାମନା ପୂରଣ ହୋଇଥାଏ । ଡ୍ରାମାରେ ସାକ୍ଷାତ୍କାରର ମଧ୍ୟ
ନିଧାର୍ଯ୍ୟ ରହିଛି, କିନ୍ତୁ ଏଥିରୁ କିଛି ପ୍ରାପ୍ତି ହୁଏ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମୁଁ ଶରୀରରୁ
ଭିନ୍ନ ଆତ୍ମା ଅଟେ, ଜୀବିତ ଅବସ୍ଥାରେ ଏହି ଶରୀରରେ ରହି ଯେପରି ମୃତ ଭଳି ଅନୁଭବ କରିବାର ଅଭ୍ୟାସ
ଦ୍ୱାରା ନିଜର କର୍ମାତୀତ ଅବସ୍ଥା ଗଢିବାକୁ ହେବ ।
(୨) ସେବାର ପ୍ରମାଣ
ଦେବାକୁ ହେବ । ଦେହ-ଅଭିମାନକୁ ଛାଡି ନିଜର ସଠିକ୍ ସମାଚାର ଦେବାକୁ ହେବ । ପାସ୍ ୱିଥ୍ ଅନର
ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାର ପୁରୁଷାର୍ଥ କରିବାକୁ ହେବ ।
ବରଦାନ:-
ନିଜର ଶାନ୍ତ
ସ୍ୱରୂପ ସ୍ଥିତି ଦ୍ୱାରା ଶାନ୍ତିର କିରଣ ବିଚ୍ଛୁରିତ କରୁଥିବା ମାଷ୍ଟର ଶାନ୍ତିର ସାଗର ଭବ ।
ବର୍ତ୍ତମାନ ସମୟରେ
ବିଶ୍ୱର ଅଧିକାଂଶ ଆତ୍ମାମାନଙ୍କୁ ସଚ୍ଚା ଶାନ୍ତିର ସବୁଠାରୁ ଅଧିକ ଆବଶ୍ୟକତା ରହିଛି । ଅଶାନ୍ତିର
ଅନେକ କାରଣ ଦିନକୁ ଦିନ ବଢି ବଢି ଚାଲିଛି ଏବଂ ଆହୁରି ବଢିବ ମଧ୍ୟ । ଯଦି ବି ନିଜେ ଅଶାନ୍ତ ନ
ଥିବ ତେବେ ବି ଅନ୍ୟମାନଙ୍କର ଅଶାନ୍ତିର ବାୟୁମଣ୍ଡଳ, ବାତାବରଣ ଶାନ୍ତ ଅବସ୍ଥାରେ ବସିବାକୁ ଦେବ
ନାହିଁ । ଅଶାନ୍ତିର ଏବଂ ଦୁଶ୍ଚିନ୍ତାର ଅନୁଭବ ବଢି ଚାଲିବ । ଏହିଭଳି ସମୟରେ ତୁମେ ମାଷ୍ଟର
ଶାନ୍ତିର ସାଗର ପିଲାମାନେ ଅଶାନ୍ତିର ସଂକଳ୍ପ ଗୁଡିକୁ ବିଲୀନ କରି ଶାନ୍ତିର ବିଶେଷ ପ୍ରକମ୍ପନ
ଖେଳାଅ ।
ସ୍ଲୋଗାନ:-
ବାବାଙ୍କର
ସର୍ବଗୁଣର ଅନୁଭବ କରିବା ପାଇଁ ସର୍ବଦା ଜ୍ଞାନ ସୂର୍ଯ୍ୟଙ୍କର ସମ୍ମୁଖରେ ରୁହ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ଏବେ ସମୟର ସଞ୍ଚୟ,
ସଂକଳ୍ପର ସଞ୍ଚୟ, ଏବେ ଶାନ୍ତିର ସଞ୍ଚୟର ଯୋଜନା ପ୍ରସ୍ତୁତ କରି ବିନ୍ଦୁ ରୂପର ସ୍ଥିତିକୁ ବଢାଅ ।
ଯେତିକି ବିନ୍ଦୁ ସ୍ୱରୂପ ହେବାର ସ୍ଥିତି ରହିଥିବ, ସେହି ଅନୁସାରେ କୌଣସି ବି ଅମଙ୍ଗଳକାରୀ
ପ୍ରେତାତ୍ମାର ବା ଅମଙ୍ଗକାରୀ ସଂସ୍କାରର ଶକ୍ତି ତୁମମାନଙ୍କ ଉପରେ ଆକ୍ରମଣ କରିପାରିବ ନାହିଁ,
ତୁମେମାନେ ମଧ୍ୟ ସେମାନଙ୍କଠାରୁ ମୁକ୍ତ ରହିବ ଏବଂ ତୁମମାନଙ୍କର ଶକ୍ତି ସ୍ୱରୂପର ସ୍ଥିତି
ସେମାନଙ୍କୁ ମଧ୍ୟ ମୁକ୍ତ କରିବ ।