20.02.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବର୍ତ୍ତମାନ ତୁମେମାନେ ନିଜ ଭିତରେ ଥିବା ବିକାର ଗୁଡିକୁ ଦାନ କରି ଦିଅ ତେବେ ଗ୍ରହଣ ଛାଡିଯିବ ଏବଂ
ଏହି ତମଃପ୍ରଧାନ ଦୁନିଆ ସତ୍ତ୍ୱପ୍ରଧାନ ହୋଇଯିବ ।”
ପ୍ରଶ୍ନ:-
ତୁମ
ସନ୍ତାନମାନଙ୍କୁ କେଉଁ କଥା ପ୍ରତି ଆଦୌ ବିତୃଷ୍ଣା ଆସିବା ଉଚିତ୍ ନୁହେଁ?
ଉତ୍ତର:-
ତୁମମାନଙ୍କୁ ନିଜର ଜୀବନ ପ୍ରତି କେବେ ବି ବିତୃଷ୍ଣା ଆସିବା ଉଚିତ୍ ନୁହେଁ । କାରଣ ଏହି ଜନ୍ମକୁ
ହୀରା ତୁଲ୍ୟ ଜନ୍ମ ବୋଲି ଗାୟନ କରାଯାଇଛି ତେଣୁ ଏହାର ଯତ୍ନ ମଧ୍ୟ ନେବାକୁ ପଡିବ, ଯଦି ସୁସ୍ଥ
ରହିବ ତେବେ ସିନା ଜ୍ଞାନ ଶୁଣିପାରିବ । ଏଠାରେ ଯେତେ ଦିନ ବଞ୍ଚି ଥିବେ, ରୋଜଗାର ମଧ୍ୟ ହେଉଥିବ,
ତା’ସହିତ ପୁରୁଣା ହିସାବ-କିତାବ ମଧ୍ୟ ଚୁକ୍ତ ହୋଇ ଚାଲିଥିବ ।
ଗୀତ:-
ଓମ୍ ନମୋ ଶିବାୟ...
ଓମ୍ ଶାନ୍ତି ।
ଆଜି ହେଉଛି
ଗୁରୁବାର । ତୁମେ ସନ୍ତାନମାନେ କହିବ ସତ୍ଗୁରୁବାର, କାହିଁକି ନା ସତ୍ୟଯୁଗର ସ୍ଥାପନାକର୍ତ୍ତା
ମଧ୍ୟ ଉପସ୍ଥିତ ଅଛନ୍ତି, ସିଏ ବାସ୍ତବରେ ସତ୍ୟ ନାରାୟଣଙ୍କର କଥା ମଧ୍ୟ ଶୁଣାଉଛନ୍ତି । ନରରୁ
ନାରାୟଣ ମଧ୍ୟ କରାଉଛନ୍ତି । ଗାୟନ ମଧ୍ୟ କରାଯାଏ ସମସ୍ତଙ୍କର ସଦ୍ଗତିଦାତା । ପୁଣି ବୃକ୍ଷପତି
ମଧ୍ୟ ଅଟନ୍ତି । ଏହା ହେଉଛି ମନୁଷ୍ୟ ସୃଷ୍ଟି ରୂପକ ବୃକ୍ଷ, ଯାହାକୁ କଳ୍ପ ବୃକ୍ଷ ବୋଲି
କହିଥା’ନ୍ତି । କଳ୍ପ-କଳ୍ପ ଅର୍ଥାତ୍ ୫ ହଜାର ବର୍ଷ ପରେ ଏହାର ପୁଣି ପୁନରାବୃତ୍ତି ହୋଇଥାଏ । ଜଡ
ବୃକ୍ଷର ମଧ୍ୟ ପୁନରାବୃତ୍ତି ହୋଇଥାଏ ନା । ଫୁଲ ୬ ମାସ ଫୁଟିଥାଏ, ପୁଣି ମାଳିମାନେ ତାର ଚେର (ପିଣ୍ଡ)
ସାଇତି ରଖି ପୁଣି ଲଗାଇଥା’ନ୍ତି, ଯେଉଁଥିରୁ ଫୁଲ ପୁଣି ଫୁଟିଥାଏ ।
ଏବେ ଏ କଥା ତ ପିଲାମାନେ
ଜାଣୁଛନ୍ତି ଯେ ବାବାଙ୍କର ଜୟନ୍ତୀ ମଧ୍ୟ ଅଧାକଳ୍ପ ପର୍ଯ୍ୟନ୍ତ ପାଳନ କରୁଛନ୍ତି, ଆଉ ଅଧାକଳ୍ପ
ପୁଣି ଭୁଲି ଯାଉଛନ୍ତି । ଭକ୍ତିମାର୍ଗରେ ଅଧାକଳ୍ପ ପର୍ଯ୍ୟନ୍ତ ମନେ ପକାଇଥାନ୍ତି । ବାବା ପୁଣି
କେବେ ଆସି ଏହି ଫୁଲର ବଗିଚା ସ୍ଥାପନା କରିବେ? ମନୁଷ୍ୟମାନଙ୍କର ଦଶା ତ ବହୁତ ପ୍ରକାର ଅଛି ନା!
ବୃହସ୍ପତିର ଦଶା ବି ଅଛି, ଅବତରଣ କଳାର ମଧ୍ୟ ଦଶା ରହିଛି । ବର୍ତ୍ତମାନ ସମୟରେ ଭାରତ ଉପରେ
ରାହୁର ଗ୍ରହଣ ପ୍ରବେଶ ହୋଇଛି । ଚନ୍ଦ୍ରମାକୁ ବି ଯେବେ ଗ୍ରହଣ ଲାଗିଥାଏ ଲୋକେ କହିଥା’ନ୍ତି ଯଦି
ଦାନ ଦେବ ତେବେ ଗ୍ରହଣ ଛାଡିଯିବ । ଏବେ ବାବା ମଧ୍ୟ ସେହି କଥା କହୁଛନ୍ତି - ଏହି ୫ ବିକାରକୁ ଦାନ
ଦେଇଦିଅ ତେବେ ଏହି ଗ୍ରହଣ ଛାଡିଯିବ । ବର୍ତ୍ତମାନ ସାରା ସୃଷ୍ଟି ଉପରେ ଗ୍ରହଣ ଲାଗିଯାଇଛି, ୫
ତତ୍ତ୍ୱରେ ମଧ୍ୟ ଗ୍ରହଣ ଲାଗିଯାଇଛି କାହିଁକି ନା ତମଃପ୍ରଧାନ ହୋଇଯାଇଛି । ଏ ଦୁନିଆର ପ୍ରତ୍ୟେକ
ଜିନିଷ ନୂଆରୁ ପୁଣି ପୁରୁଣା ନିଶ୍ଚୟ ହୋଇଥାଏ । ନୂଆକୁ ସତ୍ତ୍ୱପ୍ରଧାନ, ପୁରୁଣାକୁ ତମଃପ୍ରଧାନ
ବୋଲି କୁହାଯାଏ । ଛୋଟ ଛୁଆକୁ ମଧ୍ୟ ସତ୍ତ୍ୱପ୍ରଧାନ ମହାତ୍ମାଠାରୁ ମଧ୍ୟ ଉଚ୍ଚ ରୂପରେ ଗଣାଯାଇଥାଏ,
କାହିଁକି ନା ତାଙ୍କ ଭିତରେ ୫ ବିକାର ନ ଥାଏ । ସନ୍ନ୍ୟାସୀମାନେ ଭକ୍ତି ମଧ୍ୟ ଛୋଟ ଅବସ୍ଥାରେ ହିଁ
କରିଥା’ନ୍ତି । ଯେପରିକି ରାମ ତୀର୍ଥ କୃଷ୍ଣଙ୍କର ଭକ୍ତ ଥିଲେ ପୁଣି ଯେବେ ବଡ ହୋଇ ସନ୍ନ୍ୟାସ
ଗ୍ରହଣ କଲେ, ତାପରେ ପୂଜାପାଠ ସମାପ୍ତ ହୋଇଗଲା । ସୃଷ୍ଟିରେ ପବିତ୍ରତା ମଧ୍ୟ ଦରକାର । ଭାରତ
ପ୍ରଥମେ ସବୁଠାରୁ ପବିତ୍ର ଥିଲା ପୁଣି ଯେତେବେଳେ ଦେବତାମାନେ ବାମମାର୍ଗରେ ଗଲେ ସେତେବେଳେ
ଭୂମିକମ୍ପ ଆଦିରେ ସ୍ୱର୍ଗର ସମସ୍ତ ସାମଗ୍ରୀ, ସୁନାର ମହଲ ଆଦି ସବୁ ନଷ୍ଟ ହୋଇଗଲା ପୁଣି ଥରେ ନୂଆ
ରୂପରେ ବର୍ତ୍ତମାନ ତିଆରି ଆରମ୍ଭ ହେଉଛି । ବିନାଶ ତ ନିଶ୍ଚୟ ହୋଇଥାଏ । ଉପଦ୍ରବ ସେତେବେଳେ ହୁଏ
ଯେତେବେଳେ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ, ଏହି ସମୟରେ ସମସ୍ତେ ପତିତ ଅଟନ୍ତି । ସତ୍ୟଯୁଗରେ
ଦେବତାମାନେ ରାଜତ୍ୱ କରିବେ । ଦୁନିଆରେ ଅସୁର ଏବଂ ଦେବତାମାନଙ୍କ ମଧ୍ୟରେ ଯେଉଁ ଯୁଦ୍ଧ
ଦେଖାଇଛନ୍ତି, ବାସ୍ତବରେ ସେଭଳି କିଛି ହୋଇ ନ ଥାଏ, କାହିଁକି ନା ଦେବତାମାନେ ସତ୍ୟଯୁଗରେ ହିଁ
ଥିଲେ । ସେଠାରେ ଲଢେଇ କିପରି ବା ହୋଇପାରିବ? ସଂଗମଯୁଗରେ ଦେବତାମାନେ ତ ନ ଥାଆନ୍ତି ।
ତୁମମାନଙ୍କର ନାମ ହିଁ ହେଉଛି ପାଣ୍ଡବ । ପାଣ୍ଡବ କୌରବମାନଙ୍କର ମଧ୍ୟରେ ବି ଲଢେଇ ହୁଏ ନାହିଁ ।
ଏହା ସବୁ ହେଉଛି ଗପ । ଏହି ସୃଷ୍ଟି କେତେ ବଡ ବୃକ୍ଷ ଅଟେ । କେତେ ଅସରନ୍ତି ପତ୍ର ରହିଛି, ସେ
ସବୁର ହିସାବ କେହି କ’ଣ ବାହାର କରିପାରିବେ । ସଂଗମଯୁଗରେ ତ ଦେବତାମାନେ ଆଦୌ ନ ଥା’ନ୍ତି । ବାବା
ବର୍ତ୍ତମାନ ବସି ଆତ୍ମାମାନଙ୍କୁ ବୁଝାଉଛନ୍ତି, ଆତ୍ମା ହିଁ ସେହି କଥାକୁ ଶୁଣି କାନ୍ଧ (ମୁ୍ଣ୍ଡ)
ହଲାଇଥାଏ । ଆମେ ଆତ୍ମା ଅଟୁ, ବାବା ଆମକୁ ପାଠ ପଢାଉଛନ୍ତି, ଏହି କଥା ଉପରେ ପକ୍କା ନିଶ୍ଚୟ
କରିବାକୁ ପଡିବ । ବାବା ହିଁ ଆମକୁ ପତିତରୁ ପବିତ୍ର କରାଉଛନ୍ତି । ପ୍ରତ୍ୟେକଙ୍କ ଆତ୍ମାରେ ହିଁ
ଭଲ ବା ଖରାପର ସଂସ୍କାର ରହିଥାଏ ନା । ଆତ୍ମା ନିଜର କର୍ମଇନ୍ଦ୍ରିୟ ଦ୍ୱାରା କହୁଛି ଆମକୁ ବାବା
ପାଠ ପଢାଉଛନ୍ତି । ବାବା କହୁଛନ୍ତି ମୋର ମଧ୍ୟ ମୁଖ ଦରକାର, ଯାହା ଦ୍ୱାରା ମୁଁ ବୁଝାଇବି ।
ଆତ୍ମାକୁ ଖୁସି ହେଉଛି । ବାବା ପ୍ରତି ୫ ହଜାର ବର୍ଷରେ ଥରେ ଆସୁଛନ୍ତି ଆମକୁ ଶୁଣାଇବା ପାଇଁ ।
ତୁମେ ସବୁ ସମ୍ମୁଖରେ ବସିଛ ନା । ତେବେ ମଧୁବନର ହିଁ ମହିମା ରହିଛି । ସମସ୍ତ ଆତ୍ମାଙ୍କର ବାବା ତ
ସେ ହିଁ ଅଟନ୍ତି ନା, ସମସ୍ତେ ତାଙ୍କୁ ଡାକୁଛନ୍ତି । ତୁମକୁ ଏଠାରେ ସମ୍ମୁଖରେ ବସିବାରେ ମଜା
ଆସୁଛି । କିନ୍ତୁ ଏଠାରେ ସମସ୍ତେ ରହିପାରିବେ ନାହିଁ । ନିଜର କାମଧନ୍ଦା ଚାକିରୀ ଆଦିକୁ ମଧ୍ୟ
ଦେଖିବାର ଅଛି । ଆତ୍ମାମାନେ ଜ୍ଞାନ ସାଗରଙ୍କ ପାଖକୁ ଆସୁଛନ୍ତି, ଏହି ଜ୍ଞାନ ନିଜେ ଧାରଣ କରି
ପୁଣି ଯାଇ ଅନ୍ୟକୁ ଶୁଣାଇବାକୁ ହେବ । ନ ହେଲେ ଅନ୍ୟମାନଙ୍କର କଲ୍ୟାଣ କିପରି କରିବେ? ଯୋଗୀ ଏବଂ
ଜ୍ଞାନୀ ଆତ୍ମାମାନଙ୍କୁ ସଉକ ରହୁଛି ଯେ ଆମେ କିପରି ଯାଇ ଅନ୍ୟମାନଙ୍କୁ ବୁଝାଇବୁ । ଏବେ ଶିବ
ଜୟନ୍ତୀ ପାଳନ କରାଯାଉଛି ନା । ଏହା ଭଗବାନୁବାଚ ଅଟେ । ଭଗବାନୁବାଚ କୃଷ୍ଣଙ୍କ ପାଇଁ
କୁହାଯାଇପାରିବ ନାହିଁ, କାରଣ ସେ ହେଉଛନ୍ତି ଦୈବୀ ଗୁଣଧାରୀ ମନୁଷ୍ୟ । ଦେବୀ-ଦେବତା ଧର୍ମ
କୁହାଯାଇଥାଏ । ଏବେ ପିଲାମାନେ ଏକଥା ତ ବୁଝିଗଲେଣି ଯେ ଏବେ ଦେବୀ-ଦେବତା ଧର୍ମ ନାହିଁ,
ବର୍ତ୍ତମାନ ଏହାର ସ୍ଥାପନା ହେଉଛି । ତୁମେ ଏମିତି କହି ପାରିବ ନାହିଁ କି ଏବେ ଆମେ ଦେବୀ-ଦେବତା
ଧର୍ମର ଅଟୁ । ନା, ଏବେ ତୁମେ ବ୍ରାହ୍ମଣ ଧର୍ମର ଅଟ, ଦେବୀ-ଦେବତା ଧର୍ମର ହେଉଛ । ଦେବତାମାନଙ୍କର
ଛାଇ ଏହି ପତିତ ସୃଷ୍ଟିରେ ପଡିପାରିବ ନାହିଁ, ଏ ସୃଷ୍ଟିକୁ ଦେବତାମାନେ ଆସିପାରିବେ ନାହିଁ ।
ତୁମମାନଙ୍କ ପାଇଁ ନୂଆ ଦୁନିଆ ଦରକାର । ଲକ୍ଷ୍ମୀଙ୍କର ମଧ୍ୟ ଯେତେବେଳେ ପୂଜା କରିଥା’ନ୍ତି
ଘରଦ୍ୱାର କେତେ ସଫା କରିଥା’ନ୍ତି । ଏବେ ଏହି ସୃଷ୍ଟିର ମଧ୍ୟ କେତେ ସ୍ୱଚ୍ଛତା ଦରକାର । ସାରା
ପୁରୁଣା ଦୁନିଆର ସମାପ୍ତି ଘଟିବ । ଲକ୍ଷ୍ମୀଙ୍କଠାରୁ ମନୁଷ୍ୟ କେବଳ ଧନ ହିଁ ମାଗିଥା’ନ୍ତି । ତେବେ
ଲକ୍ଷ୍ମୀ ବଡ ନା ଜଗତ ଅମ୍ବା ବଡ? (ଅମ୍ବା) । ଅମ୍ବାଙ୍କର ମନ୍ଦିର ମଧ୍ୟ ବହୁତ ଅଛି ।
ମନୁଷ୍ୟମାନଙ୍କୁ ଏକଥା କିଛି ବି ଜଣା ନାହିଁ । ତୁମେମାନେ ବୁଝୁଛ ଲକ୍ଷ୍ମୀ ତ ସ୍ୱର୍ଗର ମାଲିକ
ଅଟନ୍ତି ଏବଂ ଜଗତ ଅମ୍ବା ଯାହାଙ୍କୁ ସରସ୍ୱତୀ ମଧ୍ୟ କୁହାଯାଉଛି ସେହି ଜଗତଅମ୍ବା ପୁଣି ଏହି
ଲକ୍ଷ୍ମୀ ହେଉଛନ୍ତି । ତୁମର ପଦ ଏବେ ଉଚ୍ଚ, ଦେବତାଙ୍କର ପଦ ବ୍ରାହ୍ମଣଙ୍କଠାରୁ କମ୍ ଅଟେ ।
ଉଚ୍ଚରୁ ଉଚ୍ଚ ତ ବ୍ରାହ୍ମଣ ଚୁଟୀ ନା । ତୁମେ ହେଉଛ ସମସ୍ତଙ୍କଠାରୁ ଉଚ୍ଚ । ତୁମମାନଙ୍କର ମହିମା
ରହିଛି - ସରସ୍ୱତୀ, ଜଗତଅମ୍ବା, ତାଙ୍କଠାରୁ କ’ଣ ମିଳୁଛି? ଏହି ସୃଷ୍ଟିର ରାଜତ୍ୱ । ସେଠାରେ ତୁମେ
ଧନବାନ ହେଉଛ, ବିଶ୍ୱର ରାଜତ୍ୱ ମିଳୁଛି । ପୁଣି ଯେତେବେଳେ ଗରୀବ ହୋଇଯାଉଛ, ଭକ୍ତିମାର୍ଗ ଆରମ୍ଭ
ହୋଇଯାଉଛି । ପୁଣି ଲକ୍ଷ୍ମୀଙ୍କୁ ସ୍ମରଣ କରିଥା’ନ୍ତି । ପ୍ରତ୍ୟେକ ବର୍ଷ ଲକ୍ଷ୍ମୀଙ୍କର ପୂଜା
ମଧ୍ୟ କରିଥା’ନ୍ତି । ତାଙ୍କୁ ପ୍ରତ୍ୟେକ ବର୍ଷ ଡାକିଥା’ନ୍ତି, ଜଗତ ଅମ୍ବାଙ୍କୁ କେହି ପ୍ରତି
ବର୍ଷ ଡାକି ନ ଥା’ନ୍ତି । ଜଗତ ଅମ୍ବାଙ୍କର ସର୍ବଦା ପୂଜା ହେଉଛି, ଯେତେବେଳେ ଚାହିଁବେ ସେତେବେଳେ
ଅମ୍ବାଙ୍କର ମନ୍ଦିରକୁ ଯାଇପାରିବେ । ଏଠାରେ ମଧ୍ୟ ଯେତେବେଳେ ଚାହିଁବ, ଜଗତ ଅମ୍ବାଙ୍କ ସହ
ମିଶିପାରିବ । ତୁମେ ମଧ୍ୟ ଜଗତଅମ୍ବା ଅଟ ନା । ସମସ୍ତଙ୍କୁ ବିଶ୍ୱର ମାଲିକ ହେବାର ରାସ୍ତା
ବତାଇଲାବାଲା ଅଟ । ଜଗତଅମ୍ବାଙ୍କ ପାଖକୁ ଯାଇ ସବୁ କିଛି ମାଗିଥା’ନ୍ତି । ଲକ୍ଷ୍ମୀଙ୍କୁ କେବଳ ଧନ
ମାଗିଥା’ନ୍ତି । ତାଙ୍କ ଆଗରେ ତ ସବୁ କାମନା ରଖିଥା’ନ୍ତି, ତେଣୁ ସବୁଠାରୁ ଉଚ୍ଚ ପଦ ଏବେ ତୁମର,
ଯେବେକି ଆସି ବାବାଙ୍କର ସନ୍ତାନ ହୋଇଛ । ବାବା ତୁମମାନଙ୍କୁ ବର୍ସା ଦେଉଛନ୍ତି ।
ଏବେ ତୁମେ ହେଉଛ
ଈଶ୍ୱରୀୟ ସମ୍ପ୍ରଦାୟ, ପୁଣି ଭବିଷ୍ୟତରେ ଦୈବୀ ସମ୍ପ୍ରଦାୟର ହେବ । ଏହି ସମୟରେ ତୁମମାନଙ୍କର ସବୁ
ମନକାମନା ଭବିଷ୍ୟ ପାଇଁ ପୂର୍ଣ୍ଣ ହୋଇଥାଏ । କାମନା ତ ମନୁଷ୍ୟମାନଙ୍କର ରହିଥାଏ ନା । ତୁମର ସବୁ
କାମନା ଏବେ ପୂରଣ ହେଉଛି । ଏହା ତ ହେଉଛି ଆସୁରୀ ଦୁନିଆ । ଦେଖ ଏବେ କେତେ ପିଲା ଜନ୍ମ କରୁଛନ୍ତି
। ତୁମ ସନ୍ତାନମାନଙ୍କୁ ତ ସାକ୍ଷାତ୍କାର କରାଇ ଦିଆଯାଉଛି, ସତ୍ୟଯୁଗରେ କିପରି କୃଷ୍ଣଙ୍କର ଜନ୍ମ
ହେଉଛି? ସେଠାରେ ସବୁ ନିୟମ ଅନୁଯାୟୀ ହୋଇଥାଏ, ଦୁଃଖର ନାମ ହିଁ ନ ଥାଏ । ତାହାକୁ ହିଁ କୁହାଯାଏ
ସୁଖଧାମ । ତୁମେ ଅନେକ ଥର ସୁଖ ଅତିକ୍ରମ କରି ଆସିଛ, ଅନେକ ଥର ହାରିଛ ଏବଂ ବିଜୟ ମଧ୍ୟ ପ୍ରାପ୍ତ
କରିଛ । ଏବେ ସ୍ମୃତି ଆସିଛି ଯେ ଆମକୁ ବାବା ପାଠ ପଢାଉଛନ୍ତି । ସ୍କୁଲ୍ରେ ଜ୍ଞାନ ପ୍ରାପ୍ତ
କରିଥା’ନ୍ତି । ତତ୍ ସଙ୍ଗେ ସଙ୍ଗେ ବ୍ୟବହାର ମଧ୍ୟ ଶିଖିଥା’ନ୍ତି ନା । ସେଠାରେ କେହି
ଲକ୍ଷ୍ମୀ-ନାରାୟଣ ସଦୃଶ ବ୍ୟବହାର ଶିଖି ନ ଥା’ନ୍ତି । ଏବେ ତୁମେମାନେ ଦୈବୀଗୁଣ ଧାରଣ କରୁଛ ।
ମହିମା ମଧ୍ୟ ତାଙ୍କର ହିଁ ଗାନ କରୁଛନ୍ତି - ସର୍ବଗୁଣ ସମ୍ପନ୍ନ... ତେବେ ଏବେ ତୁମକୁ ସେହିପରି
ହେବାକୁ ପଡିବ । ତୁମ ସନ୍ତାନମାନଙ୍କୁ ନିଜର ଏଇ ଜୀବନ ଉପରେ ବିରକ୍ତ ହେବା ଉଚିତ୍ ନୁହେଁ,
କାହିଁକି ନା ଏହାକୁ ହୀରା ସଦୃଶ ଜନ୍ମ ବୋଲି ଗାୟନ କରାଯାଇଛି । ତେଣୁ ଏହାର ଯତ୍ନ ମଧ୍ୟ ନେବାକୁ
ହେବ । ସୁସ୍ଥ ରହିଲେ ହିଁ ଜ୍ଞାନ ଶୁଣିପାରିବ । ବେମାରୀରେ ମଧ୍ୟ ଶୁଣି ପାରିବ । ବାବାଙ୍କୁ ମନେ
ପକାଇପାରିବ । ଏଠାରେ ଯେତେ ଦିନ ବଞ୍ଚିବ ସୁଖି ରହିବ । ରୋଜଗାର ଚାଲୁଥିବ, ହିସାବ-କିତାବ ଚୁକ୍ତ
ହୋଇ ଚାଲିଥିବ । ସନ୍ତାନମାନେ କହୁଛନ୍ତି - ବାବା ସତ୍ୟଯୁଗ କେବେ ଆସିବ? ଏହା ବହୁତ ଖରାପ ଦୁନିଆ
ଅଟେ । ବାବା କହୁଛନ୍ତି - ଆରେ, ପ୍ରଥମେ ନିଜର କର୍ମାତୀତ ଅବସ୍ଥା ତ ବନାଅ । ଯେତେ ପାରୁଛ
ପୁରୁଷାର୍ଥ କରିଚାଲ । ସନ୍ତାନମାନଙ୍କୁ ଶିଖାଇବା ଦରକାର କି ଶିବବାବାଙ୍କୁ ମନେ ପକାଅ, ଏହା ହେଉଛି
ଅବ୍ୟଭିଚାରୀ ସ୍ମୃତି । ଏକମାତ୍ର ଶିବଙ୍କର ଭକ୍ତି କରିବା ହେଉଛି ଅବ୍ୟଭିଚାରୀ ଭକ୍ତି ବା
ସତ୍ତ୍ୱପ୍ରଧାନ ଭକ୍ତି । ପୁଣି ଦେବୀ-ଦେବତାଙ୍କୁ ମନେ ପକାଇବା ହେଉଛି ସତ୍ତ୍ୱ ଭକ୍ତି । ବାବା
କହୁଛନ୍ତି - ଉଠିବା-ବସିବା ବେଳେ ମୋତେ ମନେ ପକାଅ । ସନ୍ତାନମାନେ ହିଁ ଡାକୁଛନ୍ତି - ହେ
ପତିତପାବନ, ହେ ମୁକ୍ତିଦାତା, ହେ ପଥପ୍ରଦର୍ଶକ.... ତେବେ ଏହା ଆତ୍ମା ହିଁ କହିଲା ନା ।
ସନ୍ତାନମାନେ ମନେ
ପକାଉଛନ୍ତି, ବାବା ଏବେ ସ୍ମରଣ କରାଇ ଦେଉଛନ୍ତି, ତୁମେମାନେ ମନେ ପକାଇ ପକାଇ ଆସିଛ - ହେ
ଦୁଃଖହର୍ତ୍ତା ସୁଖକର୍ତ୍ତା ଆସ, ଆସି ଦୁଃଖରୁ ମୁକ୍ତ କର, ଆମକୁ ଉଦ୍ଧାର କର, ଶାନ୍ତିଧାମକୁ
ନେଇଯାଅ । ବାବା କହୁଛନ୍ତି ତୁମକୁ ଶାନ୍ତିଧାମକୁ ନେଇଯିବି, ପୁଣି ସୁଖଧାମରେ ତୁମ ସାଥିରେ ରହିବି
ନାହିଁ । ମୁଁ ଏବେ ହିଁ ତୁମର ସାଥି ହେଉଛି । ସବୁ ଆତ୍ମାମାନଙ୍କୁ ଘରକୁ ନେଇଯାଉଛି । ମୁଁ ଏବେ
ତୁମକୁ ପଢାଇବା ପାଇଁ ତୁମର ସାଥି ହୋଇଛି ଏବଂ ତା’ ସହିତ ଘରକୁ ଫେରାଇ ନେବାରେ ସାଥି ହେଉଛି ।
ବାସ୍, ମୁଁ ନିଜର ପରିଚୟ ତୁମ ସନ୍ତାନମାନଙ୍କୁ ଏବେ ଭଲ ଭାବରେ ଶୁଣାଉଛି । ଯିଏ ଯେମିତି-ଯେମିତି
ପୁରୁଷାର୍ଥ କରିବେ ସେହି ଅନୁସାରେ ପୁଣି ସେଠାରେ ପ୍ରାଲବ୍ଧ ପାଇବେ । ଏବେ ବାବା ତୁମମାନଙ୍କୁ
ବହୁତ ଜ୍ଞାନ ଦେଉଛନ୍ତି । ତେଣୁ ଯେତେ ହୋଇପାରୁଛି ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହୋଇଯିବ
ଏବଂ ଉଡିବା ପାଇଁ ପର ମିଳିଯିବ । ଆତ୍ମାର ଏପରି କୌଣସି ଡେଣା ନାହିଁ । ଆତ୍ମା ତ ଗୋଟିଏ ଛୋଟ
ବିନ୍ଦୁ ଅଟେ । କାହାକୁ ଏକଥା ଜଣା ନାହିଁ ଯେ ଆତ୍ମାରେ କେମିତି ୮୪ ଜନ୍ମର ପାର୍ଟ ନିଧାର୍ଯ୍ୟ
ହୋଇ ରହିଛି । ନା ଆତ୍ମାର କାହାକୁ ପରିଚୟ ଅଛି, ନା ପରମାତ୍ମାଙ୍କର ପରିଚୟ ଅଛି । ତେଣୁ ବାବା
କହୁଛନ୍ତି - ମୁଁ ଯାହା, ଯେମିତି ଅଟେ, ମୋତେ କେହି ବି ଜାଣିପାରିବେ ନାହିଁ । ମୋ ଦ୍ୱାରା ହିଁ
ମୋତେ ଏବଂ ମୋର ରଚନାକୁ ଜାଣିପାରିବେ । ମୁଁ ହିଁ ଆସି ତୁମ ସନ୍ତାନମାନଙ୍କୁ ନିଜର ପରିଚୟ ଦେଉଛି
। ଆତ୍ମା କ’ଣ, ତାହା ମଧ୍ୟ ବୁଝାଉଛି । ଏହାକୁ ଆତ୍ମ ଜ୍ଞାନ କୁହାଯାଏ । ଆତ୍ମା ଭ୍ରୁକୁଟୀ ମଝିରେ
ରହୁଛି । କହୁଛନ୍ତି ମଧ୍ୟ ଭ୍ରୁକୁଟୀ ମଝିରେ ଚମକୁଛି ଅଜବ ସୀତାରା... କିନ୍ତୁ ଆତ୍ମା କି ଜିନିଷ,
ଏହା ବିଲ୍କୁଲ୍ କେହି ଜାଣି ନାହାଁନ୍ତି । ଯେତେବେଳେ କେହି କହୁଛନ୍ତି କି ଆତ୍ମାର ସାକ୍ଷାତ୍କାର
ହୋଇଛି ତେବେ ସେମାନଙ୍କୁ ବୁଝାଅ ଯେ ତୁମେ ତ କହୁଛ ତାରକା ସଦୃଶ ଆତ୍ମା ଭ୍ରୁକୁଟୀ ମଝିରେ ରହୁଛି,
ତେବେ ସୂକ୍ଷ୍ମ ତାରକାକୁ କ’ଣ ଦେଖି ହେବ? ମଥାରେ ଟିକା ମଧ୍ୟ ତାରକା ସଦୃଶ ଦେଇଥା’ନ୍ତି ।
ଚନ୍ଦ୍ରମାରେ ମଧ୍ୟ ତାରକା ଦେଖାଇଥାଆନ୍ତି, ବାସ୍ତବରେ ଆତ୍ମା ତାରକା ସଦୃଶ ଅଟେ । ଏବେ ବାବା
ବୁଝାଉଛନ୍ତି ତୁମେ ସବୁ ଜ୍ଞାନ ତାରକା ଅଟ, ବାକି ଏହି ସୂର୍ଯ୍ୟ, ଚନ୍ଦ୍ର, ତାରା ତ ଦୁନିଆ ରୂପୀ
ରଙ୍ଗମଞ୍ଚକୁ ଆଲୋକ ଦେଲାବାଲା ଅଟନ୍ତି । ସେ ସବୁ କୌଣସି ଦେବତା ନୁହଁନ୍ତି । ଭକ୍ତିମାର୍ଗରେ
ସୂର୍ଯ୍ୟକୁ ମଧ୍ୟ ପାଣି ଦେଇଥା’ନ୍ତି । ଭକ୍ତିମାର୍ଗରେ ଏଇ ବାବା ମଧ୍ୟ ଏ ସବୁ କରୁଥିଲେ ।
ସୂର୍ଯ୍ୟ ଦେବତାୟ ନମଃ, ଚନ୍ଦ୍ରମା ଦେବତାୟ ନମଃ କହି ପାଣି ଦେଉଥିଲେ । ଏହା ସବୁ ହେଉଛି
ଭକ୍ତିମାର୍ଗ । ଏହି ବ୍ରହ୍ମାବାବା ତ ବହୁତ ଭକ୍ତି କରିଛନ୍ତି । ନମ୍ବରୱାନ ପୂଜ୍ୟ ତ ପୁଣି
ନମ୍ବରୱାନ ପୂଜାରୀ ହୋଇଛନ୍ତି । ନମ୍ବର ତ ତଳକୁ ଗଣିବାକୁ ହେବ ନା । ରୁଦ୍ରମାଳାରେ ମଧ୍ୟ ନମ୍ବର
ତ ଅଛି ନା । ଭକ୍ତି ମଧ୍ୟ ସବୁଠାରୁ ଅଧିକ ଇଏ କରିଛନ୍ତି । ଏବେ ବାବା କହୁଛନ୍ତି ଛୋଟ-ବଡ
ସମସ୍ତଙ୍କର ଏବେ ବାନପ୍ରସ୍ଥ ଅବସ୍ଥା ଅଟେ । ଏବେ ମୁଁ ସମସ୍ତଙ୍କୁ ନେଇଯିବି ପୁଣି ଏଠାକୁ କେହି
ଆସିବେ ହିଁ ନାହିଁ । ବାକି ଶାସ୍ତ୍ରରେ ଯାହା ଦେଖାଉଛନ୍ତି - ପ୍ରଳୟ ହେଲା, ଜଳମୟ ହୋଇଗଲା ପୁଣି
ଅଶ୍ୱତଥ୍ ପତ୍ରରେ କୃଷ୍ଣ ଆସିଲେ... ବାବା ବୁଝାଉଛନ୍ତି ଏଥିରେ ସାଗରର କୌଣସି କଥା ନାହିଁ ।
ସେଠାରେ ଗର୍ଭ ମହଲ ଅଟେ, ଯେଉଁଠି ସନ୍ତାନମାନେ ବହୁତ ଖୁସିରେ ରହିଥାନ୍ତି । ଏଠାରେ ଗର୍ଭ ଜେଲ୍
କୁହାଯାଉଛି । ଏଠାରେ ପାପର ଦଣ୍ଡ ଗର୍ଭ ଜେଲରେ ମିଳୁଛି । ତଥାପି ବାବା କହୁଛନ୍ତି ମନମନାଭବ, ମୋତେ
ମନେ ପକାଅ । ପ୍ରଦର୍ଶନୀରେ କେହି କେହି ପଚାରୁଛନ୍ତି ସିଢିରେ ଅନ୍ୟ କେଉଁ ଧର୍ମ, କାହିଁକି ଦେଖାଇ
ନାହଁ? କୁହ, ଅନ୍ୟ ଧର୍ମମାନଙ୍କର ତ ୮୪ ଜନ୍ମ ହେଉ ନାହିଁ । ସବୁ ଧର୍ମକୁ ବୃକ୍ଷରେ ଦେଖାଇଛନ୍ତି,
ସେଥିରୁ ତ ତୁମେ ନିଜର ହିସାବ ବାହାର କର ଯେ କେତେ ଜନ୍ମ ନେଇଥିବ । ଆମକୁ ତ ସିଢି ୮୪ ଜନ୍ମର
ଦେଖେଇବାର ଅଛି । ବାକି ସବୁ ସୃଷ୍ଟିଚକ୍ରରେ ଏବଂ କଳ୍ପବୃକ୍ଷର ଚିତ୍ରରେ ଦର୍ଶାଯାଇଛି । ଏଥିରେ
ସବୁ କଥା ବୁଝାଯାଇଛି । ନକ୍ସା ଦେଖିବା ଦ୍ୱାରା ବୁଦ୍ଧିରେ ଆସିଯାଉଛି ନା - ଲଣ୍ଡନ କେଉଁଠି,
ଅମୁକ ସହର କେଉଁଠି । ବାବା କେତେ ସହଜ କରି ବୁଝାଉଛନ୍ତି । ସମସ୍ତଙ୍କୁ ଏହା ଜଣାଅ ଯେ ୮୪ ଜନ୍ମର
ଚକ୍ର ଏହିପରି ଘୂରୁଛି, ଏବେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ ତେଣୁ ବେହଦର ବାବାଙ୍କୁ
ମନେ ପକାଅ ତେବେ ତୁମେ ପବିତ୍ର ହୋଇଯିବ ପୁଣି ପବିତ୍ର ହୋଇ ପବିତ୍ର ଦୁନିଆକୁ ଚାଲିଯିବ । ଏଥିରେ
କୌଣସି କଷ୍ଟକର କଥା ନାହିଁ । ଯେତେ ସମୟ ମିଳୁଛି ବାବାଙ୍କୁ ମନେ ପକାଅ ତେବେ ପକ୍କା ଅଭ୍ୟାସ
ହୋଇଯିବ । ବାବାଙ୍କର ସ୍ମୃତିରେ ତୁମେ ଦିଲ୍ଲୀ ପର୍ଯ୍ୟନ୍ତ ପାଦରେ ଗଲେ ମଧ୍ୟ ଥକିପଡିବ ନାହିଁ ।
ବାବାଙ୍କୁ ଯଦି ପ୍ରକୃତରେ ମନେ ପକାଉଥିବ ତେବେ ଦେହର ଅଭିମାନ ତୁଟିଯିବ, ପୁଣି କେବେ ଥକାପଣ ଆସିବ
ନାହିଁ । ପଛରେ ଆସିଲାବାଲା ବାବାଙ୍କୁ ବହୁତ ମନେ ପକାଇ ତୀବ୍ରଗତିରେ ଆଗକୁ ଚାଲିଯିବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏକମାତ୍ର
ବାବାଙ୍କର ଅବ୍ୟଭିଚାରୀ ସ୍ମୃତିରେ ରହି ଦୈହିକ ସ୍ମୃତିକୁ ସମାପ୍ତ କରିବାକୁ ହେବ, ନିଜର
କର୍ମାତୀତ ଅବସ୍ଥା ପାଇଁ ପୁରୁଷାର୍ଥ କରିବାକୁ ପଡିବ । ଏହି ଶରୀରରେ ରହି ଅବିନାଶୀ ରୋଜଗାର ଜମା
କରିବାକୁ ହେବ ।
(୨) ଜ୍ଞାନୀ ତୁ ଆତ୍ମା
ହୋଇ ଅନ୍ୟମାନଙ୍କର ସେବା କରିବାକୁ ହେବ, ବାବାଙ୍କଠାରୁ ଯାହା ସବୁ ଶୁଣୁଛ ସେଗୁଡିକୁ ଧାରଣ କରି
ଅନ୍ୟମାନଙ୍କୁ ଶୁଣାଇବାକୁ ହେବ । ୫ ବିକାରର ଦାନ ଦେଇ ରାହୁର ଗ୍ରହଣରୁ ମୁକ୍ତ ହେବାକୁ ପଡିବ ।
ବରଦାନ:-
ଏକମତ ଏବଂ ଏକରସ
ଅବସ୍ଥା ଦ୍ୱାରା ଧରଣୀକୁ ଫଳଦାୟକ କରୁଥିବା ସାହସୀ ଆତ୍ମା ହୁଅ ।
ଯେତେବେଳେ ତୁମେ
ପିଲାମାନେ ସାହାସୀ ହୋଇ ସଂଗଠନ ଭିତରେ ଏକମତ ଏବଂ ଏକରସ ଅବସ୍ଥାରେ ରହୁଛ ବା ଗୋଟିଏ ହିଁ
କାର୍ଯ୍ୟରେ ଲାଗିଯାଉଛ ସେତେବେଳେ ନିଜେ ମଧ୍ୟ ପ୍ରଫୁଲ୍ଲିତ ରହୁଛ ଏବଂ ଧରଣୀକୁ ମଧ୍ୟ ଫଳଦାୟକ
କରିଦେଉଛ । ଯେପରି ଆଜିକାଲି ବିଜ୍ଞାନର ଶକ୍ତି ଦ୍ୱାରା ଏବେ ଏବେ ପୋତୁଛନ୍ତି ଏବେ ଏବେ ଫଳ
ମିଳିଯାଉଛି, ସେହିପରି ଶାନ୍ତିର ଶକ୍ତି ଦ୍ୱାରା ସହଜରେ ଏବଂ ତୀବ୍ରଗତିରେ ପ୍ରତ୍ୟକ୍ଷତା ଦେଖିବେ
। ଯେତେବେଳେ ନିଜେ ମଧ୍ୟ ନିର୍ବିଘ୍ନ ସ୍ଥିତିରେ ରହିବା ସହିତ ଏକମାତ୍ର ବାବାଙ୍କର ଲଗନରେ ମଗନ
ରହିବ, ଏକମତ ଏବଂ ଏକରସ ସ୍ଥିତିରେ ରହିବ ତେବେ ଅନ୍ୟ ଆତ୍ମାମାନେ ମଧ୍ୟ ସ୍ୱତଃ ସହଯୋଗୀ ହେବେ ଏବଂ
ଧରଣୀ ଫଳଦାୟକ ହୋଇଯିବ ।
ସ୍ଲୋଗାନ:-
ଯେଉଁମାନେ
ଅଭିମାନକୁ ନିଜର ଶାନ୍ ଅର୍ଥାତ୍ ସ୍ୱାଭିମାନ ବୋଲି ଭାବି ନିଅନ୍ତି ସେମାନେ ନିର୍ବିଘ୍ନରେ
ରହିପାରନ୍ତି ନାହିଁ ।