20.03.25 Morning Odia Murli Om Shanti BapDada Madhuban
“ମିଠେବଚ୍ଚେ: - ଏହି
ପୁରୁଣା ଦୁନିଆରେ ଅଳ୍ପକାଳ କ୍ଷଣଭଙ୍ଗୁର ସୁଖ ରହିଛି, ଯାହାକି ସାଥିରେ ଯିବନାହିଁ, ସାଥିରେ ତ
କେବଳ ଅବିନାଶୀ ଜ୍ଞାନ ରତ୍ନ ହିଁ ଯାଇଥାଏ, ସେଥିପାଇଁ ଅବିନାଶୀ ଧନ ଜମା କରିଚାଲ ।”
ପ୍ରଶ୍ନ:-
ବାବାଙ୍କ
ପାଠପଢାରେ ତୁମକୁ କେଉଁ ବିଦ୍ୟା ଶିଖାଯାଉ ନାହିଁ ?
ଉତ୍ତର:-
ଭୂତ ବିଦ୍ୟା । କାହାର ସଂକଳ୍ପକୁ ଜାଣିପାରିବା - ଏହା ଭୂତ ବିଦ୍ୟା ଅଟେ, ତୁମକୁ ଏହି ବିଦ୍ୟା
ଶିଖାଯାଉନାହିଁ । ବାବା କୌଣସି ଥଟ୍ ରିଡ଼ର ଅର୍ଥାତ୍ ସଂକଳ୍ପକୁ ଜାଣିବାବାଲା ନୁହଁନ୍ତି । ସେ
ସର୍ବ ଜ୍ଞାତା ଅର୍ଥାତ୍ ଜ୍ଞାନ ସାଗର ଅଟନ୍ତି । ବାବା ତୁମମାନଙ୍କୁ କେବଳ ଆତ୍ମାର ପାଠ ପଢାଇବା
ପାଇଁ ଆସୁଛନ୍ତି, ଯେଉଁ ପାଠପଢା ଦ୍ୱାରା ୨୧ ଜନ୍ମ ପାଇଁ ବିଶ୍ୱର ରାଜତ୍ୱ ମିଳୁଛି ।
ଓମ୍ ଶାନ୍ତି ।
ଭାରତରେ
ଭାରତବାସୀମାନେ ଗାୟନ କରିଥା’ନ୍ତି ଯେ, ଆତ୍ମାୟେଁ ଔର ପରମାତ୍ମା ଅଲଗ ରହେ ବହୁ କାଲ... ଏବେ
ସନ୍ତାନମାନେ ଜାଣିଛନ୍ତି, ଆମ ଆତ୍ମାମାନଙ୍କର ପିତା ପରମପିତା ପରମାତ୍ମା ଆମକୁ ରାଜଯୋଗର ଶିକ୍ଷା
ଦେଉଛନ୍ତି । ନିଜର ପରିଚୟ ଦେଉଛନ୍ତି ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ପରିଚୟ ମଧ୍ୟ ଦେଉଛନ୍ତି ।
କିନ୍ତୁ କେହି ତ ପକ୍କା ନିଶ୍ଚୟ ବୁଦ୍ଧି ଅଛନ୍ତି, କେହି କମ୍ ବୁଝୁଛନ୍ତି, କ୍ରମାନୁସାରେ ଅଛନ୍ତି
ନା । ସନ୍ତାନମାନେ ଜାଣିଛନ୍ତି ଆମେ ଜୀବାତ୍ମାମାନେ ପରମପିତା ପରମାତ୍ମାଙ୍କର ସମ୍ମୁଖରେ ବସିଛୁ ।
ଲୋକମାନେ ଗାୟନ କରିଥା’ନ୍ତି, ଆତ୍ମା ପରମାତ୍ମା ଅଲଗ ରହେ ବହୁ କାଲ । ତେବେ ଆତ୍ମାମାନେ ଯେତେବେଳେ
ବ୍ରହ୍ମଲୋକରେ ରହିଥା’ନ୍ତି, ସେତେବେଳେ ଅଲଗା ହେବାର ପ୍ରଶ୍ନ ଉଠୁନାହିଁ । ଏଠାକୁ ଆସି ଯେତେବେଳେ
ଜୀବାତ୍ମା ହୁଅନ୍ତି ସେତେବେଳେ ପରମାତ୍ମା ବାବାଙ୍କଠାରୁ ସମସ୍ତ ଆତ୍ମାମାନେ ଅଲଗା ହୋଇଯା’ନ୍ତି ।
ପରମପିତା ପରମାତ୍ମାଙ୍କଠାରୁ ଅଲଗା ହୋଇ ଏଠାକୁ ଅଭିନୟ କରିବା ପାଇଁ ଆସିଥା’ନ୍ତି । ଆଗରୁ ତ ବିନା
ଅର୍ଥରେ ଏହିପରି ଗାୟନ କରୁଥିଲେ । ଏବେ ତ ବାବା ଆସି ବୁଝାଉଛନ୍ତି । ସନ୍ତାନମାନେ ଜାଣିଛନ୍ତି
ପରମପିତା ପରମାତ୍ମାଙ୍କଠାରୁ ଆମେ ଅଲଗା ହୋଇ ଏଠାକୁ ଅଭିନୟ କରିବା ପାଇଁ ଆସୁଛୁ । ତୁମେ ହିଁ
ପ୍ରଥମେ-ପ୍ରଥମେ ଅଲଗା ହୋଇଛ ତେଣୁ ଶିବବାବା ମଧ୍ୟ ପ୍ରଥମେ ତୁମ ସହିତ ମିଶୁଛନ୍ତି । ତୁମମାନଙ୍କ
ପାଇଁ ବାବାଙ୍କୁ ଆସିବାକୁ ପଡ଼ୁଛି । କଳ୍ପ ପୂର୍ବରୁ ମଧ୍ୟ ଏହି ସନ୍ତାନମାନଙ୍କୁ ପାଠ ପଢାଇଥିଲି
ଯେଉଁମାନେ ସ୍ୱର୍ଗର ମାଲିକ ହୋଇଥିଲେ । ସେ ସମୟରେ ଆଉ କୌଣସି ଭୂଖଣ୍ଡ ନ ଥିଲା । ସନ୍ତାନମାନେ
ଜାଣିଛନ୍ତି ଆମେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲୁ, ଯାହାକୁ ଦୈବୀ ଧର୍ମ, ଦୈବୀ ରାଜବଂଶୀ
ମଧ୍ୟ କହୁଛନ୍ତି । ପ୍ରତ୍ୟେକଙ୍କର ନିଜ ନିଜର ଧର୍ମ ରହିଥାଏ । କୁହାଯାଏ ଧର୍ମ ହେଉଛି ଶକ୍ତି ।
ଧର୍ମରେ ତାକତ୍ ରହିଥାଏ । ତୁମେମାନେ ଜାଣିଛ ଏହି ଲକ୍ଷ୍ମୀ- ନାରାୟଣ କେତେ ତାକତ୍ବାନ୍ ଥିଲେ ।
ଭାରତବାସୀମାନେ ନିଜର ଧର୍ମକୁ ହିଁ ଜାଣିନାହାଁନ୍ତି । କାହାର ବି ବୁଦ୍ଧିରେ ଆସୁନାହିଁ ଯେ
ନିଶ୍ଚିତ ଭାବରେ ଭାରତରେ ଏହିମାନଙ୍କର (ଦେବତାମାନଙ୍କର) ଧର୍ମ ଥିଲା । ଧର୍ମକୁ ନ ଜାଣିଥିବା
କାରଣରୁ ଧର୍ମ ହୀନ ହୋଇଯାଇଛନ୍ତି । ଧର୍ମରେ ଆସିବାରୁ ତୁମ ଭିତରେ କେତେ ତାକତ୍ ରହୁଛି । ତୁମେ
ଲୌହଯୁଗୀ ପାହାଡକୁ ଉଠାଇ ଗୋଲଡ଼େନ୍ ଏଜେଡ଼୍ ଦୁନିଆ (ସତ୍ୟଯୁଗ) ସ୍ଥାପନ କରିଦେଉଛ । ଭାରତକୁ ସୁନାର
ପହାଡ଼ କରିଦେଉଛ । ସେଠାରେ ତ ଖଣିମାନଙ୍କରେ ଢେର ସୁନା ଭରି ହୋଇ ରହିବ । ସୁନାର ପାହାଡ଼ ଥିବ, ତାହା
ପୁଣି ଖୋଲିବ । ସୁନାକୁ ତରଳାଇ ସେଥିରେ ଇଟା ତିଆରି ହୋଇଥାଏ । ଘର ତ ବଡ଼-ବଡ ଇଟାରେ ହିଁ ତିଆରି
ହେବ ନା । ମାୟା ମଛନ୍ଦରର ଖେଳ ମଧ୍ୟ ଦେଖାଉଛନ୍ତି ନା । ତାହା ସବୁ ହେଉଛି କାହାଣୀ । ବାବା
କହୁଛନ୍ତି ସେ ସବୁର ସାରାଂଶ ମୁଁ ତୁମମାନଙ୍କୁ ଶୁଣାଉଛି । ଦେଖାଇଥା’ନ୍ତି ଧ୍ୟାନରେ ଦେଖିଲେ ମୁଁ
ହୀରା ଲୀଳାର ଝୁଲା ପୂର୍ଣ୍ଣକରି ନେଇଯାଉଛି, ଧ୍ୟାନରୁ ତଳକୁ ଖସିଲେ ତ କିଛି ରହିଲା ନାହିଁ ।
ଯେପରି ତୁମର ମଧ୍ୟ ହେଉଛି । ଏହାକୁ କୁହାଯାଉଛି ଦିବ୍ୟ ଦୃଷ୍ଟି । ଏଥିରେ କିଛି ନାହିଁ । ନୌଧା
ଭକ୍ତି ମଧ୍ୟ ବହୁତ କରୁଛନ୍ତି । ଭକ୍ତିର ମାଳା ଅଲଗା, ଜ୍ଞାନ ମାଳା ଅଲଗା ଅଟେ । ରୁଦ୍ରମାଳା ଏବଂ
ବିଷ୍ଣୁମାଳା ଅଛି ନା । ତାହା ପୁଣି ହେଉଛି ଭକ୍ତିର ମାଳା । ଏବେ ତୁମେ ରାଜତ୍ୱ ପ୍ରାପ୍ତ କରିବା
ପାଇଁ ପାଠପଢୁଛ । ତୁମର ବୁଦ୍ଧିଯୋଗ ଶିକ୍ଷକଙ୍କ ସହିତ ଏବଂ ରାଜତ୍ୱ ସହିତ ରହୁଛି । ଯେପରି ଯିଏ
କଲେଜ୍ରେ ପାଠ ପଢୁଛନ୍ତି ତ ତାଙ୍କର ବୁଦ୍ଧିଯୋଗ ଶିକ୍ଷକଙ୍କ ସହିତ ରହିଥାଏ । ବାରିଷ୍ଟର ନିଜେ
ପାଠପଢାଇ ନିଜ ସମାନ କରିଥା’ନ୍ତି । ଏହି ବାବା ନିଜେ ତ ହେଉନାହାଁନ୍ତି । ଏହି ଆଶ୍ଚର୍ଯ୍ୟ ହେଉଛି
ଏଠାକାର । ତୁମର ଏହା ହେଉଛି ଆଧ୍ୟାତ୍ମିକ ପାଠପଢା । ତୁମର ବୁଦ୍ଧି ଯୋଗ ଶିବବାବାଙ୍କ ସହିତ ଅଛି,
ତାଙ୍କୁ ହିଁ ନଜେଲଫୁଲ ଅର୍ଥାତ୍ ଜ୍ଞାନର ସାଗର କୁହାଯାଉଛି । ଜାନୀ-ଜାନନ୍ହାରର ଅର୍ଥ ଏହା ନୁହେଁ
ଯେ ସେ ସମସ୍ତଙ୍କର ମନକୁ ଜାଣିବେ କି, ଏହାଙ୍କ ଭିତରେ କ’ଣ ଚିନ୍ତନ ଚାଲୁଛି । ଯେଉଁମାନେ ଥଟ୍
ରିଡ଼ର ଅଟନ୍ତି ସେମାନେ ଏ ସବୁ ଶୁଣାଇଥା’ନ୍ତି । ତାହାକୁ ଭୂତବିଦ୍ୟା କୁହାଯାଇଥାଏ । ଏଠାରେ ତ
ବାବା, ମନୁଷ୍ୟରୁ ଦେବତା କରିବା ପାଇଁ ପାଠ ପଢାଉଛନ୍ତି । ଗାୟନ ମଧ୍ୟ ଅଛି ମନୁଷ୍ୟ ସେ ଦେବତା...
ଏବେ ତୁମେମାନେ ବୁଝି ପାରୁଛ ଆମେ ଏବେ ବ୍ରାହ୍ମଣ ହୋଇଛୁ, ପୁଣି ପରବର୍ତ୍ତୀ ଜନ୍ମରେ ଦେବତା ହେବୁ
। ଆଦି ସନାତନ ଦେବୀ-ଦେବତାଙ୍କର ହିଁ ଗାୟନ କରାଯାଉଛି । ଶାସ୍ତ୍ରରେ ତ ଢେର କାହାଣୀ ସବୁ ଲେଖି
ଦେଇଛନ୍ତି । ଏଠାରେ ତ ବାବା ସିଧାସଳଖ ବସି ପାଠ ପଢାଉଛନ୍ତି ।
ଭଗବାନୁବାଚ - ଭଗବାନ
ହିଁ ଜ୍ଞାନର ସାଗର, ସୁଖର ସାଗର, ଶାନ୍ତିର ସାଗର ଅଟନ୍ତି । ସିଏ ଏବେ ତୁମମାନଙ୍କୁ ସମ୍ପତ୍ତି
ଦେଉଛନ୍ତି । ଏହି ପାଠପଢା ହେଉଛି ତୁମର ୨୧ ଜନ୍ମ ପାଇଁ । ତେଣୁ କେତେ ଭଲ ଭାବରେ ପଢିବା ଦରକାର ।
ନୂଆ ଦୁନିଆର ସ୍ଥାପନା ପାଇଁ ଏହି ଆଧ୍ୟାତ୍ମିକ ପାଠପଢା ବାବା ଗୋଟିଏ ଥର ହିଁ ଆସି ପଢାଉଛନ୍ତି ।
ନୂଆ ଦୁ୍ନିଆରେ ଏହି ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ବାବା କହୁଛନ୍ତି ମୁଁ ବ୍ରହ୍ମାଙ୍କ
ଦ୍ୱାରା ଆଦି ସନାତନ ଦେବୀ- ଦେବତା ଧର୍ମର ସ୍ଥାପନା କରୁଛି । ଯେତେବେଳେ ଏହି ଧର୍ମ ଥିଲା
ସେତେବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । ଏବେ ଆଉ ସବୁ ଧର୍ମ ରହିଛି, ସେଥିପାଇଁ ତ୍ରିମୂର୍ତ୍ତି
ଚିତ୍ର ଉପରେ ମଧ୍ୟ ତୁମେ ବୁଝାଉଛ - ବ୍ରହ୍ମାଙ୍କ ଦ୍ୱାରା ଏବେ ଏକ ଧର୍ମର ସ୍ଥାପନା ହେଉଛି । ଯେଉଁ
ଧର୍ମ ଏବେ ନାହିଁ । ଗାଉଛନ୍ତି ମଧ୍ୟ ମୁଁ ନିର୍ଗୁଣ ହାର ମୋ ପାଖରେ କୌଣସି ଗୁଣ ନାହିଁ, ଆପେହୀ
ତରସ ପରୋଇ... କହୁଛନ୍ତି ଆମ ପାଖରେ କିଛି ଗୁଣ ନାହିଁ, ତେଣୁ ତାଙ୍କର ବୁଦ୍ଧି ପରମପିତାଙ୍କ ଆଡ଼କୁ
ହିଁ ଯାଉଛି , ତାଙ୍କୁ ହିଁ ଦୟାର ସାଗର କୁହାଯାଉଛି । ବାବା ଆସିଛନ୍ତି ସନ୍ତାନମାନଙ୍କର ସମସ୍ତ
ଦୁଃଖକୁ ସମାପ୍ତ କରି ୧୦୦ ଶତକଡ଼ା ସୁଖ ଦେବା ପାଇଁ । କେତେ ଦୟା କରୁଛନ୍ତି । ତୁମେ ଭାବୁଛ ଆମେ
ବାବାଙ୍କ ପାଖକୁ ଆସିଛୁ, ତେଣୁ ବାବାଙ୍କ ଠାରୁ ସଂପୂର୍ଣ୍ଣ ସୁଖ ନେବାକୁ ହେବ । ତାହା ହେଉଛି
ସୁଖଧାମ, ଏହା ହେଉଛି ଦୁଃଖ ଧାମ । ଏହି ଚକ୍ରକୁ ମଧ୍ୟ ଭଲ ଭାବରେ ବୁଝିବାକୁ ହେବ । ଶାନ୍ତିଧାମ,
ସୁଖଧାମକୁ ମନେ ପକାଅ ତେବେ ଅନ୍ତମତି ସୋ ଗତି (ଅନ୍ତିମ ସ୍ମୃତି ଅନୁସାରେ ଜନ୍ମ) ହୋଇଯିବ ।
ଶାନ୍ତିଧାମକୁ ମନେ ପକାଇଲେ ନିଶ୍ଚୟ ଶରୀର ଛାଡ଼ିବାକୁ ପଡ଼ିବ, ତେବେ ତ ଆତ୍ମାମାନେ ଶାନ୍ତିଧାମକୁ
ଯାଇପାରିବେ । ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାର ସ୍ମୃତି ନ ଆସୁ । ଏକଦମ୍ ବୁଦ୍ଧିର ଲାଇନ
କ୍ଲିୟର (ସ୍ୱଚ୍ଛ) ହେବା ଆବଶ୍ୟକ । ଏକମାତ୍ର ବାବାଙ୍କୁ ମନେ ପକାଇଲେ ଭିତରେ ଖୁସିର ପାରଦ
ଚଢିଥାଏ । ଏହି ପୁରୁଣା ଦୁନିଆରେ ତ ଅଳ୍ପକାଳ କ୍ଷଣଭଙ୍ଗୁର ସୁଖ ରହିଛି । ଏହା ସାଥିରେ ଯାଇପାରିବ
ନାହିଁ । ସାଥିରେ ତ ଅବିନାଶୀ ଜ୍ଞାନରତ୍ନ ହିଁ ଯିବ ଅର୍ଥାତ୍ ଏହି ଜ୍ଞାନ ରତ୍ନର ଆୟ ହିଁ ସାଥିରେ
ଯିବ, ଯାହାକୁ ପୁଣି ତୁମେ ୨୧ ଜନ୍ମ ପ୍ରାଲବ୍ଧ ରୂପରେ ଭୋଗ କରିବ । ହଁ, ବିନାଶୀ ଧନ ମଧ୍ୟ ତାଙ୍କ
ସହିତ ଯିବ ଯେଉଁମାନେ ବାବାଙ୍କୁ ସାହାଯ୍ୟ କରୁଛନ୍ତି । ବାବା ଆମର ଏହି କଉଡ଼ିକୁ ନିଅନ୍ତୁ ସେଠାରେ
ମହଲ ଦେଇ ଦେବେ । ବାବା କଉଡ଼ି ବଦଳରେ କେତେ ରତ୍ନ ଦେଉଛନ୍ତି । ଯେପରି ଆମେରିକାନ୍ ଲୋକମାନେ,
ବହୁତ ପଇସା ଖର୍ଚ୍ଚ କରି ପୁରୁଣା ପୁରୁଣା ଜିନିଷ ସବୁ କିଣିଥାଆନ୍ତି । ମନୁଷ୍ୟମାନେ ପୁରୁଣା
ଜିନିଷର ବହୁତ ଦାମ୍ ନେଇ ଯାଉଛନ୍ତି । ଆମେରିକାନ୍ ଲୋକମାନଙ୍କ ଠାରୁ ପଇସାଟିଏର ଜିନିଷକୁ ହଜାରେ
ଟଙ୍କା ନେଇଯିବେ । ବାବା ମଧ୍ୟ କେତେ ଭଲ ଗ୍ରାହକ ଅଟନ୍ତି । ଭୋଳାନାଥ ବୋଲି ଗାୟନ କରାଯାଇଛି ।
ମନୁଷ୍ୟମାନଙ୍କୁ ଏ କଥା ମଧ୍ୟ ଜଣାନାହିଁ । ସେମାନେ ତ ଶିବ-ଶଙ୍କରଙ୍କୁ ଏକ ବୋଲି କହିଦେଉଛନ୍ତି ।
ତାଙ୍କ (ଶଙ୍କରଙ୍କ) ପାଇଁ କହୁଛନ୍ତି ଭରିଦିଅ ଝୋଲି । ଏବେ ତୁମେ ସନ୍ତାନମାନେ ବୁଝୁଛ ଆମକୁ
ଜ୍ଞାନରତ୍ନ ମିଳୁଛି, ଯାହାଦ୍ୱାରା ଆମର ଝୁଲା ପୂର୍ଣ୍ଣ ହେଉଛି । ଇଏ ହେଉଛନ୍ତି ବେହଦର ବାବା ।
ସେମାନେ ପୁଣି ଶଙ୍କରଙ୍କ ପାଇଁ କହି ଦେଉଛନ୍ତି ଏବଂ ପୁଣି ଦେଖାଉଛନ୍ତି - ଧତୁରା (ଦୁଦୁରା)
ଖାଉଥିଲେ, ଭାଙ୍ଗ ପିଉଥିଲେ । କ’ଣ-କ’ଣ କଥା ବସି ତିଆରି କରିଦେଇଛନ୍ତି ! ତୁମେମାନେ ଏବେ ସଦ୍ଗତି
ପାଇଁ ପାଠ ପଢୁଛ । ଏହି ପାଠପଢା ହିଁ ହେଉଛି ପୂରାପୂରି ଶାନ୍ତିରେ ରହିବା ପାଇଁ । ଏହି ସବୁ ବତୀ
ଆଦି ଯାହା ସବୁ ଜଳାଉଛ, ସୋ କରୁଛ, ତାହା ମଧ୍ୟ ଏଥିପାଇଁ କି ମନୁଷ୍ୟ ଆସି ପଚାରିବେ, ଆପଣମାନେ
ଶିବଜୟନ୍ତୀ ଏତେ ଆଡମ୍ବରର ସହିତ କାହିଁକି ପାଳନ କରୁଛନ୍ତି? ଶିବ ହିଁ ଭାରତକୁ ଧନ୍ବାନ୍
କରୁଛନ୍ତି ନା । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ସ୍ୱର୍ଗର ମାଲିକ କିଏ କରିଛନ୍ତି - ଏ କଥା ତୁମେମାନେ
ଜାଣିଛ । ଲକ୍ଷ୍ମୀ ନାରାୟଣ ପୂର୍ବ ଜନ୍ମରେ କିଏ ଥିଲେ? ପୂର୍ବ ଜନ୍ମରେ ଏମାନେ ଜଗତ ଅମ୍ବା
ଜ୍ଞାନ-ଜ୍ଞାନେଶ୍ୱରୀ ଥିଲେ ଯିଏ ପୁଣି ରାଜ-ରାଜେଶ୍ୱରୀ ହେଉଛନ୍ତି । ତେବେ ପଦ କାହାର ବଡ଼?
ଦେଖିବାକୁ ଗଲେ ତ ଇଏ (ଲକ୍ଷ୍ମୀ) ସ୍ୱର୍ଗର ମାଲିକ ଅଟନ୍ତି । ଜଗଦମ୍ବା କେଉଁଠିକାର ମାଲିକ ଥିଲେ?
ଏହାଙ୍କ ପାଖକୁ ହିଁ କାହିଁକି ଯାଉଛନ୍ତି? ବ୍ରହ୍ମାଙ୍କୁ ମଧ୍ୟ ୧୦୦ ଭୂଜାଧାରୀ, ୨୦୦ ଭୂଜାଧାରୀ,
୧୦୦୦ ଭୂଜାଧାରୀ ଦେଖାଉଛନ୍ତି ନା । ତେବେ ଯେତେ ଯେତେ ସନ୍ତାନ ହୋଇ ଚାଲିଛନ୍ତି, ସେତେ ଭୂଜା
ବଢିଚାଲିଛି । ଜଗତ୍ଅମ୍ବାଙ୍କୁ ମଧ୍ୟ ଲକ୍ଷ୍ମୀଙ୍କ ଠାରୁ ଅଧିକ ଭୂଜା ଦେଖାଇଛନ୍ତି । ତାଙ୍କ
ପାଖକୁ ହିଁ ଯାଇ ସବୁକିଛି ମାଗୁଛନ୍ତି । ବହୁତ ଆଶା ନେଇକରି ଯାଉଛନ୍ତି - ସନ୍ତାନ ଦରକାର, ଏହା
ଦରକାର... ଲକ୍ଷ୍ମୀଙ୍କ ପାଖକୁ କେବେ ଏପରି ଆଶା ନେଇ କରିଯିବେ ନାହିଁ । ସେ ତ କେବଳ ଧନବାନ
ଅଟନ୍ତି । ଜଗତଅମ୍ବାଙ୍କ ଠାରୁ ତ ସ୍ୱର୍ଗର ବାଦଶାହୀ ମିଳୁଛି । ଏ କଥା ମଧ୍ୟ କାହାକୁ ଜଣାନାହିଁ
ଯେ ଜଗଦଅମ୍ବାଙ୍କୁ କ’ଣ ମାଗିବା ଦରକାର! ଏହା ତ ପାଠପଢା ଅଟେ ନା । ଜଗତଅମ୍ବା କ’ଣ ପଢାଉଛନ୍ତି?
ରାଜଯୋଗର ପାଠ । ଏହାକୁ ହିଁ କୁହାଯାଉଛି ବୁଦ୍ଧିଯୋଗ । ତୁମର ଅନ୍ୟ ସବୁ ଆଡ଼ୁ ବୁଦ୍ଧି ବାହାରି ଆସି
ଏକମାତ୍ର ବାବାଙ୍କ ସହିତ ଲାଗିଯାଉଛି । ବୁଦ୍ଧି ତ ଅନେକ ଆଡ଼କୁ ଦୌଡୁଛି ନା । ଏବେ ବାବା କହୁଛନ୍ତି
ମୋ ସହିତ ବୁଦ୍ଧିଯୋଗ ଲଗାଅ, ନ ହେଲେ ବିକର୍ମ ବିନାଶ ହେବ ନାହିଁ । ସେଥିପାଇଁ ବାବା ଫଟୋ ଉଠାଇବା
ପାଇଁ ମଧ୍ୟ ମନା କରୁଛନ୍ତି । ଏହା ତ ଏହାଙ୍କର (ବ୍ରହ୍ମାଙ୍କର) ଦେହ ଅଟେ ନା ।
ବାବା ନିଜେ ଦଲାଲ ହୋଇ
କହୁଛନ୍ତି, ଏବେ ତୁମର ଏହି ହସ୍ତଗଣ୍ଠି (ବିକାରୀ ସମ୍ବନ୍ଧ)ରଦ୍ଦ ହେଲା । କାମ ଚିତାରୁ ଉଠି ଏବେ
ଜ୍ଞାନ ଚିତା (ଅଗ୍ନି) ଉପରେ ବସ । କାମ ଚିତାରୁ ଉଠି ଆସ । ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ
ପକାଅ ତେବେ ବିକର୍ମ ବିନାଶ ହେବ । ଆଉ କୌଣସି ମନୁଷ୍ୟ ଏପରି କହିପାରିବେ ନାହିଁ । ମନୁଷ୍ୟଙ୍କୁ
ଭଗବାନ ମଧ୍ୟ କୁହାଯାଇପାରିବ ନାହିଁ । ତୁମେ ସନ୍ତାନମାନେ ଜାଣିଛ, ବାବା ହିଁ ପତିତ ପାବନ ଅଟନ୍ତି
। ସେ ହିଁ ଆସି କାମ ଚିତାରୁ ଉଠାଇ ଜ୍ଞାନ ଚିତା ଉପରେ ବସାଉଛନ୍ତି । ସେ ହେଉଛନ୍ତି ଆତ୍ମିକ ପିତା
। ସେ ୟାଙ୍କ ଭିତରେ ପ୍ରବେଶ କରି କହୁଛନ୍ତି ତୁମେ ମଧ୍ୟ ଆତ୍ମା ଅଟ, ଏହିକଥା ଅନ୍ୟମାନଙ୍କୁ ମଧ୍ୟ
ବୁଝାଅ । ବାବା କହୁଛନ୍ତି - ମନମନାଭବ । ମନମନାଭବ କହିଲେ ହିଁ ସବୁ ସ୍ମୃତିରେ ଆସିଯିବ । ଏହି
ପୁରୁଣା ଦୁନିଆର ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ । ବାବା ବୁଝାଉଛନ୍ତି ଏହା ହେଉଛି ମହାଭାରୀ
ମହାଭାରତ ଲଢେଇ । କହିବେ ଲଢେଇ ତ ବିଲାତରେ ବି ହେଉଛି, ପୁଣି ଏହାକୁ ମହାଭାରତ ଲଢେଇ କାହିଁକି
କହୁଛନ୍ତି? ତେବେ ଭାରତରେ ହିଁ ଯଜ୍ଞର ରଚନା ହୋଇଛି । ଏଥିରୁ ହିଁ ବିନାଶର ଜ୍ୱାଳା ବାହାରିଛି ।
ତୁମ ପାଇଁ ନୂଆ ଦୁନିଆ ଦରକାର ତେଣୁ ଅମୃତ ସନ୍ତାନଗଣ, ଏହି ପୁରୁଣା ଦୁନିଆର ନିଶ୍ଚୟ ବିନାଶ ହେବା
ଦରକାର । ତେବେ ଏହି ଲଢେଇର ମୂଳ ଏହିଠାରୁ ହିଁ ବାହାରିଛି । ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ମହାଭାରୀ
ଲଢେଇ, ବିନାଶ ଜ୍ୱଳା ପ୍ରଜ୍ୱଳିତ ହୋଇଛି । ଯଦିଓ ଶାସ୍ତ୍ରରେ ଲେଖାଯାଇଛି କିନ୍ତୁ ଏକଥା କିଏ
କହିଛନ୍ତି ତାହା ଜାଣିନାହାଁନ୍ତି । ଏବେ ବାବା ନୂଆ ଦୁନିଆ ପାଇଁ ବୁଝାଉଛନ୍ତି । ଏବେ ତୁମେ ରାଜତ୍ୱ
ନେଉଛ, ତୁମେ ଦେବୀ-ଦେବତା ହେଉଛ, ତୁମ ରାଜ୍ୟରେ ଅନ୍ୟ କେହି ମଧ୍ୟ ରହିବା ଉଚିତ୍ ନୁହେଁ । ଆସୁରୀ
ଦୁନିଆର ବିନାଶ ହେଉଛି । ଏକଥା ବୁଦ୍ଧିରେ ମନେ ରହିବା ଉଚିତ୍ - କାଲି ଆମେ ରାଜତ୍ୱ କରିଥିଲୁ ।
ବାବା ରାଜତ୍ୱ ଦେଇଥିଲେ, ପୁଣି ୮୪ ଜନ୍ମ ନେଇ ଆସିଛୁ । ଏବେ ପୁଣି ବାବା ଆସିଛନ୍ତି । ତୁମ
ସନ୍ତାନମାନଙ୍କ ଭିତରେ ଏହି ଜ୍ଞାନ ତ ଅଛି ନା । ବାବା ଏହି ଜ୍ଞାନ ଦେଇଛନ୍ତି । ଯେତେବେଳେ ଦୈବୀ
ଧର୍ମର ସ୍ଥାପନା ହୋଇଥାଏ, ବାକି ସଂପୂର୍ଣ୍ଣ ଆସୁରୀ ଦୁନିଆର ବିନାଶ ହୋଇଥାଏ । ଏହି ସବୁ କଥା ବାବା
ବସି ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ବ୍ରହ୍ମା ମଧ୍ୟ ଶିବଙ୍କର ସନ୍ତାନ, ବିଷ୍ଣୁଙ୍କର
ରହସ୍ୟକୁ ମଧ୍ୟ ବୁଝାଉଛନ୍ତି ଯେ ସିଏ ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ହୋଇଥା’ନ୍ତି ।
ଏବେ ତୁମେ ବୁଝିଯାଇଛ ଆମେ ବ୍ରାହ୍ମଣ ହୋଇଛୁ, ପୁଣି ଦେବତା ହେବୁ । ପୁଣି ୮୪ ଜନ୍ମ ନେବୁ । ଏହି
ଜ୍ଞାନର ଦାତା ଏକମାତ୍ର ବାବା ଅଟନ୍ତି, ତେବେ ପୁଣି ଅନ୍ୟ କୌଣସି ମନୁଷ୍ୟଠାରୁ କିପରି ଏହି ଜ୍ଞାନ
ମିଳିପାରିବ? ଏଥିରେ ସଂପୂର୍ଣ୍ଣ ବୁଦ୍ଧିର କଥା ରହିଛି । ବାବା କହୁଛନ୍ତି କି ଅନ୍ୟ ସବୁ ଆଡ଼ୁ
ନିଜର ବୁଦ୍ଧିଯୋଗ ହଟେଇ ଦିଅ । ବୁଦ୍ଧି ହିଁ ବିଗୁଡ଼ୁଛି । ବାବା କହୁଛନ୍ତି କି ମୋତେ ମନେ ପକାଅ
ତେବେ ତୁମର ବିକର୍ମ ବିନାଶ ହେବ । ଚାହେଁ ଗୃହସ୍ଥ ବ୍ୟବହାରରେ ରୁହ, ଲକ୍ଷ୍ୟ ତ ସମ୍ମୁଖରେ ଅଛି ।
ଜାଣିଛ ଆମେ ପାଠପଢି ଏପରି ହେବୁ । ତୁମର ପାଠପଢା ହେଉଛି ସଙ୍ଗଗଯୁଗର । ଏବେ ତୁମେ ନା ଏ
ପାର୍ଶ୍ଵରେ, ନା ସେ ପାର୍ଶ୍ଵରେ ଅଛ । ତୁମେ ବାହାରେ ରହିଛ । ବାବାଙ୍କୁ ନାଉରିଆ ମଧ୍ୟ କହୁଛନ୍ତି,
ଗାୟନ ମଧ୍ୟ କରୁଛନ୍ତି ଆମ ଡ଼ଙ୍ଗାକୁ ପାରି କରିଦିଅ । ଏହା ଉପରେ ଗୋଟିଏ କାହାଣୀ ମଧ୍ୟ ତିଆରି
କରାଯାଇଛି । କେହି ଚାଲିଯାଉଛନ୍ତି, କେହି ରହିଯାଉଛନ୍ତି । ଏବେ ବାବା କହୁଛନ୍ତି - ମୁଁ ଏହି
ବ୍ରହ୍ମାଙ୍କ ମୁଖ ଦ୍ୱାରା ଶୁଣାଉଛି । ବ୍ରହ୍ମା କେଉଁଠାରୁ ଆସିଲେ ? ପ୍ରଜାପିତା ତ ନିଶ୍ଚୟ
ଏହିଠାରେ ଆବଶ୍ୟକ ନା । ମୁଁ ଏହାଙ୍କୁ ପୋଷ୍ୟ କରୁଛି, ଏହାଙ୍କର ନାମ ମଧ୍ୟ ରଖୁଛି । ତୁମେ ମଧ୍ୟ
ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ଅଟ, ଯେଉଁମାନେ କଳିଯୁଗର ଅନ୍ତିମ ସମୟରେ ଅଛନ୍ତି, ସେମାନେ ପୁଣି
ସତ୍ୟଯୁଗ ଆରମ୍ଭରେ ଆସିବେ । ତୁମେ ହିଁ ପ୍ରଥମେ-ପ୍ରଥମେ ବାବାଙ୍କ ଠାରୁ ଅଲଗା ହୋଇ ଅଭିନୟ କରିବା
ପାଇଁ ଆସିଛ । ଆମମାନଙ୍କ ଭିତରେ ମଧ୍ୟ ସମସ୍ତଙ୍କୁ ତ କୁହାଯିବ ନାହିଁ ନା । ଏହା ମଧ୍ୟ
ଜଣାପଡ଼ିଯିବ କିଏ ସଂପୂର୍ଣ୍ଣ ୮୪ ଜନ୍ମ ନେଉଛନ୍ତି! ଏହି ଲକ୍ଷ୍ମୀ-ନାରାୟଣଙ୍କର ତ ଗ୍ୟାରେଣ୍ଟି ଅଛି
। ଏହାଙ୍କ ପାଇଁ ହିଁ ଗାୟନ କରାଯାଇଛି ଶ୍ୟାମ ସୁନ୍ଦର । ଦେବୀ-ଦେବତାମାନେ ସୁନ୍ଦର ଥିଲେ ।
ଶ୍ୟାମଳରୁ ସୁନ୍ଦର ହୋଇଥିଲେ । ଗାଁଉଲି ପିଲାରୁ ପରିବର୍ତ୍ତନ ହୋଇ ସୁନ୍ଦର ହୋଇଯା’ନ୍ତି ।
ବର୍ତ୍ତମାନ ସମସ୍ତେ ଗାଁର ବାଳକ-ବାଳିକା ଅଟନ୍ତି । ଏହା ହେଉଛି ବେହଦର କଥା । ଏ ସବୁ କଥାକୁ କେହି
ଜାଣିନାହାଁନ୍ତି । ଏଠାରେ କେତେ ଭଲ ଭଲ ଜ୍ଞାନଯୁକ୍ତ କଥା କୁହାଯାଉଛି । ପ୍ରତ୍ୟେକଙ୍କର ସର୍ଜନ (ଡାକ୍ତର)
କେବଳ ଜଣେ ହିଁ ଅଟନ୍ତି । ଇଏ ହେଉଛନ୍ତି ଅବିନାଶୀ ସର୍ଜନ ।
ଯୋଗକୁ ଅଗ୍ନି କୁହାଯାଉଛି
। କାହିଁକିନା ଯୋଗ ଦ୍ୱାରା ହିଁ ଆତ୍ମାର ମଇଳା ସଫା ହେବ । ଯୋଗ ଅଗ୍ନି ଦ୍ୱାରା ତମଃପ୍ରଧାନ ଆତ୍ମା
ସତ୍ତ୍ୱପ୍ରଧାନ ହୋଇଥାଏ । ଯଦି ନିଆଁ ଥଣ୍ଡା ଥିବ, ତେବେ ଖାଦ ବାହାରିବ ନାହିଁ । ୟାଦକୁ ଯୋଗ
ଅଗ୍ନି କୁହାଯାଇଥାଏ । ଯାହା ଦ୍ୱାରା ବିକର୍ମ ବିନାଶ ହୋଇଥାଏ । ତେଣୁ ବାବା କହୁଛନ୍ତି ତୁମକୁ
କେତେ ବୁଝାଉଛି । କିନ୍ତୁ ଧାରଣା ହେଲେ ତ । ଆଚ୍ଛା ମନମନାଭବ । ଏଥିରେ ତ ଥକିବା ଉଚିତ୍ ନୁହେଁ
ନା । କିନ୍ତୁ ବାବାଙ୍କୁ ମନେ ପକାଇବା ମଧ୍ୟ ଭୁଲିଯାଉଛନ୍ତି । ଏହି ପତିମାନଙ୍କର ପତି ଜ୍ଞାନ
ଦ୍ୱାରା ତୁମର କେତେ ଶୃଙ୍ଗାର କରୁଛନ୍ତି । ନିରାକାର ବାବା କହୁଛନ୍ତି ଅନ୍ୟ ସମସ୍ତଙ୍କଠାରୁ
ବୁଦ୍ଧିଯୋଗ ତୁଟେଇ ମୋତେ ଅର୍ଥାତ୍ ନିଜର ପିତାଙ୍କୁ ମନେ ପକାଅ । ସମସ୍ତଙ୍କର ବାବା କେବଳ ଜଣେ
ହିଁ ଅଟନ୍ତି । ତୁମର ଏବେ ଉନ୍ନତିର କଳା ହେଉଛି । କହୁଛନ୍ତି ନା - ତୁମର ମଙ୍ଗଳରେ ସମସ୍ତଙ୍କର
ମଙ୍ଗଳ ନିହିତ । ବାବା ଆସିଛନ୍ତି ସମସ୍ତଙ୍କର ଭଲ କରିବା ପାଇଁ । ରାବଣ ତ ସମସ୍ତଙ୍କୁ ଦୁର୍ଗତି
ଆଡକୁ ନେଇଯାଉଛି, ରାମ ସମସ୍ତଙ୍କୁ ସଦ୍ଗତିକୁ ନେଇଯାଉଛନ୍ତି । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କର
ସ୍ମୃତି ଦ୍ୱାରା ଅପାର ସୁଖର ଅନୁଭବ କରିବା ପାଇଁ ବୁଦ୍ଧିର ଲାଇନ୍ କ୍ଲିୟର ଅର୍ଥାତ୍ ସ୍ୱଚ୍ଛ
ରହିବା ଦରକାର । ତୁମମାନଙ୍କର ଯୋଗ ଯେତେବେଳେ ଅଗ୍ନିର ରୂପ ଧାରଣ କରିବ, ସେତେବେଳେ ହିଁ ଆତ୍ମା
ସତ୍ତ୍ୱପ୍ରଧାନ ହୋଇପାରିବ ।
(୨) ବାବା ତୁମକୁ କଉଡ଼ି
ବଦଳରେ ରତ୍ନ ଦେଉଛନ୍ତି । ଏହିଭଳି ଭୋଳାନାଥ ବାବାଙ୍କଠାରୁ ନିଜର ଭାଗ୍ୟ ରୂପୀ ଝୁଲା ମୁଣିକୁ
ଭରପୁର କରିବାକୁ ହେବ । ଶାନ୍ତିରେ ରହିବାର ପାଠ ପଢି ସଦ୍ଗତିକୁ ପ୍ରାପ୍ତ କରିବାକୁ ହେବ ।
ବରଦାନ:-
ମାୟାର
ବନ୍ଧନଗୁଡିକରୁ ସର୍ବଦା ନିର୍ବନ୍ଧନ ରହୁଥିବା ଯୋଗଯୁକ୍ତ, ବନ୍ଧନମୁକ୍ତ ଭବ ।
ବନ୍ଧନମୁକ୍ତର ଚିହ୍ନ
ହେଲା ସର୍ବଦା ଯୋଗଯୁକ୍ତ । ଯୋଗଯୁକ୍ତ ସ୍ଥିତିରେ ରହୁଥିବା ପିଲାମାନେ ଦାୟିତ୍ୱର ବନ୍ଧନଠାରୁ ବା
ମାୟାର ବନ୍ଧନଠାରୁ ସର୍ବଦା ମୁକ୍ତ ହୋଇଥିବେ । ଏଥିରେ ମନର ବନ୍ଧନ ମଧ୍ୟ ରହିବା ଉଚିତ୍ ନୁହେଁ ।
ତେବେ ଲୌକିକ ଦାୟିତ୍ୱଗୁଡିକ ତ ଖେଳ ସଦୃଶ ଅଟେ, ତେଣୁ ନିର୍ଦ୍ଦେଶ ମୁତାବକ ଖେଳ ଖେଳିବା ହିସାବରେ
ହସି ହସି ଖେଳିବା ଦ୍ୱାରା କେବେ ବି ଛୋଟ ଛୋଟ କଥାରେ ଥକି ପଡିବ ନାହିଁ । ଯଦି ଏହାକୁ ବନ୍ଧନ ମନେ
କରିବ, ତେବେ ଦୁଃଖୀ ହେବ ଏବଂ କାହିଁକି କ’ଣର ପ୍ରଶ୍ନ ଉଠିବ । ପ୍ରକୃତରେ ସବୁ ଦାୟିତ୍ୱ
ବାବାଙ୍କର, ତୁମେ କେବଳ ନିମିତ୍ତ ଅଟ । ଯଦି ଏହିଭଳି ସ୍ମୃତି ଦ୍ୱାରା ବନ୍ଧନମୁକ୍ତ ହେବ ତେବେ ଆପେ
ଆପେ ଯୋଗଯୁକ୍ତ ହୋଇଯିବ ।
ସ୍ଲୋଗାନ:-
କରିକରାଇବାବାଲାର ସ୍ମୃତି ଦ୍ୱାରା ଦେହର ସ୍ମୃତି ଏବଂ ଦେହ ଅହଂକାରକୁ ସମାପ୍ତ କର ।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୨୦) ଅପବିତ୍ରତା କେବଳ
କାହାକୁ ଦୁଃଖ ଦେବା ବା ପାପ କର୍ମ କରିବା ନୁହେଁ କିନ୍ତୁ ନିଜ ମଧ୍ୟରେ ସତ୍ୟତା, ସ୍ୱଚ୍ଛତା
ବିଧିପୂର୍ବକ ଯଦି ଅନୁଭବ କରୁଛ ତେବେ ପବିତ୍ର ଅଟ । ଯେପରି କୁହାଯାଏ ସତ୍ୟର ନାଆ ବୁଡିଯାଏ ନାହିଁ
କିନ୍ତୁ ଦୋଳାୟମାନ ହୋଇଥାଏ । ତେଣୁ ବିଶ୍ୱାସର ଡଙ୍ଗା ହେଉଛି ସତ୍ୟତା, ସାଧୁତା, ଯାହାକି ହଲଚଲ୍
ହେବ କିନ୍ତୁ ବୁଡିବ ନାହିଁ । ସେଥିପାଇଁ ସତ୍ୟତାର ହିମ୍ମତ ଦ୍ୱାରା ପରମାତ୍ମ ପ୍ରତ୍ୟକ୍ଷତାର
ନିମିତ୍ତ ହୁଅ ।